“ମୁଁ ବେଙ୍ଗଲ୍ର ଲୋକମାନଙ୍କୁ ବୀରଭୂମ ଭଳି ହିଂସା ଘଟଣାର ଅପରାଧୀ/ ଦୋଷୀ ଏବଂ ଯେଉଁମାନେ ଏହି ଭଳି ଅପରାଧୀମାନଙ୍କୁ ପ୍ରୋତ୍ସାହିତ କରନ୍ତି ସେମାନଙ୍କୁ କ୍ଷମା ନଦେବାକୁ ଅନୁରୋଧ କରିବି ।”
“ଆଜି ଏହି ଦେଶ, ଏହାର ଇତିହାସ, ଏହାର ଅତୀତକୁ ଶକ୍ତିର ଜୀବନ୍ତ ଉତ୍ସ ଭାବରେ ଦେଖୁଛି ।”
“ନୂତନ ଭାରତ ଏବେ ଦେଶର ଐତିହ୍ୟକୁ ବିଦେଶରୁ ଫେରାଇ ଆଣୁଛି ଯେଉଁଠାରେ ପ୍ରାଚୀନ ମୂର୍ତିକୁ ଅପରାଧିକ ଭାବେ ଚୋରାଚାଲାଣ କରାଯାଉଥିଲା ।”
“ପଶ୍ଚିମବଙ୍ଗର ଐତିହ୍ୟକୁ ସଂରକ୍ଷିତ ଏବଂ ସମୃଦ୍ଧ କରିବା ନିମନ୍ତେ ସରକାରଙ୍କର ପ୍ରତିବଦ୍ଧତାର ଏକ ପ୍ରମାଣ ହେଉଛି ବିପ୍ଲୋବୀ ଭାରତ ଗ୍ୟାଲେରୀ ।”
“ଐତିହ୍ୟ ପର୍ଯ୍ୟଟନକୁ ବୃଦ୍ଧି କରିବା ପାଇଁ ସାରା ଭାରତରେ ଜାତୀୟ ସ୍ତରରେ ପ୍ରଚାର କାର୍ଯ୍ୟ ଚାଲୁ ରହିଛି ।”
“ଆଜି ମଧ୍ୟ ଭାରତ ଭକ୍ତିର ଶାଶ୍ୱତ ଅନୁଭବ, ଭାରତର ଏକତା ଏବଂ ଅଖଣ୍ଡତାକୁ ବଜାୟ ରଖିବା ଆମର ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ୍ ।”
“ଆତ୍ମ- ବିଶ୍ୱାସ, ଆତ୍ମ- ନିର୍ଭରଶୀଳତା, ପ୍ରାଚୀନ ପରିଚୟ ଏବଂ ଭବିଷ୍ୟତର ଉନ୍ନତି ହେଉଛି ଭାରତର ନୂତନ ଦୃଷ୍ଟିକୋଣ । ଏଥିରେ କର୍ତବ୍ୟର ଭାବନା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ ।”
“ବିପ୍ଲବର ଧାରା, ସତ୍ୟାଗ୍ରହ ଏବଂ ସ୍ୱାଧୀନତା ସଂଗ୍ରାମର ସୃଜନଶୀଳ ଉତ୍ସାହ ଜାତୀୟ ପତାକାର ନାରଙ୍ଗୀ, ଧଳା ଏବଂ ସବୁଜ ରଙ୍ଗ ଦ୍ୱାରା ପ୍ରତିନିଧିତ୍ୱ ହୋଇଛି ।”
“ସେ ଆହୁରି ମଧ୍ୟ କହିଥିଲେ ଯେ ମୁଁ ମଧ୍ୟ ବଙ୍ଗଳାବାସୀଙ୍କୁ ଅନୁରୋଧ କରିବି ଯେ ଏପରି ଘଟଣାର ଅପରାଧୀ ଏବଂ ଯେଉଁମାନେ ଏହି ଭଳି ଅପରାଧୀଙ୍କୁ ଉତ୍ସାହିତ କରନ୍ତି ସେମାନଙ୍କୁ କଦାପି କ୍ଷମା କରନ୍ତୁ ନାହିଁ ।”
ତେଣୁ, ଆଜି ଆମ ଦେଶ ଏହାର ଇତିହାସ, ଏହାର ଅତୀତକୁ ଶକ୍ତିର ଜୀବନ୍ତ ଉତ୍ସ ଭାବରେ ଦେଖୁଛି” ବୋଲି ସେ କହିଥିଲେ ।

ପଶ୍ଚିମ ବଙ୍ଗର ରାଜ୍ୟପାଳ ଶ୍ରୀମାନ ଜଗଦୀପ ଧନଖଡ ମହାଶୟ, କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ କିଶନ ରେଡ୍ଡୀ ମହାଶୟ, ଭିକ୍ଟୋରିଆ ମେମୋରିଆଲ ହଲ୍ ସହିତ ଯୋଡ଼ି ହୋଇଥିବା ସମସ୍ତ ମହାନୁଭବ, ବିଶ୍ୱବିଦ୍ୟାଳୟର ଉପ କୁଳପତି, କଳା ଏବଂ ସଂସ୍କୃତି ଜଗତର ପ୍ରତିଷ୍ଠିତ ବ୍ୟକ୍ତିଗଣ, ଭଦ୍ର ମହିଳା ଏବଂ ଭଦ୍ରବ୍ୟକ୍ତିଗଣ !

