ପ୍ରଧାନମନ୍ତ୍ରୀ ଏହି ସେବା କାର୍ଯ୍ୟ ପାଇଁ ଏମ୍ସ ପ୍ରବନ୍ଧନ ଏବଂ ସୁଶ୍ରୀ ସୁଦ୍ଧା ମୂର୍ତ୍ତିଙ୍କ ଦଳକୁ ଅଭିନନ୍ଦନ ଜଣାଇଛନ୍ତି
୧ଠଠ ବର୍ଷରେ ଆସିଥିବା ସବୁଠୁ ବଡ଼ ମହାମାରୀର ମୁକାବିଲା କରିବା ପାଇଁ ଦେଶରେ ବର୍ତ୍ତମାନ ୧ଠଠ କୋଟି ଭ୍ୟାକସିନ ଡୋଜର ମଜବୁତ ସୁରକ୍ଷା କବଚ ଅଛି । ଏହି ଉପଲବ୍ଧି ଭାରତର ଅଟେ, ଭାରତର ପ୍ରତ୍ୟେକ ନାଗରିକଙ୍କର ଅଟେ
ଭାରତର କର୍ପୋରେଟ କ୍ଷେତ୍ର, ଘରୋଇ କ୍ଷେତ୍ର ଏବଂ ସାମାଜିକ ସଂଗଠନଗୁଡ଼ିକ ଦ୍ୱାରା ଦେଶର ସ୍ୱାସ୍ଥ୍ୟସେବାକୁ ମଜବୁତ କରିବା ପାଇଁ ନିରନ୍ତର ଭାବେ ନିଜର ଯୋଗଦାନ ଦେଇଛନ୍ତି

ନମସ୍କାର ଆଜ୍ଞା,

ହରିୟାଣାର ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟର ମହାଶୟ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ଶ୍ରୀ ମନସୁଖ ମାଣ୍ଡଭ୍ୟ ମହାଶୟ, କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଭାରତୀ ପାୱାର ମହାଶୟା, ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଅନିଲ ବୀଜ ମହାଶୟ, ଇନଫେସେିସ ଫାଉଣ୍ଡେସନର ସଭାପତି ଶ୍ରୀମତୀ ସୁଧା ମୂର୍ତ୍ତି ମହାଶୟା, ସଂସଦରେ ମୋର ସହଯୋଗୀଗଣ, ବିଧାୟକଗଣ, ଅନ୍ୟ ମହାନୁଭବ, ମୋର ଭାଇ ଓ ଭଉଣୀମାନେ।

ଆଜି ହେଉଛି 21 ଅକ୍ଟୋବର, 2021ର ଏହି ଦିନ, ଇତିହାସରେ ଲିପିବଦ୍ଧ ହୋଇ ରହିଗଲା। ଭାରତ ଏବେ କିଛି ସମୟ ପୂର୍ବରୁ ହିଁ 100 କୋଟିର ଟିକାକରଣର ସଂଖ୍ୟାକୁ ଅତିକ୍ରମ କରିଯାଇଛି । 100 ବର୍ଷ ମଧ୍ୟରେ ଆସିଥିବା ଏହି ସବୁଠାରୁ ବଡ଼ ମହାମାରୀର ମୁକାବିଲା କରିବା ପାଇଁ, ଦେଶ ପାଖରେ ଏବେ 100 କୋଟି ଟିକା ଡୋଜର ସୁଦୃଢ଼ ସୁରକ୍ଷା କବଚ ରହିଛି । ଏହି ଉପଲବ୍ଧି ହେଉଛି ଭାରତର, ହେଉଛି ଭାରତର ପ୍ରତ୍ୟେକ ନାଗରିକଙ୍କର । ମୁଁ ଦେଶର ଟିକା ପ୍ରସ୍ତୁତ କରୁଥିବା କମ୍ପାନୀଗୁଡ଼ିକୁ, ଟିକା ପରିବହନରେ ଜଡ଼ିତ କର୍ମଯୋଗୀମାନଙ୍କୁ, ଟିକା ଦେବାରେ ଜଡ଼ିତ ସ୍ୱାସ୍ଥ୍ୟ କ୍ଷେତ୍ରର କର୍ମଚାରୀଗଣ, ସମସ୍ତଙ୍କୁ ଖୋଲା ମନରେ ହୃଦୟର ଗଭୀରତମ ପ୍ରଦେଶରୁ କୃତଜ୍ଞତା ଜ୍ଞାପନ କରୁଛି । ଏବେ କିଛି ସମୟ ପୂର୍ବରୁ ହିଁ ମୁଁ ରାମ ମନୋହର ଲୋହିୟା ହସ୍ପିଟାଲରେ ଚାଲିଥିବା ଏକ ଟିକାକରଣ କେନ୍ଦ୍ରକୁ ଯାଇ ଆସିଛି । ଗୋଟିଏ ଉତ୍ସାହ ରହିଛି ଏବଂ ଦାୟିତ୍ୱବୋଧ ମଧ୍ୟ ରହିଛି ଯେ ଆମକୁ ମିଳିମିଶି କରୋନାକୁ ଶୀଘ୍ରରୁ ଅତି ଶୀଘ୍ର ହରାଇବାକୁ ପଡ଼ିବ । ମୁଁ ପ୍ରତ୍ୟେକ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଉଛି,  100 କୋଟିର ଟିକା ଡୋଜର ସଫଳତା ପ୍ରତ୍ୟେକ ଭାରତୀୟଙ୍କୁ ଅର୍ପଣ କରୁଛି ।

