୫୯୪୦ କୋଟିରୁ ଅଧିକ ମୂଲ୍ୟରେ ବିକଶିତ ହେବାକୁ ଥିବା ୨୪୭ କିଲୋମିଟର ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି
“ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସୱେ ଦୁନିଆର ସବୁଠାରୁ ଉନ୍ନତ ଏକ୍ସପ୍ରେସୱେ ମଧ୍ୟରୁ ଅନ୍ୟତମ, ଯାହା ଭାରତର ବିକାଶର ଏକ ବଡ଼ ଚିତ୍ର ଉପସ୍ଥାପନ କରୁଛି”
“ଗତ ୯ ବର୍ଷ ଧରି କେନ୍ଦ୍ର ସରକାର ନିରନ୍ତର ଭିତ୍ତିଭୂମି କ୍ଷେତ୍ରରେ ବିପୁଳ ପୁଞ୍ଜି ବିନିଯୋଗ କରୁଛନ୍ତି”
“ଭିତ୍ତିଭୂମି ପାଇଁ ଏହି ବଜେଟରେ ୧୦ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି ଯାହା ୨୦୧୪ ରେ ଆବଣ୍ଟନ ଠାରୁ ୫ ଗୁଣ ଅଧିକ ଅଟେ”
“ଗତ କିଛି ବର୍ଷ ମଧ୍ୟରେ ରାଜସ୍ଥାନ ରାଜପଥ ପାଇଁ ୫୦ ହଜାର କୋଟି ଟଙ୍କା ପାଇଛି”
“ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଏବଂ ପଶ୍ଚିମ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ରାଜସ୍ଥାନ ଏବଂ ଦେଶ ପାଇଁ ପ୍ରଗତିର ଦୁଇଟି ଦୃଢ ସ୍ତମ୍ଭ ହେବାକୁ ଯାଉଛି”
“ସବକା ସାଥ, ସବକା ବିକାଶ ରାଜସ୍ଥାନ ଏବଂ ଦେଶର ବିକାଶ ପାଇଁ ଆମର ମନ୍ତ୍ର । ଏହି ମନ୍ତ୍ର ଅନୁସରଣ କରି ଆମେ ଏକ ଯୋଗ୍ୟ, ଦକ୍ଷ ଏବଂ ସମୃଦ୍ଧ ଭାରତ ତିଆରି କରୁଛୁ”
ସେ ଦର୍ଶାଇଛନ୍ତି ଯେ ଏହା ହେଉଛି ବିଶ୍ୱର ସବୁଠାରୁ ଉନ୍ନତ ଏକ୍ସପ୍ରେସୱେ ଯାହା ଭାରତର ବିକାଶର ଏକ ବଡ଼ ଚିତ୍ର ଉପସ୍ଥାପନ କରେ ।

ରାଜସ୍ଥାନର ରାଜ୍ୟପାଳ ଶ୍ରୀ କଲରାଜ ମିଶ୍ର ମହୋଦୟ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଅଶୋକ ଗେହଲୋଟ ମହାଶୟ, ହରିୟାଣାର ମୁଖ୍ୟମନ୍ତ୍ରୀ ଶ୍ରୀମାନ ମନୋହର ଲାଲ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ନିତୀନ ଗଡକାରୀ ମହାଶୟ, ଗଜେନ୍ଦ୍ର ସିଂହ ଶେଖାୱତ ମହାଶୟ, ବି.କେ ସିଂହ ମହାଶୟ, ଅନ୍ୟ ସମସ୍ତ ମନ୍ତ୍ରୀ ଗଣ, ସାଂସଦ ଗଣ ଅନ୍ୟ ମହାନୁଭବ, ଭଦ୍ରମହିଳା ଓ ଭଦ୍ରବ୍ୟକ୍ତି ଗଣ,

