India-Indonesia ties are special: PM Modi
We are all proud of the manner in which the Indian diaspora has distinguished itself in Indonesia: PM Modi
In the last four years, India has witnessed unparalleled transformation, says PM Modi in Indonesia
Both India and Indonesia are proud of their democratic ethos and their diversity: PM Modi
In 2014 the people of India voted for a Government headed by a person belonging to a poor background. Similarly, the people of Indonesia elected President Widodo whose background is also humble: PM
Indian diaspora in Indonesia further strengthens the vibrant people-to-people ties between both our countries: PM Modi
Ensuring a corruption-free, citizen-centric and development-friendly ecosystem is our priority: PM Modi
GST has enhanced the tax compliance system in India; it has ensured a better revenue system: PM Modi
To enhance ‘Ease of Living’, we are focussing on modern infrastructure; we are creating a system which is transparent as well as sensitive: PM Modi

ଇଣ୍ଡୋନେସିଆରେ ଭାରତୀୟ ହୋଇ ବସବାସ କରୁଥିବା ସମସ୍ତ ବନ୍ଧୁମାନଙ୍କୁ ମୋର ନମସ୍କାର,

ସମସ୍ତ ବନ୍ଧୁଙ୍କୁ ଶୁଭ ସନ୍ଧ୍ୟା ।

ଆପା କାବାର? (ଆପଣମାନେ କିପରି ଅଛନ୍ତି?)

ଓାୟା ସନାଂଗ ସକାଲୀ ବର-ଅଦା ଦି ସିନି( ଏଠାକୁ ଆସି ମୁଁ ଆପଣମାନଙ୍କ ଗହଣରେ ବେଶ୍‌ ଖୁସି ଅନୁଭବ କରୁଛି) ।

ମୁଁ ଇଣ୍ଡୋନେସିଆର ଜନସାଧାରଣ, ଆପଣମାନଙ୍କୁ ସମସ୍ତଙ୍କୁ ଏବଂ ବିଶେଷ କରି ରାଷ୍ଟ୍ରପତି ୱିଡ଼ୋଡ଼ୋଙ୍କୁ ମୋର କୃତଜ୍ଞତା ଜ୍ଞାପନ କରୁଛି ଯେଉଁମାନେ ଏହି ପବିତ୍ର ରମଜାନ ମାସରେ ମୋତେ ସ୍ୱାଗତ କରିଛନ୍ତି । ଆଜି ସକାଳେ ମୋତେ ଇଣ୍ଡୋନେସିଆର ବିବିଧତାର ଝଲକ ବି ଦେଖିବାର ସୁଯୋଗ ମୁଁ ପାଇଛି । ବିଭିନ୍ନ ରକମର ପୋଷାକ ପରିଧାନ କରି ନାଗରିକମାନେ, ଶିଶୁମାନେ ମୋତେ ସ୍ୱାଗତ କରିଥିଲେ । ସେହି ଭବ୍ୟ ଅଭ୍ୟର୍ଥନା ମୋର ହୃଦୟକୁ ଛୁଇଁଛି ।

ବନ୍ଧୁଗଣ,

କିଛି ମାସ ପୂର୍ବେ  10ଟି ଯାକ ଆସିଆନ୍‌ ରାଷ୍ଟ୍ରର ନେତାଙ୍କ ସହ ଆମେ ଭାରତରେ ଗଣତନ୍ତ୍ର ଦିବସ ପାଳନ କରିଥିଲୁ । ଆସିଆନ୍‌ ରେ ଇଣ୍ଡୋନେସିଆ ସବୁଠାରୁ ଜନବହୁଳ ତଥା ଏକ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରର ମାନ୍ୟତା ବହନ କରେ । ମୁଁ ରାଷ୍ଟ୍ରପତି ୱିଡ଼ୋଡ଼ୋଙ୍କୁ ଧନ୍ୟବାଦ ଜଣାଉଛି ଯେ ସେତେବେଳେ ସେ ମୋତେ ଆତିଥ୍ୟ ସତ୍କାରର ସୁଯୋଗ ପ୍ରଦାନ କରିଥିଲେ ।  ଏହା ଏକ ସଂଯୋଗର କଥା ନୁହେଁ ଯେ ସନ 1950 ମସିହାରେ ଭାରତର ପ୍ରଥମ ଗଣତନ୍ତ୍ର ଦିବସରେ ବି ଇଣ୍ଡୋନେସିଆର ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ବନ୍ଧୁଗଣ,

ବିଗତ ଚାରି ବର୍ଷ ମଧଧ୍ୟରେ ମୁଁ 125 କୋଟି ଭାରତୀୟଙ୍କ ଜନ ପ୍ରତିନିଧି ଭାବେ ବିଶ୍ୱର ଯେଉଁ ଯେଉଁ ରାଷ୍ଟ୍ରକୁ ଯାଇଛି, ସବୁଠାରେ ମୋର ପ୍ରୟାସ ରହିଛି ଯେ ଆପଣମାନଙ୍କ ଭଳି ଲକ୍ଷ ଲକ୍ଷ ବନ୍ଧୁମାନଙ୍କ ସହ ଭାଇଭଉଣୀମାନଙ୍କୁ ଭେଟିବି, ଯେଉଁମାନଙ୍କର ମୂଳ ଭୂମି ଭାରତ । ସେହି ଅବସରରେ ମୋର ଯେତେଯେତେ ଲୋକଙ୍କ ସହ ଭାବ ବିନିମୟ ଘଟିଛି, ସେଥିରେ ଗୋଟିଏ କଥା ସବୁଠାରେ ସମାନ ରହିଛି । ତାହା ହେଲା, ମା’ଭାରତୀ ପ୍ରତି ସେମାନଙ୍କ ମନରେ ଥିବା ଅତୁଟ ଶ୍ରଦ୍ଧା ଏବଂ ସମ୍ମାନ । ଏଠାରେ ଇଣ୍ଡୋନେସିଆରେ ବି ମୁଁ ମୋ ସାମ୍ନାରେ ସେହିକଥା ଦେଖିବାକୁ ପାଉଛି । ଇଣ୍ଡୋନେସିଆ ପ୍ରତି ଆପଣମାନଙ୍କ ମନରେ ଯେତିକି ଭକ୍ତି ଭରି ରହିଛି, ସେତିକି ମାତ୍ରାରେ ଶ୍ରଦ୍ଧା ଆପଣମାନଙ୍କ ମନରେ ମୂଳ ଭୂମି ଭାରତ ପ୍ରତି ରହିଛି । ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଇଣ୍ଡୋନେସିଆ ଅଧିବାସୀ । କିନ୍ତୁ  ହୃଦୟର ନିଭୃତ କୋଣରେ କେଉଁଠି ହେଲେ ମଧ୍ୟ ଭାରତ  ପ୍ରତି ଶ୍ରଦ୍ଧା ଓ ସ୍ନେହ ଭରି ରହିଛି ।

