Emerging fields, including AI, Machine Learning, IoT, Blockchain and Big Data can take India to new heights of development and improve the quality of life of its citizens: PM
Industry 4.0 has the strength to drive irreversible positive change in India: PM Modi
Fourth Industrial revolution will help bring the required speed and scale to work being done in India: PM Modi
From ‘local solution’ to ‘global application’…We are moving ahead on this path: PM Modi
India’s contribution towards the fourth industrial revolution would leave the world stunned: PM Narendra Modi
#DigitalIndia has brought data to the villages; India has the highest mobile data consumption in the world and is also the country where data is available at the lowest price: PM

ବିଶ୍ୱ ଅର୍ଥନୈତିକ ଫୋରମର ସଭାପତି ଶ୍ରୀଯୁକ୍ତ ବୋର୍ଗେ ବ୍ରେଣ୍ଡେ, ଶିଳ୍ପ ଜଗତର ସମ୍ମାନିତ ସଦସ୍ୟ,ଦେଶବିଦେଶରୁ ଆସିଥିବା ଅନ୍ୟ ଅତିଥିଗଣ, ଆଉ ମୋର ସାଥୀଗଣ,

ଏହି ବିଶେଷ କାର୍ଯ୍ୟକ୍ରମରେ  ଯୋଗଦେବା ପାଇଁ ଆସିଥିବା ଯୋଗୁଁ ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି, କୃତଜ୍ଞତା ଜ୍ଞାପନ କରୁଛି । ମୋ ପାଇଁ ଏହା ହେଉଛି ବହୁତ ଆନନ୍ଦପ୍ରଦ ବିଷୟ କି ବିଶ୍ୱ ଅର୍ଥନୈତିକ ଫୋରମ୍ ଭାରତର ପ୍ରଥମ ଏବଂ ବିଶ୍ୱର ଚତୁର୍ଥ ଶିଳ୍ପ ବିପ୍ଳବର କେନ୍ଦ୍ରର ଶୁଭାରମ୍ଭରେ ମୋତେ ମନେ ପକାଇଛନ୍ତି । 

ସାଥୀଗଣ‘ଉଦ୍ୟୋଗ 4.0’ ଶୁଣିବା ବେଳେ ପ୍ରଥମ ଥର ଲାଗିଥାଏ କି ଆମେ ଶିଳ୍ପ ବିଷୟରେ କହୁଛୁ । କିନ୍ତୁ ଏହାର ଯେଉଁ ଅଙ୍ଗ ରହିଛି, ଏହାର ଯେଉଁ ଶକ୍ତି ଅଛି, ତାହା ମାନବ ଜୀବନର ବର୍ତ୍ତମାନ ଏବଂ ଭବିଷ୍ୟତକୁ ପରିବର୍ତ୍ତନ କରିବାର କ୍ଷମତା ରଖିଛି ।

ଆଜିର ବିଶ୍ୱ  ପରିଦୃଶ୍ୟରେ ଯେଉଁ ଭଳି ଭାବେ ହାନୀକାରକ, ଅନ୍ତସଂଯୋଗୀକରଣ ଟେକ୍ନୋଲଜିର ଉଦୟ ହେଉଛି, ତାହା ହେଉଛି ଅଭୂତପୂର୍ବ । ଭିନ୍ନ-ଭିନ୍ନ ଟେକ୍ନୋଲଜି ମଧ୍ୟରେ ସାମଞ୍ଜସ୍ୟ – ସମନ୍ୱୟ ଚତୁର୍ଥ ଶିଳ୍ପ ବିପ୍ଳବ ଅଥବା ଚତୁର୍ଥ ଔଦ୍ୟୋଗିକ ବିପ୍ଳବର ଆଧାର ହେଉଛି । ଏହି ଟେକ୍ନୋଲଜିର ଭିନ୍ନ – ଭିନ୍ନ ଦିଗ, ସମଗ୍ର ଦୁନିଆରେ, ପ୍ରତ୍ୟେକ ସ୍ତର, ପ୍ରତ୍ୟେକ ସମାଜରେ ଲୋକମାନଙ୍କର ରହିବା ଶୈଳୀ, କାମ କରିବାର ଶୈଳୀ, ବାର୍ତ୍ତାଳାପର ଶୈଳୀ, ଲଗାତାର ଭାବେ ପରିବର୍ତ୍ତିତ ହେଉଛି ।

ଏଭଳି ପରିସ୍ଥିତି ଗୁଡ଼ିକରେ ସାନଫ୍ରାନସିସକୋ, ଟୋକିଓ ଏବଂ ବେଜିଂ ପରେ ଏବେ ଭାରତରେ ଏହି ମହତ୍ୱପୂର୍ଣ୍ଣ କେନ୍ଦ୍ରର ଉଦ୍ଘାଟନ, ଭବିଷ୍ୟତର ଅପାର ସମ୍ଭାବନା ଗୁଡ଼ିକର ଦ୍ୱାର ଉନ୍ମୁକ୍ତ କରୁଛି । ମୁଁ ବିଶ୍ୱ ଅର୍ଥନୈତିକ ଫୋରମକୁ ଏହି ଶୁଭାରମ୍ଭ ପାଇଁ ବହୁତ – ବହୁତ ଶୁଭେଚ୍ଛା ଏବଂ ଧନ୍ୟବାଦ ଦେଉଛି ।

ଚତୁର୍ଥ ଶିଳ୍ପ ବିପ୍ଳବକୁ କିଭଳି ଭାବେ ବିସ୍ତାର ମିଳୁଛି, କିଭଳି ଏହା ସମଗ୍ର ଦୁନିଆରେ ନିଜର ପ୍ରଭାବ ଦେଖାଉଛି, ଏହା ଆପଣ ମାନେ ସମସ୍ତେ ଜାଣନ୍ତି । ଆପଣମାନେ ହେଉଛନ୍ତି ଏହାର ବିଶେଷଜ୍ଞ,ଏହାର ସୂକ୍ଷ୍ମତାକୁ ବୁଝିଛନ୍ତି ।