ଆଜି ଦିଲ୍ଲୀ- ମୁମ୍ବଇ ଏକ୍ସପ୍ରେସ- ୱେର ପ୍ରଥମ ପର୍ଯ୍ୟାୟକୁ ରାଷ୍ଟ୍ରକୁ ସମର୍ପିତ କରି ମୋତେ ବହୁତ ଗର୍ବ ଲାଗୁଛି । ଏହା ଦେଶର ସର୍ବ ବୃହତ ଏବଂ ସବୁଠାରୁ ଆଧୁନିକ ଏକ୍ସପ୍ରେସ- ୱେ ମଧ୍ୟରୁ ହେଉଛି ଗୋଟିଏ । ଇଏ ହେଉଛି ବିକଶିତ ହେଉଥିବା ଭାରତର ଆଉ ଏକ ଭବ୍ୟ ପ୍ରତିଛବି । ମୁଁ ଦୌସାବାସୀଙ୍କୁ, ସମସ୍ତ ଦେଶବାସୀଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

ଭାଇ ଓ ଭଉଣୀମାନେ,

ଯେତେବେଳେ ଏଭଳି ଆଧୁନିକ ସଡକ ନିର୍ମାଣ ହୋଇଥାଏ, ଆଧୁନିକ ରେଳ ଷ୍ଟେସନ, ରେଳ ଟ୍ରାକ, ମେଟ୍ରୋ, ବିମାନବନ୍ଦର ନିର୍ମାଣ ହୋଇଥାଏ, ସେତେବେଳେ ଦେଶର ପ୍ରଗତୀକୁ ଗତି ମିଳିଥାଏ । ବିଶ୍ୱରେ ଏଭଳି ଅନେକ ଅଧ୍ୟୟନ ରହିଛି, ଯାହା କହୁଛି ଭିତିଭୂମିରେ ନିବେଶ କରାଯାଇଥିବା ରାଶି, ତୃଣମୂଳ ସ୍ତରରେ ଅନେକ ଗୁଣ ଅଧିକ ପ୍ରଭାବ ଦେଖାଇଥାଏ । ଭିତିଭୂମିରେ ହେଉଥିବା ନିବେଶ, ତାହା ମଧ୍ୟ ଅଧିକ ନିବେଶକୁ ଆକର୍ଷିତ କରିଥାଏ । ବିଗତ 9 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଭିତିଭୂମି ଉପରେ ମଧ୍ୟ ନିରନ୍ତର ବହୁତ ବଡ଼ ନିବେଶ କରୁଛନ୍ତି । ରାଜସ୍ଥାନରେ ମଧ୍ୟ ରାଜପଥ ପାଇଁ ବିଗତ ତିନି ବର୍ଷରେ 50 ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି । ଚଳିତ ବର୍ଷର ବଜେଟରେ ଏହି ଭିତିଭୂମି ପାଇଁ 10 ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହା 2014 ତୁଳନାରେ ହେଉଛି 5 ଗୁଣରୁ ଅଧିକ । ଏହି ନିବେଶ ଦ୍ୱାରା ରାଜସ୍ଥାନକୁ ବହୁତ ବଡ଼ ଲାଭ ହେବାକୁ ଯାଉଛି, ଏଠାକାର ଗାଁ, ଗରିବ ଏବଂ ମଧ୍ୟମବର୍ଗର ପରିବାରକୁ ଲାଭ ହେବାକୁ ଯାଉଛି ।

