Poorvanchal Expressway would transform the towns and cities that it passes through: PM Modi
Connectivity is necessary for development: PM Narendra Modi
Sabka Saath, Sabka Vikaas is our mantra; our focus is on balanced development: PM
PM Modi slams opposition for obstructing the law on Triple Talaq from being passed in the Parliament

ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମାନ ରାମ ନାଏକ ମହୋଦୟ, ଶକ୍ତିଶାଳୀ, ତେଜସ୍ୱୀ, ପରିଶ୍ରମୀ, ଯଶଶ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ମହୋଦୟ, ସର୍ବଦା ହସୁଥିବା ଯାହାର ସ୍ୱଭାବ, ମୋର ସାଥୀ ଉପମୁଖ୍ୟମନ୍ତ୍ରୀ ଶ୍ରୀମାନ କେଶବ ପ୍ରସାଦ ମୌର୍ଯ୍ୟ ମହୋଦୟ, ଉଦ୍ୟୋଗ ବିକାଶ ମନ୍ତ୍ରୀ ଶ୍ରୀମାନ ସତୀଶ ମହାନାମହୋଦୟ, ରାଜ୍ୟ ସରକାରରେ ମନ୍ତ୍ରୀ ଭାଇ ଶ୍ରୀ ଦାରା ସିଂହ ମହୋଦୟ, ସଂସଦରେ ମୋର ବନ୍ଧୁ ଏବଂ ଭାରତୀୟ ଜନତା ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ଶ୍ରୀମାନ ମହେନ୍ଦ୍ର ନାଥ ପାଣ୍ଡେ ମହୋଦୟ, ସଂସଦରେ ଆମ ସହିତ ଥିବା ନିଲମ ସୋନକର ମହୋଦୟ, ବିଧାୟକ ଭାଇ ଶ୍ରୀ ଅରୁଣ ମହୋଦୟ ଏବଂ ବିଶାଳ ସଂଖ୍ୟାରେ ଉପସ୍ଥିତ ମୋର ଶ୍ରଦ୍ଧେୟ ଭାଇ ଓ ଭଉଣୀମାନେ  ।

ଋଷି ମୁନିମାନଙ୍କର ତପଭୂମି ଏବଂ ସାହିତ୍ୟ ଜଗତକୁ ଅନେକ ମନିଷୀ ଦେଇଥିବା ଆଜମଗଡର ଏହି ପବିତ୍ର ଭୂମିକୁ ମୁଁ ନମସ୍କାର କରୁଛି  । ଆଜି ଉତ୍ତରପ୍ରଦେଶ ବିକାଶରେ ଏକ ନୂତନ ଅଧ୍ୟାୟ ଯୋଡି ହେବା ଆରମ୍ଭ ହୋଇଛି  । ପୂର୍ବ ଭାରତରେ ପୂର୍ବ ଉତ୍ତରପ୍ରଦେଶର ଏକ ବଡ ଭୂଭାଗରେ ବିକାଶର ଏକ ନୂତନ ଗଙ୍ଗା ପ୍ରବାହିତ ହେବ  । ଏହି ଗଙ୍ଗା ପୂର୍ବାଂଚଳ ଏକ୍ସପ୍ରେସୱେ ଭାବେ ଆପଣମାନଙ୍କୁ ମିଳିବାକୁ ଯାଉଛି ଏବଂ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବାର ସୁଯୋଗ ମୋତେ ମିଳିଛି  ।

ବନ୍ଧୁଗଣ,  ଉତ୍ତରପ୍ରଦେଶର ଏହିଭଳି ବିକାଶ ହେଉ, ଦୃତ ଗତିରେ ବିକାଶ ହେଉ, ଯେଉଁ ଅଂଚଳ ପଛୁଆ ରହିଛି,ସେମାନଙ୍କୁ ଅଧିକ ଗୁରୁତ୍ୱ ପ୍ରଦାନ କରି ଅନ୍ୟମାନଙ୍କ ସମକକ୍ଷ କରାଯାଉ, ଏହି କ୍ଷେତ୍ରରେ କାର୍ଯ୍ୟ କରିବାର ନିଷ୍ପତ୍ତି ଉତ୍ତର ପ୍ରଦେଶ ଜନସାଧାରଣଙ୍କର, ଆପଣମାନଙ୍କର, ଆମେ ସେବକ ଭାବେ ତାହା ପାଳନ କରୁଛୁ । ଚାରି ବର୍ଷ ପୂର୍ବେ ଉତ୍ତର ପ୍ରଦେଶବାସୀ, ଭାରତୀୟ ଜନତା ପାର୍ଟିକୁ ଆଶୀର୍ବାଦ ଦେଇ କେନ୍ଦ୍ର ସରକାରରେ କାର୍ଯ୍ୟ କରିବାର ଉତ୍ତରଦାୟିତ୍ୱ ପ୍ରଦାନ କରିଥିଲେ  । ମୋତେ କାଶୀରୁ ଚୟନ କରିଥିଲେ ଏବଂ ବିଗତ ବର୍ଷ ନିଜର ବିକାଶର ଗତିକୁ ଦ୍ୱିଗୁଣିତ କରିବାର ଐତିହାସିକ ନିଷ୍ପତ୍ତି ନେଇଥିଲେ  । ବିଗତ ଏକ ବର୍ଷରେ ଯେଉଁଭଳି ଯୋଗୀ ଆଦିତ୍ୟନାଥ ମହୋଦୟଙ୍କ ତତ୍ୱାବଧାନରେ କାର୍ଯ୍ୟ କରାଯାଇଛି, ତାହା ଅତୁଳନୀୟ  । ବଡ ବଡ ଅପରାଧୀମାନଙ୍କର ସ୍ଥିତି ବିଷୟରେ ଆପଣମାନେ ଖୁବ ଭଲଭାବେ ଅବଗତ ଥିବେ  । ଭାରତୀୟ ଜନତା ପାର୍ଟି ସରକାର ଉତ୍ତରପ୍ରଦେଶରେ ବିକାଶର ଉତ୍ତମ ବାତାବରଣ ସୃଷ୍ଟି କରିବାର ପ୍ରଚେଷ୍ଟା କରିଛନ୍ତି  । ଅପରାଧ ଉପରେ ନିୟନ୍ତ୍ରଣ, ଭ୍ରଷ୍ଟାଚାର ଉପରେ ନିୟନ୍ତ୍ରଣ କରି ଯୋଗୀ ମହାଶୟ ବୃହତରୁ ବୃହତ ପୁଂଜି ନିବେଶ ପାଇଁ ଏବଂ କ୍ଷୁଦ୍ର ରୁ କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ପାଇଁ ବ୍ୟବସାୟ ସୁଗମ କରିବାର କାର୍ଯ୍ୟ କରିଛନ୍ତି  । କୃଷକ ହୁଅନ୍ତୁ ଅବା ଯୁବକ, ମହିଳା ହୁଅନ୍ତୁ ଅବା ପୀଡିତା, ଶୋଷଣର ଶିକାର, ଅଧିକାରରୁ ବଂଚିତ ବର୍ଗ ହୁଅନ୍ତୁ, ସମସ୍ତଙ୍କ ଉତ୍ଥାନ ପାଇଁ ସଂକଳ୍ପବଦ୍ଧ ହୋଇ ଯୋଗୀ ମହାଶୟଙ୍କ ସରକାର ଆପଣମାନଙ୍କ ସେବାରେ ନିରନ୍ତର କାର୍ଯ୍ୟ କରି ଚାଲିଛନ୍ତି  । ପୂର୍ବ ଦଶ ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶର ଯେଉଁଭଳି ଭାବେ ପରିଚୟ ଥିଲା, ତାହା ଏବେ ପରିବର୍ତ୍ତନ ହେଉଛି  । ଏବେ ଜନସାଧାରଣଙ୍କ ଅର୍ଥ ଜନସାଧାରଣଙ୍କ ବିକାଶ କ୍ଷେତ୍ରରେ ଖର୍ଚ୍ଚ କରାଯାଉଛି  । ଗୋଟିଏ ଗୋଟିଏ ପଇସାକୁ ସଚ୍ଚୋଟତାର ସହ ଖର୍ଚ୍ଚ କରାଯାଉଛି  । ଏହି ପରିବର୍ତ୍ତୀତ କାର୍ଯ୍ୟ ଶୈଳୀ ଉତ୍ତରପ୍ରଦେଶକୁ ନୂତନ ଶୃଙ୍ଗରେ ପହଂଚାଇବ  ।

