This decade will be for Indian entrepreneurs: PM
Our approach is to ’Reform with intent, Perform with integrity, Transform with intensity’, says PM
Our focus is on governance that is professional and process driven: PM

ଆପଣମାନଙ୍କୁ ସମସ୍ତଙ୍କୁ ନବ ବର୍ଷର ଅନେକ ଅନେକ ଶୁଭକାମନା । କିର୍ଲୋସ୍କର ଗ୍ରୁପ ପାଇଁ ଏହା ହେଉଛି ଦୁଇଟି ଉତ୍ସବ ପାଳନ କଲାଭଳି । ରାଷ୍ଟ୍ରନିର୍ମାଣରେ ଯୋଗଦାନର ଶହେ ବର୍ଷ ପୂରଣ ହେଉଛି ଏବଂ କିର୍ଲୋସ୍କର ଗ୍ରୁପଙ୍କୁ ମୁଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ, କିର୍ଲୋସ୍କର ଗ୍ରୁପର ସଫଳତା ଭାରତୀୟ ଉଦ୍ୟମୀ ଏବଂ ଭାରତୀୟ ଉଦ୍ୟମୀମାନଙ୍କର ସଫଳତାର ପରିଚୟ । ସିନ୍ଧୁ ଉପତ୍ୟକା ସଭ୍ୟତାରୁ ନେଇ ଆଜି ପର୍ଯ୍ୟନ୍ତ ଭାରତୀୟଙ୍କର ଉଦ୍ୟମୀ ଭାବନା ଦେଶର ବିକାଶକୁ ନୂତନ ଉର୍ଜ୍ଜା, ନୂତନ ଗତି ପ୍ରଦାନ କରୁଛି । ଯେତେବେଳେ ଦେଶ ପରାଧୀନତାର ଶୃଙ୍ଖଳରେ ବନ୍ଧା ହୋଇ ରହିଥିଲା, ସେତେବେଳେ ଶ୍ରୀ ଲକ୍ଷ୍ମଣ ରାଓ କିର୍ଲୋସ୍କର ମହାଶୟ ଏବଂ ଏଭଳି ଉଦ୍ୟମୀ ମାନେ ଭାରତର ଆତ୍ମାକୁ, ଏହି ଭାବନାକୁ ଜୀବିତ ରଖିଲେ; କୌଣସି ମଧ୍ୟ ପରିସ୍ଥିତିରେ ତାହାକୁ ଦୁର୍ବଳ ହେବାକୁ ଦିଆଗଲା ନାହିଁ। ଏହା ସେହି ଭାବନା ଥିଲା, ଯିଏ କି ସ୍ୱାଧୀନତା ପରେ ମଧ୍ୟ ଦେଶକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କଲେ । ଆଜିକାର ଏହି ଦିନ ଲକ୍ଷ୍ମଣ ରାଓ କିର୍ଲୋସ୍କର ମହାଶୟଙ୍କ ଚିନ୍ତାଧାରା ଏବଂ ତାଙ୍କ ସ୍ୱପ୍ନକୁ ଉତ୍ସବ ଭାବେ ପାଳନ କରିବାକୁ ତ ପଡ଼ିବ ହିଁ, ଉଦ୍ୟମୀଙ୍କ ପାଇଁ ନବସୃଜନ ଏବଂ ନିଷ୍ଠା ପାଇଁ ଏକ ପ୍ରେରଣା ଗ୍ରହଣ କରିବାର ମଧ୍ୟ ହେଉଛି ଏକ ଅମୂଲ୍ୟ ଅବସର । ଆଜିକାର ଦିନରେ ଲକ୍ଷ୍ମଣ ରାଓ ମହାଶୟଙ୍କ ଜୀବନୀର ଏବଂ ନାମ ମଧ୍ୟ ବହୁତ ଭଲ ରଖିଛନ୍ତି – ‘ଯାନ୍ତ୍ରିକ କୀ ଯାତ୍ରା-ଯନ୍ତ୍ର ନିର୍ମାଣ କରିଥିବା ବ୍ୟକ୍ତି’ – ତାହାର ଉନ୍ମୋଚନ, ଏହା ମଧ୍ୟ ମୋ ପାଇଁ ହେଉଛି ଏକ ସୌଭାଗ୍ୟର ବିଷୟ । ଆଉ ମୋର ବିଶ୍ୱାସ ରହିଛି କି ତାଙ୍କ ଯାତ୍ରାର ପ୍ରମୁଖ ରହଣୀସ୍ଥଳ ଭାରତର ସାଧାରଣ ଯୁବକଙ୍କୁ ନବସୃଜନ ଏବଂ ଉଦ୍ୟମର ଭାବନା ପାଇଁ ପ୍ରେରିତ କରି ଚାଲିବ ।

ସଥୀଗଣ, କିଛି କରି ଚାଲିଯିବାର ଏହି ଭାବନା, ସଙ୍କଟକୁ ସାମ୍ନା କରିବାର ଭାବନା, ନୂଆ ନୂଆ କ୍ଷେତ୍ରରେ ନିଜର ସଂପ୍ରସାରଣ କରିବାର ଏହି ଭାବନା ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟ ଉଦ୍ୟମୀଙ୍କର ହେଉଛି ପରିଚୟ । ଭାରତର ଉଦ୍ୟମୀ ଆଜି ଅଧୀର ହେଉଛନ୍ତି ଦେଶର ବିକାଶ ପାଇଁ, ନିଜର କ୍ଷମତା ସବୁକୁ ଏବଂ ସଫଳତାର ସଂପ୍ରସାରଣ ପାଇଁ । ଆପଣମାନେ ଚିନ୍ତା କରୁଥିବେ କି ଆଜି ଯେତେବେଳେ ବିଶ୍ୱ ଅର୍ଥନୀତି ଏବଂ ଏହା ସହିତ ଆମର ଅର୍ଥବ୍ୟବସ୍ଥାର ଗତିକୁ ନେଇ ଭିନ୍ନ-ଭିନ୍ନ ପ୍ରକାରର ଖବରମାନ ଆସି ପହଞ୍ଚୁଛି ତ ମୁଁ ଏତେ ବିଶ୍ୱାସର ସହିତ କିପରି ଏଭଳି କହୁଛି ।

