ସେୟାର
 
Comments
Our aim is to reduce India's carbon footprint by 30-35% and increase the share of natural gas by 4 times : PM
Urges the youth of the 21st century to move forward with a Clean Slate
The one who accepts challenges, confronts them, defeats them, solves problems, only succeeds: PM Modi
The seed of success lies in a sense of responsibility: PM Modi
There is no such thing as ‘cannot happen’: PM Modi Sustained efforts bring results: PM Modi

ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୁପାନୀ ଜୀ, ପଣ୍ଡିତ ଦୀନ ଦୟାଲ ପେଟ୍ରୋଲିୟମ୍‌ ବିଶ୍ୱବିଦ୍ୟାଳୟ ବୋର୍ଡ଼ ଅଫ୍‌ ଗଭର୍ଣ୍ଣର୍ସର ଅଧ୍ୟକ୍ଷ ଶ୍ରୀ ମୁକେଶ ଅମ୍ବାନୀ ଜୀ, ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ଡି ରାଜଗୋପାଲନ ଜୀ, ଡାଇରେକ୍ଟର ଜେନେରାଲ ପ୍ରଫେସର ଏସ ସୁନ୍ଦର ମନୋହରନ ଜୀ, ଫାକଲ୍ଟି ସଦସ୍ୟଗଣ, ଅଭିଭାବକଗଣ ଏବଂ ମୋର ସମସ୍ତ ଯୁବ ସାଥୀବୃନ୍ଦ!

ପଣ୍ଡିତ ଦୀନ ଦୟାଲ ପେଟ୍ରୋଲିୟମ୍‌ ବିଶ୍ୱବିଦ୍ୟାଳୟର ଅଷ୍ଟମ ସମାବର୍ତ୍ତନ ସମାରୋହ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ବଧେଇ । ଯେଉଁ ସାଥୀ ଆଜି ଗ୍ରାଜୁଏଟ ହେବାକୁ ଯାଉଛନ୍ତି, ସେମାନଙ୍କ ଏବଂ ସେମାନଙ୍କର ମାତାପିତାମାନଙ୍କୁ ମଧ୍ୟ ମୋର ଅନେକ ଅନେକ ଶୁଭକାମନା! ଆଜି ଦେଶକୁ ଆପଣମାନଙ୍କ ଭଳି ଶିଳ୍ପସଂସ୍ଥାରେ କାର୍ଯ୍ୟକ୍ଷମ ଗ୍ରାଜୁଏଟ ମିଳିପାରୁଛି । ଆପଣମାନଙ୍କ  ପରିଶ୍ରମ ପାଇଁ, ଆପଣମାନେ ବିଶ୍ୱବିଦ୍ୟାଳୟରୁ ଯାହା କିଛି ଶିକ୍ଷାଲାଭ କରିଛନ୍ତି ସେଥି ପାଇଁ ସେଥିପାଇଁ ଆପଣମାନଙ୍କୁ ବହୁତ ଶୁଭକାମନା ଜ୍ଞାପନ କରୁଛି । ରାଷ୍ଟ୍ର ନିର୍ମାଣ ଭଳି ବିରାଟ ଲକ୍ଷ୍ୟକୁ ନେଇ ଆଜି ଆପଣମାନେ ଏଠାରୁ ପ୍ରସ୍ଥାନ କରିବାକୁ ଯାଉଛନ୍ତି, ସେହି ଲକ୍ଷ୍ୟସ୍ଥଳରେ ପହଞ୍ଚବା ସକାଶେ, ଆପଣମାନଙ୍କର ଏହି ନୂତନ ଯାତ୍ରା ନିମନ୍ତେ ମୋର ଶୁଭକାମନା ।

ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆପଣମାନେ ନିଜର କୌଶଳ, ନିଜର ଜ୍ଞାନ, ନିଜର ପେଶାଦାରୀ ମନୋଭାବ ଦ୍ୱାରା ଆତ୍ମନିର୍ଭର ଭାରତର ବହୁତ ବଡ଼ ଶକ୍ତି ଭାବେ ଉଭା ହୋଇପାରିବେ । ଆଜି ପିଡିପିୟୁ ସହିତ ସଂଶ୍ଳିଷ୍ଟ 5ଟି ପୃଥକ୍‌ ପୃଥକ୍‌ ପ୍ରକଳ୍ପର ମଧ୍ୟ ଶୁଭ ଉଦ୍ଘାଟନ ଏବଂ ଶିଳାନ୍ୟାସ ହୋଇଛି । ଏହି ନୂତନ ସୁବିଧାମାନ, ପିଡିପିୟୁକୁ ଦେଶର କେବଳ ଶକ୍ତି କ୍ଷେତ୍ର ପାଇଁ ନୁହେଁ, ଅପରନ୍ତୁ ପ୍ରଫେସନାଲ ଶିକ୍ଷା, କୌଶଳ ବିକାଶ ଏବଂ ଷ୍ଟାର୍ଟ ଅପ୍‌ ଇକୋସିଷ୍ଟମର ଏକ ବିଶେଷ କେନ୍ଦ୍ର ସୃଷ୍ଟି କରିବାକୁ ଯାଉଛି ।

ସାଥୀଗଣ,

ମୁଁ ଢ଼େର୍‌ ପୂର୍ବରୁ ପ୍ରାରମ୍ଭିକ ଅବସ୍ଥାରେ ହିଁ ଏହି ବିଶ୍ୱବିଦ୍ୟାଳୟର ବିଭିନ୍ନ ପ୍ରକଳ୍ପ ସହିତ ସଂଶ୍ଳିଷ୍ଟ ରହିଆସିଛି ଏବଂ ସେଥିପାଇଁ ମୋତେ ଏହା ଦେଖି ଖୁବ୍‌ ଖୁସି ଲାଗୁଛି ଯେ ଆଜି ପିଡିପିୟୁ କେବଳ ଦେଶର ନୁହେଁ ବରଂ ସମଗ୍ର ବିଶ୍ୱରେ ସୁଦ୍ଧା ନିଜର ଏକ ସ୍ଥାନ ସୃଷ୍ଟି କରିବାକୁ ଯାଉଛି, ନିଜର ପରିଚୟ ସୃଷ୍ଟି କରିବାକୁ ଯାଉଛି । ମୁଁ ଆଜି ଏଠାରେ ମୁଖ୍ୟ ଅତିଥି ଭାବେ ନୁହେଁ, ବରଂ ଆପଣମାନଙ୍କର ଏହି ମହାନ୍‌ ସଂକଳ୍ପର ଯେଉଁ ବିରାଟ ପରିବାର ସୃଷ୍ଟି ହୋଇଛି ସେହି ପରିବାରର ଏକ ସଦସ୍ୟ ଭାବେ ଆପଣମାନଙ୍କ ଗହଣକୁ ଆସି ଉପସ୍ଥିତ ହୋଇଛି ।

ଏବଂ ମୋତେ ଏହା ଦେଖି ବହୁତ ଗର୍ବ ଅନୁଭୂତ ହେଉଛି ଯେ ଏହି ବିଶ୍ୱବିଦ୍ୟାଳୟ ନିଜର ସମୟର ଢ଼େର୍‌ ଆଗକୁ ଅଗ୍ରଗତି କରିସାରିଛି । ଏପରି ଏକ ସମୟ ଥିଲା ଯେତେବେଳେ ଲୋକ ପ୍ରଶ୍ନ କରୁଥିଲେ ଯେ ଏଭଳି ଧରଣର ବିଶ୍ୱବିଦ୍ୟାଳୟ କେତେ ଆଗକୁ ବଢ଼ି ପାରିବ? କିନ୍ତୁ ଏଠାକାର ଛାତ୍ରମାନେ, ଶିକ୍ଷକ ବୃନ୍ଦ, ଏଠାରୁ ଶିକ୍ଷାଲାଭ ସମାପ୍ତ କରିଥିବା ପ୍ରଫେସନାଲମାନେ, ନିଜର କର୍ତ୍ତବ୍ୟ ଦ୍ୱାରା ଏହି ସକଳ ପ୍ରକାର ପ୍ରଶ୍ନର ଉତ୍ତର ଦେଇ ସାଇଛନ୍ତି ।

ବିଗତ ଦେଢ଼ ଦଶନ୍ଧି ମଧ୍ୟରେ ପିଡ଼ିପିୟୁ ‘ପେଟ୍ରୋଲିୟମ୍‌’ କ୍ଷେତ୍ର ସହିତ ସମଗ୍ର ଶକ୍ତି ଦୃଶ୍ୟପଟ୍ଟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ନିଜର ବିସ୍ତାର ବ୍ୟାପ୍ତ କରିସାରିଛି । ଏବଂ ପିଡ଼ିପିୟୁର ପ୍ରଗତିକୁ ଦେଖି ଆଜି ମୁଁ ଗୁଜରାଟ ସରକାରଙ୍କୁ ମଧ୍ୟ ଅନୁରୋଧ କରୁଛି ଯେ ଯେତେବେଳେ ମୁଁ ଏହି କାମ ଆରମ୍ଭ ବେଳେ ଚିନ୍ତା କରୁଥିଲି ସେତେବେଳେ ମୋ ମନରେ ଥିଲା ଯେ ପେଟ୍ରୋଲିୟମ୍‌ ବିଶ୍ୱବିଦ୍ୟାଳୟ, କାରଣ ଗୁଜରାଟ ପେଟ୍ରୋଲିୟମ୍‌ କ୍ଷେତ୍ରରେ ଆଗକୁ ବଢ଼ିବାକୁ ଚାହୁଁଥିଲା, କିନ୍ତୁ ଏବେ ଯେଉଁଭଳି ଭାବେ ଦେଶ ଏବଂ ବିଶ୍ୱର ଆବଶ୍ୟକତା ବୃଦ୍ଧି ପାଇଚାଲିଛି, ଯେଉଁ ପ୍ରକାର ଏହି ବିଶ୍ୱବିଦ୍ୟାଳୟ ନିଜର ରୂପ ଧାରଣ କରିଛି, ମୁଁ ଗୁଜରାଟ ସରକାରଙ୍କୁ ଅନୁରୋଧ କରିବି ଯେ ଯଦି କୌଣସି ପ୍ରକାର ଆଇନଗତ ଆବଶ୍ୟକତା ପଡ଼ୁଥିବ, ତେବେ ତାହାକୁ ପରିବର୍ତ୍ତନ କରି ଏହାକୁ କେବଳ ପେଟ୍ରୋଲିୟମ ବିଶ୍ୱବିଦ୍ୟାଳୟ ପରିବର୍ତ୍ତେ, ଉତ୍ତମ ହେବ ଏବେ ଏହାକୁ ଏକ ଶକ୍ତି ବିଶ୍ୱବିଦ୍ୟାଳୟ ଭାବେ ଏହାର ନାମ ପରିବର୍ତ୍ତନ କରନ୍ତୁ । କାରଣ, ଏହାର ରୂପ ଓ ଦାୟିତ୍ୱରେ ଢ଼େର୍‌ ବିସ୍ତାର ହେବାକୁ ଯାଉଛି । ଏବଂ ଆପଣମାନେ ଏତେ କମ୍‌ ସମୟ ଭିତରେ ଯେଉଁ ଜ୍ଞାନ ଓ ପ୍ରସିଦ୍ଧି ଅର୍ଜନ କରିଛନ୍ତି, ଯାହା ଦେଶକୁ ଉପହାର ଦେଇଛନ୍ତି, ସମ୍ଭବତଃ ଶକ୍ତି ବିଶ୍ୱବିଦ୍ୟାଳୟ ଭାବେ ଏହାର ବିସ୍ତାର ହେଲେ ଦେଶ ପାଇଁ ଏହା ବହୁତ ବଡ଼ ଲାଭ ହୋଇପାରିବ । ପେଟ୍ରୋଲିୟମ୍‌ ବିଶ୍ୱବିଦ୍ୟାଳୟର କଳ୍ପନା ମୋର ହିଁ ଥିଲା ଏବଂ ମୋହରି କଳ୍ପନା ବିସ୍ତାରିତ ହୋଇ, ମୁଁ ପେଟ୍ରୋଲିୟମ୍‌ ସ୍ଥାନରେ ସଂପୂର୍ଣ୍ଣ ଶକ୍ତି କ୍ଷେତ୍ରକୁ ଏଥି ସହିତ ଯୋଡ଼ିବା ନିମନ୍ତେ ଆପଣମାନଙ୍କୁ ଅନୁରୋଧ କରୁଛି । ଆପଣମାନେ ଏହା ଉପରେ ବିଚାର କରନ୍ତୁ ଏବଂ ଯଦି ଆପଣମାନଙ୍କୁ ମୋର ପ୍ରସ୍ତାବ ଉଚିତ ଲାଗେ, ତେବେ ତାହା ଉପରେ ଆପଣ ନିଷ୍ପତ୍ତି ଗ୍ରହଣ କରନ୍ତୁ ।