ସାଥୀଗଣ,

ଆମମାନଙ୍କ ମଧ୍ୟରେ ସଂସ୍କୃତ ଏବଂ ସଂସ୍କୃତିର ସଂପର୍କ ରହିଛି । ଏବଂ ଆପଣମାନେ ସଭିଏଁ ଯେଉଁମାନେ କି ଏଠାରେ ଇଣ୍ଡୋନେସିଆରେ ବସବାସ କରି ରହୁଛନ୍ତି, ସେମାନେ ସମସ୍ତେ ଏହି ସଂପର୍କର ଡ଼ୋରିକୁ ମଜଭୁତ କରୁଛନ୍ତି । ଆପଣମାନଙ୍କ ମଧ୍ୟରୁ କେହି କେହି ଚାରି ପାଞ୍ଚ ପିଢ଼ି ଧରି ଏଠାରେ ବସବାସ କରିଆସୁଛନ୍ତି । ଏମିତି ତ ଅଧିକାଂଶ ଲୋକ ଅଛନ୍ତି ଯେଉଁମାନେ ବିଗତ ଦୁଇ ତିନି ଦଶନ୍ଧି ଭିତରେ ଏଠାରେ ପହଞ୍ଚôଛନ୍ତି । ଆଜି ଆପଣମାନଙ୍କ ଭିତରୁ କେହି କପଡ଼ା ବ୍ୟବସାୟରେ ଲାଗି ରହିଛନ୍ତି ତ ଆଉ କିଏ କ୍ରୀଡ଼ା ସାମଗ୍ରୀ ବ୍ୟବସାୟ କରୁଛନ୍ତି । କିଏ ଇଂଜିନିୟର ଅଛନ୍ତି ତ ଆଉ କିଏ କନସଲଟାଣ୍ଟ୍‌ ।  କିଏ ଚାର୍ଟାର୍ଡ଼ ଏକାଉଣ୍ଟାଣ୍ଟ୍‌ ତ ଆଉ କିଏ ବ୍ୟାଙ୍କର୍‌ ଓ ଅଧ୍ୟାପକ ଅଛନ୍ତି । ପୁଣି କିଏ ଆଧ୍ୟାତ୍ମିକ ଗୁରୁ । ଭାରତ ସହ ସମ୍ବନ୍ଧ ରଖୁଥିବା ଶ୍ରୀ ଗୁରନାମ ସିଂହ 1962 ମସିହାରେ ଜାକର୍ତ୍ତା ଏସିଆନ୍‌ କ୍ରୀଡ଼ାରେ ଇଣ୍ଡୋନେସିଆକୁ ପ୍ରତିନିଧିତ୍ୱ କରି ମେଡ଼ାଲ ଲାଭ କରିଥିଲେ । ଏକଥା ଜାଣି ମୁଁ ଖୁବ୍‌ ଆନନ୍ଦିତ ଏବଂ ଗର୍ବ ଅନୁଭବ କରେ ଯେ ଆପଣମାନେ ସମସ୍ତେ ନିଜର ତପସ୍ୟା ବଳରେ,କଠିନ ପରିଶ୍ରମ ବଳରେ କେବଳ ଏଠାରେ ନିଜପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିନାହାନ୍ତି ଅପରନ୍ତୁ ଆଜି ଆପଣମାନେ ଇଣ୍ଡୋନେସିଆର ବିକାଶରେ ସୁଦ୍ଧା ବିଶେଷ ଯୋଗଦାନ ଦେଇପାରିଛନ୍ତି ।

ବନ୍ଧୁଗଣ,

ଏପରି ଏକ ସମୟ ବି ଥିଲା, ଯେତେବେଳେ ଆପଣମାନଙ୍କ ପୂର୍ବଜମାନଙ୍କୁ ଭିନ୍ନ ଭିନ୍ନ ପରିସ୍ଥିତିରେ ଭାରତ ଛାଡ଼ିବାକୁ ପଡ଼ିଥିଲା । ପୁଣି ଆଜି ଏଭଳି ଏକ ପରିସ୍ଥିତି ଆସିଛି ଯେତେବେଳେ ଦୁନିଆ ସାରା ଭାରତର ମଜଭୁତ ପରିଚୟ ସୃଷ୍ଟି ହୋଇପାରିଛି । ବିଗତ ଚାରି ବର୍ଷ ମଧ୍ୟରେ ଭାରତ ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ଆଗକୁ ଆଗେଇ ନେବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

 –ଆଜି ଭାରତ ବିଶ୍ୱର ସବୁଠାରୁ ମୁକ୍ତ ଅର୍ଥବ୍ୟବସ୍ଥାମାନଙ୍କ ମଧ୍ୟରେ ଅନ୍ୟତମ ଭାବେ ପରିଚୟ ସୃଷ୍ଟି କରିପାରିଛି । ଭାରତରେ ରେକର୍ଡ଼ ସ୍ତରର ବିଦେଶୀ ପୁଂଜି ନିବେଶ ହୋଇପାରୁଛି ।

– ଭାରତର ବୈଦେଶିକ ବିନିମୟ ମୁଦ୍ରା ଭଣ୍ଡାର ହାରାହାରି 300 ବିଲିୟନ ଡ଼ଲାରରୁ ବୃଦ୍ଧି ପାଇ 400 ବିଲିୟନ ଡ଼ଲାର ସ୍ତରରେ ପହଞ୍ଚି ପାରିଛି ।

– ଗ୍ରୀନଫିଲ୍ଡ ଏଫଡ଼ିଆଇକୁ ଆକର୍ଷିତ କରିବା ଦିଗରେ ଭାରତ ପୃଥିବୀର ନମ୍ବର ଏକ ଦେଶ ହୋଇପାରିଛି ।

– ଏଫଡ଼ିଆଇ କନଫିଡ଼େନ୍ସ ସୂଚକାଂକରେ ଭାରତ ବିଶ୍ୱର ସବୁଠାରୁ ଅଧିକ ପ୍ରଗତିଶୀଳ ଦୁଇ ଅର୍ଥବ୍ୟବସ୍ଥା ମଧ୍ୟରେ ଅନ୍ୟତମ ଭାବେ ପରିଚିତ ହୋଇପାରିଛି ।

– ବିଶ୍ୱ ଆର୍ଥିକ ଫୋରମର ଗ୍ଲୋବାଲ୍‌ କମ୍ପିଟିଟିଭ୍‌ ସୂଚକାଂକରେ ଭାରତର ସ୍ଥିତି 70ରୁ ସୁଧାର ହୋଇ 40ରେ ପହଞ୍ଚିଛି ।

– ଇଜ୍‌ ଅଫ ଡ଼ୁଇଂ ବିଜିନେସ୍‌ ମାନ୍ୟତାରେ ଭାରତ 142ଟି ରେଙ୍କ ମଧ୍ୟରେ 100ତମ ସ୍ଥାନକୁ ଉନ୍ନୀତ ହୋଇପାରିଛି ।

