"ଭୂମି ପୁନରୁଦ୍ଧାର ସମେତ ବହୁମୁଖୀ ପ୍ରୟୋଗ ପାଇଁ ରିମୋଟ ସେନ୍ସିଂ ଓ ମହାକାଶ ପ୍ରଯୁକ୍ତିର ଉପଯୋଗ କରିବା ଭାରତ ପାଇଁ ଗୌରବର ବିଷୟ : ପ୍ରଧାନମନ୍ତ୍ରୀ ମୋଦୀ "
" ପ୍ରତି ଜଳ ବିନ୍ଦୁ ପିଛା ଅଧିକ ଫସଲର ଲକ୍ଷ୍ୟ ନେଇ ଆମେ କାର୍ଯ୍ୟ କରୁଛୁ । ଅନୁରୂପ ଭାବେ ଆମେ ଶୂନ ଖର୍ଚ୍ଚରେ ପ୍ରାକୃତିକ କୃଷି ଉପରେ ଗୁରୁତ୍ୱାରୋପ କରୁଛୁ :ପ୍ରଧାନମନ୍ତ୍ରୀ ମୋଦୀ "
ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ଏବଂ ଭୂକ୍ଷରଣ ପ୍ରସଙ୍ଗର ମୁକାବିଲା ଲାଗି ବ୍ୟାପକ ଦକ୍ଷିଣ-ଦକ୍ଷିଣ ସହଯୋଗ ନିମନ୍ତେ ପ୍ରସ୍ତାବ ଦେବା ଲାଗି ଭାରତ ଆନନ୍ଦର ସହ ଆଗେଇ ଆସିବ : ପ୍ରଧାନମନ୍ତ୍ରୀ ମୋଦୀ

ଅନୁର୍ବରତା ସମସ୍ୟାର ମୁକାବିଲା ଲାଗି ମିଳିତ ଜାତିସଂଘ ସମ୍ମେଳନର 14ତମ କନଫରେନ୍ସ ଅଫ ପାର୍ଟିଜ (ସିଓପି-14) ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଆସିଥିବା ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ସ୍ୱାଗତ ଜଣାଉଛି । ଭାରତକୁ ଏହି ସମ୍ମେଳନ ଆଣିବା ଲାଗି ମୁଁ କାର୍ଯ୍ୟନିର୍ବାହୀ ସଚିବ ମିଃ ଇବ୍ରାହିମ ଜିଓଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ଏହି ସମ୍ମିଳନୀରେ ରେକର୍ଡ ସଂଖ୍ୟକ ପଞ୍ଜିକରଣ, ଭୂମି କ୍ଷରଣ ସମସ୍ୟାର ମୁକାବିଲା ଲାଗି ବୈଶ୍ୱିକ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି ।

ଦୁଇ ବର୍ଷର କାର୍ଯ୍ୟକାଳ ପାଇଁ ସହଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିବା କାରଣରୁ ଭାରତ ଏ ଦିଗରେ ପ୍ରଭାବୀ ଯୋଗଦାନ ଦେବାକୁ ଚାହୁଁଛି ।

ବନ୍ଧୁଗଣ, ପ୍ରାଚୀନ କାଳରୁ ଆମେ ଭାରତରେ ଭୂମିକୁ ଉଚ୍ଚ ମାନ୍ୟତା ଦେଇ ଆସିଛୁ । ଭାରତୀୟ ସଂସ୍କୃତିରେ ପୃଥବୀକୁ ପବିତ୍ର ଏବଂ ମା’ ସମାନ ମର୍ଯ୍ୟାଦା ଦିଆଯାଇଥାଏ ।

ସକାଳୁ ବିଛଣାରୁ ଉଠିବା ପରେ ଭୂମିରେ ପାଦ ଥାପିବାକୁ ପଡ଼ୁଥିବା କାରଣରୁ ଆମେ ଧରିତ୍ରୀ ମାତାଙ୍କ ଠାରୁ କ୍ଷମା ପ୍ରାର୍ଥନା କରିଥାଉ-