ସର୍ବପ୍ରଥମେ ମୁଁ ପଶ୍ଚିମ ବଙ୍ଗର ବୀରଭୂମରେ ହୋଇଥିବା ହିଂସାତ୍ମକ ଘଟଣାକୁ ନେଇ ଦୁଃଖ ପ୍ରକାଶ କରୁଛି, ନିଜର ସମ୍ବେଦନା ବ୍ୟକ୍ତ କରୁଛି। ମୁଁ ଆଶା କରୁଛି ଯେ, ରାଜ୍ୟ ସରକାର, ବଙ୍ଗଳାର ମହାନ ଧରଣୀରେ ଏଭଳି ଜଘଣ୍ୟ ପାପ କରିଥିବା ଲୋକମାନଙ୍କୁ ନିଶ୍ଚିତ ଭାବେ ଦଣ୍ଡବିଧାନ କରିବେ। ମୁଁ ବଙ୍ଗଳାର ଲୋକମାନଙ୍କୁ ମଧ୍ୟ ଅନୁରୋଧ କରିବି ଯେ, ଏଭଳି ଘଟଣା ଘଟାଇଥିବା ଲୋକମାନଙ୍କୁ, ଏଭଳି ଅପରାଧୀମାନଙ୍କର ସାହସ ବଢାଇଥିବା ଲୋକମାନଙ୍କୁ ମଧ୍ୟ କ୍ଷମା କରନ୍ତୁ ନାହିଁ । କେନ୍ଦ୍ର ସରକାରଙ୍କ ତରଫରୁ ମୁଁ ରାଜ୍ୟ ସରକାରଙ୍କୁ ଏହି କଥାକୁ ନେଇ ଆଶ୍ୱସ୍ତ କରାଇବାକୁ ଚାହୁଁଛି ଯେ ଅପରାଧୀମାନଙ୍କୁ ଶୀଘ୍ରରୁ ଅତି ଶୀଘ୍ର ଦଣ୍ଡବିଧାନ କରାଇବାରେ ଯେ କୌଣସି ପ୍ରକାରର ମଧ୍ୟ ସାହାଯ୍ୟ ସେମାନେ ଚାହିଁବେ, ଭାରତ ସରକାର ତାହା ଯୋଗାଇ ଦେବେ ।

ସାଥୀଗଣ,

‘ଆଜାଦୀର ଅମୃତ ମହୋତ୍ସବୈର, ପୁନ୍ନୋ ପାଲୈନ ଲୋଗ୍ନେ। ମୌହାନ ବିପ୍ଳବୀ –ଦେର୍ ଆଇତିହାସିକ, ଆତୌ– ବଲୀଦାନେର ପ୍ରଁତି, ସୌମାଁଗ୍ରୋ ଭାରତବାଶୀର, ପୋଖୌ ଥେକେ ଆ-ଭୂମିପ୍ରୌଣାମ ଜନ୍ନାଛୀ’ ଶହୀଦ ଦିବସରେ ମୁଁ ଦେଶ ପାଇଁ ନିଜର ସର୍ବସ୍ୱ ଅର୍ପଣ କରିଥିବା ସମସ୍ତ ବୀର- ବୀରାଙ୍ଗନାମାନଙ୍କୁ କୃତଜ୍ଞ ରାଷ୍ଟ୍ର ତରଫରୁ ଭାବାଞ୍ଜଳୀ ଅର୍ପଣ କରୁଛି। ଶ୍ରୀମଦ ଭଗବତ ଗୀତାରେ ମଧ୍ୟ କୁହାଯାଇଛି– ନୈନଂ ଛିନ୍ଦନ୍ତି ଶସ୍ତ୍ରାଣୀ, ନୈନଂ ଦହତି ପାବକଃ ଅର୍ଥାତ, ନା ଶସ୍ତ୍ର ଯାହାକୁ କାଟି ପାରିବ, ନା ଅଗ୍ନି ଯାହାକୁ ଜଳାଇ ପାରିବ। ଦେଶ ପାଇଁ ବଳୀଦାନ ଦେଇଥିବା ଲୋକମାନେ ଏହିଭଳି ହୋଇ ଥାଆନ୍ତି। ସେମାନଙ୍କୁ ଅମୃତ୍ୱ ପ୍ରାପ୍ତ ହୋଇଥାଏ। ସେ ପ୍ରେରଣାର ପୁଷ୍ପ ଭଳି ହୋଇ ପିଢ଼ୀ ପରେ ପିଢ଼ୀ ନିଜର ସୁଗନ୍ଧ ବିତରଣ କରିଥାଆନ୍ତି। ଏଥିପାଇଁ ଆଜି ଏତେ ବର୍ଷ ପରେ ମଧ୍ୟ ଅମର ଶହୀଦ ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କ ବଳୀଦାନର ଗାଥା ଦେଶର ପିଲା- ପିଲାଙ୍କ ମୁଖରେ ବସା ବାନ୍ଧି ରହିଛି। ଆମ ସମସ୍ତଙ୍କୁ ଏହି ବୀରମାନଙ୍କର ଗାଥାମାନ, ଦେଶ ପାଇଁ ଦିନ- ରାତି ପରିଶ୍ରମ କରିବା ପାଇଁ ପ୍ରେରଣା ପ୍ରଦାନ କରିଥାଏ। ଆଉ ଆଜାଦୀର ଅମୃତ ମହୋତ୍ସବ ସମୟରେ ଏଥର ଶହୀଦ ଦିବସର ମହତ୍ୱ ଆହୁରି ମଧ୍ୟ ବୃଦ୍ଧି ପାଇଛି। ଦେଶ ଆଜି ସ୍ୱାଧୀନତା ପାଇଁ ଯୋଗଦାନ ଦେଇଥିବା ନାୟକ- ନାୟିକାମାନଙ୍କୁ ପ୍ରଣାମ କରୁଛି, ସେମାନଙ୍କର ଯୋଗଦାନର ସ୍ମୃତିକୁ ସତେଜ କରୁଛି। ବାଘା ଜତିନଙ୍କର ସେହି ହୁଙ୍କାରନାଦ - ଆମରା ମୌରବୋ, ଜାତ ଜଗବେ, କିମ୍ବା ଖୁଦୀରାମ ବୋଷଙ୍କର ଆହ୍ୱାନ- ଏକ ବାର ବିଦାଇ ଦେ ମା, ଘୁରେ ଆଶୀ। ସମଗ୍ର ଦେଶ ଆଜି ପୁଣି ସ୍ମରଣ କରୁଛି। ବଙ୍କିମ ବାବୁଙ୍କର ବନ୍ଦେ ମାତରମ୍ ତ ଆଜି ଆମ ସମସ୍ତ ଭାରତବାସୀଙ୍କର ଉର୍ଜ୍ଜା ମନ୍ତ୍ର ହୋଇ ଯାଇଛି। ଝାନ୍ସୀର ରାଣୀ ଲକ୍ଷ୍ମୀବାଈ, ଝଲକାରୀ ବାଈ, କିତୁରର ରାଣୀ ଚେନମ୍ମା, ମାତଙ୍ଗିନୀ ହାଜରା, ବୀଣା ଦାସ, କମଲା ଦାସ ଗୁପ୍ତା, କନକଲତା ବରୁଆ, ଏଭଳି କେତେ ହିଁ ବୀରାଙ୍ଗନାମାନେ ସ୍ୱାଧୀନତା ସଂଗ୍ରାମର ଜ୍ୱାଳାକୁ ନାରୀଶକ୍ତି ଦ୍ୱାରା ପ୍ରଜ୍ଜ୍ୱଳିତ କଲେ। ଏଭଳି ସମସ୍ତ ବୀରମାନଙ୍କର ସ୍ମୃତିରେ ଆଜି ସକାଳୁ ହିଁ ବିଭିନ୍ନ ସ୍ଥାନମାନଙ୍କରେ ପ୍ରଭାତଫେରୀମାନ ବାହାର କରାଯାଇଛି। ସ୍କୁଲ କଲେଜମାନଙ୍କରେ ଆମ ଯୁବ ସାଥୀମାନେ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ କରିଛନ୍ତି। ଅମୃତ ମହୋତ୍ସବର ଏହି ଐତିହାସିକ କାଳଖଣ୍ଡରେ ଶହୀଦ ଦିବସରେ ଭିକ୍ଟୋରିଆ ମେମୋରିଆଲରେ ‘ବିପ୍ଳୌବୀ ଭାରତ’ ଗ୍ୟାଲେରୀର ଲୋକାର୍ପଣ ହୋଇଛି । ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଅରବିନ୍ଦୋ ଘୋଷ, ରାସ ବିହାରୀ ବୋଷ, ଖୁଦୀ ରାମ ବୋଷ, ବାଘା ଜତିନ, ବିନୌୟ, ବାଦଲ, ଦିନେଶ, ଏଭଳି ଅନେକ ସଂଗ୍ରାମୀ ମାନଙ୍କର ସ୍ମୃତିରେ ଏହି ସ୍ଥାନ ପବିତ୍ର ହୋଇଛି। ନିର୍ଭିକ ସୁଭାଷ ଗ୍ୟାଲେରୀ ପରେ ଆଜି ବିପ୍ଳୌବୀ ଭାରତ ଗ୍ୟାଲେରୀ ରୂପରେ ପଶ୍ଚିମ ବଙ୍ଗଳାର, କୋଲକାତାର ଐତିହ୍ୟରେ ଆଉ ଏକ ସୁନ୍ଦର ମୋତି ଯୋଡ଼ି ହୋଇ ଯାଇଛି।

