India has entered the third decade of the 21st century with new energy and enthusiasm: PM Modi
This third decade of 21st century has started with a strong foundation of expectations and aspirations: PM Modi
Congress and its allies taking out rallies against those persecuted in Pakistan: PM

ପୂଜନୀୟ ଶ୍ରୀ ସିଦ୍ଧଲିଙ୍ଗେଶ୍ୱରା ସ୍ୱାମୀ ମହାଶୟ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବି. ଏସ୍. ୟେଦ୍ୟୁରପ୍ପା ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସାଥୀ ଶ୍ରୀ ଡି. ଭି. ସଦାନନ୍ଦ ଗୌଡା ମହାଶୟ, ଶ୍ରୀ ପ୍ରହଲ୍ଲାଦ ଯୋଶୀ ମହାଶୟ, କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀଗଣ, ଏଠାରେ ଉପସ୍ଥିତ ଆଦରଣୀୟ ସନ୍ଥ ସମାଜ, ଶ୍ରଦ୍ଧାଳୁଗଣ, ଭଦ୍ର ମହିଳା ଏବଂ ଭଦ୍ରବ୍ୟକ୍ତିଗଣ, ଆପଣ ସମସ୍ତଙ୍କୁ ନମସ୍କାର । ତୁମକୁରରେ ଡକ୍ଟର ଶିବ କୁମାର ସ୍ୱାମୀ ମହାଶୟଙ୍କ ଧରଣୀ, ସିଦ୍ଧଗଙ୍ଗା ମଠକୁ ଆସି ମୋତେ ବହୁତ ଆନନ୍ଦ ଅନୁଭବ ହେଉଛି । ସର୍ବପ୍ରଥମେ ଆପଣମାନଙ୍କୁ ସମସ୍ତଙ୍କୁ ନବବର୍ଷର ଶୁଭକାମନା।

ବର୍ଷ 2020 ପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ମଙ୍ଗଳକାମନା!

ଏହା ହେଉଛି ମୋର ସୌଭାଗ୍ୟ, ବର୍ଷ 2020ର ଆରମ୍ଭ ତୁମକୁରର ଏହି ପବିତ୍ର ମାଟିରୁ, ଆପଣମାନଙ୍କ ଗହଣରେ କରୁଅଛି । ମୋର ଇଚ୍ଛା ଅଛି କି ସିଦ୍ଧଗଙ୍ଗା ମଠର ଏହି ପବିତ୍ର ଉର୍ଜ୍ଜା ସମସ୍ତ ଦେଶବାସୀଙ୍କର ଜୀବନକୁ ମଙ୍ଗଳକାରୀ କରୁ ।

ସାଥୀଗଣ, ଆଜି କେତେ ବର୍ଷ ପରେ ଏଠାକୁ ଆସିଛି ତ, ଗୋଟିଏ ଶୂନ୍ୟସ୍ଥାନର ଅନୁଭବ ମଧ୍ୟ ହେଉଛି । ପୂଜ୍ୟ ସ୍ୱାମୀ ଶ୍ରୀ ଶ୍ରୀ ଶିବକୁମାର ମହାଶୟଙ୍କର ଭୌତିକ ଅନୁପସ୍ଥିତି ଆମେ ସମସ୍ତେ ଅନୁଭବ କରୁଛେ । ମୁଁ ତ ପ୍ରତ୍ୟକ୍ଷ ଭାବେ ଅନୁଭବ କରିଛି କି ତାଙ୍କର ଦର୍ଶନ କରିବା ମାତ୍ରେ ହିଁ ଜୀବନ ଉର୍ଜ୍ଜାରେ ଭରପୂର ହୋଇ ଯାଉଥିଲା । ତାଙ୍କର ପ୍ରେରଣା ପ୍ରଦାନକାରୀ ବ୍ୟକ୍ତିତ୍ୱ ଯୋଗୁଁ ଏହି ପବିତ୍ର ସ୍ଥାନ ଦଶକ ଦଶକ ଧରି ସମାଜକୁ ଦିଗଦର୍ଶନ ଦେଇ ଚାଲିଛି । ବିଶେଷ ଭାବେ ଏକ ଶିକ୍ଷିତ ଏବଂ ସମାନ ସୁବିଧା ସୁଯୋଗ ପ୍ରଦାନ କରୁଥିବା ଭଳି ସମାଜ ନିର୍ମାଣର ଗଙ୍ଗା ନିରନ୍ତର ଏହିଠାରୁ ପ୍ରବାହିତ ହୋଇ ଚାଲିଛି । ନିଜର ଜୀବନକାଳ ମଧ୍ୟରେ, ସ୍ୱାମୀଜୀ ନିରନ୍ତର ଭାବେ ଲୋକମାନଙ୍କର ଜୀବନ ଉପରେ ପ୍ରଭାବ ବିସ୍ତାର କରିଥିଲେ, ଏଭଳି ବହୁତ କମ୍ ଦେଖିବାକୁ ମିଳିଥାଏ ।

