The contributions of Sardar Patel, in the creation of the All India Civil Services is immense: PM
Complement the legal fraternity for giving strength to Alternative Dispute Resolution mechanisms: PM Modi
Challenges come, but we have to prepare roadmap so that toughest situations can be overcome: PM
While drafting laws, we must imbibe best of the talent inputs. This will be the biggest service to judiciary: PM

ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଟି.ଏସ୍ ଠାକୁର ଜୀ, କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସାଥୀ ଶ୍ରୀମାନ ରବି ଶଙ୍କର ପ୍ରସାଦ ଜୀ, ଦିଲ୍ଲୀର ଉପରାଜ୍ୟପାଳ ଶ୍ରୀମାନ ନଜୀବ୍ ଜଙ୍ଗ ଜୀ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଅରବିନ୍ଦ ଜୀ, ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜି.ରୋହିଣୀ ଜୀ, ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ବଦର ଦୁର୍ରିଜ ଅହମ୍ମଦ ଜୀ ।

ଉପସ୍ଥିତ ସୁପ୍ରିମ କୋର୍ଟର ସମସ୍ତ ବରିଷ୍ଠ ମହାନୁଭବ, ଦିଲ୍ଲୀ ହାଇକୋର୍ଟର ସମସ୍ତ ବରିଷ୍ଠ ମହାନୁଭବ, ବରିଷ୍ଠ ଗଣ । ମତେ କେବେ କୋର୍ଟ ଯିବାର ସୌଭାଗ୍ୟ ମିଳି ନାହିଁ । କିନ୍ତୁ ମୁଁ ଶୁଣିଛି କି ସେଠାରେ ବଡ଼ ଗମ୍ଭୀର ବାତାବରଣ ରହିଥାଏ । ଆଉ ବୋଧହୁଏ ତାହାର ପ୍ରଭାବ ଏଠାରେ ମଧ୍ୟ ଦେଖିବାକୁ ମିଳୁଛି । ପଚାଶ ବର୍ଷର ଉତ୍ସବ ପାଳନ କରୁଛୁ । କିଛି ତ’ ହସନ୍ତୁ । ମଞ୍ଚରେ ତ’ ଗମ୍ଭୀରତା । ମୁଁ ବୁଝି ପାରୁଛି କାରଣ କିଛି ଭୁଲ ଉପଲବ୍ଧି ଯେପରି ନ ହୁଏ । କିନ୍ତୁ ଏଠାରେ ତ, ମୁଁ ଭାବୁଛି କି ଏଠାରେ କିଛି ସମସ୍ୟା ନାହିଁ ।