ଏହାର ମହାନତାରୁ ଆଗକୁ ଅଗ୍ରସର ହୋଇ ଆଜି ଆମ ସମସ୍ତଙ୍କ ପାଇଁ ଏହାକୁ ବୁଝିବା ହେଉଛି ବହୁତ ଆବଶ୍ୟକ, କି ଏହି ବିପ୍ଳବ ଭାରତ ପାଇଁ କାହିଁକି ହେଉଛି ମହତ୍ୱପୂର୍ଣ୍ଣ ଆଉ କାହିଁକି ଭାରତ ପାଖରେ ଆଜି ସଂପୂର୍ଣ୍ଣ ସାମର୍ଥ୍ୟ ରହିଛି ଏହି ବିପ୍ଳବର ସଂପୂର୍ଣ୍ଣ ଲାଭ ଉଠାଇବା ପାଇଁ, ଏହା ସହିତ ଜଡ଼ିତ ସମସ୍ତ ଟେକ୍ନୋଲଜିକୁ ସଂପୂର୍ଣ୍ଣ କ୍ଷମତାର ସହିତ ଲାଗୁ କରିବା ପାଇଁ ।

କୃତ୍ରିମ ଧୀଶକ୍ତି, ମେସିନ ଲର୍ଣ୍ଣିଂ, ଇଣ୍ଟରନେଟ ଅଫ୍ ଥିଙ୍ଗସ୍, ବ୍ଲକ ଚେନ୍, ବିଗ୍ ଡାଟା ଏବଂ ଏଭଳି ସମସ୍ତ ନୂତନ ଟେକ୍ନୋଲଜିରେ ଭାରତର ବିକାଶକୁ ନୂତନ ଶିଖରକୁ ନେଇ ଯିବା, ରୋଜଗାରର ଲକ୍ଷ-ଲକ୍ଷ ନୂତନ ସୁଯୋଗ ସୃଷ୍ଟି କରିବା ଏବଂ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନକୁ ଉନ୍ନତ କରିବାର କ୍ଷମତା ରହିଛି ।

ଭାରତର ଯୁବ ଶକ୍ତି, ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ତାହାର ଦଶକ ଦଶକ ଧରି ଥିବା ଅନୁଭବ, ଷ୍ଟାର୍ଟ-ଅପ୍ ର ଜୀବନ୍ତ ଓ ସକ୍ରିୟ ବାତାବରଣ, ଏହି କ୍ଷମତାକୁ ଆହୁରି ଅଧିକ ବୃଦ୍ଧି କରୁଛି ।

ଆଜି ଯେତେବେଳେ ଭାରତ, ନିଉ ଇଣ୍ଡିଆର ସଂକଳ୍ପ ସହିତ ଆଗକୁ ବଢ଼ୁଛି, ନିଜର ସାମର୍ଥ୍ୟ ଏବଂ ସଂସାଧନ ଗୁଡ଼ିକୁ ସୁଦୃଢ଼ କରୁଛି, ତ ତାହାକୁ ଚତୁର୍ଥ ଶିଳ୍ପ ବିପ୍ଳବର ସହଯୋଗ ମିଳିବା, ଏହା ସୁବର୍ଣ୍ଣ ସୁଯୋଗ ବା ପର୍ଯ୍ୟାପ୍ତ ଅବସର ମିଳିବା ଭଳି ହୋଇ ଯାଇଛି ।

ଭାରତ ଏହାକୁ କେବଳ ଉଦ୍ୟୋଗରେ ପରିବର୍ତ୍ତନ ଭାବରେ ନୁହେଁ, ବରଂ ଏହାକୁ ସାମାଜିକ ପରିବର୍ତ୍ତନର ଆଧାର ଭାବେ ଦେଖୁଛି । ଉଦ୍ୟୋଗ ହେଉଛି ଗୋଟିଏ ମଂଚ, ଉତ୍ପାଦନ ହେଉଛି ଏକ ପ୍ରକ୍ରିୟା, ଏବଂ ଟେକ୍ନୋଲଜି ହେଉଛି ଗୋଟିଏ କୌଶଳ, କିନ୍ତୁ ଏହାର ଅନ୍ତିମ ଲକ୍ଷ୍ୟ ହେଉଛି ସମାଜର ଶେଷ ଧାଡ଼ିରେ ବସିଥିବା ବ୍ୟକ୍ତିଙ୍କ ଜୀବନକୁ ସହଜ କରିବା, ତା’ ମଧ୍ୟରେ ପରିବର୍ତ୍ତନ ଆଣିବା ।

ସାଥୀଗଣ, ମୁଁ ‘ଉଦ୍ୟୋଗ 4.0’ ମଧ୍ୟରେ ସେହି ଶକ୍ତି ଦେଖୁଛି, ଯାହା ସାମାଜିକ ଏବଂ ଆର୍ଥିକ ବ୍ୟବସ୍ଥା ସହିତ ଜଡ଼ିତ ଅନେକ ଦୁର୍ବଳତାକୁ ସଦା ସର୍ବଦା ପାଇଁ ଶେଷ କରିଦେବ, ଭାରତରେ ଏକ ଅପରିବର୍ତ୍ତନୀୟ ସକରାତ୍ମକ ପରିବର୍ତ୍ତନ ଆଣିପାରିବ ।

ମୋର ଦୃଢ଼ ବିଶ୍ୱାସ ରହିଛି କି ‘ଉଦ୍ୟୋଗ 4.0’ ର ବ୍ୟବହାର କରି ଭାରତର ଦାରିଦ୍ର୍ୟକୁ ଶେଷ କରାଯାଇ ପାରିବ । ଦେଶର ଗରିବ, ବଂଚିତ ବର୍ଗଙ୍କୁ, ସମାଜର ଉପେକ୍ଷିତ ବର୍ଗଙ୍କ ଜୀବନକୁ ଉନ୍ନତ କରାଯାଇ ପାରିବ । ଭାରତ ଭଳି ବିଶାଳ ଏବଂ ବିବିଧତାରେ ପରିପୂର୍ଣ୍ଣ ଦେଶରେ ଯେଉଁ ଗତି ଏବଂଅଧିକରୁ ଅଧିକ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି, ସେଥିରେ ଏହି ବିପ୍ଳବ ଆମକୁ ବିଶେଷ ଭାବେ ସାହାଯ୍ୟ କରିବ ।

