To overcome environmental pollution, the Government is promoting the usage of environment friendly transportation fuel: PM
To cut down on import of Crude oil, government has taken decisive steps towards reducing imports by 10% and saving the precious foreign exchange: PM
Indian refinery industry has done well in establishing itself as a major player globally: Prime Minister

ଆରବ ସାଗରର ରାଣୀ କୋଚିକୁ ଆସି ମୁଁ ଆନନ୍ଦିତ । ନୀଳ ସାଗର, ଅନୁପ ହ୍ରଦ ଶୃଙ୍ଖଳା, ମହାନ ପେରିୟାର ନଦୀ, ଚତୁର୍ଦ୍ଦିଗର ସବୁଜିମା ଏବଂ ଉତ୍ସାହୀ ଜନସାଧାରଣ ବାସ୍ତବରେ କୋଚିକୁ ସହରଗୁଡ଼ିକୁ ମଧ୍ୟରେ ରାଣୀ କରି ଗଢ଼ିତୋଳିଛି ।

ଏହି ସ୍ଥାନରୁ ହିଁ, ମହାନ ଭାରତୀୟ ଋଷି ଆଦି ଶଙ୍କର ସାରା ଭାରତକୁ ତାଙ୍କର ଐତିହାସିକ ଯାତ୍ରା ଆରମ୍ଭ କରିଥିଲେ । ତାଙ୍କର ଏହି ଯାତ୍ରା ଭାରତୀୟ ସଭ୍ୟତାର ସୁରକ୍ଷା ଏବଂ ଦେଶକୁ ଏକତ୍ର କରିବା ଲାଗି ଥିଲା ।

ଆଜି ଏକ ଐତିହାସିକ ଦିନ ଯେତେବେଳେ କେରଳର ସର୍ବବୃହତ ଔଦ୍ୟୋଗିକ ୟୁନିଟ ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ପହଁଚିଛି । ଏହା ବାସ୍ତବରେ କେବଳ ଭଗବାନଙ୍କ ନିଜସ୍ୱ ରାଷ୍ଟ୍ର ପାଇଁ ନୁହେଁ ବରଂ ସମଗ୍ର ରାଷ୍ଟ୍ର ପାଇଁ ଗୌରବର ବିଷୟ ।

ଭାରତ ପେଟ୍ରୋଲିୟମର କୋଚି ବିଶୋଧନାଗାର 50 ବର୍ଷରୁ ଅଧିକ ସମୟ ଧରି କେରଳ ଏବଂ ଏହାର ପଡ଼ୋଶୀ ରାଜ୍ୟଗୁଡ଼ିକରେ ସ୍ୱଚ୍ଛ ଇନ୍ଧନକୁ ଲୋକପ୍ରିୟ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ।

ମୁଁ ମୋ ଶୈଶବ ଏବଂ ଯୁବାବସ୍ଥା କଥା ମନେ ପକାଉଛି, ଯେତେବେଳେ ଅନେକ ମାତାମାନେ ରୋଷେଇ ଘରେ କାଠ ଚୂଲି ଜାଳିବା ଲାଗି ସଂଘର୍ଷ କରୁଥିଲେ । ସେବେଠାରୁ, ମୁଁ ସବୁବେଳେ ସେମାନଙ୍କ ସ୍ଥିତିରେ ଉନ୍ନତି ଆଣିବା ପାଇଁ ପ୍ରୟାସ କରୁଛି ଏବଂ ଆମେ ଭାରତର ମା’ ଓ ଭଉଣୀମାନଙ୍କୁ ସ୍ୱାସ୍ଥ୍ୟପ୍ରଦ ରୋଷେଇ ଘର ଯୋଗାଇ ଦେଉଛୁ ।

ଭାରତ ସରକାରଙ୍କ ଉଜ୍ଜ୍ୱଳା ଯୋଜନା ଏହି ସ୍ୱପ୍ନକୁ ବାସ୍ତବ ରୂପ ଦେବା ଲାଗି ମାର୍ଗ ପ୍ରଦାନ କରିଛି । ମୁଁ ଆନନ୍ଦିତ ଯେ ମେ 2016 ପର ଠାରୁ ଦରିଦ୍ରରୁ ଦରିଦ୍ରତମ ପରିବାରୁ ଉଜ୍ଜ୍ୱଳା ଯୋଜନା ଅଧୀନରେ ପାଖାପାଖି 6 କୋଟି ସଂଯୋଗ ଦିଆଯାଇସାରିଲାଣି ।

