ଭାରତ ମାତା କୀ- ଜୟ,

ଭାରତ ମାତା କୀ- ଜୟ,

ଭାରତ ମାତା କୀ-ଜୟ।

ଧେମାଜିର ହାରୁଓ୍ବା ଭୂମିର ପରା ଅଖମବାଖିକ ଏଇ ବିଖେଖ ଦିନଟୋଟ ମଇ ହୁଭେଚ୍ଛା ଆରୁ ଅଭିନନ୍ଦନ ଜନାଇଚ୍ଛୋ!

ମଞ୍ଚରେ ଉପସ୍ଥିତ ଆସାମ ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁଖୀଜୀ, ଏଠାକାର ଲୋକପ୍ରିୟ ଯଶସ୍ବୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ସର୍ବାନନ୍ଦ ସୋନୋଓ୍ବାଲ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀ, ଶ୍ରୀ ରାମେଶ୍ବର ତେଲି ଜୀ, ଆସାମ ସରକାରରେ ମନ୍ତ୍ରୀ ଡକ୍ଟର ହିମନ୍ତା ବିଶ୍ବ ସରମା ଜୀ, ରାଜ୍ୟ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ ଓ ବିଶାଳ ସଂଖ୍ୟାରେ ଏଠାରେ ଉପସ୍ଥିତ ଆସାମର ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଏହାର ମୋର ସୌଭାଗ୍ୟ ଯେ ଆଜି ମୋତେ ତୃତୀୟ ଥର ଧେମାଜୀ ଆସିବା ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମିଳିଛି। ପ୍ରତ୍ୟେକଥର ଏଠାକାର ଲୋକମାନଙ୍କର ଆତ୍ମୀୟତା, ଆପଣାରପଣ, ଆଶୀର୍ବାଦ ମୋତେ ଆହୁରି ଅଧିକ ପରିଶ୍ରମର ସହ ଆସାମ, ଉତ୍ତର ପୂର୍ବାଞ୍ଚଳ ପାଇଁ କାମ କରିବା ଲାଗି ଅନୁପ୍ରାଣିତ କରିଛି। ଯେତେବେଳେ ମୁଁ ଗୋଗାମୁଖ ଠାରେ ଇଣ୍ଡିଆନ ଏଗ୍ରୀକଲଚର ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଶିଳାନ୍ୟାସ କରିବା ଲାଗି ଆସିଥିଲି, ମୁଁ କହିଥିଲି ଯେ ଉତ୍ତର ପୂର୍ବାଞ୍ଚଳ ଭାରତର ଅଭିବୃଦ୍ଧିର ନୂଆ ଇଞ୍ଜିନ ପାଲଟିବ। ଆଜି ଆମେ ଏହି ବିଶ୍ବାସକୁ ଆମ ଆଖି ସାମ୍ନାରେ ବାସ୍ତବ ରୂପ ନେଉଥିବା ଦେଖିପାରୁଛୁ।

ଭାଇ ଓ ଭଉଣୀମାନେ,

ବ୍ରହ୍ମପୁତ୍ରର ଏହି ଉତ୍ତର ତଟରୁ, ଆଠ ଦଶନ୍ଧି ପୂର୍ବରୁ ଅହମିୟା ସିନେମା ନିଜର ଯାତ୍ରା, ଜୟମତୀ ଚଳଚ୍ଚିତ୍ରରୁ ଆରମ୍ଭ କରିଥିଲା। ଏହି କ୍ଷେତ୍ର ଆସାମ ସଂସ୍କୃତିର ଗୌରବ ବଢ଼ାଇ ଥିବା ଅନେକ ବ୍ୟକ୍ତିତ୍ବକୁ ଜନ୍ମ ଦେଇଛି। ରୂପକୁଓଁର ଜ୍ୟୋତିପ୍ରସାଦ ଅଗ୍ରଓ୍ବାଲ, କଳାଗୁରୁ ବିଷ୍ଣୁ ପ୍ରସାଦ ରାଭା, ନଚସୂର୍ଯ୍ୟ ଫଣି ସରମା, ଏମାନେ ସମସ୍ତେ ଆସାମର ପରିଚୟକୁ ନୂତନ ଉଚ୍ଚତାକୁ ନେଇଯାଇଛନ୍ତି। ଭାରତ ରତ୍ନ ଡ. ଭୂପେନ ହଜାରିକା ଜୀ ଏକଦା ଲେଖିଥିଲେ-ଲୁଇତୁର ପାର ଦୁଟି ଜିଲିକ ଉଠିବ ରାତି, ଜ୍ବଲି ହତ ଦେବାଲିର ବନ୍ତି। ବ୍ରହ୍ମପୁତ୍ରର ଦୁଇ କୂଳ ଦୀପାବଳିରେ ଜଳୁଥିବା ଦୀପରେ ଆଲୋକିତ ହେବ ଏବଂ କାଲି ମୁଁ ବିଶେଷ କରି ସୋଶାଲ ମିଡିଆରେ ଦେଖିଲି ମଧ୍ୟ, ଆପଣମାନେ ଏହି କ୍ଷେତ୍ରରେ କିଭଳି ଭାବେ ଦୀପାବଳି ପାଳନ କରିଥିଲେ, କିପରି ହଜାର ହଜାର ହଜାର ଦୀପ ଜଳାଇଥିଲେ । ଦୀପାବଳିର ସେହି ଆଲୋକ, ଶାନ୍ତି ଓ ସ୍ଥାୟିତ୍ବ ମଧ୍ୟରେ ଆସାମରେ ହେଉଥିବା ବିକାଶର ଚିତ୍ରକୁ ମଧ୍ୟ ପ୍ରତିଫଳିତ କରୁଛି। କେନ୍ଦ୍ର ଓ ଆସାମ ସରକାର ମିଶି ରାଜ୍ୟର ସନ୍ତୁଳିତ ବିକାଶରେ ଲିପ୍ତ ରହିଛନ୍ତି। ଆହୁରି ଏହି ବିକାଶର ଏକ ବଡ଼ ଆଧାର ହେଉଛି ଆସାମର ଭିତ୍ତିଭୂମି।

