This is the strength of the farmers of our country that the production of pulses has increased from almost 17 million tonnes to 23 million tonnes in just one year: PM
100% neem coating of urea has led to its effective utilisation: PM
Due to Soil health Cards lesser fertilizers are being used and farm productivity has gone up by 5 to 6 per cent: PM Modi
We have announced ‘Operation Greens’ in this year’s budget, we are according TOP priority to Tomato, Onion, Potato: PM Modi
Promoting use of solar energy will lead to increase in the income of farmers: PM Modi

 

ସମଗ୍ର ଦେଶରୁ ଆସିଥିବା ବୈଜ୍ଞାନିକଗଣ, ଚାଷୀ ଭାଇ ଓ ଏଠାରେ ଉପସ୍ଥିତ ସମସ୍ତ ମହାନୁଭବ । ଆମେ ସମସ୍ତେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଅତି ଗମ୍ଭୀର ଓ ବହୁତ ଜରୁରୀ ପ୍ରସଙ୍ଗରେ ମନ୍ଥନ କରିବା ପାଇଁ ଏଠି ଏକଜୁଟ ହୋଇଛେ ।

ମୁଁ ଏବେ ଆପଣମାନଙ୍କର ଉପସ୍ଥାପନ ଦେଖିଲି, ଆପଣମାନଙ୍କ ଚିନ୍ତାଧାରା ଶୁଣିଲି । ମୁଁ ଆପଣମାନଙ୍କୁ ଏହି ପରିଶ୍ରମ ପାଇଁ, ଏହି ମନ୍ଥନ ପାଇଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ବାସ୍ତବରେ କୃଷି ଏଭଳି ଏକ ବିଷୟ, ଯାହା ହଜାର ହଜାର ବର୍ଷ ପୂର୍ବରୁ ଆମର ସଭ୍ୟତାକୁ ଗଢ଼ିଛି, ତାକୁ ଜୀବନ୍ତ ରଖିଛି ଓ ତାକୁ ସଶକ୍ତ କରିଛି । ଆମର ଶାସ୍ତ୍ରରେ ଲେଖା ଅଛି କି –

କୃଷି ଧନ୍ୟାକୃଷି ମେଧ୍ୟା

ଜନ୍ତୋନାୱଜୀବନାମ କୃଷି

ଅର୍ଥାତ୍ କୃଷି ସମ୍ପତ୍ତି ଓ ଜ୍ଞାନ ପ୍ରଦାନ କରିଥାଏ ଓ କୃଷି ହିଁ ମାନବ ଜୀବନର ଆଧାର । ତେଣୁ ଯେଉଁ ବିଷୟ ଯେତେ ପୁରୁଣା, ଯେଉଁ ବିଷୟରେ ଭାରତୀୟ ସଂସ୍କୃତି ଓ ଭାରତୀୟ ପଦ୍ଧତିଗୁଡ଼ିକ ସମଗ୍ର ବିଶ୍ୱକୁ ମାର୍ଗଦର୍ଶନ କରାଇଛି, ଚାଷର ସମସ୍ତ କୌଶଳ, ତା’ର ପରିଚୟ କରାଇଛି- ସେହି ବିଷୟରେ ଆମେ ଯେତେବେଳେ କଥା ହେଉଛେ, ତାହା ଇତିହାସ, ବର୍ତ୍ତମାନ ଓ ଭବିଷ୍ୟତ ଅର୍ଥାତ 3ଟିର ଧ୍ୟାନ ରଖିବା ଆବଶ୍ୟକ ।

ଇତିହାସରେ ଏଭଳି ବର୍ଣ୍ଣନା ଦେଖିବାକୁ ମିଳେ କି  ବିଦେଶରୁ ଆସିଥିବା ଲୋକମାନେ ଭାରତର କୃଷି ପଦ୍ଧତିକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏତେ ଉନ୍ନତ ବ୍ୟବସ୍ଥା, ଏତେ ଉନ୍ନତ ଜ୍ଞାନକୌଶଳ, ବୈଜ୍ଞାନିକ ପଦ୍ଧତି ଉପରେ ଆଧାରିତ ଆମର କୃଷି ସମଗ୍ର ବିଶ୍ୱକୁ ବହୁତ କିଛି ଶିଖାଇଛି । ଆମର ଏଠି ଘାଘ ଓ ଭଟରୀ ଭଳି ଚାଷୀ କେବେ ବି, ସେମାନେ ଯିଏ କି ଚାଷ ଉପରେ ପାଗକୁ ନେଇ ଖୁବ୍ ସଠିକ୍ କବିତା ଲେଖିଥିଲେ । କିନ୍ତୁ ଦାସତ୍ୱର ଦୀର୍ଘ ବର୍ଷକୁ ଦେଖିଲେ ଏ ସମସ୍ତ ଅନୁଭବ, କୃଷିକୁ ନେଇ ଆମର ପ୍ରସ୍ତୁତ ହୋଇଥିବା ସମସ୍ତ ବ୍ୟବସ୍ଥାଗୁଡ଼ିକ ଧ୍ୱସ୍ତ ହୋଇଯାଇଛି ।

ସ୍ୱାଧୀନତା ପରେ ଆମ ଦେଶର ଚାଷୀ ନିଜର ରକ୍ତ-ଝାଳ ବୁହାଇ ଚାଷକୁ ପୁଣିଥରେ ସମ୍ଭାଳିଥିଲେ । ସ୍ୱାଧୀନତା ପରେ ଦାନାଟିଏ ପାଇଁ ଆତୁର ଥିବା ଆମର ଚାଷୀ ଦେଶକୁ ଖାଦ୍ୟଶସ୍ୟ ମାମଲାରେ ଆତ୍ମନିର୍ଭରଶୀଳ କରାଇ ଦେଇଛି । ଗତବର୍ଷ ତ ଆମର ଚାଷୀମାନଙ୍କ ପରିଶ୍ରମ ଯୋଗୁ ଖାଦ୍ୟଶସ୍ୟ ଓ ଫଳପନିପରିବା ଏତେ ଉତ୍ପାଦନ ହୋଇଥିଲା ଯେ, ଯାହା ପୂର୍ବରୁ କେବେ ହୋଇନଥିଲା । ଏ ଆମ ଦେଶର ଚାଷୀଙ୍କ ସାମର୍ଥ୍ୟ କି ମାତ୍ର ବର୍ଷକରେ ଦେଶରେ ଡାଲି ଉତ୍ପାଦନ ପ୍ରାୟ 17 ନିୟୁତ ଟନ୍ ରୁ ବୃଦ୍ଧି ପାଇ 23 ନିୟୁତ ଟନ୍ ହୋଇଯାଇଛି ।

ସ୍ୱାଧୀନତା ପରେ ଏହି ଯାତ୍ରାରେ କୃଷି କ୍ଷେତ୍ରର ସମ୍ପ୍ରସାରଣ ହୋଇଛି । କିନ୍ତୁ ଚାଷୀର ବ୍ୟକ୍ତିଗତ ବିକାଶ କ୍ଷେତ୍ରରେ ଅଧିକ ସଙ୍କୁଚିତ ହୋଇଯାଇଛି । ଚାଷରୁ ଉପାର୍ଜନ ଅନ୍ୟ କ୍ଷେତ୍ର ତୁଳନାରେ କମ୍ ହୋଇଯାଇଥିବା ବେଳେ ଆଗାମୀ ପିଢି ବିଲରେ ହଳ ଲଙ୍ଗଳ ଚଳାଇବା ଛାଡ଼ି ସହରରେ ଛୋଟବଡ଼ ଚାକିରୀ କରିବାକୁ ଅଧିକ ପସନ୍ଦ କରୁଛି । ସମୟ ଏଭଳି ଆସିଛି କି ଦେଶକୁ ଖାଦ୍ୟ ସୁରକ୍ଷା ଦେଉଥିବା ଚାଷୀର ନିଜର ‘ଉପାର୍ଜନ ସୁରକ୍ଷା’ ପ୍ରତି ବିପଦ ଦେଖାଦେଇଛି । ଏଭଳି ସ୍ଥିତି ଆପଣମାନେ ଜାଣନ୍ତି । ସମ୍ଭବତଃ ମୋ’ଠୁ ଢ଼େର ବେଶୀ ଜାଣନ୍ତି । ତଥାପି ମୁଁ ଏଭଳି ସ୍ଥିତି ସମ୍ପର୍କରେ ଆପଣମାନଙ୍କ ସହ କଥା ହେଉଛି । କାରଣ ଯେତେବେଳେ ଆମେ ପୁରୁଣା ପରିସ୍ଥିତିକୁ ବିଶ୍ଲେଷଣ କରିଥାଉ, ସେତେବେଳେ ନୂଆ ମାର୍ଗ ବାହାରିଥାଏ । ସେତେବେଳେ ନୂଆ ଆଭିମୁଖ୍ୟ ସହ କାମ କରିବାର ଶୈଳୀ ମଧ୍ୟ ଦେଖାଯାଏ । ସେତେବେଳେ ଜଣାପଡ଼ିଥାଏ କି, କ’ଣ ପୂର୍ବରୁ ହୋଇଥିଲା ଯାହା ଆକାଂକ୍ଷିତ ପରିଣାମ ଦେଇପାରିନଥିଲା । ଯାହାକୁ ଭବିଷ୍ୟତରେ ସୁଧାରିବାର ଆବଶ୍ୟକତା ରହିଛି । ଏହି ବିଶ୍ଲେଷଣ ଆଧାର ପାଲଟିଛି ଏବେ ଦେଶରେ ଚାଷୀଙ୍କ ଆୟକୁ ଦ୍ୱିଗୁଣ କରିବାର ଲକ୍ଷ୍ୟ । ଏକ ଏଭଳି ଲକ୍ଷ୍ୟ ଯାହାକୁ ପୁରୁଣା ଆଭିମୁଖ୍ୟରେ ହାସଲ କରିବା ସମ୍ଭବପର ନୁହେଁ । ଏଭଳି ଏକ ଲକ୍ଷ୍ୟ ଯାହାକୁ ହାସଲ କରିବା ପାଇଁ ସମଗ୍ର କୃଷି କ୍ଷେତ୍ରର ପୁନରୁଦ୍ଧାର କରିବାର ଆବଶ୍ୟକତା ରହିଛି ।

ଯେତେବେଳେ ଏହି ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଛୋଟ ଛୋଟ ସମସ୍ୟାକୁ ସମାଧାନ କରିବା ଆରମ୍ଭ କରାଗଲା, ଧୀରେ ଧୀରେ ଏହାର ସମ୍ପ୍ରସାରଣ ଏକ ବଡ଼ କୃଷି ଆନ୍ଦୋଳନରେ ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳିଲା ।

ବନ୍ଧୁଗଣ, ଆମେ ସମସ୍ତେ ବିଲରେ ଦେଖିଛେ କି ଅନେକଥର ଯେତେବେଳେ ବଳଦକୁ ଲମ୍ବା ଦଉଡ଼ିରେ ଖୁଂଟରେ ବାନ୍ଧି ଦିଆଯାଏ, ସେତେବେଳେ ସିଏ ଗୋଲାକାର ଭାବେ ଘୁରିବୁଲେ । ସେ ଭାବେ କି ସେ ଦୌଡ଼ି ପଳାଉଛି । କିନ୍ତୁ ବାସ୍ତବତା ହେଉଛି କି ସେ ନିଜକୁ ଏକ ପରିସର ମଧ୍ୟରେ ବାନ୍ଧି ରଖିଥାଏ ଓ ନିଜେ ସେଥିରେ ଦୌଡ଼ିଥାଏ । ଭାରତୀୟ କୃଷିକୁ ମଧ୍ୟ ଠିକ୍ ଏଭଳି ବନ୍ଧନରୁ ମୁକ୍ତ କରିବା ପାଇଁ ଏକ ବହୁତ ବଡ଼ ଦାୟିତ୍ୱ ଆମ ସମସ୍ତଙ୍କ ଉପରେ ରହିଛି ।

 

ଚାଷୀଙ୍କ ଉନ୍ନତି ହେଉ, ଚାଷୀଙ୍କ ଆୟ ବଢ଼ୁ, ଏଥିପାଇଁ ବିହନରୁ ବଜାର ପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଉଛି । ଉତ୍ପାଦନରେ ଆତ୍ମନିର୍ଭରଶୀଳତାର ଏହି ଯୁଗରେ ସମଗ୍ର ପାରିପାର୍ଶ୍ଵିକ ସ୍ଥିତି ଚାଷୀଙ୍କ ସ୍ୱାର୍ଥ ପାଇଁ କରିବା ଦିଗରେ କାର୍ଯ୍ୟ କରାଯାଉଛି । ଚାଷୀଙ୍କ ଆୟ ବୃଦ୍ଧି ପ୍ରସଙ୍ଗରେ ଗଠିତ ଆନ୍ତଃ-ମନ୍ତ୍ରଣାଳୟ କମିଟି, ନୀତି ଆୟୋଗ ଆପଣମାନଙ୍କ ଭଳି ଅନେକ ବୈଜ୍ଞାନିକ, ଚାଷୀ ଓ କୃଷି କ୍ଷେତ୍ରର ଭାଗିଦାର/ଷ୍ଟେକ ହୋଲ୍ଡରଙ୍କ ସହ ଗଭୀର ବିଚାରବିମର୍ଶ କରି ସରକାର ଏକ ଦିଗ-ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି ଓ ଉକ୍ତ ମାର୍ଗରେ ଆଗକୁ ବଢ଼ୁଛନ୍ତି ।