 – ଲଜିଷ୍ଟିକ୍ସ ପରଫର୍ମାନ୍ସ ସୂଚକାଂକରେ ଭାରତର ସ୍ଥିତିରେ 19 ଅଙ୍କ ସୁଧାର ଘଟିଛି ।

 – ବିଶ୍ୱ ଅଭିନବତ୍ୱ ସୂଚକାଂକରେ ଭାରତର ସ୍ଥାନ ଏବେ 21ରେ ରହିଛି ।

– ଅଙ୍କଟାଡ଼ର ରିପୋର୍ଟ ଅନୁସାରେ ଭାରତର ଅର୍ଥ ବ୍ୟବସ୍ଥାର ଭବିଷ୍ୟତ ବେଶ୍‌ ସୁଦୃଢ଼ ଏବଂ ଏହାକୁ ଏବେ ଶ୍ରେଷ୍ଠ ତିନି ଅର୍ଥବ୍ୟବସ୍ଥା ମଧ୍ୟରୁ ଅନ୍ୟତମ ଭାବେ ବିବେଚିତ କରାଯାଇଛି ।

–ବିଗତ 14 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମୁଡ଼ିସ୍‌ ଭାରତର କ୍ରେଡ଼ିଟ ରେଟିଂରେ ସୁଧାର ଆଣିଛି ।

ଭାଇ ଓ ଭଉଣୀମାନେ,

ଭାରତ ଯେତେବେଳେ ବିଶ୍ୱର ସବୁଠାରୁ ଲୋକତନ୍ତ୍ର ଭାବେ ନିଜର ପରିଚୟ ସୃଷ୍ଟି କରିଛି ସେତେବେଳେ ଇଣ୍ଡୋନେସିଆରେ ବି ଲୋକତନ୍ତ୍ରର ସ୍ଥିତି ମଜଭୁତ ରହିଛି । ଏହାହିଁ ଏକମାତ୍ର କାରଣ ଯେତେବେଳେ ଭାରତର 125 କୋଟି ଜନତା ମୋ ଭଳି ଜଣେ ସାଧାରଣ ନାଗରିକଙ୍କୁ ସେମାନଙ୍କର ପ୍ରଧାନ ସେବକଭାବେ ନିର୍ବାଚିତ କରିଛନ୍ତି ଅନୁରୂପ ଭାବେ ଇଣ୍ଡୋନେସିଆର ଜନତା ୱିଡ଼ୋଡ଼ୋ ଜୀଙ୍କୁ ନିଜର ରାଷ୍ଟ୍ରପତି ଭାବେ ଚୟନ କରିଛନ୍ତି । ସାଥୀଗଣ, ଭାରତ ଏବଂ ଇଣ୍ଡୋନେସିଆ ସାମାଜିକ ଏବଂ ସାଂସ୍କୃତିକ ବିବିଧତା ଏବଂ ସଦ୍ଭାବର ପ୍ରତୀକ । ଏଠାରେ ଅନେକ ଭାଷା ରହିଛି, ଶହ ଶହ ସମୁଦାୟ ବସବାସ କରନ୍ତି । ସେହିଭଳି ଭାରତରେ ବି ଗୋଟିଏ ପ୍ରବାଦ ରହିଛି  । ତାହା ହେଲା କୋଶ କୋଶରେ ପାଣି ବଦଳିଯାଏ ଏବଂ ଚାରି କୋଶରେ ବାଣୀ ବଦଳିଯାଏ । ମୁଁ କେଉଁଠି ପଢ଼ିଥିଲି ଯେ ଇଣ୍ଡୋନେସିଆ ଦ୍ୱୀପରେ ସତରଶହ ବର୍ଷ ପୂର୍ବର ଅବଶେଷ ରହିଛି ଯାହା ଭାରତ ସହ ସମ୍ବନ୍ଧର ସୂଚନା ଏବଂ ପ୍ରମାଣ । ଏବେ ତିନି ଚାରି ଦିନ ପୂର୍ବେ ମୁଁ ଓଡ଼ିଶାର କଟକ ନଗରୀରେ ଥିଲି । ସେଠାରେ ଯେଉଁ ମୈଦାନରେ ବିଶାଳ ଜନସଭାର ଆୟୋଜନ କରାଯାଇଥିଲା ତାହାର ନାମ ଥିଲା ‘ବାଲିଯାତ୍ରା’ ।ବାଲିଯାତ୍ରା ର ଅର୍ଥ କଣ? ଇଣ୍ଡୋନେସିଆର ବାଲି ଦ୍ୱୀପକୁ ଯାତ୍ରା । ଶହ ଶହ ବର୍ଷ ପୂର୍ବେ ଓଡ଼ିଶାର ମହାନ ନାବିକମାନେ କଟକ ଠାରୁ ବାହାରି ଜାଭା ସୁମାତ୍ରା ଏବଂ ବୋର୍ଣ୍ଣିଓ ପର୍ଯ୍ୟନ୍ତ  ଆସୁଥିଲେ । ଆଜି ସୁଦ୍ଧା ପ୍ରତି ବର୍ଷ ଅକ୍ଟୋବର ନଭେମ୍ବର ମାସରେ ଓଡ଼ିଶାରେ ବାଲିଯାତ୍ରା ଉତ୍ସବ ବେଶ୍‌ ଧୁମଧାମରେ ପାଳନ କରାଯାଇ ଆସୁଛି । ଇଣ୍ଡୋନେସିଆର ଗୁଜରାଟ ସହ ବି ପୁରୁଣା ସଂପର୍କ ରହିଛି । ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି,ସେତେବେଳେ ଥରେ ମୋତେ କେହିଜଣେ କହିଥିଲେ ଯେ  ଦ୍ୱାଦଶ ଶତାବ୍ଦୀ ପାଖାପାଖି କଚ୍ଛର ଅଧିବାସୀମାନେ ଯେଉଁ ମୁସଲମାନ ସଂପ୍ରଦାୟ ଥିଲେ ସେମାନଙ୍କ ଭିତରୁ ଅଧିକାଂଶ ଇଣ୍ଡୋନେସିଆ ଆସି ଏଠାରେ ଘରଦ୍ୱାର କରି ବସବାସ କରିଥିଲେ । ସେମାନଙ୍କ କଥିତ ଭାଷାରେ ଗୁଜରାଟୀ ଭାଷା, ଖାଦ୍ୟପେୟ, ରହଣିସହଣିର ଢ଼େର୍‌ ସାମଞ୍ଜସ୍ୟ ରହିଛି । ସେମାନଙ୍କ ସହ ଇଣ୍ଡୋନେସିଆକୁ ଏହି ସଂସ୍କୃତି ଆସିଥିଲା । ମୁଁ ଶୁଣିବାକୁ ପାଇଛି ଯେ ବୁବୁର ଗୁଜରାଟ, ଗୁଜରାଟୀ ଖେଚେଡ଼ି ଇଣ୍ଡୋନେସିଆରେ ବସବାସ କରୁଥିବା ମୁସଲମାନ ପରିବାରମାନଙ୍କରେ ଆଜିସୁଦ୍ଧା ପ୍ରସ୍ତୁତ କରାଯାଏ ଏବଂ ତାହା ବେଶ୍‌ ଲୋକପ୍ରିୟ । ଆଜି ସୁଦ୍ଧା ଏଠାକାର ଲୋକମାନେ ଏଭଳି କିଛି ଶବ୍ଦ ବ୍ୟବହାର କରନ୍ତି ଯାହା ଭାରତ ଇଣ୍ଡେୋନସିଆ ମଧ୍ୟରେ ଥିବା ଗଭୀର ସଂପର୍କକୁ ସୂଚୀତ କରେ । ପୁଣି ଏହି ସମ୍ବନ୍ଧ ବେଶ୍‌ ପ୍ରାଚୀନ ଏବଂ ଘନିଷ୍ଠ ବୋଲି ସେଥିରୁ ସୂଚନା ମିଳେ । ଯେପରି କି ଭାଇ ପାଇଁ ‘ସହୋଦର’ ନିଧନ ପାଇଁ ‘ମାଟି’, ରଙ୍ଗ ବା କଲର ପାଇଁ  ‘ବର୍ଣ୍ଣ’, ଗ୍ରୁପ୍‌ ପାଇଁ ‘ସମୂହ’, ଅଥବା ‘ସମୁଅ’, ‘ଉପବାସ’ ଏବଂ ‘ପୁବାସ’ ‘ବହାସା’ ଏବଂ ‘ଭାଷା’, ‘ରୂପିୟାହ’ ଏବଂ ‘ରୁପୟା’ ଇତ୍ୟାଦି । ଏପରି ଶବ୍ଦମାନଙ୍କୁ ଏକତ୍ର ଯଦି କରାଯାଏ ତେବେ ଗୋଟିଏ ନୂଆ ସମାନାନ୍ତର ଅଭିଧାନ ପ୍ରସ୍ତୁତ କରାଯାଇପାରିବ । ସେଥିରେ ସମାନତା ଓ ସ୍ୱାଭାବିକତା ପରିସ୍ଫୁଟ ହୋଇଉଠିବ । ଭାରତ ଏବଂ ଇଣ୍ଡୋନେସିଆ କେବଳ ପରସ୍ପର ମଧ୍ୟରେ 90 ନଉଟିକାଲ ମାଇଲ ନିକଟତର ବୋଲି ଏହି ଦୃଷ୍ଟିରୁ କୁହାଯାଇପାରେ । ଅର୍ଥାତ, ଆମେମାନେ 90 ନଉଟିକାଲ୍‌ ମାଇଲ ନିକଟବର୍ତ୍ତୀ । ପଡ଼ୋଶୀ ।

