‘‘ଇଂରେଜମାନଙ୍କର ଅନ୍ୟାୟ ବିରୋଧରେ ଗାନ୍ଧୀଜୀଙ୍କ ନେତୃତ୍ୱରେ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା, ତାହା ଇଂରେଜ ଶାସନକୁ ଆମ ଭାରୀୟମାନଙ୍କର ସାମୂହିକ ସାମର୍ଥ୍ୟର ଅନୁଭବ କରାଇ ଦେଇଥିଲା’’
‘‘ଆମକୁ ଖାକି ବର୍ଦ୍ଦିଧାରୀ କର୍ମୀଙ୍କ ଠାରୁ ସତର୍କ ରହିବାକୁ ହେବ, ଏପରି ଏକ ଧାରଣା ବିକଶିତ ହୋଇଥିଲା। କିନ୍ତୁ ଏବେ ଏହା ବଦଳି ଯାଇଛି । ଏବେ ଯେତେବେଳେ ଲୋକମାନେ ଖାକି ବର୍ଦ୍ଦିଧାରୀ ଲୋକମାନଙ୍କୁ ଦେଖୁଛନ୍ତି ସେମାନଙ୍କୁ ସହାୟତାର ଏକ ଆଶ୍ୱସ୍ତି ମିଳୁଛି’’
‘‘ଦେଶର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ମାନସିକ ଚାପମୁକ୍ତ ପ୍ରଶିକ୍ଷଣ ଗତିବିଧି ବର୍ତ୍ତମାନ ସମୟର ଆବଶ୍ୟକତା’’

ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ, ଗୃହମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ, ରାଷ୍ଟ୍ରୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟର କୁଳପତି ବିମଲ ପଟେଲ ଜୀ, ଅଫିସର୍ସ, ଶିକ୍ଷକ, ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ, ଅଭିଭାବକ ଗଣ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ର ବ୍ୟକ୍ତିମାନେ ।

ରାଷ୍ଟ୍ରୀୟ ପ୍ରତିରକ୍ଷା ବିଶ୍ୱ ବିଦ୍ୟାଳୟକୁ ଆସିବା ମୋ ପାଇଁ ଏକ ବିଶେଷ ଆନନ୍ଦର ଅବସର ଅଟେ । ଯେଉଁ ଯୁବକମାନେ ରକ୍ଷା କ୍ଷେତ୍ରରେ ନିଜର କ୍ୟାରିଅର କରିବାକୁ ଚାହୁଁଛନ୍ତି, ଏବଂ ରକ୍ଷା କ୍ଷେତ୍ର କେବଳ ୟୁନିଫର୍ମ ଏବଂ ବାଡ଼ି ନୁହେଁ, ସେହି କ୍ଷେତ୍ର ବହୁତ ପ୍ରଶସ୍ତ ଅଟେ । ଏବଂ ସେଥିରେ ଭଲ ତାଲିମପ୍ରାପ୍ତ ପୁରୁଷ ଶକ୍ତି, ଏହା ହେଉଛି ସମୟର ଆବଶ୍ୟକତା । ଏବଂ ସେଥିପାଇଁ ରକ୍ଷା କ୍ଷେତ୍ରରେ ଏକବିଂଶ ଶତାବ୍ଦୀରେ ଯେଉଁ ଆହ୍ୱାନଗୁଡ଼ିକ ଅଛି, ସେହି ଆହ୍ୱାନଗୁଡ଼ିକ ଅନୁଯାୟୀ ଆମର ବ୍ୟବସ୍ଥାଗୁଡ଼ିକ ମଧ୍ୟ ବିକଶିତ ହେବା ଉଚିତ ଏବଂ ସେହି ବ୍ୟବସ୍ଥାଗୁଡ଼ିକ ପରିଚାଳନା କରୁଥିବା ବ୍ୟକ୍ତିତ୍ୱଙ୍କର ମଧ୍ୟ ବିକାଶ ହେବା ଉଚିତ । ଏବଂ ସେହି ପରିପ୍ରେକ୍ଷୀରେ ଗୋଟିଏ ଦୃଷ୍ଟିକୋଣକୁ ନେଇ ଜାତୀୟ ରକ୍ଷା ବିଶ୍ୱବିଦ୍ୟାଳୟ ଜନ୍ମ ହେଲା । ପ୍ରାରମ୍ଭରେ ଏହା ଗୁଜୁରାଟର ରକ୍ଷା ଶକ୍ତି ବିଶ୍ୱ ବିଦ୍ୟାଳୟ ଭାବରେ ଜଣାଶୁଣା ଥିଲା । ପରେ, ଭାରତ ସରକାର ଏହାକୁ ସମଗ୍ର ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ବିଦ୍ୟାଳୟ ଭାବରେ ସ୍ୱୀକୃତି ଦେଲେ ଏବଂ ଆଜି ଏହା ଏକ ପ୍ରକାରରେ ଦେଶ ପାଇଁ ଉପହାର, ଦେଶର ଅଳଙ୍କାର ଅଟେ, ଯାହା ରାଷ୍ଟ୍ର ସୁରକ୍ଷା ପାଇଁ ଯେଉଁ ଚିନ୍ତନ, ମନ୍ଥନ, ଶିକ୍ଷା,  ତାଲିମ ଏଠାରେ ରହିବ, ଯାହା ଜାତିର ସୁରକ୍ଷା ପାଇଁ ଆଗାମୀ ଅବଧିରେ ଦେଶ ମଧ୍ୟରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିବ । ଆଜି ଯେଉଁ ଛାତ୍ରଛାତ୍ରୀମାନେ ପାଠପଢ଼ା ସାରି ବାହାରୁଛନ୍ତି, ସେମାନଙ୍କୁ ଏବଂ ସେମାନଙ୍କ ପରିବାରର ସଦସ୍ୟମାନଙ୍କୁ ମୁଁ ବହୁତ ବହୁତ ଶୁଭକାମନା ଜଣାଉଛି ।

ଆଜି ଆଉ ଏକ ଶୁଭ ଅବସର ଅଟେ । ଆଜିର ଦିନରେ ଲବଣ ସତ୍ୟାଗ୍ରହ ପାଇଁ ଦାଣ୍ଡି ଯାତ୍ରା ଏହି ସ୍ଥାନରୁ ଆରମ୍ଭ ହୋଇଥିଲା । ଇଂରେଜମାନଙ୍କ ଅନ୍ୟାୟ ବିରୋଧରେ ଗାନ୍ଧିଜୀଙ୍କ ନେତୃତ୍ୱରେ ଯେଉଁ ଆଂଦୋଳନ ଚାଲିଲା, ସେଥିରେ ଇଂରେଜ ଶାସନକୁ ଆମ ଭାରତୀୟମାନଙ୍କର ସାମୂହିକ ଶକ୍ତି ହୃଦୟଙ୍ଗମ ହୋଇଥିଲା । ଦାଣ୍ଡି ଯାତ୍ରାରେ ଭାଗ ନେଉଥିବା ସମସ୍ତ ସତ୍ୟାଗ୍ରହୀମାନଙ୍କୁ ମୁଁ ଆଜି ପୁଣ୍ୟ ସ୍ମରଣ କରୁଛି ଏବଂ ସ୍ୱାଧୀନତାର ୭୫ ବର୍ଷ ଯେତେବେଳେ ପାଳନ କରୁଛୁ ସେତେବେଳେ ଏହିପରି ସାହସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଆଦର ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ସାଥୀମାନେ,

ଆଜିର ଦିନ ଛାତ୍ର, ଶିକ୍ଷକ, ଅଭିଭାବକମାନଙ୍କ ପାଇଁ ଏକ ବଡ଼ ଦିନ, କିନ୍ତୁ ଏହା ମୋ ପାଇଁ ମଧ୍ୟ ଏକ ସ୍ମରଣୀୟ ଅବସର ଅଟେ । ଯେପରି ବର୍ତ୍ତମାନ ଅମିତ ଭାଇ କହୁଥିଲେ- ଏହି କଳ୍ପନା ସହିତ ଏହି ବିଶ୍ୱ ବିଦ୍ୟାଳୟ ଜନ୍ମ ହୋଇଥିଲା ଏବଂ ସ୍ୱାଭାବିକ ଭାବରେ ମୁଁ ଦୀର୍ଘ ସମୟ ଧରି ଚୁପ୍ ରହିଲି, ମୁଁ ଅନେକ ବିଶେଷଜ୍ଞଙ୍କ ସହ କଥାବାର୍ତ୍ତା ହେଲି । ବିଶ୍ୱରେ ଏ ଦିଗରେ କ’ଣ କ’ଣ ଘଟୁଛି ତାହାର ମଧ୍ୟ ଅଧ୍ୟଅନ କଲି ଏବଂ ସମସ୍ତ ପ୍ରୟାସ ପରେ ଏକ ଛୋଟ ସ୍ୱରୂପରେ ଏହି ଗୁଜୁରାଟର ମାଟିରେ ଏକ ଛୋଟ ସ୍ୱରୂପ ସୃଷ୍ଟି ହେଲା । ଆମେ ଦେଖୁଛୁ ଯେ ବ୍ରିଟିଶ ଯୁଗରେ ଆମ ଦେଶରେ ଯେଉଁ ରକ୍ଷା କ୍ଷେତ୍ର ଥିଲା ସେହି ସମୟରେ ସାମାନ୍ୟ ଭାବେ ସେଠାରେ ଲ ଆଣ୍ଡ୍ ଅର୍ଡର ରୁଟିନ୍ ବ୍ୟବସ୍ଥାର ଅଂଶ ଥିଲା ଏବଂ ଇଂରେଜମାନେ ମଧ୍ୟ ନିଜର ବ୍ୟବସ୍ଥା ଚଳାଇବାରେ ଲାଗିଲେ । ସେଥିପାଇଁ ଟିକିଏ ଶକ୍ତି ଏବଂ ସାମର୍ଥ୍ୟ ଥିବା ଲମ୍ବା-ଚଉଡ଼ା କାନ୍ଧ ଥିବା, ବାଡ଼ି ବ୍ୟବହାର କରୁଥିବେ । ସେତେବେଳେ ସମସ୍ତଙ୍କୁ ଜଣାପଡ଼ିବ ଯେ ସେମାନେ କ’ଣ; ଏହି ଉଦେଶ୍ୟ ନେଇ ଲୋକମାନଙ୍କୁ ନିଯୁକ୍ତି ଦେଉଥିଲେ । ଯେଉଁଠି ଜାତୀୟ ବାର୍ତ୍ତା ଥିଲା ସେଥିରୁ ଯଦି କେବେ କେହି ଚାଲେଞ୍ଜ କରୁଥିଲେ ଏବଂ ସେମାନଙ୍କର କାମ ଭାରତ ମାତାର ନାଗରିକମାନଙ୍କ ଉପରେ ବାଡ଼ି ଚଳାଇବା ଏହା ହିଁ ଏକ ପ୍ରକାରର ସେମାନଙ୍କର କାମ ଥିଲା । ଯାହାଦ୍ୱାରା ଇଂରେଜମାନେ ଶାନ୍ତିରେ ନିଜର ଦୁନିଆ ଚଳାଇ ପାରୁଥିଲେ । କିନ୍ତୁ ସ୍ୱାଧୀନତା ପରେ ଏଥିରେ ଅନେକ ସଂସ୍କାରର ଆବଶ୍ୟକତା ପଡ଼ିଲା । ସେଠାରେ ଆମୂଳଚୂଳ ପରିବର୍ତ୍ତନର ଆବଶ୍ୟକତା ହେଲା । କିନ୍ତୁ ଦୁର୍ଭାଗ୍ୟବଶତଃ, ଆମ ଦେଶରେ ସେ ଦିଗରେ ଯେତିକି କାର୍ଯ୍ୟ କରାଯିବା ଉଚିତ, ଆମେ ସେଥିରେ ବହୁତ ପଛରେ ରହିଯାଇଛୁ ଏବଂ ସେହି କାରଣରୁ ଆଜି ସାମାନ୍ୟ ଯେଉଁ ସାଧାରଣ ଧାରଣା ହୋଇଛି ତାହା ବିଶେଷ କରି ପୋଲିସ ସମ୍ପର୍କରେ, ଏହି ଧାରଣା ଏପରି ହୋଇଛି କି ଭାଇମାନେ ସେମାନଙ୍କ ଠାରୁ ଦୂରରେ ରୁହନ୍ତୁ, ସେମାନଙ୍କ ଠାରୁ ଦୂରରେ ରୁହନ୍ତୁ ।