ଏହା ହେଉଛି ମୋର ସୌଭାଗ୍ୟ କି ଶ୍ରୀ ଶ୍ରୀ ଶିବକୁମାର ମହାଶୟଙ୍କର ସ୍ମୃତିରେ ହେବାକୁ ଥିବା ସଂଗ୍ରହାଳୟର ଶିଳାନ୍ୟାସ କରିବାର ସୁଯୋଗ ମୋତେ ମିଳିଲା । ଏହି ସଂଗ୍ରହାଳୟ, ନା କେବଳ ଲୋକମାନଙ୍କୁ ପ୍ରେରଣା ଦେବ, ବରଂ ସମାଜ ଏବଂ ରାଷ୍ଟ୍ରୀୟ ସ୍ତରରେ ଆମକୁ ମାର୍ଗ ପ୍ରଦର୍ଶନ କରିବାର କାର୍ଯ୍ୟ ମଧ୍ୟ କରିବ । ମୁଁ ପୂଜ୍ୟ ସ୍ୱାମୀଜୀଙ୍କୁ ପୁନର୍ବାର ସ୍ମରଣ କରି ତାଙ୍କ ପାଦତଳେ ପ୍ରଣାମ କରୁଛି ।

ସାଥୀଗଣ, ମୁଁ ଏଠାକୁ ଏପରି ସମୟରେ ଆସିଛି ଯେତେବେଳେ କର୍ଣ୍ଣାଟକର ଧରଣୀରୁ ଆଉ ଏକ ମହାନ ସନ୍ଥଙ୍କର ସାନିଧ୍ୟ ଦୂର ହୋଇ ଯାଇଛି । ପେଜାୱର ମଠର ପ୍ରମୁଖ ବିଶ୍ୱେଶ ତୀର୍ଥ ସ୍ୱାମୀଙ୍କର ଦେହାବସାନ ଭାରତ ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଆମର ଆଧ୍ୟାତ୍ମିକ ଏବଂ ସାମାଜିକ ଜୀବନର ଏଭଳି ସ୍ତମ୍ଭଗୁଡ଼ିକ ଆମ ମାନଙ୍କ ଗହଣରୁ ବିଦାୟ ନେବା, ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଥାଏ । ଆମେ ଶାରୀରିକ ଜୀବନର ଏହି ଗତିକୁ ତ ରୋକି ପାରିବା ନାହିଁ, କିନ୍ତୁ ଆମ ସନ୍ଥମାନେ ଦେଖାଇଥିବା ମାର୍ଗକୁ ନିଶ୍ଚିତ ଭାବେ ସଶକ୍ତ କରି ପାରିବା, ମାନବତାର ସେବା ଏବଂ ମାଆ ଭାରତୀର ସେବାରେ ନିଜକୁ ସମର୍ପିତ କରି ପାରିବା ।

