“୧୪ ଟି ଏନଡିଏ ଶାସିତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ ନିରନ୍ତର ଭାବେ ନିଯୁକ୍ତି ମେଳା ଆୟୋଜନ କରାଯାଉଛି”
“ପ୍ରଯୁକ୍ତି ସହାୟତାରେ ସମଗ୍ର ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ କରାଯାଇଛି , ଯେଉଁଠାରେ ବିଭିନ୍ନ ଡିଜିଟାଲ୍ ପ୍ଲାଟଫର୍ମ, ମୋବାଇଲ୍ ଆପ୍ ଏବଂ ୱେବ୍ ପୋର୍ଟାଲ୍ ବିକଶିତ ହୋଇଛି ”
“ଗତ ୫ ବର୍ଷ ମଧ୍ୟରେ ଗୁଜରାଟରେ ୧.୫ ଲକ୍ଷରୁ ଅଧିକ ଯୁବକଯୁବତୀ ମାନଙ୍କୁ ରାଜ୍ୟ ସରକାରୀ ଚାକିରି ମିଳିଛି”
“ଯେତେବେଳେ ବିକାଶର ଚକ ଗତିଶୀଳ ହୁଏ, ପ୍ରତ୍ୟେକ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥାଏ”
“ସମଗ୍ର ବିଶ୍ୱରୁ ବିଶେଷଜ୍ଞ ମାନେ ବିଶ୍ୱାସ ପ୍ରକଟ କରିଛନ୍ତି ଯେ, ଆଗାମୀ ବର୍ଷ ଗୁଡ଼ିକରେ ଭାରତ ସବୁଠୁ ବଡ଼ ଉତ୍ପାଦନ କେନ୍ଦ୍ର ହେବ”
“ସରକାରଙ୍କ ଦ୍ୱାରା ବିକାଶର ସାମଗ୍ରିକ ଦୃଷ୍ଟିକୋଣ ଏକ ବଡ଼ ଧରଣର ନିଯୁକ୍ତି ସୃଷ୍ଟି କରୁଛି ”
“ଯୁବକ ମାନଙ୍କର ଦକ୍ଷତା ବିକାଶକୁ ପ୍ରାଥମିକତା ପ୍ରଦାନ କରାଯାଉଛି”
“କର୍ମଯୋଗୀ ଭାରତ ଅନ୍‌ଲାଇନ୍ ପ୍ଲାଟଫର୍ମରେ ଥିବା ବିଭିନ୍ନ ଅନଲାଇନ୍ ପାଠ୍ୟକ୍ରମରୁ ଅଧିକ ଲାଭ ଉଠାଉ ”

ସାଥୀଗଣ,

ଚାରିଆଡେ ହୋଲି ପର୍ବର ଗୁଞ୍ଜରଣ ଶୁଣାଯାଉଛି । ଆପଣ ସମସ୍ତଙ୍କୁ ହୋଲି ପାଇଁ ବହୁତ- ବହୁତ ଶୁଭକାମନା ମଧ୍ୟ ଜଣାଉଛି । ଆଜିକାର ଏହି ଆୟୋଜନ ଦ୍ୱାରା ହଜାର- ହଜାର ପରିବାରଙ୍କର ହୋଲିର ଏହି ଗୁରୁତ୍ୱପୂର୍ଣ୍ଣ ପର୍ବ ପାଇଁ ଯେଉଁ ଖୁସି ରହିଛି ତାହା ବହୁ ଗୁଣ ବଢ଼ି ଯାଇଛି । କିଛି ସମୟ ମଧ୍ୟରେ ହିଁ ଗୁଜରାଟରେ ଦ୍ୱିତୀୟ ଥର ପାଇଁ ରୋଜଗାର ମେଳାର ଆୟୋଜନ ହେଉଛି । ମୁଁ ଆମର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଭୁପେନ୍ଦ୍ର ଭାଇ ଏବଂ ତାଙ୍କର ସମ୍ପୂର୍ଣ୍ଣ ଟିମକୁ ଏହି କାର୍ଯ୍ୟ ପାଇଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ,

