PM Modi dedicates Garjanbahal coal mines and the Jharsuguda-Barapali-Sardega rail link to the nation
PM Modi inaugurates Jharsuguda airport in Odisha
Jharsuguda airport is well located to serve the needs of the people of Odisha: PM Modi
Our Government has devoted significant efforts to enhance connectivity all over the nation, says PM Modi

ଓଡ଼ିଶାର ରାଜ୍ୟପାଳ ଶ୍ରୀମାନ ପ୍ରଫେସର ଗଣେଶୀ ଲାଲ ଜୀ, ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀମାନ ନବୀନ ବାବୁ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସାଥୀ ଜୁଏଲ ଓରାମ ଜୀ, ଧର୍ମେନ୍ଦ୍ର ପ୍ରଧାନ ଜୀ ଏବଂ ଏଠାରେ ଉପସ୍ଥିତ ସମସ୍ତ ମହାନୁଭବ ।

ଆଜି ମୁଁ ତାଳଚେରରୁ ଆସୁଛି । ଦୀର୍ଘ ଦିନ ଧରି ବନ୍ଦ ରହିଥିବା ସାର କାରଖାନା, ତା’ର ପୁନରୁଦ୍ଧାର କରିବାର ଶୁଭାରମ୍ଭ ଆଜି ସେଠାରେ କରାଗଲା, ପାଖାପାଖି 13 ହଜାର କୋଟି ଟଙ୍କା ବ୍ୟୟରେ । ଏକ ପ୍ରକାରରେ ସେହି କ୍ଷେତ୍ରର ଆର୍ଥିକ ଗତିବିଧିର କେନ୍ଦ୍ର ହେବ ।

ସେହି ପ୍ରକାରରେ ଆଜି ମୋତେ ଏଠାରେ ଆଧୁନିକ ଓଡ଼ିଶା, ଆଧୁନିକ ଭାରତ, ସେଥିରେ ଆଧୁନିକ ଭିତ୍ତିଭୂମି ରହିଥିବ, ଏବଂ ତାହାର ଅନ୍ତର୍ଗତ ଆଜି ଏଠାରେ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ଶୁଭାରମ୍ଭ କରିବାର ସୁଯୋଗ ମିଳିଛି । ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ଆସୁଥିବା ଯାତ୍ରୀ ବୀର ସୁରେନ୍ଦ୍ର ସାଏଙ୍କ ନାମ ଶୁଣିବା ମାତ୍ରେ ଓଡ଼ିଶାର ବୀରତ୍ୱ, ଓଡ଼ିଶାର ତ୍ୟାଗ, ଓଡ଼ିଶାର ସମର୍ପଣର ଗାଥା, ଏହା ଆଡ଼କୁ ସ୍ୱଭାବିକ ଭାବେ ଆକର୍ଷିତ ହେବେ ।

ଆଜି ଏଠାରେ ମୋତେ ଏକ ସଙ୍ଗେ ଅନେକ ଯୋଜନାର ମଧ୍ୟ ଶୁଭାରମ୍ଭ କରିବାର ସୁଯୋଗ ମିଳିଛି । ଏହି ବିମାନ ବନ୍ଦର ଏକ ପ୍ରକାରରେ ଓଡ଼ିଶାର ଦ୍ୱିତୀୟ ବୃହତ ବିମାନ ବନ୍ଦର ହେବାକୁ ଯାଉଛି । ଏବେ ଏତେ ବର୍ଷ ହେବ କାହିଁକି ହୋଇନଥିଲା, ଏହାର ଉତ୍ତର ଆପଣମାନଙ୍କୁ ଖୋଜିବାର ଅଛି, ହୋଇପାରେ ମୋର ଅପେକ୍ଷା ଥିବ ।

ମୁଁ ଗୁଜରାଟରୁ ଆସିଛି, ଆମର ସେଠି ଏକ ଜିଲ୍ଲା ଅଛି କଚ୍ଛ । ଏକ ପ୍ରକାରରେ ମରୁଭୂମି, ଗୋଟିଏ ପଟେ ପାକିସ୍ତାନ ଅଛି । ସେହି ଗୋଟିଏ ଜିଲ୍ଲା ପାଂଚଟି ବିମାନ ବନ୍ଦର ରହିଛି, ଗୋଟିଏ ଜିଲ୍ଲାରେ । ଆଜି ଏତେ ବର୍ଷ ପରେ ଓଡ଼ିଶାରେ ଦ୍ୱିତୀୟ ବିମାନ ବନ୍ଦର ନିର୍ମିତ ହେଉଛି । ଯେତେବେଳେ କି ଏବେ ସୁରେଶ ଜୀ କହୁଥିଲେ ଯେ ଦେଶରେ ଯେପରି ଭାବେ ବିମାନ ବନ୍ଦର କ୍ଷେତ୍ରରେ ପ୍ରଗତି ହେଉଛି, ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ, ଆମ ଦେଶରେ ଦେଶ ସ୍ୱାଧୀନ ହେଲା, ସେବେଠାରୁ ଆଜି ପର୍ଯ୍ୟନ୍ତ ଯେଉଁ ସବୁ ବିମାନ ଚଳାଚଳ କରୁଛି ସେଗୁଡ଼ିକର ସଂଖ୍ୟା ପାଖାପାଖି ସାଢ଼େ ୪ଶହ ଅଟେ, ସ୍ୱାଧୀନତାରୁ ବର୍ତ୍ତମାନ ପର୍ଯ୍ୟନ୍ତ । ତେବେ ଗତ ଗୋଟିଏ ବର୍ଷରେ ନୂଆ ସାଢ଼େ ୯ଶହ ବିମାନର ଅର୍ଡର ବୁକ ହୋଇଛି । ଯେକେହି କଳ୍ପନା କରିପାରେ ଯେ ଆମେ କେଉଁଠାରୁ କେଉଁ ପର୍ଯ୍ୟନ୍ତ ପହଁଚିଛୁ, କେତେ ଦ୍ରୁତ ଗତିରେ ପହଁଚିଛୁ ।

