Releases commemorative coin and postal stamp in honour of Sri Aurobindo
“1893 was an important year in the lives of Sri Aurobindo, Swami Vivekananda and Mahatma Gandhi”
“When motivation and action meet, even the seemingly impossible goal is inevitably accomplished”
“Life of Sri Aurobindo is a reflection of ‘Ek Bharat Shreshtha Bharat’
“Kashi Tamil Sangamam is a great example of how India binds the country together through its culture and traditions”
“We are working with the mantra of ‘India First’ and placing our heritage with pride before the entire world”
“India is the most refined idea of human civilization, the most natural voice of humanity”

ନମସ୍କାର!

ଶ୍ରୀ ଅରବିନ୍ଦଙ୍କର ୧୫୦ ତମ ଜନ୍ମଜୟନ୍ତୀ ବର୍ଷର ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଆପଣ ସମସ୍ତଙ୍କର ମୁଁ ହୃଦୟରୁ ଅଭିନନ୍ଦନ କରୁଛି । ଏହି ପୂଣ୍ଣ୍ୟ ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ମଧ୍ୟ ଅକେ ଅନେକ ଶୁଭକାମନା ଜଣାଉଛି । ଶ୍ରୀ ଅରବିନ୍ଦଙ୍କର ୧୫୦ ତମ ଜନ୍ମବର୍ଷ ସମଗ୍ର ଦେଶ ପାଇଁ ଏକ ଐତିହାସିକ ଅବସର ଅଟେ । ତାଙ୍କର ପ୍ରେରଣାଗୁଡ଼ିକୁ, ତାଙ୍କର ବିଚାରଗୁଡ଼ିକୁ ଆମର ନୂତନ ପୀଢ଼ି ପାର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଦେଶ ଏହି ପୁରା ବର୍ଷକୁ ବିଶେଷ ଭାବେ ପାଳନ କରିବା ପାଇଁ ସଂକଳ୍ପ ନେଇଥିଲା । ଏଥିପାଇଁ ଏକ ବିଶେଷ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା । ସଂସ୍କୃତି ମନ୍ତ୍ରଣାଳୟର ନେତୃତ୍ୱରେ ସମସ୍ତ ଭିନ୍ନ-ଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି । ଏହି କ୍ରମରେ ପୁଡ଼ୁଚେରୀର ଭୂମିରେ, ଯାହାକି ମହର୍ଷିଙ୍କର ନିଜର ତପୋଃସ୍ଥଳୀ ମଧ୍ୟ ରହିଛି, ଆଜି ରାଷ୍ଟ୍ର ତାଙ୍କୁ ଆହୁରି ଏକ ଶ୍ରଦ୍ଧାଞ୍ଜଳୀ ଜଣାଉଛି । ଆଜି ଶ୍ରୀ ଅରବିନ୍ଦଙ୍କ ଉପରେ ଏକ ସ୍ମଅତିସ୍ୱରୂପ କଏନ ଏବଂ ପୋଷ୍ଟାଲ ଷ୍ଟାମ୍ପ ମଧ୍ୟ ରିଲିଜ୍ କରାଯାଇଛି । ମୋତେ ବିଶ୍ୱାସ ଅଛି ଯେ ଶ୍ରୀ ଅରବିନ୍ଦଙ୍କର ଜୀବନ ଏବଂ ତାଙ୍କର ଶିକ୍ଷା ଦ୍ୱାରା ପ୍ରେରଣା ଦେବାକୁ ଯାଇ ରାଷ୍ଟ୍ରର ଏହି ପ୍ରୟାସ ଆମର ସଙ୍କଳ୍ପକୁ ଏକ ନୂତନ ଶକ୍ତି ଦେବ, ନୂତନ ବଳ ମଧ୍ୟ ଦେବ ।