ବନ୍ଧୁଗଣ,

ମୁଁ ଜାଣିବାକୁ ପାଇଛି ଯେ ଭାରତ ଏବଂ ଇଣ୍ଡୋନେସିଆ  ଭିତରେ ଗଭୀର ସାଂସ୍କୃତିକ ସମ୍ବନ୍ଧ ରହିଛି ଯାହାକୁ ବିଭିନ୍ନ ରୂପରେ ପାଳନ କରାଯାଇଥାଏ । ଏଠାରେ ‘ଇଣ୍ଡୋନେସିଆ ତାମିଲ ସଂଗମ’ର ସାଂସ୍କୃତିକ ଆୟୋଜନର ବିଶେଷ ମହତତ୍ତ୍ୱ ରହିଛି । ଏହାର ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ଅଛି । ଗତ ବର୍ଷ ଜାକର୍ତ୍ତା ଏବଂ ଅନ୍ୟ ସ୍ଥାନମାନଙ୍କରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ଅନେକ ସଫଳ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସେ ସଂପର୍କରେ ମୋତେ ସୂଚୀତ କରାଯାଇଛି । ଏକଥା ଜାଣି ମୁଁ ବିଶେଷ ଆନନ୍ଦିତ ଯେ ବାଲିରେ ପ୍ରସିଦ୍ଧ ଭାରତୀୟ ପାରମ୍ପରିକ ଔଷଧିର କେନ୍ଦ୍ର ରହିଛି । ପଞ୍ଚକର୍ମ-ଆୟୁର୍ବେଦ ସେଣ୍ଟରର ଲୋକପ୍ରିୟତା ଢ଼େର୍‌ ବେଶୀ ଓ ତାହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଗତ ବର୍ଷ ମାନଙ୍କରେ ସାମଗ୍ରିକ ସ୍ୱାସ୍ଥ୍ୟସେବା (ହୋଲିଷ୍ଟିକ୍‌ ହେଲ୍‌ଥକେୟାର) ପ୍ରତି ସମଗ୍ର ଦୁନିଆ ଆକର୍ଷିତ ହୋଇଛି ଏବଂ ଏହାର ଆଦର ବଢ଼ିବାରେ ଲାଗିଛି ।  ଆପଣମାନଙ୍କ ସକାଶେ ପାରମ୍ପରିକ ଭାରତୀୟ ଚିକିତ୍ସା ପଦ୍ଧତିର ଆମ୍ବାସାଡ଼ର ହେବାର ଏହା ଏକ ଅପୂର୍ବ ଅବସର ହୋଇପାରେ ।

ବନ୍ଧୁଗଣ,

ଏମିତି ତ ଦେଖିବାକୁ ଗଲେ ଏହା ଏକ ସଂଯୋଗ ଯେ କିଛି ଦିନ ପୂର୍ବେ ମୋତେ ନେପାଳର ଜନକପୁର ଠାରେ ମା’ଜାନକୀଙ୍କ ଆଶୀର୍ବାଦ ନେବାର ଅବସର ମିଳିଥିଲା । ଏବଂ ଏବେ ମୁଁ ଏଠାରେ ଇଣ୍ଡୋନେସି୍ରଆ ଆସିଛି,ଏଠାରେ ରାମକଥାକୁ ଏକ ନୂତନ ଭୂମି ଏବଂ ନୂତନ ପରିବେଶ ପ୍ରାପ୍ତ ହୋଇଛି । ଏହା ଇଣ୍ଡୋନେସିଆର ଏକ ବିଶେଷତା ଯେ ଏଠାକାର ରାମାୟଣ ମଞ୍ଚନ କରୁଥିବା କଳାକାରମାନେ ହେଲେ ମୁସଲମାନ ସଂପ୍ରଦାୟର । ଆଜି କିଛି ସମୟ ପୂର୍ବରୁ ରାଷ୍ଟ୍ରପତି ୱିଡ଼ୋଡ଼ୋ ଏବଂ ମୁଁ ଏକ ଗୁଡ଼ିଉଡ଼ା ପ୍ରଦର୍ଶନୀରେ ଯୋଗ ଦେଇଥିଲୁ । ସେଠାରେ ଏକଥା ଦେଖି ମୁଁ ବେଶ୍‌ ଖୁସି ଅନୁଭବ କଲି ଯେ ରାମାୟଣ ଏବଂ ମହାଭାରତର କଥାବସ୍ତୁ ଏବଂ ପରମ୍ପରାକୁ ନେଇ ଇଣ୍ଡୋନେସିଆରେ ସାଧାରଣ ଜନଜୀନବନ ମନରେ ଆଜି ସୁଦ୍ଧା ବିଶେଷ ସ୍ଥାନ ରହିଛି । ଆସ୍ଥା ଏବଂ ସଂସ୍କୃତି କିଭଳି ପରସ୍ପରର ନିକଟତର ହୋଇ ପଲ୍ଲବିତ ଏବଂ ପୋଷିତ ହୋଇପାରେ, ତାହାର ଏହା ହେଉଛି ଏକ ଅପୂର୍ବ ଉଦାହରଣ ।

