PM inaugurates Shrimad Rajchandra Hospital at Dharampur in Valsad, Gujarat
PM also lays foundation stone of Shrimad Rajchandra Centre of Excellence for Women and Shrimad Rajchandra Animal Hospital, Valsad, Gujarat
“New Hospital strengthens the spirit of Sabka Prayas in the field of healthcare”
“It is our responsibility to bring to the fore ‘Nari Shakti’ as ‘Rashtra Shakti’”
“People who have devoted their lives to the empowerment of women, tribal, deprived segments are keeping the consciousness of the country alive”

ନମସ୍କାର

ନମସ୍କାରଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ ଜୀଶ୍ରୀମଦ୍ ରାମଚନ୍ଦ୍ର ଜୀଙ୍କ ବିଚାରକୁ ସାକାର କରିବା ପାଇଁ ଅହନିଶି ପ୍ରୟାସରତ ଶ୍ରୀମାନ ରାକେଶ ଜୀସଂସଦରେ ମୋର ସହଯୋଗୀ ଶ୍ରୀ ସିଆରପାଟିଲ ଜୀଗୁଜରାଟର ମନ୍ତ୍ରୀଗଣଏହି ପୂଣ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ମହାନୁଭବମହିଳମାନେ ଏବଂ ଭଦ୍ର ଲୋକମାନେ,

ଆମର ଏଠାରେ ଶାସ୍ତ୍ରରେ କୁହାଯାଇଛି ଯେସହଜୀବତୀ ଗୁଣାୟସ୍ୟଧର୍ମୋ ୟସ୍ୟ ଜୀବତୀ 

ଅର୍ଥାତ ଯେ ଯାହାଙ୍କ ଗୁଣଧର୍ମ ଯାହାଙ୍କ କର୍ତ୍ତବ୍ୟ ଜୀବିତ ରହିଥାଏ ସେ ଜୀବିତ ରହିଥାଏଅମର ରହିଥାଏ  ଯାହାଙ୍କ କର୍ମ ଅମର ହୋଇଥାଏତାଙ୍କର ଶକ୍ତି ଏବଂ ପ୍ରେରଣା ପିଢ଼ି ପିଢ଼ି ପର୍ଯ୍ୟନ୍ତ ସମାଜର ସେବା କରିଥାଏ 

ଶ୍ରୀମଦ୍ ରାମଚନ୍ଦ୍ର ମିଶନଧରମପୁରର ଆଜିର ଏହି କାର୍ଯ୍ୟକ୍ରମ ଏହି ଶାଶ୍ୱତ ଭାବନାର ପ୍ରତୀକ ଅଟେ  ଆଜି ସ୍ପେଶାଲିଟି ଚିକିତ୍ସାଳୟର ଲୋକାର୍ପଣ ହୋଇଛିପଶୁ ଚିକିତ୍ସାଳୟ ଶିଳାନ୍ୟାସ କରାଯାଇଛି  ଏହା ସହିତ ମହିଳାମାନଙ୍କ ପାଇଁ ସେଣ୍ଟର ଅଫ ଏକ୍ସିଲେନ୍ସିର ନିର୍ମାଣ କାର୍ଯ୍ୟ ମଧ୍ୟ ଆଜିଠାରୁ ଆରମ୍ଭ ହେଉଛି  ଏହାଦ୍ୱାରା ଗୁଜରାଟର ଗାଁରେ ରହୁଥିବା ଲୋକମାନଙ୍କ ପାଇଁଗରିବ ଲୋକମାନଙ୍କ ପାଇଁ ଏବଂ ଆଦିବାସୀମାନଙ୍କ ପାଇଁବିଶେଷ ଭାବେ ଦକ୍ଷିଣ ଗୁଜରାଟର ସାଥୀମାନଙ୍କୁଆମର ମା’ ମାନଙ୍କୁ ଭଉଣୀମାନଙ୍କୁ ବହୁତ ଲାଭ ମିଳିବ  ଏହି ଆଧୁନିକ ସୁବିଧାଗୁଡ଼ିକ ପାଇଁ ମୁଁ ରାକେଶ ଜୀଙ୍କୁଏହି ପୁରା ମିଶନକୁଆପଣ ସମସ୍ତ ଭକ୍ତଜନଙ୍କୁ ଏବଂ ସେବାବ୍ରତୀମାନଙ୍କୁ ଯେତିକି ଧନ୍ୟବାଦ ଦେବିସେତିକି କମ ହେବ  ଯେତିକି ଅଭିନନ୍ଦନ କରିବିସେତିକି କମ ହେବ 

