To take India to newer heights, the role of infrastructure, railways and roads is very important: PM
Our focus is on timely completion. We will complete projects we begin: PM Modi
Good roads are a boon for tourism. With a tourist comes economic opportunity for the locals: PM

ଆପଣମାନେ ଏତେ ବିଶାଳ ସଂଖ୍ୟାରେ ଆମମାନଙ୍କୁ ଆଶୀର୍ବାଦ ଦେବା ପାଇଁ ଆସିଲେ ମୁଁ ଏଥିପାଇଁ ଆପଣମାନଙ୍କୁ ହୃଦୟର ସହିତ ବହୁତ ବହୁତ ଶୁଭେଚ୍ଛା ଜ୍ଞାପନ କରୁଛି । ବିଗତ ଦିନମାନଙ୍କରେ ବନ୍ୟା କାରଣରୁ ଦେଶର କିଛି ଅଂଚଳରେ ବହୁତ ଅସୁବିଧା ଆସିଥିଲା । ବହୁ ଲୋକଙ୍କୁ ନିଜର ଜୀବନ ଦେବାକୁ ପଡ଼ିଛି । କୃଷକଙ୍କୁ ମଧ୍ୟ ବହୁତ କ୍ଷତି ହୋଇଛି । ରାଜସ୍ଥାନରେ ମଧ୍ୟ ବହୁ ସ୍ଥାନରେ ଏହି ସଙ୍କଟ ଆସିଥିଲା । ରାଜ୍ୟ ସରକାର ନିଜର ଏକ ସ୍ମାରକପତ୍ର ଭାରତ ସରକାରଙ୍କୁ ପଠାଇଛନ୍ତି । ଭାରତ ସରକାରଙ୍କ ତରଫରୁ ମଧ୍ୟ ଏକ ଉଚ୍ଚ ସ୍ତରୀୟ କମିଟି ରାଜସ୍ଥାନର ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିଛନ୍ତି । ମୁଁ ରାଜସ୍ଥାନର ବନ୍ୟା ପ୍ରପୀଡ଼ିତ ଭାଇ ଭଉଣୀମାନଙ୍କୁ, କୃଷକଙ୍କୁ ଏହି ଭରସା ଦେଉଛି କି ବିପଦର ଏହି ସମୟରେ ଭାରତ ସରକାର ପୂର୍ଣ୍ଣରୂପରେ ଆପଣଙ୍କ ସହିତ ଠିଆ ହେବେ ଆଉ ଏହି ବିପଦରୁ ବାହାରି ଏକ ନୂତନ ବିଶ୍ୱାସର ସହିତ ଆମେ ସମସ୍ତେ ଆଗକୁ ବଢ଼ିବା, ଏଥିପାଇଁ ମିଳିମିଶି ଭରପୂର ପ୍ରୟାସ ମଧ୍ୟ କରିବା । ଆଜି ଗୋଟିଏ ହିଁ କାର୍ଯ୍ୟକ୍ରମରେ ପନ୍ଦର ହଜାର କୋଟି ଟଙ୍କାରୁ ଅଧିକ ନିବେଶ ହେବା ଭଳି ବିକାଶ କାର୍ଯ୍ୟକ୍ରମର ଶିଳାନ୍ୟାସ ହେବା କିମ୍ବା ଲୋକାର୍ପଣ ହେବା - ଏହି ଯୋଜନାଗୁଡ଼ିକର ଘୋଷଣା କରିବା ହେଉଛି, ରାଜସ୍ଥାନ ପାଇଁ ଏକ ଐତିହାସିକ ଘଟଣା ।

ନିର୍ବାଚନ ସମୟରେ ଭିନ୍ନ-ଭିନ୍ନ ପ୍ରତିଶୃତି ଦେବା ସହ ଖବରକାଗଜରେ ବହୁତ ବଡ଼ ବଡ଼ ମୁଖ୍ୟାଂଶ ଛାପିଯାଉଛିଆପଣ ମଧ୍ୟ ଭଲ, ଆମେ ମଧ୍ୟ ଭଲ । ମାଳା ଦୁଇଟି ତୁମକୁ ପକାଇଦେବି, କାମ ସରିଲାଏ ସମସ୍ତ ଖେଳକୁ ଦେଶ ଭଲ ଭାବରେ ଦେଖି ଆସିଛି, ବର୍ଷ ବର୍ଷ ଧରି ଦେଶରେ ଏହା ଚାଲି ଆସିଛି, ଆମ ସମ୍ମୁଖରେ ଏହା ହେଉଛି ସବୁଠାରୁ ବଡ଼ ଆହ୍ୱାନ ଏହି ପୁରୁଣା କୁପ୍ରଥାଗୁଡ଼ିକୁ ଶେଷ କରିବା ପାଇଁ ସଜାଡିବା ପାଇଁ ଏତେ ଶକ୍ତି ଲାଗୁଛି, ଯାହାକୁ ଆପଣ କଳ୍ପନା କରି ପାରିବେ ନାହିଁ ଏଭଳି ଅବସ୍ଥା ଛାଡ଼ି ଯାଇଛନ୍ତି । ସମସ୍ତ ବ୍ୟବସ୍ଥା ଏଭଳି ବିଗିଡି ଯାଇଛି ଖରାପ ବ୍ୟବସ୍ଥା ଏତେ ପ୍ରବେଶ କରି ଯାଇଛି ଯଦି କୌଣସି ସାଧାସିଧା ବ୍ୟକ୍ତି ହୋଇଥାନ୍ତା ତ ବୋଧହୁଏ ତାହାକୁ ଦେଖିକରି ହିଁ ଡରି ଯାଇଥାନ୍ତା କିନ୍ତୁ ମୁଁ ଟିକେ ଅଲଗା ମାଟିରେ ଗଢ଼ା ହୋଇଛି, ଆହ୍ୱାନକୁ ବାଛିବାର ମଧ୍ୟ ଅଭ୍ୟାସ ଅଛି, ଆଉ ଆହ୍ୱାନକୁ ଆହ୍ୱାନ କରିବାର ମଧ୍ୟ ଅଭ୍ୟାସ ଅଛି ଏବଂ ଆହ୍ୱାନକୁ ସ୍ୱୀକାର କରି ରାସ୍ତା ଖୋଜି କରି ଲକ୍ଷ୍ୟ ଆଡ଼କୁ ଦେଶକୁ ନେଇ ଯିବା ପାଇଁ ଆପ୍ରାଣ ଉଦ୍ୟମ କରିବାର ମନୋବୃତ୍ତି ମଧ୍ୟ ରଖିଛୁ ।

