PM Modi congratulates Shri Om Birla on being unanimously elected as the Speaker of Lok Sabha
Om Birla Ji represents Kota, a place that is mini-India, a land associated with education and learning: PM
Jan Seva has been the focal point of the politics of Om Birla Ji: PM Modi

ଆଦରଣୀୟ ଅଧ୍ୟକ୍ଷ ମହୋଦୟ ଜୀ, ଏହି ସଦନର ସମସ୍ତ ସଦସ୍ୟମାନଙ୍କ ପାଇଁ ଏହା ଅତ୍ୟନ୍ତ ଆନନ୍ଦ ଓ ଗର୍ବର ସମୟ । ଆପଣଙ୍କୁ ଏହି ପଦରେ ଆସୀନ ହେବାର ଦେଖି । ଏହି ସଦନରେ ସମସ୍ତ ପୁରୁଣା ସଦସ୍ୟ ଆପଣଙ୍କ ସହିତ ଭଲ ଭାବେ ପରିଚିତ । ବିଧାୟକ ଭାବରେ ମଧ୍ୟ ରାଜସ୍ଥାନରେ ଆପଣ ସକ୍ରିୟ ଭୂମିକା ନିର୍ବାହ କରିଛନ୍ତି, ଏଥିରେ ମଧ୍ୟ ରାଜନୈତିକ ଜୀବନ ସହିତ ଜଡିତ ଲୋକ ପରିଚିତ ।

ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ବାଚସ୍ପତି ପଦରେ ଆଜି ଏପରି ଜଣେ ବ୍ୟକ୍ତିଙ୍କୁ ଆମେ ଅନୁମୋଦନ କରୁଛୁ, ସର୍ବସମ୍ମତି କ୍ରମେ ତାଙ୍କୁ ସ୍ୱୀକୃତି ପ୍ରଦାନ କରୁଛୁ, ଯିଏକି ସାର୍ବଜନୀନ ଜୀବନରେ ବିଦ୍ୟାର୍ଥୀ ସମୟରୁ ଛାତ୍ର ସଙ୍ଗଠନ ସହିତ ଜଡିତ ହୋଇ, ବିଶ୍ୱ ବିଦ୍ୟାଳୟରେ ଛାତ୍ର ଗତିବିଧିର ନେତୃତ୍ୱ ନେଇ ଜୀବନର ସର୍ବାଧିକ ଉତ୍ତମ ସମୟ କୌଣସି ପ୍ରକାର ବ୍ରେକ ବିନା ଅଖଣ୍ଡ ଅବିରତ ଭାବେ ସାମାଜିକ ଜୀବନର କୌଣସି ନା କୌଣସି ଗତିବିଧି ସହିତ ଜଡିତ ରହିଛନ୍ତି । ଭାରତୀୟ ଜନତା ଦଳର କାର୍ଯ୍ୟକର୍ତ୍ତା ଭାବେ ମଧ୍ୟ ଛାତ୍ର ଆନ୍ଦୋଳନରୁ ବାହାରି ଯୁବ ମୋର୍ଚ୍ଚା ସଙ୍ଗଠନରେ ପାଖାପାଖି ୧୫ ବର୍ଷ ପର୍ଯ୍ୟନ୍ତ ଜିଲ୍ଲାରେ, ରାଜ୍ୟରେ ଏବଂ ରାଷ୍ଟ୍ରୀୟ ସ୍ତରରେ କାର୍ଯ୍ୟ କରିଛନ୍ତି । ମୋତେ ଅନେକ ବର୍ଷ ଧରି ସଙ୍ଗଠନର କାର୍ଯ୍ୟ କରିବାର ଅବସର ମିଳିଛି । ଏହି କାରଣରୁ ମୋ ସାଥି ଭାବେ ମଧ୍ୟ ଆମ ଦୁହିଁଙ୍କୁ ଏକ ସହିତ କାର୍ଯ୍ୟ କରିବାର ଅବସର ମିଳିଛି । ଆଉ କୋଟା ହେଉଛି ସେହି ମାଟି ଯାହା ସମ୍ପ୍ରତି ଏକ ପ୍ରକାର ଶିକ୍ଷାର କାଶୀରେ ପରିଣତ ହୋଇଛି । ଯେଉଁମାନଙ୍କ ହୃଦୟ-ମନରେ କ୍ୟାରିଅରର ପ୍ରାଥମିକତା ରହିଛି ସେମାନେ କୋଟାକୁ ପସନ୍ଦ କରନ୍ତି । କୋଟାରେ ରୁହନ୍ତି, କୋଟାରେ ପଢ଼ନ୍ତି, କୋଟାରେ ନିଜର ଜୀବନ ନିର୍ମାଣ କରନ୍ତି । ରାଜସ୍ଥାନର ଗୋଟିଏ କୋଣରେ ଏହି ଛୋଟ ସହର ଆଜି ଏକ ପ୍ରକାର ଲଘୁ ଭାରତରେ ପରିଣତ ହୋଇଛି ଏବଂ କୋଟାର ଏହି ପରିବର୍ତ୍ତନ ଯେଉଁ ନେତୃତ୍ୱ ସାମନାରେ ଘଟିଛି, ଯାହାର ଯୋଗଦାନରୁ ଘଟିଛି, ଯାହାର ପଦକ୍ଷେପ ଦ୍ୱାରା ହୋଇଛି, ସେହି ନାମ ହେଉଛି ଶ୍ରୀମାନ ଓମ ବିର୍ଲାଜୀ ।

