ନେତାଜୀ ହେଉଛନ୍ତି ଭାରତର ଶକ୍ତି ଓ ପ୍ରେରଣା : ପ୍ରଧାନମନ୍ତ୍ରୀ

ଜୟ ହିନ୍ଦ!

ଜୟ ହିନ୍ଦ!

ଜୟ ହିନ୍ଦ!

ମଂଚ ଉପରେ ବିରାଜମାନ ପଶ୍ଚିମବଙ୍ଗର ରାଜ୍ୟପାଳ ଶ୍ରୀ ଜଗଦୀପ ଧନଖଡ ମହୋଦୟ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭଉଣୀ ମମତା ବାନାର୍ଜୀ ମହୋଦୟା, ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀ ପ୍ରହ୍ଳାଦ ପଟେଲ ମହୋଦୟ, ଶ୍ରୀ ବାବୁଲ ସୁପ୍ରିୟୋ ମହୋଦୟ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ନିକଟ ସମ୍ପର୍କୀୟ ବ୍ୟକ୍ତି, ଭାରତର ଗୌରବ ବୃଦ୍ଧିକାରୀ ଆଜାଦ୍ ହିନ୍ଦ୍ ଫୌଜର ପରାକ୍ରମୀ ସଦସ୍ୟ, ସେମାନଙ୍କ ପରିବାରବର୍ଗ, ଏଠାରେ ଉପସ୍ଥିତ କଳା ଓ ସାହିତ୍ୟ ଜଗତ ବିଶିଷ୍ଟ ବ୍ୟକ୍ତି ଏବଂ ପଶ୍ଚିମବଙ୍ଗର ଏହି ମହାନ୍ ମାଟିର ମୋର ଭାଇ ଓ ଭଉଣୀମାନେ,

ଆଜି କୋଲକାତାକୁ ଆସିବା ମୋ ପାଇଁ ବହୁତ ଭାବପ୍ରବଣ କରିଦେବା ଭଳି ମୂହୁର୍ତ ଅଟେ । ପିଲାବେଳୁ ଯେତେବେଳେ ବି ଏଇ ନାଁ ଶୁଣିଛି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୁଁ ଯେକୌଣସି ପରିସ୍ଥିତିରେ ଥାଏ ନାଁ କାହିଁକି ଏହି ନାମ କାନରେ ପଡିବା ମାତ୍ରେ ହିଁ ମନରେ ଏକ ନୂତନ ଶକ୍ତି ଭରି ଯାଉଥିଲା । ସେ ଏତେ ବିରାଟ ବ୍ୟକ୍ତିତ୍ୱର ଅଧିକାରୀ ଯେ ତାଙ୍କର ଗୁଣଗାନ କରିବା ପାଇଁ ଶଦ୍ଦର ସ୍ୱଳ୍ପତା ଅନୁଭୂତ ହୁଏ । ତାଙ୍କର ଯେଉଁ ଦୂରଦୃଷ୍ଟି ଥିଲା ସେତିକି ଦୂରକୁ ଦେଖିବା ନିମନ୍ତେ ଅନେକବାର ଜନ୍ମ ନେବାକୁ ପଡିବ । କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ଏତେ ସାହସ, ଏତେ ଧୈର୍ଯ୍ୟର ସେ ଅଧିକାରୀ ଥିଲେ ଯେ ଦୁନିଆର ବିରାଟରୁ ବିରାଟତର ଆହ୍ୱାନଗୁଡିକ ତାଙ୍କ ସମ୍ମୁଖରେ ପ୍ରତିବନ୍ଧକ ସାଜି ପରୁନଥିଲା । ମୁଁ ଆଜି ନେତାଜୀ ସୁଭାଷ ବୋଷଙ୍କ ଚରଣରେ ମୋର ମଥାନତ କରୁଛି, ତାଙ୍କୁ ପ୍ରଣାମ କରୁଛି । ଏବଂ ସେହି ମା’ ପ୍ରଭାଦେବୀଙ୍କୁ ପ୍ରଣାମ କରୁଛି, ଯିଏ ନେତାଜୀଙ୍କୁ ଜନ୍ମ ଦେଇଥିଲେ । ଆଜି ସେହି ପବିତ୍ର ଦିବସକୁ 125 ବର୍ଷ ପୂରୁଛି । 125 ବର୍ଷ ପୂର୍ବରୁ ଆଜିର ଏହି ଦିନରେ ଭାରତମାତାର କୋଳରେ ସେହି ବୀର ସୁପୂତ୍ରଙ୍କର ଜନ୍ମ ହୋଇଥିଲା, ଯିଏ ସ୍ୱାଧୀନ ଭାରତର ସ୍ୱପ୍ନକୁ ନୂଆ ମାର୍ଗ ଦେଖାଇଥିଲେ । ଆଜିର ଏହି ଦିନରେ ହିଁ ଦାସତ୍ୱର ଅନ୍ଧକାରରେ ସେହି ଚେତନାର ଉଦ୍ରେକ ହୋଇଥିଲା, ଯିଏ ଦୁନିଆର ସବୁଠାରୁ ବଡ ଶାସନ କ୍ଷମତା ସମ୍ମୁଖରେ ଦଣ୍ଡାୟମାନ ହୋଇ କହିଥିଲେ ମୁଁ ତୁମଠାରୁ ସ୍ୱାଧୀନତା ମାଗିବି ନାହିଁ, ସ୍ୱାଧୀନତା ଛଡାଇନେବି । ଆଜିର ଦିନ କେବଳ ନେତାଜୀ ସୁଭାଷଙ୍କର ଜନ୍ମ ହୋଇନଥିଲା, ବରଂ ଆଜି ଭାରତର ନୂଆ ଆତ୍ମଗୌରବର ଜନ୍ମ ହୋଇଥିଲା, ଭାରତର ନୂଆ ଜ୍ଞାନକୌଶଳର ଜନ୍ମ ହୋଇଥିଲା । ମୁଁ ଆଜି ନେତାଜୀଙ୍କର ୧୨୫ତମ ଜନ୍ମ ଜୟନ୍ତୀ ଅବସରରେ କୃତଜ୍ଞ ରାଷ୍ଟ୍ର ପକ୍ଷରୁ ଏହି ମହାପୁରୁଷଙ୍କୁ କୋଟି କୋଟି ପ୍ରଣାମ ଜଣାଉଛି, ତାଙ୍କୁ ସଲାମ କରୁଛି ।

