ପୁଡୁଚେରୀର ଉପରାଜ୍ୟପାଳ,

ବିଶିଷ୍ଟ ଅତିଥିଗଣ, ମୋର ବନ୍ଧୁଗଣ

ପୁଡୁଚେରୀର ଦିବ୍ୟତା ମୋତେ ପୁଣି ଥରେ ଏହି ପବିତ୍ର ଭୂମିକୁ ଫେରାଇ ଆଣିଛି । ଠିକ୍‍ ୩ ବର୍ଷ ତଳେ ମୁଁ ଏଠାକୁ ଆସିଥିଲି । ଏହି ଭୂମି ସାଧୁ, ସନ୍ଥ, ବିଦ୍ୱାନ ଓ କବିଙ୍କର ଭୂମି । ଏହା ମଧ୍ୟ ଭାରତମାତାର ବିପ୍ଳବୀମାନଙ୍କର ଆବାସସ୍ଥଳୀ । ମହାକବି ସୁବ୍ରମଣ୍ୟା ଭାରତୀ ଏଠାରେ ରହୁଥିଲେ । ଶ୍ରୀ ଅରବିନ୍ଦ ଏହାର କୂଳରେ ପାଦ ରଖିଥିଲେ । ପୁଡୁଚେରୀରେ ଭାରତର ପଶ୍ଚିମ ଓ ପୂର୍ବ ଉପକୂଳର ଉପସ୍ଥିତି ଅନୁଭୂତ ହୁଏ । ଏହି ଭୂମି ଏକ ବିବିଧତାର ପ୍ରତୀକ । ଏଠାକାର ଲୋକେ ୫ଟି ବିଭିନ୍ନ ଭାଷା କହନ୍ତି ଓ ବିଭିନ୍ନ ଆସ୍ଥା ଓ ଧର୍ମ ପାଳନ କରନ୍ତି ; କିନ୍ତୁ ଏକପ୍ରକାର ଜୀବନ ବିତାଇଥାନ୍ତି ।

ବନ୍ଧୁଗଣ,

ଆଜି ଆମେ ପୁଡୁଚେରୀରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଆରମ୍ଭ ଉତ୍ସବକୁ ପାଳନ କରୁଛୁ । ଏହାଦ୍ୱାରା ଏଠାକାର ଲୋକଙ୍କ ଜୀବନରେ ଉନ୍ନତି ଆସିବ । ଏହିସବୁ କାମ ବିଭିନ୍ନ କ୍ଷେତ୍ରରେ କରାଯାଉଛି । ପୁନଃନିର୍ମିତ ମେରି ବିଲ୍ଡିଂକୁ ଉଦ୍‍ଘାଟନ କରି ମୁଁ ବିଶେଷ ଆନନ୍ଦିତ । ଏହାର ପୁରୁଣା ରୂପରେଖ ଓ ଐତିହ୍ୟକୁ ବଜାୟ ରଖି ଏହାର ପୁନଃନିର୍ମାଣ କରାଯାଇଛି । ଏହାଦ୍ୱାରା ସମୁଦ୍ରକୂଳର ସୌନ୍ଦ୍ୟର୍ଯ୍ୟ ଆହୁରି ବଢିବ ତଥା ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଏହା ଆକର୍ଷିତ କରିବ ।