ସାଧାରଣତଃ ରାଜନୈତିକ ଜୀବନରେ ଆମମାନଙ୍କର ଏକ ଛବି ତିଆରି ହୋଇଥାଏ ଯେ ଆମେ ଚବିଶି ଘଣ୍ଟା ରାଜନୀତି କରିଥାଉ, ଉଠା-ପକା କରିଥାଉ, ତୁ-ତୁ-ମେଁ-ମେଁ କରିଥାଉ, କିଏ ହାରିବ କିଏ ଜିତିବ ସେଥିରେ ଲାଗି ରହିଥାଉ । ମାତ୍ର ଏହାବ୍ୟତୀତ ଆଉ ଏକ ସତ୍ୟ ରହିଛି ଯାହାକି କେବେ ବି ଉଜାଗର ହୋଇନାହିଁ । ବର୍ତ୍ତମାନ ଦେଶ ଅନୁଭବ କରିଛି ଯେ ରାଜନୈତିକ ଜୀବନରେ ଯେତେ ଅଧିକ ମାତ୍ରାରେ ସାମାଜିକ ସେବାର ଅନୁପାତ ରହିଥାଏ, ସମାଜରେ ସ୍ୱୀକୃତି ଅଧିକ ମିଳିଥାଏ । ହାର୍ଡକୋର ରାଜନୀତିର ସମୟ ପାଖାପାଖି ଶେଷ ହୋଇ ଆସୁଛି । ଓମ ବିର୍ଲାଜୀ ହେଉଛନ୍ତି ସେହି ବ୍ୟକ୍ତି, ଯିଏକି ଜନ ପ୍ରତିନିଧି ଭାବେ ରାଜନୀତି ସହିତ ଜଡିତ ହେବା ସ୍ୱାଭାବିକ ଥିଲା, ମାତ୍ର ତାଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟଶୈଳୀରେ ସମାଜ ସେବା କେନ୍ଦ୍ରିତ ରହିଛି । ସାମାଜିକ ଜୀବନରେ ଯଦି କୌଣସିଠାରେ ତାଙ୍କୁ କଷ୍ଟ ଜଣାପଡେ, ତେବେ ପ୍ରଥମେ ପହଞ୍ଚୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସେ ରହିଥା’ନ୍ତି । ମୋର ସମ୍ପୂର୍ଣ ମନେ ଅଛି କି ଯେତବେଳେ ଗୁଜରାଟରେ ଭୟଙ୍କର ଭୂମିକମ୍ପ ଆସିଥିଲା, ସେତବେଳେ ଦୀର୍ଘ ସମୟ ଧରି ସେ କଚ୍ଛରେ ଥିଲେ, ନିଜ ଅଞ୍ଚଳର ଯୁବ ସାଥୀମାନଙ୍କୁ ନେଇ ଆସିଥିଲେ । ସ୍ଥାନୀୟ କୌଣସି ବ୍ୟବସ୍ଥାର ଉପଯୋଗ ନକରି, ନିଜ ବ୍ୟବସ୍ଥା ମଧ୍ୟରେ ଯାହା ବି ଉପଲବ୍ଧ ଥିଲା, ସେହି ଆଧାରରେ ସେ ଦୀର୍ଘ ଦିନ ଧରି ସେବା କାର୍ଯ୍ୟ କରିଥିଲେ । ଏବେ କେଦାରନାଥରେ ଦୁର୍ଘଟଣା ହେଲା ତ ସେ ଉତ୍ତରାଖଣ୍ଡରେ ଦେଖାଗଲେ । ସେଠାରେ ବି ନିଜ ଦଳ ଆଣି ସମାଜ ସେବା କାମରେ ଲାଗି ପଡିଲେ ଏବଂ ନିଜର କୋଟାରେ ଯଦି ଶୀତ ଋତୁରେ କାହା ପାଖରେ କମ୍ବଳ ନାହିଁ, ତେବେ ରାତି ସାରା କୋଟା