"ଏକ ଫିଟ ଶରୀରରେ ଏକ ଫିଟ ମନ ଗୁରୁତ୍ୱପୂର୍ଣ୍ଣ : ପ୍ରଧାନମନ୍ତ୍ରୀ ମୋଦୀ "
"ଜୀବନଶୈଳୀ ସହିତ ଜଡିତ ବିଶୃଙ୍ଖଳା ଯୋଗୁ ଜୀବନଶୈଳୀ ରୋଗଗୁଡ଼ିକ ବଢୁଛି ଏବଂ ଫିଟନେସ ପ୍ରତି ସଚେତନ ହୋଇ ଆମେ ଏହାର ମୁକାବିଲା କରିପାରିବା : ପ୍ରଧାନମନ୍ତ୍ରୀ "
"ଆସନ୍ତୁ , 'ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ' କୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା : ପ୍ରଧାନମନ୍ତ୍ରୀ ମୋଦୀ "

ମନ୍ତ୍ରୀପରିଷଦରେ ମୋର ସହଯୋଗୀ ଶ୍ରୀମାନ ନରେନ୍ଦ୍ର ସିଂହ ଜୀ ତୋମର, ଡକ୍ଟର ହର୍ଷବର୍ଦ୍ଧନ ମହୋଦୟ,ରମେଶ ପୋଖରିୟାଲ ନିଶଙ୍କ ମହୋଦୟ ଏବଂ ଏହି ସଂପୂର୍ଣ୍ଣ ଅଭିଯାନର ନେତୃତ୍ୱ ଯିଏ ସମ୍ଭାଳୁଛନ୍ତି, ଶ୍ରୀମାନକିରେନ ରିଜିଜୁ ମହୋଦୟ, ଏଠାରେ ଉପସ୍ଥିତ ସମସ୍ତ ବରିଷ୍ଠ ମହାନୁଭବ, ଖେଳ ଜଗତର ସମସ୍ତ ତାରକାଗଣ ଏବଂ ମୋର ପ୍ରିୟ ବିଦ୍ୟାର୍ଥୀ ଭାଇ ଓ ଭଉଣୀମାନେ,

କିଛି ଲୋକଙ୍କୁ ତ ଲାଗୁଥିବ କି ଆମେ ତ ସ୍କୁଲ ଯାଉନାହୁଁ, କଲେଜ ଯାଉନାହୁଁ, କିନ୍ତୁ ମୋଦୀ ମହାଶୟ କେବଳ ବିଦ୍ୟାର୍ଥୀମାନଙ୍କୁ କହିଲେ କାହିଁକି । ଆପଣମାନେ ଏଠାକୁ ଆସିଛନ୍ତି, ବୟସ ଯାହାର ଯାହା ମଧ୍ୟ ହେଉ, କିନ୍ତୁ ମୋର ବିଶ୍ୱାସ ରହିଛି ଆପଣମାନଙ୍କ ଭିତରର ବିଦ୍ୟାର୍ଥୀ ଆଜି ମଧ୍ୟ ଜୀବିତ ରହିଛି ।

ଆପଣମାନଙ୍କୁ ସମସ୍ତଙ୍କୁ ଜାତୀୟ କ୍ରୀଡ଼ା ଦିବସ ପାଇଁ ଅନେକ ଅନେକ ଶୁଭକାମନା । ଆଜିର ଦିନରେ ହିଁ ଆମକୁ ମେଜର ଧ୍ୟାନଚାନ୍ଦ ରୂପରେ ଜଣେ ବିଶିଷ୍ଟ କ୍ରୀଡ଼ାବିତ ମିଳିଥିଲେ । ନିଜର ଫିଟନେସ, ଶକ୍ତି ଏବଂ ହକି ବାଡି ଦ୍ୱାରା ସମଗ୍ର ଦୁନିଆକୁ ସିଏ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ମେଜର ଧ୍ୟାନଚାନ୍ଦ ମହାଶୟଙ୍କୁ ମୁଁ ଆଜି ଆଦରପୂର୍ବକ ପ୍ରଣାମ କରୁଛି ।

ଆଜିକାର ଦିନ ଫିଟ୍ ଇଣ୍ଡିଆ ଅଭିଯାନ, ଏଭଳି ପଦକ୍ଷେପ ଉଦଘାଟନ କରିବା ପାଇଁ ଏକ ସୁସ୍ଥ ଭାରତ ଗଠନ କରିବା ଦିଗରେ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆଉ ଏହି ପରିକଳ୍ପନାରୁ ଅଭିଯାନ ପାଇଁ, ମୁଁ କ୍ରୀଡ଼ା ମନ୍ତ୍ରଣାଳୟକୁ, ଯୁବ ବ୍ୟାପାର ବିଭାଗକୁ ବହୁତ ବହୁତ ଶୁଭକାମନା ଜଣାଉଛି ।

ଏଠାରେ ଆଜି ଯେଉଁ ପ୍ରସ୍ତୁତି ହୋଇଛି, ଏହି ପ୍ରସ୍ତୁତିରେ ପ୍ରତିକ୍ଷଣ ଫିଟନେସରେ କୌଣସି ନା କୌଣସି ବାର୍ତ୍ତାଥିଲା । ପରମ୍ପରାକୁ ସ୍ମରଣ କରାଇ ସହଜ ଭାବେ ଆମେ ନିଜେ ନିଜକୁ କିପରି ଫିଟ୍ ରଖିପାରିବା, ଖୁବ୍ ଉତ୍ତମ ଉପାୟରେ ଏହି କଥାଗୁଡ଼ିକୁ ପ୍ରସ୍ତୁତ କଲେ । ଆଉ ଏହି କଥାଗୁଡ଼ିକୁ ଏତେ ବଢ଼ିଆ ଢଙ୍ଗରେ ପ୍ରସ୍ତୁତ ହୋଇଛି କି ମୋତେ ମୋର ଅଭିଭାଷଣର କୌଣସି ଆବଶ୍ୟକତା ପଡୁନାହିଁ । ଏଠାରେ ପ୍ରସ୍ତୁତିରେ ଯେତିକି କଥା କୁହାଯାଇଛି, ତାହାକୁ ଯଦି ଆମେ ବାନ୍ଧି କରି ରଖିବା ଏବଂ ଗୋଟିଏ-ଅଧେ, ଗୋଟିଏ-ଅଧେକୁ ଜୀବନର ଅଂଶ କରିଦେବା; ମୁଁ ମାନୁ ନାହିଁ କି ଫିଟନେସ୍ ପାଇଁ ମୋର କୌଣସି ଉପଦେଶ ଦେବାର ଆବଶ୍ୟକତା ପଡ଼ିବ ।

ଏହି ଉତ୍ତମ କାର୍ଯ୍ୟ ସଂଯୋଜନା ପାଇଁ, ଏହି ଉତ୍ତମ ପ୍ରକାରର ପ୍ରସ୍ତୁତି ପାଇଁ, ଯେଉଁମାନେ ଏହାକୁ ପରିକଳ୍ପନା କରିଥିବେ, ଯେଉଁମାନେ ଏଥିରେ ନୂଆ-ନୂଆ ରୂପ ରଙ୍ଗ ଭରିଥିବେ, ଆଉ ଯେଉଁମାନେ ପରିଶ୍ରମ କରି ଏହାକୁ ପ୍ରସ୍ତୁତ କରିଛନ୍ତି; ଆପଣମାନେ ସମସ୍ତେ ବହୁତ-ବହୁତ ଭାବେ ଅଭିନନ୍ଦନର ପାତ୍ର ଅଟନ୍ତି । ମୁଁ ଚାହିଁବି କି ଭବିଷ୍ୟତରେ ଏଥିରେ ଗୋଟିଏ ଭଲ ବୃତ୍ତିଗତ ଭିଡିଓ ପ୍ରସ୍ତୁତ କରି ସମସ୍ତ ସ୍କୁଲ, କଲେଜଗୁଡ଼ିକୁ ଦେଖାଯାଉ ଫଳରେ ସହଜ ଭାବେ, କାହିଁକି ନା ଏକ ଜନ ଆନ୍ଦୋଳନ ହେବା ଆବଶ୍ୟକ ।

