Our government has made water conservation one of its topmost priorities and we are working tirelessly to ensure water supply to every household: PM Modi
The projects launched and inaugurated in Jharkhand today reflect on our strong commitment towards development of this country: PM Modi
The entire nation witnessed our strong resolve in fighting terrorism when we strengthened our anti-terrorist laws within 100 days of this government: PM Modi

ଭାରତ ମାତା କୀ – ଜୟ,

ଭାରତ ମାତା କୀ – ଜୟ,

ଭାରତ ମାତା କୀ – ଜୟ,

ମଞ୍ଚରେ ଉପସ୍ଥିତ ସମସ୍ତ ମହାନୁଭବ ଏବଂ ଦୂର-ଦୂରାନ୍ତରୁ ଆସିଥିବା ଏବଂ ଦୂର – ଅନେକ ଦୂର ପର୍ଯ୍ୟନ୍ତ ଠିଆ ହୋଇଥିବା ମୋର ସମସ୍ତ ପ୍ରିୟ ଭାଇ ଓ ଭଉଣୀମାନେ ।

ନୂତନ ସରକାର ପ୍ରତିଷ୍ଠା ହେବା ପରେ ଯେଉଁ କେତେକ ରାଜ୍ୟକୁ ମୋତେ ପ୍ରଥମେ ଯିବାର ସୁଯୋଗ ମିଳିଲା, ସେମାନଙ୍କ ମଧ୍ୟରୁ ଝାଡ଼ଖଣ୍ଡ ମଧ୍ୟ ହେଉଛି ଗୋଟିଏ ରାଜ୍ୟ । ଏହି ପ୍ରଖ୍ୟାତ ମୈଦାନ, ପ୍ରଭାତ ତାରା ମୈଦାନ, ସକାଳର ସମୟ ଆଉ ଆମେ ସମସ୍ତେ ଯୋଗ କରୁଥିଲେ ଏବଂ ବର୍ଷା ମଧ୍ୟ ଆମ ଉପରେ ଆଶୀର୍ବାଦ ଢାଳୁଥିଲା । ଆଜି ଯେତେବେଳେ ପୁଣି ଏହି ମୈଦାନକୁ ଆସିଛି ତ ଅନେକ ପୁରୁଣା ସ୍ମୃତି ସତେଜ ହୋଇ ଉଠୁଛି । ଏହା ହେଉଛି ସେହି ମୈଦାନ ଯେଉଁଠାରୁ ଆୟୁଷ୍ମାନ ଭାରତ ଯୋଜନା ଗତ ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିଲା।

 

ସାଥୀଗଣ, ଆଜି ଝାଡ଼ଖଣ୍ଡର ପରିଚୟରେ ଆଉ ଗୋଟିଏ କଥା ଯୋଡ଼ି ହେବାର ସୌଭାଗ୍ୟ ମିଳିଛି । ଭାଇ ଓ ଭଉଣୀମାନେ, ଆପଣଙ୍କ ଝାଡ଼ଖଣ୍ଡର ନୂତନ ପରିଚୟ ସୃଷ୍ଟି ହେବାକୁ ଯାଉଛି । ଏହା ହେଉଛି ସେହି ରାଜ୍ୟ ଯିଏ ଗରିବ ଏବଂ ଜନଜାତି ସମୁଦାୟଙ୍କ ହିତ ନିମନ୍ତେ ବଡ଼ ବଡ଼ ଯୋଜନା ଶୁଭାରମ୍ଭର କ୍ଷେତ୍ର । ଅର୍ଥାତ ଯେତେବେଳେ ଦେଶରେ ଏହି କଥାର ଚର୍ଚ୍ଚା ହେବ କି ଗରିବଙ୍କ ସହିତ ଜଡ଼ିତ ବଡ଼ ବଡ଼ ଯୋଜନା କେଉଁ ରାଜ୍ୟରେ ଆରମ୍ଭ ହୋଇଥିଲା, ତ ସେଥିରେ ଝାଡ଼ଖଣ୍ଡର ନାମ ସବୁଠାରୁ ଅଧିକ ଚର୍ଚ୍ଚାରେ ଆସିବ । ଏହି ଝାଡ଼ଖଣ୍ଡରୁ ଦୁନିଆର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୂଷ୍ମାନ ଭାରତର ଶୁଭାରମ୍ଭ ହୋଇଥିଲା ଆଉ ଆଜି ଦେଶର ଲକ୍ଷ ଲକ୍ଷ ଲୋକ ଯେଉଁମାନେ ଅର୍ଥ ଅଭାବରୁ ଚିକିତ୍ସା କରାଇ ପାରୁ ନଥିଲେ, ସେମାନଙ୍କର ଚିକିତ୍ସା ହେଉଛି, ସେମାନେ ଆଶୀର୍ବାଦର ବର୍ଷା କରୁଛନ୍ତି । ସେହି ଆଶୀର୍ବାଦ ଝାଡ଼ଖଣ୍ଡରେ ମଧ୍ୟ ପହଞ୍ଚୁଛି ।

ଆଜି ସମଗ୍ର ଦେଶର କୋଟି କୋଟି କୃଷକମାନଙ୍କୁ ପେନସନ୍ ସୁନିଶ୍ଚିତ କରିବା ଭଳି ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ମଧ୍ୟ ଝାଡ଼ଖଣ୍ଡର ବିର୍ସାମୁଣ୍ଡାଙ୍କ ଜନ୍ମମାଟିରୁ ଶୁଭାରମ୍ଭ ହେଉଛି । କେବଳ ଏତିକି ନୁହେଁ, ଦେଶର କୋଟି କୋଟି ବ୍ୟବସାୟୀ ଏବଂ ସ୍ୱରୋଜଗାରୀମାନଙ୍କ ପାଇଁ ରାଷ୍ଟ୍ରୀୟ ପେନସନ୍ ଯୋଜନାର ଶୁଭାରମ୍ଭ ମଧ୍ୟ ଝାଡ଼ଖଣ୍ଡରୁ ହେଉଛି । ମୁଁ ଏହି ମହାନ ଧରଣୀରୁ ସାରା ଦେଶର କୃଷକ ଏବଂ ବ୍ୟବସାୟୀମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ଅର୍ଥାତ ଆମେ ଏବେ ଦେଶର ଅସଂଗଠିତ ଶ୍ରମିକଙ୍କୁ ପେନସନ୍ ଦେବାର ଯୋଜନା ପରେ ମୁଁ କୃଷକମାନଙ୍କ ପାଇଁ ପେନସନ୍ ଯୋଜନା, ତା’ପରେ ବ୍ୟବସାୟୀ ଏବଂ ସ୍ୱରୋଜଗାରୀଙ୍କ ପାଇଁ ପେନସନ୍ ଯୋଜନା ଅର୍ଥାତ ଗୋଟିଏ ପ୍ରକାରରେ ଦେଶ ନିର୍ମାଣରେ ଯେଉଁମାନଙ୍କର ବହୁତ ବଡ଼ ଭୂମିକା ରହିଛି ଏଭଳି ସମାଜର ସମସ୍ତ ବର୍ଗଙ୍କୁ ବୃଦ୍ଧାବସ୍ଥାରେ ସମସ୍ୟା ମଧ୍ୟରେ ଜୀଇଁବାକୁ ନ ପଡ଼ୁ, ତାହାର ଗ୍ୟାରେଣ୍ଟି ଏହି ପେନସନ୍ ଯୋଜନା ନେଇ ଆସିଛି ।

