କେରଳର ଭାଇ ଓ ଭଉଣୀମାନେ,

ଈଶ୍ୱରଙ୍କ ନିଜ ଦେଶକୁ ଆସି ମୁଁ ନିଜକୁ ଧନ୍ୟ ମନେ କରୁଛି । କୋଲ୍ଲମରେ, ଅଷ୍ଟମୁଦି ହ୍ରଦ କୂଳରେ, ବିଗତ ବର୍ଷର ବନ୍ୟାରୁ ଉଦ୍ଧାର ପାଇବାର ଅନୁଭବ ପାରିପାରୁଛି । କିନ୍ତୁ  ଆମକୁ କେରଳର ପୁନଃନିର୍ମାଣ ଲାଗି କଠିନ ପରିଶ୍ରମ କରିବାକୁ ହେବ ।

ଏହି ବାଇପାସ ସମ୍ପୂର୍ଣ୍ଣ ହେବା ଅବସରରେ ଆପଣମାନଙ୍କୁ ଅଭିନନ୍ଦନ, ଯାହା ଲୋକମାନଙ୍କ ଜୀବନକୁ ଅଧିକ ସହଜ କରିବ । ଜନସାଧାରଣଙ୍କ ପାଇଁ ସହଜ ଜୀବନଧାରଣ ମୋ ସରକାରଙ୍କ ପ୍ରତିବଦ୍ଧତା । ଆମେ ସବକା ସାଥସବକା ବିକାଶରେ ବିଶ୍ୱାସ କରୁ । ଏହି ପ୍ରତିବଦ୍ଧତା ସହିତ, ମୋ ସରକାର ଏହି ପ୍ରକଳ୍ପକୁ ଜାନୁଆରୀ 2015ରେ ଚୂଡ଼ାନ୍ତ ମଞ୍ଜୁରି ଦେଇଥିଲେ । ମୁଁ ଆନନ୍ଦିତ ଯେ ରାଜ୍ୟ ସରକାରଙ୍କ ଯୋଗଦାନ ଏବଂ ସହଯୋଗ କାରଣରୁ ଆମେ ଏହି ପ୍ରକଳ୍ପରକୁ ପ୍ରଭାବୀ ଢଙ୍ଗରେ ସମ୍ପୂର୍ଣ୍ଣ କରିସାରିଛୁ । ମେ 2014ରେ, ମୋ ସରକାର ଯେତେବେଳେ ଦାୟିତ୍ୱ ନେଲେ, ଆମେ କେରଳରେ ଭିତିଭୂମି ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଲୁ । ଭାରତମାଳା ଅଧୀନରେ ମୁମ୍ବାଇ କନ୍ୟାକୁମାରୀ କରିଡର ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ପଥରେ ରହିଛି । ଆହୁରି ଅନେକ ପ୍ରକଳ୍ପ ବିଭିନ୍ନ ବିକାଶସ୍ତରରେ ରହିଛି ।

ଆମ ଦେଶରେ, ଭିତ୍ତିଭୂମି ପ୍ରକଳ୍ପ ଘୋଷଣା କରାଯିବା ପରେ ବିଭିନ୍ନ କାରଣରୁ ବନ୍ଦ ହୋଇପଡ଼ିଥାଏ । ଖର୍ଚ୍ଚ ଏବଂ ସମୟ ଗଡ଼ୁଥିବା କାରଣରୁ ଜନସାଧାରଣଙ୍କ ବହୁ ଅର୍ଥ ନଷ୍ଟ ହୋଇଥାଏ । ଜନସାଧାରଣଙ୍କ ଅର୍ଥ ଏପରି ଅପଚୟ କରିବାର ସଂସ୍କୃତି ବନ୍ଦ କରାଯିବା ଦରକାର । ପ୍ରଗତି ଜରିଆରେ, ଆମେ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରୁଛୁ ଏବଂ ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ପ୍ରୟାସ କରିଛୁ ।

ପ୍ରତିମାସର ଶେଷ ବୁଧବାରରେ, ମୁଁ ଭାରତ ସରକାରଙ୍କ ସମସ୍ତ ସଚିବ ଏବଂ ଭାରତ ସରକାରଙ୍କ ମୁଖ୍ୟ ସଚିବମାନଙ୍କ ସହିତ ବସୁ ଏବଂ ବିଳମ୍ବିତ ପ୍ରକଳ୍ପର ସମୀକ୍ଷା କରିଥାଉ ।