ବନ୍ଧୁଗଣ,

ପହଲ ଯୋଜନାରେ 23 କୋଟିରୁ ଅଧିକ ଏଲପିଜି ଉପଭୋକ୍ତା ଯୋଡ଼ି ହୋଇସାରିଲେଣି ।

ନକଲି ଖାତା, ଏକାଧିକ ଖାତା ଏବଂ ଅଚଳ ଖାତା ଚିହ୍ନଟ କରିବାରେ ପହଲ ସହାୟକ ହୋଇଛି । ବିଶ୍ୱର ସର୍ବବୃହତ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା ଭାବେ ପହଲ ଗିନିଜ ବୁକ ଅଫ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି । “ଗିଭ ଇଟ ଅପ ପଦକ୍ଷେପ ଅଧୀନରେ ଏକ କୋଟିରୁ ଅଧିକ ଉପଭୋକ୍ତା ସ୍ଵଇଚ୍ଛାରେ ଏଲପିଜି ସବସିଡି ପରିତ୍ୟାଗ କରିସାରିଲେଣି ।

କୋଚି ବିଶୋଧନାଗାରର ସଦ୍ୟ ସମ୍ପ୍ରସାରଣ ଦ୍ୱାରା ଏଲପିଜି ଉତ୍ପାଦନ ଦ୍ୱିଗୁଣିତ ହୋଇଛି, ଏହା ଉଜ୍ଜ୍ୱଳା ଯୋଜନା ଦିଗରେ ବ୍ୟାପକ ଭାବେ ସହାୟକ ହୋଇଛି ।

ପରିବେଶ ପ୍ରଦୂଷଣ ସମସ୍ୟାର ସମାଧାନ ଲାଗି ସରକାର ଦେଶରେ ସହରାଂଚଳ ଗ୍ୟାସ ବିତରଣ ପ୍ରସାର ଦ୍ୱାରା ପରିବେଶ ଉପଯୋଗୀ ଇନ୍ଧନ ସିଏନଜିର ବ୍ୟବହାରକୁ ପ୍ରୋତ୍ସାହିତ କରୁଛନ୍ତି ।

ଦଶମ ସିଜିଡି ବିଡିଂ ରାଉଣ୍ଡ ସମ୍ପୂର୍ଣ୍ଣ ହେବା ପରେ ଦେଶର 4ଶହ ଜିଲ୍ଲାକୁ ପାଇପ ଗ୍ୟାସ ଯୋଗାଣ ସମ୍ଭବ ହୋଇପାରିବ ।

ଜାତୀୟ ଗ୍ୟାସ ଗ୍ରୀଡ ବା ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଦ୍ୱାରା ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥା ସୃଷ୍ଟି କରାଯାଇଛି ଏବଂ ଇନ୍ଧନ ବାସ୍କେଟରେ ଗ୍ୟାସର ଭାଗକୁ ବୃଦ୍ଧି କରାଯାଇପାରିଛି ।

ଅତିରିକ୍ତ 50 ହଜାର କିଲୋମିଟର ଗ୍ୟାସ ପାଇପଲାଇନ ନେଟୱାର୍କ ବିକଶିତ କରିବା ଲାଗି ସରକାର ଚିନ୍ତା କରୁଛନ୍ତି ।

ଅଶୋଧିତ ତୈଳ ଆମଦାନୀ ହ୍ରାସ ଲାଗି ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି ଏହାଦ୍ୱାରା ଆମଦାନୀ 10 ପ୍ରତିଶତକୁ ହ୍ରାସ ପାଇଛି ଓ ମୂଲ୍ୟବାନ ବିଦେଶୀ ମୁଦ୍ରା ସଂଚୟ ହୋଇଛି ।

ଏ ଦିଗରେ, 11ଟି ରାଜ୍ୟରେ ଦ୍ୱାଦଶ ଟୁଜି ଇଥାନଲ ପ୍ଲାଂଟ ପ୍ରତିଷ୍ଠା ଲାଗି ତୈଳ କମ୍ପାନୀଗୁଡ଼ିକ ଦ୍ୱାରା ଲିଗ୍ନୋସେଲ୍ୟୁଲୋଜ ମାର୍ଗ ଜରିଆରେ ଦ୍ୱିତୀୟ ପିଢ଼ି ଇଥାନଲ ଗ୍ରହଣ କରାଯାଇଛି ।