ଆମ ଦେଶରେ ୟୁନିଫର୍ମରେ ସୈନ୍ୟବାହିନୀ ମଧ୍ୟ ଅଛନ୍ତି କିନ୍ତୁ ସେନା ପାଇଁ ଧାରଣା କ’ଣ, କୌଣସି ସ୍ଥାନରେ ସଂକଟ ସମୟରେ ଏବଂ ଯଦି ସେନା ଦୂରରୁ ଦେଖାଯାଆନ୍ତି ସେତେବେଳେ ଏହା ଅନୁଭବ ହୋଇଥାଏ ଯେ ବର୍ତ୍ତମାନ କୌଣସି ସଂକଟ ନାହିଁ, ଏହି ଲୋକମାନେ ଆସିଯାଇଛନ୍ତି । ଏଭଳି ଏକ ଭିନ୍ନ ଧାରଣା ଆସିଥାଏ ଏବଂ ସେଥିପାଇଁ ଭାରତର ସୁରକ୍ଷା କ୍ଷେତ୍ରରେ ଏଭଳି ମାନବ ସମ୍ବଳ ପ୍ରସ୍ତୁତ କରିବା ଅତ୍ୟନ୍ତ ଜରୁରୀ ଅଟେ ଯାହା ସାଧାରଣ ମଣିଷମାନଙ୍କ ମନରେ ଏକ ବନ୍ଧୁତା, ବିଶ୍ୱାସର ଅନୁଭବ ଆସିବା ଉଚିତ ଏବଂ ଏଥିପାଇଁ ଆମର ସମଗ୍ର ତାଲିମ ମଡେଲ ପରିବର୍ତ୍ତନ କରିବାର ବହୁତ ଆବଶ୍ୟକତା ଥିଲା । ସେହି ଗଭୀର ଚିନ୍ତାଧାରାରୁ ଭାରତରେ ପ୍ରଥମ ଥର ପାଇଁ ଏହି ପ୍ରକାରର ପରୀକ୍ଷଣ କରାଯାଇଥିଲା, ଯାହା ଆଜି ବିସ୍ତୃତ ହେବା ସହ ଜାତୀୟ ରକ୍ଷା ବିଶ୍ୱବିଦ୍ୟାଳୟ ଆକାରରେ ଆପଣଙ୍କ ସମ୍ମୁଖରେ ଉପସ୍ଥାପିତ କରାଯାଇଛି ।

ବେଳେବେଳେ ଲାଗୁଥିଲା ଯେ ରକ୍ଷା ଅର୍ଥ ହେଉଛି ୟୁନିଫର୍ମ, ଶକ୍ତି ଅଛି, ହାତରେ ବାଡ଼ି ଅଛି, ବନ୍ଧୁକ ଅଛି । ଆଜି ସେହି ଯୁଗ ଚାଲିଯାଇଛି । ଆଜି ରକ୍ଷା କ୍ଷେତ୍ର ଅନେକ ରୂପ, ରଙ୍ଗ ନେଇଛି । ଏଥିରେ ଅନେକ ଚାଲେଞ୍ଜ ସୃଷ୍ଟି ହୋଇଯାଇଛି । ପୂର୍ବ ସମୟରେ ଯଦି କୌଣସି ଘଟଣାଟିଏ ଗୋଟିଏ ସ୍ଥାନରେ ଘଟୁଥିଲା, ତେବେ ଗାଁର ଅନ୍ୟ କୋଣରେ ପହଂଚିବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଥିଲା ଏବଂ ଅନ୍ୟ ଗାଁରେ ପହଂଚିବାକୁ କିଛି ଦିନ ଲାଗି ଯାଉଥିଲା ଏବଂ ସମଗ୍ର ରାଜ୍ୟରେ ପହଂଚିବାକୁ ୨୪ ଘଣ୍ଟା, ୪୮ ଘଣ୍ଟା ସମୟ ଲାଗି ଯାଉଥିଲା, ଏବଂ ସେହି ସମୟ ମଧ୍ୟରେ ପୋଲିସ ନିଜସ୍ୱ ବ୍ୟବସ୍ଥା କରି ନେଉଥିଲା, ଜିନିଷଗୁଡ଼ିକୁ ସମ୍ଭାଳିବାରେ ସକ୍ଷମ ହୋଇପାରୁଥିଲା । ଆଜି ଦ୍ରୁତ ଗତିରେ ଅତି କମ ସମୟରେ ଯୋଗାଯୋଗ ହୋଇପାରୁଛି । ସବୁକିଛି ବିଚ୍ଛୁରିତ ହୋଇଯାଉଛି ।

ଏପରି ସମୟରେ କୌଣସି ଗୋଟିଏ ସ୍ଥାନରୁ ବ୍ୟବସ୍ଥାଗୁଡ଼ିକୁ ନେଇ ସତର୍କତାର ସହ ଆଗକୁ ବଢ଼ିବାକୁ ହେବ, ଏହା ସମ୍ଭବ ହୋଇ ପାରୁନାହିଁ ଏବଂ ସେଥିପାଇଁ ପ୍ରତ୍ୟେକ ୟୁନିଟରେ ପାରଦର୍ଶିତା ଆବଶ୍ୟକ, ପ୍ରତ୍ୟେକ ୟୁନିଟରେ ସାମର୍ଥ୍ୟ ଆବଶ୍ୟକ, ପ୍ରତ୍ୟେକ ୟୁନିଟରେ ସେହି ପ୍ରକାରର ଶକ୍ତି ଆବଶ୍ୟକ ଅଟେ । ସେତେବେଳେ ଯାଇ ଆମେ ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିବା ଏବଂ ସେଥିପାଇଁ ସାଂଖିକ ଶକ୍ତି ଠାରୁ ଅଧିକରୁ ଅଧିକ ତାଲିମପ୍ରାପ୍ତ ମଣିଷ ଯିଏ ସବୁକିଛି ପରିଚାଳନା କରିପାରିବ, ଯିଏ ଟେକ୍ନୋଲୋଜୀଙ୍କୁ ମଧ୍ୟ ଜାଣିଥିବ, ଯିଏ ଟେକ୍ନୋଲୋଜୀକୁ ଅନୁସରଣ କରୁଥିବ, ଯିଏ ମନୁଷ୍ୟର ମାନସିକତାକୁ ମଧ୍ୟ ଜାଣି ପାରୁଥିବ । ଯେଉଁ ଯୁବଗୋଷ୍ଠୀମାନେ ଅଛନ୍ତି ସେମାନଙ୍କ ସହ କଥାବାର୍ତ୍ତା କରିପାରୁଥିବାର ଯୋଗ୍ୟତା ଥିବ, ସେଥିପାଇଁ ବେଳେବେଳେ ବଡ଼ ବଡ଼ ଆନେ୍ଦାଳନ ହୋଇଥାଏ । ସେତେବେଳେ ଲିଡରର୍ସଙ୍କ ସହ ବୁଝାମଣା କରିବାକୁ ହେବ ଏବଂ ସମାଧାନ କରିପାରିବାର କ୍ଷମତାର ଆବଶ୍ୟକତା ରହିବା ଆବଶ୍ୟକ ।

