ଆସାମରେ ୧.୨୫ କୋଟି ଲୋକ ଆୟୁଷ୍ମାନ ଭାରତ ଯୋଜନାରେ ଉପକୃତ ହେଉଛନ୍ତି : ପ୍ରଧାନମନ୍ତ୍ରୀ
ଭାରତୀୟ ଚା’ର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାର ଷଡଯନ୍ତ୍ରକୁ ସଫଳ ହେବାକୁ ଦିଅନ୍ତୁ ନାହିଁ: ପ୍ରଧାନମନ୍ତ୍ରୀ
ଆସୋମ ମାଳା ପ୍ରକଳ୍ପ ଆସାମରେ ବ୍ୟାପକ ରାସ୍ତା ଏବଂ ସମସ୍ତ ଗାଁର ଲୋକଙ୍କୁ ସଂଯୋଗ କରିବାର ସ୍ୱପ୍ନକୁ ବାସ୍ତବ ରୂପ ଦେବ : ପ୍ରଧାନମନ୍ତ୍ରୀ

ଭାରତ ମାତା କୀ ଜୟ।

ଭାରତ ମାତା କୀ ଜୟ।

ଭାରତ ମାତା କୀ ଜୟ।

ଆସାମର ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ରାମେଶ୍ୱର ତେଲୀ ମହାଶୟ, ଆସାମ ସରକାରରେ ମନ୍ତ୍ରୀ ହିମନ୍ତ ବିଶ୍ୱାଶର୍ମା ମହାଶୟ, ଶ୍ରୀ ଅତୁଲ ବୋରା ମହାଶୟ, ଶ୍ରୀ କେଶବ ମହନ୍ତା ମହାଶୟ, ଶ୍ରୀ ରଞ୍ଜିତ ଦତ୍ତ ମହାଶୟ, ବୋଡୋଲ୍ୟାଣ୍ଡ ପ୍ରାଦେଶିକ ଅଞ୍ଚଳର ମୁଖ୍ୟ ଶ୍ରୀ ପ୍ରମୋଦ ମୋରୋ ମହାଶୟ, ଅନ୍ୟ ସମସ୍ତ ସାଂସଦଗଣ, ବିଧାୟକଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ।

ମୋର ଭାଇ ବହିନ ସବ, ତହନିଦେର କି ଖବର, ଭାଲଇ ତୋ? ଖୁଲୁମବାୟ। ନୋନ୍ଥାମୋଁନହା ମାମ୍ବୋରୈ ନ୍ଦ? ଗତ ମାସରେ ମୁଁ ଆସାମ ଆସିଥିଲି । ଗରିବ, ପୀଡ଼ିତ, ଶୋଷିତ, ବଞ୍ଚିତ ସମାଜର ଲୋକଙ୍କୁ ଜମି ପଟ୍ଟା ବିତରଣ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମୋତେ ସୌଭାଗ୍ୟ ମିଳିଥିଲା । ସେତେବେଳେ ମୁଁ କହିଥିଲି ଯେ ଆସାମର ଲୋକଙ୍କର ସ୍ନେହ ଏବଂ ଆପଣମାନଙ୍କର ଭଲ ପାଇବା ଏତେ ଗଭୀର ଯେ, ମୋତେ ବାରମ୍ବାର ଆସାମ ନେଇ ଆସୁଛି । ଏବେ ପୁଣିଥରେ ମୁଁ ଆପଣ ସମସ୍ତଙ୍କୁ ପ୍ରଣାମ କରିବା ପାଇଁ ଆସିଛି । ଆପଣ ସମସ୍ତଙ୍କର ଦର୍ଶନ କରିବା ପାଇଁ ଆସିଛି । ମୁଁ ଗତ କାଲି ସାମାଜିକ ଗଣମାଧ୍ୟମରେ ଦେଖିଲି, ପୁଣି ମୁଁ ଟ୍ୱିଟ୍‍ ମଧ୍ୟ କରିଥିଲି ଯେ ଢ଼େକ୍ୟାଜୁଲିକୁ କେତେ ସୁନ୍ଦର ଭାବେ ସଜା ଯାଇଛି। ଆପଣମାନେ ଏତେ ଦୀପ ଲଗାଇ ପ୍ରଜ୍ଜ୍ୱଳିତ କଲେ । ଏହି ଆପଣାର ଭାବନା ପାଇଁ ମୁଁ ଆସାମର ଜନତାଙ୍କ ଚରଣରେ ପ୍ରଣାମ କରୁଛି । ମୁଁ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ମହାଶୟ, ହିମନ୍ତ ମହାଶୟ, ରଞ୍ଜିତ ଦତ୍ତ ମହାଶୟ, ସରକାରରେ ଏବଂ ଭାଜପା ସଂଗଠନରେ ଥିବା, ପ୍ରତ୍ୟେକଙ୍କୁ ପ୍ରଶଂସା କରିବି । ସେମାନେ ଏତେ ଦ୍ରୁତ ଗତିରେ ଆସାମର ବିକାଶରେ, ଆସାମର ସେବାରେ ଲାଗିଛନ୍ତି ଯେ ମୋତେ ଲଗାତାର ଏଠାକୁ ବିକାଶର କାର୍ଯ୍ୟକ୍ରମରେ ଆସିବାର ସୁଯୋଗ ମିଳୁଥାଉ । ଆଜିର ଦିନ ହେଉଛି ମୋ ପାଇଁ ଆଉ ଏକ କାରଣରୁ ସ୍ୱତନ୍ତ୍ର। ଆଜି ମୋତେ ସୋନିତପୁର-ଢ଼େକ୍ୟାଜୁଲିର ଏହି ପବିତ୍ର ମାଟିକୁ ପ୍ରଣାମ କରିବାର ସୁଯୋଗ ମିଳିଛି । ଏହା ହେଉଛି ସେହି ମାଟି ଯେଉଁଠାରେ ରୁଦ୍ରପଦ ମନ୍ଦିର ପାଖରେ ଆସାମର ଶତାବ୍ଦୀ ପୁରୁଣା ଇତିହାସ ଆମ ସାମ୍ନାକୁ ଆସିଥିଲା । ଏହା ହେଉଛି ସେହି ମାଟି ଯେଉଁଠାରେ ଆସାମର ଲୋକମାନେ ଆକ୍ରମଣକାରୀଙ୍କୁ ପରାସ୍ତ କରିଥିଲେ, ନିଜର ଏକତା, ନିଜର ଶକ୍ତି, ନିଜ ଶୌର୍ଯ୍ୟର ପରିଚୟ ଦେଇଥିଲେ । 1942ରେ ଏହି ମାଟିରେ ଆସାମର ସ୍ୱାଧୀନତା ସଂଗ୍ରାମୀମାନେ ଦେଶର ସ୍ୱାଧୀନତା ପାଇଁ, ତ୍ରିରଙ୍ଗାର ସମ୍ମାନ ପାଇଁ ନିଜର ବଳିଦାନ ଦେଇଥିଲେ । ଆମର ଏହି ଶହୀଦମାନଙ୍କର ପରାକ୍ରମ ଉପରେ ଭୁପେନ ହଜାରିକା ମହାଶୟ କହିଥିଲେ-