ବନ୍ଧୁଗଣ,

ମୁଁ ଆଜି ବାଳକ ସୁଭାଷଙ୍କୁ ନେତାଜୀ ରୂପେ ପ୍ରସ୍ତୁତ କରିଥିବା, ତାଙ୍କ ଜୀବନକୁ ତପ, ତ୍ୟାଗ ଓ ତିତିକ୍ଷାରେ ଗଢିଥିବା ବଙ୍ଗଳାର ଏହି ପୁଣ୍ୟଭୂମିକୁ ବି ଆଦର ସହିତ ପ୍ରଣାମ କରୁଛି । ଗୁରୁଦେବ ଶ୍ରୀ ରବିନ୍ଦ୍ରନାଥ ଠାକୁର୍, ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ, ଶରତଚନ୍ଦ୍ରଙ୍କ ଭଳି ମହାପୁରୁଷମାନେ ଏହ ପୁଣ୍ୟଭୂମିକୁ ରାଷ୍ଟ୍ରଭକ୍ତିର ଭାବନାରେ ଭରି ଦେଇଛନ୍ତି । ସ୍ୱାମୀ ରାମକୃଷ୍ଠ ପରମହଂସ, ଚୈତନ୍ୟ ମହାପ୍ରଭୁ, ଶ୍ରୀ ଅରବିନ୍ଦ, ମାଆ ସାରଦା, ମା ଆନନ୍ଦମୟୀ, ସ୍ୱାମୀ ବିବେକାନନ୍ଦ, ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ଭଳି ସନ୍ଥମାନେ ଏହି ପୁଣ୍ୟଭୂମିକୁ ବୈରାଗ୍ୟ, ସେବା ଓ ଆଧ୍ୟାତ୍ମରେ ଅଲୌକିକ କରି ତୋଳିଛନ୍ତି । ଇଶ୍ୱର ଚନ୍ଦ୍ର ବିଦ୍ୟାସାଗର, ରାଜା ରାମମୋହନ ରାୟ, ଗୁରୁଚନ୍ଦ ଠାକୁର, ହରିଚନ୍ଦ ଠାକୁରଙ୍କ ଭଳି ଅନେକ ସମାଜ ସୁଧାରକ, ସାମାଜିକ ସଂସ୍କାରର ଅଗ୍ରଦୂତମାନେ ଏହି ପୁଣ୍ୟ ଭୂମିରୁ ଦେଶରେ ଦେିନ ସଂସ୍କାରର ମୂଳଦୁଆ ସ୍ଥାପନ କରିଛନ୍ତି । ଜଗଦୀଶ ଚନ୍ଦ୍ର ବୋଷ୍, ପି.ସି. ରାଏ, ଏସ୍. ଏନ୍ ବୋଷ ଏବଂ ମେଘନାଦ ସାହାଙ୍କ ଭଳି ଅଗଣିତ ବୈଜ୍ଞାନିକମାନେ ଏହି ପୁଣ୍ୟଭୂମୀକୁ ଜ୍ଞାନ ବିଜ୍ଞାନରେ ଉଦ୍ବୁଦ୍ଧ କରିଛନ୍ତି । ଇଏ ସେହି ପୁଣ୍ୟଭୂମୀ । ଯାହା ଦେଶକୁ ତାର ରାଷ୍ଟ୍ରଗୀତ ମଧ୍ୟ ଦେଇଛି ଏବଂ ଜାତୀୟ ସଂଗୀତ ମଧ୍ୟ ଦେଇଛି ।

ଏହି ଭୂମୀ ଆମକୁ ଦେଶବନ୍ଧୁ ଚିତରଂଜନ ଦାଶ୍, ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ଆମ ସମସ୍ତଙ୍କ ପ୍ରିୟ ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ସହିତ ପରିଚିତ କରାଇଛି । ମୁଁ ଏହି ଭୂମୀର ଏଭଳି ଲକ୍ଷ ଲକ୍ଷ ମହାନ୍ ବ୍ୟକ୍ତିଙ୍କ ଚରଣରେ ମଧ୍ୟ ଆଜି ଏହି ପବିତ୍ର ଦିନରେ ପ୍ରଣାମ ଜଣାଉଛି ।

