It is our Constitution that binds us all together: PM Modi
What is special about Indian Constitution is that it highlights both rights and duties of citizens: PM Modi
As proud citizens of India, let us think how our actions can make our nation even stronger: PM Modi

ମହାମହିମ ରାଷ୍ଟ୍ରପତି ମହାଶୟ, ଆଦରଣୀୟ ଉପରାଷ୍ଟ୍ରପତି ମହାଶୟ, ଆଦରଣୀୟ ବାଚସ୍ପତି ମହୋଦୟ, ଶ୍ରୀମାନ ପ୍ରହଲାଦ ଯୋଶୀ ମହୋଦୟ ଏବଂ ଆଦରଣୀୟ ଜନ ପ୍ରତିନିଧିଗଣ ।

କିଛି ଦିନ ଏବଂ କିଛି ଅବସର ଏପରି ହୋଇଥାଏ ଯାହା ଅତୀତ ସହିତ ଆମର ସମ୍ବନ୍ଧକୁ ସୁଦୃଢ଼ କରିଥାଏ । ଆମକୁ ଉନ୍ନତ ଭବିଷ୍ୟତରେ ଏବଂ ସେହି ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥାଏ । ଆଜି ହେଉଛି ସେହି ନଭେମ୍ବର 26ର ଐତିହାସିକ ଦିବସ । 70 ବର୍ଷ ପୂର୍ବେ ଆମେ ବିଧିବଦ୍ଧ ଭାବେ ଏକ ନୂତନ ରଙ୍ଗ-ରୂପ ସହିତ ସମ୍ବିଧାନକୁ ସ୍ୱୀକାର କରିଥିଲୁ, କିନ୍ତୁ ଏହା ସହିତ ଆଜି 26 ନଭେମ୍ବର ଦୁଃଖ ମଧ୍ୟ ଦେଇଥାଏ, ଯେତେବେଳେ ଭାରତମାତାର ମହାନ ଉଚ୍ଚ ପରମ୍ପରାମାନ, ହଜାର ହଜାର ବର୍ଷର ସାଂସ୍କୃତିକ ପରମ୍ପରା, ବସୁଧୈବ କୁଟୁମ୍ବକମର ଚିନ୍ତାଧାରାକୁ ନେଇ ବଂଚୁଥିବା ମହାନ ପରମ୍ପରା, ତାକୁ ହିଁ ଆଜି 26 ନଭେମ୍ବରରେ ମୁମ୍ବଇରେ ଆତଙ୍କବାଦୀ ଯୋଜନାବଦ୍ଧ ଭାବେ ଗୁଳିବିଦ୍ଧ କରିବାକୁ ପ୍ରୟାସ କରିଥିଲେ । ମୁଁ ଆଜି ସେହି ସମସ୍ତ ମୃତ ଆତ୍ମାଗୁଡିକୁ ପ୍ରଣାମ କରୁଛି । ସାତ ଦଶକ ପୂର୍ବେ ଏହି କେନ୍ଦ୍ରୀୟ ହଲରେ ଏତିକି ହିଁ ପବିତ୍ର ସ୍ୱରର ଗୁଂଜନ ହୋଇଥିଲା, ସମ୍ବିଧାନର ଗୋଟିଏ ଗୋଟିଏ ଅନୁଚ୍ଛେଦ ଉପରେ ଅତି ସୂକ୍ଷ୍ମତାର ସହିତ ଗଭୀର ଚର୍ଚ୍ଚା ହୋଇଥିଲା । ତର୍କ ବିତର୍କ ହୋଇଥିଲା, ତଥ୍ୟ ଆସିଲା, ବିଚାର ଆସିଲା, ଏହି ସ୍ଥାନ ଜ୍ଞାନର ମହାକୁମ୍ଭ ଥିଲା ଏବଂ ଯାହା ଉପରେ ଭାରତର ପ୍ରତ୍ୟେକ କୋଣ ଅନୁକୋଣର ସ୍ୱପ୍ନକୁ ଶବ୍ଦରେ ପରିଣତ କରିବାର ଏକ ଭରପୂର ପ୍ରୟାସ କରାଯାଇଥିଲା । ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଡକ୍ଟର ଭୀମରାଓ ବାବା ସାହେବ ଆମ୍ବେଦକର, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ପଣ୍ଡିତ ନେହେରୁ, ଆଚାର୍ଯ୍ୟ ଶୁକରାଣୀ ମହୋଦୟା, ମୌଲାନା ଆଜାଦ୍, ପୁରୁଷୋତ୍ତମ ଦାସ ଟଣ୍ଡନ୍, ସୁଚେତା କୃପଲାନୀ, ହଂସା ମେହେଟ୍ଟା, ଏଲଡି କୃଷ୍ଣସ୍ୱାମୀ ଆୟାର, ଏନ୍ ଗୋପାଳାସ୍ୱାମୀ ଏଙ୍ଗର୍, ଜନ୍ ମଥାଇଙ୍କ ଭଳି ଅଗଣିତ ମହାପୁରୁଷ ଯେଉଁମାନେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଯୋଗଦାନ ଦେଇ ଆମକୁ ଏହି ମହାନ ପରମ୍ପରା ଆମ ହାତରେ ସମର୍ପଣ କରିଛନ୍ତି । ଆଜିର ଏହି ଅବସରରେ ମୁଁ ସେହି ସମସ୍ତ ମହାନ ବିଭୁତିମାନଙ୍କୁ ସ୍ମରଣ କରୁଛି ଆଉ ସେମାନଙ୍କୁ ଆଦରପୂର୍ବକ ପ୍ରଣାମ କରୁଛି ।