ବନ୍ଧୁଗଣ,

ଆମର ବିକାଶ ଆବଶ୍ୟକତା ପୂରଣ ପାଇଁ ଭାରତ ଅଧିକ ବିଶ୍ୱସ୍ତରୀୟ ଭିତ୍ତିଭୂମି ଲୋଡୁଛି । ଜାତୀୟ ରାଜପଥ ୪୫-(କ)କୁ ୪ ଟିକିଆ କରିବା ପାଇଁ ଯେଉଁ ଶିଳାନ୍ୟାସ କରାଗଲା ତଦ୍ଦ୍ୱାରା ଆପଣମାନେ ନିଶ୍ଚିତ ଖୁସି ହେବେ । ଏହି ରାଜପଥର ଲମ୍ବ ୫୬ କିମି ଏବଂ ଏହା ସାତନାଥପୁରମ୍‍-ନାଗପଟ୍ଟିନମ୍‍ ମଧ୍ୟରେ ସଂଯୋଗ ସ୍ଥାପନ କରିବ । ଏହା ମଧ୍ୟରେ କଡାଇକଲ ଜିଲା ରହୁଛି । ତେଣୁ ନିଶ୍ଚିତଭାବେ ଏହାଦ୍ୱାରା ଏହି ଅଞ୍ଚଳରେ ଯୋଗାଯୋଗର ଉନ୍ନତି ଘଟିବ ଏବଂ ଅର୍ଥନୈତିକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବ । ଆହୁରି ମଧ୍ୟ ଏହାଦ୍ୱାରା ପବିତ୍ର ଶନିଶ୍ୱରମ୍‍ ମନ୍ଦିରକୁ ସଡକ ସଂଯୋଗ ସୁଗମ ହୋଇପାରିବ । ଆହୁରି ମଧ୍ୟ ଏହି ସଡକ ପଥର ବିକାଶ ଦ୍ୱାରା ଆନ୍ତଃରାଜ୍ୟ ସଂଯୋଗ ବ୍ୟବସ୍ଥାରେ ଉନ୍ନତି ଆସିବା ସହିତ ଲେଡି ଅଫ୍‍ ଗୁଡ୍‍ ହେଲ୍‍ଥ ବାସିଲିକା ସହିତ ନାଗୋର ଦର୍ଘା ମଧ୍ୟରେ ସଂଯୋଗ ସ୍ଥାପନ ହୋଇପାରିବ ।

ବନ୍ଧୁଗଣ,

ଭାରତ ସରକାର ଗ୍ରାମାଞ୍ଚଳ ଓ ଉପକୂଳ ଅଞ୍ଚଳର ସଂଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଅନେକ କିଛି ଉଦ୍ୟମ କରିଛନ୍ତି । ଏହାଦ୍ୱାରା ଦେଶର କୃଷି ଉଦ୍ୟୋଗ ଉପକୃତ ହେବ । ସମଗ୍ର ଭାରତରେ ଆମ ଚାଷୀମାନେ ନୂଆ ନୂଆ ପ୍ରୟୋଗ ଓ ଉଦ୍ୟମ ଚଳାଇଛନ୍ତି । ଅତଏବ ସେମାନଙ୍କର ଉତ୍ପାଦିତ ସାମଗ୍ରୀ ଯେପରି ଉତ୍ତମ ବଜାର ପାଏ ତାହା ନିଶ୍ଚିତ କରିବା ଆମର କାର୍ଯ୍ୟ । ଉତ୍ତମ ସଡକ ସେହି କାମଟି କରିବାକୁ ଉଦ୍ଦିଷ୍ଟ । ରାସ୍ତାକୁ ୪ ଟିକିଆ କରିବା ଦ୍ୱାରା ସଂପୃକ୍ତ ଅଞ୍ଚଳରେ ଶିଳ୍ପାୟନ ପାଇଁ ସୁବିଧା ସୁଯୋଗ ସୃଷ୍ଟି ହେବ । ଏହା ଫଳରେ ସ୍ଥାନୀୟ ଯୁବକମାନେ ନିଯୁକ୍ତିର ସୁବିଧା ପାଇବେ ।