ପଚାଶ ବର୍ଷର ଯାତ୍ରା ଏହି କାର୍ଯ୍ୟ ସମସ୍ତଙ୍କ ସହଯୋଗରେ ସଫଳ ହୋଇଛି । ବାହାରର ବନ୍ଧୁ ହୁଅନ୍ତୁ ପଛେ, ଅଥବା କେଉଁ ଯୁଗରେ ଯେତେବେଳେ କମ୍ପ୍ୟୁଟର ନ ଥିଲା, ତ ବାହାରେ ଗଛ ତଳେ ବସି ଟାଇପିଙ୍ଗ୍ କରୁଥିବେ, କିମ୍ବା କିଏ ଡାୟସରେ ବସି ନ୍ୟାୟକୁ ତଉଲୁ ଥିବେ । କିମ୍ବା ହୋଇପାରେ କେଉଁ ପରିସରରେ ଲୋକଙ୍କୁ ମଧ୍ୟ ଚା’ ଦେଉଥିବା ବ୍ୟକ୍ତି ହୋଇଥିବେ । ପ୍ରତ୍ୟେକଙ୍କର ଏଥିରେ ଯୋଗଦାନ ରହିଛି । ନିଜସ୍ୱ ଢ଼ଙ୍ଗରେ ଯୋଗଦାନ ରହିଛି । ଆଜି ଯେତେବେଳେ ପଚାଶ ବର୍ଷ ପାଳନ କରୁଛୁ ସେତେବେଳେ ପ୍ରତ୍ୟେକଙ୍କର ଯୋଗଦାନକୁ ଆମେ ହସି ହସି ସ୍ୱୀକାର କରିବା । ତାଙ୍କ ପ୍ରତି ନିଜର କୃତଜ୍ଞତା ଭାବ ଅଭିବ୍ୟକ୍ତ କରିବା । ପ୍ରତ୍ୟେକ ନିଜ ନିଜ ଢ଼ଙ୍ଗରେ ଏହି ବ୍ୟବସ୍ଥାରେ କିଛି ନା କିଛି ମୂଲ୍ୟଯୁକ୍ତ କରିଥିବେ । ପ୍ରତ୍ୟେକଙ୍କର କିଛି ନା କିଛି ସକରାତ୍ମକ ଯୋଗଦାନ ରହିଥିବ । ଆଉ ଏହି ସକରାତ୍ମକ ଯୋଗଦାନର ଛାପ ଅନୁଷ୍ଠାନର ପ୍ରତିଷ୍ଠାକୁ ବଢାଇ ଥାଏ । ଅନୁଷ୍ଠାନର ମହତ୍ୱକୁ ବଢାଇ ଥାଏ । ଆଉ ଦିନକୁ ଦିନ ପ୍ରତିଷ୍ଠାନର ଆବଶ୍ୟକତା ଅଧିକ ଅନୁଭୁତ ହୋଇଥାଏ । ମୋର ବିଶ୍ୱାସ ଅଛି ଯେ ଭାରତର ସମ୍ବିଧାନର ଆଲୋକରେ ଦେଶର ସାଧାରଣ ନାଗରିଙ୍କର ଆଶା, ଆକାଂକ୍ଷାକୁ ପୂର୍ଣ୍ଣ କରିବାରେ ଯାହା ପାଖରେ ଯାହା ଦାୟିତ୍ୱ ଅଛି । ତାକୁ ପୂରଣ କରିବାରେ ପୁରା ମାତ୍ରାରେ ପ୍ରୟାସ କରିବା ଦରକାର । ପ୍ରତ୍ୟେକଙ୍କୁ ଏହା କରିବା ଆବଶ୍ୟକ ।

ଆଜି ୩୧ ଅକ୍ଟୋବର ଦିଲ୍ଲୀ ହାଇକୋର୍ଟର ୫୦ ବର୍ଷ, ଆଜି ୩୧ ଅକ୍ଟୋବର ଭାରତର ଏକତା ପାଇଁ ଜୀବନ ଦେଇଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ମଧ୍ୟ ଜନ୍ମ ଜୟନ୍ତୀ । ମହାତ୍ମା ଗାନ୍ଧୀଙ୍କ ଅନନ୍ୟ ସହଯୋଗୀ ଭାବେ ଜନସାଧାରଣଙ୍କ ଅଧିକାର ପାଇଁ ଆନ୍ଦୋଳନ କରିବା ବଦଳରେ ସେ ଏକ ବାରିଷ୍ଟର ଭାବେ ଜୀବନ ବିତାଇ ପାରି ଥାଆନ୍ତେ । ସେ ବୋଧହୁଏ ଏହି ପରିବେଶରେ ମଧ୍ୟ ସର୍ବୋତ୍ତମ କ୍ୟାରିୟର ବା ଭବିଷ୍ୟତ ଗଢ଼ି ପାରିଥାଆନ୍ତେ । କିନ୍ତୁ ଦେଶର ଆବଶ୍ୟକତା ପାଇଁ ବାରିଷ୍ଟର ଭାବେ ଜୀବନ ବିତାଇବା