‘ଡବଲ ଇଂଜିନ’ ସରକାର ତ୍ରିପୁରାକୁ ବଦଳାଇ ଦେଇଛି: ପ୍ରଧାନମନ୍ତ୍ରୀ
ତ୍ରିପୁରା ହାଇୱେ, ଆଇ-ୱେ, ରେଲୱେ ଓ ଏୟାର ୱେ (ହିରା)ର ବିକାଶ ଦେଖୁଛି
ସଂଯୋଗ ବ୍ୟବସ୍ଥା ଭାରତ-ବାଂଲାଦେଶ ବନ୍ଧୁତ୍ୱକୁ କେବଳ ମଜଭୁତ କରୁନାହିଁ, ଏହା ମଧ୍ୟ ବ୍ୟବସାୟ ପାଇଁ ଏକ ଉତ୍ତମ ଭିତ୍ତି ଯୋଗାଉଛି: ପ୍ରଧାନମନ୍ତ୍ରୀ
ମୈତ୍ରୀ ସେତୁ ବାଂଲାଦେଶର ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବାକୁ ସୁଯୋଗ ସୃଷ୍ଟି କରିବ: ପ୍ରଧାନମନ୍ତ୍ରୀ

ନମସ୍କାର! ଖୁଲୁମଖା!

ତ୍ରିପୁରାର ରାଜ୍ୟପାଳ ଶ୍ରୀ ରମେଶ ବୈଶ ମହାଶୟ, ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ବିପ୍ଳବ ଦେବ ମହାଶୟ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ଜିଷ୍ଣୁ ଦେବ ବର୍ମା ମହାଶୟ, ରାଜ୍ୟ ସରକାରଙ୍କର ସମସ୍ତ ମନ୍ତ୍ରୀ, ସାଂସଦ ଏବଂ ବିଧାୟକଗଣ ଏବଂ ତ୍ରିପୁରାର ମୋର ପ୍ରିୟ ଭାଇ ଓ ଭଉଣୀମାନେ! ଆପଣ ସମସ୍ତଙ୍କୁ ପରିବର୍ତନ ପାଇଁ, ତ୍ରିପୁରାର ବିକାଶ ଯାତ୍ରାର 3 ବର୍ଷ ପୂରଣ ହେବା ଉପଲକ୍ଷେ ବହୁତ-ବହୁତ ଶୁଭେଚ୍ଛା!

ଭାଇ ଓ ଭଉଣୀମାନେ,

ଆଜିଠାରୁ ତିନି ବର୍ଷ ପୂର୍ବେ ଆପଣମାନେ, ତ୍ରିପୁରାର ଲୋକମାନେ ଏକ ନୂତନ ଇତିହାସ ରଚିଥିଲେ ଆଉ ସମଗ୍ର ଦେଶକୁ ଏକ ଦୃଢ଼ ସନ୍ଦେଶ ପ୍ରଦାନ କରିଥିଲେ। ଦଶକ-ଦଶକ ଧରି ରାଜ୍ୟର ବିକାଶକୁ ଅବରୋଧ କରୁଥିବା ନକରାତ୍ମକ ଶକ୍ତିଗୁଡ଼ିକୁ ହଟାଇ, ତ୍ରିପୁରାର ଲୋକମାନେ ଏକ ନୂତନ ଶୁଭାରମ୍ଭ କରିଥିଲେ। ଯେଉଁ ସବୁ ଶୃଙ୍ଖଳରେ ତ୍ରିପୁରା, ତ୍ରିପୁରାର ସାମର୍ଥ୍ୟ ବାନ୍ଧି ହୋଇ ରହିଥିଲା, ଆପଣମାନେ ଏହି ଶୃଙ୍ଖଳକୁ ଭାଙ୍ଗି ଦେଇଛନ୍ତି। ସେହି ଶୃଙ୍ଖଳ ଛିଣ୍ଡି ସାରିଛି। ମୁଁ ଖୁସି ଯେ ମାଆ ତ୍ରିପୁରା ସୁନ୍ଦରୀଙ୍କ ଆଶୀର୍ବାଦରୁ, ବିପ୍ଳବ ଦେବ ମହାଶୟଙ୍କ ନେତୃତ୍ୱରେ ଚାଲୁଥିବା ସରକାର ନିଜର ସଂକଳ୍ପଗୁଡ଼ିକୁ ଦ୍ରୁତ ଗତିରେ ସିଦ୍ଧ କରୁଛନ୍ତି।