ଚଳିତ ବଜେଟରେ ଚାଷୀଙ୍କୁ ସେମାନଙ୍କର ଫସଲର ଉଚିତ ଦାମ ଦେବା ପାଇଁ ଏକ ବଡ଼ ନିଷ୍ପତ୍ତିର ଘୋଷଣା କରାଯାଇଛି । ଆଉ ଆମର ପାଶା ପଟେଲ ଅତ୍ୟନ୍ତ ଉତ୍ସାହର ସହ ଏହାର  ବର୍ଣ୍ଣନା ମଧ୍ୟ କରିଛନ୍ତି । ଏହା ଅନ୍ତର୍ଗତ ଚାଷୀଙ୍କୁ ତାଙ୍କର ଫସଲକୁ ଅତିକମରେ ଅର୍ଥାତ ମୂଲ୍ୟ ଉପରେ 50 ପ୍ରତିଶତ ଅର୍ଥାତ୍ ଦେଢ଼ଗୁଣ ମୂଲ୍ୟ ସୁନିଶ୍ଚିତ କରାଯାଇଛି । ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟର ଘୋଷଣାର ପୁରା ଫାଇଦା ଚାଷୀଙ୍କୁ ମିଳୁ, ଏଥିପାଇଁ ରାଜ୍ୟ ସରକାରମାନଙ୍କ ସହ ମିଶି କାମ କରୁଛନ୍ତି ।

ପୁରୁଣା ଯେଉଁ ତ୍ରୁଟି ବିଚ୍ୟୁତି ରହିଛି ତାକୁ ଦୂର କରିବାର ଅଛି । ପୂର୍ଣ୍ଣ ସୁରକ୍ଷିତ ବ୍ୟବସ୍ଥାକୁ ବିକଶିତ କରିବାର ଅଛି । ଭାଇ ଓ ଭଉଣୀମାନେ, ଚାଷୀଙ୍କ ଆୟ ବୃଦ୍ଧି ପାଇଁ ସରକାର 4ଟି ସ୍ତରରେ ଧ୍ୟାନକେନ୍ଦ୍ରିତ କରୁଛି ।

ପ୍ରଥମ- ଏଭଳି କେଉଁସବୁ ପଦକ୍ଷେପ ନିଆଯିବ, ଯେଉଁଥିରେ ଚାଷରେ ହେଉଥିବା ସେମାନଙ୍କର ଖର୍ଚ୍ଚ ହ୍ରାସ ପାଇବ

ଦ୍ୱିତୀୟ – ଏଭଳି କ’ଣ ପଦକ୍ଷେପ ନିଆଯିବ, ଯେଉଁଥିରେ ସେମାନଙ୍କ ନିଜର ଉତ୍ପାଦିତ ସାମଗ୍ରୀର ଉଚିତ ଦର ମିଳିବ

ତୃତୀୟ-  ଫସଲ, ଫଳ, ପନିପରିବାକୁ ବିଲରୁ ବଜାର ପର୍ଯ୍ୟନ୍ତ ପହଂଚିବା ମଧ୍ୟରେ  ଯେଉଁ  ନଷ୍ଟ ହେଉଚି, ତାକୁ କିଭଳି ରୋକାଯାଇପାରିବ

ଆଉ ଚତୁର୍ଥ – ଏଭଳି କ’ଣ କରାଯାଇପାରିବ ଯେଉଁଥିରେ ଚାଷୀଙ୍କୁ ଅତିରିକ୍ତ ଆୟର ଆମେ ବ୍ୟବସ୍ଥା କରିପାରିବୁ । ଆମର ସରକାର ସମସ୍ତ ନୀତିଗତ ନିଷ୍ପତ୍ତି, ସମସ୍ତ ଜ୍ଞାନକୌଶଳ, ସମସ୍ତ ଆଇନ ଓ ନିଷ୍ପତ୍ତି ଉକ୍ତ ଚାରଟି ସ୍ତର ଉପରେ ଆଧାରିତ ରଖିଛନ୍ତି । ଅଧିକରୁ ଅଧିକ ଜ୍ଞାନକୌଶଳକୁ ନିଜର ଫସଲ ସହ ଜଡ଼ିତ କରିଛନ୍ତି । ଏହାର ପରିଣାମ ଯୋଗୁ ସକରାତ୍ମକ ଫଳାଫଳ ମିଳିବାରେ ଲାଗିଚି ।

ଉଦାହରଣସ୍ୱରୂପ ଯଦି ୟୁରିଆରେ ନିମର ପ୍ରଲେପ କଥା କୁହାଯିବ ତା’ହେଲେ ସେହି ଗୋଟିଏ ନିଷ୍ପତ୍ତି ଚାଷୀଙ୍କ ଖର୍ଚ୍ଚକୁ କମ୍ କରାଇଛି । ୟୁରିଆର 100 ପ୍ରତିଶତ ନିମ ପ୍ରଲେପ ଯୋଗୁ ୟୁରିଆର ସାମର୍ଥ୍ୟ ବଢ଼ିଛି ଓ ଏବେ ଜଣାପଡ଼ୁଛି ଯେ ଏବେ ସେତିକି ହିଁ ଜମି ପାଇଁ ଚାଷୀଙ୍କୁ କମ୍ ୟୁରିଆ ପକାଇବାକୁ ପଡ଼ୁଛି । କମ୍ ୟୁରିଆ ପକାଇବା ଯୋଗୁ ଅର୍ଥ ସଂଚୟ ହେଉଛି ଓ ଅଧିକ ଫସଲ ଅମଳ ଯୋଗୁ ଉପାର୍ଜନ ବି ବଢ଼ୁଛି । ଏହି ପରିବର୍ତ୍ତନ ୟୁରିଆର ନିମପ୍ରଲେପ  ଯୋଗୁ ହୋଇଛି ।

ଭାଇ ଓ ଭଉଣୀମାନେ ଏପର୍ଯ୍ୟନ୍ତ ଦେଶରେ 11 କୋଟିରୁ ଅଧିକ ଚାଷୀଙ୍କୁ ମୃତ୍ତିକା  ସ୍ୱାସ୍ଥ୍ୟ କାର୍ଡ ଦିଆଯାଇସାରିଛି । ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଗୁ ଖାଦ୍ୟଶସ୍ୟର ଉତ୍ପାଦନ ବଢ଼ିଛି । ଚାଷୀଙ୍କୁ ଏବେ ପୂର୍ବରୁ ଜଣାପଡ଼ିଯାଉଛି କି ମାଟିରେ କ’ଣ ଅଭାବ ରହିଛି, କିଭଳି ଖତର ଆବଶ୍ୟକତା ରହିଛି । ଦେଶର 19 ଟି ରାଜ୍ୟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ମୃତ୍ତିକା  ସ୍ୱାସ୍ଥ୍ୟ କାର୍ଡ ଆଧାରରେ ଚାଷ କରୁଥିବା ଯୋଗୁ ରସାୟନ ସାରର ଉପଯୋଗରେ 8ରୁ 10 ପ୍ରତିଶତ ହ୍ରାସ ଆସିଛି ଓ ଉତ୍ପାଦନରେ 5ରୁ 6 ପ୍ରତିଶତ ବୃଦ୍ଧି ହୋଇଛି ।

କିନ୍ତୁ ବନ୍ଧୁଗଣ, ମୃତ୍ତିକା  ସ୍ୱାସ୍ଥ୍ୟ କାର୍ଡର ପୁରା ଫାଇଦା ସେତେବେଳେ ମିଳିବ ଯେତେବେଳେ ପ୍ରତ୍ୟେକ ଚାଷୀ ଏହି କାର୍ଡରୁ ମିଳୁଥିବା ଫାଇଦାକୁ ବୁଝିବେ ଓ ସେହି ଦିଗରେ ନିଜର ଚାଷ କରିବେ । ଏହା ସେତେବେଳେ ସମ୍ଭବପର ହେବ ଯେତେବେଳେ ଏହାର ପୁରା ପାରିପାର୍ଶ୍ଵିକ ସ୍ଥିତି ବିକଶିତ ହେବ । ମୁଁ ଚାହୁଁଛି ମୃତ୍ତିକା  ସ୍ୱାସ୍ଥ୍ୟ ପରୀକ୍ଷଣ ଓ ଏହାର ଫଳାଫଳ ଆଧାରରେ ଚାଷୀଙ୍କୁ ଫସଲ ଓ ଉତ୍ପାଦର ପ୍ୟାକେଜ୍ର ପ୍ରଶିକ୍ଷଣର ଢାଞ୍ଚା ବା ପଦ୍ଧତିକୁ ଆମର କୃଷି ବିଶ୍ୱବିଦ୍ୟାଳୟରେ BSc ଏଗ୍ରିକଲ୍ଚରର ପାଠ୍ୟକ୍ରମ ସହ ଯୋଡ଼ାଯାଉ । ଏହି ଢାଞ୍ଚାକୁ ଦକ୍ଷତା ବିକାଶ ସହ ମଧ୍ୟ ସାମିଲ ଯାଇପାରିବ ।

ଯେଉଁ ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମରେ କୃତକାର୍ଯ୍ୟ ହେବେ, ସେମାନଙ୍କୁ ଏକ ସ୍ୱତନ୍ତ୍ର ସାର୍ଟିଫିକେଟ୍ ଦେବା ଦିଗରେ ମଧ୍ୟ ବିଚାର କରାଯାଇପାରିବ । ଏହି ସାର୍ଟିଫିକେଟ୍ ଆଧାରରେ ଉକ୍ତ ଛାତ୍ରଛାତ୍ରୀ ନିଜର ମୃତ୍ତିକା  ସ୍ୱାସ୍ଥ୍ୟ ପରୀକ୍ଷାଗାର ଗାଁ ଭିତରେ ଖୋଲିପାରିବେ । ସେମାନଙ୍କୁ ମୁଦ୍ରା ଯୋଜନା ଆଧାରରେ ଋଣ ମିଳିପାରିବ । ଏଭଳି ବ୍ୟବସ୍ଥା ଦିଗରେ ମଧ୍ୟ ବିଚାର କରାଯିବା ଉଚିତ । ଭବିଷ୍ୟତରେ ଯେତେବେଳେ ସମସ୍ତ ପରୀକ୍ଷାଗାର, ସେଂଟ୍ରାଲ ଡାଟାବେସ୍ ସହ ସଂଯୋଗ ହେବ, ମୃତ୍ତିକା  ସ୍ୱାସ୍ଥ୍ୟର ତଥ୍ୟ ସେଂଟ୍ରାଲ ପୋର୍ଟାଲରେ ଉପଲବ୍ଧ ହେବ ସେତେବେଳେ ବୈଜ୍ଞାନିକ ଓ ଚାଷୀ ଉଭୟଙ୍କୁ ବହୁତ ସହଜ ହେବ । ମୃତ୍ତିକା  ସ୍ୱାସ୍ଥ୍ୟ କାର୍ଡର ଏହି ସେଂଟ୍ରାଲ ପୁଲରୁ ସୂଚନା ନେଇ ଆମର କୃଷି ବୈଜ୍ଞାନିକମାନେ ମାଟିର ସ୍ୱାସ୍ଥ୍ୟ, ପାଣିର ଉପଲବ୍ଧତା ଓ ଜଳବାୟୁ ସମ୍ପର୍କରେ ଚାଷୀଙ୍କୁ ଉଚିତ ସୂଚନା ଦେଇପାରିବେ । ଏଭଳି ପ୍ରକାରର ବ୍ୟବସ୍ଥା ବିକଶିତ କରାଯିବା ଉଚିତ ।

ବନ୍ଧୁଗଣ, ଆମର ସରକାର ଦେଶର କୃଷି ନୀତିକୁ ଏକ ନୂଆ ଦିଗ ଦେବାକୁ ପ୍ରୟାସ କରିଛି । ଯୋଜନାଗୁଡ଼ିକର କାର୍ଯ୍ୟକାରିତାର ଶୈଳୀରେ ପରିବର୍ତ୍ତନ ହୋଇଛି । ଏହାର ଉଦାହରଣ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା । ଏହା ଆଧାରରେ ଦୁଇଟି ଭିନ୍ନ ଭିନ୍ନ କ୍ଷେତ୍ର ଉପରେ ଏକସଙ୍ଗେ କାମ କରାଯାଉଛି । ଦେଶରେ କ୍ଷୁଦ୍ର ଜଳସେଚନର ପରିସରକୁ ବୃଦ୍ଧି ଓ ପ୍ରଚଳିତ ଜଳସଚେନ ନେଟୱାର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଧ୍ୟାନକେନ୍ଦ୍ରିତ କରାଯାଉଛି ।

ତେଣୁ ସରକାର ନିଷ୍ପତ୍ତି ନେଇଛନ୍ତି କି ଦୁଇ ଦୁଇ, ତିନି ତିନି ଦଶନ୍ଧି ଧରି ଅଟକି ରହିଥିବା ଦେଶର 99ଟି ଜଳସେଚନ ପରିଯୋଜନାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପୂରଣ କରାଯିବ । ଏଥିପାଇଁ 80ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଅର୍ଥର ପ୍ରାବଧାନ କରାଯାଇଛି । ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁ ଚଳିତବର୍ଷ ଶେଷ ସୁଦ୍ଧା ପ୍ରାୟ 50ଟି ପରିଯୋଜନାର କାର୍ଯ୍ୟ ଶେଷ ହୋଇଯିବ ଓ ବାକି ଆସନ୍ତା ବର୍ଷ ସୁଦ୍ଧା ପୂରଣ ହେବାକୁ ଲକ୍ଷ୍ୟ ରଖାଯାଇଛି ।