ଆଜି ନିଜ କଥାର ଆରମ୍ଭ ମୁଁ ଆପଣ ସମସ୍ତଙ୍କୁ ବାବା ସାହେବ ଆମ୍ବେଦକର, 25 ନଭେମ୍ବର 1949, ସମ୍ବିଧାନ ସ୍ୱୀକାର କରିବାର ଗୋଟିଏ ଦିନ ପୂର୍ବରୁ ନିଜର ଶେଷ ଭାଷଣରେ ଯେଉଁ କଥା କହିଥିଲେ, ତାହା ନିଶ୍ଚିତ ଅବତାରଣା କରିବାକୁ ଚାହିଁବି । ବାବା ସାହେବ ଦେଶକୁ ପ୍ରତିଶୃତି ଦେଇଥିଲେ କି ଭାରତ ପ୍ରଥମ ଥର 1947ରେ ସ୍ୱାଧୀନ ହୋଇଛି ଅବା ପୁଣି 26 ଜାନୁୟାରୀ 1950କୁ ଗଣତନ୍ତ୍ର ରାଷ୍ଟ୍ର ହୋଇଛି, ଏଭଳି ନୁହେଁ । ଭାରତ ପୂର୍ବରୁ ମଧ୍ୟ ସ୍ୱାଧୀନ ଥିଲା ଆଉ ଆମର ଏଠାରେ ଗଣତନ୍ତ୍ର ମଧ୍ୟ ଥିଲା, ଆଉ ସେ ଆଗକୁ ଦୁଃଖ ପ୍ରକଟ କରି କହିଥିଲେ ନିଜ ଭୁଲ କାରଣରୁ ହିଁ ଆମେ ଅତୀତରେ ସ୍ୱାଧୀନତା ମଧ୍ୟ ହରାଇଥିଲେ ଏବଂ ଗଣତନ୍ତ୍ରର ଚରିତ୍ର ମଧ୍ୟ ହରାଇଥିଲେ । ଏଭଳି ସ୍ଥିତିରେ ବାବା ସାହେବ ଦେଶକୁ ଚେତାବନୀ ଦେଇ ପଚାରିଥିଲେ କି ଆମକୁ ସ୍ୱାଧୀନତା ମଧ୍ୟ ମିଳିଗଲା, ଗଣତନ୍ତ୍ର ମଧ୍ୟ ହୋଇଗଲା, କିନ୍ତୁ କ’ଣ ଆମେ ଏହାକୁ ଅତୁଟ ରଖି ପାରିବା । କ’ଣ ଅତୀତରୁ ଆମେ ଶିକ୍ଷା ନେଇ ପାରିବା । ଆଜି ଯଦି ବାବା ସାହେବ ଥାଆନ୍ତେ ତ ତାଙ୍କଠାରୁ ଅଧିକ ପ୍ରସନ୍ନତା ବୋଧହୁଏ ଆଉ କାହାକୁ ମିଳି ନଥାଆନ୍ତା । କାରଣ ଭାରତ ଏତେ ବର୍ଷରେ ନା କେବଳ ତାଙ୍କ ପ୍ରଶ୍ନର ଉତ୍ତର ଦେଇଛି ବରଂ ନିଜ ସ୍ୱାଧୀନତାକୁ, ଗଣତନ୍ତ୍ରକୁ ଆହୁରି ସମୃଦ୍ଧ ଓ ସଶକ୍ତ କରିଛି ଆଉ ଏଥିପାଇଁ ଆଜିର ଏହି ଅବସରରେ ମୁଁ ଆପଣ ସମସ୍ତଙ୍କୁ ବିଗତ ସାତ ଦଶକରେ ସମ୍ବିଧାନର ଭାବନାକୁ ଅକ୍ଷୁର୍ଣ୍ଣ ରଖୁଥିବା ବିଧାୟିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକାର ସମସ୍ତ ସାଥୀମାନଙ୍କୁ ଗୌରବ ପୂର୍ବକ ସ୍ମରଣ କରୁଛି, ପ୍ରଣାମ କରୁଛି । ମୁଁ ବିଶେଷ କରି 130 କୋଟି ଭାରତବାସୀଙ୍କ ସମ୍ମୁଖରେ ନତମସ୍ତକ ହେଉଛି । ଯେଉଁମାନେ ଭାରତର ଗଣତନ୍ତ୍ର ପ୍ରତି ଆସ୍ଥାକୁ କେବେ କମ୍ ହେବାକୁ ଦେଇ ନାହାଁନ୍ତି । ଆମର ସମ୍ବିଧାନକୁ ସର୍ବଦା ଏକ ପବିତ୍ର ଗ୍ରନ୍ଥ ମାନିଛନ୍ତି, ମାର୍ଗଦର୍ଶକ ଆଲୋକବର୍ତିକା ଭାବେ ମାନିଛନ୍ତି ।

ସମ୍ବିଧାନର 70 ବର୍ଷ ଆମ ପାଇଁ ହର୍ଷ, ଉତ୍କର୍ଷ ଏବଂ ନିଷ୍କର୍ଷର ମିଶ୍ରିତ ଭାବନା ନେଇ ଆସିଛି । ହର୍ଷ ଏହା ହେଉଛି କି ସମ୍ବିଧାନର ଭାବନା ଅଟଳ ଏବଂ ଅତୁଟ ରହିଛି । ଯଦି କେବେ କିଛି ଏଭଳି ପ୍ରକାରର ପ୍ରୟାସ ହୋଇଛି ତ ଦେଶବାସୀ ମିଳିମିଶି ତାହାକୁ ଅସଫଳ କରିଛନ୍ତି । ସମ୍ବିଧାନ ଉପରେ ଆଞ୍ଚ ଆଣିବାକୁ ଦେଇ ନାହାଁନ୍ତି । ଉତ୍କର୍ଷ ଏହି କଥା ପାଇଁ ଆମେ ଦୃଢ଼ ନିଶ୍ଚିତ ହେବା କି ଆମର ସମ୍ବିଧାନର ଦୃଢ଼ତା କାରଣରୁ ଏକ ଭାରତ-ଶ୍ରେଷ୍ଠ ଭାରତ ଭଳି ଆମେ ଆଗକୁ ବଢ଼ି ପାରିଛେ । ଆମେ ସମସ୍ତ ସଂସ୍କାର, ମିଳିମିଶି ସମ୍ବିଧାନର ପରିସରରେ ରହି କରିଛେ ଆଉ ନିଷ୍କର୍ଷ ଏହା, କି ଏହି ବିଶାଳ ଏବଂ ବିବିଧତା ଭରା ଭାରତ ପ୍ରଗତୀ ପାଇଁ ସୁନ୍ଦର ଭବିଷ୍ୟତ ପାଇଁ ନୂତନ ଭାରତ ପାଇଁ ମଧ୍ୟ ଆମ ସମ୍ମୁଖରେ କେବଳ ଏବଂ କେବଳ ସମ୍ବିଧାନ, ସମ୍ବିଧାନର ମର୍ଯ୍ୟାଦାଗୁଡ଼ିକ, ସମ୍ବିଧାନର ଭାବନା, ଏହା ଏକମାତ୍ର ହେଉଛି ରାସ୍ତା ଏବଂ ପନ୍ଥା । ଆମ ସମ୍ବିଧାନ ଆମ ପାଇଁ ହେଉଛି ସବୁଠାରୁ ବଡ଼ ଏବଂ ପବିତ୍ର ଗ୍ରନ୍ଥ । ଏକ ଏଭଳି ଗ୍ରନ୍ଥ ଯେଉଁଥିରେ ଆମ ଜୀବନର, ଆମ ସମାଜର, ଆମ ପରମ୍ପରାଗୁଡ଼ିକର, ଆମର ମାନ୍ୟତାଗୁଡ଼ିକର, ଆମର ବ୍ୟବହାର, ଆମର ଆଚାର, ସେହିଗୁଡ଼ିକ ସହିତ ସମାବେଶ ହୋଇଛି । ଏହା ସହିତ ଅନେକ ଆହ୍ୱାନର ସମାଧାନ ମଧ୍ୟ ଅଛି । ଆମର ସମ୍ବିଧାନ ଏତେ ବ୍ୟାପକ ଏଥିପାଇଁ ହୋଇଛି କାରଣ ଏଥିରେ ଆମେ ବାହ୍ୟ ଆଲୋକ ପାଇଁ ନିଜର ଝରକା ଖୋଲା ରଖିଛୁ ଆଉ ତାହା ସହିତ ଭିତରର ଯେଉଁ ଆଲୋକ ଅଛି ତାକୁ ମଧ୍ୟ ଆହୁରି ଅଧିକ ପ୍ରଜ୍ଜ୍ୱଳିତ କରିବାର ଅବସର ମଧ୍ୟ ଦେଇଛୁ ।