ସାଥୀଗଣ,

ବିଗତ ଶତାବ୍ଦୀରେ ଯେତେବେଳେ ଆମର ଦୁଇ ଦେଶ ସ୍ୱାଧୀନ ହେଲେ, ସେତେବେଳଠାରୁ ଆମେ ବୈଶ୍ୱିକ ଏବଂ କ୍ଷେତ୍ରୀୟ ସ୍ତରରେ ପରସ୍ପର ସହ ସହଯୋଗ କରିଆସୁଛେ । ବିଗତ ଚାରି ବର୍ଷ ମଧ୍ୟରେ ଆମର ସମ୍ବନ୍ଧରେ ପ୍ରଗାଢ଼ତା ଆସିଛି । ଆଜି ଭାରତ ଏବଂ ଇଣ୍ଡୋନେସିଆ ଭିତରେ ସମ୍ବନ୍ଧ ନୂତନ ଶୀର୍ଷରେ ପହଞ୍ଚିଛି ।  ତାହା ରାଜନୈତିକ ସ୍ତରରେ ହୋଇଥାଉ ଅଥବା ରଣନୈତିକ ସ୍ତରରେ କିମ୍ବା ଆର୍ଥିକ ସହଯୋଗ ସ୍ତରୀୟ ହୋଇଥାଉ । ଭାରତ ଏବଂ ଇଣ୍ଡୋନେସିଆ ନିଜର ରଣନୈତିକ ସଂପର୍କକୁ ଏକ ନୂତନ ସ୍ତରରେ ପହଞ୍ଚାଇବା ଲାଗି ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ରାଷ୍ଟ୍ରପତି ୱିଡ଼ୋଡ଼ୋ ଏବଂ ମୁଁ ଆଜି ଏହାକୁ ଆଉ ଏକ ପାଦ ଆଗକୁ ଆଗେଇ ନେଇଯାଇ‘ବ୍ୟାପକ  ରଣନୈତିକ ସହଭାଗୀତା’ର ମାନ୍ୟତା ଦେଇଛୁ । ଆମର ସେନାବାହିନୀ ଭିତରେ ସମ୍ମିଳିତ ଅଭ୍ୟାସ ଅନୁଷ୍ଠିତ ହୋଇଆସୁଛି । ସୁରକ୍ଷା ସମ୍ବନ୍ଧୀତ ପ୍ରସଙ୍ଗ ଉପରେ ଆମ ଭିତରେ ବିଶେଷ ତାଳମେଳ ରହିଛି ଓ ତାହା ବୃଦ୍ଧି ପାଇବାରେ ଲାଗିଛି । ଆଜି ଇଣ୍ଡୋନେସିଆ ଆସିଆନ୍‌ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତକୁ ସବୁଠାରୁ ବଡ଼ ବ୍ୟାପାରିକ ସହଭାଗୀର ମାନ୍ୟତା ପ୍ରଦାନ କରିଛି । ଆଜି ଆମର ଦ୍ୱିପାକ୍ଷିକ ବାଣିଜ୍ୟ କାରବାର 18 ବିଲିୟନ୍‌ ଡ଼ଲାରରୁ ଅଧିକ ସ୍ତରରେ ପହଞ୍ଚିଛି ।

ସାଥୀଗଣ,

ଭାରତ ଏବଂ ଇଣ୍ଡୋନେସିଆ ଭିତରେ ଗଢ଼ିଉଠିଥିବା ମଜଭୁତ ସଂପର୍କକୁ ଆମର ଦୁଇ ଦେଶର ନାଗରିକାମାନେ ଆଉ ଏକ ଆଧାର ପ୍ରଦାନ କରିଛନ୍ତି । ଅର୍ଥାତ୍‌, ଆପଣମାନେ ସମସ୍ତେ ଏଥିରେ ସହଭାଗୀ । ଏଠାରେ ଆମର ଏକ ବୃହତ୍‌ ଜନସଂଖ୍ୟା ଏପରି ଅଛନ୍ତି ଯେଉଁମାନେ 35 ବର୍ଷରୁ କମ୍‌ ବୟସର । ସେମାନଙ୍କର ପ୍ରତିଭାର ଔଜଲ୍ୟକୁ ଏକ ନୂତନ ଦିଗନ୍ତ ପ୍ରଦାନ କରିବା ସକାଶେ ଏବଂ ପ୍ରେତ୍ସାହିତ କରିବା ଲାଗି ଆମ ସରକାର  ପ୍ରୟାସ କରୁଛନ୍ତି । ସେଥିପାଇଁ , ମୋ ସରକାରକୁ କାର୍ଯ୍ୟ କରିବାର ବେଗ କ୍ଷିପ୍ରତର ହୋଇଛି ଏବଂ ଏବଂ ଏହାର ପରିସର ବ୍ୟାପକ ହୋଇପାରିଛି । ଦେଶର ଜନତାଙ୍କ ଆଶା ଓ ଆକାର ଅନୁରୂପ ବ୍ୟାପକ ମାତ୍ରାରେ ଆମେ ଏହିଭଳି କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛୁ । ସେମାନଙ୍କୁ ଉତ୍ତମ ପ୍ରଶାସନ, ସର୍ବାଧିକ ସୁଶାସନ ପାଇଁ ସୁଯୋଗ ପ୍ରଦାନ କରାଯାଉଛି । ଆମମାନଙ୍କର ଗୁରୁତ୍ୱ ହେଉଛି ପ୍ରଥମେ ନାଗରିକ । ଏହି ମନ୍ତ୍ରକୁ ନେଇ ଆମେ ଆଗକୁ ବଢ଼ୁଛୁ । ସରକାର ସମାଜର ତୃଣମୂଳ ସ୍ତରକୁ ଯାଇ ବିରାଟ ପ୍ରଶାସନିକ, ବିତ୍ତୀୟ ଏବଂ ଆଇନଗତ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ଆମ ସରକାରଙ୍କ ସକାଶେ ଦୁର୍ନୀତିମୁକ୍ତ ଶାସନ, ଜନକୈନ୍ଦ୍ରିକ ଏବଂ ବିକାଶ ଅନୁକୂଳ ବ୍ୟବସ୍ଥା ଗଠକ କରିବା ସବୁଠାରୁ ବଡ଼ ପ୍ରାଥମିକତା । ପାସପୋର୍ଟଟିଏ  ପାଇବାକୁ ହେଲେ ଏବେ ଭାରତରେ ଆଉ ମାସ ମାସ କିମ୍ବା ସପ୍ତାହ ସପ୍ତାହ ଅପେକ୍ଷା କରିବାକୁ ପଡ଼ୁନାହିଁ । ଦୁଇ ବା ତିନି ଦିନ ଭିତରେ ପାସପୋର୍ଟ ଯାଇ ଲୋକମାନଙ୍କ ଘରେ ପହଂଚିଯାଉଛି । ଇଣ୍ଡୋନେସିଆ ସମେତ 163ଟି ଦେଶର ନାଗରିକଙ୍କ ପାଇଁ ଇ-ଭିସାର ସୁବିଧା ଭାରତ ଯୋଗାଇ ଦେଇଛି । ଇ-ଭିସା ସହାୟତାରେ ଭାରତ ଆସୁଥିବା ପର୍ଯ୍ୟଟକମାନଙ୍କ ସଂଖ୍ୟାରେ 150 ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ କରାଯାଇଛି । ବିଗତ କିଛି ବର୍ଷ ମଧ୍ୟରେ ଭାରତରେ ପ୍ରଚଳିତ ଥିବା 1400ରୁ ଅଧିକ ପୁରୁଣା ଆଇନକୁ ଉଚ୍ଛେଦ କରାଯାଇଛି । ସେହିଭଳି ବସ୍ତୁ ଓ ସେବାକର- ଜିଏସଟି ଭାରତକୁ ଟିକସ ପ୍ରଶାସନରେ ଏକ ନୂତନ ଯୁଗରେ ପହଞ୍ଚାଇଛି । ଏହା ଦ୍ୱାର ଟିକସ ପ୍ରଦାନ ଓ ଅସୁଲ ତଥା ରାଜସ୍ୱ ବ୍ୟବସ୍ଥା ସୁସଂଗତ ହୋଇପାରିଛି ।