ଗଳିରେ ଯିବା, ଜନ-ଭାଗୀଦାରୀରେ କମ୍ବଳ ଆଦି ଏକାଠି କରିବା ଏବଂ ଏହାକୁ ପହଞ୍ଚାଇବା । ସେ ଏକ ବ୍ରତ ଗ୍ରହଣ କରିଥିଲେ ଯାହାକି ସାର୍ବଜନୀନ ଜୀବନରେ ଆମ ସମସ୍ତ ସାଂସଦମାନଙ୍କୁ କେବେ କେବେ ପ୍ରେରଣା ପ୍ରଦାନ କରିଥାଏ । ତାଙ୍କର ଏକ ବ୍ରତ ଥିଲା ଯେ କୋଟାରେ କେହି ଭୋକିଲା ଶୋଇବେ ନାହିଁ ଏବଂ ସେ ପ୍ରସାଦମ ନାମକ ଏକ ଯୋଜନା ଚଲାଉ ଥିଲେ, ଆଜି ବି ଏହା ଚାଲୁଛି । ଏହି ପ୍ରସାଦମ ଯୋଜନା ଅନ୍ତର୍ଗତ ଜନଭାଗୀଦାରୀ ଦ୍ୱାରା ଭୋକିଲା ଲୋକଙ୍କୁ ଖୋଜି ଖୋଜି ଖାଦ୍ୟ ଖୁଆଇବା ତାଙ୍କ ନିୟମିତ କାମରେ ପରିଣତ ହୋଇଥିଲା । ସେହିପରି ଗରିବ ହୁଅନ୍ତୁ, ଦୁଃଖି ହୁଅନ୍ତୁ, ଯଦି କପଡା ନାହିଁ, ତେବେ ସେ ପରିଧାନ ଯୋଜନା ନିର୍ମାଣ କଲେ । ଏହି ପରିଧାନ ଆନ୍ଦୋଳନ ଆଧାରରେ ଜନ ଭାଗୀଦାରୀ ଦ୍ୱାରା ସାମାଜିକ ସମ୍ବେଦନା ସହିତ ଲଗାତର ଜଡିତ ରହି, ଯଦି କାହା ପାଖରେ ଯୋତା ନାହିଁ, ତେବେ ଜନଭାଗୀଦାରୀ ଦ୍ୱାରା ଜୋତା ଏକାଠି କରିବା, ଗରମ ଦିନେ ତାକୁ ଜୋତା ପିନ୍ଧେଇ ଦେବା । ଯଦି କେହି ରୋଗରେ ପଡିଛି, କେଉଁଠାରେ ରକ୍ତଦାନର କାମ ଜରୁରୀ, କେଉଁ ହସପିଟାଲରେ ଆଉ କେଉଁ ସେବା ପ୍ରଦାନ କରିବାର ଅଛି । ଏକପ୍ରକାରରେ ସେ ନିଜର ରାଜନୀତିର କେନ୍ଦ୍ରବିନ୍ଦୁ ଜନଆନେ୍ଦାଳନରୁ ଅଧିକ ଜନସେବାକୁ କରିଥିଲେ ଏବଂ ଏପରି ଜଣେ ସମ୍ବେଦନଶୀଳ ବ୍ୟକ୍ତିତ୍ୱ ଆଜି ଯେତବେଳେ ବାଚସ୍ପତି ପଦରେ ଆମ ସମସ୍ତଙ୍କୁ ଅନୁଶାସିତ ମଧ୍ୟ କରିବେ, ଅନୁପ୍ରେରିତ ମଧ୍ୟ କରିବେ ଏବଂ ଏହା ଦ୍ୱାରା ଏହି ସଦନ ଦେଶକୁ ଉତ୍ତମରୁ ଉତ୍ତମ ପ୍ରଦାନ କରିପାରିବ, ଏକ ଉତପ୍ରେରକ ଏଜେଣ୍ଟ ଭାବେ, ଏକ ପଦାସୀନ ଉତ୍ତରଦାୟିତ୍ୱ ଭାବେ ଏବଂ ବର୍ଷ ବର୍ଷର ସମ୍ବେଦନା ସମ୍ପନ୍ନ ଜୀବନ ଜିଇଁବା କାରଣରୁ ମୋର ବିଶ୍ୱାସ ସେ ସେ ଉତମ ଭାବେ କାର୍ଯ୍ୟ ସମ୍ପନ୍ନ କରିପାରିବେ ।