ଭାଇ ଓ ଭଉଣୀମାନେ, ପୂର୍ବାଂଚଳ ଏକ୍ସପ୍ରେସୱେ ପୂରା ଉତ୍ତରପ୍ରଦେଶ, ବିଶେଷତଃ ପୂର୍ବ ଉତ୍ତରପ୍ରଦେଶର ଆଶା ଏବଂ ଆକାଂକ୍ଷାକୁ ନୂତନ ଶିଖରରେ ପହଂଚାଇବାକୁ ଯାଉଛି  । ପୂର୍ବାଂଚଳ ଏକ୍ସପ୍ରେସୱେରେ 23ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯିବ  । ଲକ୍ଷ୍ନୌଠାରୁ ଘାଜିପୁର ମଧ୍ୟରେ 340 କି.ମି. ରାସ୍ତାରେ ଯେତେ ସହର ଏବଂ ଗ୍ରାମାଂଚଳ ଆସିବ, ସେଠାକାର ଛବି ବଦଳିବାକୁ ଯାଉଛି  । କେବଳ ଏତିକି ନୁହେଁ, ଏହି ସଡକ ନିର୍ମାଣ ହେବାପରେ ଦିଲ୍ଲୀଠାରୁ ଗାଜିପୁରର ମଧ୍ୟରେ ଦୂରତ୍ୱ କିଛି ଘଣ୍ଟା ହ୍ରାସ ହେବ ଏବଂ ଘଣ୍ଟା ଘଣ୍ଟା ଧରି ହେଉଥିବା ରାସ୍ତା ଜାମ, ନଷ୍ଟ ହେଉଥିବା ପେଟ୍ରୋଲ ଏବଂ ଡିଜେଲ, ପରିବେଶ ପ୍ରଦୂଷଣ ସମସ୍ୟା ବିଗତ ଦିନର ସମସ୍ୟା ହୋଇ ରହିଯିବ  । ଏବଂ ସବୁଠାରୁ ବଡ କଥା ହେଲା କ୍ଷେତ୍ରର ଲୋକମାନେ ସମୟ ବଂଚାଇପାରିବେ  ଏବଂ ଏହା ବହୁତ ବଡ କଥା  । ଏଠାକାର କୃଷକ ହୁଅନ୍ତୁ, ପଶୁପାଳକ ହୁଅନ୍ତୁ, ମୋର ବୁଣାକାର ଭାଇ ହୁଅନ୍ତୁ, ମାଟିରେ ପ୍ରସ୍ତୁତ କରୁଥିବା ଓ ବାସନ ପ୍ରସ୍ତୁତି କାମରେ ନିୟୋଜିତ ପରିବାର ହୁଅନ୍ତୁ, ପ୍ରତ୍ୟେକଙ୍କ ଜୀବନକୁ ଏହି ଏକ୍ସପ୍ରେସୱେ ନୂତନ ଦିଗନ୍ତ ପ୍ରଦାନ କରିବ  । ଏହି ରୋଡ ନିର୍ମାଣ ହେବା ଦ୍ୱାରା ପୂର୍ବାଂଚଳର କୃଷକ ଭାଇ ଓ ଭଉଣୀମାନଙ୍କର ଶସ୍ୟ, ଫଳ, ପନିପରିବା, ଦୁଗ୍ଧ କମ ସମୟରେ ଦିଲ୍ଲୀର ମଣ୍ଡିରେ ପହଂଚିପାରିବ  । ଏକ ପ୍ରକାରର ଉତ୍ସର୍ଗୀକୃତ ଶିଳ୍ପ ସଡକ ଭାବେ ବିକଶିତ ହେବ  । ଏହି ପୂରା ଏକ୍ସପ୍ରେସୱେ ର ଆଖ ପାଖରେ ନୂତନ ଉଦ୍ୟୋଗର ବିକାଶ ହେବ  । ଭବିଷ୍ୟତରେ ଏଠାରେ ଶିକ୍ଷଣ, ପ୍ରଶିକ୍ଷଣ ପ୍ରତିଷ୍ଠାନ, Industrial Training Institute, Medical Institute ଭଳି ଅନେକ ସଂସ୍ଥାର ପ୍ରତିଷ୍ଠା ହେବାର ସମ୍ଭାବନା ମୋର ହୃଦୟଂଗମ ହେଉଛି  । ଏହାବ୍ୟତୀତ ଅନ୍ୟ ଗୋଟିଏ କଥାରେ ବୃଦ୍ଧି ହେବ ଏବଂ ତାହା ହେଉଛି ପର୍ଯ୍ୟଟନ, Tourism  । ଏ କ୍ଷେତ୍ରରେ ଆମର ଗୁରୁତ୍ୱପୂର୍ଣ୍ଣ ପୌରାଣିକ ସ୍ଥାନଗୁଡିକ ରହିଛି, ଭଗବାନ ଶ୍ରୀରାମଙ୍କ ସହ ସଂଶ୍ଲିଷ୍ଟ, ଆମ ଋଷି ମୁନିମାନଙ୍କ ସହ ସଂଶ୍ଲିଷ୍ଟ, ତାଙ୍କର ଏବେ ଅଧିକରୁ ଅଧିକ ପ୍ରଚାର-ପ୍ରସାର ହୋଇପାରିବ । ଏହାଦ୍ୱାରା ଏଠାକାର ଯୁବଗୋଷ୍ଠିଙ୍କୁ ନିଜର ପାରମ୍ପରିକ କାର୍ଯ୍ୟ ସହ ନୂତନ ରୋଜଗାରର ସୁଯୋଗ ମିଳିବ ।