ଭାରତ ହିଁହହ ଆଜି ଜାଗ୍ରତ ହୟ।

ପ୍ରତି ରକ୍ତ ବିନ୍ଦୁତେ,

ହହସ୍ର ଶ୍ୱହିଦର

ହାହତ ପ୍ରତିଜ୍ଞାଓ ଉଜ୍ଜ୍ୱଲ ହୟ।

ଅର୍ଥାତ, ଆଜି ଭାରତର ସିଂହ ଜାଗ୍ରତ ହୋଇ ରହିଛନ୍ତି। ଏହି ଶହୀଦମାନଙ୍କର ରକ୍ତର ପ୍ରତିଟି ବୁନ୍ଦା, ସେମାନଙ୍କର ସାହସ ଆମର ସଂକଳ୍ପକୁ ସୁଦୃଢ଼ କରୁଛି । ଏଥିପାଇଁ ଶହୀଦମାନଙ୍କର ଶୌର୍ଯ୍ୟର ସାକ୍ଷୀ ସୋନିତପୁରର ଏହି ମାଟି, ଆସାମର ଏହି ଅତୀତ, ବାରମ୍ବାର ମୋ ମନକୁ ଅସମୀୟା ଗୌରବ ସହିତ ଭରି ଦେଉଛି ।

ସାଥୀଗଣ,

ଆମେ ସମସ୍ତେ ସବୁବେଳେ ଏହା ଶୁଣି ଆସିଛେ, ଦେଖି ଆସିଛେ ଯେ ଦେଶର ପ୍ରଥମ ସକାଳ ପୂର୍ବୋତ୍ତରରୁ ହିଁ ହୋଇଥାଏ। କିନ୍ତୁ ଏହା ମଧ୍ୟ ହେଉଛି ସତ୍ୟ ଯେ ପୂର୍ବୋତ୍ତର ଏବଂ ଆସାମର ବିକାଶର ସକାଳକୁ ଏକ ଦୀର୍ଘ ସମୟ ଧରି ପ୍ରତୀକ୍ଷା କରିବାକୁ ପଡ଼ିଲା । ହିଂସା, ଅଭାବ, ଚିନ୍ତା, ଭେଦଭାବ, ପକ୍ଷପାତ, ସଂଘର୍ଷ, ଏ ସମସ୍ତ କଥାକୁ ପଛରେ ଛାଡ଼ି ଏବେ ସଂପୂର୍ଣ୍ଣ ଉତ୍ତର-ପୂର୍ବାଞ୍ଚଳର ବିକାଶର ପଥରେ ଆଗକୁ ଅଗ୍ରସର ହେଉଛି । ଆଉ ଆସାମ ଏଥିରେ ପ୍ରମୁଖ ଭୂମିକା ତୁଲାଉଛି । ଐତିହାସିକ ବୋଡୋ ଶାନ୍ତି ବୁଝାମଣା ପରେ ନିକଟରେ ମୁଁ ବୋଡୋଲ୍ୟାଣ୍ଡ ଆଞ୍ଚଳିକ ପରିଷଦର ନିର୍ବାଚନ, ଏଠାରେ ବିକାଶର ନୂତନ ଅଧ୍ୟାୟ ଲେଖି ଦେଇଛି । ଆଜିର ଦିନ ମଧ୍ୟ ଆସାମର ଭାଗ୍ୟ ଏବଂ ଆସାମର ଭବିଷ୍ୟତରେ ଏହି ବଡ଼ ପରିବର୍ତ୍ତନର ସାକ୍ଷୀ ହେଉଛି । ଆଜି ଗୋଟିଏ ପକ୍ଷରେ ବିଶ୍ୱନାଥ ଏବଂ ଚରଇଦେବରେ ଦୁଇଟି ମେଡିକାଲ କଲେଜର ଉପହାର ଆସାମକୁ ମିଳୁଛି, ଅନ୍ୟ ପକ୍ଷରେ ‘ଆସାମ ମାଲା’ ମାଧ୍ୟମରେ ଆଧୁନିକ ଭିତିଭୂମିର ମୂଳଦୁଆ ପଡ଼ିଛି ।

ଅଖମର ବିକାଖର ଜାତ୍ରାତ ଆଜି ଏକ ଉଲ୍ଲେଖଯୋଗ୍ୟ ଦିନ। ଏଇ ବିଖେଖ ଦିନଟୋତ ମଇ ଅଖମବାଖୀକ ଆନ୍ତରିକ ଅଭିନନ୍ଦନ ଜନାଇଛୋଁ ।

