Agricultural institutions will provide new opportunities to students, help connect farming with research and advanced technology, says PM
PM calls for ‘Meri Jhansi-Mera Bundelkhand’ to make Atmanirbhar Abhiyan a success
500 Water related Projects worth over Rs 10,000 crores approved for Bundelkhand region; work on Projects worth Rs 3000 crores already commenced

ଆମ ଦେଶର କୃଷି ମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ସିଂହ ତୋମାର ମହାଶୟ, କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ଅନ୍ୟ ସାଥୀ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାଶୟ, ଅନ୍ୟ ଅତିଥିଗଣ, ସମସ୍ତ ବିଦ୍ୟାର୍ଥୀ ବନ୍ଧୁ ଏବଂ ଦେଶର ପ୍ରତ୍ୟେକ କୋଣ ଅନୁକୋଣରୁ ଏହି ଭର୍ଚୁଆଲ ସମାରୋହରେ ସାମିଲ ହୋଇଥିବା  ମୋର ସମସ୍ତ ପ୍ରିୟ ଭାଇ ଓ ଭଉଣୀମାନେ।

ରାଣୀ ଲକ୍ଷ୍ମୀବାଇ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର ଏକ ନୂତନ ଶୈକ୍ଷଣିକ ଏବଂ ପ୍ରଶାସନିକ ଭବନ ପାଇଁ ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି, ବହୁତ ବହୁତ ଶୁଭକାମନା ଜଣାଉଛି । ଏଠାରୁ ଅଧ୍ୟୟନ କରି, ବହୁତ କିଛି ଶିକ୍ଷାଲାଭ କରି ବାହାରୁଥିବା ଯୁବ ସାଥୀମାନେ ଦେଶର କୃଷି କ୍ଷେତ୍ରକୁ ସଶକ୍ତ କରିବା ପାଇଁ କାର୍ଯ୍ୟ କରିବେ।

ଛାତ୍ର–ଛାତ୍ରୀମାନଙ୍କର ପ୍ରସ୍ତୁତି, ସେମାନଙ୍କର ଉତ୍ସାହ ଏବଂ ଏବେ ଯେଉଁ  ଆଲୋଚନା ହେଉଛି, ଏବଂ ମୁଁ ଆପଣମାନଙ୍କ ସହିତ କଥାବାର୍ତ୍ତା କରିବାର ଯେଉଁ ସୁଯୋଗ ପାଇଲି, ମୋର ଉତ୍ସାହ, ଉଦ୍ଦିପନା, ବିଶ୍ୱାସର ଅନୁଭବ କରୁଥିଲି, ତାହା ଦେଖିବାକୁ ମିଳିଲା । ମୋର ବିଶ୍ୱାସ ଯେ ଏହି ନୂତନ ଭବନର ନିର୍ମାଣ ଦ୍ଵାରା ଅନେକ ନୂତନ ସୁବିଧା ମିଳିବ। ଏହି ସୁବିଧା ଦ୍ଵାରା ବିଦ୍ୟାର୍ଥୀମାନଙ୍କୁ ଅଧିକ କାର୍ଯ୍ୟ କରିବାକୁ ପ୍ରେରଣା ମିଳିବ ଏବଂ ଅଧିକ ପ୍ରୋତ୍ସାହନ ମିଳିବ।

ସାଥୀଗଣ, କେବେ ରାଣୀ ଲକ୍ଷ୍ମୀବାଇ ବୁନ୍ଦେଲଖଣ୍ଡର ଧରଣୀରେ ଗର୍ଜନ କରି କହିଥିଲେ, "ମୁଁ ମୋର ଝାନସୀ ଦେବି ନାହିଁ।" ଆମ ସମସ୍ତଙ୍କୁ ସେହି ବାକ୍ୟ ବାରମ୍ବାର ମନେ ପଡୁଛି, "ମୁଁ ମୋର ଝାନସୀ ଦେବି ନାହିଁ"। ଆଜି ଏକ ନୂତନ ଗର୍ଜନର ଆବଶ୍ୟକ ରହିଛି ଏବଂ ଏହି ଝାନସୀରୁ ଏହି ବୁନ୍ଦେଲଖଣ୍ଡର ଧରଣୀରୁ ଆବଶ୍ୟକ ଅଛି। ମୋ ଝାନସୀ, ମୋ ବୁନ୍ଦେଲଖଣ୍ଡ ଆତ୍ମନିର୍ଭର ଭାରତ ଅଭିଯାନକୁ ସଫଳ କରିବା ପାଇଁ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇବେ, ଏକ ନୂତନ ଅଧ୍ୟାୟ ଲେଖିବ।