ଏବେ ନିତିନ୍ ଜୀ ବର୍ଣ୍ଣନା କରୁଥିଲେ ଚମ୍ବଲର ସେହି ସେତୁ କଥା 2006 ରୁ 2017 ପର୍ଯ୍ୟନ୍ତ 11 ବର୍ଷ ଆଉ ବଜେଟ କେତେ 300 କୋଟିରୁ ମଧ୍ୟ କମ । ସରକାର ମଧ୍ୟରେ କ’ଣ ଫରକ ହୋଇଥାଏ? କାମ କଲାବାଲା ସରକାର କାହାକୁ କହନ୍ତି ? ଏହା ବୁଝିବା ପାଇଁ ହେଉଛି ଏହି ଘଟଣାଟି ଯଥେଷ୍ଟ । ଗୋଟିଏ ଛୋଟିଆ ପୋଲ, 300 କୋଟି ଟଙ୍କା ଖର୍ଚ୍ଚରେ, ପୋଲ ବର୍ଷେ-ଦେଢ଼ ବର୍ଷରେ ତିଆରି ହୋଇଯିବ, ସାଧାରଣ ପଦ୍ଧତିରେ ତିଆରି କରିଲେ ତ ବର୍ଷେ-ଦେଢ଼ ବର୍ଷରେ ତିଆରି ହୋଇଯିବ  । 11 ବର୍ଷ ବିତିଗଲା ଆଉ ଆଜି ପାଞ୍ଚ ହଜାର ଛଅ ଶହ କୋଟିର ସେହି ପ୍ରକଳ୍ପ । ପତ୍ରକାର ବନ୍ଧୁମାନେ ଟିକେ ହିସାବ ଦେଖନ୍ତୁ ତ ମୁଣ୍ଡ ଖଟାଇ, 300 କୋଟିର ପ୍ରକଳ୍ପ 11 ବର୍ଷ, ପାଞ୍ଚ ହଜାର ଛଅ ଶହ କୋଟିର କାମ । 2014ରେ ଦିଲ୍ଲୀରେ ଆମର ସରକାର ଗଠନ ହେଲା ପରେ ଚିନ୍ତା କରାଗଲା, ଯୋଜନା ଆରମ୍ଭ ହେଲା, କାର୍ଯ୍ୟକ୍ରମ ପ୍ରସ୍ତୁତ ହେଲା ଆଉ ଆଜି ତିନି ବର୍ଷ ଭିତରେ-ଭିତରେ 5,600 କୋଟି ଟଙ୍କାର କାମ ଲୋକାର୍ପଣ ହେଉଛି । ଆମେ ସେହି ସଂସ୍କୃତିକୁ ନେବାର ପ୍ରୟାସ କରିଛୁ ଯେଉଁ କାମକୁ ଆମେ ଆରମ୍ଭ କରିବୁ ତାହାକୁ ସମ୍ପୂର୍ଣ୍ଣ କରିବାର ପ୍ରୟାସ ମଧ୍ୟ ଆମେ ହିଁ କରିବୁ ଆଉ ଯେବେ କୌଣସି ଯୋଜନା ବିଳମ୍ବିତ ହୋଇଯାଏ ଗୋଟିଏ ଅଧେ ନିର୍ବାଚନରେ ବୋଧହୁଏ ରାଜନୈତିକ ଲାଭ ମିଳି ଯାଉଥିବ । ପଥର ପୋତି ଦେଲେ, ଫୁଲମାଳା ପିନ୍ଧାଇ ଦେଲେ, ଫଟୋ ବାହାର କରିଦେଲେ, ଖବରକାଗଜରେ ଛାପି ଦେଲେ ଗୋଟିଏ ଅଧେ ନିର୍ବାଚନ କାମ ତ’ ଚଳିଯିବ । କିନ୍ତୁ ପରେ ଯଦି ସେହି ଯୋଜନାଗୁଡ଼ିକ ଅଟକି ପଡିରହିବ, ହଜାର ହଜାର କୋଟି ଟଙ୍କାର ଖର୍ଚ୍ଚ ବଢ଼ିଯିବ । କାମ ନ ହେବା କାରଣରୁ ଯେଉଁ କ୍ଷତି ହେଲା, ସେ ଅଲଗା । କାମ ଅଟକିବା କାରଣରୁ ଯେଉଁ କ୍ଷତି ହେଲା, ସେ ଅଲଗା । ଆଉ ଦେଶର ସଂପୂର୍ଣ୍ଣ ଅର୍ଥତନ୍ତ୍ରକୁ ଗୋଟିଏ ଗାତରେ ପଡ଼ିଥିବା ଏହି ଯୋଜନା ସବୁ ଖାଇ ଯାଇଥାନ୍ତି । ଏଭଳି ଗାତରେ ପଡ଼ିଥିବା ଏତେ ସବୁ ଯୋଜନା ବାହାରକୁ ବାହାର କରିବାରେ ମୋତେ କେତେ ଶକ୍ତି ଖର୍ଚ୍ଚ କରିବାକୁ ପଡ଼ୁଛି ଯେଭଳି କି ଏହି ସେତୁ ଆପଣ ଦେଖିଲେ କାମ ବନ୍ଦ ପଡ଼ିଥିଲା । କୋର୍ଟ କଚେରୀରେ ଛନ୍ଦି ହେଉଥିଲା । ସାହସର ସହିତ, ସଚ୍ଚୋଟତାର ସହିତ ନିଷ୍ପତ୍ତି ନେଉଛୁ, ନିର୍ଣ୍ଣୟ କରୁଛୁ ତ ପରିଣାମ ମଧ୍ୟ ମିଳୁଛି । ଆଉ ଆଜି ଆପଣମାନଙ୍କ ସାମ୍ନାରେ ସେହି ପରିଣାମ, ଆଗାମୀ ଦିନମାନଙ୍କରେ ନଅ ହଜାର କୋଟିରୁ ମଧ୍ୟ ଅଧିକର କାମ କେବଳ ଏକୁଟିଆ ରାଜସ୍ଥାନରେ ହେବ । ଏଥିରେ ପ୍ରମୁଖ ହେଉଛି ସଡ଼କ କ୍ଷେତ୍ରର କାମ, କେଉଁଠି ରାସ୍ତାର ପ୍ରଶସ୍ତିକରଣ, କେଉଁଠି ନୂତନ ପୋଲ, କେଉଁଠି ନୂତନ ସଡ଼କ, କେଉଁଠି ରାସ୍ତାର ଆଧୁନିକୀକରଣ । ଏକା ସହିତ ନଅ ହଜାର କୋଟିରୁ ଅଧିକ ଟଙ୍କାର କାମ ଆରମ୍ଭ କରିବା । ଯଦି ଏହି କାମ 500 କୋଟିର ଆଜି କରିବା, 500 କୋଟି ଟଙ୍କାର କାମ ପାଞ୍ଚ ଦିନ ପରେ କରିବା, ପୁଣି 500 କୋଟି ଟଙ୍କାର ଆଉ ଏକ କାମ ଗୋଟିଏ ମାସ ପରେ କରିଥାଆନ୍ତେ, ତ ରାଜସ୍ଥାନର ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଆମେ ରାଜନୈତିକ ରୁଟି ସେକି ଚାଲିଥାଆନ୍ତୁ । କିନ୍ତୁ ସେହି ରାସ୍ତା ଆମକୁ ମଞ୍ଜୁର ନୁହେଁ । ଆମକୁ କାମ କରିବାର ଅଛି, ସମୟସୀମା ମଧ୍ୟରେ କାମ କରିବାର ଅଛି ଆଉ ଏଥିପାଇଁ ଏକା ସହିତ ଯୋଜନା ପ୍ରସ୍ତୁତ କରି, ନଅ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚରେ ନୂତନ କାମର ଆଜି ଶିଳାନ୍ୟାସ ହେଉଅଛି । ଆଉ ଯେବେ ଏତେ ବଡ଼ ଦାୟିତ୍ୱର ସହିତ କାର୍ଯ୍ୟକ୍ରମର କଥା କହୁ, ତ ସଂପୂର୍ଣ୍ଣ କରିବାର ସଂକଳ୍ପ ନେଇ କରୁଛୁ । ଆଉ ମୁଁ ରାଜସ୍ଥାନର ମାଟିକୁ ବିଶ୍ୱାସ ଦେଉଛି ଯେ ଏହା ନିଶ୍ଚୟ କରିବୁ ଆଉ ରାଜସ୍ଥାନର କାୟା ବଦଳାଇ ଦେବୁ ।

