“ବାରବର୍ଷ ତଳେ ମୋ ଦ୍ୱାରା ବପନବୀଜ ଆଜି ବିଶାଳ ବଟବୃକ୍ଷର ରୂପ ନେଇଛି”
“ ଭାରତ ଅଟକିବ ନାଇଁ କି କ୍ଳାନ୍ତ ହେବ ନାହିଁ”
“ନବଭାରତର ପ୍ରତ୍ୟେକ ଅଭିଯାନ ଦାୟିତ୍ୱ ଭାରତୀୟ ଯୁବଗୋଷ୍ଠୀ ସ୍ୱୟଂ ହାତକୁ ନେଇଛନ୍ତି”
“ସଫଳତାର ଏକ ମାତ୍ର ମନ୍ତ୍ର ହେଲା ଦୀର୍ଘମିଆଦି ଯୋଜନା ଓ ନିରବଚ୍ଛିନ୍ନ ଅଙ୍ଗୀକାରବଦ୍ଧତା”
“ଆମେ ଦେଶର ମେଧାବୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରୁଛୁ”

 

 ଭାରତ ମାତା କୀ ଜୟ!

ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମହୋଦୟ, ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମହାଶୟ, ସଂସଦରେ ମୋର ସାଥୀ ଏବଂ ପ୍ରଦେଶ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ସି. ଆର. ପାଟିଲ ମହାଶୟ, ଗୁଜରାଟ ସରକାରଙ୍କର କ୍ରୀଡ଼ା ରାଜ୍ୟମନ୍ତ୍ରୀ ଶ୍ରୀ ହର୍ଷ ସାଂଘଭୀ ମହାଶୟ, ସଂସଦରେ ମୋର ସହଯୋଗୀ ଶ୍ରୀ ହଂସମୁଖ ଭାଇ ପଟେଲ, ଶ୍ରୀ ନରହରୀ ଅମିନ ଏବଂ ଅହମ୍ମଦାବାଦର ମେୟର ଭାଇ ଶ୍ରୀ କିରିଟ କୁମାର ପରମାର ମହାଶୟ, ଅନ୍ୟ ମହାନୁଭବ ଏବଂ ଗୁଜରାଟର କୋଣ-ଅନୁକୋଣରୁ ଆସିଥିବା ମୋର ଯୁବ ବନ୍ଧୁଗଣ!

ମୋର ସମ୍ମୁଖରେ ଏହି ଯୁବସାମର୍ଥ୍ୟର ଏହି ସାଗର, ଏହି ଉତ୍ସାହ, ଏହି ଉତ୍ସାହର ଲହର, ଏହା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ଗୁଜରାଟର ଯୁବକ ଆପଣମାନେ ଆକାଶକୁ ଛୁଇଁବା ପାଇଁ ପ୍ରସ୍ତୁତ ଅଛନ୍ତି । ଏହା ନା କେବଳ କ୍ରୀଡ଼ାର ମହାକୁମ୍ଭ, ବରଂ ଏହା ଗୁଜରାଟର ଯୁବଶକ୍ତିର ମଧ୍ୟ ହେଉଛି ମହାକୁମ୍ଭ । ମୁଁ ଆପଣ ସମସ୍ତ ଯୁବକଙ୍କୁ ଏକାଦଶ କ୍ରୀଡ଼ା ମହାକୁମ୍ଭ ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି। ମୁଁ ଗୁଜରାଟ ସରକାରଙ୍କୁ, ବିଶେଷ ଭାବେ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଭାଇ ପଟେଲଙ୍କୁ ମଧ୍ୟ ଏହି ଭବ୍ୟ ଆୟୋଜନ ପାଇଁ ବହୁତ- ବହୁତ ଶୁଭକାମନା ଜଣାଉଛି। କରୋନା କାରଣରୁ ଦୁଇ ବର୍ଷ ପର୍ଯ୍ୟନ୍ତ କ୍ରୀଡ଼ା ମହାକୁମ୍ଭ ଉପରେ କଟକଣା ଲାଗି ରହିଥିଲା । କିନ୍ତୁ ଭୁପେନ୍ଦ୍ର ଭାଇ ଯେଉଁ ଭବ୍ୟତାର ସହିତ ଏହି ଆୟୋଜନକୁ ଆରମ୍ଭ କରିଛନ୍ତି, ତାହା ଯୁବ କ୍ରୀଡ଼ାବୀତଙ୍କୁ ନୂତନ ଉତ୍ସାହରେ ଭରି ଦେଇଛି।