ସାଥିମାନେ,

ଇତିହାସରେ ଅନେକ ଥର ଗୋଟିଏ ଅବଧି ମଧ୍ୟରେ ଅନେକ ଅଦ୍ଭୁତ ଘଟଣାମାନ ଗୋଟିଏ ସାଥିରେ ହୋଇଥାଏ । କିନ୍ତୁ, ବିଶେଷ ଭାବରେ ତାଙ୍କୁ କେବଳ ଏକ ସଂଯୋଗ ମନାଯାଇଥାଏ । ମୁଁ ମାନୁଛି, ଯେତେବେଳେ ଏପରି ସଂଯୋଗ ହୋଇଥାଏ, ସେତେବେଳେ ତା’ ପଛରେ କୌଣସି ନା କୌଣସି ଯୋଗ ଶକ୍ତି କାମ କରିଥାଏ । ଯୋଗ ଶକ୍ତି, ଅର୍ଥାତ୍ ଏକ ସାମୂହିକ ଶକ୍ତି, ସମସ୍ତଙ୍କ ଯୋଡ଼ୁଥିବା ଶକ୍ତି । ଆପଣ ଦେଖନ୍ତୁ, ଭାରତର ଇତିହାସରେ ଏମିତି ଅନେକ ମହାପୁରୁଷ ଅଛନ୍ତି, ଯେଉଁମାନେ ସ୍ୱାଧୀନତାର ଭାବକୁ ମଧ୍ୟ ସଶକ୍ତ କରିଛନ୍ତି ଏବଂ ଆତ୍ମାକୁ ମଧ୍ୟ ପୁନର୍ଜୀବନ ଦେଇଛନ୍ତି । ଏଥିମଧ୍ୟରୁ ତିନି- ଶ୍ରୀ ଅରବିନ୍ଦ, ସ୍ୱାମୀ ବିବେକାନନ୍ଦ ଏବଂ ମହାତ୍ମାଗାନ୍ଧୀ, ଏମିତି ମହାପୁରୁଷ ଅଛନ୍ତି, ଯାହାଙ୍କ ଜୀବନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଘଟଣାମାନ, ଗୋଟିଏ ସମୟରେ ଘଟିଥିଲା । ଏହି ଘଟଣାଗୁଡ଼ିକ ଦ୍ୱାରା ଏହି ମହାପୁରୁଷମାନଙ୍କ ଜୀବନ ମଧ୍ୟ ପରିବର୍ତ୍ତନ ହେଲା ଏବଂ ରାଷ୍ଟ୍ର ଜୀବନରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିଲା । ୧୮୯୩ରେ ୧୪ ବର୍ଷ ପରେ ଶ୍ରୀ ଅରବିନ୍ଦ ଇଂଲଣ୍ଡରୁ ଭାରତ ପ୍ରତ୍ୟାବର୍ତ୍ତନ କଲେ । ୧୮୯୩ରେ ହିଁ ସ୍ୱାମୀ ବିବେକାନନ୍ଦ ବିଶ୍ୱ ଧର୍ମ ସଂସଦରେ ନିଜର ବିଖ୍ୟାତ ଭାଷଣ ପାଇଁ ଆମେରୀକା ଗଲେ । ଏବଂ, ଚଳିବ ବର୍ଷ ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକା ଗଲେ ଯେଉଁଠାରୁ ତାଙ୍କର ମହାତ୍ମା ଗାନ୍ଧୀ ହେବାର ଯାତ୍ରା ଆରମ୍ଭ ହେଲା, ଏବଂ ଆଗକୁ ଯାଇ ଦେଶକୁ ସ୍ୱାଧୀନତାର ମହାନାୟକ ମିଳିଲା ।