ସାଥୀଗଣ,

2017ରେ ଆପଣମାନେ ତ୍ରିପୁରାରେ ବିକାଶର ଡବଲ ଇଂଜିନ ଲଗାଇବାର ନିଷ୍ପତି ନେଲେ। ଗୋଟିଏ ଇଂଜିନ ତ୍ରିପୁରାରେ, ଆଉ ଗୋଟିଏ ଇଂଜିନ ଦିଲ୍ଲୀରେ। ଆଉ ଏହି ଡବଲ ଇଂଜିନର ନିଷ୍ପତି କାରଣରୁ ଯେଉଁ ପରିଣାମ ବାହାରିଲା, ପ୍ରଗତିର ଯେଉଁ ରାସ୍ତା ପ୍ରଶସ୍ତ ହେଲା ତାହା ଆଜି ଆପଣମାନଙ୍କ ସମ୍ମୁଖରେ ରହିଛି। ଆଜି ତ୍ରିପୁରା ପୁରୁଣା ସରକାରଙ୍କର 30 ବର୍ଷ ଏବଂ ଡବଲ ଇଂଜିନର 3 ବର୍ଷର ସରକାରରେ ଆସିଥିବା ପରିବର୍ତନକୁ ସ୍ପଷ୍ଟ ଭାବେ ଅନୁଭବ କରିପାରୁଛି। ଯେଉଁଠାରେ କମିଶନ ଏବଂ ଦୁର୍ନୀତି ବିନା କାର୍ଯ୍ୟ ହେବା ଅସମ୍ଭବ ଥିଲା, ସେଠାରେ ଆଜି ସରକାରୀ ଲାଭ ଲୋକମାନଙ୍କର ବ୍ୟାଙ୍କ ଖାତାକୁ, ସିଧାସଳଖ ପହଞ୍ଚୁଛି। ଯେଉଁ କର୍ମଚାରୀମାନେ ଠିକ୍‍ ସମୟରେ ଦରମା ପାଇବା ପାଇଁ ବ୍ୟସ୍ତ ହେଉଥିଲେ, ସେମାନଙ୍କୁ ସପ୍ତମ ବେତନ କମିଶନ ଆଧାରରେ ଦରମା ମିଳୁଛି। ଯେଉଁଠାରେ କୃଷକମାନଙ୍କୁ ନିଜର ଉତ୍ପାଦିତ ଜିନିଷ ବିକ୍ରି କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା, ସେଠାରେ ପ୍ରଥମ ଥର ପାଇଁ ତ୍ରିପୁରାରେ କୃଷକମାନଙ୍କ ପାଇଁ ଏମଏସପି ଉପରେ କ୍ରୟ ସୁନିଶ୍ଚିତ ହେଲା। ମନରେଗା ମାଧ୍ୟମରେ କାର୍ଯ୍ୟ କରୁଥିବା ସାଥୀଙ୍କୁ ଯେଉଁଠି ପ୍ରଥମେ 135 ଟଙ୍କା ମିଳୁଥିଲା, ସେଠାରେ ଏବେ ପ୍ରତିଦିନ 205 ଟଙ୍କା ଦିଆଯାଉଛି। ଯେଉଁ ତ୍ରିପୁରାକୁ ହରତାଳ ସଂସ୍କୃତି ବହୁତ ପଛରେ ପକାଇ ଦେଇଥିଲା, ଆଜି ତାହା ଇଜ୍‍ ଅଫ୍‍ ଲିଭିଙ୍ଗ ପାଇଁ କାର୍ଯ୍ୟ କରୁଛି। ଯେଉଁଠାରେ କେବେ ଉଦ୍ୟୋଗମାନଙ୍କରେ ତାଲା ପକାଇବାର ପରିସ୍ଥିତି ଆସି ଯାଇଥିଲା, ସେଠାରେ ଏବେ ନୂତନ ଉଦ୍ୟୋଗଗୁଡ଼ିକ ପାଇଁ, ନୂତନ ନିବେଶ ପାଇଁ ସ୍ଥାନ ସୃଷ୍ଟି ହେଉଛି। ତ୍ରିପୁରାର ଟ୍ରେଡ ଭଲ୍ୟୁମ ହିଁ ବଢ଼ୁଛି, ରାଜ୍ୟମାନଙ୍କରୁ ହେବାକୁ ଥିବା ରପ୍ତାନୀ ମଧ୍ୟ ପ୍ରାୟତଃ 5 ଗୁଣା ପର୍ଯ୍ୟନ୍ତ ବଢ଼ିଯାଇଛି।

ସାଥୀଗଣ,

ତ୍ରିପୁରାର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଟି ଆବଶ୍ୟକତାକୁ ଧ୍ୟାନରେ ରଖିଛନ୍ତି। ଗତ 6 ବର୍ଷ ମଧ୍ୟରେ ତ୍ରିପୁରାକୁ କେନ୍ଦ୍ର ସରକାରଙ୍କଠାରୁ ମିଳିବାକୁ ଥିବା ଅର୍ଥରାଶିରେ ବହୁତ ବଡ଼ ବୃଦ୍ଧି କରାଯାଇଛି। ବର୍ଷ 2009 ରୁ 2014 ମଧ୍ୟରେ କେନ୍ଦ୍ର ସରକାରଙ୍କ ଠାରୁ ତ୍ରିପୁରାକୁ କେନ୍ଦ୍ରୀୟ ବିକାଶ ପରିଯୋଜନା ପାଇଁ 3500 କୋଟି ଟଙ୍କାର ସାହାଯ୍ୟ ମିଳିଥିଲା। ପଇଁତିରିଶ ଶହ କୋଟି ଟଙ୍କାର। ଯେତେବେଳେ କି ବର୍ଷ 2014 ରୁ 2019 ମଧ୍ୟରେ ଆମେ ଆସିବା ପରେ 12 ହଜାର କୋଟି ଟଙ୍କାରୁ ଅଧିକ ସାହାଯ୍ୟ ମିଳିଛି। ଆଜି ତ୍ରିପୁରା ସେହି ବଡ଼-ବଡ଼ ରାଜ୍ୟମାନଙ୍କ ପାଇଁ ମଧ୍ୟ ଏକ ଉଦାହରଣ ହୋଇ ଚାଲିଛି ଯେଉଁଠାରେ ଡବଲ ଇଂଜିନର ସରକାର ଆଜି ଯେଉଁଠାରେ ନାହିଁ ଆଉ ଯେଉଁ ସରକାରମାନେ ଦିଲ୍ଲୀ ସହିତ ଝଗଡ଼ା କରିବାରେ ମଧ୍ୟ ନିଜର ସମୟ ଅପଚୟ କରୁଛନ୍ତି। ସେମାନଙ୍କୁ ମଧ୍ୟ ଜଣା ପଡ଼ିଲାଣି। ତ୍ରିପୁରା ଯାହା କେବେ ଶକ୍ତିର ଅଭାବର ରାଜ୍ୟ ଭାବେ ଜଣାଯାଉଥିଲା, ତାହା ଆଜି ଡବଲ ଇଂଜିନର ସରକାରଙ୍କ କାରଣରୁ ବଳକା ଶକ୍ତିର ରାଜ୍ୟ ହୋଇଯାଇଛି। 2017 ପୂର୍ବରୁ ତ୍ରିପୁରାରେ କେବଳ 19 ହଜାର ଗ୍ରାମୀଣ ଘରକୁ ପାଇପ ଦ୍ୱାରା ଜଳ ଯୋଗାଣ ହୋଇଥିଲା। ଆଜି ଦିଲ୍ଲୀ ଏବଂ ତ୍ରିପୁରାର ଡବଲ ଇଂଜିନ ସରକାରଙ୍କ କାରଣରୁ ପ୍ରାୟ 2 ଲକ୍ଷ ଗ୍ରାମୀଣ ଘରକୁ ପାଇପ ଦ୍ୱାରା ଜଳ ଯୋଗାଣ ହୋଇ ପାରିଛି।

