କୃଷି ଓ ଗ୍ରାମୀଣ ରୂପାନ୍ତରଣ ଉପରେ ଚଳିତ ବର୍ଷର ବଜେଟରେ ବିଶେଷ ଗୁରୁତ୍ବ ଦିଆଯାଇଛି: ପ୍ରଧାନମନ୍ତ୍ରୀ
ସରକାର ନିରନ୍ତର କୃଷି କ୍ଷେତ୍ରକୁ ସୁଦୃଢ଼ କରିଛନ୍ତି, କୃଷକମାନଙ୍କ ନିମନ୍ତେ ବିପଦ ହ୍ରାସ କରିବା ପାଇଁ ବିଭିନ୍ନ ପ୍ରୟାସ ସହ ସେମାନଙ୍କୁ ମୌଳିକ ଆର୍ଥିକ ସୁରକ୍ଷା ପ୍ରଦାନ କରିଛନ୍ତି: ପ୍ରଧାନମନ୍ତ୍ରୀ
ଯଦି ଆମେ ମିଳିତ ଭାବରେ ଉଚ୍ଚ-ମୂଲ୍ୟଯୁକ୍ତ କୃଷିର ବିସ୍ତାର କରିବା, ତେବେ ଏହା କୃଷିକୁ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ କ୍ଷେତ୍ରରେ ପରିଣତ କରିବ: ପ୍ରଧାନମନ୍ତ୍ରୀ
ରପ୍ତାନି-ମୁଖୀ ଉତ୍ପାଦନ ବୃଦ୍ଧି ପାଇବା ସହିତ, ପ୍ରକ୍ରିୟାକରଣ ଏବଂ ମୂଲ୍ୟ ସଂଯୋଜନ ମାଧ୍ୟମରେ ଗ୍ରାମାଞ୍ଚଳରେ ନିଯୁକ୍ତି ସୃଷ୍ଟି ହେବ: ପ୍ରଧାନମନ୍ତ୍ରୀ
ମତ୍ସ୍ୟଚାଷ ରପ୍ତାନି ଅଭିବୃଦ୍ଧି ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ହୋଇପାରେ, ଏହା ଗ୍ରାମୀଣ ସମୃଦ୍ଧିର ଏକ ଉଚ୍ଚ-ମୂଲ୍ୟଯୁକ୍ତ ଓ ଉଚ୍ଚ-ପ୍ରଭାବ ବିଶିଷ୍ଟ କ୍ଷେତ୍ର: ପ୍ରଧାନମନ୍ତ୍ରୀ
ସରକାର ଏଗ୍ରିଷ୍ଟାକ୍‌ ମାଧ୍ୟମରେ କୃଷି ପାଇଁ ଏକ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ବିକଶିତ କରୁଛି: ପ୍ରଧାନମନ୍ତ୍ରୀ
ପ୍ରଯୁକ୍ତିବିଦ୍ୟା ସେତେବେଳେ ଫଳାଫଳ ପ୍ରଦାନ କରେ ଯେତେବେଳେ ବ୍ୟବସ୍ଥା ଏହାକୁ ଗ୍ରହଣ କରେ, ପ୍ରତିଷ୍ଠାନଗୁଡ଼ିକ ଏହାକୁ ସମନ୍ୱିତ କରନ୍ତି ଏବଂ ଉଦ୍ୟୋଗୀମାନେ ଏଥିରେ ନବସୃଜନ କରନ୍ତି: ପ୍ରଧାନମନ୍ତ୍ରୀ

ନମସ୍କାର!

ବଜେଟ୍ ୱେବିନାର୍ ସିରିଜ୍ର ତୃତୀୟ  ୱେବିନାର୍ କୁ, ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି।  ଏହା ପୂର୍ବରୁ, ପ୍ରଯୁକ୍ତିବିଦ୍ୟା, ସଂସ୍କାର  ଏବଂ ଆର୍ଥିକ ଅଭିବୃଦ୍ଧି ଭଳି ପ୍ରମୁଖ ବିଷୟ ଉପରେ  ଦୁଇଟି ୱେବିନାର୍ ଅନୁଷ୍ଠିତ ହୋଇଯାଇଛି । ଆଜି, ଆମେ ଗ୍ରାମୀଣ ଅର୍ଥନୀତି ଏବଂ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ଉପରେ ଆଲୋଚନା ହେଉଛି । ଆପଣମାନେ ସମସ୍ତେ ଆପଣଙ୍କର ମୂଲ୍ୟବାନ ପରାମର୍ଶ ସହିତ ବଜେଟ୍ ଗଠନରେ ଅନେକ  ଅବଦାନ ଦେଇଛନ୍ତି, ଏବଂ ଆପଣ ଆପଣଙ୍କର ପରାମର୍ଶଗୁଡ଼ିକୁ ବଜେଟ୍ ରେ ପ୍ରତିଫଳିତ ହୋଇଥିବା ଦେଖିପାରୁଥିବେ, ଯାହା ବହୁତ ସହାୟକ ପ୍ରମାଣିତ ହୋଇଛି। କିନ୍ତୁ ଏବେ ବଜେଟ୍ ଆସିଯାଇଛି, ବର୍ତ୍ତମାନ ବଜେଟ୍ ପରେ ତାହାର  ସଂପୂର୍ଣ୍ଣ ସମ୍ଭାବନାର ଲାଭ ଦେଶକୁ ମିଳୁ,  ଏହି ଦିଗରେ ମଧ୍ୟ  ଏହାକୁ ସାକାର କରିବା ପାଇଁ ଆପଣଙ୍କର ଅଭିଜ୍ଞତା, ପରାମର୍ଶ ଏବଂ ଏକ ସରଳ ପଦ୍ଧତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।  ଆମେ କିପରି ନିଶ୍ଚିତ କରିବା ଯେ ବଜେଟର ପ୍ରତ୍ୟେକ ଟଙ୍କା ଏହାର ଉଦ୍ଦେଶ୍ୟକୁ ହାସଲ କରୁଛି ? କିପରି ଆମେ ଏହାକୁ ଶୀଘ୍ର ସମ୍ଭବ କରି ପାରିବା ? ଏହି ୱେବିନାର୍ ପାଇଁ ଆପଣଙ୍କ ପରାମର୍ଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି ।