ସାଥୀଗଣମୂଳଦୁଆ ବିନା କୌଣସି ଅଟ୍ଟାଳିକା ଠିଆ ହୋଇ ପାରିବ ନାହିଁ । ‘ଉଦ୍ୟୋଗ 4.0’ ର ସଫଳତା ମଧ୍ୟ ଏହା ଉପରେ ନିର୍ଭର କରୁଛି କି କେଉଁ ଦେଶରେ ଏଥିପାଇଁ ଆବଶ୍ୟକ ମୂଳଦୁଆ ପ୍ରସ୍ତୁତ କରାଯାଇଛି, ସବୁଠାରୁ ସୁଦୃଢ଼ କରାଯାଇଛି । ଆଜି ମୁଁ ଗର୍ବିତ ଯେ ବିଗତ ଚାରି – ସାଢ଼େ ଚାରି ବର୍ଷ ମଧ୍ୟରେ ଆମ ସରକାର ଚତୁର୍ଥ ଶିଳ୍ପ ବିପ୍ଳବ ପାଇଁ ଭାରତକୁ ପ୍ରସ୍ତୁତ କରିବାରେ ବଡ଼ ସଫଳତା ହାସଲ କରିଛନ୍ତି । ମୋର ଏହି ଆତ୍ମବିଶ୍ୱାସ ପଛରେ, ଏହି ଉତ୍ସାହ ପଛରେ ଯେଉଁ କାରଣ ରହିଛି, ତାହାକୁ ମଧ୍ୟ ମୁଁ ଆପଣମାନଙ୍କ ସମ୍ମୁଖରେ ବିସ୍ତୃତ ଭାବେ ଉପସ୍ଥାପନ କରିବାକୁ ଚାହୁଁଛି ।

ଭାଇ ଓ ଭଉଣୀମାନେ, ‘ଉଦ୍ୟୋଗ 4.0’ରୁ କେବଳ ଗୋଟିଏ ଶବ୍ଦ ବାହାର କରି ଦିଅନ୍ତୁ, ତ ତାହାର କୌଣସି ଅର୍ଥ ରହିବ ନାହିଁ । ଏହି ଶବ୍ଦ ହେଉଛି ଡିଜିଟାଲ । କିନ୍ତୁ ଏହି ଶବ୍ଦ ଆଜିର ପରିବର୍ତ୍ତିତ ଭାରତ ପାଇଁ ହେଉଛି ବଡ଼ ପରିଚୟ । ଡିଜିଟାଲ ଇଣ୍ଡିଆ ଅଭିଯାନ ଡାଟାକୁ ଭାରତର ଗାଁ – ଗାଁ ପର୍ଯ୍ୟନ୍ତ ପହଂଚାଇ ଦେଇଛି ।

ବିଗତ ଚାରି – ସାଢ଼େ ଚାରି ବର୍ଷ ମଧ୍ୟରେ ଦେଶର ଦୂର ସଂଚାର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ପୂର୍ବ ତୁଳନାରେ 6 ଗୁଣ ଅଧିକ ନିବେଶ କରିଛନ୍ତି ।

ସାଥୀଗଣ,

• 2014ରେ ଭାରତର 61 କୋଟି ଲୋକମାନଙ୍କ ପାଖରେ ଡିଜିଟାଲ ପରିଚୟ ଥିଲା । ଆଜି ଭାରତର 120 କୋଟିରୁ ଅଧିକ ଲୋକଙ୍କ ପାଖରେ ଆଧାର କାର୍ଡ ରହିଛି, ନିଜର ଡିଜିଟାଲ ପରିଚୟ ରହିଛି ।

• 2014ରେ ଭାରତର 8 ଲକ୍ଷରୁ କମ୍ ମୋବାଇଲ ଆଧାରିତ ଟ୍ରାନ୍ସିୱର ଷ୍ଟେସନ ଥିଲା । ଆଜି ତାହାର ସଂଖ୍ୟା 18 ଲକ୍ଷରୁ ଅଧିକ ହୋଇ ଯାଇଛି ।

• 2014ରେ ଭାରତରେ ମୋଟାମୋଟି ଭାବେ ଟେଲି – ସାନ୍ଧ୍ରତା 75 ପ୍ରତିଶତ ଥିଲା । ଆଜି ଏହା ବୃଦ୍ଧି ପାଇ 93 ପ୍ରତିଶତରୁ ଅଧିକ ହୋଇ ଯାଇଛି ।

• 2014ରେ ଭାରତରେ ମୋବାଇଲ ଇଂଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା 23 କୋଟି ଥିଲା । ଆଜି ଏହା ବୃଦ୍ଧି ପାଇ ଦୁଇ ଗୁଣରୁ ଅଧିକ, ଅର୍ଥାତ ପ୍ରାୟ 50 କୋଟି ପର୍ଯ୍ୟନ୍ତ ପହଂଚିଯାଇଛି ।

• ଭାରତରେ ବିଗତ 4 ବର୍ଷ ମଧ୍ୟରେ ଇଂଟରନେଟ ପରିସର 75 ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ଏହି ବର୍ଷ ଗୁଡିକ ମଧ୍ୟରେ ଭାରତ ସରକାର ତିନି ଲକ୍ଷ କିଲୋମିଟରରୁ ଅଧିକ ଅପ୍ଟିକାଲ ଫାଇବର ବିଛାଇଛନ୍ତି ।

ଏହାର ପରିଣାମ ହେଉଛି କି 2014 ପୂର୍ବରୁ ଯେତେବେଳେ କେବଳ ଦେଶର 59 ପଂଚାୟତ ହିଁ ଅପ୍ଟିକାଲ ଫାଇବର ସହିତ ଜଡ଼ିତ ଥିଲା, ଆଜି ଏକ ଲକ୍ଷରୁ  ଅଧିକ ପଂଚାୟତ ପର୍ଯ୍ୟନ୍ତ ଅପ୍ଟିକାଲ ଫାଇବର ପହଂଚି ସାରିଛି । ବହୁତ ଶୀଘ୍ର ଆମେ ଦେଶର ସମସ୍ତ ଅଢ଼େଇ ଲକ୍ଷ ପଂଚାୟତକୁ ଏହି ଅପ୍ଟିକାଲ ଫାଇବର ଦ୍ୱାରା ଯୋଡ଼ିବାର ଲକ୍ଷ୍ୟ ପ୍ରାପ୍ତ ହେବ ।

ସାଥୀଗଣ, 2014ରେ ଦେଶରେ କେବଳ 83 ହଜାର ସାଧାରଣ ସେବା କେନ୍ଦ୍ର ରହିଥିଲା । ଆଜି ଭାରତରେ 3 ଲକ୍ଷରୁ ଅଧିକ ସାଧାରଣ ସେବା କେନ୍ଦ୍ର କାର୍ଯ୍ୟ କରୁଛି । ଦେଶର ଗ୍ରାମୀଣ ଅଂଚଳରେ,ଦୂର-ଦୂରାନ୍ତରେ ଥିବା ଅଂଚଳମାନଙ୍କରେ ସରକାର 32 ହଜାରରୁ ଅଧିକ ୱାଇ-ଫାଇ ହଟ୍ ସ୍ପଟ୍ ଯୋଗାଇ ଦେବା ଉପରେ କାର୍ଯ୍ୟ କରୁଛନ୍ତି ।

