ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଉପଲବ୍ଧି ଉପରେ ହିଁ ଭାରତର ଅଭିବୃଦ୍ଧି ନିର୍ଭରଶୀଳ : ପ୍ରଧାନମନ୍ତ୍ରୀ ମୋଦୀ
'ଇଜ ଅଫ ଡୁଇଂ ସାଇନ୍ସ' କୁ ସୁନିଶ୍ଚିତ କରିବା ଏବଂ ନାଲିଫିତାର ପ୍ରଭାବ ହ୍ରାସ ଲାଗି ପ୍ରଯୁକ୍ତିର ପ୍ରଭାବୀ ଉପଯୋଗ ଦିଗରେ ଆମେ ଆମର ପ୍ରୟାସ ଜାରି ରଖିଛୁ : ପ୍ରଧାନମନ୍ତ୍ରୀ ମୋଦୀ
2024 ସୁଦ୍ଧା ଭାରତକୁ 100 ବିଲିଅନ୍ ଡ଼ଲାର ବାୟୋ ଉତ୍ପାଦନକରୀ ବିଶ୍ୱ ଶ୍ରେଣୀୟ ହବରେ ବ୍ୟବସ୍ଥାରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛୁ : ପ୍ରଧାନମନ୍ତ୍ରୀ ମୋଦୀ

ବନ୍ଧୁଗଣ, ପ୍ରଥମ ଓ ପ୍ରାରମ୍ଭରୁ 2020 ମସିହା ଆପଣମାନଙ୍କ ସମସ୍ତଙ୍କ ପାଇଁ ଶୁଭଙ୍କର ହେଉ ବୋଲି ମୁଁ ଶୁଭେଚ୍ଛା ଜ୍ଞାପନ କରୁଛି । ଏହି ବର୍ଷଟି ଆପଣମାନଙ୍କ ଜୀବନରେ ସମୃଦ୍ଧି ଭରିଦେଉ ଏବଂ ଆପଣମାନଙ୍କ ବିଜ୍ଞାନାଗାରରେ ଏହା ଏକ ସୃଜନର ବର୍ଷ ହେଉ । ମୁଁ ବିଶେଷ ଭାବେ ଖୁସି ଯେ ନୂଆ ବର୍ଷ ଓ ନୂତନ ଦଶନ୍ଧି ଆରମ୍ଭରୁ ମୁଁ ଏଭଳି ଏକ କାର୍ଯ୍ୟକ୍ରମରେ ଯୋଗ ଦେଉଛି ଯାହା ବିଜ୍ଞାନ, ପ୍ରଯୁକ୍ତି ଏବଂ ଅଭିନବତ୍ୱ ସହ ଯୋଡ଼ି ହୋଇ ରହିଛି । ଏହି କାର୍ଯ୍ୟକ୍ରମ ବେଙ୍ଗାଲୁରୁଠାରେ ଆୟୋଜିତ ହେଉଛି, ଯେଉଁ ସହର କି ବିଜ୍ଞାନ ଓ ଅଭିନବତା ସହ ସଦାବେଳେ ଯୋଡ଼ିହୋଇ ରହିଛି । ଗତଥର ମୁଁ ଯେତେବେଳେ ବେଙ୍ଗାଲୁରୁ ଆସିଥିଲି ସେତେବେଳେ ସମଗ୍ର ଦେଶର ଦୃଷ୍ଟି ଚନ୍ଦ୍ରଯାନ-2 ଉପରେ ନିବଦ୍ଧ ଥିଲା । ସେତେବେଳେ, ଆମର ଦେଶ ବିଜ୍ଞାନକୁ ଯେପରି ଭାବେ ମନାଇଥିଲା, ଆମର ମହାକାଶ କାର୍ଯ୍ୟକ୍ରମ ଏବଂ ଆମ ବୈଜ୍ଞାନିକମାନଙ୍କ ସାମର୍ଥ୍ୟ ମୋ ସ୍ମୃତିରେ ସଦାସର୍ବଦା ଏକ ଅଂଶବିଶେଷ ହୋଇ ରହିବ ।

ବନ୍ଧୁଗଣ, ଉଦ୍ୟାନ ନଗରୀ ବେଙ୍ଗାଲୁରୁ ଏବେ ଷ୍ଟାର୍ଟ ଅପମାନଙ୍କ ସକାଶେ ଏକ ଅଭିନବ କ୍ଷେତ୍ରରେ ପରିଣତ ହୋଇଛି । ସାରା ବିଶ୍ୱରୁ ଏଠାକୁ ଲୋକ ଅଭିନବତ୍ୱ ସକାଶେ ଆସୁଛନ୍ତି । ଗବେଷଣା ଓ ବିକାଶର ଏକ ଏଭଳି ବାତାବରଣ ଏହି ସହରରେ ବିକଶିତ ହୋଇଛି ଯାହା ସହ ଯୋଡ଼ି ହେବାପାଇଁ ପ୍ରତ୍ୟେକ ଯୁବ ବୈଜ୍ଞାନିକ, ପ୍ରତ୍ୟେକ ଅଭିନବତ୍ୱ ସୃଷ୍ଟିକାରୀ, ପ୍ରତ୍ୟେକ ଇଂଜିନିୟରଙ୍କ ସ୍ୱପ୍ନ ହୋଇଥାଏ । କିନ୍ତୁ ଏହି ସ୍ୱପ୍ନର ଆଧାର କ’ଣ କେବଳ ନିଜର ପ୍ରଗତି ? ନିଜର କ୍ୟାରିଅର୍‌ ? ନା, ଏ ସ୍ୱପ୍ନ ରାଷ୍ଟ୍ର ସହ ମଧ୍ୟ ଜଡ଼ିତ ଯେ ଦେଶ ପାଇଁ କିଛି କରି ଦେଖାଇବାର ଭାବନା ସହ ଜଡ଼ିତ । ନିଜର ସଫଳତାକୁ ଦେଶର ସଫଳତାରେ ପରିଣତ କରିବାର ପ୍ରୟାସ ।

ଏବଂ ସେଇଥିପାଇଁ, ଯେତେବେଳେ ଆମେ 2020 ବର୍ଷ ସକାରାତ୍ମକ ଭାବନା ଓ ବିଜ୍ଞାନ ଓ ପ୍ରଯୁକ୍ତି ଭିତ୍ତିକ ବିକାଶ କଥା ଚିନ୍ତା କରୁଛୁ, ଆମେ ସେତେବେଳେ ଆମ ସ୍ୱପ୍ନକୁ ସାକାର କରିବା ଦିଗରେ ମଧ୍ୟ ଆଉ ଗୋଟିଏ ପାଦ ଆଗକୁ ବଢ଼ୁଛୁ ।

