ଆଜିଠାରୁ ନାସିକ ଧାମ-ପଞ୍ଚବଟୀରୁ ଆରମ୍ଭ କରିବେ ବିଧି ବିଧାନ
“ମୁଁ ଆବେଗରେ ଭାବ ବିହ୍ୱଳ । ଜୀବନରେ ପ୍ରଥମ ଥର ପାଇଁ ମୁଁ ଏଭଳି ଭାବନା ଦେଇ ଗତି କରୁଛି: ପ୍ରଧାନମନ୍ତ୍ରୀ
“ଭାରତର ଜନସାଧାରଣଙ୍କ ପ୍ରତିନିଧିତ୍ୱ କରିବା ପାଇଁ ଭଗବାନ ମତେ ମାଧ୍ୟମ କରିଛନ୍ତି; ଏହା ଏକ ବିଶାଳ ଦାୟିତ୍ୱ”
“ପ୍ରାଣ ପ୍ରତିଷ୍ଠାର କ୍ଷଣକୁ ଆମେ ସମସ୍ତେ ଭାଗ କରିବା, ରାମ ମନ୍ଦିର ପାଇଁ ଯେଉଁମାନେ ଜୀବନ ଉତ୍ସର୍ଗ କରିଛନ୍ତି, ସେହି ଅସଂଖ୍ୟ ମହାନୁଭବଙ୍କ ପ୍ରେରଣା ମୁଁ ବହନ କରିବି”
“ମୋ ପାଇଁ ଯେଉଁମାନେ ଈଶ୍ୱର ସଦୃଶ, ସେମାନେ ଯେତେବେଳେ ସେମାନଙ୍କ ଭାବନା ବ୍ୟକ୍ତ କରି ଆଶୀର୍ବାଦ ପ୍ରଦାନ କରନ୍ତି, ସେତେବେଳେ ମତେ ଏକ ନୂତନ ଶକ୍ତି ମିଳିଥାଏ; ଆଜି ମୋର ଆପଣମାନଙ୍କ ଆଶୀର୍ବାଦ ଆବଶ୍ୟକ”

ସିୟାବର ରାମଚନ୍ଦ୍ର କି ଜୟ!

ମୋର ପ୍ରିୟ ଦେଶବାସୀଗଣ, ରାମ ରାମ!

ଈଶ୍ୱରଙ୍କ ଆଶୀର୍ବାଦ ଯୋଗୁଁ ଜୀବନର କିଛି ମୁହୂର୍ତ୍ତ ଉନ୍ନତି ପାଇଁ ବଦଳିଯାଏ ।

ଆଜି ସମସ୍ତ ଭାରତୀୟ ଏବଂ ସାରା ବିଶ୍ୱରେ ବିସ୍ତାରିତ ଭଗବାନ ରାମଙ୍କ ଭକ୍ତମାନଙ୍କ ପାଇଁ ଏକ ପବିତ୍ର ଅବସର । ସବୁଠି ଭଗବାନ ରାମଙ୍କ ପ୍ରତି ଭକ୍ତିର ଏକ ଆକର୍ଷଣୀୟ ବାତାବରଣ ଦେଖିବାକୁ ମିଳୁଛି । ପ୍ରଭୁ ରାମଙ୍କ ମଧୁର ଜପ, ସବୁ ଦିଗରେ ରାମ ଭଜନର ଉତ୍କୃଷ୍ଟ ସୌନ୍ଦର୍ଯ୍ୟ । ଜାନୁଆରୀ ୨୨, ସେହି ଐତିହାସିକ ପବିତ୍ର ମୁହୂର୍ତ୍ତକୁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଆଉ ଏବେ ଅଯୋଧ୍ୟାରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଆଉ ମାତ୍ର ୧୧ ଦିନ ବାକି ରହିଛି । ମୋର ସୌଭାଗ୍ୟ ଯେ ମୋତେ ମଧ୍ୟ ଏହି ପୂଣ୍ଣ୍ୟ ଅବସରରେ ସାକ୍ଷୀ ହେବା ପାଇଁ ସୁଯୋଗ ମଳିଛି । ଏହା ମୋ ପାଇଁ କଳ୍ପନା ବାହାରେ ଅନୁଭବ କରିବାର ସମୟ ଅଟେ ।