ବନ୍ଧୁଗଣ,

ଉତ୍ତମ ସ୍ୱାସ୍ଥ୍ୟ ସହିତ ସମୃଦ୍ଧି ନିବିଡଭାବେ ଜଡିତ । ଗତ ୭ ବର୍ଷ ମଧ୍ୟରେ ଭାରତ ଏ କ୍ଷେତ୍ରରେ ଅନେକ କିଛି ଉଦ୍ୟମ କରି ନାଗରିକଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନେଇଛି । ଏଠାକାର ସ୍ପୋର୍ଟସ୍‍ କମ୍ପେ୍ଳକ୍ସରେ ୪୦୦ ମିଟର ସିନ୍ଥେଟିକ ଆଥ୍‍ଲେଟିକ ଟ୍ରାକର ଭିତ୍ତିପ୍ରସ୍ଥର ସ୍ଥାପନ କରି ମୁଁ ବିଶେଷ ଆନନ୍ଦିତ । ଏହା ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମର ଏକ ଅଂଶ । ଏହି ଉଦ୍ୟମ କ୍ରୀଡା ପ୍ରତିଭା ବିକାଶରେ ସହାୟକ ହେବ । କ୍ରୀଡାରୁ ଆମେ ଟିମ୍‍ୱାର୍କର ଶିକ୍ଷା ପାଉ । ପୁଡୁଚେରୀରେ ଉତ୍ତମ କ୍ରୀଡା ଭିତ୍ତିଭୂମି ସୃଷ୍ଟି ହେବା ଫଳରେ ଏଠାକାର ଯୁବକଯୁବତୀ ଜାତୀୟ ଏବଂ ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଉତ୍କର୍ଷ ଲାଭ କରିପାରିବେ । ଲସ୍‍ପେଟରେ ଯେଉଁ ୧୦୦ ଶଯ୍ୟା ବିଶିଷ୍ଟ ନବନିର୍ମିତ ବାଳିକା ହଷ୍ଟେଲ ଆଜି ଉଦ୍‍ଘାଟିତ ହେଲା, ତାହା କ୍ରୀଡା ପ୍ରତିଭାଙ୍କ କାର୍ଯ୍ୟରେ ଲାଗିବ । ଏହି ହଷ୍ଟେଲରେ ହକି, ଭଲିବଲ, ଭାରୋତ୍ତଳନ, କବାଡି ଓ ହ୍ୟାଣ୍ଡବଲ ଖେଳାଳିମାନେ ରହିବାର ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ଭାରତୀୟ କ୍ରୀଡା ପ୍ରାଧିକରଣର ପ୍ରଶିକ୍ଷକମାନେ ତାଲିମ ପ୍ରଦାନ କରିବେ ।

ବନ୍ଧୁଗଣ,

ଆଗାମୀ ଦିନରେ ଦେଶରେ ଯେଉଁ କ୍ଷେତ୍ରଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ତାହାହେଲା ସ୍ୱାସ୍ଥ୍ୟସେବା । ସ୍ୱାସ୍ଥ୍ୟସେବାରେ ଅର୍ଥ ନିବେଶ କରିଥିବା ଦେଶ ପ୍ରଗତି କରିଥାଏ । ଦେଶର ସବୁ ନାଗରିକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଆମେ ଯେଉଁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛୁ ତାହାର ଅଂଶବିଶେଷ ସ୍ୱରୂପ ମୁଁ ଆଜି ଏଠାକାର ଜିପ୍‍ମରର ରକ୍ତ ଭଣ୍ଡାରକୁ ଉଦ୍‍ଘାଟନ କରୁଛି । ଏହି ପ୍ରକଳ୍ପର ମୂଲ୍ୟ ପ୍ରାୟ ୨୮ କୋଟି ଟଙ୍କା । ଏହାଦ୍ୱାରା ଏହି କେନ୍ଦ୍ରରେ ରକ୍ତ, ରକ୍ତଜାତ ସାମଗ୍ରୀ ଓ ଷ୍ଟେମ ସେଲ ଆଦି ଏଠାରେ ଅନେକ ଦିନ ନିରାପଦରେ ସଂରକ୍ଷିତ ହୋଇରହିପାରିବ । ଏହି କେନ୍ଦ୍ରଟି ମଧ୍ୟ ଏକ ଗବେଷଣାଗାର ଏବଂ ତାଲିମ କେନ୍ଦ୍ରଭାବେ କାର୍ଯ୍ୟ କରିବ । ରକ୍ତ ସଞ୍ଚରଣ ଓ ଅନ୍ୟାନ୍ୟ ବିଷୟରେ ଏଠାରେ ତାଲିମ ପ୍ରଦାନ କରାଯିବ । ଆପଣମାନେ ଜାଣିଥିବେ ଯେ ଚଳିତବର୍ଷ ବଜେଟରେ ସ୍ୱାସ୍ଥ୍ୟସେବା କ୍ଷେତ୍ର ପାଇଁ ବହୁ ଅଧିକ ଅର୍ଥ ବରାଦ କରାଯାଇଛି ।