ମୁଁ ଏହା ଜାଣି ଆଚମ୍ବିତ ହେଲି ଯେ କେତେଗୁଡ଼ିଏ ପ୍ରକଳ୍ପ 20ରୁ 30 ବର୍ଷ ପୁରୁଣା ଏବଂ ବ୍ୟାପକ ଭାବେ ବିଳମ୍ବିତ ହୋଇଥିଲା । ଏତେ ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ପ୍ରକଳ୍ପ କିମ୍ବା ଯୋଜନାର ଲାଭରୁ ସାଧାରଣ ଲୋକଙ୍କୁ ବଂଚିତ କରିବା ଏକ ଅପରାଧ । ବର୍ତ୍ତମାନସୁଦ୍ଧା ପ୍ରଗତି ଅଧୀନରେ 12 ଲକ୍ଷ କୋଟି ଟଙ୍କା ମୂଲ୍ୟର 250ରୁ ଉର୍ଦ୍ଧ୍ଵ ପ୍ରକଳ୍ପର ସମୀକ୍ଷା କରିସାରିଛି ।

ବନ୍ଧୁଗଣ, ଅଟଳ ଜୀ ଯୋଗାଯୋଗର ଶକ୍ତିର ବିଶ୍ୱାସ କରୁଥିଲେ ଏବଂ ଆମେ ତାଙ୍କ ସଂକଳ୍ପକୁ ଆଗେଇ ନେଉଛୁ । ଜାତୀୟ ରାଜପଥ ଠାରୁ ଆରମ୍ଭ କରି ଗ୍ରାମୀଣ ସଡ଼କର ନିର୍ମାଣ ପୂର୍ବ ସରକାରଙ୍କ ତୁଳନାରେ ପାଖାପାଖି ଦ୍ୱିଗୁଣିତ ହୋଇଛି ।

ଆମେ ଯେତେବେଳେ ସରକାର ଗଠନ କଲୁ, ମାତ୍ର 56% ଗ୍ରାମୀଣ ବାସସ୍ଥଳୀ ସଡ଼କ ଦ୍ୱାରା ସଂଯୁକ୍ତ ହୋଇଥିଲା । ଆଜି 90%ରୁ ଅଧିକ ଗ୍ରାମୀଣ ବାସସ୍ଥଳୀ ସଡ଼କ ଦ୍ୱାରା ସଂଯୁକ୍ତ ହୋଇଛି । ମୁଁ ନିଶ୍ଚିତ ଯେ ଆମେ ଖୁବଶୀଘ୍ର 100% ଲକ୍ଷ୍ୟ ହାସଲ କରିପାରିବୁ ।

ସଡ଼କ କ୍ଷେତ୍ରରେ ମୋ ସରକାର ରେଳପଥ, ଜଳପଥ ଏବଂ ବାୟୁପଥ ଉପରେ ଗୁରୁତ୍ୱାରୋପ କରୁଛି । ବାରାଣାସୀରୁ ହଳଦିଆକୁ ଜାତୀୟ ଜଳପଥ କାର୍ଯ୍ୟକ୍ଷମ ହୋଇସାରିଛି । ଏହା ପରିବହନର ସ୍ୱଚ୍ଛ ମାର୍ଗ ସୁନିଶ୍ଚିତ କରିବ ଏବଂ ଭବିଷ୍ୟତ ପିଢ଼ି ପାଇଁ ପରିବେଶର ସଂରକ୍ଷଣ କରିବ । ଆଂଚଳିକ ବିମାନ ସଂଯୋଗ ଗତ ଚାରି ବର୍ଷରେ ମଧ୍ୟ ଉନ୍ନତି ହାସଲ କରିଛି । ଟ୍ରାକ୍ଗୁଡ଼ିକର ଦୋହରୀକରଣ, ବିଦ୍ୟୁତିକରଣ ଏବଂ ନୂଆ ଟ୍ରାକ ବିଛାଇବା କାମରେ ବ୍ୟାପକ ଉନ୍ନତି ହୋଇଛି । ଏ ସମସ୍ତ ନିଯୁକ୍ତି ସୁଯୋଗ ବୃଦ୍ଧି କରିପାରିଛି ।

ଆମେ ଯେତେବେଳେ ସଡ଼କ ଏବଂ ସେତୁ ନିର୍ମାଣ କରୁ, ଆମେ କେବଳ ସହର ଏବଂ ଗ୍ରାମକୁ ସଂଯୋଗ କରିନଥାଉ । ଆମେ ମଧ୍ୟ ଆକାଂକ୍ଷାକୁ ଉପଲବ୍ଧୀ ସହିତ, ଆଶାବାଦକୁ ସୁଯୋଗ ସହିତ ଏବଂ ଆଶାକୁ ଆନନ୍ଦ ସହିତ ଯୋଡ଼ିଥାଉ ।