ସାଥୀଗଣ,

ସମ୍ମିଳିତ ପ୍ରୟାସ ଦ୍ୱାରା, ସମ୍ମିଳିତ ସଂକଳ୍ପରୁ କିଭଳି ପରିଣାମ ଆସିଥାଏ, ଆସାମ ହେଉଛି ଏହାର ଏକ ବଡ଼ ଉଦାହରଣ। ଆପଣମାନଙ୍କୁ ପାଞ୍ଚବର୍ଷ ପୂର୍ବ ସେହି ସମୟ ମନେଥିବ, ଯେତେବେଳେ ଆସାମର ଅଧିକାଂଶ ଦୂର-ଦୂରାନ୍ତର ଅଞ୍ଚଳରେ ଭଲ ହସ୍ପିଟାଲ କେବଳ ସ୍ୱପ୍ନ ହୋଇ ରହିଥିଲା । ଭଲ ହସ୍ପିଟାଲ, ଉନ୍ନତ ସ୍ୱାସ୍ଥ୍ୟ ସେବାର ଅର୍ଥ ଥିଲା, ଘଣ୍ଟା-ଘଣ୍ଟା ଧରି ଯାତ୍ରା, ଘଣ୍ଟା-ଘଣ୍ଟାର ପ୍ରତୀକ୍ଷା ଏବଂ କ୍ରମାଗତ ଭାବେ ଅଗଣିତ ସମସ୍ୟା! ମୋତେ ଆସାମର ଲୋକମାନେ କହିଲେ ଯେ, ସେମାନଙ୍କୁ ସର୍ବଦା ଏହି ଚିନ୍ତା ରହୁଥିଲା ଯେ କେତେବେଳେ କୌଣସି ମେଡିକାଲ ଜନିତ ଜରୁରୀ ସମସ୍ୟା ନ ଆସୁ। ! କିନ୍ତୁ ଏହି ସମସ୍ୟାଗୁଡ଼ିକ ଏବେ ଦ୍ରୁତ ଗତିରେ ସମାଧାନ ଦିଗରେ ଆଗକୁ ବଢ଼ୁଛି । ଆପଣ ଏହି ପ୍ରଭେଦକୁ ସହଜରେ ଦେଖିପାରିବେ, ଅନୁଭବ କରି ପାରୁଥିବେ। ସ୍ୱାଧୀନତାର ପରେ ସାତ ଦଶକରେ, ଅର୍ଥାତ 2016 ପର୍ଯ୍ୟନ୍ତ ଆସାମରେ 6ଟି ମେଡିକାଲ କଲେଜ ଥିଲା। କିନ୍ତୁ ଆଜି 5 ବର୍ଷରେ ହିଁ ଆସାମରେ ଆଉ 6ଟି ମେଡିକାଲ କଲେଜର ନିର୍ମାଣର କାର୍ଯ୍ୟ ଆରମ୍ଭ କରାଯାଇଛି। ଆଜି ଉତ୍ତର ଆସାମ ଏବଂ ଉପର ଆସାମର ଆବଶ୍ୟକତାଗୁଡ଼ିକୁ ଲକ୍ଷ୍ୟ କରି ବିଶ୍ୱନାଥ ଏବଂ ଚରଇଦେବରେ ଆଉ ଦୁଇଟି ମେଡିକାଲ କଲେଜର ଶିଳାନ୍ୟାସ ହୋଇଛି। ଏହି ମେଡିକାଲ କଲେଜ ନିଜକୁ ନିଜ ମଧ୍ୟରେ ଆଧୁନିକ ସ୍ୱାସ୍ଥ୍ୟ ସେବାର ହିଁ କେନ୍ଦ୍ର ହେବ, ଏହା ସହିତ ଆଗାମୀ କିଛି ବର୍ଷ ମଧ୍ୟରେ ଏହିଠାରୁ ହିଁ ମୋର ହଜାର-ହଜାର ଯୁବକ ଡାକ୍ତର ହୋଇ ବାହାରିବେ । ଆପଣମାନେ ଦେଖନ୍ତୁ, 2016 ପର୍ଯ୍ୟନ୍ତ ଆସାମରେ ମୋଟ ଏମବିବିଏସ ସିଟ୍‍ ସଂଖ୍ୟା ପାଖାପାଖି ସାତଶହ ପଚିଶ ହିଁ ଥିଲା। କିନ୍ତୁ ଏହି ନୂଆ ମେଡିକାଲ କଲେଜ ଯେତେବେଳେ ହିଁ ଆରମ୍ଭ ହେବ, ଆସାମକୁ ପ୍ରତି ବର୍ଷ 16 ଶହ ନୂତନ ଏମବିବିଏସ ଡାକ୍ତର ମିଳିବାକୁ ଲାଗିବେ । ଆଉ ମୋର ଆଉ ଏକ ସ୍ୱପ୍ନ ରହିଛି ।

ବଡ଼ ସାହସପୂର୍ଣ୍ଣ ସ୍ୱପ୍ନ ଲାଗୁଥିବ କିନ୍ତୁ ମୋ ଦେଶର ଗାଁରେ, ମୋ ଦେଶର ଗରିବଙ୍କ ଘରେ ପ୍ରତି ଘରର କୌଣସି ଅଭାବ ନାହିଁ। ସେମାନଙ୍କୁ ସୁଯୋଗ ମିଳି ନଥାଏ । ସ୍ୱାଧୀନ ଭାରତ ଏବେ ଯେତେବେଳେ 75 ବର୍ଷରେ ପ୍ରବେଶ କରୁଛି । ତେବେ ମୋର ଏକ ସ୍ୱପ୍ନ ଅଛି । ପ୍ରତ୍ୟେକ ରାଜ୍ୟରେ ଅତି କମ୍‍ରେ ଗୋଟିଏ ମେଡିକାଲ କଲେଜ, ଗୋଟିଏ ଟେକ୍ନିକାଲ କଲେଜ, ସେମାନେ ମାତୃଭାଷାରେ ପଢ଼ାଇବା ଆରମ୍ଭ କରନ୍ତୁ । କାରଣ ଅସମୀୟା ଭାଷାରେ ପଢ଼ି କେହି ଭଲ ଡାକ୍ତର ହୋଇ ପାରିବେ ନାହିଁ? ସ୍ୱାଧୀନତାର 75 ବର୍ଷ ହେବାକୁ ଯାଉଛି ଆଉ ଏଥିପାଇଁ ନିର୍ବାଚନ ପରେ ଯେତେବେଳେ ନୂଆ ସରକାର ଆସାମରେ ପ୍ରତିଷ୍ଠା ହେବ, ମୁଁ ଏଠାରେ ଆସାମର ଲୋକଙ୍କ ତରଫରୁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି । ଆସାମରେ ମଧ୍ୟ ଏକ ମେଡିକାଲ କଲେଜ ସ୍ଥାନୀୟ ଭାଷାରେ ଆମେ ଆରମ୍ଭ କରିବୁ । ଏକ ଟେକ୍ନିକାଲ କଲେଜ ସ୍ଥାନୀୟ ଭାଷାରେ ଆରମ୍ଭ କରିବୁ । ଆଉ ଧୀରେ-ଧୀରେ ଏହା ବଢ଼ିବ । କେହି ଏହାକୁ ରୋକି ପାରିବେ ନାହିଁ। ଏହି ଡାକ୍ତରମାନେ ଆସାମର ଭିନ୍ନ-ଭିନ୍ନ ଅଞ୍ଚଳରେ, ଦୂର-ଦୂରାନ୍ତର ଅଞ୍ଚଳରେ ନିଜର ସେବା ପ୍ରଦାନ କରିବେ । ଏହାଦ୍ୱାରା ମଧ୍ୟ ଚିକିତ୍ସାରେ ସୁବିଧା ହେବ, ଲୋକଙ୍କୁ ଚିକିତ୍ସା ପାଇଁ ବହୁତ ଦୂରକୁ ଯିବାକୁ ପଡ଼ିବ ନାହିଁ।

