Uttar Pradesh has greatly benefitted from PM SVANidhi scheme: PM
Banks are reaching the doorsteps of poor to provide loans for helping the latter start their ventures: PM
For the first time since independence street vendors are getting unsecured affordable loans: PM Modi

ଏବେ ମୁଁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ସମସ୍ତ ହିତାଧିକାରୀମାନଙ୍କ ସହିତ ଆଲୋଚନା କରିବା ସମୟରେ ଅନୁଭବ କଲି ଯେ ସମସ୍ତଙ୍କ ମଧ୍ୟରେ ଏକପ୍ରକାରର ଖୁସି ଓ ଆନନ୍ଦ ରହିଛି ।

ପୂର୍ବରୁ ଚାକିରି ପେସାରେ ଥିବା ଲୋକମାନଙ୍କୁ ମଧ୍ୟ ଋଣ ନେବା ପାଇଁ ବ୍ୟାଙ୍କ ଦ୍ୱାରକୁ ବାରମ୍ବାର ଦୌଡ଼ିବାକୁ ପଡ଼ୁଥିଲା। ଗରିବ ଜନତା, ଉଠାଦୋକାନୀ ବ୍ୟାଙ୍କ ଭିତରକୁ ଯିବା ଲାଗି ସାହସ ମଧ୍ୟ କରିପାରୁନଥିଲେ । କିନ୍ତୁ ଆଜି ବ୍ୟାଙ୍କଗୁଡ଼ିକ ନିଜ ଆଡ଼ୁ ପଦକ୍ଷେପ ନେଉଛନ୍ତି । ବିନାକୌଣସି ଧାଁ ଧପଡ଼ରେ ନିଜ କାମ ଆରମ୍ଭ କରିବା ଲାଗି ଋଣ ମିଳୁଛି । ଆପଣମାନଙ୍କ ମୁଖମଣ୍ଡଳରେ ଖୁସି ଦେଖି ମୁଁ ମଧ୍ୟ ଅତ୍ୟନ୍ତ ସନ୍ତୋଷ ଅନୁଭବ କରୁଛି । ଆପଣମାନଙ୍କୁ ଆପଣଙ୍କ କାମ ପାଇଁ, ଆତ୍ମନିର୍ଭର ହୋଇ ଆଗକୁ ବଢ଼ିବା ଲାଗି, ଉତ୍ତର ପ୍ରଦେଶ ଏବଂ ଦେଶକୁ ଆଗକୁ ନେବା ଲାଗି ମୁଁ ଅନେକ ଅନେକ ଶୁଭକାମନା ଜଣାଉଛି ।