ମୋର ପ୍ରତ୍ୟେକ ଦେଶବାସୀଙ୍କ ବିକାଶ ପାଇଁ ମୋର ପ୍ରତିବଦ୍ଧତା ରହିଛି । ଧାଡ଼ିର ଶେଷ ବ୍ୟକ୍ତି ମୋର ପ୍ରାଥମିକତା । ମତ୍ସ୍ୟଚାଷ କ୍ଷେତ୍ରରେ 7500 କୋଟି ଟଙ୍କାର ନୂଆ ପାଣ୍ଠି ମୋ ସରକାର ଅନୁମୋଦନ କରିଛନ୍ତି ।

ଆୟୁଷ୍ମାନ ଭାରତ ଅଧୀନରେ, ପ୍ରତ୍ୟେକ ପରିବାରକୁ, ଗରିବଙ୍କ ପାଇଁ ଆମେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦମୁକ୍ତ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେଉଛୁ । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାର ଲାଭ 8 ଲକ୍ଷରୁ ଅଧିକ ରୋଗୀ ଉପକୃତ ହୋଇସାରିଛନ୍ତି । ସରକାର ବର୍ତ୍ତମାନ ସୁଦ୍ଧା 1100 କୋଟି ଟଙ୍କା ମଞ୍ଜୁର କରିସାରିଛନ୍ତି । ଏହି ଯୋଜନାକୁ ତ୍ୱରାନ୍ୱିତ କରିବା ଲାଗି ମୁଁ କେରଳ ସରକାରଙ୍କୁ ଅନୁରୋଧ କରୁଛି, ଯାହାଫଳରେ କେରଳର ଲୋକମାନେ ଏହାର ଲାଭ ପାଇପାରିବେ ।

ପର୍ଯ୍ୟଟନ କେରଳ ଅର୍ଥନୈତିକ ବିକାଶର ପରିଚୟ ଏବଂ ଏହା ରାଜ୍ୟର ଅର୍ଥବ୍ୟବସ୍ଥାକୁ ପ୍ରମୁଖ ଯୋଗଦାନ ଦେଉଛି । ମୋ ସରକାର ପର୍ଯ୍ୟଟନ କ୍ଷେତ୍ରରେ କଠିନ ପରିଶ୍ରମ କରିଛି ଏବଂ ଏହାର ଫଳାଫଳ ଚମତ୍କାର ହୋଇଛି । ବିଶ୍ୱ ଭ୍ରମଣ ଏବଂ ପର୍ଯ୍ୟଟନ ପରିଷଦ ରିପୋର୍ଟ 2018ର ପାୱାର ରେଙ୍କିଙ୍ଗରେ ଭାରତ ବର୍ତ୍ତମାନ ତୃତୀୟ ସ୍ଥାନରେ ରହିଛି । ଏହା ଏକ ପ୍ରମୁଖ ଉପଲବ୍ଧୀ ଯାହା ଦେଶର ସମ୍ପୂର୍ଣ୍ଣ ପର୍ଯ୍ୟଟନ କ୍ଷେତ୍ର ପ୍ରତି ଶୁଭସଂକେତ ଦେଉଛି ।

ବିଶ୍ୱ ଅର୍ଥନୈତିକ ଫୋରମର ଭ୍ରମଣ ଏବଂ ପର୍ଯ୍ୟଟନ ପ୍ରତିଦ୍ୱନ୍ଦ୍ୱିତା ସୂଚକାଙ୍କରେ ଭାରତର ସ୍ଥାନ 65ତମରୁ 40ତମ ସ୍ଥାନକୁ ଉଠିଆସିଛି ।

ଭାରତକୁ ବିଦେଶୀ ପର୍ଯ୍ୟଟକମାନଙ୍କ ଆଗମନ 2013ରେ 70 ଲକ୍ଷ ଥିବା ବେଳେ ଏହା 2017ରେ ପାଖାପାଖି 1 କୋଟିରେ ପହଁଚିଛି । ଏଥିରେ 42% ବୃଦ୍ଧି । ପର୍ଯ୍ୟଟନ କ୍ଷେତ୍ରରୁ ଭାରତର ବୈଦେଶିକ ମୁଦ୍ରା ଆମଦାନୀ 2013ରେ 18 ବିଲିୟନ ଆମେରିକୀୟ ଡଲାର ଥିବା ବେଳେ 2018ରେ ଏହା 27 ବିଲିୟନ ଡଲାରରେ ପହଁଚିଛି! ଏହା 50% ଅଭିବୃଦ୍ଧି! ବାସ୍ତବରେ, 2017ରେ ଭାରତ ବିଶ୍ୱର ସର୍ବୋର୍ଚ୍ଚ ଅଭିବୃଦ୍ଧିଶୀଳ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀ ଥିଲା । 2016 ଅପେକ୍ଷା ଏଥିରେ 14% ବୃଦ୍ଧି ପରିଲକ୍ଷିତ ହୋଇଥିଲା, ଏହି ସମୟରେ ବିଶ୍ୱ ପର୍ଯ୍ୟଟନ ଅଭିବୃଦ୍ଧି ମାତ୍ର 7% ଥିଲା ।