ସାଥୀଗଣ,

ବିପ୍ଳୌବୀ ଭାରତ ଗ୍ୟାଲେରୀ, ବିଗତ ବର୍ଷମାନଙ୍କରେ ପଶ୍ଚିମ ବଙ୍ଗଳାର ସମୃଦ୍ଧ ସାଂସ୍କୃତିକ ଏବଂ ଐତିହାସିକ ପରମ୍ପରାକୁ ସଂଯୋଜନା କରିବା ଏବଂ ସଜାଇବାରେ ଆମର ପ୍ରତିବଦ୍ଧତାର ମଧ୍ୟ ହେଉଛି ପ୍ରମାଣ। ଏଠାକାର ପ୍ରତିଷ୍ଠିତ ଗ୍ୟାଲେରୀ ହେଉ,  ଓଲ୍ଡ କରେନ୍ସି ବିଲ୍ଡିଂ ହେଉ, ୱେଲୱେଡେୟର ହାଉସ ହେଉ, ଭିକ୍ଟୋରିଆ ମେମୋରିଆଲ ହେଉ କିମ୍ବା ମେଟକାଫ୍ ହାଉସ୍, ଏଗୁଡ଼ିକୁ ଆହୁରି ଭବ୍ୟ ଏବଂ ସୁନ୍ଦର କରିବାର କାର୍ଯ୍ୟ ପ୍ରାୟତଃ ଶେଷ ହୋଇ ଆସିଲାଣି। ବିଶ୍ୱର ସବୁଠାରୁ ପୁରୁଣା ସଂଗ୍ରହାଳୟ ମାନଙ୍କ ମଧ୍ୟରୁ ଗୋଟିଏ, କଲିକତାର ହିଁ ଭାରତୀୟ ସଂଗ୍ରହାଳୟକୁ ମଧ୍ୟ ନୂତନ ରଙ୍ଗ- ରୂପରେ ବିଶ୍ୱ ସାମ୍ନାକୁ ଆଣିବା ପାଇଁ ଆମ ସରକାର କାର୍ଯ୍ୟ କରୁଛନ୍ତି।

