ମହାମହିମ

ରାଷ୍ଟ୍ରପତି ଘନି,

ଆପଣଙ୍କର ମହାନ ଶବ୍ଦ ପାଇଁ ମୁଁ ବହୁତ କୃତଜ୍ଞ । ଆପଣଙ୍କ ସହିତ ଉପସ୍ଥିତ ଆଫଗାନିସ୍ତାନର ସମସ୍ତ ବରିଷ୍ଠ ପଦାଧିକାରୀ,

ସାଥୀଗଣ,

ନମସ୍କାର!

ସର୍ବପ୍ରଥମେ, ମୁଁ ଆପଣଙ୍କୁ କ୍ଷମା ମାଗୁଛି, ମୋର ଆସିବାରେ ବିଳମ୍ବ ହେଲା । ଆମର ସଂସଦ ଅଧିବେଶନ ଚାଲିଛି, ସଂସଦରେ କିଛି କାର୍ଯ୍ୟକ୍ରମ ଯୋଗୁଁ ସେଠାରେ ରହିବା ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଆଜି ଆମେ ଭାରତ-ଆଫଗାନିସ୍ତାନ ବନ୍ଧୁତ୍ୱର ସୁଦୀର୍ଘ ପଥରେ ଆଉ ଏକ କୀର୍ତ୍ତୀସ୍ତମ୍ଭ ରଖିବାକୁ ଯାଉଛୁ । ଭାରତ ଏବଂ ଆଫଗାନିସ୍ତାନ କେବଳ ଭୌଗୋଳିକ ଦୃଷ୍ଟିକୋଣରୁ ନୁହେଁ ବରଂ ଆମର ଇତିହାସ ଏବଂ ସଂସ୍କୃତି ମଧ୍ୟ ପରସ୍ପର ସହ ଜଡିତ ହୋଇ ରହିଛି । ଜଣେ ଅନ୍ୟ ଜଣଙ୍କୁ ପ୍ରଭାବିତ କରି ଚାଲିଛନ୍ତି । ଏହି ଶତାବ୍ଦୀ ପୁରୁଣା ସମ୍ପର୍କ ଆମ ଭାଷାରେ, ଆମର ଖାଦ୍ୟ-ପେୟ, ସଙ୍ଗୀତ, ଆମ ସାହିତ୍ୟରେ ପ୍ରତିଫଳିତ ହୋଇଛି।

 

ବନ୍ଧୁଗଣ,

ସମସ୍ତେ ଜାଣନ୍ତି ଯେ ନଦୀଗୁଡ଼ିକ ବିଶ୍ୱର ମହାନ ସଭ୍ୟତାର ବାହକ ଭାବେ ରହିଛନ୍ତି । ନଦୀଗୁଡିକ ଜୀବନଦାତା ପାଲଟି ଆମ ରାଷ୍ଟ୍ର, ଆମ ସମାଜକୁ ପରିଭାଷିତ କରିଛନ୍ତି । ଭାରତରେ, ଆମେ ଆମର ଗଙ୍ଗା ନଦୀକୁ ଏକ ମାତାର ମାନ୍ୟତା ଦେଉଛୁ, ଏବଂ ତାହାର କାୟାକଳ୍ପ (ସ୍ବଚ୍ଛତା) ପାଇଁ ଆମେ ଆମର 'ନାମାମୀ ଗଙ୍ଗେ' କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ନଦୀଗୁଡିକ ପ୍ରତି ଏହି ସମ୍ମାନ ଭାରତ ଏବଂ ଆଫଗାନିସ୍ତାନର ସାଂସ୍କୃତିକ ପରମ୍ପରାରେ ରହିଛି । ଆମର ଏଠାରେ ଋଗବେଦର ‘ନଦୀ ସ୍ତୁତି ସୁକ୍ତ’ ଆମ ଅଞ୍ଚଳରେ ପ୍ରବାହିତ ନଦୀଗୁଡିକୁ ପ୍ରଶଂସା କରିଥାଏ।ମୌଲାନା ଜାଲାଲୁଦ୍ଦିନ ରୁମୀ ନଦୀଗୁଡିକର ଶକ୍ତିଶାଳୀ ସଭ୍ୟତାଗତ ସମ୍ବନ୍ଧ ବିଷୟରେ କହିଛନ୍ତି ‘ଯେ ନଦୀ ତୁମ ଭିତରେ ପ୍ରବାହିତ, ସେ ମଧ୍ୟ ମୋ ଭିତରେ ପ୍ରବାହିତ ହେଉଛି ’।