ଏବଂ ଆଜି ଯେତେବେଳେ ମୋର ସମ୍ମୁଖ ଧରମପୁରରେ ଏତେ ବଡ଼ ବିଶାଳ ଜନସାଗର ଦେଖାଯାଉଛିମୋର ମନରେ ଥିଲା ଯେ ଆଜି ମୋତେ ରାକେଶ ଜୀଙ୍କର ବହୁତ କଥା ମୋତେ ଶୁଣିବାକୁ ସୁଯୋଗ ମିଳିବକିନ୍ତୁ ସେ ବହୁତ ସଂକ୍ଷିପ୍ତରେ ନିଜର କଥା ଶେଷ କରିଦେଲେ  ସେ ରଣଛୋଡ଼ ଦାସ ମୋଦୀ ଜୀଙ୍କୁ ସ୍ମରଣ କଲେ  ମୁଁ ଏହି ସ୍ଥାନ ସହିତ ବହୁତ ପରିଚିତ ରହିଛି  ବହୁ ବର୍ଷ ପୂର୍ବରୁ ଆପଣ ସମସ୍ତଙ୍କ ମଧ୍ୟରେ ରହିଛି  କେତେବେଳେ ଧରମପୁରକେତେବେଳେ ସିନ୍ଧୁବର  ଆପଣ ସମସ୍ତଙ୍କ ମଧ୍ୟରେ ମୁଁ ରହୁଥିଲି ଏବଂ ଆଜି ଯେତେବେଳେ ଏତେ ବଡ଼ ବିକାଶର ଫଳକ ମୁଁ ଦେଖୁଛି ଏବଂ ସେଠିକାର ଲୋକମାନଙ୍କ ମଧ୍ୟରେ ଏତେ ଉତ୍ସାହ ଦେଖୁଛି ଏବଂ ମୋତେ ଏହି କଥାର ଆନନ୍ଦ ଲାଗୁଛି ଯେମୁମ୍ବାଇ ଠାରୁ ମଧ୍ୟ ଲୋକମାନେ ଏଠାକୁ ଆସି ସେବାରେ ଲାଗି ପଡ଼ିଛନ୍ତି 

ଗୁଜରାଟରୁ କୋଣ ଅନୁକୋଣରୁ ଲୋକମାନେ ଆସି ଯୋଡ଼ି ହୋଇଯାଇଛନ୍ତି  ବିଦେଶରୁ ଆସି ମଧ୍ୟ ଏଠାରେ ଲୋକମାନେ ଏହା ସହିତ ଯୋଡ଼ି ହେଉଛନ୍ତିଏଥିପାଇଁ ଶ୍ରୀମଦ୍ ରାମଚନ୍ଦ୍ର ଜୀ ଏକ ପ୍ରମୁଖ ସେବକ ଭାବରେ ସମାଜରେ ଭକ୍ତିର ଯେଉଁ ବୀଜ ବୁଣିଛନ୍ତିସେ ଆଜି କିପରି ବଟବୃକ୍ଷ ହୋଇଛନ୍ତି ଏହା ଆମେ ଅନୁଭବ କରିପାରିବୁ 