ସାଥୀଗଣ,

ଆଜି ଏମ୍ସ ଝଜ୍ଜରରେ, କର୍କଟ ରୋଗର ଚିକିତ୍ସା କରାଇବାକୁ ଆସୁଥିବା ରୋଗୀଙ୍କୁ ଏକ ବହୁତ ବଡ଼ ଆଶ୍ୱାସନା ମିଳିଛି । ଜାତୀୟ କର୍କଟ ପ୍ରତିଷ୍ଠାନରେ ନିର୍ମିତ ଏହି ବିଶ୍ରାମ ସଦନ, ରୋଗୀ ଏବଂ ତାଙ୍କର ସମ୍ପର୍କୀୟଙ୍କର ଚିନ୍ତାକୁ କମ କରିବ । କର୍କଟ ଭଳି ରୋଗରେ ରୋଗର ଚିକିତ୍ସା କରିବା ପାଇଁ ରୋଗୀ ଏବଂ ତାଙ୍କର ସମ୍ପର୍କୀୟଙ୍କୁ ବାରମ୍ବାର ହସ୍ପିଟାଲ ଯିବା- ଆସିବା କରିବାକୁ ହିଁ ପଡ଼ିଥାଏ । କେବେ- କେବେ ଡାକ୍ତରଙ୍କ ପରାମର୍ଶ, କେବେ କୌଣସି ଯାଂଚ, କେବେ ରେଡିଓ -ଥେରାପି, କେବେ କେମୋ- ଥେରାପି । ଏମିତିରେ ବହୁତ ବଡ଼ ଅସୁବିଧା ସେମାନଙ୍କୁ ଏହା ହୋଇଥାଏ ଯେ ଯିବେ କେଉଁଠିକୁ, ରହିବେ କେଉଁଠି ? ଏବେ ଜାତୀୟ କର୍କଟ ପ୍ରତିଷ୍ଠାନକୁ ଆସୁଥିବା ରୋଗୀଙ୍କର ଏହି କଷ୍ଟ ଅଧିକାଂଶ ଭାବେ କମ୍ ହୋଇିଯିବ । ବିଶେଷ ଭାବେ ହରିୟାଣାର ଲୋକ, ଦିଲ୍ଲୀ ଏବଂ ଆଖପାଖର ଲୋକ, ଉତରାଖଣ୍ଡର ଲୋକଙ୍କୁ ଏହା ଦ୍ୱାରା ବହୁତ ବଡ଼ ସାହାଯ୍ୟ ମିଳି ପାରିବ।

