ଜିନିଷକୁ ଯେତେବେଳେ ସେ ନିଜ ଶ୍ରେଣୀ କକ୍ଷକୁ ଯାଇ, ପୁସ୍ତକରେ ପଢ଼ାଯାଇଥାଏ, ସେତେବେଳେ ନିଜ ଖେଳ ସହିତ ତାକୁ ଯୋଡ଼ି ପାରିଥାଏ। ବାସ୍ତବିକତା ଦୃଷ୍ଟିକୋଣରୁ ବୁଝି ପାରିଥାଏ। କେବଳ ପୁସ୍ତକ ଜ୍ଞାନରୁ ଏହି ବୁଝିବା ଶୈଳୀ ବିକଶିତ ହୋଇ ପାରେ ନାହିଁ।

ସାଥୀଗଣ,

ଆପଣ ସମସ୍ତେ ମଧ୍ୟ ଦେଖିଥିବେ ଯେ ରଚନାତ୍ମକ ଖେଳଣା କିପରି ପିଲାମାନଙ୍କର ଇନ୍ଦ୍ରିୟଗୁଡ଼ିକର ବିକଶିତ କରିଥାଏ, ସେମାନଙ୍କର କଳ୍ପନାଗୁଡ଼ିକରେ ଡେଣା ଲଗାଇ ଦେଇଥାଏ! ନିଜ ଖେଳଣାର ଆଖ-ପାଖରେ ପିଲାମାନେ କିପରି କଳ୍ପନାଗୁଡ଼ିକୁ ଏକ ସଂପୂର୍ଣ୍ଣ ସଂସାର କରି ନେଇଥାଆନ୍ତି! ଯେମିତିକି ଆପଣ କୌଣସି ପିଲାକୁ ଖେଳଣା ବାସନ ଦିଅନ୍ତୁ ସେ ତାକୁ ବ୍ୟବହାର କରିବାକୁ ଲାଗିବ ଯେପରିକି ଏକ ସଂପୂର୍ଣ୍ଣ ରୋଷେଇ ଘରର ବ୍ୟବସ୍ଥାକୁ ସମ୍ଭାଳୁଛି ଆଉ ପରିବାରକୁ ଆଜି ଖାଦ୍ୟ ଖାଇବାକୁ ଦେବ। ତାକୁ ଆପଣ ପଶୁମାନଙ୍କର ଖେଳଣା ଦିଅନ୍ତୁ, ତେବେ ସେ ନିଜ ମନରେ ଏକ ସଂପୂର୍ଣ୍ଣ ଜଙ୍ଗଲ ପ୍ରସ୍ତୁତ କରି ଦେଇଥାଏ, ନିଜେ ମଧ୍ୟ ସେମାନଙ୍କର ସ୍ୱର ବାହାର କରିବାକୁ ଲାଗିଥାଏ, ଯେ ଏହା ସିଂହ ତେବେ ସିଂହ ଭଳି ସ୍ୱର କରିଥାଏ। ତାକୁ ଏକ ଷ୍ଟେଥୋସ୍କୋପ ଦେଇ ଦିଅନ୍ତୁ, କିଛି ସମୟ ପରେ ଦେଖିବେ ସେ ଡାକ୍ତର ହୋଇ ଯିବ, ପାରିବାରିକ ଡାକ୍ତର ହୋଇଯିବ ଏବଂ ସମଗ୍ର ପରିବାରର ସମସ୍ତଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରିବା ଆରମ୍ଭ କରିଦେବ, ପରୀକ୍ଷା-ନିରୀକ୍ଷା କରିବାରେ ଲାଗି ପଡ଼ିବ। ସେହିପରି କେବଳ ଗୋଟିଏ ବଲରେ ସେ ଘର ଭିତରକୁ ପୂରା ଫୁଟବଲ ପଡ଼ିଆ କରି ଦେଇଥାଏ। ରକେଟର ଖେଳଣା ମିଳିବା ମାତ୍ରେ ମହାକାଶ ମିଶନରେ ବାହାରି ପଡ଼ିଥାଏ। ଅନେକ ସ୍ୱପ୍ନର ଏହି ଉଡାଣର କୌଣସି ସୀମା ନଥାଏ, କୌଣସି ଅନ୍ତ ନଥାଏ। କେବଳ ତାଙ୍କୁ ଏକ ଛୋଟ ଖେଳଣା ଆବଶ୍ୟକ ଯାହାକି ତାଙ୍କ ଉତ୍ସୁକତାକୁ, ତାଙ୍କ ସୃଜନଶୀଳତାକୁ ଜଗାଇ ଦେବ। ଭଲ ଖେଳଣା ଗୁଡ଼ିକରେ ମଧ୍ୟ ଏହି ସୁନ୍ଦରତା ଭରି ରହିଥାଏ ଯାହା ବୟସ ତାରତମ୍ୟ ଏବଂ ସମୟହୀନ ହୋଇଥାଏ। ଆପଣ ମଧ୍ୟ ଯେତେବେଳେ ପିଲାମାନଙ୍କ ସହିତ ଖେଳିବାରେ ଲାଗିଥାଆନ୍ତି, ସେତେବେଳେ ଏହି ଖେଳଣାଗୁଡ଼ିକ ମାଧ୍ୟମରେ ନିଜ ପିଲା ଦିନକୁ ଚାଲି ଯାଇଥାଆନ୍ତି। ଏଥିପାଇଁ ମୁଁ ସମସ୍ତ ମାତା-ପିତାଙ୍କୁ ଏହି ଅନୁରୋଧ କରିବି ଯେ ଆପଣମାନେ ଯେଭଳି ଭାବେ ପିଲାମାନଙ୍କ ସହ ପାଠପଢ଼ା ସହିତ ସମ୍ପୃକ୍ତ ହୋଇ ରହୁଛନ୍ତି, ସେହିଭଳି ସେମାନଙ୍କର ଖେଳରେ ସାମିଲ ହୁଅନ୍ତୁ। ମୁଁ ଏହା କହୁନାହିଁ ଯେ ଆପଣ ନିଜ ଘରକୁ, ନିଜ ଅଫିସର ସମସ୍ତ କାର୍ଯ୍ୟକୁ ଛାଡ଼ିଦିଅନ୍ତୁ ଆଉ ଘଣ୍ଟା-ଘଣ୍ଟା ଧରି ପିଲାମାନଙ୍କ ସହ ଖେଳନ୍ତୁ। କିନ୍ତୁ ଆପଣ ସେମାନଙ୍କର ଖେଳରେ ସାମିଲ ହୋଇ ପାରିବେ। ଆଜିକାଲି ପରିବାରରେ ଖେଳିବା ସମୟ ସ୍ଥାନରେ ଦେଖିବା ସମୟ ନେଇ ଯାଇଛି। କିନ୍ତୁ ଆପଣଙ୍କୁ ଖେଳ ଏବଂ ଖେଳଣା ଗୁଡ଼ିକର ଭୂମିକାକୁ ନିଶ୍ଚୟ ବୁଝିବା ଆବଶ୍ୟକ।