ସାଥୀଗଣ,

ଆଜି ଗୁଆହାଟୀରେ ଏମ୍ସର କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଏହାର କାର୍ଯ୍ୟ ଆସନ୍ତା ଦେଢ଼-ଦୁଇ ବର୍ଷ ମଧ୍ୟରେ ସଂପୂର୍ଣ୍ଣ ହୋଇଯିବ। ଏମ୍ସର ବର୍ତମାନର କ୍ୟାମ୍ପସରେ ଚଳିତ ଶିକ୍ଷାବର୍ଷରେ ଏମବିବିଏସର ପ୍ରଥମ ବ୍ୟାଚ୍‍ ମଧ୍ୟ ଆରମ୍ଭ ହୋଇ ଯାଇଛି। ଯେପରି ଆଗାମୀ କିଛି ବର୍ଷରେ ଏହାର ନୂତନ କ୍ୟାମ୍ପସ ପ୍ରସ୍ତୁତ ହେବ, ଆପଣମାନେ ଦେଖିବେ ଗୁଆହାଟୀ ଆଧୁନିକ ସ୍ୱାସ୍ଥ୍ୟ ସେବାଗୁଡ଼ିକର କେନ୍ଦ୍ର ଭାବେ ବିକଶିତ ହୋଇ ସାମ୍ନାକୁ ଆସିବ। ଏମ୍ସ ଗୁଆହାଟୀ କେବଳ ଆସାମର ହିଁ ନୁହେଁ, ବରଂ ସଂପୂର୍ଣ୍ଣ ପୂର୍ବୋତ୍ତରର ଜୀବନରେ ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି। ଆଜି ଯେତେବେଳେ ମୁଁ ଏମ୍ସର କଥା କହୁଛି, ସେତେବେଳେ ଗୋଟିଏ ପ୍ରଶ୍ନ ଆପଣମାନଙ୍କ ମଧ୍ୟରେ ପଚାରିବାକୁ ଚାହୁଁଛି । ଦେଶର ଗତ ସରକାର ଏହା କାହିଁକି ବୁଝି ପାରିଲେ ନାହିଁ ଯେ ଗୁଆହାଟୀରେ ହିଁ ଏମ୍ସ ପ୍ରତିଷ୍ଠା ହେବ ତେବେ ଆପଣମାନଙ୍କୁ କେତେ ଲାଭ ହେବ । ସେହି ଲୋକ ପୂର୍ବୋତ୍ତର ଠାରୁ ଏତେ ଦୂରରେ ଥିଲେ ଯେ ଆପଣମାନଙ୍କ ସମସ୍ୟାକୁ କେବେ ବୁଝି ପାରିଲେ ନାହିଁ।