ବନ୍ଧୁଗଣ,

ମୋର ସ୍ମରଣ ଅଛି, 12 ବର୍ଷ ପୂର୍ବେ 2010 ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ, ସେହି କାର୍ଯ୍ୟକାଳରେ କ୍ରୀଡ଼ା ମହାକୁମ୍ଭର ଶୁଭାରମ୍ଭ କରିଥିଲି ଆଉ ଆଜି ମୁଁ କହି ପାରିବି ଯେ ଯେଉଁ ସ୍ୱପ୍ନର ମଂଞ୍ଜିକୁ ମୁଁ ବୁଣିଥିଲି, ଆଜି ତାହା ବିଶାଳ ବଟବୃକ୍ଷରେ ପରିଣତ ହୋଇଥିବା ଦେଖାଯାଉଛି। ସେହି ବୀଜକୁ ମୁଁ ଆଜି ଏତେ ବିଶାଳ ବଟବୃକ୍ଷର ଆକାର ନେଇଥିବା ଦେଖିପାରୁଛି । 2010ରେ ପ୍ରଥମ କ୍ରୀଡ଼ା ମହାକୁମ୍ଭରେ ହିଁ ଗୁଜରାଟର 16ଟି କ୍ରୀଡ଼ାରେ 13 ଲକ୍ଷ କ୍ରୀଡ଼ାବିତଙ୍କ ସହିତ ଏହାର ଶୁଭାରମ୍ଭ ହୋଇଥିଲା । ମୋତେ ଭୁପେନ୍ଦ୍ର ଭାଇ ଅବଗତ କରାଇଛନ୍ତି ଯେ, 2019ରେ ହୋଇଥିବା କ୍ରୀଡ଼ା ମହାକୁମ୍ଭରେ ଏହି ଅଂଶଗ୍ରହଣ 13 ଲକ୍ଷରୁ 40 ଲକ୍ଷ ଯୁବକଙ୍କ ପର୍ପ୍ୟନ୍ତ ପହଞ୍ଚିଯାଇଥିଲା । 36 କ୍ରୀଡ଼ା, ଏବଂ 26 ପାରା- କ୍ରୀଡ଼ାରେ ୪୦ ଲକ୍ଷ କ୍ରୀଡ଼ାବିତ ! କବାଡ଼ି, ଖୋ- ଖୋ ଏବଂ ଟଗ୍ ଅଫ୍ ୱାରରୁ ନେଇ ଯୋଗାସନ ଏବଂ ମଲ୍ଲଖମ୍ଭ ପର୍ପ୍ୟନ୍ତ! ସ୍କେଟିଙ୍ଗ ଏବଂ ଟେନିସରୁ ନେଇ ଫେନସିଙ୍ଗ ପର୍ପ୍ୟନ୍ତ, ପ୍ରତ୍ୟେକ କ୍ରୀଡ଼ାରେ ଆଜି ଆମର ଯୁବକମାନେ ଚମତ୍କାର କରୁଛନ୍ତି ଆଉ ଏବେ ଏହି ପରିସଂଖ୍ୟାନ 40 ଲକ୍ଷରୁ ଅତିକ୍ରମ କରି 55 ଲକ୍ଷ ପର୍ପ୍ୟନ୍ତ ପହଞ୍ଚିଯାଇଛି । ‘ଶକ୍ତିଦୂତ’ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ କ୍ରୀଡ଼ା ମହାକୁମ୍ଭର କ୍ରୀଡ଼ାବିତମାନଙ୍କୁ ସହଯୋଗ ଦେବାର ଦାୟିତ୍ୱ ମଧ୍ୟ ସରକାର ତୁଲାଉଛନ୍ତି । ଆଉ ଏ ଯେଉଁ କ୍ରମାଗତ ଅବିରାମ ପ୍ରୟାସ କରାଗଲା, କ୍ରୀଡ଼ାବିତମାନେ ଯେଉଁ ସାଧନା କଲେ ଆଉ ଯେତେବେଳେ କ୍ରୀଡ଼ାବିତ ପ୍ରଗତି କରନ୍ତି ତେବେ ତାହା ପଛରେ ଏକ ଦୀର୍ଘ ତପସ୍ୟା ରହିଥାଏ। ଯେଉଁ ସଂକଳ୍ପ ଗୁଜରାଟର ଲୋକମାନେ ମିଳିମିଶି ନେଇଥିଲେ, ତାହା ଆଜି ବିଶ୍ୱରେ  ନିଜର ଧ୍ୱଜା ଉଡ଼ାଇ ପାରିଛି।

ମୋର ଯୁବ ସାଥୀଗଣ,

ଏହି ଗୁଜରାଟର ଯୁବଶକ୍ତିକୁ ନେଇ ଆପଣ ଗର୍ବିତ ? ଗୁଜରାଟର କ୍ରୀଡ଼ାବିତମାନେ ପରାକ୍ରମ ପ୍ରଦର୍ଶନ କରୁଛନ୍ତି, ଆପଣଙ୍କୁ ଗର୍ବ ଅନୁଭବ ହେଉଛି ? କ୍ରୀଡ଼ା ମହାକୁମ୍ଭରୁ ବାହାରୁଥିବା ଯୁବକ ଅଲିମ୍ପିକ୍ସ, ରାଜ୍ୟଗୋଷ୍ଠୀ ଏବଂ ଏସୀୟ କ୍ରୀଡ଼ା ସମେତ ବହୁତ ବିଶ୍ୱସ୍ତରୀୟ କ୍ରୀଡ଼ାରେ ମଧ୍ୟ ଆଜି ଦେଶର ଏବଂ ଗୁଜରାଟର ଯୁବକ ନିଜର ଚମତ୍କାରୀତା ପ୍ରଦର୍ଶନ କରୁଛନ୍ତି । ଏହିଭଳି ପ୍ରତିଭାମାନେ ହିଁ ଏହି କ୍ରୀଡ଼ା ମହାକୁମ୍ଭରୁ ହିଁ ଆପଣଙ୍କ ମଧ୍ୟରୁ ବାହାରିବାକୁ ଯାଉଛନ୍ତି। ଯୁବକ ମାନେ କ୍ରୀଡ଼ାବିତ ପ୍ରସ୍ତୁତ କରନ୍ତି । କ୍ରୀଡ଼ା ମୈଦାନରୁ ବାହାରନ୍ତି ଆଉ ସମଗ୍ର ହିନ୍ଦୁସ୍ତାନର ପତାକାକୁ ବିଶ୍ୱରେ ଉଡ଼ାଇ ଥାଆନ୍ତି।