ସାଥୀଗଣ, ଆଜି ମୋତେ ସାହିବଗଞ୍ଜ ବହୁମୁଖୀ ମଡେଲ ଟର୍ମିନାଲର ଉଦ୍ଘାଟନ କରିବାର ସୌଭାଗ୍ୟ ମଧ୍ୟ ମିଳିଛି ଆଉ ଆମର ମନ୍ତ୍ରୀ ଶ୍ରୀମାନ ମନସୁଖ ମାଣ୍ଡଭିୟା ମହାଶୟ ଏଠାରେ ବସିଛନ୍ତି । ସାନ୍ତାଳ ପ୍ରଗଣାର ବହୁତ ଲୋକ ମଧ୍ୟ ଆଜି ଏହି ବଡ଼ ମହତ୍ୱପୂର୍ଣ୍ଣ ଅବସରର ମହାନ ସାକ୍ଷୀ ପାଲଟିଛନ୍ତି । ଆଉ ଏହି ପ୍ରକଳ୍ପ କେବଳ ଝାଡ଼ଖଣ୍ଡକୁ ନୁହେଁ, ହିନ୍ଦୁସ୍ଥାନକୁ ବିଶ୍ୱରେ ନୂତନ ପରିଚୟ ଦେବାକୁ ଯାଉଛି । ଏହା କେବଳ ଏକ ପ୍ରକଳ୍ପ ନୁହେଁ ବରଂ, ଏହି ସଂପୂର୍ଣ୍ଣ କ୍ଷେତ୍ରକୁ ପରିବହନର ନୂତନ ବିକଳ୍ପ ଦେଉଛି ।

ଏହି ଟର୍ମିନାଲ ଜାତୀୟ ଜଳପଥ-1 ହଳଦିଆ-ବନାରସ ଜଳମାର୍ଗ ବିକାଶ ପରିଯୋଜନାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହି ଜଳମାର୍ଗ ଝାଡ଼ଖଣ୍ଡକୁ ସମଗ୍ର ଦେଶ ସହିତ ନୁହେଁ, ବରଂ ବିଦେଶ ସହିତ ମଧ୍ୟ ଯୋଡ଼ିବ । ଏହା ମାଧ୍ୟମରେ ଝାଡ଼ଖଣ୍ଡର ଲୋକମାନଙ୍କ ପାଇଁ ବିକାଶର ଅପାର ସମ୍ଭାବନା ଉନ୍ମୁକ୍ତ ହେବାକୁ ଯାଉଛି । ଏହି ଟର୍ମିନାଲ ଦ୍ୱାରା ଏଠାକାର ଆଦିବାସୀ ଭାଇ ଭଉଣୀମାନଙ୍କୁ, ଏଠାକାର କୃଷକମାନଙ୍କୁ, ନିଜର ଉତ୍ପାଦ ଏବେ ସମଗ୍ର ଦେଶର ବଜାରରେ ସହଜରେ ପହଂଚାଇବାର ସୁବିଧା ଉପଲବ୍ଧ ହେବ । ସେହିଭଳି ଜଳମାର୍ଗ ଦ୍ୱାରା, ଉତ୍ତର ଭାରତରୁ ଝାଡ଼ଖଣ୍ଡ ସମେତ ପୂର୍ବୋତ୍ତରର ଉତ୍ତର-ପୂର୍ବ ରାଜ୍ୟ ଆସାମ, ନାଗାଲାଣ୍ଡ, ମିଜୋରାମ, ମେଘାଳୟ ଏହି ସମସ୍ତ ରାଜ୍ୟଗୁଡ଼ିକ ପର୍ଯ୍ୟନ୍ତ ଏବେ ଝାଡ଼ଖଣ୍ଡରେ ଯାହା ଉତ୍ପାଦନ ହେବ, ତାହା ସେ ପର୍ଯ୍ୟନ୍ତ ପହଞ୍ଚିବାରେ ସରଳ ହୋଇଯିବ । ଏହି ଟର୍ମିନାଲ ରୋଜଗାରର ନୂତନ ସୁଯୋଗ ମଧ୍ୟ ପ୍ରସ୍ତୁତ କରିବ, ପ୍ରଗତିର ଦୃଷ୍ଟିରେ ଦେଖିବା ଅବା ପର୍ଯ୍ୟାବରଣ ଦୃଷ୍ଟିରୁ ଏହି ଜଳମାର୍ଗ ବହୁତ ଲାଭକାରୀ ସିଦ୍ଧ ହେବ ଏବଂ ସଡ଼କ ପଥରେ ଯେଉଁ ସାମଗ୍ରୀ ଯାଇଥାଏ, ସେଥିରେ ଯେତେ ଖର୍ଚ୍ଚ ହୋଇଥାଏ, ଜଳମାର୍ଗରେ ଯେତେବେଳେ ଯାଇଥାଏ ତ ବହୁତ କମ୍ ଖର୍ଚ୍ଚ ହୋଇଥାଏ । ଏହାର ଲାଭ ମଧ୍ୟ ପ୍ରତ୍ୟେକ ଉତ୍ପାଦକଙ୍କୁ, ପ୍ରତ୍ୟେକ ବ୍ୟବସାୟୀଙ୍କୁ, ପ୍ରତ୍ୟେକ କ୍ରେତାଙ୍କୁ ମିଳିବ ।

ଭାଇ ଓ ଭଉଣୀମାନେ, ନିର୍ବାଚନ ସମୟରେ ମୁଁ ଆପଣମାନଙ୍କୁ କର୍ମଠ ଏବଂ ଦମଦାର ସରକାର ଦେବାର ପ୍ରତିଶ୍ରୁତି ଦେଇଥିଲି । ଏକ ଏଭଳି ସରକାର ଯିଏ ପୂର୍ବାପେକ୍ଷା ଅଧିକ ଦ୍ରୁତ ଗତିରେ କାର୍ଯ୍ୟ କରିବ । ଏକ ଏଭଳି ସରକାର ଯିଏ ଆପଣମାନଙ୍କର ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ସଂପୂର୍ଣ୍ଣ ଶକ୍ତି ଲଗାଇଦେବ । ବିଗତ ଶହେ ଦିନରେ ଦେଶ ଏହାର ଟ୍ରେଲର ଦେଖି ନେଇଛି ଏବେ ଫିଲ୍ମ ଦେଖିବା ବାକି ଅଛି ।

ଆମର ସଂକଳ୍ପ ହେଉଛି, ପ୍ରତ୍ୟେକ ଘରକୁ ପାନୀୟ ଜଳ ପହଞ୍ଚାଇବା, ଆଜି ଦେଶ ଜଳ ଜୀବନ ମିଶନକୁ ସଫଳ କରିବା ପାଇଁ ଆଗେଇ ଆସିଛି ।

ଆମର ସଂକଳ୍ପ ହେଉଛି ମୁସଲମାନ ଭଉଣୀମାନଙ୍କର ଅଧିକାରର ରକ୍ଷା କରିବା, ଶହେ ଦିନ ମଧ୍ୟରେ ତିନି-ତଲାକ ବିରୁଦ୍ଧରେ କଠୋର ଆଇନ ଲାଗୁ କରି ଦେଇଛୁ ।