ବନ୍ଧୁଗଣ,

ଏହା ପୂର୍ବରୁ ମୁଁ ଏବେ ନ୍ୟାସ୍ନାଲ ଲାଇବ୍ରେରୀ ଯାଇଥିଲି, ଯେଉଁଠାରେ ନେତାଜୀଙ୍କ ଜୀବନୀ ଉପରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଓ କଳାକାର ଶିବିର ଆୟୋଜନ କରାଯାଇଛି । ମୁଁ ହୃଦୟଙ୍ଗମ କଲି ନେତାଜୀଙ୍କ ନାଁ ଶୁଣିବା ମାତ୍ରେ ହିଁ ସମସ୍ତଙ୍କ ମଧ୍ୟରେ ଶକ୍ତିର ଉତ୍ସ ଭରିଯାଉଛି । ନେତାଜୀଙ୍କ ଜୀବନର ଏହି ଶକ୍ତି ଯେପରି ସେମାନଙ୍କ ଅନ୍ତରାତ୍ମା ସହ ଯୋଡି ହୋଇଯାଇଛି । ତାଙ୍କର ଏହି ଶକ୍ତି, ଏହି ଆଦର୍ଶ, ତାଙ୍କର ତପସ୍ୟା, ତାଙ୍କର ତ୍ୟାଗ ଦେଶର ପ୍ରତିଟି ଯୁବକ ପାଇଁ ଏକ ବିରାଟ ପ୍ରେରଣା । ଆଜି ଯେତେବେଳେ ଭାରତ ନେତାଜୀଙ୍କ ପ୍ରେରଣାରେ ଅଗ୍ରସର ହେଉଛି, ସେତେବେଳେ ଆମ ସମସ୍ତଙ୍କର କର୍ତବ୍ୟ ହେଉଛି ଯେ ତାଙ୍କ ଅବଦାନକୁ ବାରମ୍ବାର ସ୍ମରଣ କରିବା । ପିଢୀ ପିଢୀ ଧରି ମନେ ପକାଇବା । ଏଥିପାଇଁ, ଦେଶ ସ୍ଥିର କରିଛି ଯେ ନେତାଜୀଙ୍କ ୧୨୫ତମ ଜୟନ୍ତୀ ବର୍ଷକୁ ଐତିହାସିକ, ଅଭୁତପୂର୍ବ ଆଡମ୍ବରଭରା ଆୟାଜନ ମାଧ୍ୟମରେ ପାଳନ କରାଯିବ । ଆଜି ସକାଳୁ ଦେଶବ୍ୟାପୀ ଏ ସମ୍ପର୍କିତ କାର୍ଯ୍ୟକ୍ରମମାନ ପ୍ରତିଟି କୋଣ ଅନୁକୋଣରେ ଅନୁଷ୍ଠିତ ହେଉଛି । ଏହି କ୍ରମରେ ଆଜି ନେତାଜୀଙ୍କ ସ୍ମୃତିରେ ଏକ ସ୍ମାରକୀ ମୁଦ୍ରା ଓ ଡାକଟିକଟ ଉନ୍ମୋଚନ କରାଯାଇଛି । ନେତାଜୀଙ୍କ ଚିଠିଗୁଡିକ ଉପରେ ଏକ ବହି ମଧ୍ୟ ଉନ୍ମୋଚିତ ହୋଇଛି । କୋଲକାତା ଓ ପଶ୍ଚିମବଙ୍ଗ, ଯାହା ତାଙ୍କର କର୍ମଭୂମୀ ଥିଲା, ଏଠାରେ ନେତାଜୀଙ୍କ ଜୀବନୀ ଉପରେ ଏକ ପ୍ରଦର୍ଶନୀ ଏବଂ ଲେଜର୍ ଶୋ ମଧ୍ୟ ଆଜିଠାରୁ ଆରମ୍ଭ କରାଯାଇଛି । ହାଓଡାରୁ ଚାଲୁଥିବା ‘ହାଓଡା-କାଲ୍କା’ ମେଲ୍ର ମଧ୍ୟ ନାମ ବଦଳାଯାଇ ‘ନେତାଜୀ ଏକ୍ସପ୍ରେସ୍’ ରଖାଯାଇଛି । ଦେଶ ଏହାମଧ୍ୟ ନିଷ୍ପତି ନେଇଛି ଯେ ଏଣିକି ପ୍ରତିବର୍ଷ ଆମେ ନେତାଜୀ ଜୟନ୍ତୀ, ଅର୍ଥାତ୍ ୨୩ ଜାନୁଆରୀକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିବା । ଆମ ନେତାଜୀ ଭାରତର ପରାକ୍ରମର ପୂତିମୂର୍ତୀ ଅଟନ୍ତି ଏବଂ ପ୍ରେରଣା ମଧ୍ୟ ଅଟନ୍ତି । ଆଜି ଯେତେବେଳେ ଏହିବର୍ଷ ଦେଶ ନିଜ ସ୍ୱାଧୀନତାର ୭୫ ବର୍ଷରେ ପଦାର୍ପଣ କରିବାକୁ ଯାଉଛି, ଯେତେବେଳେ ଦେଶ ଆତ୍ମନିର୍ଭର ଭାରତର ସଙ୍କଳ୍ପ ସହିତ ଅଗ୍ରସର ହେଉଛି, ସେତେବେଳେ ନେତାଜୀଙ୍କ ଜୀବନ, ତାଙ୍କର ପ୍ରତ୍ୟେକ କାର୍ଯ୍ୟ, ତାଙ୍କର ପ୍ରତ୍ୟେକ ନିଷ୍ପତି, ଆମ ସମସ୍ତଙ୍କ ପାଇଁ ବିରାଟ ପ୍ରେରଣା ଅଟେ । ତାଙ୍କଭଳି ଦୃଢ ଇଚ୍ଛାଶକ୍ତିସମ୍ପନ୍ନ ବ୍ୟକ୍ତିତ୍ୱଙ୍କ ପାଇଁ କିଛି ବି ଅସମ୍ଭବ ନଥିଲା । ସେ ବିଦେଶକୁ ଯାଇ ବାହାରେ ରହୁଥିବା ଭାରତୀୟମାନଙ୍କ ଚେତନାକୁ ଉଜ୍ଜୀବିତ କରାଇଥିଲେ, ସେ ସ୍ୱାଧୀନତା ପାଇଁ ଆଜାଦ୍ ହିନ୍ଦ୍ ଫୌଜକୁ ମଜବୁତ୍ କରିଥିଲେ । ସେ ସମଗ୍ର ଦେଶରୁ ବିଭିନ୍ନ ଜାତି, ଧର୍ମ ଓ ଅଂଚଳର ଲୋକଙ୍କୁ ଦେଶର ସୈ÷ନିକ ଭାବେ ପ୍ରସ୍ତୁତ କରିଥିଲେ । ସେହି ସମୟରେ ଯେତେବେଳେ ବିଶ୍ୱ ମହିଳାଙ୍କ ସାଧାରଣ ଅଧିକାର ନେଇ କେବଳ ଚର୍ଚ୍ଚା ହିଁ କରୁଥିଲା, ନେତାଜୀ ‘ରାଣୀ ଝାନ୍ସୀ ରେଜିମେଂଟ’ ପ୍ରତିଷ୍ଠା କରି ମହିଳାମାନଙ୍କୁ ନିଜ ସହିତ ସାମିଲ୍ କରାଇଥିଲେ । ସେ ଆଜାଦ୍ ହିନ୍ଦ୍ ଫୌଜର ସୈନିକମାନଙ୍କୁ ଆଧୁନିକ ଯୁଦ୍ଧ ପାଇଁ ପ୍ରଶିକ୍ଷଣ ଦେଲେ, ସେମାନଙ୍କୁ ଦେଶ ପାଇଁ ବଂଚିବାର ଉତ୍ସାହ ଦେଲେ, ଦେଶ ପାଇଁ ପ୍ରାଣବଳୀ ଦେବାର ଲକ୍ଷ୍ୟ ପ୍ରଦାନ କଲେ । ନେତାଜୀ କହିଥିଲେ – “ଭାରୋତ ଡାକଛେ । ରୋକ୍ତୋ ଡାକ୍ ଦିଏଛେ ରୋକ୍ତୋ କେ । ଓଠୋ, ଦାଡାଓ ଆମଦେର ନୋଷ୍ଟୋ କରାର ମତୋ ସୋମୋୟ ନୋୟ । ଅର୍ଥାତ୍, ଭାରତ ଡାକୁଛି । ରକ୍ତ ରକ୍ତକୁ ଡାକୁଛି । ଉଠ, ଜାଗ୍ରତ ହୁଅ ଆମ ପାଖରେ ଆଉ ଅପଚୟ କଲାଭଳି ସମୟ ନାହିଁ ।

ସାଥୀମାନେ,

ଏଭଳି ଉଦ୍ଦାମଭରା ହୁଙ୍କାର କେବଳ ଏବଂ କେବଳ ନେତାଜୀ ହିଁ ଦେଇପାରୁଥିଲେ । ଏବଂ ପରିଶେଷରେ, ସେ ଏହା ଦେଖାଇ ମଧ୍ୟ ଦେଲେ ଯେ ଯେଉଁ ଶାସନର ସୂର୍ଯ୍ୟ କେବେ ମଧ୍ୟ ଅସ୍ତ ହୁଏନାହିଁ, ଭାରତର ବୀର ସୁପୁତ୍ରମାନେ ଯୁଦ୍ଧଭୂମୀରେ ତାକୁ ମଧ୍ୟ ପରାହତ କରିପାରନ୍ତି । ସେ ସଙ୍କଳ୍ପ ନେଇଥିଲେ, ଭାରତର ମାଟିରେ ସ୍ୱାଧୀନ ଭାରତର ସ୍ୱାଧୀନ ସରକାରର ମୂଳଦୁଆ ସ୍ଥାପନ କରିବେ । ନେତାଜୀ ତାଙ୍କର ଏହି ପ୍ରତିଶୃତି ମଧ୍ୟ ପୂରଣ କରି ଦେଖାଇଥିଲେ । ସେ ଆଣ୍ଡାମାନରେ ନିଜ ସୈନିକମାନଙ୍କ ସହିତ ପହଂଚି ତ୍ରିରଙ୍ଗା ଉଡାଇଥିଲେ । ଯେଉଁଠାରେ ବ୍ରିଟିଶମାନେ ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ନିର୍ଯାତନା ଦେଉଥିଲେ, କଳାପାଣିର ଦଣ୍ଡ ଦେଉଥିଲେ, ସେହି ସ୍ଥାନକୁ ଯାଇ ସେ ସଂଗ୍ରାମୀମାନଙ୍କୁ ନିଜର ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ସେହି ସରକାର, ଅଖଣ୍ଡ ଭାରତର ପ୍ରଥମ ସ୍ୱାଧୀନ ସରକାର ଥିଲା । ନେତାଜୀ ଅଖଣ୍ଡ ଭାରତର ଆଜାଦ୍ ହିନ୍ଦ୍ ସରକାରର ପ୍ରଥମ ମୁଖ୍ୟ ଥିଲେ । ଏବଂ ଏହା ମୋର ସୌଭାଗ୍ୟ ଯେ ସ୍ୱାଧୀନତାର ସେହି ପ୍ରଥମ କ୍ଷଣକୁ ସୁରକ୍ଷିତ ରଖିବା ପାଇଁ, ୨୦୧୮ରେ ମୁଁ ଆଣ୍ଡାମାନର ସେହି ଦ୍ୱୀପର ନାମ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ ରଖିଥିଲି । ଦେଶର ଭାବନାକୁ ହୃଦୟଙ୍ଗମ କରି ନେତାଜୀଙ୍କ ସହ ଜଡିତ ଫାଇଲ୍ଗୁଡିକୁ ଆମରି ସରକାର ହିଁ ସାର୍ବଜନୀନ କରିଥିଲା । ଏହା ମଧ୍ୟ ଆମରି ସରକାରଙ୍କର ହିଁ ସୌଭାଗ୍ୟ ଥିଲା ଯେ ୨୬ ଜାନୁଆରୀ ପରେଡ୍ ସମୟରେ ଆଇଏନ୍ଏର ଅବସରପ୍ରାପ୍ତ ଯବାନ୍ମାନେ ପରେଡରେ ସାମିଲ୍ ହୋଇଥିଲେ । ଆଜି ଏଠି ଏହି କାର୍ଯ୍ୟକ୍ରମରେ ଆଜାଦ୍ ହିନ୍ଦ୍ ଫୌଜରେ ଥିବା ଦେଶର ବୀରପୁତ୍ର ଓ ପୁତ୍ରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ମୁଁ ଆପଣମାନଙ୍କୁ ପୁଣି ଥରେ ପ୍ରଣାମ କରୁଛି ଏବଂ ପ୍ରଣାମ କରି ଏହା କହିବି ଯେ ଦେଶ ସଦାସର୍ବଦା ଆପଣଙ୍କ ନିକଟରେ କୃତଜ୍ଞ ରହିଥିଲା, ରହିଛି ଓ ସର୍ବଦା ରହିବ ।