ଯୁବକମାନଙ୍କୁ ସୁଯୋଗ ଦେବା ଆଉ ଦେଶର ବିକାଶରେ ସେମାନଙ୍କର ସାମର୍ଥ୍ୟକୁ ଉପଯୋଗ କରିବାର ଦିଗରେ ଏହା ହେଉଛି ଭାରତୀୟ ଜନତା ପାର୍ଟିର ସରକାରଙ୍କର, ଆମ ସମସ୍ତଙ୍କର ପ୍ରତିବଦ୍ଧତାର ପ୍ରମାଣ । ମୁଁ ଖୁସି ଯେ ଅଧିକରୁ ଅଧିକ ସଂଖ୍ୟାରେ ରୋଜଗାର ଉପଲବ୍ଧ କରାଇବା ପାଇଁ କେନ୍ଦ୍ର ସରକାରଙ୍କର ସମସ୍ତ ବିଭାଗ ଏବଂ ଏନଡିଏର ରାଜ୍ୟ ସରକାରମାନେ କ୍ରମାଗତ ଭାବେ କାର୍ଯ୍ୟ କରୁଛନ୍ତି । କେନ୍ଦ୍ର ସରକାରଙ୍କ ବ୍ୟତୀତ ଏବେ ଏନଡିଏ ଶାସନ କରୁଥିବା 14 ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ଗୁଡ଼ିକରେ କ୍ରମାଗତ ଭାବେ ରୋଜଗାର ମେଳାମାନ ଆୟୋଜନ କରାଯାଉଛି । ଆଜି ଯେଉଁ ଯୁବକମାନଙ୍କୁ ନିଯୁକ୍ତି ପତ୍ର ଦିଆଯାଉଛି, ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଉ ସେମାନଙ୍କର ପରିବାରର ସୁଖ ସମୃଦ୍ଧି ପାଇଁ ମୁଁ ବହୁତ- ବହୁତ ଶୁଭକାମନା ଜଣାଉଛି । ମୋର ବିଶ୍ୱାସ ରହିଛି ଯେ ନୂତନ ଦାୟିତ୍ୱ ସମ୍ଭାଳୁଥିବା ଯୁବକମାନେ ସମ୍ପୂର୍ଣ୍ଣ ମନଯୋଗ ଏବଂ ନିଷ୍ଠାର ସହିତ ଅମୃତ କାଳର ସଂକଳ୍ପକୁ ସମ୍ପୂର୍ଣ୍ଣ କରିବାରେ ନିଜର ଯୋଗଦାନ ଦେବେ ।

ସାଥୀଗଣ,

ବିଗତ 5 ବର୍ଷରେ ଗୁଜରାଟରେ ଦେଢ଼ ଲକ୍ଷରୁ ଅଧିକ ଯୁବକଙ୍କୁ ରାଜ୍ୟ ସରକାରରେ ନିଯୁକ୍ତି ମିଳିଛି । ସରକାରୀ ଚାକିରୀ ବ୍ୟତୀତ ନିୟୋଜନ କାର୍ଯ୍ୟାଳୟ (ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ) ମାଧ୍ୟମରେ ମଧ୍ୟ ବିଗତ ବର୍ଷମାନଙ୍କରେ ଗୁଜରାଟରେ ପ୍ରାୟ 18 ଲକ୍ଷ ଯୁବକଙ୍କୁ ବିଭିନ୍ନ କ୍ଷେତ୍ରରେ ରୋଜଗାର ଉପଲବ୍ଧ କରାଯାଇଛି । ଗୁଜରାଟ ସରକାର ତ’ ନିଯୁକ୍ତି କ୍ୟାଲେଣ୍ଡର ପ୍ରସ୍ତୁତ କରି ସ୍ଥିରୀକୃତ ସମୟ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିଛନ୍ତି । ମୋତେ ଅବଗତ କରାଯାଇଛି ଯେ, ଚଳିତ ବର୍ଷ 25 ହଜାରରୁ ଅଧିକ ଯୁବକଙ୍କୁ ରାଜ୍ୟ ସରକାରରେ ଚାକିରୀ ଦେବାର ପ୍ରସ୍ତୁତି କରିଛନ୍ତି । ଗୁଜରାଟ ସରକାର ଟେକ୍ନୋଲୋଜିର ଉପଯୋଗ କରି ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟାକୁ ପାରଦର୍ଶୀ କରିଛନ୍ତି । ଏଥିପାଇଁ ଭିନ୍ନ- ଭିନ୍ନ ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି, ମୋବାଇଲ ଆପ୍ ଏବଂ ୱେବ ପୋର୍ଟାଲ ବିକଶିତ କରାଯାଇଛି ।