ଆମର ସଂକଳ୍ପ ହେଉଛି ଆତଙ୍କବାଦ ବିରୁଦ୍ଧରେ ନିର୍ଣ୍ଣାୟକ ଲଢ଼େଇ । ପ୍ରଥମ ଶହେ ଦିନରେ ହିଁ ଆତଙ୍କ- ବିରୋଧୀ ଆଇନକୁ ଆହୁରି କଠୋର କରି ଦିଆଯାଇଛି ।

ଆମର ସଂକଳ୍ପ ହେଉଛି, ଜାମ୍ମୁ କାଶ୍ମୀର ଏବଂ ଲଦ୍ଦାଖକୁ ବିକାଶର ନୂତନ ଶିଖରରେ ପହଞ୍ଚାଇବା । ଶହେ ଦିନ ମଧ୍ୟରେ ହିଁ ଏହାର ଶୁଭାରମ୍ଭ ଆମେ କରି ଦେଇଛୁ ।

ଆମର ସଂକଳ୍ପ ହେଉଛି ଜନତାଙ୍କୁ ଲୁଟୁଥିବା ଲୋକମାନଙ୍କୁ ସେମାନଙ୍କର ଠିକଣା ସ୍ଥାନରେ ପହଞ୍ଚାଇବା । ଆଉ ଏହା ଉପରେ ମଧ୍ୟ ବହୁତ ଦ୍ରୁତ ଗତିରେ କାର୍ଯ୍ୟ ହେଉଛି । ଆଉ କିଛି ଲୋକ ଜେଲ ଭିତରକୁ ମଧ୍ୟ ଚାଲି ଯାଇଛନ୍ତି ।

ଭାଇ ଓ ଭଉଣୀମାନେ, ମୁଁ କହିଥିଲି କି ନୂଆ ସରକାର ଗଠନ ହେବା ପରେ ହିଁ ପିଏମ୍ କିଷାନ ସମ୍ମାନ ନିଧିର ଲାଭ ଦେଶର ପ୍ରତ୍ୟେକ କୃଷକ ପରିବାରକୁ ମିଳିବ । ଏହି ପ୍ରତିଶ୍ରୁତି ପୂରଣ ହୋଇଛି ଆଉ ଏବେ ଅଧିକରୁ ଅଧିକ କୃଷକଙ୍କୁ ଏହି ଯୋଜନା ସହିତ ସାମିଲ କରାଯାଉଛି ।

ଆଜି ଦେଶର ପ୍ରାୟ ସାଢ଼େ 6 କୋଟି କୃଷକ ପରିବାରର ଖାତାରେ 21 ହଜାର କୋଟିରୁ ଅଧିକ ଧନରାଶି ଜମା ହୋଇଛି । ଏଥିରେ ଆଜି ମୋତେ ଆତ୍ମସନ୍ତୋଷ ମିଳିଛି କି ଏହି ସମସ୍ତ ଯୋଜନାରେ ମୋର ଝାଡ଼ଖଣ୍ଡର 8 ଲକ୍ଷ କୃଷକ ପରିବାର ମଧ୍ୟ ଏହାର ହିତାଧିକାରୀ ହୋଇ ପାରିଛନ୍ତି, ଏମାନଙ୍କ ଖାତାରେ ପ୍ରାୟ ଅଢ଼େଇ ଶହ କୋଟି… ଏତେ ଟଙ୍କା ଜମା ହୋଇଛି । କେହି ମଧ୍ୟସ୍ଥି ନାହାଁନ୍ତି, କାହାର ସୁପାରିଶର ଆବଶ୍ୟକତା ପଡ଼ୁ ନାହିଁ, ଅର୍ଥ ମିଳିବ ତ କାହାକୁ ଲାଞ୍ଚ ଦେବାକୁ ପଡ଼ିବ ଯେପରି ବଙ୍ଗଳାରେ କୁହନ୍ତି, କିଛି ସିଧା ନୁହେଁ- ସିଧା ସଳଖ ଅର୍ଥ କୃଷକଙ୍କ ଖାତାରେ ଜମା ହେଉଛି ।

ଭାଇ ଓ ଭଉଣୀମାନେ, ଆଜିର ଦିନ ଝାଡ଼ଖଣ୍ଡ ପାଇଁ ହେଉଛି ଐତିହାସିକ । ଆଜି ଏଠାରେ ଝାଡ଼ଖଣ୍ଡ ବିଧାନସଭାର ନୂତନ ଭବନର ଲୋକାର୍ପଣ ଏବଂ ସଚିବାଳୟର ନୂତନ ଭବନର ଶିଳାନ୍ୟାସ ମଧ୍ୟ କରାଯାଇଛି । ରାଜ୍ୟ ଗଠନ ହେବାର ପାଖାପାଖି ଦୁଇ ଦଶକ ପରେ, ଆଜି ଝାଡ଼ଖଣ୍ଡରେ ଗଣତନ୍ତ୍ରର ମନ୍ଦିରର ଲୋକାର୍ପଣ ହେଉଛି । ଏହି ଭବନ କେବଳ ଏକ ପ୍ରାସାଦ ନୁହେଁ, ଚାରି କାନ୍ଥ ଘେରା ଘର ନୁହେଁ, ଏହି ଭବନ ହେଉଛି ଏକ ଏଭଳି ପବିତ୍ର ସ୍ଥାନ ଯେଉଁଠାରେ ଝାଡ଼ଖଣ୍ଡର ଲୋକମାନଙ୍କର ସ୍ୱର୍ଣ୍ଣିମ ଭବିଷ୍ୟତର ମୂଳଦୁଆ ସ୍ଥାପନ କରାଯିବ । ଏହି ଭବନ ଗଣତନ୍ତ୍ରରେ ଆସ୍ଥା ରଖୁଥିବା ପ୍ରତ୍ୟେକ ନାଗରିକମାନଙ୍କ ପାଇଁ ହେଉଛି ଏକ ତୀର୍ଥସ୍ଥାନ । ଗଣତନ୍ତ୍ରର ଏହି ମନ୍ଦିର ମାଧ୍ୟମରେ ଝାଡ଼ଖଣ୍ଡର ବର୍ତ୍ତମାନ ଏବଂ ଆଗାମୀ ପିଢ଼ୀର ସ୍ୱପ୍ନ ସାକାର ହେବ । ମୁଁ ଚାହିଁବି କି ଝାଡ଼ଖଣ୍ଡର ଓଜସ୍ୱୀ, ତେଜସ୍ୱୀ ଏବଂ ପ୍ରତିଭାବାନ ଯୁବକ ନୂତନ ବିଧାନସଭା ଭବନକୁ ଦେଖିବା ପାଇଁ ନିଶ୍ଚିତ ଯାଆନ୍ତୁ । ଯେତେବେଳେ ମଧ୍ୟ ସୁଯୋଗ ମିଳୁଛି, ଚାରି ମାସ ପରେ, ଛଅ ମାସ ପରେ, ବର୍ଷେ ପରେ ଆମେମାନେ ଯିବା ଉଚିତ ।