ସାଥୀଗଣ,

ଯେତେବେଳେ ସରକାର, ରାଜପଥ- ରେଳବାଇ, ବନ୍ଦର- ବିମାନବନ୍ଦର, ତାହା ଉପରେ ନିବେଶ କରିଥାଆନ୍ତି, ଯେତେବେଳେ ସରକାର ଅପ୍ଟିକାଲ ଫାଇବର ବିଛାଇ ଥାଆନ୍ତି, ଡିଜିଟାଲ ଯୋଗାଯୋଗ ବଢ଼ିଥାଏ । ଯେତେବେଳେ ସରକାର ଗରିବଙ୍କ ପାଇଁ କୋଟି- କୋଟି ଘର ନିର୍ମାଣ କରିଥାଆନ୍ତି, ମେଡିକାଲ କଲେଜ ନିର୍ମାଣ କରି ଥାଆନ୍ତି, ସାଧାରଣ ମଣିଷ ଠାରୁ ନେଇ ବ୍ୟବସାୟ- କାରବାର କରୁଥିବା ଲୋକଙ୍କ ପର୍ଯ୍ୟନ୍ତ, ଛୋଟ ଦୋକାନ କରିଥିବା ଲୋକଙ୍କ ଠାରୁ ନେଇ ବଡ଼ ଉଦ୍ୟୋଗ ପର୍ଯ୍ୟନ୍ତ ସମସ୍ତଙ୍କୁ ଶକ୍ତି ମିଳିଥାଏ । ସିମେଂଟ, ଛଡ଼, ବାଲି, ବଜୁରି ଏଭଳି ପ୍ରତ୍ୟେକ ସାମଗ୍ରୀର ବ୍ୟବସାୟ ଠାରୁ ନେଇ ପରିବହନ ପର୍ଯ୍ୟନ୍ତ, ପ୍ରତ୍ୟେକ ବର୍ଗ ଏହା ଦ୍ୱାରା ଲାଭାନ୍ୱିତ ହୋଇ ଥାଆନ୍ତି । ଏହି ଉଦ୍ୟୋଗରେ ଅନେକ ନୂତନ ରୋଜଗାର ସୃଷ୍ଟି ହୋଇଥାଏ । ଯେତେବେଳେ ଦୋକାନର କାରବାର ଟିକେ ଅଧିକ ମାତ୍ରାରେ ହୋଇଥାଏ, ସେତେବେଳେ ସେଥିରେ କାମ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢ଼ି ଯାଇଥାଏ । ଅର୍ଥାତ ଯେତେ ଅଧିକ ଭିତିଭୂମିରେ ନିବେଶ ହୋଇଥାଏ, ସେତିକି ହିଁ ଅଧିକ ରୋଜଗାର ସୃଷ୍ଟି ହୋଇଥାଏ । ଦିଲ୍ଲୀ- ମୁମ୍ବଇ ଏକ୍ସପ୍ରେସ ୱେର ନିର୍ମାଣ ସମୟରେ ମଧ୍ୟ ଏଭଳି ଅନେକ ଲୋକଙ୍କୁ ସୁଯୋଗ ମିଳିଛି ।

ସାଥୀଗଣ,

ଆଧୁନିକ ଭିତିଭୂମି ନିର୍ମାଣର ଆଉ ଏକ ପକ୍ଷ ମଧ୍ୟ ରହିଛି । ଯେତେବେଳେ ଏହି ଭିତିଭୂମି ନିର୍ମାଣ ହୋଇ ପ୍ରସ୍ତୁତ ହୋଇ ଯାଇଥାଏ, ସେତେବେଳେ କୃଷକ ହୁଅନ୍ତୁ, କଲେଜ- କାର୍ଯ୍ୟାଳୟ ଯାତାୟାତ କରୁଥିବା ଲୋକ ହୁଅନ୍ତୁ, ଟ୍ରକ- ଟେମ୍ପୋ ଚଳାଉଥିବା ଲୋକ ହୁଅନ୍ତୁ, ବ୍ୟବସାୟୀ ହୁଅନ୍ତୁ, ସମସ୍ତଙ୍କ ପାଇଁ ଅନେକ ପ୍ରକାରର ସୁବିଧା ବୃଦ୍ଧି ପାଇଥାଏ । ସେମାନଙ୍କର ଆର୍ଥିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇଥାଏ । ଏବେ ଯେପରି ଦିଲ୍ଲୀ-ଦୌସା-ଲାଲସୋଟ ମଧ୍ୟରେ, ଏହି ଏକ୍ସପ୍ରେସ- ୱେ ନିର୍ମାଣ ହୋଇ ଯାଇଛି । ଏବେ ଜୟପୁରରୁ ଦିଲ୍ଲୀର ଯାତ୍ରାରେ ପୂର୍ବରୁ ଯେଉଁ 5-6 ଘଂଟା ଲାଗୁଥିଲା, ଏବେ ଏହା ଅଧା ସମୟ ହୋଇଯିବ । ଆପଣ ଚିନ୍ତା କରନ୍ତୁ, ଏହାଦ୍ୱାରା କେତେ ସମୟ ସଂଚୟ ହେବ । ଏହି ସମ୍ପୁର୍ଣ୍ଣ ଅଂଚଳର ଯେଉଁ ସାଥୀମାନେ ଦିଲ୍ଲୀରେ ଚାକିରି କରୁଛନ୍ତି, କାରବାର କରୁଛନ୍ତି, ଅନ୍ୟ କାର୍ଯ୍ୟ ପାଇଁ ଯାତାୟାତ କରୁଛନ୍ତି, ସେମାନେ ଏବେ ସହଜରେ ନିଜ ଘରେ ସନ୍ଧ୍ୟାରେ ପହଂଚି ପାରିବେ । ଟ୍ରକ- ଟେମ୍ପୋ ଚଲାଉଥିବା ଯେଉଁ ସାଥୀମାନେ ଜିନିଷ ପତ୍ର ନେଇ ଦିଲ୍ଲୀ ଯାତାୟାତ କରୁଛନ୍ତି, ସେମାନଙ୍କୁ ନିଜର ସାରା ଦିନ ଆଉ ସଡ଼କ ପଥରେ ବିତାଇବାକୁ ପଡ଼ିବ ନାହିଁ । ଯେଉଁ କ୍ଷୁଦ୍ର ଚାଷୀ ଅଛନ୍ତି, ଯେଉଁ ପଶୁପାଳକ ଅଛନ୍ତି, ସେମାନେ ଏବେ ସହଜରେ, କମ୍ ଖର୍ଚ୍ଚରେ ନିଜର ପନିପରିବା, ଦୁଗ୍ଧ ଦିଲ୍ଲୀ ପହଂଚାଇ ପାରିବେ । ଏବେ ବିଳମ୍ବ କାରଣରୁ ସେମାନଙ୍କର ଜିନିଷ ରାସ୍ତାରେ ନଷ୍ଟ ହେବାର ବିପଦ କମ୍ ହୋଇ ଯାଇଛି।