ବନ୍ଧୁଗଣ,

ଆପଣମାନେ ସମସ୍ତେ ଜାଣନ୍ତି ଯେ,  କୃଷି, ଚାଷ , ବିଶ୍ୱକର୍ମା,ଏଗୁଡ଼ିକ  ଆମ  ଅର୍ଥନୀତିର ମୁଖ୍ୟ ଆଧାର।  କୃଷି ମଧ୍ୟ ଭାରତର ଦୀର୍ଘକାଳୀନ ବିକାଶ ଯାତ୍ରାର ଏକ ରଣନୈତିକ ସ୍ତମ୍ଭ ମଧ୍ୟ ଅଟେ , ଏବଂ ଏହି ଦୃଷ୍ଟିକୋଣ ସହିତ, ଆମ ସରକାର କୃଷି କ୍ଷେତ୍ରକୁ ନିରନ୍ତର ମଜବୁତ କରିଛନ୍ତି ।  ପ୍ରାୟ ୧୦ କୋଟି  ଚାଷୀଙ୍କୁ  ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି  ମିଳିଛି ।  ଏମ୍ ଏସ୍ ପି ରେ  ଅଣାଯାଇଥିବା ସଂସ୍କାର ଫଳରେ ଏବେ ଚାଷୀମାନେ ଦେଢ଼ ଗୁଣ ପର୍ଯ୍ୟନ୍ତ ଅଧିକ ଲାଭ ପାଇଛନ୍ତି। ସଂସ୍ଥାଗତ ଋଣ କଭରେଜ୍ ୭୫ ପ୍ରତିଶତ ଅତିକ୍ରମ କରିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ଦାବି ସମାଧାନ କରାଯାଇଛି। ଏହିପରି ଅନେକ ପ୍ରୟାସ ଚାଷୀଙ୍କ ବିପଦକୁ ଯଥେଷ୍ଟ ହ୍ରାସ କରିଛି ଏବଂ ସେମାନଙ୍କୁ ମୌଳିକ ଆର୍ଥିକ ସୁରକ୍ଷା ପ୍ରଦାନ କରିଛି। ଏହା କୃଷି କ୍ଷେତ୍ରର ଆତ୍ମବିଶ୍ୱାସକୁ ମଧ୍ୟ ବୃଦ୍ଧି କରିଛି।  ଆଜି, ଖାଦ୍ୟଶସ୍ୟ, ଡାଲି  ଠାରୁ ଆରମ୍ଭ କରି ତୈଳବୀଜ ପର୍ଯ୍ୟନ୍ତ ଦେଶ  ରେକର୍ଡ ପରିମାଣରେ ଉତ୍ପାଦନ କରୁଛି। କିନ୍ତୁ ବର୍ତ୍ତମାନ, ଏକବିଂଶ  ଶତାବ୍ଦୀର ଦ୍ୱିତୀୟ  ତୃତୀୟ ମାସ ଆରମ୍ଭ ହୋଇଯାଇଛି , ୨୫  ବର୍ଷ ବିତିଗଲାଣି ,ରେଣୁ  କୃଷି କ୍ଷେତ୍ରକୁ ନୂତନ ଶକ୍ତି ପ୍ରଦାନ କରିବା ମଧ୍ୟ  ସେତିକି  ଗୁରୁତ୍ୱପୂର୍ଣ୍ଣ। ଚଳିତ  ବର୍ଷ ବଜେଟ୍ ରେ ଏହି ଦିଗରେ ନୂତନ ପ୍ରୟାସ କରାଯାଇଛି ।  ମୋର ବିଶ୍ବାସ ଅଛି ଯେ, ଏହି ୱେବିନାରରେ ଆପଣମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଏବଂ ଏଥିରୁ ଆସିଥିବା ପରାମର୍ଶଗୁଡ଼ିକ ବଜେଟ ବ୍ୟବସ୍ଥାଗୁଡ଼ିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିବ।