ସାଥୀମାନେ,

୨୦୧୮ରେ ହିଁ ଦେଶ ଆଜାଦ୍ ହିନ୍ଦ୍ ସରକାରର ୭୫ବର୍ଷ ପୂର୍ତିକୁ ବେଶ୍ ଆଡମ୍ବର ସହକାରେ ପାଳନ କରିଥିଲା । ଦେଶ ସେହି ବର୍ଷ ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ମଧ୍ୟ ଆରମ୍ଭ କରିଥିଲା । ଦିଲ୍ଲୀ ଦୂର୍ ନେହିଁ ସ୍ଲୋଗାନ୍ ଦେଇ ନେତାଜୀ ଲାଲ୍କିଲ୍ଲାରେ ପତାକା ଉତୋଳନ କରିବାର ଯେଉଁ ସ୍ୱପ୍ନ ଦେଖିଥିଲେ, ଲାଲ୍କିଲ୍ଲାରେ ପତାକା ଉତୋଳନ କରି ଦେଶ ତାଙ୍କର ସେହି ସ୍ୱପ୍ନକୁ ପୂରଣ କରିଛି ।

ଭାଇ ଓ ଭଉଣୀମାନେ,

ଯେତେବେଳେ ମୁଁ ଲାଲକିଲ୍ଲାରେ ଆଜାଦ୍ ହିନ୍ଦ୍ ଫୌଜର ଟୋପି ପିନ୍ଧି ପତାକା ଉତୋଳନ କରିଥିଲି, ମୁଁ ତାକୁ ମୋ ମଥାରେ ସ୍ପର୍ଶ କରାଇଥିଲି । ସେତେବେଳେ ମୋ ମନ ଓ ମସ୍ତିସ୍କରେ ଅନେକ ଭାବନା ଆସୁଥିଲା । ବହୁତ ପ୍ରଶ୍ନ ଥିଲା, ବହୁତ କଥା ଥିଲା, ଏକ ଭିନ୍ନ ଅନୁଭୂତି ଥିଲା । ମୁଁ ନେତାଜୀଙ୍କ ସମ୍ପର୍କରେ ଭାବୁଥିଲି, ଦେଶବାସୀଙ୍କ ବିଷୟରେ ଚିନ୍ତା କରୁଥଲି । ସେ କାହାପାଇଁ ସାରାଜୀବନ ଏତେ ବିପଦର ସାମନା କରୁଥିଲେ, ଏହାର ଉତର ଏହି ଯେ - ମୋ ପାଇଁ ଓ ଆପଣମାନଙ୍କ ପାଇଁ । ସେ ଦିନ ଦିନ ଧରି ଆମରଣ ଅନଶନ କାହା ପାଇଁ କରୁଥିଲେ - ମୋ ପାଇଁ ଓ ଆପଣମାନଙ୍କ ପାଇଁ । ସେ କାହାପାଇଁ ମାସ ମାସ ଧରି ଜେଲ୍ର କାଳକୋଠରୀରେ ଦଣ୍ଡ ଭୋଗୁଥିଲେ - ମୋ ପାଇଁ ଓ ଆପଣମାନଙ୍କ ପାଇଁ । କିଏ ଏପରି ଅଛି ଯାହାଙ୍କ ଜୀବନ ପଛରେ ଏତେ ବଡ ବି୍ରିଟିଶ ଶାସନ ପଡିଥିବ ଏବଂ ସେ ଫେରାର ହୋଇଯିବ । ସପ୍ତାହ ସପ୍ତାହ ଧରି ସେ ନିଜ ଜୀବନକୁ ବାଜି ଲଗାଇ କାବୁଲ ରାସ୍ତାରେ ଗୋଟିଏ ଦୂତାବାସରୁ ଅନ୍ୟ ଦୂତାବାସ ପର୍ଯ୍ୟନ୍ତ ଚକ୍କର କାଟୁଥିଲେ – କାହାପାଇଁ? ମୋ ପାଇଁ ଓ ଆପଣମାନଙ୍କ ପାଇଁ । ବିଶ୍ୱଯୁଦ୍ଧର ସେହି ପରିବେଶରେ, ଦେଶ ଦେଶ ମଧ୍ୟରେ, ଘନ ଘନ ପରିବର୍ତନଶୀଳ ସମ୍ପର୍କର ସେହି ସମୟରେ, ସେ କାହିଁକି ପ୍ରତ୍ୟେକ ଦେଶକୁ ଯାଇ ଭାରତ ପାଇଁ ସମର୍ଥନ ମାଗୁଥିଲେ? କାରଣ ଭାରତ ସ୍ୱାଧୀନ ହୋଇପାରିବ, ମୁଁ ଓ ଆପଣ ସ୍ୱାଧୀନ ଭାରତରେ କାଳାତିପାତ କରିପାରିବୁ । ହିନ୍ଦୁସ୍ତାନର ପ୍ରତିଟି ବ୍ୟକ୍ତି ନେତାଜୀ ସୁଭାଷ ବାବୁଙ୍କ ନିକଟରେ ଋଣୀ । ୧୩୦ କୋଟିରୁ ଅଧିକ ଭାରତୀୟଙ୍କ ଶିରାପ୍ରଶିରାରେ ବହୁଥିବା ଲହୁର ପ୍ରତିଟି ବୁନ୍ଦା ନେତାଜୀ ସୁଭାଷଙ୍କର ଋଣୀ ଅଟେ । ଏହି ଋଣ ଆମେ କିପରି ପରିଶୋଧ କରିବା? ଏ ଋଣ କ’ଣ ଆମେ କେବେ ବି ପରିଶୋଧ କରିପାରିବା?