ସାଥୀଗଣ, ଆପଣମାନେ ଏଥର ସଂସଦର ଅଧିବେଶନକୁ ନେଇ ମଧ୍ୟ ବହୁତ କିଛି ଶୁଣିଥିବେ, ଦେଖିଥିବେ । ଯେଭଳି ଭାବେ ନୂଆ ସରକାର ଗଠନ ହେବା ପରେ ନୂଆ ସଦନ ଗଠନ ହେବା ପରେ ଆମର ଲୋକସଭା ଏବଂ ରାଜ୍ୟସଭାର ଅଧିବେଶନ ଚାଲିଲା, ତାହାକୁ ଦେଖି ହିନ୍ଦୁସ୍ଥାନର ପ୍ରତ୍ୟେକ ନାଗରିକଙ୍କ ଚେହେରାରେ ଖୁସି ଆସିଛି, ଆନନ୍ଦିତ ହୋଇଛନ୍ତି । ଏହା ଏଥିପାଇଁ ହୋଇ ପାରିଲା, କାରଣ ଚଳିତ ଥର ସଂସଦର ମୌସୁମୀ ଅଧିବେଶନ ସ୍ୱାଧୀନ ହିନ୍ଦୁସ୍ଥାନର ଇତିହାସରେ ସବୁଠାରୁ ଅଧିକ କାର୍ଯ୍ୟକ୍ଷମ ଅଧିବେଶନ ମଧ୍ୟରୁ ହେଉଛି ଗୋଟିଏ । ସଂପୂର୍ଣ୍ଣ ଦେଶ ଦେଖିଲା କିଭଳି ଭାବେ ମୌସୁମୀ ଅଧିବେଶନରେ ସଂସଦର ସମୟର ସଠିକ ଭାବେ ସଦୁପଯୋଗ ହେଲା । ଆଉ ବିଳମ୍ବିତ ରାତି ପର୍ଯ୍ୟନ୍ତ ସଂସଦ ଚାଲିଥିଲା । ଘଣ୍ଟା ଘଣ୍ଟା ଧରି ବିତର୍କ ଚାଲିଥିଲା, ଏହି ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଗଭୀର ଚର୍ଚ୍ଚା ହେଉଥିଲା ଆଉ ଦେଶ ପାଇଁ ଜରୁରୀ ଆଇନ ପ୍ରଣୟନ କରାଗଲା ।

ସାଥୀଗଣ, ସଂସଦର କାର୍ଯ୍ୟକଳାପର ଶ୍ରେୟ ସମସ୍ତ ସାଂସଦମାନଙ୍କୁ, ସମସ୍ତ ରାଜନୈତିକ ଦଳ ଏବଂ ତାହାର ନେତାମାନଙ୍କୁ ଯାଉଛି । ମୋ ତରଫରୁ ସମସ୍ତ ସାଂସଦଙ୍କୁ ଶୁଭେଚ୍ଛା-ଦେଶବାସୀଙ୍କୁ ଶୁଭେଚ୍ଛା ।

ସାଥୀଗଣ, ବିକାଶ ହେଉଛି ଆମର ପ୍ରାଥମିକତା ମଧ୍ୟ, ଏବଂ ଆମର ପ୍ରତିବଦ୍ଧତା ମଧ୍ୟ । ବିକାଶ ପାଇଁ ଆମର ପ୍ରତିଶ୍ରୁତି ମଧ୍ୟ ଅଛି, ସେତିକି ମଧ୍ୟ ଅଟଳ ଉଦ୍ଦେଶ୍ୟ ମଧ୍ୟ ଅଛି । ଆଜି ଦେଶ ଯେତେ ଦ୍ରୁତ ଗତିରେ ଚାଲୁଛି, ସେତିକି ଦ୍ରୁତ ଗତିରେ ପୂର୍ବରୁ କେବେ ଚାଲୁନଥିଲା । ଆଜି ଦେଶରେ ଯେଭଳି ଭାବେ ପରିବର୍ତ୍ତନ ଆସୁଛି । ତାହା ପୂର୍ବରୁ କେବେ ଚିନ୍ତା ମଧ୍ୟ କରାଯାଉ ନଥିଲା । ଯେଉଁ ଲୋକମାନେ ଏହା ଭାବି ନେଇଥିଲେ କି ସେମାନେ ଦେଶର ଆଇନଠାରୁ ମଧ୍ୟ ଉର୍ଦ୍ଧରେ ଅଛନ୍ତି, ଦେଶର ଅଦାଲତ ଠାରୁ ମଧ୍ୟ ଉପରେ ଅଛନ୍ତି, ସେମାନେ ଆଜି ଅଦାଲତରୁ ଜାମିନ ପାଇବା ପାଇଁ ଗୁହାରି କରୁଛନ୍ତି ।

ଭାଇ ଓ ଭଉଣୀମାନେ, ଏହିଭଳି ଭାବେ ଦ୍ରୁତ ଗତିରେ କାର୍ଯ୍ୟ କରିବା ଭଳି ସରକାର ଆପଣମାନେ ଦେଖିବାକୁ ଚାହୁଁଥିଲେ ନା.. ଶହେ ଦିନର କାର୍ଯ୍ୟରେ ଆପଣମାନେ ଖୁସି ଅଛନ୍ତି କି ? ଆପଣମାନେ ଖୁସି ଅଛନ୍ତି ? ଠିକ୍ ଭାବେ କରୁଛି, ସଠିକ୍ ଦିଗରେ ଯାଉଛି, ଆପଣଙ୍କ ଆଶୀର୍ବାଦ ଅଛି, ଆଗକୁ ମଧ୍ୟ ରହିବ । ଏବେ ତ ଶୁଭାରମ୍ଭ ହୋଇଛି । 5 ବର୍ଷ ବାକି ଅଛି । ବହୁତ ଗୁଡ଼ିଏ ସଂକଳ୍ପ ବାକି ଅଛି, ବହୁତ ଗୁଡ଼ିଏ ପ୍ରୟାସ ବାକି ଅଛି, ବହୁତ ପରିଶ୍ରମ ବାକି ଅଛି । ଏହି ଶୃଙ୍ଖଳରେ କିଛି ସମୟ ପୂର୍ବରୁ କ୍ଷୁଦ୍ର ଚାଷୀ, ଦୋକାନୀ ଏବଂ ବ୍ୟବସାୟୀମାନଙ୍କ ହିତରେ ଐତିହାସିକ ଯୋଜନାଗୁଡ଼ିକର ଶୁଭାରମ୍ଭ କରାଯାଇଛି । ମୁଁ ଝାଡ଼ଖଣ୍ଡ ସହିତ ସମଗ୍ର ଦେଶର କ୍ଷୁଦ୍ରଚାଷୀ, ଦୋକାନୀ, ବ୍ୟବସାୟୀ ଏବଂ କାରବାର କରୁଥିବା ଲୋକମାନଙ୍କୁ ଅନୁରୋଧ କରିବି କି ଏହି ଯୋଜନାଗୁଡ଼ିକରୁ ନିଶ୍ଚୟ ଲାଭ ଉଠାନ୍ତୁ ।