ସାଥୀଗଣ,

ଆମର ଅତୀତର ପରମ୍ପରା ଆମର ବର୍ତମାନକୁ ଦିଗ ପ୍ରଦାନ କରିଥାଏ, ଆମକୁ ଉନ୍ନତ ଭବିଷ୍ୟତ ଗଢ଼ି ତୋଳିବା ପାଇଁ ପ୍ରେରଣା ଯୋଗାଇଥାଏ। ତେଣୁ, ଆଜି ଦେଶ ନିଜର ଇତିହାସକୁ, ନିଜର ଅତୀତକୁ, ଉର୍ଜ୍ଜାର ଜାଗ୍ରତ ସ୍ରୋତ ଭାବେ ଅନୁଭବ କରୁଛି । ଆପଣମାନଙ୍କୁ ସେହି ସମୟ ମଧ୍ୟ ସ୍ମରଣ ଥିବ, ଯେତେବେଳେ ଆମର ଏଠାରେ ନୀତି ପ୍ରତିଦିନ ପ୍ରାଚୀନ ମନ୍ଦିରର ମୂର୍ତିଗୁଡ଼ିକ ଚୋରୀ ହେବାର ଖବର ଆସୁଥିଲା । ଆମର କଳାକୃତିଗୁଡ଼ିକ ବିନା ଦ୍ୱିଧାରେ ବିଦେଶକୁ ଚୋରୀ ହେଉଥିଲା, ଯେଭଳି ସେଗୁଡ଼ିକର କୌଣସି ଗୁରୁତ୍ୱ ହିଁ ନ ଥିଲା। କିନ୍ତୁ ଏବେ ଭାରତକୁ ସେହି ଐତିହ୍ୟ ଗୁଡ଼ିକୁ ଫେରାଇ ଅଣାଯାଉଛି। ଏବେ ଆମର କିଶନ ରେଡ୍ଡୀ ମହାଶୟ ବିସ୍ତୃତ ଭାବେ ତାହାର ବର୍ଣ୍ଣନା ମଧ୍ୟ କରିଛନ୍ତି। ଦୁଇଦିନ ପୂର୍ବେ ହିଁ ଅଷ୍ଟ୍ରେଲିଆରୁ ଡଜନ ଡଜନ ମୂର୍ତି, ଚିତ୍ରକଳାମାନ ଏବଂ ଅନ୍ୟାନ୍ୟ କଳାକୃତିମାନ ଭାରତକୁ ଫେରାଇ ଦେଇଛନ୍ତି। ଏଗୁଡ଼ିକ ମଧ୍ୟରୁ ଅନେକ ହେଉଛି ପଶ୍ଚିମବଙ୍ଗଳା ସହିତ ସମ୍ବନ୍ଧିତ। ଗତ ବର୍ଷ ଭାରତକୁ, ଆମେରିକା ପ୍ରାୟତଃ ଦେଢ଼ ଶହ କଳାକୃତିମାନ ଫେରାଇଥିଲା। ଯେତେବେଳେ ଦେଶର ସାମର୍ଥ୍ୟ ବୃଦ୍ଧି ଘଟିଥାଏ, ଯେତେବେଳେ ଦୁଇ ଦେଶ ମଧ୍ୟରେ ଆପଣାପଣର ଭାବ ବୃଦ୍ଧି ଘଟିଥାଏ, ତେବେ ଏହି ପ୍ରକାରର ଅନେକ ଉଦାହରଣ ସାମ୍ନାକୁ ଆସିଥାଏ। ଆପଣ ଏହାର ଅନୁମାନ ଏହି କଥାରୁ ଲଗାଇ ପାରୁଥିବେ ଯେ  2014 ପୂର୍ବରୁ କେତେ ଦଶକରେ କେବଳ ଡଜନେ ଭଳିଆ ପ୍ରତିମାଗୁଡ଼ିକୁ ଭାରତକୁ ଅଣା ଯାଇ ପାରିଥିଲା। କିନ୍ତୁ ବିଗତ 7 ବର୍ଷରେ ଏହି ସଂଖ୍ୟା 2ଶହ 25ରୁ ମଧ୍ୟ ଅଧିକ ହୋଇ ଯାଇଛି। ନିଜର ସଂସ୍କୃତି, ନିଜର ସଭ୍ୟତାର ଏହି ଚିହ୍ନ ସବୁ, ଭାରତର ବର୍ତମାନ ଏବଂ ଭବିଷ୍ୟତ ପିଢ଼ୀଙ୍କୁ ନିରନ୍ତର ପ୍ରଭାବିତ କରୁ, ଏହି ଦିଗରେ ଏହା ହେଉଛି ଏକ ବହୁତ ବଡ଼ ପ୍ରୟାସ।

ଭାଇ ଓ ଭଉଣୀମାନେ,

ଆଜି ଯେଉଁଭଳି ଭାବେ ଦେଶ ନିଜର ରାଷ୍ଟ୍ରୀୟ ଏବଂ ଆଧ୍ୟାତ୍ମିକ ଐତିହ୍ୟ ଗୁଡ଼ିକୁ ଏକ ନୂତନ ଆତ୍ମବିଶ୍ୱାସର ସହିତ ବିକଶିତ କରୁଛି, ତାହାର ଆଉ ଗୋଟିଏ ପକ୍ଷ ରହିଛି। ଏହି ପକ୍ଷ ହେଉଛି- ଐତିହ୍ୟ ପର୍ଯ୍ୟଟନ ‘ହେରିଟେଜ ଟୁରିଜିମ’, ଐତିହ୍ୟ ପର୍ଯ୍ୟଟନରେ ଆର୍ଥିକ ଦୃଷ୍ଟିରୁ ଏବେ ଅପାର ସମ୍ଭାବନାମାନ ରହିଛି, ଏଥିରେ ବିକାଶର ନୂତନ ପଥ ମଧ୍ୟ ଉନ୍ମୁକ୍ତ ହେଉଛି। ଦାଣ୍ଡିରେ ଲବଣ ସତ୍ୟାଗ୍ରହ ସ୍ମୃତିରେ ନିର୍ମାଣ କରାଯାଇଥିବା ସ୍ମାରକ ହେଉ କିମ୍ବା ଜାଲିଆନାୱାଲା ବାଗରେ ସ୍ମାରକର ପୁନଃନିର୍ମାଣ ହେଉ, ଏକତା ନଗର କେୱଡିୟାରେ ଷ୍ଟାଚ୍ୟୁ ଅଫ୍ ୟୁନିନଟି ବା ଏକତାର ପ୍ରତିମୂର୍ତି ହେଉ କିମ୍ବା ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ମହାଶୟଙ୍କ ସ୍ମାରକ ନିର୍ମାଣ, ଦିଲ୍ଲୀରେ ବାବା ସାହେବ ମେମୋରିଆଲ ହେଉ କିମ୍ବା ରାଂଚିରେ ଭଗବାନ ବିର୍ସାମୁଣ୍ଡା ମେମୋରିଆଲ ପାର୍କ ଏବଂ ସଂଗ୍ରହାଳୟ ଅଯୋଧ୍ୟା- ବନାରସର ଘାଟ ଗୁଡ଼ିକର ସୌନ୍ଦର୍ଯ୍ୟ କରଣ ହେଉ କିମ୍ବା ସମଗ୍ର ଦେଶରେ ଐତିହାସିକ ମନ୍ଦିର ଗୁଡ଼ିକର ଏବଂ ଆସ୍ଥାସ୍ଥଳ ଗୁଡ଼ିକର ପୁନରୋଦ୍ଧାର, ‘ହେରିଟେଜ ଟୁରିଜିମ’ ବୃଦ୍ଧି କରିବା ପାଇଁ ଭାରତରେ ଏକ ରାଷ୍ଟ୍ରବ୍ୟାପୀ ଅଭିଯାନ ଚାଲୁ ରହିଛି। ସ୍ୱଦେଶ ଦର୍ଶନ ଭଳି କେତେଗୁଡ଼ିଏ ଯୋଜନା ମାଧ୍ୟମରେ ‘ହେରିଟେଜ ଟୁରିଜିମ’କୁ ଗତି ପ୍ରଦାନ କରାଯାଉଛି। ଆଉ ସମଗ୍ର ବିଶ୍ୱର ଅନୁଭବ ଏହା ହେଉଛି ଯେ କିଭଳି ଐତିହ୍ୟ ପର୍ଯ୍ୟଟନ, ଲୋକମାନଙ୍କର ଆୟ ବୃଦ୍ଧି କରିବାରେ, ରୋଜଗାରର ନୂତନ ସୁଯୋଗ ସୃଷ୍ଟି କରିବାରେ ବଡ଼ ଭୂମିକା ତୁଲାଉଛି। ଏକବିଂଶ ଶତାବ୍ଦୀର ଭାରତ ନିଜର ଏହି ସାମର୍ଥ୍ୟକୁ ବୁଝି ହିଁ ଆଗକୁ ବଢ଼ୁଛି।