ବନ୍ଧୁଗଣ, ମୋତେ ଏହା ମଧ୍ୟ କୁହାଯାଇଛି ଯେ ଆଗାମୀ ଦିନରେ ଗୋରଖପୁର ସହ ମଧ୍ୟ ଏକ ଏକ୍ସପ୍ରେସୱେ ସଂଯୋଗ କରାଯିବ  । ଏହାବ୍ୟତୀତ ବୁନ୍ଦେଲଖଣ୍ଡରେ ମଧ୍ୟ ଏହିଭଳି ଏକ୍ସପ୍ରେସୱେ ନିର୍ମାଣ କରିବାର ନିଷ୍ପତ୍ତି ଏଠାକାର ଭାରତୀୟ ଜନତା ପାର୍ଟି ସରକାର କରିଛନ୍ତି  । ଏହିସବୁ ପ୍ରଚେଷ୍ଟା ଉତ୍ତରପ୍ରଦେଶରେସଂଯୋଗୀକରଣ(connectivity)କୁ ନୂତନ ସ୍ତରରେ ପହଂଚାଇବ  । ଏକବିଂଶ ଶତାବ୍ଦୀରେ ବିକାଶରମୂଳାଧାର ହେଉଛି  ସଂଯୋଗୀକରଣ  । ଯେ ଯେଉଁ ଅଂଚଳରେ ସଂଯୋଗୀକରଣ ବୃଦ୍ଧି ପାଏ, ସେଠାରେ ପୂର୍ଣ୍ଣପ୍ରଗତିର ଏକ ଅନୁକୂଳ ପରିବେଶ ବିକଶିତ ହୋଇଥାଏ  । ସଂଯୋଗୀକରଣ ଜରିଆରେ ରୋଜଗାରର ନୂତନ ସୁଯୋଗ ସୃଷ୍ଟି କରିବା, ବ୍ୟବସାୟକୁ ସରଳ କରିବା ଏବଂ ଦେଶର କୃଷକ, ଗରିବ, ବଂଚିତ, ଶୋଷଣର ଶିକାରହେଉଥିବା ଲୋକଙ୍କ ଜୀବନକୁ ସୁନ୍ଦର କରିବା ପାଇଁ ଉଦ୍ୟମ ଜାରି ରହିଛି  ।  

ଭାଇ ଓ ଭଉଣୀମାନେ, ଯେତେବେଳେ ଆପଣ କାର୍ଯ୍ୟ କରିବା ପାଇଁ ଆଗ୍ରହୀ ଏବଂ ବିକାଶର ଲକ୍ଷ୍ୟ ଥିବ,ସେତେବେଳେ କାର୍ଯ୍ୟର ଗତି ସ୍ୱତଃପ୍ରୋତ ଭାବେ ବୃଦ୍ଧି ପାଇଥାଏ  । ଫାଇଲଗୁଡିକୁ ଅପେକ୍ଷା କରିବାକୁ ପଡିବ ନାହିଁ ଯେ କାହାର ସୁପାରିଶ ହେଲେ ହିଁ ଆଗକୁ ଯିବ  । ଏହି କାରଣ ଯେ ବିଗତ ଚାରି ବର୍ଷରେ ଉତ୍ତରପ୍ରଦେଶରେଜାତୀୟ ରାଜପଥ ନେଟୱାର୍କ ପ୍ରାୟ ଦୁଇଗୁଣ ହୋଇସାରିଛି  । 2014 ପୂର୍ବରୁ ଯେତେ ଦୀର୍ଘତମ ଜାତୀୟ ରାଜପଥ ଥିଲା, ଯେତେ ସଂଖ୍ୟାରେ ଜାତୀୟ ରାଜପଥ ଥିଲା, ଏବେ ତାହାର ଦୁଇଗୁଣ ହୋଇସାରିଛି  । ଚିନ୍ତାକରନ୍ତୁ, ସ୍ୱତନ୍ତ୍ରତା ପରେ ଯେତେସବୁ କାର୍ଯ୍ୟ କରାଯାଇଛି, ତାହା କେବଳ ଚାରି ବର୍ଷ ମଦ୍ୟରେ ବିଜେପି ସରକାର କରି ଦେଖାଇଛି  । ବର୍ତ୍ତମାନ ଏଠାରେ ଯୋଗୀ ମହାଶୟଙ୍କ ସରକାର ଆସିବା ପରଠାରୁ ଏହାର ଗତି ଦୃତ ହୋଇଛି  । ଉତ୍ତରପ୍ରଦେଶ ରେ କେବଳ ଜାତୀୟ ରାଜପଥ ନୁହେଁ, ବରଂ ଜଳପଥ ଏବଂ ଆକାଶପଥଉପରେ ମଧ୍ୟ କାର୍ଯ୍ୟ ଦୃତ ଗତିରେ ଚାଲିଛି  । ଗଙ୍ଗାରେ ବନାରସରୁ ହଳଦିଆ ପର୍ଯ୍ୟନ୍ତ ଚାଲୁଥିବା ଜାହାଜ ଏହି ସଂପୂର୍ଣ୍ଣ କ୍ଷେତ୍ରରେ ଉଦ୍ୟୋଗ ବିକାଶକୁ ଆହୁରୀ ଆଗକୁ ନେଇପାରିବ  । ଏହାବ୍ୟତୀତ ଆକାଶପଥରେସଂଯୋଗ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉଛି ଏବଂ ମୁଁ ସର୍ବଦା ସ୍ୱପ୍ନ ଦେଖିଛି ଯେ ହାୱାଇ ଚପ୍ପଲ ପିନ୍ଧୁଥିବା ଲୋକମାନେ ମଧ୍ୟ ଉଡାଜାହାଜରେ ଉଡିପାରନ୍ତୁ,  ଯାହାକୁ ଲକ୍ଷ୍ୟ ରଖି ସରକାର ଉଡାଣ ଯୋଜନାକୁ ଦୃତ ଗତିରେ ଆଗକୁ ବଢାଉଛନ୍ତି  । ଏହି ଯୋଜନା ଜରିଆରେ ଛୋଟ ଛୋଟ ସହରକୁ ଆକାଶପଥରେ ଯୋଡି ଦିଆଯିବ  । ଉତ୍ତରପ୍ରଦେଶର 12 ଟି ବିମାନବନ୍ଦର ଏହି ଯୋଜନା ଅଧିନରେ ବିକଶିତ କରାଯାଉଛି  । ଏହାବ୍ୟତୀତ କୁଶୀ ନଗରରେ ଏବଂ ଜେବରରେ ଅନ୍ତର୍ରାଷ୍ଟ୍ରୀୟ ବିମାନବନ୍ଦରର କାର୍ଯ୍ୟ ମଧ୍ୟ ଦୃତ ଗତିରେ କରାଯାଉଛି  ।