ଆହୁରି ମୁଁ ଭାବୁଛି ଯେ ବୀର ସୁରେନ୍ଦ୍ର ବିମାନ ବନ୍ଦର ଏକ ପ୍ରକାରରେ ଏପରି ଏକ ତ୍ରିବେଣୀ ସଂଗମରେ ରହିଛି ଯାହା ଭୁବନେଶ୍ୱର, ରାଂଚି, ରାୟପୁର-ତିନୋଟି ସହିତ ଏକଦମ କେନ୍ଦ୍ରସ୍ଥଳୀରେ ନିର୍ମିତ ହେଉଛି । ଆପଣମାନେ କଳ୍ପନା କରିପାରିବେ ଯେ ବିକାଶର କେତେ ସମ୍ଭାବନାର ଡେଣା ଏହାର କାରଣରୁ ଲାଗିବାର ଅଛି । ଏକ ନୂଆ ଉଡ଼ାଣ ଏହି କାରଣରୁ ହେବାର ଅଛି ।

ଝାରସୁଗୁଡ଼ା, ସମ୍ବଲପୁର ଏବଂ ଛତିଶଗଡ଼ର ଆଖାପାଖ ଅଂଚଳକୁ, ଏହାର ଉଦ୍ୟୋଗ ଜଗତର ଲୋକମାନଙ୍କୁ, ଯେଉଁମାନେ ନିବେଶ କରିବାକୁ ଚାହୁଁଛନ୍ତି, ସେମାନଙ୍କ ଲାଗି ସୁବିଧା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । କେବେ ଯାଇ ସେହି ସରଳତାରେ ଯିବା ଆସିବା ଗୋଟିଏ ଥର ହୋଇଥାଏ ତ’ ସିଏ ନିଜ ବ୍ୟବସାୟର ଦୃଷ୍ଟିରୁ ମଧ୍ୟ ରିସ୍କ ନେଇଥାନ୍ତି, ତାହାକୁ ଆଗକୁ ବଢ଼ାଇଥାନ୍ତି । ଆମମାନଙ୍କର ଚିନ୍ତାଧାରା ରହିଆସିଛି ଯେ “ସବକା ସାଥ- ସବକା ବିକାଶ”ର ଅର୍ଥ କ୍ଷେତ୍ରୀୟ ସନ୍ତୁଳନ ମଧ୍ୟ ରହିବା ଉଚିତ । ପଶ୍ଚିମ ଭାରତର ବିକାଶ ହେଉଛି ଏବଂ ପୂର୍ବ ହିନ୍ଦୁସ୍ତାନର ଯଦି ବିକାଶ ହେଉନାହିଁ, ତ’ ଏହି ଅସନ୍ତୁଳନ ଦେଶର ପାଇଁ ସଂକଟ ସୃଷ୍ଟି କରୁଛି । ଏବଂ ଏଥିପାଇଁ ଆମର ଲଗାତାର ପ୍ରୟାସ ରହିଛି ଯେ ପୂର୍ବ ଭାରତର ବିକାଶ ହେଉ । ଓଡ଼ିଶାର ବିକାଶ ଏହାର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । ପୂର୍ବ ଉତ୍ତର ପ୍ରଦେଶ ହେଉ, ଓଡ଼ିଶା ହେଉ, ପଶ୍ଚିମବଙ୍ଗ ହେଉ, ଆସାମ ହେଉ, ଉତ୍ତର-ପୂର୍ବାଂଚଳ ହେଉ-ଏହି ସମସ୍ତ କ୍ଷେତ୍ରର ବିକାଶ, ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଯେପରି ଆଜି ମୁଁ ଏଠାରେ ଏକ ବିମାନ ବନ୍ଦରର ଉଦଘାଟନ କରୁଛି । ଦୁଇ ଦିନ ପରେ ପଅରଦିନ ସିକ୍କିମରେ ବିମାନ ବନ୍ଦରର ଉଦଘାଟନ କରିବାକୁ ଯାଉଛି । ଆପଣମାନେ କଳ୍ପନା କରିପାରିବେ କେତେ ଦ୍ରୁତ ଗତିରେ କାମ ହେଉଛି, କେତେ । ଆଜି ମୋତେ ଏକ କୋଇଲା ଖଣିର ମଧ୍ୟ ଲୋକାର୍ପଣ କରିବା ଲାଗି ସୁଯୋଗ ମିଳିଛି । ଆମେ ଜାଣିଛୁ ଯେ ଆଜି ଜୀବନର ଗତିବିଧିର କେନ୍ଦ୍ରରେ ଇନ୍ଧନ ରହିଛି ଏବଂ ଓଡ଼ିଶା ଭାଗ୍ୟବାନ ଅଟେ । ଏହା ପାଖରେ କଳା ହୀରାର ଖଣି ରହିଛି । କିନ୍ତୁ ଯଦି ତାହା ପଡ଼ି ରହୁଛି ତ’ ବୋଝ ପାଲଟିଯାଉଛି, ବାହାରକୁ ବାହାରୁଛି ତ’ ସମୃଦ୍ଧି ପାଲଟୁଛି । ଏବଂ ଏଥିପାଇଁ ତାହାକୁ ବାହାର କରିବାର କାମ, ସେଥିରୁ ଶକ୍ତି ଉତ୍ପାଦନ କରିବାର କାମ, ସେଥିରୁ ବିକାଶର ସମ୍ଭାବନା ସନ୍ଧାନ କରିବାର କାମ, ତାର ମଧ୍ୟ ଆଜି ଏଠାରେ ଆରମ୍ଭ ହେଉଛି ଏବଂ ଥର୍ମାଲ ପାୱାର ବା ତାପଜ ବିଦ୍ୟୁତ, ସେଥିପାଇଁ ଯେଉଁ କୋଇଲା ଯୋଗାଣ ହେଉଛି, ତାହା ମଧ୍ୟ ଏଥିସହିତ ।