ନ୍ଧୁଗଣ,

ମୋତେ ସୂଚୀତ କରାଯାଇଛି ଯେ ଭାରତ ଏବେ ବିଜ୍ଞାନ ଏବଂ ଇଂଜିନିୟରିଂ ଗବେଷଣା କ୍ଷେତ୍ରରେ କରାଯାଉଥିବା ପ୍ରି ରିଭ୍ୟୁ ନିବନ୍ଧ ପ୍ରକାଶନରେ ସାରା ବିଶ୍ୱରେ ତୃତୀୟ ସ୍ଥାନରେ ପହଞ୍ଛିଛି । ସାରା ବିଶ୍ୱରେ ଯେତେବେଳେ ଏହାର ପ୍ରଗତି 4% ହିସାବରେ ବଢ଼ୁଛି ସେତେବେଳେ ତା’ ତୁଳନାରେ ଭାରତରେ ଏହାର ପ୍ରଗତି 10% ହେବା ନିଶ୍ଚିତ ଭାବେ ଶୁଭଙ୍କର  । ମୁଁ ଏକଥା ମଧ୍ୟ ଜାଣି ଖୁସି ଯେ ଅଭିନବତ୍ୱ ସୂଚକାଙ୍କରେ ଭାରତର ସ୍ଥାନ 52କୁ ବୃଦ୍ଧି ପାଇଛି । ବିଗତ 50 ବର୍ଷ ତୁଳନାରେ ଗତ ପାଞ୍ଚବର୍ଷ ଭିତରେ ଆମର କାର୍ଯ୍ୟକ୍ରମମାନ ଅଧିକ ପ୍ରଯୁକ୍ତି ଭିତ୍ତିକ ଇନକୁବେଟର ସୃଷ୍ଟି କରିଛି । ଏଭଳି ସଫଳତା ହାସଲ କରିଥିବାରୁ ମୁଁ ଆମର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

ଭାରତର ବିକାଶ ଗାଥା ଏହାର ବୈଜ୍ଞାନକ ଓ ପ୍ରଯୁକ୍ତି କ୍ଷେତ୍ରର ସଫଳତା ଉପରେ ନିର୍ଭରଶୀଳ । ତେଣୁ ଭାରତର ବିଜ୍ଞାନ, ପ୍ରଯୁକ୍ତି ଓ ଅଭିନବତ୍ୱର ପ୍ରେକ୍ଷାପଟ୍ଟରେ ବିପ୍ଳବ ଘଟାଇବାକୁ ପଡ଼ିବ । ପ୍ରଯୁକ୍ତି ଓ ଅଭିନବତ୍ୱ । ଆମ ଦେଶରେ ସୃଷ୍ଟି ହେଉଥିବା  ଯୁବ ବୈଜ୍ଞାନକମାନଙ୍କ ସକାଶେ ମୋର ଲକ୍ଷ୍ୟଟି ହେଲା- ‘ଅଭିନବତା ପ୍ରଦର୍ଶନ, ପାଟେଣ୍ଟ୍‌ ହାସଲ, ଉତ୍ପାଦନ ବୃଦ୍ଧି ଏବଂ ସମୃଦ୍ଧି’ । ଏହି ଚାରିଟି ପଦକ୍ଷେପ ହିଁ ଦେଶକୁ ଦ୍ରୁତ ବିକାଶ ପଥରେ ଆଗେଇ ନେଇଯିବ । ଯଦି ଆମେ ଅଭିନବତ୍ୱ ପ୍ରଦର୍ଶନ କରିବା, ତାହାକୁ ପାଟେଣ୍ଟ କରିବା ଏବଂ ତାହା ଆମର ଉତ୍ପାଦନ ପ୍ରକ୍ରିୟାକୁ ସହଜସାଧ୍ୟ କରିବ ଏବଂ ସର୍ବୋପରି ଯେତେବେଳେ ଆମେ ସେହିସବୁ ଉତ୍ପାଦକୁ ନେଇ ଦେଶବାସୀଙ୍କ ନିକଟରେ ପହଞ୍ଚାଇବା, ସେମାନେ ସମୃଦ୍ଧ ହେବେ । ଅଭିନବତା ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ତାହା ଲୋକମାନଙ୍କ ଦ୍ୱାରା ସମ୍ଭବପର ହୋଇପାରିବ ଯାହାକି ‘ନୂତନ ଭାରତ’ ଗଠନ ସକାଶେ ଦିଶା ନିର୍ଦ୍ଦେଶ କରିବ ।

ବନ୍ଧୁଗଣ,

ନୂତନ ଭାରତକୁ ପ୍ରଯୁକ୍ତିର ଆବଶ୍ୟକତା ରହିଛି ଏବଂ ଲଜିକାଲ ଟେମ୍ପରାମେଣ୍ଟ ବି ଦରକାର । ତା’ହେଲେ ଆମର ସାମାଜିକ ଓ ଆର୍ଥିକ ଜୀବନର ବିକାଶକୁ ଆମେ ନୂତନ ଦିଗରେ ପରିଚାଳିତ କରିପାରିବା । ସଦାସର୍ବଦା ମୁଁ ଏହି ମତ ପୋଷଣ କରିଆସିଛି ଯେ ଭାରତୀୟ ସମାଜକୁ ଯୋଡ଼ିବା କାର୍ଯ୍ୟରେ, ସମସ୍ତଙ୍କ ସକାଶେ ସମାନ ସୁଯୋଗ ସୃଷ୍ଟି କରିବା ଲାଗି, ବିଜ୍ଞାନ ଓ ପ୍ରଯୁକ୍ତିର ବଡ଼ ଭୂମିକା ରହିଛି । ଏବେ ଯେମିତି ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିର ବିକାଶ ଦ୍ୱାରା, ଭାରତରେ ଉତ୍ପାଦିତ ହେଉଥିବା ଶସ୍ତା ସ୍ମାର୍ଟ ଫୋନ ଓ ସୁଲଭ ଡାଟା ଦ୍ୱାରା, ଏକ ବହୁତ ବଡ଼ ପ୍ରିଭିଲେଜକୁ ହଟାଇ ପାରିଛି । ଏହା ଦ୍ୱାରା ଆଜି ସାଧାରଣ ନାଗରିକଙ୍କର ମଧ୍ୟ ବିଶ୍ୱାସ ହୋଇଯାଇଛି ଯେ ସେମାନେ ଅନ୍ୟମାନଙ୍କ ଠାରୁ ଭିନ୍ନ ନୁହନ୍ତି । ସେମାନେ ମଧ୍ୟ ସରକାରଙ୍କ ସହ ସିଧାସଳଖ ସଂଯୁକ୍ତ ରହିଛନ୍ତି । ସେମାନଙ୍କର ସ୍ୱର ସିଧା ସରକାରଙ୍କ ପର୍ଯ୍ୟନ୍ତ ପହଞ୍ଚୁଛି । ଏଭଳି ପରିବର୍ତ୍ତନକୁ ଆମେ ଆହୁରି ପ୍ରୋତ୍ସାହିତ କରିବା ଆବଶ୍ୟକ ।, ଏହାକୁ ମଜଭୁତ କରିବା ଦରକାର ।