ସାଥୀଗଣ,

ଏକ ସମୟ ଥିଲା ଯେତେବେଳେ କ୍ରୀଡ଼ାଜଗତରେ ଭାରତର ପରିଚୟ କେବଳ ଗୋଟିଏ ଦୁଇଟି କ୍ରୀଡ଼ା ମାଧ୍ୟମରେ ତିଷ୍ଠି ରହିଥିଲା। ଏହାର ପରିଣାମ ଏହା ହେଲା ଯେ, ଯେଉଁ କ୍ରୀଡ଼ା ଦେଶର ସମ୍ମାନ ଏବଂ ପରିଚୟ ସହିତ ଯୋଡ଼ି ହୋଇଥିଲା, ସେଗୁଡ଼ିକୁ ମଧ୍ୟ ପାଶୋରି ଦିଆଗଲା । ଏହି କାରଣରୁ କ୍ରୀଡ଼ା ସହିତ ଜଡ଼ିତ ସଂସାଧନ ବୃଦ୍ଧି କରିବା, କ୍ରୀଡ଼ା ଭିତିଭୂମିକୁ ଆଧୁନିକ କରିବା ଉପରେ ଧ୍ୟାନ ଦେବା ଆବଶ୍ୟକତା ରହିଥିଲା,ଯେତିକି  ପ୍ରାଥମିକତା ଦେବାର କଥା ଥିଲା, ତାହା ଏକ ପ୍ରକାରରେ ଥମି ଯାଇଥିଲା। କେବଳ ଏତିକି ନୁହେଁ, ଯେମିତିକି ରାଜନୀତିରେ ଭାଇ-ଭଣଜାବାଦ ପଶି ଯାଇଛି, କ୍ରୀଡ଼ା ଜଗତରେ ମଧ୍ୟ କ୍ରୀଡ଼ାବିତମାନଙ୍କର ଚୟନରେ ମଧ୍ୟ ପାରଦର୍ଶୀତାର ଅଭାବ ମଧ୍ୟ ଏକ ବହୁତ ବଡ଼ କାରଣ ଥିଲା । କ୍ରୀଡ଼ାବିତମାନଙ୍କର ସମସ୍ତ ପ୍ରତିଭା ଅସୁବିଧା ଗୁଡ଼ିକ ସହିତ ଲଢ଼ିବାରେ ହିଁ ଶେଷ ହୋଇ ଯାଉଥିଲା । ସେହି ଗୋଲକଧନ୍ଦାରୁ ବାହାରି ଭାରତର ଯୁବକ ଆଜି ଆକାଶକୁ ଛୁଉଁଛନ୍ତି । ସ୍ୱର୍ଣ୍ଣ ଏବଂ ରୌପ୍ୟର ଚମକ ଦେଶର ଆତ୍ମବିଶ୍ୱାସକୁ ମଧ୍ୟ ଚମକାଉଅଛି ଆଉ ଚମତ୍କାର ଅନୁଭବ ମଧ୍ୟ କରାଉଅଛି । ଦୁନିଆର ସବୁଠାରୁ ଯୁବ ଦେଶ କ୍ରୀଡ଼ା ମୈଦାନରେ ମଧ୍ୟ ଏକ ଶକ୍ତି ଭାବେ ଉଦଭାସିତ ହେଉଛି । ଟୋକିଓ ଅଲିମ୍ପିକ୍ସ ଏବଂ ପ।ରା ଅଲିମ୍ପିକ୍ସ, ସେଥିରେ ଆମ କ୍ରୀଡ଼ାବିତମାନେ ଏହି ପରିବର୍ତନକୁ ପ୍ରମାଣିତ କରିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଭାରତ ପ୍ରଥମ ଥର ପାଇଁ 7 ପଦକ ଜିତିଛି । ଏହି ରେକର୍ଡ ଭାରତର ପୁଅ-ଝିଅମାନେ ଟୋକିଓ ପାରାଅଲିମ୍ପିକ୍ସରେ ମଧ୍ୟ କରିଛନ୍ତି । ଭାରତ ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ 19 ପଦକ ଜିତିଛି । କିନ୍ତୁ, ସାଥୀଗଣ, ଏହା ତ ହେଉଛି ଶୁଭାରମ୍ଭ । ନା ହିନ୍ଦୁସ୍ତାନ ଅଟକିବ, ଆଉ ନା ହିଁ ଥକିଯିବ । ମୋତେ ମୋର ଦେଶର ଯୁବଶକ୍ତିଙ୍କ ଉପରେ ବିଶ୍ୱାସ ରହିଛି, ମୋତେ ମୋର ଦେଶର ଯୁବ କ୍ରୀଡ଼ାବିତମାନଙ୍କ ସ୍ବପ୍ନ, ସଂକଳ୍ପ ଏବଂ ସମର୍ପଣ ଉପରେ ବିଶ୍ୱାସ ରହିଛି । ଆଉ ଏଥିପାଇଁ ଆଜି ମୁଁ ଲକ୍ଷ- ଲକ୍ଷ ଯୁବକଙ୍କ ସମ୍ମୁଖରେ ସାହସର ସହିତ କହି ପାରିବି ଯେ ଭାରତର ଯୁବଶକ୍ତି ଏହାକୁ ବହୁତ ଆଗକୁ ନେଇ ଯିବେ। ସେହି ଦିନ ଆଉ ଦୂର ନୁହେଁ  ଯେତେବେଳେ ଆମେ ବହୁତଗୁଡ଼ିଏ ଖେଳରେ, ବହୁତ ସ୍ୱର୍ଣ୍ଣ ଏକା ସହିତ ଜିତିଥିବା ଦେଶମାନଙ୍କ ମଧ୍ୟରେ ହିନ୍ଦୁସ୍ତାନର ତ୍ରିରଙ୍ଗା ମଧ୍ୟ ଉଡୁଥିବ।