ସାଥୀଗଣ,

ଏଥର ଲାଲକିଲ୍ଲାରୁ ମୁଁ ଗୋଟିଏ କଥା କହିଥିଲି ମୁଁ କହିଥିଲି ସବକା ପ୍ରୟାସ, ଏହି ସବକା ପ୍ରୟାସ ବା ସମସ୍ତଙ୍କର ପ୍ରୟାସର ଯେଉଁ କଥା ମୁଁ କହିଥିଲି । କୌଣସି ମଧ୍ୟ କ୍ଷେତ୍ର ହେଉ, ଯେମିତି ହିଁ ସେଥିରେ ସାମୁହିକ ଶକ୍ତି ଯୋଡ଼ି ହୋଇଯାଇଥାଏ, ସମସ୍ତଙ୍କର ପ୍ରୟାସ ଦୃଷ୍ଟିକୁ ଆସିଥାଏ, ତେବେ ପରିବର୍ତ୍ତନର ଗତି ମଧ୍ୟ ବଢ଼ି ଯାଇଥାଏ । 10 ମହଲାର ଏହି ବିଶ୍ରାମ ସଦନ ମଧ୍ୟ ସମସ୍ତଙ୍କ ପ୍ରୟାସ ଦ୍ୱାରା ଏହି କରୋନା କାଳରେ ନିର୍ମାଣ ହୋଇ ପ୍ରସ୍ତୁତ ହୋଇଛି । ଆଉ ଏହା ମଧ୍ୟ ହେଉଛି ବିଶେଷ ଯେ, ଏହି ବିଶ୍ରାମ ସଦନରେ ଦେଶର ସରକାର ଏବଂ କର୍ପୋରେଟ ଜଗତ ଦୁହିଁଙ୍କର ସାମୁହିକ ଶକ୍ତି ଲାଗିଛି । ଇନଫୋସିସ୍ ଫାଉଣ୍ଡେସନ ବିଶ୍ରାମ ସଦନର ଅଟ୍ଟାଳିକା ନିର୍ମାଣ କରିଛନ୍ତି। ତେବେ ସେଠାରେ ଏଥିପାଇଁ ଜମି ଦେବା ଏବଂ ବିଜୁଳି ପାଣି ଖର୍ଚ୍ଚ ଏମ୍ସ ଝଜ୍ଜର ଦ୍ୱାରା ଉପଲବ୍ଧ କରା ଯାଇଛି । ମୁଁ ଏମ୍ସ ପ୍ରବନ୍ଧନ ଏବଂ ସୁଧା ମୂର୍ତ୍ତି ମହାଶୟାଙ୍କ ଟିମକୁ ଏହି ସେବାକର୍ଯ୍ୟ ପାଇଁ କୃତଜ୍ଞତା ଜ୍ଞାପନ କରୁଛି। ସୁଧା ମହାଶୟାଙ୍କ ବ୍ୟକ୍ତିତ୍ୱ ଯେତିକି ପରିମାଣରେ ବିନମ୍ର, ସହଜ ଏବଂ ସରଳ, ସେତିକି ମଧ୍ୟ ତାଙ୍କ ହୃଦୟ ଗରିବଙ୍କ ପ୍ରତି କରୁଣାରେ ଭରି ରହିଛି । ନର ସେବାକୁ ନାରାୟଣଙ୍କ ସେବା ବୋଲି ମାନୁଥିବା ତାଙ୍କର ବିଚାରଧାରା, ତାଙ୍କର କାର୍ଯ୍ୟ, ପ୍ରତ୍ୟେକଙ୍କୁ ପ୍ରେରିତ କରୁଛି । ଏହି ବିଶ୍ରାମ ସଦନରେ ତାଙ୍କର ସହଯୋଗ ଲାଗି ମୁଁ ତାଙ୍କୁ ପ୍ରଶଂସା କରୁଛି।

