We launched Digital India with a very simple focus- to ensure more people can benefit from technology, especially in rural areas: PM
We ensured that the advantages of technology are not restricted to a select few but are there for all sections of society. We strengthened network of CSCs: PM
The Digital India initiative is creating a group of village level entrepreneurs, says PM Modi
The movement towards more digital payments is linked to eliminating middlemen: PM Modi
Due to ‘Make in India’, we see a boost to manufacturing and this has given youngsters an opportunity to work in several sectors: PM Modi
Along with digital empowerment, we also want technology to boost creativity: PM

ବିଗତ କିଛି ଦିନ ହେବ ମୋତେ ସରକାରଙ୍କର  ବିଭିନ୍ନ ଯୋଜନା ଅଧୀନରେ ସମଗ୍ର ଦେଶରେ ଯେଉଁ ହିତାଧିକାରୀ ଅଛନ୍ତି ସେମାନଙ୍କ ସହିତ ସାକ୍ଷାତ କରିବା, କଥାବାର୍ତ୍ତା ହେବା, ସେମାନଙ୍କୁ ଶୁଣିବାର ସୁଯୋଗ ମିଳିଲା, ଆଉ ମୁଁ କହିପାରୁଛି କି ଏହା ମୋ ପାଇଁ ହେଉଛି ଏକ ଅଦ୍ଭୁତ ଅନୁଭବ । ଆଉ ମୁଁ ସବୁବେଳେ ଏହିଭଳି ସାହସ ପାଇଁ ଆଗ୍ରହୀ । କାରଣ ଫାଇଲର ବାହାରେ ମଧ୍ୟ ଜୀବନ ରହିଛି । ଆଉ ଜୀବନରେ ଯେଉଁ ପରିବର୍ତ୍ତନ ଆସିଛି । ଯେତେବେଳେ ତାହାକୁ ସିଧାସଳଖ ଲୋକମାନଙ୍କଠାରୁ ଶୁଣିଲି । ସେମାନଙ୍କର ଅନୁଭବକୁ ଜାଣିଲି ତ ମନକୁ ଏକ ବହୁତ ଆତ୍ମସନ୍ତୋଷ ମିଳୁଛି । ଆଉ କାମ କରିବାର ଏକ ନୂତନ ଉର୍ଜ୍ଜା ମଧ୍ୟ ମୋତେ ଆପଣମାନଙ୍କଠାରୁ ମିଳିଛି । ଆଜି ଡିଜିଟାଲ ଇଣ୍ଡିଆର କିଛି ଯୋଜନାର ହିତାଧିକାରୀମାନଙ୍କ ସହିତ କଥାବାର୍ତ୍ତାକରିବାର ସୁଯୋଗ ମୋତେ ମିଳିଛି ।

