PM Modi visits Balangir in Odisha, launches development projects worth Rs. 1500 crores
Government is making continuous efforts for the development of Eastern India and Odisha: PM
Education leads to human resource development. But, it is connectivity that transforms such resources into opportunity: PM Modi

ଭାରତ ମାତା କୀ ଜୟ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମହୋଦୟ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ଜୁଏଲ ଓରାମ ମହାଶୟ, ଧର୍ମେନ୍ଦ୍ର ପ୍ରଧାନ ମହାଶୟ,ଓଡ଼ିଶା ସରକାରେ ମନ୍ତ୍ରୀ, ସ୍ନେହାଙ୍ଗିନୀ ଛୁରିଆ ମହାଶୟା, ସଂସଦରେ ମୋର ସାଥୀ କଳିକେଶ ନାରାୟଣ ସିଂହଦେଓ ମହାଶୟ ଆଉ ଏଠାକୁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ! ନବ ବର୍ଷରେ ଆଉ ଥରେ ପୁଣି ଓଡ଼ିଶା ଆସିବାର ସୌଭାଗ୍ୟ ମିଳିଛି । ମକର ସଂକ୍ରାନ୍ତିର ଏହି ସମୟରେ ଏଠାକୁ ଆସିବା, ଆଉ ବିକାଶର ନୂତନ ପ୍ରକାଶ ସହିତ ଯୋଡ଼ିହେବା ହେଉଛି ନିଜକୁ ନିଜ ମଧ୍ୟରେ ଏକ ପ୍ରମୁଖ ବିଷୟ । ପର୍ବପର୍ବାଣୀର ଏହି ପବିତ୍ର ଅବସରରେ ଆପଣ ସମସ୍ତ ଓଡ଼ିଶାବାସୀଙ୍କୁ ଦେଶର ସମସ୍ତ ନାଗରିକମାନଙ୍କୁ ଅନେକ ଅନେକ ଶୁଭକାମନା ।

ସାଥୀଗଣ, ପୂର୍ବ ଭାରତର ବିକାଶ ପାଇଁ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ନିରନ୍ତର ଅଭିଯାନ ଚାଲୁ ରହିଛି । ବିଗତ ଏକ ମାସ ମଧ୍ୟରେ ମୁଁ ତୃତୀୟ ଥର ପାଇଁ ଆପଣମାନଙ୍କ ଗହଣକୁ ଆସିଛି । କିଛି ସମୟ ପୂର୍ବରୁ ଏଠାରେ ସାଢ଼େ 15 ଶହ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ, ଲୋକାର୍ପଣ କିମ୍ବା ଶିଳାନ୍ୟାସ କରାଯାଇଛି । ଏହିସବୁ ପ୍ରକଳ୍ପ ଶିକ୍ଷା ସହିତ ଜଡ଼ିତ,ଯୋଗାଯୋଗ ସହିତ ଜଡ଼ିତ, ସଂସ୍କୃତି ଏବଂ ପର୍ଯ୍ୟଟନ ସହିତ ଜଡ଼ିତ ଆଉ ମୁଁ ଖୁସି ଯେ ଆଜି କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁରର ସ୍ଥାୟୀ କୋଠାର ଶିଳାନ୍ୟାସ ହୋଇଛି । ଯେତେବେଳେ ଏହି କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବ ତ, ସୋନପୁର ସହିତ ଏହି ସମଗ୍ର ଅଂଚଳର ହଜାର ହଜାର ବିଦ୍ୟାର୍ଥୀମାନଙ୍କୁ ଲାଭ ମିଳିବ । ଓଡ଼ିଶାର କେନ୍ଦ୍ରୀୟ ବିଦ୍ୟାଳୟରେ ହଜାର ହଜାର ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟର ଦାବିକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଅନେକ ପଦକ୍ଷେପ ଉଠାଇଛନ୍ତି । 2014 ପରେ ଅନେକ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଉଦ୍ଘାଟନ ହୋଇ ସାରିଛି, ଆଉ କିଛିର କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ରହିଛି ।