ସାଥୀଗଣ,

ଆଜିକାର ଏହି ଦିନ ମଧ୍ୟ ହେଉଛି ଆମର ସେହି ଯୁବ ଖେଳାଳୀଙ୍କୁ ଶୁଭେଚ୍ଛା ଦେବାର ଦିନ, ଯେଉଁମାନେ ନିରନ୍ତର ଦୁନିଆର ମଞ୍ଚରେ ତ୍ରିରଙ୍ଗାର ଗୌରବକୁ ନୂତନ ଶିଖର ପ୍ରଦାନ କରୁଛନ୍ତି । ବ୍ୟାଡ଼ମିଣ୍ଟନ ହେଉ,ଟେନିସ ହେଉ, ଆଥଲେଟିକ୍ସ ହେଉ, ବକ୍ସିଂ ହେଉ, ମଲ୍ଲଯୁଦ୍ଧ ହେଉ କିମ୍ବା ଅନ୍ୟାନ୍ୟ ଖେଳ, ଆମର କ୍ରୀଡ଼ାବିତ୍ ଆମର ଆଶା ଏବଂ ଆକାଂକ୍ଷାକୁ ନୂତନ ଡେଣା ଲଗାଉଛନ୍ତି । ସେମାନେ ଜିତିଥିବା ମେଡାଲ ସବୁ, ହେଉଛି ତାଙ୍କ ତପ ଏବଂ ତପସ୍ୟାର ପରିଣାମ, ଏହା ହିଁ ନୂତନ ଭାରତର ନୂତନ ଉନ୍ମାଦନା ଏବଂ ନୂତନ ଆତ୍ମବିଶ୍ୱାସର ମଧ୍ୟ ମୂଲ୍ୟାୟନ । ମୁଁ ଖୁସି ଯେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତର କ୍ରୀଡ଼ା ପାଇଁ ଉନ୍ନତ ଧରଣର ପରିବେଶ ସୃଷ୍ଟି କରିବା ନିମନ୍ତେ ଯେଉଁ ପ୍ରୟାସ ହୋଇଛି, ତାହାର ଲାଭ ଆଜି ଆମକୁ ଦେଖିବାକୁ ମିଳୁଛି ।

ସାଥୀଗଣ, କ୍ରୀଡ଼ାର ସିଧାସଳଖ ସମ୍ବନ୍ଧ ଫିଟନେସ୍ ସହିତ ରହିଛି । କିନ୍ତୁ ଆଜି ଯେଉଁ ଫିଟ୍ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ ହୋଇଛି, ତାହାର ବିସ୍ତାର କ୍ରୀଡ଼ା ପରିସରରୁ ବାହାରି ଆହୁରି ଆଗକୁ ଯିବାର ଆବଶ୍ୟକତା ରହିଛି । ଫିଟନେସ୍ କେବଳ ଏକ ଶବ୍ଦ ନୁହେଁ ବରଂ ସୁସ୍ଥ ଏବଂ ସମୃଦ୍ଧ ଜୀବନ ପାଇଁ ହେଉଛି ଏକ ସର୍ତ୍ତ । ଆମ ସଂସ୍କୃତିରେ ତ ସଦା ସର୍ବଦା ଫିଟନେସ୍ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । କୌଣସି ରୋଗ ହେବା ପରେ ମନସ୍ତାପ କରିବା ବଦଳରେ ଆମେ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ଉପାୟକୁ ପ୍ରାଥମିକତା ଦେଇଛୁ, ତାହାକୁ ଶ୍ରେଷ୍ଠ ବୋଲି ମାନି ନେଇଛୁ । ଫିଟନେସ୍ ଆମ ଜୀବନର ଏକ ସହଜ ଅଂଶ ହୋଇ ରହିଛି । ଆଉ ଆମର ଏଠି ତ ଆମର ପୂର୍ବ ପୁରୁଷମାନେ, ଆମ ସାଥୀମାନେ ବାରମ୍ବାର କହିଛନ୍ତି କି-

                   ବ୍ୟାୟାମାତ୍ ଲଭତେ ସ୍ୱାସ୍ଥ୍ୟଂ ଦୀର୍ଘାୟୁଷ୍ୟଂ ବଳଂ ସୁଖଂ ।

                   ଆରୋଗ୍ୟଂ ପରମଂ ଭାଗ୍ୟଂ ସ୍ୱାସ୍ଥ୍ୟଂ ସର୍ବାର୍ଥସାଧନମ୍ ।

ଅର୍ଥାତ ବ୍ୟାୟାମ ଦ୍ୱାରା ସ୍ୱାସ୍ଥ୍ୟ, ଦୀର୍ଘ ଆୟୁଷ, ଶକ୍ତି ଏବଂ ସୁଖର ପ୍ରାପ୍ତି ହୋଇପାରିବ । ନିରୋଗୀ ରହିବା ହେଉଛି ପରମ ସୌଭାଗ୍ୟ ଏବଂ ସ୍ୱାସ୍ଥ୍ୟଦ୍ୱାରା ଅନ୍ୟାନ୍ୟ କାର୍ଯ୍ୟ ସାଧନ ହୋଇପାରିବ । କିନ୍ତୁ ସମୟ ଥାଉ ଥାଉ ପରିଭାଷା ସବୁ ବଦଳିଗଲା – ଆଗରୁ ଅମାକୁ ଶିଖା ଯାଉଥିଲା, ଆମକୁ ଶୁଣିବାକୁ ମିଳୁଥିଲା କି ସ୍ୱାସ୍ଥ୍ୟ ଦ୍ୱାରା ହିଁ ସବୁ କାର୍ଯ୍ୟ ସିଦ୍ଧ ହୁଏ, ଏବେ ଶୁଣିବାକୁ ମିଳୁଛି ସ୍ୱାସ୍ଥ୍ୟଦ୍ୱାରା ହିଁ ସମସ୍ତ କାର୍ଯ୍ୟ ସିଦ୍ଧ ହୋଇଥାଏ । ଆଉ ଏଥିପାଇଁ ଏହି ସ୍ୱାର୍ଥର ଭାବନାକୁ ସ୍ୱାସ୍ଥ୍ୟ ଭାବନା ଯାଏଁ ଫେରାଇ ଆଣିବା ପାଇଁ ଏକ ସାମୁହିକ ପ୍ରୟାସର ଆବଶ୍ୟକ ହୋଇ ଯାଇଛି ।

ସାଥୀଗଣ,

ମୁଁ ଜାଣୁଛି କି କିଛି ଲୋକ ଏହା ଚିନ୍ତା କରୁଥିବେ ଫିଟନେସ୍ ଜରୁରୀ, ଏହି କଥା ତ ଆମକୁ ମଧ୍ୟ ଜଣା ଅଛି, ପୁଣି ହଠାତ୍ ଏଭଳି ଅଭିଯାନର ଆବଶ୍ୟକତା କ’ଣ ଅଛି ? ସାଥୀଗଣ, ଆବଶ୍ୟକତା ରହିଛି ଏବଂ ଆଜି ବୋଧହୁଏ ବହୁତ ଆବଶ୍ୟକତା ରହିଛି । ଫିଟନେସ୍ ହେଉଛି ଆମ ଜୀବନର ଜୀବନ-ଶୈଳୀ, ଆମର ଚାଲି-ଚଳଣୀର ଏକ ଅଭିନ୍ନ ଅଙ୍ଗ ହୋଇ ରହିଆସିଛି, କିନ୍ତୁ ଏହା ମଧ୍ୟ ହେଉଛି ସତ୍ୟ କି ସମୟ ସହିତ ଫିଟନେସକୁ ନେଇ ଆମର ସମାଜ-ଜୀବନରେ, ଆମ ସମାଜରେ ଏକ ଉଦାସିନତା ଛାଇ ହୋଇ ରହିଛି ।