ଦେଶର ବିକାଶରେ ଭିତ୍ତିଭୂମି ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ । ଏଥିରେ ଅଧିକ ଖର୍ଚ୍ଚ ହୋଇଥାଏ, ଦୀର୍ଘ ସମୟ ନେଲାବାଲା କାମ ହୋଇଥାଏ । ରାଜନୈତିକ ଦୃଷ୍ଟିରୁ ଲୋକଙ୍କର ଧୈର୍ଯ୍ୟ ମଧ୍ୟ ହଜି ଯାଇଥାଏ ଆଉ ଏଥିପାଇଁ ସରକାରମାନେ, ରାଜନେତା ଦୀର୍ଘ ସମୟର ଯୋଜନା, ଦୀର୍ଘ ସମୟର ବଡ଼ କାମ, ଏଥିରୁ ନିଜକୁ ବଂଚାଉଥିଲେ, ଆଗକାଳରେ । ଏହା ଆମେ ଭଲ ଭାବରେ ଜାଣୁ ଯେ ଯଦି ଦେଶକୁ ନୂତନ ଶିଖରକୁ ନେବାକୁ ହେବ, ତ ଆମକୁ ଆମ ବ୍ୟବସ୍ଥା ଗୁଡ଼ିକୁ ମଧ୍ୟ ଆଧୁନିକ କରିବାକୁ ହେବ । ରେଳ ହେଉ, ସଡ଼କ ହେଉ, ପାଣିର ବ୍ୟବସ୍ଥା ହେଉ, ବିଜୁଳିର ବ୍ୟବସ୍ଥା ହେଉ, ଅପ୍ଟିକାଲ ଫାଇବର ନେଟୱାର୍କ ହେଉ, ଜଳପଥ ହେଉ, ଉପକୂଳ ସଂଯୋଗ ରାସ୍ତା ହେଉ, ସବୁ ପ୍ରକାରର ଆଧୁନିକ ଭିତ୍ତିଭୂମୀ ପାଇଁ ହେଉ - ଏବେ ଆଉ ବିଳମ୍ବ କରିବା ଭାରତ ପାଇଁ ଲାଭପ୍ରଦ ହେବନାହିଁ । ଆଉ ଯଦି ଥରେ ଏଭଳି ଆଧୁନିକ ବ୍ୟବସ୍ଥା ବିକଶିତ ହୁଏ, ତ କେବଳ ମାଟିରେ ଗୋଟିଏ ଲମ୍ବା ଗାର ଦେଖାଯାଏ, ଏଭଳି ନୁହେଁ । ସେହି ଲମ୍ବା କଳା ପଟ୍ଟି ଯାହା ହେଉଛି ସଡ଼କ, ସେହି କଳା ରଙ୍ଗବାଲା ସଡ଼କ ଆପଣଙ୍କ ଜୀବନରେ ଆଲୋକ ଭରି ଦେବାର କାମ କରିଥାଏ । ଆପଣ ବିଚାର କରନ୍ତୁ କି ନଅ ହଜାର କୋଟି ଟଙ୍କାର ବ୍ୟୟରେ ତିଆରି ହେବାକୁ ଥିବା ସଡ଼କ ଦ୍ୱାରା କୃଷକଙ୍କୁ କେତେ ଲାଭ ମିଳିବ । ସେ ନିଜର ଫସଲ, ନିଜର ଫଳ-ଫୁଲ, ପନିପରିବା ସହଜରେ ନେଇ ଯାଇ ପାରିବେ-ଯେବେ ଅଟଳ ବିହାରୀ ବାଜପେୟୀ ମହୋଦୟ ସ୍ୱର୍ଣ୍ଣିମ ଚତୁର୍ଭୁଜ ତିଆରି କଲେ ତ ଆରମ୍ଭରେ ଲୋକଙ୍କୁ ଲାଗୁଥିଲା, ବାଃ! କି ବଢ଼ିଆ ସଡ଼କ ତିଆରି ହୋଇଗଲା! ଆଗରୁ ଏଭଳି ସଡ଼କ ନ ଥିଲା । ଆନନ୍ଦ ଆସୁଥିଲା, ଗାଡ଼ି ଦ୍ରୁତ ଗତିରେ ଚାଲୁଥିଲା । କଥା ସେହିଠାରେ ନ ଥିଲା । ମୋର ଭଲ ଭାବରେ ମନେ ଅଛି ରାଜସ୍ଥାନର ଏହି ଅଂଚଳ ସହିତ ଲାଗିଥିବା ଗୁଜରାଟର କିଛି ଅଂଶ ତାହା ହୁଏତ ସାବରକାଣ୍ଠା ହେଉ, ଅହମଦାବାଦ ଜିଲ୍ଲାର କିଛି କୃଷକ ସେଠାରେ ହେଉଥିବା ଫଳ, ଫୁଲ, ପନିପରିବା ଆଉ କ୍ଷୀର ଏହି ଭଲ ସଡ଼କ ତିଆରି ହେବା କାରଣରୁ, ଗୋଟିଏ ଦିନରେ ଦିଲ୍ଲୀ ଯାଇ ସେଠାକାର ବଜାରରେ ବିକ୍ରି କରୁଥିଲେ । ଆଉ ସେଠାରେ ଗାଁର କୃଷକଙ୍କ ଆୟରେ ଆମୂଳଚୂଳ ପରିବର୍ତ୍ତନ ଆସିଛି । ଥରେ ଭଲ ସଡ଼କ ତିଆରି ହୋଇ ଯାଏ ତ ମୋର କୃଷକ ଯାହାଙ୍କୁ ନିଜର ଫସଲ ସହର ଯାଏଁ ନେବାରେ ଅସୁବିଧା ହୋଇଥାଏ, ଫଳ, ଫୁଲ, ପରିବା ଆଉ କ୍ଷୀର-ଦୁଇ ଦିନ ଯଦି ବିଳମ୍ବ ହୋଇ ଯାଏ ତ ଏହାର 20 ରୁ 30 ପ୍ରତିଶତ ନଷ୍ଟ ହୋଇଯାଏ । ଗ୍ରାହକ କେହି ନେବାକୁ ପ୍ରସ୍ତୁତ ହୋଇ ନ ଥାଆନ୍ତି । ଯେବେ ଭଲ ସଡ଼କର ନେଟୱାର୍କ ପ୍ରସ୍ତୁତ ହୋଇ ଯାଏ ତ ଦେଶର ଅର୍ଥବ୍ୟବସ୍ଥାରେ ମଧ୍ୟ ଗତି ଆସିଥାଏ । ଦୂର-ସୁଦୂର ଗାଁରେ ବସିଥିବା କୃଷକଙ୍କୁ ନିଜ ପସନ୍ଦର ବଜାରରେ ପହଂଚିବାର ଏକ ସୁଯୋଗ ମିଳିଥାଏ । ଯେବେ ସଡ଼କ ପ୍ରସ୍ତୁତ ହୋଇଯାଏ, ଭିତ୍ତିଭୂମି ପ୍ରସ୍ତୁତ ହୋଇ ଯାଇଥାଏ । ଗାଁର ଗରିବ ମାଆ ପ୍ରସବ ବେଦନାରେ ଛଟପଟ, ଔଷଧ ଦୋକାନ ଦୂରରେ ଅଛି, 25-30 କିଲୋମିଟର ଦୂର ଯିବାର ଅଛି, ଯଦି ଭଲ ସଡ଼କ ଅଛି ତ ମାଆ ଓ ଛୁଆର ଜୀବନ ବଂଚିଯାଏ । କିନ୍ତୁ ଯଦି ସଡ଼କ ଠିକ୍ ନାହିଁ ତ ସେହି ମାଆ ଜୀବନ ହାରିଥାଏ-ସଡ଼କ ଦ୍ୱାରା ଏହି କାମ ହୋଇ ଥାଏ । ଆଉ ରାଜସ୍ଥାନର ରାସ୍ତା ତ ପଇସା ବାହାର କରିବାର ଶକ୍ତି ରଖିଥାଏ - ପଇସା ବାହାର କରିବାର । ବୋଧହୁଏ ହିନ୍ଦୁସ୍ଥାନର ଅନ୍ୟ ଅଂଚଳର ସଡ଼କ ଦ୍ୱାରା ଯେଉଁ ଲାଭ ମିଳିଥାଏ ତା’ଠାରୁ ପାଞ୍ଚ ଗୁଣ ଲାଭ ରାଜସ୍ଥାନକୁ ମିଳିଥାଏ କାରଣ ରାଜସ୍ଥାନରେ ଦୂରତା ବହୁତ ଅଧିକ ।