ମୋତେ ଅବଗତ କରାଯାଇଛି କି ଆଜି ଏହି କାର୍ଯ୍ୟକ୍ରମରେ ସମଗ୍ର ଦେଶର ପ୍ରାୟ 3 ଲକ୍ଷ ସାଧାରଣ ସେବା କେନ୍ଦ୍ର (Common Service Centres) ଏହା  ସହିତ ଯୋଡ଼ି ହେବାର ମୋତେ ସୁଯୋଗ ମିଳିଛି । ଏହି ସିଏସସିସାଧାରଣ ସେବା କେନ୍ଦ୍ରଗୁଡ଼ିକୁ ସଂଚାଳିତ କରୁଥିବା ଭିଏଲଇଏସ୍ ଆଉ ଯେଉଁ ନାଗରିକମାନେ ଏହାଦ୍ୱାରା ଭିନ୍ନ-ଭିନ୍ନ ପ୍ରକାରର ସେବା ନେଉଛନ୍ତି, ସେ ସମସ୍ତେ ଆଜି ଏଠାରେ ଉପସ୍ଥିତ ଅଛନ୍ତି । ଏହା ବ୍ୟତୀତ ସମଗ୍ର ଦେଶର ଏନଆଇସି କେନ୍ଦ୍ର ମାଧ୍ୟମରେ ଡିଜିଟାଲ ଇଣ୍ଡିଆର ହିତାଧିକାରୀ ସେଠାରେ ମଧ୍ୟ ଏକାଠି ହୋଇଛନ୍ତି । 1600 ରୁ ଅଧିକ କେନ୍ଦ୍ରଗୁଡ଼ିକୁ ଯାହା ଏନକେଏନ୍ (NKN – National Knowledge Network)  ଜାତୀୟ ଜ୍ଞାନ ନେଟୱାର୍କ ସେମାନଙ୍କ ସହିତ ଜଡ଼ିତ । ସେମାନଙ୍କର ବିଦ୍ୟାର୍ଥୀ, ଗବେଷକ, ବୈଜ୍ଞାନିକ, ପ୍ରଫେସରମାନେ, ଏ ସମସ୍ତେ ଆମ ସହିତ ଅଛନ୍ତି । ସମଗ୍ର ଦେଶରେ ସରକାରଙ୍କ ଯୋଜନା ଦ୍ୱାରା ଯେଉଁ ବିପିଓ ସ୍ଥାପିତ ହୋଇଛନ୍ତି । ସେଠାକାର ଯୁବକମାନେ ନିଜ-ନିଜ ବିପିଓ କେନ୍ଦ୍ରଠାରୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଆମ ସହିତ ରହିଛନ୍ତି । କେବଳ ଏତିକି ନୁହେଁ, ମୋବାଇଲ, ବିନିର୍ମାଣ ୟୁନିଟରେ କାମ କରୁଥିବା ଲୋକେ ମଧ୍ୟ ଆମକୁ ନିଜ-ନିଜର ୟୁନିଟ ମଧ୍ୟ ଦେଖାଇବେ, ଆଉ ସେ କିଛି କଥା ଆମକୁ କହିବେ ।

 