ଖେଳଣାଗୁଡ଼ିକର ଯେଉଁ ବୈଜ୍ଞାନିକ ପକ୍ଷ ରହିଛି, ପିଲାମାନଙ୍କର ବିକାଶରେ, ସେମାନଙ୍କର ଶିକ୍ଷଣରେ ଖେଳଣାଗୁଡ଼ିକର ଯେଉଁ ଭୂମିକା ରହିଛି ତାହାକୁ ପିତା-ମାତାମାନେ ମଧ୍ୟ ବୁଝିବା ଦରକାର, ଏବଂ ଶିକ୍ଷକମାନେ ସ୍କୁଲରେ ମଧ୍ୟ ତାହାକୁ ପ୍ରୟୋଗ କରିବା ଉଚିତ। ଏହି ଦିଗରେ ଏବେ ଦେଶ ମଧ୍ୟ ପ୍ରଭାବଶାଳୀ ପଦକ୍ଷେପ ଉଠାଉଛି, ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତନ କରୁଛି। ଏହାର ଏକ ଉଦାହରଣ ଆମର ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତିରେ ମଧ୍ୟ ଅଛି। ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତିରେ ଖେଳ ଆଧାରିତ ଏବଂ କାର୍ଯ୍ୟକଳାପ ଆଧାରିତ ଶିକ୍ଷାକୁ ବ୍ୟାପକ ସ୍ତରରେ ସାମିଲ କରାଯାଇଛି। ଏହା ହେଉଛି ଏକ ଏଭଳି ଶିକ୍ଷା ବ୍ୟବସ୍ଥା, ଯେଉଁଥିରେ ପିଲାମାନଙ୍କ ମଧ୍ୟରେ କୌତୁକ ଛଳରେ ଏବଂ ଖେଳ ମାଧ୍ୟମରେ ତାର୍କିକ ଏବଂ ରଚନାତ୍ମକ ଚିନ୍ତାଧାରା ବଢ଼ୁ, ଏହା ଉପରେ ବିଶେଷ ଧ୍ୟାନ ଦିଆଯାଇଛି।

