This budget session will be historic as it will see merger of the general and the rail budgets: PM
Hope budget session would be fruitful and all parties would debate on issues that would benefit the country: PM

2017ରେ ସଂସଦର ପ୍ରଥମ ଅଧିବେଶନ ଆଜି ଠାରୁ ଆରମ୍ଭ ହେଉଛି । ରାଷ୍ଟ୍ରପତି ମହୋଦୟଙ୍କ ଉଦ୍ବୋଧନ, ବଜେଟ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ଅବସରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହେବ । ବିଗତ ଦିନରେ ରାଜନୈତିକ ଦଳଗୁଡ଼ିକ ସହିତ ସାମୂହିକ ଭାବେ, ବ୍ୟକ୍ତିଗତ ଭାବେ ଲଗାତାର ଆଲୋଚନା ହୋଇଛି । ଚଳିତ ଅଧିବେଶନର ସର୍ବାଧିକ ଉପଯୋଗ ଜନହିତ ନିମନ୍ତେ ହେଉ, ସାର୍ଥକ ଚର୍ଚ୍ଚା ହେଉ, ବଜେଟ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ଚର୍ଚ୍ଚା ହେଉ ।

ପ୍ରଥମ ଥର ଲାଗି 1 ଫେବୃଆରୀରେ ବଜେଟ ଆଗତ କରାଯିବ । ଆପଣମାନେ ସମସ୍ତେ ଜାଣିଥିବେ ଆମ ଦେଶରେ ପୂର୍ବରୁ ସନ୍ଧ୍ୟା 5ଟାରେ ବଜେଟ ଆଗତ କରାଯାଉଥିଲା । କିନ୍ତୁ ଅଟଳଜୀଙ୍କ ସରକାର ଆସିବା ପରେ ଏହି ସମୟ ପରିବର୍ତ୍ତନ କରାଯାଇ ସକାଳୁ ଅଧିବେଶନ ଆରମ୍ଭ ହେବା ମାତ୍ରେ ବଜେଟ ଆଗତ କରାଯିବାର ପରମ୍ପରା ଆରମ୍ଭ ହେଲା ।

ଆଜି ଆଉ ଏକ ନୂଆ ପରମ୍ପରା ଆରମ୍ଭ ହେଉଛି । ପ୍ରଥମତଃ ସାଧାରଣ ବଜେଟ ପ୍ରାୟ ଏକ ମାସ ପୂର୍ବରୁ ଆଗତ କରାଯାଉଛି । ଦ୍ୱିତୀୟତଃ ସାଧାରଣ ବଜେଟ ସହିତ ରେଳ ବଜେଟକୁ ଯୋଡ଼ି ଦିଆଯାଇଛି । ସଂସଦରେ ଏ ସମ୍ପର୍କରେ ବ୍ୟାପକ ଚର୍ଚ୍ଚା ହେବ ଏବଂ ସେଥିରୁ ଆଗାମୀ ଦିନରେ କି ଲାଭ ମିଳିବ, ତାହା ମଧ୍ୟ ସର୍ବସମ୍ମୁଖକୁ ଆସିବ । ସମସ୍ତ ରାଜନୈତିକ ଦଳ ଉପରେ ମୋର ବିଶ୍ୱାସ ରହିଛି, ସେମାନେ ଏଥର ସଂସଦରେ ଉତ୍ତମ ଚର୍ଚ୍ଚା କରିବେ । ଏଥିସହିତ ଜନହିତ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକୁ ଆଗକୁ ବଢ଼ାଇବାରେ ସଂସଦର ସମୟ ଉପଯୋଗ କରିବେ ।

ଅନେକ-ଅନେକ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How ODOP is helping Pratapgarh turn its amla into a bigger business

Media Coverage

How ODOP is helping Pratapgarh turn its amla into a bigger business
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 1, 2026
September 01, 2026

#ModiHaiTohMumkinHai: Economy, Diplomacy and Atmanirbhar Milestones in One Social-Media Sweep