ସାଥୀଗଣ,

ଆଜି ଆପଣମାନେ ଏଭଳି ଏକ ସମୟରେ ଏହି ଶିଳ୍ପ କ୍ଷେତ୍ରରେ ପାଦ ଥାପୁଛନ୍ତି, ବିଶ୍ୱବିଦ୍ୟାଳୟରୁ ବାହାରି ଏହି ଶିଳ୍ପ ଦିଗରେ ଅଗ୍ରସର ହେଉଛନ୍ତି, ଯେତେବେଳେ ବୈଶ୍ୱିକ ମହାମାରୀ କରୋନା ଦ୍ୱାରା ପ୍ରଭାବିତ ହୋଇ ସମଗ୍ର ବିଶ୍ୱର ଶକ୍ତି କ୍ଷେତ୍ରରେ ମଧ୍ୟ ଅନେକ ପରିବର୍ତ୍ତନ ଘଟିଛି । ଏମିତିରେ ଆଜି ଭାରତର ଶକ୍ତି କ୍ଷେତ୍ର ବିକାଶ ପଥରେ ଆଗେଇ ଚାଲିଛି, ଉଦ୍ୟମିତାର ମନୋଭାବ ନେଇ, ନିଯୁକ୍ତିର ଅସୀମ ସମ୍ଭାବନା ରହିଛି । ଅର୍ଥାତ୍‌, ଆପଣମାନେ ସମସ୍ତେ ଉଚିତ ସମୟରେ, ଉଚିତ ସେକ୍ଟରରେ ପାଦ ଥାପିଛନ୍ତି, ପହଞ୍ଚôଛନ୍ତି । ଏହି ଦଶକରେ କେବଳ ତୈଳ ଏବଂ ବାଷ୍ପ କ୍ଷେତ୍ରରେ ହିଁ ଲକ୍ଷ ଲକ୍ଷ କୋଟି ଟଙ୍କାର ନିବେଶ ହେବାକୁ ଯାଉଛି । ସେଥିପାଇଁ ଆପଣମାନଙ୍କ ନିମନ୍ତେ ଗବେଷଣା ଠାରୁ ନେଇ ଉତ୍ପାଦନ ପର୍ଯ୍ୟନ୍ତ ପର୍ଯ୍ୟପ୍ତ ଅବସରର ସୁଯୋଗ ରହିଛି । ଆପଣମାନଙ୍କ ସମ୍ମୁଖରେ କେବଳ ସୁଯୋଗ ହିଁ ସୁଯୋଗ ।

ସାଥୀଗଣ,

ଆଜି ଦେଶ ନିଜର କାର୍ବନ ଫୁଟପ୍ରିଣ୍ଟକୁ 30ରୁ 35 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବା ଲକ୍ଷ୍ୟ ନେଇ ଆଗକୁ ଅଗ୍ରସର ହେଉଛି । ବିଶ୍ୱ ସମ୍ମୁଖକୁ ଯେତେବେଳେ ମୁଁ ଏହି ପ୍ରସଙ୍ଗକୁ ନେଇ ଯାଇଥିଲି ସେତେବେଳେ ବିଶ୍ୱ ଏଥିପ୍ରତି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲା ଯେ ଭାରତ କ’ଣ ସତରେ ଏହା କରିପାରିବା ସମ୍ଭବ? ପ୍ରୟାସ ଏହା ରହିଛି ଯେ ଏହି ଦଶକରେ ଆମର ଶକ୍ତି ଆବଶ୍ୟକତାରେ ପ୍ରାକୃତିକ ବାଷ୍ପର ଅଂଶକୁ ଆମେ 4 ଗୁଣ ପର୍ଯ୍ୟନ୍ତ ବୃଦ୍ଧି କରିବୁ । ଦେଶର ତୈଳ ବିଶୋଧନାଗାରମାନଙ୍କର ଦକ୍ଷତାକୁ ଆମେ ଆଗାମୀ ପାଞ୍ଚ ବର୍ଷ ଭିତରେ ପାଖାପାଖି ଦୁଇଗୁଣ କରିବା ନିମନ୍ତେ ପ୍ରୟାସ ଆରମ୍ଭ କରାଯାଇଛି । ଏଥିରେ ମଧ୍ୟ ଆପଣମାନଙ୍କ ସମସ୍ତଙ୍କ ଲାଗି ଅନେକ ସମ୍ଭାବନା ଭରି ରହିଛି । ଦେଶର ଶକ୍ତି ନିରାପତ୍ତା ସହିତ ସଂଶ୍ଳିଷ୍ଟ ଷ୍ଟାର୍ଟ ଅପ୍‌ ଇକୋସିଷ୍ଟମକୁ ମଜଭୁତ କରିବା ସକାଶେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ ଜାରି ରହିଛି । ଏହି କ୍ଷେତ୍ରରେ ଆପଣମାନଙ୍କ ଭଳି ଛାତ୍ର ଏବଂ ପ୍ରଫେସନାଲମାନଙ୍କ ଲାଗି ଏକ ବିଶେଷ ପାଣ୍ଠି ମଧ୍ୟ ଗଠନ କରାଯାଇଛି । ଯଦି ଆପଣମାନଙ୍କ ନିକଟରେ କୌଣସି ନୂତନ ଚିନ୍ତାଧାରା ଅଛି, କୌଣସି ଉତ୍ପାଦ ରହିଛି ଅବା କୌଣସି କନସେପ୍ଟ ଅଛି, ଯାହାକୁ ଆପଣ ଇନକୁବେଟ କରିବାକୁ ଚାହାନ୍ତି, ତେବେ ଏହି ପାଣ୍ଠି ଆପଣମାନଙ୍କ ନିମନ୍ତେ ଏକ ଉତ୍ତମ ସୁଯୋଗ ସୃଷ୍ଟି କରିବ, ଏହା ତ ସରକାରଙ୍କ ତରଫରୁ ଏକ ଉପହାର ବୋଲି କୁହାଯାଇପାରିବ ।

ଏମିତିରେ ତ ମୋର ବିଶ୍ୱାସ ହେଉଛି ଯେ ଆଜି ଯେତେବେଳେ ମୁଁ ଆପଣମାନଙ୍କ ସହିତ ଏଭଳି ଆଲୋଚନା କରୁଛି ତ କିଛି ମାତ୍ରାରେ ଚିନ୍ତା ତ ରହିଛି । ଆପଣମାନେ ଚିନ୍ତା କରୁଥିବେ ଯେ କରୋନ ମହାମାରୀର ସମୟ, କିଏ ଜାଣେ କେତେବେଳେ ଏହା ଠିକ୍‌ ହେବ । ଏବଂ ସେଥିରେ ଆପଣମାନଙ୍କ ମନରେ ଯେଉଁ ଚିନ୍ତା ଅବା ଆଶଙ୍କା ଆସୁଛି ତାହା ଘଟିବା ସ୍ୱାଭାବିକ । ଏଭଳି ଏକ ସମୟରେ ଆପଣମାନେ ଗ୍ରାଜୁଏଟ ହେଉଛନ୍ତି ଯେତେବେଳେ ସମଗ୍ର ବିଶ୍ୱ ଏତେ ବଡ଼ ସଂକଟ ସହିତ ସଂଗ୍ରାମ କରିଚାଲିଛି । ଏହା କୌଣସି ସାଧାରଣ କଥା ନୁହେଁ । କିନ୍ତୁ ଆପଣମାନେ ସ୍ମରଣ ରଖନ୍ତୁ, ଆପଣମାନଙ୍କ ଶକ୍ତି, ଆପଣମାନଙ୍କ କ୍ଷମତା ଏହି ସଂକଟ ଓ ଚାଲେଞ୍ଜ ସେହି ବିପଦ ଠାରୁ ଅନେକ ଗୁଣ ଅଧିକ । ଏହି ବିଶ୍ୱାସକୁ ମନରୁ କେବେ ଦୂରେଇ ଦେବନାହିଁ ।

ସମସ୍ୟା କ’ଣ? ଏହା ଠାରୁ ମହତ୍ତ୍ୱପୂର୍ଣ୍ଣ କଥାଟି ହେଲା ଏହାଯେ ଆପଣମାନଙ୍କ ଉଦ୍ଦେଶ୍ୟ କ’ଣ? ଆପଣମାନଙ୍କର ପସନ୍ଦ ଓ ଅଗ୍ରାଧିକାର କ’ଣ ଓ ଆପଣମାନଙ୍କର ଯୋଜନା କ’ଣ? ତେଣୁ ସେଥିପାଇଁ ଏହା ଜାଣିବା ଜରୁରି ଯେ ଯେତେବେଳେ ଆପଣମାନଙ୍କ ନିକଟଯେ ଏକ ଉଦ୍ଦେଶ୍ୟ ଏବଂ ଅଗ୍ରାଧିକାର ସ୍ଥିରୀକୃତ ହୋଇ ରହିଛି ଏବଂ ସେଥିପାଇଁ ଆପଣମାନେ ଉପଯୁକ୍ତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରି ରଖିଛନ୍ତି ସେତେବେଳେ ଆପଣମାନଙ୍କ ଲାଗି କୌଣସି ସମସ୍ୟା ନାହିଁ । କାରଣ ଏକଥା ନୁହେଁ ଯେ ଆପଣମାନେ ନିଜ ନିଜ ଜୀବନରେ ପ୍ରଥମ ଥର ପାଇଁ କୌଣସି ସମସ୍ୟାର ସାମ୍ନା କରୁଛନ୍ତି । ଏଭଳି ନୁହେଁ ଯେ ଏଭଳି ସଂକଟ ଆପଣମାନଙ୍କ ପାଇଁ ଶେଷ ସଂକଟ ହେବ । ଏହା ନୁହେଁ ଯେ ସଫଳ ବ୍ୟକ୍ତିଙ୍କ ଜୀବନରେ କୌଣସି ସମସ୍ୟା କିମ୍ବା ଚାଲେଞ୍ଜ ନଥାଏ ଓ ସେମାନେ ତାହାକୁ ସ୍ୱୀକାର କରିନଥାନ୍ତି । ଯେଉଁମାନେ ବିପଦର ସାମ୍ନା କରିଥାନ୍ତି. ଯେଉଁମାନେ ବିପଦକୁ ହରାଇଥାନ୍ତି, ସମସ୍ୟାମାନଙ୍କର ସମାଧାନ କରିଥାନ୍ତି, ଜୀବନରେ କେବଳ ସେଇମାନେ ହିଁ ସଫଳ ହୋଇଥାନ୍ତି । କୌଣସି ସଫଳ ବ୍ୟକ୍ତିଙ୍କ ଜୀବନକୁ ଭଲ ଭାବେ ନିରୀକ୍ଷଣ କରନ୍ତୁ, ପ୍ରତ୍ୟେକ ସମସ୍ୟାକୁ ସେମାନେ କିଭଳି ଭାବେ ମୁକାବିଲା କରନ୍ତି ଓ ଆଗକୁ ଅଗ୍ରସର ହୁଅନ୍ତି ।