ଭାଇ ଓ ଭଉଣୀମାନେ, ମୋଦୀ ହୁଅନ୍ତୁ ଅବା ଯୋଗୀ ଆପଣମାନେ ହେଉଛନ୍ତି ଆମ ପରିବାର  । ଆପଣମାନଙ୍କ ସ୍ୱପ୍ନ ହିଁ ଆମର ସ୍ୱପ୍ନ  । ଆମେ ଗରିବ ଏବଂ ମଧ୍ୟବିତ୍ତଙ୍କ ଆଶା-ଆକାଂକ୍ଷା ସହ ସଂପୃକ୍ତ, ସେଥିପାଇଁ ଯେତେବେଳେ ଉଡାଣ ଯୋଜନା ଅଧିନରେ ଭଡାର କଥା ଉଠିଲା ସେତେବେଳେ ସୁନିଶ୍ଚିତ କରାଯାଇଥିଲା ଯେ ଏକ ଘଣ୍ଟା ପର୍ଯ୍ୟନ୍ତ ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ ଅଢେଇ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ନ ପଡେ  । ଆଜି ଏହାର ପରିଣାମ ସ୍ୱରୂପ ବିଗତ ବର୍ଷଗୁଡିକରେ ଯେତେ ଲୋକ ଟ୍ରେନର ଶୀତତାପ ନିୟନ୍ତ୍ରିତ କୋଚ୍ ରେ ଯାତ୍ରା କରୁଥିଲେ, ତାହାଠାରୁ ଅଧିକ ଲୋକ ବିମାନରେ ଯାତ୍ରା କରିଛନ୍ତି  । ବନ୍ଧୁଗଣ, ପୂର୍ବ ସରକାରଗୁଡିକର ନୀତି ଏପରି ଥିଲା ଯେ ଦେଶର ଏହି କ୍ଷେତ୍ର ଆମ ପୂର୍ବ ଭାରତ, ଆମ ଉତ୍ତର ପ୍ରଦେଶର – ପୂର୍ବ ଉତ୍ତର ପ୍ରଦେଶ ସର୍ବଦା ବିକାଶ ଦୌଡର ପଛୁଆ ଥିଲା, ମୋର ବିଶ୍ୱାସ ଯେ ପୂର୍ବ ଭାରତରେ ଦେଶର ବିକାଶକୁ ଅନେକ ଗୁଣ ବୃଦ୍ଧି କରିବାର କ୍ଷମତା ରହିଛି, ପୂର୍ବ ଉତ୍ତର ପ୍ରଦେଶର ମଧ୍ୟ ସେହିଭଳି କ୍ଷମତା ରହିଛି  । ଏଠାକାର ଯୁବବର୍ଗ ଏବେ ଅନ୍ୟ ରାଜ୍ୟଗୁଡିକୁ ନ ଯାଇ ଏଠାରେ ସଠିକ ସୁଯୋଗ ମିଳିଲେ ନିଶ୍ଚିତ ଭାବେ ପୂରା କ୍ଷେତ୍ରର ନବଯୌବନ ଛବି ଆଙ୍କି ପାରିବେ  ।

ବନ୍ଧୁଗଣ, ଯେ ପର୍ଯ୍ୟନ୍ତ ପୂର୍ବରେ ବିକାଶର ସୂର୍ଯ୍ୟ ଉଦୟ ନ ହୋଇଛି, ସେ ପର୍ଯ୍ୟନ୍ତ ନିଉ ଇଣ୍ଡିଆର ଚମକ ଫିକା ରହିବ  । ଏବଂ ଏଥିପାଇଁ ବିଗତ ଚାରି ବର୍ଷରେ ପୂର୍ବାଂଚଳ, ବିହାର, ଝାଡଖଣ୍ଡ, ପଶ୍ଚିମ ବଙ୍ଗଳା, ଆସାମ, ଉତ୍ତର-ପୂର୍ବ କ୍ଷେତ୍ରଗୁଡିକରେ ସଡକ, ରେଳ, ବିମାନବନ୍ଦର ସହ ସଂପୃକ୍ତ ଅନେକ ପ୍ରକଳ୍ପକୁ ମଂଜୁର କରାଯାଇଛି  । ଦେଶର ଏହି ପୂର୍ବ କ୍ଷେତ୍ରକୁ ଏକ ପ୍ରକାରର ବିକାଶର ନୂତନ କରିଡର କରିବା କ୍ଷେତ୍ରରେ କାର୍ଯ୍ୟ କରାଯାଉଛି  । ଏଠାରେ ନୂତନ ମେଡିକାଲ କଲେଜ ଏମ୍ସ, ବନ୍ଦ ହୋଇ ପଡିଥିବା ସାର କାରଖାନାଗୁଡିକ ଖୋଲିବାର କାମ କରାଯାଉଛି  । ବନ୍ଧୁଗଣ ଏହା ଯାହା ବି କାର୍ଯ୍ୟ ହେଉ, ଏହି କ୍ଷେତ୍ରର ସନ୍ତୁଳିତ ବିକାଶକୁ ପ୍ରୋତ୍ସାହିତ କରିବ  । ବିନାକୌଣସି ଭେଦଭାବ ସବକା ସାଥସବକା ବିକାଶ ମନ୍ତ୍ର କୁ ନେଇ ଆମେ ଅଗ୍ରସର ହେଉଛେ  । ସମସ୍ତଙ୍କୁ ସମାନ ଭାବେ ଅଗ୍ରସର ହେବାର ସୁଯୋଗ ମିଳୁ, ସମସ୍ତଙ୍କର ସନ୍ତୁଳିତ ବିକାଶ ହେଉ  । ଆମ ସରକାର ଗ୍ରାମାଂଚଳକୁ ବିକାଶର କେନ୍ଦ୍ରବିନ୍ଦୁ କରିବା ପାଇଁ କାର୍ଯ୍ୟ କରୁଛି  । ଦେଶର ପ୍ରତ୍ୟେକ ବଡ ପଂଚାୟତକୁ ଅପ୍ଟିକାଲ ଫାଇବର ସହିତ ସଂଯୋଗ କରିବାର କାର୍ଯ୍ୟ ଦୃତ ଗତିରେ ଚାଲିଛି  । ଏ ପର୍ଯ୍ୟନ୍ତ ଏକ ଲକ୍ଷରୁ ଅଧିକ ପଂଚାୟତଗୁଡିକୁ ଏହା ସହିତ ସଂଯୋଗ କରାଯାଇଛି  । ପ୍ରାୟ ତିନି ଲକ୍ଷ common service centre ବା ସାଧାରଣ ସୁବିଧା କେନ୍ଦ୍ର ଗ୍ରାମାଂଚଳ ଏବଂ ଗରିବମାନଙ୍କ ଶସକ୍ତିକରଣ କରି ସେମାନଙ୍କ ଜୀବନକୁ ସରଳ କରିବା ପାଇଁ ବହୁତ ବଡ କାର୍ଯ୍ୟ କରୁଛି  । ଏହାବ୍ୟତୀତ ଗ୍ରାମାଂଚଳରେ ଲୋକଙ୍କ ଆରୋଗ୍ୟ ପାଇଁ,ଲୋକମାନଙ୍କ ସ୍ୱାସ୍ଥ୍ୟ ଚିନ୍ତା କରିବା ପାଇଁ ଦେଢ ଲକ୍ଷ ରୁ ଉର୍ଦ୍ଧ୍ଵ Wellness Centre – କଲ୍ୟାଣ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି  ।