ସାଥୀଗଣ,

ଭିନ୍ନ- ଭିନ୍ନ କ୍ଷେତ୍ରରେ ଭାଜପା ସରକାରଙ୍କ ପ୍ରୟାସ ଦ୍ୱାରା ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ପ୍ରସ୍ତୁତ ହେଉଛି । ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି ପାଇଁ କେନ୍ଦ୍ର ସରକାର ଏକ ନିର୍ଦ୍ଦିଷ୍ଟ ରଣନୀତି ଉପରେ କାର୍ଯ୍ୟ କରୁଛନ୍ତି । ଆମର ଫୋକସ ରହିଲା ଭିତ୍ତିଭୂମି ଏବଂ ବିକାଶ ପ୍ରକଳ୍ପ ମାଧ୍ୟମରେ ଅଧିକତମ ରୋଜଗାର ବୃଦ୍ଧି କରିବା ଉପରେ । ଆମର ଧ୍ୟାନ ରହିଲା ବିନିର୍ମାଣକୁ ପ୍ରୋତ୍ସାହନ ଦେଇ ରୋଜଗାରର ନୂତନ ସୁଯୋଗ ଉପଲବ୍ଧ କରାଇବା ଉପରେ । ଆମର ଫୋକସ ରହିଲା, ସ୍ୱରୋଜଗାର ପାଇଁ ଦେଶରେ ଉପଯୁକ୍ତ ବାତାବରଣ ସୃଷ୍ଟି କରିବା ଆଉ ଯୁବକମାନଙ୍କୁ ଗ୍ୟାରେଣ୍ଟି ବିନା ଆର୍ଥିକ ସାହାଯ୍ୟ ପ୍ରଦାନ କରିବା । ଆମର ଧ୍ୟାନ ରହିଲା, ପରିବର୍ତ୍ତିତ ନିଯୁକ୍ତିର ଆକାର ଅନୁସାରେ ଯୁବକମାନଙ୍କର କୌଶଳ ବିକାଶ ଉପରେ ।

ସାଥୀଗଣ,

ଯେତେବେଳେ ବିକାଶର ଚକ ଦ୍ରୁତ ଗତିରେ ଚାଲିଥାଏ, ସେତେବେଳେ ପ୍ରତ୍ୟେକ କ୍ଷେତ୍ରରେ ରୋଜଗାର ସୃଷ୍ଟି ହେବାକୁ ଲାଗିଥାଏ । ଆଜି ଦେଶରେ ଭିତ୍ତିଭୂମି, ସୂଚନା ପ୍ରଯୁକ୍ତି ବିଦ୍ୟା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବିକାଶର ପ୍ରକଳ୍ପଗୁଡ଼ିକରେ ଲକ୍ଷ- ଲକ୍ଷ, କୋଟି- କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କେବଳ ଗୁଜରାଟରେ ହିଁ କେନ୍ଦ୍ର ସରକାରଙ୍କର ଶହେ ପଚିଶ କୋଟି ଟଙ୍କାର ପ୍ରକଳ୍ପ ଚାଲୁ ରହିଛି । ଚଳିତ ବର୍ଷର ବଜେଟରେ ଭିତିଭୂମି ପାଇଁ 10 ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଲକ୍ଷ- ଲକ୍ଷ, କୋଟି- କୋଟି ଟଙ୍କାର ଏହି ନିବେଶ, ଲକ୍ଷ- ଲକ୍ଷ ରୋଜଗାର ମଧ୍ୟ ସୃଷ୍ଟି କରି ପାରୁଛି ।