ବନ୍ଧୁଗଣ,

ଆଜି ବିଶ୍ୱ ବଜାର ଖୋଲିବା  ସହିତ  ବିଶ୍ୱର ଚାହିଦା ବଦଳିବାରେ  ଲାଗିଛି । ଏହି ୱେବିନାରରେ, ଆମର କୃଷିକୁ କିପରି ରପ୍ତାନି-ମୁଖୀ କରାଯାଇପାରିବ , ସେ ବିଷୟରେ ଯଥାସମ୍ଭବ ଆଲୋଚନା କରିବା ଜରୁରୀ ।  ଆମ ନିକଟରେ  ବିବିଧ ଜଳବାୟୁ  ଅଛି, ଏବଂ ଆମକୁ ଏହାର ସଂପୂର୍ଣ୍ଣ ଲାଭ ଉଠାଇବାକୁ ପଡିବ। ଆମେ କୃଷି-ଜଳବାୟୁ କ୍ଷେତ୍ରଗୁଡ଼ିକରେ ବହୁତ ସମୃଦ୍ଧ। ଚଳିତ ବର୍ଷର ବଜେଟ୍ ଏହି ସମସ୍ତ ଜିନିଷ ପାଇଁ ଅଗଣିତ ନୂତନ ସୁଯୋଗ ପ୍ରଦାନ କରିବାକୁ ହୋଇଥିବା  ବଜେଟ୍ । ଏହା ଉତ୍ପାଦକତା ବୃଦ୍ଧି ପାଇଁ ଦିଗ ସ୍ଥିର କରିବ ଏବଂ ରପ୍ତାନି ଶକ୍ତିକୁ ପ୍ରୋତ୍ସାହିତ କରିବ ।  ବଜେଟରେ, ଆମେ ଉଚ୍ଚ-ମୂଲ୍ୟ କୃଷି ଉପରେ ଧ୍ୟାନ ଦେଇଛୁ।  ଆମେ  ନଡ଼ିଆ, କାଜୁ, କୋକୋ, ଚନ୍ଦନ ଭଳି ଉତ୍ପାଦଗୁଡ଼ିକର ଆଞ୍ଚଳିକ-ନିର୍ଦ୍ଦିଷ୍ଟ ପ୍ରୋତ୍ସାହନ ବିଷୟରେ କଥା ହୋଇଛୁ , ଏବଂ ଆପଣ ଜାଣନ୍ତି, ଆମର ଦକ୍ଷିଣରେ  ଥିବା  ରାଜ୍ୟଗୁଡ଼ିକ, ବିଶେଷକରି କେରଳ ଏବଂ ତାମିଲନାଡ଼ୁ, ପ୍ରଚୁର ନଡ଼ିଆ ଉତ୍ପାଦନ କରିଥାନ୍ତି।  କିନ୍ତୁ ବର୍ତ୍ତମାନ, ସେହି ଫସଲ ଏବଂ ସେହି ସମସ୍ତ ଗଛ ଏତେ ପୁରୁଣା ଯେ ସେମାନଙ୍କର ଆଉ ସେହି କ୍ଷମତା ନାହିଁ ।  କେରଳ ଏବଂ ତାମିଲନାଡ଼ୁର ଚାଷୀମାନଙ୍କୁ ଅତିରିକ୍ତ ଲାଭ ପ୍ରଦାନ କରିବା ପାଇଁ, ଏଥର ନଡ଼ିଆ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି, ଯାହା ଆଗାମୀ ଦିନରେ ଆମର ଚାଷୀମାନଙ୍କୁ ବହୁତ ଲାଭ ଦେବ।