ଭୂ-ଭାଗ ହେଉଛି ବହୁତ ବଡ଼ ଆଉ ରାଜସ୍ଥାନର ଜୀବନରେ ପର୍ଯ୍ୟଟନର ବହୁତ ବଡ଼ ଶକ୍ତି ରହିଛି। ସାରା ବିଶ୍ୱର ପର୍ଯ୍ୟଟକ ରାଜସ୍ଥାନ ସହିତ ପରିଚିତ । ସାରା ଦୁନିଆର ପର୍ଯ୍ୟଟକ ପୁଷ୍କର ମେଳାକୁ ଆସିବା ପାଇଁ ମନ କରିଥାଆନ୍ତି, ସାରା ଦୁନିଆର ପର୍ଯ୍ୟଟକଙ୍କୁ ହ୍ରଦର ନଗରୀ ଉଦୟପୁରକୁ ଆସି ସମୟ ଅତିବାହିତ କରିବାର ଇଚ୍ଛା ହୋଇଥାଏ । ସାରା ଦୁନିଆର ପର୍ଯ୍ୟଟକଙ୍କୁ ଜୈସଲମେର ପାଖରେ ଥିବା ମରୁଭୂମିରେ ଯାଇ ଏକ ନୂତନ ଜୀବନର ଅନୁଭୂତି ନେବାର ମନ ହୋଇଥାଏ । କାହାକୁ ଶ୍ରୀନାଥ ଯିବକୁ ଅଛି, କାହାକୁ ଏକଲିଙ୍ଗ ଯିବାର ଅଛି, ଅଗଣିତ ଜାଗା ରହିଛି ରାଜସ୍ଥାନର ପ୍ରତି କୋଣରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ - ଅନ୍ତର୍ନିହିତ ଶକ୍ତି ପଡ଼ି ରହିଛି । ଏକ ଏଭଳି ଚୁମ୍ବକୀୟ ଶକ୍ତି ରହିଛି ଯାହା ନା କେବଳ ହିନ୍ଦୁସ୍ଥାନର କୋଣ ଅନୁକୋଣରେ ସାରା ଦୁନିଆରୁ ଯାତ୍ରୀଙ୍କୁ ଟାଣି ଆଣିବାର ଶକ୍ତି ରଖିଥାଏ । ଆଉ ଯେବେ ପର୍ଯ୍ୟଟକ ଆସନ୍ତି ନା, ସେ ପକେଟ୍ ଖାଲି କରିବା ପାଇଁ ଆସି ଥାଆନ୍ତି ଆଉ ଏଠାକାର ଲୋକଙ୍କ ପକେଟ ଭର୍ତ୍ତି କରିବା ପାଇଁ ଆସନ୍ତି । ଆଉ ପର୍ଯ୍ୟଟନ ଏଭଳି ଏକ କ୍ଷେତ୍ର ଯେଉଁଥିରେ ଅତିକମ୍ ପୁଞ୍ଜି ଖଟେଇ ଅଧିକରୁ ଅଧିକ ଲୋକଙ୍କୁ ରୋଜଗାର ମିଳିଥାଏ । ସମସ୍ତେ ରୋଜଗାର କରନ୍ତି । ଫୁଲ ବିକିଲା ବାଲା ରୋଜଗାର କରିବ, ପ୍ରସାଦ ବିକିଲାବାଲା ରୋଜଗାର କରିବ, ପୂଜା ଜିନିଷ ବିକିଲାବାଲା ରୋଜଗାର କରିବ, ଅଟୋ ରିକ୍ସାବାଲା ରୋଜଗାର କରିବ, ଟାକ୍ସିବାଲା ରୋଜଗାର କରିବ, ଗେଷ୍ଟ ହାଉସବାଲା ରୋଜଗାର କରିବ, ହସ୍ତଶିଳ୍ପ ବାଲା ରୋଜଗାର କରିବ, ଚା’ ବିକ୍ରୀ କରିଲା ବାଲା ମଧ୍ୟ ରୋଜଗାର କରିବ । ଏହି ଶକ୍ତି ଯେଉଁ ରାଜ୍ୟରେ ରହିଛି, କିନ୍ତୁ ଯଦି ଟ୍ରାଫିକ୍ ଜାମ୍ ରହିଥାଏ, ରାସ୍ତା ଆବଡା ଖାବଡା  ହୋଇଥିବ, ଖାଲ ଖମାରେ ଭରି ରହିଥିବ, ସଠିକ୍ ଭାବେ ସଙ୍କେତ ନ ଥିବ, ପାର୍କିଂ ବ୍ୟବସ୍ଥା ନ ଥିବ, ଜାଗା ଜାଗାରେ ପେଟ୍ରୋଲ ପମ୍ପ ନ ଥିବ ତ ପର୍ଯ୍ୟଟକ ଥରେ ଅଧେ ତ ଆସିବେ କିନ୍ତୁ ଶୀଘ୍ର ଶୀଘ୍ର ଫେରିଯିବା ପାଇଁ ଭାବୁଥିବେ । ଏହି 15,000 କୋଟିର ପ୍ରକଳ୍ପ ଖାଲି ମାଟି ଉପରେ ରାସ୍ତା ତିଆରି କରୁ ନାହାନ୍ତି । ସେ ରାଜସ୍ଥାନର ଭାଗ୍ୟଡୋରୀ ଖୋଲୁଛନ୍ତି । ଏହା ମୁଁ ସ୍ପଷ୍ଟ ଭାବେ ଦେଖିପାରୁଛି ଆଉ ଏଥିପାଇଁ ଏହି ଯେଉଁ ଭିତ୍ତିଭୂମି ପ୍ରକଳ୍ପ ଉପରେ ଗରୁତ୍ୱ ଦିଆଯାଉଛି ।