ସାଥୀଗଣ,

ସମଗ୍ର ବିଶ୍ୱର ବିଶେଷଜ୍ଞମାନେ ଏହା ସ୍ବୀକାର କରୁଛନ୍ତି ଯେ, ଆଗାମୀ ବର୍ଷମାନଙ୍କରେ ଭାରତ ସବୁଠାରୁ ବଡ଼ ବିନିର୍ମାଣ ହବ୍ ବା କେନ୍ଦ୍ର ଭାବେ ପରିଗଣିତ ହେବ । ଆଉ ଏଥିରେ ତ’ ଗୁଜରାଟର ବହୁତ ବଡ଼ ଭୂମିକା ରହିଛି । ଭାରତରେ ହେବାକୁ ଥିବା ଏହି ବିପ୍ଳବର ନେତୃତ୍ୱ ଆପଣମାନଙ୍କ ଭଳି ଯୁବକମାନେ ହିଁ କରିବେ । ଏବେ ଯେପରି ଗୁଜରାଟର ଦାହୋଦରେ ଆମର ଆଦିବାସୀ କ୍ଷେତ୍ର ରହିଛି, ଏକ ପ୍ରକାରରେ ପଛୁଆ ଅଞ୍ଚଳ ଭାବେ ରହିଛି । ସେଠାରେ 20 ହଜାର କୋଟିର ନିବେଶ ଦ୍ୱାରା ରେଳ ଇଞ୍ଜିନର କାରଖାନାର ନିର୍ମାଣ କରାଯାଉଛି । ଗୁଜରାଟ, ସେମିକଣ୍ଡକ୍ଟରର ବହୁତ ବଡ଼ ହବ୍ ହେବାକୁ ଯାଉଛି । ଏ ସମସ୍ତ ପ୍ରୟାସ ମଧ୍ୟ ଗୁଜରାଟରେ ରୋଜଗାରର ହଜାର- ହଜାର ନୂତନ ସୁଯୋଗ ସୃଷ୍ଟି କରିବ ।

ସାଥୀଗଣ,

ଆଜି ସରକାର ବିକାଶର ଯେଉଁ ସାମଗ୍ରିକ ଅଭିବ୍ୟକ୍ତି ସହିତ କାର୍ଯ୍ୟ କରୁଛନ୍ତି, ସେଥିରେ ମଧ୍ୟ ବୃହତ ସ୍ତରରେ ନିଯୁକ୍ତି ସୃଷ୍ଟି ହେଉଛି । ନୀତିଗତ ସ୍ତରରେ ହେଉଥିବା ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦ୍ୱାରା, ଏ ଯେଉଁ ନୂତନ ପରିବର୍ତ୍ତନ ହୋଇଛି, ଏଭଳି ଏକ ଇକୋ ବ୍ୟବସ୍ଥା ସୃଷ୍ଟି ହୋଇଛି, ଯେଉଁଥିରେ ଷ୍ଟାର୍ଟ ଅପ୍ସକୁ ଆଗକୁ ବଢ଼ାଇବାର ସୁଯୋଗ ମିଳି ପାରୁଛି । ଆଜି ଦେଶରେ 90 ହଜାରରୁ ଅଧିକ ଷ୍ଟାର୍ଟ-ଅପ୍ସ କାର୍ଯ୍ୟ କରୁଛନ୍ତି ଆଉ ତାହା ମଧ୍ୟ ଟାୟାର 2, ଟାୟାର 3 ସହର ମାନଙ୍କରେ ହେଉଛି । ଏହାଦ୍ୱାରା ରୋଜଗାରର ନୂତନ ସୁଯୋଗ ହିଁ ସୃଷ୍ଟି ହେଉଛି, ଏହା ସହିତ ଲକ୍ଷ- ଲକ୍ଷ ଯୁବକ ସ୍ୱରୋଜଗାର ପାଇଁ ପ୍ରେରିତ ମଧ୍ୟ ହେଉଛନ୍ତି । ସରକାର ଏମାନଙ୍କୁ ବ୍ୟାଙ୍କ ଗ୍ୟାରେଣ୍ଟି ବିନା, ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ମୁଦ୍ରା ଯୋଜନା ଏବଂ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନା ଦ୍ୱାରା ମଧ୍ୟ ସ୍ୱରୋଜଗାରକୁ ପ୍ରୋତ୍ସାହନ ମିଳି ପାରିଛି । ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହିତ ଯୋଡ଼ି ହୋଇ କୋଟି- କୋଟି ମହିଳା ନିଜ ଗୋଡରେ ଦୃଢ଼ତାର ସହିତ ଠିଆ ହୋଇ ପାରୁଛନ୍ତି । ସମଗ୍ର ପରିବାରର ଆର୍ଥିକ ବ୍ୟବସ୍ଥାର ନେତୃତ୍ୱ କରୁଛନ୍ତି । ସରକାର ଏହି ମହିଳାମାନଙ୍କୁ ଶହ- ଶହ କୋଟି କୋଟି ଟଙ୍କାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି ।