ସାଥୀଗଣ, ଶିକ୍ଷା ମାନବ ସଂସାଧନର ବିକାଶ କରିଥାଏ । ଏହି ସଂସାଧନ ସେତେବେଳେ ସୁଯୋଗରେ ପରିବର୍ତ୍ତିତ ହୋଇଥାଏ, ଯେତେବେଳେ ଯୋଗାଯୋଗର ସାହାରା ମିଳିଥାଏ । ଏହି ଭାବନା ମାଧ୍ୟମରେ ଓଡ଼ିଶାରେ ଯୋଗାଯୋଗର ସଂପ୍ରସାରଣ କରାଯାଉଛି । ଆଜି ରେଳବାଇ ସହିତ ଜଡ଼ିତ ଛଅଟି ପ୍ରକଳ୍ପର ଲୋକାର୍ପଣ କିମ୍ବା ଉଦ୍ଘାଟନ କରାଯାଇଛି । ଏହାଦ୍ୱାରା ଓଡ଼ିଶା ଭିତରରେ ଯୋଗାଯୋଗ ତ ସୁଧୁରିବ ହିଁ, ଦେଶର ଅନ୍ୟ ରାଜ୍ୟଗୁଡ଼ିକୁ ମଧ୍ୟ ଗମନାଗମନ ସୁବିଧା ହେବ । ଏହାଦ୍ୱାରା ଆପଣମାନଙ୍କୁ ଯିବା ଆସିବାରେ ତ ସୁବିଧା ହେବ ହିଁ, କୃଷକଭାଇମାନଙ୍କୁ ନିଜର ଉତ୍ପାଦନକୁ ବଡ଼ ମଣ୍ଡିମାନଙ୍କୁ ନେଇ କିମ୍ବା ବଡ଼ ବଡ଼ ସହରକୁ ନେଇଯିବାରେ ଅଧିକ ସୁବିଧା ହେବ । ଗମନାଗମନ ଏବଂ ମାଲ ପରିବହନ ପାଇଁ ସୁବିଧା ପ୍ରସ୍ତୁତ ହେବା ଫଳରେ ଏଠାରେ ଉଦ୍ୟୋଗଗୁଡ଼ିକ ପାଇଁ ମଧ୍ୟ ଏକ ସୁଗମ ପରିବେଶ ସୃଷ୍ଟି ହେବ । ଯେତେବେଳେ ଏଠାକୁ ଉଦ୍ୟୋଗ ପ୍ରତିଷ୍ଠା ହେବାରେ ଲାଗିବ ତ ଯୁବକମାନଙ୍କ ପାଇଁ ରୋଜଗାରର ଅନେକ ସାଧନ ବିକଶିତ ହେବ ।

ସାଥୀଗଣ, କିଛି ସମୟ ପୂର୍ବରୁ ବଲାଙ୍ଗୀରରୁ ବିଛୁପଲ୍ଲୀ ମଧ୍ୟରେ ରେଳ ଲାଇନ୍‌ ନିର୍ମିତ ହୋଇଛି । ଏହାର ଉଦ୍ଘାଟନ ହୋଇଛି । ଏହା ସହିତ ଏହା ଉପରେ ନୂତନ ଟ୍ରେନକୁ ସବୁଜ ପତାକା ମଧ୍ୟ ଦେଖାଯାଇଛି । ଏଥିପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି । ଏହା ବ୍ୟତୀତ ଝାରସୁଗୁଡ଼ାର ମଲ୍ଟି ମଡେଲ ଲଜିଷ୍ଟିକ ପାର୍କ, ଝାରସୁଗୁଡ଼ା ବିଜୟନଗରମ୍‌ ଏବଂ ସମ୍ବଲପୁର ଅନୁଗୁଳ ଲାଇନର ବିଦ୍ୟୁତକରଣ, ବରପାଲି-ଡୁଙ୍ଗୁରୀପାଲି ଏବଂ ବଲାଙ୍ଗୀର ଦେବଗଡ଼କୁ ପ୍ରଶସ୍ତୀକରଣ ଏବଂ ନାଗାବଳୀ ନଦୀରେ ନିର୍ମାଣ କରାଯାଇଥିବା ସେତୁ ପାଇଁ ମଧ୍ୟ ଆପଣମାନେ ସମସ୍ତେ ହେଉଛନ୍ତି ବହୁତ ବହୁତ ଶୁଭକାମନାର ପାତ୍ର । ଆପଣମାନଙ୍କୁ ଶୁଭକାମନା ଜଣାଉଛି ।