ଆଜି ଏହି ଅବସରରେ ଯେତେବେଳେ ଆମେ କହିବା ତ ମୁଁ ଗୋଟିଏ କଥା 2014ରେ ଲାଲକିଲ୍ଲାର ପ୍ରାଚୀରରୁ ଯାହା କହିଥିଲି ତାହାକୁ ଦୋହରାଇବି, ସମ୍ବିଧାନକୁ ଯଦି ଦୁଇଟି ସରଳ ଶବ୍ଦରେ କହିବାର ଅଛି, ସରଳ ଭାଷାରେ କହିବାର ଅଛି ତ କହିବି ଡିଗ୍ନିଟି ଫର୍ ଇଣ୍ଡିଆନ ଆଣ୍ଡ ୟୁନିଟି ଫର୍ ଇଣ୍ଡିଆ ଅର୍ଥାତ ଭାରତୀୟଙ୍କ ପାଇଁ ସମ୍ମାନ ଓ ଭାରତ ପାଇଁ ଏକତା । ଏହି ଦୁଇଟି ମନ୍ତ୍ରକୁ ଆମର ସମ୍ବିଧାନ ସାକାର କରିଛି, ନାଗରିକଙ୍କ ସମ୍ମାନକୁ ସର୍ବୋଚ୍ଚ ସ୍ତରରେ ରଖିଛି ଏବଂ ସମ୍ପୂର୍ଣ୍ଣ ଭାରତର ଏକତା ଏବଂ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିଛି । ଆମ ସମ୍ବିଧାନ ହେଉଛି ବିଶ୍ୱ ଗଣତନ୍ତ୍ରର ସର୍ବୋତ୍କୃଷ୍ଟ ଉପଲବ୍ଧ । ଏହା ନା କେବଳ ଅଧିକାର ପ୍ରତି ଜାଗ୍ରତ ଅଛି ବରଂ ଆମର କର୍ତ୍ତବ୍ୟ ପ୍ରତି ସଚେତନତା ଭାବନା ମଧ୍ୟ ରଖିଛି । ଗୋଟିଏ ଦୃଷ୍ଟିରୁ ଆମର ସମ୍ବିଧାନ ହେଉଛି ବିଶ୍ୱରେ ସବୁଠାରୁ ଅଧିକ ଧର୍ମନିରପେକ୍ଷ । ଆମକୁ କ’ଣ କରିବାକୁ ଅଛି, କେତେ ବଡ଼ ସ୍ୱପ୍ନ ଦେଖିବାକୁ ଅଛି ଏବଂ କେଉଁ ପର୍ଯ୍ୟନ୍ତ ପହଂଚିବାକୁ ଅଛି ଏଥିପାଇଁ କୌଣସି ପ୍ରକାରର ବନ୍ଧନ ରହିନାହିଁ । ସମ୍ବିଧାନରେ ହିଁ ଅଧିକାରର କଥା ରହିଛି ଆଉ ସମ୍ବିଧାନରେ ହିଁ କର୍ତ୍ତବ୍ୟ ପାଳନ କରିବା ପାଇଁ ଆଶା ରଖାଯାଇଛି । ଆମେ କ’ଣ ଜଣେ ବ୍ୟକ୍ତି ହିସାବରେ, ଗୋଟିଏ ପରିବାର ହିସାବରେ, ଗୋଟିଏ ସମାଜ ଭାବେ ନିଜର କର୍ତ୍ତବ୍ୟକୁ ନେଇ ସେତିକି ଗୁରୁତ୍ୱର ସହିତ ବିଚାର କରୁଛୁ, ଯେତିକି ଆମ ସମ୍ବିଧାନ, ଆମର ଦେଶ, ଆମ ଦେଶବାସୀଙ୍କ ସ୍ୱପ୍ନ ଆମଠାରୁ ଆଶା ରଖିଛି । ଯେଭଳି ରାଜେନ୍ଦ୍ର ବାବୁ କହିଥିଲେ କି ଯାହାକିଛି ସମ୍ବିଧାନରେ ଲେଖା ହୋଇ ନାହିଁ ତାହାକୁ ଆମକୁ କନଭେନସନ ବା ସମ୍ମେଳନ ଦ୍ୱାରା ସ୍ଥାପିତ କରିବାକୁ ହେବ ଆଉ ଏହା ମଧ୍ୟ ହେଉଛି ଭାରତର ସ୍ୱତନ୍ତ୍ରତା । ବିଗତ ଦଶକମାନଙ୍କରେ ଆମ୍ଭେମାନେ ଆମର ଅଧିକାର ଉପରେ ଗୁରୁତ୍ୱ ଦେଇଛୁ ଆଉ ତାହାର ମଧ୍ୟ ଆବଶ୍ୟକତା ଥିଲା ଆଉ ଠିକ୍ ମଧ୍ୟ ଥିଲା କାରଣ ସମାଜରେ ଏଭଳି ବ୍ୟବସ୍ଥାଗୁଡ଼ିକ ସୃଷ୍ଟି ହୋଇ ଯାଇଛି ଯାହାଦ୍ୱାରା ଗୋଟିଏ ବୃହତ ବର୍ଗଙ୍କୁ ଅଧିକାରରୁ ବଂଚିତ ରଖା ଯାଇଥିଲା । ବିନା ଅଧିକାରରେ ପରିଚୟ ପାଇଥିବା ଏହି ବୃହତ ବର୍ଗଙ୍କୁ ସମାନତା, ସମତା ଏବଂ ନ୍ୟାୟର ଅନୁଭବ ଦେବା ସମ୍ଭବ ହୋଇ ନଥିଲା । କିନ୍ତୁ ଆଜି ସମୟର ଆହ୍ୱାନ ହୋଇଛି କି ଯେତେବେଳେ ଆମେ ଅଧିକାରର ସହିତ ହିଁ ଏକ ନାଗରିକ ଭାବେ ନିଜ କର୍ତ୍ତବ୍ୟ, ନିଜ ଦାୟିତ୍ୱ ଉପରେ ମନ୍ଥନ କରିବାକୁ ପଡ଼ିବ । କାରଣ ଦାୟିତ୍ୱ ନ ତୁଲାଇ ଆମେ ନିଜ ଅଧିକାରକୁ ସୁରକ୍ଷିତ ରଖିପାରିବା ନାହିଁ ।