ଆଜି ମୁଁ  ଆପଣମାନଙ୍କ ସହିତ ଆଲୋଚନା କରିବା ସମୟରେ ଦେଖିପାରୁଛି ଯେ ଖୁବ କମ ପାଠ ପଢ଼ିଥିବା ଏବଂ ସାଧାରଣ ଦାରିଦ୍ର୍ୟ ମଧ୍ୟରେ ଜୀବନ ବିତାଉଥିବା ଆମ ଭଉଣୀ ପ୍ରୀତି ଏତେ ଆତ୍ମବିଶ୍ୱାସର ସହିତ ଆଧୁନିକ ପ୍ରଯୁକ୍ତି ମଧ୍ୟ ଶିକ୍ଷା ଲାଭ କରୁଛନ୍ତି । ନିଜ ବ୍ୟବସାୟକୁ ଆଗକୁ ବଢ଼ାଇବା ଲାଗି କାମ କରୁଛନ୍ତି ଏବଂ ସମ୍ପୂର୍ଣ୍ଣ ପରିବାରକୁ ମଧ୍ୟ ସାଥୀରେ ନେଇ ସେମାନଙ୍କ ବିଷୟରେ ଚିନ୍ତା କରୁଛନ୍ତି । ସେହିପରି ବନାରସର ବନ୍ଧୁ ଅରବିନ୍ଦଙ୍କ ସହିତ ମୁଁ ଆଲୋଚନା କରିବା ସମୟରେ ସେ ଏକ ଶିକ୍ଷଣୀୟ କଥା କହିଥିଲେ, ମୁଁ ଭାବୁଛି ଯେ ଆମ ଦେଶର ଶିକ୍ଷିତ ଲୋକମାନେ ମଧ୍ୟ ଏଥିରୁ ଶିକ୍ଷା ଲାଭ କରିବା ଉଚିତ । ସେ ସାମାଜିକ ଦୂରତା ରକ୍ଷା ଲାଗି ଯେଉଁ ଜିନିଷ ତିଆରି କରୁଛନ୍ତି ସେଥିମଧ୍ୟରୁ ଗୋଟିଏ ଭେଟି ଦେଉଛନ୍ତି, ମାଗଣାରେ ଦେଉଛନ୍ତି । ନିୟମ ପାଳନ କରୁଥିବା ଲୋକ ଏହାକୁ ପାଉଛନ୍ତି । ଦେଖନ୍ତୁ, ଜଣେ ଛୋଟ ବ୍ୟକ୍ତି କିପରି ଭାବେ ବଡ଼ କାମ କରୁଛନ୍ତି । ଏହାଠାରୁ ବଡ଼ ପ୍ରେରଣା ଆଉ କ’ଣ ହୋଇପାରେ । ଆହୁରି ମୁଁ ଏବେ ଲକ୍ଷ୍ନୌର ବିଜୟ ବାହାଦୂରଙ୍କ ସହିତ ଆଲୋଚନା କରୁଥିଲି । ସେ ଏକ ଠେଲାଗାଡ଼ି ଚଳାଇ ବ୍ୟବସାୟ କରିଥା’ନ୍ତି । କିନ୍ତୁ ସମୟ ସଞ୍ଚୟ କରି କିପରି ଭାବେ କାମକୁ ଆଗେଇ ନେଇ ହେବ, ସେହି ବିଜନେସ ମ୍ୟାନେଜମେଣ୍ଟ ମଡେଲକୁ ସେ ଖୁବ ଭଲ ଭାବେ ଧରିଛନ୍ତି । ଦେଖନ୍ତୁ, ଏହା ହେଉଛି ଆମ ଦେଶର ଶକ୍ତି । ଏମାନଙ୍କୁ ନେଇ ଓ ଏମାନଙ୍କର ପ୍ରୟାସ ବଳରେ ଦେଶ ଆଗକୁ ବଢ଼ିଥାଏ ।

ଆମର ଉଠାଦୋକାନୀ ସାଥୀମାନେ ଏଥିପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଉଛନ୍ତି, ମୋ ପ୍ରତି କୃତଜ୍ଞତା ବ୍ୟକ୍ତ କରୁଛନ୍ତି । କିନ୍ତୁ ମୁଁ ଏହାର ଶ୍ରେୟ ସର୍ବପ୍ରଥମେ ସମସ୍ତ ବ୍ୟାଙ୍କ, ଏହାର କର୍ମଚାରୀମାନଙ୍କର ପରିଶ୍ରମକୁ ଦେବା ଲାଗି ଚାହୁଁଛି । ବ୍ୟାଙ୍କ କର୍ମଚାରୀଙ୍କ ସେବା ଭାବନା ବିନା ଏତେ କମ ସମୟ ମଧ୍ୟରେ ଏତେ ବଡ଼ କାମ ହୋଇପାରିନଥାନ୍ତା। ଆମ ବ୍ୟାଙ୍କର ସମସ୍ତ କର୍ମଚାରୀମାନଙ୍କୁ ମୁଁ ଆଜି ହୃଦୟରୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ସେମାନଙ୍କ କାର୍ଯ୍ୟ ଯେତେବେଳେ ଗରିବଙ୍କ ମନର ଭାବନା ନିକଟରେ ପହଞ୍ଚୁଛି ସେମାନଙ୍କର କାମ କରିବାର ଉତ୍ସାହ ମଧ୍ୟ ଅନେକ ଗୁଣା ବୃଦ୍ଧି ପାଉଛି। ତେଣୁ ଏଥିପାଇଁ ଲଗାତାର ପରିଶ୍ରମ କରିଚାଲିଥିବା ବ୍ୟାଙ୍କ କର୍ମଚାରୀମାନଙ୍କ ନିକଟରେ ଗରିବଙ୍କ ଆଶୀର୍ବାଦ ପହଞ୍ଚିବା ଉଚିତ। ସେମାନେ ପରିଶ୍ରମ କରି ଆପଣମାନଙ୍କ ଜୀବନକୁ ପୁଣିଥରେ ଆରମ୍ଭ କରିବା ଲାଗି ସୁଯୋଗ ସୃଷ୍ଟି କରିଥିବାରୁ ସମସ୍ତ ଗରିବଙ୍କ ଆଶୀର୍ବାଦ ଓ ଶୁଭକାମନା ବ୍ୟାଙ୍କର ଲୋକମାନଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ ବୋଲି ମୁଁ କାମନା କରୁଛି । ଆମର ଏହି ପ୍ରୟାସ ଫଳରେ ଗରିବଙ୍କ ପାର୍ବଣରେ ମଧ୍ୟ ଆଲୋକ ପରିବ୍ୟାପ୍ତ ହୋଇଛି । ଏହା ଖୁବ ବଡ଼ ଉପଲବ୍ଧି । ଏହି କାର୍ଯ୍ୟକ୍ରମରେ ମୋ ସହିତ ଯୋଗ ଦେଇଥିବା ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଉତ୍ତର ପ୍ରଦେଶ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ଉତ୍ତର ପ୍ରଦେଶର ସମସ୍ତ ଜିଲ୍ଲାରୁ ଅଂଶଗ୍ରହଣ କରିଥିବା ହଜାର ହଜାର ହିତାଧିକାରୀ, ସମସ୍ତ ବ୍ୟାଙ୍କରୁ ଯୋଗ ଦେଇଥିବା ପ୍ରତିନିଧିଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆଜିର ଏ ଦିନ ଆତ୍ମନିର୍ଭର ଭାରତ ଲାଗି ଏକ ମହତ୍ୱପୂର୍ଣ୍ଣ ଦିବସ ଅଟେ ।