ସମୁଦ୍ର-ବସନେ ଦେବୀ ପର୍ବତ-ସ୍ତନ-ମଣ୍ଡଳେ

ବିଷ୍ଣୁ-ପତ୍ନୀ ନମସ୍ତୁଭ୍ୟମ ପାଦ-ସ୍ପର୍ଶ କ୍ଷମସ୍ୱ ମେ । ।

ବନ୍ଧୁଗଣ, ଜଳବାୟୁ ଏବଂ ପରିବେଶର ପ୍ରଭାବ ଉଭୟ ଜୈବ ବିବିଧତା ଏବଂ ଭୂମି ଉପରେ ପଡ଼ିଥାଏ । ସମଗ୍ର ବିଶ୍ୱ ଜଳବାୟୁ ପରବର୍ତ୍ତନର ନକାରାତ୍ମକ ପ୍ରଭାବ ଭୋଗୁଥିବା ସମସ୍ତେ ସ୍ୱୀକାର କଲେଣି । ଜଳବାୟୁ ପରିବର୍ତ୍ତନ ଯୋଗୁ ବିଭିନ୍ନ ପ୍ରକାରର ଭୂକ୍ଷରଣ ଯଥା ସମୁଦ୍ର ଜଳପତନ ବୃଦ୍ଧି, ଉଚ୍ଚ ଢେଉ ଉଠିବା,  ଅନିୟମିତ ଝଡ଼ବର୍ଷା, ତାପମାତ୍ରା ବୃଦ୍ଧି କାରଣରୁ ବାଲିଝଡ଼ ଭଳି ସମସ୍ୟା ଭୋଗୁଛି ।

ଭାଇ ଓ ଭଉଣୀମାନେ, ଭାରତ ସମସ୍ତ ତିନୋଟି ସମ୍ମେଳନ ପାଇଁ ସିଓପି ଜରିଆରେ ବୈଶ୍ୱିକ ସମ୍ମିଳନୀର ଆୟୋଜନ କରୁଛି । ରିଓ ସମ୍ମେଳନର ସମସ୍ତ ତିନୋଟି ପ୍ରମୁଖ ସମସ୍ୟାର ମୁକାବିଲା କରିବା ଲାଗି ଆମର ପ୍ରତିବଦ୍ଧତାକୁ ଏହା ବ୍ୟକ୍ତ କରୁଛି ।

ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ଏବଂ ଭୂକ୍ଷରଣ ପ୍ରସଙ୍ଗର ମୁକାବିଲା ଲାଗି ବ୍ୟାପକ ଦକ୍ଷିଣ-ଦକ୍ଷିଣ ସହଯୋଗ ନିମନ୍ତେ ପ୍ରସ୍ତାବ ଦେବା ଲାଗି ଭାରତ ଆନନ୍ଦର ସହ ଆଗେଇ ଆସିବ ।

ବନ୍ଧୁଗଣ ଆପଣମାନେ ଜାଣି ଆଚମ୍ବିତ ହେବେ ଯେ ଅନୁର୍ବରତା ସମସ୍ୟାରେ ବିଶ୍ୱର ଦୁଇ ତୃତୀୟାଂଶ ରାଷ୍ଟ୍ର ପ୍ରଭାବିତ ହେଉଛନ୍ତି । ତେଣୁ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏଥିସହିତ ପୃଥବୀରେ ଦେଖାଦେଇଥିବା ଜଳ ସଂକଟର ସମାଧାନ ମଧ୍ୟ ଜରୁରି । କାରଣ ଆମେ ଭୂକ୍ଷରଣ ସମସ୍ୟାର ମୁକାବିଲା କରିବା ସମୟରେ ଜଳ ସଂକଟର ସମାଧାନ ପ୍ରସଙ୍ଗ ମଧ୍ୟ ଆଗକୁ ଆସିଥାଏ ।