ବନ୍ଧୁଗଣ,

ଯେତେବେଳେ ନେତାଜୀ ସୁଭାଷ ଏଠି କୋଲକାତାରେ ୩୮/୨, ଏଲ୍ଗିନ୍ ରୋଡ୍ସ୍ଥିତ ନିଜ ଘରେ ବନ୍ଦୀ ଥିଲେ, ଯେତେବେଳେ ସେ ଭାରତରୁ ପଳାଇଯିବାକୁ ସ୍ଥିର କରିନେଇଥିଲେ, ସେତେବେଳେ ସେ ନିଜ ଭଣଜା ଶିଶିରକୁ ଡାକି କହିଥିଲେ ଯେ - ଆମାର ଏକଟା କାଜ୍ କୋରତେ ପାରବେ?, ମୋର ଗୋଟିଏ କାମ କରିପାରିବ? ଏହାପରେ ଶିଶିର ତାାହା କଲେ, ଯାହା ଭାରତର ସ୍ୱାଧୀନତା ପ୍ରାପ୍ତିର ସବୁଠାରୁ ବଡ କାରଣ ମଧ୍ୟରୁ ଅନ୍ୟତମ ହୋଇପାରିଲା । ନେତାଜୀ ଏହା ଦେଖୁଥିଲେ ଯେ ବିଶ୍ୱଯୁଦ୍ଧର ପରିସ୍ଥିତିରେ ବ୍ରିଟିଶ ଶାସନକୁ ଯଦି ବାହାରୁ ଆଘାତ ଦିଆଯିବ, ତାହେଲେ ତାହାର ସବୁଠାରୁ ଅଧିକ କ୍ଷତି ହେବ । ସେ ଭବିଷ୍ୟତ ଦେଖୁଥିଲେ ଯେ, ଯେତେ ଯେତେ ବିଶ୍ୱଯୁଦ୍ଧ ବଢିବ, ବ୍ରିଟିଶମାନଙ୍କର ଶକ୍ତି ସେତେସେତେ କମିବାରେ ଲାଗିବ, ଭାରତ ଉପରେ ସେମାନଙ୍କର ଲଗାମ ଦୁର୍ବଳ ହେବାକୁ ଲାଗିବ । ଏହା ଥିଲା ତାଙ୍କର ଦୂରଦୃଷ୍ଟି, ଏତେ ଦୂର ପର୍ଯ୍ୟନ୍ତ ସେ ଦେଖିପାରୁଥିଲେ । ମୁଁ କେଉଁଠାରେ ପଢଥିଲି ଯେ ଏହି ସମୟରେ ସେ ମାଆଙ୍କ ଆଶୀର୍ବାଦ ଆଣି ଆସିବା ପାଇଁ ନିଜ ଭାଣିଜୀ ଇଲାକୁ ଦକ୍ଷିଣେଶ୍ୱର ମନ୍ଦିର ମଧ୍ୟ ପଠାଇଥିଲେ । ସେ ଦେଶରୁ ତୁରନ୍ତ ବାହାରିଯିବାକୁ ଚାହୁଁଥିଲେ, ଦେଶ ବାହାରେ ଭାରତର ଯେଉଁ ସମର୍ଥକ ଶକ୍ତିଗୁଡିକ ଥିଲା ସେ ସେଗୁଡିକୁ ଏକଜୁଟ୍ କରିବାକୁ ଚାହୁଁଥିଲେ । ଏଣୁ ସେ ଯୁବକ ଶିଶିରକୁ କହିଥିଲେ - ଆମାର ଏକଟା କାଜ୍ କୋରତେ ପାରବେ? ତୁମେ କ’ଣ ମୋର ଗୋଟିଏ କାମ କରିପାରିବ?

ସାଥୀମାନେ,

ପ୍ରତି ଭାରତୀୟ ନିଜ ହୃଦୟରେ ହାତ ରଖି, ନେତାଜୀ ସୁଭାଷଙ୍କୁ ଅନୁଭବ କଲେ, ତାଙ୍କୁ ପୁଣି ଥରେ ଏହି ପ୍ରଶ୍ନ ଶୁଭିବ - ଆମାର ଏକଟା କାଜ୍ କୋରତେ ପାରବେ? କ’ଣ ମୋର ଗୋଟିଏ କାମ କରିପାରିବ? ଏହି କାମ, ଏହି କାର୍ଯ୍ୟ, ଏହି ଲକ୍ଷ୍ୟ ହେଉଛି ଆଜି ଭାରତକୁ ଆତ୍ମନିର୍ଭର କରିବାର ଲକ୍ଷ୍ୟ । ଦେଶର ପ୍ରତ୍ୟେକ ଲୋକ, ପ୍ରତିଟି ଅଂଚଳ, ଦେଶର ସବୁ ବ୍ୟକ୍ତି ଏଥିସହ ଯୋଡି ହୋଇଛନ୍ତି । ନେତାଜୀ କହିଥିଲେ - ପୁରୁଷ, ଓର୍ଥୋ ଏବଂ ଉପକୋରଣ ନିଜେରାଇ ବିଜୋୟ ବା ସାଧିନତା ଆନ୍ତେ ପାରେ ନା । ଆମାଦେର ଅବୋଶୋଇ ସେଇ ଉଦେ୍ଦଶ୍ୟୋ ଶୋକ୍ତି ଥାକତେ ହୋବେ ଜା ଆମାଦେର ସାହୋସିକ କାଜ ଏବଂ ବିରତପୂର୍ଣ୍ଣୋ ଶୋସନେ ଉଦବୁଦେ୍ଧା କୋରବେ । ଅର୍ଥାତ୍, ଆମ ନିକଟରେ ସେହି ଉଦେ୍ଦଶ୍ୟ ଏବଂ ଶକ୍ତି ରହିବା ଉଚିତ୍, ଯାହା ଆମକୁ ସାହସ ଓ ବୀରତ୍ୱପୂର୍ଣ୍ଣ ଉପାୟରେ ଶାସନ କରିବାର ପ୍ରେରଣା ଦେଇଥାଏ । ଆଜି ଆମ ନିକଟରେ ଉଦେ୍ଦଶ୍ୟ ମଧ୍ୟ ଅଛି, ଶକ୍ତି ମଧ୍ୟ ଅଛି । ଆତ୍ମନିର୍ଭର ଭାରତ ପ୍ରତିଷ୍ଠା ପାଇଁ ଆମର ଏହି ଲକ୍ଷ୍ୟ ଆମର ଆତ୍ମବଳ, ଆମର ଆତ୍ମସଙ୍କଳ୍ପ ଦ୍ୱାରା ପୂରଣ ହୋଇପାରିବ । ନେତାଜୀ କହିଥିଲେ – “ଆଜ୍ ଆମାଦେର କେବୋଲ ଏକଟି ଇଚ୍ଛା ଥାକା ଉଚିତ୍ – ଭାରୋତେ ଇଚ୍ଛୁକ ଜାତେ, ଭାରୋତେ ବାଂଚତେ ପାରେ । ଅର୍ଥାତ୍, ଆଜି ଆମର କେବଳ ଗୋଟିଏ ଇଚ୍ଛା ହେବା ଆବଶ୍ୟକ ଯେ ଭାରତ ତିଷ୍ଠି ପାରୁ, ଭାରତ ଆଗକୁ ବଢୁ । ମୋର ମଧ୍ୟ ଗୋଟିଏ ଲକ୍ଷ୍ୟ ଅଛି । ନିଜର ସ୍ୱେଦ-ରକ୍ତ ବୁହାଇ ଦେଶ ପାଇଁ ବଂଚିବା, ନିଜ ପରିଶ୍ରମ ଦ୍ୱାରା, ନିଜ ଅଭିନବତା ଦ୍ୱାରା ଦେଶକୁ ଆତ୍ମନିର୍ଭର କରିବା । ନେତାଜୀ କହୁଥିଲେ – “ନିଜେର ପ୍ରୋତି ଶାତ ହୋଲେ ସାରେ ବିଶ୍ୱେର ପ୍ରୋତି କେଉ ଅସୋତ ହୋତେ ପାରବେ ନା” ଅର୍ଥାତ୍, ଯଦି ଆପଣ ନିଜ ପାଇଁ ସତ୍ୟପଥରେ ଅଛନ୍ତି ତେବେ ଆପଣ ଦୁନିଆ ପାଇଁ ଭୁଲ୍ ହୋଇପାରିବେ ନାହିଁ । ଆମକୁ ବିଶ୍ୱ ପାଇଁ ସର୍ବୋତମ ଗୁଣବତା ବିଶିଷ୍ଟ ଉତ୍ପାଦ ପ୍ରସ୍ତୁତ କରିବାକୁ ପଡିବ, ଏହାଠାରୁ ସାମାନ୍ୟ ନିମ୍ନମାନର ବି ନୁହେଁ, ଜିରୋ ଡିଫେକ୍ଟ-ଜିରୋ ଇଫେକ୍ଟର ଉତ୍ପାଦ । ନେତାଜୀ ଆମକୁ କହିଥିଲେ – “ସ୍ୱାଧୀନ ଭାରୋତେର ସ୍ୱୋପ୍ନୋ କୋନୋ ଦିନ ଆସ୍ଥା ହାରିୟୋନା । ବିଶ୍ୱେ ଏମୁନ୍ କୋନୋ ଶକ୍ତି ନେଇ ଜେ ଭାରୋତ କେ ପରାଧୀନାତାର ଶୃଙ୍ଖଳାୟ ବେଧେ ରାଖତେ ସମୋର୍ଥୋଁ ହୋବେ” ଅର୍ଥାତ୍, ସ୍ୱାଧୀନ ଭାରତର ସ୍ୱପ୍ନ ଉପରେ କେବେ ମଧ୍ୟ ଭରସା ହରାଅ ନାହିଁ । ଦୁନିଆରେ ଏପରି କୌଣସି ଶକ୍ତି ନାହିଁ ଯାହା ଭାରତକୁ ବାନ୍ଧି ରଖିପାରିବ । ବାସ୍ତବରେ ଦୁନିଆରେ ଏଭଳି କୌଣସି ଶକ୍ତି ନାହିଁ ଯାହା ୧୩୦ କୋଟି ଦେଶବାସୀଙ୍କୁ, ନିଜ ଭାରତକୁ ଆତ୍ମନିର୍ଭର ଭାରତରେ ପରିଣତ କରିବାରୁ ଅଟକାଇ ପାରିବ ।

