ପାରାଦୀପ ବିଶୋଧନାଗାରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ର ମନୋ ଇଥିଲିନ୍ ଗ୍ଲାଇକୋଲ ପ୍ରକଳ୍ପର ଉଦଘାଟନ କଲେ
ପାରାଦୀପରେ ୦.୬ ଏମଏମଟିପିଏ ଏଲପିଜି ଆମଦାନୀ ସୁବିଧା ଏବଂ ପାରାଦୀପରୁ ହଳଦିଆ ପର୍ଯ୍ୟନ୍ତ ୩୪୪ କିଲୋମିଟର ଦୀର୍ଘ ଉତ୍ପାଦ ପାଇପଲାଇନ ଉଦଘାଟିତ
ଆଇଆରଇଏଲ୍ (ଆଇ) ଲିମିଟେଡର ଓଡ଼ିଶା ସାଣ୍ଡସ କମ୍ପ୍ଲେକ୍ସରେ ୫ଏମଏଲଡି କ୍ଷମତା ବିଶିଷ୍ଟ ସମୁଦ୍ର ଜଳ ଲବଣ ଅପସାରଣ ପ୍ଲାଣ୍ଟ ଉଦଘାଟିତ
ଏକାଧିକ ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
ଏକାଧିକ ସଡ଼କ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କଲେ
‘‘ଆଜିର ପ୍ରକଳ୍ପଗୁଡିକ ଦେଶରେ ବଦଳୁଥିବା କାର୍ଯ୍ୟ ସଂସ୍କୃତିକୁ ଦର୍ଶାଉଛି’’
‘‘ଆଜି ଦେଶରେ ଥିବା ସରକାର ବିକଶିତ ଭାରତର ସଂକଳ୍ପ ନେଇ ଭବିଷ୍ୟତ ପାଇଁ କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନର ଆବଶ୍ୟକତା ପ୍ରତି ମଧ୍ୟ ସଚେତନ ରହିଛି’’
‘‘ରାଜ୍ୟ ଅର୍ଥବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଓଡ଼ିଶାରେ ଆଧୁନିକ ଯୋଗାଯୋଗ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛନ୍ତି’’

ଓଡିଶାର ରାଜ୍ୟପାଳ ରଘୁବର ଦାସ ଜୀ, ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜୀ, କ୍ୟାବିନେଟରେ ମୋର ସହଯୋଗୀ ଧର୍ମେନ୍ଦ୍ର ପ୍ରଧାନ ଜୀ, ବିଶ୍ୱେଶ୍ୱର ଟୁଡୁ ଜୀ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ !

ଜୟ ଜଗନ୍ନାଥ ।

ମହାପ୍ରଭୁ ଜଗନ୍ନାଥ ଓ ମା' ବିରଜାଙ୍କ ଆଶୀର୍ବାଦରେ ଆଜି ଯାଜପୁର ଓ ଓଡ଼ିଶାରେ ବିକାଶର ଏକ ନୂଆ ଧାରା ପ୍ରବାହିତ ହେବା ଆରମ୍ଭ ହୋଇଛି । ଆଜି ବିଜୁ ବାବୁଙ୍କ ଜୟନ୍ତୀ । ଓଡ଼ିଶାର ବିକାଶ ପାଇଁ ଓ ଦେଶର ବିକାଶ ନିମନ୍ତେ ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ । ସମସ୍ତ ଦେଶବାସୀଙ୍କ ତରଫରୁ ମୁଁ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ତାଙ୍କୁ ପ୍ରଣାମ କରୁଛି ।

ବନ୍ଧୁଗଣ,

ଆଜି ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ତଥା ଶିଳାନ୍ୟାସ ହୋଇଛି । ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଆଣବିକ ଶକ୍ତି ସମ୍ବନ୍ଧୀୟ ଯୋଜନା ହେଉ କିମ୍ବା ସଡ଼କ, ରେଳ ବାଇ ଓ ପରିବହନ ସମ୍ବନ୍ଧୀୟ ଯୋଜନା, ଏହି ଉନ୍ନୟନମୂଳକ କାର୍ଯ୍ୟ ଯୋଗୁଁ ଏଠାରେ ଶିଳ୍ପ ସମ୍ବନ୍ଧିତ କାର୍ଯ୍ୟକଳାପ ବୃଦ୍ଧି ପାଇବ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏସବୁ ପ୍ରକଳ୍ପ ପାଇଁ ମୁଁ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ

ଆଜି ଦେଶରେ ଏମିତି ଏକ ସରକାର ଅଛି, ଯିଏ ବର୍ତ୍ତମାନକୁ ନେଇ ଚିନ୍ତିତ ଏବଂ ବିକଶିତ ଭାରତର ସଂକଳ୍ପ ନେଇ ଭବିଷ୍ୟତ ପାଇଁ ମଧ୍ୟ କାମ କରୁଛି । ଶକ୍ତି କ୍ଷେତ୍ରରେ ଆମେ ରାଜ୍ୟ ଗୁଡ଼ିକର ସାମର୍ଥ୍ୟ ବଢ଼ାଉଛୁ, ବିଶେଷ କରି ପୂର୍ବ ଭାରତର ଶକ୍ତି ବୃଦ୍ଧି କରୁଛୁ । ଉର୍ଜା ଗଙ୍ଗା ପ୍ରକଳ୍ପ ଅଧୀନରେ ୫ଟି ବଡ଼ ରାଜ୍ୟ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ପ୍ରାକୃତିକ ଗ୍ୟାସ୍ ଯୋଗାଣ ପାଇଁ ବଡ଼ ପ୍ରକଳ୍ପ ଚାଲିଛି । ଆଜି ପାରାଦୀପ - ସୋମନାଥପୁର - ହଳଦିଆ ପାଇପଲାଇନ୍‌କୁ ମଧ୍ୟ ଦେଶ ସେବା ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । 

ଆଜି ପାରାଦୀପ ବିଶୋଧନାଗାରରେ ପ୍ରାକୃତିକ ଗ୍ୟାସ ପ୍ରକ୍ରିୟାକରଣର ଏକ ୟୁନିଟ୍ ଉଦ୍‌ଘାଟିତ ହୋଇଛି । ପାରାଦୀପ ବିଶୋଧନାଗାରରେ ମୋନୋ - ଏଥିଲିନ୍ ଗ୍ଲାଇକୋଲର ଏକ ନୂତନ ପ୍ଲାଣ୍ଟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । ଏହା ପୂର୍ବ ଭାରତର ବହୁମୁଖୀ ଶିଳ୍ପରେ ବିପ୍ଳବ ଆଣିବ । ଏହି ପ୍ରକଳ୍ପ ଦ୍ୱାରା ଭଦ୍ରକ ଓ ପାରାଦୀପରେ ନିର୍ମାଣ ହେବାକୁ ଥିବା ବୟନ ପାର୍କଗୁଡ଼ିକୁ ମଧ୍ୟ କଞ୍ଚା ମାଲ ସହଜରେ ଉପଲବ୍ଧ ହେବ ।

 

ବନ୍ଧୁଗଣ

ଆଜିର ଏହି ଆୟୋଜନ ବିଗତ ବର୍ଷ ଗୁଡ଼ିକରେ ଆମ ଦେଶରେ କାର୍ଯ୍ୟ - ସଂସ୍କୃତି କେତେ ଦ୍ରୁତ ଗତିରେ ପରିବର୍ତ୍ତନ ହୋଇଛି ତାହାର ମଧ୍ୟ ଏକ ସ୍ୱୀକୃତି । ପୂର୍ବରୁ ଯେଉଁ ସରକାର ଥିଲେ ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ ସମାପ୍ତ କରିବାକୁ ଆଗ୍ରହ ପ୍ରକାଶ କରୁନଥିଲେ । କିନ୍ତୁ ଆମ ସରକାର ଯେଉଁ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରୁଛନ୍ତି, ସେହି ପ୍ରକଳ୍ପକୁ ଶୀଘ୍ର ଶେଷ କରିବାକୁ ଚେଷ୍ଟା କରୁଛନ୍ତି । ୨୦୧୪ ପରେ ଦେଶରେ ଏମିତି ଅନେକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି, ଯାହା ଅଟକି ରହିଥିଲା, ଝୁଲି ରହିଥିଲା । ପାରାଦୀପ ବିଶୋଧନାଗାର ଉପରେ ମଧ୍ୟ ୨୦୦୨ ମସିହାରେ ଆଲୋଚନା ଆରମ୍ଭ ହୋଇଥିଲା । କିନ୍ତୁ ୨୦୧୩ - ୧୪ ପର୍ଯ୍ୟନ୍ତ କିଛି କରାଯାଇନଥିଲା । ଆମ ସରକାର ହିଁ ପାରାଦୀପ ବିଶୋଧନାଗାରର କାର୍ଯ୍ୟ ଶେଷ କରିଛନ୍ତି । ଆଜି ତେଲଙ୍ଗାନାର ସାଙ୍ଗାରେଡ୍ଡୀରେ ପାରାଦୀପ - ହାଇଦ୍ରାବାଦ ପାଇପଲାଇନ୍ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । ତିନି ଦିନ ତଳେ ପଶ୍ଚିମବଙ୍ଗର ଆରାମବାଗରେ ହଳଦିଆରୁ ବରାଉଣି ପର୍ଯ୍ୟନ୍ତ ୫୦୦ କିଲୋମିଟରରୁ ଅଧିକ ଅଶୋଧିତ ତୈଳ ପାଇପଲାଇନ ମଧ୍ୟ ଆରମ୍ଭ ହୋଇଛି ।