ଏଥିରେ ବହୁତ ବଡ଼ ଭୂମିକା କୃଷିର ରହିଛି, କୃଷି ଭଳି କ୍ଷେତ୍ରର ରହିଛି। ଯେତେବେଳେ ଆମେ କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ବିଷୟରେ କହିବା, ଏହା କେବଳ ଖାଦ୍ୟ ଶସ୍ୟରେ ସୀମିତ ନୁହେଁ ବରଂ ଏହା ହେଉଛି ଗାଁର ସଂମ୍ପୂର୍ଣ୍ଣ ଅର୍ଥବ୍ୟବସ୍ଥାର ଆତ୍ମନିର୍ଭର ବିଷୟର କଥା। ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ କୃଷି ଦ୍ୱାରା ଉତ୍ପାଦିତ ହେଉଥିବା ଉତ୍ପାଦ ଗୁଡ଼ିକର ମୂଲ୍ୟଯୁକ୍ତ କରି ଏହାକୁ ଦେଶ ଏବଂ ବିଶ୍ୱ ବଜାରରେ ପହଞ୍ଚାଇବା ହେଉଛି ଏକ ମିଶନ। କୃଷି କ୍ଷେତ୍ରରେ ଆତ୍ମନିର୍ଭରର ଲକ୍ଷ୍ୟ ହେଉଛି କୃଷକମାନଙ୍କୁ ଏକ ଉତ୍ପାଦକ ସହିତ ଉଦ୍ୟୋଗୀ କରିବାର ଅଛି । ଯେତେବେଳେ କୃଷକ ଏବଂ କୃଷି ଉଦ୍ୟୋଗୀ ଆଗକୁ ବଢିବେ ତେବେ ବ୍ୟାପକ ସ୍ତରରେ ଗାଁରେ ଏବଂ ଗାଁର ଆଖ ପାଖରେ ହିଁ  ରୋଜଗାର ଏବଂ ସ୍ଵ–ରୋଜଗାର ସୃଷ୍ଟି ହେବ ।

ସାଥୀଗଣ, ବର୍ତ୍ତମାନ ସମୟରେ ଏବଂ ଯେତେବେଳେ ଆମେ ଏହି ସଂକଳ୍ପ ସହିତ, ନିକଟରେ କୃଷି ସହ ଜଡିତ ଐତିହାସିକ ସଂସ୍କାର, ଏହି ସରକାର କ୍ରମାଗତ ଭାବରେ କରିଚାଲିଛି, ଅନେକ ସଂସ୍କାର ଆଣୁଛନ୍ତି । ଭାରତରେ କୃଷକମାନଙ୍କୁ କଟକଣା ମଧ୍ୟରେ ବାନ୍ଧି ରଖିବାର ଆଇନ ବ୍ୟବସ୍ଥା, ମଣ୍ଡି ଆଇନ ଭଳି ଅନ୍ୟାନ୍ୟ ଆବଶ୍ୟକ ବସ୍ତୁ ଆଇନ, ଏହି ସବୁଥିରେ ଏକ ବଡ ସଂସ୍କାର ଅଣାଯାଇଛି । ଏହାଦ୍ଵାରା କୃଷକମାନେ ବର୍ତ୍ତମାନ ସେମାନଙ୍କର ଉତ୍ପାଦ ଅନ୍ୟ ଉଦ୍ୟୋଗ ଗୁଡିକ ଭଳି ସାରା ଦେଶର ମଣ୍ଡି ଅବା ବାହାରେ ଯେଉଁଠାରେ ସେମାନଙ୍କୁ ଅଧିକ ଦର ମିଳୁଛି, ସେଠାରେ ନିଜ ଉତ୍ପାଦ ବିକ୍ରି କରି ପାରିବେ ।

କେବଳ ଏତିକି ନୁହେଁ, ଗାଁ ପାଖରେ ଉଦ୍ୟୋଗର କ୍ଲଷ୍ଟର ସୃଷ୍ଟି କରିବା ପାଇଁ ଏକ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଉଦ୍ୟୋଗ ଗୁଡିକୁ ଉନ୍ନତ ଭିତ୍ତିଭୂମି ସୁବିଧା ମିଳୁ, ଏଥିପାଇଁ ଏକ ଲକ୍ଷ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପାଣ୍ଠି ପ୍ରତିଷ୍ଠା କରାଯାଇଛି । ଏହି ପାଣ୍ଠି ମାଧ୍ୟମରେ, ଆମର କୃଷି ଉତ୍ପାଦକ ସଂଘ, ଆମର କୃଷକ ଉତ୍ପାଦକ ସଂଘଗୁଡିକ ବର୍ତ୍ତମାନ ଭଣ୍ଡାରଣ ସହିତ ଜଡିତ ଆଧୁନିକ ଭିତ୍ତିଭୂମି ପ୍ରସ୍ତୁତ କରିପାରିବେ ଏବଂ ପ୍ରକ୍ରିୟାକରଣ ସହିତ ଉଦ୍ୟୋଗ ମଧ୍ୟ ପ୍ରତିଷ୍ଠା କରି ପାରିବେ । ଏହାଦ୍ଵାରା କୃଷି ବିଷୟରେ ଅଧ୍ୟୟନ କରୁଥିବା ଯୁବକ ଏବଂ ସେମାନଙ୍କର ସମସ୍ତ ସାଥୀମନଙ୍କୁ, ଏହି ସମସ୍ତଙ୍କୁ ନୂତନ ସୁଯୋଗ ମିଳିବ, ନୂତନ ଷ୍ଟାର୍ଟଅପ୍ ପାଇଁ ପଥ ଉନ୍ମୁକ୍ତ ହେବ ।