ସାଥୀଗଣ, ଏହା ଏଥିପାଇଁ ମଧ୍ୟ ହେଉଛି ପ୍ରମୁଖ କାରଣ ଭାରତ ନୂତନ ଉର୍ଜ୍ଜା ଏବଂ ନୂତନ ଉତ୍ସାହ ସହିତ ଏକବିଂଶ ଶତାବ୍ଦୀର ତୃତୀୟ ଦଶକରେ ପ୍ରବେଶ କରିଛି । ଆପଣମାନଙ୍କର ମନେ ଥିବ କି ବିଗତ ଦଶକର ଆରମ୍ଭ କେଉଁଭଳି ପରିସ୍ଥିତିରେ ହୋଇଥିଲା । କିନ୍ତୁ ଏକବିଂଶ ଶତାବ୍ଦୀର ଏହି ତୃତୀୟ ଦଶକ ଆଶାର, ଆକାଂକ୍ଷାର ସୁଦୃଢ଼ ମୂଳଦୁଆ ସହିତ ଆରମ୍ଭ ହୋଇଛି ।

ଏହି ଆକାଂକ୍ଷା ହେଉଛି ନୂତନ ଭାରତର । ଏହି ଆକାଂକ୍ଷା ହେଉଛି ଯୁବକଙ୍କ ସ୍ୱପ୍ନର । ଏହି ଆକାଂକ୍ଷା ହେଉଛି ଦେଶର ମାଆ ଭଉଣୀଙ୍କର । ଏହି ଆକାଂକ୍ଷା ହେଉଛି ଦେଶର ଗରିବ, ଦଳିତ, ବଞ୍ଚିତ, ପୀଡିତ, ପଛୁଆ, ଆଦିବାସୀଙ୍କର । ଏହି ଆକାଂକ୍ଷା ହେଉଛି କ’ଣ ? ଭାରତକୁ ସମୃଦ୍ଧ, ସକ୍ଷମ ଏବଂ ସର୍ବହିତକାରୀ ବିଶ୍ୱଶକ୍ତି ଭାବେ ଦେଖିବା ପାଇଁ । ଦୁନିଆର ନକ୍ସାରେ ଭାରତକୁ ନିଜର ସ୍ୱାଭାବିକ ସ୍ଥାନରେ ପ୍ରତିସ୍ଥାପିତ ହେବାକୁ ଦେଖିବା ପାଇଁ।

ସାଥୀଗଣ, ଏହି ଆକାଂକ୍ଷାକୁ ପୂରଣ କରିବା ପାଇଁ, ରାଷ୍ଟ୍ର ରୂପରେ ବଡ଼ ବଡ଼ ପରିବର୍ତ୍ତନକୁ ଦେଶର ଲୋକମାନେ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି । ଏବେ ଏହା ପ୍ରତ୍ୟେକ ଭାରତୀୟଙ୍କର ମାନସିକତା ହୋଇଯାଇଛି କି ପରମ୍ପରାଗତ ଭାବେ ଆମମାନଙ୍କୁ ଯେଉଁ ସମସ୍ୟା ସବୁ ମିଳିଛି, ସେଗୁଡ଼ିକର ସମାଧାନ କରିବାକୁ ହିଁ ପଡ଼ିବ । ସମାଜରୁ ବାହାରୁଥିବା ଏହି ସନ୍ଦେଶ ଆମ ସରକାରଙ୍କୁ ମଧ୍ୟ ପ୍ରେରିତ କରୁଛି, ପ୍ରୋତ୍ସାହିତ କରୁଛି । ଏହା ହେଉଛି କାରଣ କି 2014 ପରେ ହିଁ ସାଧାରଣ ଭାରତୀୟଙ୍କ ଜୀବନରେ ସାର୍ଥକ ପରିବର୍ତ୍ତନ ଆଣିବା ପାଇଁ ଦେଶ ଅଦ୍ଭୁତ ପ୍ରୟାସମାନ କରିଛି ।