ସାଥୀଗଣ, ମୋର ବିଶ୍ୱାସ ଭାରତୀୟ ଉଦ୍ୟୋଗ ଜଗତ ଉପରେ ରହିଛି, ଆପଣମାନଙ୍କ ସମସ୍ତଙ୍କ ଉପରେ ରହିଛି । ପରିସ୍ଥିତିଗୁଡ଼ିକୁ ବଦଳାଇବା ପାଇଁ, ପ୍ରତ୍ୟେକ ଆହ୍ୱାନରୁ ମୁକୁଳିବା ପାଇଁ ଯେଉଁ ଇଚ୍ଛାଶକ୍ତିର ଆବଶ୍ୟକତା ରହିଥାଏ, ତାହା ଭାରତୀୟ ଉଦ୍ୟୋଗ ଜଗତର ଶିରା-ପ୍ରଶିରାରେ ସମାହିତ ହୋଇ ରହିଛି । ଆଉ ଏଥିପାଇଁ ଆଜି ଆମେ ଯେତେବେଳେ ଗୋଟିଏ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛେ, ନୂତନ ଦଶକରେ ପ୍ରବେଶ କରୁଛେ, ତ ମୋତେ ଏହା କହିବାରେ କୌଣସି କୁଣ୍ଠାବୋଧ ହେଉ ନାହିଁ କି ଏହି ଦଶକ ଭାରତୀୟ ଉଦ୍ୟମୀଙ୍କର ହେବ, ଭାରତର ଉଦ୍ୟୋଗର ହେବ ।

ସାଥୀଗଣ, ଏହି ଦଶକରେ ପାଞ୍ଚ ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥାର ଲକ୍ଷ୍ୟକୁ ପୂରଣ କରିବା ତ ହେଉଛି ଏକ ପଦକ୍ଷେପ । ଆମର ସ୍ୱପ୍ନଗୁଡ଼ିକ ହେଉଛି ଆହୁରି ବଡ଼, ଆମର ଆଶାଗୁଡ଼ିକ ହେଉଛି ଆହୁରି ବଡ଼, ଆମର ଲକ୍ଷ୍ୟ ହେଉଛି ଆହୁରି ବଡ଼ । ଆଉ ଏଥିପାଇଁ 2014 ପରେ ଦେଶରେ ନିରନ୍ତର ଏହି ପ୍ରୟାସ ହୋଇଛି କି ଭାରତୀୟ ଉଦ୍ୟୋଗଜଗତର ସ୍ୱପ୍ନଗୁଡ଼ିକୁ, ସେଗୁଡ଼ିକର ସଂପ୍ରସାରଣକୁ କୌଣସି ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ନପଡ଼ୁ । ଏହି ସମୟ ମଧ୍ୟରେ ପ୍ରତ୍ୟେକ ନିଷ୍ପତ୍ତି, ପ୍ରତ୍ୟେକ ପଦକ୍ଷେପ ପଛରେ ଗୋଟିଏ ହିଁ ମାତ୍ର ଚିନ୍ତାଧାରା ରହିଛି କି ଭାରତରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ଉଦ୍ୟମୀଙ୍କ ସମ୍ମୁଖରୁ ପ୍ରତ୍ୟେକ ପ୍ରକାରର ପ୍ରତିବନ୍ଧକ ଦୂର ହେଉ, ସେଥିପାଇଁ ଏକ ଉନ୍ନତ ବ୍ୟବସାୟିକ ପରିବେଶ ପ୍ରସ୍ତୁତ ହେଉ ।

ସାଥୀଗଣ, ଦେଶର ଲୋକମାନଙ୍କର ସେମାନଙ୍କର ସଠିକ ସାମର୍ଥ୍ୟ ସେତେବେଳେ ସାମ୍ନାକୁ ଆସି ପାରିବ, ଯେତେବେଳେ ସରକାର, ଭାରତ, ଭାରତୀୟ ଏବଂ ଶିଳ୍ପ ଆଗରେ ପ୍ରତିବନ୍ଧକ ହୋଇ ନୁହେଁ, ବରଂ ତାଙ୍କର ସାଥୀ ହୋଇ ଠିଆ ହୋଇ ରହିବେ । ବିଗତ ବର୍ଷମାନଙ୍କରେ ଦେଶ ଏହି ପନ୍ଥାକୁ ଆପଣାଇଛି । ବିଗତ ବର୍ଷଗୁଡ଼ିକରେ ଦେଶରେ ସ୍ପଷ୍ଟ ଲକ୍ଷ୍ୟର ସହିତ ସଂସ୍କାର, ନିଷ୍ଠାର ସହିତ ପ୍ରଦର୍ଶନ, ଆନ୍ତରିକତାର ସହିତ ପରିବର୍ତ୍ତନ, ପ୍ରକ୍ରିୟା ସଂଚାଳିତ ଏବଂ ବୃତ୍ତିଗତ ସୁଶାସନ ଦେବାର ଚେଷ୍ଟା କ୍ରମାଗତ ଭାବେ ହୋଇ ଚାଲିଛି । ଉଦ୍ୟୋଗ ଜଗତର ଅସୁବିଧାଗୁଡ଼ିକୁ ବୁଝିବାକୁ ଚେଷ୍ଟା କରାଯାଇଛି, ସେଗୁଡ଼ିକୁ ଦୂର କରିବାର ପ୍ରୟାସ ଜାରି ରହିଛି ।