ଭାଇ ଏବଂ ଭଉଣୀମାନେ,

ଆଜି ପୁଣିଥରେ ଆମର ଭାରତ ଏକାସହିତ ଏମିତି ଅନେକ ସଂଯୋଗଗୁଡ଼ିକର ସାକ୍ଷୀ ହୋଇ ରହିଛି । ଆଜି ଯେତେବେଳେ ଦେଶ ନିଜର ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଛି, ଅମୃତ କାଳର ଅମର ଯାତ୍ରା ଆରମ୍ଭ ହେଉଛି, ସେହି ସମୟରେ ଆମେ ଶ୍ରୀ ଅରବିନ୍ଦଙ୍କର ୧୫୦ ତମ ଜୟନ୍ତୀ ପାଳନ କରୁଛୁ । ଏହି ଅବଧିରେ ଆମେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜନ୍ମଜୟନ୍ତୀ ଯେଭଳି ଅବସରର ସାକ୍ଷ୍ୟ ମଧ୍ୟ ବହନ କରିଛି । ଯେତେବେଳେ ପ୍ରେରଣା ଏବଂ କର୍ତ୍ତବ୍ୟ, ପ୍ରେରଣା ଏବଂ ଗତିବିଧି ଏକାସହିତ ମିଶିଯାଇଥାଏ, ସେତେବେଳେ ଅସମ୍ଭବ ଲକ୍ଷ୍ୟ ମଧ୍ୟ ଅବଶ୍ୟମ୍ଭାବୀ ହୋଇଯାଇଥାଏ ।

ସ୍ୱାଧିନତାର ଅମୃତକାଳରେ ଆଜି ଦେଶର ସଫଳତାଗୁଡ଼ିକ, ଦେଶର ଉପଲବ୍ôଧଗୁଡ଼ିକ ଏବଂ ‘ସମସ୍ତଙ୍କ ପ୍ରୟାସ’ର ସଂକଳ୍ପ ଏହି କଥାର ପ୍ରମାଣ ଅଟେ ।

ସାଥିମାନେ,

ଶ୍ରୀଅରବିନ୍ଦଙ୍କର ଜୀବନ ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରତିବିମ୍ବ ଅଟେ । ତାଙ୍କର ଜନ୍ମ ବଂଗାଲ ଠାରେ ହୋଇଥିଲା କିନ୍ତୁ ସେ ବଙ୍ଗାଳୀ, ଗୁଜରାଟୀ, ମରାଠୀ, ହିନ୍ଦି ଏବଂ ସଂସ୍କୃତ ସମେତ ଅନେକ ଭାଷା ସମ୍ପର୍କରେ ଜ୍ଞାନ ଥିଲା । ତାଙ୍କର ଜନ୍ମ ହୁଏ ତ ବେଙ୍ଗଲଠାରେ ହୋଇଥିଲା କିନ୍ତୁ ନିଜର ଅଧିକରୁ ଅଧିକ ଜୀବନ ଯେ ଗୁଜୁରାଟ ଏବଂ ପୁଡ଼ୁଚେରୀରେ ବିତାଇଥିଲେ । ସେ ଯେଉଁଠିକ୍ ମଧ୍ୟ ଯାଇଥିଲେ, ସେଠି ତାଙ୍କର ବ୍ୟକ୍ତିତ୍ୱର ଗଭୀର ଛାପ ଛାଡ଼ି ଦେଇଯାଇଛନ୍ତି । ଆଜି ଆପଣ ଦେଶର କୌଣସି ଭାଗକୁ ମଧ୍ୟ ଯିବେ, ମହର୍ଷି ଅରବିନ୍ଦ ଆଶ୍ରମ, ତାଙ୍କ ଅନୁଗାମୀ, ଅନେକ ପ୍ରଚାରକ ପ୍ରତ୍ୟେକ ସ୍ଥାନରେ ମିଳିବେ । ସେ ଆମକୁ ଦେଖାଇଛନ୍ତି ଯେ, ଯେତେବେଳେ ଆମେ ଆମର ସଂସ୍କୃତିକୁ ଜାଣି ନେଇଥାଉ, ସେତେବେଳେ ଲାଗିଥାଏ ଯେ, ଆମର ବିବିଧତା, ଆମର ଜୀବନର ସହଜ ଉତ୍ସବ ହୋଇଯାଇଛି ।