ସାଥୀଗଣ,

ଭାରତକୁ ପରାଧୀନତାର ଶହ- ଶହ ବର୍ଷ ସମୟରୁ ସ୍ୱାଧୀନତା, ତିନି ଧାରାର ସଂଯୁକ୍ତ ପ୍ରୟାସରୁ ମିଳିଥିଲା। ଗୋଟିଏ ଧାରା ଥିଲା କ୍ରାନ୍ତୀର, ଅନ୍ୟ ଧାରା ଥିଲା ସତ୍ୟାଗ୍ରହର ଆଉ ତୃତୀୟ ଧାରା ଥିଲା ଜନ-ଜାଗୃତି ଏବଂ ରଚନାତ୍ମକ କାର୍ଯ୍ୟଗୁଡ଼ିକର। ମୋ ମନରେ ଏହି ତିନୋଟି ଯାକ ଧାରା, ତ୍ରିରଙ୍ଗାର ତିନୋଟି ରଙ୍ଗରେ ଦେଖା ଦେଇଥାଏ। ମୋର ମନ ମସ୍ତିଷ୍କରେ ବାରମ୍ବାର ଏହି ଭାବ ପ୍ରକଟ ହେଉଛି। ଆମ ତ୍ରିରଙ୍ଗାର ନାରଙ୍ଗୀ ରଙ୍ଗ, ହେଉଛି କ୍ରାନ୍ତୀର ଧାରାର ପ୍ରତୀକ। ଧଳା ରଙ୍ଗ, ସତ୍ୟାଗ୍ରହ ଏବଂ ଅହିଂସାର ଧାରାର ହେଉଛି ପ୍ରତୀକ। ସବୁଜ ରଙ୍ଗ, ରଚନାତ୍ମକ ପ୍ରବୃତିର ଧାରାର, ଭାରତୀୟ ମୂଲ୍ୟବୋଧ ଉପରେ ଆଧାରିତ ଶିକ୍ଷାର ପ୍ରଚାର- ପ୍ରସାରର, ଦେଶଭକ୍ତି ସହିତ ଜଡ଼ିତ ସାହିତ୍ୟିକ ରଚନା ସବୁ, ଭକ୍ତି ଆନ୍ଦୋଳନ ଏ ସମସ୍ତ କଥା ତାହା ସହିତ ଜଡ଼ିତ। ଆଉ ତ୍ରିରଙ୍ଗା ମଧ୍ୟରେ ନୀଳ ଚକ୍ରକୁ ମୁଁ ଭାରତର ସାଂସ୍କୃତିକ ଚେତନାର ପ୍ରତୀକ ଭାବେ ଦେଖୁଛି। ବେଦରୁ ବିବେକାନନ୍ଦଙ୍କ ପର୍ଯ୍ୟନ୍ତ, ବୁଦ୍ଧଙ୍କ ଠାରୁ ଗାନ୍ଧିଙ୍କ ପର୍ଯ୍ୟନ୍ତ ଏହି ଚକ୍ର ଚାଲିଲା, ମଥୁରାର ବୃନ୍ଦାବଦ, କୁରୁକ୍ଷେତ୍ରର ମୋହନ, ତାଙ୍କର ସୁଦର୍ଶନ ଚକ୍ର, ଏବଂ ପୋରବନ୍ଦରର ବୋହନଙ୍କ ଚରଖାଧାରୀ ଚକ୍ର, ଏହି ଚକ୍ର କେବେ ହେଲେ ଥମି ଯାଇ ନାହିଁ।

ଆଉ ସାଥୀଗଣ,

ଆଜି ଯେତେବେଳେ ମୁଁ ବିପ୍ଳବୀ ଭାରତ ଗ୍ୟାଲେରୀର ଉଦଘାଟନ କରୁଛି, ସେତେବେଳେ ତ୍ରିରଙ୍ଗାର ତିନୋଟି ରଙ୍ଗରେ ନୂତନ ଭାରତର ଭବିଷ୍ୟତକୁ ମଧ୍ୟ ଦେଖୁଛି । କେଶରୀ ରଙ୍ଗ ଏବେ ଆମକୁ କର୍ମଠତା, କର୍ତବ୍ୟ ଏବଂ ରାଷ୍ଟ୍ରୀୟ ସୁରକ୍ଷାର ପ୍ରେରଣା ଦେଇଥାଏ। ଧଳା ରଙ୍ଗ ଏବେ ‘ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ ଏବଂ ସମସ୍ତଙ୍କର ପ୍ରୟାସ’ର ହେଉଛି ପର୍ଯ୍ୟାୟ। ସବୁଜ ରଙ୍ଗ ଆଜି ପର୍ଯ୍ୟାବରଣର ସୁରକ୍ଷା ପାଇଁ, ନବୀକରଣୀୟ ଶକ୍ତି ପାଇଁ ଭାରତର ବୃହତ ଲକ୍ଷ୍ୟଗୁଡ଼ିକର ପ୍ରତୀକ। ସବୁଜ ଶକ୍ତିରୁ ନେଇ ସବୁଜ ଉଦଜାନ ପର୍ଯ୍ୟନ୍ତ, ଜୈବ ଇନ୍ଧନରୁ ନେଇ ଇଥେନଲ ବ୍ଲେଡିଂ ପର୍ଯ୍ୟନ୍ତ, ପ୍ରାକୃତିକ କୃଷିରୁ ନେଇ ଗୋବରଧନ ଯୋଜନା ପର୍ଯ୍ୟନ୍ତ, ସବୁଗୁଡ଼ିକ ହେଉଛି ଏହାର ପ୍ରତିବିମ୍ବ। ଆଉ ତ୍ରିରଙ୍ଗାରେ ଲାଗିଥିବା ନୀଳଚକ୍ର ଆଜି ନୀଳ-ଅର୍ଥନୀତିର ପର୍ଯ୍ୟାୟ ହୋଇପାରିଛି। ଭାରତ ପାଖରେ ରହିଥିବା ଅଥଳ ସାମୁଦ୍ରିକ ସଂସାଧନ, ବିଶାଳ ସାମୁଦ୍ରିକ ଉପକୂଳ, ଆମର ଜଳଶକ୍ତି, ଭାରତର ବିକାଶକୁ ନିରନ୍ତର ଗତି ପ୍ରଦାନ କରୁଛି।