ଇ-ଭିସା ବ୍ୟବସ୍ଥାର ଆରମ୍ଭ ଭାରତୀୟ ପର୍ଯ୍ୟଟନ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ଥିଲା । ଏହି ସୁବିଧା ବର୍ତ୍ତମାନ ସାରା ବିଶ୍ୱର 166ଟି ଦେଶର ନାଗରିକମାନଙ୍କ ପାଇଁ ଉପଲବ୍ଧ ହେଉଛି ।

ମୋର ସରକାର ପର୍ଯ୍ୟଟକ, ଐତିହ୍ୟ ଏବଂ ଧାର୍ମୀକ କ୍ଷେତ୍ରରେ ମୌଳିକ ଭିତିଭୂମି ନିର୍ମାଣ ଲାଗି ଦୁଇଟି ଫ୍ଲାଗଶିପ କାର୍ଯ୍ୟକ୍ରମ ଆରମ୍ଭ କରିଛି : ବିଷୟ ଆଧାରିତ ପର୍ଯ୍ୟଟନ ସର୍କିଟର ସମନ୍ୱିତ ବିକାଶ ଏବଂ ପ୍ରସାଦ ।

କେରଳରେ ରହିଥିବା ପର୍ଯ୍ୟଟନ ସମ୍ଭାବନାକୁ ବିଚାର କରି ଆମେ ସ୍ୱଦେଶ ଦର୍ଶନ ଏବଂ ପ୍ରସାଦ ଯୋଜନା ଅଧୀନରେ ପାଖାପାଖି 550 କୋଟି ଟଙ୍କାର ବ୍ୟୟରେ 7ଟି ପ୍ରକଳ୍ପକୁ ଅନୁମୋଦନ କରିଛୁ ।

ଆଜି ଅପରାହ୍ଣରେ, ମୁଁ ଶ୍ରୀ ପଦ୍ମନାଭସ୍ୱାମୀଙ୍କ ମନ୍ଦିରରେ ସେପରି ଏକ ପ୍ରକଳ୍ପକୁ ଉଦଘାଟନ କରିବି । ମୁଁ ମଧ୍ୟ କେରଳ ଏବଂ ସାରା ଦେଶର ଜନସାଧାରଣଙ୍କ କଲ୍ୟାଣ ପାଇଁ ଭଗବାନ ପଦ୍ମନାଭସ୍ୱାମୀଙ୍କୁ ପ୍ରାର୍ଥନା କରିବି ।

ମୁଁ ସେହି ପଦ ଶୁଣିଛି “‘କୋଲ୍ଲମ କାଣ୍ଡାଲିଲାମଭେନ୍ଦା” ଯାହାର ଅର୍ଥ ଥରେ କୋଲ୍ଲମକୁ ଆସିଲେ ଜଣେ ନିଜ ଘର କଥା ଭୁଲିଯିବ । ମୁଁ ମଧ୍ୟ ସେପରି ଅନୁଭବ କରୁଛି ।

ମୁଁ କେରଳ ଏବଂ କୋଲ୍ଲମର ଜନସାଧାରଣଙ୍କୁ ସେମାନଙ୍କ ସ୍ନେହ ଏବଂ ଆତ୍ମୀୟତା ପାଇଁ ଧନ୍ୟବାଦ ଜଣାଉଛି । ମୁଁ ବିକଶିତ ଏବଂ ସୁଦୃଢ଼ କେରଳ ପାଇଁ ପ୍ରାର୍ଥନା କରୁଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation

Media Coverage

Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to brave participants of the Quit India Movement
August 09, 2026

Prime Minister Shri Narendra Modi has remembered all those who participated in the historic Quit India Movement and paid tribute to their courage and determination in India’s freedom struggle. Shri Modi said that inspired by the leadership of Mahatma Gandhi, the clarion call of the Quit India Movement infused new energy into the freedom struggle and reflected the unwavering resolve of the people of India to break free from colonial rule.

The Prime Minister posted on X:

Remembering all those who participated in the historic Quit India Movement. Their courage will always remain an inspiration for every Indian. Inspired by the leadership of Mahatma Gandhi Ji, the clarion call of Quit India infused new energy into our freedom struggle and reflected the unwavering determination of our people to break free from colonial rule.