ବନ୍ଧୁଗଣ,

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦାରିଦ୍ର୍ୟକୁ, ନିରକ୍ଷରତାକୁ, ରୋଗକୁ, ଦେଶର ସବୁଠାରୁ ବଡ ସମସ୍ୟାଭାବେ ଗଣନା କରୁଥିଲେ । ସେ କହୁଥିଲେ – “ଆମାଦେର ଶାବଛେ ବୋରୋ ଜାତୀୟୋ ସମସ୍ୟା ହୋଲୋ, ଦାରିଦ୍ରୋ, ଅଶିକ୍ଷା, ରୋଗ, ବୈଜ୍ଞାନିକ ଉତ୍ପାଦୋନ । ଜେ ସମସ୍ୟାର ସମାଧାନ ହୋବେ, କେବଳ ମାତ୍ରୋ ସାମାଜିକ ଭାବନା-ଚିନ୍ତା ଦାରା”ତ୍ଥଅର୍ଥାତ୍, ଆମର ସବୁଠାରୁ ବଡ ସମସ୍ୟା ହେଉଛି ଦାରିଦ୍ର୍ୟ, ନିରକ୍ଷରତା, ରୋଗ ଏବଂ ବୈଜ୍ଞାନିକ ଉତ୍ପାଦନର ଅଭାବ । ଏହିସବୁ ସମସ୍ୟାର ସମାଧାନ ପାଇଁ ସମାଜକୁ ଏକଜୁଟ ହେବାକୁ ପଡିବ, ଏକାଠି ହୋଇ ଚେଷ୍ଟା କରିବାକୁ ପଡିବ । ମତେ ଆତ୍ମତୃପ୍ତି ମିଳୁଛି ଯେ ଦେଶ ଆଜି ପିଡୀତ, ଶୋଷିତ, ବଂଚିତମାନଙ୍କୁ, ନିଜ କୃଷକମାନଙ୍କୁ, ଦେଶର ମହିଳାଙ୍କୁ ସଶକ୍ତ କରିବା ପାଇଁ ନିରନ୍ତର ଉଦ୍ୟମ କରୁଛି । ଆଜି ପ୍ରତ୍ୟେକ ଗରିବକୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେବାପାଇଁ ସ୍ୱାସ୍ଥ୍ୟସେବା ଉପଲବ୍ଧ ହେଉଛି । ଦେଶର କୃଷକମାନଙ୍କୁ ବିହନଠାରୁ ବଜାର ପର୍ଯ୍ୟନ୍ତ ଆଧୁନିକ ସୁବିଧା ପ୍ରଦାନ କରାଯାଉଛି । ଚାଷ ପାଇଁ ହେବାକୁ ଥିବା ଖର୍ଚ୍ଚ କମ୍ କରିବାକୁ ପ୍ରୟାସ କରାଯାଉଛି । ପ୍ରତ୍ୟେକ ଯୁବକକୁ ଆଧୁନିକ ଓ ଗୁଣବତାସମ୍ପନ୍ନ ଶିକ୍ଷା ମିଳୁ, ସେଥିପାଇଁ ଦେଶର ଶିକ୍ଷା ଭିତିଭୂମିକୁ ଆଧୁନିକ କରାଯାଉଛି । ଦେଶରେ ବହୁସଂଖ୍ୟାରେ ଏମ୍ସ୍, ଆଇଆଇଟି, ଆଇଆଇଏମ୍ ଭଳି ବଡ ବଡ ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଛି । ଆଜି ଦେଶ ଏକବିଂଶ ଶତାଦ୍ଦୀର ଆବଶ୍ୟକତା ଅନୁଯାୟୀ ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ମଧ୍ୟ କାର୍ଯ୍ୟକାରୀ କରିଛି ।