ସାଥୀମାନେ,

ଏହା ସ୍ୱାଧୀନତାର ଅମୃତ କାଳ ପାଇଁ ବହୁତ ବଡ଼ ପ୍ରେରଣା ଅଟେ, ଏକ ଭାରତ, ଶ୍ରେଷ୍ଠ ଭାରତର ଏହାଠାରୁ ଉତ୍ତମ ପ୍ରୋତ୍ସାହନ ହୋଇପାରେ । କିଛିଦିନ ପରେ ର୍ମୁ କାଶୀ ଯାଇଥିଲି । ସେଠାରେ କାଶୀ-ତାମିଲ ସଙ୍ଗମମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା । ଏହା ଅଦଭୁତ ଆୟୋଜନ ଥିଲା । ଭାରତ କିଭଳି ନିଜ ପରମ୍ପରା ସଂସ୍କୃତି ମାଧ୍ୟମରେ କିଭଳି ଭାବରେ ଅତୁଟ ରହିଛି, ଅଟଳ ରହିଛି, ଏହା ଆମକୁ ସେହି ଉତ୍ସବରେ ଦେଖିବାକୁ ମିଳିଲା । ଆଜିର ଯୁବଗୋଷ୍ଠୀ କ’ଣ ଚିନ୍ତା କରୁଛନ୍ତି, ଏହା କାଶୀ-ତାମିଲ ସଙ୍ଗମମ୍ ଠାରେ ଦେଖିବାକୁ ମିଳିଲା । ଆଜି ସମଗ୍ର ଦେଶର ଯୁବଗୋଷ୍ଠୀ, ଭାଷା-ଭୂଷାର ଆଧାରରେ ଭେଦଭାବ କରୁଥିବା ରାଜନୀତିକୁ ପଛରେ ପକାଇ ଏକ ଭାରତ, ଶ୍ରେଷ୍ଠ ଭାରତର ରାଷ୍ଟ୍ରନୀତି ଦ୍ୱାରା ପ୍ରେରିତ ହୋଇଥିଲେ । ଆଜି ଯେତେବେଳେ ଆମେ ଶ୍ରୀଅରବିନ୍ଦଙ୍କୁ ମନେ ପକାଉଛୁ, ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ । ସେତେବେଳେ ଆମେ କାଶୀ-ତାଲିମ ସଙ୍‌ଗମମର ଭାବନାର ବିସ୍ତାର କରିବାକୁ ହେବ ।