ସାଥୀଗଣ,

ଦେଶରେ ସୃଷ୍ଟି ହେଉଥିବା ନୂତନ ସମ୍ଭାବନା ଗୁଡ଼ିକ ପାଇଁ ବୃହତ ସ୍ତରରେ କୁଶଳୀ ମାନବ ସମ୍ବଳ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ଯୁବକମାନଙ୍କ ପାଇଁ କୌଶଳର ଶକ୍ତି ଦ୍ୱାରା ହିଁ ଭାରତ, ବିଶ୍ୱର ତୃତୀୟ ବୃହତ ଅର୍ଥବ୍ୟବସ୍ଥା ହେବାର ଲକ୍ଷ୍ୟକୁ ହାସଲ କରି ପାରିବ । ଆମ୍ଭମାନଙ୍କର ପ୍ରୟାସ ହେଉଛି ଯେ କୌଶଳ ବିକାଶର ଲାଭ ସମାଜର ପ୍ରତ୍ୟେକ ବର୍ଗକୁ ମିଳୁ । ଏଥିରେ ଆମର ଦଳିତ ଭାଇ- ଭଉଣୀମାନେ ହୁଅନ୍ତୁ, ଆମର ଆଦିବାସୀ ଭାଇ- ଭଉଣୀମାନେ ହୁଅନ୍ତୁ, ଆମର ବଞ୍ଚିତ ବର୍ଗର ଲୋକମାନେ ହୁଅନ୍ତୁ, ଆମର ମାଆ- ଭଉଣୀମାନେ ହୁଅନ୍ତୁ, ସମସ୍ତଙ୍କୁ ଆଗକୁ ବଢ଼ିବାର ସମାନ ସୁଯୋଗ ମିଳିବ । ଏହି କଥାକୁ ଧ୍ୟାନରେ ରଖି ଯୁବକମାନଙ୍କର କୌଶଳ ବିକାଶକୁ ମଧ୍ୟ ପ୍ରାଥମିକତା ଦିଆଯାଉଛି । ପିଏମ କୌଶଳ ବିକାଶ ଯୋଜନା ମାଧ୍ୟମରେ ଦେଶରେ 30 କୌଶଳ ଭାରତ  ଆନ୍ତର୍ଜାତିକ କେନ୍ଦ୍ର ନିର୍ମାଣ କରାଯିବ । ଏଠାରେ ଯୁବକମାନଙ୍କୁ ନ୍ୟୁ ଏଜ୍ ଟେକ୍ନୋଲୋଜି ମାଧ୍ୟମରେ ପ୍ରଶିକ୍ଷଣ ଦିଆଯିବ । ପିଏମ ବିଶ୍ୱକର୍ମା ଯୋଜନା ମାଧ୍ୟମରେ ଛୋଟ- ଛୋଟ କାରିଗରମାନଙ୍କୁ ତାଲିମ ଦିଆଯିବା ସହିତ ସେମାନଙ୍କୁ ଏମଏସଏମଇ ସହିତ ମଧ୍ୟ ଯୋଡ଼ାଯିବ । ଏହି ଯୋଜନା ମାଧ୍ୟମରେ କ୍ଷୁଦ୍ର ବ୍ୟବସାୟ ସହିତ ଜଡ଼ିତ ଲୋକମାନଙ୍କୁ ବିଶ୍ୱ ବଜାର ପର୍ଯ୍ୟନ୍ତ ପହଞ୍ଚି ପାରିବାରେ ସହାୟତା ମିଳି ପାରିବ । ଆମେ ପରିବର୍ତ୍ତିତ ହେଉଥିବା ନିଯୁକ୍ତିର ଆକାର ବା ପ୍ରକୃତି ପାଇଁ ମଧ୍ୟ ନିଜର ଯୁବକମାନଙ୍କୁ କ୍ରମାଗତ ଭାବେ ପ୍ରସ୍ତୁତ କରୁଛୁ । ଏହି କାର୍ଯ୍ୟରେ ଆମର ଆଇଟିଆଇ ବଡ଼ ଭୂମିକା ତୁଲାଉଛି । ଗୁଜରାଟରେ ଆଇଟିଆଇ ଆଉ ତାହାର ଆସନ ଗୁଡ଼ିକ ସଂଖ୍ୟାରେ କ୍ରମାଗତ ଭାବେ ବୃଦ୍ଧି ହେଉଛି । ଆଜି ପାଖାପାଖି 600 ଆଇଟିଆଇ କେବଳ ଗୁଜରାଟରେ, ୨ ଲକ୍ଷ ସିଟରେ ଭିନ୍ନ- ଭିନ୍ନ କୌଶଳର ତାଲିମ ଦିଆ ଯାଉଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଶିଳ୍ପର ଆବଶ୍ୟକତା ଅନୁସାରେ ଅପଡେଟ୍ କରାଯାଇଛି । ମୁଁ ଖୁସି ଯେ ଗୁଜରାଟରେ ଆଇଟିଆଇର ପ୍ଲେସମେଣ୍ଟ ବହୁତ ଭଲ ହୋଇ ପାରିଛି ।