ବନ୍ଧୁଗଣ,

ମୁଁ ଅନେକଥର ଭାବୁଛି ଯେ ଆଜି ଦେଶରେ ଯେଉଁ ପରିବର୍ତନ ହେଉଛି, ଯେଉଁ ନୂଆ ଭାରତ ଆକାର ନେଉଛି, ତାହା ଦେଖି ନେତାଜୀଙ୍କୁ କେତେ ଆତ୍ମତୃପ୍ତି ମିଳିଥାଆନ୍ତା । ତାଙ୍କୁ କିଭଳି ଲାଗିଥାଆନ୍ତା, ଯେତେବେଳେ ସେ ବିଶ୍ୱର ସବୁଠାରୁ ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ତାଙ୍କ ଦେଶକୁ ଆତ୍ମନିର୍ଭର ହେଉଥିବାର ଦେଖିଥାଆନ୍ତେ? ତାଙ୍କୁ କିପରି ଲାଗିଥାଆନ୍ତା, ଯେତେବେଳେ ଯେ ସାରା ଦୁନିଆର ବଡ ବଡ କମ୍ପାନୀରେ, ଶିକ୍ଷା କ୍ଷେତ୍ରରେ, ଚିକିତ୍ସା କ୍ଷେତ୍ରରେ ଭାରତୀୟମାନଙ୍କର ପ୍ରଶଂସା ଶୁଣିଥାଆନ୍ତେ? ଆଜି ରାଫେଲ୍ ଭଳି ଆଧୁନିକ ଯୁଦ୍ଧ ବିମାନ ମଧ୍ୟ ଭାରତୀୟ ସେନା ନିକଟରେ ରହିଛି, ଏବଂ ତେଜସ୍ ଭଳି ଅତ୍ୟାଧୁନିକ ବିମାନ ମଧ୍ୟ ଭାରତ ନିଜେ ପ୍ରସ୍ତୁତ କରୁଛି । ଯେତେବେଳେ ସେ ଦେଖିଥାଆନ୍ତେ ଯେ ତାଙ୍କ ଦେଶର ସେନା ଏତେ ଶକ୍ତିଶାଳୀ, ତାକୁ ସେହିଭଳି ଆଧୁନିକ ଅସ୍ତ୍ରଶସ୍ତ୍ର ମିଳୁଛି, ଯାହା ସେ ଚାହୁଁଥିଲେ, ତାହେଲେ ତାଙ୍କୁ କିଭଳି ଅନୁଭବ ହେଉଥାଆନ୍ତା? ଆଜି ଯଦି ନେତାଜୀ ଏହା ଦେଖିଥାଆନ୍ତେ ଯେ ତାଙ୍କ ଭାରତ ଏତେ ବଡ ମହାମାରୀ ବିରୁଦ୍ଧରେ ଏତେ ଶକ୍ତିର ସହ ଲଢେଇ କରିଛି, ଆଜି ତାଙ୍କ ଭାରତ ଟିକା ଭଳି ଆଧୁନିକ ବୈଜ୍ଞାନିକ ସମାଧାନ ନିଜେ ତିଆରି କରିପାରୁଛି, ତାହେଲେ ସେ କ’ଣ ଚିନ୍ତା କରିଥାଆନ୍ତେ? ଯେତେବେଳେ ସେ ଦେଖିଥାଆନ୍ତେ ଭାରତ ଟିକା ଦେଇ ବିଶ୍ୱର ଅନ୍ୟ ଦେଶମାନଙ୍କୁ ମଧ୍ୟ ସାହାଯ୍ୟ କରୁଛି, ତାହାହେଲେ ତାଙ୍କୁ କେତେ ଗର୍ବ ଅନୁଭବ ହୋଇନଥାନ୍ତା? ନେତାଜୀ ଯେକୌଣସି ସ୍ୱରୂପରେ ଆମକୁ ଦେଖୁଥିଲେ ବି, ଆମକୁ ଆଶୀର୍ବାଦ ଦେଉଛନ୍ତି, ଆମକୁ ସ୍ନେହ ଦେଉଛନ୍ତି । ଯେଉଁ ସଶକ୍ତ ଭାରତର ସେ କଳ୍ପନା କରିଥଲେ, ଆଜି ଏଲ୍ଏସି ଠାରୁ ନେଇ ଏଲ୍ଓସି ପର୍ଯ୍ୟନ୍ତ, ଭାରତର ଏହି ନୂତନ ଅବତାରକୁ ସାରା ବିଶ୍ୱ ଦେଖୁଛି । ଯେକୌଣସି ସ୍ଥାନରୁ ବି ଭାରତର ସାର୍ବଭୌମତ୍ୱକୁ ଆହ୍ୱାନ ଦେବାର ପ୍ରୟାସ କରାଯାଇଛି, ଭାରତ ଆଜି ତାର ଠିକଣା ଜବାବ ଦେଉଛି ।

ବନ୍ଧୁଗଣ,

ନେତାଜୀଙ୍କ ବିଷୟରେ କହିବା ପାଇଁ ଏତେ କିଛି ରହିଛି ଯେ ସେସବୁ ବଖାଣୁ ବଖାଣୁ ରାତି ରାତି ବିତିଯିବ । ନେତାଜୀଙ୍କ ଭଳି ମହାନ୍ ବ୍ୟକ୍ତିତ୍ୱଙ୍କ ଜୀବନରୁ ଆମ ସମସ୍ତଙ୍କୁ, ଏବଂ ବିଶେଷକରି ଯୁବବର୍ଗକୁ ଅନେକ କିଛି ଶିଖିବାକୁ ମିଳେ । କିନ୍ତୁ ଆଉ ଗୋଟିଏ କଥା ହେଉଛି ଯେ ମତେ ଯାହା ସବୁଠାରୁ ଅଧିକ ମାତ୍ରାରେ ପ୍ରଭାବିତ କରେ, ତାହା ହେଉଛି ନିଜର ଲକ୍ଷ୍ୟ ହାସଲ ପାଇଁ ନିରନ୍ତର ପ୍ରୟାସ । ବିଶ୍ୱଯୁଦ୍ଧ କାଳରେ ଯେତେବେଳେ ମିତ୍ର ରାଷ୍ଟ୍ରଗୁଡିକ ପରାଜୟର ସମ୍ମୁଖୀନ ହୋଇ ସାରିଥିଲେ, ଆତ୍ମସମର୍ପଣ କରୁଥିଲେ, ସେତେବେଳେ ନେତାଜୀ ନିଜର ସହଯୋଗୀମାନଙ୍କୁ ଯେଉଁ କଥାସବୁ କହିଥିଲେ ତାହାର ଭାବନା ଏଭଳି ଥିଲା ଯେ - ଅନ୍ୟ ଦେଶଗୁଡିକ ଆତ୍ମସମର୍ପଣ କରିଥିବେ କିନ୍ତୁ ଆମେ ନୁହେଁ । ନିଜର ସଙ୍କଳ୍ପଗୁଡିକୁ ସିଦ୍ଧି ପର୍ଯ୍ୟନ୍ତ ନେଇଯିବା ପାଇଁ ତାଙ୍କ ମଧ୍ୟରେ ଅଦ୍ୱିତୀୟ କ୍ଷମତା ଥିଲା । ସେ ନିଜ ସାଙ୍ଗରେ ସବୁବେଳେ ଭାଗବତ ଗୀତା ରଖୁଥିଲେ, ସେଥିରୁ ତାଙ୍କୁ ପ୍ରେରଣା ମିଳୁଥିଲା । ଯଦି ସେ କୌଣସି କାମରେ ଗୋଟିଏଥର ସଙ୍କଳ୍ପବଦ୍ଧ ହୋଇଯାଉଥିଲେ ତାହେଲେ ତାକୁ ପୂରଣ କରିବା ପାଇଁ ସେ ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଥିଲେ । ସେ ଆମକୁ ଏହିକଥା ଶିଖାଇଛନ୍ତି ଯେ ଯଦି କୌଣସି ବିଚାର ଅତି ସରଳ ନୁହେଁ, ସାଧାରଣ ନୁହେଁ, ଯଦି ଏଥିରେ କଠିନତା ମଧ୍ୟ ରହିଛି, ତାହେଲେ ମଧ୍ୟ କିଛି ନୂଆ ଉପାୟରେ ପ୍ରୟାସ କରିବା ପାଇଁ ଡରିବା ଉଚିତ୍ ନୁହେଁ । ଯଦି ଆପଣ କୌଣସି ଜିନିଷ ଉପରେ ଭରସା କରୁଛନ୍ତି ତାହେଲେ ତାକୁ ଆରମ୍ଭ କରିବା ପାଇଁ ଆପଣଙ୍କୁ ସାହସ ଦେଖାଇବାକୁ ହିଁ ପଡିବ । ଥରୁଟିଏ ହୁଏତ ଲାଗିପାରେ ଯେ ଆପଣ ଧାରାର ବିପରୀତ ଦିଗରେ ଅଗ୍ରସର ହେଉଛନ୍ତି, କିନ୍ତୁ ଯଦି ଆପଣଙ୍କ ଲକ୍ଷ୍ୟ ପବିତ୍ର ଅଟେ ତାହେଲେ ସେଥିରୁ ବିଚ୍ୟୁତ ହେବା ଉଚିତ୍ ନୁହେଁ । ସେ ଏହା କରି ଦେଖାଇଛନ୍ତି ଯେ ଆପଣ ଯଦି ନିଜର ଦୂରଗାମୀ ଲକ୍ଷ୍ୟ ପ୍ରତି ସମର୍ପିତ ଅଟନ୍ତି ତାହେଲେ ସଫଳତା ଆପଣଙ୍କୁ ଅବଶ୍ୟ ମିଳିବ ।