ସାଥିମାନେ,

ମହର୍ଷି ଅରବିନ୍ଦଙ୍କର ଜୀବନକୁ ଯଦି ଆମେ ଅତି ନିକଟରୁ ଦେଖିବା, ତେବେ ସେଥିରେ ଆମେ ଭାରତର ଆତ୍ମା ଏବଂ ଭାରତ ବିକାଶ ଯାତ୍ରାର ମୌଳିକ ଦର୍ଶନ ଦେଖିବାକୁ ମିଳିବ । ଅରବିନ୍ଦ ଏମିତି ବ୍ୟକ୍ତିତ୍ୱ ଥିଲେ- ଯାହାକି ଜୀବନରେ ଆଧୁନିକ ଶୋଧ ମଧ୍ୟ ଥିଲା, ରାଜନୈତିକ ପ୍ରତିରୋଧ ମଧ୍ୟ ଥିଲା, ଏବଂ ବ୍ରହା ବୋଧ ମଧ୍ୟ ଥିଲା । ତାଙ୍କର ପଢ଼ା-ଲେଖା ଇଂଲଣ୍ଡର ସବୁଠାରୁ ଭଲ ସଂସ୍ଥାନରେ ହୋଇଛି । ତାଙ୍କୁ ସେହି ସମୟରେ ସବୁଠାରୁ ଆଧୁନିକ ପରିବେଶ ମିଳିଥିଲା । ବୈଶ୍ୱିକ ପ୍ରଦର୍ଶନ ମିଳିଥିଲା । ସେ ନିଜେ ମଧ୍ୟ ଆଧୁନିକତାକୁ ସେତିକି ଖୋଲା ହୃଦୟରେ ଅଙ୍ଗିକାର କରିଥିଲେ । କିନ୍ତୁ, ସେହି ଅରବିନ୍ଦ ଦେଶକୁ ଦେଶକୁ ଫେରିଆସିଥିଲେ, ଏବଂ ଇଂରେଜ ଶାସନର ପ୍ରତିରୋଧର ନ୍ରାକ ହୋଇଯାଇଥିଲେ । ସେ ଦେଶର ସ୍ୱାଧିନତା ପାଇଁ ସ୍ୱାଧିନତା ସଂଗ୍ରାମରେ ଆଗକୁ ବଢ଼ି ଅଂଶଗ୍ରହଣ କରିଥିଲେ । ସେ ସେହି ଶୁଭାରମ୍ଭ ସ୍ୱତନ୍ତ୍ରତା ସେନାନୀମାନଙ୍କ ମଧ୍ୟରେ ଥିଲେ ଯେଉଁମାନେ ଖୋଲାଖୋଲି ସମ୍ପୂର୍ଣ୍ଣ ସ୍ୱରାଜର କଥା କହିଥିଲେ, କଂଗ୍ରେସର ଇଂରେଜ ପରାସ୍ତା ନୀତିମାନ । ଖୋଲାଖୋଲି ଆଲୋଚନା କଲେ । ସେ କହିଥିଲେ- “ଯଦି ଆମେ ରାଷ୍ଟ୍ରର ପୁନଃନିର୍ମର୍ାଣ ଚାହୁଁଛୁ ତେବେ ଆମେ କାନ୍ଦୁଥିବା ଛୋଟପିଲାଟି ଭଳି ବ୍ରିଟିଶ ପାର୍ଲାମେଣଟ ଆଗରେ ଅତ୍ୟନ୍ତ ଦୟନୀୟ ଭାବରେ ବିନତି କରିବା ବନ୍ଦ କରିବାକୁ ହେବ ।