ମୁଁ ଭାବପ୍ରବଣ ହୋଇପଡିଛି, ଭାବ ବିହ୍ୱଳ ହୋଇପଡିଛି । ମୁଁ ପ୍ରଥମ ଥର ଜୀବନରେ ଏଭଳି ମନୋଭାବ ନେଇ ଗତି କରୁଛି । ମୁଁ ଏକ ସ୍ୱତନ୍ତ୍ର ଭାବ-ଭକ୍ତିର ଅନୁଭବର ଅନୁଭୂତି ପାଉଛି । ମୋର ଅନ୍ତତଃ ମନରେ ଏହି ଭାବ-ଯାତ୍ରା, ମୋ ପାଇଁ ଅଭିବ୍ୟକ୍ତିର ନୁହେଁ, ଅନୁଭୂତିର ଅବସର ଅଟେ । ଇଚ୍ଛା ସତ୍ତ୍ୱେ ମଧ୍ୟ ମୁଁ ଏହା ଗଭୀରତା, ବ୍ୟାପକତା ଏବଂ ତୀବ୍ରତାକୁ ମୁଁ ଶବ୍ଦରେ ବର୍ଣ୍ଣନା କରିପାରୁନାହିଁ । ଆପଣମାନେ ମୋ ସ୍ଥିତି ଭଲ ଭାବରେ ବୁଝି ପାରୁଥିବେ ।

ଯେଉଁ ସ୍ୱପ୍ନକୁ ଅନେକ ପିଢ଼ି ବର୍ଷ ବର୍ଷ ଧରି ସେମାନଙ୍କ ହୃଦୟରେ ସଂକଳ୍ପ ଭାବରେ ପାଳନ କରିଆସୁଛନ୍ତି, ତାହା ପୂରଣ ହେବା ସମୟରେ ଉପସ୍ଥିତ ରହିବା ମୋ ପାଇଁ ସୌଭାଗ୍ୟର ବିଷୟ । ଭଗବାନ ମୋତେ ସମସ୍ତ ଭାରତୀୟଙ୍କ ପ୍ରତିନିଧି କରିବା ପାଇଁ ବନାଇଛନ୍ତି ।

“ନିମିତ୍ତ ମାତ୍ରମ୍ ଭବ ସବ୍ୟ-ସଞ୍ଚିନ”

ଏହା ଏକ ବଡ଼ ଦାୟିତ୍ୱ । ଆମ ଶାସ୍ତ୍ରରେ କୁହାଯାଇଛି ଯେ ଭଗବାନଙ୍କ ଯଜ୍ଞ ଓ ଉପାସନା ପାଇଁ ଆମକୁ ନିଜ ଭିତରେ ଥିବା ଦିବ୍ୟ ଚେତନାକୁ ଜାଗ୍ରତ କରିବା ଆବଶ୍ୟକ । ଏଥିପାଇଁ ଶାସ୍ତ୍ରରେ ବ୍ରତ ପାଇଁ କଠୋର ନିୟମ ରଖାଯାଇଛି, ଯାହାକୁ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପାଳନ କରିବା ଜରୁରୀ । ତେଣୁ ଏହି ଆଧ୍ୟାତ୍ମିକ ଯାତ୍ରାରେ କିଛି ସନ୍ନ୍ୟାସୀ ଆତ୍ମା ଓ ମହାପୁରୁଷଙ୍କ ଠାରୁ ମିଳିଥିବା ମାର୍ଗଦର୍ଶନ ଆଧାରରେ... ସେମାନେ 'ଯମ-ନିୟମ'ରେ ବୁଝାଇ ଯେଉଁ ପରାମର୍ଶ ଦେଇଛନ୍ତି ସେହି ଅନୁସାରେ ମୁଁ ଆଜିଠାରୁ ୧୧ ଦିନର ସ୍ୱତନ୍ତ୍ର ଅନୁଷ୍ଠାନ ଆରମ୍ଭ କରୁଛି।