ସମୟ କିପରି ପରିବର୍ତ୍ତିତ ହୋଇଛି, ତାହାର ଏକ ଉଦାହରଣ ମୁଁ ଆପଣମାନଙ୍କୁ ଦେଉଛି । କିଛି ଦଶକ ପୂର୍ବେ ଆମର ଏକ ସାଧାରଣ ବ୍ୟକ୍ତି ଗୋଟିଏ ଦିନରେ 8-10 କିଲୋମିଟର ପାଦରେ ଚାଲୁଥିଲା, କିଛି ଘଣ୍ଟା-ଅଧଘଣ୍ଟାସାଇକେଲ ଚଲାଇ ଦେଉଥିଲେ । କେବେ ବସ୍ ଧରିବା ପାଇଁ ଦୌଡ଼ିଥିବେ । ଅର୍ଥାତ ଜୀବନରେ ଶାରୀରିକ ଗତିବିଧି ସହଜ ହେଉଥିଲା । ପୁଣି ଧିରେ ଧିରେ ଟେକ୍ନୋଲଜି ବଦଳିଲା, ଆଧୁନିକ ସାଧନ ଆସିଲା ଆଉ ମଣିଷର ପାଦରେ ଚାଲିବା କମ୍ ହୋଇଗଲା । ଆଉ ଏବେ ସ୍ଥିତି କ’ଣ ଅଛି ? ଟେକ୍ନୋଲଜି ଆମର ଏପରି ଅବସ୍ଥା କରିଦେଇଛି କି ଆମେ କମ୍ ଚାଲୁଛୁ ଏବଂ ସେହି ଟେକ୍ନୋଲଜି ଆମକୁ ଗଣି-ଗଣି କହୁଛି କି ଆପଣ ଆଜି ଏତିକି ପାଦ ଚାଲିଛନ୍ତି, କେବେ 5 ହଜାର ପାଦ ହୋଇ ନାହିଁ, 2 ହଜାର ପାଦ ହୋଇ ନାହିଁ, ଆଉ ଆମେ ମୋବାଇଲ୍ ଫୋନ୍ ଦେଖିଚାଲିଥାଉ । ଏଠାରେ ଉପସ୍ଥିତ ଆପଣମାନଙ୍କ ମଧ୍ୟରୁ କେତେଜଣ 5ହଜାର, 10 ହଜାର ପାଦ ଚାଲିବା ବାଲା କାର୍ଯ୍ୟ କରୁଛନ୍ତି ? କିଛି ଲୋକ ଥିବେ ଯେଉଁମାନେ ଏ ପ୍ରକାରର ଘଣ୍ଟା ପିନ୍ଧିଥିବେ ଅବା ମୋବାଇଲରେ ଏହି ଆପକୁ ରଖିଥିବେ । ମୋବାଇଲରୁ ଯାଞ୍ଚ କରୁଥିବେ କି ଆଜି କେତେ ପାଦ ହୋଇଛି ।

ସାଥୀଗଣ,

ଆପଣମାନଙ୍କ ମଧ୍ୟରୁ ବହୁତ ଲୋକ ସଜାଗ ଅଛନ୍ତି, ସତର୍କ ଅଛନ୍ତି, କିନ୍ତୁ ଦେଶରେ ବହୁତ ବଡ଼ ସଂଖ୍ୟାରେ ଏଭଳି ଲୋକ ମଧ୍ୟ ଅଛନ୍ତି, ଯେଉଁମାନେ ନିଜ ଦୈନନ୍ଦିନ ଜୀବନରେ ଏତେ ମଉଜ ମଜଲିସରେ ଅଛନ୍ତି କି ନିଜର ଫିଟନେସ ପ୍ରତି ଧ୍ୟାନ ଦେଇ ପାରୁ ନାହାନ୍ତି । ଏମାନଙ୍କ ମଧ୍ୟରୁ ଆଉ କିଛି ଲୋକତ ହେଉଛନ୍ତି ଆହୁରି ସ୍ୱତନ୍ତ୍ର । ଆଉ ଆପଣମାନେ ଦେଖୁଥିବେ କିଛି କଥା ଫେସନ ସମ୍ବନ୍ଧୀୟ ବିବୃତ୍ତି ଭଳି ହୋଇ ଯାଇଥାଏ । ଆଉ ଏଥିପାଇଁ ଫିଟନେସ ସଂପର୍କରେ ଟିକେ କଥାହେବା ବନ୍ଧୁ, ଆମେ ଖାଇବା ଟେବୁଲରେ ବସିଛେ, ପେଟ ପୁରାଇ ଖାଉଛେ,ଆବଶ୍ୟକତାଠାରୁ ଦୁଇଗୁଣ ଖାଇ ଦେଇଛେ ଆଉ ବଡ଼ ଆରାମରେ ଡାଏଟିଙ୍ଗ ବିଷୟରେ ଚର୍ଚ୍ଚା କରୁଛେ । ମାସକୁ ଅତି କମରେ ଦଶ ଦିନ ଆପଣମାନେ ଅନୁଭବ କରୁଥିବେ କି ଆପଣ ଖାଇବା ଟେବୁଲରେ ବସିଛନ୍ତି,ପେଟ ପୁରାଇ ଖାଉଛନ୍ତି, ଆଉ ବଡ଼ ମଜାରେ ଡାଏଟିଙ୍ଗ ବିଷୟରେ ବଢ଼ିଆ-ବଢ଼ିଆ ଉପଦେଶ ଦେଉଛନ୍ତି । ଅର୍ଥାତ ଏହି ଲୋକମାନେ ବେଶ ଆନନ୍ଦର ସହିତ କଥା ମଧ୍ୟ ହେଉଛନ୍ତି ଏବଂ ଏହା ସହିତ ଜଡିତ ଗ୍ୟାଜେଟ୍ କଣିବାରେ ଲାଗୁଛନ୍ତି ଆଉ ସେମାନଙ୍କ ଧ୍ୟାନରେ ରହିଥାଏ କି ଏଭଳି କୌଣସି ନୂଆ ଗ୍ୟାଜେଟ୍ ଥିବ ବୋଧହୁଏ ମୋର ଫିଟନେସ୍ ଠିକ୍ ହୋଇଯିବ । ଆଉ ଆପଣମାନେ ଦେଖିଥିବେ, ଘରେ ତ ବହୁତ ବଡ଼ ବ୍ୟାୟାମଶାଳା ଥିବ, ଫିଟନେସ୍ ପାଇଁ ସବୁକିଛି ଥିବ, କିନ୍ତୁ ତାକୁ ସଫାସଫି କରିବା ପାଇଁ ମଧ୍ୟ ଚାକର ରଖିବାକୁ ପଡ଼ୁଛି କାରଣ କେବେ ଯାଉ ନାହାଁନ୍ତି ଆଉ କିଛି ଦିନ ପରେ ସେହିସବୁ ଜିନିଷ ଘର ପାଖରେ ଥିବା ଘରେ ରଖି ଦିଆଯାଉଛି । ଲୋକମାନେ ମୋବାଇଲରେ ଫିଟନେସ୍ ଆପ୍ ସବୁଠାରୁ ଆଗ ଡାଉନଲୋଡ଼୍ କରୁଛନ୍ତି କିନ୍ତୁ କିଛି ଦିନ ପରେ ସେହି ଆପକୁ ମଧ୍ୟ ଦେଖୁ ନାହାଁନ୍ତି, ଅର୍ଥାତ ତୁଚ୍ଛାକୁ ତିନିପାଦ ।