ସାଥୀଗଣ,

ଖେଳଣା କ୍ଷେତ୍ରରେ ଭାରତ ପାଖରେ ପରମ୍ପରା ମଧ୍ୟ ଅଛି ଏବଂ ଟେକ୍ନୋଲୋଜି ମଧ୍ୟ ଅଛି, ଭାରତ ପାଖରେ ପରିକଳ୍ପନା ମଧ୍ୟ ଅଛି, ଏବଂ ପ୍ରତିଦ୍ୱନ୍ଦୀ ମଧ୍ୟ ଅଛନ୍ତି। ଆମେ ବିଶ୍ୱକୁ ପରିବେଶ ଅନୁକୂଳ ଖେଳଣା ଆଡକୁ ଫେରାଇ ନେଇ ଯାଇ ପାରିବା, ଆମର ସଫ୍ଟୱେୟାର ଇଂଜିନିୟର କଂପ୍ୟୁଟର ଗେମ୍‍ ମାଧ୍ୟମରେ ଭାରତର କାହାଣୀଗୁଡ଼ିକୁ ଭାରତର ଯେଉଁ ମୌଳିକ ମୂଲ୍ୟବୋଧ ଅଛି, ସେହି କଥାକୁ ବିଶ୍ୱ ପର୍ଯ୍ୟନ୍ତ ପହଞ୍ଚାଇ ପାରିବ। କିନ୍ତୁ ଏହା ବ୍ୟତୀତ, 100 ବିଲିୟନ ଡଲାରର ବୈଶ୍ୱିକ ଖେଳନା ବଜାରରେ ଆଜି ଆମର ଭାଗିଦାରୀ ହିଁ ବହୁତ କମ୍‍ ରହିଛି। ଦେଶରେ 85 ପ୍ରତିଶତ ଖେଳଣା ବାହାରୁ ଆସୁଛି, ବିଦେଶରୁ ମଗା ଯାଉଛି। ବିଗତ 7 ଦଶକରେ ଭାରତୀୟ କାରିଗର ମାନଙ୍କର, ଭାରତୀୟ ପରମ୍ପରାର ଯେଉଁ ଉପେକ୍ଷା ହୋଇଛି, ତାହାର ପରିଣାମ ଏହା ହୋଇଛି ଯେ ଭାରତୀୟ ବଜାର ଠାରୁ ନେଇ ପରିବାର ପର୍ଯ୍ୟନ୍ତ ବିଦେଶୀ ଖେଳଣାରେ ଭରି ଯାଇଛି ଆଉ ସେହି ଖେଳଣା କେବଳ ଆସିନାହିଁ, ଏକ ବିଚାର ପ୍ରବାହ ଆମ ଘରେ ପ୍ରବେଶ କରିଯାଇଛି। ଭାରତୀୟ ପିଲାମାନେ ନିଜ ଦେଶର ବୀର, ଆମର ନାୟକମାନଙ୍କ ଠାରୁ ଅଧିକ ବାହାରର ତାରକାଙ୍କ ବିଷୟରେ କଥା ହେବାରେ ଲାଗିଛନ୍ତି। ଏହି ବନ୍ୟାରେ, ଏହି ବାହାର ବନ୍ୟା ଆମର ସ୍ଥାନୀୟ ବ୍ୟବସାୟର ବଡ଼ ସୁଦୃଢ଼ ଶୃଙ୍ଖଳକୁ ମଧ୍ୟ ଭାଙ୍ଗି ରଖି ଦେଇଛି, ଧ୍ୱସ୍ତ-ବିଧ୍ୱସ୍ତ କରି ଦେଇଛି। କାରିଗର ନିଜର ଆଗାମୀ ପିଢ଼ୀକୁ ନିଜର କଳାକୌଶଳ ଦେବାରୁ ବଞ୍ଚିତ ହେବାରେ ଲାଗିଛନ୍ତି, ସେମାନେ ଭାବୁଛନ୍ତି କି ପୁଅ ଏହି କାରବାରକୁ ନ ଆସୁ। ଆଜି ଆମକୁ ଏହି ସ୍ଥିତିକୁ ବଦଳାଇବା ପାଇଁ ମିଳିମିଶି କାର୍ଯ୍ୟ କରିବାର ଅଛି। ଆମକୁ ଖେଳ ଏବଂ ଖେଳଣାର କ୍ଷେତ୍ରରେ ମଧ୍ୟ ଦେଶକୁ ଆତ୍ମନିର୍ଭର କରିବାର ଅଛି, ଲୋକାଲ ଫର୍‍ ଭୋକାଲ୍‍ ହେବାର ଅଛି। ଏଥିପାଇଁ ଆମକୁ ଆଜିର ଆବଶ୍ୟକତାକୁ ବୁଝିବାକୁ ହେବ। ଆମକୁ ବିଶ୍ୱର ବଜାରକୁ, ବିଶ୍ୱର ପ୍ରାଥମିକତାକୁ ଜାଣିବାର ହେବ। ଆମର ଖେଳଣାଗୁଡ଼ିକ ପିଲାମାନଙ୍କ ପାଇଁ ଆମର ମୂଲ୍ୟ, ସଂସ୍କାର ଏବଂ ଶିକ୍ଷା ମଧ୍ୟ ହେବା ଉଚିତ, ଆଉ ସେଗୁଡ଼ିକର ଗଣବତା ମଧ୍ୟ ଅନ୍ତରାଷ୍ଟ୍ରୀୟ ମାନକ ଆଧାରରେ ହେବା ଉଚିତ। ଏହି ଦିଗରେ ଦେଶ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି। ଗତ ବର୍ଷ ଠାରୁ ଖେଳଣା ଗୁଡ଼ିକର ଗୁଣବତା ପରୀକ୍ଷାକୁ ଅନିର୍ବାଜ୍ୟ କରାଯାଇଛି। ରପ୍ତାନୀ ହେଉଥିବା ଖେଳଣାଗୁଡ଼ିକର ପ୍ରତ୍ୟେକ ପର୍ଯ୍ୟାୟରେ ନମୁନା ପରୀକ୍ଷାର ଅନୁମତି ଦିଆଯାଇଛି। ପ୍ରଥମେ ଖେଳଣାଗୁଡ଼ିକ ବିଷୟରେ ସରକାରଙ୍କ ସହିତ କଥା ହେବାର ମଧ୍ୟ ଆବଶ୍ୟକତା ପଡ଼ୁ ନଥିଲା।