ଡିଜିଟାଲ ଇଣ୍ଡିଆ ଅଭିଯାନ ବିଗତ 4 ବର୍ଷ ମଧ୍ୟରେ ଭାରତୀୟମାନଙ୍କର ଜୀବନର ବଂଚିବାର ଶୈଳୀକୁ ପରିବର୍ତ୍ତନ କରି ଦେଇଛି । ସାଥୀଗଣ, ଏହି ସମସ୍ତ ହିଁ ହେଉଛି ‘ଉଦ୍ୟୋଗ 4.0’ର ପରିଣାମ କି

• 2014ରେ ଜଣେ ଭାରତୀୟ ନାଗରିକ ଯେତିକି ମୋବାଇଲ ଡାଟା ବ୍ୟବହାର କରୁଥିଲା,ଆଜି ସେ 30 ଗୁଣରୁ ମଧ୍ୟ ଅଧିକ ମୋବାଇଲ ଡାଟା ବ୍ୟବହାର କରୁଛି ।

• ଏହା ମଧ୍ୟ ହେଉଛି ଆଶ୍ଚର୍ଯ୍ୟଜନକ ଯେ ଆଜି ଯେତେବେଳେ ସମଗ୍ର ଦୁନିଆରେ ସବୁଠାରୁ ଅଧିକ ମୋବାଇଲ ଡାଟାର ଉପଯୋଗ କେବଳ ଭାରତରେ ହିଁ ହେଉଛି, ସେହିପରି ସମଗ୍ର ଦୁନିଆରେ ସବୁଠାରୁ ଶସ୍ତା ଡାଟା ମଧ୍ୟ ଭାରତରେ ଉପଲବ୍ଧ ହେଉଛି ।

• ଏହି କାରଣରୁ 2014 ପରେ ଭାରତରେ ମୋବାଇଲ ଡାଟାର ମୂଲ୍ୟରେ 90 ପ୍ରତିଶତରୁ ଅଧିକ ହ୍ରାସ ପାଇଛି ।

ସାଥୀଗଣ, ଏଭଳି ଅଭିବୃଦ୍ଧିର କାହାଣୀ ଦୁନିଆରେ କୌଣସି ଦେଶରେ ଶୁଣିବାକୁ ମିଳିବ ନାହିଁ । ଭାରତର ଏହି ସଫଳତାର କାହାଣୀ ହେଉଛି ଅପ୍ରତ୍ୟାଶିତ ।  

ଆଜି ଭାରତ ଦୁନିଆରେ ସବୁଠାରୁ ବିଶାଳ ଡିଜିଟାଲ ଭିତ୍ତିଭୂମି ଥିବା ଭଳି ଦେଶ ମଧ୍ୟରୁ ହେଉଛି ଗୋଟିଏ । ଆଧାର, ଏକୀକୃତ ଦେୟ ଅନ୍ତଃସଂଯୋଗ ଅର୍ଥାତ ୟୁପିଆଇ, ଇ-ସାଇନ୍, ଇ-ଜାତୀୟ କୃଷି ବଜାର ଅର୍ଥାତ ଇ-ନାମ, ସରକାରୀ ଇ-ବଜାରସ୍ଥଳୀ (ଜେମ୍), ଡିଜିଲକର୍ ଭଳି ଅନନ୍ୟ ଅନ୍ତଃସଂଯୋଗ, ଭାରତକୁ କୃତ୍ରିମ ଧୀଶକ୍ତି ମାଧ୍ୟମରେ ଟେକ୍ନୋଲଜି ନେତୃତ୍ୱ ନେବାରେ ସହାୟତା କରୁଛନ୍ତି । ଏହି କାରଣରୁ ଅଧିକରୁ ଅଧିକ ଲୋକ, ଦ୍ରୁତ ଗତିରେ ଡିଜିଟାଲ ଟେକ୍ନୋଲଜି ସହିତ ଯୋଡ଼ି ହେଉଛନ୍ତି ।

ଭାରତର ଡିଜିଟାଲ ଭିତ୍ତିଭୂମି ଦେଶରେ ସ୍ମାର୍ଟ ଆପ୍ ପାଇଁ ମଧ୍ୟ ଏହି ମଂଚରେ ନବସୃଜନ କରିବାର ସୁଯୋଗ ଦେଇଛି । ଏହି ନବସୃଜନ ଦେଶର ଏମଏସଏମଇ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ବହୁତ କାର୍ଯ୍ୟ କରୁଛନ୍ତି ।

ସାଥୀଗଣ, ଭାରତରେ କୃତ୍ରିମ ଧୀଶକ୍ତିସଂକ୍ରାନ୍ତ ଗବେଷଣା ସହିତ ଜଡ଼ିତ ଉପଯୁକ୍ତ ବାତାବରଣ ପ୍ରସ୍ତୁତ କରିବା ଦିଗରେ ଜାତୀୟ କାର୍ଯ୍ୟଖସଡ଼ା କିଛି ମାସ ପୂର୍ବରୁ ହିଁ ପ୍ରସ୍ତୁତ କରାଯାଇ ସାରିଛି । ‘ସମସ୍ତଙ୍କର ସହିତ – ସମସ୍ତଙ୍କର ବିକାଶ’ର ଦୃଷ୍ଟିଭଙ୍ଗୀରେ ଚାଲି ଏଭଳି ‘ସମସ୍ତଙ୍କ ପାଇଁ କୃତ୍ରିମ ଧୀଶକ୍ତି’ର ନାମ ଦିଆ ଯାଇଛି ।