ସାଥୀଗଣ, ଏଥର ଆପଣମାନେ, ଗ୍ରାମାଞ୍ଚଳ ବିକାଶରେ ବିଜ୍ଞାନ ଓ ପ୍ରଯୁକ୍ତିର ଭୂମିକା ଉପରେ ଆଲୋଚନା ରଖିଛନ୍ତି । ସେଥିପାଇଁ ଏହି କ୍ଷେତ୍ର ସଂପର୍କରେ ମୁଁ ସାମାନ୍ୟ ବିସ୍ତାରର ସହ ଆଲୋଚନା କରିବାକୁ ଚାହେଁ । ବିଗତ ପାଞ୍ଚବର୍ଷ ମଧ୍ୟରେ ଗ୍ରାମାଞ୍ଚଳ ବିକାଶକୁ ଦେଶର ସାଧାରଣ ନାଗରିକମାନେ ଅନୁଭବ କରିଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନ ଠାରୁ ନେଇ ଆୟୁଷ୍ମାନ ଭାରତ ପର୍ଯ୍ୟନ୍ତ, ପୃଥିବୀର ସବୁଠାରୁ ବଡ଼ ଯୋଜନା ଭାବେ ସୁପରିଚିତ ଏହିସବୁ କାର୍ଯ୍ୟକ୍ରମ ଯାହା ଆଜି ସଫଳତାର ସହ ଲୋକମାନଙ୍କ ନିକଟରେ ସୁଫଳ ପହଞ୍ଚାଇପାରିଛି, ତାହାକୁ ଭୂୟସୀ ପ୍ରଶଂସା କରାଯାଉଛି, ତାହା ପଛରେ ଥିବା କାରଣଟି ହେଲା ପ୍ରଯୁକ୍ତି ଓ ଉତ୍ତମ ତଥା ସଫଳ ଗଭର୍ଣ୍ଣାନ୍ସ ପ୍ରତି ଆମ ମନରେ ଥିବା ପ୍ରତିବଦ୍ଧତା ।

ସାଥୀଗଣ, ଆଜି ଦେଶରେ ଗଭର୍ଣ୍ଣାନ୍ସ ପାଇଁ, ଯେତେ ବ୍ୟାପକ ଭାବେ ବିଜ୍ଞାନ ଓ ପ୍ରଯୁକ୍ତିର ଉପଯୋଗ କରାଯାଉଛି, ତାହା ପୂର୍ବରୁ କେବେ ହୋଇନଥିଲା । ଗତକାଲି ଆମ ସରକାର ଦେଶର 6 କୋଟି କୃଷକଙ୍କୁ ଏକା ସାଙ୍ଗରେ ପ୍ରଧାନମନ୍ତ୍ରୀ କିଷାନ ନିଧିର ଅର୍ଥ ହସ୍ତାନ୍ତର କରି ଏକ ରେକର୍ଡ଼ ସୃଷ୍ଟି କରିଛନ୍ତି । ଏହା କିପରି ଭାବେ ସମ୍ଭବପର ହୋଇପାରିଲା ? ଆଧାର ସଂଯୁକ୍ତ ପ୍ରଯୁକ୍ତିର ସହାୟତାରେ ।

ସାଥୀଗଣ,

ଯଦି ଦେଶର ପ୍ରତ୍ୟେକ ଗାଁ ପର୍ଯ୍ୟନ୍ତ, ଗରିବ ପରିବାର ପର୍ଯ୍ୟନ୍ତ ଶୌଚାଳୟ ପହଞ୍ଚିପାରିଲା, ବିଜୁଳି ପହଞ୍ଚି ପାରିଲା ତ ଏହା ପ୍ରଯୁକ୍ତି ଯୋଗୁ ହିଁ ସମ୍ଭବପର ହୋଇପାରିଛି । ପ୍ରଯୁକ୍ତି କାରଣରୁ ହିଁ ସରକାର ସେହି ଆଠକୋଟି ଗରିବ ଲୋକଙ୍କୁ ଚିହ୍ନଟ କରିପାରିଲେ ଯେଉଁମାନଙ୍କ ଜୀବନକୁ ଧୂଆଁରେ ନଷ୍ଟ ହେବାରୁ ବଞ୍ଚାଯାଇପାରିଲା । ପ୍ରଯୁକ୍ତିର ଉପଯୋଗର ଲାଭାର୍ଥୀଙ୍କୁ ଚିହ୍ନଟ ତ ହୋଇପାରିଛି, ଏଥିସହ ନୂଆ ନୂଆ ବିତରଣ କେନ୍ଦ୍ର କେଉଁଠି ଓ କେତେ ମାତ୍ରାରେ ହେବ, ତାହା ବି ଆମେ ସମସ୍ତେ ଢ଼େର୍‌ କମ୍‌ ସମୟ ଭିତରେ ସ୍ଥିର କରାଯାଇପାରିଛି । ଆଜି ଗାଁରେ ସଡ଼କ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରାଯାଇପାରୁଛି । ଗରିବମାନଙ୍କ ସକାଶେ 2 କୋଟିରୁ ଅଧିକ ବାସଗୃହ ଯଦି ନିର୍ମାଣ ଶେଷ ହୋଇପାରିଛି, ତେବେ ଏହା ପଛରେ ପ୍ରଯୁକ୍ତିର ବଡ଼ ହାତ ରହିଛି । ଜିଓ ଟ୍ୟାଗିଂ ଏବଂ ଡାଟା ସାଇନ୍ସର ଉପଯୋଗ କରାଯିବା ଦ୍ୱାରା ଏବେ ପ୍ରକଳ୍ପଗୁଡ଼ିକର ଗତି ଆହୁରି ବଢ଼ିଯାଇଛି । ରିଅଲ୍‌ ଟାଇମ୍‌ ମନିଟରିଂ ବ୍ୟବସ୍ଥା ଦ୍ୱାରା ଯୋଜନା ଏବଂ ଲାଭାର୍ଥୀମାନଙ୍କ ମଧ୍ୟରେ ପୂର୍ବରୁ ଯେଉଁ ବୈଷମ୍ୟ ଥିଲା ତାହା ସଂକୁଚିତ ହେବାରେ ଲାଗିଛି । ସମୟ ସୀମା ଭିତରେ କାର୍ଯ୍ୟ ସଂପୂର୍ଣ୍ଣ ହେବା ଦ୍ୱାରା କଷ୍ଟ ଓଭରରନ୍‌ ଏବଂ ଅଧାପନ୍ତରିଆ ଅବସ୍ଥାରେ ରହିଥିବା ପ୍ରକଳ୍ପଗୁଡ଼ିକୁ ମଞ୍ଜୁର କରିବା ଲାଗି ପୂର୍ବରୁ ଯେଉଁ ଅଭିଯୋଗମାନ ଆସୁଥିଲା, ତାହା ଏବେ ଶେଷ ହୋଇଛି ।