ଆଉ ସାଥୀଗଣ,

ମୁଁ ଖୁସି ଅନୁଭବ କରୁଛି କି ଏହି ମାନ- ସମ୍ମାନ ଏବଂ ମର୍ଯ୍ୟାଦାକୁ ଆହୁରି ବୃଦ୍ଧି କରିବାର ଦାୟିତ୍ୱ ଦେଶର ଯୁବକମାନେ ଉଠାଇଛନ୍ତି। ଏମାନେ ଦେଶର ଯୁବକମାନେ ହିଁ ଥିଲେ ଯେଉଁମାନେ ପ୍ରତ୍ୟେକ ପରିସ୍ଥିତିରେ ଭାରତର ସ୍ୱାଧୀନତା ସଂଗ୍ରାମର ମଶାଲକୁ ନିଜ ହାତରେ ଧରି ରଖିଥିଲେ। ଆପଣମାନେ ମନେ ପକାନ୍ତୁ, ଆଜିର ଦିନରେ ଯେତେବେଳେ ଭଗତ ସିଂହ, ସୁଖଦେବ, ରାଜଗୁରୁଙ୍କୁ ଫାଶୀ ଦିଆଗଲା, ସେତେବେଳେ ଏମାନେ 23- 24 ବର୍ଷର ହିଁ ଯୁବକ ଥିଲେ। ଖୁଦିରାମ ବୋଷଙ୍କର ବୟସ ସେତେବେଳେ ଫାଶୀ ପାଇବା ସମୟରେ ଏମାନଙ୍କ ଠାରୁ ମଧ୍ୟ ବହୁତ କମ୍ ଥିଲା। ଭଗବାନ ବିର୍ସା ମୁଣ୍ଡା 25- 26ର ବର୍ଷର ଥିଲେ, ଚନ୍ଦ୍ର ଶେଖର ଆଜାଦ 24- 25 ବର୍ଷର ଥିଲେ, ଆଉ ଏହିମାନେ ଇଂରେଜ ଶାସନକୁ ଥରହର କରି ଦେଇଥିଲେ। ଭାରତର ଯୁବକମାନଙ୍କର ସମର୍ଥନ ନା ସେତେବେଳେ କମ୍ ଥିଲା ନା ଆଜି କମ୍ ଅଛି। ମୁଁ ଦେଶର ଯୁବକମାନଙ୍କୁ କହିବାକୁ ଚାହୁଁଛି- କେବେ ନିଜର ଶକ୍ତିକୁ, ନିଜର ସ୍ୱପ୍ନଗୁଡ଼ିକୁ କମ୍ ବୋଲି ଭାବିବେ ନାହିଁ। ଏଭଳି କୌଣସି କାର୍ଯ୍ୟ ନାହିଁ ଯାହାକୁ ଭାରତର ଯୁବକମାନେ କରି ପାରିବେ ନାହିଁ। ଏଭଳି କୌଣସି ଲକ୍ଷ୍ୟ ନାହିଁ ଯାହାକୁ ଭାରତର ଯୁବକମାନେ ପ୍ରାପ୍ତ କରି ପାରିବେ ନାହିଁ। ସ୍ୱାଧୀନତାର 100 ବର୍ଷ ହେବା ପରେ ଭାରତ ଯେଉଁ ଶିଖରରେ ଥିବ, 2047ରେ ହିନ୍ଦୁସ୍ତାନ ଯେଉଁଠାରେ ଯେଉଁ ଶିଖରରେ ରହିଥିବ, ତାହା ଆଜିକାର ଯୁବକମାନଙ୍କର ଶକ୍ତି ଯୋଗୁଁ ହେବ। ତେଣୁ, ଆଜି ଯେଉଁମାନେ ଯୁବକ ଅଛନ୍ତି, ସେମାନଙ୍କ ଜୀବନର ସବୁଠାରୁ ବଡ଼ ଲକ୍ଷ୍ୟ ହେବା ଦରକାର ନୂତନ ଭାରତ ନିର୍ମାଣରେ ନିଜର ଯୋଗଦାନ। ଆଗାମୀ 25 ବର୍ଷରେ ଭାରତର ଯୁବକମାନଙ୍କର ପରିଶ୍ରମ, ଭାରତର ଭାଗ୍ୟ ନିର୍ମାଣ କରିବ, ଭାରତର ଭବିଷ୍ୟତକୁ ସଜାଡ଼ିବ।