ବିଗତ ବର୍ଷ ତ ଗୋଟିଏ ସମାଜ ଭାବେ, ଏକ ରାଷ୍ଟ୍ର ଭାବେ ଆମର ସେସବୁ ପ୍ରୟାସଗୁଡ଼ିକୁ ଶୀଖରରେ ପହଞ୍ଚାଇଛୁ । ଆଜି, ଦେଶକୁ ଖୋଲାରେ ମଳମୁକ୍ତ ରଖିବାର ସଂକଳ୍ପସିଦ୍ଧ ହେଉଛି । ଦେଶର ଗରିବ ଭଉଣୀଙ୍କୁ ଧୂଆଁରୁ ମୁକ୍ତି କରିବାର ସଂକଳ୍ପ ମଧ୍ୟ ସିଦ୍ଧ ହେଉଛି । ଦେଶର ପ୍ରତ୍ୟେକ କୃଷକ ପରିବାରକୁ ସିଧାସଳଖ ସାହାଯ୍ୟ, କ୍ଷେତରେ କାର୍ଯ୍ୟ କରୁଥିବା ମଜଦୁର, ଶ୍ରମିକ, ଛୋଟ ବ୍ୟବସାୟୀଙ୍କୁ ସାମାଜିକ ସୁରକ୍ଷା, ପେନସନ୍ ଭଳି ବ୍ୟବସ୍ଥା ସହିତ ଯୋଡ଼ିବାର ସଂକଳ୍ପ ସିଦ୍ଧ ହେଉଛି ।

ଆତଙ୍କବାଦ ବିରୁଦ୍ଧରେ ଭାରତର ନୀତି ଏବଂ ରୀତିରେ ପରିବର୍ତ୍ତନର ସଂକଳ୍ପ ମଧ୍ୟ ସିଦ୍ଧି ହେଉଛି । ଜମ୍ମୁ କଶ୍ମୀରରେ ଧାରା 370କୁ ଉଚ୍ଛେଦ କରି ସେଠାକାର ଜୀବନରୁ ଆତଙ୍କ ଏବଂ ଅନିଶ୍ଚିତତାକୁ ଦୂର କରିବା ପାଇଁ, ଜମ୍ମୁ କଶ୍ମୀର ଏବଂ ଲଦ୍ଦାଖର ଲୋକମାନଙ୍କ ଆହ୍ୱାନ କ୍ରମେ ବିକାଶର ନୂତନ ଯୁଗର ଶୁଭାରମ୍ଭର ସଂକଳ୍ପ ମଧ୍ୟ ସିଦ୍ଧ ହେଉଛି । ଆଉ ଏସବୁ ମଧ୍ୟରେ, ଭଗବାନ ରାମଙ୍କର ଜନ୍ମସ୍ଥାନରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରିବାର ପଥ ମଧ୍ୟ ସଂପୂର୍ଣ୍ଣ ଶାନ୍ତି ଏବଂ ସହଯୋଗରେ ପ୍ରଶସ୍ତ ହୋଇ ଯାଇଛି ।

ସାଥୀଗଣ, କିଛି ସପ୍ତାହ ପୂର୍ବେ ହିଁ ଆମର ଗଣତନ୍ତ୍ରର ସବୁଠାରୁ ବଡ଼ ସଂସ୍ଥା, ଆମର ସଂସଦ ନାଗରିକ ସଂଶୋଧନ ଆଇନ ତିଆରି କରିବାର ମଧ୍ୟ ଐତିହାସିକ କାର୍ଯ୍ୟ କରିଛି । କିନ୍ତୁ କଂଗ୍ରେସର ଲୋକମାନେ, ସେମାନଙ୍କର ସାଥୀ ଦଳ ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ଇକୋ-ସିଷ୍ଟମ୍, ଭାରତର ସଂସଦ ବିରୁଦ୍ଧରେ ହିଁ ସ୍ୱର ଉତ୍ତୋଳନ କରୁଛନ୍ତି । ଯେଉଁଭଳି ଘୃଣା ସେମାନେ ଆମକୁ କରନ୍ତି, ସେହିଭଳିଆ ସ୍ୱର ଏବେ ଦେଶର ସଂସଦ ବିରୁଦ୍ଧରେ ଦେଖାଉଛନ୍ତି । ଏହି ଲୋକମାନେ ଭାରତର ସଂସଦ ବିରୁଦ୍ଧରେ ହିଁ ଆନ୍ଦୋଳନ ଆରମ୍ଭ କରି ଦେଇଛନ୍ତି । ଏହି ଲୋକମାନେ ପାକିସ୍ତାନରୁ ଆସିଥିବା ଦଳିତ-ପୀଡ଼ିତ-ଶୋଷିତଙ୍କ ବିରୁଦ୍ଧରେ ଆନ୍ଦୋଳନ କରୁଛନ୍ତି।