ସାଥୀଗଣ,

ଯଦି ଆପଣ ଆଜକୁ ଶହେ ବର୍ଷ ପୂର୍ବର ସମୟକୁ ଚିନ୍ତା କରିବେ,ଏବଂ ମୁଁ ଚାହିଁବି ଯେ ଆଜି ମୋ ଦେଶର ଯୁବପିଢ଼ି ଏହି କାଳଖଣ୍ଡକୁ ସ୍ମରଣ କରନ୍ତୁ ଯେ ଶହେ ବର୍ଷ ପୂର୍ବେ ଆମେ କିଭଳି ଅବସ୍ଥାରେ ଥିଲୁ । ଆଜି ଆମେ 2020 ମସିହାରେ ବଞ୍ଚୁଛେ, ଚିନ୍ତା କରି ଦେଖନ୍ତୁ, ଆଜି 2020 ମସିହାରେ ଆପଣମାନେ ଯେଉଁ ବୟସରେ ଅଛନ୍ତି, 1920 ମସିହାରେ ଯେଉଁମାନେ ଆପଣମାନଙ୍କ ବୟସର ଥିଲେ ସେମାନଙ୍କର ସ୍ୱପ୍ନ କ’ଣ ଥିଲା? 1920 ମସିହାରେ ଯେଉଁମାନେ ଆପଣଙ୍କ ବୟସର ଥିଲେ ସେମାନଙ୍କର ମାନସିକ ସାମର୍ଥ୍ୟ କ’ଣ ଥିଲା, ସେମାନଙ୍କର ଚିନ୍ତାଧାରା କ’ଣ ଥିଲା? ଥରେ ସେହି ଶହେ ବର୍ଷ ପୂର୍ବର ପୁରୁଣା ଇତିହାସ ଉପରେ ନଜର ପକାନ୍ତୁ । ସ୍ମରଣ କରନ୍ତୁ ଯେ 1920ରେ ଆରମ୍ଭ କରାଯାଇଥିଲା ସମୟ ଭାରତର ସ୍ୱାଧୀନତା ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଥିଲା ।

ଏମିତିରେ ତ ସ୍ୱାଧୀନତାର ସଂଗ୍ରାମ ପରାଧୀନତାର କାଳଖଣ୍ଡରେ କିଛି ବର୍ଷ ଏମିତି ନଥିଲା ଯେତେବେଳେ  ସ୍ୱାଧୀନତାର ସଂଗ୍ରାମ ଲଢ଼ା ଯାଇନଥିଲା । 1857 ମସିହାର ସ୍ୱତନ୍ତ୍ରତା ସଂଗ୍ରାମ ଏହାର ଏକ ଟର୍ଣ୍ଣିଂ ପଏଣ୍ଟ୍‌ ଭାବେ ଧରାଯାଇଥିଲା କିନ୍ତୁ 1920 ମସିହା ଠାରୁ ନେଇ 1947 ମସିହାର ଯେଉଁ କାଳଖଣ୍ଡ ଥିଲା ତାହା ସଂପୂର୍ଣ୍ଣ ରୂପେ ଭିନ୍ନ ଥିଲା । ଆମକୁ ସେହି ସମୟରେ ଏତେ ଘଟଣାବଳୀ ଦେଖିବାକୁ ମିଳେ, ଦେଶର ପ୍ରତ୍ୟେ କୋଣ ଅନୁକୋଣ ହୋଇଥାଉ, ସହର ହୋଇଥାଉ, ପଢ଼ା ଲେଖା ହୋଇଥାଉ, ଧନୀ ହୋଇଥାନ୍ତୁ, ଗରିବ ହୋଇଥାନ୍ତୁ, ପ୍ରତ୍ୟେକ ବର୍ଗର ଲୋକ ସ୍ୱାଧୀନତାର ସଂଗ୍ରାମରେ ସିପାହୀ ପାଲଟି ଯାଇଥିଲେ । ଲୋକମାନେ ଏକଜୁଟ ହୋଇ ଯାଇଥିଲେ । ନିଜ ଜୀବନର ସ୍ୱପ୍ନକୁ ଲୋକମାନେ ଜଳାଞ୍ଜଳି ଦେଇ ଦେଇଥିଲେ ଏବଂ ସଂକଳ୍ପ ନେଇଥିଲେ ଦେଶକୁ ସ୍ୱାଧୀନ କରିବେ । ଏବଂ ଆମେ ଦେଖିଛେ 1920 ଠାରୁ 1947 ମସିହା ପର୍ଯ୍ୟନ୍ତ ଆମର ଯୁବପିଢ଼ି କିଭଳି ଥିଲେ ଯେଉଁମାନେ ନିଜର ସବୁକିଛି ବାଜି ଲଗାଇ ଦେଇଥିଲେ । ଆଜି ଅନେକ ଥର ଆମେ ସେତେବେଳର ଯୁବ ପିଢ଼ି ପ୍ରତି ଈର୍ଷାନ୍ୱିତ ହୋଇଥାଏ । ସମ୍ଭବତଃ ବେଳେବେଳେ ମନରେ ଏଭଳି ଧାରଣା ହେଉଥିବ । ମୋର ଜନ୍ମ 1920ରୁ 1947ର କାଳଖଣ୍ଡ ମଧ୍ୟରେ ହୋଇଥାନ୍ତା କି, ମୁଁ ମଧ୍ୟ ଦେଶ ପାଇଁ ଭଗତସିଂହ ହୋଇ ପାରିଥାନ୍ତି ଓ ସଂଗ୍ରାମ କରିଥାନ୍ତି । ଆମେ ଏଭଳି ସ୍ମରଣ କରିଥାଏ । କିନ୍ତୁ ବନ୍ଧୁଗଣ, ଆମକୁ ସେତେବେଳେ ଦେଶ ପାଇଁ ପ୍ରାଣବଳି ଦେବାର ସୁଯୋଗ ମିଳିନଥିଲା, ଆଜି ଆମକୁ ଦେଶ ପାଇଁ ବଞ୍ଚିବାର ସୁଯୋଗ ମିଳିଛି ।

ସେତେବେଳର ଯୁବପିଢ଼ି ନିଜର ସବୁକିଛି ଦେଶ ପାଇଁ ସମର୍ପିତ କରି, କେବଳ ଗୋଟିଏ ଲକ୍ଷ୍ୟ ସିଦ୍ଧି ନିମନ୍ତେ କାର୍ଯ୍ୟ କରୁଥିଲେ ଏବଂ ସେ ଲକ୍ଷ୍ୟ କ’ଣ ଥିଲା- ଭାରତର ସ୍ୱାଧୀନତା । ମା’ ଭାରତୀକୁ କିଭଳି ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରାଯାଇପାରିବ ଏବଂ ସେଥିରେ ଅନେକ ଧାରା ଥିଲା । ଭିନ୍ନ ଭିନ୍ନ ବିଚାରଧାରାର ଲୋକ ଥିଲେ । ତାହା ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱ ହୋଇଥାଉ, ତାହା ସୁଭାଷ ବାବୁଙ୍କ ନେତୃତ୍ୱ ହୋଇଥାଉ, ତାହା ଭଗତ ସିଂହ, ସୁଖଦେବ, ରାଜଗୁରୁଙ୍କ ନେତୃତ୍ୱ ହୋଇଥାଉ, ତାହା ବୀର ସଭରକରଙ୍କ ନେତୃତ୍ୱ ହୋଇଥାଉ; ପ୍ରତ୍ୟେକଙ୍କର ଧାର ଭିନ୍ନ ଭିନ୍ନ ହୋଇଥାଇପାରେ, ମାର୍ଗ ପୃଥକ୍‌ ହୋଇଥାଇପାରେ, ରାସ୍ତା ପୃଥକ୍‌ ହୋଇଥାଇକାରେ, କିନ୍ତୁ ଲକ୍ଷ୍ୟ ଏକ ଥିଲା- ମା’ ଭାରତୀଙ୍କ ମୁକ୍ତି ।

କଶ୍ମୀର ଠାରୁ ନେଇ କଳାପାଣି ପର୍ଯ୍ୟନ୍ତ, ପ୍ରତ୍ୟେକ କାଳ କୋଠରୀରେ, ପ୍ରତ୍ୟେକ ଫାଶୀର ଫନ୍ଦାରେ ଗୋଟିଏ ସ୍ୱର ହିଁ ଗୁଂଜରିତ ହେଉଥିଲା, ପ୍ରତ୍ୟେକ ଦ୍ୱାରଦେଶରୁ ଗୋଟିଏ ସ୍ୱର ଶୁଭୁଥିଲା, ଫାଶୀ ରଶି ଗୋଟିଏ କଣ୍ଠର ସ୍ୱରରେ ଗୁଂଜରିତ ହେଉଥିଲା । ଏବଂ ସେ ସ୍ୱର ଥିଲା, ସେ ସଂକଳ୍ପ ଥିଲା ,ସେ ଜୀବନର ସ୍ପର୍ଦ୍ଧା ଥିଲା- ମା’ ଭାରତୀର ମୁକ୍ତି ।

ମୋର ପ୍ରିୟ ଯୁବ ସାଥୀଗଣ,

ଆଜି ଆମେ ସେଭଳି ପରିସ୍ଥିତିରେ ନାହୁଁ, କିନ୍ତୁ ଆଜି ମଧ୍ୟ ମାତୃଭୂମିର ସେବା ପାଇଁ ଆମମାନଙ୍କ ନିକଟରେ ସେହିଭଳି ଅବସର ଭରପୂର ରହିଛି । ଯଦି ସେତେବେଳର ଯୁବପିଢ଼ି ନିଜର ସ୍ୱର ଦେଶର ସ୍ୱାଧୀନତା ପାଇଁ ସମର୍ପିତ କରିଥିଲେ ତେବେ ଆମେମାନେ ଆତ୍ମନିର୍ଭର ଭାରତ ପାଇଁ କାହିଁକି ଜୀବନ ବଞ୍ଚିବା ଶିଖିପାରିବା ନାହିଁ? ହଁ, ଆମେମାନେ ନିଶ୍ଚୟ ଏଭଳି ଜୀବନ ବଞ୍ଚି ଅନ୍ୟମାନଙ୍କୁ ଶିକ୍ଷା ଓ ପ୍ରେରଣା ଯୋଗାଇ ପାରିବା । ଆଜି ଆମେ ଆତ୍ମନିର୍ଭର ଭାରତ ନିର୍ମାଣ ନିମନ୍ତେ ନିଜେ ନିଜେ ଗୋଟିଏ ଗୋଟିଏ ଆନ୍ଦୋଳନରେ ପରିଣତ ହୋଇପାରୁଛେ, ଗୋଟିଏ ଆନ୍ଦୋଳନର ସିପାହୀ ବନିପାରୁଛେ, ଗୋଟିଏ ଆନ୍ଦୋଳନର ନେତୃତ୍ୱ ନେଇ ପାରୁଛେ । ଆଜି ଆମେମାନେ ଆତ୍ମନିର୍ଭର ଭାରତ ସକାଶେ ପ୍ରତ୍ୟେକ ଭାରତୀୟଙ୍କୁ ବିଶେଷ କରି ମୋର ଯୁବ ସାଥୀମାନେ, ଅପେଣମାନଙ୍କ ଠାରୁ ମୋର ସେହିଭଳି ପ୍ରତୀକ୍ଷା ରହିଛି, ଆମେ ନିଜେ ନିଜକୁ ସେହି କାର୍ଯ୍ୟରେ ସଂପୂର୍ଣ୍ଣ ରୂପେ ନିୟୋଜିତ, ସମର୍ପିତ କରିପାରିବା ।

ଆଜିର ଭାରତ, ପରିବର୍ତ୍ତନର ଏକ ବିରାଟ ପର୍ଯ୍ୟାୟ ମଧ୍ୟ ଦେଇ ଗତି କରୁଛି । ଆପଣମାନଙ୍କ ନିକଟରେ ବର୍ତ୍ତମାନର ସହିତ ଭବିଷ୍ୟତର ଭାରତର ନିର୍ମାଣ କରିବାର ମଧ୍ୟ ଢ଼େର ଅବସର ଏବଂ ଦାୟିତ୍ୱ ରହିଛି । ଆପଣମାନେ ଥରେ ଚିନ୍ତାକରି ଦେଖନ୍ତୁ, ଏହା କିଭଳି ସ୍ୱର୍ଣ୍ଣିମ କାଳଖଣ୍ଡରେ ଆପଣମାନେ ରହିଛନ୍ତି । ଆପଣମାନେ ହୁଏତ ଏକଥା ଚିନ୍ତା କରିନଥାଇ ପାରନ୍ତି ଯେ ସ୍ୱତନ୍ତ୍ରତାର 75ତମ ବର୍ଷ 2022 ମସିହାରେ ପାଳିତ ହେବାକୁ ଯାଉଛି ଏବଂ ଭାରତର ସ୍ୱାଧୀନତାର 100 ବର୍ଷ 1947 ମସିହାରେ ପାଳିତ ହେବ । ଏହାର ଅର୍ଥ ହେଲା, ଆପଣମାନଙ୍କ ଜୀବନର ଆଗାମୀ 25 ବର୍ଷ ଅତୀବ ମହତ୍ତ୍ୱପୂର୍ଣ୍ଣ ସମୟ । ଦେଶର ଏହି ଗୁରୁତ୍ୱପୂର୍ଣ୍ଣ 25 ବର୍ଷ ଏବଂ ଆପଣମାନଙ୍କ ପାଇଁଏହି ମହତ୍ତ୍ୱପୂର୍ଣ୍ଣ 25 ବର୍ଷକୁ ଏକାକାର କରିବାକୁ ପଡ଼ିବ । ସେଥିରେ ସମନ୍ୱୟ ଆଣିବାକୁ ହେବ । ଏଭଳି ସୌଭାଗ୍ୟ ସମ୍ଭବତଃ କାହାକୁ ମିଳିନଥିବ ଯାହା ଆପଣମାନଙ୍କୁ ଏବେ ମିଳିବାକୁ ଯାଉଛି ।