କିପରି ଗବେଷଣା ଇକୋ ସିଷ୍ଟମ ପ୍ରସ୍ତୁତ କରାଯିବ, ଗ୍ରହଣଯୋଗ୍ୟକୁ ପୋତ୍ସାହନ ଦିଆଯିବ, କୌଶଳ କ୍ଷେତ୍ରରେ ଥିବା ଆହ୍ୱାନର ମୁକାବିଲା କରାଯିବ, ଏହି ସମସ୍ତ ମହତ୍ୱପୂର୍ଣ୍ଣ ବିଷୟରେ ଏଥିରେ ବିସ୍ତୃତ ଭାବେ ଚର୍ଚ୍ଚା କରାଯାଇଛି । ସେହି କ୍ଷେତ୍ର ଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦିଆ ଯାଇଛି ଯାହା ଭାରତୀୟ ଜନ ମାନସ ସହିତ ସିଧା ସଳଖ ଯୋଡ଼ି ହୋଇଛି । ଯେପରିକି କୃଷି, ସ୍ୱାସ୍ଥ୍ୟ ଏବଂ ଶିକ୍ଷା । ଏହି କ୍ଷେତ୍ରଗୁଡ଼ିକରେ ସରକାରଙ୍କ ଦ୍ୱାରା ଅନେକ ପାଇଲଟ ପ୍ରକଳ୍ପ ଉପରେ କାମ ଆରମ୍ଭ କରାଯାଇ ସାରିଛି । ଏହି ଶୃଙ୍ଖଳାରେ ବିଗତ ଦିନରେ ମୋବିଲିଟି ଉପରେ ଏକ ବଡ଼ ସମ୍ମିଳନୀ ମଧ୍ୟ ହୋଇଛି ।

ସାଥୀଗଣ,  ମୁମ୍ବାଇରେ ବିଶ୍ଵ ଅର୍ଥନୈତିକ ମଞ୍ଚର ଏହି ନୂତନ କେନ୍ଦ୍ର ଏହି ଶୃଙ୍ଖଳକୁ ଆହୁରି ସୁଦୃଢ଼ କରିବାର କାର୍ଯ୍ୟ କରିବ । ଏହି କେନ୍ଦ୍ର ସମସ୍ତଙ୍କ ସହିତ – ସମସ୍ତଙ୍କର ବିକାଶ ଦିଗରେ କରାଯାଉଥିବା ପ୍ରୟାସ ଗୁଡ଼ିକ ପାଇଁ ପ୍ରେରଣା ଏବଂ ପରିପୂରକ ଭଳି କାର୍ଯ୍ୟ କରିବ ।

ଏହି କେନ୍ଦ୍ର ନୂଅ-ନୂଆ ଉଦୀୟମାନ ଟେକ୍ନୋଲଜିର ଚତୁଃଦିଗରେ ସରକାରଙ୍କର ନୀତି ଗୁଡ଼ିକୁ ଡିଜାଇନ୍ କରିବାରେ ସାହାଯ୍ୟ କରିବ । ଏହି କେନ୍ଦ୍ର ଭାରତର ସରକାରୀ କ୍ଷେତ୍ର, ଘରୋଇ କ୍ଷେତ୍ର,ବିଭିନ୍ନ ରାଜ୍ୟ ସରକାରଙ୍କର କାର୍ଯ୍ୟରେ ନୂତନ ଚେତନା ଜାଗ୍ରତ କରିବାରେ, ‘ଉଦ୍ୟୋଗ 4.0’ ର ନୂତନ ଦିଗ ଗୁଡ଼ିକୁ ଆଗକୁ ନେଇ ଯିବାରେ ସାହାଯ୍ୟ କରିବ ।

ମୋତେ ଅବଗତ କରାଯାଇଛି କି ମହାରାଷ୍ଟ୍ର ସରକାରଙ୍କ ସହିତ ଏହି କେନ୍ଦ୍ର ଡ୍ରୋନ୍ସ ଏବଂ ଇଂଟରନେଟ ଅଫ୍ ଥିଙ୍ଗସ୍ ମାଧ୍ୟମରେ ସରକାରୀ ସେବା ଗୁଡ଼ିକରେ ସଂସ୍କାର ଆଣିବା ପାଇଁ ଏକ ପ୍ରକଳ୍ପ ଉପରେ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ଏଥିପାଇଁ ମୁଁ ଏଠାରେ ଉପସ୍ଥିତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଉଛି । ମୋର ବିଶ୍ୱାସ ରହିଛି କି ଆଗାମୀ ସମୟରେ ପ୍ରତ୍ୟେକ ରାଜ୍ୟରେ ଏଭଳି ଅନେକ ପରିଯୋଜନା ଆରମ୍ଭ ହେବ ।

ସାଥୀଗଣ, ଭାରତରେ ‘ଉଦ୍ୟୋଗ 4.0’ ସୁଦୃଢ଼ ହେବା ଯୋଗୁଁ କୃତ୍ରିମ ଧୀଶକ୍ତିର ବିସ୍ତାର ଦ୍ୱାରା,ଯେଉଁଠି ଗୋଟିଏ ପଟେ ଦେଶର ଲୋକମାନଙ୍କୁ ସ୍ୱାସ୍ଥ୍ୟ ସହିତ ଜଡ଼ିତ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ମିଳିବ,ସେଠାରେ ଚିକିତ୍ସା ଉପରେ ହେବାକୁ ଥିବା ଖର୍ଚ୍ଚ ମଧ୍ୟ କମ୍ ହେବ ।

କୃଷି କ୍ଷେତ୍ରରେ ଏହାର ସମ୍ପ୍ରସାରଣ ହେବା ଦ୍ୱାରା ଗୋଟିଏ ପଟେ କୃଷକମାନଙ୍କର ଉତ୍ପାଦନ ବୃଦ୍ଧି ହେବ, ଶସ୍ୟ ନଷ୍ଟ ହେବା ବନ୍ଦ ହେବ ତ ଅନ୍ୟ ପଟେ ସେମାନଙ୍କର ଆୟ ପରିମାଣ ମଧ୍ୟ ବୃଦ୍ଧି ହେବ । ଏହି କୌଶଳ ଭାରତର କୃଷକ ମାନଙ୍କୁ ପାଣିପାଗ, ଫସଲ ଏବଂ ବିହନ ବୁଣିବା ଚକ୍ର ସମ୍ବନ୍ଧରେ ସଠିକ ନିଷ୍ପତି ନେବାରେ ସାହାଯ୍ୟ କରି ପାରିବ ।

ଏହା ସ୍ମାର୍ଟ ସିଟି ଏବଂ ଭାରତରେ ଏକବିଂଶ ଶତାବ୍ଦୀର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହିତ ଦେଶର ଗାଁ-ଗାଁ ପର୍ଯ୍ୟନ୍ତ ସଂଯୋଗ ବୃଦ୍ଧି କରିବାରେ ହିଁ ସାହାଯ୍ୟ କରି ପାରିବ ।

ସ୍ମାର୍ଟ ମୋବିଲିଟି ଠାରୁ ନେଇ ପରିବହନ ପର୍ଯ୍ୟନ୍ତ ଆଉ ସହର ମାନଙ୍କୁ ଭିଡ଼ ଜନିତ ସମସ୍ୟାରୁ ମୁକ୍ତି ଦେବା ପାଇଁ ମଧ୍ୟ ନୂଆ ଟେକ୍ନୋଲଜି ଦ୍ୱାରା ଭାରତକୁ ସହାୟତା ମିଳି ପାରିବ ।