ବନ୍ଧୁଗଣ,

ଉତ୍ତର-ପୂର୍ବକୁ ଦେଖନ୍ତୁ।  ଅଗରଉଡ୍ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି। "ଧୂପକାଠି" ଶବ୍ଦଟି ଅଗରଉଡରୁ ଆସିଛି। ଏବେ, ହିମାଳୟ ରାଜ୍ୟଗୁଡ଼ିକରେ ସମନ୍ୱିତ ବାଦାମ ଫସଲକୁ ପ୍ରୋତ୍ସାହିତ କରିବା ପାଇଁ ବଜେଟରେ ଏକ ପ୍ରସ୍ତାବ ଦିଆଯାଇଛି। ଯେତେବେଳେ ରପ୍ତାନି-ମୁଖୀ ଉତ୍ପାଦନ ବୃଦ୍ଧି ହେବ , ସେତେବେଳେ ଗ୍ରାମାଞ୍ଚଳରେ  ପ୍ରକ୍ରିୟାକରଣ ଏବଂ ମୂଲ୍ୟ ବୃଦ୍ଧି ମାଧ୍ୟମରେ ନିଯୁକ୍ତି ସୃଷ୍ଟି ହେବ। ସମସ୍ତ ଅଂଶୀଦାରମାନଙ୍କୁ ଏହି ଦିଗରେ ସମନ୍ୱିତ ପଦକ୍ଷେପ କିପରି ନିଆଯିବ ସେ ବିଷୟରେ ଏକତ୍ର ମନ୍ଥନ କରିବାକୁ ପଡିବ। ଯଦି ଆମେ ମିଳିତ ଭାବରେ ଉଚ୍ଚ-ମୂଲ୍ୟ କୃଷିକୁ ବୃଦ୍ଧି କରିବା, ତେବେ ଏହା କୃଷିକୁ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ କ୍ଷେତ୍ରରେ ପରିଣତ କରିପାରିବ।  କୃଷି-ବିଶେଷଜ୍ଞ, ଶିଳ୍ପ ଏବଂ ଚାଷୀମାନେ କିପରି ଏକାଠି ହୋଇପାରିବେ, କୃଷକମାନଙ୍କୁ ବିଶ୍ୱ ବଜାର, ଗୁଣବତ୍ତା, ବ୍ରାଣ୍ଡିଂ ଏବଂ ମାନଦଣ୍ଡ ସହିତ ଯୋଡ଼ିବା ପାଇଁ ଲକ୍ଷ୍ୟ କିପରି ସ୍ଥିର କରାଯାଇପାରିବ, ପ୍ରତ୍ୟେକ ଦିଗ, ଏବଂ ଏସବୁକୁ କିପରି ପ୍ରୋତ୍ସାହିତ କରାଯିବ , ସେ ବିଷୟରେ କରାଯାଉଥିବା  ଆଲୋଚନା ଏହି ୱେବିନାରର ଗୁରୁତ୍ୱକୁ ବୃଦ୍ଧି କରିବ।  ମୁଁ ଆପଣଙ୍କ ସହିତ ଆଉ ଗୋଟିଏ କଥା ବାଣ୍ଟିବାକୁ ଚାହୁଁଛି,  ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂପର୍କରେ ଅଧିକ ସଚେତନ।  ସାମଗ୍ରିକ ସ୍ୱାସ୍ଥ୍ୟସେବା  ଏବଂ ସେଥିରେ ଜୈବିକ ଖାଦ୍ୟ ପ୍ରତି  ଆଗ୍ରହ , ଜୈବିକ ଖାଦ୍ୟ, ଏହା ଉପରେ ଅଧିକ ରୁଚି ଥିବ ।  ଭାରତରେ, ଆମକୁ ରାସାୟନିକ-ମୁକ୍ତ କୃଷି ଏବଂ ପ୍ରାକୃତିକ କୃଷି ଉପରେ ଗୁରୁତ୍ୱ ଦେବାକୁ ପଡିବ। ରାସାୟନିକ ମୁକ୍ତ ଉତ୍ପାଦ ସହିତ ପ୍ରାକୃତିକ କୃଷି ଆମ ପାଇଁ ବିଶ୍ୱ ବଜାରରେ ପହଞ୍ଚିବା ପାଇଁ ଏକ ପ୍ରବେଶପଥ ସୃଷ୍ଟି କରିଥାଏ । ସରକାର ଏଥିପାଇଁ ପ୍ରମାଣପତ୍ର ଏବଂ ପରୀକ୍ଷାଗାର ବ୍ୟବସ୍ଥା ବିଷୟରେ ବିଚାର କରୁଛନ୍ତି। କିନ୍ତୁ ଦୟାକରି ଏ ବିଷୟରେ ଆପଣଙ୍କର ମତାମତ ମଧ୍ୟ ଦିଅନ୍ତୁ ।