ସାଥୀଗଣ, ପାକିସ୍ତାନର ଜନ୍ମ ଧର୍ମ ଆଧାରରେ ହୋଇଥିଲା । ଦେଶ ଧର୍ମ ଆଧାରରେ ବଣ୍ଟା ହୋଇଥିଲା । ଆଉ ବଣ୍ଟା ହେବା ସମୟରେ ହିଁ ପାକିସ୍ତାନରେ ଅନ୍ୟାନ୍ୟ ଧର୍ମର ଲୋକମାନଙ୍କ ସହିତ ଅତ୍ୟାଚାର ହେବା ଆରମ୍ଭ ହୋଇ ଯାଇଥିଲା । ସମୟକ୍ରମେ ପାକିସ୍ତାନରେ ହୁଏତ ହିନ୍ଦୁ ହୁଅନ୍ତୁ, ଶିଖ୍ ହୁଅନ୍ତୁ, ଈଶାଇ ହୁଅନ୍ତୁ, ଜୈନ ହୁଅନ୍ତୁ, ସେମାନଙ୍କ ଉପରେ ଧର୍ମ ଆଧାରରେ ଅତ୍ୟାଚାର ବଢ଼ିଛି । ହଜାର ହଜାର ଏଭଳି ଲୋକମାନଙ୍କୁ ସେଠାରୁ ନିଜର ଘର ଛାଡ଼ି ଶରଣାର୍ଥୀ ଭାବେ ଭାରତକୁ ଆସିବାକୁ ପଡ଼ିଛି ।

ପାକିସ୍ତାନ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କଲା, ଶିଖମାନଙ୍କ ଉପରେ ଅତ୍ୟାଚାର କଲା, ଜୈନ ଏବଂ ଈଶାଇମାନଙ୍କ ଉପରେ ଅତ୍ୟାଚାର କଲା, କିନ୍ତୁ କଂଗ୍ରେସ ଏବଂ ତାଙ୍କର ସାଥୀ, ପାକିସ୍ତାନ ବିରୁଦ୍ଧରେ କହୁ ନାହାଁନ୍ତି । ଆଜି ପ୍ରତ୍ୟେକ ଦେଶବାସୀଙ୍କ ମନରେ ଏହି ପ୍ରଶ୍ନ ରହିଛି କି ଯେଉଁ ଲୋକମାନେ ନିଜର ଜୀବନ ରକ୍ଷା କରିବା ପାଇଁ, ନିଜ ଝିଅମାନଙ୍କର ଜୀବନ ବଞ୍ଚାଇବା ପାଇଁ ଏଠାକୁ ଆସିଛନ୍ତି, ସେମାନଙ୍କ ବିରୁଦ୍ଧରେ ତ ଶୋଭାଯାତ୍ରା ବାହାର କରାଯାଉଛି, କିନ୍ତୁ ଯେଉଁ ପାକିସ୍ତାନ ସେମାନଙ୍କ ଉପରେ ଏହି ଅତ୍ୟାଚାର କଲା, ସେମାନଙ୍କ ବିରୁଦ୍ଧରେ କହିବା ବେଳକୁ ଏହି ଲୋକମାନଙ୍କ ମୁହଁରେ ତାଲା କାହିଁକି ପଡ଼ିଛି ?