ସାଥୀମାନେ,

ଶ୍ରୀମଦ୍ ରାମଚନ୍ଦ୍ର ମିଶନ ସହିତ ମୋର ପୁରୁଣା ସମ୍ପର୍କ ରହିଛି  ମୁଁ ଏହି ସମାଜର କାର୍ଯ୍ୟକୁ ଏତେ ନିକଟରୁ ଦେଖିଛିଯେତେବେଳେ ଏହି ନାମ ଶୁଣିଛି ସେତେବେଳେ ମୋ ମନ ଆପଣ ସମସ୍ତଙ୍କ ପ୍ରତି ସମ୍ମାନରେ ଭରି ଯାଉଛି  ଆଜି ଯେତେବେଳେ ଦେଶର ସ୍ୱାଧୀନତାର ୭୫ ବର୍ଷର ପର୍ବ ପାଳନ କରୁଛିଅମୃତ ମହୋତ୍ସବ ପାଳନ କରୁଛି ସେତେବେଳେ ଆମକୁ ଏହି କର୍ତ୍ତବ୍ୟ ଭାବନାର ସବୁଠାରୁ ଅଧିକ ଆବଶ୍ୟକତା ରହିଛି  ଏହି ପବିତ୍ର ଭୂମିଏହି ମହାନ ଭୂମିଏହି ପୂଣ୍ୟ ଭୂମିରେ ଆମକୁ ଯେତିକି ମିଳିଛିଏହାର ଏକ ଅଂଶ ଆମେ ସମାଜକୁ ଦେବାକୁ ପ୍ରୟାସ କରୁଛୁଯାହାଦ୍ୱାରା ସାମଜରେ ଆହୁରି ଶୀଘ୍ର ପରିବର୍ତ୍ତନ ଆସିଥାଏ  ମୋତେ ସବୁବେଳେ ବହୁତ ଖୁସି ଲାଗିଥାଏ ଯେ ପୂଜ୍ୟ ଗୁରୁଦେବଙ୍କ ନେତୃତ୍ୱରେ ଶ୍ରୀମଦ୍ ରାମଚନ୍ଦ୍ର ମିଶନ ଗୁଜରାଟରେ ଗ୍ରାମୀଣ ଆରୋଗ୍ୟ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରୁଛି  ଗରିବଙ୍କ ପ୍ରତି ସେବାର ଏହି ପ୍ରତବଦ୍ଧତା ଏହି ନୂଆ ହସ୍ପିଟାଲରୁ ଆହୁରି ମଜବୁତ ହେବ ଏହି ହସ୍ପିଟାଲ ଏବଂ ରିସର୍ଚ୍ଚ ସେଣ୍ଟର ଗ୍ରାମୀଣ କ୍ଷେତ୍ରରେ ଆଧୁନିକ ସୁବିଧାମାନ ଦେବାକୁ ଯାଉଛି  ଉତ୍ତମ ଚିକିତ୍ସା ପାଇଁ ସୁଲଭ କରୁଛି  ଏହି ସ୍ୱାଧୀନତାର ଅମୃତ କାଳରେ ସୁସ୍ଥ ଭାରତ ପାଇଁ ଦେଶର ଦୃଷ୍ଟିକୋଣକୁ ସଶକ୍ତ କରିବ ଏବଂ ଆରୋଗ୍ୟ କ୍ଷେତ୍ରରେ ସମସ୍ତଙ୍କ ପ୍ରୟାସର ଭାବନାକୁ ଦୃଢ଼ କରିବ 

ସାଥୀମାନେ,

ସ୍ୱାଧୀନତାର ଅମୃତ ମହୋତ୍ସବରେ ଦେଶ ନିଜର ସେହି ସନ୍ତାମାନଙ୍କୁ ସ୍ମରଣ କରୁଛି  ଯେଉଁମାନେ ଭାରତକୁ ଦାସତ୍ୱରୁ ବାହାରକୁ ବାହାର କରିବା ପାଇଁ ପ୍ରୟାସ କରିଛନ୍ତି  ଶ୍ରୀମଦ୍ ରାମଚନ୍ଦ୍ର ଜୀ ଏମିତି ଏକ ସନ୍ଥ ପୁରୁଷଜ୍ଞାତା ପୁରୁଷଏକ ଦୂରଦୃଷ୍ଟି ସମ୍ପନ୍ନ ମହାନ ସନ୍ଥ ଥିଲେ ତାଙ୍କର ଏକ ବିରାଟ ଯୋଗଦାନ ଏହି ଦେଶର ଇତିହାସରେ ବର୍ଣ୍ଣିତ ଅଛି  ଏହା ଦୁର୍ଭାଗ୍ୟ ରହିଛି ଯେ ଭାରତର ଜ୍ଞାନକୁ ଭାରତର ପ୍ରକୃତ ଶକ୍ତି ଦ୍ୱାରା ଦେଶ ଏବଂ ଦୁନିଆକୁ ପରିଚିତ କରୁଥିବା ତେଜସ୍ୱୀ ନେତୃତ୍ୱକୁ ଆମେ ବହୁତ ଶୀଘ୍ର ହରାଇ ଦେଇଛୁ 

