Government is open to discuss all issues in Parliament: PM
Like the previous session, I urge the MPs to actively participate in all debates and discussions: PM

ନମସ୍କାର ବନ୍ଧୁଗଣ,

ଏହା ହେଉଛି 2019ର ଶେଷ ଏବଂ ମହତ୍ୱପୂର୍ଣ୍ଣ ଅଧିବେଶନ । କାରଣ ରାଜ୍ୟସଭାର ଏହା ହେଉଛି 250ତମ ଅଧିବେଶନ । ନିଜ ଯାତ୍ରାର ଅନେକ ପ୍ରେରଣାପ୍ରଦ ସ୍ମୃତି ସହିତ ରାଜ୍ୟସଭାର 250ତମ ଅଧିବେଶନ ପ୍ରାରମ୍ଭ ହେଉଛି । ଏହିପରି ଏହି ଅଧିବେଶନ ସମୟରେ 26 ତାରିଖରେ ଆମ ସମ୍ବିଧାନ ଦିବସ ପଡିବ । ଏହା ଆମ ସମ୍ବିଧାନର 70ତମ ବର୍ଷ ହେବ । ଏହି ସମ୍ବିଧାନ ଦେଶର ଏକତା, ଅଖଣ୍ଡତା, ବିବିଧତା ଓ ସୌନ୍ଦର୍ଯ୍ୟକୁ ନିଜ ଭିତରେ ଜାବୁଡି ଧରିଛି ଏବଂ ଦେଶ ପାଇଁ ଏହା ହେଉଛି ପ୍ରେରଣାର ଉତ୍ସ ।

ତେଣୁ ସମ୍ବିଧାନର 70ତମ ବର୍ଷ, ଯାହାକି ସଦନ ମାଧ୍ୟମରେ ଦେଶବାସୀଙ୍କ ପାଇଁ ଏକ ଜାଗୃତିର ଅବସର ହୋଇପାରେ । ଗତକାଲି ପାଖାପାଖି ସମସ୍ତ ଦଳର ନେତାଙ୍କୁ ଭେଟିବାର ସୁଯୋଗ ମିଳିଥିଲା ଏବଂ ଏହି ଅଧିବେଶନ ମଧ୍ୟ, ଯେପରି ଗତ ଥର ନୂଆ ସରକାର ଗଠନ ହେବା ପରେ ସମସ୍ତ ଦଳଙ୍କ ସହଯୋଗ କାରଣରୁ, ସମସ୍ତ ମାନନୀୟ ସାଂସଦଙ୍କ ସହଯୋଗ କାରଣରୁ, ସମସ୍ତଙ୍କ ସକ୍ରିୟ ଓ ସକାରାତ୍ମକ ଭୂମିକା କାରଣରୁ ଅଦ୍ଭୁତପୂର୍ବ ସଫଳତା ହାସଲ କରିଥିଲା । ଆଉ ମୋତେ ସାର୍ବଜନୀନ ଭାବେ ଗର୍ବର ସହ କହିବା ଆବଶ୍ୟକ ଯେ ଏହି ସଫଳତା

ସରକାରଙ୍କର ନୁହେଁ, ଏହି ସଫଳତା ଶାସକ ଦଳର ନୁହେଁ, ଏହି ସଫଳତା ହେଉଛି ସମଗ୍ର ସଦନର ଏବଂ ସମସ୍ତ ସାଂସଦ ଏହାର ହକଦାର । ଏଥିପାଇଁ ପୁଣି ଥରେ ସକାରାତ୍ମକ ଓ ସକ୍ରିୟ ଭୂମିକା ପାଇଁ ସମସ୍ତ ସାଂସଦଙ୍କୁ କୃତଜ୍ଞତା ବ୍ୟକ୍ତ କରୁଛି ଓ ଆଶା କରୁଛି କି ଏହି ଅଧିବେଶନ ମଧ୍ୟ ଦେଶର ବିକାଶ ଯାତ୍ରାରେ ତଥା ଦେଶକୁ ଗତି ପ୍ରଦାନ କରିବାରେ ସହାୟକ ହେବ । ସମଗ୍ର ବିଶ୍ୱ ଯେପରି ଦ୍ରୂତ ଗତିରେ ଆଗକୁ ବଢ଼ୁଛି ତା’ ସହିତ ପାଦ ମିଳେଇବାର ସାମର୍ଥ୍ୟ ମଧ୍ୟ ଆମେ ଆମ ସଂସଦରୁ ଲାଭ କରୁ ।

ଆମେ ସବୁ ବିଷୟରେ ଖୋଲା ଖୋଲି ଭାବେ ଆଲୋଚନା କରିବାକୁ ଚାହୁଁ । ଉତ୍ତମରୁ ଉତ୍ତମ ବିତର୍କ ହେବା ଆବଶ୍ୟକ । ବାଦବିବାଦ ହେଉ, ସମ୍ବାଦ ହେଉ, ପ୍ରତ୍ୟେକ ସାଂସଦ ସେମାନଙ୍କର ବୌଦ୍ଧିକ ଶକ୍ତିର ପ୍ରଚୁର ମାତ୍ରାରେ ଉପଯୋଗ କରନ୍ତୁ । ଆଉ ସଦନ ମଧ୍ୟ ଚର୍ଚ୍ଚାକୁ ସମୃଦ୍ଧ କରିବାରେ ଯୋଗଦାନ ଦେଉ ଏବଂ ଏଥିରୁ ଯେଉଁ ଅମୃତ ବାହାରିଥାଏ ତାହା ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମରେ ଆସେ । ଏହି ଶୁଭକାମନା ସହିତ ଆପଣ ସମସ୍ତଙ୍କୁ ମୁଁ ଅନେକ-ଅନେକ ଧନ୍ୟବାଦ ଜଣାଉଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Why Amazon, Microsoft, Google are pouring $57 billion to build AI infrastructure in India

Media Coverage

Why Amazon, Microsoft, Google are pouring $57 billion to build AI infrastructure in India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasising on unity and mutual harmony
June 26, 2026

The Prime Minister, Shri Narendra Modi today shared Sanskrit Subhashitam emphasising that one should always work together with unity and mutual harmony.

The Prime Minister shared a Sanskrit verse-

“सङ्गच्छध्वं संवदध्वं
सं वो मनांसि जानताम्।

देवा भागं यथा पूर्वे
सञ्जानाना उपासते॥

Shri Modi posted on X:

सङ्गच्छध्वं संवदध्वं
सं वो मनांसि जानताम्।

देवा भागं यथा पूर्वे
सञ्जानाना उपासते॥