ବନ୍ଧୁଗଣ,

ନେତାଜୀ ସୁଭାଷ, ଆତ୍ମନିର୍ଭର ଭାରତର ସ୍ୱପ୍ନ ସହିତ ହିଁ ସୋନାର ବାଙ୍ଗଲା ପାଇଁ ସବୁଠାରୁ ବଡ ପ୍ରେରଣା ଅଟନ୍ତି । ଦେଶର ସ୍ୱାଧୀନତା ପାଇଁ ନେତାଜୀ ଯେଉଁ ଭୂମିକା ନିର୍ବାହ କରିଥିଲେ ଆଜି ଆତ୍ମନିର୍ଭର ଭାରତ ଅଭିଯାନରେ ପଶ୍ଚିମବଙ୍ଗକୁ ସେହି ଭୂମିକା ନିର୍ବାହ କରିବାକୁ ପଡିବ । ଆତ୍ମନିର୍ଭର ଭାରତ ଅଭିଯାନର ନେତୃତ୍ୱ ଆତ୍ମନିର୍ଭର ପଶ୍ଚିମବଙ୍ଗ ଓ ସୋନାର ବାଙ୍ଗଲାକୁ ମଧ୍ୟ ନେବାକୁ ପଡିବ । ପଶ୍ଚିମବଙ୍ଗ ଆଗକୁ ଆସୁ, ନିଜର ଗୌରବକୁ ଆହୁରି ଆଗକୁ ବଢାଉ, ଦେଶର ଗୌରବକୁ ଆଗକୁ ବଢାଉ । ନେତାଜୀଙ୍କ ଭଳି ହିଁ, ଆମକୁ ମଧ୍ୟ ନିଜ ସଙ୍କଳ୍ପ ପ୍ରାପ୍ତି ପର୍ଯ୍ୟନ୍ତ ଏବେ ଆଉ ଅଟକିବା ଅନୁଚିତ୍ । ଆପଣମାନେ ସମସ୍ତେ ନିଜ ନିଜର ପ୍ରୟାସରେ, ସଙ୍କଳ୍ପରେ ସଫଳ ହୁଅନ୍ତୁ, ଏହି ଶୁଭକାମନା ସହିତ ଆଜିର ଏହି ପବିତ୍ର ଦିବସରେ, ଏହି ପବିତ୍ର ଭୂମିରେ ଆସି ଆପଣ ସମସ୍ତଙ୍କ ଆଶୀର୍ବାଦ ଲାଭ କରି ନେତାଜୀଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଆମେ ସଙ୍କଳ୍ପ ସହିତ ଆଗକୁ ବଢୁ, ଏହି ଗୋଟିଏ ଭାବନା ସହିତ ମୁଁ ଆପଣ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ କରୁଛି ।

ଜୟ ହିନ୍ଦ୍!

ଜୟ ହିନ୍ଦ୍!

ଜୟ ହିନ୍ଦ୍!

ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
GIFT City scales new heights as India's 1st international finance and IT hub

Media Coverage

GIFT City scales new heights as India's 1st international finance and IT hub
NM on the go

Nm on the go

Always be the first to hear from the PM. Get the App Now!
...
PM Modi’s interaction with BJP booth Karyakartas from Assam ahead of Assembly Elections
March 30, 2026
‘Seva, Sangathan, and Samarpan’, PM Modi says Assam’s BJP karyakartas embody the true spirit of the organisation
When every booth becomes strong, victory becomes certain, and Assam’s future becomes brighter: PM Modi lauding the efforts of BJP karyakartas
The importance of protecting Assam’s identity and tackling issues like illegal infiltration is not just a political issue but one of security, culture and justice: PM Modi
Over a dozen key peace agreements have brought lasting stability, especially in regions like Bodoland: PM Modi

PM Modi interacted with BJP booth karyakartas across Assam as a part of the ‘Mera Booth, Sabse Mazboot’ programme via NaMo App. He energised booth-level members and reaffirmed that every booth remains the foundation of the party’s strength and electoral success. He hailed the true spirit of Assam, calling it a powerful force driving BJP’s growth in the Northeast.

Opening the interaction, PM Modi described himself as a karyakarta first, expressing pride in working alongside the grassroots cadre. He lauded booth karyakartas for their tireless dedication, emphasising that their connect with every household is the BJP’s greatest strength. “Booth jeetoge toh chunav jeetoge,” he reiterated.

Highlighting Assam’s transformation over the past decade, PM Modi underlined the shift from instability and violence to peace, progress, and prosperity under the double engine government. He noted that over a dozen key peace agreements have brought lasting stability, especially in regions like Bodoland.

He stressed the importance of educating first-time voters about Assam’s past challenges, urging karyakartas to actively communicate the contrast between earlier regimes marked by unrest and the current era of stability. He encouraged innovative booth-level engagements to emotionally connect with voters while showcasing developmental achievements.

PM Modi also called for focused outreach to beneficiaries of key welfare schemes such as PM Awas Yojana, PM-Kisan, Ujjwala, and others, urging workers to compile beneficiary lists and strengthen direct engagement. He emphasised turning polling day into a Jan Utsav, with collective participation ensuring maximum voter turnout.
Encouraging youth and women’s participation, PM Modi praised Assam’s Nari Shakti and highlighted initiatives empowering women economically and socially. He urged workers to leverage platforms like the NaMo App and social media to share real-life stories.

Addressing key regional concerns, PM Modi underscored the importance of protecting Assam’s identity and tackling issues like illegal infiltration, calling it not just a political issue but one of security, culture, and justice. He urged karyakartas to raise awareness at the grassroots and support efforts ensuring the rights and dignity of indigenous communities.

He also highlighted the empowerment of tea garden workers through land rights and welfare schemes, calling it a historic step towards dignity and long-term security for lakhs of families.

Reaffirming the guiding principles of ‘Seva, Sangathan, and Samarpan’, PM Modi said that Assam’s BJP karyakartas embody the true spirit of the organisation.

He concluded with a powerful call to action:“When every booth becomes strong, victory becomes certain, and Assam’s future becomes brighter.”