ନିଜେ ବାପୁ ପୂଜ୍ୟ ମହାତ୍ମା ଗାନ୍ଧୀ କହିଥିଲେ ଯେ ଆମକୁ ବୋଧହୁଏ ଅନେକ ଜନ୍ମ ନେବାକୁ ପଡ଼ିବକିନ୍ତୁ ଶ୍ରୀମଦଙ୍କ ପାଇଁ ଏହା ଗୋଟିଏ ମାତ୍ର ଜନ୍ମ ବହୁତ ଅଟେ  ଆପଣ କଳ୍ପନା କରନ୍ତୁ ମହାତ୍ମା ଗାନ୍ଧୀଙ୍କ ବିଚାର ଦ୍ୱାରା ଯେଉଁମାନେ ପ୍ରଭାବିତ ହେଲେଯେଉଁ ମହାତ୍ମା ଗାନ୍ଧୀଙ୍କୁ ଆଜି ଆମେ ଦୁନିଆରେ ପଥ ପ୍ରଦର୍ଶକ ଭାବରେ ଦେଖୁଛୁ  ଯେଉଁ ମହାତ୍ମା ଗାନ୍ଧୀଙ୍କ ବିଚାରଗୁଡ଼ିକର ପ୍ରକାଶରେ ଦୁନିଆ ଗୋଟିଏ ନୂତନତ୍ୱକୁ ଖୋଜିବା ଜାରି ରଖିଛିପୂଜ୍ୟ ବାପୁ ନିଜର ଆଧ୍ୟାତ୍ମିକତା ଚେତନା ପାଇଁ ଶ୍ରୀମଦ୍ ରାମଚନ୍ଦ୍ର ଜୀଙ୍କ ଠାରୁ ପ୍ରେରଣା ପାଉଥିଲେ  ମୁଁ ବୁଝିପାରୁଛି ରାକେଶ ଜୀଙ୍କ ପାଇଁ ଦେଶ ବହୁତ ଋଣି ଅଟେଯିଏ ଶ୍ରୀମଦ୍ ରାମଚନ୍ଦ୍ର ଜୀଙ୍କ ଜ୍ଞାନର ପ୍ରବାହକୁ ପ୍ରବାହିତ କରୁଥିଲେ  ଏବଂ ଆଜି ହସ୍ପିଟାଲ ତିଆରି କରି ଏତେ ପବିତ୍ର କାର୍ଯ୍ୟରେ ରାକେଶ ଜୀଙ୍କର ଦୂରଦୃଷ୍ଟି ମଧ୍ୟ ରହିଛିସାମର୍ଥ୍ୟ ମଧ୍ୟ ରହିଛି ଏବଂ ତାଙ୍କର ଜୀବନ ମଧ୍ୟ ରହିଛି  ତେବେ ମଧ୍ୟ ପୁଣି ଏହି ପୂର୍ଣ୍ଣ ସଂକଳ୍ପକୁ  ରଣଛୋଡ଼ ଦାସ ମୋଦୀ ଅର୍ପଣ କରିଥିଲେଏହା ରାକେଶ ଜୀଙ୍କର ବଡ଼ପଡ଼ ଅଟେ  ସମାଜର ଗରିବବଞ୍ଚô ଆଦିବାସୀମାନଙ୍କ ପାଇଁ ଏହିଭଳି ଭାବରେ ନିଜର ଜୀବନ ସମର୍ପିତ କରି ଦେଇଥିବା ଏଭଳି ବ୍ୟକ୍ତିତ୍ୱ ଦେଶର ଚେତନାକୁ ଜାଗ୍ରତ କରି ରଖିଛନ୍ତି 