ବନ୍ଧୁଗଣ,

ଆମେ ଦେଶର ନାଗରିକମାନଙ୍କ ସକାଶେ ଇଜ୍‌ ଅଫ୍‌ ଲିଭିଂ ଏବଂ ଦେଶ ପାଇଁ ଅତ୍ୟାଧୁନିକ ସଂସାଧନର ଅଭିନବ ସଂଯୋଗ ଘଟାଇପାରିଛୁ । ଏହି ଦିଗରେ ଆମେ ଆମର କାର୍ଯ୍ୟ ଜାରି ରଖିଛୁ । ଆମେ ଭାରତରେ ଏପରି ଏକ ବ୍ୟବସ୍ଥା ଅନୁସରଣ କରିବାକୁ ଯାଉଛୁ ଯାହା କେବଳ ସ୍ୱଚ୍ଛ ନୁହେଁ ଅପରନ୍ତୁ ସମ୍ବେଦନୀ ମଧ୍ୟ ହୋଇପାରିବ ।

– ରେଳ ଲାଇନକୁ ଆମେ ବ୍ରଡ଼ ଗେଜରୁ ବଦଳାଇ ଏଥିରେ ଟ୍ରେନ୍‌ମାନଙ୍କ ବେଗକୁ ଦ୍ୱିଗୁଣିତ କରିପାରିଛୁ ।

 – ରେଳଲାଇନ ବିଦ୍ୟୁତିକରଣକୁ ତିନିଗୁଣ ବେଗରେ କାର୍ଯ୍ୟକାରୀ କରାଯାଉଛି ।

 – ଗ୍ରାମ୍ୟ ସଡ଼କ ଏବଂ ଜାତୀୟ ରାଜପଥ କାର୍ଯ୍ୟକ୍ରମକୁ ମୋ ସରକାର ଦ୍ୱିଗୁଣିତ ବେଗରେ କାର୍ଯ୍ୟକାରୀ କରୁଛି ।

– ପୂର୍ବରୁ ବିଜୁଳି ସରବରାହ ଲାଇନ ଯେଉଁଭଳି ଭାବେ କାର୍ଯ୍ୟକାରୀ କରାଯାଉଥିଲା ଏବେ ସେହି କାର୍ଯ୍ୟ ଦ୍ୱିଗୁଣିତ ହୋଇଛି ।

 – ପୂର୍ବରୁ କେବଳ 59 ଗ୍ରାମ ପଞ୍ଚାୟତ ତୁଳନାରେ ଏବେ 1 ଲକ୍ଷ 10 ହଜାରରୁ ଅଧିକ ଗ୍ରାମ ପଞ୍ଚାୟତକୁ ଅପ୍ଟିକାଲ ଫାଇବର ମାଧ୍ୟମରେ ସଂଯୋଗ କରାଯାଇପାରିଛି ।

 – ପୂର୍ବରୁ କେବଳ 28ଟି ସରକାରୀ ଯୋଜନା ଥିବା ବେଳେ ଏବେ 400ରୁ ଅଧିକ ଯୋଜନା ମାଧ୍ୟମରେ ଲୋକମାନଙ୍କ ଜମାଖାତାରେ ସିଧାସଳଖ ସେମାନଙ୍କ ଅର୍ଥ ପହଞ୍ଚିପାରୁଛି ।

– ଏପରିକି ଏଲଇଡ଼ି ବଲବ୍‌ ପୂର୍ବରୁ ସାଢ଼େ ତିନିଶହ ଟଙ୍କାରେ ଗୋଟିଏ ଲେଖାଏଁ ଉପଲବ୍ଧ ହେଉଥିବା ବେଳେ ଏବେ କେବଳ 40-50 ଟଙ୍କାରେ ତାହା ଲୋକମାନଙ୍କୁ ଯୋଗାଇ ଦିଆ ଯାଇପାରୁଛି । 

– ପୂର୍ବରୁ ଯେଉଁଠି ଭାରତରେ କେବଳ 2ଟି ମୋବାଇଲ ଉତ୍ପାଦନକାରୀ କମ୍ପାନୀ ଥିଲେ, ଏବେ ଏହାର ସଂଖ୍ୟ ବୃଦ୍ଧିପାଇ 120ରେ ପହଞ୍ଚିଛି ।