ସାଥୀଗଣ,

ଉତ୍ତର ତଟରେ ଭରପୂର ସାମର୍ଥ୍ୟ ଥିବା ସତ୍ତ୍ବେ ପୂର୍ବ ସରକାର ଏହି କ୍ଷେତ୍ର ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଆସିଥିଲେ। ଏଠାରେ ସଡ଼କ ଯୋଗାଯୋଗ ହେଉ, ଡାକ୍ତରଖାନା ହେଉ, ଶିକ୍ଷାନୁଷ୍ଠାନ କିମ୍ବା ଶିଳ୍ପ ସଂସ୍ଥା ପ୍ରତିଷ୍ଠା କରିବା ଲାଗି ପୂର୍ବର ସରକାର ପ୍ରାଥମିକତା ଦେଉନଥିଲେ। ସବକା ସାଥ-ସବକା ବିକାଶ ଓ ସବକା ବିଶ୍ବାସ ଏହି ମନ୍ତ୍ରରେ ଆମ ସରକାର କାମ କରୁଛି। ସର୍ବାନନ୍ଦ ଜୀଙ୍କ ସରକାର ଏହି ଭେଦଭାବକୁ ଦୂର କରିଛନ୍ତି। ଯେଉଁ ବୋଗୀବୀଲ ସେତୁକୁ ଏହି କ୍ଷେତ୍ର ବହୁ ବର୍ଷ ଧରି ଅପେକ୍ଷା କରି ରହିଥିଲା, ସେହି ସେତୁର କାମ ଆମ ସରକାର ଦ୍ରୁତ ଗତିରେ ପୂରଣ କରାଇଥିଲେ। ଉତ୍ତର ତଟରେ ବ୍ରଡ ଗଜ ରେଳ ଲାଇନ ଆମ ସରକାର ଆସିବା ପରେ ପହଞ୍ଚିପାରିଥିଲା। ବ୍ରହ୍ମପୁତ୍ରରେ ଦ୍ବିତୀୟ କାଲିୟାଭୁମୁରା ସେତୁ ଏଠାକାର ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ଅଧିକ ବଢ଼ାଇ ଦେବ। ଏହାକୁ ମଧ୍ୟ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ କରାଯାଉଛି। ଉତ୍ତର ତଟରେ ଚାରି ଲେନ୍ ବିଶିଷ୍ଟ ଜାତୀୟ ରାଜପଥ କାମ ଖୁବ ଦ୍ରୁତ ଗତିରେ ଚାଲୁଛି। ବିଗତ ସପ୍ତାହରେ ହିଁ ମହାବାହୁ ବ୍ରହ୍ମପୁତ୍ର ଠାରୁ ଏଠାକୁ ଜଳମାର୍ଗ ଯୋଗାଯୋଗକୁ ନେଇ ନୂଆ କାର୍ଯ୍ୟ ଆରମ୍ଭ ହୋଇଛି। ବେଙ୍ଗାଇଗାଓଁର ଜୋଗୀଧୋପାରେ ଏକ ବଡ଼ ଟର୍ମିନାଲ ଏବଂ ଲଜିଷ୍ଟିକ୍ସ ପାର୍କରେ ମଧ୍ୟ କାମ ହୋଇସାରିଛି।

ସାଥୀଗଣ,

ଏହି ଅଧ୍ୟାୟରେ ଆଜି ଆସାମକୁ 3 ହଜାର କୋଟିରୁ ଅଧିକ ଶକ୍ତି ଏବଂ ଶିକ୍ଷା ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଏକ ନୂତନ ଉପହାର ମିଳିଛି। ଧେମାଜୀ ଓ ସୁଆଲକୁଚିରେ ଇଞ୍ଜିନିୟରିଂ କଲେଜ, ବେଙ୍ଗାଇଗାଓଁରେ ବିଶୋଧନାଗାରର ସମ୍ପ୍ରସାରଣ, ଦିବ୍ରଗୁଡ଼ରେ ସେକେଣ୍ଡାରୀ ଟ୍ୟାଙ୍କ ଫାର୍ମ ଏବଂ ତିନସୁଖିଆରେ ଗ୍ୟାସ କମ୍ପ୍ରେସର ଷ୍ଟେସନ, ଏସବୁ ପ୍ରକଳ୍ପ ଇନ୍ଧନ ଓ ଶିକ୍ଷା କେନ୍ଦ୍ର ଭାବେ ଏହି କ୍ଷେତ୍ରର ପରିଚୟକୁ ସଶକ୍ତ କରିବ। ଏସବୁ ପ୍ରକଳ୍ପ ଆସାମ ସହିତ ଦ୍ରୁତ ଗତିରେ ସୁଦୃଢ଼ ହେଉଥିବା ଉତ୍ତର ପୂର୍ବ ଭାରତର ଏକ ପ୍ରତୀକ ମଧ୍ୟ।