ଭାଇ ଓ ଭଉଣୀମାନେ,

ଏହି ଏକ୍ସପ୍ରେସ ୱେର ଆଖପାଖରେ ଗ୍ରାମୀଣ ହାଟ ନିର୍ମାଣ କରାଯାଉଛି । ଏହାଦ୍ୱାରା ଯେଉଁ ସ୍ଥାନୀୟ କୃଷକ ଅଛନ୍ତି, ବୁଣାକାର ଅଛନ୍ତି, ହସ୍ତଶିଳ୍ପୀ ଅଛନ୍ତି, ସେମାନେ ନିଜ ଉତ୍ପାଦକୁ ସହଜରେ ବିକ୍ରି କରି ପାରିବେ । ଦିଲ୍ଲୀ- ମୁମ୍ବଇ ଏକ୍ସପ୍ରେସ ୱେ ଦ୍ୱାରା ରାଜସ୍ଥାନ ସହିତ, ହରିୟାଣା, ମଧ୍ୟ ପ୍ରଦେଶ, ଗୁଜରାଟ ଏବଂ ମହାରାଷ୍ଟ୍ରର ଅନେକ ଜିଲ୍ଲାକୁ ବହୁତ ଲାଭ ମିଳିବ । ହରିୟାଣାର ମେୱାତ ଏବଂ ରାଜସ୍ଥାନର ଦୌସା ହେଉଛି ଏଭଳି ଜିଲ୍ଲା ଯାହାର ରୋଜଗାରର ନୂତନ ସାଧନ ପ୍ରସ୍ତୁତ ହେବାକୁ ଯାଉଛି । ଏହି ଆଧୁନିକ ଯୋଗାଯୋଗର ଲାଭ ସରିସ୍କା ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର, କେୱଲାଦେବ ଏବଂ ରଣଥମ୍ବୋର ଜାତୀୟ ଉଦ୍ୟାନ, ଜୟପୁର, ଆଜମେର ଭଳି ଅନେକ ପର୍ଯ୍ୟଟକ ସ୍ଥଳକୁ ମଧ୍ୟ ଯୋଡ଼ିବ । ଦେଶ ଏବଂ ବିଦେଶର ପର୍ଯ୍ୟଟକଙ୍କ ପାଇଁ ରାଜସ୍ଥାନ ପ୍ରଥମରୁ ହିଁ ଆକର୍ଷଣର କେନ୍ଦ୍ର ରହିଛି, ଏବେ ଏହାର ଆକର୍ଷଣ ଆହୁରି ବୃଦ୍ଧି ପାଇବ ।