ବନ୍ଧୁଗଣ,

ରପ୍ତାନି ବୃଦ୍ଧି କରିବାରେ ବହୁତ୍ ବଡ଼ ଏକ  ପ୍ରମୁଖ କାରଣ ମତ୍ସ୍ୟଚାଷ କ୍ଷେତ୍ରରେ ସମ୍ଭାବନା ।  ଭାରତ ମଧ୍ୟ ବିଶ୍ୱର ଦ୍ୱିତୀୟ ବୃହତ୍ତମ  ମାଛ ଉତ୍ପାଦନକାରୀ ଦେଶ । ଆଜି, ଆମର ବିଭିନ୍ନ ଜଳଭଣ୍ଡାର ଏବଂ ପୋଖରୀଗୁଡ଼ିକ ମିଳିତ ଭାବରେ ପ୍ରାୟ ଚାରି ଲକ୍ଷ ଟନ୍ ମାଛ ଉତ୍ପାଦନ ହୋଇଥାଏ ।  ଯେଉଁଥିରେ ଏଥିରେ ୨୦ ଲକ୍ଷ ଟନ୍ ଅତିରିକ୍ତ  ଉପ୍ତାଦନର ସମ୍ଭାବନା ରହିଛି ।   ଏବେ ଆପଣ  ବିଚାର କରନ୍ତୁ,  ୪ଲକ୍ଷ ଟନ୍ ରୁ ଏବେ ଅତିରିକ୍ତ ୨୦ ଟନ୍ ଯୋଡିବା, ତେବେ  ଆମର ଗରିବ ମତ୍ସ୍ୟଜୀବୀ ଭାଇଭଉଣୀମାନଙ୍କ ଜୀବନରେ  କିପରି ପରିବର୍ତ୍ତନ ହେବ।  ଆମ ପାଖରେ ଗ୍ରାମୀଣ ଆୟକୁ ବିବିଧ କରିବାର ସୁଯୋଗ ଅଛି। ମତ୍ସ୍ୟଚାଷ ରପ୍ତାନି ବୃଦ୍ଧି ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ହୋଇପାରିବ,  ଏହାର ବିଶ୍ୱବ୍ୟାପୀ ଚାହିଦା  ଅଛି।  ଯଦି ଏହି ୱେବିନାର  ଜଳଭଣ୍ଡାର ଏବଂ ସେମାନଙ୍କର ସମ୍ଭାବନାକୁ ସଠିକ୍ ଭାବରେ ମ୍ୟାପିଂ କରିବା, କ୍ଲଷ୍ଟର ଯୋଜନା କିପରି କାର୍ଯ୍ୟକାରୀ କରିବା ଏବଂ ମତ୍ସ୍ୟ ବିଭାଗ ଏବଂ ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ କିପରି ଦୃଢ଼ ସମନ୍ୱୟ ବୃଦ୍ଧି ହେବ, ତାହା ଅତି ଉତ୍ତମ ହେବ। ହ୍ୟାଚେରୀ, ଖାଦ୍ୟ, ପ୍ରକ୍ରିୟାକରଣ, ବ୍ରାଣ୍ଡିଂ, ରପ୍ତାନି ଏବଂ ସେଥପାଇଁ ଆବଶ୍ୟକ ଲଜିଷ୍ଟିକ୍ସ, ଆମକୁ ପ୍ରତ୍ୟେକ ସ୍ତରରେ ନୂତନ ବ୍ୟବସାୟର ମଡେଲକୁ ବିକଶିତ କରିବାକୁ ପଡିବ। ଏହି ଗ୍ରାମୀଣ ସମୃଦ୍ଧିକୁ ଏକ ଉଚ୍ଚ-ମୂଲ୍ୟ, ଉଚ୍ଚ-ପ୍ରଭାବ କ୍ଷେତ୍ରରେ ପରିଣତ କରିବାର ଏହା ଆମ ପାଇଁ ଏକ ସୁଯୋଗ।  ଆମକୁ ସମସ୍ତଙ୍କୁ  ଏହି ଦିଗରେ ଏକାଠି ହୋଇ କାମ କରିବାକୁ ପଡିବ।  ଏବଂ ଆଜି ଆପଣମାନେ ଯେଉଁ ଆଲୋଚନା ଏବଂ ପର୍ଯ୍ୟାଲୋଚନା  କରିବେ,  ସେହି କାର୍ଯ୍ୟ ପାଇଁ ତାହା ପଥ ପରିଷ୍କାର କରିବ।