ସାଥୀଗଣ,

ଆତ୍ମନିର୍ଭରଶୀଳ ହେବା ଲାଗି ଭାରତ ପାଇଁ ନିରନ୍ତର ନିଜ ସାମର୍ଥ୍ୟ, କ୍ଷମତାରେ ମଧ୍ୟ ବୃଦ୍ଧି କରିବାର ଅଛି, ଏହା ଅତ୍ୟନ୍ତ ଆବଶ୍ୟକ ଅଟେ। ବିଗତ ବର୍ଷଗୁଡ଼ିକରେ, ଭାରତରେ ବିଶୋଧନ ଏବଂ ଜରୁରିକାଳୀନ ସ୍ଥିତି ପାଇଁ ତୈଳ ସଂରକ୍ଷଣ କ୍ଷମତାକୁ ଆମେ ଖୁବ ଅଧିକ ବୃଦ୍ଧି କରିଛୁ। ବେଙ୍ଗଇଗାଓଁ ରିଫାଇନାରୀରେ ମଧ୍ୟ ବିଶୋଧନ କ୍ଷମତା ଯଥେଷ୍ଟ ଅଧିକ ବୃଦ୍ଧି କରାଯାଇଛି। ଆଜି ଯେଉଁ ଗ୍ୟାସ ୟୁନିଟର ଲୋକାର୍ପଣ କରାଯାଇଛି, ତାହା ଏଠାକାର ଏଲପିଜି ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବ। ଏହିସବୁ ପ୍ରକଳ୍ପ ଫଳରେ ଆସାମ ଏବଂ ଉତ୍ତରପୂର୍ବାଞ୍ଚଳରେ ଲୋକମାନଙ୍କର ଜୀବନ ସହଜ ହେବ ଏବଂ ଯୁବକମାନଙ୍କୁ ରୋଜଗାରର ନୂତନ ଅବସର ମିଳିବ।

ଭାଇ ଓ ଭଉଣୀମାନେ,

ଯେତେବେଳେ କୌଣସି ବ୍ୟକ୍ତିଙ୍କୁ ମୌଳିକ ସୁବିଧା ମିଳିଥାଏ, ତାଙ୍କର ଆତ୍ମବିଶ୍ବାସ ଖୁବ ଅଧିକ ବୃଦ୍ଧି ପାଇଥାଏ। ଏହି ବୃଦ୍ଧି ପାଉଥିବା ଆତ୍ମବିଶ୍ବାସ କ୍ଷେତ୍ର ଏବଂ ଦେଶର ବିକାଶ କରିଥାଏ। ଆଜି ଆମ ସରକାର ସୁବିଧା ପହଞ୍ଚିନଥିବା କ୍ଷେତ୍ର ଓ ଲୋକମାନଙ୍କ ନିକଟରେ ସୁବିଧା ପହଞ୍ଚାଇବା ଦିଗରେ କାର୍ଯ୍ୟ କରୁଛି। ଏବେକାର ବ୍ୟବସ୍ଥାରେ ସେମାନଙ୍କୁ ସୁବିଧା ଦେବା ଲାଗି ଜୋର ଦିଆଯାଉଛି। ଆପଣମାନେ ଚିନ୍ତା କରନ୍ତୁ, 2014 ପୂର୍ବରୁ ଦେଶର ପ୍ରତ୍ୟେକ 100 ପରିବାର ମଧ୍ୟରୁ ମାତ୍ର 50-55 ପରିବାର ନିକଟରେ ଅର୍ଥାତ୍ ପାଖାପାଖି ଅଧା ଘରେ ହିଁ କେବଳ ଏଲପିଜି ଗ୍ୟାସ ସଂଯୋଗ ରହିଥିଲା। ଆସାମରେ ବିଶୋଧନାଗାର ଏବଂ ଅନ୍ୟ ସୁବିଧା ଥିଲେ ସୁଦ୍ଧା 100ରୁ ମାତ୍ର 40 ଜଣ ଲୋକଙ୍କ ପାଖରେ ଗ୍ୟାସ ସଂଯୋଗ ଉପଲବ୍ଧ ରହିଥିଲା। 60 ଜଣ ଲୋକଙ୍କ ପାଖରେ ନଥିଲା। ଗରିବ ମା’-ଭଉଣୀମାନେ ରୋଷେଇର ଧୂଆଁ ଏବଂ ରୋଗର ଜାଲରେ ରହୁଥିଲେ। ଏହା ସେମାନଙ୍କ ଜୀବନର ବହୁତ ବଡ଼ ବାଧ୍ୟବାଧକତା ଥିଲା। ଆମେ ଉଜ୍ଜ୍ବଳା ଯୋଜନା ମାଧ୍ୟମରେ ଏହି ସ୍ଥିତିକୁ ବଦଳାଇ ଦେଇଛୁ। ଆସାମରେ ଆଜି ଗ୍ୟାସ ସଂଯୋଗର ପ୍ରସାର ପାଖାପାପାଖି ଶତପ୍ରତିଶତ ହୋଇଯାଇଛି। ଏଠାରେ, ବୋଙ୍ଗଇଗାଓଁ ବିଶୋଧନାଗାର ନିକଟବର୍ତ୍ତୀ ଜିଲ୍ଲାରେ ହିଁ 2014 ପରେ ତିନି ଗୁଣାରୁ ଅଧିକ ଏଲପିଜି ସଂଯୋଗ ବୃଦ୍ଧି ପାଇଛି। ଚଳିତ ଥର କେନ୍ଦ୍ରୀୟ ବଜେଟରେ ଏକ କୋଟି ଅଧିକ ଗରିବ ଭଉଣୀମାନଙ୍କୁ ଉଜ୍ଜ୍ବଳା ଯୋଜନାରେ ମାଗଣା ଏଲପିଜି କନେକ୍ସନ ଦେବାକୁ ବ୍ୟବସ୍ଥା କରାଯାଇଛି।