ସାଥୀଗଣ, ଯେତେବେଳେ ଯୋଗାଯୋଗ ଉନ୍ନତ ହୋଇଥାଏ, ତ ପ୍ରାୟତଃ ପ୍ରତ୍ୟେକ କ୍ଷେତ୍ରରେ ଏହାର ସକରାତ୍ମକ ପ୍ରଭାବ ପଡ଼ିଥାଏ । ବିଶେଷ ଭାବେ ପର୍ଯ୍ୟଟନ ପାଇଁ ସବୁଠାରୁ ଅଧିକ ସମ୍ଭାବନା ବଢ଼ିଥାଏ । ଏମିତି ତ ଓଡ଼ିଶା ସମସ୍ତ ପ୍ରକାରର ପର୍ଯ୍ୟଟନ ପାଇଁ ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ରହିଛି । ଏଠାରେ ଜଙ୍ଗଲ ରହିଛି, ଆଉ ବିସ୍ତୀର୍ଣ୍ଣ ସମୁଦ୍ର କୂଳ ମଧ୍ୟ ରହିଛି । ପ୍ରକୃତିଓଡିଶାକୁ କୌଣସି ପ୍ରକାରେ ଊଣା କରିନାହିଁ । ସେ ଇତିହାସ ଏବଂ ଆସ୍ଥାର ମଧ୍ୟ ଏକ ପ୍ରକାରର କେନ୍ଦ୍ର ହୋଇ ରହିଛି ।

ସାଥୀଗଣଏହି ଭାବନା ମାଧ୍ୟମରେ ବିଗତ ଚାରି ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଐତିହ୍ୟ ଏବଂ ଆସ୍ଥାର ସ୍ଥଳଗୁଡ଼ିକୁ ବିକଶିତ କରିବାରେ ଲାଗି ପଡ଼ିଛନ୍ତି । ଓଡ଼ିଶାର ଅନେକ ମନ୍ଦିର, ପୁରୁଣା ଗଡ଼ ବା ଦୁର୍ଗ ଏବଂ ଅନ୍ୟାନ୍ୟ ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟକରଣ ଆଉ ସେଗୁଡ଼ିକୁ ସଜେଇବାର ପ୍ରୟାସ ମଧ୍ୟ କରାଯାଉଛି । ଏହି ଧାରାରେ ନୀଳମାଧବ ଏବଂ ସିଦ୍ଧେଶ୍ୱର ମନ୍ଦିରର ନବୀକରଣ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଆଜି ହିଁ ଶୁଭାରମ୍ଭ କରାଯାଇଛି । ଏହିଭଳି ଭାବେ ପଶ୍ଚିମ ସୋମନାଥ ମନ୍ଦିର, ଭୁବନେଶ୍ୱର ମନ୍ଦିର ଏବଂ କପିଳେଶ୍ୱର ମନ୍ଦିରର ମଧ୍ୟ ପୁନଃରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣର କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଛି ଆଉ ଆଜି ଏହାର ଲୋକାର୍ପଣ ହୋଇସାରିଛି । ଏହା ବ୍ୟତୀତ ଏଠାକାର ଯେଉଁ ଏକ ପ୍ରାଚୀନ ବ୍ୟବସାୟିକ ପଥ ରହିଛି ତାହା ଓଡ଼ିଶାକୁ ମଧ୍ୟ ଭାରତ ସହିତ ଯୋଡ଼ିଥାଏ । ସେହି ସଡ଼କ ପାର୍ଶ୍ଵରେ ଅନେକ ଐତିହାସିକ ସ୍ମାରକ ରହିଛି । ଏଠାରେ ବଲାଙ୍ଗୀରରେ ରାଣୀପୁର ଝରିଆାଲ ଯେଉଁ ସ୍ମାରକ ସମୂହ ରହିଛି, ସେଗୁଡ଼ିକର ମଧ୍ୟ ସୌନ୍ଦର୍ଯ୍ୟକରଣର କରାଯାଉଛି । ସେଠାରେ ଚୌଷଠୀ ଯୋଗିନୀ ମନ୍ଦିର ହେଉ, କିମ୍ବା ଲହରାଗୁଣି ସୋମେଶ୍ୱର, ରାଣୀଗୁଣି କିମ୍ବା ଇନ୍ଦ୍ରାଳୀ ମନ୍ଦିର, ଆସ୍ଥା ଏବଂ ଆମର ଐତିହାସିକ ସ୍ଥଳର ଦର୍ଶନ ଦେଉଥିବା ଏଇ ସମସ୍ତ ଐତିହ୍ୟ ହେଉଛନ୍ତି ନିଜର ଦିବ୍ୟତା ଏବଂ ଭବ୍ୟତାକୁ ବୃଦ୍ଧି କରିବା ଭଳି ।