ସାଥୀଗଣ,

ଆମର ଧ୍ୟାନ ମଧ୍ୟ ରୋଜଗାର ସୃଷ୍ଟି ପାଇଁ ପ୍ରତ୍ୟେକ ସୁଯୋଗକୁ ବିକଶିତ କରିବା ଉପରେ ମଧ୍ୟ ରହିଛି, ଦୁର୍ଭାଗ୍ୟବଶତଃ ଯାହା ଉପରେ ସ୍ୱାଧୀନତା ପରେ ଯେତେ ଧ୍ୟାନ ଦେବାର ଉଚିତ ଥିଲା  ତାହା ଦିଆଯାଇ ନାହିଁ। ବଜେଟରେ 50ଟି ନୂତନ ପର୍ଯ୍ୟଟନ କେନ୍ଦ୍ର ବିକାଶିତ କରିବା ପାଇଁ ଘୋଷଣା କରାଯାଇଛି । ଯେପରି ଆମର କେଭାଡିଆ- ଏକତା ନଗର ଏକତା ମଲ୍ ଅଛି, ସେହିପରି ପ୍ରତ୍ୟେକ ରାଜ୍ୟରେ ଏକତା ମଲ୍ ପ୍ରସ୍ତୁତ କରିବାକୁ ଘୋଷଣା କରାଯାଇଛି । ଏଥିରେ ସାରା ଦେଶର ବିଭିନ୍ନ ସ୍ଥାନରୁ ଅନନ୍ୟ ଉତ୍ପାଦକୁ ପ୍ରୋତ୍ସାହିତ କରାଯିବ । ଏହି ପ୍ରୟାସ ସହିତ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ବ୍ୟତୀତ ଏକଲବ୍ୟ ବିଦ୍ୟାଳୟରେ ମଧ୍ୟ ପ୍ରାୟ 40 ହଜାର ଶିକ୍ଷକ ନିଯୁକ୍ତି କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।