ଭାଇ ଓ ଭଉଣୀମାନେ, ଆମ ସରକାର ପ୍ରତ୍ୟେକ ଭାରତବାସୀଙ୍କୁ ସାମାଜିକ ସୁରକ୍ଷାର କବଚ ଦେବାର ପ୍ରୟାସ କରୁଛନ୍ତି । ସରକାର ସେହି ଲୋକଙ୍କର ସାଥୀ ହେଉଛନ୍ତି ଯେଉଁମାନଙ୍କୁ ସବୁଠାରୁ ଅଧିକ ସହାୟତାର ଆବଶ୍ୟକତା ଅଛି । ଚଳିତ ବର୍ଷ ମାର୍ଚ୍ଚ ମାସରୁ ହିଁ ପେନସନ୍ ଯୋଜନା ଦେଶର କୋଟି କୋଟି ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ଚାଲୁ ରହିଛି । ଶ୍ରମଯୋଗୀ ମାନ ଧନ ଯୋଜନାରେ ଏ ପର୍ଯ୍ୟନ୍ତ 32 ଲକ୍ଷରୁ ଅଧିକ ଶ୍ରମିକ ସାଥୀ ମଧ୍ୟ ଯୋଡ଼ି ହୋଇଛନ୍ତି ।

ସଥୀଗଣ, ପାଞ୍ଚ ବର୍ଷ ପୂର୍ବରୁ ଗରିବଙ୍କ ପାଇଁ ଜୀବନ ବୀମା ଅବା ଦୁର୍ଘଟଣା ବୀମା ଏହା କଳ୍ପନାର ବାହାରେ ଥିଲା, ସେମାନଙ୍କ ପାଇଁ ବହୁତ ବଡ଼ କଥା ହୋଇ ରହିଥିଲା । ଗୋଟିଏ ଅର୍ଥରେ ସୂଚନାର ଅଭାବ ଥିଲା ଆଉ ଯେଉଁମାନଙ୍କୁ ଜଣାଥିଲା ସେମାନେ ଅଧିକ ପ୍ରିମିୟମ ଦେଖି ଶହେ ଥର ଚିନ୍ତା କରୁଥିଲେ, ଅଟକି ଯାଉଥିଲେ । ସେମାନେ ଭାବୁଥିଲେ ବର୍ତ୍ତମାନର ରୁଟି-ଡାଲିର ଚିନ୍ତା କରିବା ଅବା ପୁଣି ବୃଦ୍ଧାବସ୍ଥା ବିଷୟରେ ଚିନ୍ତା କରିବା, ଏହି ସ୍ଥିତିକୁ ଆମେ ପରିବର୍ତ୍ତିତ କରିବାର ପ୍ରୟାସ କରିଛୁ ।

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଦେଶର ସାଧାରଣ ମଣିଷଙ୍କ ଆଗରେ ରଖିଲୁ, କେବଳ ମାତ୍ର 90 ପଇସା, ଆପଣ ଚିନ୍ତାକରି ପାରୁଥିବେ ମାତ୍ର 90 ପଇସା ପ୍ରତିଦିନ ଏବଂ ଏକ ଟଙ୍କା ପ୍ରତିମାସ ହିସାବରେ । ଦୁଇ ଯୋଜନା ଅଧୀନରେ ଦୁଇ-ଦୁଇ ଲକ୍ଷ ଟଙ୍କାର ବୀମା ସୁନିଶ୍ଚିତ କରାଯାଇଛି । ଏ ପର୍ଯ୍ୟନ୍ତ ଏହି ଦୁଇଟି ଯୋଜନାରେ 22 କୋଟିରୁ ଅଧିକ ଦେଶବାସୀ ଏହା ସହିତ ସାମିଲ ହୋଇଛନ୍ତି, ଆଉ ଯେଉଁଥିରୁ 30 ଲକ୍ଷରୁ ଅଧିକ ସାଥୀ ହେଉଛନ୍ତି ମୋ ଝାଡ଼ଖଣ୍ଡର । ଏତିକି ହିଁ ନୁହେଁ ଏହି ଦୁଇଟି ଯୋଜନା ମାଧ୍ୟମରେ ସାଢେ 3 ହଜାର କୋଟିରୁ ଅଧିକ ଟଙ୍କାର ଦାବି ଲୋକମାନଙ୍କୁ ଏ ପର୍ଯ୍ୟନ୍ତ ମିଳିସାରିଛି ।

ଭାଇ ଓ ଭଉଣୀମାନେ, ବୀମା ଭଳି ଜଟିଳ ରୋଗର ଚିକିତ୍ସା ମଧ୍ୟ ଗରିବ ବ୍ୟକ୍ତିଙ୍କ ପାଇଁ ପ୍ରାୟ ଅସମ୍ଭବ ଥିଲା । ଆମେ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଜନ-ଆରୋଗ୍ୟ ଯୋଜନା ନେଇ କରି ଆସିଲୁ, ଏହି ଝାଡ଼ଖଣ୍ଡରେ ତାହାର ଶୁଭାରମ୍ଭ କଲୁ । ଏହା ଅଧୀନରେ ଏ ପର୍ଯ୍ୟନ୍ତ ପ୍ରାୟ 44 ଲକ୍ଷ ଗରିବ ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିସାରିଛି, ଯେଉଁମାନଙ୍କ ମଧ୍ୟରୁ ଚିକିତ୍ସା ସୁବିଧା ନେଇଥିବା ପରିବାରଗୁଡିକ ମଧ୍ୟରୁ ଝାଡ଼ଖଣ୍ଡରୁ 3 ଲକ୍ଷ ଲୋକ ଥିଲେ । ଝାଡ଼ଖଣ୍ଡର 3 ଲକ୍ଷ ଲୋକ ରୋଗର ଚିକିତ୍ସାର ଲାଭ ଉଠାଇଛନ୍ତି, 3 ଲକ୍ଷ ମୋର ଝାଡ଼ଖଣ୍ଡର  ଭାଇ ଭଉଣୀ । ଏଥିପାଇଁ ଡାକ୍ତରଖାନାମାନଙ୍କୁ 7 ହଜାର କୋଟି ଟଙ୍କାରୁ ଅଧିକ ଧନ ରାଶି ଉପଲବ୍ଧ କରାଯାଇଛି । ଆୟୁଷ୍ମାନ ଭାରତ ଦ୍ୱାରା ଗରିବଙ୍କୁ ଚିକିତ୍ସା ମିଳୁଛି ଏବଂ ସେମାନେ ଋଣ କରିବାରୁ ମଧ୍ୟ ବଞ୍ଚି ଯାଉଛନ୍ତି । ଏବେ ସେମାନଙ୍କୁ ସାହୁକାରଙ୍କ ପାଖକୁ ଯାଇ ଅଧିକରୁ ଅଧିକ ସୁଧ ଦେଇ ଟଙ୍କା ଋଣ ଆକାରରେ ଆଣି ନିଜର ଚିକିତ୍ସା କରିବାକୁ ପଡୁ ନାହିଁ ।