ସାଥୀମାନେ,

ମହିଳାମାନଙ୍କ ପାଇଁ  ଯେଉଁ ନୂଆ ସେଣ୍ଟର ଅଫ୍ ଏକ୍ସିଲେନ୍ସି ନିର୍ମାଣ ହେଉଛିଏହା ଆଦିବାସୀ ଭଉଣୀମାନଙ୍କରଝିଅମାନଙ୍କର କୌଶଳକୁ ବୃଦ୍ଧି କରିବା ପାଇଁ ତାଙ୍କର ଜୀବନକୁ ଅଧିକ ସମୃଦ୍ଧ କରିବାରେ ଆହୁରି ଏକ ବଡ଼ ପଦକ୍ଷେପ ଅଟେ  ଶ୍ରୀମଦ୍ ରାମଚନ୍ଦ୍ର ଜୀ ଶିକ୍ଷା ଏବଂ କୌଶଳ ଦ୍ୱାରା ଝିଅମାନଙ୍କର ସଶକ୍ତିକରଣରେ ବହୁତ ଆଗ୍ରହୀ ରହିଛନ୍ତି  ସେ ବହୁତ କମ୍ ବୟସରେ ହିଁ ମହିଳା ସଶକ୍ତିକରଣ ଉପରେ ଗମ୍ଭୀରତା ପୂର୍ବକ ନିଜର କଥା ରଖଥିଲେ  ନିଜର ଏକ କବିତାରେ ସେ ଲେଖିଥିଲେ-

ଉଧାରେ କରେଲୁ ବହୁହୁମେଲା ହିମ୍ମତ ଘରୀ

ବଧାରେ-ବଧାରେ ଜୋରଦର୍ଶାୟୁ ଖରେ

ସୁଧାରନା  ସାମେ ଜେଣେ

କମର ସିଂଚେ ହଂସୀ

ନିତ୍ୟ ନିତ୍ୟ କୁଂସବଜେଲାୱୱା ଧାନ ଘରେ

ତେନେ କାଢ଼ୱା ନେ ତମେ ନାର କେଡ଼ୱଣୀ ଆପୋ

ଉଚାଲୋଁ ନଠାରା କାଢ଼ୋଁବିଜାଦେ ବହୁ ନଡ଼େ 

ଏହାର ଭାବ ହେଉଛି ଯେ ଝିଅମାନଙ୍କୁ ପଢ଼ାଇା ଉଚିତ  ଏହି ସମାଜରେ ଦ୍ରୁତ ଗତିରେ ସୁଧାର ହେଉସମାଜରେ ଆସୁଥିବା ସମସ୍ୟାକୁ ଆମେ ଆହୁରି ଶୀଘ୍ର ଦୂର କରିପାରିବୁ  ସେ ମହିଳାମାନଙ୍କୁ ସ୍ୱାଧୀନତାର ଆଂଦୋଳନରେ ମଧ୍ୟ ଭାଗ ନେବା ପାଇଁ ବହୁତ ପ୍ରୋତ୍ସାହିତ କରିଥିଲେ  ଏହାର ପରିଣାମ ଗାନ୍ଧୀଙ୍କ ସତ୍ୟାଗ୍ରହରେ ମଧ୍ୟ ଆମେ ସ୍ପଷ୍ଟ ଭାବରେ ଦେଖିପାରୁଛୁଯେଉଁଠି ମହିଳାମାନଙ୍କର ବହୁତ ବଡ଼ ଭାଗିଦାରୀ ରହୁଥିଲା  ଦେଶର ନାରୀ ଶକ୍ତିକୁ ସ୍ୱାଧୀନତାର ଅମୃତ କାଳରେ ରାଷ୍ଟ ଶକ୍ତି ଭାବରେ ସମ୍ମୁଖକୁ ଆଣିବା ଆମ ସମସ୍ତଙ୍କର ଦାୟିତ୍ୱ ଅଟେ  କେନ୍ଦ୍ର ସରକାର ଆଜି ଭଉଣୀ - ଝିଅମାନଙ୍କ ସମ୍ମୁଖରେ ଆଗାମୀ ଦିନରେ ପ୍ରତ୍ୟେକ ସମସ୍ୟାକୁ ଦୂର କରିବାରେ ଲାଗି ପଡ଼ିଛନ୍ତିଯାହା ତାହାକୁ ଆଗକୁ ବଢ଼ିବାରେ ପ୍ରତିବନ୍ଧକ ହେଉଛି  ଏହି ପ୍ରୟାସରେ ଯେତେବେଳେ ସମାଜ ଯୋଡ଼ି ହୋଇଥାଏ ଏବଂ ଯେତେବେଳେ ଆପଣଙ୍କ ଭଳି ସେବା କର୍ମୀ ଯୋଡ଼ି ହୋଇଥାନ୍ତିସେତେବେଳେ ଦ୍ରୁତ ଗତିରେ ପରିବର୍ତ୍ତନ ଆସିଥାଏ ଏବଂ ଏହି ପରିବର୍ତ୍ତନ ଆଜି ଦେଶ ଅନୁଭବ କରୁଛି 

