ବୈଠକରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳ ତଥା ପ୍ରଶାସକ ସାମିଲ
‘‘କଠିନ ପରିଶ୍ରମ ଆମର ଏକମାତ୍ର ମାର୍ଗ ଏବଂ ବିଜୟ ଆମ ପାଇଁ ଏକମାତ୍ର ବିକଳ୍ପ’’
‘‘ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଯେପରି ତତ୍ପର, ସକ୍ରିୟ ଏବଂ ସାମୂହିକ ଆଭିମୁଖ୍ୟ ଗ୍ରହଣ କରିଥିଲେ, ଏଥର ମଧ୍ୟ ବିଜୟ ପାଇଁ ସମାନ ମନ୍ତ୍ର ଆପଣାଇବା ଜରୁରି’’
ପ୍ରାୟ ୯୨ ପ୍ରତିଶତ ପ୍ରାପ୍ତ ବୟସ୍କଙ୍କୁ ପ୍ରଥମ ଡୋଜ୍‌ ଟିକା ଦେଇ ସାରିଛି ଭାରତ। ଦ୍ୱିତୀୟ ଡୋଜ୍‌ ଟିକାକରଣ ମଧ୍ୟ ୭୦ ପ୍ରତିଶତ ଛୁଇଁଛି’’
‘‘ଅର୍ଥବ୍ୟବସ୍ଥାର ଗତିଶୀଳତା ଜାରି ରହିବା ଉଚିତ। ତେଣୁ ସ୍ଥାନୀୟ କଣ୍ଟେନମେଣ୍ଟ ଉପରେ ଅଧିକ ଧ୍ୟାନ ଦେବା ଭଲ ହେବ’’
‘‘କରୋନା ମହାମାରୀକୁ ପରାସ୍ତ କରିବାକୁ ହେଲେ ଆମକୁ ପ୍ରତ୍ୟେକ ଭାରିଏଣ୍ଟ ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରହିବାର ଆବଶ୍ୟକତା ରହିଛି। ଓମିକ୍ରନ ମୁକାବିଲା କରିବା ସହିତ, ଆମକୁ ଭବିଷ୍ୟତର ଅନ୍ୟ ଭାରିଏଣ୍ଟ ମୁକାବିଲା ପାଇଁ ମଧ୍ୟ ଏବେଠୁ ପ୍ରସ୍ତୁତି କରିବାକୁ ହେବ’’
କୋଭିଡ ୧୯ର କ୍ରମାଗତ ଲହରୀ ସମୟରେ ନେତୃତ୍ୱ ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀଗଣ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍‌ ୧୯ ଜନ ସ୍ଵାସ୍ଥ୍ୟ ମୁକାବିଲା ପ୍ରସ୍ତୁତି ଏବଂ ଜାତୀୟ କୋଭିଡ ୧୯ ଟିକାକରଣ ପ୍ରଗତି ସମୀକ୍ଷା ଲାଗି ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଏବଂ ପ୍ରଶାସକମାନେ ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା, ସ୍ଵାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ, ସ୍ଵାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ଦେଶରେ ମହାମାରୀ ପରିସ୍ଥିତି ସମ୍ପର୍କରେ ବୈଠକକୁ ଅବଗତ କରାଇଥିଲେ।