ସାଥୀଗଣ,

ଚଳିତ ଥର ୟୁକ୍ରେନରୁ ଯେଉଁ ଯୁବକମାନେ ଫେରିଛନ୍ତି, ଯୁଦ୍ଧଭୂମିରୁ ଆସିଛନ୍ତି। ବୋମା-ଗୋଳାବାରୁଦ ମଧ୍ୟରୁ ବାହାରି ଆସିଛନ୍ତି । କିନ୍ତୁ ଆସିବା ପରେ ସେମାନେ କ’ଣ କହିଲେ? ସେମାନେ ଏହା କହିଲେ ଯେ ଆଜି ତ୍ରିରଙ୍ଗାର ମନ- ପ୍ରାଣ- ସମ୍ମାନ କ’ଣ ହୋଇଥାଏ, ଏହା ଆମେ ୟୁକ୍ରେନରେ ଅନୁଭବ କରିଛୁ। କିନ୍ତୁ ସାଥୀଗଣ, ମୁଁ ଆଉ ଗୋଟିଏ ଦୃଶ୍ୟ ଆଡ଼କୁ ଆଣମାନଙ୍କୁ ନେଇ ଯିବାକୁ ଚାହୁଁଛି। ଯେତେବେଳେ ଆମ ଖେଳାଳୀ ପଦକ ଜିତି ପୋଡିୟମ ଉପରେ ଠିଆ ହୋଇ ରହୁଥିଲେ ଆଉ ଯେତେବେଳେ ତ୍ରିରଙ୍ଗା ପତାକା ଦେଖା ଯାଉଥିଲା, ଭାରତର ରାଷ୍ଟ୍ରଗାନ କରାଯାଉଥିଲା, ଆପଣମାନେ ଟିଭିରେ ଦେଖିଥିବେ, ଆମ ଖେଳାଳୀମାନଙ୍କ ଆଖିରୁ ଖୁସିର, ଗୌରବର ଅଶ୍ରୁଧାରା ବହୁଥିଲା। ଏହା ହିଁ ତ’ ହେଉଛି ଦେଶଭକ୍ତି ।

ସାଥୀଗଣ,

ଭାରତ ଭଳି ଯୁବ ଦେଶକୁ ପଥ ପ୍ରଦର୍ଶନ କରିବାରେ ଆପଣ ସମସ୍ତ ଯୁବକ ମାନଙ୍କର ବହୁତ ବଡ଼ ଭୂମିକା ରହିଛି । ଆଗାମୀ କାଲିକୁ ଯୁବକମାନେ ହିଁ ଗଢ଼ି ତୋଳିବେ, ଆଉ ସେହିମାନେ ହିଁ ଗଢ଼ିପ।ରିବେ ଯେଉଁମାନେ ସେଥିପାଇଁ ସଂକଳ୍ପ ନେଇଥାନ୍ତି, ଆଉ ସଂକଳ୍ପ ସହିତ ସମର୍ପଣର ଭାବନା ସହିତ ଯୋଡ଼ି ହୋଇଥାଆନ୍ତି। ଆଜି ଏହି କ୍ରୀଡ଼ା ମହାକୁମ୍ଭରେ ଗୁଜରାଟର ଭିନ୍ନ-ଭିନ୍ନ ଅଞ୍ଚଳରୁ, ଗାଁରୁ, ସହରରୁ, ଛୋଟ-ଛୋଟ ବସ୍ତିରୁ, ଆପଣମାନେ ଲକ୍ଷ- ଲକ୍ଷ ଯୁବକ ଏଠାରେ ଏକ ସହିତ ଯୋଡ଼ି ହୋଇଛନ୍ତି । ଆପଣମାନେ ଆପଣଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଦିନ-ରାତି ପରିଶ୍ରମ କରୁଛନ୍ତି । ମୁଁ ଆପଣଙ୍କ ସ୍ବପ୍ନରେ ଆଣଙ୍କ ଅଞ୍ଚଳର ଭବିଷ୍ୟତକୁ ଦେଖୁଛି, ଆପଣଙ୍କ ଜିଲ୍ଲାର ଭବିଷ୍ୟତକୁ ଦେଖୁଛି। ଆଉ ମୁଁ ଏଥିପାଇଁ ଆପଣଙ୍କ ସ୍ବପ୍ନରେ ସମଗ୍ର ଗୁଜରାଟ ଏବଂ ଦେଶର ଭବିଷ୍ୟତକୁ ଦେଖୁଛି। ଆଉ ଏଥିାଇଁ, ଆଜି ଷ୍ଟର୍ଟ-ଅ୍ପ ଇଣ୍ଡିଆରୁ ନେଇ ଷ୍ଟାଣ୍ଡ୍-ଅପ୍ ଇଣ୍ଡିଆ ପର୍ପ୍ୟନ୍ତ ! ମେକ୍ ଇନ୍ ଇଣ୍ଡିଆରୁ ନେଇ ଆତ୍ମନିର୍ଭର ଭାରତ ଏବଂ ‘ଭୋକାଲ ଫର୍ ଲୋକାଲ’ ପର୍ପ୍ୟନ୍ତ ! ନୂତନ ଭାରତର ପ୍ରତ୍ୟେକ ଅଭିଯାନର ଦାୟିତ୍ୱର ଭାରତର ଯୁବକମାନେ ନିଜେ ଆଗକୁ ଆସି ନେଇଛନ୍ତି। ଆମର ଯୁବକମାନେ ଭାରତର ସାମର୍ଥ୍ୟକୁ ପ୍ରମାଣିତ କରି ଦେଖାଇଛନ୍ତି।