ଆପଣମାନେ ଦେଖନ୍ତୁ, ଜୀବନରେ ସେହି ଲୋକମାନେ ସଫଳତା ହାସଲ କରିଥାନ୍ତି, ସେହି ଲୋକମାନେ କିଛି କରି ଦେଖାଇବାକୁ ସକ୍ଷମ ହୋଇଥାନ୍ତି ଯେଉଁମାନଙ୍କ ଜୀବନରେ ଦାୟିତ୍ୱବୋଧର ମାନସିକତାର ଭାବନା ଥାଏ । ସଫଳତାର ସବୁଠାରୁ ବଡ଼ ଶୁଭାରମ୍ଭ, ଏହାର ପୁଞ୍ଜି ହେଉଛି ଦାୟିତ୍ୱବୋଧ । ଏବଂ ଯଦି ଏହାକୁ ଅତି ସୂକ୍ଷ୍ମ ଭାବେ ଏହାକୁ ଆପଣମାନେ ତର୍ଜମା କରି ଦେଖିବେ ଆପଣଙ୍କ ଦୃଶ୍ୟ ହେବଯେ ଯେଉଁ ଲୋକମାନେ ଜୀବନରେ ବିଫଳ ହୋଇଛନ୍ତି ସେମାନଙ୍କ ଜୀବନକୁ ମଧ୍ୟ ନିରୀକ୍ଷଣ କରନ୍ତୁ, ଆପଣମାନଙ୍କ ସାଙ୍ଗସାଥୀଙ୍କ ଜୀବନକୁ ଉଣ୍ଡନ୍ତୁ, ଦେଖିବେ, ଏହାର ଏକମାତ୍ର କାରଣ ହେବ,ସେମାନଙ୍କ ମନରେ ଦାୟିତ୍ୱବୋଧ ପରିବର୍ତ୍ତେ ବୋଝ ମୁଣ୍ଡାଇବାର ମାନସିକତା ଭରି ରହିଛି । ସେଇ ବୋଝ ସେମାନଙ୍କ ମୁଣ୍ଡକୁ ତଳକୁ କରି ଦେଉଛି ।

ଦେଖନ୍ତୁ ବନ୍ଧଗଣ, ଦାୟିତ୍ୱବୋଧର ମାନସିକତା ଓ ଭାବନା ବ୍ୟକ୍ତିର ଜୀବନରେ ସୁଯୋଗର ଅବସରକୁ ଜନ୍ମ ଦେଇଥାଏ । ତାଙ୍କର ମାର୍ଗରେ କୌଣସି ପ୍ରତିବନ୍ଧକ ଆସିବା ପରିବର୍ତ୍ତେ ସେମାନେ ଏହାକୁ ସୁଯୋଗ ବୋଲି ଗ୍ରହଣ କରିଥାନ୍ତି । ଯେଉଁ ବ୍ୟକ୍ତିର ମନରେ ଦାୟିତ୍ୱବୋଧର ଭାବନା ଭରି ରହିଛି, ସେ ଜୀବନର ପ୍ରକୃତ ଉଦ୍ଦେଶ୍ୟ କ’ଣ ତାହା ଉତ୍ତମ ରୂପେ ଜାଣିଛନ୍ତି ଏବଂ ସେହି ଭାବନାରେ ନିଜକୁ ଅଭିମନ୍ତ୍ରିତ କରିଛନ୍ତି । ସେମାନଙ୍କ ମନରେ କୌଣସି ପ୍ରକାର ପରସ୍ପର ବିରୋଧୀ ଭାବନା ରହିବା ଅନୁଚିତ । ନିଜ ଚିନ୍ତନରେ କୌଣସି ପ୍ରକାର ସଂଘର୍ଷ ରହିବା ସ୍ପୃହଣୀୟ ନୁହେଁ । ଦାୟିତ୍ୱବୋଧ ଏବଂ ଜୀବନର ଉଦ୍ଦେଶ୍ୟ ଏଭଳି ଦୁଇଟି ଧାରଣ ଯାହା ଉପରେ ଆପଣଙ୍କ ସଂକଳ୍ପର ଗାଡ଼ି ଦ୍ରୁତ ବେଗରେ ଆଗକୁ ଧାବମାନ ହୋଇପାରେ, ଦୌଡ଼ି ପାରେ ।

ତେଣୁ ମୋର ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ ଯେ ଆପଣମାନଙ୍କ ଭିତରେ ଗୋଟିଏ ଦାୟିତ୍ୱବୋଧ ନିଶ୍ଚିତ ଭାବେ ରଖନ୍ତୁ । ସେହି ଦାୟିତ୍ୱବୋଧ, ଦେଶ ପାଇଁ ହୋଇଥାଉ, ଦେଶର ଆବଶ୍ୟକତା ପୂରଣ ନିମନ୍ତେ ହୋଇଥିବା ଆବଶ୍ୟକ । ଆଜି ଦେଶ ଅନେକ ସେକ୍ଟରରେ ଅତି କ୍ଷିପ୍ର ବେଗରେ ଆଗକୁ ଧାବମାନ । ସାଥୀଗଣ,

ଇଚ୍ଛାର ଅସୀମ ଆକାଶରେ ସଂକଳ୍ପର ଶକ୍ତି ଅମାପ ହୋଇଥାଏ । ଆପଣମାନଙ୍କୁ ଜୀବନରେ ଅନେକ କାର୍ଯ୍ୟ ସଂପାଦନ କରିବାର ଅଛି, ଦେଶ ପାଇଁ ଅନେକ କିଛି ହାସଲ କରିବାର ଅଛି । କିନ୍ତୁ ଆପଣମାନଙ୍କ ସଂକଳ୍ପ, ଆପଣମାନଙ୍କ ଲକ୍ଷ୍ୟ, ବିଭାଜିତ, ବିକ୍ଷିପ୍ତ ହୋଇନଥିବା ଉଚିତ । ଯଦି ଆପଣମାନଙ୍କ ଲକ୍ଷ୍ୟ ଛୋଟ ଛୋଟ ଖଣ୍ଡରେ ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିବ ତେବେ ଲକ୍ଷ୍ୟ ହାସଲ କରିବା କଷ୍ଟକର ହୋଇଯିବ । ଆପଣମାନେ ପ୍ରତିବଦ୍ଧତାର ସହିତ ଆଗକୁ ଅଗ୍ରସର ହୁଅନ୍ତୁ, ଆପଣ ନିଜେ ହେଉଛନ୍ତି ଶକ୍ତିର ଏକ ଅମାପ ଭଣ୍ଡାର । ତାହା ଆପଣମାନେ ସଭିଏଁ ନିଜ ଭିତରେ ହିଁ ଉପଲବ୍ଧି କରିବେ । ପ୍ରତ୍ୟେକ ବ୍ୟକ୍ତିଙ୍କ ଭିତରେ ଈଶ୍ୱର ଶକ୍ତିର ଏକ ଭଣ୍ଡାର ମହଜୁଦ ରଖିଛନ୍ତି । ତାହା ଆପଣମାନଙ୍କୁ ଦୌଡ଼ାଇବ, ନୂଆ ନୂଆ ଚିନ୍ତାଧାରା ପ୍ରଦାନ କରିବ, ନୂତନ ଶୀର୍ଷରେ ପହଞ୍ଚାଇବ । ଏବଂ ଗୋଟିଏ କଥା ଆପଣମାନଙ୍କୁ ସଦାବେଳେ ସ୍ମରଣ ରଖିବାକୁ ହେବ । ଆଜି ଆମେ ଯାହା ବି ହୋଇଛେ, ଯେଉଁଠି ପହଞ୍ଚôଛେ, ଥରେ ନିଜ ମନକୁ ପଚାରି ଦେଖନ୍ତୁ, କ’ଣ ଆପଣମାନେ ଏଥିପାଇଁ ଏଠାରେ ପହଞ୍ଚିଛନ୍ତି ଯେ ଆପଣ ପରୀକ୍ଷାରେ ଉତ୍ତମ ମାର୍କ ପାଇଥିବା କାରଣରୁ ତାହା ପ୍ରାପ୍ତ ହୋଇଛି? କ’ଣ ଏ ସଫଳତା ଏଇଥିପାଇଁ ମିଳିଛି ଯେ ଆପଣମାନଙ୍କ ମାତାପିତାଙ୍କ ପାଖରେ ଢ଼େର୍‌ ଅର୍ଥ ଥିଲା, କ’ଣ ଏଇଥିପାଇଁ ପହଞ୍ଚôପାରିଛେ ଯେ ଆପଣମାନଙ୍କ ନିକଟରେ ପ୍ରତିଭା ଭରପୂର ଥିଲା? ଠିକ୍‌ ଅଛି, ଏସବୁ କଥାର ଯୋଗଦାନ ଅବଶ୍ୟ ରହିଥାଇପାରେ, କିନ୍ତୁ ଯଦି ଏଭଳି ଚିନ୍ତା ଆମ ମନରେ ଥାଏ ତେବେ ସେଭଳି ଚିନ୍ତା ଅଧୁରା । ଆଜି ଆମେ ଯେଉଁଠି ରହିଛେ, ଆମମାନଙ୍କ ଆଖପାଖରେ ରହୁଥିବା ଲୋକମାନଙ୍କର ମଧ୍ୟ ସେଥିରେ ଯୋଗଦାନ ରହିଛି, ସମାଜର ଯୋଗଦାନ ଅଛି, ଦେଶର ଯୋଗଦାନ ଅଛି, ଦେଶର ଦରିଦ୍ରରୁ ଦରିଦ୍ରତମ ଲୋକଙ୍କର ମଧ୍ୟ ଏଥିରେ ସହଯୋଗ ଓ ଯୋଗଦାନ ରହିଛି । ସେଇଥିପାଇଁ ଆମେ ଆଜି ଏଭଳି ସ୍ଥିତିରେ ପହଞ୍ଚôପାରିଛେ । ବେଳେବେଳେ ଆମ ମନକୁ ଏଭଳି ଭାବନା ଆସିନଥାଏ ।

ଆଜି ଆପଣମାନେ ଯେଉଁ ବିଶ୍ୱବିଦ୍ୟାଳୟରେ ବି ଥାଆନ୍ତୁ, ତାହା ନିର୍ମାଣ କରିବା ଲାଗି ମଜଦୁର ଭାଇ ଭଉଣୀମାନଙ୍କ ଅବଦାନ ରହିଛି, ସେମାନଙ୍କ ଶ୍ରମଝାଳରେ ହିଁ ତାହା ନିର୍ମିତ ହୋଇଛି । କେତେ କେତେ ମଧ୍ୟମବର୍ଗ ପରିବାରଙ୍କ ନିଜସ୍ୱ ଟିକସ ଅର୍ଥରେ ତାହା ନିର୍ମିତ ହୋଇଛି । ସେଇଥିପାଇଁ ଏଭଳି ବିଶ୍ୱବିଦ୍ୟାଳୟ ନିର୍ମିତ ହୋଇପାରିଛି । ସେଇଥିପାଇଁ ଆପଣଙ୍କ ପଢ଼ାକାର୍ଯ୍ୟ ସମ୍ପାଦନ ହୋଇପାରିଛି । ଏଭଳି ଅନେକ ଲୋକ ଅଛନ୍ତି ଯାହାଙ୍କ ନାମ ସୁଦ୍ଧା ଆପଣମାନଙ୍କୁ ଜଣାନଥିବ । କିନ୍ତୁ ସେମାନଙ୍କର ମଧ୍ୟ ଆପଣମାନଙ୍କ ଜୀବନରେ କିଛି ନା କିଛି ଯୋଗଦାନ ରହିଛି । ଆମମାନଙ୍କୁ ସଦାସର୍ବଦା ଏକଥା ସ୍ମରଣ ରଖିବାକୁ ପଡ଼ିବ ଯେ ଆମେମାନେ ସେଭଳି ଲୋକମାନଙ୍କ ନିକଟରେ ସୁଦ୍ଧା ଋଣୀ, ଆମେମାନେ ସେମାନଙ୍କ ନିକଟରେ କରଜଦାର । ଆମକୁ ସମାଜ ଏବଂ ଦେଶ ଆଜି ଆଣି ଏଠାରେ ପହଞ୍ଚାଇଛି । ସେଇଥିପାଇଁ ଆମକୁ ସଂକଳ୍ପ ନେବାକୁ ପଡ଼ି ଯେ ଆମେମାନେ ମଧ୍ୟ ଏହି ଋଣକୁ, କରଜକୁ ଶୁଝିବାକୁ ପଡ଼ିବ, ନିଜ କାନ୍ଧରୁ ଉତାରିବାକୁ ପଡ଼ିବ । ମୁଁ ସମାଜକୁ ସେହି ଋଣ ପରିଶୋଧ କରିବି ।