ଏହି ପବିତ୍ର ଅବସରରେ ମୁଁ ଭଗବାନଙ୍କ ଶ୍ରୀଚରଣରେ ପ୍ରାର୍ଥନା କରୁଛି । ମୁଁ ଋଷି, ମୁନୀ, ସନ୍ନ୍ୟାସୀମାନଙ୍କୁ ପୂଣ୍ୟ ସ୍ମରଣ କରୁଛି ... ଏବଂ ମୁଁ ଜନତା-ଜନାର୍ଦ୍ଦନଙ୍କୁ ପ୍ରାର୍ଥନା କରୁଛି, ଯେଉଁମାନେ ପରମେଶ୍ୱରଙ୍କ ରୂପ ଅଟନ୍ତି, ମୋତେ ଆଶୀର୍ବାଦ ଦିଅନ୍ତୁ, ଯାହାକି ମନରୁ, ବଚନରୁ, କର୍ମରୁ, ମୋ ତରଫରୁ କୌଣସି ଅଭାନ ନ’ ରୁହେ ।

ସାଥିମାନେ,

ନାସିକ ଧାମ-ପଞ୍ଚବଟୀର ପବିତ୍ର ସ୍ଥାନରୁ ମୋର ୧୧ ଦିନିଆ ଉତ୍ସବ ଆରମ୍ଭ କରିବା ମୋ ପାଇଁ ସୌଭାଗ୍ୟର ବିଷୟ ହୋଇଛି । ପଞ୍ଚବଟୀ ହେଉଛି ପବିତ୍ର ଭୂମି ଯେଉଁଠାରେ ଭଗବାନ ରାମ ଯଥେଷ୍ଟ ସମୟ ବିତାଇଥିଲେ ।

ଆଜି ମୋ ପାଇ ଆହୁରୀ ଗୋଟିଏ ଖୁସିର ସୁଯୋଗ ମଧ୍ୟ ଅଟେ ଯେ ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ । ସ୍ୱାମୀ ବିବେକାନନ୍ଦ ହିଁ ଶତାବ୍ଦୀ ଧରି ଅତ୍ୟାଚାରର ଶିକାର ହୋଇଥିବା ଭାରତର ଆତ୍ମାକୁ ପୁନର୍ଜୀବିତ କରିଥିଲେ । ଆଜି ସେହି ଆତ୍ମବିଶ୍ୱାସ, ଭବ୍ୟ ରାମ ମନ୍ଦିର ଭଳି ଆମ ପରିଚୟକୁ ପ୍ରତିନିଧିତ୍ୱ କରୁଥିବା ସମସ୍ତଙ୍କ ସମ୍ମୁଖରେ ରହିଛି ।

ଆଜି ଆଉ ଗୋଟିଏ ଖୁସିର ଦିନ ମଧ୍ୟ ଅଟେ ଯେ ଆଜି ମାତା ଜିଜା ବାଈଜୀଙ୍କ ଜୟନ୍ତୀ । ମାତା ଜିଜା ବାଈ ଛତ୍ରପତି ଶିବାଜୀ ମହାରାଜଙ୍କ ରୂପରେ ଜଣେ ମହାନ ମନୁଷ୍ୟଙ୍କୁ ଜନ୍ମ ଦେଇଥିଲେ । ଆଜି ଆମେ ଯେଉଁ ଅକ୍ଷୂର୍ଣ୍ଣ ରୂପରେ ଆମ ଭାରତକୁ ଦେଖୁଛୁ ତାହା ମାତା ଜିଜାବାଇଙ୍କ ଅସୀମ ଅବଦାନ ଅଟେ ।

ଏବଂ ସାଥିମାନେ,

ଯେତେବେଳେ ମୁଁ ମାତା ଜିଜାବାଈଙ୍କ ପୁଣ୍ୟ ସ୍ମୃତିକୁ ମନେ ପକାଉଛି, ସେତେବେଳେ ମୁଁ ମୋ ନିଜ ମା'ଙ୍କ ସ୍ମୃତିକୁ ମନେ ପକାଇଦିଏ । ଏହା ସ୍ୱାଭାବିକ ଅଟେ । ଜୀବନର ଶେଷ ପର୍ଯ୍ୟନ୍ତ ମୋ ମା' ସୀତା-ରାମଙ୍କ ନାମ ଜପ କରୁଥିଲେ ।

ସାଥିମାନେ,

ପ୍ରାଣ ପ୍ରତିଷ୍ଠାର ମଙ୍ଗଳ ସମୟ...