ଏ ଦିଗରେ 6ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି । ବିଶ୍ୱସ୍ତରରେ ଭାରତୀ ବିଶୋଧନ ଉଦ୍ୟୋଗ ନିଜକୁ ପ୍ରତିଷ୍ଠିତ କରିବାରେ ଅନେକ ଉପଲବ୍ଧୀ ହାସଲ କରିଛି । ଏସିଆର ଦ୍ୱିତୀୟ ସର୍ବବୃହତ ତୈଳ ବିଶୋଧକ ଭାବେ ପରିଚିତ ଭାରତ ଏହାର ଚାହିଦା ଠାରୁ ଅଧିକ ବିଶୋଧନ କରି ତୈଳ ବିଶୋଧନ କେନ୍ଦ୍ରରେ ପରିଣତ ହୋଇଛି ।

ଦେଶର ବିଶୋଧନ କ୍ଷମତା ବର୍ତ୍ତମାନ 247 ଏମଏମଟିପିଏରୁ ଅଧିକ ରହିଛି । ଆଇଆରଇପିର ସମୟୋଚିତ ସମାପନ ପାଇଁ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି ।

ଶେଷରେ ମୁଁ ସେହି ଶ୍ରମିକାମାନଙ୍କ ଯୋଗଦାନକୁ ବିବେଚନା କରୁଛି ଯେଉଁମାନେ ନିର୍ମାଣରେ ଦିନ ରାତି କାର୍ଯ୍ୟ କରିଛନ୍ତି । ମୁଁ ଜାଣିବାକୁ ପାଇଛି ଯେ ଏହି ପ୍ରକଳ୍ପ ଦ୍ରୁତଗତିରେ ଚାଲିଥିବା ସମୟରେ 20 ହଜାରରୁ ଅଧିକ ଶ୍ରମିକ ପ୍ରକଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ।

ଅନେକ ଦିଗରୁ, ସେମାନେ ଏହି ପ୍ରକଳ୍ପର “ବାସ୍ତବ ନାୟକ ।  ସମନ୍ୱିତ ବିଶୋଧନ ସମ୍ପ୍ରସାରଣ ପ୍ରକଳ୍ପ ଅଣ ଇନ୍ଧନ କ୍ଷେତ୍ରର ବିବିଧକରଣ ଦିଗରେ ଏକ ରଣନୈତିକ ପଦକ୍ଷେପ ।

 

ବନ୍ଧୁଗଣ,

ପେଟ୍ରୋକେମିକାଲ ଏପରି ଏକ କେମିକାଲ ଯାହା ବିଷୟରେ ଆମେ ଅଧିକ ଚର୍ଚ୍ଚା କରିନଥାଉ । କିନ୍ତୁ ଏହା ଅଦୃଶ୍ୟ ଭାବେ ଆମ ଦୈନନ୍ଦିନ ଜୀବନର ଅନେକ ଦିଗକୁ ଛୁଇଁଥାଏ । ନିର୍ମାଣ ସାମଗ୍ରୀ, ପ୍ଲାଷ୍ଟିକ ଏବଂ ରଙ୍ଗ, ଜୋତା, ପୋଷାକ ଏବଂ ଅନ୍ୟ କପଡ଼ା କିମ୍ବା ଅଟୋ-ମୋଟିଭ ସରଞ୍ଜାମ, କସମେଟିକ୍ସ/ପ୍ରସାଧାନ ଏବଂ ମେଡ଼ିସିନ ଏଥିରେ ସାମିଲ ରହିଛି ।