ସାଥୀଗଣ, ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଗତି ଓ ପ୍ରଗତି ଅନିବାର୍ଯ୍ୟ ହୋଇଥାଏ । ଏହି ସହିତ ଆମମାନଙ୍କୁ ଭାବୀ ପିଢ଼ି ସକାଶେ ପ୍ରକୃତି ଏବଂ ପର୍ଯ୍ୟାବରଣର ସୁରକ୍ଷା କରିବା ମଧ୍ୟ ସେତିକି ଆବଶ୍ୟକ । ଯେମିତି ସ୍ୱଚ୍ଛ ଶକ୍ତି ଉଜ୍ଜ୍ୱଳ ଭବିଷ୍ୟତର ଆଶା, ସେମିତି ଜୀବନରେ ମଧ୍ୟ ଦୁଇଟି କଥାକୁ ସ୍ମରଣ ରଖିବା ଜରୁରି- ଗୋଟିଏ ହେଉଛି ସ୍ୱଚ୍ଛ ସ୍ଲେଟ୍‌ ଏବଂ ଦ୍ୱିତୀୟଟି ହେଉଛି ସ୍ୱଚ୍ଛ ହୃଦୟ । ଆମେମାନେ ପ୍ରାୟ ସଦାବେଳେ ଶୁଣିଥାଏ, ଆପଣମାନେ ବି କହୁଥିବେ, ଶୁଣିଥିବେ – ଛାଡ଼ ଭାଇ, ଇଏ ତ ଏମିତି; ଛାଡ଼ ଭାଇ,  ଏଠି କିଛି ହୋଇପାରିବ ନାହିଁ । ଆରେ ଭାଇ, ଆମର କ’ଣ ଯାଉଛି, ଆମେ ଟିକିଏ ଆଡଜଷ୍ଟ କରିନେଲେ କଥା ସରିଲା । ଚାଲ, ଯେମିତି ଚାଲିଛି ଚାଲିଥାଉ । ଏଠାରେ କିଛି ହୋଇପାରିବନାହିଁ । ଅନେକ ସମୟରେ ଲୋକେ କହିଥାନ୍ତି ଯେ ଦେଶରେ ଏସବୁ କଥା ଏମିତି ଚାଲିବ, ଆମର ଏଠାରେ ତ ଏମିତି ହୋଇଥାଏ, ଆରେ ଭାଇ, ଏଇତ ଆମର ପରମ୍ପରା, ଏମିତି ହେବାର ହିଁ ଥିଲା ।

ସାଥୀଗଣ,

ଏଭଳି ସମସ୍ତ କଥା ହେଉଛି ଗୋଟିଏ ହାର ମାନିଥିବା ମନର ଅଭିବ୍ୟକ୍ତି । ଭାଙ୍ଗିତୁଟି ପଡ଼ିଥିବା ବନର ଭାବନା । ଏକ ପ୍ରକାର କହିଲେ ଯାହା ମନରେ ଜଙ୍କ୍‌ ଲାଗିଯାଇଥିବ, ସେମିତି ଲୋକ ତୁଣ୍ଡରୁ ଏପରି କଥା ବାହାରିଥାଏ । ମନରେ ବି ଜଙ୍କ୍‌ ଲାଗିଥାଏ । ଏଭଳି କଥା କିଛି କିଛି ଲୋକଙ୍କ ମନ ଓ ମସ୍ତିଷ୍କରେ ବଦ୍ଧମୂଳ ହୋଇ ଲାଖି ଯାଇଥାଏ । ସେମାନେ ଏଇଭଳି  ଆପ୍ରୋଚ୍‌ ସହିତ ସବୁ କାମ କରିଥାନ୍ତି । କିନ୍ତୁ  ଆଜିର ନୂଆ ପିଢ଼ିକୁ ଦେଖନ୍ତୁ, ଏକବିଂଶ ଶତାବ୍ଦୀର ଏହି ଯୁବପିଢ଼ି, ସେମାନଙ୍କ ପାଇଁ ଏକ ସ୍ୱଚ୍ଛ ରାଷ୍ଟ୍ର ସହିତ ଆଗକୁ ବଢ଼ିବାର ଅଛି । କିଛି ଲୋକଙ୍କ ମନରେ ଏଭଳି ଯେଉଁ ପଥରର ମହଲ ନିର୍ମିତ ହୋଇଛି ଯେ ଏଠାରେ କିଛି ପରିବର୍ତ୍ତନ ଘଟିବ ନାହିଁ କି ଘଟିବା ସମ୍ଭବ ନୁହେଁ, ସେଭଳି ମାନସିକତାକୁ ଆମକୁ ସଫା କରିବାକୁ ପଡ଼ିବ । ଘଷି ମାଜି ସ୍ୱଚ୍ଛ କରିବାକୁ ହେବ । ସେହିଭଳି ସ୍ୱଚ୍ଛ ହୃଦୟ, ଏହାର ଅର୍ଥ ମୋତେ ଆପଣମାନଙ୍କୁ ବୁଝାଇବାର ଆବଶ୍ୟକତା ନାହିଁ । ସ୍ୱଚ୍ଛ ହୃଦୟର ଉଦ୍ଦେଶ୍ୟ ହେଲା ସ୍ୱଚ୍ଛ ମାନସିକତା ।

ସାଥୀଗଣ,

ଯେତେବେଳେ ଆପଣମାନେ କୌଣସି ବଦ୍ଧମୂଳ ଧାରଣାର ସହିତ ଆଗକୁ ଅଗ୍ରସର ହୁଅନ୍ତି, ସେତେବେଳେ କୌଣସି ନୂଆ କଥା ପାଇଁ ଆପଣମାନଙ୍କ ମନର ଦ୍ୱାର ଆପେ ଆପେ ବନ୍ଦ୍‌ ହୋଇ ଯାଇଥାଏ ।

ସାଥୀଗଣ,

ଆଜକୁ କୋଡିଏ ବର୍ଷ ପୂର୍ବର ସମୟ କଥା । ସେତେବେଳେ ମୁଁ ପ୍ରଥମ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲି । ମୋ ସାମ୍ନାରେ ଅନେକ ଚାଲେଞ୍ଜ ଥିଲା, ଅନେକ ସ୍ତରରେ କାମ କରାଯାଉଥିଲା । ସେତେବେଳେ ମୁଁ ନୂଆ ନୂଆ ମୁଖ୍ୟମନ୍ତ୍ରୀ ହୋଇଥାଏ । ମୁଁ ତା’ ପୂର୍ବରୁ ଦିଲ୍ଲୀରେ ରହୁଥିଲି । ଅଚାନକ ମୋତେ ଗୁଜରାଟ ଆସିବାକୁ ପଡ଼ିଥିଲା । ମୋ ପାଖରେ ରହିବାକୁ କୌଣସି ଜାଗା ବି ନଥିଲା । ତେଣୁ ଗାନ୍ଧୀନଗରର ସର୍କିଟ ହାଉସରେ ମୁଁ ଗୋଟିଏ କୋଠରୀ ବୁକ୍‌ କରିନେଲି । ସେତେବେଳକୁ ମୋର ଶପଥ ଗ୍ରହଣ ହେବାକୁ ବାକି ଥାଏ । କିନ୍ତୁ ପ୍ରାୟତଃ ସ୍ଥିର ହୋଇ ସାରିଥାଏ ଯେ ମୁଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛି । ତେଣୁ ଏହା ସ୍ୱାଭାବିକ ଯେ ଲୋକମାନେ ଫୁଲତୋଡ଼ା ଧରି ଆସିଯିବେ, ଭେଟିବାକୁ ଚାହିଁବେ । ସେହି ସମୟରେ ଅନେକ ଲୋକ ମୋତେ ଭେଟିବାକୁ ମୋ ପାଖକୁ ଆସୁଥିଲେ । କିନ୍ତୁ ଯିଏ ବି ଆସୁଥିଲେ ସେମାନେ ମୋ ସହିତ କଥାବାର୍ତ୍ତ କଲାବେଳେ ମୋତେ କହୁଥିଲେ, ମୋଦୀଜୀ, ଆପଣ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି, ଗୋଟିଏ କଥା ଅବଶ୍ୟ କରିବେ । ପାଖାପାଖି 70-80 ପ୍ରତିଶତ ଲୋକ ଏଇ କଥା ହିଁ କହୁଥିଲେ, ଆପଣମାନଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗିବ । ସେମାନେ କହୁଥିଲେ ମୋଦୀଜୀ, ଯାହା କରନ୍ତୁ ପଛେ, ଅତି କମ୍‌ରେ ସନ୍ଧ୍ୟାବେଳେ ଖାଦ୍ୟ ଖାଇଲାବେଳେ ବିଜୁଳି ଉପଲବ୍ଧ କରାଇବେ । ଏତିକି ମାତ୍ର କରିବାକୁ ଆମେ ଆପଣଙ୍କୁ ନିବେଦନ କରୁଛୁ । ଏଥିରୁ ଆପଣମାନେ ଚିନ୍ତା କରିପାରିବେ ଯେ ବିଜୁଳି ଯୋଗାଣର ଅବସ୍ଥା ସେତେବେଳେ କିପରି ସ୍ଥିତିରେ ଥିଲା ।

ଏବେ ମୁଁ ଯେଉଁ ଭଳି ପରିବାରରୁ ଆସିଛି, ମୋତେ ମଧ୍ୟ ସେକଥା ଭଲଭାବେ ଜଣାଥିଲା ଯେ ବିଜୁଳି ରହିବା ଏବଂ ନରହିବା କେତେ ମହତ୍ତ୍ୱ ବହନ କରେ । ମୁଁ ଚିନ୍ତା କଲି ଯେ ଏହାର ଏକ ସ୍ଥାୟୀ ସମାଧାନ ଉପାୟ କିଭଳି କରାଯାଇ ପାରିବ । ତେଣୁ ମୁଁ ଅଧିକାରୀମାନଙ୍କ ସହିତ ଆଲୋଚନା କଲି, ଚର୍ଚ୍ଚା କରୁଥିଲି କିନ୍ତୁ ସେଇ ଗୋଟିଏ କଥା । ଆରେ ଭାଇ, ଇଏ ସ୍ଥିତି ତ ଏମିତି ରହିବ । ଆମ ପାଖରେ ଯେତିକି ବିଜୁଳି ଶକ୍ତି ଅଛି, ଆମେ ସେତିକିରେ ହିଁ ଚଳାଇବାକୁ ପଡ଼ିବ । ଯେତେବେଳେ ଅଧିକ ବିଜୁଳିଶକ୍ତି ଉତ୍ପାଦନ କରାଯିବ ସେତେବେଳେ ଦେଖାଯିବ । ଏହି ପ୍ରକାର ଉତ୍ତର ଆସୁଥିଲା । ମୁଁ କହିଲି, ଭାଇ, ବର୍ତ୍ତମାନ ସ୍ଥିତିରେ କ’ଣ କିଛି ପରିବର୍ତ୍ତନ ଘଟାଯାଇ ପାରିବନାହିଁ? ସୁଧାର ଅଣାଯାଇ ପାରିବ ନାହିଁ? ଏହାର ସମାଧାନର ଉପାୟ କ’ଣ? ସେତେବେଳେ ଈଶ୍ୱରଙ୍କ କୃପାରୁ ଗୋଟିଏ ଚିନ୍ତା ମନକୁ ଆସିଲା, ଏବଂ ତାହା ସ୍ଥିତିର ଗମ୍ଭୀରତାକୁ ଦେଖି । ମୁଁ କହିଲ, ଭାଇ ଆମେ ଗୋଟିଏ କଥା କରିପାରିବା । ଯେଉଁ କୃଷି ଫିଡ଼ର ଅଛି ଏବଂ ଯେଉଁ ଘରୋଇ ଫିଡ଼ର ଅଛି, ସେ ଦୁଇଟିକୁ କ’ଣ ଆମେ ପୃଥକ୍‌ କରିପାରିବା ନାହିଁ? କାରଣ, ଲୋକମାନେ ଏଭଳି ଏକ ଧାରଣା ସୃଷ୍ଟିକରି ବସିଥିଲେ ଯେ ସାହାବ, କ୍ଷେତରେ ବିଜୁଳି ଚୋରୀ ହେଉଛି । ଏମିତି ହେଉଛି, ସେମିତି ହେଉଛି । ଏମିତି ଅନେକ ପ୍ରକାର କଥା ଶୁଣିବାକୁ ମିିଳିଲା । ସେତେବେଳେ ଯେହେତୁ ମୁଁ ନୂଆ ଥିଲି, ସବୁକଥା ମୋତେ ବୁଝାଇବାକୁ ଓ ବୁଝିବାକୁ ବି ସମସ୍ୟା ହେଉଥିଲା । ମୋ ମନରେ ଧାରଣା ଥିଲା ଯେ ଏଭଳି ବଡ଼ ବଡ଼ ବାବୁମାନେ ମୋ କଥାକୁ ଠିକ୍‌ ଭାବେ ବୁଝିବେ କି ନାହିଁ ।