ଯଦି ତାଲିମପ୍ରାପ୍ତ ମଣିଷ ଶକ୍ତି ସୁରକ୍ଷା କ୍ଷେତ୍ରରେ ନ ଥାଏ, ତେବେ ସେ ନିଜର ବୁଝାମଣା କରିପାରିବାର କ୍ଷମତା ହରାଇଥାଏ । ଏବଂ ତାଙ୍କ ଯୋଗୁ ହୋଇଥିବା ବାଜି ଶେଷ ମୁହୂର୍ତ୍ତରେ ବେଳେବେଳେ ଖରାପ ହୋଇଯାଇଥାଏ । କହିବାର ତାତ୍ପର୍ଯ୍ୟ ହେଉଛି ଯେ ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ଜନତା - ଜନାର୍ଦ୍ଦନଙ୍କୁ ସର୍ବପ୍ରଥମେ ଏକାଧ ଶବ୍ଦ କାରଣରୁ ଯାହା ବିଗିଡ଼ି ଯାଇଥାଏ ସେମାନଙ୍କୁ ପ୍ରାଥମିକତା ଦେଇ ସମାଜକୁ ବିରୋଧ କରୁଥିବା ଯେଉଁ ଉପାଦାନଗୁଡ଼ିକ ଅଛି ତାଙ୍କ ପ୍ରତି ସ୍ପଷ୍ଟ ଏବଂ ସମାଜ ପ୍ରତି ନରମ, ଏହି ମୌଳିକ ମନ୍ତ୍ରଗୁଡ଼ିକୁ ନେଇ ଆମେ ଏପରି ମାନବ ସମ୍ବଳ ବିକାଶ କରିବାକୁ ହେବ । ବର୍ତ୍ତମାନ ଆମେ ଦେଖୁଛୁ ଯେ ଦୁନିଆର ଅନେକ ଦେଶରେ ପୋଲିସ ସମ୍ବନ୍ଧରେ ବହୁତ ଭଲ ଭାବମୂର୍ତ୍ତିର ଖବର ଅଛି । ଆମ ଦେଶର ଦୁର୍ଭାଗ୍ୟ ଯେ ଯଦି କୌଣସି ଚଳଚ୍ଚିତ୍ର ନିର୍ମିତ ହୁଏ ତା’ହେଲେ ସବୁଠାରୁ ଖରାପ ଚିତ୍ର ତାହାକୁ ତିଆରି କରାଯାଇଥାଏ, ତାହା ପୋଲିସକୁ ହିଁ କରାଯାଇଥାଏ, ଯଦି ଖବରକାଗଜ ପୂର୍ଣ୍ଣ ହେବାର ଆମ ଦେଖିବା, ତେବେ ସେଥିରେ ମଧ୍ୟ ପୋଲିସର ଚେହେରା ଅଶୁଭ କରାଯାଇଥାଏ । ଏବଂ ସେହି କାରଣରୁ ସମାଜରେ ଯେଉଁ ପ୍ରକାରର ସତ୍ୟତା ପହଂଚିବା ଆବଶ୍ୟକ ଥିଲା । ବର୍ତ୍ତମାନ ସୋସିଆଲ ମିଡିଆ କାରଣରୁ, ଆମେ କରୋନା କାଳରେ ଦେଖିଲୁ ୟୁନିଫର୍ମରେ ପୋଲିସରେ କାର୍ଯ୍ୟ କରୁଥିବା ଲୋକ ତାଙ୍କର ଅନେକ ଭିଡିଓ ବହୁତ ଭାଇରାଲ ହେଲା । କୌଣସି ଜଣେ ପୋଲିସ କର୍ମଚାରୀ ରାତିରେ ବାହାରକୁ ଆସନ୍ତି, କେହି ଜଣେ ଭୋକିଲାକୁ ଖାଇବାକୁ ଦଉଛନ୍ତି, କାହା ଘରେ ଲଗାମ କାରଣରୁ ଔଷଧ ନାହିଁ ତେବେ ପୋଲିସର ଲୋକ ଏକ ମୋଟରସାଇକେଲରେ ଯାଇ ଔଷଧ ଯୋଗାଇଥାଏ । ଏହି କରୋନା ଅବଧି ସମୟରେ ସାଧାରଣ ଲୋକଙ୍କ ମନରେ ଏକ ମାନବୀୟ ଚେହେରା, ପୋଲିସର ମାନବୀୟ ଚେହେରା ଏହି କରୋନା ଅବଧିରେ ଜନମାନସରେ ସୃଷ୍ଟି ହୋଇଥିଲା । କିନ୍ତୁ ପୁଣି, ସେହି ଜିନିଷଗୁଡ଼ିକ ସେହିଠାରେ ବନ୍ଦ ହୋଇଗଲା ।

ଏହା ନୁହେଁ ଯେ କାର୍ଯ୍ୟ ବନ୍ଦ ହୋଇଯାଇଛି, କିନ୍ତୁ ଯେଉଁ ଲୋକମାନେ ଏକ କାହାଣୀ ସୃଷ୍ଟି କରିଛନ୍ତି ଏବଂ ଯେତେବେଳେ ଏକ ନକାରାତ୍ମକ ପରିବେଶ ଅଛି ସେତେବେଳେ ଭଲ କାମ କରିବାକୁ ଇଚ୍ଛା କରିବା ପରେ ମଧ୍ୟ ଏହା ପ୍ରତି ନିରାଶା ଦେଖାଯାଇଥାଏ । ଏପରି ବିପରୀତ ପରିବେଶରେ ଆପଣ ସମସ୍ତେ ଯୁବକମାନେ ଘରୁ ବାହାରକୁ ଯିବାକୁ ନିଷ୍ପତ୍ତି ନେଇଛନ୍ତି । ଆପଣମାନଙ୍କର ଅଭିଭାବକମାନେ ନିଷ୍ପତ୍ତି ନେବା ପରେ ଆପଣଙ୍କୁ ଏଠାକୁ ପଠାଇଛନ୍ତି ଯେ କେବେ ନା କେବେ ଆପଣ ସାଧାରଣ ଲୋକଙ୍କର ଅଧିକାର ରକ୍ଷା କରିବା, ସାଧାରଣ ଲୋକଙ୍କର ସୁରକ୍ଷା ବିଷୟରେ ଚିନ୍ତା କରିବା, ସମାଜରେ ସୁସ୍ଥ ଏବଂ ଶାନ୍ତିର ପରିବେଶ ସୃଷ୍ଟି କରିବା, ତାହାର ଚିନ୍ତା ସାଧାରଣ ସମାଜ ମଧ୍ୟରେ- ଜୀବନରେ ଏକତା ଏବଂ ସୌହାର୍ଦ୍ଦ୍ୟ ରହୁ । ସମସ୍ତେ ନିଜ ଜୀବନକୁ ଅତ୍ୟଧିକ ଉତ୍ସାହ ଏବଂ ଉଦ୍ଦୀପନାର ସହିତ ବଂଚାଇପାରନ୍ତୁ, ସାମାଜିକ ଜୀବନରେ ଛୋଟ ବଡ଼ ଉତ୍ସବକୁ ଆନନ୍ଦ ଏବଂ ଗୌରବର ସହିତ ମିଶି ପାଳନ କରିବା, ଏହି ଭୂମିକା ସମାଜ - ଜୀବନରେ ଆମେ କିପରି ଆମର ଭୂମିକା ଗ୍ରହଣ କରିପାରିବା? ଏବଂ ବର୍ତ୍ତମାନ କେବଳ ସ୍ଥିତିକୁ ଆଧାର କରି ସୁରକ୍ଷା ବାହିନୀ କ୍ଷେତ୍ରରେ ଏହି ଦେଶର ସେବା କରିବାରେ ସକ୍ଷମ ହେବା, ଏହା କେବଳ ଏକ ସୀମା ପର୍ଯ୍ୟନ୍ତ ଠିକ୍ ହେବ, କିନ୍ତୁ ବର୍ତ୍ତମାନ ଏହା ଏକ ବିଶାଳ କ୍ଷେତ୍ର ହୋଇଯାଇଛି, ଯେଉଁଠାରେ ଆମକୁ ତାଲିମପ୍ରାପ୍ତ ମାନବ ଶକ୍ତିର ଆବଶ୍ୟକତା ପଡ଼ିବ ।

ଆଜିର ଯୁଗରେ ପରିବାରଗୁଡ଼ିକ ଛୋଟ ହୋଇଗଲେ । ପୂର୍ବରୁ କ’ଣ ଥିଲା, ପୋଲିସମାନେ ମଧ୍ୟ ଅତିରିକ୍ତ ଡିଉଟି କରିବା ପରେ ଥକି ଯାଇ ଘରକୁ ଯାଉଥିଲେ, ତା’ପରେ ଏକ ବଡ଼ ମିଳିତ ପରିବାର ଥିଲା । ଯେଉଁଠାରେ ମାଆ ଯତ୍ନ ନେଉଥିଲେ, ବାପା ସେମାନଙ୍କ ଯତ୍ନ ନେଉଥିଲେ, ଯଦି କେବେ କେବେ ଜେଜେ ବାପା, ଜେଜେ ମାଆ ଯେତେବେଳେ ସେମାନେ ଘରେ ଥାଆନ୍ତି ସେମାନେ ଯତ୍ନ ନେଉଥିଲେ । ଯଦି ଘରେ ପୁତୁରା, ଭଣଜା ରହୁଥିଲେ ସେମାନେ ମଧ୍ୟ ଯତ୍ନ ନେଉଥିଲେ । ଯଦି ବଡ଼ଭାଇ ଘରେ ଥାଆନ୍ତି ତେବେ ସେ ମଧ୍ୟ ଯତ୍ନ ନେଉଥିଲେ, ଯଦି ବୋହୂ ସେଠାରେ ଥାଆନ୍ତି ତେବେ ସେ ଯତ୍ନ ନେଉଥିଲେ । ସେତେବେଳେ ସେ ହାଲୁକା ହୋଇ ଯାଉଥିଲେ । ଯେବେ ମାନସିକ ସ୍ତରରେ ହାଲୁକା ହୋଇଯାଆନ୍ତି ଏବଂ ପରଦିନ ପ୍ରସ୍ତୁତ ହୋଇ ଚାଲି ଯାଇଥାନ୍ତି । ଆଜି ମାଇକ୍ରୋ ପରିବାରଗୁଡ଼ିକ ହେଉଛି । ଯବାନ ଯେତେବେଳେ ୬ ଘଣ୍ଟା ଚାକିରି, ବେଳେବେଳେ ୮ ଘଣ୍ଟା, ବେଳେବେଳେ ୧୨ ଘଣ୍ଟା, ବେଳେବେଳେ ୧୬ ଘଣ୍ଟା ଏବଂ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ କାମ କରିଥାନ୍ତି । ତା’ ପରଦିନ ସେ ଘରକୁ ଯିବେ, ଘରେ କେହି ନାହାନ୍ତି । କେବଳ ଖାଦ୍ୟ ଖାଅ, କେହି ପଚାରିବାକୁ ନାହାନ୍ତି, ପିତା-ମାତା ନାହାନ୍ତି, କେହି ଚିନ୍ତା କରିବାକୁ ଥିବା ଏକ ଅଲଗା ବ୍ୟକ୍ତିତ୍ୱ ମଧ୍ୟ ନାହାନ୍ତି ।