ଆମମାନଙ୍କର କର୍ତ୍ତବ୍ୟ ହେଉଛି କି ପାକିସ୍ତାନରୁ ଆସିଥିବା ଶରଣାର୍ଥୀମାନଙ୍କୁ ସାହାଯ୍ୟ କରିବା, ସେମାନଙ୍କ ପାଖରେ ଠିଆ ହୋଇଛୁ ବୋଲି ଦୃଷ୍ଟିଗୋଚର ହେବା । ଆମର ଏହା କର୍ତ୍ତବ୍ୟ ହେଉଛି କି ପାକିସ୍ତାନରୁ ଆସିଥିବା ହିନ୍ଦୁମାନଙ୍କୁ, ଦଳିତ-ପୀଡ଼ିତ-ଶୋଷିତମାନଙ୍କୁ ସେମାନଙ୍କ ଭାଗ୍ୟ ଉପରେ ଛାଡ଼ି ନ ଦେଇ, ସେମାନଙ୍କୁ ସାହାଯ୍ୟ କରିବା । ଆମର ଏହା କର୍ତ୍ତବ୍ୟ ହେଉଛି କି ପାକିସ୍ତାନରୁ ଆସିଥିବା ଶିଖମାନଙ୍କୁ ସେମାନଙ୍କ ଭାଗ୍ୟ ଉପରେ ଛାଡ଼ି ନ ଦେଇ, ସେମାନଙ୍କୁ ସାହାଯ୍ୟ କରିବା । ଆମର ଏହା କର୍ତ୍ତବ୍ୟ ହେଉଛି କି ପାକିସ୍ତାନରୁ ଆସିଥିବା ଜୈନ ଏବଂ ଖ୍ରୀଷ୍ଟିୟାନମାନଙ୍କୁ ସେମାନଙ୍କର ଭାଗ୍ୟ ଉପରେ ଛାଡ଼ି ଦେବା ନାହିଁ, ସେମାନଙ୍କୁ ସାହାଯ୍ୟ କରିବା।

ସାଥୀଗଣ, ଆଜି ଯେଉଁ ଲୋକମାନେ ଭାରତର ସଂସଦ ବିରୁଦ୍ଧରେ ଆନ୍ଦୋଳନ କରୁଛନ୍ତି, ମୁଁ ସେମାନଙ୍କୁ କହିବାକୁ ଚାହୁଁଛି କି ଆଜିର ଆବଶ୍ୟକତା ହେଉଛି ପାକିସ୍ତାନର ଏହି କାରନାମାକୁ ନେଇ ଅନ୍ତରାଷ୍ଟ୍ରୀୟ ସ୍ତରରେ ତା’ର ମୁଖା ଖୋଲିଦେବାର ଅଛି । ଯଦି ଆପଣମାନଙ୍କୁ ଆନ୍ଦୋଳନ କରିବାର ଅଛି ତ ପାକିସ୍ତାନର ବିଗତ 70 ବର୍ଷର କାର୍ଯ୍ୟକଳାପ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତୁ ।

ଯଦି ଆପଣମାନଙ୍କୁ ସ୍ଳୋଗାନ ଦେବାର ଅଛି ତ ପାକିସ୍ତାନରେ ଯେଉଁଭଳି ଭାବେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ହେଉଛି, ସେଥିରେ ଜଡ଼ିତ ଥିବା ସ୍ଳୋଗାନ ଲଗାନ୍ତୁ । ଯଦି ଆପଣମାନଙ୍କୁ ଶୋଭାଯାତ୍ରା ବାହାର କରିବାକୁ ଅଛି ତ, ପାକିସ୍ତାନରୁ ଆସିଥିବା ହିନ୍ଦୁ-ଦଳିତ-ପୀଡ଼ିତ-ଶୋଷିତଙ୍କ ସମର୍ଥନରେ ଶୋଭାଯାତ୍ରା ବାହାର କରନ୍ତୁ । ଯଦି ଆପଣମାନଙ୍କୁ ଧାରଣା ଦେବାର ଅଛି, ତ ପାକିସ୍ତାନ ବିରୁଦ୍ଧରେ ଧାରଣା ଦିଅନ୍ତୁ ।