ମୁଁ ଦେଉଥିବା ପରାମର୍ଶରେ ଆମର ଅଧିକାରୀମାନେ ସହମତ ହୋଇନଥିଲେ । କାରଣ ପୂର୍ବରୁ ସେମାନଙ୍କ ମନରେ ଥିବା ବଦ୍ଧମୂଳ ଧାରଣା ଯୋଗୁ ସେମାନେ କିଛି ଗ୍ରହଣ କରିବା ଅବସ୍ଥାରେ ନଥିଲେ । କିଏ କହିଲା ଏହା କରିବା ସମ୍ଭବପର ନୁହେଁ । ଆଉ କିଏ କହିଲା, ଆର୍ଥିକ ସ୍ଥିତି ନାହିଁ, କିଏ କହିଲା, ବିଜୁଳି ନାହିଁ । ଆପଣମାନେ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ଏଇ ପ୍ରସଙ୍ଗକୁ ନେଇ ଫାଇଲପତ୍ରର ଯେଉଁ ଧାଁଦଉଡ଼ ଚାଲିଲା । ମୁଁ ଭାବୁଛି ସେ ଫାଇଲର ଓଜନ ଧୀରେ ଧୀରେ ବୃଦ୍ଧି ପାଇ 5-7-10 କିଲୋଗ୍ରାମ ପର୍ଯ୍ୟନ୍ତ ପହଞ୍ଚô ସାରିଥିଲା ଏବଂ ପ୍ରତି ଥର, ପ୍ରତିଟି ପ୍ରସ୍ତାବ ଉପର ନକାରାତ୍ମକ ମତ ହିଁ ପ୍ରକାଶ ପାଉଥିଲା ।

ସେତେବେଳେ ମୋତେ ଲାଗିଲା ଯେ ନା, ମୋତେ ନିଜେ କିଛି କରିବାକୁ ହିଁ ପଡ଼ିବ । ଏହା ପରେ ମୁଁ ଦ୍ୱିତୀୟ ଉପାୟ ଉପରେ କାମ କରିବା ଆରମ୍ଭ କରିଦେଲି । ମୁଁ ଉତ୍ତର ଗୁଜରାଟରେ ଗୋଟିଏ ସୋସାଇଟି ଦ୍ୱାରା, ଯାହା ସହିତ 45ଟି ଗ୍ରାମ ସଂଶ୍ଳିଷ୍ଟ ହୋଇଥିଲା, ସେସବୁ ଗ୍ରାମର ଲୋକମାନଙ୍କୁ ଆମନ୍ତ୍ରଣ କଲି । ସେମାନଙ୍କୁ ମୁଁ କହିଲି, ମୋର ଗୋଟିଏ ସ୍ୱପ୍ନ ରହିଛି, ଆପଣମାନେ ଚାହିଁଲେ ସେ ସ୍ୱପ୍ନ ସାକାର ହୋଇପାରିବ । ଆପଣମାନେ ମୋତେ ଏ କାର୍ଯ୍ୟରେ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି କି? ସେମାନେ କହିଲେ, ଆମେ ଏହା ଉପରେ ଚିନ୍ତା କରିବୁ, ଆପଣ ସ୍ୱପ୍ନଟି କ’ଣ କହନ୍ତୁ । ମୁଁ କହିଲି ଇଂଜିନିଅରିଂ ବିନା ହିଁ ସାହାଯ୍ୟ ନିଅନ୍ତୁ । ମୋର ଏତିକି ଇଚ୍ଛା ଯେ ଗାଁକୁ ଯେଉଁ ବିଜୁଳି ଯୋଗାଯାଉଛି, ସେଠାରେ ଘରୋଇ ଏବଂ କୃଷି ପାଇଁ ଲାଗିଥିବା ଫିଡ଼ରକୁ ଅଲଗା କରିବାକୁ ମୁଁ ଚାହେଁ । ସେହିସବୁ ଲୋକମାନେ ମୋ ପାଖକୁ ଦ୍ୱିତୀୟ ଥର ଆସିଲେ ଓ କହିଲେ, ସାହାବ, ଆମର କୌଣସି ସାହାଯ୍ୟର ଆବଶ୍ୟକତା ନାହିଁ । ଆମକୁ ଏହା ଉପରେ ଖର୍ଚ୍ଚ କରିବା ସକାଶେ ଗୁଜରାଟ ସରକାର କେବଳ 10 କୋଟି ଟଙ୍କା ଦେଇଦିଅନ୍ତୁ । ସେମାନଙ୍କୁ ଭରସା ଦେଇ ମୁଁ କହିଲି, ଏହି ଅର୍ଥ ଯୋଗାଇଦେବା ମୋ ଦାୟିତ୍ୱ । ଆମେ ସେମାନଙ୍କୁ ସେଭଳି ଅନୁମତି ଦେଇଦେଲୁ ।

ସେମାନେ ସେମାନଙ୍କର କାମ ଆରମ୍ଭ କରିଦେଲେ । ମୁଁ ଇଞ୍ଜିନିଅରିଂକୁ ସାମାନ୍ୟ ଅନୁରୋଧ କରିଥିଲି ମାତ୍ର ଯେ ସେମାନେ ଏହି କାମ ଉପରେ କିଛି ଧ୍ୟାନ ଦିଅନ୍ତୁ । ଏବଂ ସେହି 45 ଖଣ୍ଡ ଗାଁରେ ଘରୋଇ ଫିଡର ଓ କୃଷି ଫିଡ଼ରକୁ ଅଲଗା କରିଦିଅନ୍ତୁ । ସେମାନେ ତାହା କରିଦେଲେ । ଏହାର ପରିଣାମ ହେଲା ଏଇଆ ଯେ କ୍ଷେତକୁ ଯେତିକି ସମୟ ବିଜୁଳି ଯୋଗାଇବାର ଥିଲା, ତାହା ପୃଥକ୍‌ ସମୟ ଥିଲା, ଲୋକମାନଙ୍କ ଘରେ 24 ଘଣ୍ଟା ବିଜୁଳି ପହଞ୍ଚିବାକୁ ଲାଗିଲା ଏବଂ ପୁଣି ମୁଁ ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନମାନଙ୍କ ସହାୟତାରେ ଛାତ୍ରମାନଙ୍କୁ ପଠାଇ ସେହି କାର୍ଯ୍ୟର ଥାର୍ଡ଼ ପାର୍ଟି ଆକଳନ କରାଇଲି । ଆପଣମାନେ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଯେଉଁ ଗୁଜରାଟ ରାଜ୍ୟରେ ରାତିରେ ଖାଇଲାବେଳେ ବିଜୁଳି ମିଳିବା କଷ୍ଟକର ବ୍ୟାପାର ଥିଲା ଏବେ ସେଠାରେ 24 ଘଣ୍ଟା ବିଜୁଳି ଯୋଗାଣ କରାଯିବା ସହ ଏହା ଅତି ସୁଲଭ ମୂଲ୍ୟରେ ଲୋକମାନଙ୍କୁ ଯୋଗାଯାଇ ପାରିଲା । ଟେଲରମାନେ ବି  ରାଜିରେ ନିଜର ସିଲେଇ ମେସିନକୁ ଗୋଡ଼ରେ ନୁହେଁ ବିଜୁଳି ଚାଳିତ ମୋଟର ଯୋଗେ ଚଳାଇବା ଆରମ୍ଭ କଲେ । ରଜକମାନେ ସେମାନଙ୍କର ଇଲେକ୍ଟ୍ରିକ୍‌ ପ୍ରେସ୍‌ରେ ଇସ୍ତ୍ରୀ କରିବାକୁ ଲାଗିଲେ । ଲୋକମାନଙ୍କ ରୋଷେଇଘରକୁ ନାନା ପ୍ରକାର ଇଲେକ୍ଟ୍ରିକାଲ ସାମଗ୍ରୀ ଆସିବା ଆରମ୍ଭ କଲା । ଲୋକମାନେ ଏସି କିଣିବା ଆରମ୍ଭ କଲେ, ପଙ୍ଖା କିଣିବାକୁ ଲାଗିଲେ, ଟିଭି ଆଣି ଘରେ ଲଗାଇ ଦେଖିଲେ । ଏକପ୍ରକାର ସେମାନଙ୍କ ଜୀବନ ସଂପୂର୍ଣ୍ଣ ରୂପେ ବଦଳିବାକୁ ଲାଗିଲା । କେବଳ ସେତିକି ନୁହେଁ, ଏହା ଦ୍ୱାରା ସରକାରଙ୍କ ଆୟ ମଧ୍ୟ ବୃଦ୍ଧି ପାଇଲା ।

ଏଭଳି ପ୍ରୟୋଗ ଦ୍ୱାରା ଆମର ସେହି ସମୟର ସମସ୍ତ ଅଫିସରଙ୍କ ମନରେ ମଧ୍ୟ ପରିବର୍ତ୍ତନ ଆଣିଲା । ଯେତେହେଲେ ପ୍ରମାଣିତ ହେଲା ଯେ ମାର୍ଗ ଉଚିତ ଥିଲା । ଏବଂ ସମଗ୍ର ଗୁଜରାଟରେ ଏକ ହଜାର ଦିନ ଭିତରେ ଏହି କାର୍ଯ୍ୟକ୍ରମ ସଂପାଦନ କରାଯାଇଥିଲା । ଏକ ହଜାର ଦିନ ଭିତରେ କୃଷି ଫିଡ଼ର ଏବଂ ଘରୋଇ ଫିଡରକୁ ସଂପୂର୍ଣ୍ଣ ରୂପେ  ଅଲଗା କରିଦିଆଗଲା । ଏବଂ ଏକ ହଜାର ଦିନ ଭିତରେ ସମଗ୍ର ଗୁଜରାଟରେ ପ୍ରତି ଲୋକଙ୍କ ଘରେ 24 ଘଣ୍ଟା ବିଜୁଳି ଯୋଗାଣ ସମ୍ଭବପର ହୋଇପାରିଥିଲା । ମୁଁ ଯଦି ମୋ ମନ ଭିତରେ ସେଇ ବଦ୍ଧମୂଳ ଧାରଣାକୁ ଜାବୁଡ଼ି ଧରିଥାନ୍ତି, ତା’ହେଲେ ଲୋକମାନଙ୍କ ନିକଟରେ ବିଜୁଳି ଶକ୍ତି ପହଞ୍ଚାଯିବା ସମ୍ଭବପର ହୋଇପାରିନଥାନ୍ତା । ମୁଁ ନିଜ ଭିତରେ କ୍ଳିନ୍‌ ସ୍ଲେଟ୍‌ ଥିଲି । ନୂତନ ଭାବେ ଚିନ୍ତା କରିଥିଲି ଏବଂ ଏହାର ପରିଣାମ ଆପଣମାନଙ୍କ ନିକଟରେ ଉପସ୍ଥାପନ କଲି ।