ସାଥୀଗଣ,

ଗ୍ୟାସ ସଂଯୋଗ, ବିଦ୍ୟୁତ ସଂଯୋଗ, ସାର ଉତ୍ପାଦନ, ଏସବୁଥିରେ ରହୁଥିବା ଅଭାବର ସବୁଠୁ ଅଧିକ କ୍ଷତି ଆମ ଦେଶର ଗରିବଙ୍କୁ, ଆମ ଦେଶର ଛୋଟ କୃଷକମାନଙ୍କୁ ହିଁ ହୋଇଥାଏ। ସ୍ବାଧୀନତାର ବହୁ ଦଶନ୍ଧି ପରେ ମଧ୍ୟ ଯେଉଁ 18 ହଜାର ଗ୍ରାମରେ ବିଦ୍ୟୁତ ପହଞ୍ଚିନଥିଲା, ସେସବୁ ଗ୍ରାମଗୁଡ଼ିକ ମଧ୍ୟରୁ ଅଧିକାଂଶ ଆସାମ, ଉତ୍ତରପୂର୍ବାଞ୍ଚଳରେ ଥିଲା। ପୂର୍ବ ଭାରତର ଅନେକ ସାର କାରଖାନାକୁ ଗ୍ୟାସ ଅଭାବରୁ ବନ୍ଦ କରି ଦିଆଯାଇଥିଲା କିମ୍ବା ରୁଗ୍ଣ ଘୋଷିତ କରି ଦିଆଯାଇଥିଲା। ଏହାର ଫଳ କିଏ ଭୋଗିଲା? ଏଠାକାର ଗରିବ, ମଧ୍ୟବିତ୍ତ, ଯୁବକମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିଥିଲା। ଆମ ସରକାର ପୂର୍ବର ଭୁଲକୁ ସୁଧାରିବା କାମ କରୁଛି। ଆଜି ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ଅନ୍ତର୍ଗତ ପୂର୍ବ ଭାରତକୁ ବିଶ୍ବର ସବୁଠୁ ବଡ଼ ଗ୍ୟାସ ପାଇପ ଲାଇନଗୁଡ଼ିକ ମଧ୍ୟରୁ ଗୋଟିଏ ସହିତ ଯୋଡ଼ାଯାଉଛି। ସଠିକ ନୀତି, ସଚ୍ଚୋଟ ଆଭିମୁଖ୍ୟ ରହିଲେ ସ୍ବଭାବ ଓ ଭାଗ୍ୟ ବଦଳି ଯାଇଥାଏ। ଖରାପ ଆଭିମୁଖ୍ୟ ବଦଳିଯାଇଥାଏ ଏବଂ ସଚ୍ଚୋଟ ଉଦ୍ଦେଶ୍ୟ ନେଇ ଜନସାଧାରଣଙ୍କ ଭାଗ୍ୟ ବଦଳାଇବା କାମ କରି ହୋଇଥାଏ। ଆଜି ଦେଶରେ ଯେଉଁ ଗ୍ୟାସ ପାଇପଲାଇନ ନେଟଓ୍ବର୍କ ପ୍ରସ୍ତୁତ ହେଉଛି, ଦେଶର ପ୍ରତ୍ୟେକ ଗ୍ରାମ ପର୍ଯ୍ୟନ୍ତ ଅପ୍ଟିକାଲ ଫାଇଭର ବିଛା ଯାଉଛି, ପ୍ରତ୍ୟେକ ଘରେ ଜଳ ପହଞ୍ଚାଇବା ଲାଗି ପାଇପ ସଂଯୋଗ କରାଯାଉଛି, ଭାରତ ମାତାର କୋଳରେ ପ୍ରସାରିତ ହେଉଥିବା ଏ ସମସ୍ତ ଭିତ୍ତିଭୂମି କେବଳ ଲୁହା ପାଇପ କିମ୍ବା ଫାଇବର ନୁହେଁ। ଏସବୁ ଭାରତ ମାତାର ନୂତନ ଭାଗ୍ୟ ରେଖା।

ଭାଇ ଓ ଭଉଣୀମାନେ,

ଆତ୍ମନିର୍ଭର ଭାରତକୁ ତ୍ବରାନ୍ବିତ କରିବା ଲାଗି ଆମର ବୈଜ୍ଞାନିକ, ଇଞ୍ଜିନିୟର, ବୈଷୟିକ ପେସାଦାରମାନଙ୍କର ସଶକ୍ତ ପ୍ରତିଭା ଭଣ୍ଡାରର ବଡ଼ ଭୂମିକା ରହିଛି। ଏଇ କିଛିବର୍ଷ ହେବ ଆମେ ଦେଶରେ ଏପରି ଏକ ପରିବେଶ ସୃଷ୍ଟି କରିବା ଲାଗି କାମ କରି ଆସୁଛୁ ଯାହାଫଳରେ ଦେଶର ଯୁବକମାନେ ନୂଆ ଅଭିନବ ଢଙ୍ଗରେ, ଷ୍ଟାର୍ଟଅପ୍ସ ଜରିଆରେ ସମସ୍ୟାଗୁଡ଼ିକର ସମାଧାନ କରିପାରିବେ। ଆଜି ସାରା ଦୁନିଆ ଭାରତର ଇଞ୍ଜିନିୟର୍ସ, ଟେକ୍ନୋକ୍ରାଟ୍ସମାନଙ୍କୁ ଉଚ୍ଚ ପ୍ରଶଂସା କରୁଛି। ଆସାମର ଯୁବକମାନଙ୍କ ନିକଟରେ ଅଦ୍ଭୂତ କ୍ଷମତା ରହିଛି। ଏହି କ୍ଷମତାକୁ ବଢ଼ାଇବା ଲାଗି ରାଜ୍ୟ ସରକାର ପ୍ରାଣପଣେ ଉଦ୍ୟମ କରୁଛନ୍ତି। ଆସାମ ସରକାରଙ୍କ ପ୍ରୟାସ କାରଣରୁ ହିଁ ଆଜି ଏଠାରେ 20ରୁ ଅଧିକ ଇଞ୍ଜିନିୟରିଂ କଲେଜ ଖୋଲିସାରିଛି। ଆଜି ଧେମାଜୀ ଇଞ୍ଜିନିୟରିଂ କଲେଜର ଉଦଘାଟନ ଏବଂ ସୁଆଲକୁଚି ଇଞ୍ଜିନିୟରିଂ କଲେଜର ଶିଳାନ୍ୟାସ ଫଳରେ ଏହି କ୍ଷମତା ଆହୁରି ବିସ୍ତାରିତ ହୋଇଛି। ଧେମାଜୀ ଇଞ୍ଜିନିୟରିଂ କଲେଜ ଉତ୍ତର ତଟର ପ୍ରଥମ ଇଞ୍ଜିନିଅରିଂ କଲେଜ ଅଟେ। ମୁଁ ଜାଣିବାକୁ ପାଇଛି ଯେ ଏପରି ଆହୁରି ତିନୋଟି ଇଞ୍ଜିନିୟରିଂ କଲେଜ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଝିଅମାନଙ୍କ ପାଇଁ ସ୍ବତନ୍ତ୍ର କଲେଜ, ପଲିଟେକ୍ନିକ କଲେଜ, ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରତିଷ୍ଠା ଲାଗି ଆସାମ ସରକାର ବ୍ୟାପକ ସ୍ତରରେ କାମ କରୁଛନ୍ତି।