ଏ ଦେଶ କିଭଳି ଭାବେ କଠିନ ପରିସ୍ଥିତିର ମୁକାବିଲା କରିଥାଏ, ଉତ୍ତର ପ୍ରଦେଶର ଲୋକମାନେ କିପରି ସଙ୍କଟର ମୁକାବିଲା କରିବାର ଶକ୍ତି ରଖିଛନ୍ତି, ଏ ଦିନ ତାହାର ପ୍ରମାଣ ଦେଉଛି । ବିଶ୍ୱରେ କରୋନା ସଂକ୍ରମଣ ଦେଖାଯିବା ସମୟରେ, ଭାରତର ଗରିବଙ୍କୁ ନେଇ ଅନେକ ଆଶଙ୍କା ବ୍ୟକ୍ତ କରାଯାଇଥିଲା । ମୋର ଗରିବ ଭାଇଭଉଣୀମାନଙ୍କ କଷ୍ଟ ହ୍ରାସ କରିବା, ଗରିବଙ୍କୁ ବିପଦରୁ ଉଦ୍ଧାର କରିବା ଏ ସମସ୍ତ ଚିନ୍ତାକୁ ପ୍ରାଥମିକତା ଦେଇ ସରକାର ସବୁପ୍ରକାରର ପ୍ରୟାସ କରିଥିଲେ । ଏହି ଚିନ୍ତାଧାରାକୁ ନେଇ ଦେଶ 1 ଲକ୍ଷ 70 ହଜାର କୋଟି ଟଙ୍କାର ଗରିବ କଲ୍ୟାଣ ଯୋଜନା ଆରମ୍ଭ କଲା, ଯେମିତି ଜଣେ ହେଲେ ଗରିବ ଭୋକରେ ଶୋଇବେ ନାହିଁ ସେଥିପାଇଁ ଚିନ୍ତା କରାଗଲା । କୋଡ଼ିଏ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରାଯିବା ସମୟରେ ଗରିବଙ୍କ କଲ୍ୟାଣ, ସେମାନଙ୍କର ଜୀବନଜୀବିକା ପ୍ରତି ସର୍ବୋଚ୍ଚ ପ୍ରାଥମିକତା ଦିଆଗଲା । ଏହାପରେ ଆଜି ଆମ ଦେଶର ସାଧାରଣ ଜନତା ପ୍ରମାଣ କରିପାରିଛନ୍ତି ଯେ ସେମାନେ ବଡ଼ ବଡ଼ ବିପଦକୁ ମଧ୍ୟ ଟାଳିଦେବାର ସାମର୍ଥ୍ୟ ରଖିଛନ୍ତି । ପିଏମ ସ୍ୱନିଧି ଯୋଜନା ଗରିବଙ୍କ ଶ୍ରମକୁ ଏହି ସହଯୋଗ ପ୍ରଦାନ କରିଛି । ଆଜି, ଆମର ଉଠାଦୋକାନୀ ସାଥୀମାନେ ପୁଣିଥରେ ନିଜ କାମ ଆରମ୍ଭ କରିପାରୁଛନ୍ତି, ପୁଣିଥରେ ଆତ୍ମନିର୍ଭରଶୀଳ ହୋଇ ଆଗକୁ ବଢ଼ୁଛନ୍ତି ।