ସାଥୀଗଣ, ଆମର ସରକାର, ଦେଶ ସମ୍ମୁଖରେ ଚାଲି ଆସୁଥିବା ଦଶକ ଦଶକର ପୁରୁଣା ଆହ୍ୱାନ ଗୁଡ଼ିକର ସମାଧାନ କରିବା ପାଇଁ ଦିନ ରାତି ଏକ କରି ଦେଇଛନ୍ତି । ଦେଶର ଲୋକମାନଙ୍କର ଜୀବନ ସହଜ ଓ ସରଳ ହେଉ, ଏହା ହେଉଛି ଆମର ପ୍ରାଥମିକତା । ଦେଶର ପ୍ରତ୍ୟେକ ଗରିବ ଲୋକଙ୍କ ପାଖରେ ଛାତ(ଘର) ଥାଉ, ପ୍ରତ୍ୟେକ ଘରେ ଗ୍ୟାସ ସଂଯୋଗ ଥାଉ, ପ୍ରତ୍ୟେକ ଘରେ ପାଇପ୍ ସାହାଯ୍ୟରେ ପାଣି ପହଞ୍ଚୁ, ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସୁଲଭ ସ୍ୱାସ୍ଥ୍ୟ ସୁବିଧା ପହଞ୍ଚି ପାରୁ, ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ବୀମାର ସୁରକ୍ଷା କବଚ ଥାଉ, ଗାଁମାନଙ୍କରେ ବ୍ରଡବ୍ୟାଣ୍ଡ୍ ଥାଉ, ଏଭଳି ଅନେକଗୁଡ଼ିଏ ଲକ୍ଷ୍ୟକୁ ନେଇ ଆମେ କାର୍ଯ୍ୟ କରୁଛୁ ।

ବର୍ଷ 2014ରେ ଯେତେବେଳେ ମୁଁ ଆପଣମାନଙ୍କୁ ସ୍ୱଚ୍ଛ ଭାରତ ଅଭିଯାନରେ ଭାଗିଦାରି କରିବା ପାଇଁ ପ୍ରାର୍ଥନା କଲି, ତ ଆପଣମାନେ ସଂପୂର୍ଣ୍ଣ ସାମର୍ଥ୍ୟର ସହିତ ନିଜର ହାତକୁ ଆଗକୁ ବଢ଼ାଇଥିଲେ । ଆପଣମାନଙ୍କ ଭଳି କୋଟି କୋଟି ସାଥୀଙ୍କ ସହଯୋଗ କାରଣରୁ ହିଁ ଗାନ୍ଧିଜୀଙ୍କର 250 ତମ ଜୟନ୍ତୀରେ ଭାରତ ନିଜକୁ ଖୋଲା ମଳମୁକ୍ତ ଘୋଷଣା କରି ଦେଲା ।

ଆଜି ମୁଁ ଚାହୁଁଛି କି ସନ୍ଥ ସମାଜ 3ଟି ସଂକଳ୍ପରେ ସକ୍ରିୟ ଭାବେ ସହଯୋଗ କରନ୍ତୁ । ପ୍ରଥମ- ନିଜର କର୍ତ୍ତବ୍ୟ ଏବଂ ଦାୟିତ୍ୱକୁ ଗୁରୁତ୍ୱ ଦେବାର ନିଜର ପୁରାତନ ସଂସ୍କୃତିକୁ ପୁଣି ଥରେ ଆମକୁ ସୁଦୃଢ଼ କରିବାକୁ ହେବ, ଲୋକମାନଙ୍କୁ ଏହି ବିଷୟରେ ନିରନ୍ତର ଭାବେ ଜାଗ୍ରତ କରିବାକୁ ପଡ଼ିବ । ଦ୍ୱିତୀୟ- ପ୍ରକୃତି ଏବଂ ପର୍ଯ୍ୟାବରଣର ରକ୍ଷା । ଏବଂ ତୃତୀୟ, ଜଳ ସଂରକ୍ଷଣ, ଜଳ ସଞ୍ଚୟ ପାଇଁ ଜନଜାଗରଣ କରିବା ନିମନ୍ତେ ସହଯୋଗ ।