ଆମ ଦେଶ ହେଉଛି ବିଭିନ୍ନ ଭାଷାର ବିବିଧତାରେ ସମ୍ପନ୍ନ । କୃତ୍ରିମ ଧୀଶକ୍ତିର ସାହାଯ୍ୟ ଫଳରେ ଭିନ୍ନ-ଭିନ୍ନ ଭାଷାଗୁଡ଼ିକ ମାଧ୍ୟମରେ ବିଚାର ଧାରାର ଆଦାନ-ପ୍ରଦାନ ଆହୁରି ଅଧିକ ସହଜ ହୋଇ ପାରିବ ।

ଏମିତି ମଧ୍ୟ ଭାରତରେ ମୋର ଦିବ୍ୟାଙ୍ଗ ଭାଇ ଭଉଣୀଙ୍କର ସାମର୍ଥ୍ୟକୁ ଆହୁରି ଅଧିକ ସୁଦୃଢ଼ କରିବାରେ, ସେମାନଙ୍କ ଜୀବନରେ ଆସୁଥିବା ସମସ୍ୟା ଗୁଡ଼ିକୁ ହ୍ରାସ କରିବାରେ ମଧ୍ୟ ଏହି କୃତ୍ରିମ ଧୀଶକ୍ତିର ବହୁତ ବଡ଼ ଭୂମିକା ରହିଛି, ତାହାର ଅନେକ ଉପଯୋଗ ହେଉଛି ।

ସାଥୀଗଣ, ଏ ସମସ୍ତ ପ୍ରମୁଖ ବିଷୟରେ, ଭିନ୍ନ-ଭିନ୍ନ ସ୍ତରରେ ଭାରତରେ କାର୍ଯ୍ୟ ପ୍ରାରମ୍ଭ ହୋଇ ସାରିଛି । ଏହି କାର୍ଯ୍ୟ ଗୁଡ଼ିକ ମଧ୍ୟରେ ‘ଭାରତ ପାଇଁ ସମାଧାନ, ବିଶ୍ୱ ପାଇଁ ସମାଧାନ’ର ଲକ୍ଷ୍ୟ ମଧ୍ୟ ସମାହିତ ହୋଇ ରହିଛି ।

ଆମେ ସ୍ଥାନୀୟ ପରିସ୍ଥିତିରୁ ବିଶ୍ୱସ୍ତରୀୟ ଉପଯୋଗ ଆଡ଼କୁ ମଧ୍ୟ ଅଗ୍ରସର ହେଉଛେ । ଏଥିରେ ଆଉ ଏକ ଟେକ୍ନୋଲଜିର ଭୂମିକା ହେଉଛି ଗୁରୁତ୍ୱପୂର୍ଣ୍ଣ । ଏହା ହେଉଛି ବ୍ଲକ୍ ଚେନ୍ । ଏହି ଟେକ୍ନୋଲଜି‘ସର୍ବନିମ୍ନ ସରକାର – ସର୍ବାଧିକ ପ୍ରଶାସନ’ ନେଇ ସରକାରଙ୍କର ଦୃଷ୍ଟିଭଙ୍ଗୀ ସହିତ ଯୋଡ଼ି ହେଉଛି,ତାହାକୁ ଆଗକୁ ବଢ଼ାଉଛି ।

ଏହା ସାହାଯ୍ୟରେ ସ୍ୱ-ଶାସନ ଏବଂ ସ୍ୱୟଂ-ପ୍ରମାଣନକୁ ଆହୁରି ସଂପ୍ରସାରଣ କରାଯାଉଛି ଏବଂ ଭବିଷ୍ୟତର ସମ୍ଭାବନା ଗୁଡ଼ିକୁ ଖୋଜା ଯାଉଛି ।

ସମସ୍ତ ସରକାରୀ ପ୍ରକ୍ରିୟାରୁ, ଦ୍ୱନ୍ଦ, ପ୍ରତିବନ୍ଧକଗୁଡ଼ିକୁ ଏହା ସାହାଯ୍ୟରେ ଦୂର କରାଯାଇ ପାରୁଛି । ଏହି ପ୍ରକ୍ରିୟା ଗୁଡ଼ିକରେ ସୁଧାର ଆଣିବା ଦ୍ୱାରା ପାରଦର୍ଶୀତା ମଧ୍ୟ ବୃଦ୍ଧି ହେବ, ଭ୍ରଷ୍ଟାଚାର କମ୍ ହେବ,ଅପରାଧ କମ୍ ହେବ ଆଉ ଏ ସବୁର ସିଧା ସଳଖ ପ୍ରଭାବ ଭାରତର ନାଗରିକମାନଙ୍କର ସହଜରେ ସହାବସ୍ଥାନ ଉପରେ ପଡ଼ିବ ।

ସାଥୀଗଣ, ବ୍ଲକ୍ ଚେନ୍ ଟେକ୍ନୋଲଜିର ବିସ୍ତାର ଯୋଗୁଁ, ଭାରତର ସହଜରେ ବ୍ୟବସାୟ କରିବାରମାନ୍ୟତାରେ ବହୁତ ଉପରକୁ ଆଣିବାର ମଧ୍ୟ କ୍ଷମତା ରଖେ । ସରକାରଙ୍କର ସମସ୍ତ ସେବା, ପ୍ରାକୃତିକ ସଂସାଧନର ପରିଚାଳନା, ସମ୍ପତ୍ତିର ପଞ୍ଜିକରଣ, ନିର୍ମାଣ, ଶକ୍ତି ସଂଯୋଗ, ଯେତେଗୁଡ଼ିଏ କାର୍ଯ୍ୟକୁ ହିଁ ଏହା ସାହାଯ୍ୟରେ ଆହୁରି ଦ୍ରୁତ ଗତିରେ କରାଯାଇ ପାରିବ ।