2017 ପୂର୍ବରୁ ତ୍ରିପୁରାର 5 ଲକ୍ଷ 80 ହଜାର ଘରମାନଙ୍କରେ ଗ୍ୟାସ ସଂଯୋଗ ଥିଲା। 6 ଲକ୍ଷରୁ ମଧ୍ୟ କମ୍‍। ଆଜି ରାଜ୍ୟର ସାଢ଼େ ଆଠ ଲକ୍ଷ ଘରମାନଙ୍କରେ ଗ୍ୟାସ ସଂଯୋଗ ରହିଛି। 8 ଲକ୍ଷ 50 ହଜାର ଘରମାନଙ୍କରେ। ଡବଲ ଇଂଜିନ ସରକାର ହେବା ପୂର୍ବରୁ ତ୍ରିପୁରାରେ କେବଳ 50 ପ୍ରତିଶତ ଗାଁ ଖୋଲାରେ ମଳମୁକ୍ତ ଥିଲା, ଆଜି ତ୍ରିପୁରାର ପ୍ରାୟତଃ ପ୍ରତ୍ୟେକଟି ଗାଁ ହେଉଛି ଖୋଲାରେ ମଳମୁକ୍ତ। ସୌଭାଗ୍ୟ ଯୋଜନା ମାଧ୍ୟମରେ ତ୍ରିପୁରାରେ ଶତ-ପ୍ରତିଶତ ବିଜୁଳୀକରଣ ହେଉ, ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଅଢ଼େଇ ଲକ୍ଷରୁ ଅଧିକ ମାଗଣା ଗ୍ୟାସ ସଂଯୋଗ ହେଉ, କିମ୍ବା 50 ହଜାରରୁ ଅଧିକ ଗର୍ଭବତୀ ମହିଳାଙ୍କୁ ମାତୃବନ୍ଦନା ଯୋଜନାର ଲାଭ ହେଉ, ଦିଲ୍ଲୀର ଏବଂ ତ୍ରିପୁରାର ଡବଲ ଇଂଜିନର ସରକାରଙ୍କର ଏହି କାର୍ଯ୍ୟ ତ୍ରିପୁରାର ଭଉଣୀ-ଝିଅଙ୍କୁ ସଶକ୍ତ କରିବାରେ ସାହାଯ୍ୟ କରୁଛନ୍ତି। ତ୍ରିପୁରାରେ ପିଏମ କିଷାନ ସମ୍ମାନ ନିଧି ଏବଂ ଆୟୂଷ୍ମାନ ଭାରତ ଯୋଜନାର ଲାଭ କୃଷକ ଏବଂ ଗରିବ ପରିବାରଙ୍କୁ ମିଳୁଛି। ଯେତେବେଳେ କି ଦେଶ ଏହା ମଧ୍ୟ ଦେଖୁଛି ଯେ ଯେଉଁଠି ଡବଲ ଇଂଜିନର ସରକାର ନାହାଁନ୍ତି, ଆପଣଙ୍କ ପଡୋଶୀରେ ମଧ୍ୟ ଗରିବ, କୃଷକ ଏବଂ ଝିଅମାନଙ୍କୁ ସଶକ୍ତ କରିବା ଭଳି ଏହି ଯୋଜନା ସବୁ ହୁଏତ ଲାଗୁ କରାଯାଇ ନାହିଁ, କିମ୍ବା ବହୁତ ହିଁ ଧୀର ଗତିରେ ଚାଲୁଛି।

ସାଥୀଗଣ,

ଡବଲ ଇଂଜିନର ସରକାରଙ୍କର ସବୁଠାରୁ ବଡ଼ ପ୍ରଭାବ ଗରିବଙ୍କୁ ନିଜର ପକ୍କା ଘର ଦେବାର ଗତିରେ ଦେଖାଯାଉଛି। ଆଜି ଯେତେବେଳେ ତ୍ରିପୁରାର ସରକାର ଚତୁର୍ଥ ବର୍ଷରେ ପ୍ରବେଶ କରୁଛନ୍ତି ସେତେବେଳେ ରାଜ୍ୟର 40 ହଜାର ଗରିବ ପରିବାରଙ୍କୁ ମଧ୍ୟ ନିଜର ନୂତନ ଘର ମିଳୁଛି। ଯେଉଁ ଗରିବ ପରିବାରଙ୍କର ନିଜସ୍ୱ ଘର ରହିଥିବାର ସ୍ୱପ୍ନ ଆଜି ପୂରଣ ହେଉଛି, ସେମାନେ ଭଲ ଭାବେ ଏହା ଜାଣିଛନ୍ତି ଯେ ନିଜର ଏକ ଭୋଟର ଶକ୍ତି କ’ଣ ହୋଇଥାଏ। ନିଜର ଗୋଟିଏ ଭୋଟ କିଭଳି ନିଜର ସ୍ୱପ୍ନକୁ ପୂରଣ କରିବାର ସାମର୍ଥ୍ୟ କିଭଳି ଦେଖାଇଥାଏ। ତାହା ଆଜି ଯେତେବେଳେ ଆପଣଙ୍କୁ ନିଜର ଘର ମିଳୁଛି। ତେବେ ଆପଣ ଅନୁଭବ କରୁଛନ୍ତି। ମୋର କାମନା ହେଉଛି କି ଏହି ନୂତନ ଘର ଆପଣଙ୍କର ସ୍ୱପ୍ନକୁ ଆଉ ଆପଣଙ୍କର ପିଲାମାନଙ୍କର ଆକାଂକ୍ଷାକୁ ନୂତନ ଉଡାଣ ଦେବାଭଳି ସିଦ୍ଧ ହେବ।