ବନ୍ଧୁଗଣ, ବିଗତ ଚାରି ବର୍ଷରେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ଏବଂ ପୁରୁଣା ଆବାସ ଯୋଜନାଗୁଡିକ ସଂପୂର୍ଣ୍ଣ କରି ଗ୍ରାମାଂଚଳର ଗରିବମାନଙ୍କ ପାଇଁ ଏକ କୋଟିରୁ ଅଧିକ ଗୃହ ନିର୍ମାଣ କରାଯାଇଛି  । ‘ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା’ ଜରିଆରେ ଦେଶର ପ୍ରତିଟି ଗାଁକୁ ସଂଯୋଗ କାରିବାର କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଂଚି ସାରିଛି  ।

ଭାଇ ଓ ଭଉଣୀମାନେ ଦେଶର ଏବଂ ଗ୍ରାମାଂଚଳରେ ସ୍ୱରାଜ୍ୟ ର ଏହି ସ୍ୱପ୍ନ ପୂଜ୍ୟ ମହାତ୍ମା ଗାନ୍ଧୀ ଦେଖିଥିଲେ,ବାବା ସାହେବ ଆମ୍ବେଦକର ଦେଖିଥିଲେ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ମଧ୍ୟ ଦେଖିଥିଲେ, ଡାକ୍ତର ରାମ ମନୋହର ଲୋହିଆ ମଧ୍ୟ ଦେଖିଥିଲେ  । ଏହି ନୂତନ ବ୍ୟବସ୍ଥା ସମସ୍ତଙ୍କ ପାଇଁ, ସମସ୍ତଙ୍କ ମଙ୍ଗଳ ପାଇଁ  । କିନ୍ତୁ ଦୁର୍ଭାଗ୍ୟବଶତଃ ସମତା ଏବଂ ସମାନତାର କଥା କହୁଥିବା କିଛି ରାଜନୈତିକ ଦଳ ବାବା ସାହେବ ଏବଂ ରାମମନୋହର ଲୋହିଆ ଙ୍କ ନାମରେ କେବଳ ରାଜନୀତି କରିଥିଲେ  । ବନ୍ଧୁଗଣ ମୁଁ ଆଜମଗଡର ଲୋକମାନଙ୍କଠାରୁ ଜାଣିବାକୁ ଚାହୁଁଛି ଯେ କ’ଣ ପୂର୍ବ ସରକାରମାନଙ୍କ ସମୟରେ ଯେଉଁଭଳି ବିକାଶ ଏଠାରେ ହୋଇଥିଲା, କଣ ଆପଣ କଳ୍ପନା କରିପାରିବେ ? ସେହି କାର୍ଯ୍ୟକଳାପଗୁଡିକ ଆପଣମାନଙ୍କ ଭଲ କରିଛି ? କ’ଣ ଆଜମଗଡର ଆହୁରି ବିକାଶ ହେବାର ଆବଶ୍ୟକତା ନ ଥିଲା ? କ’ଣ ଯେଉଁ ଲୋକମାନଙ୍କ ଉପରେ ଆଜମଗଡ ଏବଂ ଏହି କ୍ଷେତ୍ରର ଲୋକମାନେ ଭରସା କରିଥିଲେ ସେମାନ ବିଶ୍ୱାସ ଭାଙ୍ଗି ନାହାଁନ୍ତି ? ସତକଥା ହେଉଛି ଏହିସବୁ ଦଳଗୁଡିକ ଜନସାଧାରଣ ଏବଂ ଗରିବଙ୍କ ମଙ୍ଗଳ ନୁହେଁ କେବଳ ନିଜ ଏବଂ ନିଜ ପରିବାର ସଦସ୍ୟମାନଙ୍କର ମଙ୍ଗଳ କରିଛନ୍ତି  । ଭୋଟ ଗରିବମାନଙ୍କୁ ମାଗିଥିଲେ, ଭୋଟ ଦଳିତମାନଙ୍କୁ ମାଗିଥିଲେ,ଭୋଟ ପଛୁଆ ବର୍ଗଙ୍କୁ ମାଗିଥିଲେ, ସେମାନଙ୍କ ନାମରେ ସରକାର ଗଠନ କରି ସେମାନେ ତାଙ୍କ ଟ୍ରେଜେରୀ ଭରିଥିଲେ ଏହାବ୍ୟତୀତ ଅନ୍ୟକିଛି କରିନାହାଁନ୍ତି  । ଆଜିକାଲି ଆପଣମାନେ ନିଜେ ଦେଖୁଥିବେ ଯେ ଯେଉଁମାନେ କେବେ ପରସ୍ପରକୁ ଦେଖିବାକୁ ମଧ୍ୟ ଚାହୁଁନଥିଲେ, ପସନ୍ଦ କରୁନଥିଲେ, ସେମାନେ ଏବେ ଏକ ହୋଇଛନ୍ତି  । ସକାଳ- ସଂଧ୍ୟା ଯେତେବେଳେ ମିଶନ୍ତି- ମୋଦୀ, ମୋଦୀ, ମୋଦୀ  । ଭାଇ ଓ ଭଉଣୀମାନେ, ନିଜ ସ୍ୱାର୍ଥ ପାଇଁ ଯେତେଜଣ ଜାମିନରେ ଅଛନ୍ତି ସେମାନେ ମିଶି ସମସ୍ତ ପରିବାରବାଦୀ ଦଳଗୁଡିକ, ଏହିସବୁ ଲୋକମାନଙ୍କୁ ଦେଖନ୍ତୁ, ଏମାନେ ପରିବାରଯୁକ୍ତ ଦଳ, ଏମାନେ ସମସ୍ତେ ପରିବାର ପାର୍ଟି ମିଶି ଏବେ ଆପଣଙ୍କ ବିକାଶକୁ ରୋକିବା ପାଇଁ ଏକତ୍ରିତ ହୋଇଛନ୍ତି  । ଆପଣମାନଙ୍କୁ ଶସକ୍ତିକରଣ ରୋକିବାକୁ ଚାହୁଁଛନ୍ତି  । ସେମାନେ ଜାଣିଛନ୍ତି ଯେ ଯଦି ଗରିବ, କୃଷକ, ଦଳିତ, ପଛୁଆ ବର୍ଗ ଯଦି ଶସକ୍ତ ହୋଇଯିବେ ତାହେଲେ ସେମାନଙ୍କ ଦୋକାନ ସବୁବେଳ ପାଇଁ ବନ୍ଦ ହୋଇଯିବ  ।