ପରିବର୍ତ୍ତେ ଦେଶ ପାଇଁ ନିଜର ସବୁକିଛି ଜଳାଞ୍ଜଳି ଦେବାପାଇଁ ବାହାରି ପଡିଲେ । ସର୍ଦ୍ଦାର ସାହେବଙ୍କ ଏକ ବହୁତ ବଡ଼ ସେବା ଯାହା ଆଜି ମଧ୍ୟ ଦେଶ ମନେ ପକାଉଛି । ତାହା ହେଉଛି ସ୍ୱାଧୀନ ହିନ୍ଦୁସ୍ତାନର ଶାସନ ବ୍ୟବସ୍ଥାକୁ ଭାରତୀୟତାର ରୂପ ଦେବା । ଅଖିଳ ଭାରତୀୟ ପ୍ରଶାସନିକ ସେବା ଭଳି ବ୍ୟବସ୍ଥାକୁ ବିକଶିତ କରିବା । ତାଙ୍କର ଏକ ବହୁତ ବଡ଼ ଯୋଗଦାନ ମୁଁ ଏହା ମାନି ନେଇପାରେ । ଦେଶର ଏକତାର ପରିଦୃଶ୍ୟ ଥିଲା ଏବଂ ଆମେ ଦେଖି ପାରୁଛୁ କି ଭାରତ ଭଳି ବିବିଧତାରେ ପରିପୂର୍ଣ୍ଣ ଦେଶରେ ଅଖିଳ ଭାରତୀୟ ପ୍ରଶାସନିକ ସେବା ଭଳି ଏହି ବ୍ୟବସ୍ଥା ଯୋଗୁଁ କୌଣସି ନା କୌଣସି ମାତ୍ରାରେ ଏକ ସୁତା ଯୋଡି ହୋଇ ରହିଛି । ଏକ ସେତୁ ଭଳି ରହିଛି । ଆଉ ଜିଲ୍ଲାରେ ବସିଥିବା ଅଫିସର ମଧ୍ୟ, ତାହାର ଟ୍ରେନିଂ ଏପରି ହୁଏ ଯେ ସେ ରାଷ୍ଟ୍ରୀୟ ପରିବେଶରେ ସେଇ ଜିନିଷକୁ ତଉଲି ଥାଏ, ଭାବି ଥାଏ ଏବଂ ନିର୍ଣ୍ଣୟ ପ୍ରକ୍ରିୟାରେ ନିଜର ଭୁମିକା ତୁଲାଇଥାଏ । ଅଖିଳ ଭାରତୀୟ ପ୍ରଶାସନିକ ସେବାର ସ୍ୱପ୍ନକୁ ଭିନ୍ନ ଭିନ୍ନ ରୂପରେ ଦେଖାଗଲା ଧୀରେ ଧୀରେ କେତେ ବର୍ଗ ଯୋଡ଼ି ହୋଇଗଲେ ଏପରି ବ୍ୟବସ୍ଥା ପ୍ରତିଷ୍ଠା ହେଲା । ଏକ ଚର୍ଚ୍ଚାର ବିଷୟ ହେଲା । ଅଖିଳ ଭାରତୀୟ ଆଇନ ସେବା, ବିବାଦ ମଧ୍ୟରେ ରହିଛି । କିନ୍ତୁ ଲୋକତନ୍ତ୍ରର ଏହା ହେଉଛି ମୌଳିକ ପିଣ୍ଡ । ବାଦ, ବିବାଦ ଏବଂ ସମ୍ବାଦ । ଚର୍ଚ୍ଚା ହେବା ଦରକାର, ବିତର୍କ ହେବା ଦରକାର । ସର୍ଦ୍ଦାର ସାହେବ ଯେଉଁ ବ୍ୟବସ୍ଥାକୁ ପ୍ରତିଷ୍ଠା କରିଥିଲେ । ତାହାକୁ ବହୁତ ଲୋକ ଆଗକୁ ବଢାଇଥିଲେ । ଏଠାରେ ଏଭଳି ଏପରି ଲୋକ ବସିଛନ୍ତି, ହୋଇପାରେ ଏପରି ମନ୍ଥନ ହେଉ । କିନ୍ତୁ ଆମେ ସବୁ ଏଥିରେ ଅଧିକ କିଛି ଯୋଗଦାନ କରି ପାରିବା ନାହିଁ ଏବଂ ଆମେ କଲେ ମଧ୍ୟ କିଛି ଲାଭ ହେବ ନାହିଁ । କିନ୍ତୁ ଏଠାରେ ଯେଉଁ ଲୋକ ବସିଛନ୍ତି ସେମାନେ ବହୁତ କିଛି ଯୋଗଦାନ କରି ପାରିବେ । ଏହି ଦେଶରେ ଦଳିତ, ପୀଡିତ, ଶେଷିତ, ବଞ୍ଚିତ, ଗରିବ, ଉପେକ୍ଷିତ, ସମାଜର