ଭାଇ ଓ ଭଉଣୀମାନେ,

ଏହି ଡବଲ ଇଂଜିନର ସରକାରଙ୍କର ହିଁ ହେଉଛି ଶକ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସେ ହୁଏତ ଗ୍ରାମୀଣ ହେଉ କିମ୍ବା ସହରୀ, ଏଥିରେ ତ୍ରିପୁରା ବହୁତ ଦ୍ରୁତ ଗତିରେ କାର୍ଯ୍ୟ କରୁଛି। ତ୍ରିପୁରାର ଛୋଟ-ବଡ଼ ସହରମାନଙ୍କରେ ଗରିବଙ୍କ ପାଇଁ 80 ହଜାରରୁ ଅଧିକ ପକ୍କା ଘର ମଞ୍ଜୁର ହୋଇ ସାରିଛି। ତ୍ରିପୁରା ଦେଶର ସେହି 6ଟି ରାଜ୍ୟ ମଧ୍ୟରେ ସାମିଲ ଅଛି ଯେଉଁଠାରେ ନୂତନ ଟେକ୍ନୋଲୋଜି ଦ୍ୱାରା ପ୍ରସ୍ତୁତ ହୋଇଥିବା ଆଧୁନିକ ଗୃହମାନ ନିର୍ମାଣ ହେଉଛି।

ଭାଇ ଓ ଭଉଣୀମାନେ,

ଆମେ ଆପଣମାନଙ୍କୁ ପ୍ରତିଶୃତି ଦେଇଥିଲୁ ଯେ ତ୍ରିପୁରାରେ ଏଚଆଇଆରଏ ଭଳି ବିକାଶ ହେବ, ଏଭଳି ଡବଲ ଇଂଜିନ ଲଗାଇବା ଆଉ ଏବେ ମୁଁ ଭିଡିଓ ଦେଖୁଥିଲି, ବଢ଼ିଆ ଢ଼ଂଗରେ କୁହାଯାଇଥିଲା। ଏଚଆଇଆରଏ ଅର୍ଥାତ ରାଜପଥ, ଆଇ-ୱେଜ, ରେଳପଥ ଏବଂ ଆକାଶପଥ, ତ୍ରିପୁରାର ଯୋଗାଯୋଗ ଭିତିଭୂମିରେ ବିଗତ 3 ବର୍ଷରେ ଦ୍ରୁତ ଗତିରେ ସୁଧାର ହୋଇଛି। ବିମାନବନ୍ଦରର କାର୍ଯ୍ୟ ହେଉ ଅବା ପୁଣି ସମୁଦ୍ରପଥରେ ତ୍ରିପୁରାକୁ ଇଂଟରନେଟ ଦ୍ୱାରା ଯୋଡିବାର କାର୍ଯ୍ୟ ହେଉ, ରେଳ ସଂଯୋଗ ହେଉ, ଏଥିରେ ଦ୍ରୁତ ଗତିରେ କାର୍ଯ୍ୟ ହେଉଛି। ଆଜି ମଧ୍ୟ 3 ହଜାର କୋଟି ଟଙ୍କାରୁ ଅଧିକ ଅର୍ଥରେ ଯେଉଁ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି, ତାହା ଆମର ସେହି ଏଚଆଇଆରଏ ମଡେଲର ହେଉଛି ଅଂଶ। ବରଂ ଏବେ ଜଳପଥ, ବନ୍ଦର ଭିତିଭୂମି ମଧ୍ୟ ଏଥିରେ ଯୋଡି ହୋଇ ଯାଇଛି।

Friends,

As part of this, Tripura has got gifts of roads for villages, widening of highways, bridges, parking, infrastructure for exports, smart city infrastructure today. The connectivity facilities that are being developed in Tripura today are also helping to make people's lives easier in remote villages as well as increasing the income of the people. This connectivity is proving to be a strong link for our friendship with Bangladesh and trade.

ସାଥୀଗଣ,

ଏହି ଶୃଙ୍ଖଳରେ ଆଜି ଗାଁ ପାଇଁ ସଡ଼କ, ରାଜପଥର ପ୍ରଶସ୍ତୀକରଣ, ସେତୁ, ପାର୍କିଂ, ରପ୍ତାନୀ ପାଇଁ ଭିତିଭୂମି, ସ୍ମାର୍ଟ ସିଟି ସହିତ ଜଡ଼ିତ ଭିତିଭୂମି ଏହାର ଉପହାର ଆଜି ତ୍ରିପୁରାକୁ ମିଳିଛି। ଆଜି ଯୋଗାଯୋଗ ବ୍ୟବସ୍ଥାର ଯେଉଁ ସୁବିଧାଗୁଡ଼ିକ ତ୍ରିପୁରାରେ ବିକଶିତ ହେଉଛି, ତାହା ଦୂର-ଦୂରାନ୍ତର ଗ୍ରାମର ଲୋକଙ୍କ ଜୀବନ ସହଜ କରିବା ସହିତ ଲୋକଙ୍କ ଆୟ ବୃଦ୍ଧି କରିବାରେ ମଧ୍ୟ ସହାୟତା କରୁଛି। ଏହି ଯୋଗାଯୋଗ, ବାଂଲାଦେଶ ସହିତ ଆମର ମୈତ୍ରୀ, ଆମର ବ୍ୟବସାୟର ସୁଦୃଢ଼ ଶୃଙ୍ଖଳ ଭାବେ ସିଦ୍ଧ ହେଉଛି।