ଅର୍ଥାତ ଯେଉଁକାମ 25-30ବର୍ଷ ଧରି ଅଟକି ରହିଥିଲା, ତାହା ଆମେ 25-30ମାସ ମଧ୍ୟରେ ପୁରା କରିବାର ପ୍ରୟାସ କରିଛୁ । ଏହା ଶେଷ ହେବା ପରେ ପ୍ରତ୍ୟେକ ଜଳସଚେନ ପରିଯୋଜନା ଦେଶର ଯେକୌଣସି ଭାଗରେ ଚାଷୀଙ୍କ ବିଲରେ ହେଉଥିବା ଖର୍ଚ୍ଚକୁ ହ୍ରାସ କରିପାରିବ । ପାଣିକୁ ନେଇ ସେମାନଙ୍କୁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ । ପ୍ରଧାନମନ୍ତ୍ରୀ କୃଷି ଜଳସେଚନ ଯୋଜନା ଆଧାରରେ ଅଦ୍ୟାବଧି 20ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ମଧ୍ୟ ମାଇକ୍ରୋ/ସୂକ୍ଷ୍ମ ଜଳସେଚନ ପରିସରକୁ ଅଣାଯାଇ ସାରିଛି ।

କୃଷି କ୍ଷେତ୍ରରେ ବୀମାର କ’ଣ ସ୍ଥିତି ଥିଲା ତାହା ଆପଣମାନେ ଭଲଭାବେ ଜାଣିଥିବେ । ଚାଷୀ ନିଜର ଫସଲ ବୀମା କରିବାକୁ ଗଲେ ତାକୁ ଅଧିକ ପ୍ରିମିୟମ ଦେବାକୁ ପଡ଼ୁଥିଲା । ଫସଲ ବୀମାର ପରିସର ମଧ୍ୟ ଖୁବ୍ ଛୋଟ ଥିଲା । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆଧାରରେ ଆମର ସରକାର ନାକେବଳ ପ୍ରିମିୟମ ରାଶିକୁ କମ୍ କରିଛି ବରଂ ବୀମାର ପରିସରକୁ ମଧ୍ୟ  ବୃଦ୍ଧି କରାଇଛନ୍ତି ।

ବନ୍ଧୁଗଣ, ମୋତେ କୁହାଯାଇଛି କି ଗତବର୍ଷ ଏହି ଯୋଜନା ଆଧାରରେ 11 ହଜାର କୋଟି ଟଙ୍କାର ଦାବିଦାରୀ ରାଶି ଚାଷୀଙ୍କୁ ଦିଆଯାଇଛି । ଯଦି ପ୍ରତି ଚାଷୀ ଅବା ପ୍ରତି ହେକ୍ଟରକୁ ଦିଆଯାଇଥିବା ଦାବି ରାଶିକୁ ଦେଖାଯାଏ ତା’ହେଲେ ପୂର୍ବ ତୁଳନାରେ ଏହା ଦ୍ୱିଗୁଣ ହେବ । ଏହି ଯୋଜନା କେତେ ଚାଷୀଙ୍କ ଜୀବନ ବଂଚାଇଛି, କେତେ ପରିବାରକୁ ବଂଚାଇଛି ଏହା କେବେ ଗଣମାଧ୍ୟମର ହେଡଲାଇନ ହୋଇନାହିଁ । କେହି ଧ୍ୟାନ ମଧ୍ୟ ଦେଇନାହାନ୍ତି । ତେଣୁ ଆମ ସମସ୍ତଙ୍କ କର୍ତ୍ତବ୍ୟ ହେଉଛି କି ଅଧିକରୁ ଅଧିକ ଚାଷୀଙ୍କୁ ଏହି ଯୋଜନା ସହ ସାମିଲ କରିବା ।

ସରକାର ଏବେ ଏହି ଲକ୍ଷ୍ୟ ସହ କାମ କରୁଛି କି 2018-19ମସିହାରେ ଅତିକମରେ 50 ପ୍ରତିଶତ ଚାଷ ହୋଇଥିବା ଫସଲ ଏହି ଯୋଜନାର ପରିସରକୁ ଆସିବେ । ଭାଇ ଓ ଭଉଣୀମାନେ ଆମ ସରକାର ଦେଶର କୃଷି କ୍ଷେତ୍ରରେ ଏକ ମାର୍କେଟ ଆର୍କିଟେକଚର ବିକଶିତ କରୁଛି । ଚାଷୀଙ୍କର ଅଧିକ ଫାଇଦା ସେତେବେଳେ ହେବ ଯେତେବେଳେ ସଂଘୀୟ ସହଭାଗିତାର ଭାବନାରେ ଚାଲୁଥିବା କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ନିଷ୍ପତ୍ତି ନେବେ ।

 

ଏତେ ଏଇଥିପାଇଁ ଚାଷୀଙ୍କ ସ୍ୱାର୍ଥ ସହ ଜଡ଼ିତ ଅତ୍ୟାଧୁନିକ ଆଇନ ପ୍ରସ୍ତୁତ କରି ରାଜ୍ୟ ସରକାରମାନଙ୍କୁ ଏହାକୁ ଲାଗୁ କରିବା ପାଇଁ ଅନୁରୋଧ କରାଯାଇଛି । କୃଷି ଉତ୍ପାଦ ଓ ପ୍ରାଣୀଧନ ମାର୍କେଟିଂ ସହ ଜଡ଼ିତ ଏକ ଜମି ଲିଜ୍ ଆଇନ ହେଉ, ୱେରହାଉସ୍ ଗାଇଡ୍-ଲାଇନ୍ସ ବା ପଣ୍ୟାଗାର ନିର୍ଦ୍ଦେଶାବଳୀର ସରଳୀକରଣ ହେଉ, ଏଭଳି ଅନେକ ଆଇନ ନିଷ୍ପତ୍ତି ମାଧ୍ୟମରେ ଆମ ସରକାର ଚାଷୀଙ୍କୁ ସଶକ୍ତ କରିବା ଦିଗରେ କାମ କରୁଛି ।

2022 ମସିହା ସୁଦ୍ଧା ଚାଷୀଙ୍କ ଆୟ ବୃଦ୍ଧି ନିମନ୍ତେ କେନ୍ଦ୍ର ଓ ରାଜ୍ୟକୁ ମିଳିତ ଭାବେ କାମ କରିବାକୁ ପଡ଼ିବ । ବିଲରୁ ଅମଳ ହୋଇ ବଜାର ପର୍ଯ୍ୟନ୍ତ ପହଂଚିବା ପୂର୍ବରୁ ଚାଷୀର ଉତ୍ପାଦିତ ଖାଦ୍ୟଶସ୍ୟ ଯେଭଳି ନଷ୍ଟ ନହେବ ସେଥିପାଇଁ ପ୍ରଧାନମନ୍ତ୍ରୀ ଚାଷୀ ସମ୍ପଦ ଯୋଜନା ଆଧାରରେ କାମ କରାଯାଉଛି । କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଶୁଖିଲା ସଂରକ୍ଷଣ ଓ ଶୀତଳ ଭଣ୍ଡାର, ଗୋଦାମ ଘର ମାଧ୍ୟମରେ ସମଗ୍ର ଯୋଗାଣ ଚେନ୍ ବା ଯୋଗାଣ ଶୃଂଖଳକୁ ସୁଧାର କରାଯାଉଛି ।

ଏହି ବଜେଟରେ ଯେଉଁ ଅପରେସନ ଗ୍ରୀନ ବିଷୟ ଘୋଷଣା କରାଯାଇଛି ତାହା ମଧ୍ୟ ଯୋଗାଣ ଚେନ୍ ବ୍ୟବସ୍ଥା ସହ ଜଡ଼ିତ । ଏହା ଫଳ ଓ ପନିପରିବାର ଉତ୍ପାଦନ କରୁଥିବା ଚାଷୀଙ୍କ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହେବ । ଯେଭଳି ଦେଶରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଅମୁଲ ମଡେଲ୍ ବହୁତ ସଫଳ ହୋଇଛି, ଲକ୍ଷ ଲକ୍ଷ ଚାଷୀଙ୍କ ଆୟ ବୃଦ୍ଧି ହେଉଛି, ଏଭଳି ଅପରେସନ ଗ୍ରୀନ ମଧ୍ୟ ‘ଟପ୍’ ଅର୍ଥାତ ଟମାଟୋ, ପିଆଜ ଓ ଆଳୁ ଉତ୍ପାଦନ କରୁଥିବା ଚାଷୀଙ୍କ ପାଇଁ ଲାଭଦାୟକ ରହିବ ।

ବନ୍ଧୁଗଣ, ରୁଲ୍ ଓ ରିଟର୍ଣ୍ଣ ମାକେର୍ଟସ୍ ଅବା ଗାଁର ସ୍ଥାନୀୟ ମଣ୍ଡିଗୁଡ଼ିକର ହୋଲସେଲ୍ ବଜାର ଅର୍ଥାତ୍ ଏପିଏମ୍ସି ଅବା ପୁଣି ଗ୍ଲୋବାଲ ମାର୍କେଟ ପର୍ଯ୍ୟନ୍ତ ଏକୀକରଣ କରାଯିବା , ଏହା ବହୁତ ଆବଶ୍ୟକ ।

ମୋତେ କୁହାଯାଇଛି କି ଇଂରେଜଙ୍କ ଅମଳରେ କମିଶନ ଗଠନ ହୋଇଥିଲା । ସେମାନେ ବି ସୁପାରିସ କରିଥିଲେ କି ଚାଷୀଙ୍କ ପାଇଁ ପ୍ରତି 5-6 କିଲୋମିଟରରେ ଗୋଟିଏ ଲେଖାଏ ମାର୍କେଟ ହେବା ଉଚିତ । ଶହେ ବର୍ଷ ପୂର୍ବରୁ ଯେଉଁ ଚିନ୍ତାଧାରା ରଖାଯାଇଥିଲା, ତାହା ଏବେ ଲାଗୁ କରିବାର ସୌଭାଗ୍ୟ ମୋତେ ମିଳିଛି । ଏହି ବଜେଟରେ  ଗ୍ରାମାଂଚଳ ଖୁଚୁରା କୃଷି ମାର୍କେଟ ଅର୍ଥାତ ଜିଆରଏଏମ୍ ର ସଂରଚନା ଏହାର ପରିଣାମ । ଏହା ଆଧାରରେ ଦେଶର 22 ହଜାର ଗ୍ରାମାଂଚଳ ହାଟକୁ ଆବଶ୍ୟକ ଭିତ୍ତିଭୂମି  ସହ ଆଧୁନିକୀକରଣ କରାଯିବ ଓ ତା’ପରେ ସେଗୁଡ଼ିକୁ ଏପିଏମ୍ସି ସହ ଏକୀକୃତ କରାଯିବ । ଅର୍ଥାତ ମୋଟାମୋଟି ଭାବେ 5-10-15 କିମି ପରିସରରେ ଚାଷୀଙ୍କ ପାଖରେ ଏଭଳି ବ୍ୟବସ୍ଥା ରହିବ ଯାହା ତାକୁ ଦେଶର କୌଣସି ମାର୍କେଟ୍ ସହ ସଂଯୋଗ କରିପାରିବ । ଚାଷୀ ଏହି ଗ୍ରାମାଂଚଳ ହାଟରେ ହିଁ ନିଜର ଉତ୍ପାଦିତ ସାମଗ୍ରୀକୁ ସିଧାସଳଖ ଖାଉଟିଙ୍କୁ ବିକ୍ରି କରିପାରିବ ।

ଆଗାମୀ ଦିନରେ ଏହି କେନ୍ଦ୍ର ଚାଷୀଙ୍କ ଆୟ ବୃଦ୍ଧି, ରୋଜଗାର ଓ କୃଷି ଆଧାରିତ ଗ୍ରାମାଂଚଳ କୃଷି ଅର୍ଥବ୍ୟବସ୍ଥାର ନୂଆ ଶକ୍ତି କେନ୍ଦ୍ର ପାଲଟିବ । ଏହି ସ୍ଥିତିକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର କୃଷି ଉତ୍ପାଦ ସଂଗଠନ(ଇପିଓ)କୁ ପ୍ରୋତ୍ସାହିତ କରୁଛନ୍ତି । ଚାଷୀ ନିଜର କ୍ଷେତ୍ରରେ, ନିଜ ସ୍ତରରେ ଛୋଟ ଛୋଟ ସଂଗଠନ ତିଆରି କରି ଗ୍ରାମାଂଚଳ ହାଟ ଓ ବଡ଼ ମଣ୍ଡିଗୁଡ଼ିକ ସହ ଯୋଡ଼ି ହୋଇପାରିବେ । ଏଭଳି ଭାବେ ସଂଗଠନଗୁଡ଼ିକର ସଦସ୍ୟ ହୋଇ ସେମାନେ ପାଇକାରୀ କ୍ରୟ କରିପାରିବେ, ପାଇକାରୀ ଦରରେ ବିକ୍ରି କରିପାରିବେ ଓ ଏଭଳି ଭାବେ ନିଜର ଉପାର୍ଜନ ମଧ୍ୟ ବୃଦ୍ଧି କରିପାରିବେ ।