ଭାରତ ରେ ଆଜି ସବୁଠାରୁ ଅଧିକ ଇଞ୍ଜିନିୟରିଂ କଲେଜମାନ ଖୋଲିବାରେ ଲାଗିଛି । ମ୍ୟାନେଜମେଣ୍ଟ କଲେଜ,ମେଡ଼ିକାଲ କଲେଜ ଖୋଲୁଛି । କେବଳ ବିଗତ ଅଢ଼େଇ ବର୍ଷ ଭିତରେ ଭାରତରେ 9 ହଜାରରୁ ଅଧିକ ଷ୍ଟାର୍ଟ ଅପ୍‌ ପଂଜୀକୃତ ହୋଇଛନ୍ତି । ବିଶ୍ୱର ସବୁଠାରୁ ବଡ଼ ଷ୍ଟାର୍ଟ ଅପ୍‌ ବାତାବରଣ ଏବେ ଭାରତରେ ସୃଷ୍ଟି ହୋଇପାରିଛି । ଆଜି ସମଗ୍ର ବିଶ୍ୱରେ ଭାରତର ପାସପୋର୍ଟର କ୍ଷମତା ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱର ଶକ୍ତିଶାଳୀ ବ୍ୟବସ୍ଥାମାନଙ୍କ ସହ ଭାରତ ଏକ ଅଂଶ ପାଲଟିଛି । ଭାରତ ସୌର ଶକ୍ତିକୁ ମାନବ କଲ୍ୟାଣ ଉଦ୍ଦେଶ୍ୟରେ ସବୁଠାରୁ ଅଧିକ ମାତ୍ରା ଉପଯୋଗ କରିବାର ସଂକଳ୍ପ ନେଇଛି । ସେଥିପାଇଁ ଅନ୍ତରାଷ୍ଟ୍ରୀୟ ସୌର ସଂଗଠନ ଆରମ୍ଭ କରିବା ଦିଗରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଆମ ସରକାର ଭାରତକୁ ଏକବିଂଶ ଶତାବ୍ଦୀର ସମସ୍ତ ଆବଶ୍ୟକତା- ଆଶା ଓ ଆକାଂକ୍ଷା ଅନୁରୂପ ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ ରହିଛି । ଆଜି ଭାରତ ଏକ ନୂତନ ଭାରତର ସଂକଳ୍ପର ସହ ଆଗକୁ ବଢ଼ିବାରେ ଲାଗିଛି । ଆମେ 2022 ମସିହା ସୁଦ୍ଧା ଏକ ନୂତନ ଭାରତ ଗଠନର ସଂକଳ୍ପ ନେଇଛୁ । ସେହି ବର୍ଷ ଆମେ ଦେଶ ସ୍ୱାଧୀନର 75ବର୍ଷ ପୂର୍ତ୍ତି ପାଳନ କରିବୁ ।

ବନ୍ଧୁଗଣ,

ଏଠାରେ ଇଣ୍ଡୋନେସିଆର ସୁଖ-ଦୁଃଖରେ ପରସ୍ପରକୁ ସାହାଯ୍ୟ ଦେବାର ଏକ ମହାନ ପରମ୍ପରା ରହିଛି ଏବଂ ବସୁଧୈବ କୁଟୁମ୍ବକମ୍‌ ମନ୍ତ୍ରରେ ଆପଣମାନେ ସଭିଏଁ ଆଗକୁ ବଢ଼ିବାରେ ଲାଗିଛନ୍ତି । ମୋତେ ସୂଚୀତ କରାଯାଇଛି ଯେ ନିକଟରେ ବାଲି ଦ୍ୱୀପରେ ଯେଉଁ ଜ୍ୱାଳାମୁଖୀ ଆପଦା ସଂଘଟିତ ହୋଇଥିଲା ସେଥିରେ ଆକ୍ରାନ୍ତ ହଜାର ହଜାର ସଂଖ୍ୟକ ଭାରତୀୟ ପର୍ଯ୍ୟଟକଙ୍କୁ ବାଲି ଏବଂ ସୁରବାୟାର ଲୋକମାନେ କେବଳ ଜୀବନ ରକ୍ଷା କରିନଥିଲେ ପରନ୍ତୁ ସେମାନଙ୍କୁ ଭାରତ ପ୍ରତ୍ୟାବର୍ତ୍ତନର ସମସ୍ତ ସହଯୋଗ କରିଥିଲେ । ଏଭଳି ମାନବୀୟ ଆଚରଣ ଲାଗି ଆମେ ସଭିଏଁ ଆପଣମାନଙ୍କୁ ଭୂୟସୀ ପ୍ରଶଂସା କରୁଛୁ । ଆପଣମାନଙ୍କୁ ଧନ୍ୟବାଦ ଜଣାଉଛୁ । ମାନବୀୟ ମୂଲ୍ୟବୋଧର ଏତାଦୃଶ ସଂରକ୍ଷଣ ଭାରତର ପ୍ରାଚୀନ ପରମ୍ପରା ହୋଇ ରହିଆସିଛି । ଏହା ନେପାଳରେ ସଂଘଟିତ ଭୂକମ୍ପ ପ୍ରତି ହୋଇଥାଉ କିମ୍ବା ଶ୍ରୀଲଙ୍କାର ବନ୍ୟା ଆପଦା, ଭାରତର ପରିଚୟ ହେଉଛି ସଂକଟର ଘଡ଼ିରେ ପ୍ରତିବେଶୀମାନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସକଳ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇଦେବା । ସଂକଟରେ ଫସିଥିବା 90,000 ଭାରତୀୟଙ୍କୁ ଏନଡ଼ିଏ ସରକାର ଅମଳରେ ସୁରକ୍ଷିତ ଭାରତ ଫେରାଇ ଅଣାଯିବା ଏହାର ପ୍ରକୃଷ୍ଟ ଉଦାହରଣ । ବନ୍ଧୁଗଣ,

ଭାରତ ଏବଂ ଇଣ୍ଡୋନେସିଆ କେବଳ ନାମରେ ପରସ୍ପର ସହ ସଂପର୍କରେ ନାହାନ୍ତି । ଏଭଳି ତାଳମେଳରେ ସବୁପ୍ରକାର ସ୍ୱର ଓ ଲୟ ମଧ୍ୟ ରହିଛି । ଏହି ତାଳମେଳ ଆମର ସଂସ୍କୃତି ଏବଂ ପରମ୍ପରା । ଆମର ଆସ୍ଥାର ପ୍ରତୀକ ଏବଂ ବ୍ୟବସ୍ଥାର ନିଦର୍ଶନ । ଲୋକ ସଂପର୍କ ଏବଂ ଲେକତନ୍ତ୍ରକୁ ଏହା ପ୍ରତିପାଦିତ କରେ ।