ବନ୍ଧୁଗଣ, ଆମେ ଦେଶରେ ‘ଇଜ୍ ଅଫ୍ ଡ଼ୁଇଂ ସାଇନ୍ସ’ ଜାରି ସୁନଶ୍ଚିତ କରିଛୁ ଏବଂ ଏ ଦିଗରେ ସୂଚନା ପ୍ରଯୁକ୍ତି ବିଦ୍ୟାର ସଫଳ ଉପଯୋଗ କରିଛୁ । ଏ କ୍ଷେତ୍ରରେ ଥିବା ସବୁପ୍ରକାର ପ୍ରତିବନ୍ଧକକୁ ମଧ୍ୟ ଦୂର କରିଛୁ । ଆଜି ଦେଶର କୃଷକମାନେ ସେମାନଙ୍କର ଉତ୍ପାଦକୁ ସିଧାସଳଖ ବଜାରରେ ବିକ୍ରୀ କରିପାରୁଛନ୍ତି ଏବଂ ଏଥିରେ ସେମାନଙ୍କୁ ଆଉ ମଧ୍ୟସ୍ଥ ଦଲାଲମାନଙ୍କ ଉପରେ ନିର୍ଭରଶୀଳ ହେବାକୁ ପଡ଼ୁନାହିଁ । ଡିଜିଟାଇଜେସନ୍, ଇ- କମର୍ସ, ଇଣ୍ଟରନେଟ ବ୍ୟାଙ୍କିଙ୍ଗ୍ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ସେବା ଗ୍ରାମାଞ୍ଚଳର ଲୋକମାନଙ୍କୁ ଏ ଦିଗରେ ବିଶେଷ ଭାବେ ସହାୟକ ହୋଇଛି । ଏବେ ଭାରତର କୃଷକମାନେ ପାଣିପାଗ ଠାରୁ ଆରମ୍ଭ କରି ଜଳବାୟୁ ସଂପର୍କୀତ ପ୍ରାକ୍ ସୂଚନା ସେମାନଙ୍କ ଅଙ୍ଗୁଳି ଅଗ୍ରରେ ପାଇ ପାରୁଛନ୍ତି ଯେଉଁଥିପାଇଁ ଅନେକ ଇ- ଗଭର୍ଣ୍ଣାନ୍ସ ଉପକ୍ରମ ଆରମ୍ଭ କରିଛନ୍ତି ।

ସାଥୀଗଣ, ଭାରତର ବିକାଶଧାରାରେ, ବିଶେଷ କରି ଗ୍ରାମୀଣ ବିକାଶରେ ପ୍ରଯୁକ୍ତିର ଉପଯୋଗିତାକୁ ଆମେ ଅଧିକ ବ୍ୟାପକ କରିଛୁ । ଆଗାମୀ ଦଶକରେ ଭାରତ ହିଁ ବିଜ୍ଞାନ ଓ ପ୍ରଯୁକ୍ତି ଆଧାରିତ ଗଭର୍ଣ୍ଣାନ୍ସ ସକାଶେ ଏକ ନିର୍ଣ୍ଣାୟକ ଅବସରରେ ପହଞ୍ଚିବ । ବିଶେଷ କରି ସୁଲଭ କୃଷି ଏବଂ କ୍ଷେତ୍ର ଠାରୁ ନେଇ ଉପଭୋକ୍ତାଙ୍କ ପର୍ଯ୍ୟନ୍ତ ଏହା ଭିତରେ ଥିବା ଯୋଗାଣ ଚେନ ନେଟୱାର୍କକୁ ନେଇ ଅଭୂତପୂର୍ବ ସମ୍ଭାବନା କେବଳ ପ୍ରଯୁକ୍ତି ହିଁ ଆଣି ପାରିବ । ଏହାର ସିଧା ଲାଭ ଗ୍ରାମାଞ୍ଚଳକୁ ପହଞ୍ଚିବ । ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ଏହା ଅଧିକ ଶକ୍ତି ଯୋଗାଇବ । ଆପଣମାନେ ସମସ୍ତେ ଏକଥା ଜାଣି ଖୁସି ହେବେ ଯେ ଭାରତର ଗ୍ରାମୀଣ କ୍ଷେତ୍ରରେ ପ୍ରତ୍ୟେକ ପରିବାର ନିକଟରେ ପାନୀୟ ଜଳ ପହଞ୍ଚାଯିବା ସକାଶେ ଏକ ବିରାଟ ବଡ଼ ଅଭିଯାନ – ଜଳ ଜୀବନ ମିଶନ ଆରମ୍ଭ କରାଯାଇଛି । ଏହି ଅଭିଯାନକୁ ପ୍ରଯୁକ୍ତି ହିଁ ଶକ୍ତି ପ୍ରଦାନ କରିଛି । ଏବେ ଏହା ଆପଣମାନଙ୍କ ସମସ୍ତଙ୍କ ଦାୟିତ୍ୱ ଯେ ପାଣୀକୁ କିଭଳି ସଫଳତାର ସହ ପୁନଃଚକ୍ରଣ କରାଯିବ ଓ ପୁନଃବ୍ୟବହାରକ୍ଷମ ବ୍ୟବସ୍ଥାକୁ ପ୍ରଭାବୀ କରାଯାଇପାରିବ ଓ ତାହା ଶସ୍ତା ପ୍ରଯୁକ୍ତିଯୁକ୍ତ ଭାବେ କିଭଳି ବିକଶିତ ହେବ, ସେ ଦିଗରେ ଆପଣମାନେ ଚିନ୍ତା କରନ୍ତୁ । ଜଳ ପରିଚାଳନା ଓ ଗଭର୍ଣ୍ଣାନ୍ସ ଆପଣମାନଙ୍କ ପାଇଁ ଏକ ନୂତନ ଦିଗନ୍ତ ଭାବେ ଉଭା ହେବାକୁ ଯାଉଛି । ଘର ଭିତରୁ ବାହାରୁଥିବା ଜଳ କିଭଳି କ୍ଷେତ୍ରରେ  ସିଞ୍ଚନ ପାଇଁ ଉପଯୋଗୀ ହୋଇପାରିବ, ସେଥିପାଇଁ ଶସ୍ତା ଓ ପ୍ରଭାବୀ ସମାଧାନ ଆପଣମାନଙ୍କୁ ପ୍ରସ୍ତୁତ କରିବାକୁ ହେବ । ଆମମାନଙ୍କୁ ଏଭଳି ବିହନର ବିକାଶ ଘଟାଇବାକୁ ହେବ ଯାହା ପୋଷଣରେ ଭରପୂର ହୋଇଥିବ ଏବଂ ତାହା ଉପୁଜାଇବା ଲାଗି ପାଣିର ଆବଶ୍ୟକତା କମ ହେଉଥିବ । ଦେଶବ୍ୟାପୀ ଯେଉଁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କରାଯାଇଛି, ସେହି ଡାଟାର ପ୍ରତିଦିନ କିପରି କ୍ଷେତବାଡ଼ିର କାମରେ ଲାଗିପାରିବ, ତାହା ଉପରେ ବି ନୂତନ ଦିଗରେ ବିଚାର କରାଯିବାକୁ ପଡ଼ିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ଯୋଗାଣ ଚେନରେ ଯେଉଁ କ୍ଷତି ଆମର କୃଷକମାନେ ସହ୍ୟ କରୁଛନ୍ତି, ସେଥିରୁ ସେମାନଙ୍କୁ ରକ୍ଷା କରିବା ପାଇଁ ପ୍ରଯୁକ୍ତିଗତ ସମାଧାନ ସୂତ୍ର ବାହାର କରିବା ଅତ୍ୟନ୍ତ ଜରୁରୀ ।