ସାଥୀଗଣ,

ଏହି ସମଗ୍ର ଅଞ୍ଚଳକୁ, ପୂର୍ବ, ଉତର-ପୂର୍ବ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏକ ପ୍ରକାରରେ ବ୍ୟବସାୟିକ କରିଡର ଭାବେ ବିକଶିତ କରାଯାଉଛି। ମୋର ବାଂଲାଦେଶ ଗସ୍ତ ସମୟରେ ମୁଁ ଏବଂ ପ୍ରଧାନମନ୍ତ୍ରୀ ଶେଖ ହସିନା ମହୋଦୟା ମିଳିମିଶି ତ୍ରିପୁରାକୁ ବାଙ୍ଗଲାଦେଶ ସହିତ ସିଧାସଳଖ ସଂଯୋଗ କରିବା ପାଇଁ ସେତୁର ଶିଳାନ୍ୟାସ କରିଥିଲୁ ଆଉ ଆଜି ଏହାର ଲୋକାର୍ପଣ କରାଯାଇଛି। ଆଜି ଭାରତ ଏବଂ ବାଂଲାଦେଶର ମୈତ୍ରୀ ଏବଂ ଯୋଗାଯୋଗ କେତେ ସଶକ୍ତ ହୋଇ ପାରିଛି, ଏହାକୁ ନେଇ ଆମେ ବାଂଲାଦେଶର ମାନନୀୟ ପ୍ରଧାନମନ୍ତ୍ରୀ ଶେଖ ହସିନା ମହୋଦୟାଙ୍କର କଥା ମଧ୍ୟ ଶୁଣିଲେ। ସବରୁମ ଏବଂ ରାମଗଡ ମଧ୍ୟରେ ସେତୁ ଦ୍ୱାରା ଆମର ମୈତ୍ରୀ ମଧ୍ୟ ସୁଦୃଢ଼ ହୋଇଛି ଏବଂ ଭାରତ-ବାଂଲାଦେଶର ସମୃଦ୍ଧିର ଯୋଗାଯୋଗ ମଧ୍ୟ ଯୋଡି ହୋଇଯାଇଛି। ବିଗତ କିଛି ବର୍ଷରେ ଭାରତ-ବାଂଲାଦେଶ ମଧ୍ୟରେ ସ୍ଥଳ-ରେଳ ଏବଂ ଜଳପଥରେ ଯୋଗାଯୋଗ ପାଇଁ ଯେଉଁ ବୁଝାମଣା କରାଯାଇଛି, ଏହି ସେତୁ ଦ୍ୱାରା ତାହା ଆହୁରି ସୁଦୃଢ଼ ହୋଇଛି। ଏହାଦ୍ୱାରା ତ୍ରିପୁରା ସହିତ ଦକ୍ଷିଣ ଆସାମ, ମିଜୋରମ, ମଣିପୁରର ବାଂଲାଦେଶ ଏବଂ ଦକ୍ଷିଣ-ପୂର୍ବ ଏସିଆର ଅନ୍ୟ ଦେଶ ସହିତ ଯୋଗାଯୋଗ ସଶକ୍ତ ହେବ। ଭାରତରେ ହିଁ ନୁହେଁ, ବାଂଲାଦେଶରେ ମଧ୍ୟ ଏହି ସେତୁ ଦ୍ୱାରା ଯୋଗାଯୋଗ ଉନ୍ନତ ହେବ ଏବଂ ଅର୍ଥନୈତିକ ସୁଯୋଗ ବୃଦ୍ଧି ପାଇବ। ଏହି ସେତୁ ନିର୍ମାଣ ହେବା ଦ୍ୱାରା ଭାରତ-ବାଂଲାଦେଶର ଲୋକଙ୍କ ମଧ୍ୟରେ ଉନ୍ନତ ସମ୍ପର୍କ ସୃଷ୍ଟି ହେବା ସହିତ ପର୍ଯ୍ୟଟନ ଏବଂ ବାଣିଜ୍ୟ ପାଇଁ, ବନ୍ଦର ଆଧାରିତ ବିକାଶ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଛି। ସବରୁମ ଏବଂ ଏହାର ଆଖପାଖର ଅଞ୍ଚଳ ବନ୍ଦର ସହିତ ଜଡ଼ିତ ପ୍ରତ୍ୟେକ ଯୋଗାଯୋଗର, ଅନ୍ତରାଷ୍ଟ୍ରୀୟ ବାଣିଜ୍ୟର ବହୁତ ବଡ଼ କେନ୍ଦ୍ର ହେବାକୁ ଯାଉଛି।