ଏହାକୁ ବୁଝି ଭାରତରେ ବ୍ଲକ୍ ଚେନ୍ ଉପରେ ମଧ୍ୟ ରାଷ୍ଟ୍ରୀୟ ରଣନୀତି ପ୍ରସ୍ତୁତ କରିବା ପାଇଁ ଦ୍ରୁତ ଗତିରେ କାମ ହେଉଛି । ଏଥିରେ ତାହାକୁ ମୁମ୍ବାଇରେ ବିଶ୍ଵ ଅର୍ଥନୈତିକ ମଞ୍ଚର ନୂତନ କେନ୍ଦ୍ରରୁ ମଧ୍ୟ ସାହାଯ୍ୟ ମିଳିବାକୁ ଯାଉଛି । ମୁଁ ଆପଣମାନଙ୍କୁ ଏହା ମଧ୍ୟ ସୂଚନା ଦେବାକୁ ଚାହୁଁଛି କି ଭାରତ ଖୁବ ଶୀଘ୍ର ନିଜର ଡ୍ରୋନ୍ସ ନୀତି ବିଷୟରେ ମଧ୍ୟ ଘୋଷଣା କରିବାକୁ ଯାଉଛି ।

ଯେତେବେଳେ ପ୍ରଥମ ଶିଳ୍ପ ବିପ୍ଳବ ହୋଇଥିଲା, ତ ଭାରତ ପରାଧୀନ ଥିଲା । ଯେତେବେଳେ ଦ୍ୱିତୀୟ ଶିଳ୍ପ ବିପ୍ଳବ ହୋଇଥିଲା, ସେତେବେଳେ ମଧ୍ୟ ଭାରତ ପରାଧୀନ ଥିଲା । ଯେତେବେଳେ ତୃତୀୟ ଶିଳ୍ପ ବିପ୍ଳବ ହୋଇଥିଲା, ତ ଭାରତ ସ୍ୱାଧୀନତା ପରେ ଆସିଥିବା ଆହ୍ୱାନ ଗୁଡ଼ିକୁ ମୁକାବିଲା କରିବା ପାଇଁ ହିଁ ସଂଘର୍ଷ କରୁଥିଲା । କିନ୍ତୁ ଏବେ ଏକବିଂଶ ଶତାବ୍ଦୀର ଭାରତ ବଦଳି ଯାଇଛି ।

ମୁଁ ଆଜି ପୂର୍ଣ୍ଣ ବିଶ୍ୱାସର ସହିତ, ନିଜ ଦେଶର 130 କୋଟି ଲୋକଙ୍କର ସାମର୍ଥ୍ୟ ଦ୍ୱାରା କହୁଛି କି ଭାରତ ଚତୁର୍ଥ ଶିଳ୍ପ ବିପ୍ଳବର ଲାଭରୁ ବଂଚିତ ହୋଇ ରହିବ ନାହିଁ । ବରଂ ମୁଁ ମାନୁଛି କି, ଚତୁର୍ଥ ଶିଳ୍ପ ବିପ୍ଳବରେ ଭାରତର ଯୋଗଦାନ, ସଂପୂର୍ଣ୍ଣ ବିଶ୍ୱକୁ ଚକିତ କରିବା ଭଳି ହେବ । ଅଭୂତପୂର୍ବ – ଅପ୍ରତ୍ୟାଶିତ – ଅକଳ୍ପନୀୟ ଯୋଗଦାନ ।

ଆମର ବିବିଧତା, ଆମର ଜନସାଂଖୀୟ କ୍ଷମତା, ଦ୍ରୁତ ଅଭିବୃଦ୍ଧି ବଜାରର ଆକାର ଏବଂ ଡିଜିଟାଲ ଭିତ୍ତିଭୂମି, ଭାରତକୁ ଗବେଷଣା ଏବଂ ଉନ୍ନୟନର ଏକ ବୈଶ୍ଵିକ କେନ୍ଦ୍ର ଭାବେ ପ୍ରସ୍ତୁତ କରିବାର କ୍ଷମତା ରଖିଛି । ଭାରତରେ ହେବାକୁ ଥିବା ନବସୃଜନର ଲାଭ ସଂପୂର୍ଣ୍ଣ ଦୁନିଆକୁ ମିଳିବ, ସଂପୂର୍ଣ୍ଣ ମାନବଜାତିକୁ ମିଳିବ ।

ସାଥୀଗଣ, ଆଜି ଏହି ମଂଚରେ ମୁଁ ଆଉ ଏକ ମହତ୍ୱପୂର୍ଣ୍ଣ ବିଷୟ ଉପରେ ନିଜର ମତାମତ ରଖିବାକୁ ଚାହୁଁଛି । କିଛି ଲୋକ ଚିନ୍ତା କରନ୍ତି କି ଟେକ୍ନୋଲଜିର ଏହି ଉତ୍ଥାନ, ରୋଜଗାରକୁ କମ୍ କରିଦେବ । କିନ୍ତୁ ପ୍ରକୃତ ସତ୍ୟ ଏହା ଯେ ମାନବ ଜୀବନର ଯେଉଁ ସବୁ ବାସ୍ତବିକତାକୁ ଆମେମାନେ ଆଜି ପର୍ଯ୍ୟନ୍ତ ଛୁଇଁ ପାରିନେ, ତାହା ଦ୍ୱାରା ଏବେ ‘ଉଦ୍ୟୋଗ 4.0’ ର ଦ୍ୱାର ଉନ୍ମୁକ୍ତ । ଏହା ନିଯୁକ୍ତିର ପ୍ରବୃତ୍ତିକୁ ବହୁ ଅଧିକ ପରିମାଣରେ ବଦଳାଇ ଦେବ ।

ଏହି ବାସ୍ତବିକତାକୁ ବୁଝି ଭାରତ ସରକାର ହିଁ ସ୍କିଲ ଇଣ୍ଡିଆ ମିଶନ, ଷ୍ଟାର୍ଟ ଅପ୍ ଇଣ୍ଡିଆ, ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ, ଅଟଳ ନବୋନ୍ମେଷ ମିଶନ ଭଳି କାର୍ଯ୍ୟକ୍ରମ ଚଲାଉଛନ୍ତି । ଆମ ଦେଶର ଯୁବକ ପରିବର୍ତ୍ତିତ ଟେକ୍ନୋଲଜି ପାଇଁ ପ୍ରସ୍ତୁତ ହୋଇ ପାରିବେ, ତା’ ଉପରେ ଆଗରୁ ହିଁ କାର୍ଯ୍ୟ କରାଯାଉଛି ।