ଏହି ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଶତାବ୍ଦୀର ସବୁଠୁ ବଡ଼ ମହାମାରୀ ବିରୋଧରେ ଭାରତର ଲଢ଼େଇ ବର୍ତ୍ତମାନ ତୃତୀୟ ବର୍ଷରେ ପ୍ରବେଶ କରିଛି। ‘‘କଠିନ ପରିଶ୍ରମ ଆମର ଏକମାତ୍ର ମାର୍ଗ ଏବଂ ବିଜୟ ଆମ ପାଇଁ ଏକମାତ୍ର ବିକଳ୍ପ। ଆମେ ଭାରତର ୧୩୦ କୋଟି ଲୋକ ନିଶ୍ଚିତ ଭାବେ ଆମର ପ୍ରୟାସ ବଳରେ କରୋନା ବିପକ୍ଷରେ ବିଜୟ ହାସଲ କରିବୁ’’, ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ଓମିକ୍ରନକୁ ନେଇ ଦ୍ୱନ୍ଦ୍ୱ ରହିଥିଲା ଯାହା ଏବେ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ପୂର୍ବ ଭାରିଏଣ୍ଟଗୁଡ଼ିକ ତୁଳନାରେ ଓମିକ୍ରନ ଭାରିଏଣ୍ଟ ଲୋକମାନଙ୍କୁ ଅଧିକ ଦ୍ରୁତ ବେଗରେ ସଂକ୍ରମିତ କରୁଛି। ‘‘ଆମକୁ ସତର୍କ, ସଜାଗ ରହିବାକୁ ପଡ଼ିବ। ତେବେ ଯେପରି ଭୟଭୀତ ହେବା ଭଳି କୌଣସି ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ଆମକୁ ଧ୍ୟାନ ରଖିବାକୁ ହେବ। ଆମକୁ ଏହା ଦେଖିବାକୁ ହେବ ଯେ ଏହି ପାର୍ବଣ ଋତୁରେ, ଜନସାଧାରଣ ଏବଂ ପ୍ରଶାସନର ସତର୍କତା ଯେପରି କୌଣସି ପରିସ୍ଥିତିରେ କମି ନଯାଏ। ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଯେପରି ତତ୍ପର, ସକ୍ରିୟ ଏବଂ ସାମୂହିକ ଆଭିମୁଖ୍ୟ ଗ୍ରହଣ କରିଥିଲେ, ଏଥର ମଧ୍ୟ ବିଜୟ ପାଇଁ ସମାନ ମନ୍ତ୍ର ଆପଣାଇବା ଜରୁରି। ଆମେ କରୋନା ସଂକ୍ରମଣକୁ ଯେତିକି ସୀମିତ ରଖିପାରିବା ସମସ୍ୟା ସେତିକି ହ୍ରାସ ପାଇବ’’, ସେ କହିଥିଲେ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ,  ଯେଉଁ ଭାରିଏଣ୍ଟ ହେଉ ପଛେ, ମହାମାରୀ ମୁକାବିଲା କରିବା ପାଇଁ ଟିକାକରଣ ଏବେ ବି ସବୁଠୁ ଶକ୍ତିଶାଳୀ ଉପାୟ। ସେ ମତବ୍ୟକ୍ତ କରିଥିଲେ ଯେ, ମେଡ଼୍‌ ଇନ୍‌ ଇଣ୍ଡିଆ (ଭାରତରେ ତିଆରି) ଟିକା ଆଜି ସାରା ବିଶ୍ୱରେ ନିଜର ସର୍ବଶ୍ରେଷ୍ଠ କ୍ଷମତା ପ୍ରତିପାଦିତ କରିଛି। ଏହା ସମଗ୍ର ଭାରତବାସୀଙ୍କ ପାଇଁ ଗର୍ବର ବିଷୟ ଯେ, ଦେଶର ପ୍ରାୟ ୯୨ ପ୍ରତିଶତ ବୟସ୍କ ଜନସଂଖ୍ୟାଙ୍କୁ ପ୍ରଥମ ଡୋଜ୍‌ ଟିକା ଦିଆଯାଇ ସାରିଛି । ଦ୍ୱିତୀୟ ଡୋଜ୍‌ ଟିକାକରଣ ମଧ୍ୟ ୭୦ ପ୍ରତିଶତ ଛୁଇଁଛି ବୋଲି ସେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ଉଲ୍ଲେଖ କରିଥିଲେ ଯେ, ମାତ୍ର ୧୦ ଦିନ ମଧ୍ୟରେ ଭାରତ ପାଖାପାଖି ୩ କୋଟି କିଶୋରଙ୍କର ଟିକାକରଣ ଶେଷ କରିସାରିଛି। ଅଗ୍ରଣୀ ଯୋଦ୍ଧା ଏବଂ ବରିଷ୍ଠ ନାଗରିକମାନଙ୍କୁ ଯେତେଶୀଘ୍ର ପ୍ରତିଷେଧକ ଡୋଜ୍‌ ଦିଆଯିବ ଆମର ସ୍ଵାସ୍ଥ୍ୟ ସେବା ବ୍ୟବସ୍ଥାର ସାମର୍ଥ୍ୟ ସେତେ ଅଧିକ ବୃଦ୍ଧି ପାଇବ ବୋଲି ସେ କହିଥିଲେ। ‘‘୧୦୦ ପ୍ରତିଶତ ଟିକାକରଣ ପାଇଁ ଆମକୁ ହର ଘର ଦସ୍ତକ ଅଭିଯାନକୁ ଆହୁରି ଗତିଶୀଳ କରିବାକୁ ହେବ’’, ସେ ଉଲ୍ଲେଖ କରିଥିଲେ। ଟିକାକୁ ନେଇ ରହିଥିବା ଭ୍ରାନ୍ତଧାରଣାର ମୁକାବିଲା କରିବାର ଆବଶ୍ୟକତା ଉପରେ ସେ ଜୋର ଦେଇଥିଲେ। ମାସ୍କ ପିନ୍ଧିବା ଅଭ୍ୟାସ ଜାରି ରଖିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ରଣନୀତି ପ୍ରସ୍ତୁତ କରିବା ସମୟରେ ଆମକୁ ଏଥିପ୍ରତି ଦୃଷ୍ଟି ଦେବାକୁ ହେବ ଯେ ସାଧାରଣ ଲୋକମାନଙ୍କର ଜୀବନଜୀବିକା, ଆର୍ଥିକ ଗତିବିଧି ଯେପରି ଖୁବ କମ ପ୍ରଭାବିତ ହେବ ଏବଂ ଅର୍ଥବ୍ୟବସ୍ଥାର ଗତିଶୀଳତା ବଜାୟ ରହିବ। ତେଣୁ ସ୍ଥାନୀୟ କଣ୍ଟେନମେଣ୍ଟ ଉପରେ ଅଧିକ ଧ୍ୟାନ ଦେବା ଭଲ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆହୁରି ଜୋର ଦେଇ କହିଥିଲେ ଯେ ଗୃହ ସଙ୍ଗରୋଧରେ ରହିଥିବା ଲୋକମାନଙ୍କୁ ସର୍ବାଧିକ ଚିକିତ୍ସା ଯୋଗାଇ ଦେବାର ସ୍ଥିତିରେ ଆମେ ରହିବା ଉଚିତ୍‌। ଏଥିପାଇଁ ଆମକୁ ଗୃହ ସଙ୍ଗରୋଧ ମାର୍ଗଦର୍ଶିକାରେ ନିରନ୍ତର ସୁଧାର ଆଣିବାର ଆବଶ୍ୟକତା ରହିଛି। ଏଥିପାଇଁ ସମସ୍ତ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଉଚିତ୍‌ । ସେ କହିଥିଲେ ଯେ ରୋଗୀଙ୍କ ଚିକିତ୍ସା ପାଇଁ ଟେଲି ମେଡ଼ିସିନ ସୁବିଧାର ଉପଯୋଗ ଏହି କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିବ।

ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କର ଭୂମିକାକୁ ପ୍ରଶଂସା କରିଥିଲେ। ସ୍ୱାସ୍ଥ୍ୟ ଭିତ୍ତିଭୂମି ଉନ୍ନତିକରଣ ପାଇଁ ୨୩,୦୦୦ କୋଟି ଟଙ୍କାର ପ୍ୟାକେଜକୁ ରାଜ୍ୟମାନେ ଭଲ ଭାବେ ଉପଯୋଗ କରିଛନ୍ତି ବୋଲି ସେ କହିଥିଲେ। ଏହି ବ୍ୟବସ୍ଥା ଅଧୀନରେ ସାରା ଦେଶରେ ୮୦୦ ଶିଶୁ ରୋଗ ଚିକିତ୍ସା ୟୁନିଟ, ଦେଢ଼ ଲକ୍ଷ ନୂଆ ଆଇସିୟୁ ଏବଂ ଏଚଡିୟୁ ଶଯ୍ୟା, ୫ ହଜାରରୁ ଅଧିକ ସ୍ୱତନ୍ତ୍ର ଆମ୍ବୁଲାନ୍ସ, ୯୫୦ ତରଳ ମେଡ଼ିକାଲ ଅକ୍ସିଜେନ୍‌ ଷ୍ଟୋରେଜ୍‌ ଟ୍ୟାଙ୍କ କ୍ଷମତା ଯୋଡ଼ା ଯାଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ତେବେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମ୍ପ୍ରସାରଣ ଆଗକୁ ମଧ୍ୟ ଜାରି ରହିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ। ସେ କହିଥିଲେ,  କରୋନାକୁ ହରାଇବାକୁ ହେଲେ ଆମକୁ ଭବିଷ୍ୟର ଅନ୍ୟ ଭାରିଏଣ୍ଟ ମୁକାବିଲା ପାଇଁ ପ୍ରସ୍ତୁତ ରହିବାର ଆବଶ୍ୟକତା ରହିଛି। ଓମିକ୍ରନ ମୁକାବିଲା ସହିତ, ଆମକୁ ଭବିଷ୍ୟତର ଯେକୌଣସି ଭାରିଏଣ୍ଟ ପାଇଁ ମଧ୍ୟ ଏବେଠାରୁ ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି।