ଭାଇ ଓ ଭଉଣୀମାନେ, ଏହିସବୁ ଦଳଗୁଡିକର ସତ୍ୟତା ତିନି ତଲାକ ଉପରେ ଏମାନଙ୍କ ମତାମତ ବେଳେ ଜଣାପଡିଥିଲା  । ଗୋଟିଏ ପଟେ କେନ୍ଦ୍ର ସରକାର ମହିଳାମାନଙ୍କ ଜୀବନକୁ ସରଳ କରିବା ପାଇଁ ପ୍ରୟାସ କରୁଛନ୍ତି, ସେ କ୍ଷେତ୍ରରେ ଏହିସବୁ ଦଳ ମିଶି ମହିଳା ଏବଂ ଖାସକରି ମୁସଲିମ ଭଉଣୀ- ଝିଅମାନଙ୍କ ଜୀବନକୁ ଆହୁରୀ ଅଧିକ ସଙ୍କଟାପନ୍ନ କରିବାର କାର୍ଯ୍ୟ କରୁଛନ୍ତି  । ଶହ ଶହ ମୁସଲିମ ଭଉଣୀ-ଝିଅମାନଙ୍କର ସର୍ବଦା ଦାବି ଥିଲା ଯେ ତିନି ତଲାକକୁ ବନ୍ଦ କରାଯାଉ ଏବଂ ଦୁନିଆର ଇସଲାମିକ ରାଷ୍ଟ୍ରଗୁଡିକରେ ମଧ୍ୟ ତିନି ତଲାକ ପ୍ରଥା ଉପରେ ପ୍ରତିବନ୍ଧ ଲଗାଯାଇଛି  । ମୁଁ ଖବରକାଗଜରୁ ପଢିଥିଲି ଯେ କଂଗ୍ରେସ ପାର୍ଟି ର ଅଧ୍ୟକ୍ଷ ଶ୍ରୀମାନ ନାମଦାର ଏହା କହିଥିଲେ ଯେ କଂଗ୍ରେସ ମୁସଲିମମାନଙ୍କର ଦଳ  । ଗତ ଦୁଇଦିନ ହେବ ଆଲୋଚନା ହେଉଛି, ମୋତେ ଆଶ୍ଚର୍ଯ୍ୟ ହେଉନାହିଁ, କାରଣ ପ୍ରଥମେ ଯେତେବେଳେ ମନମୋହନ ସିଂହଙ୍କ ସରକାର ଥିଲା ସେତେବେଳେ ସ୍ୱୟଂ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଥିଲେ ଯେ ଦେଶର ପ୍ରାକୃତିକ ସମ୍ପଦ ଉପରେ ସର୍ବପ୍ରଥମେ ଅଧିକାର ମୁସଲମାନମାନଙ୍କର ରହିଛି  । ଏହା କହିସାରିଥିଲେ  । କିନ୍ତୁ ମୁଁ କଂଗ୍ରେସ ଦଳର ଏହି ନାମଦାରଙ୍କୁ ପଚାରିବାକୁ ଚାହେଁ ଯେ ଆପଣଙ୍କ କଂଗ୍ରେସ ଦଳ ମୁସଲିମମାନଙ୍କର ଦଳ, ଆପଣଙ୍କୁ ଠିକ ଲାଗୁଛି, ଆପଣଙ୍କୁ ଶୁଭେଚ୍ଛା, କିନ୍ତୁ ଏହା ତ କହନ୍ତୁ ଯେ ମୁସଲିମ ମହିଳାମାନଙ୍କ ସମ୍ମାନ ପାଇଁ, ଗୌରବ ପାଇଁ, ସେମାନଙ୍କ ଅଧିକାର ପାଇଁ କୌଣସି ସ୍ଥାନ ଅଛି କି ? ସଂସଦରେ ଆଇନକୁ ଖାତିରି ନ କରି ବସିଯାଉଛନ୍ତି, ହୋ-ହଲ୍ଲା କରୁଛନ୍ତି, ସଂସଦ ଚାଲିବାକୁ ଦେଉନାହାଁନ୍ତି  । ମୁଁ ଏହି ପରିବାରବାଦୀ ଦଳଗୁଡିକୁ, ଏହି ମୋଦୀକୁ ହଟେଇବାକୁ ଦିନ ରାତି ଏକ କରୁଥିବା ଦଳମାନଙ୍କୁ କହିବାକୁ ଚାହୁଁଛି, ଏବେ ସଂସଦ ଅଧିବେଶନ ଆରମ୍ଭ ହେବାକୁ ଚାରି-ପାଞ୍ଚ ଦିନ ବାକି ଅଛି  । ଆପଣମାନେ ସେହି ତଲାକ ଯୋଗୁ ପୀତିତ ମୁସଲିମ ମହିଳାମାନଙ୍କ ସହ ସାକ୍ଷାତ କରି ଥରେ ଆସନ୍ତୁ, ହଲାଲା ଯୋଗୁ ବିବ୍ରତ ସେହି ମା’ଭଉଣୀମାନଙ୍କ ସହ ସାକ୍ଷାତ କରିଆସନ୍ତୁ, ସେମାନଙ୍କୁ ପଚାରି ଆସନ୍ତୁ, ସେମାନଙ୍କୁ ବୁଝି, ପରାମର୍ଶ କରି ଆସନ୍ତୁ ଏବଂ ସଂସଦରେ ଆପଣ ଆପଣଙ୍କ ମତ ରଖନ୍ତୁ  ।

ଭାଇ ଓ ଭଉଣୀମାନେ, ଏକବିଂଶ ଶତାବ୍ଦୀରେ ଏଭଳି ରାଜନୈତିକ ଦଳ ଯିଏକି ଅଷ୍ଟାଦଶ ଶତାବ୍ଦୀରେ ଅଛନ୍ତି ସେ ମୋଦୀଙ୍କୁ ହଟାଇବାକୁ ସ୍ୱର ଉତ୍ତୋଳନ କରିପାରିବେ, ଦେଶର ମଙ୍ଗଳ କରିପାରିବେ ନାହିଁ ଭାଇ ଓ ଭଉଣୀମାନେ  । ଯେତେବେଳେ ବିଜେପି ସରକାର ସଂସଦରେ ଆଇନ ପ୍ରସ୍ତୁତ କରି ମୁସଲିମ ଭଉଣୀ-ଝିଅମାନଙ୍କୁ ଅଧିକାର ଦେବାର ପ୍ରୟାସ କରିଥିଲା, ସେମାନେ ଏବେ ସେଥିରେ ପ୍ରତିବନ୍ଧ ସୃଷ୍ଟି କରୁଛନ୍ତି  । ସେମାନେ ଚାହାଁନ୍ତି ଯେ ତିନି ତଲାକ ବ୍ୟବସ୍ଥା ଜାରୀ ରହୁ, ମୁସଲିମ ଭଉଣୀ-ଝିଅମାନଙ୍କ ଜୀବନ କଦର୍ଯ୍ୟ ହୋଇଯାଉ, କିନ୍ତୁ ମୁଁ ବିଶ୍ୱାସ ଦେଉଛି ଯେ ମୁଁ ଏହି ରାଜନୈତିକ ଦଳଗୁଡିକୁ ବୁଝାଇବାକୁ ସଂପୂର୍ଣ୍ଣ ପ୍ରୟାସ କରିବି,ସେମାନଙ୍କୁ ବୁଝାଇ ଆମ ଭଉଣୀ-ଝିଅମାନଙ୍କୁ ତାଙ୍କ ଅଧିକାର ପ୍ରଦାନ କରିବା ପାଇଁ ସେମାନଙ୍କୁ ସାଙ୍ଗରେ ନେବାର ପ୍ରୟାସ କରିବି, ଯାହାଫଳରେ ଆମ ମୁସଲିମ ଝିଅମାନେ ଯେଉଁମାନେ ତିନି ତଲାକ ଯୋଗୁ କଷ୍ଟରେ ରହୁଛନ୍ତି ତାଙ୍କୁ ମୁକ୍ତି ମିଳିବ  ।