ଜଳଯୋଗାଣରେ ବୃଦ୍ଧି, ଜଳଧାରଣ କ୍ଷମତା ବୃଦ୍ଧି, ଜଳ ଅପଚୟ ରୋକିବା ଏବଂ ମୃର୍ତ୍ତିକାରେ ଆର୍ଦ୍ରତା ବଜାୟ ରଖିବା ଆଦି ସାମଗ୍ରୀକ ଭୂମି ଓ ଜଳ ରଣନୀତିର ଅଂଶବିଶେଷ । ଭୂମି କ୍ଷରଣ ନିରାକରଣ ରଣନୀତିର କେନ୍ଦ୍ରରେ ଏକ ବୈଶ୍ୱିକ ଜଳ ସଂରକ୍ଷଣ ଏଜେଣ୍ଡା ସୃଷ୍ଟି କରିବା ଲାଗି ମୁଁ ୟୁଏନସିସିଡି ନେତୃବର୍ଗଙ୍କୁ ଆହ୍ୱାନ କରୁଛି ।

ବନ୍ଧୁଗଣ, ସ୍ଥାୟୀ ବିକାଶ ଲାଗି ମୃର୍ତ୍ତିକା ସ୍ୱାସ୍ଥ୍ୟର ପୁନରୁଦ୍ଧାର ଅତ୍ୟନ୍ତ ଜରୁରି । ୟୁଏନଏଫସିସିସି ଠାରେ ପ୍ୟାରିସ ସିଓପିରେ ଭାରତ ଦେଇଥିବା ସଂକେତକୁ ମୁଁ ମନେ ପକାଇଦେବାକୁ ଚାହେଁ ।

ଭୂମି, ଜଳ, ବାୟୁ, ବୃକ୍ଷ ଏବଂ ସମସ୍ତ ଜୀବଜଗତ ମଧ୍ୟରେ ସୁସ୍ଥ ସନ୍ତୁଳନ ବଜାୟ ରଖିବା ଲାଗି ଭାରତର ଗଭୀର ସାଂସ୍କୃତିକ ମୂଳଦୁଆ ଉପରେ ଏଥିରେ ଆଲୋକପାତ କରାଯାଇଥିଲା । ବନ୍ଧୁଗଣ, ଆପଣମାନେ ଜାଣି ଖୁସି ହେବେ ଯେ ଭାରତ ନିଜ ଭୂଖଣ୍ଡରେ ବୃକ୍ଷର ଘନତ୍ୱ ବୃଦ୍ଧି କରିବାରେ ସଫଳ ହୋଇଛି । 2015ରୁ 2017 ମଧ୍ୟରେ ଭାରତର ବୃକ୍ଷ ଏବଂ ଜଙ୍ଗଲ ଘନତ୍ୱ 0.8 ହେକ୍ଟର ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

ଭାରତରେ କୌଣସି ବିକାଶମୂଳକ ଉଦ୍ଦେଶ୍ୟ ପାଇଁ ଜଙ୍ଗଲ ଜମି ପରିବର୍ତ୍ତନ କରିବାକୁ ହେଲେ କ୍ଷତିପୂରଣ ଆକାରରେ ବନୀକରଣ ଲାଗି ସମାନ ପରିମାଣର ଜମି ବିକଶିତ କରିବାକୁ ହୋଇଥାଏ । ଏଥିସହିତ ନଷ୍ଟ ହୋଇଥିବା ବୃକ୍ଷ ପାଇଁ ଆର୍ଥିକ କ୍ଷତିପୂରଣ ଦେବାକୁ ପଡ଼ିଥାଏ । ଏହି ଅର୍ଥ ଉକ୍ତ ଜମିରେ ଜଙ୍ଗଲ ସୃଷ୍ଟି ପାଇଁ ବିନିଯୋଗ ହୋଇଥାଏ ।

ମୁଁ ଆପଣମାନଙ୍କୁ ଆନନ୍ଦର ସହ ଏହି ସୂଚନା ଦେବାକୁ ଚାହେଁ ଯେ ପାଖାପାଖି 6 ବିଲିୟନ ଆମେରିକୀୟ ଡଲାର, ଅର୍ଥାତ 40ରୁ 50 ହଜାର କୋଟି ଟଙ୍କା ଏପରି ପରିବର୍ତ୍ତିତ ଜଙ୍ଗଲ ଜମିରେ ବନୀକରଣ ଲାଗି ରାଜ୍ୟ ସରକାରଗୁଡ଼ିକୁ ଯୋଗାଇ ଦିଆଯାଇଛି ।

ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଫସଲ ଉତ୍ପାଦନ ବଢ଼ାଇ କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ମୋ ସରକାର ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏଥି ମଧ୍ୟରେ ସାମିଲ ରହିଛି ଭୂମି ପୁନରୁଦ୍ଧାର ଏବଂ କ୍ଷୁଦ୍ର ଜଳସେଚନ । ପ୍ରତି ଜଳ ବିନ୍ଦୁ ପିଛା ଅଧିକ ଫସଲର ଲକ୍ଷ୍ୟ ନେଇ ଆମେ କାର୍ଯ୍ୟ କରୁଛୁ । ଅନୁରୂପ ଭାବେ ଆମେ ଶୂନ ଖର୍ଚ୍ଚରେ ପ୍ରାକୃତିକ କୃଷି ଉପରେ ଗୁରୁତ୍ୱାରୋପ କରୁଛୁ । ମୃର୍ତ୍ତିକାର ମାନ ପରୀକ୍ଷଣ କରିବା ଲାଗି ଆମେ ଏକ ଯୋଜନା ଆରମ୍ଭ କରିଛୁ ଏବଂ କୃଷକମାନଙ୍କୁ ମୃର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଗାଇ ଦେଉଛୁ । ଏହା ସେମାନଙ୍କୁ ସଠିକ ପ୍ରକାରର ଫସଲ, ସାର ଏବଂ ଉପଯୁକ୍ତ ପରିମାଣର ଜଳ ଯୋଗାଣ ପାଇଁ ସକ୍ଷମ କରୁଛି । ବର୍ତ୍ତମାନ ସୁଦ୍ଧା ପାଖାପାଖି 217 ମିଲିୟନ ମୃର୍ତ୍ତିକା ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କରାଯାଇସାରିଲାଣି । ଆମେ ଅଧିକ ଜୈବିକ ସାର ଉପଯୋଗ କରୁଛୁ ଏବଂ କୀଟନାଶକ ଓ ରାସାୟନିକ ସାର ଉପଯୋଗ ହ୍ରାସ କରିଛୁ ।

ଜଳ ପରିଚାଳନା ହେଉଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଆମେ ସାମଗ୍ରୀକ ଭାବେ ଜଳ ସଂକଟ ସମସ୍ୟାର ମୁକାବିଲା ଲାଗି ଜଳ ଶକ୍ତି ମନ୍ତ୍ରଣାଳୟ ଗଠନ କରିଛୁ । ସମସ୍ତ ପ୍ରକାରର ଜଳର ମୂଲ୍ୟକୁ ବିବେଚନା କରି ଆମେ ବହୁ ଶିଳ୍ପ ପ୍ରକ୍ରିୟାରେ ଶୂନ୍ୟ ବର୍ଜ୍ୟଜଳ ନିଷ୍କାସନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛୁ । ନିୟନ୍ତ୍ରିତ ବ୍ୟବସ୍ଥା ଦ୍ୱାରା ବର୍ଜ୍ୟ ଜଳ ନିଷ୍କାସନ ଏପରି ଭାବେ ହେଉଛି ଯେ ଜଳ ଜୀବନକୁ ଆଦୌ ହାନି ନପହଁଚାଇ ଏହାକୁ ପୁଣିଥରେ ନଦୀକୁ ଛଡ଼ାଯାଇପାରୁଛି । ବନ୍ଧୁଗଣ, ଭୂମି କ୍ଷରଣର ଆଉ ଏକ ଦିଗ ଉପରେ ମୁଁ ଆପଣମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି । ଏହା ଯଦି ରୋକାନଯାଏ ତା’ହେଲେ ଆଉ ପଛକୁ ଫେରିହେବ ନାହିଁ । ଏହି ସମସ୍ୟା ହେଉଛି ପ୍ଲାଷ୍ଟିକ ଆବର୍ଜନା । ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇବା ସହିତ ଏହା ଭୂମିର ଉତ୍ପାଦନ କ୍ଷମତା ନଷ୍ଟ କରି କୃଷି ଅନୁପଯୋଗୀ କରି ଦେଇଥାଏ ।