ସାଥୀଗଣ,

ଏହା ବ୍ୟତୀତ ଆଜି ଆଉ ତିନୋଟି ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ଏଥି ମଧ୍ୟରୁ ଏକ ପ୍ରକଳ୍ପ ଜୟପୁରକୁ ଏହି ଏକ୍ସପ୍ରେସ ୱେ ସହିତ ସିଧାସଳଖ ସଂଯୋଗ କରିବ । ଏହାଦ୍ୱାରା ଜୟପୁରରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାତ୍ରା କେବଳ ଅଢ଼େଇରୁ ତିନି ଘଂଟା ମଧ୍ୟରେ ରହିବ । ଅନ୍ୟ ପ୍ରକଳ୍ପ ଏହି ଏକ୍ସପ୍ରେସ- ୱେକୁ ଅଲୱର ପାଖରେ ଅମ୍ବାଲା-କୋଠପୁତଲୀ କରିଡର ସହିତ ଯୋଡ଼ିବ । ଏହାଦ୍ୱାରା ହରିୟାଣା, ପଞ୍ଜାବ, ହିମାଚଳ ପ୍ରଦେଶ ଏବଂ ଜମ୍ମୁ- କଶ୍ମୀରରୁ ଆସୁଥିବା ଗାଡ଼ିଗୁଡ଼ିକ ପଞ୍ଜାବ, ଗୁଜରାଟ, ମଧ୍ୟ ପ୍ରଦେଶ ଏବଂ ମହାରାଷ୍ଟ୍ର ଆଡ଼କୁ ସହଜରେ ଯାଇ ପାରିବ । ଆଉ ଏକ ପ୍ରକଳ୍ପ ହେଉଛି ଲାଲସୋଟ- କରୋଲୀ ସଡ଼କର ବିକାଶ ପାଇଁ । ଏହି ସଡ଼କ ମଧ୍ୟ ଏହି ଅଂଚଳକୁ ନା କେବଳ ଏକ୍ସପ୍ରେସୱେ ସହିତ ଯୋଡ଼ିବ ବରଂ ଏହି କ୍ଷେତ୍ରର ଲୋକଙ୍କ ଜୀବନକୁ ସହଜ କରିବ।

ସାଥୀଗଣ,

ଦିଲ୍ଲୀ-ମୁମ୍ବଇ ଏକ୍ସପ୍ରେସ- ୱେ ଏବଂ ପଶ୍ଚିମ ଉତ୍ସର୍ଗୀକୃତ ଫ୍ରେଟ୍ କରିଡର, ଏହା ରାଜସ୍ଥାନର, ଦେଶର ପ୍ରଗତିର ଦୁଇ ସୁଦୃଢ ସ୍ତମ୍ଭ ହେବାକୁ ଯାଉଛି । ଏହି ପ୍ରକଳ୍ପଗୁଡ଼ିକ, ଆଗାମୀ ସମୟରେ ରାଜସ୍ଥାନ ସହିତ ସମଗ୍ର ଅଂଚଳର ଛବି ବଦଳାଇବାକୁ ଯାଉଛି । ଏହି ଦୁଇ ପ୍ରକଳ୍ପ ଦ୍ୱାରା ଦିଲ୍ଲୀ- ମୁମ୍ବଇ ଉଦ୍ୟୋଗ କରିଡରକୁ ଶକ୍ତି ମିଳିବ । ଏହି ସଡ଼କ ଏବଂ ଫ୍ରେଟ୍ କରିଡର ହରିୟାଣା ଏବଂ ରାଜସ୍ଥାନ ସହିତ ପଶ୍ଚିମ ଭାରତର ଅନେକ ରାଜ୍ୟକୁ ବନ୍ଦର ସହିତ ଯୋଡ଼ିବ । ଏହାଦ୍ୱାରା ଲଜିଷ୍ଟିକ ସହିତ ଜଡ଼ିତ, ପରିବହନ ସହିତ ଜଡ଼ିତ, ଭଣ୍ଡାରଣ ସହିତ ଜଡ଼ିତ ଅନେକ ପ୍ରକାରର ଉଦ୍ୟୋଗଗୁଡ଼ିକ ପାଇଁ ନୂଆ- ନୂଆ ସମ୍ଭାବନାଗୁଡ଼ିକ ଏବେଠାରୁ ହିଁ ସୃଷ୍ଟି ହେବା ଆରମ୍ଭ ହୋଇଯିବ ।