ସମଗ୍ର ଦେଶରେ ଏକ୍ଷ-ଲକ୍ଷ ସଂଖ୍ୟାରେ ମାଇଗଭ୍ ସ୍ୱେଚ୍ଛାସେବୀ ମଧ୍ୟ ଯୋଡ଼ି ହୋଇଛନ୍ତି । ମୁଁ ମାନୁଛି କି ଏହା ହେଉଛି ଆଶ୍ଚର୍ଯ୍ୟଜନକ ବାର୍ତ୍ତାଳାପ ଯେଉଁଠାରେ ଅତି କମରେ 50 ଲକ୍ଷରୁ ଅଧିକ ଲୋକ ଗୋଟିଏ ହିଁ ବିଷୟ ଉପରେ ଆଜି ଆମେ ସମସ୍ତେ ମିଳିମିଶି କଥାବାର୍ତ୍ତା କରିବାକୁ ଯାଉଛେ । ପ୍ରତ୍ୟେକଙ୍କ ଅନୁଭବକୁ ଶୁଣିବା ପାଇଁ,ସେମାନଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ହେଉଛି ଏକ ଅଦ୍ଭୁତ ସୁଯୋଗ ଆଉ ଯେତେବେଳେ ଡିଜିଟାଲ ଇଣ୍ଡିଆର ଶୁଭାରମ୍ଭ ହୋଇଥିଲା ତ ଗୋଟିଏ ସଂକଳ୍ପ ରହିଥିଲା କି ଦେଶର ସାଧାରଣ ବ୍ୟକ୍ତିକୁ, ଗରିବଙ୍କୁ,କୃଷକଙ୍କୁ, ଯୁବକମାନଙ୍କୁ, ଗାଁଗୁଡ଼ିକୁ ଡିଜିଟାଲ ଦୁନିଆ ସହିତ ଯୋଡ଼ି ଚାଲିଛି । ସେମାନଙ୍କୁ ସଶକ୍ତ କରୁଛି । ଏହି ଗୋଟିଏ ସଂକଳ୍ପକୁ ନେଇ ବିଗତ ଚାରି ବର୍ଷରେ ଡିଜିଟାଲ ସଶକ୍ତୀକରଣର ପ୍ରତ୍ୟେକଟି ପଦକ୍ଷେପ ଉପରେ କାର୍ଯ୍ୟ କରାଯାଇଛି । ଗାଁକୁ ଫାଇବର ଅପ୍ଟିକ୍ସ ସହିତ ଯୋଡ଼ିବାର ହେଉ । କୋଟି-କୋଟି ଲୋକଙ୍କୁ ଡିଜିଟାଲ ସାକ୍ଷର କରିବା ହେଉ, ସରକାରୀ ସେବାଗୁଡ଼ିକୁ ମୋବାଇଲ ମାଧ୍ୟମରେ ପ୍ରତ୍ୟେକଙ୍କ ହାତରେ ପହଂଚାଇବା ହେଉ, ଇଲେକ୍ଟ୍ରୋନିକ୍ ବିନିର୍ମାଣକୁ ଦେଶରେ ବିକଶିତ କରିବା ହେଉ, ଷ୍ଟାର୍ଟ ଅପ୍ ଅଥବା ନବସୃଜନକୁ ପ୍ରୋତ୍ସାହନ ଦେବା ହେଉ, ଦୂର ଦୂରାନ୍ତ ଅଂଚଳରେ ବିପିଓଗୁଡ଼ିକ ଖୋଲିବାର ଅଭିଯାନ ଚଲାଇବାର ହେଉ । ଏଭଳି ଅନେକ ପ୍ରକଳ୍ପ ଆଜି ପେନସନ୍ ପାଉଥିବା ଆମର ବରିଷ୍ଠ ଲୋକମାନଙ୍କୁ ମାଇଲ-ମାଇଲ ଦୂର ପର୍ଯ୍ୟନ୍ତ ଯାଇ ନିଜର ଜୀବନ ପ୍ରମାଣପତ୍ର ଦେବାକୁ ପଡ଼ୁ ନାହିଁ । ବରଂ ନିଜ ଗାଁରେ ହିଁ ସାଧାରଣ ସେବା କେନ୍ଦ୍ର ସିଏସସିରେ ପହଂଚି ବହୁତ ସହଜରେ କାର୍ଯ୍ୟ କରି ପାରୁଛନ୍ତି । ଦେଶର କୃଷକମାନଙ୍କୁ  ପାଣିପାଗ ବିଷୟରେ ଜାଣିବାର ହେଉ, ଫସଲ ପରିଚାଳନା ସମ୍ବନ୍ଧରେ ସୂଚନା ପାଇବାର ହେଉ, ମୃତ୍ତିକା ଆଦି ବିଷୟରେ କିଛି ଜାଣିବାର ହେଉ,ସେମାନେ ବଡ଼ ସହଜରେ ଆଜିକାଲି ପ୍ରାପ୍ତ କରି ନେଉଛନ୍ତି । କିନ୍ତୁ ଏହା ସହିତ ଏକ ଡିଜିଟାଲ ବଜାର ଇ-ନାମ ମାଧ୍ୟମରେ ନିଜ ଉତ୍ପାଦ ମଧ୍ୟ ସାରା ଦେଶରେ ଥିବା ବଜାରରେ ବିକ୍ରି କରି ପାରୁଛନ୍ତି । ନିଜ ମୋବାଇଲ ଫୋନ୍ ମାଧ୍ୟମରେ ଅବା ସିଏସସି କେନ୍ଦ୍ରକୁ ଯାଇ କରି ।