ଏପରି ସମୟରେ ଚାପର ଅନୁଭୂତି ଆମର ସୁରକ୍ଷା ବାହିନୀ କ୍ଷେତ୍ରରେ ଏକ ବହୁତ ବଡ଼ ଚାଲେଞ୍ଜ ହୋଇଯାଏ । ପାରିବାରିକ ଜୀବନର ଅସୁବିଧା, କାମ କରିବା ସମୟରେ ତାଙ୍କ ମନ ଉପରେ ବହୁତ ପ୍ରଭାବ ପଡ଼ିଥାଏ, ଯାହାଦ୍ୱାରା ସେମାନେ ଚାପଗ୍ରସ୍ତ ରହିଥାନ୍ତି । ଏପରି ସମୟରେ ଆଜି ସୁରକ୍ଷା କ୍ଷେତ୍ର ପାଇଁ ଚାପମୁକ୍ତ କାର୍ଯ୍ୟକଳାପର ତାଲିମ ଆବଶ୍ୟକ ହୋଇପଡ଼ିଛି । ଏବଂ ଏଥିପାଇଁ ପ୍ରଶିକ୍ଷକମାନଙ୍କର ଆବଶ୍ୟକତା ମଧ୍ୟ ରହିଛି । ଏହି ରକ୍ଷା ଶକ୍ତି ବିଶ୍ୱବିଦ୍ୟାଳୟ ଏଭଳି ପ୍ରକାରର ପ୍ରଶିକ୍ଷକମାନଙ୍କୁ ମଧ୍ୟ ପ୍ରସ୍ତୁତ କରିପାରିବେ, ଯେଉଁମାନେ ୟୁନିଫର୍ମ କାମରେ ନ ଥିବେ, କିନ୍ତୁ ୟୁନିଫର୍ମ ମାନଙ୍କ ଠାରୁ ମନରୁ ଖୁସି ରଖିବାର କାର୍ଯ୍ୟ ଏଠାରୁ ତାଲିମ ପାଇସାରିବା ପରେ କରିପାରିବେ।

ଆଜି ମଧ୍ୟ ସେନାରେ ବହୁ ସଂଖ୍ୟାରେ ଯୋଗ ଶିକ୍ଷକଙ୍କର ଆବଶ୍ୟକତା ରହିଛି । ଆଜି ମଧ୍ୟ ପୋଲିସ ଜାଗାରେ ବହୁ ମାତ୍ରାରେ ଯୋଗ ଏବଂ ଆରମ କୌଶଳ ଥିବା ଶିକ୍ଷକମାନଙ୍କର ଆବଶ୍ୟକତା ରହିଛି, ଏହି ପରିସର ବର୍ତ୍ତମାନ ରକ୍ଷା କ୍ଷେତ୍ର ଅଧିନରେ ଆସିବ ।

ସେହିଭଳି ଭାବରେ ଟେକ୍ନୋଲୋଜୀ ଏକ ବଡ଼ ଆହ୍ୱାନ । ଏବଂ ମୁଁ ଦେଖିଛି ଯେ ଯେତେବେଳେ କୌଣସି ପାରଦର୍ଶିତା ନ ଥାଏ ସେତେବେଳେ ଆମେ ଯାହା କରିବା ଉଚିତ ତାହା କରିବାକୁ ଆମେ ସକ୍ଷମ ହୋଇ ପାରୁନାହୁଁ, ବିଳମ୍ବ ହୋଇଯାଇଥାଏ । ଯେପରି ଭାବରେ ସାଇବର ସୁରକ୍ଷା ପ୍ରସଙ୍ଗ ସୃଷ୍ଟି ହୋଇଛି, ଯେଉଁ ଭଳି ଭାବରେ ଟେକ୍ନୋଲୋଜୀ କ୍ଷେତ୍ରରେ ଅପରାଧ ବଢୁଛି, ସେହିଭଳି ଭାବରେ ଅପରାଧ ଚିହ୍ନଟ କରିବାରେ ଟେକ୍ନୋଲୋଜୀ ଅଧିକ ସହାୟକ ହୋଇଛି । ପୂର୍ବ ସମୟରେ ଯଦି କୌଣସି ସ୍ଥାନରେ ଚୋରି ହୋଇଯାଇଥାଏ, ତେବେ ଚୋରକୁ ଧରିବା ପାଇଁ ବହୁତ ସମୟ ଲାଗି ଯାଇଥାଏ । କିନ୍ତୁ ଆଜି କୌଣସି ସ୍ଥାନରେ ସିସିଟିଭି କ୍ୟାମେରା ରହିବ, ଯଦି ଆପଣ ସିସିଟିଭି କ୍ୟାମେରାର ଫୁଟେଜକୁ ଦେଖନ୍ତି, ତେବେ ସବୁ ଜଣାପଡ଼ିଯିବ ଯେ ଏହି ବ୍ୟକ୍ତିତ୍ୱ ବଡ଼ ଆଶଙ୍କାରେ ଶୋଇ ଯାଉଛନ୍ତି । ପ୍ରଥମେ ଏହି ସ୍ଥାନକୁ ମୁଁ ଯାଇଥିଲି, ତା’ପରେ ସେହି ସ୍ଥାନକୁ ଯାଇଥିଲି, ଆପଣ ଲିଙ୍କ ଦେଇଥିଲେ ଏବଂ ଆପଣଙ୍କ ପାଖରେ କୃତ୍ରିମ ବୁଦ୍ଧିମତାର ଏକ ନେଟୱର୍କ ଅଛି, ଯଦି ଏପରି ହୁଏ, ତେବେ ଆପଣ ଜଣେ ବ୍ୟକ୍ତିଙ୍କୁ ଅତି ସହଜରେ ଟ୍ରାକ କରିପାରିବେ ଏବଂ ଆପଣ ଜାଣିପାରିବେ ଯେ ସେ ଏଠାରୁ ବାହାରିଛନ୍ତି, ଏଠାକୁ ଆସିଛନ୍ତି ଏବଂ ଏଠାରେ ସେ ଆଇନ ବିରୁଦ୍ଧରେ କାର୍ଯ୍ୟ କରିଛନ୍ତି, ଏହା ଧରା ପଡ଼ିଯାଇଥାଏ ।

ତେଣୁ ଯେଉଁଭଳି ଭାବରେ ଅପରାଧୀ ବିଶ୍ୱ ଟେକ୍ନୋଲୋଜୀ ବ୍ୟବହାର କରୁଛନ୍ତି ସେହିଭଳି ସୁରକ୍ଷା ବାହିନୀ ପାଇଁ ଟେକ୍ନୋଲୋଜୀ ମଧ୍ୟ ଏକ ଶକ୍ତିଶାଳୀ ଅସ୍ତ୍ରରେ ପରିଣତ ହୋଇଛି । କିନ୍ତୁ ସଠିକ ଲୋକଙ୍କ ହାତରେ ସଠିକ ଅସ୍ତ୍ର ଏବଂ ସମୟ ଅନୁସାରେ କାର୍ଯ୍ୟ କରିବାର କ୍ଷମତା ତାଲିମ ବିନା ସମ୍ଭବ ହେବ ନାହିଁ ଏବଂ ମୁଁ ମାନୁଛି ଯେ ଦୁନିଆର ବଡ଼ ବଡ଼ ଘଟଣା ଯଦି ଆପଣ ଏହି କ୍ଷେତ୍ରରେ ଆପଣଙ୍କୁ କେସ ଷ୍ଟଡି ଶିଖାଇବ, ତେବେ ଏଥିରେ ଆସିଥାନ୍ତା ଯେ କେଉଁ ପ୍ରକାର ଟେକ୍ନୋଲୋଜୀର ବ୍ୟବହାର କରି ଅପରାଧ କରାଯାଇଥାଏ ଏବଂ କିପରି ଭାବେ ଟେକ୍ନୋଲୋଜୀର ବ୍ୟବହାର କରି ଅପରାଧ ଚିହ୍ନଟ କରାଯାଇଥାଏ ।

ଏହି ପ୍ରଶିକ୍ଷଣ କେବଳ ସକାଳର ପରେଡ ନୁହେଁ, ଶାରିରୀକ ସୁସ୍ଥତା, ଏତିକିରେ ରକ୍ଷା କ୍ଷେତ୍ରର କାର୍ଯ୍ୟ ଆଉ କାମ ନୁହେଁ । ବେଳେବେଳେ ମୁଁ ଭାବୁଛି ମୋର ଦିବ୍ୟାଙ୍ଗ ଭାଇ ଓ ଭଉଣୀମାନେ ଶାରିରୀକ ଅଯୋଗ୍ୟ ହୋଇପାରନ୍ତି, ଯଦିଓ ସେମାନେ ରକ୍ଷା ଶକ୍ତି ବିଶ୍ୱବିଦ୍ୟାଳୟରେ ତାଲିମପ୍ରାପ୍ତ ହୋଇଯିବେ, ତେବେ ଶାରିରୀକ ଅକ୍ଷମତା ପରେ ମଧ୍ୟ ରକ୍ଷା କ୍ଷେତ୍ରରେ ତାଲିମ ହେତୁ ମାନସିକତା କାରଣରୁ ସେମାନେ ମଧ୍ୟ ଅନେକ ଅବଦାନ ଦେଇପାରିବେ । ତାହା ହେଉଛି ସମଗ୍ର ପରିସର ବଦଳିଯାଇଛି । ଏହି ରକ୍ଷା ଶକ୍ତି ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଆମେ ସେହି ଦିଗକୁ ଯିବା ଉଚିତ, ସେହି ପରିସର ପାଇଁ ଉପଯୁକ୍ତ ବ୍ୟବସ୍ଥାଗୁଡ଼ିକ କିପରି ବିକଶିତ କରାଯିବ ।