ଏହି ବଜେଟରେ  ସରକାର ଆହୁରି ମଧ୍ୟ ଘୋଷଣା କରିଛନ୍ତି କି ଚାଷୀ ଉତ୍ପାଦନ ସଂଗଠନକୁ ସମବାୟ ସୋସାଇଟି ଭଳି ଆୟକର ରିହାତି ଦିଆଯିବ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହି ଚାଷୀ ଉତ୍ପାଦ ସଂଗଠନ ସହାୟତାରେ ଜୈବିକ, ସୁଗନ୍ଧିତ ଓ ହର୍ବାଲ ଚାଷ ସହ ଯୋଡ଼ିବାର ଯୋଜନା ମଧ୍ୟ ଚାଷୀଙ୍କ ଆୟ ବୃଦ୍ଧିରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ ।

ବନ୍ଧୁଗଣ, ଆଜିର ସମୟର ଚାହିଦା ହେଉଛି ଆମେ ସବୁଜ ବିପ୍ଲବ ଓ ଶ୍ୱେତ ବିପ୍ଲବ ସହ ଜଳ ବିପ୍ଲବ, ନୀଳ ବିପ୍ଳବ, ମଧୁ ବିପ୍ଲବ ଓ ଜୈବିକ ବିପ୍ଲବକୁ ମଧ୍ୟ ଏକୀକୃତ କରିବାକୁ ପଡିବ । ତାହା ସହ ଯୋଡ଼ିବାକୁ ହେବ । ଏହା ସେହି କ୍ଷେତ୍ର ଯାହା ଚାଷୀଙ୍କ ପାଇଁ ଅତିରିକ୍ତ ଆୟ ଓ ଆୟର ମୁଖ୍ୟ ସ୍ରୋତ ଉଭୟ ହୋଇପାରିବ । ଜୈବିକ ଖେତ, ମହୁମାଛି ପାଳନ, ସାମୁଦ୍ରିକ ଶୈବାଳ ଚାଷ, ସୋଲାର ଫାର୍ମ, ଏଭଳି ସମସ୍ତ ଆଧୁନିକ ବିକଳ୍ପ ମଧ୍ୟ ଆମର ଚାଷୀଙ୍କ ସମ୍ମୁଖରେ ରହିଛି । ଆବଶ୍ୟକତା ହେଉଛି ସେମାନଙ୍କୁ ଅଧିକରୁ ଅଧିକ ସଚେତନ କରାଇବାର ଅଛି ।

ମୋର ଅନୁରୋଧ କି ଏ ସମ୍ପର୍କରେ ବିଶେଷକରି ପରମ୍ପରାଗତ ଓ ଜୈବିକ ଚାଷ ସମ୍ପର୍କରେ ସୂଚନା ଦେବା ପାଇଁ ଏକ ଡିଜିଟାଲ ପ୍ଲାଟଫର୍ମ ଆରମ୍ଭ କରାଯାଉ । ଏହି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ମାର୍କେଟ ଚାହିଦା, ବଡ଼ ଗ୍ରାହକ, ଯୋଗାଣ ଶୃଙ୍ଖଳ ସମ୍ପର୍କରେ ଚାଷୀଙ୍କୁ ଜୈବିକ ଚାଷ ସହ ଜଡ଼ିତ ସୂଚନା ଉପଲବ୍ଧ କରାଯାଇପାରିବ ।

ଚାଷର ଏହି ଉପକ୍ଷେତ୍ରରେ କାମ କରୁଥିବା ଚାଷୀଙ୍କୁ ଋଣ ଉପଲବ୍ଧତାକୁ ଅଧିକ ସରଳ କରାଇବା ଦିଗରେ ମଧ୍ୟ ସରକାର କାମ କରୁଛନ୍ତି । ଏହି ବଜେଟରେ  10ହଜାର କୋଟି ଟଙ୍କାର ପାଣ୍ଠି ବିଶେଷକରି ମତ୍ସ୍ୟ ଓ ପଶୁସମ୍ପଦକୁ ଦୃଷ୍ଟିରେ ରଖି ଦୁଇଟି ଭିତ୍ତିଭୂମି  ପାଣ୍ଠି ଗଠନ କରିବାର ଘୋଷଣା ହୋଇଛି । ଚାଷୀଙ୍କୁ ଭିନ୍ନ ଭିନ୍ନ ସଂସ୍ଥା ଓ ବ୍ୟାଙ୍କରୁ ଋଣ ମିଳିବାରେ ଯେଭଳି ସମସ୍ୟା ନହେବ ସେଥିପାଇଁ ଗତ 3ବର୍ଷ ମଧ୍ୟରେ ଋଣ ଦିଆଯାଉଥିବା ରାଶି ସାଢ଼େ 8ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି କରି ଚଳିତ ବଜେଟରେ  11 ଲକ୍ଷ କୋଟି ଟଙ୍କା କରିଦିଆଯାଇଛି ।

ଚାଷୀଙ୍କୁ ଋଣ ଦେବା ପାଇଁ ରାଶି ଉପଲବ୍ଧ କରିବା ସହ ସରକାରଙ୍କୁ ମଧ୍ୟ ଏହା ବି ସୁନିଶ୍ଚିତ କରାଯାଉଛି କି ସେମାନଙ୍କୁ ସଠିକ ସମୟରେ ଋଣ ମିଳିବ ଓ ଉଚିତ ରାଶିର ଋଣ ମିଳିବ । ସର୍ବଦା ଦେଖାଯାଉଛି କି ଛୋଟ ଚାଷୀଙ୍କୁ ସମବାୟ ସୋସାଇଟିରୁ ଋଣ ମିଳିବାରେ ସମସ୍ୟା ହେଉଛି । ତେଣୁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି କି ଦେଶର ସମସ୍ତ ପ୍ରାଥମିକ କୃଷି ସମବାୟ ସୋସାଇଟିର କମ୍ପ୍ୟୁଟରୀକରଣ କରାଯିବ । ଆସନ୍ତା ଦୁଇବର୍ଷ ମଧ୍ୟରେ ଏଭଳି 63ହଜାର ସୋସାଇଟିର କମ୍ପ୍ୟୁଟରୀକରଣ କାର୍ଯ୍ୟ ପୂରଣ ହେବ ଓ ଋଣ ପ୍ରଦାନ ପ୍ରକ୍ରିୟାରେ ଅଧିକ ପାରଦର୍ଶୀ ଅଣାଯିବ ।

ଜନଧନ ଯୋଜନା ଓ କିଷାନ କ୍ରେଡିଟ କାର୍ଡ ଦ୍ୱାରା ଚାଷୀଙ୍କୁ ଋଣ ଦିଆଯିବାର ମାର୍ଗକୁ ସରଳ କରାଯାଇଛି । ବନ୍ଧୁଗଣ ମୋତେ କୁହାଯାଇଛି କି ଦଶନ୍ଧି ପୂର୍ବରୁ ଗୋଟିଏ ଆଇନରେ ବାଉଁଶକୁ ଗଛ ଭାବେ ଅଭିହିତ କରାଯାଇଥିଲା । ତେଣୁ ତାକୁ ବିନା ଅନୁମତିରେ କାଟିବା ସମ୍ଭବପର ହେଉନଥିଲା । ବିନା ଅନୁମତିରେ ତାକୁ ଅନ୍ୟତ୍ର ନେବା ମଧ୍ୟ ସମ୍ଭବପର ହେଉନଥିଲା । ମୁଁ ତ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ସମସ୍ତେ ଜାଣିଥିଲେ ଯେ ବାଉଁଶର ନିର୍ମାଣ କ୍ଷେତ୍ରରେ କ’ଣ ମୂଲ୍ୟ ରହିଛି । ଆସବାବପତ୍ର ପ୍ରସ୍ତୁତରେ, ହସ୍ତତନ୍ତ ପ୍ରସ୍ତୁତିରେ, ଅଗରବତୀ, ଦିଆସିଲିରେ ମଧ୍ୟ ବାଉଁଶର ଉପଯୋଗ ହେଉଥିଲା । କିନ୍ତୁ ଆମର ଏଠି ବାଉଁଶ କାଟିବାର ଅନୁମତି ନେବା ପାଇଁ ପ୍ରକ୍ରିୟା ଏତେ ଜଟିଳ ଥିଲା କି ଚାଷୀ ନିଜର ଜମିରେ ବାଉଁଶ ଲଗାଇବାକୁ କୁଣ୍ଠାବୋଧ କରୁଥିଲା । ଏହି ଆଇନକୁ ଆମେ ଏବେ ପରିବର୍ତ୍ତନ କରିଦେଇଛୁ । ଏହି ନିଷ୍ପତ୍ତି ଯୋଗୁ ବାଉଁଶ ବି ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ସହାୟକ ସାବ୍ୟସ୍ତ ହେବ ।

ଆଉ ଏକ ପରିବର୍ତ୍ତନ କରିବା ପାଇଁ ଆମେ ପଦକ୍ଷେପ ନେଉଛୁ । ଆଉ ଏହି ପରିବର୍ତ୍ତନ ହେଉଛି ଆଗ୍ରୋସ୍ପାଇସ୍ ସହ ଜଡ଼ିତ । ବନ୍ଧୁଗଣ ଆମ ଦେଶରେ ଇମାରତୀ ଲକଡ଼ି ଯେତିକି ଉତ୍ପାଦନ ହୁଏ ତାହା ଦେଶର ଆବଶ୍ୟକତାର ବହୁତ କମ୍ । ଯୋଗାଣ ଓ ଚାହିଦା ମଧ୍ୟରେ ବ୍ୟବଧାନ ବହୁତ ଅଧିକ । ଗଛର ସଂରକ୍ଷଣକୁ ଦୃଷ୍ଟିରେ ରଖି ସରକାର ଏବେ ବହୁମୁଖୀ ଗଛ ପ୍ରଜାତିର ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେଉଛି । ଆପଣ ଭାବନ୍ତୁ ଚାଷୀଙ୍କୁ ନିଜର ବିଲରେ ଏଭଳି ଗଛ ଲଗାଇବାର ସ୍ୱାଧୀନତା ମିଳିବା ଉଚିତ କି ନାହିଁ ଯାହାକୁ ସେ 5ବର୍ଷ, 10ବର୍ଷ, 15ବର୍ଷରେ ନିଜର ଆବଶ୍ୟକତା ଅନୁସାରେ କାଟିପାରିବ, ତାକୁ ପରିବହନ କରିପାରିବ । ତାହେଲେ ତା’ର ଆୟରେ କେତେ ବୃଦ୍ଧି ହେବ ।

‘ହର୍ ମେଢ଼ ପର ପେଡ୍’ର ଚିନ୍ତାଧାରା ଚାଷୀଙ୍କର ବହୁତ ବଡ଼ ଆବଶ୍ୟକତାକୁ ପୂରଣ କରିବ । ଏଥିରେ ଦେଶର ପରିବେଶକୁ ମଧ୍ୟ ଫାଇଦା ମିଳିବ । ମୁଁ ଖୁସି ଯେ ଦେଶର 22ଟି ରାଜ୍ୟ ଏହି ନିୟମ ସହ ଜଡ଼ିତ ପରିବର୍ତ୍ତନକୁ ସେମାନେ ନିଜ ରାଜ୍ୟରେ ଲାଗୁ କରିସାରିଛନ୍ତି । କୃଷି କ୍ଷେତ୍ରରେ ସୌର ଶକ୍ତିର ଅଧିକରୁ ଅଧିକ ଉପଯୋଗ ମଧ୍ୟ ଚାଷୀଙ୍କ ଆୟ ବୃଦ୍ଧି କରିବ । ଏହାକୁ ଦୃଷ୍ଟିରେ ରଖି ଗତ 3ବର୍ଷ ମଧ୍ୟରେ ସରକାର ପ୍ରାୟ 2.75 ଲକ୍ଷ ସୌରଚାଳିତ ପମ୍ପ ଚାଷୀଙ୍କ ପାଇଁ ମଞ୍ଜୁର କରିଛନ୍ତି । ଏଥିପାଇଁ ପ୍ରାୟ ଅଢ଼େଇ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି । ଏହାଦ୍ୱାରା ଡିଜେଲ୍ ପାଇଁ ହେଉଥିବା ସେମାନଙ୍କ ଖର୍ଚ୍ଚ ମଧ୍ୟ ଅନେକାଂଶରେ ସଂଚୟ ହେବ ।

ଏବେ ସରକାର ଚାଷୀଙ୍କୁ ଗ୍ରୀଡ୍ ସଂଯୁକ୍ତ ସୌର ପମ୍ପ ଦେବା ଦିଗରେ ପଦକ୍ଷେପ ନେଉଛନ୍ତି । ଯାହାଫଳରେ ଅଧିକ ବିଦ୍ୟୁତ ତିଆରି ହେବ ଓ ତାହା ଚାଷୀଙ୍କ ପାଇଁ ଆର୍ଥିକ ଭାବେ ସହାୟକ ହେବ ।

ବନ୍ଧୁଗଣ ବିଲରୁ ଯେଉଁ ଜୈବ ସାମଗ୍ରୀ ବାହାରୁଛି ତାହା ବି ଉପାର୍ଜନର ଏକ ବହୁତ ବଡ଼ ମାଧ୍ୟମ । ପୂର୍ବରୁ ଏ ଦିଗରେ ବିଶେଷକିଛି ଚିନ୍ତା କରାଯାଇନଥିଲା । କିନ୍ତୁ ଆମର ସରକାର କୃଷି ବର୍ଜ୍ୟରୁ ‘ସମ୍ପଦ’ ପ୍ରସ୍ତୁତ ଦିଗରେ କାମ କରୁଛି । ଏଠାରେ ଥିବା ଅଧିକାଂଶ ଲୋକ ଏଭଳି ଏକ ନଷ୍ଟ ସମ୍ପର୍କରେ ଭଲ ଭାବେ ପରିଚିତ ଥିବେ । ଏସବୁ ନଷ୍ଟ ହେଉଥିଲା । କଦଳୀର ଗଛ । କଦଳୀର ପତ୍ର ଓ କଦଳୀର ଫଳ ତ ବିକ୍ରି ହୋଇଯାଏ କିନ୍ତୁ କଦଳୀର ଗଛ ତାହା ଚାଷୀଙ୍କ ପାଇଁ ସମସ୍ୟା ପାଲଟୁଥିଲା । ଅନେକ ସମୟରେ ଚାଷୀଙ୍କୁ ହଜାର ହଜାର ଟଙ୍କା ଏହି କଦଳୀ ଗଛର ମୂଳ କାଟିବା ଅବା ପୁରା ଓପାଡ଼ିବା ପାଇଁ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଏହାପରେ ଏସବୁ ମୂଳକୁ କେଉଁଠି ରାସ୍ତା କଡ଼ରେ ପିଙ୍ଗି ଦିଆଯାଉଥିଲା । ମାତ୍ର ଏହି ମୂଳ ଇଣ୍ଡଷ୍ଟ୍ରିଆଲ ପେପର୍ ପ୍ରସ୍ତୁତ  କାର୍ଯ୍ୟରେ, କପଡା ପ୍ରସ୍ତୁତରେ ଉପଯୋଗ କରାଯାଇପାରିବ ।

ଦେଶର ଭିନ୍ନ ଭିନ୍ନ ଭାଗରେ  ଏଭଳି ଅଭିଯାନ ଜୋର୍ ଧରିଛି, କୃଷି ବର୍ଜ୍ୟରୁ ସମ୍ପଦ ସୃଷ୍ଟି ନିମନ୍ତେ କାମ କରାଯାଉଛି । କତା ବର୍ଜ୍ୟ ହେଉ ଅବା ନଡ଼ିଆ ଖୋଳପା ହେଉ ଅବା ବାଉଁଶ ବର୍ଜ୍ୟ ହେଉ, ଫସଲ କାଟିବା ପରେ ବିଲରେ ଜମା ହେଉଥିବା କୃଷି ବର୍ଜ୍ୟ ହେଉ, ଏସବୁ ମାଧ୍ୟମରେ ଆମଦାନୀ ବଢ଼ିପାରିବ ।

ଏହି ବଜେଟରେ  ସରକାର ଗୋବର-ଧନ ଯୋଜନାର ଘୋଷଣା ମଧ୍ୟ କରିଛନ୍ତି । ଏହି ଯୋଜନା ଗ୍ରାମାଂଚଳ ସ୍ୱଚ୍ଛତା ବୃଦ୍ଧି ସହ ଗାଁରୁ ବାହାରୁ ଥିବା  ବାୟୋ ଗ୍ୟାସ ଚାଷୀ ଓ ପଶୁପାଳକମାନଙ୍କୁ ଭଲ ଆମଦାନୀ ବୃଦ୍ଧି ଦିଗରେ ସହାୟକ ହେବ । ଭାଇ ଓ ଭଉଣୀମାନେ କେବଳ ବାୟୋ ସାମଗ୍ରୀରୁ ହିଁ ସମ୍ପଦ ପ୍ରସ୍ତୁତ ହୋଇପାରିବ ତାହା ନୁହେଁ । ଯେଉଁ ମୁଖ୍ୟ ଫସଲ, ଅନେକ ସମୟରେ ତା’ର ବି ଭିନ୍ନ ଉପଯୋଗ ଚାଷୀଙ୍କ ଆମଦାନୀ ବୃଦ୍ଧି କରିପାରିବ । ଯେମିତି ଆଖୁରୁ ଇଥାନଲର ଉତ୍ପାଦନ । ଆମର ସରକାର ଇଥାନଲ ସହ ଜଡ଼ିତ ନୀତିରେ ବହୁତ ବଡ଼ ପରିବର୍ତ୍ତନ କରି ଏବେ ପେଟ୍ରୋଲରେ ଇଥାନଲର 10 ପ୍ରତିଶତ ମିଶ୍ରଣକୁ ସ୍ୱୀକୃତି ଦେଇଛନ୍ତି । ଅର୍ଥାତ ଚିନି ସହ ଜଡ଼ିତ ଚାହିଦା ପୂରଣ କରିବା ପରେ ଯେଉଁ ଆଖୁ ରହିଯିବ ତାହା ଇଥାନଲ ଉତ୍ପାଦନରେ ଉପଯୋଗ କରାଯାଇପାରିବ । ଏଥିରେ ଆଖୁ ଚାଷୀଙ୍କ ସ୍ଥିତି ସୁଦୃଢ଼ ହୋଇପାରୁଛି ।

 

ଦେଶରେ କୃଷି କ୍ଷେତ୍ର କିଭଳି କାମ କରେ, ଆମ ସରକାର ଉକ୍ତ ବ୍ୟବସ୍ଥାକୁ ପରିବର୍ତ୍ତନ କରୁଛନ୍ତି । କୃଷି କ୍ଷେତ୍ରରେ ଏକ ନୂଆ ସଂସ୍କୃତିର ସ୍ଥାପନା କରାଯାଉଛି । ଏହି ସଂସ୍କୃତି ଆମର ସାମର୍ଥ୍ୟ, ଆମର ସମ୍ବଳ, ଆମର ସ୍ୱପ୍ନକୁ ନ୍ୟାୟ ଦେବ । ଏହି ସଂସ୍କୃତି 2022 ସୁଦ୍ଧା ସଂକଳ୍ପରୁ ସିଦ୍ଧି ପାଇଁ ଆମର ଯାତ୍ରାକୁ ପୂରଣ କରିବ । ଯେତେବେଳେ ଦେଶର ଗାଁଗୁଡ଼ିକରେ ଉଦୟ ହେବ ସେତେବେଳେ ଭାରତର ବି ଉଦୟ ହେବ । ଯେତେବେଳେ ଦେଶ ସଶକ୍ତ ହେବ ସେତେବେଳେ ଦେଶର ଚାଷୀ ଆପଣାଛାଏଁ ସଶକ୍ତ ହୋଇଯିବେ ।

ଆଉ ଏଇଥିପାଇଁ ଆଜି ମୁଁ ଯେଉଁ ଏଭଳି ପ୍ରେଜେଂଟେସନ୍ ଦେଖିଲି । ଏହା ଆମର ପାଶା ପଟେଲଙ୍କର ଅଭିଯୋଗ ଥିଲା କି ତାଙ୍କୁ ମାତ୍ର 8ମିନିଟ୍ ସମୟ ମିଳିଲା । ମୁଁ ତାଙ୍କୁ ଘଂଟା ଘଂଟା ଦେଉଛି । କିନ୍ତୁ ଯେଉଁ ଚିନ୍ତାଧାରା ମୁଁ ଶୁଣିଲି – ଏହା ଠିକ୍ ଯେ ଏଠି କିଛି ସମୟ ମଧ୍ୟରେ ସମସ୍ତ କଥା ଉପସ୍ଥାପିତ କରାଯାଇଛି । ମାତ୍ର ଆପଣମାନେ ଯେଉଁ ପରିଶ୍ରମ କରିଛନ୍ତି ତା’ର ପୂର୍ବରୁ ଆପଣମାନେ ଲୋକଙ୍କ ସହ ଯୋଗାଯୋଗ କରି ଏଭଳି ସୂଚନା ସଂଗ୍ରହ କରିଛନ୍ତି, ଛୋଟ ଛୋଟ ଗ୍ରୁପରେ ଏଠିକି ଆସିବା ପୂର୍ବରୁ ତା’ର ବିଶ୍ଲେଷଣ କରିଥିବେ- ସେଥିରୁ ଜଣାପଡ଼ୁଛି ମୋଟାମୋଟି ଭାବେ ଅନେକ ଲୋକଙ୍କୁ ଯୋଡ଼ି ଏଥିରୁ କିଛି ନା କିଛି ଅମୃତ ବାହାର କରିଚନ୍ତି । ଆପଣମାନଙ୍କ ପରିଶ୍ରମର ଗୋଟିଏ ମୁହୂର୍ତ୍ତ ବି ନଷ୍ଟ ହେବାକୁ ଦିଆଯିବ ନାହିଁ । ଆପଣମାନଙ୍କ ପରାମର୍ଶକୁ ମଧ୍ୟ ଗମ୍ଭୀରତାର ସହ ସରକାରଙ୍କ ପ୍ରତ୍ୟେକସ୍ତରରେ ପରୀକ୍ଷା-ନିରୀକ୍ଷା କରାଯିବ । ହୋଇପାରେ କିଛି ତତ୍କାଳ ହେବ, କିଛି ପରେ ହୋଇପାରିବ କିନ୍ତୁ ଏହି ପରିଶ୍ରମ କରିବା ପଛରେ ଏକ ପ୍ରାମାଣିକ ପ୍ରୟାସ ରହିଛି । ଆମକୁ ସରକାରର ପରିସୀମାରେ ଚିନ୍ତା କରିବାର ଶୈଳୀରେ ପରିବର୍ତ୍ତନ ନକରିଛୁ, ଚାଷୀଙ୍କ ମୌଳିକ କଥା ବୁଝିବାର ଅଛି ତ ଯେଉଁ ଲୋକମାନେ ପୃଥିବୀ ସହ ଜଡ଼ିତ ଅଛନ୍ତି ସେମାନଙ୍କ ସହ ଆମେ ସାମିଲ ହେବା । ତା’ହେଲେ ବୋଧହୁଏ ବ୍ୟବହାରିକ କଥାକୁ ଆଣିପାରିବା । ତେଣୁ ସମଗ୍ର ଦେଶରେ ଏହି ପ୍ରୟାସ କରି ଆପଣମାନେ ସମସ୍ତେ ଅଭିଜ୍ଞ ଲୋକଙ୍କ ସହ ବିଚାର ବିମର୍ଶର ଏହି ପ୍ରୟାସ କରିଛନ୍ତି ।

ଅନ୍ୟ ଗୋଟିଏ କଥା ହେଉଛି, ମୁଁ ଚାହୁଁଛି କି ଏହାକୁ କିଭଳି ଆଗକୁ ନିଆଯିବ । ପ୍ରଥମେ ତ ଭାରତ ସରକାରଙ୍କ ସମସ୍ତ ବିଭାଗ ଯେଉଁମାନେକି ଏହା ସହ ସମ୍ବନ୍ଧିତ  । ତା’ର ସମସ୍ତ ଅଧିକାରୀ ଏଠି ଉପସ୍ଥିତ ଅଛନ୍ତି । ସମ୍ବନ୍ଧିତ କେତେକ ମନ୍ତ୍ରୀ ମଧ୍ୟ ଏଠି ଉପସ୍ଥିତ ଅଛନ୍ତି । ଏ ସମସ୍ତ ପରାମର୍ଶ ଉପରେ ନୀତି ଆୟୋଗଙ୍କ ନେତୃତ୍ୱରେ ମନ୍ତ୍ରଣାଳୟଗୁଡ଼ିକ ମଧ୍ୟରେ ସମନ୍ୱୟ କିଭଳି ହେବ । ସେମାନଙ୍କ ସହ ବିଚାରବିମର୍ଶ ହେଉ ଓ କାର୍ଯ୍ୟକାରୀ ଦିଗ କିଭଳି ବାହାରିବ, ପ୍ରାଥମିକତା କିଭଳି ନିର୍ଦ୍ଧାରିତ ହେଉ । ମୋର ବିଶ୍ୱାସ ଯେ, ସମ୍ବଳ ଯୋଗୁ କୌଣସି କାର୍ଯ୍ୟ  ଅଟକିବ ନାହିଁ ।

 

ଦ୍ୱିତୀୟତଃ, ଯେମିତିକି ଆମେ ସମସ୍ତେ ସ୍ୱୀକାର କରିବା କି ଆମକୁ ପରମ୍ପରାଗତ ବୃତ୍ତିରୁ ବାହାରିବାର ଅଛି । ଆମକୁ ଟେକ୍ନୋଲଜି ଓ ବିଜ୍ଞାନକୁ ସ୍ୱୀକାର କରିବାକୁ ହେବ ଓ ଯେଉଁ ବିଜ୍ଞାନ ଆମ ପାଇଁ ଧ୍ୱଂସ ଆଣିଛି, ସେହି ବିଜ୍ଞାନରୁ ମୁକ୍ତି ନେବାକୁ ପଡ଼ିବ । କୌଣସି ସମୟରେ ଜରୁରୀ ହେବ । କିନ୍ତୁ ଯଦି ତାହା ବାହ୍ୟକାଳ(outdated/obsolete) ହୋଇଗଲା ତା’ହେଲେ ତାକୁ ଧରି ଚାଲିବାର ଆବଶ୍ୟକତା ନାହିଁ । ସେଥିରୁ ବାହାରି ଆସିବାର ଆବଶ୍ୟକତା ଅଛି । କିନ୍ତୁ ଏଥିପାଇଁ ସ୍ୱତନ୍ତ୍ର ଭାବେ ପ୍ରୟାସ କରିବାକୁ ହେବ । ମୁଁ ଚାହିଁବି କି ଯେମିତି ଷ୍ଟାର୍ଟଅପ୍ ର ବିଷୟ ଆସିଛି, ଏଭଳି କଥାରେ ଆମର କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକ, ସେଥିରେ ଏହି ବିଷୟରେ ଧ୍ୟାନକେନ୍ଦ୍ରିତ କରି କୌଣସି କାମ କରିପାରିବ କି? ଏଭଳି ଭାବେ ସେଠାରେ ଯେତେ ବିଷୟ ଆସିବ କି ? କୃଷି ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ଆମେ ହ୍ୟାକ୍ଥନ ଭଳି କାର୍ଯ୍ୟକ୍ରମ କରିପାରିବା କି?