ସାଥୀଗଣ,

ଗ୍ରାମାଞ୍ଚଳ ଅର୍ଥବ୍ୟବସ୍ଥାର ଆଉ ଗୋଟିଏ ବିଶେଷ ଦିଗ ହେଲା ଆମର ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ଅର୍ଥାତ୍, ଏମଏସଏମଇ । ପରିବର୍ତ୍ତନଶୀଳ ସମୟରେ ଏହାକୁ ମଜଭୁତ କରି ରଖିବା ଲାଗି ମଧ୍ୟ ଆମର ସବୁ ସାଥୀ ଏହି କାର୍ଯ୍ୟ ସହ ଜଡ଼ିତ ରହିଛନ୍ତି । ଏବେ ଯେମିତି ଥରେ ବ୍ୟବହାରକ୍ଷମ ପ୍ଲାଷ୍ଟିକ୍ କଥା ଚିନ୍ତା କରନ୍ତୁ । ସାରା ଦେଶ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକରୁ ମୁକ୍ତି ପାଇବା ଲାଗି ସଂକଳ୍ପ ନେଇଛି ଯଦ୍ୱାରା ଆମର ପର୍ଯ୍ୟାବରଣକୁ, ଆମର ପଶୁପକ୍ଷୀମାନଙ୍କୁ, ଆମର ମତ୍ସ୍ୟସଂପଦକୁ, ଆମର ମୃତ୍ତିକାକୁ ଆମେ ସୁରକ୍ଷିତ ରଖିପାରିବା । କିନ୍ତୁ ପ୍ଲାଷ୍ଟିକର ଶସ୍ତା ଏବଂ ଏହା ଭଳି ଦୃଢ଼ କିଛି ନୂତନ ବିକଳ୍ପ ତ ଆପଣମାନଙ୍କୁ ଖୋଜି ବାହାର କରିବାକୁ ପଡ଼ିବ । ଧାତୁ ହେଉ, ମାଟି ହେଉ କିମ୍ବା ଫାଇବର, ପ୍ଲାଷ୍ଟିକର ବିକଳ୍ପ ଆପଣମାନଙ୍କ ପ୍ରୟୋଗଶାଳାରୁ ହିଁ ବାହାରିବ । ପ୍ଲାଷ୍ଟିକ୍ ବର୍ଜ୍ୟ ସହ ଇଲେକ୍ଟ୍ରୋନିକ୍ ବର୍ଜ୍ୟରୁ ଧାତବ ପଦାର୍ଥକୁ ପୃଥକ୍ କରିବା ଏବଂ ଏହାକୁ ପୁନଃ ଉପଯୋଗକ୍ଷମ କରିବା ସକାଶେ ଆମେ ନୂତନ ପ୍ରଯୁକ୍ତି, ନୂତନ ସମାଧାନ ସୂତ୍ର ବାହାର କରିବା ଜରୁରୀ ଅଟେ ।

ଆପଣମାନେ ଯେଉଁ ସମାଧାନ ସୂତ୍ର ପ୍ରଦାନ କରିବେ, ସେହି ସମାଧାନ ସୂତ୍ର ଆମମାନଙ୍କର ଲଘୁ ଉଦ୍ୟୋଗ, ଆମର ମୃତ୍ତିକା କଳାକାର, ମହିଳାମାନଙ୍କ କଳାକାର ବଜାର ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରିବ । ଏହା ଦ୍ୱାରା ପର୍ଯ୍ୟାବରଣ ବି ସୁରକ୍ଷିତ ହୋଇପାରିବ ଏବଂ ଆମର ଲଘୁ ଉଦ୍ୟୋଗଗୁଡ଼ିକର ମଧ୍ୟ ବିକାଶ ସମ୍ଭବପର ହୋଇପାରିବ ।

ସାଥୀଗଣ,

ଗ୍ରାମାଞ୍ଚଳ ସବୁଜ, ସର୍କୁଲାର ଏବଂ ପୋଷଣୀୟ ଅର୍ଥନୀତି ପାଇଁ ଗ୍ରାମୀଣ ଅର୍ଥ ବ୍ୟବସ୍ଥା ଲାଗି ସମର୍ପିତ ଷ୍ଟାଟ୍ ଅପର ପର୍ଯ୍ୟାପ୍ତ ସମ୍ଭାବନା ରହିଛି । କୃଷି ଉତ୍ପାଦନର ଅବଶେଷ ଏବଂ ଘରୁ ବାହାରୁଥିବା ବର୍ଜ୍ୟ ମଧ୍ୟ ଚାରିଆଡ଼େ ପ୍ରଦୂଷଣ ଏବଂ ଦୁର୍ଗନ୍ଧ ସୃଷ୍ଟି କରି ଆମମାନଙ୍କ ସକାଶେ ଏକ ଚାଲେଞ୍ଜ୍ ସୃଷ୍ଟି କରିଛି । ଏହି ବର୍ଜ୍ୟକୁ ବି ଆପଣମାନେ ସମ୍ପଦରେ ବଦଳାଇବା ସକାଶେ ଯଥା ଶୀଘ୍ର ପ୍ରୟାସ କରିବାକୁ ହେବ ।  ଆମର ପ୍ରୟାସ ଯେ 2022 ସୁଦ୍ଧା ଆମେ ବିଦେଶରୁ ଆମଦାନି କରୁଥିବା ମୋଟ ଅଶୋଧିତ ପେଟ୍ରୋଲିୟମ ତୈଳରେ 10 ପ୍ରତିଶତ କାଟ କରିବୁ । ବର୍ତ୍ତମାନ ଜୈବ ଇନ୍ଧନ, ଇଥାନୋଲ ଉତ୍ପାଦନ କ୍ଷେତ୍ରରେ ଷ୍ଟାର୍ଟ ଅପମାନଙ୍କ ଲାଗି ଦେଶରେ ବିପୁଳ ସମ୍ଭାବନାର କ୍ଷେତ୍ର ସୃଷ୍ଟି ହୋଇଛି ।