ବନ୍ଧୁଗଣ,

ମହାନ୍‍ କବି ତିରୁବଲ୍ଳୁବର କହିଛନ୍ତି ଯେ ଉଭୟ ଜ୍ଞାନ ଆହରଣ ଓ ଶିକ୍ଷା ହିଁ ବାସ୍ତବ ଧନ । ଏହା ସ୍ଥାୟୀ ଏବଂ ଅନ୍ୟ ସବୁ ଅସ୍ଥାୟୀ । ଉତ୍ତମ ସ୍ୱାସ୍ଥ୍ୟସେବାକୁ ପ୍ରୋତ୍ସାହିତ କରିବା ପାଇଁ ଆମର ଉତ୍ତମ ସ୍ୱାସ୍ଥ୍ୟ ପେସାଦାରଙ୍କର ଆବଶ୍ୟକତା ରହିଛି । କଡାଇକଲ ମେଡିକାଲ କଲେଜ ବିଲ୍ଡିଂର ନୂଆ କ୍ୟାମ୍ପସରେ ପ୍ରଥମ ପର୍ଯ୍ୟାୟରେ ଯେଉଁ ପ୍ରକଳ୍ପ ଆରମ୍ଭ ହୋଇଛି ତାହା ଏହି ଉଦ୍ୟମର ଅଂଶବିଶେଷ । ଏହି ପରିବେଶ ଅନୁକୂଳ ଭବନ ଓ ପରିସରରେ ଏମ୍‍ବିବିଏସ୍‍ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ଆଧୁନିକ ଶିକ୍ଷା ଓ ଚିକିତ୍ସା ସୁବିଧା ମିଳିବ ।

ବନ୍ଧୁଗଣ,

ପୁଡୁଚେରୀର ଉପକୂଳ ହିଁ ଏହାର ଆତ୍ମା । ଏଠି ମତ୍ସ୍ୟ ସଂପଦ, ବନ୍ଦର, ଜାହାଜ ଚଳାଚଳ ଓ ନୀଳ ଅର୍ଥନୀତିର ବିକାଶ ପାଇଁ ସମସ୍ତ ପ୍ରକାର ସୁଯୋଗ ଓ ସମ୍ଭାବନା ରହିଛି । ସାଗରମାଳା ଯୋଜନାରେ ମୁଁ ପୁଡୁଚେରୀ ବନ୍ଦର ବିକାଶର ଶିଳାନ୍ୟାସ କରି ନିଜକୁ ଧନ୍ୟ ମନେ କରୁଛି । ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ଏଠାକାର ମତ୍ସ୍ୟଜୀବିମାନେ ବିଶେଷ ଉପକୃତ ହେବେ । ସେମାନେ ଏହି ବନ୍ଦରରୁ ମୁଖ୍ୟତଃ ମାଛ ଧରିବାକୁ ସମୁଦ୍ରକୁ ଯାତ୍ରା କରିଥାନ୍ତି । ଏହି ବନ୍ଦର ମଧ୍ୟ ଚେନ୍ନଇ ସହ ସାମୁଦ୍ରିକ ସଂପର୍କ ଯୋଗାଇଦେବ । ଏହା ଫଳରେ ପୁଡୁଚେରୀରେ ଶିଳ୍ପ ଉଦ୍ୟୋଗ ସ୍ଥାପନ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ମିଳିବ । ଆହୁରି ମଧ୍ୟ ଏହି ବନ୍ଦର ଚେନ୍ନଇ ବନ୍ଦରର କାର୍ଯ୍ୟ ବୋଝ ହ୍ରାସ କରିବାରେ ସହାୟକ ହେବ । ସର୍ବୋପରି ଏହି ବନ୍ଦର ଉପକୂଳ ନଗରୀଗୁଡିକ ମଧ୍ୟରେ ସାମୁଦ୍ରିକ ଯାତ୍ରୀସେବା ଯୋଗାଣରେ ସହାୟକ ହୋଇପାରିବ ।