କୋଭିଡ ୧୯ର କ୍ରମାଗତ ଲହରୀ ସମୟରେ ନେତୃତ୍ୱ ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ବିଶେଷ କରି, କ୍ରମାଗତ ସମର୍ଥନ ଓ ମାର୍ଗଦର୍ଶନ ଯୋଗାଇ ଦେବା ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଣ୍ଠି ଯୋଗାଣ ପାଇଁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ରାଜ୍ୟମାନଙ୍କରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବାରେ ବିଶେଷ ଭାବେ ସହାୟକ ହୋଇଛି ବୋଲି ସେମାନେ କହିଥିଲେ। ବୃଦ୍ଧି ପାଉଥିବା ସଂକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀମାନେ ଆଲୋଚନା କରିଥିଲେ।  ବେଙ୍ଗାଲୁରୁ ସହରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବଂ ଆପାର୍ଟମେଣ୍ଟଗୁଡ଼ିକରେ ସଂକ୍ରମଣକୁ ପ୍ରତିହତ କରିବା ସମ୍ପର୍କରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଆଗକୁ ପର୍ବପର୍ବାଣୀ ଥିବାରୁ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ସେ କହିଥିଲେ। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ତୃତୀୟ ଲହରୀ ମୁକାବିଲା ପାଇଁ କେନ୍ଦ୍ର ସହିତ ମିଶି ରାଜ୍ୟମାନେ କାମ କରିବେ। ଗ୍ରାମୀଣ ଏବଂ ଜନଜାତି ବହୁଳ ଇଲାକାରେ କେତେକ ଭ୍ରାନ୍ତଧାରଣା ରହିଥିବାରୁ ଟିକାକରଣ କାର୍ଯ୍ୟକ୍ରମରେ ସମସ୍ୟା ସୃଷ୍ଟି ହେଉଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ କହିଥିଲେ। ଟିକାକରଣ କାର୍ଯ୍ୟକ୍ରମରୁ ଯେପରି କେହି ବଞ୍ଚିତ ନହୁଅନ୍ତି ତାହା ସୁନିଶ୍ଚିତ କରିବା ଲାଗି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ।  ପଞ୍ଜାବ ମୁଖ୍ୟମନ୍ତ୍ରୀ ପାଣ୍ଠି ଏବଂ ଭିତ୍ତିଭୂମି ସହାୟତା, ବିଶେଷ କରି ଅକ୍ସିଜେନ ଆବଶ୍ୟକତା ପୂରଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଆସାମ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତିଷେଧକ ଡୋଜ୍‌ ଭଳି ପଦକ୍ଷେପ  ବ୍ୟାପକ ଭାବେ ଆତ୍ମବିଶ୍ୱାସ ବୃଦ୍ଧି କରିଛି। ଟିକାକରଣର ଅଧିକ ପ୍ରସାର ପାଇଁ ରାଜ୍ୟ ପଦକ୍ଷେପ ଗ୍ରହଣ କରୁଥିବା ମଣିପୁର ମୁଖ୍ୟମନ୍ତ୍ରୀ କହିଥିଲେ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'There could be no Netflix globally without India': Ted Sarandos on growth, cricket and AI

Media Coverage

'There could be no Netflix globally without India': Ted Sarandos on growth, cricket and AI
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi shares Sanskrit Subhashitam recognizing Earth as the nurturing mother of all life
August 06, 2026

The Prime Minister, Shri Narendra Modi today shared Sanskrit Subhashitam emphasising that humanity may live in harmony with the Earth, as earth is the nurturing mother of all life and the moral order that sustains her should be respected.

The Prime Minister shared a Sanskrit verse-

विश्वस्वं मातरमोषधीनां ध्रुवां भूमिं पृथिवीं धर्मणा धृताम्।

शिवां स्योनामनु चरेम विश्वहा॥

The Prime Minister posted on X:

विश्वस्वं मातरमोषधीनां ध्रुवां भूमिं पृथिवीं धर्मणा धृताम्।

शिवां स्योनामनु चरेम विश्वहा॥