ଅଧିକାର ଏବଂ କର୍ତ୍ତବ୍ୟ ମଧ୍ୟରେ ଏକ ବହୁତ ଅତୁଟ ସମ୍ପର୍କ ରହିଛି ଆଉ ଏହି ସମ୍ପର୍କକୁ ମହାତ୍ମା ଗାନ୍ଧିଜୀ ବହୁତ ବିଶେଷ ଭାବେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ଆଜି ଯେତେବେଳେ ଦେଶ ପୂଜ୍ୟ ବାପୁଙ୍କର 150 ତମ ଜୟନ୍ତୀର ପର୍ବ ପାଳନ କରୁଛି ତ ତାଙ୍କର ଏହି କଥା ବହୁତ ପ୍ରାସଙ୍ଗିକ ହୋଇ ଯାଇଛି । ସେ କହୁଥିଲେ, ରାଇଟ ଇଜ୍ ଡ୍ୟୁଟି ୱେଲ ପରଫର୍ମ ଅର୍ଥାତ ଅଧିକାର ହିଁ କର୍ତ୍ତବ୍ୟ ଯାହାକୁ ଭଲ ଭାବେ ତୁଲାଇବାକୁ ପଡ଼ିବ । ସେ ଗୋଟିଏ ଜାଗରେ ମଧ୍ୟ ଲେଖିଥିଲେ କି ମୁଁ ନିଜର ଅଶିକ୍ଷିତ କିନ୍ତୁ ବୁଦ୍ଧିମତୀ ମାଆଙ୍କଠାରୁ ଶିଖିଛି କି ସମସ୍ତ ଅଧିକାର ଆପଣଙ୍କ ଦ୍ୱାରା, ପ୍ରକୃତ ନିଷ୍ଠା ଦ୍ୱାରା, ପାଳନ କରାଯାଇଥିବା ନିଜ କର୍ତ୍ତବ୍ୟ ଦ୍ୱାରା ହିଁ ଆସିଥାଏ । ବିଗତ ଶତାବ୍ଦୀର ପ୍ରାରମ୍ଭିକ ଦଶକରେ ଯେତେବେଳେ ସମଗ୍ର ବିଶ୍ୱ ଅଧିକାର ବିଷୟରେ କଥା ହେଉଥିଲେ, ସେତେବେଳେ ଗାନ୍ଧିଜୀ ଗୋଟିଏ ପାଦ ଆଗକୁ ବଢ଼ି କହିଥିଲେ କି ଆସନ୍ତୁ, ଆମୋନେ ନାଗରିକମାନଙ୍କର କର୍ତ୍ତବ୍ୟ ଅର୍ଥାତ ଡ୍ୟୁଟିଜ୍ ଅଫ୍ ସିଟିଜେନ୍ ବିଷୟରେ କଥା ହେବା । 1947ରେ ୟୁନିସ୍କୋ ମହାନିର୍ଦ୍ଦେଶକ ଡକ୍ଟର ଜୁଲିୟନ୍ ହସ୍କ୍ଲେ ବିଶ୍ୱର 60 ବଡ଼ ମହାନୁଭବଙ୍କୁ, ବଡ଼ ବଡ଼ ବିଶିଷ୍ଟ ବ୍ୟକ୍ତିଙ୍କୁ ଏକ ପତ୍ର ଲେଖିଥିଲେ ଆଉ ତାଙ୍କଠାରୁ ମାର୍ଗଦର୍ଶନ ମାଗିଥିଲେ ଆଉ ସେ ସେହି ପତ୍ରରେ ପଚାରିଥିଲେ କି ବିଶ୍ୱ ମାନବ ଅଧିକାର ସନନ୍ଦ ଏହା ପ୍ରସ୍ତୁତ କରିବାକୁ ଅଛି ତ ତାହାର ଆଧାର କିପରି ହେବ । ଆଉ ଏହି ବିଷୟରେ ସେ ବିଶ୍ୱର ମହାନୁଭବଙ୍କଠାରୁ ନିଜର ରାୟ ମାଗିଥିଲେ, ମହାତ୍ମା ଗାନ୍ଧୀଙ୍କ ଠାରୁ ମଧ୍ୟ ମାଗିଥିଲେ । କିନ୍ତୁ ବିଶ୍ୱର ଯେ କେହି ଯାହା ଅଭିପ୍ରାୟ ଦେଲେ, ମହାତ୍ମା ଗାନ୍ଧୀଙ୍କର ମତ କିଛି ଭିନ୍ନ ଥିଲା । ମହାତ୍ମା ଗାନ୍ଧୀ ମଧ୍ୟ କହିଥିଲେ, ସେ ଉତ୍ତର ଦେଇଥିଲେ କି ଆମେ ନିଜ ଜୀବନରେ ଅଧିକାର ସେତେବେଳେ ଅର୍ଜନ କରି ପାରିବା, ଯେତେବେଳେ ନାଗରିକ ଭାବେ ଆମର କର୍ତ୍ତବ୍ୟକୁ ସମ୍ପୂର୍ଣ୍ଣ ଭାବେ ତୁଲାଇବା ଅର୍ଥାତ ଗୋଟିଏ ପ୍ରକାରରେ କର୍ତ୍ତବ୍ୟରୁ ହିଁ ଅଧିକାରର ରକ୍ଷା ହୋଇଥାଏ, ଏ ନେଇ ମହାତ୍ମା ଗାନ୍ଧୀ ସେତେବେଳେ ଏହାର ଓକିଲାତି କରିଥିଲେ ଯେତେବେଳେ ଆମେ ଦାୟିତ୍ୱ କଥା କହୁଛେ, କର୍ତ୍ତବ୍ୟର କଥା କହୁଛେ ତ ଏହା ବହୁତ ହିଁ ସାମାନ୍ୟ ଦାୟିତ୍ୱ ହେଉଛି ଯାହାକୁ ତୁଲାଇବା ଦ୍ୱାରା ଗୋଟିଏ ରାଷ୍ଟ୍ର ଭାବେ ଆମର ସଂକଳ୍ପ ସିଦ୍ଧ ହୋଇଥାଏ । ଆଉ ଆମେ ଏଥିପ୍ରତି ମଧ୍ୟ ବହୁତ ସ୍ପଷ୍ଟ ଧ୍ୟାନ ଦେବାକୁ ପଡ଼ିବ କି କର୍ତ୍ତବ୍ୟ ଏବଂ ସେବା କେବେ କେବେ ଆମେ ସେବାକୁ ହିଁ କର୍ତ୍ତବ୍ୟ ବୋଲି ଧରି ନେଇଥାଉ, ସେବାଭାବ ସଂସ୍କାର ପ୍ରତ୍ୟେକ ସମାଜ ପାଇଁ ବହୁତ ଗୁରୁତ୍ୱ ବହନ କରିଥାଏ । କିନ୍ତୁ ସେବାଭାବ ଦ୍ୱାରା ମଧ୍ୟ କର୍ତ୍ତବ୍ୟ ହେଉଛି ଆଉ କିଛି ଭିନ୍ନ । ତାହା ଉପରେ ମଧ୍ୟ କେବେ କେବେ ଆମର ଧ୍ୟାନ ଯାଇ ନଥାଏ । ଆପଣ ରାସ୍ତାରେ ଚାଲୁଛନ୍ତି, କେଉଁଠି କୌଣସି ବ୍ୟକ୍ତିଙ୍କୁ କିଛି ସାହାଯ୍ୟର ଆବଶ୍ୟକତା ଅଛି ଆପଣ କରୁଛନ୍ତି ତ ତାହା ଏକ ପ୍ରକାରରେ ହେଉଛି ସେବାଭାବ । ଏହି ସେବାଭାବ କୌଣସି ମଧ୍ୟ ସମାଜକୁ, ମାନବତାକୁ ବହୁତ ସଶକ୍ତ କରିଥାଏ । କିନ୍ତୁ କର୍ତ୍ତବ୍ୟ ଭାବ ଏହାଠାରୁ ହେଉଛି ଟିକେ ଭିନ୍ନ । ରାସ୍ତାରେ କାହାକୁ ଅସୁବିଧା ହେଲା ଆପଣ ସାହାଯ୍ୟ କଲେ, ଏହା ହେଉଛି ଭଲ କଥା କିନ୍ତୁ ଯଦି ମୁଁ ଟ୍ରାଫିକ ନିୟମକୁ ପାଳନ କରିଛି ଆଉ କେବେ କାହାକୁ ଅସୁବିଧା ନ ହେଉ ଏଭଳି ବ୍ୟବସ୍ଥାର ମୁଁ ଅଂଶ ପାଲଟିଛି ଏହା ହେଉଛି ମୋର କର୍ତ୍ତବ୍ୟ । ଆପଣ ଯାହାକିଛି ମଧ୍ୟ କରୁଛନ୍ତି ତା’ସହିତ ଏକ ପ୍ରଶ୍ନ ଯୋଡ଼ି ଯଦି ଆମେ ଦେଖିବା କି ମୁଁ ଯାହାକିଛି ମଧ୍ୟ କରୁଛି କ’ଣ ତାହାଦ୍ୱାରା ମୋର ଦେଶ ସୁଦୃଢ଼ ହେଉଛି ନା ନାହିଁ । ପରିବାରର ସଦସ୍ୟ ଭାବେ ଆମେ ପ୍ରତ୍ୟେକ ସେହି କଥା କରୁଛେ ଯାହା ଦ୍ୱାରା ଆମ ପରିବାରର ଶକ୍ତି ବଢ଼ୁଛି । ଠିକ୍ ସେହିଭଳି ନାଗରିକ ଭାବେ ଆମେ ତାହା କରିବା ଯାହାଦ୍ୱାରା ଆମ ଦେଶର ଶକ୍ତି ବଢ଼ୁ, ଆମ ରାଷ୍ଟ୍ର ଶକ୍ତିଶାଳୀ ହେଉ ।