ସାଥୀଗଣ,

ଭାରତର କର୍ପୋରେଟ କ୍ଷେତ୍ର, ଘରୋଇ କ୍ଷେତ୍ର, ସାମାଜିକ ସଂଗଠନମାନେ ନିରନ୍ତର ଭାବେ ଦେଶର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ନିଜର ଯୋଗଦାନ ଦେଇଛନ୍ତି । ଆୟୂଷ୍ମାନ ଭାରତ- ପିଏମ-ଜେଏୱାଇ ମଧ୍ୟ ହେଉଛି ଏହାର ଏକ ସୁନ୍ଦର ଉଦାହରଣ । ଏହି ଯୋଜନା ମାଧ୍ୟମରେ 2 କୋଟି ପଚିଶ ଲକ୍ଷରୁ ଅଧିକ ରୋଗୀଙ୍କର ଚିକିତ୍ସା ମାଗଣାରେ ହୋଇ ସାରିଛି । ଆଉ ଏହି ଚିକିତ୍ସା ସରକାରୀ ସହିତ ଘରୋଇ ହସ୍ପିଟାଲରେ ମଧ୍ୟ ହୋଇଛି । ଆୟୂଷ୍ମାନ ଯୋଜନା ଦ୍ୱାରା ଦେଶର ହଜାର- ହଜାର ହସ୍ପିଟାଲ ଯୋଡ଼ି ହୋଇଛନ୍ତି, ଯେଉଁଥିରେ ପ୍ରାୟ 10 ହଜାର ଘରୋଇ କ୍ଷେତ୍ରର ରହିଛି ।

ସାଥୀଗଣ,

ସରକାରୀ ଏବଂ ଘରୋଇ କ୍ଷେତ୍ର ମଧ୍ୟରେ ଏହି ବୁଝାମଣା ଡାକ୍ତରୀ ଭିତ୍ତିଭୂମି ଆଉ ଡାକ୍ତରୀ ଶିକ୍ଷାର ଅଦ୍ଭୁତପୂର୍ବ ସଂପ୍ରସାରଣରେ ମଧ୍ୟ କାର୍ଯ୍ୟରେ ଆସୁଛି । ଆଜି ଯେତେବେଳେ ଆମେ ଦେଶର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ମେଡିକାଲ କଲେଜ ନିର୍ମାଣ ଉରେ ଗୁରୁତ୍ୱ ଦେଉଛୁ, ତେବେ ଏଥିରେ ଘରୋଇ କ୍ଷେତ୍ରର ଭୂମିକା ମଧ୍ୟ ହେଉଛି ଖୁବ ଗୁରୁତ୍ୱପୂର୍ଣ୍ଣ । ଏହି ଭାଗିଦାରୀକୁ ଶକ୍ତି ପ୍ରଦାନ କରିବା ପାଇଁ ଡାକ୍ତରୀ ଶିକ୍ଷା ସହିତ ଜଡ଼ିତ ଶାସନରେ ବହୁତ ବଡ଼ ପରିବର୍ତ୍ତନ କରାଯାଇଛି । ଜାତୀୟ ମେଡିକାଲ କମିଶନ ଗଠନ ହେବା ପରେ, ଭାରତରେ ଘରୋଇ ମେଡିକାଲ କଲେଜ ଖୋଲିବା ଆହୁରି ସହଜ ହୋଇ ଯାଇଛି ।