ମୋର ଯୁବ ସାଥୀଗଣ,

ଆଜି ସଫ୍ଟଓୟାରରୁ ନେଇ ମହାକାଶ ଶକ୍ତି ପର୍ଯ୍ୟନ୍ତ, ପ୍ରତିରକ୍ଷାରୁ ନେଇ କୃତ୍ରିମ ବୁଦ୍ଧିମତା ପର୍ପ୍ୟନ୍ତ, ପ୍ରତ୍ୟେକ କ୍ଷେତ୍ରରେ ଭାରତର ପ୍ରଭାବ ରହିଛି । ବିଶ୍ୱ ଭାରତକୁ ଏକ ବଡ଼ ଶକ୍ତି ରୂପରେ ଦେଖୁଛି। ଭାରତର ଏହି ଶକ୍ତିକୁ ‘କ୍ରୀଡ଼ା ଉତ୍ସାହ’ ଅନେକଗୁଣା ବଢ଼ାଇପ।ରିବ। ଏହା ମଧ୍ୟ ହେଉଛି ଆପଣଙ୍କ ସଫଳତାର ମନ୍ତ୍ର । ଆଉ ଏଥିପାଇଁ ମୁଁ ସବୁବେଳେ କହୁଛି, ଯେଉଁମାନେ ଖେଳିବେ ! ସେମାନେ ପ୍ରସ୍ଫୁଟିତ ହେବେ! ମୋର ଆପଣ ସମସ୍ତ ଯୁବକମାନଙ୍କ ପାଇଁ ଏହା ମଧ୍ୟ ପରାମର୍ଶ ରହିବ ଯେ- ସଫଳତା ପାଇଁ କେବେ କୌଣସି ସର୍ଟ- କର୍ଟ ଉପାୟ ଖୋଜିବେ ନାହିଁ ! ଆପଣମାନେ ରେଳ ପ୍ଲାଟଫର୍ମରେ ଦେଖିଥିବେ, କିଛି ଲୋକ ସେତୁ ଉପରେ ଯିବା ବଦଳରେ ରେଳ ଲାଇନ ଅତିକ୍ରମ କରି ଯାଆନ୍ତି, ତେବେ ସେଠାରେ ରେଳବାଇର ଲୋକମାନେ ଲେଖିଥାନ୍ତି, ସର୍ଟକଟ୍ ୱିଲ କଟ୍ ୟୁ ସର୍ଟ । ସର୍ଟ- କର୍ଟର ରାସ୍ତା ବହୁତ ଅଳ୍ପଜୀବୀ ହୋଇଥାଏ।

ସାଥୀଗଣ,

ସଫଳତାର କେବଳ ଗୋଟିଏ ହିଁ ମନ୍ତ୍ର ହେଉଛି- ‘ଦୀର୍ଘସୂତ୍ରୀ ଯୋଜନା, ଏବଂ କ୍ରମାଗତ ପ୍ରତିବଦ୍ଧତା’, ନା କେବଳ ଗୋଟିଏ ବିଜୟ ଆମର ଏକ ଶେଷ ଲକ୍ଷ୍ୟସ୍ଥଳ ହୋଇପାରେ, ଆଉ ନା ହିଁ କେବଳ ଗୋଟିଏ ପରାଜୟ ! ଆମ ସମସ୍ତଙ୍କ ପାଇଁ ଆମ ବେଦଗୁଡ଼ିକ କହିଛନ୍ତି- ‘ଚରୈବେତି-ଚରୈବେତି’। ଆଜି ମଧ୍ୟ ଦେଶ ଅନେକ ଆହ୍ୱାନ ଗୁଡ଼ିକ ମଧ୍ୟରେ, ବିନା ଅଟକିବା, ଥକି ନପଡି ଆଉ ନଇଁ ନପଡି ଆଗକୁ ବଢ଼ୁଛି । ଆମ ସମସ୍ତଙ୍କୁ ମିଳିମିଶି ସତତ ପରିଶ୍ରମର ସହିତ କ୍ରମାଗତ ଭାବେ ଆଗକୁ ବଢ଼ିବାର ଅଛି।

ସାଥୀଗଣ,

କ୍ରୀଡ଼ାରେ ଆମକୁ ଜିତିବା ପ।ଇଁ 360 ଡିଗ୍ରୀ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି, ଆଉ ସମଗ୍ର ଟିମ୍ କୁ ପ୍ରଦର୍ଶନ କରିବାକୁ ପଡ଼ିଥାଏ। ଏଠାରେ ଭଲ-ଭଲ କ୍ରୀଡ଼ାବିତମାନେ ଉପସ୍ଥିତ ଅଛନ୍ତି । ଆପଣମାନେ କୁହନ୍ତୁ, କ’ଣ କ୍ରିକେଟରେ କୌଣସି ଦଳ ଭଲ ବ୍ୟାଟିଙ୍ଗ କରିବ, କିନ୍ତୁ ବୋଲିଂରେ ସମ୍ପୂର୍ଣ୍ଣ ଭାବେ ଖରାପ କରିବ, ତେବେ ସେ କ’ଣ ଜିତି ପାରିବ? କିମ୍ବା ଯଦି ଦଳର କୌଣସି ଖେଳାଳୀ ବହୁତ ଭଲ ଖେଳିଲେ, କିନ୍ତୁ ଅନ୍ୟାନ୍ୟ ସମସ୍ତେ ଉତ୍ତମ ପ୍ରଦର୍ଶନ କରିବେ ନାହିଁ, ତେବେ ମଧ୍ୟ ଜିତିବା ସମ୍ଭବ ହେବ କି ? ଜିତିବା ପାଇଁ ସମଗ୍ର ଦଳକୁ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ସବୁ ଜାଗାରେ ଭଲ ଖେଳିବାକୁ ପଡ଼ିବ।