ସାଥୀଗଣ, ଆଜିକାଲି ଦେବାଳିଆ ଏବଂ ବ୍ୟାଙ୍କ ସଂହିତା ଆଇବିସିର ଏତେ ଚର୍ଚ୍ଚା ହେଉଛି, କିନ୍ତୁ ଏହା କେବଳ ଏତେ ପଇସା ଫେରି ଆସିଲା, ସେତିକି ପଇସା ଫେରସ୍ତ ଆସିଲା- ସେତିକି ପର୍ଯ୍ୟନ୍ତ ସୀମିତ ରହିଥାଏ । କିନ୍ତୁ ଏହା ତାହାଠାରୁ ମଧ୍ୟ ଆଗରେ ରହିଛି । ଆପଣମାନେ ସମସ୍ତେ ଏହା ମଧ୍ୟ ଭଲ ଭାବେ ଜାଣନ୍ତି କି କିଛିଟା ପରିସ୍ଥିତିରେ ଧନ୍ଦାରୁ ବାହାରକୁ ବାହାରିବାଟା ହିଁ ଅନେକ ଥର ବୁଦ୍ଧିମତାର ପରିଚୟ ଦେଇଥାଏ । ଏହା ଜରୁରୀ ନୁହେଁ କି ଯେଉଁ କମ୍ପାନୀ ସଫଳ ହେଉ ନଥିବ, ତା’ପଛରେ କୌଣସି ଚକ୍ରାନ୍ତ ହିଁ ରହିଥିବ, କୌଣସି ଖରାପ ଉଦ୍ଦେଶ୍ୟ ରହିଥିବ, କୌଣସି ଲାଳସା ରହିଥିବ, ଏହା ରହିବା ଆବଶ୍ୟକ ନୁହେଁ । ଦେଶରେ ଏଭଳି ଉଦ୍ୟମୀମାନଙ୍କ ପାଇଁ ଏକ ମାର୍ଗ ତିଆରି କରିବା ଆବଶ୍ୟକ ଥିଲା ଏବଂ ଆଇବିସି ଏହାର ଆଧାର ପ୍ରସ୍ତୁତ କରିଛନ୍ତି । ଆଜି ନୁହେଁ ତ କାଲି, ଏହି କଥା ଉପରେ ଅଧ୍ୟୟନ ନିଶ୍ଚିତ ଭାବେ ହେବ କି ଆଇବିସି କେତେ ଭାରତୀୟ ଉଦ୍ୟମୀମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିଛି, ସେମାନଙ୍କୁ ସଦା ସର୍ବଦା ପାଇଁ କ୍ଷତିଗ୍ରସ୍ତ ହେବାରୁ ରକ୍ଷା କଲେ ।

ସାଥୀଗଣ, ଭାରତର ଟିକସ ବ୍ୟବସ୍ଥାରେ ପୂର୍ବରୁ କେଉଁଭଳି ତ୍ରୁଟି ବିଚ୍ୟୁତି ରହିଥିଲା, ତାହା ସହିତ ଆପଣ ଭଲ ଭାବେ ପରିଚିତ ଅଛନ୍ତି । ଇନ୍ସପେକ୍ଟର ରାଜ୍, ଟିକସ ସହିତ ଜଡ଼ିତ ନୀତିଗୁଡ଼ିକରେ ଭ୍ରମ, ଆଉ ଭିନ୍ନ-ଭିନ୍ନ ରାଜ୍ୟରେ ରହିଥିବା ଟିକସର ଜାଲ ଭାରତୀୟ ଉଦ୍ୟୋଗ ଜଗତର ଗତିରେ ଯେଭଳି ଭାବେ ପ୍ରତିବନ୍ଧକ ଲଗାଇ ଦେଇଥିଲା । ଏବେ ଦେଶ ସେହି ପ୍ରତିବନ୍ଧକ ବା ଅବରୋଧକୁ ମଧ୍ୟ ହଟାଇ ଦେଇ ସାରିଲାଣି । ଆମର ଟିକସ ବ୍ୟବସ୍ଥାରେ ସ୍ୱଚ୍ଛତା ଆସୁ, ଦକ୍ଷତା ଆସୁ, ଉତ୍ତରଦାୟୀତ୍ୱ ବଢ଼ୁ, କର ଦାତା ଏବଂ ଟିକସ ବିଭାଗ ମଧ୍ୟରେ ମାନବୀୟ ଗତିରୋଧ ଶେଷ ହେଉ, ଏଥିପାଇଁ ଏକ ନୂତନ ବ୍ୟବସ୍ଥାର ନିର୍ମାଣ କରାଯାଉଛି । ଆଜି ଦେଶରେ କର୍ପୋରେଟ ଟିକସ ଏବଂ କର୍ପୋରେଟ ଟିକସ ଦର ଯେତେ କମ୍ ଅଛି, ପୂର୍ବରୁ କେବେ ରହି ନଥିଲା ।