ମୋର ଜନ୍ମ ଗୁଜରାଟରେ ହୋଇଥିଲା । ଆମର ସେଠାରେ ଗୁଜରାଟରେ ଜଣେ  ଜ୍ୟୋତିନ୍ଦ୍ର ଭାଇ ଦେବ, ଜଣେ ଭଲ ବ୍ୟଙ୍ଗ ଲେଖକ ଥିଲେ । ବ୍ୟଙ୍ଗ ଲେଖୁଥିଲେ ଆଉ ବଡ଼ ମନୋରଞ୍ଜନଧର୍ମୀ ଲେଖା ଲେଖୁଥିଲେ । ଆଉ ଅଧିକାଂଶ ସମୟରେ ସେ ନିଜ ଉପରେ ହିଁ ବ୍ୟଙ୍ଗ କରୁଥିଲେ । ଖୁବ୍ ଭଲ ଭାବେ ସେ ନିଜ ଶରୀର ବିଷୟରେ ବର୍ଣ୍ଣନା କରି-ସେ କହୁଥିଲେ ମୁଁ କେଉଁଠାରେ ଛିଡ଼ା ହୋଇ ରହୁଛି, ପ୍ରାଚୀର ପାଖରେ ଠିଆ ହୋଇଛି ତ ଲୋକଙ୍କୁ ଲାଗୁଥିଲା କି ହ୍ୟାଙ୍ଗରରେ କିଛି କପଡ଼ା ଟଙ୍ଗା ହୋଇଛି, ଅର୍ଥାତ ସେ ଏତେ ପତଳା ଥିଲେ କି ଏଭଳି ଲାଗୁଥିଲା ଯେ ହ୍ୟାଙ୍ଗରରେ କପଡ଼ା ଟଙ୍ଗା ହୋଇଛି, ତ କେହି ମାନିବାକୁ ପ୍ରସ୍ତୁତ ନଥିଲେ କି ମୁଁ ଜଣେ ମଣିଷ ସେଠାରେ ଠିଆ ହୋଇଛି ।  ପୁଣି ସେ ଲେଖୁଥିଲେ କି ମୁଁ ଯେତେବେଳେ ଘରୁ ବାହାରୁଛି ତ ମୋ ପକେଟରେ ପଥର ରଖି ଚାଲୁଛି । ସେ କୋର୍ଟ ପନ୍ଧୁଥିଲେ, ସବୁ ପକେଟ୍ ଭିତରେ ପଥର ରଖୁଥିଲେ । ତ’ ଲୋକ ଭାବୁଥିଲେ ବୋଧହୁଏ ମୁଁ କିଛି ହିଂସା କରି ବସିବି, ମାରିଦେବି । ତ ଲୋକ ମୋତେ ପଚାରୁଥିଲେ- ଏତେ ସବୁ ପଥର ନେଇ କାହିଁକି ଚାଲୁଛନ୍ତି ? ତ ସେ କହିଲେ କି ମୋତେ ଡର ଲାଗୁଛି କି ହୁଏତ କେବେ ପବନ ଆସିଲେ ମୁଁ ଉଡ଼ି ନଯିବି । ସେ ଏଭଳି ବଡ଼ ମଜାଦାର କଥା ଲେଖୁଥିଲେ । ଥରେ କେହି ତାଙ୍କୁ କହିଲା କି ଇଟା-ପଥର ନେଇ ବୁଲିବା ବଦଳରେ ଆପଣ ଟିକେ ବ୍ୟାୟାମ କରନ୍ତୁ, ବ୍ୟାୟାମଶାଳାକୁ ଯାଆନ୍ତୁ । ତ ସେ, ସେହି ଭଦ୍ର ବ୍ୟକ୍ତିଙ୍କୁ ପଚାରିଲେ କି କେତେ ସମୟ ବ୍ୟାୟାମ କରିବା ଦରକାର, କହିଲେ ବାସ୍ ଝାଳ ବୋହିବା ଯାଏଁ ପ୍ରଥମରୁ ଆରମ୍ଭ କରନ୍ତୁ । ବ୍ୟାୟାମଶାଳା ଯାଆନ୍ତୁ, ଝାଳ ବୋହିବା ପର୍ଯ୍ୟନ୍ତ ବ୍ୟାୟାମ କରନ୍ତୁ । ତ କହିଲେ- ଠିକ୍ ଅଛି କାଲିଠାରୁ ଯିବି । ପୁଣି ଦ୍ୱିତୀୟ ଦିନ କହିଲେ- ମୁଁ ବ୍ୟାୟାମଶାଳାରେ ପହଞ୍ଚିଗଲି ଆଉ ଆମର ଯେଉଁ ମଲ୍ଲଯୋଦ୍ଧା ଥାଆନ୍ତି, ସେହି ଲୋକମାନେ ଆଖଡ଼ାରେ କୁସ୍ତି କରୁଥିଲେ । କହିଲେ ମୁଁ ଯାଇ ଦେଖିବାରେ ଲାଗିଲି ଆଉ ଦେଖୁ-ଦେଖୁ ମୋ ଦେହରୁ ଝାଳ ବୋହିଗଲା ତ ମୋତେ ଲାଗିଲା କି ମୋର ବ୍ୟାୟାମ ହୋଇଗଲା । ଅର୍ଥାତ ଏହି କଥା ନିଶ୍ଚିତ ପକ୍ଷେ ହସ ଉଦ୍ରେକକାରୀ, ଥଟ୍ଟାମଜା ନିଜ ଜାଗାରେ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ, କିନ୍ତୁ କିଛି ଚିନ୍ତା ଏହାଠାରୁ ମଧ୍ୟ ହେଉଛି ବହୁତ ବଡ଼।

ଆଜି ଭାରତରେ ମଧୁମେହ, ଉଚ୍ଚରକ୍ତଚାପ ଭଳି ଅନେକ ଜୀବନଶୈଳୀଗତ ରୋଗ ପରିମାଣ ବୃଦ୍ଧି ହୋଇ ଚାଲିଛି । ଏବେ ତ ଶୁଣିବାକୁ ମିଳୁଛି ପରିବାରରେ 12-15 ବର୍ଷର ପିଲା ମଧୁମେହ ରୋଗୀ ପାଲଟି ଯାଉଛି । ଆପଣମାନେ ଆଖପାଖରେ ଦେଖନ୍ତୁ ତ ଆପଣମାନଙ୍କୁ ଏଥିରେ ପିଡ଼ୀତ ଅନେକ ଲୋକ ମିଳିଯିବେ । ପୂର୍ବରୁ ଆମେ ଶୁଣୁଥିଲେ କି 50-60 ବର୍ଷ ପରେ ହୃଦଘାତର ବିପଦ ବଢ଼ି ଯାଉଥିଲା, କିନ୍ତୁ ଆଜି କେବେ-କେବେ ଖବର ଆସୁଛି 30 ବର୍ଷ, 35 ବର୍ଷ, 40 ବର୍ଷର ଯୁବକ ପୁଅ-ଝିଅ ଚାଲି ଯାଉଛନ୍ତି, ହୃଦଘାତ ହେଉଛି । ଏହି ସ୍ଥିତି ବାସ୍ତବରେ ହେଉଛି ବହୁତ ଚିନ୍ତାଜନକ, କିନ୍ତୁ ଏହି ସମସ୍ତ ସ୍ଥିତିରେ ମଧ୍ୟ ଆଶାର ଏକ କିରଣ ମଧ୍ୟ ରହିଛି । ଏବେ ଆପଣ ଚିନ୍ତା କରୁଥିବେ କି ଏହି ରୋଗଗୁଡ଼ିକ ମଧ୍ୟରେ ମୁଁ ଆଶାର କିରଣ କଥା କିପରି କହୁଛି । ମୁଁ ହେଉଛି ବାସ୍ତବରେ ବହୁତ ସକରାତ୍ମକ ଚିନ୍ତାଧାରା ସମ୍ପନ୍ନ ବ୍ୟକ୍ତି । ଏଥିପାଇଁ ମୁଁ ସେଥିରୁ ମଧ୍ୟ କିଛି ଭଲକଥା ଖୋଜି ବାହାର କରୁଛି ।

ସାଥୀଗଣ, ଜୀବନଶୈଳୀ ଜନିତ ରୋଗ ହେଉଛି ଜୀବନଶୈଳୀରେ ବ୍ୟତିକ୍ରମ କାରଣରୁ । ଏବେ ଜୀବନଶୈଳୀରେ ବ୍ୟତିକ୍ରମକୁ ଆମେ ଜୀବନଶୈଳୀକୁ ବଦଳାଇ, ସେଥିରେ ପରିବର୍ତ୍ତନ ଆଣି ତାକୁ ମଧ୍ୟ ଠିକ୍ କରିପାରିବା । ଏଭଳି ଅନେକ ରୋଗ ଅଛି ଯାହାକୁ ଆମେ ନିଜ ଦୈନନ୍ଦିନ କାର୍ଯ୍ୟସୂଚୀରେ ଛୋଟ ଛୋଟ ପରିବର୍ତ୍ତନ କରି, ନିଜ ଜୀବନଶୈଳୀରେ ପରିବର୍ତ୍ତନ କରି ସେଥିରୁ ଆମେ ବଞ୍ଚି ପାରିବା, ଏହାକୁ ଦୂରେଇ ଦେଇ ପାରିବା । ଏହି ପରିବର୍ତ୍ତନ ପାଇଁ ଦେଶକୁ ପ୍ରେରଣା ଦେବାର ନାମ ହିଁ ହେଉଛି ଫିଟ୍ ଇଣ୍ଡିଆ ଅଭିଯାନ । ଆଜ୍ଞା,ଏହା କୌଣସି ସରକାରୀ ଅଭିଯାନ ନୁହେଁ, ସରକାର ତ ହେଉଛନ୍ତି ଏକ ଉତପ୍ରେରକ ସଂସ୍ଥା (କ୍ୟାଟିଲେଟିକ୍ ଏଜେଣ୍ଟ) ଭାବେ ଏହି ବିଷୟକୁ ଆଗକୁ ବଢ଼ାଇବା, କିନ୍ତୁ ଏହି ପ୍ରକାରରେ ପ୍ରତ୍ୟେକ ପରିବାରକୁ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ଦରକାର, ଏହା ପ୍ରତ୍ୟେକ ପରିବାରର ଚର୍ଚ୍ଚାର ବିଷୟ ହେବା ଦରକାର । ଯଦି ବ୍ୟବସାୟୀ ପ୍ରତ୍ୟେକ ମାସରେ ହିସାବ କରୁଛି କି କେତେ ଆୟ କରିଛି, ଶିକ୍ଷାରେ ଆଗ୍ରହ ରଖୁଥିବା ପରିବାରରେ ଚର୍ଚ୍ଚା ହେଉଛି କି ପୁଅକୁ କେତେ ନମ୍ବର ମଳିଲା; ସେହିଭଳି ପରିବାରରେ ଅତି ସହଜ ଭାବରେ ଶାରୀରିକ ଶ୍ରମ,ଶାରୀରିକ ବ୍ୟାୟାମ, ଶାରୀରିକ ଫିଟନେସ୍ ଏହା ନିତିଦିନିଆ ଜୀବନରେ ଚର୍ଚ୍ଚାର ବିଷୟ ହେବା ଦରକାର ।