ଭାଇ ଓ ଭଉଣୀମାନେ, ଏଭଳି ନେତାମାନଙ୍କୁଠାରୁ, ଏଭଳି ଦଳମାନଙ୍କ ଠାରୁ ସାବଧାନ ରହିବାର ଆବଶ୍ୟକତା ରହିଛି  । ନିଜ ସ୍ୱାର୍ଥରେ ଜଡିତ ଥିବା ଲୋକମାନେ ସମସ୍ତଙ୍କ ମଙ୍ଗଳ ଚାହାଁନ୍ତି ନାହିଁ  । ରାଷ୍ଟ୍ରର ମଙ୍ଗଳ ଚିନ୍ତା କରିପାରିବେ ନାହିଁ  । ଅନ୍ୟପଟେ କେନ୍ଦ୍ରରେ ଯେଉଁ ସରକାର ଅଛି, ଉତ୍ତର ପ୍ରଦେଶର ଯେଉଁ ବିଜେପି ସରକାର ରହିଛି, ସେଥିପାଇଁ ଦେଶ ହିଁ ପରିବାର, ଦେଶ ହିଁ ସର୍ବୋପରୀ, 125 କୋଟି ଦେଶବାସୀ ହେଉଛନ୍ତି ଆମ ପରିବାର  ।  କୃଷକ ହୁଅନ୍ତୁ, ଗରିବ ହୁଅନ୍ତୁ, ବଂଚିତ ହୁଅନ୍ତୁ, ଶୋଷିତ ହୁଅନ୍ତୁ, ପଛୁଆ ବର୍ଗ ହୁଅନ୍ତୁ ସେମାନଙ୍କ ଜୀବନ ସରଳ ଏବଂ ସୁଗମ କିପରି କରିହେବ ସେଥିପାଇଁ ଆମ ସରକାର ନିରନ୍ତର କାର୍ଯ୍ୟ କରୁଛି  । ଜନଧନ ଯୋଜନାରେ ଉତ୍ତର ପ୍ରଦେଶରେ ପ୍ରାୟ ପାଞ୍ଚ କୋଟି ଆର୍ଥିକ ଅନଗ୍ରସରମାନଙ୍କ ବ୍ୟାଙ୍କ ଖାତା ଖୋଲାଯାଇଛି  । କାଠ ଧୂଆଁରୁ ମୁକ୍ତି ଦେବାପାଇଁ 80 ଲକ୍ଷରୁ ଅଧିକ ମହିଳାମାନଙ୍କୁ ବିନା ମୂଲ୍ୟରେ ସିଲିଣ୍ଡର ପ୍ରଦାନ କରାଗଲା  । କେବଳ ଏକ ଟଙ୍କା ପ୍ରତି ମାସରେ ଏବଂ 90 ପଇସା ପ୍ରତି ଦିନ ପ୍ରିମିୟମ ଉପରେ ଏକ କୋଟି 60 ଲକ୍ଷ ରୁ ଅଧିକ ଗରିବଙ୍କୁ ସୁରକ୍ଷା କବଚ ପ୍ରଦାନ କରାଗଲା  । ଏବେ ଆୟୁଷ୍ମାନ ଭାରତରେ ପ୍ରତି ଗରିବ ପରିବାରକୁ ବର୍ଷକୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ମୂଲ୍ୟରେ ଚିକିତ୍ସା ସୁନିଶ୍ଚିତ କରାଯାଇଛି  । କିଛି ଦିନ ପୂର୍ବେ ସରକାର କୃଷକମାନଙ୍କୁ ଦେଇଥିବା ପ୍ରତିଶୃତ ପୂରଣ କରିଥିଲେ  । ସରକାରଙ୍କ ଦ୍ୱାରା ଖରିଫ ଋତୁରେ 14 ଟି ଫସଲର ସର୍ବନିମ୍ନସହାୟକ ମୂଲ୍ୟ – MSP ରେ ବହୁ ପରିମାଣରେ ବୃଦ୍ଧି କରାଯାଇଛି  । ଧାନ ହେଉ, ମକ୍କା, ଜଅ, ବାଜରା, ହରଡ,ବିରି, ମୁଗ, ସୂର୍ଯ୍ୟମୂଖୀ, ସୋୟବିନ, ରାଶି ର ସହାୟକ ମୂଲ୍ୟରେ 200 ଟଙ୍କାରୁ 1800 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି  । ଅନେକ ଫସଲରେ ଶତ ପ୍ରତିଶତ କିମ୍ବା ଦୁଇଗୁଣ ପର୍ଯ୍ୟନ୍ତ ମୂଲ୍ୟ ପ୍ରଦାନ ପାଇଁ ନିଷ୍ପତ୍ତି କରାଯାଇଛି  ।

ବନ୍ଧୁଗଣ ଆମ ସରକାର ଦେଶର, ଦେଶର ନାଗରିକମାନଙ୍କର ଆବଶ୍ୟକତା କୁ ଦେଖି ଯୋଜନା ପ୍ରସ୍ତୁତ କରୁଛନ୍ତି, ନିଷ୍ପତ୍ତି ନେଉଛନ୍ତି  । ଏଭଳି ନିଷ୍ପତ୍ତି ଯାହାର ବର୍ଷ ବର୍ଷ ଧରି ଅପେକ୍ଷା କରାଯାଇଥିଲା, ଯାହାକୁ ପୂର୍ବ ସରକାରମାନେ କେବଳ ଫାଇଲରେ ରଖିଥିଲେ, ସେହିସବୁ ନିଷ୍ପତ୍ତି କରିବାର କାର୍ଯ୍ୟ ମଧ୍ୟ ଭାରତୀୟ ଜନତା ପାର୍ଟିର ନେତୃତ୍ୱରେ ଏନଡିଏ ସରକାର କରୁଛନ୍ତି  । ଆପଣମାନଙ୍କ ପ୍ରତିଟି ଆବଶ୍ୟକତା ପୂରା କରିବା କ୍ଷେତ୍ରରେ ଏହି ସରକାର ସଂପୂର୍ଣ୍ଣ ଭାବେ ସମ୍ବେଦନଶୀଳ । ଏଠାରେ ଏହି କ୍ଷେତ୍ରରେ ବନାରସୀ ଶାଢୀ ବ୍ୟବସାୟ ସହିତ ସଂଶ୍ଲିଷ୍ଟ ବୁଣାକାର ଭାଇ-ଭଉଣୀମାନେ ମଧ୍ୟ ଭଲଭାବରେ ଜାଣିରଖନ୍ତୁ ଯେ ସେମାନଙ୍କୁ ବିଗତ ସରକାର ଭୂଲିଯାଇଥିଲେ , କିନ୍ତୁ ଏହି ସରକାର ସେମାନଙ୍କ ପାଇଁ ଆଧୂନିକ ଯନ୍ତ୍ରପାତି, କମ ସୁଧ ହାରରେ ଋଣ ପ୍ରଦାନଠାରୁ ନୂତନ ବଜାର ସୃଷ୍ଟି କରିବା ପର୍ଯ୍ୟନ୍ତ କାର୍ଯ୍ୟ କରୁଛି  । ବନାରସରେ trade facilitation centre ବା ବାଣିଜ୍ୟ ସୁଗମ କେନ୍ଦ୍ର ପୂର୍ବ ବର୍ଷ ଆରମ୍ଭ ହୋଇଥିଲା  । ଏହି କେନ୍ଦ୍ର ଆପଣମାନେ ସମସ୍ତେ ବୁଣାକାର ଏବଂ ଶିଳ୍ପକାରମାନଙ୍କ ପାଇଁ ନୂତନ ଆଶା ନେଇ ଆସିଛି  । ଏହାଦ୍ୱାରା ପ୍ରତ୍ୟେକ ହସ୍ତଶିଳ୍ପୀ ଏବଂ ହାତ ତିଆରୀ ଡିଜାଇନଗୁଡିକୁ ପ୍ରୋତ୍ସାହନ ମିଳୁଛି  । ଯୋଗୀ ଆଦିତ୍ୟନାଥଙ୍କ ସରକାର ବସ୍ତ୍ରଶିଳ୍ପ ଉଦ୍ୟୋଗ ପାଇଁ ନୂତନ ନୀତି ପ୍ରଣୟନ କରିଛନ୍ତି । ଏଠାରେ ଯାହା ମଧ୍ୟ ଉତ୍ପାଦନ ହେଉଛି, ତାହାର ପ୍ରଚାର ପ୍ରସାର ଏବଂ ବଜାର ସୃଷ୍ଟି ପାଇଁରାଜ୍ୟ ସରକାର ଏକ ଜିଲ୍ଲା ଏକ ଉତ୍ପାଦ ସ୍କିମ (One District One Product Scheme) ଉପରେ କାର୍ଯ୍ୟକରୁଛନ୍ତି  ।