ସାଥୀଗଣ, ଆଉ ଏକ ସ୍ମାରକର ନବୀକରଣର ଶୁଭାରମ୍ଭ ଆଜି ହୋଇଛି । କଳାହାଣ୍ଡିର ଅସୁରଗଡ଼ ଦୁର୍ଗ ଏହା ହେଉଛି ଆମର ଶୌର୍ଯ୍ୟର ପ୍ରତୀକ ହୋଇ ତ ରହିଛି ହିଁ ଏହା ସହିତ ଏକ ପ୍ରମୁଖ ରାଜନୈତିକ ଏବଂ ବ୍ୟବସାୟିକ କେନ୍ଦ୍ର ମଧ୍ୟ ହୋଇ ରହିଥିଲା । ଏହା ମହାକନ୍ତାରାକୁ କଳିଙ୍ଗ ସହିତ ଯୋଡ଼ୁଥିଲା । ନିଜର ଇତିହାସର ଏହି ସ୍ୱର୍ଣ୍ଣିମ ଅଧ୍ୟାୟ ସହିତ ପୁନଃ ଯୋଡ଼ିହୋଇ ମୁଁ ବହୁତ ଆନନ୍ଦିତ ହେଉଛି । ମୋର ବିଶ୍ୱାସ ରହିଛି ଯେ ଏଠାରେ ଯେଉଁ ମୌଳିକ ସୁବିଧାଗୁଡ଼ିକର ବିକାଶ ହୋଇଛି,ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକମାନଙ୍କ ପାଇଁ ଯାହା କରାଯାଇଛି, ତା’ଫଳରେ ଏଠାକାର ପର୍ଯ୍ୟଟନକୁ ଗତି ମିଳିବ, ଆଉ ରୋଜଗାରର ସୁଯୋଗ ମଧ୍ୟ ବହୁଗୁଣରେ ବୃଦ୍ଧି ପାଇବ ।

ସାଥୀଗଣ, ଆଜି ମଧ୍ୟ ଏଠାରେ ଛଅଟି ନୂତନ ଡାକଘର ପାସପୋର୍ଟ ସେବାକେନ୍ଦ୍ରର ଶୁଭାରମ୍ଭ ମଧ୍ୟ ହୋଇଛି । ବଲାଙ୍ଗୀର ବ୍ୟତୀତ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଫୁଲବାଣୀ, ବରଗଡ଼ରେ ଏହି ଛଅଟି ନୂତନ କେନ୍ଦ୍ର ଖୋଲିବା ଦ୍ୱାରା ଏବେ ଏଠାକାର ଲୋକମାନଙ୍କୁ ପାସପୋର୍ଟ କରିବା ପାଇଁ ବହୁତ ଦୂରକୁ ଯିବାର ଆଉ ଆବଶ୍ୟକତା ପଡ଼ିବ ନାହିଁ ।

ସାଥୀଗଣ, ଆଜି ଆପଣମାନଙ୍କ ସମସ୍ତଙ୍କର, ଓଡ଼ିଶାବାସୀଙ୍କର ଜୀବନକୁ ସହଜ କରିବା ଭଳି ଏ ସମସ୍ତ ପ୍ରକଳ୍ପଗୁଡ଼ିକ ପାଇଁ ଆଉ ଥରେ ପୁଣି ମୁଁ ଓଡ଼ିଶାବାସୀଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଆପଣମାନଙ୍କୁ ନୂତନ ବର୍ଷ ପାଇଁ ପୁଣିଥରେ ବହୁତ ଶୁଭକାମନା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
A Milestone in Financial Inclusion: The Success Story of PMSBY

Media Coverage

A Milestone in Financial Inclusion: The Success Story of PMSBY
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 9, 2026
May 09, 2026

Citizens Celebrate India’s Civilisational & Economic Awakening Under PM Narendra Modi