ଆଉ ସେମାନେ ବସି କରି- ଗତ କିଛଦିନ ତଳେ ମୁଁ ସରକାରଙ୍କ 400ଟି ସମସ୍ୟାକୁ ନେଇ, ଆମର ଦେଶର ଇଞ୍ଜିନିୟରିଂ କଲେଜର ଛାତ୍ରଛାତ୍ରୀ ଆସିଥିଲେ, ଯେଉଁଥିପାଇଁ ହେକାଥନର କାର୍ଯ୍ୟକ୍ରମ ହୋଇଥିଲା । ଆଉ 50-60ହଜାର ଛାତ୍ରଛାତ୍ରୀ ଏହି ବିଷୟ ନେଇଥିଲେ ଓ ଅବିରାମ 36-36 ଘଣ୍ଟା ବସି ବସି ସେମାନେ ଏହି ପ୍ରସଙ୍ଗରେ ବିଚାରବିମର୍ଶ କରିଥିଲେ । ସରକାରଙ୍କୁ ପରାମର୍ଶ ଦେଇଥିଲେ । ଏଥିରୁ କେତେକ ବଭାଗୀୟ ସମସ୍ୟାର ସମାଧାନ ଥିଲା ଯାହା ସରକାର ଦୀର୍ଘବର୍ଷ ଧରି କରିପାରୁନଥିଲେ । ଏହା ଆମର ଯୁବବର୍ଗ ଟେକ୍ନୋଲୋଜି ମାଧ୍ୟମରେ ପ୍ରକ୍ରିୟାକୁ ପୂର୍ଣ୍ଣ କରିବାର କାମ କରିଥିଲେ ।

ମୁଁ ଚାହୁଁଛି ଆମର କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକ ହେକାଥନ କରନ୍ତୁ । ଏଭଳି ଭାବେ ଆମର ଆଇଆଇଟି ହେଉ ଅବା ଆଇଆଇଆଇଟି  ହେଉ ଅବା ଆମର ଅଗ୍ରଣୀ ଇଞ୍ଜିନିୟରିଂ କଲେଜ ହେଉ । ଏହା ଏକ ସପ୍ତାହ ଅବା 10ଦିନ । ଏବେ ପ୍ରତ୍ୟେକ କଲେଜ ରୋବୋଟିକ୍ ପାଇଁ ସପ୍ତାହ ପାଳନ କରୁଛନ୍ତି । ଦୁଇ ସପ୍ତାହ ପାଳନ କରୁଛନ୍ତି । ଭଲ କଥା । ନାନୋ-ଟୋକ୍ନୋଲଜି ପାଇଁ ସପ୍ତାହ ପାଳନ କରୁଚନ୍ତି, ପ୍ରୟୋଗ କରାଯାଉଛି, ଭଲ କଥା । କ’ଣ ଆମର ଆଇଆଇଟି, ଆମର ଆଇଆଇଆଇଟି ଅବା ଆମର ଅଗ୍ରଣୀ ଇଞ୍ଜିନିୟରିଂ କଲେଜ ସମଗ୍ର ଦେଶରେ ଥିମାଟିକ୍ ଗ୍ରୁପରେ ସେମାନଙ୍କୁ କୃଷି-ବୈଷୟିକ ସମ୍ବନ୍ଧରେ 10ଦିନର ଏକ ଉତ୍ସବ ପାଳନ କରିପାରିବା ନାହିଁ । ସମସ୍ତ ଟେକ୍ନୋଲଜି ମସ୍ତିଷ୍କ ମିଶି ଭାରତର ଆବଶ୍ୟକତା ଅନୁସାରେ ଏକ ବିଚାରବିମର୍ଶ କରନ୍ତୁ ଓ ସେଥିରେ ପ୍ରତିଯୋଗିତାର ଆମେ ପ୍ରୟାସ କରିପାରିବା କି?

ଏବେ ପୁଣି ସେମାନଙ୍କୁ ଆଗେଇ ନେବା । ଏଭଳି ଭାବେ ଯେଉଁ ବିଷୟ ମୁଁ ମୋର ଭାଷଣରେ ବି କହିଲି କି  ମୃତ୍ତିକା  ସ୍ୱାସ୍ଥ୍ୟ କାର୍ଡ । ଏବେ ଦେଖନ୍ତୁ ଆମେ ଆମର ରକ୍ତ ପରୀକ୍ଷା କରିବା ପାଇଁ ଲାବ୍ରୋଟୋରୀକୁ ଯାଉଛୁ । ପାଥୋଲୋଜି ଲାବ୍ରୋଟୋରୀକୁ ଯାଉଛି । ଏବେ ପାଥୋଲୋଜି ଲାବୋରେଟରୀ ଏବେ ଆପଣାଛାଏଁ ଏକ ବହୁତ ବଡ଼ ବ୍ୟାପକ ବ୍ୟବସାୟ ପାଲଟିଯାଇଛି । ଘରୋଇ ପାଥୋଲୋଜି ଲାବୋରେଟରୀ ରହିଛି । ଗାଁ ଗାଁରେ ଆମର ମୃତ୍ତିକା  ପରୀକ୍ଷା ପାଇଁ  କାହିଁକି ପରୀକ୍ଷାଗାର ନହେବ । ଏହା ସମ୍ଭବପର । ଏଥିପାଇଁ ଆମର ବିଶ୍ୱବିଦ୍ୟାଳୟଗୁଡ଼ିକରେ ସାର୍ଟିଫିକେଟର ବ୍ୟବସ୍ଥା ହେଉ । ଉକ୍ତ ଲୋକଙ୍କୁ ମୁଦ୍ରା ଯୋଜନାରେ ଅର୍ଥ ମିଳୁ । ସେମାନଙ୍କୁ ଟୋକ୍ନୋଲଜି ଉପକରଣ ଉପଲବ୍ଧ କରାଯାଉ । ତାହେଲେ ପ୍ରତ୍ୟେକ ଚାଷୀଙ୍କୁ ଲାଗିବ କି ଭାଇ ଚାଲ ଟିକେ ବିଲକୁ ଯିବା ପୂର୍ବରୁ ମାଟିର ଟିକେ ପରୀକ୍ଷା କରିନେବା । ସେମାନଙ୍କଠାରୁ ମୃତ୍ତିକା  ପରୀକ୍ଷା ରିପୋର୍ଟ ନେବା ଓ ପରାମର୍ଶ ମଧ୍ୟ ମିଳିବ । ଆମେ ଏହି ବ୍ୟବସ୍ଥାକୁ ବିକଶିତ କରିପାରିବା ଓ ଯଦି ଆମେ ଗାଁ ଗାଁରେ ମୃତ୍ତିକା  ପରୀକ୍ଷା କେନ୍ଦ୍ର ସ୍ଥାପନ ଉପରେ ଗୁରୁତ୍ୱ ଦେବା, ତା’ହେଲେ ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ରୋଜଗାର ମିଳିପାରିବ । ଆଉ ଏହି କେନ୍ଦ୍ର ମୋଟାମୋଟି ଭାବେ ଗାଁର ଚାଷୀଙ୍କ ଗତିବିଧିରେ ଏକ ବିଜ୍ଞାନସମ୍ମତ ବାତାବରଣ ପାଇଁ ବହୁତ ବଡ଼ ଏଜେଂଟ ହୋଇପାରିବ । ଏ ଦିଗରେ ଆମକୁ କାମ କରିବାକୁ ହେବ ।

ପାଣି ସମ୍ବନ୍ଧରେ ଯେଉଁ ମୃତ୍ତିକା  ପରୀକ୍ଷାର ଆବଶ୍ୟକତା ଅଛି, ପାଣିର ପରୀକ୍ଷା ବି ଆମେ ସେହି ବିଜ୍ଞାନାଗାରରେ ଧୀରେଧୀରେ ବିକଶିତ କରିବା ଉଚିତ । କାରଣ ଚାଷୀଙ୍କୁ ଏଭଳି କଥା ଚିନ୍ତା କରିବାକୁ ସମୟ ନଥାଏ । ସେ ଯେଉଁଠୁ ବିହନ ଆଣୁଛି, ଜୀବନ ତମାମ ସେହି ଦୋକାନରୁ ବିହନ ଆଣୁଛି । ସେ ଜାଣିପାରୁନି । ସେ କୁହେଁ ଗତଥର କପଡ଼ା ପ୍ୟାକେଟ ଥିବା ବିହନ ନେଇଥିଲି, ଏଥରୁ ମୋତେ ସେହି କପଡ଼ା ପ୍ୟାକେଟର ବିହନ ଦରକାର । ପଲିଥିନ ବାଲା ଦରକାର ନାହିଁ । ଏତିକି ସେ ଭାବି ବିହନ ନେଇଯାଇଥାଏ ।

ତାକୁ ଗାଇଡ/ପରାମର୍ଶ ଦେବା ପାଇଁ ଏବେ ଡିଜିଟାଲ ଚିତ୍ରଣ/ଏନିମେସନ୍ ଦ୍ୱାରା ତାକୁ ବୁଝାଯାଇପାରିବ । ଯାହା ତା’ର ମୋବାଇଲରେ ସହଜରେ ହୋଇପାରିବ । ଯଦି ତାକୁ ବିହନ କିଣିବାକୁ ଯିବାର ଅଛି ତାକୁ କୁହାଯିବ କି ଏହି 6ଟି କଥା ଧ୍ୟାନ ରଖିବ । ତା’ହେଲେ ସେ ଚିନ୍ତା କରିବ, 10ଟି ପ୍ରଶ୍ନ ପଚାରିବା ଆରମ୍ଭ କରିଦେବ ।

ଆମେ ଯୋଗାଯୋଗ କ୍ଷେତ୍ରରେ, ଏଠି ଗୁଜରାଟରେ, ସମଗ୍ର ହିନ୍ଦୁସ୍ତାନରେ ଏବେ ଯେତେ ଜନସଂଖ୍ୟା ଅଚି ତାଠୁ ଅଧିକ ମୋବାଇଲ ଫୋନ୍ ଅଛି । ଡିଜିଟାଲ ସଂଯୋଗ ରହିଛି । ଆମେ ଏନିମେସନ୍ ଦ୍ୱାରା ଚାଷୀ ପାଖରେ ଏସବୁ କଥା କିଭଳି ପହଂଚାଇବା, ଏସବୁ ବିଷୟକୁ ଯଦି ଆମେ ଚାଷୀ ପାଖକୁ ନେଇପାରିବା, ତା’ହେଲେ ମୁଁ ଭାବୁଛି ବହୁତ ବଡ଼ ପରିବର୍ତ୍ତନ ଆଣିପାରିବା ।  ତେଣୁ ଆମକୁ ,ସବୁ କଥାକୁ ନେଇ ଯେତେ ବି ପରାମର୍ଶ ରହିଛି…ଏବେ ଯେଭଳି ପଶୁସମ୍ପଦକୁ ନେଇ ବିଷୟ ଆସିଛି । ମୋତେ କୁହାଯାଇଛି କି ଏବେ ଯେମିତି ଆମର ଏଠି ସମସ୍ତ ବିଷୟରେ କୌଣସି ଆଇନ ନାହିଁ ।

ମୁଁ ନିଶ୍ଚୟ ଚାହିଁବି କି ବିଭାଗ ଏହାକୁ ଦେଖୁ କି ଏଭଳି ପ୍ରକାରର ଆଇନ କିଭଳି ପ୍ରସ୍ତୁତ ହୋଇପାରିବ ଯାହାଫଳରେ ଏସବୁ ପ୍ରସଙ୍ଗକୁ ଗୁରୁତ୍ୱ ମିଳିପାରିବ । ଆଉ ଯାହା ଖରାପ, ସେହି ଖରାପରୁ ମୁକ୍ତି ମଧ୍ୟ ମିଳିପାରିବ । ଆଉ ଏକ ସୁବ୍ୟବସ୍ଥିତ ବ୍ୟବସ୍ଥା ବିକଶିତ ହେବ । ତା’ହେଲେ ଯେତେ ପରାମର୍ଶ ଆସିଛି ତାହା ମୋ’ ପାଇଁ ବି ବହୁତ ବଡ଼ ଶିକ୍ଷା ଥିଲା । ମୋତେ ବହୁତ କିଛି ଶିଖିବାକୁ ମିଳିଛି । ଏସବୁ ବିଷୟରେ ମୋର ଜାଣିବାର ଆଗ୍ରହ ମଧ୍ୟ ରହିଛି । କିନ୍ତୁ ଆଜି ଅନେକ କଥା ମୋ’ ପାଇଁ ନୂଆ ମଧ୍ୟ ଥିଲା । ଆପଣମାନଙ୍କ ପାଇଁ ବି ଉପଯୋଗୀ ହୋଇଥିବ । ଏପରିକି ଆମର ବିଭାଗର ଲୋକଙ୍କ ପାଇଁ ମଧ୍ୟ । ଆଉ ଭାବୁଛି ଏହି ବିଚାରବିମର୍ଶ ନିଶ୍ଚିତ ଭାବେ ଉପକାରକ ହେବ ।