ସାଥୀଗଣ, ଦେଶ ଜୁନ ପହିଲାରେ ପିଏମ ସ୍ୱନିଧି ଯୋଜନାର ଶୁଭାରମ୍ଭ କରିଥିଲା । ଜୁଲାଇ 2 ତାରିଖରେ, ଅର୍ଥାତ ମାତ୍ର ଗୋଟିଏ ମାସରେ ଅନଲାଇନ ପୋର୍ଟାଲରେ ଏଥିପାଇଁ ଆବେଦନ ମଧ୍ୟ ମିଳିବା ଆରମ୍ଭ ହୋଇଯାଇଥିଲା । କୌଣସି ଯୋଜନାରେ ଏପରି ଗତି ପ୍ରଥମ ଥର ଦେଖିବାକୁ ମିଳିଛି । ଗରିବଙ୍କ ପାଇଁ ଘୋଷଣା କରାଯାଇଥିବା ଯୋଜନା ଏତେ ଶୀଘ୍ର ପ୍ରଭାବୀ ଢଙ୍ଗରେ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହେବ, ଏହା ଅତୀତକୁ ଦେଖି କେହି କଳ୍ପନା ସୁଦ୍ଧା କରିପାରିନଥିଲେ। ଉଠାଦୋକାନୀମାନଙ୍କୁ ବିନା ଗ୍ୟାରେଣ୍ଟିରେ ଶସ୍ତା ଋଣ ଲାଗି ଏପରି ଯୋଜନା ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଆରମ୍ଭ କରାଯାଇଛି । ଆଜି ଦେଶ ଆପଣମାନଙ୍କ ସହିତ ଛିଡ଼ା ହୋଇଛି, ଆପଣଙ୍କ ଶ୍ରମକୁ ସମ୍ମାନ ଜଣାଉଛି । ଆଜି ଦେଶର ସାମାଜିକ ଢାଞ୍ଚାରେ, ଆତ୍ମନିର୍ଭର ଭାରତ ଅଭିଯାନରେ ଆପଣମାନଙ୍କ ଯୋଗଦାନକୁ ପରିଚୟ ମିଳିଛି ।

ସାଥୀଗଣ, ଏହି ଯୋଜନାରେ ଆରମ୍ଭରୁ ଉଠାଦୋକାନୀ ଭାଇ–ଭଉଣୀମାନଙ୍କୁ ଯେପରି କୌଣସି ଅସୁବିଧା ନହେବ ସେଥିପ୍ରତି ଧ୍ୟାନ ଦିଆଯାଇଥିଲା । ପ୍ରାରମ୍ଭରେ କିଛି ଲୋକ ଏଥିପାଇଁ ଚିନ୍ତିତ ଥିଲେ ଯେ ସେମାନଙ୍କୁ ଋଣ ପାଇଁ କେଉଁସବୁ କାଗଜପତ୍ର ଦେବାକୁ ପଡ଼ିବ, କ’ଣ ଗ୍ୟାରେଣ୍ଟି ଦେବାକୁ ପଡ଼ିବ! ସେଥିପାଇଁ ଏହା ସୁନିଶ୍ଚିତ କରାଗଲା ଯେ ଗରିବଙ୍କ ଲାଗି ପ୍ରସ୍ତୁତ ହୋଇଥିବା ଅନ୍ୟ ଯୋଜନା ଭଳି ଏହି ଯୋଜନାରେ ମଧ୍ୟ ଟେକ୍ନୋଲୋଜିର ଅଧିକରୁ ଅଧିକ ଉପଯୋଗ କରାଯିବ । କୌଣସି କାଗଜପତ୍ର, ଗ୍ୟାରେଣ୍ଟର, ଦଲାଲ କିମ୍ବା କୌଣସି ସରକାରୀ କାର୍ଯ୍ୟାଳୟ ବାହାରେ ଚକ୍କର ଲଗାଇବାକୁ ପଡ଼ିବ ନାହିଁ! ଆପଣ ନିଜେ ଅନଲାଇନରେ ଆବେଦନ ଅପଲୋଡ଼ କରିପାରିବେ, କିନ୍ତୁ କୌଣସି ଜନ ସେବା କେନ୍ଦ୍ର, ନଗରପାଳିକା କାର୍ଯ୍ୟାଳୟ, କିମ୍ବା ବ୍ୟାଙ୍କ ଶାଖାକୁ ଯାଇ ଆବେଦନ ଅପଲୋଡ଼ କରିପାରିବେ । ଏହା ଫଳରେ ଆଜି ଯେକୌଣସି ଉଠାଦୋକାନୀଙ୍କୁ ନିଜ କାମ ପୁଣିଥରେ ଆରମ୍ଭ କରିବା ଲାଗି ଅନ୍ୟ କାହା ପାଖକୁ ଯିବାକୁ ପଡ଼ୁନାହିଁ । ବ୍ୟାଙ୍କ ନିଜ ଆଡ଼ୁ ଆସି ଟଙ୍କା ଦେଉଛି ।