ଏବଂ ଗୃହମନ୍ତ୍ରୀ ଯେପରି କହିଛନ୍ତି ଯେ ଏହି ସମୟରେ ଶିକ୍ଷା ଦୃଷ୍ଟିରୁ ଗାନ୍ଧୀ ନଗର ଏକ ଅତ୍ୟନ୍ତ ଜୀବନ୍ତ ଅଞ୍ଚଳରେ ପରିଣତ ହେଉଛି । ଗୋଟିଏ ଝଲକରେ ବହୁତଗୁଡ଼ିଏ ବିଶ୍ୱବିଦ୍ୟାଳୟ ଏବଂ ଦୁଇଟି ବିଶ୍ୱବିଦ୍ୟାଳୟ ଆମ ପାଖରେ ଏମିତି ଅଛି, ଏହି ପୃଥିବୀରେ ଆମର ଏପରି ଏକ ଜିନିଷ ଅଛି, ଯାହାକି ବିଶ୍ୱର ପ୍ରଥମ ବିଶ୍ୱବିଦ୍ୟାଳୟ ଅଟେ । ସମଗ୍ର ବିଶ୍ୱରେ ଏକମାତ୍ର, ସମଗ୍ର ବିଶ୍ୱରେ କୌଣସି ଠାରେ ମଧ୍ୟ ଫରେନସିକ ସାଇନ୍ସ ବିଶ୍ୱବିଦ୍ୟାଳୟ ନାହିଁ । ସମଗ୍ର ବିଶ୍ୱରେ କୌଣସି ସ୍ଥାନରେ ମଧ୍ୟ ଶିଶୁ ବିଶ୍ୱବିଦ୍ୟାଳୟ ନାହିଁ । ଗାନ୍ଧୀ ନଗର ଏବଂ ହିନ୍ଦୁସ୍ତାନ ଏକୁଟିଆ ଏମିତି ଯେ ଯାହା ନିକଟରେ ଏହି ଦୁଇଟି ବିଶ୍ୱବିଦ୍ୟାଳୟ ଅଛି ।

ଏବଂ ମୁଁ ଚାହିଁବି ସେହିଭଳି ଭାବରେ ନାସନାଲ ୟୁନିଭର୍ସିଟି ଠାରୁ ଯଥା ଅପରାଧ ଚିହ୍ନଟ ଠାରୁ ନ୍ୟାୟ ପର୍ଯ୍ୟନ୍ତ ଏହା ପୂରା ଯେଉଁ ପ୍ରକ୍ରିୟାକୁ ଆମେ ଅପଣାଇଛୁ । ଏବଂ ଏହି ଏକତ୍ରୀକରଣ କରିବା ମଧ୍ୟ ସେତେବେଳ ପର୍ଯ୍ୟନ୍ତ କାମରେ ଆସିବ, ଏହି ତିନୋଟି ବିଶ୍ୱବିଦ୍ୟାଳୟରେ ସିଲୋଜରେ କାମ କରିବ । ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ ଏହାର ଦୁନିଆକୁ ଚଳାଇଥାଏ, ଫରେନସିକ ସାଇନ୍ସ ୟୁନିଭର୍ସିଟି ସେ ତା’ର ନିଜର ଦୁନିଆକୁ ଚଳାଇଥାଏ, ନାସନାଲ ଲ’ ୟୁନିଭର୍ସିଟି ସେ ମଧ୍ୟ ନିଜର ଦୁନିଆକୁ ଚଳାଇଥାଏ, ତେଣୁ ମୁଁ ଯେଉଁ ଫଳାଫଳ ଆଣିବାକୁ ଚାହୁଁଛି ସେହି ପରିଣାମ ଆସିପାରିବ ନାହିଁ ।

ଏବଂ ସେଥିପାଇଁ ମୁଁ ଯେତେବେଳେ ଆଜି ଆପଣମାନଙ୍କ ମଧ୍ୟରେ ଆସିଛି, ବିଶ୍ୱ ବିଦ୍ୟାଳୟ ଚଳାଉଥିବା ଲୋକମାନେ ସେଠାରେ ବସିଛନ୍ତି, ତେବେ ମୋର ଅନୁରୋଧ ଯେ ଏହି ତିନୋଟି ବିଶ୍ୱବିଦ୍ୟାଳୟ ଛାତ୍ରଙ୍କର, ଅଧ୍ୟାପିକାଙ୍କର ଗୋଟିଏ ବର୍ଷରେ ପ୍ରତି ତିନି ମାସ ପରେ ଏକ ସାଧାରଣ ସମ୍ମିଳନୀ ହୋଇପାରିବ କି? ଯାହା ତିନୋଟି ଦିଗ ଉପରେ ଆଲୋଚନା କରିବ ଏବଂ ରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ଏକ ନୂତନ ମଡେଲ ନେଇ ଆସିବ । ଫରେନସିକ ବିଜ୍ଞାନ ନ୍ୟାୟ ପାଇଁ କେମିତି କାମରେ ଆସିବ ତାହା ଜାତୀୟ ବିଶ୍ୱବିଦ୍ୟାଳୟର ପିଲାମାନଙ୍କୁ ଅଧ୍ୟୟନ କରିବାକୁ ପଡ଼ିବ ।

ଅପରାଧ ଚିହ୍ନଟ ଲୋକଙ୍କୁ ଦେଖିବାକୁ ପଡ଼ିବ ଯେ ମୁଁ ଏହି ଧାରା ଅଧିନରେ କେଉଁ କଲମକୁ କେମିତି ନେଇଯିବି, ମୁଁ କେମିତି ନେଇଯିବ । ଯାହା ଦ୍ୱାରା ମୁଁ ଫରେନସିକ ସାଇନ୍ସ ୟୁନିଭର୍ସିଟିରୁ ବୈଷୟିକ ସହାୟତା ପାଇବି ଏବଂ ମୁଁ ନାସନାଲ ଲ’ ୟୁନିଭର୍ସିଟିରୁ ଆଇନଗତ ସହାୟତା ପାଇବି ଏବଂ ଅପରାଧିକ ଇଛାରୁ ନ୍ୟାୟ ପାଇବି । ଏବଂ ତା’ପରେ ଯେତେବେଳେ ନ୍ୟାୟିକ ବ୍ୟବସ୍ଥା ଠିକ ସମୟରେ ନ୍ୟାୟ ପ୍ରଦାନ କରିଥାଏ ଏବଂ ଦୋଷୀମାନଙ୍କୁ ଦଣ୍ଡ ଦିଗରେ ସକ୍ଷମ ହୁଏ, ସେତେବେଳେ ଦୋଷୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥାଏ ।

ମୁଁ ରକ୍ଷା ଶକ୍ତି ବିଶ୍ୱ ବିଦ୍ୟାଳୟରେ ଏହା ମଧ୍ୟ ଚାହିଁବି ଯେ, ଏପରି ଲୋକମାନେ ମଧ୍ୟ ସେଠାରେ ପ୍ରସ୍ତୁତ ହେବା ଉଚିତ, ଯେଉଁମାନେ ଜେଲର ବ୍ୟବସ୍ଥା ସମ୍ପର୍କରେ ସେମାନଙ୍କର ଅଧିକ ଜ୍ଞାନ ଥାଉ । ଜେଲ ବ୍ୟବସ୍ଥାରେ କିପରି ଆଧୁନିକୀକରଣ କରାଯିବ, ଜେଲ ଭିତରେ ଥିବା କଏଦୀମାନଙ୍କ ମାନସିକତାରେ ଯୋଗଦେବା ପରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ କିପରି ପ୍ରସ୍ତୁତ କରାଯିବ, ସେମାନେ କିପରି ଅପରାଧରୁ ମୁକ୍ତି ପାଇବେ, କେଉଁ ପରିସ୍ଥିତିରେ ସେମାନେ ଅପରାଧ କରିବାକୁ ଗଲେ? ଏସବୁ ମନସ୍ତାତ୍ତ୍ୱିକ ଅଧ୍ୟୟନର ଫରେନସିକ ସାଇନ୍ସ ୟୁନିଭର୍ସିଟିର ମଧ୍ୟ ଅପରାଧିକ ମାନସିକତାର ଏକ ବହୁତ ଭଲ ଅଧ୍ୟୟନ ହୋଇଛି । ରକ୍ଷା ଶକ୍ତି ବିଶ୍ୱବିଦ୍ୟାଳୟରେ ମଧ୍ୟ ଏହାର ଏକ ଦିଗ ରହିବା ଆବଶ୍ୟକ ।

ମୁଁ ବୁଝିପାରୁଛି କି ଯଦି ଆମର ଏଠାରୁ ଲୋକମାନଙ୍କୁ ପ୍ରସ୍ତୁତ କରିପାରିବା ଯେଉଁମାନଙ୍କର ସମାନ ଜ୍ଞାନ ଅଛି, ଯେଉଁମାନେ ବନ୍ଦୀମାନଙ୍କ ଭିତରେ ଥିବା ସମସ୍ତ ଜେଲ ପରିବେଶକୁ ପରିବର୍ତ୍ତନ କରିବାରେ କାର୍ଯ୍ୟ କରିପାରିବେ, ସେମାନେ ମାନସିକ ସ୍ତରରେ ଉପସ୍ଥିତ ରହିପାରିବେ ଏବଂ ସେମାନଙ୍କୁ ଜଣେ ଭଲ ବ୍ୟକ୍ତି କରି ଜେଲରୁ ବାହାରକୁ ବାହାର କରିପାରିବେ ସେଥିପାଇଁ ଯୋଗ୍ୟ ମାନବ ସମ୍ବଳର ମଧ୍ୟ ଆବଶ୍ୟକତା ରହିଛି । କେବଳ ଯିଏ କାଲି ପର୍ଯ୍ୟନ୍ତ ପୋଲିସର ଆଇନଶୃଙ୍ଖଳା ପରିଚାଳନାର କାର୍ଯ୍ୟ କୌଣସି ସହରର କୌଣସି କୋଣରେ ସମ୍ଭାଳିବ ଏବଂ ହଠାତ ତାଙ୍କୁ କୁହାଗଲା ଯେ ବର୍ତ୍ତମାନ ଯାଇ ଜେଲରେ ତାଙ୍କ ଯତ୍ନ ନିଅ, ତା’ର କୌଣସି ତାଲିମ ନାହିଁ । ଠିକ ଅଛି, ତାଙ୍କର ଏତିକି ପ୍ରଶିକ୍ଷଣ ହେବା ଦରକାର ଯେ ସେ କିପରି ଅପରାଧିମାନଙ୍କ ସହିତ ବସିବା ଏବଂ ଉଠିବା ଜାଣିଥିବେ। କିନ୍ତୁ ଏତିକିରେ କାମ ହୋଇପାରିବ ନାହିଁ । ମୁଁ ବୁଝିପାରୁଛି ଯେ ସେହିସବୁ କ୍ଷେତ୍ର ପାଇଁ ଆମକୁ ଏହି ଦିଗରେ ପ୍ରୟାସ କରିବାକୁ ପଡ଼ିବ ।