ସାଥୀମାନେ,

ଆଜି ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଉଁ ନିତି ଉପରେ ଚାଲୁଛିସେଥିରେ ଆମେ ଆମର ଆଖପାଖରେ ପ୍ରତ୍ୟେକ ଜୀବଙ୍କର ଆରୋଗ୍ୟର ଚିନ୍ତା ରହିଛି  ଭାରତ ମନୁଷ୍ୟ ମାତ୍ରଙ୍କର ରକ୍ଷା କରୁଥିବା ଟିକା ସହିତ ମଧ୍ୟ ପଶୁମାନଙ୍କ ପାଇଁ ଦେଶବ୍ୟାପୀ ଟିକାକରଣ ଅଭିଯାନ ଜାରି ରଖିଛି  ଦେଶରେ ଗାଈମଇଁଷି ସହିତ ସମସ୍ତ ପଶୁମାନଙ୍କର ପାଦ ଏବଂ ମୁଖରେ ଥିବା ରୋଗର ସୁରକ୍ଷା ପାଇଁ ପ୍ରାୟ ୧୨ କୋଟି ଟିକାକରଣ ହୋଇଯାଇଛି  ଏଥିରୁ ପ୍ରାୟ ୯ଠ ଲକ୍ଷ ଟିକା ଗୁଜରାଟରେ ହିଁ କରାଯାଇଛି  ଚିକିତ୍ସାର ଆଧୁନିକ ସୁବିଧାଗୁଡ଼ିକ ସହିତ ରୋଗରୁ ସୁରକ୍ଷା ମଧ୍ୟ ସେତିକି ହିଁ ଆବଶ୍ୟକ ଅଛି  ମୋତେ ଖୁସି ଲାଗୁଛି ଯେ ଏହି ପ୍ରୟାସଗୁଡ଼ିକୁ ଶ୍ରୀମଦ୍ ରାମଚନ୍ଦ୍ର ମିଶନ ମଧ୍ୟ ସଶକ୍ତ କରିଛି 