ଭାଇ ଓ ଭଉଣୀମାନେ,

ଭାରତରେ କ୍ରୀଡ଼ାକୁ ସଫଳତାର ଶୀଖର ପର୍ଯ୍ୟନ୍ତ ପହଂଚାଇବା ପାଇଁ ମଧ୍ୟ ଦେଶକୁ ଆଜି ଏଭଳି ହିଁ 360 ଡିଗ୍ରୀ ଟିମ ୱାର୍କ (ଦଳଗତ କାର୍ଯ୍ୟ)ର ଆବଶ୍ୟକତା ରହିଛି । ତେଣୁ, ଦେଶ ଏକ ସାମଗ୍ରିକ ଅଭିବ୍ୟକ୍ତି ସହିତ କାର୍ଯ୍ୟ କରୁଛି । ‘ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ’ ହେଉଛି ଏହି ପ୍ରୟାସର ଏକ ବଡ଼ ଉଦାହରଣ। ପୂର୍ବରୁ ଆମର ଯୁବ ପ୍ରତିଭାମାନ ଚାପି ହୋଇ ରହି ଯାଉଥିଲେ, ସେମାନଙ୍କୁ ସୁଯୋଗ ମିଳୁ ନଥିଲା । ଆମେ ଦେଶର ପ୍ରତିଭା ସବୁଙ୍କୁ ଚିହ୍ନିବା, ସେମାନଙ୍କୁ ପ୍ରତ୍ୟେକ ଜରୁରୀ ସହଯୋଗ ଦେବା ଆରମ୍ଭ କଲୁ । ପ୍ରତିଭା ଥିବା ସତ୍ୱେ ମଧ୍ୟ ଆମର ଯୁବକମାନେ ପ୍ରଶିକ୍ଷଣ ଅଭାବରୁ ପଛରେ ରହି ଯାଉଥିଲେ । ଆଜି ଉନ୍ନତରୁ ଉନ୍ନତତର ପ୍ରଶିକ୍ଷଣ ସୁବିଧାମାନ ଖେଳାଳୀମାନଙ୍କୁ ଦିଆଯାଉଛି । ଦେଶ ଏହା ସୁନିଶ୍ଚିତ କରୁଛି ଯେ, କ୍ରୀଡ଼ାବିତମାନଙ୍କୁ କୌଣସି ପ୍ରକାରର ସମ୍ବଳର ଅଭାବ ନ ରହୁ । ବିଗତ 7-8 ବର୍ଷ ମଧ୍ୟରେ କ୍ରୀଡ଼ା ବଜେଟ ପ୍ରାୟତଃ ୭୦ ପ୍ରତିଶତ ବୃଦ୍ଧି କରାଯାଇଛି । ଖେଳାଳୀମାନଙ୍କର ଭବିଷ୍ୟତକୁ ନେଇ ଏକ ବହୁତ ବଡ଼ ଚିନ୍ତା ମଧ୍ୟ ଲାଗି ରହୁଥିଲା । ଆପଣ କଳ୍ପନା କରନ୍ତୁ, ଯଦି ଖେଳାଳୀ ନିଜର ଭବିଷ୍ୟତ ନେଇ ଆଶ୍ୱସ୍ତ ନ ରହିବେ ତେବେ କ’ଣ ସେମାନେ ଖେଳ ପ୍ରତି ଶତ ପ୍ରତିଶତ ସମର୍ପଣ କରିପାରିବେ ? ତେଣୁ, ଆମେ ଖେଳାଳୀଙ୍କୁ ମିଳୁଥିବା ପ୍ରୋତ୍ସାହନ ରାଶି ଏବଂ ପୁରସ୍କାରରେ ମଧ୍ୟ 60 ପ୍ରତିଶତରୁ ଅଧିକ ବୃଦ୍ଧି କରିଛୁ । ଭିନ୍ନ- ଭିନ୍ନ ଯୋଜନା ମାଧ୍ୟମରେ ଏବେ ସେହି ପ୍ରଶିକ୍ଷକ ମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଉଛି ଯେଉଁମାନେ ପଦକ ଜିତିଥିବା ଖେଳାଳୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏହାର ପରିଣାମ ହେଉଛି ଏହା ଯେ ଆଜି ଗ୍ରାମୀଣ ଅଞ୍ଚଳରୁ, ପଛୁଆ ବର୍ଗରୁ, ଆଦିବାସୀ ସମାଜରୁ ମଧ୍ୟ ସେହି ପ୍ରତିଭାମାନେ ଦେଶ ସାମ୍ନାକୁ ଆସୁଛନ୍ତି, ଯାହାଙ୍କ ପାଇଁ ଦେଶକୁ ଗୌରବ ଅନୁଭବ ହେଉଛି।

ସାଥୀଗଣ,

ଆମ ଦେଶରେ ଖେଳାଳୀମାନଙ୍କୁ ଆଉ ଏକ ବିଚିତ୍ର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ପୂର୍ବରୁ ଯଦି ଆପଣ କାହାକୁ କହୁଥିଲେ ଯେ ମୁଁ ଜଣେ ଖେଳାଳୀ, ତେବେ ଲୋକମାନେ ପଚାରୁଥିଲେ ଯେ, ଭାଇ ଠିକ୍ ଅଛି, ତୁମେ ହେଉଛ ଖେଳାଳୀ, ସବୁପିଲା ଖେଳିଥାଆନ୍ତି । କିନ୍ତୁ  ପ୍ରକୃତରେ  ଆପଣ କ’ଣ କରୁଛନ୍ତି ? ଅର୍ଥାତ ଖେଳକୁ ଆମର ଏଠାରେ ସହଜ ଭାବେ ସ୍ୱୀକୃତି ହିଁ ନ ଥିଲା।

ସାଥୀଗଣ,

ଚିନ୍ତିତ ହୁଅନ୍ତୁ ନାହିଁ। ଏହି ଅସୁବିଧା କେବଳ ଆପଣଙ୍କ ସାମ୍ନାକୁ ଆସିନଥିଲା । ଆମ ଦେଶର ବଡ଼- ବଡ଼ ଖେଳାଳୀ ମାନଙ୍କୁ ଏହା ମଧ୍ୟ ଦେଇ ଅତିକ୍ରମ କରିବାକୁ ପଡ଼ିଛି।