ଆଉ ସାଥୀଗଣ, ଭାରତରେ ହିଁ ହଠାତ୍ ଏହି ପ୍ରକାରର ଆବଶ୍ୟକତା ଅନୁଭବ ହୋଇଛି, ଏହା ନୁହେଁ । ସମୟ ସହିତ ଏହି ପରିବର୍ତ୍ତନ କେବଳ ଭାରତରେ ହିଁ ଆସିଛି, ଏଭଳି ମଧ୍ୟ ନୁହେଁ । ସମଗ୍ର ବିଶ୍ୱରେ ଆଜି ଏଭଳି ଅଭିଯାନର ଆବଶ୍ୟକତା ଅନୁଭବ କରାଯାଉଛି । ଅନେକ ଦେଶ ତାଙ୍କର ସେଠାରେ ଫିଟନେସ୍ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ବଡ଼-ବଡ଼ ଅଭିଯାନ ଚଳାଉଛନ୍ତି । ଆମ ପଡୋଶୀ ଚୀନରେ ସୁସ୍ଥ ଚାଇନା-2030 (Healthy China 2030), ଏହାକୁ ନେଇ ମିଶନ୍ ମୋଡ଼ରେ କାର୍ଯ୍ୟ କରାଯାଉଛି । ଅର୍ଥାତ 2030 ସୁଦ୍ଧା ଚୀନର ପ୍ରତ୍ୟେକ ନାଗରିକ ସୁସ୍ଥସବଳ ହୁଅନ୍ତୁ, ଏଥିପାଇଁ ସେମାନେ ସଂପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛନ୍ତି । ସେହିପରି ଅଷ୍ଟ୍ରେଲିଆ ନିଜ ନାଗରିକଙ୍କ ଶାରୀରିକ କାର୍ଯ୍ୟକଳାପ ବୃଦ୍ଧି କରିବା ପାଇଁ ଆଉ ଅଳସ୍ୟପଣ ଦୂର କରିବା ପାଇଁ କିଛି କରିବାର ନାହିଁ, ସେହି ସ୍ୱଭାବକୁ ବଦଳାଇବା ପାଇଁ ସେମାନେ ଲକ୍ଷ୍ୟ ସ୍ଥିର କରିଛନ୍ତି କି 2030 ସୁଦ୍ଧା ଦେଶର 15 ପ୍ରତିଶତ ନାଗରିକଙ୍କୁ ଆଳସ୍ୟରୁ ଦୂରେଇ ଦେଇ ଫିଟନେସ୍ ପାଇଁ ସକ୍ରିୟ କରିବା ନିମନ୍ତେ ଆମେ କାର୍ଯ୍ୟ କରିବା । ବ୍ରିଟେନରେ ଯୋରସୋରରେ ଅଭିଯାନ ଚାଲୁ ରହିଛି କି 2020 ସୁଦ୍ଧା 5 ଲକ୍ଷ ନୂଆ ଲୋକ ଦୈନିକ କାର୍ଯ୍ୟସୂଚୀ ଅନୁସାରେ ବ୍ୟାୟାମ ସହିତ ଯୋଡ଼ି ହେବେ, ଏହା ସେମାନେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଆମେରିକା 2021 ସୁଦ୍ଧା ନିଜର ଏକ ହଜାର ସହରରେ ମାଗଣା ଫିଟନେସ୍ ଯୋଜନା ସହିତ ଯୋଡ଼ି ହେବା ପାଇଁ କାର୍ଯ୍ୟ କରୁଛି । ଜର୍ମାନୀରେ ମଧ୍ୟ ମୋଟା ହେବା ପରିବର୍ତ୍ତେ ଫିଟ୍ ରହିବା ପାଇଁ ବଡ଼ ଅଭିଯାନ ଚାଲୁ ରହିଛି ।

ସାଥୀଗଣ, ମୁଁ ଆପଣଙ୍କ ପାଖରେ ମାତ୍ର କିଛି ଦେଶର ନାମ କହିଲି । ଅନେକ ଦେଶ ବହୁତ ପୂର୍ବରୁ ଏହା ଉପରେ କାର୍ଯ୍ୟ ଆରମ୍ଭ କରି ସାରିଛନ୍ତି । ଏହି ସମସ୍ତ ଦେଶରେ ଲୋକ ଫିଟନେସର ଆବଶ୍ୟକତାକୁ ବୁଝି ପାରିଛନ୍ତି,କିନ୍ତୁ ପୁଣି ମଧ୍ୟ ସେମାନେ ନିଜର ସେଠାରେ ବିଶେଷ ଅଭିଯାନ ଆରମ୍ଭ କରିଛନ୍ତି । ଶେଷରେ ଚିନ୍ତା କରନ୍ତୁ- କ’ଣ ପାଇଁ ? କାରଣ କେବଳ କିଛି ଲୋକ ଫିଟ୍ ରହିବା ନେଇ ନୁହେଁ, ବରଂ ସମଗ୍ର ରାଷ୍ଟ୍ର ଫିଟ୍ ରହିଲେ ହିଁ ଦେଶକୁ ଲାଭ ମିଳିବ । ନୂତନ ଭାରତର ପ୍ରତ୍ୟେକ ନାଗରିକ ଫିଟ୍ ରୁହନ୍ତୁ, ନିଜର ଶକ୍ତି ରୋଗକୁ ଭଲ କରିବା ପାଇଁ ନୁହେଁ, ବରଂ ନିଜକୁ ଆଗକୁ ବଢ଼ାଇବାରେ ନିଜ ପରିବାର ନିଜ ଦେଶକୁ ଆଗକୁ ବଢ଼ାଇବାରେ ଲଗାନ୍ତୁ, ଏହି ଦିଗରେ ଆମକୁ ଆଗକୁ ବଢ଼ିବାକୁ ହେବ ।

ସାଥୀଗଣ,

ଜୀବନରେ ଯେତେବେଳେ ଆପଣ ଏକ ଲକ୍ଷ୍ୟ ସ୍ଥିର କରି ନେଇଛନ୍ତି ତ ସେହି ଲକ୍ଷ୍ୟ ଅନୁସାରେ ହିଁ ଆମ ଜୀବନ ଗଡିବା ଆରମ୍ଭ କରିଥାଏ । ଜୀବନ ପରିଚାଳିତ ହୋଇଥାଏ, ଆମର ଅଭ୍ୟାସ ସେହିପରି ପାଲଟି ଯାଇଥାଏ,ଆମର ଦିନଚର୍ଯ୍ୟା ସେହିପରି ହୋଇ ଯାଇଥାଏ । ଆମକୁ ସକାଳେ 8ଟାରେ ଉଠିବାର ଅଭ୍ୟାସ ଥାଏ, କିନ୍ତୁ କେବେ ସକାଳେ 6ଟାରେ ବିମାନରେ ଯିବା ପାଇଁ ବିମାନବନ୍ଦରକୁ ଯିବାକୁ ଥାଏ, 6ଟାରେ ଟ୍ରେନ୍ ଧରିବାକୁ ଥାଏ ତ ଆମେ ଉଠି ପଡ଼ିଥାଉ, ପ୍ରସ୍ତୁତ ହୋଇ ଯାଇଥାଉ । କୌଣସି ଛାତ୍ର ଯଦି ଏହା ସ୍ଥିର କରିଛି କି ମୋତେ ଦଶମ ଅବା ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଅତି କମରେ ଏତେ ପ୍ରତିଶତ ଆଣିବାର ଅଛି, ତ ଆପଣମାନେ ଦେଖିଥିବେ କି ସେ ନିଜକୁ ନିଜେ, ନିଜ ଭିତରେ ଏକ ବହୁତ ବଡ଼ ପରିବର୍ତ୍ତନ ଆଣିବାକୁ ଆରମ୍ଭ କରି ଦେଇଥାଏ । ନିଜ ଲକ୍ଷ୍ୟକୁ ହାସଲ କରିବାର ଧୂନରେ ତାହାର ଆଳସ୍ୟ ଶେଷ ହୋଇଯାଇଥାଏ, ତାହାର ସ୍ଥିର ହୋଇ ବସି ରହି ପଢ଼ିବାର ଦକ୍ଷତା ବଢ଼ି ଯାଇଥାଏ, ସେ ଧୀରେ ଧୀରେ ସାଙ୍ଗମାନଙ୍କ ସହିତ କମ୍ ସମୟ ବିତାଇଥାଏ, ଖାଇବାର ଅଭ୍ୟାସକୁ ଟିକେ କମ୍ କରି ଦେଇଥାଏ, ଟିଭି ଦେଖିବା ବନ୍ଦ କରି ଦେଇଥାଏ, ଅର୍ଥାତ ଜୀବନକୁ ଗଢ଼ିବାରେ ଲାଗି ଯାଇଥାଏ । କାରଣ ମନରେ ଲକ୍ଷ୍ୟ ସ୍ଥିର କରି ନେଇଥାଏ, କି ମୋତେ ଏହା କରିବାର ଅଛି ।