ତେବେ ଅଧିକାଂଶ କେମିକାଲ ବିଦେଶରୁ ଆମଦାନୀ ହୋଇଥାଏ ।

ଭାରତରେ ପେଟ୍ରୋକେମିକାଲ୍ସ ଉତ୍ପାଦନ କରିବା ଆମର ପ୍ରୟାସ ।

ମୁଁ ଆନନ୍ଦିତ ଯେ ଆଇଆରଇପି କାର୍ଯ୍ୟକ୍ଷମ ହେବା ପରେ କୋଚି ବିଶୋଧନାଗାରର କ୍ଷମତାକୁ ପ୍ରୋପେଲିନ ଉତ୍ପାଦନ ଉପଯୋଗ କରାଯିବ । ମେକ ଇନ ଇଣ୍ଡିଆ ଅଧୀନରେ ଆଇକ୍ରିଲିକ ଏସିଡ ଆକ୍ରିଲେଟ୍ସ ଏବଂ ଓକ୍ସୋ ଆଲକହଲ ଉତ୍ପାଦନ ଲାଗି ତିନୋଟି ବିଶ୍ୱସ୍ତରୀୟ ପ୍ଲାଂଟ ପ୍ରତିଷ୍ଠା ଲାଗି ବିପିସିଏଲ ଆଗଭର ହୋଇଛି ।

ଏହି ପ୍ରମୁଖ ପେଟ୍ରୋ କେମିକାଲ୍ସ ରଙ୍ଗ, କାଳି, କୋଟିଂ, ଡିଟରଜେଂଟ ଏବଂ ଅନ୍ୟ ସରଞ୍ଜାମରେ ଉପଯୋଗ ହେବ । ବର୍ତ୍ତମାନ, ବିପିସିଏଲ ପେଟ୍ରୋ କେମିକାଲ କମ୍ପ୍ଲେକ୍ସ ନିର୍ମାଣ ଆରମ୍ଭ କରିଛି, ଏଠାରେ ପଲିକଲ୍ସ ଉତ୍ପାଦିତ ହେବ ଯାହା ଫୋମ, ଫାଇବର, ଜୋତା, କସମେଟିକ୍ସ ଏବଂ ମେଡ଼ିସିନରେ ବ୍ୟବହୃତ ହେବ ।

ମୁଁ ନିଶ୍ଚିତ ଯେ ଏସବୁ ଦ୍ୱାରା, ଅନେକ ଆନୁସଙ୍ଗିକ ଶିଳ୍ପ କୋଚିରେ ଗଢ଼ିଉଠିବ ।

ମୋର ଆଶା ଯେ ରାଜ୍ୟ ସରକାରଙ୍କ ଦ୍ୱାରା ଯୋଜନା କରାଯାଇଥିବା ପେଟ୍ରୋ-କେମିକାଲ ପାର୍କ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଏବଂ ବିପିସିଏଲର ପେଟ୍ରୋ କେମିକାଲ ଉଦ୍ୟୋଗ ଦ୍ୱାରା ଯୋଗାଇ ଦେଉଥିବା ବ୍ୟବସାୟ ସୁଯୋଗର ଲାଭ ଉଠାଇ ହେବ ।

ମୁଁ ଏହା ଉଲ୍ଲେଖ କରି ଆନନ୍ଦିତ ଯେ ବିପିସିଏଲ ସହିତ ଅନ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଚାକିରିଯୋଗ୍ୟ ଯୁବକଯୁବତୀଙ୍କ ତାଲିମ ଏବଂ ଦକ୍ଷତା ବିକାଶ ଲାଗି ଦକ୍ଷତା ବିକାଶ ସଂସ୍ଥାନ ପ୍ରତିଷ୍ଠା କରିଛନ୍ତି ।

ଏଟ୍ଟୁମାନୁର ଠାରେ ପବିତ୍ର ମହାଦେବ ମନ୍ଦିର ନିକଟରେ ସଂସ୍ଥାନର ଦ୍ୱିତୀୟ କ୍ୟାମ୍ପସ ପ୍ରତିଷ୍ଠା କରି ମୁଁ ଆନନ୍ଦିତ ।

ମୁଁ ଖୁସିର ସହିତ ଏହା ଉଲ୍ଲେଖ କରୁଛି ଯେ ଏଠାରୁ 12 କିମି ଦୂର 50 କୋଟି ଟଙ୍କା ବ୍ୟୟରେ ନିଜର କୋଚିନ ବଟଲିଂ ପ୍ଲାଂଟ ଠାରେ ଭାରତୀୟ ତୈଳ ନିଗମ ମାଉଣ୍ଡେଡ ଷ୍ଟୋରେଜ ବ୍ୟବସ୍ଥା ପ୍ରତିଷ୍ଠା କରିପାରିଛି ।