ସଚରାଚର ସୃଷ୍ଟିର ସେହି ଚୈତନ୍ୟ ସମୟ...

ଆଧ୍ୟାତ୍ମିକ ଅନୁଭୂତିର ସେହି ଅବସର...

ଗର୍ଭଗୃହରେ ସେହି ସମୟରେ କ’ଣ କିଛି ହେବ ନାହିଁ...(!)

ସାଥିମାନେ,

ମୁଁ ପ୍ରକୃତରେ ଶରୀର ଆକାରରେ ସେହି ପବିତ୍ର ମୁହୂର୍ତ୍ତର ସାକ୍ଷୀ ହେବି, କିନ୍ତୁ ୧୪୦କୋଟି ଭାରତୀୟ ମୋ ମନରେ ଏବଂ ମୋର ହୃଦସ୍ପନ୍ଦନରେ ମୋ ସହିତ ରହିବେ । ଆପଣମାନେ ମୋ ସହିତ ଥିବେ... ରାମଙ୍କର ପ୍ରତ୍ୟେକ ଭକ୍ତ ମୋ ସହିତ ରହିବେ । ଏବଂ ସେହି ସଚେତନ ମୁହୂର୍ତ୍ତ ଆମ ସମସ୍ତଙ୍କ ପାଇଁ ଏକ ଅଂଶୀଦାର ଅନୁଭୂତି ହେବ । ରାମ ମନ୍ଦିରକୁ ନିଜ ଜୀବନ ଉତ୍ସର୍ଗ କରୁଥିବା ଅଗଣିତ ବ୍ୟକ୍ତିତ୍ୱଙ୍କ ଠାରୁ ପ୍ରେରଣା ନେଇ ମୁଁ ସେଠାକୁ ଯିବି ।

ତ୍ୟାଗ ଓ ତପସ୍ୟାର ସେହି ମୂର୍ତ୍ତିମାନ....

୫୦୦ ବର୍ଷର ଧୈର୍ଯ୍ୟ...

ବହୁ ଧୈର୍ଯ୍ୟର ସେହି ସମୟ...

ଅଗଣିତ ତ୍ୟାଗ ଏବଂ ତପସ୍ୟାର ଘଟଣା...

ଦାତାଙ୍କ ... ବଳିଦାନର ....କାହାଣୀ...

ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ନାମ ଅଜ୍ଞାତ, ତଥାପି ସେମାନଙ୍କ ଜୀବନର ଗୋଟିଏ ମାତ୍ର ଲକ୍ଷ୍ୟ ରହିଛି- ରାମ ମନ୍ଦିରର ଭବ୍ୟ ନିର୍ମାଣ । ଅଗଣିତ ବ୍ୟକ୍ତିଙ୍କ ସ୍ମୃତି ମୋ ସହିତ ରହିବ ।

ଯେତେବେଳେ ସେହି ମୁହୂର୍ତ୍ତରେ ୧୪୦ କୋଟି ଦେଶବାସୀ ସେମାନଙ୍କ ହୃଦୟରୁ ମୋ ସହିତ ଯୋଡ଼ି ହେବେ ଏବଂ ଯେତେବେଳେ ମୁଁ ତୁମର ଶକ୍ତି ନେଇ ଗର୍ଭଗୃହରେ ପ୍ରବେଶ କରିବି, ମୁଁ ଅନୁଭବ କରିବି ଯେ ମୁଁ ଏକୁଟିଆ ନୁହେଁ, ବରଂ ଆପଣମାନେ ମଧ୍ୟ ମୋ ସହିତ ଅଛନ୍ତି ।

ସାଥିମାନେ,

ଏହି ୧୧ ଦିନ ବ୍ୟକ୍ତିଗତ ଭାବରେ ନିୟମ ପାଳନ କରିବ,, କିନ୍ତୁ ମୋର ଭାବନା ସମଗ୍ର ବିଶ୍ୱ ସହିତ ଅଛି । ମୁଁ ପ୍ରାର୍ଥନା କରୁଛି ଯେ ଆପଣମାନେ ମଧ୍ୟ ଆପଣଙ୍କ ହୃଦୟରୁ ମୋ ସହିତ ଯୋଡ଼ି ହୋଇ ରୁହନ୍ତୁ ।