ସବୁଠାରୁ ତଳ ସ୍ତରରୁ ଆସିଥିବା ବ୍ୟକ୍ତି, କ’ଣ ତାକୁ ମଧ୍ୟ ଏହି ବ୍ୟବସ୍ଥାରେ ଆସିବାକୁ ଅବସର ମିଳିପାରିବ କି? ଏପରି କିଛି ନୂଆ ବ୍ୟବସ୍ଥା ହୋଇ ପାରିବ କି? କାରଣ ଏବେ ପୂର୍ବର ଯୁଗ ଅପେକ୍ଷା ନ୍ୟାୟ କ୍ଷେତ୍ରର ସୀମା ଗୋଟିଏ ପଟେ ଏତେ ବିସ୍ତୃତ ହୋଇ ଯାଇଛି, ଏତେ ବିଶ୍ୱସ୍ତରୀୟ ହୋଇଯାଇଛି ଯେ ସମ୍ଭବତଃ ବିଗତ ତିରିଶ ବର୍ଷ ପୂର୍ବରୁ କେହି ଏହା ଭାବି ନ ଥିବେ । ଆଜି ତାହାର ପରିସର ବହୁତ ବଢି ଯାଇଛି, କାହିଁକି କେମିତି ଓ କିଭଳି ସମସ୍ୟା ଅଦାଲତ ଆଗରେ ଠିଆ ହେଉଛି, ଅଦାଲତ ପାଇଁ ମଧ୍ୟ ପ୍ରଶ୍ନ ସୃଷ୍ଟି ହେଉଛି, ଆରେ ଭାଇ ଏଇ ବିଷୟ କେଉଁଠୁ ଆସିଛି ଏବଂ ଏହାର କ’ଣ ପୃଷ୍ଠଭୂମି ରହିଛି । ଏହାର ପକ୍ଷ କ’ଣ ରହିଛି । ଯେଉଁଭଳି ଭାବରେ ଟେକ୍ନୋଲୋଜି ଦୁନିଆରେ ନିଜର ସ୍ଥାନ ସୃଷ୍ଟି କରିଛି ତ’ ବହୁତ ବଡ ବାଧାବିଘ୍ନ ରହିଛି । କିନ୍ତୁ ବାଧାବିଘ୍ନକୁ ଡରି ପଳାଇବା ମଣିଷର ସ୍ୱଭାବ ନୁହେଁ । ବାଧାବିଘ୍ନରୁ ରାସ୍ତା ଖୋଜିବା, ସାମର୍ଥ୍ୟ ବଢାଇବା, ଯଦି ଟେକ୍ନୋଲଜିର ଆବଶ୍ୟକତା ରହିଛି ତ, ତାକୁ ଯୋଡିବା । ଆଜି ଯେତେବେଳେ ଆମେ ଏହି ବ୍ୟବସ୍ଥାର ପଚାଶ ବର୍ଷ ପାଳନ କରୁଛୁ ପଚାଶ ବର୍ଷର ଅନୁଭବକୁ ଆଧାର କରି ଆମେ ଆଗାମୀ ଦିନର ମାର୍ଗ କ’ଣ ହେବ ତାହା ପ୍ରସ୍ତୁତ କରି ପାରିବା କି? ଆଉ ମିଳି ମିଶି ତିଆରି କରିବାକୁ ପଡିବ । କୌଣସି ଗୋଟିଏ ଜାଗାରୁ ଏହି ଜିନିଷ ହୋଇ ପାରିବ ନାହିଁ । କିନ୍ତୁ ଏହି ଦେଶ ପାଖରେ ସାମର୍ଥ୍ୟ ରହିଛି, ହୋଇ ପାରିବ । ଏପରି ନୁହେଁ ଯେ ହୋଇ ପାରିବ ନାହିଁ । ରାସ୍ତା ଖୋଜା ଯାଇ ପାରିବ । ଆଉ ଖୋଜିବା ପାଇଁ ଅନବରତ ପ୍ରୟାସ ମଧ୍ୟ ଚାଲୁ ରହିବା ଦରକାର । କୌଣସି ଜିନିଷ ପାଇଁ ଦ୍ୱାର ବନ୍ଦ କରାଯାଇ ପାରିବ ନାହିଁ । ଆଉ ତେବେ ଯାଇ ପରିବର୍ତ୍ତନ ସମ୍ଭବ ହୋଇଥାଏ ।