ସାଥୀଗଣ, ଉତ୍ତର ପ୍ରଦେଶର ଅର୍ଥବ୍ୟବସ୍ଥାରେ ଉଠାଦୋକାନୀମାନଙ୍କର ବହୁତ ବଡ଼ ଭୂମିକା ରହିଛି। ଏତେ ବଡ଼ ଜନସଂଖ୍ୟା, ଏତେ ବଡ଼ ରାଜ୍ୟ, ହୋଇଥିଲେ ମଧ୍ୟ ଉଠା ଦୋକାନୀ ଭାବେ କାମ କରି ଅନେକ ଲୋକ ନିଜ ସହରରେ, ନିଜ ଗାଁରେ ଲୋକମାନଙ୍କ ଆବଶ୍ୟକତା ପୂରଣ କରୁଛନ୍ତି ଏବଂ ନିଜେ କିଛି ଆୟ ମଧ୍ୟ କରୁଛନ୍ତି । ୟୁପିରେ ଯେଉଁ ପଳାୟନ ସମସ୍ୟା ଥିଲା, ତାହାକୁ ହ୍ରାସ କରିବାରେ ଉଠାଦୋକାନ ବ୍ୟବସାୟ ଖୁବ ବଡ଼ ଭୂମିକା ଗ୍ରହଣ କରିଛି । ସେଥିପାଇଁ, ପିଏମ ସ୍ୱନିଧି ଯୋଜନାର ଲାଭ ପହଞ୍ଚାଇବାରେ ୟୁପି ଆଜି ସାରା ଦେଶରେ ଏକ ନମ୍ବର ହୋଇପାରିଛି । ସହରୀ ଉଠାଦୋକାନୀଙ୍କ ପକ୍ଷରୁ ସର୍ବାଧିକ ଆବେଦନ ୟୁପିରୁ ହିଁ ଆସିଛି । ଦେଶରେ ବର୍ତ୍ତମାନସୁଦ୍ଧା 25 ଲକ୍ଷ ସ୍ୱନିଧି ଋଣ ଆବେଦନ ମିଳିସାରିଛି ଏବଂ 12 ଲକ୍ଷରୁ ଅଧିକ ଆବେଦନକୁ ମଞ୍ଜୁରି ମଧ୍ୟ ମିଳିସାରିଛି । କେବଳ ସାଢ଼େ 6 ଲକ୍ଷରୁ ଅଧିକ ଆବେଦନ କେବଳ ୟୁପିରୁ ହିଁ ମିଳିଛି, ଏଥିମଧ୍ୟରୁ ପାଖାପାଖି 4 ଲକ୍ଷରୁ ଅଧିକ ଆବେଦନକୁ ମଞ୍ଜୁରି ମଧ୍ୟ ଦିଆଯାଇସାରିଛି । ମୁଁ ୟୁପି ସରକାରଙ୍କୁ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ତାଙ୍କର ଟିମକୁ ବିଶେଷ କରି ଧନ୍ୟବାଦ ଦେବାକୁ ଚାହୁଁଛି, ସେମାନେ ଏତେ ତତ୍ପରତାର ସହିତ ଉଠାଦୋକାନୀଙ୍କ ବିଷୟରେ ଚିନ୍ତା କରୁଛନ୍ତି। ମୁଁ ଜାଣିବାକୁ ପାଇଛି ଯେ ଏବେ ଉତ୍ତର ପ୍ରଦେଶରେ ସ୍ୱନିଧି ଯୋଜନାର ଋଣ ଚୁକ୍ତିକୁ ଷ୍ଟାମ୍ପ ଡ୍ୟୁଟି ମୁକ୍ତ କରାଯାଇଛି । ୟୁପିରେ କରୋନାର ଏହି ସଙ୍କଟପୂର୍ଣ୍ଣ ପରିସ୍ଥିତିରେ 6 ଲକ୍ଷ ଉଠାଦୋକାନୀଙ୍କୁ ହଜାର ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଏଥିପାଇଁ ମଧ୍ୟ ମୁଁ ୟୁପି ସରକାରଙ୍କୁ ଧନ୍ୟବାଦ ବ୍ୟକ୍ତ କରିବାକୁ ଚାହୁଁଛି ।