ସଥୀଗଣ,

ଗତ ପ୍ରାୟ ଦୁଇ ଦଶନ୍ଧି ଧରି ଆଫଗାନିସ୍ତାନର ପ୍ରମୁଖ ବିକାଶରେ ଭାରତ ଭାଗିଦାରୀ ହୋଇ ରହିଆସିଛି । ଆଫଗାନିସ୍ତାନରେ ଆମର ବିକାଶ ପ୍ରକଳ୍ପଗୁଡ଼ିକ ଭିତ୍ତିଭୂମି, ଦକ୍ଷତା ବିକାଶ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ଅନେକ କ୍ଷେତ୍ରରେ ପରିବ୍ୟାପ୍ତ ହୋଇଛି । ଏକ ଦଶନ୍ଧି ପୂର୍ବରୁ ପୁଲ-ଇ-ଖୁମରୀରୁ ପରିବହନ ଲାଇନର ନିର୍ମାଣ ଦ୍ବାରା କାବୁଲ ସହରରେ ବିଦ୍ୟୁତ ଯୋଗାଣରେ ଉନ୍ନତି ହୋଇଥିଲା । 218 କିଲୋମିଟର ଦୀର୍ଘ ଡେଲାରାମ-ଜରଞ୍ଜ ରାଜପଥ ଆଫଗାନିସ୍ତାନ ପାଇଁ ଯୋଗାଯୋଗର ଏକ ବିକଳ୍ପ ପ୍ରଦାନ କଲା । କିଛି ବର୍ଷ ପୂର୍ବେ ନିର୍ମିତ 'ମୈତ୍ରୀ ଡ୍ୟାମ୍' ଦ୍ବାରା ହେରାତରେ ବିଦ୍ୟୁତ୍ ଏବଂ ଜଳସେଚନ ବ୍ୟବସ୍ଥା ଦୁଦୃଢ ହେଲା । ଆଫଗାନିସ୍ତାନ ସଂସଦର ନିର୍ମାଣ ଭାରତ ଏବଂ ଆଫଗାନିସ୍ତାନ ଜନତାଙ୍କ ଗଣତନ୍ତ୍ର ପ୍ରତି ଘନିଷ୍ଠତାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତୀକ ପାଲଟିଛି । ଏହି ସମସ୍ତ ପ୍ରକଳ୍ପର ଏକ ପ୍ରମୁଖ ଦିଗ ହେଉଛି ଯେ ଏହା ଦ୍ବାରା ଭାରତ ଏବଂ ଆଫଗାନିସ୍ତାନର ବନ୍ଧୁତା, ଆମର ପାରସ୍ପରିକ ଭାଗିଦାରୀ ଆହୁରି ଅଧିକ ସୁଦୃଢ ହୋଇଛି । ଏହି ସଂମ୍ପର୍କ, ଏହି ଘନିଷ୍ଠତା କୋଭିଡ ମହାମାରୀ ବିରୁଦ୍ଧରେ ମଧ୍ୟ ଆମ ମଧ୍ୟରେ ଦେଖିବାକୁ ମିଳିଲା । ସେ ଔଷଧ ଏବଂ ପିପିଇ ହେଉ, କିମ୍ବା ଭାରତରେ ପ୍ରସ୍ତୁତ ଟିକା ଯୋଗାଣ ହେଉ, ଆମ ପାଇଁ ଆଫଗାନିସ୍ତାନର ଆବଶ୍ୟକତା ସଦା ସର୍ବଦା ଗୁରୁତ୍ବପୂର୍ଣ୍ଣ ରହିଛି ଏବଂ ରହିବ ମଧ୍ୟ। ସେଥିପାଇଁ ମୁଁ ଏହା କହିପାରେ ଯେ ଆଜି ଆମେ କାବୁଲରେ ଯେଉଁ ଶହତୁତ୍ ଡ୍ୟାମ ନିର୍ମାଣ ନେଇ ବୁଝାମଣା କରୁଛୁ, ତାହାର ଭିତ୍ତିପ୍ରସ୍ତର କେବଳ ଇଟା ଏବଂ ମୋର୍ଟାର ଉପରେ ନୁହେଁ, ବରଂ ଭାରତ-ଆଫଗାନିସ୍ତାନ ବନ୍ଧୁତ୍ୱର ଶକ୍ତି ଉପରେ ନିର୍ମିତ ହେବ। କାବୁଲ ସହର ଭାରତର ଲୋକଙ୍କ ମନ ଏବଂ ହୃଦୟରେ ରହିଛି । ଅନେକ ପିଢୀ ଯେପରି ଆପଣ ଉଲ୍ଲେଖ କଲେ ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ 'କାବୁଲିୱାଲା' କାହାଣୀ ପଢି ବଡ଼ ହୋଇଛନ୍ତି । ଆଉ ଏଥିପାଇଁ ମୁଁ ବିଶେଷ ଖୁସି ଯେ ଶହତୁତ ଡ୍ୟାମ ପ୍ରକଳ୍ପ କାବୁଲ ସହରର ନାଗରିକମାନଙ୍କୁ ପାନୀୟ ଜଳ ସୁବିଧା ପ୍ରଦାନ କରିବ। ଏହା ସହିତ କାବୁଲ ନଦୀ ଅବବାହିକାରେ ଏକ ଜଳସେଚନ ନେଟୱାର୍କ ମଧ୍ୟ ବିକଶିତ ହେବ।

