“Budget this year has come with a new confidence of development amidst the once-in-a-century calamity”
“This Budget will create new opportunities for the common people along with providing strength to the economy”
“Budget is full of opportunities for more Infrastructure, more Investment, more growth, and more jobs.”
“Welfare of the poor is one of the most important aspect of this budget”
“Budget’s provisions aim to make agriculture lucrative and full of new opportunities”

ଏହି ବଜେଟ୍ ୧୦୦ ବର୍ଷର ଭୟଙ୍କର ବିପର୍ଯ୍ୟୟ ମଧ୍ୟରେ ବିକାଶର ଏକ ନୂତନ ଆତ୍ମବିଶ୍ୱାସ ଆଣିଛି । ଏହି ବଜେଟ୍ ଅର୍ଥନୀତିକୁ ମଜବୁତ କରିବା ସହିତ ସାଧାରଣ ଲୋକଙ୍କ ପାଇଁ ଅନେକ ନୂତନ ସୁଯୋଗ ସୃଷ୍ଟି କରିବ । ଏହି ବଜେଟ୍ ଅଧିକ ଭିତ୍ତିଭୂମି, ଅଧିକ ବିନିଯୋଗ, ଅଧିକ ଅଭିବୃଦ୍ଧି ଏବଂ ଅଧିକ ନିଯୁକ୍ତିର ନୂତନ ସମ୍ଭାବନାରେ ପରିପୂର୍ଣ୍ଣ ଏବଂ ଏକ ନୂତନ କ୍ଷେତ୍ର ଖୋଲିଛି । ଏବଂ ତାହା ହେଉଛି ପରିବେଶ ଅନୁକୂଳ ନିଯୁକ୍ତି ।  ଏହି ବଜେଟ୍  ତତ୍କାଳ ଆବଶ୍ୟକତାକୁ ମଧ୍ୟ ସମାଧାନ କରିଥାଏ ଏବଂ ଦେଶର ଯୁବକମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ମଧ୍ୟ ସୁନିଶ୍ଚିତ କରେ ।

ମୁଁ ଗତ କିଛି ଘଣ୍ଟା ଧରି ଦେଖୁଛି, ପ୍ରତ୍ୟେକ କ୍ଷେତ୍ରରେ ଏହି ବଜେଟକୁ କିପରି ସ୍ୱାଗତ କରାଯାଉଛି, ସାଧାରଣ ଲୋକଙ୍କ ଠାରୁ ଆସିଥିବା ସକରାତ୍ମକ ପ୍ରତିକ୍ରିୟା, ଏହା ଲୋକଙ୍କ ସେବା ପାଇଁ ଆମର ଉତ୍ସାହକୁ ବଢାଇ ଦେଇଛି ।

ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଧୁନିକତା ଆସିବା ଉଚିତ, ପ୍ରଯୁକ୍ତିବିଦ୍ୟା ଆସିବା ଉଚିତ, ଯେଭଳି କୃଷକଙ୍କ ଡ୍ରୋନ୍‌, ବନ୍ଦେ ଭାରତ ଟ୍ରେନ୍‌, ଡିଜିଟାଲ୍ ମୁଦ୍ରା, ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଡିଜିଟାଲ୍ ୟୁନିଟ୍‌, ୫ଜି ସେବା, ଜାତୀୟ ସ୍ୱାସ୍ଥ୍ୟ ପାଇଁ ଡିଜିଟାଲ୍ ଇକୋସିଷ୍ଟମ୍‌, ଆମ ପାଇଁ ଏହି ସୁବିଧା ଆମର ଯୁବକ, ଆମର ମଧ୍ୟବିତ୍ତ, ଗରିବ-ଦଳିତ-ପଛୁଆ, ଏହି ସମସ୍ତ ବିଭାଗ ଏହାକୁ ପାଇବେ ।