ସାଥୀଗଣ, ଆଜି ବିହନଠାରୁ ବଜାର ପର୍ଯ୍ୟନ୍ତ କୃଷିକୁ ବୈଷୟିକ ଜ୍ଞାନ ସହିତ ଯୋଡିବାର, ଆଧୁନିକ ଗବେଷଣାର ଲାଭ ସହିତ ଯୋଡିବା ପାଇଁ ନିରନ୍ତର କାର୍ଯ୍ୟ କରାଯାଉଛି । ଏଥିରେ ଗବେଷଣା ପ୍ରତିଷ୍ଠାନ ଏବଂ କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକର ମଧ୍ୟ ବହୁତ ବଡ଼ ଭୂମିକା ରହିଛି । ଛଅ ବର୍ଷ ପୂର୍ବର କଥା କହିବା, ଯେତେବେଳେ ଦେଶରେ କେବଳ ଗୋଟିଏ ମାତ୍ର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଥିଲା, ଆଜି ଦେଶରେ ତିନି–ତିନୋଟି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ କାର୍ଯ୍ୟ କରୁଛି । ଏହାବ୍ୟତୀତ ଆଉ ତିନୋଟି ରାଷ୍ଟ୍ରୀୟ ଅନୁଷ୍ଠାନ ଆଇଏଆରଆଇ–ଝାଡଖଣ୍ଡ, ଆଇଏଆରଆଇ–ଆସାମ ଏବଂ  ବିହାରର ମୋତିହାରୀରେ ମହାତ୍ମା ଗାନ୍ଧୀ ସମନ୍ୱିତ କୃଷି ପ୍ରତିଷ୍ଠାନ, ଏହାର ପ୍ରତିଷ୍ଠା କରାଯାଉଛି । ଏହି ଗବେଷଣା ପ୍ରତିଷ୍ଠାନଗୁଡ଼ିକ କେବଳ ଛାତ୍ରଛାତ୍ରୀ ମାନଙ୍କୁ ନୂତନ ସୁଯୋଗ ଦେବ ନାହିଁ, ସ୍ଥାନୀୟ କୃଷକମାନଙ୍କ ପାଖରେ ଟେକ୍ନୋଲୋଜି ବା ବୈଷୟିକ ଜ୍ଞାନର ଲାଭ ପହଞ୍ଚାଇବାରେ, ସେମାନଙ୍କର ଦକ୍ଷତା ବୃଦ୍ଧିରେ ମଧ୍ୟ ସାହାଯ୍ୟ କରିବ।

ବର୍ତ୍ତମାନ ଦେଶରେ ସୌର ପମ୍ପ, ସୌର (ଟ୍ରି) ଗଛ, ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ ମଞ୍ଜି, ଅଣୁ ଜଳସେଚନ, ବୁନ୍ଦା ଜଳସେଚନ, ଏକ ସମୟରେ ଅନେକ କ୍ଷେତ୍ରରେ କାର୍ଯ୍ୟ କରାଯାଉଛି । ଏହି ପ୍ରୟାସକୁ ଅଧିକରୁ ଅଧିକ କୃଷକମାନଙ୍କ ପାଖରେ ପହଞ୍ଚାଇବା ପାଇଁ, ବିଶେଷକରି ବୁନ୍ଦେଲଖଣ୍ଡର କୃଷକମାନଙ୍କୁ ଏହା ସହିତ ଯୋଡିବାରେ ଆପଣଙ୍କ ସମସ୍ତଙ୍କର ବହୁତ ବଡ ଭୂମିକା ରହିଛି । ଆଧୁନିକ ଜ୍ଞାନକୌଶଳର ଉପଯୋଗ କୃଷି ଏବଂ ଏହା ସହିତ ଜଡିତ ଆହ୍ଵାନର ମୁକାବିଲା ପାଇଁ କିପରି କାର୍ଯ୍ୟରେ ଆସୁଛି – ନିକଟରେ ଏହାର ଅନ୍ୟ ଏକ ଉଦାହରଣ ଦେଖିବାକୁ ମିଳିଛି ।