ଆଗାମୀ କିଛି ବର୍ଷ ମଧ୍ୟରେ ଥରେ ବ୍ୟବହୃତ ହୋଇପାରୁଥିବା ପ୍ଲାଷ୍ଟିକ ଆବର୍ଜନା ଭାରତରେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବା ଲାଗି ମୋ ସରକାର ଘୋଷଣା କରିଛନ୍ତି । ପରିବେଶ ଅନୁକୂଳ ଉପାଦାନର ବିକାଶ ଏବଂ ଏକ ଦକ୍ଷ ପ୍ଲାଷ୍ଟିକ ସଂଗ୍ରହ ଓ ନଷ୍ଟ ପ୍ରକ୍ରିୟା ବିକଶିତ କରିବା ଲାଗି ଆମେ ସଂକଳ୍ପବଦ୍ଧ ।

ମୁଁ ବିଶ୍ୱାସ କରେ ଯେ ଥରେ ବ୍ୟବହୃତ ହୋଇପାରୁଥିବା ପ୍ଲାଷ୍ଟିକକୁ ସାରା ବିଶ୍ୱରେ ବର୍ଜନ କରିବାର ସମୟ ଆସି ପହଁଚିଛି ।

ବନ୍ଧୁଗଣ, ପରିବେଶର ସ୍ଥିତି ସହିତ ମାନବ ସଶକ୍ତିକରଣ ନିବିଡ଼ ଭାବେ ଜଡ଼ିତ । ଜଳସମ୍ପଦର ସୁବିନିଯୋଗ ହେଉ କିମ୍ବା ଥରେ ବ୍ୟବହୃତ ହୋଇପାରୁଥିବା ପ୍ଲାଷ୍ଟିକର ଉପଯୋଗ ବନ୍ଦ କରିବା ହେଉ, ଏସବୁ ପାଇଁ ଅଭ୍ୟାସ ପରିବର୍ତ୍ତନର ଆବଶ୍ୟକତା ରହିଛି । ସମାଜର ସବୁବର୍ଗ କିଛି ହାସଲ କରିବାକୁ ନିଷ୍ପତ୍ତି ନେଲେ ଆମେ ଆଶାନୁରୂପ ଫଳ ପାଇପାରିବା ।

ଆମେ ଯେତେ ସଂଖ୍ୟକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କଲେ ବି ବାସ୍ତବ ପରିବର୍ତ୍ତନ କେବଳ ତୃଣମୂଳ ସ୍ତରରେ ଦଳଗତ ପ୍ରୟାସ ଦ୍ୱାରା ହିଁ ସମ୍ଭବ ହୋଇପାରିବ । ଭାରତ ଏହା ସ୍ୱଚ୍ଛ ଭାରତ ମିଶନ କ୍ଷେତ୍ରରେ ଦେଖିଛି । ସମାଜର ସବୁବର୍ଗର ଲୋକ ଅଂଶଗ୍ରହଣ କରି ସ୍ୱଚ୍ଛତାର ପ୍ରସାରକୁ ବୃଦ୍ଧି କରିଛନ୍ତି, ଯାହା 2014ରେ ମାତ୍ର 38 ପ୍ରତିଶତ ଥିଲା ତାହା ଏବେ 99 ପ୍ରତିଶତକୁ ବୃଦ୍ଧି ପାଇଛି ।

ଥରେ ବ୍ୟବହୃତ ହୋଇପାରୁଥିବା ପ୍ଲାଷ୍ଟିକର ଉପଯୋଗ ବନ୍ଦ କରିବା କ୍ଷେତ୍ରରେ ମଧ୍ୟ ମୁଁ ସେହି ଉତ୍ସାହ ଦେଖିପାରୁଛି । ଯୁବପିଢ଼ି ଅଧିକ ସହଯୋଗୀ ହୋଇଛି ଏବଂ ସକାରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ନେତୃତ୍ୱ ନେଉଛି । ଗଣମାଧ୍ୟମ ମଧ୍ୟ ଅଧିକ ମୂଲ୍ୟବାନ ଭୂମିକା ନିର୍ବାହ କରୁଛି ।