ବନ୍ଧୁଗଣ ,

ପଶୁପାଳନ କ୍ଷେତ୍ର , ଗ୍ରାମୀଣ ଅର୍ଥନୀତିର ଏକ ଉଚ୍ଚ-ବିକାଶ ସ୍ତମ୍ଭ ।  ଭାରତ ଆଜି ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦକ ଏବଂ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ  ଦ୍ୱିତୀୟ ସ୍ଥାନରେ ରହିଛି।  ଆମକୁ ଏହାକୁ ଆଗକୁ ନେବା ପାଇଁ, ପ୍ରଜନନ ଗୁଣବତ୍ତା, ରୋଗ ନିବାରଣ ଏବଂ ବୈଜ୍ଞାନିକ ପରିଚାଳନା ଉପରେ ଧ୍ୟାନ ଦେବାକୁ ପଡିବ।  ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପଶୁପାଳନରେ ସ୍ୱାସ୍ଥ୍ୟ।  ଯେତେବେଳେ ମୁଁ ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ବିଷୟରେ କଥା ହୁଏ, ଉଦ୍ଭିଦ ହେଉ କିମ୍ବା ପ୍ରାଣୀଜଗତ ଏହା ସମସ୍ତଙ୍କ ସ୍ୱାସ୍ଥ୍ୟକୁ ଅନ୍ତର୍ଭୁକ୍ତ କରିଥାଏ ।  ଭାରତ ଏବେ ଟୀକା ଉତ୍ପାଦନରେ ସ୍ୱାବଲମ୍ବୀ।  ପଶୁମାନଙ୍କୁ ପାଦ ଏବଂ ମୁହଁ ରୋଗରୁ ରକ୍ଷା କରିବା ପାଇଁ ୧୨୫ କୋଟିରୁ ଅଧିକ ଡୋଜ୍ ପ୍ରଦାନ କରାଯାଇଛି ।  ଜାତୀୟ ଗୋକୁଳ ମିଶନ ଅଧୀନରେ ପ୍ରଯୁକ୍ତିବିଦ୍ୟାକୁ ବିସ୍ତାର କରାଯାଉଛି।  ଆମ ସରକାର ଏବେ ପଶୁପାଳନ କ୍ଷେତ୍ରରେ ଚାଷୀମାନଙ୍କୁ କିଷାନ କ୍ରେଡିଟ୍ କାର୍ଡର ସୁବିଧା ମଧ୍ୟ  ପ୍ରଦାନ କରୁଛନ୍ତି ।  ଘରୋଇ ନିବେଶକୁ ଉତ୍ସାହିତ କରିବା ପାଇଁ, ପଶୁପାଳନ ଭିତ୍ତିଭୂମି ବିକାଶ ପାଣ୍ଠି ଆରମ୍ଭ କରାଯାଇଛି।  ଆପଣମାନେ ଜାଣନ୍ତି, ଆମେ ଗୋବର୍ଦ୍ଧନ ଯୋଜନା କାର୍ଯ୍ୟକାରୀ କରିଛୁ। ଏଥିରେ ଗ୍ରାମାଞ୍ଚଳରେ ଥିବା  ପଶୁମାନଙ୍କର ମଳତ୍ୟାଗ, ଅଳିଆ ଏବଂ  ବର୍ଜ୍ୟବସ୍ତୁ ଅନ୍ତର୍ଭୁକ୍ତ ।  ଆମେ ଏହାକୁ ଗୋବର୍ଦ୍ଧନ ଯେଜନା ଅଧୀନରେ ଗାଁ’ଗୁଡ଼ିକୁ ସଫା ରଖିବା ପାଇଁ ବ୍ୟବହାର କରିପାରିବା ।  ଦୁଗ୍ଧ ଉପ୍ତାଦନ କ୍ଷେତ୍ରରେ କ୍ଷୀର ଆୟ ସୃଷ୍ଟି କରୁଥିବା ବେଳେ, ଗୋବର ମଧ୍ୟ ଆୟ ସୃଷ୍ଟି କରିପାରିବ।  ଗ୍ୟାସ ଯୋଗାଣକୁ ସମର୍ଥନ କରି ଶକ୍ତି ସୁରକ୍ଷାରେ ମଧ୍ୟ ଗୋବର୍ଦ୍ଧନ ଯେଜନା  ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ ।  ଏହା ଏକ ବହୁମୁଖୀ ପଦକ୍ଷେପ ଏବଂ ଗାଁ’ ପାଇଁ ବହୁତ ଉପଯୋଗୀ।  ମୁଁ ଚାହିଁବି  ଯେ, ସମସ୍ତ ରାଜ୍ୟ ସରକାର ଏହାକୁ ପ୍ରାଥମିକତା ଦିଅନ୍ତୁ ଏବଂ ଏହାକୁ ଆଗକୁ ବଢ଼ାନ୍ତୁ।

 

ବନ୍ଧୁଗଣ,

ଆମେ ଅତୀତର ଅଭିଜ୍ଞତାରୁ ଶିଖିଛୁ ଯେ କେବଳ ଗୋଟିଏ ଫସଲ ଉପରେ ଧ୍ୟାନ ଦେବା ଚାଷୀଙ୍କ ପାଇଁ ବିପଦପୂର୍ଣ୍ଣ। ଏହା ଆୟ ବିକଳ୍ପଗୁଡ଼ିକୁ ମଧ୍ୟ ସୀମିତ କରିଥାଏ । ତେଣୁ, ଆମେ ଫସଲ ବିବିଧତା ଉପରେ ଧ୍ୟାନ ଦେଉଛୁ। ଏହା ବ୍ୟତୀତ, ଜାତୀୟ ଖାଦ୍ୟ ତେଲ ଏବଂ ଡାଲି ମିଶନ, ପ୍ରାକୃତିକ କୃଷି ମିଶନ, ସମସ୍ତ କୃଷି କ୍ଷେତ୍ରକୁ ମଜବୁତ କରୁଛି।