ଭାଇ ଓ ଭଉଣୀମାନେ, ଯେତେବେଳେ ଗରିବର ଜୀବନର ଚିନ୍ତା ହ୍ରାସ ପାଇଥାଏ, ନିତିଦିନିଆ ଜୀବନରେ ସଂଘର୍ଷ ହ୍ରାସ ହୋଇଥାଏ, ତ ସେ ନିଜେ ସେତିକି ଶକ୍ତି ରଖିଥାଏ କି ନିଜକୁ ନିଜେ ଦାରଦ୍ର୍ୟରୁ ମୁକୁଳିବାର ପ୍ରୟାସ ଆରମ୍ଭ କରି ଦେଇଥାଏ । ଆମ ସରକାର, ସେ କେନ୍ଦ୍ରରେ ଥାଉ ଅବା ଆମର ଏଠାରେ ଝାଡ଼ଖଣ୍ଡରେ ଥାଉ, ଗରିବ ଲୋକଙ୍କ ଜୀବନକୁ ସହଜ କରିବା ପାଇଁ, ତାଙ୍କର ଚିନ୍ତା କମ୍ କରିବା ପାଇଁ ସମ୍ପୂର୍ଣ୍ଣ ସଚୋଟ୍ଟତାର ସହିତ ପ୍ରୟାସ କରିଛୁ ।

ଗୋଟିଏ ସମୟ ଥିଲା, ଯେତେବେଳେ ଗରିବ ଲୋକର ପିଲାମାନେ ଟୀକାରଣରୁ ବଞ୍ଚିତ ହେଉଥିଲେ ଆଉ ବୟସ ବୃଦ୍ଧି ପାଇବା ସହିତ ଜଟିଳ ରୋଗର ଶିକାର ହୋଇ ଯାଉଥିଲେ । ଆମେ ମିଶନ ଇନ୍ଦ୍ର ଧନୁଷ ଆରମ୍ଭ କରି ଦେଶର ଦୂର-ଦୂରାନ୍ତ ଅଞ୍ଚଳରେ ମଧ୍ୟ ପିଲାମାନଙ୍କର ଟୀକାକରଣ ସୁନିଶ୍ଚିତ କଲୁ ।

ଗୋଟିଏ ସମୟ ଥିଲା, ଯେତେବେଳେ ଗରିବ ଲୋକଙ୍କୁ ବ୍ୟାଙ୍କ ଖାତା ଖୋଲିବା ପାଇଁ ଅସୁବିଧା ସୃଷ୍ଟି ହେଉଥିଲା, ସମସ୍ୟା ଲାଗି ରହୁଥିଲା । ଆମେ ଜନ-ଧନ ଯୋଜନା ଆଣି ଦେଶର 37 କୋଟି ଗରିବ ଲୋକଙ୍କର ବ୍ୟାଙ୍କରେ ଖାତା ଖୋଲିଲୁ ।

ଗୋଟିଏ ସମୟ ଥିଲା, ଯେତେବେଳେ ଗରିବ ଲୋକଙ୍କୁ ଶସ୍ତା ସରକାରୀ ଘର ମିଳିବା କଷ୍ଟକର ଥିଲା, ଆମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ 2 କୋଟିରୁ ଅଧିକ ଘର ଆମର ଗରିବ ଲୋକଙ୍କର ନିର୍ମାଣ କରି ଦେଇଛୁ । ଏବେ ଆଉ 2 କୋଟି ଘରର କାର୍ଯ୍ୟ ଚାଲୁ ରହିଛି ।

ସାଥୀଗଣ, ଗୋଟିଏ ସମୟ ଥିଲା, ଯେତେବେଳେ ଗରିବଙ୍କ ପାଖରେ ଶୌଚାଳୟ ସୁବିଧା ନ ଥିଲା । ଆମେ 10 କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରି, ଗରିବ ଭାଇ-ଭଉଣୀଙ୍କ ଜୀବନର ବହୁତ ବଡ଼ କଷ୍ଟ ଦୂର କରିଛୁ ।

ଗୋଟିଏ ସମୟ ଥିଲା, ଯେତେବେଳେ ଗରିବ ଭଉଣୀ-ଝିଅଙ୍କ ଜୀବନ ରୋଷେଇ ଘରର ଧୁଆଁରେ ନଷ୍ଟ ହେଉଥିଲା । ଆମେ ମାଗଣାରେ  8 କୋଟି ଗ୍ୟାସ ସଂଯୋଗ ଦେଇ, ସେମାନଙ୍କ ସ୍ୱାସ୍ଥ୍ୟର ରକ୍ଷା କଲୁ, ସେମାନଙ୍କ ଜୀବନକୁ ସହଜ ଓ ସରଳ କଲୁ ।

ଭାଇ ଓ ଭଉଣୀମାନେ, ଗରିବର ଗାରିମା, ତାହାର ମର୍ଯ୍ୟାଦା, ତାହାର ସ୍ୱାସ୍ଥ୍ୟ, ତାହାର ଚିକିତ୍ସା, ତାହାର ଔଷଧ, ବୀମା ସୁରକ୍ଷା, ତାହାର ପେନସନ, ତାହାର ପିଲାଙ୍କ ପାଠ ପଢା, ତାହାର ରୋଜଗାର ଏଭଳି କୌଣସି କ୍ଷେତ୍ର ନାହିଁ, ଯାହାକୁ ଧ୍ୟାନରେ ରଖି ଆମ ସରକାର କାର୍ଯ୍ୟ କରି ନାହାନ୍ତି । ଏହିଭଳି ଯୋଜନାଗୁଡିକ ଗରିବଙ୍କୁ ସଶକ୍ତ ତ’କରିଥାଏ, ଜୀବନରେ ନୂତନ ଆତ୍ମବିଶ୍ୱାସ ମଧ୍ୟ ଆଣିଥାଏ ଆଉ ଯେତେବେଳେ ଆତ୍ମବିଶ୍ୱାସର କଥା ଆସିଥାଏ ତ’ ଆମର ଜନଜାତୀୟ ସମାଜର ପିଲାମାନଙ୍କର ଚର୍ଚ୍ଚା ହେବା ବହୁତ ସ୍ୱଭାବିକ କଥା । ଆଜି ଆଦିବାସୀ ପିଲାମାନଙ୍କର, ଆଦିବାସୀ ଯୁବକମାନଙ୍କର, ଆଦିବାସୀ ଝିଅମାନଙ୍କର ଶିକ୍ଷା ଏବଂ ସେମାନଙ୍କର ଦକ୍ଷତାକୁ ପ୍ରତିପାଦିତ କରିବା ପାଇଁ ବହୁତ ବଡ଼ ବଡ଼ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ ହୋଇଛି । ସାରା ଦେଶରେ 462 ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବାର ଅଭିଯାନ ଆଜି ଝାଡ଼ଖଣ୍ଡର ଏହି ମାଟିରୁ, ଭଗବାନ ବୀରସା ମୁଣ୍ଡାଙ୍କ ଜନ୍ମ ମାଟିରୁ ଶୁଭାରମ୍ଭ ହୋଇଛି । ଯାହାର ବହୁତ ବଡ଼ ସୁଫଳ ମୋର ଝାଡ଼ଖଣ୍ଡର ଜନଜାତୀୟ ସମୁଦାୟର ଭାଇ-ଭଉଣୀମାନଙ୍କୁ ବିଶେଷ ଭାବେ ମିଳିବ । ଏହି ଏକଲବ୍ୟ ବିଦ୍ୟାଳୟ ଆଦିବାସୀ ପିଲାଙ୍କ ଲେଖା-ପଢ଼ାର ତ ହିଁ ହେଉଛି ମାଧ୍ୟମ, ଏଠାରେ କ୍ରୀଡା, ଖେଳକୁଦ ଯାହା ହେଉଛି ଏଠାକାର ପିଲାମାନଙ୍କର ସାମର୍ଥ୍ୟ ଏବଂ ଦକ୍ଷତା ବିକାଶ, କାରିଗରୀ, ହାତକୁ ସାମର୍ଥ୍ୟ ଯୋଗାଇଦେବା, ସ୍ଥାନୀୟ କଳା ଏବଂ ସଂସ୍କୃତିର ସଂରକ୍ଷଣ ପାଇଁ ମଧ୍ୟ ସୁବିଧାଜନକ ହେବ । ଏହି ବିଦ୍ୟାଳୟ ଗୁଡିକରେ ସରକାର, ପ୍ରତ୍ୟେକ ଆଦିବାସୀ ପିଲାଙ୍କ ପାଇଁ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ସରକାର ପ୍ରତ୍ୟେକ ଆଦିବାସୀ ପିଲାଙ୍କ ପାଇଁ ପ୍ରତ୍ୟେକ ବର୍ଷ ଏକ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିବେ । ମୋର ବିଶ୍ୱାସ ଅଛି ଯେ ଏହି ସ୍କୁଲ ଗୁଡିକରୁ ଶିକ୍ଷା ଲାଭ କରି ଯେଉ ସାଥୀ ବାହାରିବେ ସେମାନେ ଆଗାମୀ ଦିନରେ ନୂତନ ଭାରତର ନିର୍ମାଣରେ ବହୁତ ବଡ଼ ଭୂମିକା ତୁଲାଇବେ ।