ଭାଇ ଓ ଭଉଣୀମାନେ,

ଆସାମ ସରକାର ଏଠାରେ ନୂତନ ଶିକ୍ଷା ନୀତିକୁ ମଧ୍ୟ ଯଥାଶୀଘ୍ର ଲାଗୁ କରିବା ଲାଗି ପ୍ରୟାସ କରୁଛନ୍ତି। ଏହି ନୂଆ ଜାତୀୟ ଶିକ୍ଷା ନୀତିର ଅଧିକ ଲାଭ ଆସାମ, ଏଠାକାର ଜନଜାତୀୟ ସମାଜ, ଚା’ ବଗିଚାରେ କାମ କରୁଥିବା ମୋର ଶ୍ରମିକ ଭାଇ-ଭଉଣୀମାନଙ୍କର ପିଲାମାନେ ପାଇପାରିବେ। ଏହାର କାରଣ ହେଉଛି ଏଥିରେ ସ୍ଥାନୀୟ ଭାଷାରେ ପାଠପଢ଼ା ଏବଂ ସ୍ଥାନୀୟ ବ୍ୟବସାୟ ସହ ଜଡ଼ିତ କୌଶଳ ବିକାଶ ଉପରେ ଜୋର ଦିଆଯାଇଛି। ସ୍ଥାନୀୟ ଭାଷାରେ ଡାକ୍ତରୀ ପାଠପଢ଼ା, ସ୍ଥାନୀୟ ଭାଷାରେ ବୈଷୟିକ ଶିକ୍ଷା ଦିଆଗଲେ, ଅତି ଗରିବ ପିଲାମାନେ ମଧ୍ୟ ଡାକ୍ତର ହୋଇପାରିବେ, ଇଞ୍ଜିନିୟର ହୋଇପାରିବେ ଏବଂ ଦେଶର କଲ୍ୟାଣ କରିପାରିବେ। ଗରିବ ମା’ବାପାଙ୍କ ସ୍ବପ୍ନ ପୂରଣ କରିପାରିବେ। ଆସାମ ଭଳି ରାଜ୍ୟରେ ଚା’, ପର୍ଯ୍ୟଟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ଆଦି ଆତ୍ମନିର୍ଭରଶୀଳତାର ବହୁତ ବଡ଼ ଶକ୍ତି ଅଟେ। ଏଭଳି ସ୍ଥିତିରେ ଏଠାକାର ଯୁବକମାନେ ଯେତେବେଳେ ଏହି ଦକ୍ଷତାକୁ ସ୍କୁଲ ଓ କଲେଜରେ ହିଁ ଶିଖିବେ, ଏଥିରୁ ଅଧିକ ଲାଭ ପାଇପାରିବେ। ଆତ୍ମନିର୍ଭରଶୀଳତାର ମୂଳଦୁଆ ସେଠାରୁ ଯୋଡ଼ି ହେବ। ଚଳିତ ବର୍ଷ ବଜେଟରେ ମଧ୍ୟ ଜନଜାତି କ୍ଷେତ୍ରରେ 100ଟି ନୂଆ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଖୋଲିବା ଲାଗି ବ୍ୟବସ୍ଥା କରାଯାଇଛି, ଯାହାର ଲାଭ ମଧ୍ୟ ଆସାମକୁ ମିଳିବ।