ଶିଳ୍ପ ଆଧାରିତ ଗବେଷଣାକୁ ଆମକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବାକୁ ପଡ଼ିବ । ଏଥିରେ ପ୍ରତ୍ୟେକ ହିତଧାରକଙ୍କ ମଧ୍ୟରେ ସୂଚନାକୁ ଆମେ ବିକଶିତ କରିବାକୁ ହେବ । ଏକଥା ମଧ୍ୟ ଆମକୁ ସ୍ମରଣ ରଖିବାକୁ ପଡ଼ିବ ଯେ ଆପଣମାନଙ୍କର ଏହି ଯୋଗଦାନ ଭାରତକୁ 5 ଟ୍ରିଲିଅନ୍ ଅର୍ଥବ୍ୟବସ୍ଥାରେ ପହଞ୍ଚାଇବା ଦିଗରେ ବିଶେଷ ଭୂମିକା ଗ୍ରହଣ କରିବ ।

ବନ୍ଧୁଗଣ, ପ୍ରଯୁକ୍ତି ବିକାଶ ଦିଗରେ ଏକ ନୂତନ ବିପ୍ଳବ ଆରମ୍ଭ କରିବାର ଆବଶ୍ୟକତା ରହିଛି ଏବଂ ତାହା ବିଶେଷ କରି କୃଷି କ୍ଷେତ୍ର ସହ ଜଡ଼ିତ କାର୍ଯ୍ୟରେ ବିଶେଷ ଭାବେ ଅଛି ଓ ଏଥିରେ ଆବଶ୍ୟକ ସହାୟତା ସରକାର ଯୋଗାଇଦେବେ । ଉଦାହରଣ ସ୍ୱରୂପ, କ୍ଷେତରେ ପୋଡ଼ା ଯାଉଥିବା ଶସ୍ୟ ଅବଶିଷ୍ଟାଂଶକୁ ପୋଡ଼ାଯିବାର ବିକଳ୍ପ ଯାହାକି କୃଷକ କୈନ୍ଦ୍ରିକ ତାହା ଆମର ବୈଜ୍ଞାନିକମାନେ ସମାଧାନ କରିବା ଜରୁରୀ । ଆମେ କ’ଣ ଚାହିଁଲେ ଆମର ଇଟାଭାଟିଗୁଡ଼ିକୁ ରିଡ଼ିଜାଇନ୍ କରିପାରିବା ନାହିଁ ? ଯେଉଁଥିରୁ କମ୍ ଧୂଆଁ ନିର୍ଗତ ହେବ ଏବଂ ତାହା ଶକ୍ତି ସମ୍ବର୍ଦ୍ଧକ ଓ ସକ୍ରିୟତାର ସହ କାର୍ଯ୍ୟ କରିବ । ସେହିଭଳି ଦେଶରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ବିସ୍ତାରିତ କରିବା କାର୍ଯ୍ୟକୁ ଉତ୍ତମ ଓ ପ୍ରଗତିଶୀଳ କରିବା ଉଚିତ । ଶିଳ୍ପ ସଂସ୍ଥାଗୁଡ଼ିକରୁ ବାହାରୁ ଥିବା ବର୍ଜ୍ୟକୁ କିଭଳି ରୋକାଯାଇପାରିବ ଏବଂ ଏହାକୁ ପୁନଃଚକ୍ରଣ କରାଯାଇପାରିବ ସେ ଦିଗରେ ଚିନ୍ତା କରାଯିବା ଦରକାର । ତାହା ଆମର ମୃତ୍ତିକାକୁ ନଷ୍ଟ ହେବାରୁ ରକ୍ଷା କରିବ ଏବଂ ଆମର ଭୂତଳ ଜଳ ଟେବୁଲକୁ ଆଗାମୀ ଦିନ ପାଇଁ ସୁରକ୍ଷିତ ରଖିପାରିବ ।

ବନ୍ଧୁଗଣ,

ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ମୁଁ ଆଶା କରୁଛି ଯେ ‘ମେକ୍ ଇନ୍ ଇଣ୍ଡିଆ’ର ଗୁରୁତ୍ୱକୁ ମେଡ଼ିକାଲ ଯନ୍ତ୍ରାଂଶ କ୍ଷେତ୍ରରେ ଅଧିକରୁ ଅଧିକ ମାତ୍ରାରେ ଉପଯୋଗ କରି ସେଥିରୁ ସୁଫଳ ପାଇବାକୁ ହେବ ଏବଂ ଏହା ଦ୍ୱାରା ଆମର ଜନସାଧାରଣ ନିଦାନ କ୍ଷେତ୍ରରେ ସୁବିଧା ହାସଲ କରିପାରିବେ ।

ମହାତ୍ମା ଗାନ୍ଧୀ ଏକଦା କହିଥିଲେ, ‘ସ୍ୱାସ୍ଥ୍ୟ ହେଉଛି ଗୋଟିଏ ରାଷ୍ଟ୍ରର ସବୁଠୁ ବଡ଼ ସମ୍ପଦ ଏବଂ ସୁନା କି ରୂପା ଖଣ୍ଡ ବାସ୍ତବ ସମ୍ପଦ ନୁହେଁ ।’ ସମସ୍ତଙ୍କର କଲ୍ୟାଣ ସକାଶେ, ଆମକୁ କେବଳ କିଛି ପାରମ୍ପରିକ ପ୍ରଜ୍ଞାକୁ ଅବଲମ୍ବନ କରିବାକୁ ହେବନାହିଁ, ଅପରନ୍ତୁ ଏହାର ପରିସରକୁ ମଧ୍ୟ ନିରବଚ୍ଛିନ୍ନ ଭାବେ ସଂପ୍ରସାରିତ କରିବାକୁ ହେବ । ସେଥିରେ ଆଧୁନିକ ଉପକରଣ ଓ ଚିନ୍ତାଧାରା ଯାହାକି ସମୟୋପଯୋଗୀ ତାହାକୁ ଜୈବ ମେଡ଼ିକାଲ ଗବେଷଣାରେ ବିନିଯୋଗ କରିବାକୁ ପଡ଼ିବ ।