ସାଥୀଗଣ, ଆଉ ଗୋଟିଏ କଥାକୁ ସଦାସର୍ବଦା ମାନ ଚଳିବା ମଧ୍ୟ ଜରୁରି । ନିୟନ୍ତ୍ରଣ ବଡ଼ କଥା ନୁହେଁ, ବଡ଼ କଥା ହେଲା ଆପଣମାନଙ୍କ ପ୍ରତିକ୍ରିୟା । ମୁଁ ଆପଣମାନଙ୍କ ଆଉ ଗୋଟିଏ ଉଦାହରଣ ଦେବି । ଗୁଜରାଟ ଦେଶର ପ୍ରଥମ ରାଜ୍ୟ ଯିଏ ନିଜସ୍ୱ ଭାବେ ସୌର ନୀତି ପ୍ରସ୍ତୁତ କରିଥିଲା । ସେତେବେଳେ ଅନ୍ୟମାନଙ୍କ ମନକୁ ଏକଥା ଆସିଲ ଯେ ସୌରଶକ୍ତିରୁ ଉତ୍ପନ୍ନ ବିଜୁଳିର ମୂଲ୍ୟ ପ୍ରତି ୟୁନିଟ ପିଛା 12-13 ଟଙ୍କା ପର୍ଯ୍ୟନ୍ତ ଆସିବ । ଏହି ମୂଲ୍ୟ ସେତେବେଳର ପରିସ୍ଥିତି ତୁଳନାରେ ଢ଼େର୍‌ ବେଶୀ ଥିଲା । କାରଣ, ତାପଜ ବିଜୁଳି ଶକ୍ତିର ମୂଲ୍ୟ ୟୁନିଟ ପିଛା ଦୁଇ, ଅଢ଼େଇ କିମ୍ବା ତିନି ଟଙ୍କା ଭିତରେ ଉପଲବ୍ଧ ହୋଇ ପାରୁଥିଲା । ସେହି ବିଜୁଳି ଏବେ 13 ଟଙ୍କା ହୋଇଛି । ଏବେ ଆପଣମାନେ ଜାଣନ୍ତି, ଆଜିକାଲି ଯେଉଁ ପ୍ରକାର ହୋହଲ୍ଲା କରିବାର ଫେସନ ହୋଇଛି, ପ୍ରତି କଥାରେ ପଟୁଆର ପ୍ରତିବାଦ ରାଲି ବାହାର କରିବା ଫେସନରେ ପରିଣତ ହୋଇଛି, ସେତେବେଳେ ତ ମୋ ପାଇଁ ଏହା ସବୁଠାରୁ ବଡ଼ ମୁଣ୍ଡବିନ୍ଧାର କାରଣ ପାଲିଟିଥିଲା । ଏବେ ମୋ ମନକୁ ଏହି ପ୍ରସଙ୍ଗଟି ଆସିଲା । ଲୋକମାନେ କହିଲେ ଯେ ସାହାବ, ଇଏ ତ ବହୁତ ବଡ଼ ତୁମ୍ବିତୋଫାନ ସୃଷ୍ଟି କରିବ । ହଁ, 2-3 ଟଙ୍କାର ମିଳୁଥିବା ବିଜୁଳି, ଆଉ କାହିଁ 12-13 ଟଙ୍କା ମୂଲ୍ୟର ମହଙ୍ଗା ବିଜୁଳି!

କିନ୍ତୁ ସାଥୀଗଣ, ମୋର ସାମ୍ନାରେ ସେତେବେଳେ ଏଭଳି ଏକ ଅବସରର ମୁହୂର୍ତ୍ତ ଥିଲା ଯେ ମୁଁ ମୋ ନିଜର ପ୍ରତିଷ୍ଠା କଥା ଚିନ୍ତା କରିବି ନା ମୋର ଭବିଷ୍ୟତ ପିଢ଼ି କଥା ଚିନ୍ତା କରିବି । ମୁଁ ଜାଣିଥିଲି ଏପରି ପ୍ରକାର ନିର୍ଣ୍ଣୟ ଗଣମାଧ୍ୟମରେ କଟୁ ସମାଲୋଚନା କରାଯିବ । ନାନା ପ୍ରକାର ଦୁର୍ନୀତିର ଆରୋପ ଆସିବ । ଅନେକ କିଛି ହୋହଲ୍ଲା ହେବ । କିନ୍ତୁ ମୋ ହୃଦୟ ସ୍ୱଚ୍ଛ ଥିଲା । ମୁଁ ନିଷ୍ଠାର ସହିତ ମାନୁଥିଲି ଯେ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବାକୁ କିଛି ନା କିଛି ତ କରିବାକୁ ହେବ ।

ପରିଶେଷରେ ଆମେ ଏକ ସିଦ୍ଧାନ୍ତ ନେଲୁ । ସୌରଶକ୍ତି ଉତ୍ପାଦନ ଦିଗରେ ଆମେ ଆଗକୁ ଅଗ୍ରସର ହେବା ପାଇଁ ସ୍ଥିର କଲୁ ।  ଏବଂ ସେହି ଦିଗରେ ଅଦି ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ନିଷ୍ପତ୍ତି ଗ୍ରହଣ କଲୁ । ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ, ଏକ ଭିଜନର ସହିତ କାର୍ଯ୍ୟ ଆରମ୍ଭ କଲୁ ।

ଗୁଜରାଟରେ ସୌରଶକ୍ତି ପ୍ଲାଣ୍ଟ ସ୍ଥାପନ କାର୍ଯ୍ୟ ଆରମ୍ଭ କରାଗଲା । ବହୁତ ବଡ଼ ମାତ୍ରାରେ ଏହି କାମ ଆରମ୍ଭ ହେଲା । କିନ୍ତୁ ସେହି ସମୟରେ ଯେତେବେଳେ ଗୁଜରାଟ ଏ ଦିଗରେ ନୀତି ପ୍ରଣୟନ କଲା, ଭାରତ ସରକାର ଏଥିରେ ପୂର୍ଣ୍ଣଚ୍ଛେଦ, କମା ସହିତ ସଂପୂର୍ଣ୍ଣ ଅନୁରୂପ ନୀତି ନିର୍ଦ୍ଧାରଣ କରିଥବଲା । କିନ୍ତୁ ସେମାନେ କ’ଣ କଲେ, ସେମାନେ 18-19 ଟଙ୍କା ୟୁନିଟ ପିଛା ରଖିବାକୁ ସ୍ଥିର କଲେ । ଏବେ ଆମର ଅଫିସରମାନେ ଆସିଲେ, କହିଲେ, ସା’ବ୍‌, ଆମେ 12-13 ଟଙ୍କାରେ ସୌରଶକ୍ତିରୁ ଉତ୍ପାଦିତ ବିଜୁଳି ଯୋଗାଇବା, ସେମାନେ ୟୁନିଟ ପିଛା 18-19 ଟଙ୍କାରେ ଦେବେ, ଆମ ପାଖକୁ କିଏ ଆସିବ? ମୁଁ କହିଲି, ନା, ଆମେ ସେଇ 12-13 ଟଙ୍କାର ହିଁ ସ୍ଥିର ରହିବା । 18-19ରେ ଦେବାକୁ ଆମେ ରାଜି ନୋହୁ । କିନ୍ତୁ ଆମେ ଏହାର ବିକାଶ ନିମନ୍ତେ ଏପରି ଏକ ଇକୋସିଷ୍ଟମ ଦେବା, ସ୍ୱଚ୍ଛତା ଦେବା, ଗତି ଦେବା, ଯାହା ଆମର ନିଜସ୍ୱ ହେବ । ଦୁନିଆ ଆମ ଆଡ଼କୁ ଆକର୍ଷିତ ହେବ, ଏକ ଉତ୍ତମ ଗଭର୍ଣ୍ଣାନ୍ସର ମଡେଲ ସହିତ ଆଗକୁ ଅଗ୍ରସର ହେବା ଏବଂ ଆଜି ଆପଣମାନେ ଦେଖୁଛନ୍ତି ଯେ ଆପଣଙ୍କ ଗୁଜରାଟ ସୌରଶକ୍ତି ଉତ୍ପାଦନ ନିମନ୍ତେ ଯେଉଁ ପ୍ରଥମ ପ୍ରୟାସ କରିଥିଲା, ତାହାକୁ ପାଥେୟ କରି ଗୁଜରାଟ କେଉଁଠି ପହଞ୍ଚିଛି । ଆପଣମାନଙ୍କ ସାମ୍ନାରେ ସଫଳତା ହିଁ ସବୁଠାରୁ ବଡ଼ ସାକ୍ଷୀ । ଏବଂ ଆଜି ସ୍ୱୟଂ ବିଶ୍ୱବିଦ୍ୟାଳୟ ଏହି କାମକୁ ଆଗକୁ ବଢ଼ାଇବା ନିମନ୍ତେ ଆଗେଇ ଆସିଛି ।

ଯାହା 12-13 ଟଙ୍କା ମୂଲ୍ୟରେ ଆରମ୍ଭ କରାଯାଇଥିଲା ତାହା ସଂପୂର୍ଣ୍ଣ ଦେଶରେ ସୌରଶକ୍ତି ଉତ୍ପାଦନର ଆନ୍ଦୋଳନରେ ପରିଣତ ହୋଇଛି । ଏବଂ ଏଠାକୁ ଆସିବା ପରେ ମୁଁ ଅନ୍ତରାଷ୍ଟ୍ରୀୟ ସୌର ସଂଗଠନ ଭଳି ଏକ ସଂସ୍ଥାର ନିର୍ମାଣ କରାଯାଇଛି ଯେଉଁଥିରେ ବିଶ୍ୱର ପ୍ରାୟ 80-85ଟି ରାଷ୍ଟ୍ର ସଦସ୍ୟ ହୋଇସାରିଛନ୍ତି ଏବଂ ସମଗ୍ର ବିଶ୍ୱରେ ଏହା ଏକ ଆନ୍ଦୋଳନରେ ପରିଣତ ହୋଇସାରିଛି । କିନ୍ତୁ ଏଥିପାଇଁ ଏକ ସ୍ୱଚ୍ଛ ପ୍ରତିବଦ୍ଧତାପୂର୍ଣ୍ଣ ହୃଦୟର ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ପରିଣାମ ଏଇଆ ହୋଇଛି ଯେ ଭାରତ ସୌରଶକ୍ତି ଉତ୍ପାଦନ କ୍ଷେତ୍ରରେ ବେଶ୍‌ କ୍ଷିପ୍ର ଗତିରେ ଆଗକୁ ଅଗ୍ରସର ହୋଇପାରିଛି । ଆଜି ସୌର ଶକ୍ତିର ୟୁନିଟ ପିଛା ମୂଲ୍ୟ 12-13 ଟଙ୍କାରୁ ହ୍ରାସ ପାଇ ଦୁଇଟଙ୍କାରୁ ମଧ୍ୟ କମ୍‌ ମୂଲ୍ୟରେ ପହଞ୍ଚିଛି ।

ସୌରଶକ୍ତି ଉତ୍ପାଦନ ଦେଶର ଏକ ପ୍ରମୁଖ ପ୍ରାଥମିକତାରେ ପରିଣତ ହୋଇଛି । ଏବଂ ଆମେ 2022 ମସିହା ସୁଦ୍ଧା 175 ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ ସକାଶେ ଯେଉଁ ସଂକଳ୍ପ ଗ୍ରହଣ କରିଥିଲୁ ଏବଂ ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆମେ 2022 ମସିହା ପୂର୍ବରୁ ଏହା ସାକାର କରିପାରି       ବୁ । ଏବଂ 2030 ମସିହା ସୁଦ୍ଧା ଅକ୍ଷୟ ଶକ୍ତି ଉତ୍ପାଦନ ନିମନ୍ତେ ଆମର ଯେଉଁ ଲକ୍ଷ୍ୟ ରହିଛି – 450 ଗିଗାୱାଟ ବିଜୁଳିଶକ୍ତି ଉତ୍ପାଦନ, ତାହା ବହୁତ ବଡ଼ ଲକ୍ଷ୍ୟ ଅବଶ୍ୟ । କିନ୍ତୁ ସେହି ଲକ୍ଷ୍ୟକୁ ମଧ୍ୟ ଆମେ ନିର୍ଦ୍ଧାରିତ ଅବଧି ପୂର୍ବରୁ ହାସଲ କରିବୁ, ଏହା ମୋର ଦୃଢ଼ ବିଶ୍ୱାସ ।