ସାଥୀଗଣ,

ଆମର ଏଠାରେ କୁହାଯାଇଛି- ଦାନ ଦିଏ ଧନ ନା ଘଟେ, ନଦୀ ନା ଘଟେ ନୀର । ଅର୍ଥାତ, ଦାନ କରିବା ଦ୍ୱାରା ଧନ କମ ହୁଏ ନାହିଁ, ବଢ଼ିଥାଏ । ଏଥିପାଇଁ ଯେତିକି ସେବା କରିବେ, ଦାନ କରିବେ, ସେତିକି ହିଁ ସମ୍ପତ୍ତି ବୃଦ୍ଧି ହେବ । ଅର୍ଥାତ ଏକ ପ୍ରକାରରେ, ଆମେ ଯେଉଁ ଦାନ କରୁଛୁ, ସେବା କରୁଛୁ ତାହା ଆମର ପ୍ରଗତିକୁ ବ୍ୟାପକ କରିଥାଏ । ମୋର ବିଶ୍ୱାସ ରହିଛି ଯେ, ଆଜି ହରିୟାଣାର ଝଜ୍ଜରରେ ବିଶ୍ରାମ ସଦନର ନିର୍ମାଣ, ଏକ ବିଶ୍ୱାସ ସଦନ ରୂପେ ମଧ୍ୟ ଉଦୟମାନ ହେଉଛି । ଏହି ବିଶ୍ରାମ ସଦନ ମଧ୍ୟ ବିଶ୍ୱାସ ସଦନ ରୂପେ କାର୍ଯ୍ୟ କରିଥାଏ। ଦେଶର ଅନ୍ୟ ଲୋକମାନଙ୍କୁ ମଧ୍ୟ ଏଭଳି ଆହୁରି ବିଶ୍ରାମ ସଦନର ନିର୍ମାଣ କରିବା ଲାଗି ପ୍ରେରଣା ପ୍ରଦାନ କରିବ । କେନ୍ଦ୍ର ସରକାର ନିଜ ତରଫରୁ ମଧ୍ୟ ପ୍ରୟାସ କରୁଛନ୍ତି ଯେ ଦେଶରେ ଯେତିକି ମଧ୍ୟ ଏମ୍ସ ରହିଛି, ଯେତିକି ମଧ୍ୟ ନୂତନ ଏମ୍ସ ନିର୍ମାଣ କରାଯାଉଛି, ସେଠାରେ ରାତ୍ରୀ ଯାପନ ବିଶ୍ରାମାଗାର ନିଶ୍ଚିତ ଭାବେ ନିର୍ମାଣ କରନ୍ତୁ ।

ସାଥୀଗଣ,

ନିଜ ରୋଗ ଯୋଗୁଁ ଚିନ୍ତାଗ୍ରସ୍ତ ଥିବା ରୋଗୀ ଏବଂ ରୋଗୀଙ୍କର ସମ୍ପର୍କୀୟମାନଙ୍କୁ ସାମାନ୍ୟତମ ଆଶ୍ୱାସନ ମିଳିଥାଏ, ତୋବେ ରୋଗ ସହିତ ଲଢ଼ିବାର ତାଙ୍କର ସାହାସ ମଧ୍ୟ ବଢ଼ିଯାଇଥାଏ । ଏହି ଆଶ୍ୱାସନା ପ୍ରଦାନ କରିବା ମଧ୍ୟ ହେଉଛି ଏକ ପ୍ରକାରରେ ସେବା । ଯେତେବେଳେ ରୋଗୀଙ୍କୁ ଆୟୂଷ୍ମାନ ଭାରତ ଯୋଜନା ମାଧ୍ୟମରେ ମାଗଣା ଚିକିତ୍ସା ମିଳିଥାଏ, ତେବେ ତାହା ତାଙ୍କ ପାଇଁ ସେବା ହୋଇଥାଏ । ଏହା ହେଉଛି ସେହି ସେବାଭାବ ଯେଉଁଥି ପାଇଁ ଆମ ସରକାର କର୍କଟର ପ୍ରାୟ 400 ଔଷଧର ମୂଲ୍ୟକୁ କମ୍ କରିବା ପାଇଁ ପଦକ୍ଷେପ ଉଠାଇଲେ । ଏହା ହେଉଛି ସେହି ସେବାଭାବ ଯେଉଁଥିପାଇଁ ଗରିବଙ୍କୁ ଜନ ଔଷଧି କେନ୍ଦ୍ର ଠାରୁ ବହୁତ ଶସ୍ତା, ବହୁତ ମାମୁଲି ମୂଲ୍ୟରେ ଔଷଧ ଦିଆ ଯାଉଛି । ଆଉ ମଧ୍ୟମବର୍ଗର ପରିବାର ଯାହାଙ୍କ ଘରେ କେବେ ବର୍ଷସାରା ଔଷଧ ନେବାକୁ ପଡିଥାଏ । ଏଭଳି ପରିବାରଙ୍କୁ ତ ବର୍ଷରେ 10,12- 15 ହଜାର ଟଙ୍କାର ସଂଚୟ ହେଉଛି । ହସ୍ପିଟାଲରେ ସମସ୍ତ ପ୍ରକାରର ଆବଶ୍ୟକୀୟ ସୁବିଧା ମିଳୁ, ସାକ୍ଷାତକାର ସରଳ ଏବଂ ସୁବିଧାଜନକ ହେଉ, ସାକ୍ଷାତକାରରେ କୌଣସି ଅସୁବିଧା ନ ହେଉ । ଏହା ଉପରେ ମଧ୍ୟ ବହୁତ ଧ୍ୟାନ ଦିଆଯାଉଛି । ମୁଁ ସନ୍ତୋଷ ଯେ ଆଜି ଭାରତରେ ଇନଫୋସିସ ଫାଉଣ୍ଡେସନ ଭଳି ଅନେକ ସଂସ୍ଥାନ, ସେବା ପରମୋ ଧର୍ମଃର ଏହି ସେବା ଭାବ ସହିତ, ଗରିବଙ୍କୁ ସାହାଯ୍ୟ କରୁଛନ୍ତି, ସେମାନଙ୍କର ଜୀବନକୁ ସହଜ କରୁଛନ୍ତି । ଆଉ ଏବେ ଯେପରି ସୁଧାଜୀ ବହୁତ ବିସ୍ତାରର ସହିତ ପତ୍ରମ୍- ପୁଷ୍ପମ୍ର କଥା କହିଲେ ଆଉ ମୁଁ ଭାବୁଛି ଯେ, ସମସ୍ତ ଦେଶବାସୀଙ୍କର ଏହା ହେଉଛି କର୍ତ୍ତବ୍ୟ ଯେ ଜୀବନରେ ଯେତେବେଳେ ମଧ୍ୟ ଯେ କୌଣସି ସ୍ଥାନରେ କୌଣସି ପୁଷ୍ପ ସେବାଭାବ ଦ୍ୱାରା ସମର୍ପିତ କରିବାର ଅବସର ମିଳିବ, ଆମକୁ କେବେ ହେଲେ ମଧ୍ୟ ଏଭଳି ସୁଯୋଗକୁ ହାତଛଡ଼ା କରିବା ଉଚିତ ନୁହେଁ ।