ସାଥୀଗଣ, ସାମଗ୍ରୀ ଏବଂ ସେବା କର ସଂସ୍କାର କିମ୍ବା ରାଷ୍ଟାୟତ ବ୍ୟାଙ୍କ ସଂସ୍କାର, ସେଗୁଡ଼ିକର ଦାବି ଦୀର୍ଘ ଦିନ ଧରି ହେଉଥିଲା, ସମସ୍ତେ ଦାବି କଲେ । ଏସବୁ ଆଜି ସତ ହୋଇଛି ତ ଏହି ଚିନ୍ତାଧାରା କାରଣରୁ କି ଭାରତର ଶିଳ୍ପ ସମ୍ମୁଖରୁ ସମସ୍ତ ପ୍ରକାରର ପ୍ରତିବନ୍ଧକ ଦୂର କରାଯାଉ, ତାହାକୁ ସଂପ୍ରସାରଣ କରିବାର ସବୁ ସୁଯୋଗ ପ୍ରଦାନ କରାଯାଉ ।

ସାଥୀଗଣ, କିଛି ଲୋକ ଏହି ଛବି ପ୍ରସ୍ତୁତ କରିବାରେ ନିଜର ଉର୍ଜ୍ଜା ଲଗାନ୍ତି କି ଭାରତ ସରକାର ଉଦ୍ୟମୀମାନଙ୍କ ପଛରେ ବାଡ଼ି ଧରି ଚାଲୁଛନ୍ତି । କିଛି ବେଇମାନ ଏବଂ ଭ୍ରଷ୍ଟାଚାରୀଙ୍କ ବିରୁଦ୍ଧରେ ନିଆ ଯାଉଥିବା ପଦକ୍ଷେପକୁ ଭାରତୀୟ ଶିଳ୍ପ ଉପରେ କଠୋର ପଦକ୍ଷେପର ରୂପ ଦିଆଯିବା ମୁଁ ବୁଝୁଛି କି ହେଉଛି ଏକ ବହୁତ ବଡ଼ ଅପପ୍ରଚାର । ଭାରତୀୟ ଉଦ୍ୟୋଗ, ଏକ ପାରଦର୍ଶୀ ପରିବେଶ ମଧ୍ୟରେ ବିନା ଭୟରେ, ବିନା ବାଧାରେ, ଆଗକୁ ବଢ଼ୁ, ଦେଶ ପାଇଁ ସମ୍ପଦ ସୃଷ୍ଟି କରୁ, ନିଜ ପାଇଁ ସମ୍ପଦ ସୃଷ୍ଟି କରୁ, ଏହା ଆମ ସମସ୍ତଙ୍କର ପ୍ରୟାସ ରହିଛି । ଏହା ସର୍ବଦା ଚେଷ୍ଟା କରାଯାଇଛି କି ଭାରତୀୟ ଉଦ୍ୟୋଗ ଜଗତକୁ ଆଇନର ଜାଲରୁ ମୁକ୍ତି ମିଳୁ । ଦେଶରେ ଦେଢ଼ ହଜାରରୁ ଅଧିକ ପୁରୁଣା ଆଇନ ଏହି ପ୍ରୟାସ କାରଣରୁ ଶେଷ କରି ଦିଆ ଯାଇଛି । କମ୍ପାନୀ ଆଇନ ସହିତ ଜଡ଼ିତ ଛୋଟ ବୈଷୟିକ ତ୍ରୁଟି ପାଇଁ ମଧ୍ୟ ଉଦ୍ୟମୀମାନଙ୍କ ଉପରେ କେଉଁଭଳି ଭାବେ ଅପରାଧିକ ମାମଲା ହୋଇଥାଏ, ମୁଁ ତାହାକୁ ବିସ୍ତୃତ ଭାବେ ଜଣାଇବାକୁ ଚାହୁଁନାହିଁ । ଏବେ ଏଭଳି ଅନେକ ତ୍ରୁଟିକୁ ଅଣ ଅପରାଧୀ ଭାବେ ଧରି ନିଆଯାଇଛି । ଯେଉଁ ଶ୍ରମ ଅଦାଲତରେ ଏବେ କାର୍ଯ୍ୟ ଚାଲୁ ରହିଛି, ତାହା ମଧ୍ୟ ହେଉଛି ଶ୍ରମିକଙ୍କ ଅଭିଯୋଗକୁ ସରଳୀକୃତ କରିବାର ପ୍ରକ୍ରିୟା, ଯାହାର ଲାଭ ଉଦ୍ୟୋଗ ଏବଂ ଶ୍ରମଶକ୍ତି, ଶ୍ରମିକମାନଙ୍କୁ, ଦୁହିଁଙ୍କୁ ହେବ ।

ସାଥୀଗଣ, ଭାରତୀୟ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଦେଶରେ ତତ୍କାଳୀନ ଉପାୟଗୁଡ଼ିକ ସହିତ ହିଁ ଦୀର୍ଘକାଳୀନ ସମାଧାନ ଉପରେ ଏକା ସହିତ କାର୍ଯ୍ୟ କରାଯାଉଛି । ଦେଶରେ ଏଭଳି ନିଷ୍ପତ୍ତି ନିଆଯାଉଛି ଯାହା ଫଳରେ ନା କେବଳ ବର୍ତ୍ତମାନ, ବରଂ ଆଗାମୀ ପିଢ଼ୀଙ୍କୁ ମଧ୍ୟ ଲାଭ ମିଳିବ ।