ଜଣେ ନାଗରିକ ଯେତେବେଳେ ନିଜ ପିଲାଙ୍କୁ ସ୍କୁଲ ପଠାଇ ଥାଆନ୍ତି ତ ମାଆ-ବାପା ନିଜର କର୍ତ୍ତବ୍ୟ ତୁଲାଇ ଥାଆନ୍ତି କିନ୍ତୁ ସେହି ମାଆବାପା ସଚେତନତାର ସହିତ ନିଜ ପିଲାଙ୍କୁ ମାତୃଭାଷା ଶିଖାଇବାର ଆଗ୍ରହ ଦେଖାଇ ଥାଆନ୍ତି ତ ତାହା ଏକ ନାଗରିକ ଭାବେ କର୍ତ୍ତବ୍ୟ କରିଥାଆନ୍ତି । ଦେଶ ସେବାର କର୍ତ୍ତବ୍ୟ ତୁଲାଇ ଥାଆନ୍ତି । ଆଉ ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଛୋଟ ଛୋଟ କଥା ଅଛି, ଯଦି ବୁନ୍ଦା ବୁନ୍ଦା ପାଣି ସଂଚୟ କରୁଛି ତ ସେ ନିଜ ନାଗରିକ କର୍ତ୍ତବ୍ୟ ମଧ୍ୟ ତୁଲାଉଛି । ଯଦି ଟୀକାକରଣ ହେଉଥିବା ରାସ୍ତା ଦେଇ ଯାଉଥିବା ବେଳେ ଟୀକାକରଣ କାମ କରି ନିଅନ୍ତି, କାହା ଘରକୁ ଯାଇ ମନେ ପକାଇ ଦିଅନ୍ତି ତ ଏହା ମାଧ୍ୟମରେ ନିଜର କର୍ତ୍ତବ୍ୟ ତୁଲାଇ ଥାଆନ୍ତି । ଭୋଟ ଦେବାପାଇଁ ବୁଝାଇବାକୁ ନ ପଡ଼ୁ, ସେ ଆପଣା ଛାଏଁ ଭୋଟ ଦେବାକୁ ଯାଇ ଥାଆନ୍ତି ତ ନିଜ କର୍ତ୍ତବ୍ୟ ତୁଲାଇ ଥାଆନ୍ତି । ସମୟ ଅନୁସାରେ ଟିକସ ଦେବାର ଅଛି, ଦେଇଥାଆନ୍ତି ତ ନିଜ କର୍ତ୍ତବ୍ୟ ତୁଲାଇ ଥାଆନ୍ତି । ଏଭଳି ଅନେକ ଦାୟିତ୍ୱ ଥାଏ ଯାହା ଏକ ନାଗରିକ ଭାବେ ସହଜ ବ୍ୟବସ୍ଥା ଭାବେ ଆମେ ବିକଶିତ କରିବା, ସଂସ୍କାର ଭାବେ ଆମେ ବିକଶିତ କରିବା ତ ଆମେ ଦେଶକୁ ଆଗକୁ ନେଇ ଯିବା ପାଇଁ ବହୁତ ବଡ଼ ସୁବିଧା କରି ଚାଲିବା । ଏହି ପ୍ରଶ୍ନ ଯେ ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ନାଗରିକଙ୍କ ହୃଦୟରେ, ସେମାନଙ୍କ ଚେତନାରେ ସର୍ବୋପରି ରହିବ ନାହିଁ ଆମର ନାଗରିକର କର୍ତ୍ତବ୍ୟ କେଉଁଠି ନା କେଉଁଠି ଦୁର୍ବଳ ହୋଇ ଚାଲିବ ଆଉ ତାହା କୌଣସି ନା କୌଣସି ରୂପରେ ଅନ୍ୟ କାହାର ଅଧିକାରକୁ କ୍ଷତି ପହଂଚାଇବ । ଆଉ ଏଥିପାଇଁ ଅନ୍ୟମାନଙ୍କର ଅଧିକାରର ଚିନ୍ତା ପାଇଁ ମଧ୍ୟ ନିଜ କର୍ତ୍ତବ୍ୟ ଉପରେ ଗୁରୁତ୍ୱ ଦେବା ହେଉଛି ଆମ ମାନଙ୍କର ଦାୟିତ୍ୱ । ଆଉ ଜନ ପ୍ରତିନିଧି ଭାବେ ଆମର ଦାୟିତ୍ୱ ଆହୁରି କିଛି ଅଧିକ ହୋଇଥାଏ, ଦୁଇ ଗୁଣ ହୋଇ ଯାଇଥାଏ । ଆମ ସାମ୍ନାରେ ସାମ୍ବିଧାନିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ସହିତ ନିଜକୁ ମଧ୍ୟ ଏକ ଆଦର୍ଶ ଭାବେ ପ୍ରସ୍ତୁତ କରିବାର ଅଛି । ଏହା ଆମର ଦାୟିତ୍ୱ ହୋଇ ଯାଇଥାଏ ଆଉ ଆମେ ସମାଜରେ ସାର୍ଥକ ପରିବର୍ତ୍ତନ ଆଣିବା ପାଇଁ ଆମକୁ ଏହି କର୍ତ୍ତବ୍ୟକୁ ମଧ୍ୟ ପାଳନ କରିବାକୁ ହେବ, ଆମର ପ୍ରୟାସ ଏହା ହେବା ଦରକାର କି ଆମେ ପ୍ରତ୍ୟେକ କାର୍ଯ୍ୟକ୍ରମରେ, ପ୍ରତ୍ୟେକ ଆଲୋଚନା ସମୟରେ କର୍ତ୍ତବ୍ୟ ଉପରେ ଗୁରୁତ୍ୱ ଦେବା । ଜନତାଙ୍କ ସହିତ ଆଲୋଚନା କରିବା ସମୟରେ କର୍ତ୍ତବ୍ୟ ସମ୍ପର୍କରେ କଥା ହେବାକୁ ଆମେ ଭୁଲିବା ନାହିଁ । ଆମର ସମ୍ବିଧାନ ଆମ ଭାରତୀୟମାନଙ୍କ ଠାରୁ ଆରମ୍ଭ ହୋଇଥାଏ..ଉଇ ଦ ପିପୁଲ ଅଫ୍ ଇଣ୍ଡିଆ.. ଆମେ ଭାରତର ଜନତା ହିଁ ହେଉଛୁ ଏହାର ଶକ୍ତି । ଆମେ ମଧ୍ୟ ହେଉଛୁ ଏହାର ପ୍ରେରଣା ଏବଂ ଆମେ ହିଁ ହେଉଛୁ ଏହାର ଉଦ୍ଦେଶ୍ୟ ।