ସାଥୀଗଣ, ଭାରତ ସଦା ସର୍ବଦା ସନ୍ଥମାନଙ୍କୁ, ଋଷିମାନଙ୍କୁ, ଗୁରୁଙ୍କୁ ସଠିକ ମାର୍ଗ ପାଇଁ ଗୋଟିଏ ପ୍ରକାଶ ସ୍ତମ୍ଭ ରୂପରେ ଦେଖିଛି । ନ୍ୟୁ ଇଣ୍ଡିଆରେ ମଧ୍ୟ ସିଦ୍ଧଗଙ୍ଗା ମଠ, ଆଧ୍ୟାତ୍ମ୍ୟ ଏବଂ ଆସ୍ଥା ସହିତ ଜଡ଼ିତ ଦେଶର ପ୍ରତ୍ୟେକ ନେତୃତ୍ୱଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଆପଣ ସମସ୍ତ ସନ୍ଥଙ୍କର ଆଶୀର୍ବାଦ, ଆମ ସମସ୍ତଙ୍କ ଉପରେ ଏହିପରି ଭାବେ ରହିଥାଉ, ଆପଣମାନଙ୍କ ଆଶୀର୍ବାଦ ନେଇ ଆମେ ଆମର ସଂକଳ୍ପକୁ ସିଦ୍ଧି କରୁ, ଏହି କାମନା ସହିତ ମୁଁ ମୋର କଥାକୁ ସମାପ୍ତ କରୁଛି ।

ଆପଣ ସମସ୍ତଙ୍କ ନିକଟରେ ବହୁତ ବହୁତ କୃତଜ୍ଞ !

ଭାରତ ମାତା କୀ ଜୟ!

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India solar capacity to quadruple, wind to triple over decade: Power ministry adviser

Media Coverage

India solar capacity to quadruple, wind to triple over decade: Power ministry adviser
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Speaks with King of Bahrain
March 20, 2026
PM Conveys Eid Greetings and Condemns Attacks on Energy and Civilian Infrastructure

Prime Minister Shri Narendra Modi held a fruitful discussion today with His Majesty King Hamad Bin Isa Al Khalifa, the King of Bahrain, to exchange festive greetings and address regional security concerns.

The Prime Minister spoke with His Majesty King Hamad Bin Isa Al Khalifa and conveyed warm greetings on the occasion of Eid al-Fitr to him and the people of Bahrain. During the conversation, both leaders discussed the current situation in the West Asian region. PM Modi condemned attacks on the energy and civilian infrastructure, underscoring their adverse impact on global food, fuel, and fertilizer security. Shri Modi reiterated the importance of ensuring freedom of navigation and keeping shipping lines open and secure. The Prime Minister further expressed his gratitude to His Majesty for his continued support for the well-being of the Indian community in Bahrain.

The Prime Minister wrote on X:

"Had a fruitful discussion with the King of Bahrain, His Majesty King Hamad Bin Isa Al Khalifa. Conveyed warm greetings on the occasion of Eid al-Fitr to him and the people of Bahrain.

We discussed the current situation in the West Asian region. Condemned attacks on the energy and civilian infrastructure in the region, underscoring their adverse impact on global food, fuel and fertilizer security.

Reiterated the importance of ensuring freedom of navigation and keeping shipping lines open and secure.

Thanked His Majesty for his continued support for the well-being of the Indian community in Bahrain."