ଭାଇ ଓ ଭଉଣୀମାନେ,

ଭାରତ ଏବଂ ଇଣ୍ଡୋନେସିଆ ସାଂସ୍କୃତିକ ବନ୍ଧନରେ ପରସ୍ପର ସହ ଆବଦ୍ଧ । ଆମର ସମ୍ବନ୍ଧ ବେଶ୍‌ ପ୍ରାଚୀନ । କିନ୍ତୁ ଆଜି ଆମ ସମସ୍ତଙ୍କ ସମ୍ମୁଖରେ ଏପରି ଏକ ପ୍ରଶ୍ନ ଉଠୁଛି ଯେ କେବଳ କଣ ପୁରାତତ୍ତ୍ୱ ମଧ୍ୟରେ ଏହି ସଂପର୍କ ସୀମିତ ରହିଥିବ? ଆମର ଆଗାମୀ ପିଢ଼ି ଭବିଷ୍ୟତରେ ଆମ ଦୁଇ ଦେଶର ଜନସାଧାରଣ ଲୋକ-ଲୋକ ସଂପର୍କରେ ଯୋଡ଼ି ହୋଇପାରିବେ ନାହିଁ? ଏହି ସଂପର୍କକୁ କିଭଳି ଭାବେ ଅଧିକ ମଜଭୁତ କରାଯାଇପାରିବ,ଜୀବନ୍ତ ରଖାଯାଇପାରିବ, ଏହା ଉପରେ ଆମେ ସଭିଏଁ ମିଳିତ ଭାବେ କାମ କରିବା ଉଚିତ । ଆପଣମାନଙ୍କ ମଧ୍ୟରୁ ଅନେକେ ଏପରି ଅଛନ୍ତି ଯେଉଁମାନେ କେବେ ଭାରତ ଦେଖିନାହାନ୍ତି । ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଦୀର୍ଘ ବର୍ଷ ଧରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିନାହାନ୍ତି । ମୋର ଆପଣମାନଙ୍କୁ ସମସ୍ତଙ୍କୁ ନିବେଦନ ଯେ ଆପଣମାନେ ଥରେ ହେଲେ ଭାରତ ଭାରତ ଭ୍ରମଣରେ ଆସନ୍ତୁ, ଆଉ ଭାରତରେ ଆସିଥିବା ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ । ଏହାକୁ ଅନୁଭବ କରନ୍ତୁ ।  ମୁଁ ଆପଣମାନଙ୍କୁ ସୂଚିତ କରିବାକୁ ଚାହେଁ ଯେ ଇଣ୍ଡୋନେସିଆର ନାଗରିକମାନଙ୍କୁ 30 ଦିନର ଭାରତ ଯାତ୍ରା ସକାଶେ ନିଃଶୁଳ୍କ ଭିସାର ବ୍ୟବସ୍ଥା କରାଯାଉଛି । ଆଗାମୀ କିଛି ମାସ ମଧ୍ୟରେ ଏହା ଆପଣମାନଙ୍କ ସକାଶେ ସବୁଠାରୁ ବଡ଼ ସୁଯୋଗ ହେବ । ଆମେ ଏହି ପ୍ରତୀକ୍ଷାରେ ରହିବୁ । ଆସନ୍ତା ବର୍ଷ ଜାନୁଆରୀ ମାସରେ ଉତ୍ତର ପ୍ରଦେଶର ପ୍ରୟାଗ ଠାରେ କୁମ୍ଭ ମେଳାର ଆୟୋଜନ କରାଯାଉଛି । ଆସ୍ଥାର ଏହି ମେଳାରେ ଆପଣମାନଙ୍କୁ ସ୍ୱାଗତ ଏବଂ ଆପଣମାନେ ସେଠାକୁ ଆସି ଏହାର ଅନୁଭବର ମଜା ନିଅନ୍ତୁ । ସେଠାରେ ଆପଣମାନଙ୍କୁ ଭାରତର ସମୃଦ୍ଧି ସହ ଆଧ୍ୟାତ୍ମିକତାର ଦର୍ଶନ ମିଳିବ । ନୂତନ ଭାରତର ପ୍ରଜ୍ଞାପନ ଆପଣମାନେ ଲକ୍ଷ୍ୟ କରିପାରିବେ । ଆପଣମାନଙ୍କୁ ନୂତନ ଭାରତରେ ସୃଷ୍ଟ ଅବସର ସହ ସାମିଲ ହେବାକୁ ଆମେ ଆମନ୍ତ୍ରଣ କରୁଛୁ । ଏଭଳି ପରବର୍ତ୍ତନର ଲାଭ ଆପଣମାନେ ଉଠାନ୍ତୁ ।

ଆପଣମାନେ ମୋତେ ଏଠାରେ ଏତେ ମାନଥାନ ପ୍ରଦାନ କଲେ । ସେଥିପାଇଁ ମୁଁ ପୁଣି ଥରେ ଆପଣମାନଙ୍କୁ ମୋର କୃତଜ୍ଞତା ଜ୍ଞାପନ କରୁଛି । ଇଣ୍ଡୋନେସିଆ ସରକାରଙ୍କୁ ଏବଂ ଏଠାକାର ପ୍ରଶାସନକୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ।

ତେରିମା କାସିହ କାଲିୟାନ୍‌ ତଳହ ବର-ଅଦା ଦି ସିନୀ (ଏଠାରେ ଆଜି ଉପସ୍ଥିତ ହୋଇଥିବାରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ)!

ସଲାମତ୍‌ ରମାଦାନ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Safe, Inclusive AI For All': PM Modi Says India Helping Shape 'Force For Good' Conversation

Media Coverage

'Safe, Inclusive AI For All': PM Modi Says India Helping Shape 'Force For Good' Conversation
NM on the go

Nm on the go

Always be the first to hear from the PM. Get the App Now!
...
PM to inaugurate India AI Impact Summit 2026 on 19 February
February 18, 2026
Theme of Summit: सर्वजन हिताय, सर्वजन सुखाय i.e. Welfare for All, Happiness of All
Three key pillars of the Summit: People, Planet, and Progress
Participants include more than 500 Global AI Leaders, more than 20 Heads of State and Government and around 60 Ministers and Vice Ministers
PM to participate in Leader’s Plenary as well as CEO Roundtable
PM to visit Country Pavilions at India AI Impact Expo 2026 along with other world leaders
PM to welcome leaders participating in the Summit on 18 February

Prime Minister Shri Narendra Modi will visit and inaugurate the India AI Impact Summit 2026 on 19 February at Bharat Mandapam, New Delhi. Prior to this, on 18 February at around 7 PM, Prime Minister will welcome the leaders of various countries participating in the Summit at Bharat Mandapam. On the sidelines, Prime Minister will also hold bilateral meetings with several world leaders attending the Summit.

On 19th February, the Prime Minister will participate in the Opening Ceremony of the India AI Impact Summit 2026 at around 9:40 AM. Along with the Prime Minister, the Opening Ceremony will also be addressed by the President of France, Secretary-General of the United Nations as well as various top industry leaders from across the world.

This will be followed by a visit to the India AI Impact Expo 2026 along with other leaders at around 11 AM, where they will visit various country pavilions.

Prime Minister will then participate in the Leaders' Plenary which will take place around 12 noon onwards. It will bring together Heads of State, ministers, and senior representatives from multilateral institutions to outline national and global priorities on AI, including governance, infrastructure, and international cooperation.

Thereafter, Prime Minister will participate in the CEO roundtable from 5:30 PM onwards. It will convene senior executives from global technology and industry firms with government leadership to discuss investment, research collaboration, supply chains, and deployment of AI systems.

The theme of India AI Impact Summit 2026 is सर्वजन हिताय, सर्वजन सुखाय i.e. welfare for all, happiness of all. It aims to position India as a leader in the field of AI and envisions a future where AI advances humanity, fosters inclusive growth, and safeguards our shared planet.

Seven Working Groups anchor the Summit, aligned to three pillars: People, Planet, and Progress. These groups will work on delivering concrete outcomes demonstrating AI’s impact across sectors. The seven themes are: AI for Economic Growth and Social Good; Democratizing AI Resources; Inclusion for Social Empowerment; Safe and Trusted AI; Human Capital; Science; Resilience, Innovation and Efficiency.

The Summit will bring together more than 500 Global AI Leaders, including CEOs/CXOs, around 100 CEOs and Founders, 150 Academicians and Researchers, and 400 CTOs, VPs, and Philanthropists. It will also engage over 100 government representatives, including more than 20 Heads of State and Government and around 60 Ministers and Vice Ministers.