ବନ୍ଧୁଗଣ,

ଆପଣମାନେ ଏହା ମଧ୍ୟ ଜାଣନ୍ତି ଯେ କୃଷି ଏକ ରାଜ୍ୟ ବିଷୟ ,  ରାଜ୍ୟଗୁଡ଼ିକର ମଧ୍ୟ ଏକ ବଡ଼ କୃଷି ବଜେଟ୍ ଅଛି। ଆମକୁ ନିରନ୍ତର ରାଜ୍ୟଗୁଡ଼ିକୁ ସେମାନଙ୍କର ଦାୟିତ୍ୱ ପୂରଣ କରିବା, ସେମାନଙ୍କୁ ସାହାଯ୍ୟ କରିବା ଏବଂ ଆମର ପରାମର୍ଶଗୁଡ଼ିକୁ ସେମାନଙ୍କ ପାଇଁ ଉପଯୋଗୀ କରିବା ପାଇଁ ପ୍ରେରଣା ଦେବାକୁ ପଡିବ। ରାଜ୍ୟ ଦ୍ୱାରା ଗ୍ରାମ ଏବଂ କୃଷକମାନଙ୍କ ପାଇଁ ଆବଣ୍ଟିତ ପ୍ରତ୍ୟେକ ଟଙ୍କାକୁ ସଠିକ୍ ଭାବରେ ବ୍ୟବହାର କରାଯିବା ଉଚିତ। ଆମକୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ବଜେଟ ବ୍ୟବସ୍ଥାକୁ ମଜବୁତ କରିବାକୁ ପଡିବ।  କେବଳ ସେତେବେଳେ ନୂତନ ନୀତିଗୁଡ଼ିକ ଅଧିକରୁ ଅଧିକ ପୂର୍ଣ୍ଣ ଉପଯୋଗ କରାଯାଇପାରିବ।

ବନ୍ଧୁଗଣ,

ଏହା  ପ୍ରଯୁକ୍ତିର ଯୁଗ , ଏବଂ ସରକାର କୃଷିରେ  ପ୍ରଯୁକ୍ତିର  ସଂସ୍କୃତି  ଆଣିବା  ଉପରେ ଜୋର ଦେଉଛନ୍ତି।  ଆଜି, ଇ- ଏନ୍ ଏଏମ୍ ମାଧ୍ୟମରେ ବଜାର ପ୍ରବେଶକୁ ଗଣତାନ୍ତ୍ରିକ କରାଯାଇଛି। ସରକାର  ଏଗ୍ରିଟେକ୍  ମାଧ୍ୟମରେ କୃଷି ପାଇଁ ଏକ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ବିକଶିତ କରୁଛନ୍ତି। ଏହି ପଦକ୍ଷେପରେ ଡିଜିଟାଲ ପରିଚୟ ଏବଂ କିଷାନ ପରିଚୟ ସୃଷ୍ଟି ଅନ୍ତର୍ଭୁକ୍ତ।  ଆଜି ପର୍ଯ୍ୟନ୍ତ ପ୍ରାୟ ୯କୋଟି ଚାଷୀ କିଷାନ ପରିଚୟ ପତ୍ର ପାଇଛନ୍ତି, ଏବଂ ପ୍ରାୟ ୩୦ କୋଟି ଜମି ପାର୍ସଲକୁ ଡିଜିଟାଲ ସର୍ଭେ କରାଯାଇଛି।  ଭାରତ-ବିସ୍ତାର  ଭଳି ଏ ଆଇ ଆଧାରିତ ପ୍ଲାଟଫର୍ମଗୁଡ଼ିକ ଗବେଷଣା ପ୍ରତିଷ୍ଠାନ ଏବଂ କୃଷକଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ପୂରଣ କରୁଛି।

କିନ୍ତୁ ବନ୍ଧୁଗଣ,

ପ୍ରଯୁକ୍ତିବିଦ୍ୟା  ସେତିକିବେଳେ ଫଳାଫଳ ପ୍ରଦାନ କରିଥାଏ , ଯେତେବେଳେ ବ୍ୟବସ୍ଥା ଏହାକୁ ଗ୍ରହଣ କରେ, ସଂସ୍ଥାଗୁଡ଼ିକ ଏହାକୁ ଏକୀକୃତ କରନ୍ତି ଏବଂ ଉଦ୍ୟୋଗୀମାନେ ଏଥିରେ ନୂତନତ୍ୱ ଆଣନ୍ତି। ଏହି ୱେବିନାରରେ, ଆପଣ ଏହି ସମ୍ବନ୍ଧୀୟ ଆପଣଙ୍କର ପରାମର୍ଶଗୁଡ଼ିକୁ ଦୃଢ଼ ଭାବରେ ଉପସ୍ଥାପନ କରିବା ଉଚିତ। ଏହି ୱେବିନାରରୁ ଆସୁଥିବା ପରାମର୍ଶଗୁଡ଼ିକ ଆମେ କିପରି ପ୍ରଯୁକ୍ତିବିଦ୍ୟାକୁ ସଠିକ୍ ଭାବରେ ଏକୀକୃତ କରିବୁ ଏବଂ ସେଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

 