ମୋର ଯୁବ ସାଥୀଗଣ,

ଆମର ଖେଳାଳୀମାନଙ୍କର ବର୍ତ୍ତମାନର ସଫଳତା ଏବେ ସମାଜର ଏହି ଚିନ୍ତାଧାରାକୁ ବଦଳାଇବା ଆରମ୍ଭ କରିଛି। ବର୍ତ୍ତମାନ ଲୋକମାନେ ବୁଝୁଛନ୍ତି ଯେ, କ୍ରୀଡ଼ାରେ କ୍ୟାରିୟରର ଅର୍ଥ ହେଉଛି ବିଶ୍ବର ଏକ ନମ୍ବର ହେବା, ତାହା ନୁହେଁ। କ୍ରୀଡା ସହିତ ଜଡିତ ସମସ୍ତ ସମ୍ଭାବନାକୁ ନେଇ ଯୁବକମାନେ ନିଜର କ୍ୟାରିୟର କରିପାରିବେ। କେହି ଜଣେ ପ୍ରଶିକ୍ଷକ ହୋଇପାରିବେ। କ୍ରୀଡା ସଫ୍ଟୱେୟାରରେ କେହି ଜଣେ ଚମତ୍କାର କାର୍ଯ୍ୟ କରିପାରିବେ। କ୍ରୀଡା ପରିଚାଳନା ମଧ୍ୟ କ୍ରୀଡା ସହିତ ଜଡିତ ହେଉଛି ଏକ ବ୍ୟାପକ କ୍ଷେତ୍ର । ଅନେକ ଯୁବକ କ୍ରୀଡା ସମ୍ବନ୍ଧୀୟ ଲେଖାଲେଖିକୁ ବହୁତ ଉନ୍ନତ କ୍ୟାରିୟର କରୁଛନ୍ତି। ସେହିଭଳି, କ୍ରୀଡା ସହିତ, ପ୍ରଶିକ୍ଷକ, ଫିଜିଓଥେରାପିଷ୍ଟ ଏବଂ ଡାଏଟିସିଆନ୍ ଭଳି ଅନେକ ସୁଯୋଗ ସୃଷ୍ଟି ହେଉଛି। ଯୁବକମାନେ ଏହି ସମସ୍ତ କ୍ଷେତ୍ରକୁ ନିଜ ପାଇଁ ଏକ ବୃତ୍ତି ଭାବେ ଗ୍ରହଣ କରନ୍ତୁ, ଆଗକୁ ବଢନ୍ତୁ, କାରଣ ଦେଶ ଏଥିପାଇଁ ଏକ ବୃତ୍ତିଗତ ଅନୁଷ୍ଠାନ ସୃଷ୍ଟି କରୁଛି। ଉଦାହରଣ ସ୍ୱରୂପ, 2018ରେ, ଆମେ ମଣିପୁରରେ ଦେଶର ପ୍ରଥମ ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କଲୁ। କ୍ରୀଡା କ୍ଷେତ୍ରରେ ଉଚ୍ଚଶିକ୍ଷା ପାଇଁ ୟୁପିରେ ମଧ୍ୟ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଆଇଆଇଏମ୍ ରୋହତକ କ୍ରୀଡ଼ା ପରିଚାଳନାରେ ପିଜି ଡିପ୍ଲୋମା ମଧ୍ୟ ଆରମ୍ଭ କରିଛନ୍ତି । ଆମ ଗୁଜରାଟର  ‘ସ୍ବର୍ଣ୍ଣିମ ଗୁଜୁରାଟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ’ ମଧ୍ୟ ହେଉଛି ଏହାର ଏକ ଉତ୍ତମ ଉଦାହରଣ। ‘ସ୍ବର୍ଣ୍ଣିମ ଗୁଜରାଟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ’ ଏଠାରେ କ୍ରୀଡ଼ା ଇକୋସିଷ୍ଟମ୍ ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ମୋତେ ଅବଗତ କରାଯାଇଛି ଯେ କ୍ରୀଡ଼ା ଇକୋସିଷ୍ଟମ ଏବଂ ଭିତ୍ତିଭୂମିକୁ ଆହୁରି ବ୍ୟାପକ କରିବା ପାଇଁ ଗୁଜୁରାଟ ସରକାର ତାଲୁକା ଏବଂ ଜିଲ୍ଲା ସ୍ତରରେ କ୍ରୀଡା କମ୍ପ୍ଲେକ୍ସମାନ ନିର୍ମାଣ କରୁଛନ୍ତି । ଏହି ସମସ୍ତ ପ୍ରୟାସ ବିଶ୍ବ କ୍ରୀଡ଼ା ଜଗତରେ ଗୁଜରାଟ ଏବଂ ଭାରତର ବୃତ୍ତିଗତ ଉପସ୍ଥିତିକୁ ଆହୁରି ସୁଦୃଢ କରିବ । ମୋର ମଧ୍ୟ ଏକ ପରାମର୍ଶ ଅଛି ଯେ ଗୁଜରାଟର ବିସ୍ତୃତ ଉପକୂଳ ସମ୍ବଳ, ଆମ ପାଖରେ ଏକ ଦୀର୍ଘ ସମୁଦ୍ର ଉପକୂଳ ଅଛି, ଏବେ ବଡ଼ ସମୁଦ୍ର ଉପକୂଳ, ବର୍ତ୍ତମାନ ଆମର ଏହି ଉପକୂଳବର୍ତ୍ତୀ ଅଞ୍ଚଳ ମଧ୍ୟ କ୍ରୀଡା ପାଇଁ ଆଗକୁ ଆସିବା ଉଚିତ୍। ଆମର ଏଠାରେ ଏପରି ସୁନ୍ଦର ବେଳାଭୂମି ଅଛି। କ୍ରୀଡା ମହାକୁମ୍ଭରେ ବେଳାଭୂମି କ୍ରୀଡ଼ାର ସମ୍ଭାବନା ସଂପର୍କରେ ମଧ୍ୟ ଚିନ୍ତା କରାଯିବା ଉଚିତ୍।