ଏହାକୁ କୌଣସି ଗମ୍ଭୀର ବିଷୟ ଭାବେ ବୁଝା ଯାଉ ନଥିଲା। କିନ୍ତୁ ଏବେ ଦେଶ ଖେଳଣା ଉଦ୍ୟୋଗକୁ 24 ପ୍ରମୁଖ କ୍ଷେତ୍ରର ମାନ୍ୟତା ଦେଇଛି, ତାହାକୁ ମଧ୍ୟ ମାନ୍ୟତା ଦେଇଛି। ଜାତୀୟ ଖେଳଣା କାର୍ଯ୍ୟାନ୍ୱୟନ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି। ଏଥିରେ 15 ମନ୍ତ୍ରଣାଳୟ ଏବଂ ବିଭାଗକୁ ସାମିଲ କରାଯାଇଛି ଫଳରେ ଏହି ଉଦ୍ୟୋଗ ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ହେଉ, ଦେଶ ଖେଳଣା ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭର ହେଉ, ଆଉ ଭାରତର ଖେଳଣା ବିଶ୍ୱକୁ ମଧ୍ୟ ଯାଉ। ଏହି ସଂପୂର୍ଣ୍ଣ ଅଭିଯାନରେ ରାଜ୍ୟଗୁଡ଼ିକୁ ସମାନ ଭାବେ ଅଂଶୀଦାର କରି ଖେଳଣା କ୍ଲଷ୍ଟର ବିକଶିତ କରିବାର ପ୍ରୟାସ କରାଯାଉଛି। ଏହା ସହିତ ହିଁ, ଦେଶ ଖେଳଣା ପର୍ଯ୍ୟଟନର ସମ୍ଭାବନା ଗୁଡ଼ିକୁ ମଧ୍ୟ ସୁଦୃଢ଼ କରୁଛି। ଭାରତୀୟ ଖେଳ ଉପରେ ଆଧାରିତ ଖେଳଣାଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ଦେଶରେ ଟୟକାଥନ-2021ର ମଧ୍ୟ ଆୟୋଜନ କରାଯାଇଥିଲା। ମୋତେ ଅବଗତ କରାଯାଇଛି ଯେ ଏହି ଟୟକାଥନରେ 12 ଲକ୍ଷରୁ ଅଧିକ ଯୁବକମାନେ, ଶିକ୍ଷକମାନେ ଏବଂ ବିଶେଷଜ୍ଞମାନେ ପଞ୍ଜିକରଣ କରିଥିଲେ ଆଉ 7,000ରୁ ଅଧିକ ନୂଆ-ନୂଆ ଚିନ୍ତାଧାରା ଆସିଥିଲା। ଏହା ଦର୍ଶାଉଛି ଯେ ଦଶକ-ଦଶକ ଧରି ଉପେକ୍ଷା ଏବଂ ସମସ୍ୟା ସତ୍ୱେ ଭାରତର ପ୍ରତିଭା, ଭାରତର କଳାକୌଶଳ ଆଜି ମଧ୍ୟ ଅସାଧାରଣ ସମ୍ଭାବନାରେ ଭରି ହୋଇ ରହିଛି। ଯେଉଁଭଳି ଭାବରେ ଭାରତ ଅତୀତରେ ନିଜର ଉଲ୍ଲାସରେ, ନିଜର ଶକ୍ତିରେ ମାନବତାର ଜୀବନରେ ରଙ୍ଗ ବୋଳି ଦେଇଥିଲା, ସେହି ଉର୍ଜ୍ଜା ଆଜି ମଧ୍ୟ ସେତିକି ହିଁ ଜୀବନ୍ତ ରହିଛି। ଆଜି ଖେଳଣା-ମେଳାର ଏହି ଅବସରରେ ଆମ ସମସ୍ତଙ୍କର ଦାୟିତ୍ୱ ହେଉଛି ସେହି ଉର୍ଜ୍ଜାକୁ ଆଧୁନିକ ଅବତାର ଦେବା, ଏହି ସମ୍ଭାବନାକୁ ସାକାର କରିବା। ଆଉ ହଁ! ମନେ ରଖନ୍ତୁ, ଯଦି ଆଜି ମେଡ୍‍ ଇନ୍‍ ଇଣ୍ଡିଆର ଚାହିଦା ଅଛି, ତେବେ ଆଜି ଭାରତର ହାତ ତିଆରି ଜିନିଷର ଚାହିଦା ମଧ୍ୟ ସେତିକି ବଢ଼ିଚାଲିଛି। ଆଜି ଲୋକ ଖେଳଣାଗୁଡ଼ିକୁ କେବଳ ଏକ ଉତ୍ପାଦ ଭାବରେ ହିଁ ଦେଖୁନାହାଁନ୍ତି ବରଂ ସେହି ଖେଳଣା ସହିତ ଜଡ଼ିତ ଅନୁଭବ ସହିତ ମଧ୍ୟ ଯୋଡ଼ି ହେବାକୁ ଚାହୁଁଛନ୍ତି। ଏଥିପାଇଁ ଆମକୁ ଭାରତର ହାତତିଆରି ଜିନିଷକୁ ମଧ୍ୟ ପ୍ରୋତ୍ସାହନ ଦେବାର ଅଛି। ଆମକୁ ଏହା ମଧ୍ୟ ମନେ ରଖିବାର ଅଛି, ଯେତେବେଳେ ଆମେ କୌଣସି ଖେଳଣା ନିର୍ମାଣ କରୁଛେ, ସେତେବେଳେ ଏକ ବାଳ ସୁଲଭ ମନ ନେଇ ତାକୁ ନିର୍ମାଣ କରିବା, ପିଲାଦିନର ଅସୀମ ଉଲ୍ଲାସର ସହିତ ଗଢ଼ିବା, ସେଥିରେ ସ୍ୱପ୍ନ ଭରି ଦେବା। ଏହି ଉଲ୍ଲାସ ଆମର ଆସନ୍ତା କାଲିକୁ ନିର୍ମାଣ କରିବ। ମୁଁ ଖୁସୀ ଯେ ଆଜି ଆମର ଦେଶ ଏହି ଦାୟିତ୍ୱକୁ ବୁଝି ପାରୁଛି। ଆମର ଏହି ପ୍ରୟାସ ଆତ୍ମନିର୍ଭର ଭାରତକୁ ସେହି ସ୍ଫୁର୍ତି ଦେବ, ଯେଉଁ ସ୍ଫୁର୍ତି ପିଲାଦିନରେ ଏକ ନୂଆ ବିଶ୍ୱ ରଚନା କରିଥାଏ। ଏହି ବିଶ୍ୱାସର ସହିତ, ଆପଣ ସମସ୍ତଙ୍କୁ ପୁଣିଥରେ ମୁଁ ଅନେକ -ଅନେକ ଶୁଭକାମନା ଏବଂ ଏବେ ଦୁନିଆରେ ହିନ୍ଦୁସ୍ତାନର ଖେଳଣାର ବିଜୟର ବାଜା ବାଜୁ, ଏହା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ, ଆମକୁ ମିଳିମିଶି ପ୍ରୟାସ କରିବାର ଅଛି, ନିରନ୍ତର ପ୍ରୟାସ କରିବାର ଅଛି, ନୂଆ ରଙ୍ଗ-ରୂପର ସହିତ ପ୍ରୟାସ କରିବାର ଅଛି। ନୂଆ-ନୂଆ ଚିନ୍ତାଧାରା, ନୂଆ-ନୂଆ ବିଜ୍ଞାନ, ନୂଆ-ନୂଆ ଟେକ୍ନୋଲୋଜି ଆମର ଖେଳଣାଗୁଡ଼ିକ ସହିତ ଯୋଡ଼ିବାର ଅଛି ଆଉ ମୋର ବିଶ୍ୱାସ ଯେ ଆମର ଏହି ଖେଳଣା ମେଳା ଆମକୁ ସେହି ଦିଗରେ ନେଇ ଯିବାପାଇଁ ଏକ ବହୁତ ବଡ଼ ପଦକ୍ଷେପ ଭାବେ ସିଦ୍ଧ ହେବ। ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ଅନେକ-ଅନେକ ଶୁଭକାମନା ଜଣାଉଛି।

ବହୁତ-ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's crude supply secure, LPG production increased: Hardeep Puri

Media Coverage

India's crude supply secure, LPG production increased: Hardeep Puri
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates José Antonio Kast Rist on assuming the office of the President of Chile
March 13, 2026

The Prime Minister, Shri Narendra Modi congratulated José Antonio Kast Rist on assuming the office of the President of Chile. Shri Modi stated that he looks forward to working closely with him to further strengthen the warm and friendly relations between India and Chile and to deepen cooperation across trade, technology and energy. “Best wishes for a successful tenure! ”, Shri Modi said.

The Prime Minister posted on X:

“Warm congratulations to José Antonio Kast Rist on assuming the office of the President of Chile. I look forward to working closely with him to further strengthen the warm and friendly relations between India and Chile and to deepen our cooperation across trade, technology and energy. Best wishes for a successful tenure! “

@joseantoniokast