ସେହିପରି କେହି ଯଦି ନିଜ ଜୀବନର ଲକ୍ଷ୍ୟ, ସମ୍ପତ୍ତି ସୃଷ୍ଟି କରିବାର ଅଛି ତ ତାହାର ଜୀବନ ମଧ୍ୟ ବଦଳି ଯାଇଥାଏ, ସେ ଚବିଶ ଘଣ୍ଟା ନିଜ ଲକ୍ଷ୍ୟକୁ ପ୍ରାପ୍ତ କରିବାରେ ଯୋଡ଼ି ହୋଇ ରହିଥାଏ । ଠିକ୍ ସେହିପରି ଯେତେବେଳେ ଜୀବନରେ ଫିଟନେସ୍ ପ୍ରତି ସଚେତନତା ଆସିଥାଏ, ସ୍ୱାସ୍ଥ୍ୟ ସଚେତନତା ଆସିଥାଏ, ମନ ଥରେ ସ୍ଥିରକରି କି ଭାଇ ମୁଁ କେବେ ଥକିବି ନାହିଁ, କେବେ ଅଣନିଶ୍ୱାସୀ ହେବି ନାହିଁ, ଚାଲିବାକୁ ପଡ଼ିବ ତ ଚାଲିବି,ଦୌଡ଼ିବାକୁ ହେବ ତ ଦୌଡ଼ିବି, ଚଢ଼ିବାକୁ ହେବ ତ ଚଢ଼ିବି, ଅଟକିବି ନାହିଁ । ଆପଣ ଦେଖନ୍ତୁ, ଧୀରେ ଧୀରେ ଆପଣଙ୍କ ଜୀବନ ଦୀନଚର୍ଯ୍ୟା ମଧ୍ୟ ସେହିଭଳି ଭାବରେ ଆରମ୍ଭ ହୋଇ ଯାଇଥାଏ ଆଉ ପୁଣି ଏଭଳି କଥା ଯାହା ଶରୀରର କ୍ଷତି ଘଟାଇଥାଏ, ସେଥିରୁ ସେହି ବ୍ୟକ୍ତି ଦୂରେଇ ଯାଇଥାଏ, କାରଣ ତା’ ମଧ୍ୟରେ ସଚେତନତା ଆସି ଯାଇଥାଏ, ସଚେତନ ହୋଇ ଯାଇଥାଏ । ଯେଭଳି ସିଏ କେବେ ଔଷଧ କବଳରେ କେବେ ପଡି ନଥାଏ,ତା’ପାଇଁ କେବେ ମଧ୍ୟ ଔଷଧ ଥଣ୍ଡା ହୋଇ ନଥାଏ, ଜୀବନ ଶୈଳୀ କେବଳ ବୟାନ ପାଲଟି ଯାଇ ନଥାଏ ।

ସାଥୀଗଣ,

ସ୍ୱାମୀ ବିବେକାନନ୍ଦ ମହାଶୟ ମଧ୍ୟ କହୁଥିଲେ କି ଯଦି ଜୀବନରେ ଲକ୍ଷ୍ୟରେ ରହେ, ସଂପୂର୍ଣ୍ଣ ଶକ୍ତି ଦେଇ କାର୍ଯ୍ୟ କରାଯାଏ ତ ଉତ୍ତମ ସ୍ୱାସ୍ଥ୍ୟ, ସୁଖ – ସମୃଦ୍ଧି ତାହାର ଉପ-ଫଳାଫଳ ଭାବେ ଆପଣଙ୍କ ଜୀବନରେ ଆସି ଯାଇଥାଏ । ନିଜ ଜୀବନରେ ଲକ୍ଷ୍ୟ ହାସଲ କରିବା ପାଇଁ ଆମ ମଧ୍ୟରେ ଏକ ଉନ୍ମାଦନା, ଗୋଟିଏ ଇଚ୍ଛାଶକ୍ତି,ଗୋଟିଏ ଏକାଗ୍ରତା ରହିବା ହେଉଛି ସେତିକି ମଧ୍ୟ ଜରୁରୀ । ଯେତେବେଳେ ଗୋଟିଏ ଉଦ୍ଦେଶ୍ୟର ସହିତ ଦୃଢ଼ ଇଚ୍ଛାଶକ୍ତିର ସହିତ ଆମେ କାମ କରିଥାଉ, ଆଗକୁ ବଢ଼ିଥାଉ, ତ ସଫଳତା ଆମ ପାଦ ସ୍ପର୍ଶ କରିବା ପାଇଁ ପ୍ରସ୍ତୁତ ହୋଇ ଯାଇଥାଏ ଆଉ ସଫଳତା ଉପରେ ଆପଣମାନେ ମଧ୍ୟ ସେହି ଲୋକ କଥା ମଧ୍ୟ ଶୁଣିଥିବେ- ସଫଳତା ପାଇଁ କୌଣସି ସିଡିର ଆବଶ୍ୟକତା ପଡ଼େ ନାହିଁ, ଆପଣଙ୍କୁ ପାହାଚ ଚଢ଼ି ତାହାକୁ ହାସଲ କରିବାକୁ ପଡ଼ିଥାଏ,ଅର୍ଥାତ ଏହି ଲୋକକଥାରେ ମଧ୍ୟ ଆପଣଙ୍କୁ ସିଡିରେ ପାଦ ଦେଇ ଚଢ଼ିବାକୁ କୁହାଯାଇଛି । ପାହାଚ ତ ସେତେବେଳେ ଆପଣ ଚଢ଼ି ପାରିବେ, ଯେତେବେଳେ ଆପଣ ଫିଟ୍ ଥିବେ ନଚେତ୍ ଲିଫ୍ଟ ବନ୍ଦ ହୋଇଗଲା ତ ଚିନ୍ତା କରିବେ, ଆଜ୍ଞା ଆଜି ଯିବିନାହିଁ, କିଏ ଚାରି ମହଲାକୁ ଯିବ ।