ରାମଲଲାଙ୍କ ଚରଣରେ ମୋ ଭିତରେ ଯେଉଁ ଭକ୍ତି ରହିଛି, ମୁଁ ସେହି ନିଷ୍ଠାର ସହ ଆପଣମାନଙ୍କର ଭାବନାକୁ ଅର୍ପଣ କରିବି ।

ସାଥିମାନେ,

ଆମେ ସମସ୍ତେ ସେହି ସତ୍ୟକୁ ଜାଣୁ ଯେ ଈଶ୍ୱର ନିରାକର ଅଟନ୍ତି । ତଥାପି ଭଗବାନ ତାଙ୍କ ସାକାର ରୂପରେ ମଧ୍ୟ ଆମର ଆଧ୍ୟାତ୍ମିକ ଯାତ୍ରାକୁ ସଶକ୍ତ କରିଥାନ୍ତି । ଜନତା ଜନାର୍ଦ୍ଦନଙ୍କ ଠାରେ ଈଶ୍ୱରଙ୍କ ରୂପ ରହିଥାଏ । ଯେତେବେଳେ ଈଶ୍ୱରରୂପି ସେହି ଲୋକମାନେ ଭଗବାନ ରୂପରେ ଭାବନା ପ୍ରକାଶ କରନ୍ତି ଏବଂ ଆଶୀର୍ବାଦ ବର୍ଷା କରନ୍ତି, ମୁଁ ମଧ୍ୟ ଶକ୍ତିର ଏକ ନୂତନ ପ୍ରବାହ ମଧ୍ୟ ଅନୁଭବ କରିଛି । ଆଜି ମୁଁ ଆପଣଙ୍କ ଆଶୀର୍ବାଦ ଚାହୁଁଛି। ତେଣୁ ମୁଁ ପ୍ରାର୍ଥନା କରୁଛି ଯେ, ଆପଣମାନେ ନିଜ ଭାବନାକୁ ଶବ୍ଦରେ, ଲିଖିତ ଭାବରେ ପ୍ରକାଶ କରନ୍ତୁ ଏବଂ ମୋତେ ଆଶୀର୍ବାଦ ଦିଅନ୍ତୁ । ଆପଣଙ୍କ ଆଶୀର୍ବାଦର ପ୍ରତିଟି ଶବ୍ଦ କେବଳ ମୋ ପାଇଁ ଗୋଟିଏ ଶବ୍ଦ ନୁହେଁ ବରଂ ଏକ ମନ୍ତ୍ର । ଏହା ନିଶ୍ଚିତ ଭାବରେ ଏକ ମନ୍ତ୍ରର ଶକ୍ତି ଭାବରେ କାର୍ଯ୍ୟ କରିବ । ଆପଣ ନମୋ ଆପ୍ ମାଧ୍ୟମରେ ଆପଣଙ୍କ କଥା ଏବଂ ଭାବନା ସହିତ ସିଧାସଳଖ ମୋ ପାଖରେ ପହଞ୍ଚିପାରିବେ ।

ଆସନ୍ତୁ ସମସ୍ତେ ଭଗବାନ ରାମଙ୍କ ପ୍ରତି ଭକ୍ତିରେ ବୁଡିଯିବା । ଏହି ଭାବନା ସହିତ ମୁଁ ସମସ୍ତ ରାମ ଭକ୍ତଙ୍କୁ କୋଟି କୋଟି ପ୍ରଣାମ ।

ଜୟ ସିୟା ରାମ

ଜୟ ସିୟା ରାମ

ଜୟ ସିୟା ରାମ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IndiaAI Mission-backed startup Avataar launches indigenous video AI model

Media Coverage

IndiaAI Mission-backed startup Avataar launches indigenous video AI model
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 13, 2026
June 13, 2026

Viksit Bharat Accelerating: Tech, Defense, Infra & Exports Power India's Global Leap Under the Leadership of PM Modi