ଭାଇ ଓ ଭଉଣୀମାନେ, ଏଠାକାର କଳା ମୃତ୍ତିକା ର କଳା ଅନନ୍ୟ  । ମୁଁ ଯୋଗୀ ମହୋଦୟ ଏବଂ ତାଙ୍କ ଟିମକୁମୃଣ୍ମୟକଳା (ମୃତ୍ତିକାକଳା) ବୋର୍ଡ ଗଠନ କରିବା ପାଇଁ ନେଇଥିବା ନିଷ୍ପତ୍ତି ଯୋଗୁ ଶୁଭେଚ୍ଛା ଜଣାଉଛି, ଯାହା ପ୍ରଶଂସନୀୟ  । ଏହାଦ୍ୱାରା କେବଳ ଲକ୍ଷ ଲକ୍ଷ ନୂତନ ରୋଜଗାର ସୁଯୋଗ ସୃଷ୍ଟି ହେବା ସହିତ ଏକ କଳା ମଧ୍ୟ ଜୀବିତ ରହିପାରିବ  ।

ବନ୍ଧୁଗଣ, ଯେତେବେଳେ ଜନହିତ ଏବଂ ରାଷ୍ଟ୍ରହିତ ସର୍ବୋପରି ରଖାଯାଏ, ଯେତେବେଳେ ଗରିବର ଚିନ୍ତା କରି ତାର ଜୀବନକୁ ସରଳ ଓ ସୁନ୍ଦର କରିବା ଲକ୍ଷ୍ୟ ଉପରେ କାମ କରାଯାଏ, ସେତେବେଳେ ଏହିଭଳି ନିଷ୍ପତ୍ତି ନିଆଯାଏ  । ନ ହେଲେ କେବଳ କାଗଜରେ ହିଁ ଯୋଜନା ପ୍ରସ୍ତୁତ ହୁଏ ଏବଂ ଭାଷଣରେ ଭିତ୍ତିପ୍ରସ୍ତର ସ୍ଥାପନ ହୁଏ, ସେସବୁ କଥା ଆପଣମାନେ ଭଲରୂପେ ଜାଣିଛନ୍ତି, ଆପଣମାନେ ସେସବୁ ଦେଖିଛନ୍ତି  । ଉତ୍ତରପ୍ରଦେଶ ଏବଂ ଦେଶ ଏବେ କାର୍ଯ୍ୟ ସଂସ୍କୃତିରୁ ଅନେକ ଆଗକୁ ଅଗ୍ରସର ହୋଇସାରିଲାଣି  ।

ପୂର୍ବାଂଚଳର, ଉତ୍ତରପ୍ରଦେଶର ସମସ୍ତ ଭାଇ-ଭଉଣୀମାନଙ୍କୁ ଏହି ଆଧୂନିକ ଏକ୍ସପ୍ରେସୱେ କାର୍ଯ୍ୟ ଆରମ୍ଭ ହେବା ଯୋଗୁଁ ପୁଣି ଥରେ ଅନେକ ଅନେକ ଶୁଭେଚ୍ଛା ସହିତ ଆପଣମାନଙ୍କୁ ଅନେକ ଶୁଭକାମନା ଦେଉଛି  । ଆପଣମାନେ ଏତେ ସଂଖ୍ୟାରେ, ଏତେ ଗରମ ରେ, ଜନସମାଗମ ଶ୍ରଦ୍ଧାର ପ୍ରତୀକକୁ ଦର୍ଶାଉଛି  । ଆପଣମାନେ ଆଶୀର୍ବାଦ ଦେବାପାଇଁ ଆସିଥିଲେ, ମୁଁ ହୃଦୟର ସହିତ ଆପଣମାନଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି  ।

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PMVBRY creates 7 million jobs, 1 million workers get incentives: PM Modi

Media Coverage

PMVBRY creates 7 million jobs, 1 million workers get incentives: PM Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends birthday greetings to President of India, Smt. Droupadi Murmu
June 20, 2026

The Prime Minister, Shri Narendra Modi has extended warm birthday greetings to the President of India, Smt. Droupadi Murmu.

The Prime Minister said that her journey, marked by courage, simplicity, humility and unwavering commitment to public service, continues to inspire people across the country.

Shri Modi noted that through her many years in public life, the President has served the nation in an outstanding manner and has been especially passionate about the wellbeing of the underprivileged and marginalised.

The Prime Minister stated that her steadfast dedication to India’s development is very motivating.

Shri Modi prayed for her long and healthy life in the service of the nation and said that he looks forward to meeting her later in the day at a programme in Odisha.

The Prime Minister wrote on X;

“Warm birthday greetings to the President of India, Smt. Droupadi Murmu Ji. Her journey, marked by courage, simplicity, humility and unwavering commitment to public service, continues to inspire people across the country.

Through her many years in public life, she has served the nation in an outstanding manner, especially passionate about the wellbeing of the underprivileged and marginalised. Her steadfast dedication to India’s development is very motivating.

May she be blessed with a long and healthy life in the service of the nation. I look forward to meeting her later today at the programme in Odisha.

@rashtrapatibhvn”