ସାଥୀଗଣ,

ଆପଣ ସମସ୍ତଙ୍କୁ,  ଗୁଜରାଟ ସରକାରଙ୍କ ସହ ମିଶି ସେବା କରିବାର ସୁଯୋଗ ମିଳୁଛି । ଏହା ସ୍ୱାଭାବିକ ଯେ ଏହା ଆପଣଙ୍କ ପାଇଁ ଏବଂ ଆପଣଙ୍କ ପରିବାର ପାଇଁ ହେଉଛି ଉତ୍ସବର ମୁହୂର୍ତ୍ତ। କିନ୍ତୁ ସାଥୀଗଣ, ଆପଣ ନିଶ୍ଚିତ ଭାବରେ ଗୋଟିଏ କଥା ମନେ ରଖିବେ ଯେ, ଏହା ହେଉଛି କେବଳ ଏକ ଶୁଭାରମ୍ଭ । ଜୀବନର ଏକ ନୂତନ ଯାତ୍ରାର ଆରମ୍ଭ ହେଉଛି । ଯଦି ଆପଣ ସରକାରୀ ଚାକିରି ପାଇବାକୁ ହିଁ ନିଜର ଲକ୍ଷ୍ୟ ଭାବି ବସିଯିବେ, ତେବେ ଆପଣଙ୍କ ନିଜର ବ୍ୟକ୍ତିଗତ ବିକାଶ ଅଟକି ଯିବ। ଯେଉଁ କଠିନ ପରିଶ୍ରମ ଏବଂ ନିଷ୍ଠା ଆପଣଙ୍କୁ ଏଠାରେ ପହଞ୍ଚାଇଛି, ସେଥିରେ କେବେ ମଧ୍ୟ ବିରାମ ଆସିବାକୁ ଦିଅନ୍ତୁ ନାହିଁ,  ତାହାକୁ ଆହୁରି ଆଗକୁ ମଧ୍ୟ ଜାରି ରଖିବାକୁ ଅଛି । କିଛି ନୂଆ ଶିଖିବାର ଉତ୍ସାହ ଜୀବନ ସାରା ଆପଣଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବ । ଆପଣମାନଙ୍କର ନିଯୁକ୍ତି ଯେଉଁଠାରେ ମଧ୍ୟ ହେଉ, ସେଠାରେ ନିଜର ସାମର୍ଥ୍ୟ ବୃଦ୍ଧି କରିବା ପାଇଁ, ନିଜର କ୍ଷମତା ବଢାଇବାକୁ, ନିଜର ଜ୍ଞାନ ବଢାଇବାକୁ ଆପଣ ଯେତେ ଧ୍ୟାନ ଦେବେ,ଆପଣଙ୍କର ତ’ ଲାଭ ହେବ ହିଁ ହେବ, ଆପଣ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ସେହି କ୍ଷେତ୍ରର ମଧ୍ୟ ଲାଭ ହେବ। ଏହା ଆମର ପ୍ରୟାସ ରହିଛି ଯେ ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କୁ ଉନ୍ନତ ପ୍ରଶିକ୍ଷଣ ମିଳୁ । ଏହି ଦିଗରେ, ଆମେ କର୍ମଯୋଗୀ ଭାରତ ଅନଲାଇନ୍ ପ୍ଲାଟଫର୍ମର ଶୁଭାରମ୍ଭ କରିଛୁ । ଏହି ପୋର୍ଟାଲରେ ଉପଲବ୍ଧ ବିଭିନ୍ନ ଅନଲାଇନ୍ ପାଠ୍ୟକ୍ରମର ସର୍ବାଧିକ ଲାଭ ନିଅନ୍ତୁ ଏବଂ ମୋର ଦୃଢ ବିଶ୍ବାସ ଯେ ନିରନ୍ତର ଅଧ୍ୟୟନ ଏହା ଆପଣଙ୍କ ପ୍ରଗତି ପାଇଁ ବହୁତ ବଡ଼ ଅସ୍ତ୍ର ହୋଇପାରେ ।

ସାଥୀଗଣ,

ପୁଣି ଥରେ ଆପଣ ସମସ୍ତଙ୍କୁ, ଏବଂ ଆପଣଙ୍କ ପରିବାରର ସଦସ୍ୟଙ୍କୁ ଏହି ଶୁଭ ଶୁଭାରମ୍ଭ ପାଇଁ ମୁଁ  ବହୁତ- ବହୁତ ଶୁଭକାମନା  ଜଣାଉଛି । ଆପଣ ସମସ୍ତେ ମୋର ଗୁଜରାଟର ଭାଇ ଓ ଭଉଣୀମାନଙ୍କୁ ମଧ୍ୟ, ହୋଲିର ଅନେକ ଅନେକ ଶୁଭ କାମନା ଜଣାଉଛି । ବହୁତ- ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation

Media Coverage

Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hosts Commonwealth Games 2026 medal winners
August 09, 2026

The Prime Minister, Shri Narendra Modi today hosted India’s outstanding medal winners from the Commonwealth Games 2026 at 7 Lok Kalyan Marg. Shri Modi interacted with the athletes and heard about their experiences from the Games.

The Prime Minister said that the athletes’ achievements are a source of immense pride for the entire country and will inspire many youngsters to take up sports.

Shri Modi posted on X:

Delighted to host our outstanding medal winners from the Commonwealth Games 2026 at 7, Lok Kalyan Marg. Heard about their experiences from the Games.

Each one of them has made our nation proud through their exceptional performances. Their success will motivate many youngsters.