ସାଥୀଗଣ,

ଆଜି କେନ୍ଦ୍ର ସରକାରଙ୍କ ଦ୍ୱାରା ଆସାମର ବିକାଶ ପାଇଁ ସଂମ୍ପୂର୍ଣ୍ଣ ନିଷ୍ଠାର ସହିତ କାର୍ଯ୍ୟ କରାଯାଉଛି। ଆସାମ ମଧ୍ୟ ଦେଶ ସହିତ କାନ୍ଧକୁ କାନ୍ଧ ମିଳାଇ ଆଗକୁ ଅଗ୍ରସର ହେଉଛି। ଆୟୁଷ୍ମାନ ଭାରତ ଯୋଜନା ହେଉ, ଜନଔଷଧି କେନ୍ଦ୍ର ହେଉ, ପ୍ରଧାନମନ୍ତ୍ରୀ ନେସନାଲ ଡାଏଲେସିସ କାର୍ଯ୍ୟକ୍ରମ ହେଉ, ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ହେଉ, ସାଧାରଣ ମଣିଷଙ୍କ ଜୀବନରେ ଯେଉଁ ପରିବର୍ତ୍ତନ ଆଜି ସମଗ୍ର ଦେଶ ଦେଖୁଛି, ସେହି ପରିବର୍ତ୍ତନ, ସେହି ସଂସ୍କାର ଆସାମ ମଧ୍ୟ ଦେଖି ପାରୁଛି । ଆଜି ଆସାମରେ ଆୟୁଷ୍ମାନ ଭାରତ ଯୋଜନାର ଲାଭ ପ୍ରାୟ ଏକ କୋଟି ପଚିଶ ଲକ୍ଷ ଗରିବମାନଙ୍କୁ ମିଳୁଛି । ମୋତେ ଅବଗତ କରାଯାଇଛି ଯେ ଆସାମର ସାଢେ 3 ଶହରୁ ଅଧିକ ହାସ୍ପାତାଳ ଏହି ଯୋଜନା ସହିତ ସାମିଲ ହୋଇଛନ୍ତି। ଏତେ କମ୍‍ ସମୟରେ ଆସାମର ଦେଢ ଲକ୍ଷ ଗରିବ ଆୟୁଷ୍ମାନ ଭାରତ ଅଧିନରେ ମାଗଣାରେ ନିଜର ଚିକିତ୍ସା କରାଇସାରିଛନ୍ତି । ଏହି ସମସ୍ତ ଯୋଜନା ଦ୍ୱାରା ଆସାମର ଗରିବମାନଙ୍କର ଚିକିତ୍ସା ବାବଦରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହେବାରୁ ବଞ୍ଚି ଯାଇଛି। ଗରିବଙ୍କର ଅର୍ଥ ବଞ୍ଚି ଯାଇଛି । ଆୟୁଷ୍ମାନ ଭାରତ ଯୋଜନା ସହିତ ହିଁ ଲୋକଙ୍କୁ ଆସାମ ସରକାରଙ୍କ ‘ଅଟଳ ଅମୃତ ଯୋଜନା’ରୁ ମଧ୍ୟ ଲାଭ ମିଳୁଛି। ଏହି ଯୋଜନାରେ ଗରିବମାନଙ୍କ ସହିତ ହିଁ ସାଧାରଣ ବର୍ଗର ନାଗରିକମାନଙ୍କୁ ମଧ୍ୟ ଖୁବ୍‍ କମ୍‍ କିସ୍ତିରେ ସ୍ୱାସ୍ଥ୍ୟ ବୀମାର ଲାଭ ଦିଆଯାଉଛି । ଏହା ସହିତ ହିଁ ଆସାମର କୋଣ-ଅନୁକୋଣରେ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରମାନ ମଧ୍ୟ ଖୋଲା ଯାଉଛି, ଯାହା ଗାଁ ଗରିବଙ୍କ ପ୍ରାଥମିକ ସ୍ୱାସ୍ଥ୍ୟର ଚିନ୍ତା କରୁଛି। ମୋତେ ଅବଗତ କରାଯାଇଛି କି ଏହି କେନ୍ଦ୍ରଗୁଡ଼ିକରେ ଏ ପର୍ଯ୍ୟନ୍ତ 55 ଲକ୍ଷରୁ ଅଧିକ ଆସାମର ଭାଇ-ଭଉଣୀମାନେ ନିଜର ପ୍ରାରମ୍ଭିକ ଚିକିତ୍ସା କରାଇଛନ୍ତି।

ସାଥୀଗଣ,

ସ୍ୱାସ୍ଥ୍ୟ ସେବାଗୁଡ଼ିକୁ ନେଇ ସମ୍ବେଦନଶୀଳତା ଏବଂ ଆଧୁନିକ ସୁବିଧା ସବୁର ମହତ୍ୱକୁ କରୋନା ସମୟରେ ଦେଶ ଖୁବ୍‍ ଭଲ ଭାବେ ଅନୁଭବ କରିଛି । ଦେଶ ଯେଉଁଭଳି ଭାବେ କରୋନା ସହିତ ନିଜର ଲଢ଼େଇ ଲଢ଼ିଛି, ଯେତିକି ପ୍ରଭାବଶାଳୀ ଉପାୟରେ ଭାରତ ନିଜର ଟିକାକରଣ କାର୍ଯ୍ୟକ୍ରମ ଚଲାଉଛି, ତାହାର ପ୍ରଶଂସା ଆଜି ସମଗ୍ର ଦୁନିଆରେ ହେଉଛି। କରୋନାରୁ ଶିକ୍ଷା ନେଇ ଦେଶ ପ୍ରତ୍ୟେକ ଦେଶବାସୀଙ୍କ ଜୀବନକୁ ସୁରକ୍ଷିତ ଏବଂ ସହଜ କରିବା ପାଇଁ ଆହୁରି ଦ୍ରୁତ ଗତିରେ କାର୍ଯ୍ୟ କରିବା ଆରମ୍ଭ କରି ଦେଇଛି । ଏହାର ଝଲକ ଚଳିତଥରର ବଜେଟରେ ଆପଣମାନେ ମଧ୍ୟ ଦେଖିଥିବେ । ଚଳିତଥରର ବଜେଟରେ ସ୍ୱାସ୍ଥ୍ୟସେବାରେ ହେବାକୁ ଥିବା ଖର୍ଚ୍ଚରେ ଅଦ୍ଭୁତପୂର୍ବ ବୃଦ୍ଧି କରାଯାଇଛି । ସରକାର ଏହା ମଧ୍ୟ ସ୍ଥିର କରିଛନ୍ତି କି ଏବେ ଦେଶର 6 ଶହରୁ ଅଧିକ ଜିଲ୍ଲାମାନଙ୍କରେ ସମନ୍ୱିତ ପରୀକ୍ଷାଗାର ନିର୍ମାଣ କରାଯାଇଛି । ଏହାର ବହୁତ ବଡ଼ ଲାଭ ଛୋଟ-ଛୋଟ ଅଞ୍ଚଳ ଏବଂ ଗାଁର ଲୋକମାନଙ୍କୁ ହେବ ଯେଉଁମାନଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଦୂରକୁ ଯିବାକୁ ପଡ଼ିଥାଏ।