ସାଥୀଗଣ, ବିଗତ ପାଞ୍ଚ ବର୍ଷରେ, ଦେଶରେ ନିଷ୍ଠାର ସହିତ କାର୍ଯ୍ୟ କରିବା ପାଇଁ, ସଂପୂର୍ଣ୍ଣ ସଚ୍ଚୋଟତାର ସହିତ କାର୍ଯ୍ୟ କରିବା ପାଇଁ, ସଂପୂର୍ଣ୍ଣ ସଚ୍ଚୋଟତାର ସହିତ କାର୍ଯ୍ୟ କରିବାର ପରିବେଶ ଆଜି ସବୁଠାରେ ଦେଖା ଯାଉଛି । ଏହି ପରିବେଶ ଦେଶର ବଡ଼ ବଡ଼ ଲକ୍ଷ୍ୟ ସ୍ଥିର କରିବ, ଆଉ ନିର୍ଦ୍ଧାରିତ ସମୟରେ ତାହାକୁ ପ୍ରାପ୍ତ କରିବାର ସାହସ ଦେଇଛି । ଭାରତରେ ଏକବିଂଶ ଶତାବ୍ଦୀରେ ଭିତ୍ତିଭୂମି ପାଇଁ 100 ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ହେଉ, ଲୋକମାନଙ୍କର ସହାବସ୍ଥାନ ସୁଗମତା ପାଇଁ ପ୍ରତ୍ୟେକ ସ୍ତରରେ ଯୋଜନା ହେଉ, ଦେଶର ମାନବ ସମ୍ବଳ ପୁଞ୍ଜି ଉପରେ ନିବେଶ କରିବା, ପ୍ରତ୍ୟେକ ସ୍ତରରେ କାର୍ଯ୍ୟ ଚାଲୁ ରହିଛି ଏବଂ ପୂର୍ବ ଅପେକ୍ଷା ବହୁ ଅଧିକ ଗୁଣରେ ଅଧିକ ଗତିରେ କାର୍ଯ୍ୟ ହେଉଛି ।

ସାଥୀଗଣ, ମୁଁ ଯେଉଁ ତୀବ୍ରତାର ସହିତ ବଦଳୁଥିବା କଥା ଆପଣମାନଙ୍କୁ କହୁଛି, ତାହା ମଧ୍ୟ ପରିସଂଖ୍ୟାନରେ ପରିଦୃଶ୍ୟ ହେଉଛି । ଦୃତଗତିରେ ତୃଣମୂଳ ସ୍ତରରେ କାର୍ଯ୍ୟ କରିବାର ତାହା ହେଉଛି ପରିଣାମ କି କେବଳ ପାଞ୍ଚ ବର୍ଷରେ ବ୍ୟବସାୟରେ ସୁଗମତା ସୂଚୀରେ 79 ତମ ସ୍ଥାନରେ ସୁଧାର ଆସିଛି । ନବସୃଜନକୁ ପ୍ରୋତ୍ସାହନ ଦେବା ପାଇଁ ଦେଶରେ ଯେଉଁ ଦୃତ ଗତିରେ ନୀତି ପ୍ରସ୍ତୁତ କରାଯାଇଛି, ନିଷ୍ପତ୍ତି ନିଆଯାଇଛି ତାହାର ପ୍ରଭାବ ହେଉଛି କି କେବଳ ପାଞ୍ଚ ବର୍ଷରେ ବିଶ୍ୱ ନବସୃଜନ ସୂଚକାଙ୍କରେ 20ଟି ସ୍ଥାନରେ ସୁଧାର ହୋଇଛି । କ୍ରମାଗତ ଅନେକ ବର୍ଷ ଧରି ଏଫଡିଆଇ କରୁଥିବା ବିଶ୍ୱର ଶ୍ରେଷ୍ଠ 10ଟି ଦେଶ ମଧ୍ୟରେ ସ୍ଥାନ ପାଇବା ଭାରତ ପାଇଁ ହେଉଛି ଏକ ବହୁତ ବଡ଼ ଉପଲବ୍ଧ ।

ସାଥୀଗଣ, ବିଗତ କିଛି ବର୍ଷ ମଧ୍ୟରେ ଦେଶରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି । ଏହି ପରିବର୍ତ୍ତନ ଆସିଛି ଯୁବ ଉଦ୍ୟମୀଙ୍କ ସଂଖ୍ୟାରେ । ଆଜି ଦେଶର ଯୁବ ଉଦ୍ୟମୀ, ନୂତନ ଚିନ୍ତାଧାରା, ନୂତନ ବ୍ୟବସାୟିକ ମଡେଲ ନେଇକରି ସାମ୍ନାକୁ ଆସିଛି । ଏବେ ସେହି ସମୟ ମଧ୍ୟ ବିତିବାରେ ଲାଗିଛି ଯେତେବେଳେ କି ଉଦ୍ୟୋଗର କିଛି ବିଶେଷ କ୍ଷେତ୍ର ଯେପରି କମୋନିଟିଜ୍, ଖଣିଜ, ବୃହତ ଇଂଜିନିୟରିଂ ଉପରେ ହିଁ ଗୁରୁତ୍ୱ ଦିଆଯାଉଥିଲା । ଆମର ଆଜିର ଯୁବକ ନୂତନ କ୍ଷେତ୍ରକୁ ମଧ୍ୟ ସମ୍ପ୍ରସାରଣ କରି ପାରୁଛନ୍ତି । ଆଉ ଏଥିରେ ମଧ୍ୟ ବିଶେଷ ଭାବେ ଏହି ଦେଶ ଛୋଟରୁ ଅତି ଛୋଟ ସହରରୁ ବାହାରି ଏହି ଯୁବକମାନେ ବଡ଼ ଲକ୍ଷ୍ୟ ହାସଲ କରୁଛନ୍ତି ।