ଆଜି ମୋତେ ଏହି ରକ୍ଷା ବିଶ୍ୱ ବିଦ୍ୟାଳୟର ଏକ ବିଶାଳ ଭବନକୁ ଉଦଘାଟନ କରିବାର ସୁଯୋଗ ମିଳିଛି । ଯେତେବେଳେ ଆମେ ଏହା ପାଇଁ ସ୍ଥାନ ଚିହ୍ନଟ କରୁଥିଲୁ, ସେତେବେଳେ ଆପଣଙ୍କ ସମ୍ମୁଖରେ ବହୁତ ବଡ଼ ପ୍ରଶ୍ନ ଆସିଥିଲା, ବଡ଼ ବଡ଼ ଚାପ ମଧ୍ୟ ଆସିଥିଲା । ସମସ୍ତେ କହୁଥିଲେ, ସାର, ଆପଣ କାହିଁକି ଏତେ ଦୂରକୁ ପଠାଉଛନ୍ତି । ଆପଣ ଏହା କାହିଁକି କରୁଛନ୍ତି । କିନ୍ତୁ ମୋର ମତ ଥିଲା ଯେ ଯଦି ଜଣେ ଗାନ୍ଧୀ ନଗର ଠାରୁ ୨୫-୫ଠ କିଲୋମିଟର ଦୂରକୁ ଯିବାକୁ ପଡ଼େ, ତେବେ ସେଥିରେ ବିଶ୍ୱ ବିଦ୍ୟାଳୟର ଗୁରୁତ୍ୱକୁ ହ୍ରାସ କରେ ନାହିଁ । ଯଦି ବିଶ୍ୱ ବିଦ୍ୟାଳୟର ଶକ୍ତି ଅଛି, ତେବେ ଏହା ଗାନ୍ଧୀ ନଗରର ସବୁଠାରୁ ବଡ଼ ଫୋକସ କ୍ଷେତ୍ର ହୋଇପାରିବ ଏବଂ ଆଜି ଏହି ଭବନ ଦେଖିବା ପରେ ମୁଁ ଭାବୁଛି ଏହାର ଆରମ୍ଭ ହୋଇସାରିଛି ।

କିନ୍ତୁ, ଏହି କୋଠାକୁ ସବୁଜ-ପୂର୍ଣ୍ଣ ରଖିବା, ଶକ୍ତିଶାଳୀ ରଖିବା, ବିଳାସପୂର୍ଣ୍ଣ ରଖିବା ପାଇଁ ଏହି ଦାୟିତ୍ୱ ଏକ କଣ୍ଟ୍ରାକ୍ଟର ବିଲ୍ଡିଂ ନିର୍ମାଣ କରି ଚାଲିଗଲେ ହୋଇଯାଏ ନାହିଁ, ଗୋଟିଏ ସରକାର ବଜେଟ ଖର୍ଚ୍ଚ କରନ୍ତି, ତାହା ଦ୍ୱାରା ହୁଏ ନାହିଁ। ସେଥିରେ ବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଏହାକୁ ନିଜର ମାନିବେ, ପ୍ରତ୍ୟେକ କାନ୍ଥକୁ ନିଜର ଭାବିବେ, ନିଜର ଭାବିବେ, ପ୍ରତ୍ୟେକ ଝରକାକୁ ନିଜର ଭାବିବେ, ପ୍ରତ୍ୟେକ ଆସବାବପତ୍ରକୁ ନିଜର ଭାବିବା ଉଚିତ ଏବଂ ତାହାକୁ ଭଲ କରିବା ପାଇଁ କିଛି ନିଜେ କରିବା ଦରକାର, ତେବେ ଯାଇ ଭବନ ନିଜର ସୌନ୍ଦର୍ଯ୍ୟକୁ ରଖିପାରିବ ।

ଏକ ସମୟ ଥିଲା ଯେତେବେଳେ ଅହମ୍ମଦାବାଦରେ ଆଇଏମ ଗଠନ ହୋଇଥିଲା, ଏହା ୫ଠ ବର୍ଷ ପୂର୍ବର କଥା; ୫ଠ-୬ଠ ବର୍ଷ ପୂର୍ବେ ସେହି କୋଠାଟି ସମଗ୍ର ଭାରତରେ ଏକ ମଡେଲ ଭାବରେ ବିବେଚନା କରାଯାଉଥିଲା । ପରେ, ଯେତେବେଳେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର କୋଠା ନିର୍ମାଣ ହେଲା, ସେତେବେଳେ ସମଗ୍ର ଭାରତର ଲୋକମାନେ ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟ ନିର୍ମାଣ ପ୍ରତି ଆକର୍ଷିତ ହେଉଥିଲେ । ଆଜି ମୁଁ ଦୃଢ଼ ଭାବରେ ବିଶ୍ୱାସ କରୁଛି ଯେ ଆଗାମୀ ଦିନରେ ଏହି ରକ୍ଷା ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ ମଧ୍ୟ ଲୋକଙ୍କ ପାଇଁ ଆକର୍ଷଣର କାରଣ ହେବ । ଆଇଆଇଟିର କ୍ୟାମ୍ପସ ଯାହା ଆମ ସମୟ ଅବଧିରେ ନିର୍ମିତ ହୋଇଛି, ଏନର୍ଜି ୟୁନିଭର୍ସିଟିର କ୍ୟାମ୍ପସ ଯାହା ତିଆରି ହୋଇଛି, ନ୍ୟାସନାଲ ଲ’ ୟୁନିଭର୍ସିଟିର କ୍ୟାମ୍ପସ ନିର୍ମାଣ ହୋଇଛି, ଫରେନସିକ ସାଇନ୍ସ ୟୁନିଭର୍ସିଟିର ଯେଉଁ କ୍ୟାମ୍ପସ ଯାହା ମୁଁ ନିର୍ମାଣ କରିଛି, ମୁଁ ଭାବୁଛି ଏହା ଆଉ ଏକ ରତ୍ନ । ଏହି ରକ୍ଷା ବିଶ୍ୱ ବିଦ୍ୟାଳୟର କ୍ୟାମ୍ପସ ମଧ୍ୟ ଏକ ନୂତନ ରତ୍ନ ପାଲଟିଛି ଏବଂ ଏଥିପାଇଁ ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।

ଏବଂ ମୋତେ ପୂରା ବିଶ୍ୱ ଅଛି ଯେ ଏଠାରେ ଏକ ନୂତନ ଶକ୍ତି, ଏକ ନୂତନ ଉତ୍ସାହ ଏବଂ ଦେଶର ଗୁଣବତ୍ତା ସହିତ, ଅର୍ଥାତ ଏକ ପ୍ରକାରରେ ସମାଜରେ ଯେଉଁ ଭଲ ପିଲାମାନେ ଅଛନ୍ତି ମୁଁ ସେମାନଙ୍କୁ ମଧ୍ୟ ନିମନ୍ତ୍ରଣ କରୁଛି । ଆପଣ ଏହି କାମକୁ ଛୋଟ ମାନନ୍ତୁ ନାହିଁ । ଆସନ୍ତୁ, ଦେଶକୁ ସେବା କରିବା ପାଇଁ ଏହା ଏକ ବଡ଼ କ୍ଷେତ୍ର ଅଟେ । ଏବଂ ଆମର ପୋଲିସ କର୍ମଚାରୀମାନେ ମଧ୍ୟ, ଆମର ଗୃହ ମନ୍ତ୍ରଣାଳୟ ମଧ୍ୟ, ଆମେ ଏହି ଭୁଲ କରିବା ଉଚିତ ନୁହେଁ, ଆମେ କୌଣସି ଭୁଲ କରିନାହୁଁ, ଏହା ପୋଲିସ ବିଶ୍ୱବିଦ୍ୟାଳୟ ନୁହେଁ, ଏହା ଏକ ରକ୍ଷା ବିଶ୍ୱବିଦ୍ୟାଳୟ, ଯାହାକି ରାଷ୍ଟ୍ରର ରକ୍ଷା ନିମନ୍ତେ ମାନବ ଶକ୍ତି ପ୍ରସ୍ତୁତ କରିବାର ଏକ ବିଶ୍ୱବିଦ୍ୟାଳୟ ଅଟେ । ସମଗ୍ର ଜାତିର ରକ୍ଷା ସେମାନେ ଅନେକ କ୍ଷେତ୍ରକୁ ଯିବେ । ଏଠାରୁ ଏଭଳି ଲୋକ ମଧ୍ୟ ପ୍ରସ୍ତୁତ ହେବେ, ଯେଉଁମାନେ ରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପୁଷ୍ଟିକର ଖାଦ୍ୟ କ’ଣ ହେବ ସେ ସମ୍ପର୍କରେ ଅଭିଜ୍ଞତା ରହିଥିବ । ସେହିପରି ଅନେକ ବିଶେଷଜ୍ଞ ପ୍ରସ୍ତୁତ ହେବେ ଯେ ସେମାନେ କ୍ରାଇମବ୍ରାଂଚର ରେକର୍ଡ ତିଆରି ସଫ୍ଟୱେର କିପରି ହେବା ଉଚିତ ତାହା ଉପରେ କାର୍ଯ୍ୟ କରିବେ । ତାଙ୍କୁ କୌଣସି ଏକ ୟୁନିଫର୍ମ ପିନ୍ଧିବାକୁ ଦରକାର ପଡ଼ିବ ନାହିଁ, କିନ୍ତୁ ସେ ୟୁନିଫର୍ମର ମାନସିକତା ଜାଣନ୍ତି । କାମ ଯିଏ ମଧ୍ୟ କରନ୍ତୁ ସେମାନେ ଏକତ୍ର କାମ କରି ଭଲ ଫଳାଫଳ ଦେଇପାରିବେ । ଏହି ଭାବନା ସହିତ, ଆଜି ଏହି ବିଶ୍ୱ ବିଦ୍ୟାଳୟର ପ୍ରଗତି ଦିଗରେ ଅଗ୍ରଗତି କରୁଛୁ ।