ବଙ୍ଗାଲ ବିଭାଜନ ସମୟରେ ଅରବିନ୍ଦ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଦେଲେ, ଏବଂ ନାରା ଦେଲେ-କୌଣସି ବୁଝାମଣା ନାହିଁ । କୌଣସି ବିବାଦ ନାହିଁ । ସେ ‘ଭବାନୀ ମନ୍ଦିର’ ନାମରେ ପୁସ୍ତିକା ଛପାଇଲେ, ନିରାଶା ଭିତରେ ଥିବା ଲୋକମାନେ ସାଂସ୍କୃତିକ ରାଷ୍ଟ୍ରର ଦର୍ଶନ କରାଇଥିଲେ । ଏଭଳି ବୈଚାରିକ ସ୍ପଷ୍ଟତା, ଏଭଳି ସାଂସ୍କୃତିକ ଦଅଢ଼ତା ଏବଂ ଏଭଳି ରାଷ୍ଟ୍ରଭକ୍ତି! ଏଥିପାଇଁ ସେହି ସମୟର ମହାନ ସ୍ୱତନ୍ତ୍ରତା ସେନାନତୀ ଶ୍ରୀ ଅରବିନ୍ଦଙ୍କୁ ନିଜର ପ୍ରେରଣାର ଉତ୍ସ ବୋଲି ମାନୁଥିଲେ । ନେତାଜୀ ସୁବଷଙ୍କ ଭଳି କ୍ରାନ୍ତିକାରୀ ତାଙ୍କୁ ନିଜର ସଂକଳ୍ପର ପ୍ରେରଣା ମାନୁଥିଲେ । ସେହିଭଳି ଅନ୍ୟପକ୍ଷରେ, ଯେତେବେଳେ ଆପଣ ତାଙ୍କର ଜୀବନର ବୌଦ୍ଧିକ ଏବଂ ଆଧ୍ୟାତ୍ମିକ ଗଭୀରତାକୁ ଦେଖିବେ, ସେତେବେଳେ ଆପଣଙ୍କୁ ସେତିକି ଗମ୍ଭୀର ଏବଂ ମନସ୍ୱୀ ଋଷି ଦେଖାଯିବେ । ସେ ଆତ୍ମା ଏବଂ ପରମାତ୍ମା ଭଳି ଗଭୀର ବିଷୟ ଉପରେ ପ୍ରବଚନ ଦେଉଥିଲେ । ବ୍ରହ୍ମ ତତ୍ତ୍ୱ ଏବଂ ଉପନିଷେଦରେ ବ୍ୟାଖ୍ୟା କରୁଥିଲେ । ସେ ଜୀବ ଏବଂ ଟରଶର ଦର୍ଶନରେ ସମାଜସେବାର ସୂତ୍ର ଯୋଡ଼ିଥିଲେ । ନର ଠାରୁ ଆରମ୍ଭ କରି ନାରାୟଣ ପର୍ଯ୍ୟନ୍ତ ଯାତ୍ରା କେମିତି କରାଯାଇଥାଏ, ଏହା ଆପଣ ଶ୍ରୀ ଅରବିନ୍ଦଙ୍କ ଶବ୍ଦରୁ ବଡ଼ ସହଜତାରୁ ଶିଖିପାରିବା, ଏହା ହିଁ ଭାରତର ସଂପୂର୍ଣ୍ଣେ ଚରିତ୍ର, ଯେଉଁଥିରେ ଅର୍ଥ ଏବଂ କାମର ଭୌତିକ ସାମର୍ଥ୍ୟ ମଧ୍ୟ ଅଛି, ଯେଉଁଥିରେ ଧର୍ମ ଅର୍ଥାତ କର୍ତ୍ତବ୍ୟର ଅଦଭୁତ ସମର୍ପଣ ମଧ୍ୟ ଅଛି, ଏବଂ ମୋକ୍ଷ ଅର୍ଥାତ ଆଧ୍ୟାତ୍ମର ବ୍ରହ୍ମା-ବୋଧ ମଧ୍ୟ ଅଛି । ଏଥିପାଇଁ, ଆଜି ଅମୃତକାଳରେ ଯେତେବେଳେ ଦେଶ ପୁଣିଥରେ ନିଜର ପୁନର୍ନିମାଣ ପାଇଁ ଆଗକୁ ବଉଛି, ସେତେବେଳେ ସେହି ସମଗ୍ରତା ଆମର । ପଞ୍ଚ ପ୍ରାଣ’ରେ ଚମିକି ଉଠିଥାଏ । ଆଜି ଆମେ ଏକ ବିକଶିତ ଭାରତ ନିର୍ମାଣ କରିବା ପାଇଁ ସମସ୍ତ ଆଧୁନିକ ବିଚାରଗୁଡ଼ିକୁ, ଉତ୍ତମ ଅଭ୍ୟାସକୁ ସ୍ୱୀକାର ଏବଂ ଅଙ୍ଗିକାର କରୁଛୁ । ଆମେ ବିନା କୌଣସି ବୁଝାମଣାରେ କୌଣସି ଦୈନ୍ୟ-ଭାବ ବିନା, ‘ଇଣ୍ଡିଆ ଫସ୍ଟଦ୍ର ମନକୁ ଆଗରେ ରଖି କାମ କରୁଛୁ । ଏବଂ ତା ସହିତ, ଆଜି ଆମେ ଆମର ଐତିହ୍ୟକୁ, ଆମର ପରିଚୟକୁ ମଧ୍ୟ ସେତିକି ଗର୍ବର ସହିତ ଦୁନିଆ ସମ୍ମୁଖରେ ରଖିଛୁ ।