ସାଥୀମାନେ,

ଆଧ୍ୟାତ୍ମିକ ଏବଂ ସାମାଜିକ ଦାୟିତ୍ୱ ଦୁଇଟି କିଭଳି ଜଣେ ଅନ୍ୟଜଣଙ୍କର ପରିପୂରକ ଅଟେ  ଶ୍ରୀମଦ୍ ରାମଚନ୍ଦ୍ର ଜୀଙ୍କର ଜୀବନ ଏହାର ପ୍ରମାଣ  ଆଧ୍ୟାତ୍ମିକ ଏବଂ ସମାଜ ସେବାର ଭାବନାକୁ ଏକୀକୃତ କରିଛିମଜବୁତ କରିଛି  ଏଥିପାଇଁ ତାଙ୍କର ପ୍ରଭାବ ଆଧ୍ୟାତ୍ମିକ ଏବଂ ସାମାଜିକ ପ୍ରତ୍ୟେକ କ୍ଷେତ୍ରରୁ ଗଭୀର ଅଟେ  ତାଙ୍କର ଏହି ପ୍ରୟାସ ଆଜିକା ଦିନରେ ଆହୁରି ଅଧିକ ପ୍ରାସଙ୍ଗିକ ଅଟେ  ଆଜି ଏକବିଂଶ ଶତାବ୍ଦୀରେ ନୂତନ ପିଢ଼ି ଆମର ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତର ଏକ ସାମର୍ଥ୍ୟ ଦେଉଛି  ଏହି ପିଢ଼ି ସମ୍ମୁଖରେ ଅନେକ ନୂତନ ସୁଯୋଗ ମଧ୍ୟ ଅଛି  ଅନେକ ଆହ୍ୱାନ ମଧ୍ୟ ଅଛି ଏବଂ ଅନେକ ନୂତନ ଦାୟିତ୍ୱ ମଧ୍ୟ ଅଛି  ଏହି ଯୁବପିଢ଼ିଙ୍କ ମଧ୍ୟରେ ଭୌତିକ ବଳ ଉଦ୍ଭାବନର ଇଚ୍ଛାଶକ୍ତି ଭରପୂର ରହିଛି  ଏହି ପିଢ଼ିକୁ ଆପଣଙ୍କ ଭଳି ସଂଗଠନର ମାର୍ଗଦର୍ଶନ ତାଙ୍କୁ କର୍ତ୍ତବ୍ୟ ପଥରେ ଦ୍ରୁତ ଗତିରେ ଚାଲିବାରେ ସହାୟତା କରିବ  ମୋତେ ପୁରା ବିଶ୍ୱାସ ଅଛି ଯେ ରାଷ୍ଟ୍ର ଚିନ୍ତନ ଏବଂ ସେବା ଭାବର ଏହି ଅଭିଯାନକୁ ଶ୍ରୀମଦ୍ ରାମଚନ୍ଦ୍ର ମିଶନ ଏହିଭଳି ଭାବରେ ସମୃଦ୍ଧ କରୁଥିବ 