ହାସଲ ହୋଇପାରିବ ନାହିଁ ବୋଲି କିଛି କଥା ନାହିଁ । ଏମିତି ଉପାୟରେ, ନହେଲେ ଅନ୍ୟ ଉପାୟରେ- ମୁଁ ଯେମିତି ହେଲେ ତାହା ସିଦ୍ଧ କରି ଦେଖାଇବି କିମ୍ବା ବିଫଳତାକୁ ମୁଁ ପ୍ରମାଣିତ ହେବାକୁ ଦେବିନାହିଁ । ଏହି ବିଶ୍ୱାସ ଆପଣମାନଙ୍କ  ମନରେ ସଦାସର୍ବଦା କାର୍ଯ୍ୟ କରିବା ଉଚିତ ।

ସାଥୀଗଣ,

ପରିବର୍ତ୍ତନ ନିଜ ଭିତରେ ହେଉ କିମ୍ବା ଦୁନିଆରେ କରିବାକୁ ଥାଉ, ପରିବର୍ତ୍ତନ କେବେ ଗୋଟିଏ ଦିନ, ଗୋଟିଏ ସପ୍ତାହ କିମ୍ବା ଗୋଟିଏ ବର୍ଷରେ ହୋଇନଥାଏ । ପରିବର୍ତ୍ତନ ନିମନ୍ତେ କିଛି ମାତ୍ରାରେ ପ୍ରୟାସ- ଏଭଳି ପ୍ରୟାସ ନିରନ୍ତର ଉଦ୍ୟମ ଆଧାରରେ ଆମକୁ ପ୍ରତିଦିନ ଲଗାତାର ଭାବେ କରିବାକୁ ପଡ଼ିବ । ନିୟମିତ ଭାବେ କରାଯାଉଥିବା ଛୋଟ ଛୋଟ କାମ, ବହୁତ ବଡ଼ ପରିବର୍ତ୍ତନର କାରଣ ପାଲଟିଥାଏ, ତାହାକୁ ସାକାର କରିଥାଏ । ଏବେ ଯେମିତି କି ଆପଣମାନେ ଯଦି ପ୍ରତିଦିନ ଅତି କମ୍‌ରେ 20 ମିନିଟ ପାଇଁ କିଛି ନୂଆ କଥା ପଢ଼ିବା କିମ୍ବା ଲେଖିବାକୁ ନିଜ ଅଭ୍ୟାସରେ ପରିଣତ କରିପାରିବେ । ସେହିଭଳି ଭାବେ ଆପଣମାନେ ମଧ୍ୟ ଚିନ୍ତା କରିବାରିବେ ଯେ କାହିଁକି ପ୍ରତିଦିନ ମୁଁ 20 ମିନିଟ ପାଇଁ କିଛି ନୂଆ କଥା ଶିଖିବା ସକାଶେ ନିଜକୁ ସମର୍ପିତ କରିବିନାହିଁ?

ଗୋଟିଏ ଦିନରେ ଯଦି ଆପଣ ଦେଖିବେ ତ ତାହା ମାତ୍ର 20 ମିନିଟ ଭଳି ଲାଗିବ । କିନ୍ତୁ ଏହି 20 ମିନିଟକୁ ଯଦି ଗୋଟିଏ ବର୍ଷ ଭାବେ ହିସାବ କରାଯାଏ ତେବେ ତାହା 120 ଘଣ୍ଟା ବନି ସାରିଥିବ । ସେହି 120 ଘଣ୍ଟାର ପ୍ରୟାସ ଆପଣଙ୍କ ଭିତରେ କେତେ ବଡ଼ ପରିବର୍ତ୍ତନ ଆଣିବ, ତାହା ଆପଣ ନିଜେ ଅନୁଭବ କରିପାରିବ ଏବଂ ତାହା ଆପଣଙ୍କୁ ନିଜକୁ ଆଶ୍ଚର୍ଯ୍ୟ ଲାଗିବ ।

ସାଥୀଗଣ,

ଆପଣମାନେ ସମସ୍ତେ ନିଶ୍ଚିତ ଭାବେ କ୍ରିକେଟ ଖେଳ ଦେଖୁଥିବେ । ଯେତେବେଳେ କୌଣସି ଟିମକୁ କୌଣସି ଏକ ବହୁତ ବଡ଼ ଟାର୍ଗେଟ ଚେଜ୍‌ କରିବାକୁ ପଡ଼େ ସେତେବେଳେ ସେମାନେ ଏକଥା ଚିନ୍ତା କରିନଥାନ୍ତି ଯେ ସେମାନଙ୍କୁ ମୋଟ କେତେ ରନ୍‌ କରିବାକୁ ପଡ଼ିବ । ବ୍ୟାଟ୍ସମ୍ୟାନମାନେ ଏକଥା ଚିନ୍ତା କରନ୍ତି ଯେ ସେମାନଙ୍କୁ ପ୍ରତି ଓଭରରେ କେତେ ରନ୍‌ ଲେଖାଏଁ ସଂଗ୍ରହ କରିବାକୁ ହେବ ।

ଏହି ମନ୍ତ୍ର ଆର୍ଥିକ ଯୋଜନାରେ ମଧ୍ୟ ଅନେକ ଲୋକ ପ୍ରୟୋଗ କରିଥାନ୍ତି । ପ୍ରତି ମାସରେ ପାଞ୍ଚ ହଜାର ଟଙ୍କା ଜମା କରିବାର ଅଛି, ଏବଂ ଦୁଇ ବର୍ଷରେ ଏକ ଲକ୍ଷରର ଅଧିକ ଟଙ୍କା ସଞ୍ଚୟ ହୋଇ ଯାଇଥାଏ । ସେହିଭଳି ଭାବେ ନିରନ୍ତର ପ୍ରୟାସ, ପୋଷଣୀୟ ଉଦ୍ୟମ ଆପଣମାନଙ୍କ ମନରେ ଏଭଳି ସାମର୍ଥ୍ୟ ସୃଷ୍ଟି କରିଥାଏ  ଯାହାର ପ୍ରଭାବ ସ୍ୱଳ୍ପକାଳୀନ ଭାବେ ତ ପରିଲକ୍ଷିତ ହୋଇଥାଏ, କିନ୍ତୁ ଦୀର୍ଘକାଳୀନ ଭାବେ ଏହା ଆପଣମାନଙ୍କ ପାଇଁ ଏକ ପୁଞ୍ଜି ପାଲଟିଥାଏ, ଆପଣମାନଙ୍କ ପାଇଁ ବହୁତ ବଡ଼ ଶକ୍ତିରେ ପରିଣତ ହୋଇଥାଏ ।

ରାଷ୍ଟ୍ରୀୟ ସ୍ତରରେ ଯେତେବେଳେ ଦେଶ ମଧ୍ୟ ଏଭଳି ପୋଷଣୀୟ ପ୍ରୟାସର ସହ ଆଗକୁ ଅଗ୍ରସର ହୁଏ, ସେତେବେଳେ ତାହାର ପରିଣତ ମଧ୍ୟ ଅନୁରୂପ ହୋଇଥାଏ । ଉଦାହରଣ ଭାବେ ସ୍ୱଚ୍ଛ ଭାରତ ଅଭିଯାନକୁ ଆପଣମାନେ ଗ୍ରହଣ କରିପାରନ୍ତି । ଆମେ କେବଳ ଗାନ୍ଧୀ ଜୟନ୍ତୀ ଅବସରରେ ସଫେଇ କାମ କଥା ଚିନ୍ତା କରୁଥିଲେ । ଅକ୍ଟୋବର ମାସରେ କେବଳ ସେକଥା ଆମର ମନକୁ ଆସୁଥିଲା । ଏବେ କିନ୍ତୁ କେବଳ ଅକ୍ଟୋବର ମାସରେ ନୁହେଁ, ପ୍ରତି ଦିନ ଆମେ ଏଥିପାଇଁ ଆମର ପ୍ରୟାସ ଜାରି ରଖିଛେ । ମୁଁ ମଧ୍ୟ 2014ରୁ 2019 ମଧ୍ୟରେ ପ୍ରାୟ ସମସ୍ତ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ସ୍ୱଚ୍ଛତାକୁ ନେଇ ଲଗାତାର ଭାବେ ଦେଶବାସୀଙ୍କ ସହିତ ଭାବ ବିନିମୟ କରିଛି, ଚର୍ଚ୍ଚ କରିଛି, ସେମାନଙ୍କୁ ବିଭିନ୍ନ ପ୍ରକାର ପରାମର୍ଶ ଅନୁରୋଧ କରିଛି । ପ୍ରତି ଥର ଭିନ୍ନ ଭିନ୍ନ ପ୍ରସଙ୍ଗ ଉପରେ ଅଳ୍ପ ଅଳ୍ପ ବାର୍ତ୍ତାଳାପ ହୋଇ ଚାଲିଥିଲା । କିନ୍ତୁ ଲକ୍ଷ ଲକ୍ଷ, କୋଟି କୋଟ ଲୋକଙ୍କ ଏହି କ୍ଷୁଦ୍ର ପ୍ରୟାସ ଦ୍ୱାରା ସ୍ୱଚ୍ଛ ଭାରତ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ନିରନ୍ତର ପ୍ରୟାସର ଏହା ହେଲା ସୁପ୍ରଭାବ । ଏହିଭଳି ଭାବେ ହିଁ ସବୁ କାର୍ଯ୍ୟର ପରିଣାମ ଆସିଥାଏ ।

ସାଥୀଗଣ,

ଏକବିଂଶ ଶତାବ୍ଦୀରେ ଭାରତ ଉପରେ ସମଗ୍ର ବିଶ୍ୱର ପର୍ଯ୍ୟାପ୍ତ ଆଶା ଆକାଙ୍‌କ୍ଷା ରହିଛି ଏବଂ ଭାରତର ଆଶା ଓ ଅପେକ୍ଷା ଆପଣମାନଙ୍କ ଉପରେ ନ୍ୟସ୍ତ । ସେଥିପାଇଁ ଆମକୁ କ୍ଷିପ୍ର ବେଗରେ ଆଗକୁ ଅଗ୍ରସର ହେବାକୁ ପଡ଼ିବ । ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଜୀଙ୍କ ଅନ୍ତ୍ୟୋଦୟର ଭିଜନ ପ୍ରଦାନ କରିଛି । ଏହା ଆମମାନଙ୍କୁ ସିଦ୍ଧାନ୍ତ ଶିଖାଇଛି ଯେ ପ୍ରଥମେ ରାଷ୍ଟ୍ରକୁ ନେଇ ଆଗକୁ ଅଗ୍ରସର ହୁଅ । ଆମେମାନେ ସମସ୍ତେ ମିଶି ଏହାକୁ ମଜଭୁତ କରିବାର ଅଛି । ଆମର ପ୍ରତ୍ୟେକ କାର୍ଯ୍ୟ, ରାଷ୍ଟ୍ର ନାମରେ ହେବା ଉଚିତ । ଏହି ଭାବନାର ସହ ଆମକୁ ଆଗକୁ ଆଗେଇବାକୁ ପଡ଼ିବ ।

ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ବଧେଇ ଏବଂ ଆପଣମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମୁଁ ଅନେକ ଅନେକ ଶୁଭକାମନା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ!!

ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ' ପାଇଁ ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
India creates history, vaccinates five times more than the entire population of New Zealand in just one day

Media Coverage

India creates history, vaccinates five times more than the entire population of New Zealand in just one day
...

Nm on the go

Always be the first to hear from the PM. Get the App Now!
...
PM condoles loss of lives due to drowning in Latehar district, Jharkhand
September 18, 2021
ସେୟାର
 
Comments

The Prime Minister, Shri Narendra Modi has expressed deep grief over the loss of lives due to drowning in Latehar district, Jharkhand. 

The Prime Minister Office tweeted;

"Shocked by the loss of young lives due to drowning in Latehar district, Jharkhand. In this hour of sadness, condolences to the bereaved families: PM @narendramodi"