ସାଥୀଗଣ, ଗୋଟିଏ ସମୟ ଥିଲା, ଯେତେବେଳେ କୁହା ଯାଉଥିଲା କି ବମ୍ବେ କ୍ଲବ୍ ଦେଶର ଉଦ୍ୟମୀମାନଙ୍କର, ସେମାନଙ୍କର ବ୍ୟବସାୟିକ ଲାଭର ପ୍ରତିନିଧିତ୍ୱ କରୁଥିଲା, ଏବେ ଆଜି ଯଦି ଏପରି କୌଣସି କ୍ଲବ୍ ନିର୍ମାଣ ହେବ ତ ତାକୁ ଭାରତ କ୍ଲବ୍ ହିଁ କୁହାଯିବ, ଯେଉଁଥିରେ ଭିନ୍ନ ଭିନ୍ନ କ୍ଷେତ୍ରରେ ପୁରୁଖା ବ୍ୟକ୍ତିତ୍ୱ ଏବଂ ନୂଆ ଉଦ୍ୟୋଗୀ, ସମସ୍ତଙ୍କର ପ୍ରତିନିଧିତ୍ୱ ହେବ । ମୁଁ ବୁଝି ପାରୁଛି କି ଭାରତର ବଦଳୁଥିବା ବ୍ୟବସାୟ ସଂସ୍କୃତି ତାର ସମ୍ପ୍ରସାରଣ, ତାହାର ସାମର୍ଥ୍ୟ, ତାହାର ବହୁତ ଉତ୍ତମ ଉଦାହରଣ ହେବ । ଆଉ ଏଥିପାଇଁ ଭାରତର ସାମର୍ଥ୍ୟକୁ ଭାରତୀୟ ଉଦ୍ୟମୀମାନଙ୍କର ସାମର୍ଥ୍ୟକୁ କେହି କମ୍ ଭାବରେ ଚିତ୍ରିତ କରୁଛନ୍ତି, ତ ସେମାନେ ଭୁଲ କରୁଛନ୍ତି । ନବବର୍ଷର ଶୁଭାରମ୍ଭରେ ଆଜି ଏହି ମଞ୍ଚରୁ ମୁଁ ଭାରତୀୟ ଉଦ୍ୟୋଗ ଜଗତକୁ ପୁଣି କହିବି କି ଲକ୍ଷ୍ୟକୁ ନିଜ ପାଖରେ ମଧ୍ୟ ପଡ଼ି ରହିବାକୁ ଦିଅନ୍ତୁ ନାହିଁ । ନୂତନ ଉର୍ଜ୍ଜାର ସହିତ ଆଗକୁ ବଢ଼ନ୍ତୁ, ନିଜର ସମ୍ପ୍ରସାରଣ ପାଇଁ ଆପଣ ଦେଶର ଯେ କୌଣସି କୋଣକୁ ଆପଣ ଯିବେ, ଭାରତ ସରକାର ଆପଣଙ୍କ ସହିତ କାନ୍ଧରେ କାନ୍ଧ ମିଳାଇ ଚାଲିବେ । ଆଉ ହଁ, ଆପଣଙ୍କ ପଥ କ’ଣ ହେବ, କ’ଣ ହେବା ଦରକାର, ଏ ବିଷୟରେ ମୁଁ ଲକ୍ଷଣରାଓ ମହାଶୟଙ୍କ ଜୀବନରୁ ହିଁ ପ୍ରେରଣା ନେଇ ଏହାକୁ ବିସ୍ତୃତ ଭାବରେ କହିବାକୁ ଚାହୁଁଛି ।

ସାଥୀଗଣ, ଲକ୍ଷଣରାଓ ମହାଶୟ ଦେଶର ସେହି ପ୍ରେରଣାଦାୟୀ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ହେଉଛନ୍ତି ଜଣେ, ଯିଏ ଭାରତର ଆବଶ୍ୟକତା ଅନୁସାରେ ଟେକ୍ନୋଲୋଜିର ବ୍ୟବହାର ଏବଂ ମେସିନ୍ ନିର୍ମାଣର କଷ୍ଟ ଉଠାଇଥିଲେ । ଦେଶର ଆବଶ୍ୟକତାଗୁଡ଼ିକୁ ଆଉ ତା’ସହିତ ଜଡ଼ିତ ନିର୍ମାଣର ଏହି ଚିନ୍ତାଧାରା ଭାରତର ବିକାଶର ଗତି ଏବଂ ଭାରତୀୟ ଉଦ୍ୟୋଗର ବିକାଶର ଗତିକୁ ଦ୍ରୁତ କରାଇବ । ଆମକୁ ଶୂନ୍ୟ ତ୍ରୁଟି, ଶୂନ୍ୟ ପ୍ରଭାବ (zero defect, zero effect)ର ମନ୍ତ୍ରରେ ଚାଲି ବିଶ୍ୱ ସ୍ତରର ପ୍ରକଳ୍ପ ନିର୍ମାଣ କରିବାକୁ ହେବ, ତେବେ ଆମେ ରପ୍ତାନୀ ବୃଦ୍ଧି କରି ପାରିବା । ବିଶ୍ୱ ବଜାରରେ ନିଜର ସମ୍ପ୍ରସାରଣ କରି ପାରିବା । ଆମକୁ ଭାରତୀୟ ସମାଧାନ, ବିଶ୍ୱ ଅନୁପ୍ରୟୋଗ ବିଷୟରେ ଚିନ୍ତା କରିବାର ଅଛି, ସେହି ଅନୁସାରେ ନିଜ ଯୋଜନାଗୁଡିକୁ କାର୍ଯ୍ୟକାରୀ କରିବାକୁ ହେବ । ମୁଁ ଏଠାରେ ଦୁଇଟି ଯୋଜନା ବିଷୟରେ ଚର୍ଚ୍ଚା କରିବାକୁ ଚାହୁଁଛି । ଗୋଟିଏ ହେଉଛି ଆର୍ଥିକ ଭିତ୍ତିଭୂମୀ ସହିତ ଜଡିତ ୟୁପିଆଇ ଯୋଜନା ଏବଂ ଏବଂ ଅନ୍ୟଟି ସାରା ଦେଶରେ ଏଲଇଡି ବଲବ୍ ପହଞ୍ଚାଇ ଥିବା ଉଜାଲା ଯୋଜନା ।