ବନ୍ଧୁଗଣ,

ଆମର ସରକାର ଗ୍ରାମୀଣ ସମୃଦ୍ଧି ନିର୍ମାଣ ପାଇଁ ପ୍ରତିବଦ୍ଧ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱାମୀତ୍ୱ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆର୍ଥିକ ସହାୟତା ଗ୍ରାମୀଣ ଅର୍ଥନୀତିକୁ ନିରନ୍ତର ମଜବୁତ କରିଛି। ଆମକୁ ଲଖପତି ଦିଦି ଅଭିଯାନର ସଫଳତାକୁ ନୂତନ ଶିଖରକୁ ନେଇଯିବାକୁ ପଡିବ। ଏପର୍ଯ୍ୟନ୍ତ, ଆମେ  ୩ କୋଟି  ଗ୍ରାମୀଣ ମହିଳା ଲଖପତି ଦିଦି ସୃଷ୍ଯି କରିବାରେ ସଫଳ ହୋଇଛୁ। ବର୍ତ୍ତମାନ, ୨୦୨୯  ସୁଦ୍ଧା, ଆମେ ତିନିକୋଟିରେ ଆଉ ତିନିକୋଟି ମହିଳା ଅଧିକ ଲଖପତି ଦିଦି ସୃଷ୍ଟି କରିବାର ଲକ୍ଷ୍ୟ ରଖିଛୁ। ଏହି ଲକ୍ଷ୍ୟକୁ କିପରି ଶୀଘ୍ର ହାସଲ କରାଯିବ ସେ ବିଷୟରେ ମଧ୍ୟ ଆପଣଙ୍କ ପରାମର୍ଶ ଗୁରୁତ୍ୱପୂର୍ଣ୍ଣ ହେବ।

ବନ୍ଧୁଗଣ,

ଦେଶରେ ଏକ ବିଶାଳ ସଂରକ୍ଷଣ ଅଭିଯାନ ଚାଲିଛି। ଲକ୍ଷ ଲକ୍ଷ ଗୋଦାମ ନିର୍ମାଣ କରାଯାଉଛି। ସଂରକ୍ଷଣ ବ୍ୟତୀତ, କୃଷି-ଉଦ୍ୟୋଗୀ ପ୍ରକ୍ରିୟାକରଣ, ଯୋଗାଣ ଶୃଙ୍ଖଳ, କୃଷି-ପ୍ରଯୁକ୍ତିବିଦ୍ୟା, କୃଷି-ଫିନଟେକ୍ ଏବଂ ରପ୍ତାନିରେ ନବସୃଜନ ଏବଂ ନିବେଶ ବୃଦ୍ଧି କରିବା ସମୟର ଆବଶ୍ୟକତା।  ମୁଁ ନିଶ୍ଚିତ ଯେ , ଆଜି ଆପଣଙ୍କ ମାନସ ମନ୍ଥନରୁ ବାହାରିଥିବା ଅମୃତ ଗ୍ରାମୀଣ ଅର୍ଥନୀତିରେ ନୂତନ ଶକ୍ତି ପ୍ରବେଶ କରିବ। ଏହି ୱେବିନାର ପାଇଁ ମୁଁ ଆପଣମାନଙ୍କୁ ଶୁଭକାମନା ଜଣାଉଛି, ଏବଂ ମୁଁ ନିଶ୍ଚିତ ଯେ ଏହି ଭିତ୍ତିଭୂମି, ମୂଳଦୁଆ ଧାରଣାଗୁଡ଼ିକ ଏହି ବଜେଟକୁ ସଫଳ କରିବାରେ ଏବଂ ପ୍ରତ୍ୟେକ ଗାଁରେ ପହଞ୍ଚିବାରେ ବହୁତ ଉପଯୋଗୀ ହେବ।  ଆପମାନଙ୍କୁ ବ଼ହୁତ୍ – ବହୁତ୍ ଶୁଭକାମନା।

ବହୁତ ବହୁତ ଧନ୍ୟବାଦ।

ନମସ୍କାର।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Semicon 2.0 to place India among top chip producers: IT Secy

Media Coverage

Semicon 2.0 to place India among top chip producers: IT Secy
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam applauding the courage and perseverance of India's Youth
July 20, 2026

The Prime Minister, Shri Narendra Modi, shared a Sanskrit Subhashitam applauding the courage and perseverance of India's Youth:

"प्राप्यापदं न व्यथते कदाचिदुद्योगमन्विच्छति चाप्रमत्तः।

दुःखं च काले सहते महात्मा धुरन्धरस्तस्य जिताः सपत्नाः॥"

Shri Modi said that our youth is achieving historic success through their courage, self-confidence, and relentless hard work, and this is the greatest strength of a rapidly developing India.

The Prime Minister posted on X:

आज हमारे युवा साथी धैर्य, आत्मविश्वास और अथक परिश्रम से ऐतिहासिक सफलता हासिल कर रहे हैं। यही विकसित हो रहे भारत की सबसे बड़ी ताकत है।

प्राप्यापदं न व्यथते कदाचिदुद्योगमन्विच्छति चाप्रमत्तः।

दुःखं च काले सहते महात्मा धुरन्धरस्तस्य जिताः सपत्नाः॥