ଆଜି ଗାଁରେ ପାଠ ପଢ଼ୁଥିବା ବିଦ୍ୟାର୍ଥୀ ନିଜ ସ୍କୁଲ କଲେଜରେ ଉପଲବ୍ଧ ହେଉଥିବା ପୁସ୍ତକ ମଧ୍ୟରେ ସୀମିତ ହୋଇ ନାହିଁ । ସେ ଇଂଟରନେଟର ବ୍ୟବହାର କରି ଡିଜିଟାଲ ଲାଇବ୍ରେରୀ ମାଧ୍ୟମରେ ଲକ୍ଷ-ଲକ୍ଷ ପୁସ୍ତକର ସହାୟତା ନେଇ ପାରୁଛି । ସେ ଏବେ ବୃତ୍ତିର ଧନ ରାଶି ପାଇଁ ସ୍କୁଲ କଲେଜର ଯୋଜନା ତଥା ବ୍ୟବସ୍ଥା ଉପରେ ନିର୍ଭର କରୁନାହିଁ । ତା’ର ବୃତ୍ତି ଏବେ ସିଧା ସଳଖ ତା’ ବ୍ୟାଙ୍କ ଖାତାକୁ ଆସିଯାଉଛି । ଏହା ସବୁ ସମ୍ଭବ ହୋଇଛି ଟେକ୍ନୋଲଜି ମାଧ୍ୟମରେ, ସଂଚାର କ୍ରାନ୍ତି ଦ୍ୱାରା । ଆଜିଠାରୁ କିଛି ବର୍ଷ ପୂର୍ବେ ମହାନଗର ଠାରୁ ଦୂରରେ ଥିବା ଛୋଟ ସହର, ବସ୍ତି ଏବଂ ଗାଁରେ ରହୁଥିବା ଲୋକମାନଙ୍କ ପାଇଁ ଏହି କଥା କଳ୍ପନା କରିବା ମଧ୍ୟ କଷ୍ଟକର ଥିଲା କି ରେଳ ଟିକେଟ ଷ୍ଟେସନକୁ ନ ଯାଇ, ଲାଇନରେ ଠିଆ ନ ହୋଇ, ବୁକିଂ ହୋଇ ପାରିବ । ଅଥବା ରୋଷେଇ ଗ୍ୟାସ୍ ବିନା ଲାଇନରେ ଘଣ୍ଟା ଘଣ୍ଟା ନ ବିତାଇ ଘର ପର୍ଯ୍ୟନ୍ତ ପହଂଚି ପାରିବ । ଟିକସ, ବିଜୁଳି, ପାଣି ବିଲ୍,କୌଣସି ସରକାରୀ ଅଫିସକୁ ନ ଯାଇ ଜମା ହୋଇ ପାରିବ । କିନ୍ତୁ ଆଜି ଏହା ସମ୍ଭବ ହୋଇଛି ଆପଣଙ୍କ ଜୀବନ ସହିତ ଜଡ଼ିତ ସମସ୍ତ ଜରୁରୀ କାର୍ଯ୍ୟ ଏବେ କେବଳ ଆଙ୍ଗୁଳି ଠାରୁ ସାମାନ୍ୟ ଦୂରରେ ରହିଛି । ଆଉ ଏପରି ନୁହେଁ କି କିଛି ହାତ ଗଣତି ଲୋକଙ୍କୁ ଏହା ଉପଲବ୍ଧ ହେଉଛି, ବରଂ ପ୍ରତ୍ୟେକଙ୍କ ପାଇଁ ଉପଲବ୍ଧ ହେଉଛି । ଦେଶର ପ୍ରତ୍ୟେକ ନାଗରିକଙ୍କୁ ଅଧିକରୁ ଅଧିକ ସୁବିଧା ନିଜ ଘର ପାଖରେ ହିଁ ମିଳି ପାରୁଛି । ଏଥିପାଇଁ ଆମେ ସାରା ଦେଶରେ ସାଧାରଣ ସେବା କେନ୍ଦ୍ର ସିଏସସି ନେଟୱାର୍କକୁ ସୁଦୃଢ଼ କରାଯାଉଛି ।