ସାଥୀଗଣ, ଆଜିର ଭାରତ ଦୃତ ଗତିରେ ବ୍ୟାଙ୍କ କାରବାର ଚାହୁଁଛି, ଉନ୍ନତ ଟେକ୍ନୋଲୋଜିର ବ୍ୟବହାର କରିବାକୁ ଚାହୁଁଛି । କେବଳ ତିନି ବର୍ଷରେ ୟୁପିଆଇର ବୃଦ୍ଧି ପାଉଥିବା ନେଟୱାର୍କ ତାହାର ଏହି ଇଚ୍ଛାକୁ ପୂରଣ କରିଛି । ଆଜିର ସ୍ଥିତି ଏହା ହୋଇଛି କି 24 ଘଣ୍ଟା-ସାତ ଦିନ(24×7) ଦେଶ ସହଜରେ ଅନଲାଇନ୍ କାରବାର କରୁଛି । ଆଜି ଭୀମ ଆପ ମହୁତ ବଡ଼ ବ୍ରାଣ୍ଡ ପାଲଟି ଯାଇଛି ।

ସାଥୀଗଣ, 2018-19 ଆର୍ଥିକ ବର୍ଷରେ ୟୁପିଆଇ ଜରିଆରେ ପ୍ରାୟ 9 ଲକ୍ଷ କୋଟି ଟଙ୍କାର କାରବାର ହୋଇଥିଲା । ଚଳିତ ଆର୍ଥିକ ବର୍ଷରେ ଡିସେମ୍ବର ମାସ ସୁଦ୍ଧା ପ୍ରାୟ 15 ଲକ୍ଷ କୋଟି ଟଙ୍କାର କାରବାର ୟୁପିଆଇ ମାଧ୍ୟମରେ ହୋଇ ସାରିଛି । ଆପଣ ଅନୁମାନ କରିପାରୁଥିବେ କି ଦେଶ କେତେ ଦ୍ରୁତ ଗତିରେ ଡିଜିଟାଲ କାରବାରକୁ ଗ୍ରହଣ କରୁଛି ।

ସାଥୀଗଣ, ଦେଶକୁ ଏଭଳି ସମାଧାନର ଆବଶ୍ୟକତା ଥିଲା, ଯାହା କମ୍ ବିଜୁଳି, ବିଜୁଳି ପାଇଁ କମ୍ ଖର୍ଚ୍ଚ କରିବାର ଥିଲା, ଅଧିକ ଆଲୋକ ଦେଉ ଆଉ ତାହାର ମୂଲ୍ୟ ମଧ୍ୟ କମ୍ ହେଉ । ଏହି ଆବଶ୍ୟକତା ପାଇଁ ଉଜାଲା ଯୋଜନା ସହାୟତା କଲା । ଏଲଇଡି ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ଉଠାଗଲା । ନୀତିରେ ପରିବର୍ତ୍ତନ କରାଗଲା । ଏହାଦ୍ୱାରା ବଲବର ମୂଲ୍ୟ କମ୍ ହେଲା ଏବଂ ଥରେ ଲୋକ ଏହାର ଲାଭ ସଂପର୍କରେ ଅନୁଭବ କଲେ ତ, ଚାହିଦା ବଢିଲା । କାଲି ହିଁ ଉଜାଲା ଯୋଜନାକୁ 5 ବର୍ଷ ପୂରଣ ହୋଇଛି । ଏହା ହେଉଛି ଆମ ସମସ୍ତଙ୍କ ପାଇଁ ସନ୍ତୋଷର କଥା ଯେ, ଏହି କିଛି ଦିନ ମଧ୍ୟରେ ସାରା ଦେଶରେ 36 କୋଟିରୁ ଅଧିକ ଏଲଇଡି ବଲବ୍ ବଣ୍ଟା ଯାଇ ସାରିଛି । କେବଳ ଏତିକି ହିଁ ନୁହେଁ ଦେଶର ପାରମ୍ପରିକ ପଥ ଆଲୋକ ବ୍ୟବସ୍ଥାକୁ ଏଲଇଡ଼ି ଆଧାରିତ କରିବା ପାଇଁ ମଧ୍ୟ 5 ବର୍ଷିଆ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହା ଅଧୀନରେ ଏକ କୋଟିରୁ ଅଧିକ ଏଲଇଡ଼ି ପଥ ଆଲୋକ ବ୍ୟବସ୍ଥା କରାଯାଇଛି । ଏହି ଦୁଇଟି ପ୍ରୟାସ ଦ୍ୱାରା ହିଁ ପ୍ରାୟ 5,500 କୋଟି କିଲୋୱାଟ/ଘଣ୍ଟା ପ୍ରତି ବର୍ଷ ବିଜୁଳି ସଞ୍ଚୟ କରାଯାଇଛି । ଏହା ଫଳରେ ପ୍ରତି ବର୍ଷ ହଜାର ହଜାର କୋଟି ଟଙ୍କାର ବିଜୁଳି ଖର୍ଚ୍ଚ କମ୍ ହେଉଛି ଆଉ ଅଙ୍ଗାରକାମ୍ଳ ନିର୍ଗମନ ମଧ୍ୟ ବହୁତ ବଡ଼ ମାତ୍ରାରେ ହ୍ରାସ ପାଇଛି । ଆଉ ଏହା ଆମ ସମସ୍ତଙ୍କ ପାଇଁ ଖୁସିର କଥା ଯେ ଭାରତରୁ ବାହାରିଥିବା ଏଭଳି ନବସୃଜନ ସେ ୟୁପିଆଇ ହେଉ ଅବା ଉଜାଲା ଦୁନିଆର ଅନେକ ଦେଶ ପାଇଁ ମଧ୍ୟ ପ୍ରେରଣାର ମାଧ୍ୟମ ପାଲଟିଛି ।