ସାଥୀଗଣ, 10 ବର୍ଷ ପରେ ଆମେ କେଉଁଠି ଥିବା, ଏହା ଏହି କକ୍ଷରେ ବସିଥିବା କୌଣସି ବ୍ୟକ୍ତି କହି ପାରିବେ ନାହିଁ । ଏହା ମଧ୍ୟ କେହି କହି ପାରିବେ ନାହିଁ କି ପଂଚମ ଶିଳ୍ପ ବିପ୍ଳବ ଆଉ କେତେ ଦୂରରେ ଅଛି । ଠିକ୍ ଅଛି, ପୂର୍ବର ତିନୋଟି ଶିଳ୍ପ ବିପ୍ଳବ ପ୍ରାୟ ଶହେ ବର୍ଷ ବ୍ୟବଧାନରେ ଆସିଲା । କିନ୍ତୁ ଆମେ ଏହା ମଧ୍ୟ ତ ଦେଖୁଛେ କି ଚତୁର୍ଥ ବିପ୍ଳବ 30-40 ବର୍ଷ ପୂର୍ବରୁ ହିଁ ପାଦ ପକାଇ ସାରିଛି ।

ବିଗତ ଏକ ଦୁଇ ଦଶକକୁ ଦେଖିବା ତ ଅଗଣିତ ସାମଗ୍ରୀର ଆବିଷ୍କାର ହୋଇଛି ଏବଂ ବିଲୁପ୍ତ ମଧ୍ୟ ହୋଇଛି । ଟେକ୍ନୋଲଜି ଯେଭଳି ଭାବେ ସମୟକୁ ହିଁ ସଂକୁଚିତ କରି ଦେଇଛି । ‘ଉଦ୍ୟୋଗ 4.0’ଦ୍ୱାରା 5.0(ପଞ୍ଚମ ପିଢିର ଶିଳ୍ପ ବିପ୍ଲବ)ର ପରିବର୍ତ୍ତନ ହେବା ପାଇଁ ଏବେ 100 ବର୍ଷ ଲାଗିବ ନାହିଁ ।

ତେଣୁ, ଭାରତ ‘ଉଦ୍ୟୋଗ 4.0’କୁ ନେଇ ଏତେ ଗମ୍ଭୀର ଅଛି । ଏହା ହେଉଛି ସମୟ, ନିଜର ସଂପୂର୍ଣ୍ଣ ସାମର୍ଥ୍ୟ ସହିତ ଲାଗି ପଡ଼ିବା ପାଇଁ । ମୁଁ ଏହା ମଧ୍ୟ ଚାହିଁବି କି ଆମେ ଆଗାମୀ କିଛି ମାସ ମଧ୍ୟରେ ହିଁ ଭାରତରେ ଏକ ‘ଉଦ୍ୟୋଗ 4.0’ ପାର୍କର ମଧ୍ୟ ସ୍ଥାପନ କରିବା ।

ମୁଁ ଆପଣମାନଙ୍କ ସମସ୍ତଙ୍କର, ଦେଶର ଉଦ୍ୟୋଗ ଜଗତର, ସମସ୍ତ ରାଜ୍ୟ ସରକାରଙ୍କର, ନାଗରିକ ସମାଜ, ଉଦ୍ୟୋଗୀମାନଙ୍କୁ ଆହ୍ୱାନ କରୁଛି କି ଏହି ବିପ୍ଳବରେ ସାମିଲ ହୁଅନ୍ତୁ, ଏକାଠି ହୁଅନ୍ତୁ ଆଉ ମିଳିମିଶି ଏହାକୁ ମାଟି ଉପରେ ଆଣି ରଖନ୍ତୁ ।

ସାଥୀଗଣ, ଆମ ସରକାରଙ୍କର ଚିନ୍ତାଧାରା ଉନ୍ମୁକ୍ତ ହୋଇ ରହିଛି, ବିଚାରଧାରା ଉନ୍ମୁକ୍ତ ହୋଇ ରହିଛି । ଯାହା ମଧ୍ୟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାର ଅଛି, ଯାହା ମଧ୍ୟ ପ୍ରୋଟୋକଲ ସ୍ଥିର କରିବାର ଅଛି, ଯାହା ମଧ୍ୟ ନୀତି ପ୍ରସ୍ତୁତ କରିବାର ଅଛି, ନୂତନ ଭାରତ ହିତରେ, ଭାରତୀୟମାନଙ୍କ ହିତରେ ଯାହା କିଛି ମଧ୍ୟ କରିବାର ଅଛି, ଆମେ କରିବୁ ।

ଆପଣମାନଙ୍କର ପ୍ରତ୍ୟେକ ପରାମର୍ଶ, ଆପଣମାନଙ୍କର ପ୍ରତ୍ୟେକ ଅନୁଭବକୁ ଆମେ ସଦା ସର୍ବଦା ସ୍ୱାଗତ କରୁଛୁ । ସରକାର ପ୍ରତ୍ୟେକ ସମୟରେ, ପ୍ରସ୍ତୁତ ଅଛନ୍ତି, ତତ୍ପର ଅଛନ୍ତି । ଆମେ ଏହା ଦୃଢ଼ ନିଶ୍ଚୟ କରି ବସିଛୁ କି ଏବେ ଏହି ଥର ଭାରତକୁ ରହିଯିବାକୁ ଦେବୁ ନାହିଁ ।

ମୁଁ ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ଚତୁର୍ଥ ଶିଳ୍ପ ବିପ୍ଳବ କେନ୍ଦ୍ର ପାଇଁ ବହୁତ – ବହୁତ ଶୁଭକାମନା ସହିତ ମୋ କଥା ସମାପ୍ତ କରୁଛି ।

ବହୁତ – ବହୁତ ଧନ୍ୟବାଦ!!!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hails India-UK Comprehensive Economic and Trade Agreement as a historic milestone for bilateral relations
June 17, 2026

The Prime Minister, Shri Narendra Modi, has expressed delight that the India-UK Comprehensive Economic and Trade Agreement will enter into force on 15 July 2026.

The Prime Minister said that the agreement will significantly boost bilateral trade and investment.

Shri Modi stated that the agreement will unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

The Prime Minister noted that both he and UK Prime Minister Keir Starmer, who are in Evian for the G7 Summit, are very happy with the significant momentum being added to India-UK economic ties.

The Prime Minister wrote on X;

“A historic milestone for India-UK relations.

Delighted to note that the India-UK Comprehensive Economic and Trade Agreement will enter into force on 15th July 2026.

This agreement will significantly boost our bilateral trade and investment.

It will also unlock numerous opportunities for Indian farmers, workers, MSMEs, startups and innovators and contribute meaningfully to the realisation of Viksit Bharat 2047.

Both PM Starmer and I, who are in Evian for the G7 Summit, are naturally very happy with the significant momentum being added to our economic ties.

@Keir_Starmer”