ଏହା ଏଲପିଜି ଭଣ୍ଡାରଣ କ୍ଷମତା ବୃଦ୍ଧି କରିବା ସହିତ ଏଲପିଜି ଟ୍ୟାଙ୍କରଗୁଡ଼ିକର ଯାତାୟାତକୁ ହ୍ରାସ କରିବ ଏବଂ ସଡକ ପରିବହନ ଭିଡ କମାଇବା ।

ଏହା ପ୍ରଶଂସନୀୟ ଯେ ଗତ ଅଗଷ୍ଟରେ, ଯେତେବେଳେ କେରଳ 100 ବର୍ଷର ସବୁଠୁ ପ୍ରଳୟଙ୍କରୀ ବନ୍ୟା ଦେଇ ଗତି କରୁଥିଲା, ବିପିସିଏଲର କୋଚି ବିଶୋଧନାଗାର ସମସ୍ତ ବାଧା ଅତିକ୍ରମ କରି କାର୍ଯ୍ୟକ୍ଷମ ହେଉଥିଲା ।

ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ଲଗାତାର ଉତ୍ପାଦନ ସୁନିଶ୍ଚିତ କରିବା ଲାଗି ବହୁ କର୍ମଚାରୀ ବିଶୋଧନାଗାର ମଧ୍ୟରେ ରହିଥିଲେ ।

ଏହାଦ୍ୱାରା ଉଦ୍ଧାରକାରୀ ବାହନ ଏବଂ ହେଲିକପ୍ଟରଗୁଡ଼ିକୁ ନିରନ୍ତର ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଭଲ ଭାବେ ଜାରି ରଖିବା  ଲାଗି ସହାୟକ ହୋଇଥିଲା ।

ବିପିସିଏଲ କୋଚି ବିଶୋଧନାଗାର ଉନ୍ନତିକରଣର ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବାରୁ ମୁଁ ଏହାକୁ କଠିନ ପରିଶ୍ରମର ଏହି ଉତ୍ସାହ, ସାମାଜିକ ପ୍ରତିବଦ୍ଧତା ଏବଂ ଅଭିନବତା ବଜାୟ ରଖିବା ଲାଗି ଅନୁରୋଧ କରୁଛି । ରାଷ୍ଟ୍ର ନିର୍ମାଣରେ କୋଚି ବିଶୋଧନାଗାରର ଯୋଗଦାନକୁ ନେଇ ଆମେ ଗର୍ବିତ ।

କିନ୍ତୁ ଏବେ ଆମର ଅଧିକ ଆଶା ରହିଛି । ମୁଁ ଆଶା କରୁଛି ଯେ କୋଚି ବିଶୋଧନାଗାର ଦକ୍ଷିଣ ଭାରତରେ ପେଟ୍ରେ-କେମିକାଲ ବିପ୍ଳବର ନେତୃତ୍ୱ ନେବ ଏବଂ ନୂତନ ଭାରତର ବର୍ଦ୍ଧିତ ଆବଶ୍ୟକତାରେ ସହାୟକ ହେବ!

ଜୟ ହିନ୍ଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Kamal Haasan Backs PM Modi's Call To Save Energy Amid US-Iran War: 'India Will Emerge Stronger'

Media Coverage

Kamal Haasan Backs PM Modi's Call To Save Energy Amid US-Iran War: 'India Will Emerge Stronger'
NM on the go

Nm on the go

Always be the first to hear from the PM. Get the App Now!
...
U.S. Secretary of State calls on Prime Minister Shri Narendra Modi
May 23, 2026
Secretary Rubio briefs PM on the sustained progress in bilateral cooperation.
Secretary Rubio shares US perspective on various regional and global issues.
PM reaffirms India’s consistent support for peace efforts and reiterates the call for peaceful resolution of the conflicts.
PM conveys warm greetings to President Trump.

The U.S. Secretary of State, H.E. Mr. Marco Rubio, called on Prime Minister Shri Narendra Modi today.

Secretary Rubio briefed Prime Minister on the sustained progress in bilateral cooperation across a wide range of sectors, including defence, strategic technologies, trade and investment, energy security, connectivity, education and people-to-people ties.

Secretary Rubio shared U.S. perspective on various regional and global issues, including the situation in West Asia.

Prime Minister reaffirmed India’s consistent support for peace efforts and reiterated the call for peaceful resolution of the conflicts through dialogue and diplomacy.

Prime Minister requested Secretary Rubio to convey his warm greetings to President Trump and said that he looked forward to their continued exchanges.