ସାଥୀଗଣ,

ମୈତ୍ରୀ ସେତୁ ବ୍ୟତୀତ ଅନ୍ୟାନ୍ୟ ସୁବିଧାଗୁଡ଼ିକ ଯେତେବେଳେ ସୃଷ୍ଟି ହୋଇଯିବ, ସେତେବେଳେ ଉତର-ପୂର୍ବ ପାଇଁ କୌଣସି ପ୍ରକାରର ଯୋଗାଣ ନିମନ୍ତେ ଆମକୁ କେବଳ ସଡ଼କ ପଥ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଏବେ ସମୁଦ୍ରପଥ, ନଦୀପଥ, ବାଂଲାଦେଶ ଯୋଗୁଁ ରାସ୍ତା ବନ୍ଦ ହେଲେ ମଧ୍ୟ ପ୍ରଭାବିତ ହେବନାହିଁ। ଦକ୍ଷିଣ ତ୍ରିପୁରାର ଏହି ମହତ୍ୱକୁ ଦେଖି ଏବେ ସବରୁମରେ ହିଁ ସମନ୍ୱିତ ଚେକ୍‍ ପୋଷ୍ଟର ନିର୍ମାଣ ପାଇଁ ମଧ୍ୟ ଆଜିଠାରୁ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। ଏହି ଆଇସିପି ଏକ ପୂର୍ଣ୍ଣମାତ୍ରାରେ ଲଜିଷ୍ଟିକ କେନ୍ଦ୍ର ଭଳି କାର୍ଯ୍ୟ କରିବ। ଏଠାରେ ପାର୍କିଂ ଲଟସ୍‍ ନିର୍ମାଣ ହେବ, ଭଣ୍ଡାରଣ ପାଇଁ ଓୟାରହାଉସ୍‍ ନିର୍ମାଣ ହେବ, କଂଟେନର ପରିବହନ ଆଧାରିତ ସୁବିଧା ପ୍ରସ୍ତୁତ କରାଯିବ।

ସାଥୀଗଣ,

ଫେନି ସେତୁ ଖୋଲିଯିବା ପରେ ଅଗରତାଲା ଆନ୍ତର୍ଜାତିକ ସାମୁଦ୍ରିକ ବନ୍ଦର ଦ୍ୱାରା ଭାରତର ସବୁଠାରୁ ନିକଟତମ ସହର ପାଲଟିଯିବ। ଏନଏଚ-8 ଏବଂ ଏନଏଚ-208ର ପ୍ରଶସ୍ତୀକରଣ ସହିତ ଜଡ଼ିତ ଯେଉଁ ପ୍ରକଳ୍ପଗୁଡ଼ିକର ଆଜି ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି, ତାହାଦ୍ୱାରା ଉତର-ପୂର୍ବାଞ୍ଚଳର ବନ୍ଦରର ଯୋଗାଯୋଗ ଆହୁରି ସଶକ୍ତ ହେବ। ଏହାଦ୍ୱାରା ଅଗରତାଲା, ସଂପୂର୍ଣ୍ଣ ଉତର-ପୂର୍ବାଞ୍ଚଳର ଲଜିଷ୍ଟିକରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ବିକଶିତ ହେବ। ଏହି ପଥରେ ପରିବହନର ଖର୍ଚ୍ଚ ବହୁତ କମ୍‍ ହେବ ଏବଂ ସଂପୂର୍ଣ୍ଣ ଉତର-ପୂର୍ବାଞ୍ଚଳକୁ ସହଜରେ ସାମଗ୍ରୀ ପହଞ୍ଚିବ। ତ୍ରିପୁରାର କୃଷକମାନଙ୍କୁ ନିଜର ଫଳ-ପନିପରିବା, ଦୁଗ୍ଧ, ମାଛ ଏବଂ ଅନ୍ୟାନ୍ୟ ସାମଗ୍ରୀ ପାଇଁ ଦେଶ ବିଦେଶର ନୂଆ ବଜାର ମିଳିବାକୁ ଯାଉଛି। ଏଠାରେ ଯେଉଁମାନେ ପୂର୍ବରୁ ଉଦ୍ୟୋଗ ପ୍ରତିଷ୍ଠା କରିଛନ୍ତି, ସେମାନଙ୍କୁ ଲାଭ ମିଳିବ ଏବଂ ନୂତନ ଉଦ୍ୟୋଗକୁ ଶକ୍ତି ମିଳିବ। ଏଠାରେ ପ୍ରସ୍ତୁତ ହେଉଥିବା ଔଦ୍ୟୋଗିକ ସାମଗ୍ରୀ, ବିଦେଶୀ ବଜାରରେ ମଧ୍ୟ ବହୁତ ପ୍ରତିଦ୍ୱନ୍ଦୀ ହୋଇପାରିବ। ବିଗତ ବର୍ଷଗୁଡ଼ିକରେ ଏଠାକାର ବାଉଁଶ ଉତ୍ପାଦ ପାଇଁ, ଅଗରବତୀ ଉଦ୍ୟୋଗ ପାଇଁ, ସପୁରୀ ସହିତ ଜଡ଼ିତ ବ୍ୟବସାୟ ପାଇଁ ଯେଉଁ ପ୍ରୋତ୍ସାହନ ଦିଆଯାଇଛି, ତାହାକୁ ଏହି ନୂତନ ସୁବିଧା ଦ୍ୱାରା ଶକ୍ତି ମିଳିବ।

ଭାଇ ଓ ଭଉଣୀମାନେ,

ଅଗରତାଲା ଭଳି ସହରରେ ଆତ୍ମନିର୍ଭର ଭାରତର ନୂତନ କେନ୍ଦ୍ର ହେବାରେ ସାମର୍ଥ୍ୟ ଅଛି। ଆଜି ଅଗରତାଲାକୁ ଉନ୍ନତ ସହର କରିବା ପାଇଁ ଅନେକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ ହେଉଛି ଏହିଭଳି ପ୍ରୟାସର ଅଂଶ। ନୂତନ ଭାବେ ନିର୍ମିତ ସମନ୍ୱିତ କମାଂଣ୍ଡ କେନ୍ଦ୍ର ସହରର ବ୍ୟବସ୍ଥାଗୁଡ଼ିକୁ ଗୋଟିଏ ସ୍ଥାନରେ ସ୍ମାର୍ଟ ଟେକ୍ନୋଲୋଜି ମାଧ୍ୟମରେ ସଞ୍ଚାଳିତ କରିବାରେ ସହାୟତା କରିବ। ଟ୍ରାଫିକ ସହିତ ଜଡ଼ିତ ସମସ୍ୟାଗୁଡ଼ିକୁ ନେଇ ଅପରାଧ ରୋକିବା ପାଇଁ ଏଭଳି ଅନେକ ପ୍ରକାରର ଉପଯୋଗିତା ପାଇଁ ଟେକ୍ନୋଲୋଜିର ସହଯୋଗ ମିଳିବ। ଏହିଭଳି ବହୁମୁଖୀ ପାର୍କିଂ, ବାଣିଜ୍ୟିକ କମ୍ପେ୍ଲକ୍ସ ଏବଂ ବିମାନବନ୍ଦରକୁ ସଂଯୋଗ କରୁଥିବା ରାସ୍ତାର ପ୍ରଶସ୍ତୀକରଣ ଦ୍ୱାରା ଅଗରତାଲାରେ ଇଜ ଅଫ୍‍ ଲିଭିଂ ଏବଂ ବ୍ୟବସାୟ ସୁଗମତାରେ ବହୁତ ସୁଧାର ଆସିବ।