ସାଥୀଗଣ, ଏଭଳି ସଫଳତାର କାହାଣୀ ଆମର ମେକ୍ ଇନ୍ ଇଣ୍ଡିଆ ଅଭିଯାନ, ଆମର ଉଦ୍ୟୋଗ ଜଗତର ହେଉଛି ଶକ୍ତି, ହେଉଛି ସାମର୍ଥ୍ୟ । ମୋତେ ଏହିଭଳି ସଫଳତାର କାହାଣୀ ଭାରତୀୟ ଉଦ୍ୟୋଗ ଜଗତରୁ, ପ୍ରତ୍ୟେକ କ୍ଷେତ୍ରରୁ ଦରକାର । ଜଳ ଜୀବନ ମିଶନ ହେଉ, ନବୀକରଣୀୟ ଶକ୍ତି ହେଉ, ବିଜୁଳି ମୋବିଲିଟି ହେଉ, ବିପର୍ଯ୍ୟୟ ପରିଚାଳନା ହେଉ, ପ୍ରତିରକ୍ଷା କ୍ଷେତ୍ର ହେଉ; ପ୍ରତ୍ୟେକ କ୍ଷେତ୍ରରେ ଆପଣମାନଙ୍କ ପାଇଁ ସେମାନଙ୍କର ସଫଳତାର କାହାଣୀ ଆପଣମାନଙ୍କୁ ପ୍ରତୀକ୍ଷା କରି ରହିଛି । ସରକାର ସବୁ ପ୍ରକାରରେ ଆପଣମାନଙ୍କ ସାଙ୍ଗରେ ଅଛନ୍ତି । ଆପଣମାନଙ୍କର ସବୁ ପ୍ରକାରର ଆବଶ୍ୟକତାର ସହିତ ।

ଆପଣ ଏହି ବାତାବରଣର ସଂପୂର୍ଣ୍ଣ ଲାଭ ଉଠାନ୍ତୁ, ନିରନ୍ତର ନବସୃଜନ କରି ଚାଲନ୍ତୁ । ନିବେଶ କରି ଚାଲନ୍ତୁ, ରାଷ୍ଟ୍ର ସେବାରେ ନିଜର ଯୋଗଦାନ ଦେଇ ଚାଲନ୍ତୁ । ଏହି କାମନା ସହିତ ମୁଁ ନିଜ କଥା ସମାପ୍ତ କରୁଛି ଏବଂ ଆଉ ଥରେ ପୁଣି କିର୍ଲୋସ୍କର ଗ୍ରୁପକୁ, କିର୍ଲୋସ୍କର ପରିବାରକୁ ଅନେକ ଅନେକ ଶୁଭକାମନା ଜଣାଉଛି । ଚମକ୍ରାର ଶତକ ପାଇଁ ମଧ୍ୟ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's AI boom is rewarding engineers more than coders

Media Coverage

India's AI boom is rewarding engineers more than coders
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting respect for nature and environmental stewardship
July 30, 2026

The Prime Minister, Shri Narendra Modi, said that respect for nature, the environment and the entire creation lies at the very core of our existence. He called upon everyone to participate, with a spirit of gratitude and selfless service towards nature, in building a healthy, prosperous and strong nation.

The Prime Minister shared a Sanskrit Subhashitam-

“शं नो द्यावापृथिवी पूर्वहूतौ शमन्तरिक्षं दृशये नो अस्तु।

शं न ओषधीर्वनिनो भवन्तु शं नो रजसस्पतिरस्तु जिष्णुः॥”

The Subhashitam conveys that May Dyuloka and the Earth, which have been revered since the beginning of creation, always be auspicious for us. May the intermediate space between the Earth and the Sun be beneficial and enlightening for our lives. May all medicinal herbs and forest plants provide us with health, nourishment, and happiness. May the all-pervading and victorious Lord of all worlds ever grant us welfare, peace, and prosperity.

The Prime Minister wrote on X;

“प्रकृति, पर्यावरण और समस्त सृष्टि का सम्मान हमारे अस्तित्व के मूल में है। आइए, हम इनके प्रति पूरी कृतज्ञता और सेवाभाव के साथ एक स्वस्थ, समृद्ध और सशक्त राष्ट्र के निर्माण में सहभागी बनें।

शं नो द्यावापृथिवी पूर्वहूतौ शमन्तरिक्षं दृशये नो अस्तु।

शं न ओषधीर्वनिनो भवन्तु शं नो रजसस्पतिरस्तु जिष्णुः॥”