ଆଜି ଯୋଗାଯୋଗର, ବିମାନ ଯୋଗାଯୋଗର ମହତ୍ୱ ରହିଛି, ରେଳ ଯୋଗାଯୋଗର ମଧ୍ୟ ମହତ୍ୱ ରହିଛି । ଏବଂ ବଦଳୁଥିବା ଯୁଗରେ ଯୋଗାଯୋଗ, ଏହା ବିକାଶର ସବୁଠୁ ବଡ଼ ଅନିବାର୍ଯ୍ୟ ଅଙ୍ଗ ହୋଇଯାଇଛି । ତାହା ରାଜପଥ ହେଉ, ରେଳପଥ ହେଉ, ତାହା ବିମାନ ପଥ ହେଉ କିମ୍ବା ତାହା ଜଳପଥ ହେଉ, ଇଂଟରନେଟ ଯୋଗାଯୋଗର ହାଇୱେ ହେଉ ସେତିକି ଜରୁରୀ ହୋଇପଡ଼ିଛି ।

ଆଜି ପ୍ରଥମ ଥର ଆଦିବାସୀ କ୍ଷେତ୍ର ସହିତ ରେଳ ଯୋଗାଯୋଗ, ଏହା ଏକ ବହୁତ ବଡ଼ ପଦକ୍ଷେପ ଅଟେ । ମୁଁ ମାନୁଛି ଯେ ଆଗାମୀ ଦିନରେ ଏହି ଯୋଗାଯୋଗ ଓଡ଼ିଶାର ଚାରି ଦିଗର ବିକାଶ ପାଇଁ ହେବ । ମୁଁ ପୁଣିଥରେ ଏଠାକାର ସମସ୍ତ ନାଗରିକମାନଙ୍କୁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଲୋକାର୍ପଣ କରି ଅତ୍ୟନ୍ତ ଗର୍ବ ଅନୁଭବ କରୁଛି ।

ବହୁତ-ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Kamal Haasan Backs PM Modi's Call To Save Energy Amid US-Iran War: 'India Will Emerge Stronger'

Media Coverage

Kamal Haasan Backs PM Modi's Call To Save Energy Amid US-Iran War: 'India Will Emerge Stronger'
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives in China mining accident
May 23, 2026

Prime Minister Shri Narendra Modi today expressed deep sadness over the tragic loss of lives resulting from a mining accident in the Shanxi Province of China.

On behalf of the people of India, the Prime Minister extended his heartfelt condolences to President Xi Jinping and the people of China. Shri Modi prayed that the bereaved families find strength in this tragic hour, while also wishing for the early and safe recovery of all remaining missing persons.

The Prime Minister posted on X:

"Saddened by the loss of lives in a mining accident in Shanxi Province in China. On behalf of the people of India, my condolences to President Xi Jinping and the people of China. May the bereaved families find strength in this tragic hour. Praying for the early and safe recovery of all remaining missing persons."