ଏକଥା ସତ ଯେ, ଅଦାଲତ ଗୁଡିକରେ ଯେଉଁ ଲୋକମାନେ ବସିଛନ୍ତି ସେମାନଙ୍କର ପ୍ରୟାସ ଓ ଅବଦାନରେ ବିକଳ୍ପ କାର୍ଯ୍ୟ ପ୍ରଣାଳୀକୁ ଶକ୍ତି ମିଳିଯାଇଛି । ଗରିବମାନେ ସେଠାକୁ ଯାଉଛନ୍ତି । ସେମାନଙ୍କୁ ଆତ୍ମ ସନ୍ତୋଷ ମିଳୁଛି । ଚାଲ ଭାଇ, ମତେ ନ୍ୟାୟ ମିଳିଗଲା ଦିଲ୍ଲୀ ହାଇକୋର୍ଟର ବିଚାର ରିପୋର୍ଟ ଆମେ ଦେଖିଲୁ ହିନ୍ଦୁସ୍ତାନର ସବୁ ଜାଗାରେ, ଆଉ ମୁଁ ଦେଖିଲି ସେଥିରେ ବାହାରର ମଧ୍ୟ ଯୋଗଦାନ ରହିଛି । ନ୍ୟାୟପାଳିକାରେ ବସିଥିବା ଲୋକମାନଙ୍କର ମଧ୍ୟ ଯୋଗଦାନ ରହିଛି । ଆଉ ସେମାନେ ନିଜ କାମ ସମୟକୁ ଛାଡି, ନିଜ ବ୍ୟକ୍ତିଗତ ସମୟରୁ କିଛି ସମୟ ବାହାର କରି ଏହି କାମକୁ କରୁ ଅଛନ୍ତି । ଆଉ ଏହି କାରଣରୁ ଗରିବ ଲୋକମାନଙ୍କୁ ମଧ୍ୟ ବହୁତ ଲାଭ ହେଉଛି । ଏକ ସଚେତନତା ମଧ୍ୟ ଆସିବ କିନ୍ତୁ ସଚେତନତାକୁ ଆମକୁ ଆଉ ଅଧିକ ବଢାଇବାକୁ ପଡିବ । ସାଧାରଣ ମାନବକୁ ଶିକ୍ଷିତ କରିବାକୁ ହେବ । ଯେତେ ଅଧିକ ଶିକ୍ଷିତ କରି ପାରିବା ସେତେ ଅଧିକ ଲାଭ ହେବ । ଅଧିକାଂଶ ନ୍ୟାୟପାଳିକାରେ ଅଧିକରୁ ଅଧିକ ସମୟ ଆମ ଲୋକଙ୍କ ମଧ୍ୟରେ ବିତିଥାଏ । ଅର୍ଥାତ ମୋଦୀ ନୁହେଁ, ସରକାର ହିଁ ହୋଇଥାଏ ସବୁଠାରୁ ବଡ଼ ବିବାଦଯୁକ୍ତ । ପ୍ରତ୍ୟେକଟି ମାମଲାରେ ସରକାରଙ୍କୁ ଟଣା ଯାଇଥାଏ । ମୁଁ କେବେ ମୋ ସରକାରର ଲୋକଙ୍କୁ କହେ ଭାଇ ଜଣେ ଶିକ୍ଷକ ନିଜର ହକ୍ ପାଇଁ କୋର୍ଟକୁ ଗଲା କୋର୍ଟରେ ତାକୁ ନ୍ୟାୟ ମିଳିଲା ସେ ଜିତି ଗଲା । ସେହି ପ୍ରକାରର ଦଶ ହଜାର ଶିକ୍ଷକଙ୍କର ମାମଲା ପଡି ରହିଛି । ତାହାକୁ ଆଧାର କରି ଦଶ ହଜାର ମାମଲାକୁ ଶେଷ କରନ୍ତୁ ନା । ଆପଣ ନ୍ୟାୟପାଳିକାର ବୋଝ କାହିଁକି ବଢାଉଛନ୍ତି । କିନ୍ତୁ ଜଣା ନାହିଁ କାହିଁକି ସେମାନଙ୍କ ମୁଣ୍ଡକୁ ଏହି କଥା ଆସୁ ନାହିଁ । ତାଙ୍କୁ ଲାଗୁଛି କି ନାହିଁ ସାହେବ ତାହା ବ୍ୟକ୍ତିଗତ ମାମଲା ଥିଲା । ଆଉ ଆଇନର ପରିସର ମଧ୍ୟରେ ବ୍ୟକ୍ତିଗତ ମାମାଲାରେ ଆମେ କାହାକୁ ଖଞ୍ଜି ପାରିବୁ ନାହିଁ । ଜଣା ନାହିଁ ମୁଁ ଏତେ ସବୁ ବିଷୟରେ ନିର୍ଦ୍ଧିଷ୍ଟ ଭାବେ ଜାଣି ନାହିଁ କିନ୍ତୁ ମୁଁ ବୁଝି ପାରୁଛି ଯେ, ଭାଇ ଆମେ ଏଇ ବୋଝକୁ କିପରି କମ୍ କରିବା । ଦ୍ୱିତୀୟରେ ମୁଁ ଦେଖିଲି, ବୋଧହୁଏ ଆଜିଠାରୁ ପଚିଶ-ତିରିଶ ବର୍ଷ ତଳେ ରାଜନୀତି ଏଭଳି ମିଡିଆ ଅଭିମୁଖୀ ନ ଥିଲା । ଆଉ ଏହି କାରଣରୁ ସଂସଦରେ ଯେଉଁ ଆଲୋଚନା ହେଉଥିଲା ମୁଖ୍ୟତଃ ଆଇନ ତିଆରି ପାଇଁ, ତାହା ଏକ ସମ୍ବିଧାନକୁ ଦୃଷ୍ଟିରେ ରଖି, ଆଉ ଭବିଷ୍ୟତ ପାଇଁ ଉପକାରୀ ଏବଂ ଜନସାଧାରଣଙ୍କୁ ସୁବିଧା ହେଲା ଭଳି ଏମିତି କିଛି ସୁବିଧା ବିକଶିତ କରିବା ଦିଗରେ ଆଇନର ଚର୍ଚ୍ଚାର ପରିସର ରହୁଥିଲା । ଆଜି ଆମେ ଯେବେ ସଂସଦରେ ଚର୍ଚ୍ଚା କରୁ ତାହାର ସ୍ୱରୂପ ଗୋଟିଏ ହୋଇଥାଏ । କେଉଁ ସରକାର ଆଣିଛି । କାହା ଆଧାରରେ ନିର୍ଣ୍ଣୟ ହେବ କି ବିରୋଧୀ କ’ଣ କହିବେ । ଯଦି ଆମେ ସେଠି ବସିବା ତ, ଆମେ କ’ଣ କହିବା । ଆମେ ଏଠି ବସିବା ତ ସେମାନେ ଅଲଗା କିଛି କହିବେ । ଏହି ଅବସ୍ଥା ହେଉଛି ଆମର । ସ୍ଥାୟୀ କିମିଟିକୁ ମାମଲା ଯାଏ ତ, ତାହା ମିଡିଆରେ ରିପୋର୍ଟ ହୋଇ ନ ଥାଏ । ସେଠାରେ ସମସ୍ତେ ମିଳିମିଶି ନିର୍ଣ୍ଣୟ କରିବେ ଯେ ଦେଖ ଭାଇ କେମିତି କରିବା । ସମୟର ଆବଶ୍ୟକତା ଏହିକି ଯେ, ବିଧି ନିର୍ମାତାମାନେ ଆଇନ ତିଆରି କଲାବେଳେ ଏତେସବୁ ନିର୍ଦ୍ଧିଷ୍ଟ ଦିଗକୁ ଯାଇ ସେଥିରେ ନିଜର ତୀକ୍ଷ୍ଣ ମତ ଦିଅନ୍ତୁ । ଆଉ ଯେତେ ଭଲ ଆଇନ ଆମେ ତିଆରି କରି ପାରିବା ବୋଧହୁଏ ସେତେ ଅଧିକ ଆମେ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସେବା କରି ପାରିବା । ଆଉ ଏହାର ଦାୟିତ୍ୱ ନିର୍ବାଚିତ ସରକାରର ହେବ । ଆମମାନଙ୍କର ହେବ । ମୁଁ ଦେଖେ ଆଜିକାଲି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟକୁ ପ୍ରତିଭାବାନ ପିଲାମାନେ ପଢିବାକୁ ଆସୁଛନ୍ତି । ଆଗରୁ ତ, ସେମାନେ ସାଧାରଣ କଲେଜରେ ପଢୁଥିଲେ ଆଉ ପରେ ଆଇନ ପଢିବାକୁ ଯାଉଥିଲେ । ଏବେ ଏହାକୁ ଏକ ବୃତ୍ତି ଭାବେ ସ୍ୱୀକାର କଲେଣି । ଏହା ଦେଖାଯାଉଛି କି ବହୁ ପ୍ରତିଭାବାନ ଯୁବକ ଏହି ବିଶ୍ୱବିଦ୍ୟାଳୟରୁ ବାହାରୁଛନ୍ତି । ସେଥିରେ ଯେତେ ଡ୍ରାଫ୍ଟିଂ ଦକ୍ଷତାର ପରିସର ଆମେ ତିଆରି କରିବା । ଆଉ ସେହି