ଆପଣମାନଙ୍କର ମନେ ଥିବ, ମେ’ ମାସରେ ବୁନ୍ଦେଲଖଣ୍ଡରେ ପଙ୍ଗପାଳ ଦଳର ଏକ ବଡ଼ ଆକ୍ରମଣ ହୋଇଥିଲା । ପ୍ରଥମେ ଏହି ତୃଣଭୋଜୀ ଦଳ ନିଜକୁ ନିଜ ମଧ୍ୟରେ, ଖବର ଆସିଥାଏ, ଯେତେବେଳେ ପଙ୍ଗପାଳ ଦଳ ଆସିବାକୁ ଯାଉଛନ୍ତି, ସେତେବେଳେ କୃଷକ ରାତା–ରାତି ଶୋଇପାରି ନଥାଏ, କଠିନ ପରିଶ୍ରମ ମିନିଟଇଏ ମଧ୍ୟରେ ନଷ୍ଟ ହୋଇଯାଇଥାଏ । କେତେକ କୃଷକଙ୍କ ଫସଲ, ପନିପରିବା ନଷ୍ଟ ହେବା ନିର୍ଦ୍ଧାରିତ ହୋଇ ଯାଇଥାଏ । ମୋତେ ଅବଗତ କରାଯାଇଛି ଯେ ବୁନ୍ଦେଲଖଣ୍ଡରେ ପ୍ରାୟ 30 ବର୍ଷ ପରେ ପଙ୍ଗପାଳ ଆକ୍ରମଣ କରିଥିଲେ, ନଚେତ୍  ପୂର୍ବରୁ ଏହି ଅଞ୍ଚଳକୁ ପଙ୍ଗପାଳ ଆସି ନଥିଲେ ।

ସାଥୀଗଣ, କେବଳ ଉତ୍ତରପ୍ରଦେଶ ନୁହେଁ, ବରଂ ଦେଶର ଦଶଟିରୁ ଅଧିକ ରାଜ୍ୟ ପଙ୍ଗପାଳ ଦଳ କିମ୍ବା ଲୋକଷ୍ଟ ଆକ୍ରମଣ ଫଳରେ ପ୍ରଭାବିତ ହୋଇଥିଲା । ଯେତିକି ଦ୍ରୁତ ଗତିରେ ଏହା ବ୍ୟାପୀ ଚାଲିଥିଲା, ସେଥିରେ ସାଧାରଣ କୌଶଳ ବା ଉପାୟ ଦ୍ୱାରା, ପାରମ୍ପରିକ ମାଧ୍ୟମରେ ନିୟନ୍ତ୍ରଣ କରିବା କଷ୍ଟକର ଥିଲା । ଆଉ ଯେଉଁଭଳି ଭାବେ ଭାରତକୁ ଏହି ପଙ୍ଗପାଳଦଳରୁ ମୁକ୍ତି ମିଳିଲା, ଏତେ ବଡ଼ ଆକ୍ରମଣକୁ ବହୁତ ବୈଜ୍ଞାନିକ ଉପାୟରେ ଯେଉଁଭଳି ଭାବେ ନିୟନ୍ତ୍ରଣ କରାଯାଇଛି । ଯଦି କରୋନା ଭଳି ଭିନ୍ନ ପରିସ୍ଥିତି ହୋଇ ନଥାଆନ୍ତା ତ ହୁଏତ ହିନ୍ଦୁସ୍ତାନର ଗଣମାଧ୍ୟମରେ ସପ୍ତାହ ସପ୍ତାହ ଧରି ତାହାର ବହୁତ ବଡ଼ ସକରାତ୍ମକ ଚର୍ଚ୍ଚା ହୋଇ ଥାଆନ୍ତା, ଏତେ ବଡ଼ କାର୍ଯ୍ୟ ହୋଇଛି ।

ଆଉ ଏତିକି ବେଳେ ପଙ୍ଗପାଳ ଦଳର ଆକ୍ରମଣ ଫଳରେ କୃଷକମାନଙ୍କର ଫସଲକୁ ରକ୍ଷା କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଗଲା । ଝାନସୀ ସମେତ ଅନେକ ସହରଗୁଡ଼ିକରେ 12ଟି  କଂଟ୍ରୋଲ ରୁମ୍ ଖୋଲା ଯାଇଥିଲା, କୃଷକମାନଙ୍କ ପାଖରେ ପୂର୍ବରୁ ହିଁ ସୂଚନା ପହଞ୍ଚିପାରୁ, ଏହାର ବ୍ୟବସ୍ଥା କରାଗଲା । ପଙ୍ଗପାଳଦଳଙ୍କୁ ମାରିବା ଏବଂ ଘଉଡାଇବା ପାଇଁ ଯେଉଁ ସ୍ୱତନ୍ତ୍ର ସିଞ୍ଚନ ଯନ୍ତ୍ର ଥାଏ, ତାହା ମଧ୍ୟ ସେତେବେଳେ ଏତେ ସଂଖ୍ୟାରେ ଆମ ପାଖରେ ନଥିଲା କାହିଁକି ନା ଏପରି ଆକ୍ରମଣ ଏମିତି ସବୁବେଳେ ହୋଇ ନଥାଏ । ସରକାର ତୁରନ୍ତ ଏଭଳି ଡଜନ ଡଜନ ଆଧୁନିକ ମେସିନ ସବୁ କିଣି ଜିଲ୍ଲାମାନଙ୍କରେ ପହଞ୍ଚାଇଲେ । ଟ୍ୟାଙ୍କର ହେଉ, ଗାଡ଼ି ହେଉ, ରାସାୟନିକ ଦ୍ରବ୍ୟ ହେଉ, ଔଷଧ ହେଉ, ଏସମସ୍ତ ସଂସାଧନକୁ କାର୍ଯ୍ୟରେ ଲଗାଇ ଦେଲେ ଯାହାଫଳରେ କୃଷକମାନଙ୍କୁ କମ୍‍ ରୁ ଅତି କମ୍‍ କ୍ଷତି ସହିବାକୁ ପଡ଼ୁ ।