ସାଥୀଗଣ,

ଆସାମର ଖୁସି, ଏଠାକାର ପ୍ରଗତିର ଏକ ବହୁତ ବଡ଼ କେନ୍ଦ୍ର ମଧ୍ୟ ହେଉଛି ଆସାମର ଚା’ ବଗିଚା । ସୋନିତପୁରର ଲାଲ ଚା’ ଏମିତିରେ ମଧ୍ୟ ନିଜର ଭିନ୍ନ ସ୍ୱାଦ ପାଇଁ ଜଣାଶୁଣା। ସୋନିତପୁର ଏବଂ ଆସାମର ଚା’ କେତେ ସ୍ୱତନ୍ତ୍ର ହୋଇଥାଏ, ଏହା ମୋ ଠାରୁ ଭଲ ଭାବେ ଭଲା କିଏ ଜାଣିପାରିବ? ତେଣୁ ମୁଁ ସଦା ସର୍ବଦା ଚା’ ଶ୍ରମିକଙ୍କ ପ୍ରଗତିକୁ ସମଗ୍ର ଆସାମର ପ୍ରଗତି ସହିତ ଯୋଡ଼ିକରି ହିଁ ଦେଖୁଛି । ମୁଁ ଖୁସି ଯେ ଏହି ଦିଗରେ ଆସାମ ସରକାର କେତେକ ସକରାତ୍ମକ ପ୍ରୟାସ କରୁଛନ୍ତି । ଏବେ କାଲି ହିଁ ଆସାମ ଚା’ ବଗିଚା ଧନ ପୁରସ୍କାର ମେଳା ଯୋଜନା ମାଧ୍ୟମରେ ଆସାମର ସାଢ଼େ ସାତ ଲକ୍ଷ ଚା’ ବଗିଚା ଶ୍ରମିକଙ୍କ ବ୍ୟାଙ୍କ ଖାତାରେ କୋଟି-କୋଟି ଟଙ୍କା ସିଧାସଳଖ ହସ୍ତାନ୍ତର କରାଯାଇଛି । ଚା’ ବଗିଚାରେ କାର୍ଯ୍ୟ କରୁଥିବା ଗର୍ଭବତୀ ମହିଳାମାନଙ୍କ ପାଇଁ ଏକ ବିଶେଷ ଯୋଜନା ମାଧ୍ୟମରେ ସିଧାସଳଖ ସାହାଯ୍ୟ ପ୍ରଦାନ କରାଯାଉଛି, ଚା’ ବଗିଚା ଶ୍ରମିକ ଏବଂ ସେମାନଙ୍କ ପରିବାରର ସ୍ୱାସ୍ଥ୍ୟର ଦେଖାଶୁଣା ପାଇଁ, ପରୀକ୍ଷା ଏବଂ ଚିକିତ୍ସା ପାଇଁ ଚା’ ବଗିଚାରେ ହିଁ ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍‍ ମଧ୍ୟ ପଠାଯାଉଛି, ମାଗଣା ଔଷଧ ସବୁର ବ୍ୟବସ୍ଥା ମଧ୍ୟ କରାଯାଉଛି। ଆସାମ ସରକାରଙ୍କ ଏହିସବୁ ପ୍ରୟାସ ସହିତ ଯୋଡି ହୋଇ ଚଳିତଥରର ବଜେଟରେ ମଧ୍ୟ ଚା’ ବଗିଚାରେ କାର୍ଯ୍ୟ କରୁଥିବା ଆମର ଭାଇ ଏବଂ ଭଉଣୀମାନଙ୍କ ପାଇଁ ଏକ ହଜାର କୋଟି ଟଙ୍କାର ବିଶେଷ ଯୋଜନାର ଘୋଷଣା କରାଯାଇଛି। ଚା’ ବଗିଚା ଶ୍ରମିକଙ୍କ ପାଇଁ ଏକ ହଜାର କୋଟି ଟଙ୍କା । ଏହି ଅର୍ଥ ଆପଣଙ୍କୁ ମିଳିବାକୁ ଥିବା ସୁବିଧା ସବୁକୁ ବଢ଼ାଇବ, ଆମର ଚା’ ବଗିଚାର ଶ୍ରମିକମାନଙ୍କ ଜୀବନକୁ ଆହୁରି ସହଜ କରିବ।

ସାଥୀଗଣ,

ଆଜି ଯେତେବେଳେ ମୁଁ ଆସାମର ଚା’ ଶ୍ରମିକମାନଙ୍କ କଥା କହୁଛି, ତେବେ ମୁଁ ଏହି ଦିନମାନଙ୍କରେ ଦେଶ ବିରୁଦ୍ଧରେ ଚାଲୁ ରହିଥିବା ଷଡଯନ୍ତ୍ରର କଥା ମଧ୍ୟ କହିବାକୁ ଚାହୁଁଛି । ଆଜି ଦେଶକୁ ବଦନାମ କରିବା ପାଇଁ ଷଡଯନ୍ତ୍ର କରୁଥିବା ଲୋକମାନେ ଏହି ସ୍ତର ପର୍ଯ୍ୟନ୍ତ ପହଞ୍ଚି ସାରିଲେଣି ଯେ, ଭାରତର ଚା’କୁ ମଧ୍ୟ ଛାଡୁ ନାହାଁନ୍ତି । ଆପଣମାନେ ଖବରରେ ଶୁଣିଥିବେ, ଏହି ଷଡଯନ୍ତ୍ର କରୁଥିବା ଲୋକମାନେ କହୁଛନ୍ତି ଯେ ଭାରତର ଚା’ର ଛବିକୁ ବଦନାମ କରିବେ । ଯୋଜନାବଦ୍ଧ ଉପାୟରେ । ଭାରତର ଚାହାର ଛବିକୁ ସମଗ୍ର ଦୁନିଆରେ ବଦନାମ କରିବେ । କିଛି କାଗଜପତ୍ର ପ୍ରମାଣ ସାମ୍ନାକୁ ଆସିଛି ଯାହାଦ୍ୱାରା ଏହିକଥା ଜଣା ପଡ଼ିଛି ଯେ ବିଦେଶରେ ବସି ରହିଥିବା କିଛି ଶକ୍ତିମାନେ, ଚା’ ସହିତ ଭାରତର ଯେଉଁ ପରିଚୟ ଯୋଡି ହୋଇ ରହିଛି, ତାହା ଉପରେ ଆକ୍ରମଣ କରିବାର ଯୋଜନାରେ ଅଛନ୍ତି । କ’ଣ ଏହି ଆକ୍ରମଣ ଆପଣଙ୍କୁ ମଞ୍ଜୁର କି? ଏହି ଆକ୍ରମଣ ପରେ ଚୁପ୍‍ ରହୁଥିବା ଲୋକମାନେ କ’ଣ ଆପଣଙ୍କୁ ମଞ୍ଜୁର କି? ଆକ୍ରମଣ କରୁଥିବା ଲୋକମାନଙ୍କୁ ପ୍ରଶଂସା କରୁଥିବା ଲୋକମାନେ କ’ଣ ଆପଣଙ୍କୁ ମଞ୍ଜୁର କି? ସମସ୍ତଙ୍କୁ ଉତ୍ତର ଦେବାକୁ ହେବ। ଯେଉଁମାନେ ହିନ୍ଦୁସ୍ତାନର ଚା’କୁ ବଦନାମ କରିବାର ଦାୟିତ୍ୱ ନେଇଛନ୍ତି । ଆଉ ସେମାନଙ୍କ ପାଇଁ ଏଠାରେ ଯେଉଁମାନେ ଚୁପଚାପ ବସିଛନ୍ତି, ଏହି ସମସ୍ତ ରାଜନୈତିକ ଦଳଙ୍କୁ ପ୍ରତ୍ୟେକ ଚା’ ବଗିଚା ଉତ୍ତର ମାଗିବ । ମୁଁ ଆସାମର ମାଟିରୁ ଏହି ଷଡଯନ୍ତ୍ରକାରୀଙ୍କୁ କହିବାକୁ ଚାହୁଁଛି, ଏମାନେ ଯେତେ ଇଚ୍ଛା ସେତେ ପରିମାଣରେ ଷଡଯନ୍ତ୍ର କରନ୍ତୁ, ଦେଶ ଏମାନଙ୍କର କୁଚ୍ଛିତ ଉଦ୍ଦେଶ୍ୟକୁ କେବେ ହେଲେ ମଧ୍ୟ ପୂରଣ ହେବାକୁ ଦେବନାହିଁ । ମୋର ଚା’ ଶ୍ରମିକ ଏହି ଲଢ଼େଇକୁ ଜିତି କରି ଦେଖାଇବେ । ଭାରତର ଚା’ ଉପରେ କରାଯାଉଥିବା ଏହି ସବୁ ଆକ୍ରମଣରେ ଏତେ ଶକ୍ତି ନାହିଁ ଯେ ସେମାନେ ମୋର ଚା’ ବଗିଚା ଶ୍ରମିକଙ୍କ ପରିଶ୍ରମର ମୁକାବିଲା କରି ପାରିବେ । ଦେଶ ଏହିଭଳି ଭାବେ ବିକାଶ ଏବଂ ପ୍ରଗତିର ରାସ୍ତାରେ ବଢ଼ି ଚାଲିଥିବ । ଆସାମ ଏହିଭଳି ଭାବେ ବିକାଶର ନୂତନ ଶୀଖରକୁ ଛୁଇଁ ଚାଲିବ । ଆସାମର ବିକାଶର ଏହି ଚକ ଏହିଭଳି ଭାବେ ଦ୍ରୁତ ଗତିରେ ଘୁରି ଚାଲିବ।