ଭାଇ ଏବଂ ଭଉଣୀମାନେ, 

ମହର୍ଷି ଅରବିନ୍ଦଙ୍କ ଜୀବନ ଆମକୁ ଭାରତର ଆହୁରୀ ଏକ ଶକ୍ତିର ବୋଧ କରାଯାଉଛି । ଦେଶର ଏହି ଶକ୍ତି, ‘ସ୍ୱାଧିନତାର ଏହି ପ୍ରାଣ’ ଏବଂ ସେହି ଦାୟିତ୍ୱର ମାନସିକତାରୁ ମୁକ୍ତି! ମହର୍ଷି ଅରବିନ୍ଦଙ୍କ ପିତା, ଆରମ୍ଭରେ ଇଂରେଜ ପ୍ରଭାବରେ ତାଙ୍କୁ ଭାରତ ଏବଂ ଭାରତ ସଂସ୍କୃତିରୁ ସମ୍ପୂର୍ଣ୍ଣ ଭାବେ ଅଲଗା ରଖିବାକୁ ଚାହୁଁଥିଲେ । ସେ ଭାରତ ଠାରୁ ହଜାର ହଜାର ମାଇଲ ଦୂର ଇଂରାଜୀ ମାହୋଲରେ ଦେଶରୁ ସମ୍ପୂର୍ଣ୍ଣ ଭାବେ ଅଲଗା ରହିଥିଲେ । କିନ୍ତୁ, ଯେତେବେଳେ ସେ ଭାରତକୁ ଫେଣିଲେ, ଯେତେବେଳେ ସେ ଜେଲରେ ଗୀତାର ସଂକର୍ପରେ ଆସିଲେ, ସେତେବେଳେ ସେହି ଅରବିନ୍ଦ ଭାରତୀୟ ସଂସ୍କୃତିର ସବୁଠାରୁ ବଡ଼ ସ୍ୱର ହୋଇ ବାହାରିଲେ । ସେ ଶାସ୍ତର ଅଧ୍ୟୟନ କଲେ । ରାମାୟଣ, ମହାଭାରତ ଏବଂ ଉପନିଷେଦ ଠାରୁ ନେଇ କାଳି ଦାଶ, ଭବଭୂତ ଏବଂ ଭର୍ତ୍ତହରି ପର୍ଯ୍ୟନ୍ତ ଗ୍ରନ୍ଥର ଅନୁବାଦ କଲେ । ଯେଉଁ ଅରବିନ୍ଦଙ୍କୁ ନିଜ ଯୁବାବସ୍ଥାରେ ଭାରତୀୟତା ଠାରୁ ଦୂରରେ ରଖାଯାଇଥିଲା, ଲୋକମାନେ ବର୍ତ୍ତମାନ ତାଙ୍କ ବିଚାରରେ ଭାରତକୁ ଦେଖିବାରେ ଲାଗିଲେ । ସେହି ଭାରତ ଏବଂ ଭାରତୀୟତାର ପ୍ରକୃତ ଶକ୍ତି ଅଟେ । ତାକୁ କେହି କେତେ ମଧ୍ୟ ଲିଭାଇବାକୁ ଚେଷ୍ଟା କାହିଁକି ବା ନ କରିବେ, ତାକୁ ଆମେ ଭିତରୁ ବାହାର କରିବାକୁ ଚେଷ୍ଟା କେତେ ବା ନ’ କରିବେ! ଭାରତ ସେହି ଅମର ବୀଜ ଅଟେ ଯାହା ବିପରୀତରୁ ବିପରୀତ ପରିସ୍ଥିତିରେ ଟିକିଏ ଚାପି ହୋଇଯିବ, ଟିକିଏ ଝାଉଁଳି ପଡ଼ିବ, କିନ୍ତୁ ସେ ମରି ପାରିବ ନାହିଁ ସେ ଅଜୟ ଅଟେ । ଅମର ଅଟେ । କାରଣ, ଭାରତ ମାନବ ସଭ୍ୟତାର ସବୁଠାରୁ ପୁରସ୍କୃତ ବିଚାର ଅଟେ, ମାନବତାର ସବୁଠାରୁ ସ୍ୱାଭାବିକ ସ୍ତର ଅଟେ । ଏହା ମହର୍ଷି ଅରବିନ୍ଦଙ୍କ ସମୟରେ ମଧ୍ୟ ଅମର ଥିଲା, ଏବଂ ଏହା ଆଜି ମଧ୍ୟ ସ୍ୱାଧୀନତାର ଅମୃତକାଳରେ ମଧ୍ୟ ଅମର ଅଟେ । ଆଜି ଭାରତର ଯୁବଗୋଷ୍ଠୀ ନିଜର ସାଂସ୍କୃତିକ ସ୍ୱାଭିମାନର ସହିତ ଭାରତର ଜୟଘୋଷ କରୁଛି । ଦୁନିଆରେ ଆଜି ଭିଷଣ ଆହ୍ୱାନ ରହିଛି । ଏହି ଆହ୍ୱାନର ସମାଧାନରେ ଭାରତର ଭୂମିକା ମହତ୍ତ୍ୱପୂର୍ଣ୍ଣ ରହିଛି । ଏଥିପାଇଁ ମହର୍ଷି ଅରବିନ୍ଦଙ୍କଠାରୁ ପ୍ରେରଣା ନେଇ ଆମକୁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ । ସମସ୍ତଙ୍କ ପ୍ରୟାସ ଦ୍ୱାରା ବିକଶିତ ଭାରତର ନିର୍ମାଣ କରିବାକୁ ହେବ । ପୁଣିଥରେ ମହର୍ଷି ଅରବିନ୍ଦଙ୍କୁ ପ୍ରଣାମ ଜଣାଇ ଆପଣ ସମସ୍ତଙ୍କୁ ହୃଦୟରୁ ବହୁତ- ବହୁତ ଧନ୍ୟବାଦ!  