ବନ୍ଧୁଗଣ,

ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର କରିବା କ୍ଷେତ୍ରରେ ପୁଡୁଚେରୀ ବେଶ୍‍ ଭଲ କାମ କରିଛି । ଏହାଦ୍ୱାରା ଲୋକମାନେ ସଶକ୍ତ ହୋଇଛନ୍ତି । ଏଠାକାର ବିଭିନ୍ନ ଶିକ୍ଷାନୁଷ୍ଠାନ ଯୋଗୁଁ ପୁଡୁଚେରୀର ମାନବ ସମ୍ବଳ ବେଶ୍‍ ସମୃଦ୍ଧ । ଏଠାରେ ମଧ୍ୟ ଶିଳ୍ପ ଓ ପର୍ଯ୍ୟଟନର ବିକାଶ ପାଇଁ ପର୍ଯ୍ୟାପ୍ତ ସୁବିଧା ରହିଛି । ଏହା ଫଳରେ ଏହି ଅଞ୍ଚଳରେ ବ୍ୟାପକ କର୍ମନିଯୁକ୍ତିର ସୁବିଧା ସୁଯୋଗ ସୃଷ୍ଟି ହୋଇପାରିବ । ପୁଡୁଚେରୀର ଲୋକମାନେ ପ୍ରତିଭାଶାଳୀ । ଏହି ଭୂମି ସୁନ୍ଦର । ପୁଡୁଚେରୀର ସର୍ବାଙ୍ଗୀନ ବିକାଶ ପାଇଁ ମୋ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସମ୍ଭାବ୍ୟ ସାହାଯ୍ୟ ସହଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ଦେବା ପାଇଁ ମୁଁ ଏଠାକୁ ବ୍ୟକ୍ତିଗତଭାବେ ଆସିଛି ।

ପୁଡୁଚେରୀରେ ଆଜି ଯେଉଁସବୁ ବିକାଶମୂଳକ କାର୍ଯ୍ୟ ଆରମ୍ଭ ହେଲା ସେଥିପାଇଁ ମୁଁ ଏହାର ଅଧିବାସୀଙ୍କୁ ପୁଣି ଥରେ ଅଭିନନ୍ଦନ ଜଣାଉଛି । ଆପଣମାନଙ୍କୁ ଧନ୍ୟବାଦ ।

ୱଣକମ୍‍ । ନମସ୍କାର ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'History Created In Glasgow': PM Modi Hails Indian Athletes For CWG 2026 Glory

Media Coverage

'History Created In Glasgow': PM Modi Hails Indian Athletes For CWG 2026 Glory
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on Global Tiger Day, reaffirms commitment to tiger conservation
July 29, 2026

The Prime Minister, Shri Narendra Modi, has extended greetings to all wildlife enthusiasts on Global Tiger Day.

The Prime Minister said that the people of India are proud that the country is home to almost 70 per cent of the global tiger population.

He noted that India’s tiger conservation efforts are inspired by the country’s centuries-old culture of living in harmony with nature and powered by the collective will of its people.

Shri Modi reaffirmed the commitment to science-based conservation, community participation and sustainable development that strengthens tiger conservation.

Shri Modi also lauded the efforts and dedication of forest personnel, scientists and conservationists for their key role in tiger protection. The Prime Minister added that India remains committed to empowering local communities and reducing human-wildlife conflict.

In a thread posts on X, Shri Modi said;

“Greetings to all wildlife enthusiasts on Global Tiger Day. The people of India are proud of the fact that we are home to almost 70% of the global tiger population. India’s tiger conservation efforts are inspired by our centuries-old culture of living in harmony with nature and powered by the collective will of our people. We also reaffirm our commitment to science-based conservation, community participation and sustainable development that strengthens tiger conservation.”

“The efforts and dedication of our forest personnel, scientists and conservationists have also played a key role in tiger protection. In that spirit, India remains committed to empowering local communities and reducing human-wildlife conflict.”