ସାଥୀଗଣ,

ଭାରତର ସ୍ୱାଧୀନତା ଆନ୍ଦୋଳନ ଆମକୁ ସଦା ସର୍ବଦା ଏକ ଭରତ- ଶ୍ରେଷ୍ଠ ଭାରତ ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥାଏ । ସ୍ୱାଧୀନତା ପ୍ରେମୀ ଲୋକମାନଙ୍କ ପାଇଁ ଆଞ୍ଚଳିକତା ଭିନ୍ନ ଭିନ୍ନ ଥିଲା, ଭାଷା- ଉପଭାଷା ମଧ୍ୟ ଭିନ୍ନ ଭିନ୍ନ ଥିଲା। ଏପରିକି ସାଧନ- ସଂସାଧନଗୁଡ଼ିକ ମଧ୍ୟ ଭିନ୍ନ ଭିନ୍ନ ଥିଲା । କିନ୍ତୁ ଦେଶ ପାଇଁ ସେବାର ଭାବନା ଏବଂ ଦେଶ ଭକ୍ତି ଏକନିଷ୍ଠ ଥିଲା। ସେମାନେ 'ଭାରତ ଭକ୍ତି'ର ସୂତ୍ର ସହିତ ଜଡିତ ହୋଇ ରହିଥିଲେ, ଏକ ସଂକଳ୍ପ ପାଇଁ ଲଢିଥିଲେ, ଏକାଠି ହୋଇ ଠିଆ ହୋଇଥିଲେ । ଭାରତ ଭକ୍ତିର ଏହି ସଶକ୍ତ ଭାବ, ଭାରତର ଏକତା, ଅଖଣ୍ଡତା ଆଜି ମଧ୍ୟ ଆମର ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ୍ । ଆପଣଙ୍କର ରାଜନୈତିକ ଚିନ୍ତାଧାରା ଯାହା ମଧ୍ୟ ହେଉ, ଆପଣ ଯେ କୌଣସି ରାଜନୈତିକ ଦଳର ମଧ୍ୟ ହୁଅନ୍ତୁ ନା କାହିଁକି , କିନ୍ତୁ ଭାରତର ଏକତା ଏବଂ ଅଖଣ୍ଡତା ସହିତ ଯେ କୌଣସି ପ୍ରକାରର କାର୍ଯ୍ୟ(ଖେଳ), ଭାରତର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପ୍ରତି ସବୁଠାରୁ ବଡ ବିଶ୍ୱାସଘାତକତା ହେବ । ଏକତା ବିନା ଆମେ ଏକ ଭାରତ- ଶ୍ରେଷ୍ଠ ଭାରତର ଭାବନାକୁ ସୁଦୃଢ କରିପାରିବା ନାହିଁ। ଦେଶର ସାମ୍ବିଧାନିକ ଅନୁଷ୍ଠାନ ପ୍ରତି ସମ୍ମାନ, ସାମ୍ବିଧାନିକ ପଦବୀ ପ୍ରତି ସମ୍ମାନ, ସମସ୍ତ ନାଗରିକଙ୍କ ପ୍ରତି ସମାନ ଭାବନା, ସେମାନଙ୍କ ପ୍ରତି ସମବେଦନା, ଦେଶର ଏକତାକୁ ଶକ୍ତି ଦେଇଥାଏ । ଆଜିର ସାଂପ୍ରତିକ ସମୟରେ, ଦେଶର ଏକତା ବିରୁଦ୍ଧରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ତତ୍ବ ଉପରେ ଆମକୁ ନଜର ରଖିବାକୁ ହେବ ଏବଂ ଏହାକୁ ଦୃଢତାର ସହ ମୁକାବିଲା କରିବାକୁ ହେବ । ଆଜି, ଯେତେବେଳେ ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛେ, ତେଣୁ ଏକତାର ଏହି ଅମୃତକୁ ରକ୍ଷା କରିବା, ଏହା ମଧ୍ୟ ଆମର ବହୁତ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ।

ଭାଇ ଓ ଭଉଣୀମାନେ,

ଆମକୁ ନୂତନ ଭାରତରେ ଏକ ନୂତନ ଦୃଷ୍ଟିକୋଣ ସହିତ ଆଗକୁ ବଢିବାକୁ ହେବ। ଏହି ନୂତନ ଦୃଷ୍ଟିଭଙ୍ଗୀ ହେଉଛି ଭାରତର ଆତ୍ମବିଶ୍ୱାସର, ଆତ୍ମନିର୍ଭରଶୀଳତାର, ପ୍ରାଚୀନ ପରିଚୟର,  ହେଉଛି ଭବିଷ୍ୟତର ଉତ୍ଥାନର। ଆଉ ଏଥିରେ କର୍ତ୍ତବ୍ୟର ଭାବନା ହେଉଛି ସବୁଶରୁ ଗୁରୁତ୍ୱପୂର୍ଣ୍ଣ । ଆମେ ଆଜି ଯେତେ ନିଷ୍ଠାର ସହିତ ଆମର କର୍ତ୍ତବ୍ୟ ପାଳନ କରିବା, ଆମର ପ୍ରୟାସରେ ଯେତେ ପରାକାଷ୍ଠା ରହିବ, ଦେଶର ଭବିଷ୍ୟତ ସେତିକି ମହାନ୍ ଓ ଭବ୍ୟ ହେବ । ସେଥିପାଇଁ ଆଜି 'କର୍ତ୍ତବ୍ୟ ନିଷ୍ଠା' ହିଁ ଆମର ଜାତୀୟ ଭାବନା ହେବା ଉଚିତ୍। 'କର୍ତ୍ତବ୍ୟ ପାଳନ' ଆମର ଜାତୀୟ ପ୍ରେରଣା ହେବା ଉଚିତ୍ । କର୍ତ୍ତବ୍ୟ ହିଁ ଆମର ଜାତୀୟ ଚରିତ୍ର ହେବା ଉଚିତ୍ । ଆଉ ଏହି କର୍ତ୍ତବ୍ୟ ହେଉଛି କ’ଣ ? ଆମେ ଅତି ସହଜରେ ଆମ ଆଖପାଖରେ ଆମର କର୍ତ୍ତବ୍ୟ ବିଷୟରେ ମଧ୍ୟ ନିଷ୍ପତ୍ତି ନେଇପାରିବା, ପ୍ରୟାସ ମଧ୍ୟ କରିପାରିବା, ଆମେ ମଧ୍ୟ ପରିଣାମ ଆଣିପାରିବା। ଯେତେବେଳେ ଆମେ ରାସ୍ତାରେ ଯାଉଛେ , ଟ୍ରେନରେ, ବସ୍ ଷ୍ଟାଣ୍ଡରେ, ଗଳି କନ୍ଦିରେ, ବଜାରରେ ଯାଉଛେ, ଅପରିସ୍କାର କରିବା ନାହିଁ , ପରିଷ୍କାର ପରିଚ୍ଛନ୍ନତା ରଖିବା, ତା’ହେଲେ ଆମେ ଆମର କର୍ତ୍ତବ୍ୟ ପାଳନ କରୁଛେ। ଠିକ୍ ସମୟରେ ଟିକାକରଣ କରିବା, ଜଳ ସଂରକ୍ଷଣରେ ସହଯୋଗ କରିବା, ପରିବେଶ ସୁରକ୍ଷାରେ ସାହାଯ୍ୟ କରିବା ମଧ୍ୟ ହେଉଛି କର୍ତ୍ତବ୍ୟ ପାଳନର ଏକ ଉଦାହରଣ। ଯେତେବେଳେ ଆମେ ଡିଜିଟାଲ୍ କାରବାର କରୁଛୁ, ଅନ୍ୟମାନଙ୍କୁ ଏହା ବିଷୟରେ ସଚେତନ କରୁଛୁ, ସେମାନଙ୍କୁ ପ୍ରଶିକ୍ଷିତ କରୁଛୁ, ସେଥିରେ ମଧ୍ୟ ଆମେ ଆମର କର୍ତ୍ତବ୍ୟ ପାଳନ କରୁଛୁ। ଯେତେବେଳେ ଆମେ ଆତ୍ମନିର୍ଭରଶୀଳ ଭାରତ ଅଭିଯାନକୁ ଗତି ଦେଉଛୁ, ସେତେ ବେଳେ ମଧ୍ୟ ଆମେ ଆମର କର୍ତ୍ତବ୍ୟ ପାଳନ କରୁଛୁ ।  ମୁଁ ମଧ୍ୟ ଏହି କଥା ପାଇଁ ଖୁସି ଯେ ଆଜି ଭାରତ 400 ବିଲିୟନ ଡ଼ଲାର ଅର୍ଥାତ୍ 30 ଲକ୍ଷ କୋଟି ଟଙ୍କାର ଉତ୍ପାଦ ରପ୍ତାନି କରିବା କ୍ଷେତ୍ରରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛି । ଭାରତର ବୃଦ୍ଧି ପାଉଥିବା ରପ୍ତାନି ହେଉଛି ଆମର ଶିଳ୍ପର ଶକ୍ତି, ଆମର ଏମଏସଏମଇର ଶକ୍ତି, ଆମର ବିନିର୍ମାଣ କ୍ଷମତା, ଆମର କୃଷି କ୍ଷେତ୍ରର ସାମର୍ଥ୍ୟର ହେଉଛି ପ୍ରତୀକ।