କ’ଣ କେବେ ଏହି ଯେଉଁ ଆମର ପ୍ରେଜେଂଟେସନ୍ ଆମେ ପ୍ରସ୍ତୁତ କରିଛୁ ଓ ଯାହା ଆମର ବାସ୍ତବ କ୍ଷେତ୍ର ସ୍ତରରେ କାମ କରୁଥିବା ଚାଷୀ ଅବା ଯେଉଁମାନଙ୍କର ଏହି ବିଷୟରେ ଅଭିଜ୍ଞତା ରହିଛି, ସେମାନେ ରାଜ୍ୟକୁ ଯାଇ ରାଜ୍ୟଗୁଡ଼ିକ ସହ ଜଡ଼ିତ ଥିବା ଚାଷୀଙ୍କୁ ଭେଟି ଏଭଳି ଦୁଇଦିନିଆ କାର୍ଯ୍ୟକ୍ରମ ସେଠାରେ ବି କାରିପାରିବା କି? ସେଠାରେ ବି ଏଭଳି ପ୍ରକାର ପଦକ୍ଷେପ ନେଇପାରିବା । କାରଣ ଗୋଟିଏ ପ୍ରୟୋଗ ଗୋଟିଏ ରାଜ୍ୟରେ ଚାଲିଥାଏ, ତାହା ଅନ୍ୟ ରାଜ୍ୟରେ ଚାଲେ ନାହିଁ । ଆମର ଦେଶ ଏତେ ବଡ଼ । ଗୋଟିଏ ମାନ୍ୟତା ଚାଷୀର ମନରେ ରହିଯାଇଛି, ଅନ୍ୟ ରାଜ୍ୟରେ ସେହି ବିଷୟରେ ଚାଷୀ ମନରେ ଆଉ ଗୋଟିଏ ମାନ୍ୟତା ବସା ବାନ୍ଧିଛି ।

ତେଣୁ ଏଇଥିପାଇଁ ଆମେ କୃଷି ପାଣିପାଗ ଜୋନ୍ ହିସାବରେ କହିଲେ ଅବା ରାଜ୍ୟୱାରୀ କହିଲେ ଯାହାବି ଆମକୁ ଠିକ୍ ଲାଗିବ ଆମେ ସେହି ଦିଗରେ ଯଦି ଗୋଟିଏ ଗୋଟିଏ ପାଦ ଆଗକୁ ବଢ଼ାଇବା ତା’ହେଲେ ମୁଁ ଭାବୁଛି ତାହା ଉପଯୋଗୀ ହେବ । ତୃତୀୟତଃ ଏସବୁ ବିଷୟ ଉପରେ ସମସ୍ତ ବିଶ୍ୱବିଦ୍ୟାଳୟରେ ବିତର୍କ କରାଇପାରିବା କି ? ଅତିକମ୍ ରେ ଫାଇନାଲ ବର୍ଷ ଅବା ଶେଷର ପୂର୍ବ ବର୍ଷର ଛାତ୍ରଛାତ୍ରୀଙ୍କୁ ଭେଟି ଯେପର୍ଯ୍ୟନ୍ତ ଆମେ ମନର ବୈଠକ ନକରିଛେ, ଯେଉଁ ବିଚାରବିମର୍ଶ ଆମେ କରୁଛେ, ତାହା ଯଦି ତଳସ୍ତର ପର୍ଯ୍ୟନ୍ତ ସେହି ଭାବେ ନଯାଏ ତା’ହେଲେ ତା’ର ପରିଣାମ ମିଳିବ ନାହିଁ ।

ଆଉ ସେଇଥିପାଇଁ ଏସବୁ କଥାକୁ ଆଗକୁ ନେବା ପାଇଁ ଏକ ମାର୍ଗଚିତ୍ର ହେଉ, ଯେଉଁଥିରେ ବିଶ୍ୱବିଦ୍ୟାଳୟଗୁଡ଼ିକ ରହିବ, ଛାତ୍ରଛାତ୍ରୀମାନେ ରହିବେ ଓ ବିଶେଷଜ୍ଞମାନେ ମଧ୍ୟ ରହିବେ । ହୋଇପାରେ ଏସମସ୍ତ ବିଷୟ କିଛି ସ୍ତାନରେ ଉପଯୋଗୀ ହୋଇନପାରେ, ଯେଉଁଠି ଆବଶ୍ୟକତା ନଥିବ । କିନ୍ତୁ ଯେଉଁଠି ଆବଶ୍ୟକ ଥିବ, ସେଠି କିପରି ହେବ?

ଏଠି ଗୋଟିଏ କଥା ଆମେମାନେ ବିସ୍ତୃତ ଭାବେ କରିପାରି ନାହୁଁ । ତାହା ହେଉଛି ମୂଲ୍ୟ ସମ୍ବର୍ଦ୍ଧନ (Value Addition)। ମୁଁ ଭାବୁଛି କେବେ ନା କେବେ ଆମର ଚାଷୀଙ୍କୁ ମୂଲ୍ୟ ସମ୍ବର୍ଦ୍ଧନର, ମୋର ନିଜସ୍ୱ ଅନୁଭବ ରହିଛି । ଗୁଜରାଟରେ ଆମେ ଯେତେବେଳେ ଜ୍ୟୋତିଗ୍ରାମ ଯୋଜନା କରିଥିଲୁ, 24ଘଂଟା ବିଦ୍ୟୁତ ଯୋଗାଣର । ଆମ ଦେଶରେ ଏହାକୁ ଏକ ବୈପ୍ଲବିକ ଘଟଣା ବୋଲି ବିବେଚନା କରାଯାଇପାରେ, 24ଘଂଟିଆ ବିଦ୍ୟୁତ ଯୋଗାଣକୁ । ଆମେ ଯେତେବେଳେ ବିଜୁଳି ବ୍ୟବସ୍ଥା କରିଥିଲୁ, ସେତେବେଳେ ଗାଁ ଲୋକଙ୍କୁ ଏହି ବିଜୁଳିର ଉପଯୋଗ କ’ଣ, କେବଳ ଟିଭି ଦେଖିବା ପାଇଁ ନା, ରାତିରେ ଆଲୁଅ କରିବାରେ ନା ଏହା ସେମାନଙ୍କ ଜୀବନରେ ବଡ଼ ପରିବର୍ତ୍ତନ ପାଇଁ କ’ଣ କରିବା ଉଚିତ ତାହା ବୁଝାଇବା ନିମନ୍ତେ ବହୁତ ବଡ଼ କାର୍ଯ୍ୟକ୍ରମ ବି ଆୟୋଜନ କରିବାକୁ ପଡ଼ିଥିଲା ।

ଗାନ୍ଧି ନଗର ପାଖରେ ଗୋଟିଏ ଗାଁ ଅଛି । ସେଠାରେ ଲଙ୍କା ଚାଷ ହୁଏ । ଏବେ ଆମର ଦେଶର ଏ ସମସ୍ୟା ହେଉଛି ଯେଉଁଠି ଲଙ୍କା ଚାଷ କରିବ, ସେଠି ସବୁ ଚାଷୀ ଲଙ୍କା ଚାଷ କରିବେ । ଯଦି ଦର ହ୍ରାସ ପାଇଲା ତା’ହେଲେ ସାରା ଗାଁର ଲୋକମାନେ ଲଙ୍କା ବିକିଲେ 3ଲକ୍ଷ ଟଙ୍କାରୁ ଅଧିକ ଉପାର୍ଜନ ହେଉନଥିଲା । ସମ୍ଭବପର ବି ନଥିଲା । ଗାଁ ଲୋକମାନେ କ’ଣ କଲେ । ସେମାନେ କହିଲେ- ଭାଇ ଏବେ 24ଘଂଟା ବିଦ୍ୟୁତ ମିଳୁଛି । ଆମେ ଗୋଟିଏ ଛୋଟ ସୋସାଇଟି ଗଠନ କରି ଆଗକୁ ବଢ଼ିବା । ଆଉ ତତ୍କାଳ ସେମାନେ ଛୋଟ ସୋସାଇଟି ଗଠନ କଲେ । ଆଉ ତତ୍କାଳ ବିଦ୍ୟୁତ ସଂଯୋଗ ନେଲେ । ସେମାନେ ଲଙ୍କା ଲାଲ ପଡ଼ିବା ପର୍ଯ୍ୟନ୍ତ ସବୁ ପ୍ରକ୍ରିୟା କଲେ । ତା’ପରେ ଲାଲ ଲଙ୍କାକୁ ପାଉଡର କରିବା ପାଇଁ ପ୍ରୋସେସର ଆଣିଲେ । ତା’ର ପ୍ୟାକେଜିଂ କଲେ । ଯେଉଁ ଲଙ୍କା ସେମାନଙ୍କୁ 3ଲକ୍ଷ ଟଙ୍କା ଦେଉଥିଲା ଓ ଗାଁର ଚାଷୀ ମରିବା ସ୍ଥିତିରେ ଥିଲା । 3-4 ମାସର ଯୋଜନା କରି ସେମାନେ 3-4ମାସ ପରେ ସେହି ଲଙ୍କାରୁ 18 ଲକ୍ଷ ଟଙ୍କା ଉପାର୍ଜନ କରିପାରିଥିଲେ ।

ମୋର କହିବାର ତାତ୍ପର୍ଯ୍ୟ ହେଉଛି କି ମୂଲ୍ୟ ସମ୍ବର୍ଦ୍ଧନ ସମ୍ବନ୍ଧରେ ବି ଆମେ ଚାଷୀଙ୍କୁ ସହଜ ଭାବେ ଅବଗତ କରାଇବା । ଏକଥା ସତ ଯେ ବିଶ୍ୱରେ ଯେଉଁ ଗତିରେ  ରପ୍ତାନୀ-ଆମଦାନୀ କଥା ହେଉଛି, କେତେ ଅଭାବ ରହିଛି ତାହା କେହି ନିର୍ଦ୍ଧାରଣ କରିବା ବହୁତ ବଡ଼ କଥା ।

ଏବେ ଭାରତ ଭଳି ବିଶାଳ ରାଷ୍ଟ୍ରରେ ଗୋଟିଏ କୋଣରେ ଉତ୍ପାଦନ ହେଉଛି, ବନ୍ଦର ପର୍ଯ୍ୟନ୍ତ ନେଇକରି ଯିବ । ଏତେ ପରିବହନ କରିବ, ଆଉ ତା’ପରେ ପୁଣି ତାହା ପ୍ରତ୍ୟାଖ୍ୟାନ ହୋଇଯିବ । ଆପଣମାନେ ଜାଣିଥିବେ ବିଶ୍ୱରେ ଏଭଳି ସାମଗ୍ରୀ ଚାଲିଥାଏ  । ଭାରତରେ ଯଦି ଦରି ଭଲ ବିକ୍ରି ହେଉଛି ଓ କେହି ପ୍ରଚାର କରିଦେବ କି ଏହା ବାଳ ଶ୍ରମିକ ଦ୍ୱାରା ତିଆରି ହୋଇଛି ତା’ହେଲେ କଥା ସରିଲା । ବିଶ୍ୱରେ ଏହି ବ୍ୟବସାୟର ଅନ୍ତଃ ହୋଇଯିବ । ଏଭଳି କଥା ମାନ ଆସିଥାଏ । ତେଣୁ ଆମକୁ କାଗଜ ଦସ୍ତାବିଜ ପୁରା ଠିକ୍ କରିବାକୁ ହେବ । ଆମର ଚାଷୀଙ୍କୁ ବୁଝିବାକୁ ହେବ ଓ ଏବେ ମୋତେ ବିଶ୍ୱର ଅନେକ ରାଷ୍ଟ୍ର ସହ ଏସବୁ କଥା ନେଇ ଲଢ଼ିବାକୁ ପଡ଼ୁଛି କି ଆପଣଙ୍କର ଏ ନିୟମ ଓ ଆମର ଚାଷୀ ଯେଉଁ ଉତ୍ପାଦନ କରୁଛି ତାକୁ ଆପଣ ଭୁଲ ଭାବେ ଚିତ୍ରଣ କରୁଛନ୍ତି । ସେମାନଙ୍କର ଧାରଣା ଭୁଲ ।