ଭାଇ ଓ ଭଉଣୀମାନେ,

ସଫଳତା ଏବଂ ଫିଟନେସର ସମ୍ପର୍କ ମଧ୍ୟ ହେଉଛି, ଗୋଟିଏ ଅନ୍ୟଟି ସହିତ ଜଡ଼ିତ । ଆଜି ଆପଣ ଯେ କୌଣସି କ୍ଷେତ୍ରକୁ ଧରି ନିଅନ୍ତୁ, ନିଜର ଆଦର୍ଶକୁ ଦେଖନ୍ତୁ, ତାଙ୍କ ସଫଳତାର କାହାଣୀକୁ ଦେଖନ୍ତୁ, ସେ କ୍ରୀଡ଼ା କ୍ଷେତ୍ରର ହୁଅନ୍ତୁ, ଚଳଚ୍ଚିତ୍ର କ୍ଷେତ୍ରର ହୁଅନ୍ତୁ, ବ୍ୟବସାୟରେ ଥାଆନ୍ତୁ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଫିଟ୍ ଅଛନ୍ତି । ଏହା କେବଳ ସଂଯୋଗ ମାତ୍ର ନୁହେଁ । ଯଦି ଆପଣ ସେମାନଙ୍କ ଜୀବନଶୈଳୀ ବିଷୟରେ ପଢ଼ିବେ ତ ଜାଣି ପାରିବେ କି ଗୋଟିଏ କଥା, ସମସ୍ତ ବ୍ୟକ୍ତିଙ୍କ କ୍ଷେତ୍ରରେ ହେଉଛି ସାଧାରଣ । ସଫଳ ଲୋକଙ୍କ ସାଧାରଣ ଚରିତ୍ର ହେଉଛି- ଫିଟନେସ୍ ଉପରେ ସେମାନଙ୍କର ଧ୍ୟାନ, ଫିଟନେସ୍ ଉପରେ ସେମାନଙ୍କର ଭରସା । ଆପଣମାନେ ବହୁତ ଡାକ୍ତରମାନଙ୍କୁ ମଧ୍ୟ ଦେଖିଥିବେ, ବହୁତ ଲୋକପ୍ରିୟ ମଧ୍ୟ ଥିବେ ଆଉ ଦିନରେ 10-10, 12-12 ଘଣ୍ଟା ଅନେକ ରୋଗୀଙ୍କର ଅସ୍ତ୍ରୋପଚାର କରୁଛନ୍ତି । ବହୁତ ଉଦ୍ୟୋଗୀ ସକାଳେ ଗୋଟିଏ ମିଟିଂ ଗୋଟିଏ ସହରରେ କରୁଛନ୍ତି, ଦ୍ୱିତୀୟ ମିଟିଂ ଅନ୍ୟ ସହରରେ କରିଥାଆନ୍ତି, ତାଙ୍କ ମୁଖମଣ୍ଡଳରେ ସାମାନ୍ୟ ମଳିନତା ଆସି ନଥାଏ,ସେତିକି ସଜାଗ ଓ ସତର୍କତାର ସହିତ କାମ କରିଥାଆନ୍ତି । ଆପଣ ଯେ କୌଣସି ବୃତ୍ତିରେ ଥାଆନ୍ତୁ, ଆପଣଙ୍କୁ ନିଜ ବୃତ୍ତିରେ ଦକ୍ଷତା ଆଣିବାର ଅଛି ତ ମାନସିକ ଏବଂ ଶାରୀରିକ ଫିଟନେସ୍ ହେଉଛି ବହୁତ ଜରୁରୀ । ସେ ହୁଏତ ବୋର୍ଡର କକ୍ଷ ହେଉ ଅବା ବଲିଉଡ଼୍, ଯେଉଁମାନେ ଫିଟ୍ ସେମାନେ ଆକାଶ ଛୁଇଁଥାଆନ୍ତି । ଶରୀର ଫିଟ୍ ଅଛି ତ ଚିନ୍ତାଧାରା ମଧ୍ୟ ହିଟ୍ ହୋଇଥାଏ ।

ସାଥୀଗଣ,

ଯେତେବେଳେ ଫିଟନେସ୍ ଆଡ଼କୁ ଆମେ ଧ୍ୟାନ ଦେଇଥାଆନ୍ତି, ଆମେ ଫିଟନେସ୍ ଉପରେ ଆମର ଧ୍ୟାନ ଦେଇ ନିଜକୁ ଫିଟ୍ ରଖିବାକୁ ପ୍ରୟାସ କରିଥାଉ ତ ଏହାଦ୍ୱାରା ଆମ ନିଜ ଶରୀରକୁ ମଧ୍ୟ ବୁଝିବାକୁ ସୁଯୋଗ ମିଳିଥାଏ । ଏହା ହେଉଛି ଆଶ୍ଚର୍ଯ୍ୟଜନକ କଥା, କିନ୍ତୁ ଆମେ ନିଜ ଶରୀର ବିଷୟରେ ନିଜ ଶକ୍ତି, ନିଜ ଦୁର୍ବଳତା ବିଷୟରେ ବହୁତ କମ୍ ଜାଣିଥାଉ । ଏଥିପାଇଁ ଯେତେବେଳେ ଆମେ ଫିଟନେସ ଯାତ୍ରାରେ ବାହାରି ପଡ଼ୁ ତ ନିଜ ଶରୀରକୁ ଉନ୍ନତ ଢଙ୍ଗରେ ବୁଝିବାକୁ ଆରମ୍ଭ କରିଥାଉ । ଆଉ ମୁଁ ଏଭଳି ଅନେକ ଲୋକଙ୍କୁ ଦେଖିଛି, ଯେଉଁମାନେ ଏଭଳି ଭାବରେ ହିଁ ନିଜ ଶରୀରର ଶକ୍ତିକୁ ଜାଣିଛନ୍ତି, ଚିହ୍ନିଛନ୍ତି । ଏହାଦ୍ୱାରା ସେମାନଙ୍କର ଆତ୍ମବିଶ୍ୱାସ ମଧ୍ୟ ବଢ଼ିଛି ଯାହାଦ୍ୱାରା ଏକ ଉନ୍ନତ ବ୍ୟକ୍ତିତ୍ୱର ନିର୍ମାଣରେ ସେମାନଙ୍କୁ ସହାୟତା ମିଳିଛି ।

ସାଥୀଗଣ, ଫିଟ୍ ଇଣ୍ଡିଆ ଅଭିଯାନ ଯଦିଓ ସରକାର ହିଁ ଆରମ୍ଭ କରିଛନ୍ତି କିନ୍ତୁ ଏହାର ନେତୃତ୍ୱ ଆପଣ ସମସ୍ତଙ୍କୁ ହିଁ ନେବାର ଅଛି । ଦେଶର ଜନତା ହିଁ ଏହି ଅଭିଯାନକୁ ଆଗକୁ ବଢ଼ାଇବେ ଏବଂ ସଫଳତାର ଶୀଖରରେପହଞ୍ଚାଇବେ । ମୁଁ ନିଜ ଅନୁଭବରୁ କହି ପାରୁଛି କି ଏଥିରେ ଶୂନ୍ୟ ନିବେଶ ହେଉଛି, କିନ୍ତୁ ଅସୀମିତ ପରିଣାମ ଅଛି ।

ଏଠାରେ ମଞ୍ଚରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ, ଗ୍ରାମୀଣ ବିକାଶ ମନ୍ତ୍ରୀ ମଧ୍ୟ ଅଛନ୍ତି, ମୋର ସେମାନଙ୍କୁ ବିଶେଷ ଅନୁରୋଧ ହେଉଛି କି ଦେଶର ପ୍ରତ୍ୟେକ ଗାଁରେ, ଦେଶର ପ୍ରତ୍ୟେକ ପଞ୍ଚାୟତରେ ଦେଶର ପ୍ରତ୍ୟେକଅଞ୍ଚଳରେ ଏହି ଅଭିଯାନ ପହଞ୍ଚିବା ଦରକାର । ଏହି ଅଭିଯାନ କେବଳ ଏକ ମନ୍ତ୍ରଣାଳୟର ନୁହେଁ, କେବଳ ସରକାରଙ୍କର ନୁହେଁ, ସେ ସରକାର କେନ୍ଦ୍ରର ହୁଅନ୍ତୁ, ରାଜ୍ୟର ହୁଅନ୍ତୁ, ନଗରପାଳିକା ହେଉ, ପଞ୍ଚାୟତ ହେଉ,କୌଣସି ଦଳର ମଧ୍ୟ ହେଉ, କୌଣସି ବିଚାରଧାରାର ମଧ୍ୟ ହେଉ, ଫିଟନେସ୍ ବିଷୟରେ କାହାର କୌଣସି ସମସ୍ୟା ରହିବା ଉଚିତ ନୁହେଁ । ସମଗ୍ର ଦେଶ, ପ୍ରତ୍ୟେକ ପରିବାର ଏହା ଉପରେ ଗୁରୁତ୍ୱ ଦିଅନ୍ତୁ । ଏବେ ଆମେ କାର୍ଯ୍ୟକ୍ରମରେ ଦେଖିଲେ, ଆମର ଏଠାରେ ଫିଟନେସ୍ ସହିତ ହେଉଛି ବିରତ୍ୱର ମହୋତ୍ସବ, କିନ୍ତୁ ଦୁର୍ଭାଗ୍ୟ କାରଣରୁ ସୀମିତ ଚିନ୍ତାଧାରା କାରଣରୁ, ସଂପୂର୍ଣ୍ଣ ଚିନ୍ତାଧାରାର ଅଭାବ କାରଣରୁ ଆମେ ଆମର ପରମ୍ପରାର ଏହି ଗାଡ଼ିକୁ କକ୍ଷଚ୍ୟୁତ କରି ଦେଇଛେ, ଯେପରି କେବେ ଆମର ଏଠାରେ 60-70-80 ବର୍ଷ ବୟସର ଲୋକ ଥିବେ,ଯେତେବେଳେ ସେମାନେ ସ୍କୁଲରେ ପଢ଼ୁଥିଲେ ତ ସେତେବେଳେ ସେମାନେ ତଲୱାରର ‘ତ’ ପଢ଼ା ଯାଉଥିଲା ।‘ତ’ ତଲୱାରର ‘ତ’ । ପରେ କିଛି ବୁଦ୍ଧିମାନ ଲୋକ ବିବାଦ ଆରମ୍ଭ କଲେ, ସୀମିତ ଚିନ୍ତାଧାରାର ପରିଣାମ ଥିଲା କି ଭାଇ ତଲୱାର ପିଲାମାନଙ୍କୁ ପଢ଼ାଇବା ଦ୍ୱାରା ସେମାନଙ୍କ ମଧ୍ୟରେ ହିଂସାତ୍ମକ ମନୋବୃତ୍ତି ଆସୁଛି । ତ କ’ଣ କରିବା, ତ ତଲୱାରକୁ ବାହାର କରିଦେବା, ‘ତ’ ତରଭୁଜର ‘ତ’ ପଢ଼ାଅ । ଅର୍ଥାତ ଆମେ କି ପ୍ରକାରର ମନୋବୈଜ୍ଞାନିକ ରୂପରେ ମଧ୍ୟ ଆମର ମହାନ ପରମ୍ପରାରୁ ବୀରତାକୁ ମଧ୍ୟ ଶାରୀରିକ ସାମର୍ଥ୍ୟକୁ ମଧ୍ୟ,ଫିଟନେସକୁ ମଧ୍ୟ ବହୁତ ଗଭୀର ଆଘାତ ଦେଇଛି ।