ସାଥୀଗଣ,

ସ୍ବାଧୀନତାର ଏହି ଅମୃତକାଳରେ ଭାରତ ଏକ ସଶକ୍ତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ବିକାଶ ଦିଗରେ ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି । ଗାଁ ରୁ ଗାଁ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ବ୍ୟାପିଛି, ଇ-ସଞ୍ଜୀବନୀ ମାଧ୍ୟମରେ ଟେଲି ମେଡିସିନ୍ ସୁବିଧା, ସ୍ୱାସ୍ଥ୍ୟ କ୍ଷେତ୍ରରେ ମାନବ ସମ୍ବଳ ବିକାଶ, ନୂତନ ଚିକିତ୍ସା ପ୍ରତିଷ୍ଠାନ ନିର୍ମାଣ, ଏହା ସହ ଜଡିତ କାର୍ଯ୍ୟ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଚାଲିଛି । ଏହି ସଂକଳ୍ପ ହେଉଛି ନିଶ୍ଚିତ ଭାବରେ ବହୁତ ବଡ଼ । କିନ୍ତୁ ଯଦି ସମାଜ ଏବଂ ସରକାରଙ୍କ ସମ୍ପୂର୍ଣ୍ଣ ଶକ୍ତି ବ୍ୟବହାର କରାଯାଏ, ତେବେ ଆମେ ଲକ୍ଷ୍ୟକୁ ଶୀଘ୍ର ହାସଲ କରିବାକୁ ସମର୍ଥ ହେବୁ । ଆପଣମାନେ ଧ୍ୟାନ ଦେବେ, କିଛି ସମୟ ପୂର୍ବରୁ ଏକ ଅଭିନବ ପଦକ୍ଷେପ ଥିଲା, ସମାଜ ପାଇଁ ନିଜକୁ । ଏଥି ସହିତ ସାମିଲ ହୋଇ ହଜାର ହଜାର ଅନୁଷ୍ଠାନ ଏବଂ ଲକ୍ଷ ଲକ୍ଷ ଲୋକ ଏଥିରେ ଯୋଗ ଦେଇ ସମାଜର ହିତ ସାଧନ କାର୍ଯ୍ୟରେ ସହଯୋଗ କରୁଛନ୍ତି । ଭବିଷ୍ୟତରେ, ଆମକୁ ଅଧିକ ସଂଗଠିତ ଢଙ୍ଗରେ ଆମର ପ୍ରୟାସକୁ ଆଗକୁ ବଢାଇବାକୁ ପଡିବ, ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ, ସଚେତନତା ବୃଦ୍ଧି କରିବାକୁ ହେବ । ସ୍ବାଧୀନତାର ଅମୃତ କାଳରେ, ଆମ ସମସ୍ତଙ୍କୁ ଏକ ସୁସ୍ଥ ଏବଂ ସମୃଦ୍ଧ ଭବିଷ୍ୟତ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ପଡିବ । ଆଉ ଏହା କେବଳ ସମାଜର ସମସ୍ତଙ୍କର ପ୍ରୟାସ ଓ ଶକ୍ତି ଦ୍ୱାରା କେବଳ ସମସ୍ତଙ୍କ ଉଦ୍ୟମରେ ସମ୍ଭବ ହେବ । ମୁଁ ପୁଣିଥରେ ସୁଧା ମହାଶୟା, ଇନଫୋସିସ୍ ଫାଉଣ୍ଡେସନକୁ କୃତଜ୍ଞତା ଜଣାଉଛି। ମୁଁ ଆଜି ଯେତେବେଳେ ହରିୟାଣା ମାଟିର ଲୋକଙ୍କ ସହ କଥାବାର୍ତ୍ତା କରୁଛି, ସେତେବେଳେ ମୁଁ ନିଶ୍ଚିତ ଭାବରେ ସେମାନଙ୍କୁ ଆଉ କିଛି କହିବାକୁ ଚାହୁଁଛି । ଏହା ମୋର ସୌଭାଗ୍ୟ ଯେ ମୁଁ ଜୀବନରେ ହରିୟାଣାରୁ ବହୁତ କିଛି କଥା ଶିଖିଛି, ମୋ ଜୀବନର ଏକ ଦୀର୍ଘ ସମୟ ହରିୟାଣାରେ କାମ କରିବାର ସୁଯୋଗ ପାଇଛି, ମୁଁ ସେଠାରେ ଅନେକ ସରକାରଙ୍କୁ ଅତି ନିକଟରୁ ଦେଖିଛି, ଅନେକ ଦଶନ୍ଧି ପରେ ହରିୟାଣାର ଲୋକ ମନୋହର ଲାଲ ଖଟ୍ଟର ମହାଶୟଙ୍କ ନେତୃତ୍ୱରେ ଏକ ପାରଦର୍ଶୀ ଓ ସଚ୍ଚୋଟ କାର୍ଯ୍ୟ କରୁଥିବା ସରକାର ପାଇଛନ୍ତି । ଏକ ଏଭଳି ସରକାର ମିଳିଛି ଯାହା ହରିୟାଣାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦିନରାତି ଚିନ୍ତା କରୁଛି, ମୁଁ ଜାଣେ ଏଭଳି ଗଠନମୂଳକ ଏବଂ ସକରାତ୍ମକ କଥା ଉପରେ ଗଣମାଧ୍ୟମର ଧ୍ୟାନ କମ୍ ଯାଇଛି, କିନ୍ତୁ ଯେତେବେଳେ କେବେ ହରିୟାଣାର ମୂଲ୍ୟାଙ୍କନ କରାଯିବ, ତେବେ ବିଗତ ୪ ଦଶକରେ ସର୍ବୋତ୍ତମ କାର୍ଯ୍ୟ କରିଥିବା, ଅଭିନବ କାର୍ଯ୍ୟ କରିବା ଭଳି, ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟ କରିବା ଭଳି ହେଉଛନ୍ତି ଏହି ହରିୟାଣା ସରକାର ଆଉ ମୁଁ ମନୋହର ଲାଲ ମହାଶୟଙ୍କୁ ବର୍ଷ ବର୍ଷ ଧରି ଜାଣିଛି କିନ୍ତୁ ମୁଁ ତାଙ୍କୁ ଦେଖୁଛି ଯେ, ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ପ୍ରତିଭା ଯେଭଳି ଭାବରେ ବିକଶିତ ହୋଇଛି, ସେ ଯେପରି ବିବିଧ କାର୍ଯ୍ୟକ୍ରମରେ ଯେଉଁଭଳି ଭାବେ ମନଯୋଗ ସହ କାର୍ଯ୍ୟ କରୁଛନ୍ତି, ଯେଉଁଭଳି ଭାବେ ଅଭିନବ ଢଙ୍ଗରେ କାର୍ଯ୍ୟକ୍ରମ କରୁଛନ୍ତି, ବେଳେବେଳେ ଭାରତ ସରକାର ମଧ୍ୟ ଅନୁଭବ କରୁଛନ୍ତି ଯେ ହରିୟାଣା ଭଳି ଏକ ପ୍ରୟୋଗ ସମଗ୍ର ଦେଶରେ କାର୍ଯ୍ୟକାରୀ କରିବା ଉଚିତ ଏବଂ ଆମେ ଏପରି କିଛି ମଧ୍ୟ ପ୍ରୟୋଗ କରିଛୁ ଏବଂ ଏଥିପାଇଁ ଆଜି ଯେତେବେଳେ ମୁଁ ସେମାନଙ୍କ ପାଖକୁ ଆସିଛି, ମୁଁ ହରିୟାଣାର ଧରଣୀ ନିକଟରେ ଠିଆ ହୋଇଛି, ସେମାନଙ୍କ ସହିତ କଥା ହେଉଛି, ମୁଁ ନିଶ୍ଚିତ ଭାବରେ କହିବି ଯେ ଭାରତୀୟ ଜନତା ପାର୍ଟିର ଏହି ଟିମ୍ ମନୋହର ଲାଲ ମହାଶୟଙ୍କ ନେତୃତ୍ୱରେ ହରିୟାଣାର ସେବା କରିଛନ୍ତି ଏବଂ ଦୀର୍ଘ ଦିନର ଚିନ୍ତାଧାରା ସହିତ ଯେଉଁ ମୂଳଦୁଆ ପ୍ରତିଷ୍ଠା କରିଛନ୍ତି ତାହା ହରିୟାଣାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏକ ବହୁତ ବଡ଼ ଶକ୍ତି ହେବାକୁ ଯାଉଛି । ଆଜି ମୁଁ ପୁଣିଥରେ ମନୋହର ଲାଲ ମହାଶୟଙ୍କୁ ସାର୍ବଜନିକ ଭାବେ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ତାଙ୍କ ସମ୍ପୂର୍ଣ୍ଣ ଟିମକୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ମୁଁ ମୋର ହୃଦୟରୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Small merchants built UPI's reach. Here's what government data shows