ସାଥୀଗଣ, ଗରିବଙ୍କ ନାଁରେ ରାଜନୀତି କରୁଥିବା ଲୋକମାନେ ଦେଶରେ ଏପରି ପରିବେଶ ସୃଷ୍ଟି କରିଥିଲେ ଯେ ଗରିବଙ୍କୁ ଋଣ ଦେଲେ ସେମାନେ ଟଙ୍କା ଫେରାଇବେ ନାହିଁ ବୋଲି ଏକ ଧାରଣା ସୃଷ୍ଟି କରାଯାଇଥିଲା। ନିଜେ ଠକାମି, ଘୋଟାଲା ଓ କମିଶନଖୋରୀରେ ଲିପ୍ତ ରହୁଥିବା ଲୋକମାନେ ସବୁବେଳେ ଅସାଧୁତାର ଦୋଷ ଗରିବଙ୍କ ମୁଣ୍ଡରେ ଲଦି ଦେବା ଲାଗି ଚେଷ୍ଟା କରୁଥିଲେ । କିନ୍ତୁ ମୁଁ ପୂର୍ବରୁ କହିସାରିଛି, ଏବଂ ଆଜି ପୁଣି ଦୋହରାଉଛି, ଆମ ଦେଶର ଗରିବ ସଚ୍ଚୋଟତା ଏବଂ ଆତ୍ମସମ୍ମାନ ସହିତ କେବେ ବି ବୁଝାମଣା କରିନଥାଏ । ପିଏମ ସ୍ୱନିଧି ଯୋଜନା ଜରିଆରେ ଗରିବ ପୁଣିଥରେ ଏହି ସତ୍ୟତାକୁ ପ୍ରମାଣିତ କରିଛି, ଦେଶ ଆଗରେ ନିଜ ସଚ୍ଚୋଟତାର ଉଦାହରଣ ପ୍ରସ୍ତୁତ କରିଛି । ଆଜି ଦେଶର ଉଠାଦୋକାନୀମାନଙ୍କୁ ସ୍ୱନିଧି ଯୋଜନାରେ ଋଣ ଦିଆଯାଉଛି ଏବଂ ଅଧିକାଂଶ ନିଜ ଋଣ ଠିକ ସମୟରେ ପରିଶୋଧ ମଧ୍ୟ କରୁଛନ୍ତି । ଆମ ୟୁପିର ଉଠାଦୋକାନୀମାନେ ମଧ୍ୟ ପରିଶ୍ରମ କରି ରୋଜଗାର କରୁଛନ୍ତି ଓ କିସ୍ତି ପଇଠ କରୁଛନ୍ତି । ଏହା ଆମ ଗରିବମାନଙ୍କର ଇଚ୍ଛାଶକ୍ତି, ଏହା ଆମ ଗରିବଙ୍କ ଶ୍ରମଶକ୍ତି, ଏହା ଆମ ଗରିବମାନଙ୍କର ସଚ୍ଚୋଟତା ।

ସାଥୀଗଣ, ପିଏମ ସ୍ୱନିଧି ଯୋଜନା ବିଷୟରେ ଆପଣମାନଙ୍କୁ ବ୍ୟାଙ୍କରୁ, ଅନ୍ୟ ସଂସ୍ଥାରୁ ପୂର୍ବରୁ ସୂଚନା ମିଳିସାରିଛି । ଏଠାରେ ମଧ୍ୟ ଆପଣମାନଙ୍କୁ ଏହା ବିଷୟରେ କୁହାଯାଇଛି । ଏହା ବିଷୟରେ ଅଧିକରୁ ଅଧିକ ଲୋକଙ୍କୁ ସୂଚନା ପହଞ୍ଚାଇବା ଜରୁରି । ଏହି ଯୋଜନାରେ ଆପଣଙ୍କ ପାଇଁ ସହଜରେ ଋଣ ଉପଲବ୍ଧ ରହିଛି ଏବଂ ସଠିକ ସମୟରେ ପରିଶୋଧ କଲେ ସୁଧରେ 7 ପ୍ରତିଶତ ଛାଡ଼ ମଧ୍ୟ ଦିଆଯିବ । ଆହୁରି ଯଦି ଆପଣ ଡିଜିଟାଲ କାରବାର କରିବେ ତା’ହେଲେ 100 ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ ଆକାରରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଯିବ, ଆପଣଙ୍କୁ ମିଳିବା ଆରମ୍ଭ କରିବ । ଅର୍ଥାତ ଏହି ଦୁଇଟି କାମ କଲେ ଆପଣଙ୍କ ଋଣ ଏକପ୍ରକାରରେ ସୁଧମୁକ୍ତ ହୋଇଯିବ, ପୁଣିଥରେ ଏହାଠାରୁ ଅଧିକ ଋଣ ଆପଣଙ୍କୁ ମିଳିପାରେ ।