ଭାଇ ଓ ଭଉଣୀମାନେ,

ଯେତେବେଳେ ଏହିଭଳି କାର୍ଯ୍ୟ ହୋଇଥାଏ, ସେମାନଙ୍କୁ ସବୁଠାରୁ ଅଧିକ ଲାଭ ହୋଇଥାଏ, ଯେଉଁମାନଙ୍କୁ ବର୍ଷ-ବର୍ଷ ଧରି ଅଣ ଦେଖା କରାଯାଇଥିଲା, ଯେଉଁମାନଙ୍କୁ ନିଜ ପରିସ୍ଥିତି ସହିତ ଛାଡି ଦିଆଯାଇଥିଲା, ଜୀଇଁବା ପାଇଁ ବାଧ୍ୟ କରାଯାଇଥିଲା, ସେମାନଙ୍କୁ ଛାଡ଼ି ଦିଆଯାଇଥିଲା। ବିଶେଷ କରି ଆମର ଜନଜାତୀୟ କ୍ଷେତ୍ରରେ ରହୁଥିବା ଆମ ସମସ୍ତ ସାଥୀ ଏବଂ ବ୍ରୁ ଶରଣାର୍ଥୀମାନଙ୍କୁ ସରକାରଙ୍କର ଏଭଳି ଅନେକ ପଦକ୍ଷେପ ଦ୍ୱାରା ଲାଭ ମିଳୁଛି। ତ୍ରିପୁରାର ବ୍ରୁ ଶରଣାର୍ଥୀମାନଙ୍କର ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ ଦଶକ-ଦଶକ ପରେ ସମାଧାନ ଏହି ସରକାରଙ୍କର ପ୍ରୟାସ ଯୋଗୁଁ ମିଳିଲା। ହଜାର-ହଜାର ବ୍ରୁ ସାଥୀମାନଙ୍କର ବିକାଶ ପାଇଁ ଦିଆଯାଇଥିବା 600 କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଦ୍ୱାରା ସେମାନଙ୍କ ଜୀବନରେ ବହୁତ ସକରାତ୍ମକ ପରିବର୍ତନ ଆସିବ।

ସାଥୀଗଣ,

ଯେତେବେଳେ ପ୍ରତିଟି ଘରେ ଜଳ ପହଞ୍ଚିଥାଏ, ବିଜୁଳି ପହଞ୍ଚିଥାଏ, ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକ ପହଞ୍ଚିଥାଏ, ସେତେବେଳେ ଆମର ଜନଜାତୀୟ ଅଞ୍ଚଳକୁ ଏହାର ବିଶେଷ ଲାଭ ହୋଇଥାଏ। ଏହି କାର୍ଯ୍ୟ କେନ୍ଦ୍ର ଏବଂ ତ୍ରିପୁରାର ସରକାର ମିଳିମିଶି କରୁଛନ୍ତି। ଆଗିନୀ ହାଫାଙ୍ଗ, ତ୍ରିପୁରା ହାସ୍ତୋନୀ, ହୁକୁମୁ ନୋ ସିମୀ ଅବା, କୁରୁଙ୍ଗ ବୋରୋକ ୱୋ, ସୁକୁଲୁଗଈ, ତେନିଖା। ତ୍ରିପୁରାନୀ ଗୁନାଙ୍ଗ ତେଈ ନାଇଥୋକ, ହୁକୁମୁ ନୋ, ଚୁଙ୍ଗ ବୋରୋମ ୟାଫରନାନୀ ଚେଂଖା, ତେଈ କୁରୁଙ୍ଗ ବୋରୋକ- ରୋକନୋ ୱୋ, ସୋଈ ବୋରୋମ ୟାଫାରଖା। ଅଗରତାଲା ବିମାନମନ୍ଦରକୁ ମହାରାଜା ବୀର ବିକ୍ରମ କିଶୋର ମାନିକ୍ୟା ମହାଶୟଙ୍କ ନାମରେ ନାମିତ କରିବା ତ୍ରିପୁରାର ବିକାଶ ପାଇଁ ଅନେକ ଦୃଷ୍ଟିଭଙ୍ଗୀ ପାଇଁ ହେଉଛି ସମ୍ମାନଜନକ। ତ୍ରିପୁରାର ସମୃଦ୍ଧ ସଂସ୍କୃତି ଏବଂ ସାହିତ୍ୟର ସେବା କରୁଥିବା ସନ୍ତାନମାନଙ୍କୁ, ଶ୍ରୀ ଥଙ୍ଗା ଡାର୍ଲାଙ୍ଗ ମହାଶୟ, ଶ୍ରୀ ସତ୍ୟରାମ ରିୟାଙ୍ଗ ମହାଶୟ ଏବଂ ବେନିଚନ୍ଦ୍ର ଜମାତିୟା ମହାଶୟଙ୍କୁ ପଦ୍ମଶ୍ରୀରେ ଅଳଙ୍କୃତ କରିବାର ସୌଭାଗ୍ୟ ମଧ୍ୟ ଆମକୁ ମିଳିଛି। ସଂସ୍କୃତି ଏବଂ ସାହିତ୍ୟର ଏହି ସାଧକମାନଙ୍କର ଯୋଗଦାନ ପାଇଁ ଆମେ ସମସ୍ତେ ହେଉଛୁ ଋଣୀ। ବେନିଚନ୍ଦ୍ର ଜମାତୀୟା ମହାଶୟ ଏବେ ଆମ ଗହଣରେ ନାହାଁନ୍ତି କିନ୍ତୁ ତାଙ୍କ କାର୍ଯ୍ୟ ଆମ ସମସ୍ତଙ୍କୁ ସଦା ସର୍ବଦା ପ୍ରେରଣା ଦେଉଥିବ।