ସଦନରେ ବି ଆମେ ଦେଖିଛୁ କି ସେ ହସିଲେ ବି ହାଲକା ଭାବେ ହସିଥା’ନ୍ତି । ସେ କଥା କହିଲେ ବି ବଡ ହାଲକା ଢଙ୍ଗରେ କହିଥା’ନ୍ତି ଏବଂ ଏଥିପାଇଁ ସଦନରେ ମୋତେ ବେଳେବେଳେ ଡର ଲାଗିଥାଏ ଯେ ତାଙ୍କର ଯେଉଁ ନମ୍ରତା ରହିଛି, ବିବେକ ରହିଛି, ତାହାର କେହି ଦୁରୂପଯୋଗ ନକରିଦେଉ । ମାତ୍ର ଆଜିକାଲି, ହୁଏତ ପୂର୍ବରୁ ଏପରି ହେଉଥିଲା କି ହୁଏତ ଲୋକସଭାରେ ବାଚସ୍ପତିଙ୍କ ସମସ୍ୟା ଅଧିକ ରହୁଥିଲା । ରାଜ୍ୟସଭାର ଅଧ୍ୟକ୍ଷଙ୍କର କମ ରହିଥାଏ, ମାତ୍ର ଏବେ ଓଲଟା ହୋଇଯାଇଛି । ଆମେ ଯେତବେଳେ ଗତ ଅଧିବେଶନ ସମ୍ବନ୍ଧରେ ସ୍ମରଣ କରିବା, ତେବେ ସମସ୍ତଙ୍କ ମୁହଁରୁ ଏହା ବାହାରିବ ଯେ ଆମର ଯେଉଁ ବାଚସ୍ପତି ମହୋଦୟ ଥିଲେ, ସେ ସବୁବେଳେ ହସୁଥିଲେ, ଖୁସି ମିଜାଜରେ ରହୁଥିଲେ, ଗାଳି ଦେଉଥିଲେ ତ ଗାଳିଦେବା ପରେ ବି ହସି ଦେଉଥିଲେ । ମାତ୍ର ସେ ମଧ୍ୟ ଉତ୍ତମ ଭାବେ ଏକ ନୂତନ ପରମ୍ପରା ବିକଶିତ କରିଥିଲେ । ଏହି ସଦନ ତରଫରୁ, ଟ୍ରେଜେରୀ ବେଞ୍ଚ ତରଫରୁ ଶାସନରେ ବସିଥିବା ସମସ୍ତ ଦାୟିତ୍ୱବାନ ମନ୍ତ୍ରୀ ପରିଷଦ ତରଫରୁ ଅଧ୍ୟକ୍ଷ ମହୋଦୟ ଆପଣଙ୍କୁ ବିଶ୍ୱାସ ଦେଉଛି କି ଆପଣଙ୍କ କାମକୁ ସରଳ କରିବାରେ ଆମ ଭୂମିକାରେ ଥିବା ଉତ୍ତରଦାୟିତ୍ୱକୁ ଶତ ପ୍ରତିଶତ ପୂର୍ଣ୍ଣ କରିବାରେ ପ୍ରୟାସ କରିବୁ ଏବଂ ଆପଣଙ୍କର ହକ ରହିବ ଯେ ଏହି ବେଞ୍ଚ ତରଫରୁ ମଧ୍ୟ ଯଦି ନିୟମର ଉଲ୍ଲଂଘନ ହୁଏ, ବ୍ୟବସ୍ଥାରେ ବାଧା ସୃଷ୍ଟି କରାଯାଏ, ତେବେ ଆପଣଙ୍କର ପୁରା ହକ ରହିବ ଯେ ଆମକୁ ବି ଆଉ ଆମ ସ୍ତରର ଲୋକଙ୍କୁ ବି ଆପଣ ସେହି ପରିମାଣର ଆଗ୍ରହର ସହ କହିବେ, ଆମେ ଏହାର ସ୍ୱାଗତ କରିବୁ, କାରଣ ସଦନର ଗରିମା ବଜାୟ ରଖିବାରେ ଆମ ସମସ୍ତଙ୍କ ଯୋଗଦାନ ରହିବା ଆବଶ୍ୟକ । ଆଉ ମୋର ବିଶ୍ୱାସ ଯେ ପ୍ରଥମରୁ ୩-୪ ବର୍ଷ ଭଲ ଯାଇଥାଏ, ନିର୍ବାଚନ ବର୍ଷରେ ସ୍ୱଳ୍ପ ଗଡବଡ ହୋଇଥାଏ, ମାତ୍ର ଏବେ ଯେତବେଳେ ପ୍ରତି ତିନି-ଚାରି ମାସ ପରେ କୌଣସି ଏକ ନିର୍ବାଚନ ଆସିଥାଏ, ତେବେ ଲାଗିଥାଏ ଯେ ଏଠାରୁ କିଛି ବାର୍ତ୍ତାଦେବେ, ଏପରି