ଭାରତ ସରକାର ସଂରଚନା କ୍ଷେତ୍ର ପଛରେ ସଂମ୍ପୂର୍ଣ୍ଣ ଭାବେ ଖର୍ଚ୍ଚ କରିବାରେ ଲାଗିଛନ୍ତି । ଏଥିପାଇଁ କି ହିନ୍ଦୁସ୍ଥାନରେ ଭିତ୍ତିଭୂମିକୁ ଏକ ଆଧୁନିକ ସ୍ଥାନକୁ ନେଇଯିବାର ଅଛି । ଅପ୍ଟିକାଲ ଫାଇବର ନେଟୱାର୍କ, ଦୂର ସୁଦୂର ଗାଁର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା କିପରି ମିଳିବ, ଦୂର ସୁଦୂର ଗରିବ ପିଲାଙ୍କୁ ମଧ୍ୟ ଯେପରି ଶିକ୍ଷା ଉଦୟପୁରରେ ସବୁଠାରୁ ଭଲ ସ୍କୁଲରେ ମିଳୁଛି, ଜମେରର ସବୁଠାରୁ ଭଲ ସ୍କୁଲରେ ମିଳୁଛି ସେହିଭଳି ଶିକ୍ଷା ଦୂର ସୁଦୂର ବାଂଶୱାଡାର ଜଙ୍ଗଲରେ ରହୁଥିବା ମୋର ଆଦିବାସୀ ଭାଇଙ୍କୁ କିପରି ମିଳିବ । ଏହି ଡିଜିଟାଲ ନେଟୱାର୍କ ଦ୍ୱାରା, ଅପଟିକାଲ ଫାଇବର ନେଟୱାର୍କ ଦ୍ୱାରା, ଦୀର୍ଘ ଦୂର ଶିକ୍ଷା ଦ୍ୱାରା, ନୂଆ ପିଢିକୁ ନୂଆ ଶିକ୍ଷା ଦ୍ୱାରା, ନୂତନ ଟେକ୍ନୋଲୋଜି ମାଧ୍ୟମରେ ଶିକ୍ଷା ଦେବାର ଏକ ବଡ଼ ଅଭିଯାନ ଆଉ ସେହି ଅନୁସାରେ ଏବେ ଦେଶରେ ଲକ୍ଷ ଲକ୍ଷ କିଲୋମିଟର ଅପ୍ଟିକାଲ ଫାଇବର ନେଟୱାର୍କ ଲଗାଯାଉଛି