ମୁଁ ଆଜି ଯାହା କିଛି ହୋଇଛି -ତାହା ସମାଜ ପାଇଁ ହୋଇଛି, ଦେଶ ପାଇଁ ହୋଇଛି, ଏହି କର୍ତ୍ତବ୍ୟ ଭାବ ହେଉଛି ଆମ ପ୍ରେରଣାର ସ୍ରୋତ । ମୁଁ ଆପଣ ସମସ୍ତଙ୍କୁ ଆହ୍ୱାନ କରୁଛି କି ଆମେ ସମସ୍ତେ ଏହି ସଂକଳ୍ପ ଶକ୍ତିର ସହିତ ମିଳିମିଶି ଭାରତ ପାଇଁ ଦାୟିତ୍ୱ ସମ୍ପର୍ଣ୍ଣ ନାଗରିକ ଭାବେ ନିଜ କର୍ତ୍ତବ୍ୟର ପାଳନ କରିବା । ଆସନ୍ତୁ ନିଜ ଗଣତନ୍ତ୍ରକୁ ଆମେ କର୍ତ୍ତବ୍ୟ ସହିତ ଓତଃପ୍ରୋତ ଭାବେ ନୂତନ ସଂସ୍କୃତି ଆଡ଼କୁ ନେଇଯିବା । ଆସନ୍ତୁ ଆମେ ସମସ୍ତେ ଦେଶର ନବ ନାଗରିକ ହେବା, ଭଲ ନାଗରିକ ହେବା । ମୁଁ କାମନା କରୁଛି କି ଏହି ସମ୍ବିଧାନ ଦିବସ ଆମର ସମ୍ବିଧାନର ଆଦର୍ଶକୁ ଉଜ୍ଜିବିତ କରି ରଖୁ ଆଉ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେବାର ଆମର ପ୍ରତିବଦ୍ଧତାକୁ ଶକ୍ତି ଦେଉ । ଆମର ସମ୍ବିଧାନ ନିର୍ମାତା ମାନେ ଯେଉଁ ସ୍ୱପ୍ନ ଦେଖିଥିଲେ, ତାକୁ ପୂରଣ କରିବା ପାଇଁ ଆମକୁ ଶକ୍ତି ଦେଉ । ଆଉ ଏହି ପବିତ୍ର ମାଟି ହେଉଛି ଯେଉଁଠାରେ ଏହି ମନ୍ଥନ ହୋଇଥିଲା, ଏଠାରେ ତାହାର ସ୍ୱର ଗୁଞ୍ଜରିତ ହେଉଛି । ଏହି ଗୁଞ୍ଜରଣ ଅବଶ୍ୟ ଆମକୁ ଆଶୀର୍ବାଦ ଦେବ, ଏହି ଗୁଞ୍ଜରଣ ଆମକୁ ଅବଶ୍ୟ ପ୍ରେରଣା ଦେବ, ଏହି ଗୁଞ୍ଜରଣ ଆମକୁ ଅବଶ୍ୟ ଶକ୍ତି ଦେବ, ଏହି ଗୁଞ୍ଜରଣ ଆମକୁ ଅବଶ୍ୟ ମାର୍ଗ ପ୍ରଦର୍ଶନ କରିବ । ଏହି ଗୋଟିଏ ଭାବନା ସହିତ ମୁଁ ପୁଣିଥରେ ଆଜି ସମ୍ବିଧାନ ଦିବସର ପବିତ୍ର ଅବସରରେ ପୂଜ୍ୟ ବାବାସାହେବ ଆମ୍ବେଦକରଙ୍କୁ ପ୍ରଣାମ କରୁଛି, ସମ୍ବିଧାନ ନିର୍ମାତାମାନଙ୍କୁ ପ୍ରଣାମ କରୁଛି ଆଉ ଦେଶବାସୀଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି ।