ସାଥୀଗଣ,

ଆପଣମାନେ ଯେତେବେଳେ ଖେଳିବେ, ଫିଟ୍ ରହିବେ, ସୁସ୍ଥ ରହିବେ, ସେତେବେଳେ ଯାଇ ଦେଶର ସାମର୍ଥ୍ୟ ସହିତ ଯୋଡି ହୋଇ ପାରିବେ। ସେତେବେଳେ ଯାଇ ଦେଶର ସାମର୍ଥ୍ୟକୁ ମଧ୍ୟ ଆପଣମାନେ ମୂଲ୍ୟଯୁକ୍ତ କରିବା ଭଳି ଜଣେ ମହାରଥୀ ହୋଇ ପାରିବେ। ଆଉ ସେତେବେଳେ ଆପଣ ରାଷ୍ଟ୍ର ନିର୍ମାଣ ଦିଗରେ ନିଜର ଯୋଗଦାନ ଦେଇ ପାରିବେ। ମୁଁ ସମ୍ପୂର୍ଣ୍ଣ ନିଶ୍ଚିତ ଯେ ଏହି ଖେଳ ମହାକୁମ୍ଭରେ ଆପଣ ସମସ୍ତେ ଜଣେ ଜଣେ ତାରକା ଭାବେ ନିଜ ନିଜ କ୍ଷେତ୍ରରେ ଚମକ ସୃଷ୍ଟି କରିପାରିବେ, ନୂତନ ଭାରତର ସ୍ୱପ୍ନକୁ ସାକାର କରିବେ । ମୁଁ ମଧ୍ୟ ଆଜି ସମସ୍ତ ଯୁବକମାନଙ୍କର ପରିବାର ସଦସ୍ୟଙ୍କୁ ଅନୁରୋଧ କରିବାକୁ ଚାହୁଁଛି । ଏବେ ସମୟ ବହୁତ ବଦଳି ଯାଇଛି । ଯଦି ଆପଣଙ୍କର ସନ୍ତାନମାନଙ୍କ ମଧ୍ୟରେ, ପୁଅ ଅବା ଝିଅ ଅଛନ୍ତି, ଯଦି ସେମାନେ କ୍ରୀଡା ପ୍ରତି ଆଗ୍ରହୀ, ତେବେ ଆପଣ ତାହାକୁ ଖୋଜନ୍ତୁ ଏବଂ ତାଙ୍କୁ ଉତ୍ସାହିତ କରନ୍ତୁ। ତାଙ୍କୁ ଆଗକୁ ବଢିବା ପାଇଁ ଉତ୍ସାହିତ କରନ୍ତୁ । ତାଙ୍କୁ ପାଠ ପଢିବା ପାଇଁ ପଛକୁ ଟାଣନ୍ତୁ ନାହିଁ। ଠିକ୍ ସେହିପରି ଭାବେ, ମୁଁ ପ୍ରଥମ ଦିନରୁ ହିଁ, ଯେତେବେଳେ ଖେଳ ମହାକୁମ୍ଭ ଆରମ୍ଭ ହେଲା, ସେତେବେଳେଠାରୁ ମୁଁ କହିଆସୁଛି ଯେ, ଯେତେବେଳେ ଗାଁରେ ଖେଳ ମହାକୁମ୍ଭ କାର୍ଯ୍ୟକ୍ରମ ଚାଲିଥାଏ, ସେତେବେଳେ ସମଗ୍ର ଗାଁ ସେଠାରେ ଉପସ୍ଥିତ ରହିବା ଉଚିତ୍। କରତାଳି ବଜାଇବା ଦ୍ବାରା ମଧ୍ୟ ଖେଳାଳୀମାନଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଓ ଉନ୍ମାଦନା ସୃଷ୍ଟି ​​ଦେଇଥାଏ। ଗୁଜରାଟର ପ୍ରତ୍ୟେକ ନାଗରିକ କୌଣସି ନା କୌଣସି ଖେଳ ମହାକୁମ୍ଭ କାର୍ଯ୍ୟକ୍ରମକୁ ପ୍ରତ୍ୟେକ୍ଷ ଭାବେ ଯିବା ଉଚିତ୍। ଆପଣ ଦେଖିବେ, ଗୁଜରାଟ କ୍ରୀଡା ଜଗତରେ ମଧ୍ୟ ଏହାର ଗୌରବ ବୃଦ୍ଧି କରିପାରିବ। ହିନ୍ଦୁସ୍ଥାନର ଖେଳାଳୀ ମାନଙ୍କ ସହିତ ମଧ୍ୟ ଗୁଜରାଟର ଖେଳାଳୀମାନେ ଯୋଡି ହୋଇଯିବେ। ଏହି ଆଶା ଓ ବିଶ୍ବାସ ସହିତ ମୁଁ ପୁଣି ଥରେ ଭୁପେନ୍ଦ୍ର ଭାଇ ଏବଂ ତାଙ୍କ ସମ୍ପୂର୍ଣ୍ଣ ଟିମକୁ ଅଭିନନ୍ଦନ ଜଣାଉଛି। ସମସ୍ତ ଯୁବକମାନଙ୍କୁ ଶୁଭେଚ୍ଛା ଜଣାଉଛି। ମୋ ସହିତ କୁହନ୍ତୁ, ଭରତ ମାତା କୀ ଜୟ!

ଭାରତ ମାତା କୀ ଜୟ !

ଭାରତ ମାତା କୀ ଜୟ !

ବହୁତ ବହୁତ ଧନ୍ୟବାଦ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Unnati Sharma on winning Bronze in Women’s 63 kg Judo
August 02, 2026

The Prime Minister, Shri Narendra Modi, has congratulated Unnati Sharma on winning the Bronze medal in the Women’s 63 kg Judo category at the Commonwealth Games 2026.

The Prime Minister said that Unnati Sharma’s commitment and determination were clearly visible throughout the competition.

Shri Modi wished her continued success in all her future endeavours.

The Prime Minister wrote on X;

“More glory for India in Judo!

Congratulations to Unnati Sharma for winning the Bronze Medal in the Women's 63 kg category at the Commonwealth Games 2026. Her commitment and determination were clearly visible during the games. May she keep excelling in all her forthcoming endeavours.

#CWG2026”