ଏବେ ଏହି ଅପ୍ଟିକାଲ ଫାଇବର ନେଟୱାର୍କ ଲାଗୁଛି ତ କୋଟି କୋଟି ଟଙ୍କା ବ୍ୟୟ କରିବାକୁ ପଡୁଛି, ଶହ ଶହ କୋଟି, ହଜାର ହଜାର କୋଟି ବ୍ୟୟ କରିବାକୁ ପଡ଼ୁଛି । କିନ୍ତୁ ସେଠାରେ ଯେଉଁ ବାଟ ଦେଇ ଯାଇଥାଏ, କାହାକୁ ଦେଖା ଯାଇ ନ ଥାଏ । କିନ୍ତୁ ଏଥିରେ ମୋର କ’ଣ? ଆମ ପାଇଁ କ’ଣ ହେଉଛି, ଦୃଷ୍ଟିକୁ ହିଁ ଆସି ନ ଥାଏ । କିନ୍ତୁ ଯେତେବେଳେ ଏହା ଲାଗିଯିବ, ପିଲାଙ୍କ ପାଠ ପଢ଼ା କାମ ହେଉଥିବ, ଅସୁସ୍ଥ ରୋଗୀଙ୍କୁ ଟେଲି ମେଡ଼ିସିନ୍ ମାଧ୍ୟମରେ ଔଷଧ ଦେବାର ସୁବିଧା ପ୍ରାପ୍ତ ହୋଇଯିବ, ତା’ର ଚିକିତ୍ସାର ପଥ ସ୍ଥିର ହୋଇଯିବ, ଗାଁର ଲୋକଙ୍କୁ ମଧ୍ୟ ସହରର ସୁବିଧା ଉପଲବ୍ଧ ହୋଇଯିବ । ଆପଣ କଳ୍ପନା କରି ପାରିବେ କି ହିନ୍ଦୁସ୍ଥାନର ଗାଁରେ କେତେ ବଡ଼ ପରିବର୍ତ୍ତନ ଆସିବ? ଆମେ ସେହି ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଇ କାମ ଆଗକୁ ବଢ଼ାଉଛୁ ।

ଏବେ ମୁଖ୍ୟମନ୍ତ୍ରୀ ମହୋଦୟା କହୁଥିଲେ ଉଜ୍ଜ୍ୱଳା ଯୋଜନା ବିଷୟରେ । ଲକ୍ଷ ଲକ୍ଷ ସଂଖ୍ୟାରେ ଗରିବ ମାଆ ଭଉଣୀଙ୍କ ପାଖରେ ଆଜି ଗ୍ୟାସ୍ ଚୂଲା ପହଁଚିଯାଇଛି । ଜଣେ ମାଆ ଯେବେ କାଠ ଚୂଲାର ଧୂଆଁରେ ଖାଦ୍ୟ ରୋଷେଇ କରିଥାଏ ସେତେବେଳେ 400 ସିଗାରେଟର ଧୂଆଁ ତା’ ଶରୀରକୁ ଯାଇଥାଏ । ସେହି ମାଆ ଭଉଣୀଙ୍କର ସେହି ପିଲାମାନେ ଯେଉଁମାନେ ଖେଳୁଥା’ନ୍ତି, ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ କିଏ ଚିନ୍ତା କରିବ? ଆଉ ଏକ ସମୟ ଥିଲା, ଗ୍ୟାସ୍ ସିଲିଣ୍ଡର ନେବା ପାଇଁ କେତେ ଖୋସାମତ କରିବାକୁ ପଡ଼ୁଥିଲା । କେତେ ଅସୁବିଧା ଥିଲା, କେତେ ନେତାଙ୍କ ଠାରୁ ଚିଠି, ସୁପାରିସ୍ କରିବାକୁ ପଡ଼ୁଥିଲା । ଇଏ ଏମିତି ଏକ ସରକାର ଯିଏ ଗରିବଙ୍କ ଘରକୁ ଯାଇ ସେମାନଙ୍କୁ ଗ୍ୟାସ୍ ଚୂଲା ଦେବାର ଅଭିଯାନ ଚଳାଉଛନ୍ତି ଆଉ ଲକ୍ଷ-ଲକ୍ଷ ପରିବାରକୁ ଦେଇ ସାରିଛନ୍ତି ।

ପ୍ରଥମେ ରାସ୍ତା ତିଆରି ହେଉଥିଲା - ତା’ଠାରୁ ଆଜି ଦୁଇ ଗୁଣ ରାସ୍ତା ତିଆରି ହେଉଛି । ପ୍ରଥମେ ରେଳ ଲାଇନ ତିଆରି ହେଉଥିଲା - ତା’ଠାରୁ ଆଜି ଦୁଇ ଗୁଣ ରେଳ ଲାଇନ ତିଆରି ହେଉଛି । ପାଣି ପହଂଚାଇବାର ହେଉ, ଅପ୍ଟିକାଲ ଫାଇବର ନେଟୱାର୍କ ପହଂଚାଇବାର ହେଉ - ଆମେ ଗତି ମଧ୍ୟ ବଢ଼ାଇ ଦେଇଛୁ, କାମର ପରିମାଣ ବଢ଼ାଇ ଦେଇଛୁ, ସୁଯୋଗ ମଧ୍ୟ ବଢ଼ାଇ ଦେଇଛୁ ଆଉ ଦକ୍ଷତାରେ ମଧ୍ୟ ଆମେ ଉନ୍ନତି ଆଣି ଜିନିଷକୁ ଆଧୁନିକ କରିବାରେ ସଫଳତା ପାଇଛୁ ।