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Net direct tax collection grows 23% to over ₹8.11 trillion till August 10

Media Coverage

Net direct tax collection grows 23% to over ₹8.11 trillion till August 10
NM on the go

Nm on the go

Always be the first to hear from the PM. Get the App Now!
...
Shri Ram Nath Kovind’s autobiography will become a treasure for Indian democracy and Indian society: PM Modi
August 12, 2026


हमारे पूर्व राष्ट्रपति श्रीमान रामनाथ कोविंद जी, लोकसभा के अध्यक्ष आदरणीय ओम बिरला जी, श्रीमती सविता कोविंद जी, सभाग्रह में सभी वरिष्ठ जन बैठे हैं, सबका उल्लेख नहीं कर पाऊंगा, लेकिन मेरे लिए बहुत आनंद है कि एक पारिवारिक कार्यक्रम लग रहा है।

भाइयों-बहनों,

आज हमें श्री रामनाथ कोविंद जी की आत्मकथा के विमोचन का अवसर मिला है। मुझे खुशी है कि मुझे भी इस कार्यक्रम का हिस्सा बनने का सौभाग्य मिला है। कोविंद जी से मेरा बहुत लंबा परिचय रहा है, उन्हें करीब से जानने का भी अवसर मिला और राष्ट्रपति के रूप में उनका मार्गदर्शन और इस सबके साथ-साथ उनका मेरे प्रति विशेष स्नेह, उनकी आत्मीयता, ये मेरी बहुत बड़ी पूंजी रही है। मैंने उनके जीवन को जितना समझा है, उनकी कार्यक्षमताओं को जितना जाना है, मैं पूरे विश्वास से कह सकता हूं कि श्री रामनाथ कोविंद जी की ऑटो-बायोग्राफ़ी अपने आप में भारतीय लोकतंत्र और भारतीय समाज के लिए एक धरोहर बनेगी। कोविंद जी की जीवन यात्रा, समाज और राष्ट्र के लिए उनका योगदान, ऐसा कितना कुछ है जिसके बारे में मैं विस्तार से बात कर सकता हूं, लेकिन बुक रिलीज़ में केवल ‘कर्टन रेज़र’ ही होना चाहिए। आप सब किताब का पूरा लाभ पढ़कर ही लें, तो ही ज्यादा अच्छा है।

साथियों,

कोविंद जी की जीवन यात्रा को आप उनके शब्दों में जानें, उनकी लेखनी को, उनके अनुभवों को देश की नई पीढ़ी पढ़े, इससे हर किसी को काफी कुछ सीखने को मिलेगा। मैं रामनाथ कोविंद जी को इस आत्मकथा के लिए बहुत-बहुत बधाई देता हूं।

साथियों,

कोविंद जी ने अपनी इस पुस्तक को बहुत ही सटीक नाम दिया है- “Triumph of the Indian Republic: My Life, My Struggles” कहने का भाव ये कि जीवन और जीवन के संघर्ष उनके व्यक्तिगत हैं, लेकिन उन संघर्षों के परिणामस्वरूप मिली जीत, भारत के गणतंत्र की है, भारत के लोकतंत्र की है।

साथियों,

हम सब अक्सर अनुभव करते हैं कि इंसान का एक स्वभाव होता है, लोग अपनी सफलता का श्रेय खुद को देते हैं और जीवन की मुश्किलों के लिए, कठिनाइयों के लिए समाज को जिम्मेदार ठहराते हैं। लेकिन, जब हृदय उदार हो, भारतीय संस्कार हों, तब व्यक्ति समाज की कमियाँ निकालने में समय नहीं गँवाता, वो उसके सकारात्मक पक्ष पर फोकस करता है, वो अपनी सफलता में समाज को बराबर का भागीदार मानता है। कोविंद जी की आत्मकथा और उसका शीर्षक इसके उदाहरण हैं। आप उनका जीवन देखिए, एक बेहद सामान्य परिवार में, कानपुर देहात में उनका जन्म हुआ। कोविंद जी ने अभी भी कुछ वर्णन किया और अपनी किताब में भी लिखा है, कैसे गर्मी के मौसम में एक दिन उनके घर में आग लग गई, उनकी माँ अपनी चिंता छोड़कर घर की चीजों को बचा रही थीं। आखिर, एक सामान्य परिवार में, माँ के लिए एक-एक चीज बच्चों के पालन-पोषण का जरिया होती है। उसी कोशिश में, आग में फंसकर उनकी माता जी की मृत्यु हो गई। आप कल्पना कर सकते हैं, छोटी सी उम्र में इस तरह की घटना, माँ को इस तरह खो देना, ये कितना दर्दनाक रहा होगा। मैं तो भाग्यशाली रहा हूं, मेरी मां 100 साल से भी अधिक जीवित रही और मुझे आशीर्वाद देती रही। उसके बावजूद भी, आज भी मैं मां की कमी महसूस करता हूं।

साथियों,

उनके जीवन का एक ऐसा दर्दनाक ये घटनाक्रम था, कोई भी इससे टूट सकता था, लेकिन कोविंद जी को उन मुश्किलों ने मजबूत किया। पड़ोस की एक माता जी ने उनके पालन-पोषण में मदद की। इससे उन्होंने समाज की एकता और सौहार्द की ताकत को समझा। इस घटना के बाद कोविंद जी के जीवन में उनके पिता की भूमिका और बड़ी हो गई और जिस तरह से उन्होंने अपने परिवार को संभाला, बच्चों को संस्कार दिये, इसीलिए, कोविंद जी अपने पिता को अपना हीरो मानते हैं।

साथियों,

बचपन के इन संघर्षों के बीच, कोविंद जी ने शिक्षा को, अपने सामर्थ्य को बढ़ाने का मार्ग बनाया। उन्होंने मेहनत की, उन्होंने संसाधनों की कमी को कमजोरी नहीं बनने दिया। और, एक ऐसे मुकाम तक पहुंचे, जिसकी कल्पना भी तब लोगों ने नहीं की थी। वो भारत जैसे विशाल देश के राष्ट्रपति बने।