ସାଥୀଗଣ,

ଯେତେବେଳେ ପ୍ରତ୍ୟେକ ଭାରତୀୟ ନିଜର କର୍ତ୍ତବ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେବେ, ସଂପୂର୍ଣ୍ଣ ନିଷ୍ଠାର ସହିତ ତାହାକୁ ପାଳନ କରିବେ, ସେତେବେଳେ ଭାରତ, ଆଗକୁ ଅଗ୍ରସର ହେବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବ ନାହିଁ, ଏହାକୁ ଆଗକୁ ବଢିବାକୁ କେହି ଅଟକାଇ ପାରିବେ ନାହିଁ। ଯଦି ଆମେ ଆମ ଆଖପାଖକୁ ଦେଖିଥାଉ, ସେତେବେଳେ ଲକ୍ଷ- ଲକ୍ଷ ଯୁବକ, ଲକ୍ଷ- ଲକ୍ଷ ମହିଳା, ଆମର ପିଲାମାନେ, ଆମର ପରିବାର, କର୍ତ୍ତବ୍ୟର ଏହି ଭାବନାକୁ ନେଇ ବଞ୍ଚୁଛନ୍ତି । ଏହି ଭାବନା ଯେତେବେଳେ ପ୍ରତ୍ୟେକ ଭାରତୀୟଙ୍କ ଚରିତ୍ରରେ ପରିଣତ ହୋଇଯିବ, ଭାରତର ଭବିଷ୍ୟତ ସେତିକି ଉଜ୍ଜ୍ୱଳ ହେବ। ଯଦି ମୁଁ କବି ମୁକୁନ୍ଦ ଦାସ ମହାଶୟଙ୍କ କଥା କହିବି, ତେବେ "କି ଆନନ୍ଦର ଧ୍ବନୀରେ ଉଠ, ବଙ୍ଗୋ-ଭୁମେ ବଙ୍ଗୋ-ଭୁମେ, ବଙ୍ଗୋ-ଭୁମେ, ବଙ୍ଗୋ-ଭୁମେ, ଭାରତୋ ଭୁମେ ଜେଗେଛେ ଆଜି ଭାରତୋବାସୀ ଆର କି ମାନା ସୋନା, ଲୋଗେଛେ ଆପୋନ କାଜେ, ଜାର ଯା ନିଛେ ମୋନେ"। କୋଟି କୋଟି  ଭାରତୀୟ ନାଗରିକଙ୍କ ଏହି ଭାବନା  ନିରନ୍ତର ସଶକ୍ତ ହେଉ, କ୍ରାନ୍ତିବୀରଙ୍କର ଭାବନା ଦ୍ବାରା ଆମକୁ ସଦା ସର୍ବଦା ପ୍ରେରଣା ମିଳୁଥାଉ, ଏହି କାମନା ସହିତ ମୁଁ ପୁନର୍ବାର ସମସ୍ତଙ୍କୁ ବିପ୍ଲୋବୀ ଭରତ ଗ୍ୟାଲେରୀ ପାଇଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ! ବନ୍ଦେ ମାତରମ ! ଧନ୍ୟବାଦ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Modi, Macron discuss West Asia, stress navigation freedom in Hormuz

Media Coverage

Modi, Macron discuss West Asia, stress navigation freedom in Hormuz
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tributes to former Prime Minister Chandra Shekhar on his birth anniversary
April 17, 2026

The Prime Minister, Shri Narendra Modi has paid tributes to former Prime Minister, Shri Chandra Shekhar on his birth anniversary.

The Prime Minister noted that this year marks the beginning of Chandra Shekhar Ji’s 100th birth anniversary and said it is an occasion to reiterate the commitment to realising his vision for a prosperous and just India.

Recalling his legacy, the Prime Minister said that Chandra Shekhar Ji is remembered as a mass leader blessed with courage, conviction and a deep commitment to democratic values. He highlighted that firmly rooted in the soil of India and sensitive to the aspirations of ordinary citizens, Chandra Shekhar Ji brought simplicity and clarity to public life.

The Prime Minister also recalled the instances when he had the opportunity to meet Chandra Shekhar Ji and exchange perspectives for the development of the nation.

The Prime Minister called upon the youth of India to read more about the thoughts and efforts of Chandra Shekhar Ji towards India’s progress.

In a X post, Shri Modi said;

“Tributes to former Prime Minister Chandra Shekhar Ji on his birth anniversary. This year marks the start of his 100th birth anniversary and is a time to reiterate our commitment to realising his vision for a prosperous and just India. Chandra Shekhar Ji is remembered as a mass leader blessed with courage, conviction and a deep commitment to democratic values. Firmly rooted in the soil of India and sensitive to the aspirations of ordinary citizens, he brought simplicity and clarity to public life. I recall the instances when I had the opportunity to meet him and exchange perspectives for the development of our nation. I call upon the youth of India to read more about his thoughts and efforts towards India’s progress.”