ବନ୍ଧୁଗଣ, ବୈଶ୍ୱିକ ଭୂମି ଏଜେଣ୍ଡା ପ୍ରତି ରହିଥିବା ପ୍ରତିବଦ୍ଧତାକୁ ମୁଁ ଦୋହରାଉଛି । ଭାରତରେ ସଫଳ ହୋଇଥିବା ଭୂମି କ୍ଷରଣ ନିରାକରଣ (ଏଲଡିଏନ) ରଣନୀତିକୁ ବୁଝିବା ଏବଂ ଆପଣାଇବାକୁ ଚାହୁଁଥିବା ଦେଶଗୁଡ଼ିକୁ ସହାୟତା କରିବା ଲାଗି ଭାରତ ପ୍ରସ୍ତୁତ । ଏହି ମଞ୍ଚରୁ ମୁଁ ଘୋଷଣା କରିବାକୁ ଚାହେଁ ଯେ ଏବେଠାରୁ 2030 ମଧ୍ୟରେ ଭୂକ୍ଷରଣ ସ୍ଥିତିରେ ଥିବା ଜମିର ପୁନରୁଦ୍ଧାର ଲାଗି ଭାରତ ନିଜ ଲକ୍ଷ୍ୟକୁ 21 ମିଲିୟନ ହେକ୍ଟରରୁ 26 ମିଲିୟନ ହେକ୍ଟରକୁ ବଢ଼ାଇବା ଲାଗି ଚାହୁଁଛି ।

ବୃକ୍ଷ ଘନତ୍ୱ ବୃଦ୍ଧି କରିବା ମାଧ୍ୟମରେ ଅତିରିକ୍ତ ଅଙ୍ଗାରକ ପ୍ରଭାବକୁ ହ୍ରାସ ଲକ୍ଷ୍ୟ ନିମନ୍ତେ ଭାରତର ବୃହତ ପ୍ରତିବଦ୍ଧତାକୁ ଏହା ସମର୍ଥନ କରିବ ।

ଭୂମି ପୁନରୁଦ୍ଧାର ସମେତ ବହୁମୁଖୀ ପ୍ରୟୋଗ ପାଇଁ ରିମୋଟ ସେନ୍ସିଂ ଓ ମହାକାଶ ପ୍ରଯୁକ୍ତିର ଉପଯୋଗ କରିବା ଭାରତ ପାଇଁ ଗୌରବର ବିଷୟ । ମିତବ୍ୟୟୀ ଉପଗ୍ରହ ଓ ମହାକାଶ ପ୍ରଯୁକ୍ତି ଜରିଆରେ ଭୂମି ସଂରକ୍ଷଣ ରଣନୀତି ଅନ୍ୟ ସହଭାଗୀ ରାଷ୍ଟ୍ରଗୁଡ଼ିକୁ ସହାୟତା କରି ଭାରତ ଆନନ୍ଦ ଅନୁଭବ କରିବ ।

ଭୂକ୍ଷରଣ ପ୍ରସଙ୍ଗରେ ବୈଜ୍ଞାନିକ ଆଭିମୁଖ୍ୟ ବିକଶିତ କରିବା ଏବଂ ପ୍ରଯୁକ୍ତିର ଉପଯୋଗ କରିବା ନିମନ୍ତେ ଆମେ ଭାରତୀୟ ବନ୍ୟ ଗବେଷଣା ଓ ଶିକ୍ଷା ପରିଷଦଠାରେ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ନିଷ୍ପତ୍ତି ନେଇଛୁ । ଭୂକ୍ଷରଣ ସମସ୍ୟାର ମୁକାବିଲା ଲାଗି ଜ୍ଞାନ, ପ୍ରଯୁକ୍ତି ଓ ମାନବ ସମ୍ବଳର ପ୍ରଶିକ୍ଷଣ ଚାହୁଁଥିବା ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗକୁ ପ୍ରୋତ୍ସାହନ ଲାଗି ଏହା ସକ୍ରିୟ ଭାବେ ସମ୍ପୃକ୍ତ ରହିବ ।