ଏବଂ ଆପଣ ସମସ୍ତଙ୍କ ମଧ୍ୟରେ ଆୟୋଜି ଏହି କାର୍ଯ୍ୟକ୍ରମରେ ଦୁଇପଦ କଥା ମୁଁ ନିଶ୍ଚିତ କରିବି ଯେ ପ୍ରଥମତଃ ଆମର ଏଠାରେ କରୋନା ପାଇଁ ବର୍ତ୍ତମାନ ପ୍ରିକସନ ଡୋଜର ଅଭିଯାନ ଜାରି ରହିଛି  ଯେଉଁମାନେ ଦୁଇଟି ଭାକସିନ ନେଇଛନ୍ତିସେମାନଙ୍କ ପାଇଁ ତୃତୀୟ ଭାକସିନ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ୭୫ ଦିନ ପାଇଁ ସମସ୍ତ ସ୍ଥାନରେ ବିନା ମୂଲ୍ୟରେ ନେବାର ଅଭିଯାନ ଚାଲିଛି  ଏଠାରେ ଉପସ୍ଥିତ ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତିବନ୍ଧୁଙ୍କୁସାଥୀମାନଙ୍କୁମୋର ଆଦିବାସୀ ଭାଇ-ଭଉଣୀମାନଙ୍କୁ ଅନୁରୋଧ ଯେ ଯଦି ଆପଣ ପ୍ରିକସନ ଡୋଜ ନେଇନାହାନ୍ତିତେବେ ବହୁତ ଶୀଘ୍ର ଆପଣ ନେଇନିଅନ୍ତୁ  ସରକାର ଏହି ତୃତୀୟ ଡୋଜ ମଧ୍ୟ ମାଗଣାରେ ଦେବାକୁ ୭୫ ଦିବସୀୟ ଅଭିଯାନ ଚଳାଇଛନ୍ତି  ଏହାର ଆପଣ ନିଶ୍ଚିତ ଲାଭ ଉଠାନ୍ତୁ ଏବଂ କାର୍ଯ୍ୟକୁ ଆମେ ଆଗକୁ ନେବା  ଆମର ଶରୀରର ମଧ୍ୟ ଧ୍ୟାନ ରଖିବା  ପରିବାରର ସାଥୀମାନଙ୍କୁ ମଧ୍ୟ ଧ୍ୟାନରେ ରଖିବା ଏବଂ ଗାଁପଡ଼ିଶା ଏବଂ ଆଖାପାଖ ଅଞ୍ଚଳର ମଧ୍ୟ ଧ୍ୟାନ ରଖିବା  ଆଜି ଯଦି ମୋତେ ଧରମପୁର ପ୍ରତ୍ୟକ୍ଷ ଭାବରେ ଆସିବାର ଅବସର ପ୍ରାପ୍ତ ହୋଇଥାନ୍ତାତେବେ ବିଶେଷ ଭାବେ ଆନନ୍ଦ ଲାଗିଥାନ୍ତା  କାରଣ ଧରମପୁରର ଅନେକ ପରିବାର ସହିତ ମୋର ନିକଟତମ ସମ୍ବନ୍ଧ ରହିଛି  କିନ୍ତୁ ସମୟର ଅଭାବ ଯୋଗୁ ଆସିପାରିଲି ନାହିଁ  ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆସି ଆପଣ ସମସ୍ତଙ୍କ ସହିତ କଥା ହେଉଛି  ମୁଁ ରାକେଶ ଜୀଙ୍କ ବହୁତ କୃତଜ୍ଞ ଅଟେଯିଏ ଭିଡ଼ିଓ କନଫରେନ୍ସିଂ ପାଇଁ ମଧ୍ୟ ଏହି କାର୍ଯ୍ୟକ୍ରମର ସୁବିଧା କଲେକିନ୍ତୁ ଯେମିତି ସେଠାକୁ ଆସିବାର କାର୍ଯ୍ୟକ୍ରମ ହେବସେତେବେଳେ ଏହି ହସ୍ପିଟାଲକୁ ଦେଖିବାକୁ ମୋତେ ବହୁତ ଖୁସି ଲାଗିବ  ଆପଣଙ୍କ ସେବା କାର୍ଯ୍ୟକୁ ଦେଖିବାର ଆନନ୍ଦ ମିଳିବ  ବହୁ ବର୍ଷ ପୂର୍ବରୁ ଆସିଥିଲିମଝିରେ ବହୁ ସମୟ ବିତିଯାଇଛି  କିନ୍ତୁ ପୁଣିଥରେ ଯେବେ ଆସିବିତେବେ ନିଶ୍ଚିତ ମିଶିବି ଏବଂ ଆପଣ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା କରୁଛି ଏବଂ ଆପଣ ଯେଉଁ ସେଣ୍ଟର ଫର ଏକ୍ସିଲେନ୍ସି ତିଆରି କରୁଛନ୍ତି ତାହାର ମହକ ଆଗାମୀ ଦିନରେ ବହୁଗୁଣିତ ହେଉ  ଦେଶ ଏବଂ ଦୁନିଆର କୋଣ ଅନୁକୋଣରେ ପହଂଚିଯାଉଏହା ମୋର ବହୁତ ବହୁତ ଶୁଭକାମନା ଅଟେ  ବହୁତ ବହୁତ ଧନ୍ୟବାଦ 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vande Bharat AC chair car fares much lower than those in China, Japan, France: Railway Minister Ashwini Vaishnaw

Media Coverage

Vande Bharat AC chair car fares much lower than those in China, Japan, France: Railway Minister Ashwini Vaishnaw
NM on the go

Nm on the go

Always be the first to hear from the PM. Get the App Now!
...
Finance Minister outlines how the Budget will contribute to our nation’s economic transformation: PM Modi
February 12, 2026

The Prime Minister, Shri Narendra Modi, said that Finance Minister Smt. Nirmala Sitharaman Ji gave a comprehensive picture of how this year’s Budget will contribute to our nation’s economic transformation, in her speech in Lok Sabha, today. “She emphasised on Reform Express, the support to MSMEs, skilling, push to next-gen infrastructure, efforts to boost healthcare, education and more”, Shri Modi stated.

Shri Modi posted on X:

“In her speech in the Lok Sabha, Finance Minister Smt. Nirmala Sitharaman Ji gave a comprehensive picture of how this year’s Budget will contribute to our nation’s economic transformation. She emphasised on Reform Express, the support to MSMEs, skilling, push to next-gen infrastructure, efforts to boost healthcare, education and more.

@nsitharaman