କେବଳ ଏତିକି ନୁହେଁ, ଉଚ୍ଚ ଉଚ୍ଚ ଗଛଗୁଡ଼ିକୁ ବଞ୍ଚାଇବା ପାଇଁ, ବଡ଼ ବଡ଼ ଅଞ୍ଚଳରେ ଏକା ସହିତ ଔଷଧ ସିଞ୍ଚନ କରିବା ପାଇଁ ଡଜନ ଡଜନ ଡ୍ରୋନ ଲଗାଇ ଦିଆଗଲା, ହେଲିକପ୍ଟର ମାଧ୍ୟମରେ ମଧ୍ୟ ଔଷଧ ସିଞ୍ଚନ କରାଗଲା । ଏ ସମସ୍ତ ପ୍ରୟାସ ପରେ ହିଁ ଭାରତ, ନିଜର କୃଷକମାନଙ୍କୁ ବହୁତ ଅଧିକ କ୍ଷତି ହେବାରୁ ରକ୍ଷା କରି ପାରିଲା ।

ସାଥୀଗଣ, ଡ୍ରୋନ ଟେକ୍ନୋଲୋଜି ହେଉ, ଅନ୍ୟାନ୍ୟ କୃତ୍ରିମ ବୁଦ୍ଧିମତ୍ତାର ଟେକ୍ନୋଲୋଜି ହେଉ, ଆଧୁନିକ କୃଷି ଉପକରଣ ହେଉ, ଏହାକୁ ଦେଶର କୃଷିରେ ଅଧିକରୁ ଅଧିକ ଉପଯୋଗରେ ଆଣିବା ପାଇଁ ଆପଣଙ୍କ ଭଳି ଯୁବ ଗବେଷକଙ୍କୁ, ଯୁବ ବୈଜ୍ଞାନିକଙ୍କୁ ନିରନ୍ତର ଏକ ସମର୍ପିତ ଭାବ ନେଇ, ୱାନ ଲାଇଫ୍‍ ୱାନ ମିଶନ ଅର୍ଥାତ ଗୋଟିଏ ଜୀବନ ଗୋଟିଏ ଲକ୍ଷ ଭଳି କାର୍ଯ୍ୟ କରିବାକୁ ହେବ ।

ବିଗତ 6 ବର୍ଷ ମଧ୍ୟରେ ନିରନ୍ତର ଭାବେ ଏହି ଚେଷ୍ଟା କରାଯାଉଛି କି ଗବେଷଣା ସହିତ କୃଷିକ୍ଷେତ୍ରର ସିଧା ସଳଖ ସମ୍ପର୍କ ରହୁ, ଗାଁ ସ୍ତରରେ ରହିଥିବା ଛୋଟରୁ ଅତି ଛୋଟ କୃଷକଙ୍କୁ ମଧ୍ୟ ବିଜ୍ଞାନସମ୍ମତ ଉପଦେଶ ଉପଲବ୍ଧ ହେଉ । ଏବେ କ୍ୟାମ୍ପସରୁ ନେଇ ଫିଲ୍ଡ ପର୍ଯ୍ୟନ୍ତ ବିଶେଷଜ୍ଞଙ୍କ, ଜ୍ଞାନଥିବା ଲୋକଙ୍କର ଏହି ଇକୋ–ସିଷ୍ଟମକୁ ଆହୁରି ଅଧିକ ପ୍ରଭାବଶାଳୀ କରିବା ପାଇଁ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଏଥିରେ ଆପଣଙ୍କ ବିଶ୍ୱବିଦ୍ୟାଳୟର ମଧ୍ୟ ବହୁତ ବଡ଼ ଭୂମିକା ରହିଛି ।