ଆମର ଉଦ୍ଦେଶ୍ୟ ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ କରିବା ହେବା ବାଞ୍ଛନୀୟ । ତେଣୁ ନିପା, ଇବୋଲା ଭଳି ବିପଜ୍ଜନକ ସଂକ୍ରାମକ ରୋଗର ବିପଦରୁ ରକ୍ଷା ପାଇବାର ଉପାୟ ଆମମାନଙ୍କୁ ଚିନ୍ତା କରି ବାହାର କରିବାକୁ ହେବ । ସେଥିପାଇଁ ଆମକୁ ଅଧିକରୁ ଅଧିକ ସମୟ କାର୍ଯ୍ୟ କରିବାକୁ ହେବ ଯଦ୍ୱାରା 2025 ସୁଦ୍ଧା ଆମେ ଦେଶରୁ ଯକ୍ଷ୍ମାର ଉନ୍ମୁଳନ ପାଇଁ ଯେଉଁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛେ, ତାହା ପୂରଣ କରିପାରିବା । ପ୍ରତିଷେଧକ ଟୀକା ଉତ୍ପାଦନ ଓ ଯୋଗାଣରେ ଭାରତ ସାରା ବିଶ୍ୱରେ ଅଗ୍ରଣୀ ହୋଇସାରିଛି । 2024 ସୁଦ୍ଧା ଭାରତକୁ 100 ବିଲିଅନ୍ ଡ଼ଲାର ବାୟୋ ଉତ୍ପାଦନକରୀ ବିଶ୍ୱ ଶ୍ରେଣୀୟ ହବରେ ବ୍ୟବସ୍ଥାରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛୁ । ଏହା ହାସଲ କରିବାକୁ ହେଲେ ଆମକୁ ଉପଯୁକ୍ତ ନୀତିଗତ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ଏବଂ ଅଭିନବ ଗବେଷଣା, ମାନବ ସମ୍ବଳର ବିକାଶ ଓ ଉଦ୍ୟୋଗ  ବାତାବରଣ ସୃଷ୍ଟି କରିବାକୁ ହେବ ।

ବନ୍ଧୁଗଣ,

ଭାରତକୁ ଏକ ଦୀର୍ଘସ୍ଥାୟୀ ଓ ପର୍ଯ୍ୟାବରଣ ଅନୁକୂଳ ପରିବହନ ବ୍ୟବସ୍ଥା ଏବଂ ଶକ୍ତି ସଂରକ୍ଷଣ ବ୍ୟବସ୍ଥାର ରୋଡ଼୍ ମ୍ୟାପର ବିକାଶ ଘଟାଇବାକୁ ହେବ । ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଏକାନ୍ତ ଜରୁରି କାରଣ ଗ୍ରୀଡ଼ ପରିଚାଳନା କାର୍ଯ୍ୟ ଦିନକୁ ଦିନ ବୃଦ୍ଧି ପାଇଚାଲିଛି ଏବଂ ଆମେ ଆମର ଅକ୍ଷୟ ଶକ୍ତି ଯୋଗାଣକୁ ସେଥିରେ ସାମିଲ କରୁଛୁ ଓ ତାହା ଦିନକୁ ଦିନ ବଢ଼ି ଚାଲିଛି । ଏଥିପାଇଁ ନୂତନ ପ୍ରକାର ବ୍ୟାଟେରୀର ବିକାଶ ଘଟାଯିବା ଆବଶ୍ୟକ ଯାହାକି ବିପୁଳ ମୃତ୍ତିକା, ପରିବେଶ ଅନୁକୂଳ ସାଧାରଣ ଉପକରଣ ଓ ସେଥିରେ କାହାର ଏକଚାଟିଆ ମାଲିକାନା ନଥିବ ଓ ତାହା ସୁଲଭ ହୋଇଥିବ, ସେସବୁ ଉପଲବ୍ଧ ହେଲେ ହିଁ ଆମେ ଶହ ଶହ ଗିଗାୱାଟ ମାତ୍ରାରେ ବିଜୁଳି ଶକ୍ତି ଉତ୍ପାଦନ ଓ ସଂରକ୍ଷଣ କରିପାରିବା । ଭାରତ ଭଳି ଏକ ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁ ବିଶିଷ୍ଟ ରାଷ୍ଟ୍ରରେ ସୂର୍ଯ୍ୟ କିରଣର ଅଭାବ ନାହିଁ ।

ବନ୍ଧୁଗଣ, ନିର୍ଦ୍ଦିଷ୍ଟ ଭାବେ ପାଣିପାଗ ଓ ଜଳବାୟୁ ଆକଳନ ସଂକ୍ରାନ୍ତ ପୂର୍ବାନୁମାନର ଆର୍ଥିକ ଓ ସାମାଜିକ ଉପକାରୀତା ପର୍ଯ୍ୟାପ୍ତ । ପାଣିପାଗ ପୂର୍ବାନୁମାନ କ୍ଷେତ୍ରରେ ଯଥେଷ୍ଟ ସଫଳତା ଓ ଉନ୍ନତି ଘଟିଛି ଏବଂ ତାହା ଉଷ୍ମମଣ୍ଡଳୀୟ ଝଡ଼ବାତ୍ୟାର ପୂର୍ବାନୁମାନ କ୍ଷେତ୍ରରେ ଏଭଳି ପୂର୍ବାନୁମାନ ଜରୁରି । ଏହା ଦ୍ୱାରା ଅନେକ ଧନଜୀବନ ହାନିକୁ ରୋକାଯାଇ ପାରିଛି । ମହାକାଶ ଅଭିଯାନ କ୍ଷେତ୍ରରେ ଆମର ସଫଳତାକୁ ଏବେ ଗଭୀର ସମୁଦ୍ର ଅଭିଯାନ କ୍ଷେତ୍ରରେ ମଧ୍ୟ କେନ୍ଦ୍ରୀତ କରିବାକୁ ପଡ଼ିବ । ଆମେ ଏଥିରେ ଅନୁସନ୍ଧାନ, ନକ୍ସା ପ୍ରସ୍ତୁତି ଏବଂ ଦାୟିତ୍ୱସମ୍ପନ୍ନ ଭାବେ ସାମୁଦ୍ରିକ ସମ୍ପଦ, ଯଥା, ଜଳ, ଶକ୍ତି, ଖାଦ୍ୟ ଓ ଖଣିଜପଦାର୍ଥର ଉତ୍ତୋଳନ କରାଯିବା ଦରକାର । ଏଥିପାଇଁ ଆମର ମାନବଯୁକ୍ତ ବୁଡ଼ା ବ୍ୟବସ୍ଥା, ପର୍ଯ୍ୟାପ୍ତ ସାମର୍ଥ୍ୟ, ଗଭୀର ସାମୁଦ୍ରିକ ଉତ୍ତୋଳନ ବ୍ୟବସ୍ଥା ଏବଂ ସ୍ୱୟଂକ୍ରିୟ ସମୁଦ୍ରତଳ ଯାନ ପରିଚାଳନା ବ୍ୟବସ୍ଥା ଆଦି ଆବଶ୍ୟକ । ଏହା, ମୋର ଦୃଢ଼ ବିଶ୍ୱାସ ଯେ ଏକ ‘ଗଭୀର ସମୁଦ୍ର ଅଭିଯାନ’ ଦ୍ୱାରା ସମ୍ଭବପର ହୋଇପାରିବ ଯାହାକି ଭୂବିଜ୍ଞାନ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ କରାଯିବାକୁ ଚିନ୍ତା କରାଯାଉଛି ।