ଏହି ବଜେଟର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଗରିବଙ୍କ କଲ୍ୟାଣ । ପ୍ରତ୍ୟେକ ଗରିବ ଲୋକଙ୍କର ଏକ ପକ୍କା ଘର, ଟ୍ୟାପ ଯୋଗେ ପାନୀୟଜଳ ଯୋଗାଣ, ଶୌଚାଳୟ, ଗ୍ୟାସ ସୁବିଧା ରହିବା ଉଚିତ, ଏସବୁକୁ ବିଶେଷ ଧ୍ୟାନ ଦିଆଯାଇଛି । ଏହା ସହିତ, ଆଧୁନିକ ଇଣ୍ଟରନେଟ୍ ସଂଯୋଗ ଉପରେ ସମାନ ଗୁରୁତ୍ୱ ଦିଆଯାଇଛି ।

ଯାହା ଭାରତର ପାହାଡିଆ ଅଞ୍ଚଳ, ହିମାଳୟର ସମ୍ପୂର୍ଣ୍ଣ ଇଲାକା । ଯେଉଁଠାରେ ଜୀବନ ସହଜ ଅଟେ ସେହି ସ୍ଥାନରୁ କୌଣସି ପଳାୟନ ହେବା ଉଚିତ ନୁହେଁ ବୋଲି ମନେ ରଖି ଏକ ନୂତନ ଘୋଷଣା ମଧ୍ୟ କରାଯାଇଛି । ଦେଶରେ ପ୍ରଥମ ଥର ପାଇଁ ହିମାଚଳ, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର, ଉତ୍ତର ପୂର୍ବ ଭଳି ଅଞ୍ଚଳରେ “ପର୍ବତମାଳା” ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନା ପାହାଡିଆ ଅଞ୍ଚଳରେ ପରିବହନ ଏବଂ ସଂଯୋଗର ଏକ ଆଧୁନିକ ବ୍ୟବସ୍ଥା ର୍ନିମାଣ କରିବ । ଏବଂ ଏହା ସହିତ ଆମ ଦେଶର ଯେଉଁ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକ ରହିଛି, ସୀମାନ୍ତ ଗ୍ରାମ ରହିଛି । ଯାହା ଜୀବନ୍ତ ହେବା ଆବଶ୍ୟକ । ଯାହା ଦେଶର ସୁରକ୍ଷା ପାଇଁ ମଧ୍ୟ ଆବଶ୍ୟକ । ସେମାନଙ୍କୁ ମଧ୍ୟ ବହୁତ ଶକ୍ତି ମିଳିବ ।

ଭାରତର ଲୋକଙ୍କ ବିଶ୍ୱାସ ସହ ଜଡିତ ମାତା ଗଙ୍ଗାଙ୍କ ସଫେଇ ସହିତ କୃଷକଙ୍କ କଲ୍ୟାଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଏହି ରାଜ୍ୟଗୁଡିକରେ, ଗଙ୍ଗା କୂଳରେ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରାଯିବ । ଏହା ସହିତ ମା’ ଗଙ୍ଗାଙ୍କୁ ସଫା କରିବା ଅଭିଯାନ ମଧ୍ୟ ଗଙ୍ଗାକୁ ରାସାୟନିକ ମୁକ୍ତ କରିବାରେ ବହୁତ ବଡ ସହାୟତା ମିଳିବ ।

 

କୃଷି ଲାଭଜନକ ଏବଂ ନୂତନ ସୁଯୋଗ ପାଇବାକୁ ସୁନିଶ୍ଚିତ କରିବା ପାଇଁ ବଜେଟର ବ୍ୟବସ୍ଥା ରହିଛି । ନୂତନ କୃଷି ଷ୍ଟାର୍ଟଅପ୍‌କୁ ପ୍ରୋତ୍ସାହନ ଦେବାପାଇଁ ସ୍ୱତନ୍ତ୍ର ପାଣ୍ଠି କିମ୍ବା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ଏକ ନୂତନ ପ୍ୟାକେଜ୍‌, ଏହା କୃଷକଙ୍କ ଆୟ ବଢାଇବାରେ ବହୁତ ସହାୟକ ହେବ । ଏମଏସପି କ୍ରୟ ମାଧ୍ୟମରେ ୨.୨୫ ଲକ୍ଷ କୋଟିରୁ ଅଧିକ ଟଙ୍କା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଉଛି ।