ଆଉ ସେହି କାରଣୁର ଏବେ ଆପଣମାନେ ଜାଣିଥିବେ, ଆମର ଆମ୍ବ ବିଶ୍ୱର ଯେଉଁଠିକି ଯାଉ ସେଠାରେ ଏତେ କସରତ କରିବାକୁ ପଡ଼ୁଛି । କିନ୍ତୁ ଆମର ଚାଷୀଙ୍କୁ ବି ଏକଥା ବୁଝିବାକୁ ପଡ଼ିବ କି ବିଶ୍ୱରେ ଲବି ବି କାମ କରିଥାଏ । କିନ୍ତୁ ଆମେ ଆମର ଯେଉଁ ପଦ୍ଧତିଗତ ବ୍ୟବସ୍ଥା ରହିଛି ତାକୁ ଆମେ ବିଶ୍ୱସ୍ତରୀୟ କରିବାକୁ ପଡ଼ିବ ।

ଆଉ ସେଇଥିପାଇଁ ମୁଁ ଥରେ ଲାଲକିଲ୍ଲାରୁ କହିଥିଲି କି ଆମର ଉତ୍ପାଦନ ଜିରୋ ଡିଫେକ୍ଟ-ଜିରୋ ଇଫେକ୍ଟ ହେଉ । କାରଣ ବିଶ୍ୱର ମୁଖ୍ୟ ଷ୍ଟାଣ୍ଡାର୍ଡ ହେବାକୁ ପଡ଼ିବ । ଆମେ ଆମର କୃଷି ଉତ୍ପାଦର ଉତ୍ପାଦନ ଓ ପ୍ୟାକେଜିଂକୁ ସେଭଳି କରିବା । ଏବେ ଆମେ ଜୈବିକ ଚାଷ କଥା କୁହନ୍ତୁ । ଜୈବିକ ଚାଷ ପାଇଁ ଯଦି ବିଜ୍ଞାନାଗାର ଓ ପ୍ରତିଷ୍ଠାନ ନାହିଁ ତା’ହେଲେ ବିଶ୍ୱରେ ଆମର ଜୈବିକ ଉତ୍ପାଦ ସାମଗ୍ରୀ ବିକ୍ରି ହେବ ନାହିଁ ।

ଏବେ ଦେଖନ୍ତୁ  ଏରୋମାଟିକ(ସୁଗନ୍ଧ) ଆଜି ବିଶ୍ୱରେ ଏରୋମାଟିକ ବ୍ୟବସାୟ ଅଭିବୃଦ୍ଧି 40 ପ୍ରତିଶତ ବୋଲି ମୋତେ କୁହାଯାଇଛି । ଯଦି 40 ପ୍ରତିଶତ ଅଭିବୃଦ୍ଧି ତା’ର ପୁରା ଆଧାର କୃଷିଭିତ୍ତିକ । ଯଦି କୃଷିଭିତ୍ତିକ ତା’ର ଆଧାର ଆମକୁ ଏରୋମାଟିକ ଜଗତ ଭିତରେ ଭାରତ ଭଳି ଦେଶରେ ଛୋଟ ଛୋଟ ଲୋକଙ୍କୁ ଏତେ ରୋଜଗାର ମିଳିପାରିବ ଯାହାକି ଆମେ ଏରୋମାଟିକ ବିଶ୍ୱ ଭିତରେ ନିଜର ବହୁତ କଥାକୁ ଆମେ ଯୋଡ଼ିପାରିବା ।

ତେଣୁ ମୁଁ  ଭାବୁଛି ସୁଗନ୍ଧର ଦୁନିଆଁରେ ଓ ଭାରତର ବିବିଧତା ଭରି ରହିଛି । ଆମେ ସୁଗନ୍ଧର ବିଶ୍ୱରେ ଅନେକ କିଛି ସହଯୋଗ କରିପାରିବା । ଆମେ ପ୍ରାକୃତିକ ସାମଗ୍ରୀ ଦେଇପାରିବା । ଆମେ ବିଶ୍ୱର ବଜାରକୁ ଦୃଷ୍ଟିରେ ରଖି ଭାରତର ଚାଷୀଙ୍କୁ ଏନେଇ ପ୍ରୋତ୍ସାହିତ କରିପାରିବ । ଗତ କିଛଦିନ ତଳେ ଉପସାଗରୀୟ ରାଷ୍ଟ୍ରର ଲୋକଙ୍କ ସହ କଥା ହେଉଥିଲୁ । ମୁଁ ସେମାନଙ୍କୁ ପଚାରିଥିଲି କି ଆପଣମାନଙ୍କୁ କିଭଳି ମାନର ସାମଗ୍ରୀ ଖାଇବାକୁ ଭଲ ଲାଗେ ଆପଣମାନେ ମୋତେ ପରାମର୍ଶ ଦିଅନ୍ତୁ । ସେହି ଗୁଣାତ୍ମକ ମାନର ସାମଗ୍ରୀ ନିର୍ମାଣ ପାଇଁ ଆମେ ଆମର ଚାଷୀଙ୍କ ପାଖରେ ଟୋକ୍ନୋଲଜି, ପ୍ରୋସେସ୍ ସବୁକିଛି ନେଇଯିବା । କିନ୍ତୁ ଉତ୍ପାଦ ଆପଣ ତା’ର ବିଲରୁ କ୍ରୟ କରିବେ ଓ ଆପଣ ହିଁ ଶୀତଳ ଭଣ୍ଡାର କରିବେ, ନିଜର ବିଭିନ୍ନ ଗୋଦାମଘର ନିର୍ମାଣ କରିବେ, ନିଜର ପରିବହନ ବ୍ୟବସ୍ଥା ଛିଡ଼ା କରିବେ । ସମଗ୍ର ଉପସାଗରୀୟ ରାଷ୍ଟ୍ରର ପେଟ ଭରିବା କାର୍ଯ୍ୟ ମୋ’ ଦେଶର ଚାଷୀ କରିପାରିବେ ।

ଏ ସମସ୍ତ କଥା ମୋର ଏବେ ବିଶ୍ୱର ଲୋକମାନଙ୍କ ସହ ହେଉଛି । କିନ୍ତୁ ଆପଣମାନଙ୍କୁ କହିବାକୁ ଚାହୁଁଛି କି ଏ ଯେଉଁ ପରିଶ୍ରମ ଆପଣମାନେ କରୁଛନ୍ତି ତାର ବଡ଼ ଫାଇଦା ମିଳିବ । ମୁଁ ଜାଣିନି ପୂର୍ବରୁ କ’ଣ ହେଉଥିଲା । କିନ୍ତୁ ମୁଁ ଅଫିସରମାନଙ୍କୁ ପଚାରିଥିଲି କାରଣ ସେମାନଙ୍କ ପାଖେ ଅଧିକ ସୂଚନା ରହିଥାଏ । କାରଣ ସେମାନେ ପୂର୍ବରୁ ବି କରୁଥିଲେ । ଏବେ ବି କରୁଛନ୍ତି । ସେମାନେ ମୋତେ କହିଥିଲେ କି ସାହେବ ଏସବୁ ପୂର୍ବରୁ କେବେ ହୋଇନାହିଁ । ଏହା ପ୍ରଥମଥର ପାଇଁ ହେଉଛି । ଯେଉଁଥିରେ ଆବାସ ରହିଛି, କୃଷି-ଅର୍ଥବ୍ୟବସ୍ଥା ରହିଛି, ବୈଜ୍ଞାନିକ ଅଛନ୍ତି, କୃଷି ବିଜ୍ଞାନୀ ଅଛନ୍ତି, ଅଗ୍ରଣୀ ଚାଷୀ ଅଛନ୍ତି, ନୀତି ନିର୍ଦ୍ଧାରକ ଅଛନ୍ତି । ସମସ୍ତେ ମିଶି ବିଚାର ବିମର୍ଶ କରିଛନ୍ତି ଓ ବିଚାର ବିମର୍ଶ କରି ନିର୍ଦ୍ଧାରିତ ଅବଧି ପୂର୍ବରୁ ଇନପୁଟ ଆଣିପାରିଛନ୍ତି ।

ମୁଁ ଭାବୁଛି ଏହା ଏ ଦିଗରେ ଏକ ଭଲ ପ୍ରୟାସ । ଆପଣମାନେ ନିରାଶ ହୁଅନ୍ତୁ ନାହିଁ କି ମୁଁ ତ କହିକି ଆସିଥିଲି କାହିଁକି ହେଲା ନାହିଁ । ହୋଇପାରେ କୌଣସି କଥା ଲାଗୁ ହେବାରେ ସମୟ ଲାଗିଥାଏ । ଏତେ ବଡ଼ ସରକାର । ସ୍କୁଟର ମୋଡ଼ିବାର ଥିଲେ ତ ସଙ୍ଗେସଙ୍ଗେ ମୋଡିହୋଇଯିବ । କିନ୍ତୁ ବହୁତ ବଡ଼ ଟ୍ରେନ ମୋଡ଼ିବାର ଅଛି । କେଉଁଠି ଯାଇ ମୋଡ଼ିବାକୁ ପଡ଼ିବ । କେଉଁଠି କେଉଁଠିକି ଚାଲି ଯାଇଛି । ସେଠାରୁ ମୋତେ ମୋଡ଼ି କରି ଆଣିବାକୁ ପଡ଼ିବ । କିନ୍ତୁ ଆପଣମାନଙ୍କ ସହ ମିଶିକରି ଆଣିବାକୁ ପଡ଼ିବ । ଆଉ ମୁଁ ପୁରା ବିଶ୍ୱାସର ସହ କହୁଛି କି ଆଣିକରି ରହିବି । ଭାରତୀୟ ଚାଷୀଙ୍କ ଆୟକୁ ବୃଦ୍ଧି କରିବା ପାଇଁ ଆମେ କାମ କରିବା ଓ ଏହି ସଂକଳ୍ପକୁ ପୁରା କରିବା । 2022  ସୁଦ୍ଧା ହିନ୍ଦୁସ୍ତାନର ଚାଷୀଙ୍କ ଆୟ ଦ୍ୱିଗୁଣ କରିବାକୁ ପଡ଼ିବ । ତାହା କୃଷିଭିତ୍ତିକ ସାମଗ୍ରୀରେ ହେଉ, ପଶୁସମ୍ପଦରେ ହେଉ, ଅବା ମଧୁ ବିପ୍ଲବ (Sweet Revolution)ହେଉ ଅବା ନୀଳ ବିପ୍ଲବରେ ହେଉ । ଯେତେ ବି ମାର୍ଗ ଚାଷୀଙ୍କ ସହ ଜଡ଼ିତ ହେବ, ସେ ସବୁ ରାସ୍ତା ଦେଖାଇ କରିବାକୁ ହେବ । ଏହି ଆକାଂକ୍ଷା ସହ ଆପଣମାନଙ୍କ ସମସ୍ତଙ୍କର ସହଯୋଗ ପାଇଁ ମୁଁ ଆପଣମାନଙ୍କୁ ବହୁତ ବହୁତ କୃତଜ୍ଞତା ଜଣାଉଛି ।

ଧନ୍ୟବାଦ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indias wind turbine exports jumped 50% in FY26, further growth expected: IWTMA CEO

Media Coverage

Indias wind turbine exports jumped 50% in FY26, further growth expected: IWTMA CEO
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves three rail projects across West Bengal, Jharkhand, Odisha, Madhya Pradesh and Chhattisgarh
September 09, 2026
The total estimated cost of the projects is Rs. 10,783 crore and planned to be completed up to 2029-30

The Cabinet Committee on Economic Affairs, chaired by the Prime Minister Shri Narendra Modi, today has approved 03 (Three) projects of Ministry of Railways with total cost of Rs. 10,783 crore. These projects include:

  1. Kharagpur – Jharsuguda (Bagdehi) 4th Line
  2. Katni – Pendra Road 4th Line
  3. Bilaspur (Uslapur) – Pendra Road 3rd Line

The increased line capacity will significantly enhance mobility, resulting in improved operational efficiency and service reliability for Indian Railways. These multi-tracking proposals are poised to streamline operations and alleviate congestion. The projects are in line with the Prime Minister Shri Narendra Modi’s Vision of a New India which will make people of the region “Atmanirbhar” by way of comprehensive development in the area which will enhance their employment/ self-employment opportunities.

The projects are planned on PM-Gati Shakti National Master Plan with focus on enhancing multi-modal connectivity & logistic efficiency through integrated planning and stakeholder consultations. These projects will provide seamless connectivity for movement of people, goods, and services.

The Three projects covering 14 Districts across the states of West Bengal, Jharkhand, Odisha, Madhya Pradesh and Chhattisgarh, will increase the existing network of Indian Railways by about 656 Kms. The proposed multi-tracking projects will enhance connectivity to approx. 4,790 villages, which are having a population of about 56 lakhs.

The proposed capacity enhancement will improve rail connectivity to several prominent tourist destinations across the country, including Taratarini Temple, Shri Khetra Jagannath Temple (Ancient temple near Jharsuguda), Bandhavgarh Tiger Reserve, Virateshwar Temple, Amarkantak Temple, Jwaleshwar Dham, Achanakmar Tiger Reserve, Khutaghat Dam, Malhar Archaeological Site, Ratanpur Mahamaya Temple, etc.

The proposed projects are essential routes for transportation of commodities such as coal, cement, iron and steel, etc. The capacity augmentation works will result in additional freight traffic of magnitude 27 MTPA (Million Tonnes Per Annum). The Railways being environment friendly and energy efficient mode of transportation, will help both in achieving climate goals and minimizing logistics cost of the country, reduce oil import (~12 Crore Litres) and lower CO2 emissions (~62 Crore Kg) which is equivalent to plantation of 2.48 Crore trees.