ସାଥୀଗଣ,

ଆଜି ଯେତେବେଳେ ଆସାମରେ ପ୍ରତ୍ୟେକ କ୍ଷେତ୍ରରେ ଏତେସବୁ କାର୍ଯ୍ୟ ହେଉଛି, ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ କ୍ଷେତ୍ରର ବିକାଶ ହେଉଛି, ତେବେ ଏହା ମଧ୍ୟ ହେଉଛି ଆବଶ୍ୟକ ଯେ ଆସାମର ସାମର୍ଥ୍ୟ ଆହୁରି ବଢ଼ୁ । ଆସାମର ସାମର୍ଥ୍ୟକୁ ବଢାଇବାରେ ଏଠାକାର ଆଧୁନିକ ସଡ଼କ ଏବଂ ଭିତିଭୂମିର ବହୁତ ବଡ଼ ଭୂମିକା ରହିଛି । ଏହାକୁ ଧ୍ୟାନରେ ରଖି ଆଜି ‘ଭାରତ ମାଳା ପ୍ରକଳ୍ପ’ ସହିତ ଆସାମ ପାଇଁ ‘ଆସାମ ମାଳା’ର ଶୁଭାରମ୍ଭ କରାଯାଇଛି। ଆଗାମୀ 15 ବର୍ଷରେ ଆସାମରେ ପ୍ରଶସ୍ଥ ରାଜପଥର ଜାଲ ହେଉ, ଏଠାକାର ସମସ୍ତ ଗାଁ ମୁଖ୍ୟ ସଡ଼କ ସହିତ ଯୋଡ଼ି ହେଉ, ଏଠାକାର ସଡ଼କ ଦେଶର ବଡ଼-ବଡ଼ ସହରଗୁଡ଼ିକ ଭଳି ଆଧୁନିକ ହେଉ, ଆସାମ ମାଳା ପ୍ରକଳ୍ପ ଆପଣଙ୍କ ସ୍ୱପ୍ନକୁ ପୂରଣ କରିବ, ଆପଣଙ୍କ ସାମର୍ଥ୍ୟ ବୃଦ୍ଧି କରିବ। ଗତ କିଛି ବର୍ଷରେ ହିଁ ଆସାମରେ ହଜାର-ହଜାର କିଲୋମିଟର ସଡ଼କ ନିର୍ମାଣ କରାଯାଇଛି, ନୂଆ-ନୂଆ ସେତୁମାନ ନିର୍ମାଣ କରାଯାଇଛି। ଆଜି ଭୁପେନ ହଜାରିକା ସେତୁ ଏବଂ ସରାୟଘାଟ ସେତୁ ଆସାମର ଆଧୁନିକ ପରିଚୟର ଅଂଶ ହୋଇଯାଇଛି । ଆଗାମୀ ଦିନମାନଙ୍କରେ ଏହି କାର୍ଯ୍ୟ ଆହୁରି ମଧ୍ୟ ଦ୍ରୁତ ଗତିରେ ହେବାକୁ ଯାଉଛି । ବିକାଶ ଏବଂ ପ୍ରଗତିର ଗତିକୁ ବୃଦ୍ଧି କରିବା ପାଇଁ ଚଳିତଥରର ବଜେଟରେ ଭିତିଭୂମି ଉପରେ ଅଦ୍ଭୁତପୂର୍ବ ଗୁରୁତ୍ୱ ଦିଆଯାଇଛି । ଗୋଟିଏ ପଟେ ଆଧୁନିକ ଭିତିଭୂମି ଉପରେ କାର୍ଯ୍ୟ ତେବେ ଅନ୍ୟପଟେ ‘ଆସାମ ମାଳା’ ଭଳି ପ୍ରକଳ୍ପ ଫଳରେ ଯୋଗାଯୋଗ ବୃଦ୍ଧି କରିବାର କାର୍ଯ୍ୟ, ଆପଣମାନେ କଳ୍ପନା କରନ୍ତୁ, ଆଗାମୀ ଦିନମାନଙ୍କରେ ଆସାମରେ କେତେ ସବୁ କାର୍ଯ୍ୟ ହେବାକୁ ଯାଉଛି, ଆଉ ଏହି କାର୍ଯ୍ୟରେ କେତେ ସବୁ ଯୁବକମାନଙ୍କୁ ରୋଜଗାର ମିଳିବ । ଯେତେବେଳେ ରାଜପଥ ଉନ୍ନତ ହେବ, ଯୋଗାଯୋଗ ଉନ୍ନତ ହେବ, ତେବେ ବ୍ୟବସାୟ ଏବଂ ଉଦ୍ୟୋଗ ମଧ୍ୟ ବୃଦ୍ଧି ହେବ, ପର୍ଯ୍ୟଟନ ମଧ୍ୟ ବଢ଼ିବ । ଏହାଦ୍ୱାରା ମଧ୍ୟ ଆମର ଯୁବକମାନଙ୍କ ପାଇଁ ମଧ୍ୟ ରୋଜଗାରର ନୂତନ ସୁଯୋଗ ସୃଷ୍ଟି ହେବ, ଆସାମର ବିକାଶକୁ ନୂତନ ଗତି ମିଳିବ।