Media Coverage

Small merchants built UPI's reach. Here's what government data shows
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives due to a fire tragedy in Birbhum, West Bengal
August 17, 2026
Prime Minister announces ex-gratia from PMNRF for the victims of the mishap in Birbhum, West Bengal

Prime Minister Shri Narendra Modi today expressed deep anguish over the loss of lives due to a fire tragedy in Birbhum, West Bengal.

The Prime Minister extended his condolences to those who have lost their loved ones and prayed for the early recovery of the injured. He added that the local administration is actively assisting those affected in the mishap.

In a post on X, the Prime Minister's Office shared:

"Anguished to hear about the loss of lives due to a fire tragedy in Birbhum, West Bengal. I extend my condolences to those who have lost their loved ones. May the injured recover soon. The local administration is assisting those affected in the mishap: PM @narendramodi"

Prime Minister Shri Narendra Modi has announced an ex-gratia from the Prime Minister's National Relief Fund (PMNRF) of Rs. 2 lakh for the next of kin of each deceased, along with Rs. 50,000 for those injured in the mishap in Birbhum, West Bengal.

In a post on X, the Prime Minister's Office shared:

"In the wake of the mishap in Birbhum, West Bengal, PM @narendramodi has announced Rs. 2 lakh from PMNRF for the next of kin of each deceased and Rs. 50,000 for those injured."