ବନ୍ଧୁଗଣ, ମୁଁ ବୁଝିପାରୁଛି ଯେ ଏକ ମହତ୍ୱାକାଂକ୍ଷୀ ନୂଆଦିଲ୍ଲୀ ଘୋଷଣାପତ୍ରକୁ ବିବେଚନା କରାଯାଉଛି । ଆମେ ସମସ୍ତେ ଏ ବିଷୟରେ ସଚେତନ ଅଛୁ ଯେ ସ୍ଥାୟୀ ବିକାଶ ଲକ୍ଷ୍ୟ 2030 ସୁଦ୍ଧା ହାସଲ କରିବାକୁ ହେବ ଏବଂ ଏଲଡିଏନ ହାସଲ ମଧ୍ୟ ଏହାର ଏକ ଅଂଶବିଶେଷ ।

ଆମର ପ୍ରାଚୀନ ଶାସ୍ତ୍ରରୁ ଏକ ଲୋକପ୍ରିୟ ପ୍ରାର୍ଥନା କହି ମୁଁ ମୋର ଅଭିଭାଷଣ ଶେଷ କରିବାକୁ ଚାହୁଁଛି :

“ଓମ ଧ୍ୟୌଃ ଶାନ୍ତିଃ, ଅନ୍ତରିକ୍ଷଂ ଶାନ୍ତିଃ”

ଏଠାରେ ଶାନ୍ତିର ଅର୍ଥ ହିଂସାରୁ ମୁକ୍ତି ନୁହେଁ । ଏଠାରେ ଶାନ୍ତିର ଅର୍ଥ ସମୃଦ୍ଧି । ପ୍ରତ୍ୟେକଙ୍କର ବଞ୍ଚିବାର ଏକ ଉଦ୍ଦେଶ୍ୟ ରହିଛି ଏବଂ ପ୍ରତ୍ୟେକଙ୍କୁ ଏହି ଉଦ୍ଦେଶ୍ୟ ପୂରଣ କରିବାକୁ ହୋଇଥାଏ ।