ଏହି ଟଙ୍କା ଆଗକୁ ଆପଣଙ୍କ କାମ, ବ୍ୟବସାୟ ବଢ଼ାଇବାରେ ସହାୟକ ହେବ । ସାଥୀଗଣ, ଆଜି ବ୍ୟାଙ୍କର ଦ୍ୱାର ଆପଣମାନଙ୍କ ପାଇଁ ଖୋଲିଛି, ବ୍ୟାଙ୍କ ଆଜି ଯେପରି ଭାବେ ଆପଣଙ୍କ ନିକଟକୁ ଚାଲି ଆସୁଛି, ତାହା ଗୋଟିଏ ଦିନରେ ସମ୍ଭବ ହୋଇନାହିଁ । ଏହା ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ’ ନୀତିର, ଏତେ ବର୍ଷ ପ୍ରୟାସର ପରିଣାମ ଅଟେ । ଏହା ସେହି ଲୋକମାନଙ୍କ ପ୍ରତି ମଧ୍ୟ ଏକ ଜବାବ ଯେଉଁମାନେ କହିଥାନ୍ତି ଯେ ଗରିବ ଲୋକଙ୍କୁ ବ୍ୟାଙ୍କିଙ୍ଗ ସିଷ୍ଟମ ସହ ଯୋଡ଼ିବା ଦ୍ୱାରା କିଛି ହାସଲ ହେବ ।

ସାଥୀଗଣ, ଦେଶରେ ଯେତେବେଳେ ଗରିବ ଲୋକମାନେ ଜନଧନ ଆକାଉଣ୍ଟ ଖୋଲିଥିଲେ, ଅନେକ ଲୋକ ଏହା ଉପରେ ପ୍ରଶ୍ନ ଉଠାଇଥିଲେ, ପରିହାସ ମଧ୍ୟ କରିଥିଲେ । କିନ୍ତୁ ଆଜି ସେହି ଜନଧନ ବ୍ୟାଙ୍କ ଖାତା ଏତେ ବଡ଼ ବିପତ୍ତି ସମୟରେ ଗରିବଙ୍କ କାମରେ ଲାଗିଛି । ଗରିବମାନଙ୍କୁ ଆଗକୁ ବଢ଼ାଇବାରେ ସହାୟକ ହେଉଛି ।

ଆଜି ଗରିବ ଲୋକମାନଙ୍କ ବ୍ୟାଙ୍କ ସହିତ, ଅର୍ଥବ୍ୟବସ୍ଥାର ମୁଖ୍ୟଧାରା ସହିତ ଯୋଡ଼ି ହୋଇଛି । ଏତେ ବଡ଼ ବୈଶ୍ୱିକ ବିପତ୍ତି, ଯାହା ସମ୍ମୁଖରେ ବଡ଼ ବଡ଼ ଦେଶ ମଧ୍ୟ ଆଣ୍ଠେଇ ପଡ଼ିଛନ୍ତି । ଏହି ସଙ୍କଟର ମୁକାବିଲା କରି ଜିତିବାରେ ଆଜି ଆମ ଦେଶର ସାଧାରଣ ଜନତା ଅନେକ ଆଗରେ ରହିଛନ୍ତି । ଆଜି ଆମର ମା’ ଭଉଣୀ ଗ୍ୟାସ ଚୁଲାରେ ରୋଷେଇ କରୁଛନ୍ତି । ଲକଡାଉନ ସମୟରେ ମଧ୍ୟ ଧୂଆଁରେ ଖାଦ୍ୟ ପ୍ରସ୍ତୁତ କରିବାକୁ ପଡ଼ିନାହିଁ । ଗରିବଙ୍କୁ ରହିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ମିଳୁଛି, ସୌଭାଗ୍ୟ ଯୋଜନା କାରଣରୁ ଘରେ ବିଦ୍ୟୁତ ସଂଯୋଗ ମିଳିଛି, ଆୟୁଷ୍ମାନ ଯୋଜନା ଫଳରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳୁଛି । ଆଜି ବୀମା ଯୋଜନାର କବଚ ମଧ୍ୟ ଗରିବଙ୍କ ପାଖରେ ରହିଛି ।