ସାଥୀଗଣ, ଯୋଗାଯୋଗର ଦ୍ୱିତୀୟ ମାଧ୍ୟମଗୁଡିକ ଉପରେ ମଧ୍ୟ ଝାଡ଼ଖଣ୍ଡରେ ଦ୍ରୁତ ଗତିରେ କାର୍ଯ୍ୟ ହେଉଛି । ଯେଉଁ କ୍ଷେତ୍ରରେ ସନ୍ଧ୍ୟା ପରେ ବାହାରକୁ ବାହାରିବା କଷ୍ଟକର ଥିଲା, ସେଠାରେ ଏବେ ରାସ୍ତା ମଧ୍ୟ ନିର୍ମାଣ ହେଉଛି ଆଉ ସଡ଼କ ଉପରେ ଗହଳି-ଚହଳି ମଧ୍ୟ ଦେଖିବାକୁ ମିଳୁଛି । କେବଳ ରାଜପଥ ପାଇଁ ହିଁ ନଅ ହଜାର କୋଟି ଟଙ୍କାରୁ ଅଧିକ ପ୍ରକଳ୍ପ ଝାଡ଼ଖଣ୍ଡ ପାଇଁ ମଞ୍ଜୁର କରାଯାଇଛି, ଯେଉଁଥିରୁ ଅନେକ ଗୁଡିଏ ମଧ୍ୟ ସଂମ୍ପୂର୍ଣ୍ଣ ହୋଇସାରିଛି । ଆଗାମୀ ଦିନରେ ଭାରତମାଳା ଯୋଜନା ଅଧୀନରେ ଜାତୀୟ ରାଜପଥର ଅଧିକ ସଂପ୍ରସାରଣ କରାଯିବ । ସଡ଼କ ପଥ, ରାଜପଥ, ଅବା ଜଳପଥ ବ୍ୟତୀତ ରେଳବାଇ ଏବଂ ଆକାଶପଥର ଯୋଗାଯୋଗ ସୁଦୃଢ କରିବା ପାଇଁ ମଧ୍ୟ କାର୍ଯ୍ୟ ଚାଲୁ ରହିଛି ।

ବିଗତ ପାଞ୍ଚ ବର୍ଷରେ ବିକାଶର ଏହି ଯେତେ ସବୁ କାର୍ଯ୍ୟ ହୋଇଛି ତା’ ପଛରେ  ଆମର ବନ୍ଧୁ ରଘୁବର ଦାସ ମହୋଦୟ ଏବଂ ତାଙ୍କର ଟିମର ଉଦ୍ୟମ ଏବଂ ପରିଶ୍ରମ ଓ ଆପଣ ସମସ୍ତଙ୍କ ଆଶୀର୍ବାଦରୁ ହୋଇଛି, ଏହା ହିଁ ତ ହେଉଛି କାରଣ । ପୂର୍ବରୁ ଯେଭଳି ଭ୍ରଷ୍ଟାଚାର ଅବା ଘୋଟାଲା ହେଉଥିଲା, ଶାସନରେ ଯେଭଳି ପାରଦର୍ଶୀତାର ଅଭାବ ଥିଲା, ସେହି ସ୍ଥିତିରେ ପରିବର୍ତ୍ତନ ଆଣିବାର ସମ୍ପୂର୍ଣ୍ଣ ପ୍ରୟାସ ଝାଡ଼ଖଣ୍ଡର ରଘୁବର ଦାସଙ୍କ ସରକାର କରିଛନ୍ତି ।

ଭାଇ ଓ ଭଉଣୀମାନେ, ଯେବେ ଏତେ କିଛି ହେଉଛି । ତ ଗୋଟିଏ ଦାୟିତ୍ୱ ମୁଁ ଆପଣଙ୍କ ଉପରେ ଝାଡ଼ଖଣ୍ଡର ଲୋକମାନଙ୍କ ଉପରେ ମଧ୍ୟ ନ୍ୟସ୍ତ କରୁଛି । ଗତକାଲି ଠାରୁ ହିଁ ଦେଶରେ ସ୍ୱଚ୍ଛତା ହିଁ ସେବା ଅଭିଯାନର ଶୁଭାରମ୍ଭ ହୋଇଛି । ଏହି ଅଭିଯାନ ଅଧୀନରେ ଅକ୍ଟୋବର 2 ପର୍ଯ୍ୟନ୍ତ ଆମକୁ ନିଜ ଘର, ସ୍କୁଲ, କାର୍ଯ୍ୟାଳୟକୁ ତ’ ପରସ୍କାର କରିବାର ଅଛି, ଗାଁକୁ, ବସ୍ତିକୁ, ଗଳିକନ୍ଦିକୁ ମଧ୍ୟ ତ’ ପରିସ୍କାର କରିବାର ଅଛି, କିନ୍ତୁ ଏହା ସହିତ ଏକ ବିଶେଷ କାର୍ଯ୍ୟ । ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକକୁ ଆମକୁ ଏକାଠି କରିବାକୁ ହେବ, ଗୋଟିଏ ସ୍ଥାନରେ ଗଦା କରିବାକୁ ହେବ । ସେହି ପ୍ଲାଷ୍ଟିକ ଯାହା କେବଳ ଥରେ ମାତ୍ର କାର୍ଯ୍ୟରେ ଆସିଥାଏ ପୁଣି ତାହା ବେକାର ହୋଇଯାଥାଏ ଆଉ ତାହା ସମସ୍ୟା ପାଲଟି ଯାଇଥାଏ । ଏଭଳି ସମସ୍ତ ପ୍ଲାଷ୍ଟିକକୁ ଗୋଟିଏ ସ୍ଥାନରେ  ଜମା କରି  ଆମକୁ ସେହି ପ୍ଲାଷ୍ଟକ କବଳରୁ ମୁକ୍ତି ପାଇବାର ଅଛି ।