ସାଥୀଗଣ, କୃଷି ସହିତ ଜଡ଼ିତ ଶିକ୍ଷାକୁ, ତାହାର ବାସ୍ତବିକ ପ୍ରୟୋଗକୁ ସ୍କୁଲ ସ୍ତରକୁ ନେଇ ଯିବାର ମଧ୍ୟ ଆବଶ୍ୟକତା ରହିଛି । ଏହା ପ୍ରୟାସ ରହିଛି କି ଗାଁ ସ୍ତରରେ ମଧ୍ୟ ଇଂରାଜୀ ସ୍କୁଲ ସ୍ତରରେରେ ହିଁ କୃଷିକୁ ଏକ ବିଷୟ ଭାବେ ପ୍ରଚଳନ କରାଯାଉ । ଏହାଦ୍ୱାରା ଦୁଇଟି ଲାଭ ହେବ । ଏହାଦ୍ଵାରା ଗୋଟିଏ ଲାଭ ହେବ କି ଗାଁରେ ରହିଥିବା ପିଲାମାନଙ୍କ ମନରେ କୃଷିକୁ ନେଇ ଯେଉଁ ଏକ ସ୍ୱାଭାବିକ ଜ୍ଞାନ ରହିଥାଏ, ତାହା ବୈଜ୍ଞାନିକ ଉପାୟରେ ସଂପ୍ରସାରିତ ହେବ । ଦ୍ୱିତୀୟ ଲାଭ ଏହା ହେବ କି ସେମାନେ କୃଷି ଏବଂ ଏହା ସହିତ ଜଡ଼ିତ କୌଶଳ, ବ୍ୟବସାୟ–କାରବାର, ସେହି ବିଷୟରେ ନିଜ ପରିବାରକୁ ଅଧିକ ସୂଚନା ଦେଇ ପାରିବେ । ଏହା ଫଳରେ ଦେଶରେ କୃଷି ଉଦ୍ୟୋଗକୁ ଆହୁରି ମଧ୍ୟ ଅଧିକ ପ୍ରୋତ୍ସାହନ ମିଳିବ । ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଏଥିପାଇଁ ମଧ୍ୟ ଅନେକ ନିତାନ୍ତ ଆବଶ୍ୟକୀୟ ସଂସ୍କାର କରାଯାଇଛି ।

ସାଥୀଗଣ, ଯେତେ ହେଲେ ମଧ୍ୟ ଆହ୍ୱାନ ସବୁ ଆସୁ ନା କାହିଁକି, ନିରନ୍ତର ସେଗୁଡ଼ିକର ମୁକାବିଲା କରିବା, ସବୁବେଳେ ହିଁ, କେବଳ ଲକ୍ଷ୍ମୀବାଇଙ୍କ ସମୟରୁ ହିଁ ନୁହେଁ, ସବୁବେଳେ ବୁନ୍ଦେଲଖଣ୍ଡ ହିଁ ସର୍ବପ୍ରଥମେ ଆହ୍ୱାନ ଦେଇଥାଏ; ଏହା ବୁନ୍ଦେଲଖଣ୍ଡର ପରିଚୟ ରହି ଆସିଛି କି କୌଣସି ମଧ୍ୟ ସଙ୍କଟର ପରିସ୍ଥିତି ହେଉ ତାହାର ମୁକାବିଲା କରିବାକୁ ହେବ ।

କରୋନା ବିରୁଦ୍ଧରେ ବୁନ୍ଦେଲଖଣ୍ଡର ଲୋକମାନେ ମଧ୍ୟ ଦୃଢ଼ତାର ସହିତ ଠିଆ ହୋଇଛନ୍ତି । ସରକାର ମଧ୍ୟ ପ୍ରୟାସ କରିଛନ୍ତି କି ଲୋକମାନଙ୍କୁ କମ୍‍ ରୁ ଅତିକମ୍‍ ଅସୁବିଧା ଭୋଗ କରିବାକୁ ପଡ଼ୁ । ଗରିବ ଲୋକଟିର ଚୂଲି ଜଳୁଥାଉ, ଏଥିପାଇଁ ଉତତ୍ତରପ୍ରଦେଶର କୋଟି କୋଟି ଗରିବ ଏବଂ ଗ୍ରାମୀଣ ପରିବାରଙ୍କୁ, ଯେଭଳି ଦେଶର ଅନ୍ୟାନ୍ୟ ଅଞ୍ଚଳରେ ମାଗଣାରେ ରାଶନ ଦିଆଯାଉଛି, ଆପଣଙ୍କର ଏଠାରେ ମଧ୍ୟ ଦିଆଯାଉଛି । ବୁନ୍ଦେଲଖଣ୍ଡର ପାଖାପାଖି 10 ଲକ୍ଷ ଗରିବ ଭଉଣୀଙ୍କୁ ଏହି ସମୟ ମଧ୍ୟରେ ମାଗଣାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଇଛି । ଲକ୍ଷ ଲକ୍ଷ ଭଉଣୀଙ୍କର ଜନ–ଧନ ଖାତାରେ ହଜାର ହଜାର କୋଟି କୋଟି ଟଙ୍କା ଜମା କରାଯାଇଛି । ଗରିବ କଲ୍ୟାଣ ରୋଜଗାର ଅଭିଯାନ ମାଧ୍ୟମରେ କେବଳ ଉତ୍ତରପ୍ରଦେଶରେ ଏ ପର୍ଯ୍ୟନ୍ତ 700 କୋଟି ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ସାରିଛି, ଯାହା ମାଧ୍ୟମରେ ଲକ୍ଷ ଲକ୍ଷ ଶ୍ରମିକ ସାଥୀଙ୍କୁ ରୋଜଗାର ଉପଲବ୍ଧ ହେଉଛି । ମୋତେ ଅବଗତ କରାଯାଇଛି କି ଏହି ଅଭିଯାନ ମାଧ୍ୟମରେ ଏଠି ବୁନ୍ଦେଲଖଣ୍ଡରେ ମଧ୍ୟ ଶହ ଶହ ପୋଖରୀକୁ ପୁନଃରୁଦ୍ଧାର କରିବା ଏବଂ ନୂତନ ପୋଖରୀ ଖୋଳାଇବାର କାର୍ଯ୍ୟ କରାଯାଇଛି ।