ଡ୍ରାଫ୍ଟିଂ ଦକ୍ଷତା ସ୍ତରରେ ଆମକୁ ଭଲ ଇନପୁଟ ମିଳିବ । ଆଉ ଆମେ ଭଲ ଆଇନ ତିଆରି କରି ପାରିବା । ଆଇନରେ ପରିବର୍ତ୍ତନ ଆଣିବାକୁ ହେଲେ ସେହି ପରିସରରେ ଆଣିବାକୁ ହେବ । ତ, ପକ୍ଷପାତିତା କିମ୍ବା ଜବାବ ସୁଆଲର ସୁଯୋଗ କମିଯିବ । ଶୂନ୍ୟ କରିବା ତ କଷ୍ଟକର ହେବ କିନ୍ତୁ କ୍ଷୁଦ୍ର ହୋଇଯିବ । ଆଉ ଯେବେ ଜବାବ ସୁଆଲ କିମ୍ବା ପକ୍ଷପାତିତାର ସୁଯୋଗ କ୍ଷୁଦ୍ର ହୋଇଯିବ । ତେବେ ମନକୁ ମନ କଳା ଏବଂ ଧଳା ପଢି ସେ ନିର୍ଦ୍ଧିଷ୍ଟ କରି କହିବ କି ହଁ ଏହା ମୋର ହକ୍ ଅଟେ, ଇଏ ମୋତେ ନିଶ୍ଚିତ ମିଳିବ । ଦ୍ୱନ୍ଦ ସୃଷ୍ଟି ହେବ ନାହିଁ । କିନ୍ତୁ ଏହି ଶୂନ୍ୟତା ଆଜି ମଧ୍ୟ ଅନୁଭବ ହେଉଛି । ଏହାକୁ ପୁର୍ଣ୍ଣ କରିବାକୁ ହେବ । ଆମ ସମସ୍ତଙ୍କୁ ମିଳିମିଶି କରିବାକୁ ହେବ । ଯଦି ଆମେ ଏହାକୁ କରିପାରିବା ତ, ଦେଶ ସେବା ଅଧିକ ଭଲ ଭାବରେ କରି ପାରିବା । ମୁଁ ଏହି ସୁବର୍ଣ୍ଣ ଜୟନ୍ତୀ ଅବସରରେ ଦିଲ୍ଳୀ ବାର୍ ର ସେହି ସମସ୍ତ ମହାନୁଭବଙ୍କୁ ଅଭିନନ୍ଦନ ଜଣାଉଛି ଯେଉଁମାନେ ଏଥିରେ ଯୋଗଦାନ କରିଛନ୍ତି । ବହୁତ ବିଚାରପତି ଏଠାରେ ଅଛନ୍ତି ଯାହାଙ୍କର ସେବା ଏହି କୋର୍ଟକୁ ମିଳିଥିବ । ସେମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି । ଆଉ ଭାରତର ନ୍ୟାୟ ବ୍ୟବସ୍ଥାରେ, ଶତାବ୍ଦୀ ଶତାବ୍ଦୀ ଧରି ଏହାର ଏକ ଶ୍ରଦ୍ଧାପୂର୍ଣ୍ଣ ସ୍ଥାନ ରହିଛି । ହଜାର ହଜାର ବର୍ଷ ଧରି ଆମେ ଶୁଣି ଆସିଛୁ, ଶାସ୍ତ୍ରରେ ପଢିଛୁ ଏକ ଶ୍ରଦ୍ଧାପୂର୍ଣ୍ଣ ସ୍ଥାନ । ସେହି ଶ୍ରଦ୍ଧାପୂର୍ବକ ସ୍ଥାନକୁ କ୍ଷତ ନ ପହଞ୍ଚୁ । ତାହାର ଗୌରବ ବଢୁ । ତାହାର ସାମର୍ଥ୍ୟ ବଢୁ । ସେଥିପାଇଁ ଯିଏ ଯେଉଁଠି ମଧ୍ୟ ରହିଛନ୍ତି ସମସ୍ତଙ୍କୁ ନିଜ ନିଜର ଦାୟିତ୍ୱ ତୁଲାଇବାକୁ ହେବ । ସରକାରରେ ବସିଥିବା ଲୋକମାନଙ୍କୁ ବିଶେଷ ଭାବେ ତୁଲାଇବାକୁ ହେବ । ଆଉ ମୋର ବିଶ୍ୱାସ ଆମେ ଦିନେ ଏହାକୁ କରି ଦେଖାଇବା । ଫଳାଫଳ ନିଶ୍ଚିତ ଆଣିବା ।

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EPFO settles 8.3 crore claims in FY26; cheque leaf upload reform benefits 7 crore members, says govt

Media Coverage

EPFO settles 8.3 crore claims in FY26; cheque leaf upload reform benefits 7 crore members, says govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi receives a telephone call from the US Vice President
August 08, 2026
PM and Vice President Vance review progress in the India-U.S. Strategic Partnership.
PM and Vice President Vance exchange views on regional and global developments.
PM warmly congratulates Vice President Vance and Ms. Usha Vance on the birth of their son.

Prime Minister Shri Narendra Modi received a telephone call today from the Vice President of the United States, Mr. J.D. Vance.

Prime Minister and Vice President Vance reviewed progress in the India-U.S. Comprehensive Global Strategic Partnership. They noted the sustained momentum in the high-level engagements and reaffirmed their commitment to further strengthening cooperation in trade, defence, critical and emerging technologies, energy security and critical minerals.

They also exchanged views on regional and global developments of mutual interest.

Prime Minister warmly congratulated Vice President Vance and Ms. Usha Vance on the birth of their son and conveyed best wishes to the family.