साथियों,

इतने बड़े पद पर पहुंचने के बाद भी कोविंद जी का विनम्र व्यक्तित्व, उनकी सादगी ऐसे ही कायम रही। मुझे याद है प्रधानमंत्री के तौर पर मैं राष्ट्रपति भवन में उनसे मिलने जाता था। प्रोटोकॉल के हिसाब से जो बातें नहीं हो सकती हैं, वो बातें वो करते थे। वो प्रधानमंत्री को छोड़ने के लिए गाड़ी के दरवाजे तक आते थे। मैं शुरू में उनको प्रार्थना करता रहता था, प्लीज आप ऐसा मत कीजिए, लेकिन उन्होंने जीवन के आखिर तक अपनी उस विनम्रता को कभी छोड़ा नहीं। राष्ट्रपति बनने के बाद जब वे अपने गांव परौंख गए, तो उन्होंने वहाँ अपने गुरुओं के पैर छूकर उन्हें प्रणाम किया। गाँव की मिट्टी को नमन करके उन्होंने गाँव के सामान्य लोगों का धन्यवाद किया। पूरे देश ने वो भावुक दृश्य देखा था। उनके इस आचरण ने दुनिया के सामने भारत के संस्कारों की ऐसी तस्वीर सामने रखी, जिस पर हर भारतवासी गर्व करता है।

साथियों,

गुलामी के सैकड़ों साल में हमारे देश ने आर्थिक और सामाजिक रूप से बहुत कुछ खोया था। हमारे पूर्वजों ने सदियों तक संघर्ष किया। महात्मा गांधी, बाबा साहब अंबेडकर, ज्योतिबा फुले, सावित्रबाई फुले, ऐसी कितनी ही महान विभूतियों ने भारत के नवनिर्माण का सपना देखा था। एक ऐसा भारत जहां गरीब से गरीब, वंचित से वंचित को शिखर तक पहुँचने का अवसर मिल सके। कोविंद जी जैसे व्यक्तित्वों ने अपने श्रम और काबिलियत से केवल खुद का जीवन ही बदला, इतना नहीं है, उन्होंने सदियों के उस स्वप्न को, उस विज़न को भी साकार करने में अपनी अहम भूमिका निभाई है। और इस दिशा में हम सबके प्रयास अभी भी जारी हैं। हमें भविष्य में कोविंद जी जैसे अनेकों युवा चाहिए, जो परेशानियों से परास्त न हों, जो मुश्किलों के सामने मायूस न हों, बल्कि अपनी मेहनत से हर मंजिल को आसान बनाने का हौसला रखें। इसी बदलाव से सशक्त भारत के निर्माण का संकल्प पूरा होगा। यहीं से आत्मनिर्भर और विकसित भारत का रास्ता बनेगा।

साथियों,

ऐसे युवाशक्ति के निर्माण के लिए जो प्रेरणा चाहिए, कोविंद जी की ऑटोबायोग्राफ़ी उसका अहम स्रोत बन सकती है।

साथियों,

कोविंद जी ने अपनी जीवनी में मोरारजी भाई देसाई के साथ अनुभवों के बारे में भी इसमें विस्तार से बताया है। कोविंद जी के भीतर देशसेवा की जो भावना थी, मोरारजी भाई के साथ काम करके उन्हें जो सीखने को मिला, जो रास्ता मिला। कोविंद जी ने राजनीति और समाजसेवा को अपना मार्ग बनाया। वो अपने कर्तव्यों के लिए समर्पित रहे। सेवा को उन्होंने अपना लक्ष्य बनाकर काम किया। संसद में उनका कार्यकाल गवाह है। राज्यपाल के रूप में भी उन्होंने एक उदाहरण प्रस्तुत किया। राष्ट्रपति के रूप में भी हमें उनकी यही कर्तव्यनिष्ठा दिखाई देती रही। यहाँ तक कि राष्ट्रपति जैसे सर्वोच्च पद से सेवामुक्त होने के बाद भी उन्होंने विश्राम नहीं लिया है। वो अभी भी ‘एक देश, एक चुनाव’ One Nation, One Election जैसे महत्वपूर्ण विषय पर काम कर रहे हैं। देश को जगा रहे हैं। ये एक ऐसा विषय है, जिसका समाधान देश के लोकतंत्र का नया अध्याय शुरू कर सकता है। मैं मानता हूँ, कोविंद जी की इस कर्तव्यनिष्ठा और सेवाभाव से देश के लोग बहुत कुछ सीख सकते हैं।

साथियों,

सामाजिक जीवन में सक्रिय रहते हुये ऑटोबायोग्राफ़ी के लिए समय निकाल पाना बहुत मुश्किल होता है। कोविंद जी ने ये काम हम सबके लिए किया है, क्योंकि उनके जीवन में ऐसा कितना कुछ है, जिसमें गरीब वंचित तबके से आए तमाम लोग अपने जीवन की परछाई देख सकते हैं। कैसे एक साधारण परिवार मुश्किल हालातों में भी जीवन की शुचिता और ईमानदारी से समझौता नहीं करता, कैसे वही आदर्श आगे चलकर हमारे जीवन का आधार बनते हैं, हमारे कठिन समय के मूल्य किस तरह जीवनभर हमें रोशनी देते हैं, कैसे इस पवित्रता से हमें राष्ट्र सेवा की शक्ति मिलती है। अलग-अलग पदों का दायित्व निभाते हुए, कोविंद जी ने समाज को निरंतर इसकी प्रेरणा दी है।

साथियों,

मुझे विश्वास है, कोविंद जी की ऑटोबायोग्राफ़ी, इसमें उनके जीवन की ही नहीं, बल्कि हमारे लोकतंत्र की भी अहम स्मृतियाँ सुरक्षित होंगी। मैं एक बार फिर उन्हें उनकी आत्मकथा के लिए शुभकामनाएं देता हूं। और मैं खास करके युवा पीढ़ी से आग्रह करूंगा, रील का जमाना है, सोशल मीडिया में इनफ्लुएंसर आपको खींच के कहीं-कहीं ले जाते हैं। इस शॉर्टकट के युग में भी एक बात हम जरूर याद रखें, रेलवे स्टेशन पर लिखा हुआ होता है, कुछ लोगों को पटरी पर कूद कर के जाने की आदत होती है, ब्रिज पर नहीं जाते। तो वहां लिखा होता है, शॉर्टकट विल कट यू शॉर्ट। और अगर शॉर्टकट के रास्ते से भी कहीं बाहर निकलना है, तो मैं नौजवानों को कहूंगा आपको जिसका भी पसंद हो ऑटोबायोग्राफी जरूर पढ़ें। ऑटोबायोग्राफी उस कालखंड की इतिहास की घटनाओं को अलग तरीके से समझने का अवसर देती है। इतिहास से काफी निकट होता है वो कालखंड बायोग्राफी का और इसलिए मैं जरूर चाहूंगा कि कोविंद जी की जो मेहनत है, वो आने वाली पीढ़ियों को काम आए, युवा पीढ़ी को विशेष रूप से काम आए। बहुत-बहुत शुभकामनाएं। बहुत-बहुत धन्यवाद।