ବନ୍ଧୁଗଣ

ପୂର୍ବ ଭାରତରେ ପ୍ରଚୁର ପ୍ରାକୃତିକ ସମ୍ପଦ ରହିଛି । ଆମ ସରକାର ଏହି ସମ୍ବଳକୁ, ଓଡ଼ିଶା ଭଳି ରାଜ୍ୟର ବିରଳ ଖଣିଜ ସମ୍ପଦକୁ ଏହାର ବିକାଶ ପାଇଁ ବ୍ୟବହାର କରୁଛନ୍ତି । ଆଜି ଗଞ୍ଜାମ ଜିଲ୍ଲାରେ ଡିସାଲିନେସନ୍ (ଅଣଲବଣୀକରଣ) ପ୍ଲାଣ୍ଟର ଶିଳାନ୍ୟାସ କରାଯାଇଛି । ଏହା ଦ୍ୱାରା ଓଡ଼ିଶାର ହଜାର ହଜାର ଲୋକ ଉପକୃତ ହେବେ । ଏହି ପ୍ରକଳ୍ପ ଜରିଆରେ ଦୈନିକ ୫୦ ଲକ୍ଷ ଲିଟର ଲୁଣିପାଣିକୁ ପିଇବା ପାଇଁ ଉପଯୁକ୍ତ କରାଯିବ ।

ବନ୍ଧୁଗଣ,

ଓଡ଼ିଶାର ସମ୍ବଳ ଓ ରାଜ୍ୟର ଶିଳ୍ପ ଶକ୍ତିକୁ ଆହୁରି ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଏଠାରେ ଆଧୁନିକ ଯୋଗାଯୋଗ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ଏ ଦିଗରେ ଅଭୂତପୂର୍ବ କାର୍ଯ୍ୟ ହୋଇଛି । ବିଗତ ୧୦ ବର୍ଷ ମଧ୍ୟରେ ଆମେ ଓଡ଼ିଶାରେ ପ୍ରାୟ ୩ ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରିଛୁ ଏବଂ ରେଳବାଇର ବଜେଟ୍ ପ୍ରାୟ ୧୨ ଗୁଣା ବୃଦ୍ଧି କରିଛୁ । ରେଳ, ରାଜପଥ ଓ ବନ୍ଦର ସଂଯୋଗରେ ଉନ୍ନତି ଆଣିବା ପାଇଁ ଯାଜପୁର, ଭଦ୍ରକ, ଜଗତସିଂହପୁର, ମୟୂରଭଞ୍ଜ, ଖୋର୍ଦ୍ଧା, ଗଞ୍ଜାମ, ପୁରୀ ଓ କେନ୍ଦୁଝର ଜିଲ୍ଲାରେ ଜାତୀୟ ରାଜପଥ ସଂପ୍ରସାରଣ କରାଯାଉଛି । ଏବେ ଅନୁଗୁଳ - ସୁକିନ୍ଦା ନୂଆ ରେଳ ଲାଇନର ସୁବିଧା ମଧ୍ୟ ଏଠାକାର ଲୋକଙ୍କ ପାଇଁ ଉପଲବ୍ଧ ହୋଇଛି । ଫଳରେ କଳିଙ୍ଗନଗର ଶିଳ୍ପାଞ୍ଚଳର ସମ୍ପ୍ରସାରଣ ପାଇଁ ବାଟ ଖୋଲିଛି । ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ଦ୍ରୁତ ଗତିରେ କାର୍ଯ୍ୟ ଜାରି ରଖିବେ । ବିଜୁବାବୁଙ୍କ ଜୟନ୍ତୀରେ ମୁଁ ପୁଣି ଥରେ ଶ୍ରଦ୍ଧାର ସହ ତାଙ୍କୁ ସ୍ମରଣ କରି ବିକାଶମୂଳକ କାର୍ଯ୍ୟ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।

ଜୟ ଜଗନ୍ନାଥ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Green energy boost as renewables account for 20% generation in July

Media Coverage

Green energy boost as renewables account for 20% generation in July
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasising on positive thoughts and constructive habits
August 31, 2026

The Prime Minister, Shri Narendra Modi today shared Sanskrit Subhashitam emphasising the importance of cultivating positive thoughts and constructive habits. It reminds us that sustained focus and repeated practice shape the tendencies of the mind and, ultimately, influence our actions and conduct:

“यद् यदेव प्रसक्तं हि वितर्कयति मानवः।

अभ्यासात् तेन तेनास्य नतिर्भवति चेतसः।। “

The Prime Minister posted on X:

यद् यदेव प्रसक्तं हि वितर्कयति मानवः।

अभ्यासात् तेन तेनास्य नतिर्भवति चेतसः।।