ସାଥୀଗଣ,

ଆସାମର ପ୍ରସିଦ୍ଧ କବି ରୂପକୁୱର ଜ୍ୟୋତି ପ୍ରସାଦ ଅଗ୍ରୱାଲଙ୍କ ପଂକ୍ତିଗୁଡ଼ିକ ହେଉଛି-

ମେରୀ ନୟା ଭାରତ କୀ,

ନୟା ଛବି,

ଜାଗା ରେ,

ଜାଗା ରେ,

ଆଜି ଏହି ପଂକ୍ତିଗୁଡ଼ିକୁ ସାକର କରି ଆମକୁ ନୂତନ ଭାରତକୁ ଜାଗ୍ରତ କରିବାକୁ ହେବ । ଏହି ନୂତନ ଭାରତ ଆତ୍ମନିର୍ଭର ଭାରତ ହେବ, ଏହି ନୂତନ ଭାରତ, ଆସାମର ବିକାଶକୁ ନୂତନ ଶୀଖରରେ ନେଇ ପହଞ୍ଚାଇବ । ଏହିସବୁ ଶୁଭକାମନା ଗୁଡ଼ିକ ସହିତ, ଆପଣ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ ! ବହୁତ-ବହୁତ ଶୁଭକାମନା । ମୋ ସହିତ ଦୁଇଟିଯାକ ମୁଠାକୁ ବନ୍ଦ କରି ସଂପୂର୍ଣ୍ଣ ଶକ୍ତିର ସହିତ କୁହନ୍ତୁ, ଭାରତ ମାତା କୀ – ଜୟ । ଭାରତ ମାତା କୀ - ଜୟ। ଭାରତ ମାତା କୀ – ଜୟ । ଭାରତ ମାତା କୀ – ଜୟ ।

ବହୁତ-ବହୁତ ଧନ୍ୟବାଦ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From welfare to opportunity: How DPI 2.0 and AI will unlock India’s productivity

Media Coverage

From welfare to opportunity: How DPI 2.0 and AI will unlock India’s productivity
NM on the go

Nm on the go

Always be the first to hear from the PM. Get the App Now!
...
State Visit of Prime Minister to Seychelles
June 28, 2026

As part of Prime Minister Shri Narendra Modi’s State Visit to Seychelles from 27-29 June 2026, Prime Minister and the President of Seychelles, H.E. Dr. Patrick Herminie today held official talks at the State House in Victoria, Mahe.

The talks covered the full spectrum of bilateral relations, with the leaders agreeing to further strengthen cooperation in health, education, capacity building, digital transformation, sustainable development, social infrastructure, renewable energy, maritime security and defence. They also exchanged views on regional and global developments, including challenges in the Indian Ocean region, such as illegal fishing, drug trafficking and piracy. Both leaders expressed satisfaction at the progress made in the implementation of projects and initiatives under the Special Economic Package announced by India. Prime Minister reaffirmed India’s commitment to supporting the development priorities of Seychelles and to further deepen the close and enduring partnership between the two countries.

Following the official talks, both leaders released a joint commemorative logo marking 50 years of the establishment of diplomatic relations between the two countries. Several MoUs/agreements in the fields of Capacity Building, UPI, Health, Agriculture, Shipping, Space, Extradition and Line of Credit were exchanged thereafter. The amount of the Line of Credit stands at INR 1250 crores. The full list of MoUs/agreements may be seen here [link]. In addition, several announcements in the fields of food security, infrastructure, health, vocational training, maritime security and defence were made in support of the development needs of Seychelles. The details of these announcements may be seen here [link]. Seychelles also announced that it is joining the Coalition for Disaster Resilient Infrastructure [CDRI].

Later in the day, Prime Minister addressed an Extraordinary Sitting of the National Assembly of Seychelles, becoming the first Indian Prime Minister to do so. In his address, he highlighted the historical bonds of friendship between India and Seychelles and underscored the shared values of democracy, rule of law and people-centric governance that guide the two countries. He noted that mutual trust and close cooperation have shaped a robust partnership spanning development cooperation, maritime security, technology, innovation, health and capacity building. Prime Minister also called for enhanced parliamentary exchanges between the two democracies. The full address of Prime Minister may be seen here [link]

The Leader of Opposition of Seychelles, H.E. Mr. Bernard Georges, also called on Prime Minister. The two leaders discussed India-Seychelles bilateral ties and conveyed their strong support to further build the special friendship between the two countries.