ଏବଂ ଆମେ ଯେପରି ଏମିତି ଭାବୁଛୁ ଫରେନସିକ ସାଇନ୍ସ ୟୁନିଭର୍ସିଟି ଦେଶରେ ବିସ୍ତାର ହେବା ଉଚିତ, ରକ୍ଷା ଶକ୍ତି ବିଶ୍ୱ ବିଦ୍ୟାଳୟ ଦେଶରେ ବିସ୍ତାର ହେବା ଉଚିତ ଏବଂ ଛାତ୍ର ଜୀବନରୁ କିଛି ପିଲା ଅଛନ୍ତି, ଯେଉଁମାନେ ପିଲା ଦିନରୁ ଭାବନ୍ତି ଯେ ମୁଁ ଜଣେ ଖେଳାଳି ହେବାକୁ ଚାହୁଁଛି, କିଛି ଲୋକ ପିଲା ଦିନରୁ ଭାବନ୍ତି ଯେ ଆମକୁ ଡାକ୍ତର ହେବାକୁ ପଡ଼ିବ । କିଛି ଲୋକ ପିଲା ଦିନରୁ ଭାବନ୍ତି ଯେ ମୁଁ ଇଞ୍ଜିନିୟର ହେବି । ଏହା ଏକ କ୍ଷେତ୍ର । ଯଦିଓ ଆଜି ଏକ ବିଭାଗ ଅଛି ଯେଉଁଥିରେ ନକରାତ୍ମକତାର ବାତାବରଣ ୟୁନିଫର୍ମ ଆଡ଼କୁ ରହିଥାଏ, କିନ୍ତୁ ଯଦି ଆମେ ଆମର କର୍ତ୍ତବ୍ୟ ସହିତ, ଆମର କଠିନ ପରିଶ୍ରମ ସହିତ ଏବଂ ଆମର ମାନବିକ ମୂଲ୍ୟବୋଧକୁ ସମ୍ମାନ ଦେଇ କାର୍ଯ୍ୟ କରିବୁ ତେବେ ମୋର ବିଶ୍ୱାସ ଅଛି ଯେ ଯେଉଁ ସଠିକ ବିଭାଗ ପରିବର୍ତ୍ତନ କରି ସାମାନ୍ୟ ମାନବିକତାର କାର୍ଯ୍ୟ କରୁଛି ତାହା ଆମର ୟୁନିଫର୍ମ ଫୋର୍ସେସ କରିପାରିବ ଏବଂ ଯେତେବେଳେ ୟୁନିଫର୍ମ ଫୋର୍ସେସ କରିବ ସେତେବେଳେ ସରକାରୀ କ୍ଷେତ୍ରରେ କାମ କରୁଥିବା ପଟା ଏବଂ ଟୋପି ଲଗାଉଥିବା କଥା ଏଥିରେ ସାମିଲ କରୁନାହିଁ । ଆଜି ଘରୋଇ କ୍ଷେତ୍ରରେ ମଧ୍ୟ ବହୁ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ସେଠାରେ ବିପୁଳ ପରିମାଣର ଘରୋଇ ସୁରକ୍ଷା କ୍ଷେତ୍ର ପ୍ରସ୍ତୁତ ହୋଇଛି ଏବଂ ମୁଁ ଦେଖିଛି ଯେ ଅନେକ ଷ୍ଟାର୍ଟଅପ ବିକାଶ ହୋଇପାରୁଛି, ଯାହା କେବଳ ରକ୍ଷା କ୍ଷେତ୍ରରେ କାମ କରୁଛି । ଆପଣଙ୍କର ଏହି ପ୍ରଶିକ୍ଷଣ ଏପରି ନୂଆ ନୂଆ ଷ୍ଟାର୍ଟଅପର ଦୁନିଆରେ ଆସିବାକୁ ମଧ୍ୟ ଆପଣଙ୍କୁ ନିମନ୍ତ୍ରଣ କରୁଛି ।

ମୋତେ ବିଶ୍ୱାସ ଅଛି ଯେ ଆପଣଙ୍କ ପରି ମୋର ସାଥୀ ଯୁବକମାନେ ଦେଶର ରକ୍ଷାକୁ ପ୍ରାଧାନ୍ୟ ଦେବାକୁ ଯାଇ ଆଗକୁ ଆସୁଛନ୍ତି, ସେତେବେଳେ ଆଉ ଏକ ବଡ଼ କ୍ଷେତ୍ର ଅଛି ଯାହାକୁ ଆମକୁ ବୁଝିବାକୁ ପଡ଼ିବ । ଯେପରି ମୁଁ ଆରମ୍ଭରେ କହିଥିଲି ଯେ ବୁଝାମଣାର ଏକ କଳା ଅଛି, ଯେତେବେଳେ ତାଲିମ ସମାପ୍ତ ହୁଏ, ସେତେବେଳେ ସେମାନେ ଭଲ ବୁଝାମଣାକାରୀ ହୁଅନ୍ତି ଏବଂ ଯେତେବେଳେ ବୁଝାମଣାକାରୀ ହୁଅନ୍ତି ସେତେବେଳେ ସେମାନେ ଗ୍ଲୋବାଲ ଲେବଲରେ କାମରେ ଆସିଥାନ୍ତି । ବର୍ତ୍ତମାନ ଯେତେବେଳେ ବୁଝାମଣକାରୀ ହୁଅନ୍ତି, ସେତେବେଳେ ଗ୍ଲୋବାଲ ଲେବଲରେ ବୁଝାମଣାକାରୀ କାମରେ ଆସିପାରିବେ । ଧୀରେ ଧୀରେ ଆପଣ ପ୍ରଗତି କରି ଗ୍ଲୋବାଲ ଲେବଲରେ ବୁଝାମଣାକାରୀ ହୋଇପାରିବେ ।

ଏବଂ ମୁଁ ମାନୁଛି ଯେ ଏହା ମଧ୍ୟ ସମାଜ- ଜୀବନରେ ଏକ ବଡ଼ ଆବଶ୍ୟକତା ଅଟେ । ସେହିଭଳି ଭାବରେ ମୋବ ସାଇକଲୋଜୀ, କ୍ରାଉଡ ସାଇକଲୋଜୀ ଯଦି ଆପଣ ଏହାକୁ ବୈଜ୍ଞାନିକ ଢଙ୍ଗରେ ଅଧ୍ୟୟନ କରିନାହାନ୍ତି, ତେବେ ଆପଣ ଏହାକୁ ସମ୍ଭାଳିପାରିବେ ନାହିଁ । ରକ୍ଷା ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଆମେ ଏପରି ଲୋକଙ୍କୁ ପ୍ରସ୍ତୁତ କରିବାକୁ ଚାହୁଁଛୁ ଯେଉଁମାନଙ୍କର ଏପରି ପରିସ୍ଥିତିରେ ମଧ୍ୟ ଜିନିଷଗୁଡ଼ିକ ପରିଚାଳନା କରିବାର କ୍ଷମତା ଅଛି । ଦେଶକୁ ସୁରକ୍ଷା ଦେବା ପାଇଁ ଆମକୁ ପ୍ରତ୍ୟେକ ସ୍ତରରେ ଉତ୍ସର୍ଗୀକୃତ କାର୍ଯ୍ୟଶୈଳୀ ପ୍ରସ୍ତୁତ କରିବାକୁ ପଡ଼ିବ । ମୁଁ ଆଶା କରୁଛି, ଆମେ ସମସ୍ତେ ସେହି ଦିଗରେ କାମ କରିବାକୁ ପ୍ରୟାସ କରିବା ।

ଯେଉଁ ଛାତ୍ରଛାତ୍ରୀମାନେ ଆଜି ସେମାନଙ୍କର ଅଧ୍ୟୟନ ସମାପ୍ତ କରିବାର ସୁଯୋଗ ପାଇଛନ୍ତି ମୁଁ ସେମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି । କିନ୍ତୁ ମୁଁ ସେମାନଙ୍କୁ କହିବାକୁ ଚାହେଁ, ବୋଧହୁଏ ଆସିବା ବେଳେ, ଆପଣମାନେ ହୁଏତ ଭାବିଥିବେ ଯେ ଥରେ ଆପଣ ୟୁନିଫର୍ମ ପିନ୍ଧିଦେବେ, ତେବେ ସମଗ୍ର ବିଶ୍ୱ ଆପଣଙ୍କ ହାତ ମୁଠାରେ ରହିବ, ପିଲାମାନେ ଏହି ଭୁଲ କରନ୍ତୁ ନାହିଁ । ୟୁନିଫର୍ମର ସମ୍ମାନ ବଢ଼ାଇବା ପାଇଁ ଏହା କୌଣସି କାମ ନୁହେଁ, ଯେତେବେଳେ ମାନବିକତା ଜୀବିତ ଥାଏ ସେତେବେଳେ ୟୁନିଫର୍ମର ସମ୍ମାନ ବଢ଼ିଥାଏ । ଯେତେବେଳେ ଏଥିରେ ଦୟାଭାବ ଦେଖାଯାଏ, ୟୁନିଫର୍ମର ସମ୍ମାନ ବଢ଼ିଯାଏ । ଯେତେବେଳେ ମାଆମାନଙ୍କୁ , ଭଉଣୀମାନଙ୍କୁ, ଦଳିତ, ଶୋଷିତ ଅଧିବାସୀମାନଙ୍କ ପାଇଁ କିଛି କରିବାର ଆକାଂକ୍ଷା ମନ ଭିତରେ ଉଠିଥାଏ ସେତେବେଳେ ୟୁନିଫର୍ମର ଶକ୍ତି ବଢ଼ି ଯାଇଥାଏ । ଏବଂ ତେଣୁ ମୋର ସାଥୀମାନେ, ଆପଣଙ୍କ ଜୀବନରେ ଏହା ଆସିବାକୁ ଯାଉଛି । ଏହା କୌଣସି ନା କୌଣସି ରୂପରେ ଆସିବାକୁ ଯାଉଛି । କାରଣ ବର୍ତ୍ତମାନ ଆମେ ଏହି କ୍ଷେତ୍ରରୁ ଯାଉଛୁ, ତା’ପରେ ଆମକୁ ମାନବିକତାର ମୂଲ୍ୟବୋଧକୁ ଜୀବନରେ ପ୍ରାଧାନ୍ୟ ଦେଇ ବିଚାର କରିବାକୁ ପଡ଼ିବ । ଆମ ମନରେ ଏକ ସଂକଳ୍ପ ନେବାକୁ ପଡ଼ିବ ଯେ ସମାଜ ଜୀବନରେ ଏହି ଶକ୍ତି ପ୍ରତି ଯେଉଁ ଅନୁଭବ ରହିଛି ସେହି ଅଭାବର ପ୍ରଭାବ ମୋର ନିଜର ଭାବନା ସହିତ ସଂଯୋଗ କରିବାକୁ ପଡ଼ିବ ଏବଂ ସେଥିପାଇଁ ମୋର ୟୁନିଫର୍ମର ପ୍ରଭାବ ରହିବା ଦରକାର । କିନ୍ତୁ ସେଥିରେ ମାନବିକତାର ଅଭାବ କେବେ ବି ହେବାକଥା ନୁହେଁ । ଏହି ଭାବନାକୁ ନେଇ ମୋର ପୂରା ଯୁବପିଢ଼ି ଆଗକୁ ବଢ଼ିବେ, ତା’ପରେ ବହୁତ ବଡ଼ ଫଳାଫଳ ହାସଲ କରିପାରିବେ ।