ଏହି ଉଦ୍ଦେଶ୍ୟର ପୂରଣ ହେଉଛି ସମୃଦ୍ଧି ।

ଓମ ଧ୍ୟୌଃ ଶାନ୍ତିଃ, ଅନ୍ତରିକ୍ଷଂ ଶାନ୍ତିଃ

ତେଣୁ, ଏଠାରେ କୁହାଯାଉଛି – ଆକାଶ, ସ୍ୱର୍ଗ ଓ ମହାକାଶ ସମୃଦ୍ଧ ହେଉ ।

ପୃଥିବୀ ଶାନ୍ତିଃ,

ଆପଃ ଶାନ୍ତିଃ,

ଓଷଧ୍ୟୟଃ ଶାନ୍ତିଃ, ବନସ୍ପତୟଃ ଶାନ୍ତିଃ, ବିଶ୍ୱୈଦେବାଃ ଶାନ୍ତିଃ,

ବ୍ରହ୍ମ ଶାନ୍ତିଃ

ଧରିତ୍ରୀ ମାତା ସମୃଦ୍ଧ ହୁଅନ୍ତୁ ।

ଏଥିରେ ସାମିଲ ରହିଛି ଆମ ଗ୍ରହରେ ଆମ ସହିତ ଜୀବନ ନିର୍ବାହ କରୁଥିବା ବୃକ୍ଷଲତା ଓ ଜୀବଜଗତ ।

ସେମାନେ ସମୃଦ୍ଧ ହୁଅନ୍ତୁ ।

ପ୍ରତ୍ୟେକ ଜଳବୁନ୍ଦା ସମୃଦ୍ଧ ହେଉ ।

ଦେବୀଦେବତା ସମୃଦ୍ଧ ହୁଅନ୍ତୁ ।

ସର୍ବଂ ଶାନ୍ତିଃ,

ଶାନ୍ତିରେବ ଶାନ୍ତିଃ,

ସା ମେ ଶାନ୍ତିରେଧି । ।

ସମସ୍ତେ ସମୃଦ୍ଧ ହୁଅନ୍ତୁ ।

ମୁଁ ମଧ୍ୟ ସମୃଦ୍ଧିର ଆଶୀର୍ବାଦ ଲାଭ କରେ ।

ଓମ ଶାନ୍ତିଃ ଶାନ୍ତିଃ ଶାନ୍ତିଃ । ।

ଓମ ସମୃଦ୍ଧି, ସମୃଦ୍ଧି ।

ସମୃଦ୍ଧି ।

ଆମ ପୂର୍ବଜମାନଙ୍କ ବିଚାର ଓ ଦର୍ଶନଗୁଡ଼ିକ ସର୍ବବ୍ୟାପୀ ଓ ମହାନ ବିଚାରପୂର୍ଣ୍ଣ ଥିଲା । ମୁଁ ଓ ଆମେ ମଧ୍ୟରେ ବାସ୍ତବ ସମ୍ପର୍କକୁ ସେମାନେ ବୁଝିଥିଲେ । ସେମାନେ ଜାଣିଥିଲେ ଯେ ଆମ ସମସ୍ତଙ୍କ ସମୃଦ୍ଧି ଦ୍ୱାରା ହିଁ ଆମର ସମୃଦ୍ଧି ହୋଇପାରିବ ।

ଆମର ପୂର୍ବଜମାନେ ଯେତେବେଳେ ‘ଆମେ’ ବୋଲି କହୁଥିଲେ, ତା’ର ଅର୍ଥ କେବଳ ସେମାନଙ୍କ ପରିବାର କିମ୍ବା ସମୁଦାୟ କିମ୍ବା କେବଳ ମାନବଜାତି ନଥିଲେ । ଏଥିରେ ଆକାଶ, ଜଳ, ଗ୍ରହ, ବୃକ୍ଷ-ସବୁକିଛି ସାମିଲ ଥିଲା ।

ଯେଉଁ ପଦ୍ଧତିରେ ସେମାନେ ପ୍ରାର୍ଥନା କରୁଥିଲେ ତାହା ଜାଣିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

ସେମାନେ ଆକାଶ, ଧରିତ୍ରୀ, ଜଳ, ଗ୍ରହମାନଙ୍କ ପାଇଁ ପ୍ରାର୍ଥନା କରୁଥିଲେ-ଏଗୁଡ଼ିକ ଆମ ଅସ୍ଥିତ୍ୱ ପାଇଁ ଦାୟୀ । ଏହାକୁ ହିଁ ଆମେ ପରିବେଶ ବୋଲି କହିଥାଉ । ଏଗୁଡ଼ିକ ସମୃଦ୍ଧି ହେଲେ, ଆମେ ସମୃଦ୍ଧ ହେବୁ- ଏହା ହିଁ ସେମାନଙ୍କ ମନ୍ତ୍ର ଥିଲା । ଏପରିକି ଆଜି, ଏହା ଏକ ଅତ୍ୟନ୍ତ ଉପଯୋଗୀ ବିଚାର ।

ଏହି ଭାବନା ସହିତ ମୁଁ ପୁଣିଥରେ ଆପଣମାନଙ୍କୁ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବା ଲାଗି ଧନ୍ୟବାଦ ଜଣାଉଛି ।

ଧନ୍ୟବାଦ ।

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Two-wheeler exports seen rising up to 20% as Africa demand recovers: Ind-Ra

Media Coverage

Two-wheeler exports seen rising up to 20% as Africa demand recovers: Ind-Ra
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the importance of enthusiasm and steadfastness
August 20, 2026

The Prime Minister, Shri Narendra Modi, shared a Sanskrit Subhashitam highlighting that wise and resolute people do not lose their enthusiasm even during times of adversity and difficult circumstances.

The Prime Minister has shared a Sanskrit Subhashitam-

“आपत्काले च कष्टेऽपि नोत्साहस्त्यज्यते बुधैः।
इति प्रबोधितस्तेन कथञ्चिद् दृढबुद्धिना।। ”

The Subhashitam conveys that wise people with steady and resolute minds understand that truly intelligent people never lose their enthusiasm, even in times of adversity and difficult circumstances.

Shri Modi said in a X post;

“आपत्काले च कष्टेऽपि नोत्साहस्त्यज्यते बुधैः।

इति प्रबोधितस्तेन कथञ्चिद् दृढबुद्धिना।।”