ଏବେ ଜିଏସଟି(GST) ଆସିଲା - ଆରମ୍ଭରେ ଲୋକଙ୍କୁ ଚିନ୍ତା ଲାଗୁଥିଲା । କିନ୍ତୁ ଦୁନିଆ ପାଇଁ ଏହା ଆଶ୍ଚର୍ଯ୍ୟଜନକ ଥିଲା, ଶହେ ପଚିଶ କୋଟିର ଏତେ ବଡ଼ ଦେଶ - ରାତାରାତି ଗୋଟିଏ ବ୍ୟବସ୍ଥା ବଦଳି ଯିବ ଆଉ ଦେଶର ଶହେ ପଚିଶ କୋଟି ନାଗରିକ ନୂଆ ବ୍ୟବସ୍ଥା ସହିତ ନିଜକୁ ନିଜେ ଖାପ ଖୁଆଇ ନେବେ । ଏହା ହିନ୍ଦୁସ୍ଥାନର ଶକ୍ତିର ପରିଚୟ ଦେଇଥାଏ, ବନ୍ଧୁ । ପ୍ରତ୍ୟେକଙ୍କୁ ଗର୍ବ ହେବ କି ମୋ ଦେଶ ଭିତରେ ଗାଁରେ ମଧ୍ୟ ବସିଥିବା ଛୋଟ ବ୍ୟବସାୟୀଙ୍କୁ ମଧ୍ୟ ଟେକ୍ନୋଲଜି ଦ୍ୱାରା କିପରି ଆଧୁନିକ କରା ଯାଇପାରିବ ତା’ ମନରେ ଗୋଟିଏ ଇଚ୍ଛା ଜାଗ୍ରତ ହୋଇଛି ଆଉ ମୁଁ ଚାହିଁବି, ମୁଁ ରାଜସ୍ଥାନର ଅଧିକାରୀମାନଙ୍କୁ ବିଶେଷ କରି ଅନୁରୋଧ କରିବି କି ଗୋଟିଏ ଅଭିଯାନ ଚଲାନ୍ତୁ । 15 ଦିନରେ - ଗାଁ ଗାଁର ପ୍ରତ୍ୟେକ ବ୍ୟବସାୟୀ ଛୋଟ ହୁଅନ୍ତୁ ପଛେ, ତେବେ ମଧ୍ୟ 20 ଲକ୍ଷ ସୀମାରୁ ତଳକୁ ଥିବେ ତା’ ହେଲେ ମଧ୍ୟ, 10 ଲକ୍ଷ ସୀମାର ତଳେ ଥାଆନ୍ତୁ ତେବେ ମଧ୍ୟ, ସେମାନଙ୍କୁ ମଧ୍ୟ ଜିଏସଟି ସହିତ ଯୋଡ଼ନ୍ତୁ ଫଳରେ ଏହି ଜିଏସଟିର ଲାଭ ସେହି ଗରିବ ବ୍ୟବସାୟୀଙ୍କୁ ମଧ୍ୟ ମିଳୁ, ଆଉ ଛୋଟ ବ୍ୟବସାୟୀଙ୍କୁ ମଧ୍ୟ ମିଳିବା ଦରକାର । ଯଦି ସେ ଯୋଡ଼ି ହେବେ ନାହିଁ ତ ଗାଡ଼ି କେଉଁଠି ଅଟକି ଯିବ, ସେଠାରେ ରହିଯିବ, ତଳସ୍ତର ପର୍ଯ୍ୟନ୍ତ ଲାଭ ପହଂଚିବ ନାହିଁ, ଗୋଟିଏ ଅଭିଯାନ ଭାବେ କାମ ଉଠିବା ଦରକାର । ଆପଣ ଦେଖନ୍ତୁ ରାଜସ୍ଥାନର ଆୟରେ ମଧ୍ୟ ଆପଣମାନେ କଳ୍ପନା କରି ନଥିବେ କେତେ ବଡ଼ ପରିବର୍ତ୍ତନ ଆସିବ, ଏତେ ବୃଦ୍ଧି ପାଇବ ଆଉ ତା’ର ପରିଣାମ ଏହା ହେବ କି ରାଜସ୍ଥାନର ଗରିବମାନଙ୍କ କଲ୍ୟାଣ ପାଇଁ ସରକାର ନୂଆ ନୂଆ ଯୋଜନା ହାତକୁ ନେଇ ପାରିବେ । ଜିଏସଟି କାରଣରୁ କେବଳ ପରିବହନରେ, ଯେଉଁ ବିଭାଗ ହିଁ ଆମ ନିତିନ୍ ଜୀ ଦେଖୁଛନ୍ତି - ପ୍ରଥମେ ଡ୍ରାଇଭର ଘରୁ ବାହାରୁ ଥିଲା ଯଦି ତାକୁ ସମୁଦ୍ର କୂଳ ବନ୍ଦରରେ, ତାକୁ ଜିନିଷ ପହଂଚାଇବାର ଥିଲା ଯଦି ଆମେ କିଲୋମିଟର ଭାବେ ଗଣିବା, ଟ୍ରକର ଗତି ହିସାବରେ ଗଣିବା, ତ ତିନି ଦିନରେ ପହଂଚି ପାରିଥାଏ । କିନ୍ତୁ ପ୍ରଥମେ ପ୍ରତ୍ୟେକ ଜାଗାରେ ତନଖି ଫାଟକ, ଅନେକ ପ୍ରକାରର ତନଖି ଫାଟକରେ ଯାଞ୍ଚ । ଆଉ ଯାଞ୍ଚ ସମୟରେ କ’ଣ କ’ଣ ହେଉଥିଲା ଏହା ସମସ୍ତେ ଜାଣିଛନ୍ତି କି ଦୁନିଆ କିପରି ଚାଲୁଥିଲା । ସେ ବିଚରା ପାଞ୍ଚ ଦିନରେ ପହଂଚୁଥିଲା । ଟ୍ରକ ଗୋଟିଏ ସପ୍ତାହରେ ଯଦି ଦୁଇ ଦୁଇ ଦିନ ଅଟକି ରହୁଥିଲା ତ ଦେଶର ଅର୍ଥବ୍ୟବସ୍ଥାକୁ 25 ପ୍ରତିଶତରୁ ଅଧିକ କ୍ଷତି ହୋଇଥାଏ ପରିବହନ କ୍ଷେତ୍ରରେ । ଏହି ଜିଏସଟି ପରେ ସମସ୍ତ ତନଖି ଫାଟକ ଗଲା, ଟ୍ରକର ଡ୍ରାଇଭରମାନଙ୍କୁ ଠିଆ ହୋଇ ରହିବାର ଯେଉଁ ଲାଲ୍ ପାସ୍, ନୀଳ ପାସ୍ ପାଇଁ ବୁଲିବାକୁ ପଡ଼ୁଥିଲା ସବୁ ବନ୍ଦ ହୋଇଗଲା ଆଉ ପ୍ରଥମେ ଯେଉଁ ପାଞ୍ଚ ଦିନ ଲାଗୁଥିଲା ଏବେ ତିନି ଦିନରେ ପହଂଚି ଯାଉଛି । ଦୁଇ ଦିନ ଅଧିକ ମାଲ ନେଇ ଆଗକୁ ବଢ଼ୁଛି । ସେଥିପାଇଁ ମାଲ ପରିବହନ ଖର୍ଚ୍ଚ କମ୍ ହୋଇଛି । ପରିବହନବାଲାଙ୍କ ଆୟ ବଢ଼ିଛି ଆଉ ମୁଁ ତ ନିତିନ୍ ଜୀଙ୍କୁ କହୁଛି କି ପ୍ରତିଦିନ ନୂଆ ପରିବହନ ନିୟମ ମଧ୍ୟ ବଦଳିବା ଦରକାର । ଆଜି ଆମ ଦେଶରେ କ’ଣ ହୋଇଛି କି ଗୋଟିଏ ଟ୍ରକ ଭିତରେ ମାଲ ଭର୍ତ୍ତି କରି ନେଇଯାଆନ୍ତି, ପୂରା ତା’ ମଧ୍ୟରେ ଭର୍ତ୍ତି କରି ନେଇ ଯାଆନ୍ତି । ଏବେ ସମୟର ଆବଶ୍ୟକତା ହେଉଛି – ଟ୍ରକ-ଟ୍ରଲି । ଯେପରି ଟ୍ରାକ୍ଟରରେ ହୋଇଥାଏ ତା’କୁ ଅଲଗା କରି ଦିଆଯାଏ । ଟ୍ରଲି ଭିତରେ ମାଲ ପୂର୍ଣ୍ଣ ହୋଇଥାଉ, ଜୟପୁରରେ ଟ୍ରଲି ଛାଡ଼ି ଦିଅନ୍ତୁ, ଟ୍ରକ ନେଇକରି ଚାଲି ଯିବେ, ଦ୍ୱିତୀୟ ଟ୍ରଲି ଲଗେଇ ନିଅ -ଆଗକୁ ବଢ଼ିଚାଲ । ଏଭଳି ବ୍ୟବସ୍ଥା ହେବା ଦରକାର କି ଡାଇଭର ରାତିରେ ନିଜ ଘରେ ପହଂଚି ପାରିବ । ପରିବାରର ପିଲାମାନଙ୍କ ସାଙ୍ଗରେ ରହି ପାରିବେ । ମୁଁ ଏଭଳି ପରିବହନ ବ୍ୟବସ୍ଥାରେ ପରିବହନ ପରିବର୍ତ୍ତନ ଆଣିବା ହେଉଛି ଆମର କାମ । ଆଉ ଦେଶରେ ପରିବର୍ତ୍ତନ ଆଣିବାର ଅଛି ତ ପରିବହନ ପଦ୍ଧତିରେ ମଧ୍ୟ ବହୁତ ଦ୍ରୁତ ଗତିରେ ଅଣାଯାଇ ପାରିବ ଆଉ ଏକ ବ୍ୟାପକ ଯୋଜନା ସହିତ ବିକାଶର ନୂତନ ଶିଖରକୁ ଅତିକ୍ରମ କରିବା ଦିଗରେ ଆମେ ଚାଲୁଅଛୁ ।