ସାଥୀଗଣ, ନିର୍ବାଚନ ପୂର୍ବରୁ ମୁଁ ଯେତେବେଳେ ଝାନସୀକୁ ଆସିଥିଲି, ସେତେବେଳେ ମୁଁ ବୁନ୍ଦେଲଖଣ୍ଡର ଭଉଣୀମାନଙ୍କୁ କହିଥିଲି ଯେ ବିଗତ 5 ବର୍ଷ ଶୌଚାଳୟ ପାଇଁ ଥିଲା ଆଉ ଆଗାମୀ 5 ବର୍ଷ ରହିବ ପାଣି ପାଇଁ । ଭଉଣୀମାନଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଘର ପର୍ଯ୍ୟନ୍ତ ପାଣି ପହଞ୍ଚାଇବା କାର୍ଯ୍ୟର ଏହି ଅଭିଯାନ ଦୃତ ଗତିରେ ଆଗକୁ ବଢ଼ି ଚାଲିଛି । ୟୁପି ଏବଂ ଏମପିରେ ବିଛାଇ ହୋଇ ରହିଥିବା ବୁନ୍ଦେଲଖଣ୍ଡର ସମସ୍ତ ଜିଲ୍ଲାରେ ଜଳ ଉତ୍ସ ସୃଷ୍ଟି କରିବା ଏବଂ ପାଇପ୍‍ ଲାଇନ୍‍ ବିଛାଇବାର କାର୍ଯ୍ୟ ନିରନ୍ତର ଜାରି ରହିଛି। ଏହି କ୍ଷେତ୍ରରେ 10 ହଜାର କୋଟି ଟଙ୍କାରୁ ଅଧିକ ପ୍ରାୟ 500 ଜଳ ପ୍ରକଳ୍ପକୁ ସ୍ୱୀକୃତି ଦିଆଯାଇ ସାରିଛି । ବିଗତ ଦୁଇ ମାସ ହେଲା ପ୍ରାୟ 3 ହଜାର କୋଟି ଟଙ୍କାର ପ୍ରକଳ୍ପ ଉପରେ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇ ସାରିଲାଣି । ଯେତେବେଳେ ଏହିସବୁ ପ୍ରସ୍ତୁତ ହୋଇଯିବ ତେବେ ଏହାଦ୍ୱାରା ବୁନ୍ଦେଲଖଣ୍ଡର ଲକ୍ଷ ଲକ୍ଷ ପରିବାରଙ୍କୁ ସିଧାସଳଖ ଲାଭ ହେବ । କେବଳ ଏତିକି ହିଁ ନୁହେଁ, ବୁନ୍ଦେଲଖଣ୍ଡରେ, ଭୂତଳ ଜଳସ୍ତରକୁ ଉପରକୁ ଉଠାଇବା ପାଇଁ ଅଟଳ ଭୂଜଳ ଯୋଜନା ଉପରେ ମଧ୍ୟ କାର୍ଯ୍ୟ ଚାଲୁ ରହିଛି । ଝାନସୀ, ମହୋବା, ବାନ୍ଦା, ହମୀରପୁର, ଚିତ୍ରକୂଟ ଏବଂ ଲଳିତପୁର, ଏହା ସହିତ ପଶ୍ଚିମ ୟୁପିର ହଜାର–ହଜାର ଗ୍ରାମରେ ଜଳସ୍ତରକୁ ସୁଧାରିବା ପାଇଁ 700 କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପଗୁଡ଼ିକ ଉପରେ କାର୍ଯ୍ୟ ଚାଲୁ ରହିଛି ।

ସାଥୀଗଣ, ବୁନ୍ଦେଲଖଣ୍ଡର ଗୋଟିଏ ପାଖରେ ବେତୱା ବହୁଛି ଏବଂ ଅନ୍ୟ ପଟେ କେନ ନଦୀ ପ୍ରବାହିତ ହେଉଛି । ଉତ୍ତର ଦିଗରେ ମାଆ ଯମୁନା ଅଛନ୍ତି । କିନ୍ତୁ ସ୍ଥିତି ସବୁ ଏହିଭଳି ରହିଛି କି ଏହି ନଦୀଗୁଡ଼ିକର ପାଣିର ସଂପୂର୍ଣ୍ଣ ଲାଭ, ସମଗ୍ର ଅଞ୍ଚଳକୁ ମିଳି ପାରୁ ନାହିଁ । ଏହି ସ୍ଥିତିକୁ ବଦଳାଇବା ପାଇଁ ମଧ୍ୟ କେନ୍ଦ୍ର ସରକାର ନିରନ୍ତର ପ୍ରୟାସ କରୁଛନ୍ତି । କେନ–ବେତୱା ନଦୀ ସଂ​‌ଯୋଗ ପ୍ରକଳ୍ପରେ ଏହି ଅଞ୍ଚଳର ଭାଗ୍ୟକୁ ବଦଳାଇ ଦେବାର ବହୁତ ଶକ୍ତି ରହିଛି । ଏହି ଦିଗରେ ଆମେ ଦୁଇ ରାଜ୍ୟ ସରକାରଙ୍କ ସହିତ କ୍ରମାଗତ ଭାବେ ଯୋଗାଯୋଗ ରକ୍ଷା କରୁଛୁ, କାର୍ଯ୍ୟ କରୁଛୁ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି କି ଆଉ ଥରେ ପୁଣି ଯେତେବେଳେ ବୁନ୍ଦେଲଖଣ୍ଡକୁ ପର୍ଯ୍ୟାପ୍ତ ଜଳ ମିଳିବ, ସେତେବେଳେ ଏଠାରେ ଜୀବନ ସଂପୂର୍ଣ୍ଣ ରୂପେ ବଦଳିଯିବ ।

ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ ହେଉ କିମ୍ବା ଡିଫେନ୍ସ କରିଡର, ହଜାର–ହଜାର କୋଟି ଟଙ୍କାର ଏହି ପ୍ରକଳ୍ପ ମଧ୍ୟ ଏଠାରେ ରୋଜଗାରର ହଜାର–ହଜାର ନୂତନ ସୁଯୋଗ ସୃଷ୍ଟି କରିବାର କାର୍ଯ୍ୟ କରିବ । ସେହି ଦିନ ଆଉ ବେଶୀ ଦୂର ନୁହେଁ ଯେତେବେଳେ ବୀରମାନଙ୍କର ଏହି ଭୂମି, ଝାନସୀ ଏବଂ ଏହାର ଆଖପାଖର ଏହି ସଂପୂର୍ଣ୍ଣ ଅଞ୍ଚଳ ଦେଶକୁ ନିଜର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର କରିବା ପାଇଁ ଏକ ବଡ଼ କ୍ଷେତ୍ର ରୂପେ ବିକଶିତ ହୋଇଯିବ । ଅର୍ଥାତ ଗୋଟିଏ ପ୍ରକାରରେ ବୁନ୍ଦେଲଖଣ୍ଡରେ ‘ଜୟ ଜବାନ, ଜୟ କିଷାନ ଏବଂ ଜୟ ବିଜ୍ଞାନ’ର ମନ୍ତ୍ର ଚତୁର୍ଦିଗରେ ଗୁଞ୍ଜରିତ ହେବ । କେନ୍ଦ୍ର ସରକାର ଏବଂ ଉତ୍ତରପ୍ରଦେଶର ସରକାର ବୁନ୍ଦେଲଖଣ୍ଡର ପୁରାତନ ପରିଚୟକୁ, ଏହି ଧରଣୀର ଗୌରବକୁ ସମୃଦ୍ଧ କରିବା ପାଇଁ ହେଉଛନ୍ତି ପ୍ରତିଶ୍ରୁତିବଦ୍ଧ ।

ଭବିଷ୍ୟତର ମଙ୍ଗଳ କାମନା କରି ଆଉ ଥରେ ପୁଣି ବିଶ୍ୱବିଦ୍ୟାଳୟର ନୂତନ ଭବନ ପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ–ବହୁତ ଶୁଭେଚ୍ଛା ।

ଦୁଇ ଗଜର ଦୂରତା, ମାସ୍କ ହେଉଛି ଜରୁରୀ, ଏହି ମନ୍ତ୍ରକୁ ଆପଣମାନେ ସବୁବେଳେ ମନେ ରଖନ୍ତୁ । ଆପଣମାନେ ସୁରକ୍ଷିତ ରହିବେ, ତେବେ ଦେଶ ମଧ୍ୟ ସୁରକ୍ଷିତ ରହିବ ।

ଆପଣମାନଙ୍କୁ ସମସ୍ତଙ୍କ ନିକଟରେ ମୁଁ ବହୁତ–ବହୁତ କୃତଜ୍ଞ!

ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
e-Jagriti: Reimagining consumer justice for a Digital India

Media Coverage

e-Jagriti: Reimagining consumer justice for a Digital India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets President of the United States on the 250th anniversary of the United States' independence
July 04, 2026

The Prime Minister, Shri Narendra Modi, extended greetings to the President of the United States, Mr. Donald J. Trump, and the people of the United States on the historic occasion of the 250th anniversary of the country's independence. Shri Modi underscored the enduring strength of the India–United States partnership. He noted that the relationship between the two democracies extends beyond a strategic partnership and is anchored in shared values of democracy, the rule of law and faith in the limitless potential of their people.

The Prime Minister posted on X:

On behalf of 1.4 billion Indians, I extend my warmest congratulations to President Trump and the people of the United States on the historic 250th anniversary of your Independence.

India and the United States share more than a strategic partnership. Our shared belief in democracy, rule of law and the limitless potential of our people make our friendship a force for global good.

May the next 250 years bring even greater prosperity, peace and progress for America and take the India-US partnership to new heights.

@POTUS
@realDonaldTrump