ଆଉ ଏଥିପାଇଁ ମୁଁ ଚାହିଁବି କି ପ୍ରତ୍ୟେକ ପ୍ରକାରରେ ଆମେ ଫିଟନେସକୁ ଆମେ ଉତ୍ସବ ଭାବରେ, ଜୀବନର ଏକ ଅଂଶ ଭାବରେ ପରିବାରର ସଫଳତାର ଯେତେ ମଧ୍ୟ ମାନଦଣ୍ଡ ଅଛି, ସେଥିରେ ଫିଟନେସ୍ ମଧ୍ୟ ଏକ ପରିବାରର ସଫଳତାର ମାନଦଣ୍ଡ ହେବା ଉଚିତ । ବ୍ୟକ୍ତି ଜୀବନର ସଫଳତାଗୁଡ଼ିକ ମଧ୍ୟରେ ଫିଟନେସ୍ ତାହାର ଏକ ମାନକ ହେବା ଦରକାର । ଯଦି ଏହି ଭାବକୁ ନେଇ ଆମେ ଚାଲିବା ଆଉ ରାଜ୍ୟ ସରକାର ହୁଅନ୍ତୁ,ମୁଁ ସେମାନଙ୍କୁ ମଧ୍ୟ କହିବି କି ଫିଟ୍ ଇଣ୍ଡିଆ ଅଭିଯାନକୁ ଅଧିକରୁ ଅଧିକ ବିସ୍ତାର କରନ୍ତୁ, ଦେଶର ଦୂର-ଦୂରାନ୍ତ କ୍ଷେତ୍ରରେ ପହଞ୍ଚାଇବା ପାଇଁ ଯେ କେହି ଆଗକୁ ଆସନ୍ତୁ । ନିଜ ସ୍କୁଲରେ, ନିଜ କାର୍ଯ୍ୟାଳୟରେ, ନିଜ ରାଜ୍ୟର ଲୋକମାନଙ୍କ ମଧ୍ୟରେ ଫିଟନେସ୍ ପ୍ରତି ସଚେତନତା ବୃଦ୍ଧିକରି ସେମାନଙ୍କ ପାଇଁ ଆବଶ୍ୟକ ସଂସାଧନ ଯୋଗାଡ଼ କରି ଆମକୁ ଅଧିକରୁ ଅଧିକ ଲୋକଙ୍କୁ ପ୍ରତିଦିନ ନିଜର କିଛି ସମୟ ଫିଟନେସ୍ ପାଇଁ ଦେବା ନିମନ୍ତେ ପ୍ରେରଣା ଦେବାକୁ ହେବ । ସୁସ୍ଥ ବ୍ୟକ୍ତି, ସୁସ୍ଥ ପରିବାର ଆଉ ସୁସ୍ଥ ସମାଜ, ଏହା ହେଉଛି ନୂତନ ଭାରତକୁ ଶ୍ରେଷ୍ଠ ଭାରତ ନିର୍ମାଣର ରାସ୍ତା । ଯେଭଳି ଭାବେ ଆପଣମାନେ ସ୍ୱଚ୍ଛ ଭାରତ ଅଭିଯାନକୁ ଆପଣ ଆପଣଙ୍କ ଜୀବନର ଅଂଶ କରି ନେଇଛନ୍ତି, ସେହିଭଳି ଭାବେ ଫିଟ୍ ଇଣ୍ଡିଆ ଅଭିଯାନକୁ ମଧ୍ୟ ନିଜ ଜୀବନର ଅଂଶ କରିବାର ଅଛି ।

ଆସନ୍ତୁ, ଆପଣ ଆଜି ଏହି ସଂକଳ୍ପ ନିଅନ୍ତୁ, ଏହି ପ୍ରତିଜ୍ଞା ନିଅନ୍ତୁ କି ଆପଣ ନିଜେ ମଧ୍ୟ ଫିଟ୍ ରହିବେ, ନିଜ ପରିବାର, ବନ୍ଧୁ, ପଡ଼ୋଶୀମାନଙ୍କୁ ଏବଂ ଯେଉଁମାନଙ୍କୁ ମଧ୍ୟ ଆପଣ ଜାଣିଛନ୍ତି, ସେ ସମସ୍ତଙ୍କୁ ଫିଟ୍ ରହିବା ପାଇଁ ପ୍ରୋତ୍ସାହିତ କରିବେ । ମୁଁ ଫିଟ୍ ତ ଇଣ୍ଡିଆ ଫିଟ୍ ।

ଏହି ଗୋଟିଏ ଅନୁରୋଧ ସହିତ ପୁଣି ଥରେ ଏହି ଅଭିଯାନ ପାଇଁ ଦେଶବାସୀଙ୍କୁ ମୋର ଅନେକ ଅନେକ ଶୁଭକାମନା ଏବଂ ସମାଜର ପ୍ରତ୍ୟେକ ସ୍ତରରେ ମୁଁ ନେତୃତ୍ୱ ନେଉଥିବା ଲୋକଙ୍କୁ କହୁଛି ଏହା ମୋର ଅନୁରୋଧ କି ଆପଣ ଆଗକୁ ଆସନ୍ତୁ, ଏହି ଅଭିଯାନକୁ ଶକ୍ତି ଦିଅନ୍ତୁ, ସମାଜକୁ ସୁସ୍ଥ ରଖିବାରେ ଆପଣମାନେ ଅଂଶୀଦାର ହୁଅନ୍ତୁ । ଏହି ଗୋଟିଏ ଅନୁରୋଧ ସହିତ, ଅନେକ-ଅନେକ ଶୁଭକାମନା ସହିତ ଆପଣ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ ।  

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Govt directs faster processing of city gas projects, hikes commercial LPG allocation to ease supply stress

Media Coverage

Govt directs faster processing of city gas projects, hikes commercial LPG allocation to ease supply stress
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam, seeks blessings of Maa Katyayani and shares devotional recital
March 24, 2026

The Prime Minister, Shri Narendra Modi, sought the blessings of Maa Katyayani and said that worship of Maa Jagadambe fills the mind with infinite energy and inner strength, while her divine radiance illuminates the heart with higher consciousness. He prayed that with the blessings of the Goddess, who is the embodiment of divinity and valour, all her devotees are endowed with immense strength and self-confidence.

The Prime Minister shared a Sanskrit verse-

“चन्द्रहासोज्ज्वलकरा शार्दूलवरवाहना। कात्यायनी शुभं दद्याद् देवी दानवघातिनी॥”

The Prime Minister also shared a recital in praise of the Goddess.

The Prime Minister wrote on X;

“मां कात्यायनी को वंदन! दिव्यता और पराक्रम की अधिष्ठात्री देवी मां की कृपा से उनके सभी भक्तों में अपार शक्ति और आत्मविश्वास का संचार हो।

चन्द्रहासोज्ज्वलकरा शार्दूलवरवाहना।

कात्यायनी शुभं दद्याद् देवी दानवघातिनी॥”

“मां जगदम्बे की उपासना से मन अनंत ऊर्जा और आत्मबल से भर जाता है। देवी मां का अलौकिक ओज हृदय को दिव्य चेतना से आलोकित कर देता है।