ସାଥୀଗଣ,

ମୁଁ ଖୁସି ଯେ ଏହି ଏକ୍ସପ୍ରେସ-ୱେକୁ ଆଜି ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଦ୍ୱାରା ମଧ୍ୟ ଶକ୍ତି ମିଳିଛି । ଗତିଶକ୍ତି ମାଷ୍ଟର ପ୍ଲାନ ମାଧ୍ୟମରେ ଏହି ଏକ୍ସପ୍ରେସ ୱେରେ 5G ନେଟୱର୍କ ପାଇଁ ଜରୁରୀ ଅପ୍ଟିକାଲ ଫାଇବର ବିଛାଇବା ପାଇଁ କରିଡର ରଖାଯାଇଛି । ବିଜୁଳି ତାର ଏବଂ ଗ୍ୟାସ ପାଇପ୍ ଲାଇନ୍ ପାଇଁ ମଧ୍ୟ ସ୍ଥାନ ଛାଡ଼ି ଦିଆଯାଇଛି । ଯେଉଁ ଅତିରିକ୍ତ ଜମି ଅଛି, ତାହାର ଉପଯୋଗ ସୌର ଉର୍ଜ୍ଜାର ଉତ୍ପାଦନ ଏବଂ ବୃହତ ଗୋଦାମ ଗୃହ ନିର୍ମାଣ ପାଇଁ କରାଯିବ । ଏ ସମସ୍ତ ପ୍ରୟାସ, ଭବିଷ୍ୟତରେ କୋଟି- କୋଟି ଟଙ୍କା ବଂଚାଇବ, ଦେଶର ସମୟ ବଂଚାଇବ।

ସାଥୀଗଣ,

ସମସ୍ତଙ୍କର ସହିତ, ସମସ୍ତଙ୍କର ବିକାଶ (ସବକା ସାଥ, ସବକା ବିକାଶ) ରାଜସ୍ଥାନ ଏବଂ ଦେଶର ବିକାଶ ପାଇଁ ହେଉଛି ଆମର ମନ୍ତ୍ର । ଏହି ମନ୍ତ୍ରକୁ ନେଇ ଚାଲି ଆମେ ଏକ ସକ୍ଷମ, ସମର୍ଥ ଏବଂ ସମୃଦ୍ଧ ଭାରତ ନିର୍ମାଣ କରୁଛୁ । ଏବେ ମୁଁ ଏଠାରେ ବହୁତ ଅଧିକ ସମୟ ନେଉ ନାହିଁ କିନ୍ତୁ ଆଉ 15 ମିନିଟ ପରେ ମୋତେ ଏହି ନିକଟରେ ହିଁ ଏକ ସାର୍ବଜନିକ କାର୍ଯ୍ୟକ୍ରମରେ କହିବାର ଅଛି, ବହୁତ ବିପୁଳ ସଂଖ୍ୟାରେ ରାଜସ୍ଥାନର ଲୋକ ସେଠାରେ ମୋର ପ୍ରତୀକ୍ଷା କରି ରହିଛନ୍ତି । ଏଥିପାଇଁ ମୁଁ ବାକି ସମସ୍ତ ବିଷୟ ସେଠାରେ ଜନତା ଜନାର୍ଦ୍ଦନଙ୍କ ସମ୍ନାରେ ରଖିବି । ପୁଣିଥରେ ଆପଣ ସମସ୍ତଙ୍କୁ ଏକ୍ସପ୍ରେସୱେ ପାଇଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

ବହୁତ- ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Agricultural Transformation: How India’s Agri sector transformed over the last decade

Media Coverage

India’s Agricultural Transformation: How India’s Agri sector transformed over the last decade
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 8, 2026
June 08, 2026

India Rising on Every Front: PM Modi Fuels GDP Surge, Submarine Prowess, Aviation Boom & Social Transformation