ଅକ୍ଟୋବର 2 ତାରିଖ ହେଉଛି ମହାତ୍ମା ଗାନ୍ଧୀଙ୍କର 150 ତମ ଜୟନ୍ତୀର ଦିନ, ଆମକୁ ସେହି ପ୍ଲାଷ୍ଟିକର ପାହାଡକୁ ହଟାଇ ଦେବାର ଅଛି । ସରକାର, ସମସ୍ତ ବିଭାଗକୁ ଏକାଠି  କରୁଛନ୍ତି ଫଳରେ ଏତେଗୁଡିଏ ପ୍ଲାଷ୍ଟିକକୁ ଏକାଠି କରାଯାଇ ପାରିବ ଆଉ ତାହାକୁ ପରେ ପୁନଃ ପ୍ରକିୟାକରଣ କରାଯାଇ ପାରିବ । ମୋର ପ୍ରକୃତି ପ୍ରେମୀ ଝାଡ଼ଖଣ୍ଡର ଲୋକମାନଙ୍କୁ, ପରିବେଶ ପ୍ରେମୀ ଝାଡ଼ଖଣ୍ଡର ଲୋକମାନଙ୍କୁ ଅନୁରୋଧ ଯେ, ଏହି ଅଭିଯାନ ସହିତ ସାମିଲ ହୁଅନ୍ତୁ ଆଉ ଦେଶକୁ ଥରେ ମାତ୍ର ବ୍ୟବହାର ଉପଯୋଗୀ ପ୍ଲାଷ୍ଟିକରୁ ମୁକ୍ତି ଦେବାରେ ଆପଣ ନେତୃତ୍ୱ ନିଅନ୍ତୁ, ଆଉ ମୋ ସାଙ୍ଗରେ ଚାଲନ୍ତୁ । 

ସାଥୀଗଣ, ଏବେ ନୂତନ ଝାଡ଼ଖଣ୍ଡ ପାଇଁ ଆମ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାର ଅଛି, ମିଳିମିଶି ଆଗକୁ ବଢିବାର ଅଛି, ମିଳିମିଶି ଦେଶକୁ ଆଗକୁ ନେବାର ଅଛି, ମିଳିମିଶି ଦେଶକୁ ଆଗକୁ ଅଗ୍ରସର କରାଇବାର ଅଛି । ଆଗାମୀ 5 ବର୍ଷ ପାଇଁ ଝାଡ଼ଖଣ୍ଡରେ ପୁଣି ବିକାଶର ଡବଲ ଇଞ୍ଜିନ ଲଗାଇବା, ଏହି ବିଶ୍ୱାସର ସହିତ ମୁଁ ମୋ କଥା ସମାପ୍ତ କରୁଛି ।

ଆଉ ଆଜି ମିଳିଥିବା ଅନେକ ଭେଟି-ଉପହାର ପାଇଁ ଝାଡ଼ଖଣ୍ଡକୁ ଆଉ ଦେଶବାସୀଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି ଆଉ ମୋ ତରଫରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଜଣାଇ, ଦୁଇ ହାତର ମୁଠା ବନ୍ଦ କରି , ଦୁଇ ହାତକୁ ଉପରକୁ କରି, ସଂମ୍ପୂର୍ଣ୍ଣ ଶକ୍ତିର ସହିତ କୁହନ୍ତୁ, ଭାରତ ମାତା କୀ-ଜୟ, ସ୍ୱର ଝାଡ଼ଖଣ୍ଡର ପ୍ରତ୍ୟେକ ଗାଁ ପର୍ଯ୍ୟନ୍ତ ପହଞ୍ଚିବା ଦରକାର….

ଭାରତ ମାତା କୀ-ଜୟ

ଭାରତ ମାତା କୀ-ଜୟ

ଭାରତ ମାତା କୀ-ଜୟ

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
GCCs now influence up to $55 billion of India's IT services exports: Deloitte

Media Coverage

GCCs now influence up to $55 billion of India's IT services exports: Deloitte
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves scheme of Chemical Parks “Bharat Audyogik Vikas Yojana Rasayan (BHAVYA Rasayan)
July 24, 2026

The Union Cabinet chaired by the Prime Minister Shri Narendra Modi has approved Bharat Audyogik Vikas Yojana Rasayan or BHAVYA - Rasayan Scheme for establishing three dedicated Chemical Parks in the country. The Scheme was announced in the Union Budget of FY 2026–27.

The Scheme will have a total financial outlay of Rs.3,030 crore, with Rs.3,000 crore towards meeting the cost of establishing the Common Infrastructure Facilities and Basic Utilities inside the park and Rs. 30 Crores as administrative expenditure. The scheme would run for a period of 5 years from FY 2026-27 to FY 2030-31.

In terms of the said scheme, the Centre would provide a grant of up to Rs.1,000 crore per park. This will be subject to minimum contribution of Rs.500 crore by the concerned State Government.

BHAVYA Rasayan Scheme is expected to bring the following benefits to the economy:

  • It will promote development of the Chemical industry along the whole value chains including upstream, downstream and ancillary industries promoting efficient utilization of resources, leading to lower logistics cost.
  • Through shared Common Infrastructure Facilities and Basic Utilities, keeping the needs of chemicals industry in mind, it will lead to enhanced cost competitiveness and will make the Indian Industry globally competitive.
  • It will help the Indian Chemical industry better integrate in Global Value Chains leading to greater exports and higher import substitution.
  • It will promote development of Indian Chemical industry in a sustainable way by creating an environment friendly ecosystem which will consist of centralized facilities such as Common Effluent Treatment Plant, Treatment, Storage, and Disposal Facility, and Hazardous Waste Management infrastructure. It will ensure better compliance management with environmental regulations, thereby promoting development of industry in eco-friendly manner.
  • Development of Chemical sector will lead to a cascading effect through enhanced development of downstream sectors of the economy as well, thereby leading to higher employment generation and greater development of the economy, helping achieve the goal of Viksit Bharat @ 2047.
Recognising that this sector produces Chemicals and Petrochemicals which are used in various downstream industries such as Agriculture, Textiles, Pharmaceuticals, Nutraceuticals, Construction, Automobile, Electronics, introducing BHAVYA Rasayan Scheme shall facilitate development of the sector by attracting domestic and foreign investments, enhancing domestic production capacity and generating employment. It will boost the global competitiveness of the sector thereby, promoting Atmanirbharta.
 
In terms of the said Scheme, the Centre will facilitate development of three dedicated Chemical Parks by the State Governments under Challenge Route. Each such park will have a minimum contiguous area of 8 sq. km. (minimum 2,000 acres) of encumbrance-free land. These parks will provide plug-and-play infrastructure, in the form of Common Infrastructure Facilities and Basic Utilities for the chemical industry such as:
  • Common Effluent Treatment Plant (CETP),
  • Treatment, Storage, and Disposal Facility (TSDF),
  • Water supply and distribution systems,
  • Solvent recovery and distillation facilities,
  • Steam generation and distribution network,
  • Interconnected pipeline network,
  • Logistics and warehousing facilities.