ଏବେ ଦେଶରେ ପ୍ରାୟ 3 ଲକ୍ଷ ସାଧାରଣ ସେବା କେନ୍ଦ୍ର (Common Service Centre) ଖୋଲା ଯାଇ ସାରିଛି । ଆଜି ଡିଜିଟାଲ ସେବା ପ୍ରଦାନ କେନ୍ଦ୍ରର ଏହି ବିଶାଳ ନେଟୱାର୍କ ଭାରତର 1 ଲକ୍ଷ 83 ହଜାର ଗ୍ରାମପଞ୍ଚାୟତରେ ବିସ୍ତାରିତ ହୋଇ ରହିଛି । ଆଜି ଲକ୍ଷ-ଲକ୍ଷ ସଂଖ୍ୟାରେ ଯୁବକ ଗ୍ରାମ-ଉଦ୍ୟୋଗୀ  Village Level Entrepreneurs (VLE) ଭାବେ କାର୍ଯ୍ୟ କରୁଛନ୍ତି । ଆଉ ଖୁସିର କଥା ହେଉଛି କି ଏମାନଙ୍କ ମଧ୍ୟରେ ଅଛନ୍ତି52 ହଜାର ମହିଳା ଉଦ୍ୟୋଗୀ ।

ଏବେ ଏହି କେନ୍ଦ୍ର ମାଧ୍ୟମରେ 10 ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ମିଳୁଛି । ସାମଗ୍ରିକ ଭାବେ ଦେଖିବା ତ ଏହି କେନ୍ଦ୍ର ନା କେବଳ ସଶକ୍ତୀକରଣର ମାଧ୍ୟମ ପାଲଟିଛି ବରଂ ଏହାଦ୍ୱାରା ଶିକ୍ଷା, ଉଦ୍ୟୋଗୀ ଏବଂ ନିଯୁକ୍ତିକୁ ମଧ୍ୟ ପ୍ରୋତ୍ସାହନ ମିଳିଛି ।

ମୋ ହିନ୍ଦୁସ୍ଥାନରେ ଯେଉଁ ପରିବର୍ତ୍ତନ ଆସୁଛି, ଯେଉଁ ପରିବର୍ତ୍ତନ ଆପଣମାନେ ଆଣୁଛନ୍ତି ଆଉ ନିଜ ଆଙ୍ଗୁଠିର ଶକ୍ତି ଦ୍ୱାରା ଆଣୁଛନ୍ତି, ଏହି ପ୍ରଗତି, ଏହି ବିଶ୍ୱାସ, ଏହି ବିକାଶ, ସଂସ୍କାର, ସମ୍ପାଦନ, ଏବଂ ସଂପରିବର୍ତ୍ତନ(Reform, Perform, Transform) ଏହାକୁ ସାକାର କରିବାକୁ ଯାଉଛି । ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି । ବହୁତ ବହୁତ ଧନ୍ୟବାଦ ଦେଉଛି ।

ନମସ୍କାର ।  

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Agricultural Transformation: How India’s Agri sector transformed over the last decade

Media Coverage

India’s Agricultural Transformation: How India’s Agri sector transformed over the last decade
NM on the go

Nm on the go

Always be the first to hear from the PM. Get the App Now!
...
Prime Minister attends the Defence Investiture Ceremony 2026 (Phase-1)
June 08, 2026

Prime Minister Shri Narendra Modi today attended the Defence Investiture Ceremony 2026 (Phase-1) where Gallantry Awards were conferred upon our brave personnel.

The Prime Minister expressed pride in their extraordinary courage, commitment and selfless service to the nation.

The Prime Minister posted on X:

"Attended the Defence Investiture Ceremony 2026 (Phase-1) where Gallantry Awards were conferred upon our brave personnel. We are proud of their extraordinary courage, commitment and selfless service to the nation."