ବନ୍ଧୁଗଣ,

ମୁଁ ବୈଜ୍ଞାନିକମାନଙ୍କ ଠାରୁ ଅବଗତ ହୋଇଛି ଯେ ସମ୍ଭାବ୍ୟ ଶକ୍ତି, ଯାହାକି ସାମର୍ଥ୍ୟର ପ୍ରାଥମିକ ଅବସ୍ଥା, ତାହା ପର୍ବତକୁ ମଧ୍ୟ ଟାଳି ପାରିବ । କିନ୍ତୁ ଏହାକୁ ଗତିର କାଇନେଟିକ୍ ଅବସ୍ଥାରେ ପରିବର୍ତ୍ତିତ କରିବାକୁ ପଡ଼ିବ । ଆମେ କ’ଣ ସାଇନ୍ସ ଅଫ୍ ମୋସନ୍ ସୃଷ୍ଟି କରିପାରିବା ନାହିଁ ? ଚିନ୍ତା କରନ୍ତୁ, ଆମର ବୈଜ୍ଞାନିକ ସାମର୍ଥ୍ୟକୁ ଯେତେବେଳେ ପୂର୍ଣ୍ଣମାତ୍ରାରେ ରୂପାନ୍ୱିତ କରାଯିବା ତାହାର କେତେ ବିପୁଳ ପ୍ରଭାବ ପଡ଼ିବ ? ଉପଯୁକ୍ତ ପ୍ରଯୁକ୍ତି, ଅଭିନବତ୍ୱ, ଷ୍ଟାର୍ଟ ଅପ୍, ଏବଂ ଶିଳ୍ପସଂସ୍ଥାମାନଙ୍କ ଦ୍ୱାରା ଏହି ଶକ୍ତି ଆମର ସାମାଜିକ-ଆର୍ଥିକ ବିକାଶକୁ ନଭଶ୍ଚୁମ୍ଭୀ କରିପାରିବ । ବିଜ୍ଞାନ ଓ ପ୍ରଯୁକ୍ତିକୁ ଉପଯୋଗ କରି ଆମେ କ’ଣ ହାଇପ୍ରେସର ଷ୍ଟୀମ୍ ଡ୍ରାଇଭ ସୃଷ୍ଟି କରିପାରିବା ନାହିଁ ଯାହା ହାଇସ୍ପିଡ଼୍ ଇଞ୍ଜିନକୁ ଗତି ଦେଇପାରିବ ଓ ନୂତନ ଭାରତରେ ସମସ୍ତଙ୍କୁ ସୁଯୋଗ ପ୍ରଦାନ କରିବା ସହ ସଂଯୁକ୍ତ କରିପାରିବ ?

ସାଥୀଗଣ,

ପ୍ରଯୁକ୍ତି ଉଭୟ ସରକାର ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଏକ ସେତୁ ସଦୃଶ କାର୍ଯ୍ୟ କରିଥାଏ। ପ୍ରଯୁକ୍ତି ବିକାଶକୁ ତ୍ୱରାନ୍ୱିତ କରିଥାଏ ଏବଂ ଉଚିତ ବିକାଶରେ ସନ୍ତୁଳନର କାର୍ଯ୍ୟ ସଂପାଦନ କରିଥାଏ । ପ୍ରଯୁକ୍ତିର ନିଜସ୍ୱ ଏକପାଖିଆ ଚିନ୍ତା, ନିଜସ୍ୱ ପକ୍ଷ କିଛି ନଥାଏ ଏହା ସଦାବେଳେ ନିରପେକ୍ଷ ହୋଇଥାଏ । ଏହା ହିଁ କାରଣ ଯେ ମାନବୀୟ ସଚେତନତା ଏବଂ ଆଧୁନିକ ପ୍ରଯୁକ୍ତି ମଧ୍ୟରେ ଯେତେବେଳେ ସମନ୍ୱୟ ବୃଦ୍ଧି ପାଇବ, ସେତେବେଳେ ସେଥିରୁ ଅପର୍ଯ୍ୟାପ୍ତ ସୁଫଳ ମିଳିଥାଏ । ମୋର ପୂର୍ଣ୍ଣ ବିଶ୍ୱାସ ଯେ ନୂଆ ବର୍ଷରେ, ନୂଆ ଦଶକରେ, ନୂତନ ଭାରତର ନୂଆ ଆଭିମୁଖ୍ୟ, ନୂତନ କାର୍ଯ୍ୟଧାରାକୁ ଆମେ ସଭିଏଁ ମିଳିମିଶି ସୁଦୃଢ଼ କରିପାରିବା । ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ , ସମଗ୍ର ବୈଜ୍ଞାନିକ ସମାଜକୁ ଏବଂ ଆପଣମାନଙ୍କ ପରିବାରଙ୍କୁ ନବ ବର୍ଷର ମଙ୍ଗଳକାମନା କରୁଛି । ବହୁତ ବହୁତ ଧନ୍ୟବାଦ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Made in India’ phones go global: Smartphone exports jump 165 times to Rs 2.59 lakh crore

Media Coverage

‘Made in India’ phones go global: Smartphone exports jump 165 times to Rs 2.59 lakh crore
NM on the go

Nm on the go

Always be the first to hear from the PM. Get the App Now!
...
Prime Minister reviews flood situation in Arunachal Pradesh and Nagaland with MPs from the two states
July 30, 2026

The Prime Minister, Shri Narendra Modi, met Members of Parliament from Arunachal Pradesh and Nagaland and discussed the situation in the two states in the wake of the floods.

Shri Modi said that the Central Government will continue working with the respective state Governments to address the challenges arising from the floods.

The Prime Minister prayed for everyone’s well-being and safety.

In a post on X, Shri Modi said;

“Had a meeting with MPs from Arunachal Pradesh and Nagaland. We talked about the situation in these states in the wake of floods there. The Central Government will keep working with the respective state Governments to address the challenges. Praying for everyone’s wellbeing and safety.”