କରୋନା ଅବଧି ମଧ୍ୟରେ, ଦେଶ ଆମର ଏମ୍‍ଏସଏମ୍‍ଇ ଅର୍ଥାତ୍‍ କ୍ଷୁଦ୍ର ଶିଳ୍ପଗୁଡିକର ସହାୟତା ଏବଂ ସୁରକ୍ଷା ପାଇଁ କ୍ରମାଗତ ଭାବରେ ଅନେକ ନିଷ୍ପତ୍ତି ନେଇଥିଲା । ଅନେକ ପ୍ରକାରର ସହାୟତା ପ୍ରଦାନ କରାଯାଇଥିଲା । ଏହି ବଜେଟରେ, ଋଣ ଗ୍ୟାରେଣ୍ଟିରେ ରେକର୍ଡ ବୃଦ୍ଧି ସହିତ ଅନ୍ୟାନ୍ୟ ଯୋଜନା ଘୋଷଣା କରାଯାଇଛି । ଘରୋଇ ଶିଳ୍ପରେ ପ୍ରତିରକ୍ଷା ପୁଞ୍ଜି ବଜେଟର ୬୮% ସଂରକ୍ଷଣ ଦ୍ୱାରା ଭାରତର ଏମଏସଏମଇ କ୍ଷେତ୍ର ମଧ୍ୟ ବଡ଼ ଲାଭ ପାଇବ । ଆତ୍ମର୍ନିଭରଶୀଳତା ପାଇଁ ଏହା ଏକ ଦୃଢ ପଦକ୍ଷେପ । ୭.୫୦ ଲକ୍ଷ କୋଟି ଟଙ୍କାର ସାଧାରଣ ପୁଞ୍ଜି ବିନିଯୋଗ ଅର୍ଥବ୍ୟବସ୍ଥାକୁ ଏକ ନୂତନ ଉତ୍ସାହ ଦେବା ସହିତ ଛୋଟ ଏବଂ ଅନ୍ୟାନ୍ୟ ଶିଳ୍ପ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ।

ଲୋକାଭିମୁଖୀ ଏବଂ ପ୍ରଗତିଶୀଳ ବଜେଟ୍ ପାଇଁ ମୁଁ ଅର୍ଥମନ୍ତ୍ରୀ ର୍ନିମଳା ଜୀ ଏବଂ ତାଙ୍କ ସମଗ୍ର ଦଳକୁ ଅଭିନନ୍ଦନ ଜଣାଉଛି ।

ଆସନ୍ତାକାଲି ଭାରତୀୟ ଜନତା ପାର୍ଟି ସକାଳ ୧୧ ଟାରେ ବଜେଟ୍ ଏବଂ ଆତ୍ମର୍ନିଭର ଭାରତ ବିଷୟରେ କହିବାକୁ ଆମନ୍ତ୍ରଣ କରିଛି । ଆସନ୍ତାକାଲି ୧୧ ଟାରେ ମୁଁ ବଜେଟର ଏହି ବିଷୟ ଉପରେ ବିସ୍ତୃତ ଭାବରେ କହିବି । ଆଜି ଏତିକି ଯଥେଷ୍ଟ । ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How PLI schemes, design in India and manufacturing excellence are transforming the architectural lighting industry

Media Coverage

How PLI schemes, design in India and manufacturing excellence are transforming the architectural lighting industry
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 28, 2026
July 28, 2026

From Factories to Space & High-Speed Rail: How PM Modi’s Vision is Rewiring India’s Future