ସାଥୀଗଣ,

ଜନଜାତୀୟ ହସ୍ତକଳାକୁ, ବାଉଁଶ ଆଧାରିତ କଳାକୁ, ପ୍ରଧାନମନ୍ତ୍ରୀ ବନ-ଧନ ଯୋଜନା ଅଧୀନରେ ପ୍ରୋତ୍ସାହିତ କରିବା ଦ୍ୱାରା ଜନଜାତୀୟ ଭାଇ-ଭଉଣୀମାନଙ୍କୁ ରୋଜଗାରର ନୂତନ ସାଧନ ମିଳୁଛି। ମୋତେ ଅବଗତ କରାଯାଇଛି ଯେ ‘ମୂଲି ବାମ୍ବୋ କୁକିଜ୍‍’କୁ ପ୍ରଥମ ଥର ପାଇଁ ପ୍ୟାକିଂ ପ୍ରଡକ୍ଟ ଭାବେ ବଜାରକୁ ପଠାଯାଇଛି। ଏହା ହେଉଛି ପ୍ରଶଂସନୀୟ କାର୍ଯ୍ୟ। ଏଭଳି କାର୍ଯ୍ୟ ଲୋକମାନଙ୍କୁ ଆହୁରି ସହାୟତା କରିବ। ଚଳିତ ବର୍ଷର କେନ୍ଦ୍ର ବଜେଟରେ ମଧ୍ୟ ଜନଜାତୀୟ ଅଞ୍ଚଳରେ ଏକଲବ୍ୟ ମଡେଲ ସ୍କୁଲ ଏବଂ ଅନ୍ୟ ଆଧୁନିକ ସୁବିଧାଗୁଡ଼ିକ ପାଇଁ ବ୍ୟାପକ ସୁବିଧା କରାଯାଇଛି। ମୋର ବିଶ୍ୱାସ ଯେ ଆଗାମୀ ବର୍ଷଗୁଡ଼ିକରେ ତ୍ରିପୁରା ସରକାର ଏହିଭଳି ଭାବେ ତ୍ରିପୁରା ବାସୀଙ୍କ ସେବା କରୁଥିବେ। ମୁଁ ପୁଣିଥରେ ବିପ୍ଳବ ମହାଶୟ ଏବଂ ତାଙ୍କ ସଂପୂର୍ଣ୍ଣ ଟିମକୁ, ପ୍ରଶାସନର ସମସ୍ତ ଅଧିକାରୀମାନଙ୍କୁ ଜନତାଙ୍କ ସେବାପାଇଁ ତିନି ବର୍ଷ ଧରି ସେମାନେ ଯେଉଁ ପରିଶ୍ରମ କରିଛନ୍ତି, ଆଗାମୀ ସମୟରେ ତା’ଠାରୁ ମଧ୍ୟ ଅଧିକ ପରିଶ୍ରମ କରିବେ, ଅଧିକ ସେବା କରିବେ। ତ୍ରିପୁରାର ଭାଗ୍ୟ ବଦଳାଇ ଦେବେ। ଏହି ବିଶ୍ୱାସର ସହିତ ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି। ବହୁତ-ବହୁତ ଶୁଭକାମନା ଜଣାଉଛି।

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From 17,000 Violent Incidents To Bastar Olympics: How PM Modi Got The Maoists To Turn In

Media Coverage

From 17,000 Violent Incidents To Bastar Olympics: How PM Modi Got The Maoists To Turn In
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Shri Narendra Modi receives a telephone call from the Amir of Qatar
June 23, 2026
Qatar Amir expresses condolences over the loss of lives of Indian nationals in an accident in Qatar.
PM thanks him and conveys appreciation for prompt medical help to the injured.
The two leaders reaffirm their commitment to ensure the wellbeing and safety of their citizens.
PM conveys appreciation for Qatar’s positive contribution in the peace efforts in West Asia.
The two leaders reaffirm their commitment to expand bilateral cooperation.

Prime Minister Shri Narendra Modi received a telephone call today from the Amir of the State of Qatar, H.H. Sheikh Tamim Bin Hamad Al-Thani.

Qatar Amir expressed condolences over the loss of lives of Indian nationals in an accident at Ras Laffan Industrial City in Qatar on June 21 and conveyed wishes for speedy recovery of those injured.

PM thanked him for his words of sympathy towards affected families and conveyed appreciation for providing prompt medical help to the injured.

The two leaders reaffirmed their commitment to ensure the wellbeing and safety of their citizens and reiterated their support and solidarity with each other.

While discussing the situation in West Asia, PM conveyed appreciation for Qatar’s positive contribution in the peace efforts and expressed hope that they would lead to lasting peace and stability in the region.

The two leaders also reaffirmed their commitment to expand bilateral cooperation in all areas.

They agreed to remain in close touch.