ସାଥୀଗଣ,

ଯେତେବେଳେ ମୁଁ ସଂସଦ ଭବନର ଉଦଘାଟନ ପାଇଁ ଡିସେମ୍ବର 2015ରେ କାବୁଲକୁ ଯାଇଥିଲି, ସେତେବେଳେ ମୁଁ ପ୍ରତ୍ୟେକ ଆଫଗାନିସ୍ତାନ ପୁରୁଷ, ମହିଳା ଏବଂ ଶିଶୁଙ୍କ ଦୃଷ୍ଟିରେ ଭାରତ ପ୍ରତି ବହୁତ ଭଲପାଇବା ଦେଖିଥିଲି । ଆଫଗାନିସ୍ତାନରେ, ମୁଁ ଅନୁଭବ କରି ନଥିଲି ଯେ ମୁଁ ଅନ୍ୟ କାହା ଘରେ ଅଛି, ମୋତେ ଏପରି ଅନୁଭବ ହୋଇଥିଲା ଯେ 'ଖାନ୍ନା-ଏ-ଖୁଦ-ଆସ୍ତ' ଏହା ହେଉଛି ନିଜର ଘର ! ମୁଁ ବଦଖଶାଂରୁ ନିମରୋଜ ଏବଂ ହେରାତରୁ କାନ୍ଦାହାର ପର୍ଯ୍ୟନ୍ତ ପ୍ରତ୍ୟେକ ଆଫଗାନ ଭାଇ ଏବଂ ଭଉଣୀଙ୍କୁ ବିଶ୍ବାସ ଦେବାକୁ ଚାହୁଁଛି ଯେ ଭାରତ ଆପଣଙ୍କ ସହ ଛିଡା ହୋଇଛି । ଆପଣମାନଙ୍କର ​ଧୈର୍ଯ୍ୟ, ସାହସ ଏବଂ ସଂକଳ୍ପ ଯାତ୍ରାର ପ୍ରତ୍ୟେକ ପଦକ୍ଷେପରେ, ଭାରତ ଆପଣଙ୍କ ସହିତ ରହିବ। କୌଣସି ବାହ୍ୟ ଶକ୍ତି ଆଫଗାନିସ୍ତାନର ବିକାଶକୁ କିମ୍ବା ଭାରତ-ଆଫଗାନିସ୍ତାନ ବନ୍ଧୁତାକୁ ରୋକି କରିପାରିବ ନାହିଁ ।