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From welfare to opportunity: How DPI 2.0 and AI will unlock India’s productivity

Media Coverage

From welfare to opportunity: How DPI 2.0 and AI will unlock India’s productivity
NM on the go

Nm on the go

Always be the first to hear from the PM. Get the App Now!
...
State Visit of Prime Minister to Seychelles
June 28, 2026

As part of Prime Minister Shri Narendra Modi’s State Visit to Seychelles from 27-29 June 2026, Prime Minister and the President of Seychelles, H.E. Dr. Patrick Herminie today held official talks at the State House in Victoria, Mahe.

The talks covered the full spectrum of bilateral relations, with the leaders agreeing to further strengthen cooperation in health, education, capacity building, digital transformation, sustainable development, social infrastructure, renewable energy, maritime security and defence. They also exchanged views on regional and global developments, including challenges in the Indian Ocean region, such as illegal fishing, drug trafficking and piracy. Both leaders expressed satisfaction at the progress made in the implementation of projects and initiatives under the Special Economic Package announced by India. Prime Minister reaffirmed India’s commitment to supporting the development priorities of Seychelles and to further deepen the close and enduring partnership between the two countries.

Following the official talks, both leaders released a joint commemorative logo marking 50 years of the establishment of diplomatic relations between the two countries. Several MoUs/agreements in the fields of Capacity Building, UPI, Health, Agriculture, Shipping, Space, Extradition and Line of Credit were exchanged thereafter. The amount of the Line of Credit stands at INR 1250 crores. The full list of MoUs/agreements may be seen here [link]. In addition, several announcements in the fields of food security, infrastructure, health, vocational training, maritime security and defence were made in support of the development needs of Seychelles. The details of these announcements may be seen here [link]. Seychelles also announced that it is joining the Coalition for Disaster Resilient Infrastructure [CDRI].

Later in the day, Prime Minister addressed an Extraordinary Sitting of the National Assembly of Seychelles, becoming the first Indian Prime Minister to do so. In his address, he highlighted the historical bonds of friendship between India and Seychelles and underscored the shared values of democracy, rule of law and people-centric governance that guide the two countries. He noted that mutual trust and close cooperation have shaped a robust partnership spanning development cooperation, maritime security, technology, innovation, health and capacity building. Prime Minister also called for enhanced parliamentary exchanges between the two democracies. The full address of Prime Minister may be seen here [link]

The Leader of Opposition of Seychelles, H.E. Mr. Bernard Georges, also called on Prime Minister. The two leaders discussed India-Seychelles bilateral ties and conveyed their strong support to further build the special friendship between the two countries.