ମୁଁ ପୁଣି ଥରେ ସ୍ୱାଗତ ସମ୍ମାନ ପାଇଁ, ଆପଣଙ୍କ ଭଲ ପାଇବା ପାଇଁ ଆପଣଙ୍କ ଆଶୀର୍ବାଦ ପାଇଁ, ଆପଣମାନଙ୍କୁ ହୃଦୟର ସହିତ ବହୁତ ବହୁତ କୃତଜ୍ଞତା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Made in India’ phones go global: Smartphone exports jump 165 times to Rs 2.59 lakh crore

Media Coverage

‘Made in India’ phones go global: Smartphone exports jump 165 times to Rs 2.59 lakh crore
NM on the go

Nm on the go

Always be the first to hear from the PM. Get the App Now!
...
Prime Minister reviews flood situation in Arunachal Pradesh and Nagaland with MPs from the two states
July 30, 2026

The Prime Minister, Shri Narendra Modi, met Members of Parliament from Arunachal Pradesh and Nagaland and discussed the situation in the two states in the wake of the floods.

Shri Modi said that the Central Government will continue working with the respective state Governments to address the challenges arising from the floods.

The Prime Minister prayed for everyone’s well-being and safety.

In a post on X, Shri Modi said;

“Had a meeting with MPs from Arunachal Pradesh and Nagaland. We talked about the situation in these states in the wake of floods there. The Central Government will keep working with the respective state Governments to address the challenges. Praying for everyone’s wellbeing and safety.”