ସାଥୀଗଣ,

ବ୍ରହ୍ମପୁତ୍ରର ଆଶୀର୍ବାଦ ବଳରେ, ଏହି କ୍ଷେତ୍ରର ଜମି ଅତ୍ୟନ୍ତ ଉର୍ବର ରହିଆସିଛି। ଏଠାକାର ଚାଷୀମାନେ କିଭଳି ନିଜ ସାମର୍ଥ୍ୟକୁ ବଢ଼ାଇପାରିବେ, ସେମାନଙ୍କୁ ଚାଷର ଆଧୁନିକ ସୁବିଧା ମିଳିପାରିବ, ଆୟ ବୃଦ୍ଧି ପାଇପାରିବ, ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ମିଳିମିଶି କାମ କରୁଛନ୍ତି। କୃଷକମାନଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଟଙ୍କା ସ୍ଥାନାନ୍ତର କରିବା ହେଉ, ସେମାନଙ୍କ ପାଇଁ ପେନସନ ଯୋଜନା ଆରମ୍ଭ କରିବା, ସେମାନଙ୍କୁ ବିହନ ଦେବା, ମୃର୍ତ୍ତିକା ସ୍ବାସ୍ଥ୍ୟକାର୍ଡ ପ୍ରଦାନ କରିବା ଆଦି ସମେତ ସେମାନଙ୍କର ସମସ୍ତ ଆବଶ୍ୟକତାକୁ ପୂରଣ କରିବା ଲାଗି ସର୍ବାଧିକ ପ୍ରାଥମିକତା ଦେଇ ପଦକ୍ଷେପ ନିଆଯାଉଛି। ମତ୍ସ୍ୟଚାଷ ଉପରେ ବିଶେଷ ଜୋର ଦେଇ ଆମ ସରକାର ମତ୍ସ୍ୟଚାଷ ସହ ଜଡ଼ିତ ଏକ ଭିନ୍ନ ମନ୍ତ୍ରଣାଳୟ ଆରମ୍ଭରୁ ସ୍ଥାପନ କରିସାରିଛି। ମତ୍ସ୍ୟଚାଷକୁ ପ୍ରୋତ୍ସାହନ ଦେବା ଲାଗି ସ୍ବାଧୀନତା ପରେ ଯେତିକି ଖର୍ଚ୍ଚ କରାଯାଇନଥିଲା, ତା’ଠାରୁ ବହୁ ଅଧିକ ଆମ ସରକାର ଏବେ ଖର୍ଚ୍ଚ କରୁଛନ୍ତି। ମତ୍ସ୍ୟ ବ୍ୟବସାୟ ସହ ଜଡ଼ିତ କୃଷକମାନଙ୍କ ପାଇଁ 20 ହଜାର କୋଟି ଟଙ୍କାର ଏକ ବହୁତ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଛି ଯାହାର ଲାଭ ଆସାମରେ ମତ୍ସ୍ୟ ଉଦ୍ୟୋଗ ସହ ଜଡ଼ିତ ମୋର ଭାଇମାନଙ୍କୁ ମିଳିବ। ଆସାମର କୃଷକ, ଦେଶର କୃଷକମାନେ ଯେଉଁ ଫସଲ ଉତ୍ପାଦନ କରୁଛନ୍ତି, ତାହା ଅନ୍ତର୍ଜାତୀୟ ବଜାର ପର୍ଯ୍ୟନ୍ତ କିଭଳି ପହଞ୍ଚିପାରିବ ସରକାର ସେ ଦିଗରେ ଉଦ୍ୟମ କରୁଛନ୍ତି। ଏଥିପାଇଁ କୃଷି ସହ ଜଡ଼ିତ ଆଇନରେ ସଂସ୍କାର ଅଣାଯାଇଛି।

ସାଥୀଗଣ,

ଆସାମର ଅର୍ଥବ୍ୟବସ୍ଥାରେ ଉତ୍ତର ତଟର ଚା’ବଗିଚାର ଏକ ବହୁତ ବଡ଼ ଭୂମିକା ରହିଛି। ଏସବୁ ଚା’ ବଗିଚାରରେ କାମ କରୁଥିବା ଆମର ଭାଇ-ଭଉଣୀମାନଙ୍କ ଜୀବନ କିପରି ସହଜ ହେବ ଏହା ମଧ୍ୟ ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଗୋଟିଏ। ଛୋଟ ଚା’ ଉତ୍ପାଦକମାନଙ୍କୁ ଜମି ପଟ୍ଟା ଦେବାର ଅଭିଯାନ ଚଳାଇଥିବାରୁ ମୁଁ ଆସାମ ସରକାରଙ୍କୁ ପ୍ରଶଂସା କରିବାକୁ ଚାହୁଁଛି।

ଭାଇ ଓ ଭଉଣୀମାନେ,

ଯେଉଁ ଲୋକମାନେ ବହୁଦଶନ୍ଧି ଧରି ଦେଶ ଉପରେ ରାଜୁତି କରୁଥିଲେ ସେମାନେ ଦିସପୁରକୁ ଦିଲ୍ଲୀଠାରୁ ଖୁବ ଅଧିକ ଦୂର ବୋଲି ଗ୍ରହଣ କରି ନେଇଥିଲେ। ଏହି ଚିନ୍ତାଧାରା କାରଣରୁ ଆସାମର ଅନେକ କ୍ଷତି ହେଲା। କିନ୍ତୁ ଏବେ ଦିଲ୍ଲୀ ଆପଣମାନଙ୍କ ଠାରୁ ଦୂରରେ ନାହିଁ। ଦିଲ୍ଲୀ ଆପଣଙ୍କ ଦ୍ବାରରେ ଛିଡ଼ା ହୋଇଛି। ବିଗତ ବର୍ଷଗୁଡ଼ିକରେ ଶତାଧିକ ବାର କେନ୍ଦ୍ର ସରକାରଙ୍କର ମନ୍ତ୍ରୀମାନଙ୍କୁ ପଠାଯାଇଛି ଯାହାଫଳରେ ସେମାନେ ଆପଣମାନଙ୍କ ସମସ୍ୟା ଜାଣିବେ ଏବଂ ଭୂମିଗତ ସ୍ତରରେ ଯେଉଁ ହେଉଛି ତାହା ଦେଖିପାରିବେ। ଆପଣମାନଙ୍କର ଆବଶ୍ୟକତାକୁ ଧ୍ୟାନରେ ରଖି ଯୋଜନା ପ୍ରସ୍ତୁତ ହେବା ଉଚିତ ଏବଂ ସେହି ଦିଗରେ ଆମେ ପ୍ରୟାସ କରିଛୁ। ମୁଁ ମଧ୍ୟ ଅନେକ ଥର ଆସାମ ଆସିଛି ଯାହାଫଳରେ ଆପଣମାନଙ୍କ ଗହଣରେ ଉପସ୍ଥିତ ହୋଇ ଆପଣମାନଙ୍କର ବିକାଶ ଯାତ୍ରାରେ ଏକ ସହଭାଗୀ ହୋଇପାରିବି। ଆସାମ ପାଖରେ ସବୁକିଛି ଅଛି, ଯାହା ଏଠାକାର ନାଗରିକମାନଙ୍କର ଉନ୍ନତ ଜୀବନଧାରଣ ପାଇଁ ଆବଶ୍ୟକ। ଏବେ ଆବଶ୍ୟକତା ହେଉଛି, ବିକାଶ ଓ ପ୍ରଗତିର ଯେଉଁ ଡବଲ ଇଞ୍ଜିନ ଏବେ ଚାଲିଛି ସେହି ଡବଲ ଇଞ୍ଜିନକୁ ଆହୁରି ମଜବୁତ କରିବା ଲାଗି ଆଉ ଏକ ସୁଯୋଗ ଆପଣମାନଙ୍କ ପାଖକୁ ପୁଣିଥରେ ଆସୁଛି। ମୁଁ ଆସାମର ଲୋକମାନଙ୍କୁ ବିଶ୍ବାସ ଦେବାକୁ ଚାହୁଁଛି, ଆପଣମାନଙ୍କ ସହଯୋଗ ବଳରେ, ଆପଣମାନଙ୍କର ଆଶୀର୍ବାଦ ବଳରେ ଆସାମର ବିକାଶ ଆହୁରି ତ୍ବରାନ୍ବିତ ହେବ, ନୂତନ ଉଚ୍ଚତାରେ ପହଞ୍ଚିବ।

ଭାଇ ଓ ଭଉଣୀମାନେ,

ମୁଁ ଜାଣିଛି ଯେ ଏବେ ଆପଣମାନେ ନିର୍ବାଚନ ଅପେକ୍ଷାରେ ଥିବେ। ପୂର୍ବ ନିର୍ବାଚନ ଯେବେ ଘୋଷଣା କରାଯାଇଥିଲା ସେ ବିଷୟରେ ମୋର ମନେ ପଡ଼ୁଛି। ବୋଧହୁଏ ନିର୍ବାଚନ ମାର୍ଚ୍ଚ ୪ରେ ଏହି ଘୋଷଣା କରାଯାଇଥିଲା। ଏଥର ମଧ୍ୟ ମୁଁ ସେହି ସମ୍ଭାବନା ଦେଖୁଛି, ମାର୍ଚ୍ଚ ପ୍ରଥମ ସପ୍ତାହରେ ଯେକୌଣସି ସମୟରେ ନିର୍ବାଚନ ଘୋଷଣା କରାଯାଇପାରେ। ନିର୍ବାଚନ କମିଶନ ତାଙ୍କର ଦାୟିତ୍ବ ସମ୍ପାଦନ କରିବେ। କିନ୍ତୁ ମୁଁ ଚେଷ୍ଟା କରିବି, ନିର୍ବାଚନ ଘୋଷଣା ପୂର୍ବରୁ କେତେଥର ଆସାମ, ପଶ୍ଚିମବଙ୍ଗ, କେରଳ, ତାମିଲନାଡ଼ୁ, ପୁଡୁଚେରୀ ଯାଇପାରିବି। ଧରାଯାଉ ଯଦି ମାର୍ଚ୍ଚ 7 ତାରିଖରେ ନିର୍ବାଚନ ଘୋଷଣା କରାଯାଏ ତା’ହେଲେ ଏହି ଯେଉଁ ସମୟ ମିଳିବ ସେଥିରେ ଆସିବା ଲାଗି ମୁଁ ସମ୍ପୂର୍ଣ୍ଣ ଚେଷ୍ଟା କରିବି। ପୂର୍ବଥର 4 ମାର୍ଚ୍ଚରେ ନିର୍ବାଚନ ଘୋଷଣା କରାଯାଇଥିଲା। ସେହି ପାଖାପାଖି ତାରିଖରେ କେବେ ବି ନିର୍ବାଚନ ଘୋଷଣା କରାଯାଇପାରେ। ଯାହା ବି ହେଉ ମୁଁ ଆପଣମାନଙ୍କ ଗହଣକୁ ଆସିବା ଲାଗି ନିରନ୍ତର ପ୍ରୟାସ କରିବି। ଭାଇ ଓ ଭଉଣୀମାନେ ଏତେ ଅଧିକ ସଂଖ୍ୟାରେ ଆପଣମାନେ ଏଠାକୁ ଆସି ଆମକୁ ଆଶୀର୍ବାଦ ଦେଲେ। ବିକାଶ ଯାତ୍ରା ପାଇଁ ଆପଣମାନେ ଆମର ବିଶ୍ବାସକୁ ଆହୁରି ମଜବୁତ କରିଛନ୍ତି। ସେଥିପାଇଁ ମୁଁ ଆପଣମାନଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରୁଛି। ଏହି ବିଶ୍ବାସ ସହିତ ମୁଁ ପୁଣିଥରେ ଏ ସମସ୍ତ ବିକାଶ ଯୋଜନା ଆତ୍ମନିର୍ଭର ଆସାମ ନିର୍ମାଣ, ଭାରତ ନିର୍ମାଣ ଲାଗି ଆସାମର ଯୋଗଦାନ, ଆସାମର ଯୁବପିଢ଼ିଙ୍କ ଉଜ୍ଜ୍ବଳ ଭବିଷ୍ୟତ ନିର୍ମାଣରେ ସହାୟକ ହେବ ବୋଲି ଆଶା କରୁଛି। ଆସାମର ମତ୍ସ୍ୟଜୀବୀ, କୃଷକ, ମା’-ଭଉଣୀ, ଆଦିବାସୀ ଭାଇ-ଭଉଣୀ ପ୍ରତ୍ୟେକଙ୍କ କଲ୍ୟାଣ ଲାଗି ଏସବୁ ଯୋଜନାର ଲୋକାର୍ପଣ, ଶିଳାନ୍ୟାସ ହୋଇଛି। ସେଥିପାଇଁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ଅନେକ ଶୁଭକାମନା ଜଣାଉଛି। ଦୁଇ ହାତ ମୁଠା କରି ଉପରକୁ ଉଠାଇ କୁହନ୍ତୁ ଭାରତ ମାତା କୀ-ଜୟ, ଭାରତ ମାତା କୀ-ଜୟ, ଭାରତ ମାତା କୀ-ଜୟ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
Text of Prime Minister's statement during the G7 Summit Session on Ensuring a Safe, Rapid and Efficient Rollout of AI
June 17, 2026