ସ୍ଥିତିରେ ଆପଣଙ୍କ ଚିନ୍ତା ବି ଅଧିକ ରହିବ, ମାତ୍ର ତଥାପି ଭଲ ଚର୍ଚ୍ଚା ହେଉ, ଉତ୍ତମ ଚର୍ଚ୍ଚା ହେଉ, ସବୁ ବିଷୟ ଉପରେ ଚର୍ଚ୍ଚା ହେଉ, ମିଳିମିଶି ନିର୍ଣ୍ଣୟ ହେଉ, ଏଥିରେ ଏହି ସଦନ ଆପଣଙ୍କୁ ପୂର୍ଣ୍ଣ ଭାବେ ସହଯୋଗ କରିବ । ଏହି ଆଶା ସହିତ ମୋ ତରଫରୁ, ସଦନ ତରଫରୁ, ଟ୍ରେଜେରୀ ବେଞ୍ଚ ତରଫରୁ ମୁଁ ଆପଣଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି । ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi at BRICS summit: Dismantle ‘pyramid of privilege’ to make Global South a ‘rule-shaper’

Media Coverage

PM Modi at BRICS summit: Dismantle ‘pyramid of privilege’ to make Global South a ‘rule-shaper’
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Indian Junior Men’s Hockey Team on winning Asia Cup
September 13, 2026

The Prime Minister, Shri Narendra Modi, has congratulated the Indian Junior Men’s Hockey Team on winning the Asia Cup with an emphatic 4-1 victory in the final.

The Prime Minister described the achievement as remarkable and said that the feat reflects the immense talent of the young players.

Shri Modi extended his best wishes to the entire team.

The Prime Minister wrote on X;

“Congratulations to our Junior Men’s Hockey Team on winning the Asia Cup with an emphatic 4-1 win in the final. It is indeed a remarkable achievement.

This feat reflects the immense talent of our young players. Best wishes to the entire team!”