ମହାମହିମ,

ଆଫଗାନିସ୍ତାନରେ ବୃଦ୍ଧି ପାଉଥିବା ହିଂସାକୁ ନେଇ ଆମେ ଚିନ୍ତିତ । ନିର୍ଦ୍ଦୋଷ ନାଗରିକ, ସାମ୍ବାଦିକ ଏବଂ କାର୍ଯ୍ୟକର୍ତ୍ତାମାନଙ୍କୁ କାପୁରୁଷ ଢଙ୍ଗରେ ଟାର୍ଗେଟ କରାଯାଉଛି । ତୁରନ୍ତ ହିଂସାକୁ ବନ୍ଦ କରିବାକୁ ଆମେ ଆହ୍ବାନ କରିଛୁ ଏବଂ ଆମେ ତୁରନ୍ତ ଏକ ବ୍ୟାପକ ଅସ୍ତ୍ରବିରତିକୁ ସମର୍ଥନ କରୁଛୁ। ଶାନ୍ତିର ବିରୋଧ ହେଉଛି ହିଂସା, ଏବଂ ଉଭୟ ଏକାଠି ଚାଲି ପାରିବେ ନାହିଁ । ଏକ ଘନିଷ୍ଠ ପଡ଼ୋଶୀ ତଥା ଦୃଢ ରଣନୀତିକ ଭାଗିଦାରୀ ଭାବେ ଭାରତ ଏବଂ ଆଫଗାନିସ୍ତାନ ଉଭୟ ହିଁ ନିଜ ଅଞ୍ଚଳକୁ ଆତଙ୍କବାଦ ଏବଂ ଉଗ୍ରବାଦର ଭୟଙ୍କର ସଙ୍କଟରୁ ମୁକ୍ତ ଦେଖିବାକୁ ଚାହୁଁଛନ୍ତି । ଭାରତ ଏଭଳି ଏକ ଶାନ୍ତି ପ୍ରକ୍ରିୟାକୁ ସମର୍ଥନ କରିଆସୁଛି, ଯାହା ଆଫଗାନିସ୍ତାନର ନେତୃତ୍ବରେ ହେଉ, ଏବଂ ଆଫଗାନିସ୍ତାନ ନିୟନ୍ତ୍ରଣରେ ହେଉ।

ଆଫଗାନିସ୍ତାନର ଜନତାଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ଏକତାକୁ ମଜବୁତ କରିବା ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୋର ବିଶ୍ୱାସ ଯେ ଐକ୍ୟବଦ୍ଧ ଆଫଗାନିସ୍ତାନ ଯେ କୌଣସି ଆହ୍ବାନର ସମ୍ମୁଖୀନ ହେବାକୁ ସକ୍ଷମ ଅଟେ। ଆଫଗାନିସ୍ତାନର ସଫଳତାରେ, ଆମେ ଭାରତ ତରଫରୁ ଏବଂ ଏହାର ସମଗ୍ର ଅଞ୍ଚଳର ସଫଳତା ଦେଖିବାକୁ ଚାହୁଁଛୁ । ଆମେ ପୁଣି ଥରେ ସମସ୍ତ ଆଫଗାନିସ୍ତାନ ବନ୍ଧୁମାନଙ୍କୁ ଭାରତର ବନ୍ଧୁତ୍ବର ପୂର୍ଣ୍ଣ ବିଶ୍ୱାସ ଜଣାଉଛୁ । ଭାରତ ଉପରେ ଥିବା ଆପଣଙ୍କର ବିଶ୍ୱାସ ପାଇଁ ମୁଁ ହୃଦୟର ସହିତ ମୋର ସମସ୍ତ ଆଫଗାନିସ୍ତାନର ପ୍ରିୟ ଭାଇ ଓ ଭଉଣୀମାନଙ୍କୁ କୃତଜ୍ଞତା ଜଣାଉଛି।

ତଶକ୍କୁର,

ଧନ୍ୟବାଦ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Leads International Yoga Day Event In Kolkata, Says It Has Become 'World's Biggest Festival'

Media Coverage

PM Modi Leads International Yoga Day Event In Kolkata, Says It Has Become 'World's Biggest Festival'
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the transformative impact of Yoga
June 22, 2026

The Prime Minister, Shri Narendra Modi, said that the remarkable success of the International Day of Yoga is proof that Yoga is not only helping millions of people across the world achieve physical well-being, but is also inspiring them to lead positive lives with confidence.

The Prime Minister shared a Sanskrit Subhashitam-

“चित्तप्रशमनोपायो योग इत्यभिधीयते। प्राणस्पन्दनिरोधो वा द्वेधा योगस्य धारणा॥”

The Subhashitam conveys that yoga is the means of completely calming and quieting the mind. To attain this goal, two principal methods of yoga are prescribed: calming the mind and regulating the flow of the breath.

The Prime Minister wrote on X;

“अंतर्राष्ट्रीय योग दिवस की बड़ी सफलता इस बात का प्रमाण है कि योग न केवल दुनियाभर में करोड़ों लोगों को शारीरिक रूप से स्वस्थ बना रहा है, बल्कि उन्हें आत्मविश्वास के साथ सकारात्मक जीवन जीने के लिए प्रेरित भी कर रहा है।

चित्तप्रशमनोपायो योग इत्यभिधीयते। प्राणस्पन्दनिरोधो वा द्वेधा योगस्य धारणा॥”