Excellencies,

मैं इस महत्वपूर्ण विषय को हमारी चर्चा का भाग बनाने के लिए मेरे मित्र राष्ट्रपति मैक्रों का अभिनंदन करता हूँ। इसमें कोई शक नहीं है कि Artificial Intelligence मनुष्य द्वारा बनाई गई सबसे परिवर्तनकारी technologies में से एक है।

आज मानव जीवन का शायद ही कोई पहलू होगा, जिसे AI ने स्पर्श न किया हो। AI scientific रिसर्च को अभूतपूर्व गति दे रही है। Governance को अधिक effective और responsive बना रही है। स्वास्थ्य, शिक्षा, manufacturing जैसे क्षेत्रों को नई ताकत प्रदान कर रही है।

किन्तु, AI की वास्तविक कसौटी यह नहीं है कि हमारी मशीनें कितनी शक्तिशाली बनेंगी। इसकी असली कसौटी यह है कि सामान्य मानवी कितना empowered होगा। इस वर्ष भारत द्वारा आयोजित AI Impact Summit में हमने इसी सोच के साथ human-centric AI बनाने पर बल दिया। इस समिट में भारत ने अपना MANAV विज़न प्रस्तुत किया। यह vision AI में भारत के सभी प्रयासों को प्रेरित करता है।

हाल ही में “हिज़ होलीनेस द पोप” ने AI के विषय पर अपने पत्र में human values, inclusivity और meaningful human control को AI के विकास का आधार बनाने पर बल दिया है। भारत का MANAV vision और हिज़ होलीनेस का संदेश, दोनों एक ही मूल विचार को अभिव्यक्त करते हैं: टेक्नोलॉजी कितनी भी advanced क्यों न हो, उसके केंद्र में मानव ही रहना चाहिए।

Friends,

AI rollout में बच्चों के लिए safety सुनिश्चित करना अत्यंत आवश्यक है। AI बच्चों को उनकी अपनी भाषा में शिक्षा दे सकती है, उनकी creativity को बढ़ा सकती है, और learning को personalised बना सकती है। लेकिन safeguards के बिना यही टेक्नॉलजी उन्हें misinformation, deepfakes और exploitation के खतरे में डाल सकती है।

इन दोनों scenarios में फ़र्क टेक्नॉलजी का नहीं है। फ़र्क values का है, design का है, और governance का है। Digital space को हमें बच्चों के लिए learning का playground बनाना होगा, manipulation का tool नहीं।

Friends,

Frontier AI Models से Cyber Security के क्षेत्र में अभूतपूर्व संभावनाएं बन रही हैं। लेकिन Cyber Space में कोई भी देश तब तक पूरी तरह सुरक्षित नहीं हो सकता, जब तक सभी देश सुरक्षित न हों। इसलिए भारत ने हमेशा से Cyberspace को एक Global Public Good के रूप में देखा है। इसलिए इन महत्वपूर्ण AI Technologies तक पहुंच भी व्यापक और समावेशी होनी चाहिए। सभी लोकतांत्रिक देशों को ऐसे AI Models का access मिलना चाहिए, ताकि वे अपनी Critical Information Infrastructure की सुरक्षा कर सकें और बढ़ते Cyber Threats का सामना कर सकें।

Friends,

Safety, speed और efficiency की integrated approach पर आगे बढ़ने के लिए मैं कुछ सुझाव रखना चाहूँगा:

पहला, हमें safe-by-design AI systems को बढ़ावा देना चाहिए। Safety को बाद में जोड़ा गया feature नहीं, बल्कि design का मूल तत्व बनाना होगा।

दूसरा, AI deployment के लिए हमें common standards, testing frameworks और regulatory sandboxes विकसित करने चाहिए, ताकि innovation और governance साथ-साथ आगे बढ़ें। हमारे सामने सिविल एविएशन और मेरीटाइम ट्रांसपोर्ट ऐसे उदाहरण है जहाँ हमने global rules सफलतापूर्वक विकसित किये, और पूरे विश्व को इसका लाभ मिला।

तीसरा, deepfakes, misinformation और cyber fraud के विरुद्ध वैश्विक सहयोग को मजबूत करना होगा। हमें वॉटरमार्क्स जैसी टेक्नोलॉजीज़ को बढ़ावा देना चाहिए ताकि deepfakes से बचा जा सके।

चौथा, हमारा प्रयास होना चाहिए कि AI का लाभ ग्लोबल साउथ के सभी देशों तक पहुंचे, ताकि वह विभाजनकारी नहीं समावेशी शक्ति बने।

Friends,

AI के विषय में हमारी सोच और नीति स्पष्ट होनी चाहिए। AI must expand human potential, empower human choice, and protect human dignity. हम इस अत्यंत महत्वपूर्ण विषय पर सभी पार्टनर्स के साथ संवाद और सहयोग जारी रखेंगे।

बहुत-बहुत धन्यवाद।