ଗରିବଙ୍କ ସାମଗ୍ରିକ ବିକାଶ, ସେମାନଙ୍କ ଜୀବନକୁ ନେଇ ଏକ ସାମଗ୍ରିକ ପ୍ରୟାସ, ଆଜି ଏହା ଦେଶର ସଂକଳ୍ପ ଅଟେ। ଆଜି ଏହି ଅବସରରେ ଯେଉଁ ଉଠାଦୋକାନୀ, ଶ୍ରମିକ, ମଜୁରିଆ, କୃଷକମାନେ ଯୋଡ଼ି ହୋଇଛନ୍ତି, ମୁଁ ଆପଣମାନଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ଦେଶ ଆପଣମାନଙ୍କ ବ୍ୟବସାୟକୁ, କାରବାରକୁ, କାମକୁ ଆଗକୁ ବଢ଼ାଇବା ଲାଗି, ଆପଣଙ୍କ ଜୀବନକୁ ଉନ୍ନତ ଓ ସହଜ କରିବା ଲାଗି ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରିବ ।

ସାଥୀଗଣ, କରୋନାର କଷ୍ଟକୁ ଯେଉଁ ଦୃଢ଼ତାର ସହିତ ଆପଣମାନେ ସାମ୍ନା କରିଛନ୍ତି, ଯେଉଁ ସାବଧାନତାର ସହିତ ଆପଣମାନେ ସୁରକ୍ଷା ନିୟମର ପାଳନ କରୁଛନ୍ତି, ସେଥିପାଇଁ ମୁଁ ପୁଣିଥରେ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛି। ଆପଣମାନଙ୍କ ଏହି ସତର୍କତା, ସାବଧାନତା କାରଣରୁ ଦେଶ ଖୁବଶୀଘ୍ର ଏହି ମହାମାରୀକୁ ପରାସ୍ତ କରିବ। ମୋର ବିଶ୍ୱାସ ରହିଛି ଯେ ଖୁବଶୀଘ୍ର ଆମେ ସମସ୍ତେ ମିଶି ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ପୂରଣ କରିବା । ତେବେ ହଁ, ଦୁଇ ଗଜ ଦୂରତା, ମାସ୍କ ଜରୁରି, ଏହି ମନ୍ତ୍ର ପାର୍ବଣ ଋତୁରେ ଆମକୁ ଅଧିକ ଧ୍ୟାନରେ ରଖିବାକୁ ହେବ, ଏଥିରେ କୌଣସି ଢିଲା ହେବା ଅନୁଚିତ । ଏହି ଶୁଭକାମନା ସହିତ ମୁଁ ପୁଣିଥରେ ଆପଣମାନଙ୍କୁ ସମସ୍ତଙ୍କୁ ପାର୍ବଣର ଅନେକ ଅନେକ ଶୁଭକାମନା, ଅଭିନନ୍ଦନ ଜଣାଉଛି । ଆପଣଙ୍କ ଜୀବନରେ ଆହୁରି ପ୍ରଗତି ହେଉ, ଏହା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ।

ଅନେକ ଅନେକ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony

Media Coverage

Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony
NM on the go

Nm on the go

Always be the first to hear from the PM. Get the App Now!
...
PM Modi calls upon people to celebrate National Handloom Day by showcasing India's rich handloom heritage
August 06, 2026

The Prime Minister, Shri Narendra Modi, has called upon citizens to celebrate National Handloom Day on 7th August by promoting India's rich and diverse handloom traditions.

“Share your videos with your favourite handloom products, including GRWM videos on social media”, Shri Modi said.

Shri Modi posted on X;

Tomorrow, 7th August is National Handloom Day. Let’s make India’s handloom diversity popular.

Share your videos with your favourite handloom products, including GRWM videos on social media.

Don’t forget to use #NationalHandloomDay.