ମୋ ପାଇଁ ଖୁସିର କଥା ଯେ ଯେତେବେଳେ ଆଜି ମୁଁ ଏଠାରେ କିଛି ଛାତ୍ରଙ୍କୁ ସମ୍ମାନିତ କରୁଥିଲି, ମୁଁ ଗଣନା କରିନାହିଁ କିନ୍ତୁ ମୋର ପ୍ରାଥମିକ ଭାବନା ହେଉଛି ଯେ ବୋଧହୁଏ ଝିଅମାନଙ୍କ ସଂଖ୍ୟା ଅଧିକ ଥିଲା । ଏହାର ଅର୍ଥ ହେଉଛି ଆଜି ଯେପରି ଆମର ପ୍ରତିରକ୍ଷା କ୍ଷେତ୍ରରେ ଝିଅମାନେ ଅଛନ୍ତି, ସାରା ଦେଶରେ ଆଜିକାଲି ପୋଲିସ ବିଭାଗରେ ଆମର ବହୁ ସଂଖ୍ୟକ ଝିଅମାନେ ଅଛନ୍ତି, ବହୁସଂଖ୍ୟକ ଝିଅ ଆମ ପାଖକୁ ଆସୁଛନ୍ତି । କେବଳ ସେତିକି ନୁହେଁ, ଆଜି ଆମର ଝିଅମାନେ ସେନାରେ ବହୁତ ବଡ଼ ପଦବୀରେ ଆଗକୁ ବଢୁଛନ୍ତି । ସେହିଭଳି ଏନସିସିରେ ମୁଁ ଦେଖିଛି ଯେ ଏନସିସି କ୍ୟାଡେଟରେ ମଧ୍ୟ ବହୁ ସଂଖ୍ୟକ ଝିଅ ଆସୁଛନ୍ତି । ଆଜି ଭାରତ ସରକାର ମଧ୍ୟ ଏନସିସିର ପରିସରକୁ ବହୁଗୁଣିତ କରିଛନ୍ତି, ବହୁଗୁଣିତ କରିଛନ୍ତି ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଯେଉଁ ବିଦ୍ୟାଳୟଗୁଡ଼ିକ ଅଛି ବେଳେବେଳେ ଆପଣ ମଧ୍ୟ ଏକ ଏନସିସି ଭାବରେ ବିଦ୍ୟାଳୟରେ ଧୀରେ ଧୀରେ ବିକାଶ କରିପାରିବେ । ଆପଣ ବିଦ୍ୟାଳୟଗୁଡ଼ିକର ଏନସିସିକୁ ପରିଚାଳନା କରିବାରେ ମଧ୍ୟ ବହୁତ ବଡ଼ ଯୋଗଦାନ ଦେଇପାରିବେ ।

ସେହିଭଳି ଭାବରେ ଯେଉଁ ସୈନିକ ସ୍କୁଲ ଅଛି, ସେହି ସୈନିକ ବିଦ୍ୟାଳୟରେ ମଧ୍ୟ ଝିଅମାନଙ୍କର ପ୍ରବେଶକୁ ନେଇ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ତେଣୁ ଆମର ଯେଉଁ ଝିଅମାନଙ୍କର ଶକ୍ତି ରହିଛି, କାରଣ ଆମେ ଦେଖିଛୁ ଯେ ଜୀବନର କୌଣସି କ୍ଷେତ୍ର ନାହିଁ ଯେଉଁଠାରେ ଆମର ଝିଅମାନେ ଏକ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିନାହାନ୍ତି । ଯଦିଓ ଅଲିମ୍ପିକ୍ସରେ ବିଜୟ ପାଇବାକୁ ଆସିବାକୁ ଚାହେଁ ସେଥିରେ ମଧ୍ୟ ମୋର ଅଧିକ ପ୍ରିୟ ଅଛନ୍ତି, ବିଜ୍ଞାନ କ୍ଷେତ୍ରରେ ଆମର ଅଧିକ ଝିଅ ଅଛନ୍ତି । ଠିକ ସେହିପରି ଭାବରେ ଶିକ୍ଷା କ୍ଷେତ୍ରରେ, ଆମର ଅଧିକ ଝିଅ ଅଛନ୍ତି, ସୁରକ୍ଷା କ୍ଷେତ୍ରରେ, ଯେତେବେଳେ ଆମର ଝିଅମାନଙ୍କର ପ୍ରାଧାନ୍ୟ ସମାନ ଭାବରେ ଅହଶଗ୍ରହଣ କରିବ, ମୁଁ ନିଶ୍ଚିତ ଯେ ମୋ ଦେଶର ମାତା ଏବଂ ଭଉଣୀମାନେ ସୁରକ୍ଷା ଅନୁଭବ କରିବେ ଏବଂ ଏହା ସେହି ଭୂମିକା ଗ୍ରହଣ କରି ଆପଣମାନେ ସମସ୍ତେ ଆଗକୁ ଆସିବେ । ଯେତେବେଳେ ଆମେ ଏକ ବହୁତ ବଡ଼ ପଦକ୍ଷେପ ନେଇଛୁ, ସେହି ପଦକ୍ଷେପକୁ ସଫଳ କରିବାର କାର୍ଯ୍ୟ ପ୍ରଥମ ବ୍ୟାଚର କାମ ଅଧିକ ହୋଇଥାଏ ।

ଏହି ବିଶ୍ୱ ବିଦ୍ୟାଳୟ କେତେବଡ଼ ପରିବର୍ତ୍ତନ ଆଣିପାରିବ, ମାନବ ସମ୍ବଳ ବିକାଶ ପ୍ରତିଷ୍ଠାନ କେତେବଡ଼ ପରିବର୍ତ୍ତନ ଆଣିପାରେ, ମୁଁ ଗୁଜୁରାଟ ଦେଶରୁ ଦୁଇଟି ଘଟଣା ଆପଣଙ୍କ ସମ୍ମୁଖରେ ଉପସ୍ଥାପନା କରିବାକୁ ଚାହୁଁଛି । ବହୁତ ପୂର୍ବରୁ, ଏବଂ ସେହି ସମୟରେ ଗୁଜୁରାଟରେ ସରକାରଙ୍କ କୌଣସି ଭୂମିକା ନ ଥିଲା, କିନ୍ତୁ ଏଠାରେ ଯେଉଁ ମହାଜନମାନେ ଥିଲେ ଅହମ୍ମଦାବାଦରେ ଯେଉଁ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ଥିଲେ, ବ୍ୟବସାୟୀମାନେ ଥିଲେ, ସେମାନେ ଏକତ୍ରିତ ହୋଇ ନିଷ୍ପତ୍ତି ନେଲେ ଯେ ଗୁଜୁରାଟରେ ଏକ ଫାର୍ମାସୀ କଲେଜ ହେବା ଉଚିତ । ଆଜିଠାରୁ ୫ଠ ବର୍ଷ ପୂର୍ବେ ଏକ ଫାର୍ମାସୀ କଲେଜ ଗଠନ କରାଯାଇଥିଲା । ତା’ପରେ ଏକ ସାମାନ୍ୟ କଲେଜ ନିର୍ମାଣ ହେଲା । କିନ୍ତୁ ଆଜି ଯଦି ଗୁଜୁରାଟ ଫାର୍ମସିଟିକାଲ ଇଣ୍ଡଷ୍ଟ୍ରିରେ ଆଗେଇ ଆସିଥାଏ ତା’ହେଲେ ଏହାର ଉତ୍ପତି ଏକ ଛୋଟ ଫାର୍ମାସୀ କଲେଜରୁ ହୋଇଥିଲା, ଯେଉଁଥିରୁ ବାଳକମାନେ ପ୍ରସ୍ତୁତ ହୋଇଥିଲେ, ପରେ ଗୁଜୁରାଟ ଏକ ଫାର୍ମାସିଟିକାଲ ଇଣ୍ଡଷ୍ଟ୍ରିର ବଡ଼ ହବ୍ ହୋଇଗଲା ଏବଂ ଆଜି ବିଶ୍ୱରେ ଫାର୍ମା କରୋନା ପରେ ତାହାକୁ ବିଶ୍ୱ ସ୍ୱୀକାର କରିଛି ଯେ ଭାରତ ଫାର୍ମାର ହବ୍ ଅଟେ, ଏହି କାମ ଏକ ଛୋଟ କଲେଜରୁ ଆରମ୍ଭ ହୋଇଥିଲା ।

ସେହିଭଳି ଭାବରେ ଅହମ୍ମଦାବାଦ ଆଇଆଇଏମ, ଏହା ଏକ ବିଶ୍ୱବିଦ୍ୟାଳୟ ନୁହେଁ, ଏହା ଏକ ଡିଗ୍ରୀ ପାଠ୍ୟକ୍ରମ ନୁହେଁ, ଏହା ବିଶ୍ୱବିଦ୍ୟାଳୟର ଅନୁମୋଦନ ନୁହେଁ, ଏହା ଏକ ସାର୍ଟିଫିକେଟ ପାଠ୍ୟକ୍ରମ, ଯେତେବେଳେ ଏହାର ଆରମ୍ଭ ହେବ, ଲୋକମାନେ ବୋଧହୁଏ ଭାବିବେ ଯେ ଏହା ଏକ ୬-୮, ୧୨ ମାସର ସାର୍ଟିଫିକେଟ ପାଠ୍ୟକ୍ରମ । ଏଥିରେ କ’ଣ ହେବ । କିନ୍ତୁ ଆଇଆଇଏମ ଏପରି ଖ୍ୟାତି ଅର୍ଜନ କଲା, ଆଜି ଦୁନିଆର ସମସ୍ତ ବଡ଼ ବଡ଼ ସିଇଓଏସମାନେ କେହି ନା କେହି ଆଇଆଇଏମ ବାଟ ଦେଇ ଯାଇଛନ୍ତି ।

ସାଥୀମାନେ,

ଏକ ବିଶ୍ୱ ବିଦ୍ୟାଳୟ କ’ଣ କରିପାରିବ, ମୁଁ ଏହି ରକ୍ଷା ବିଶ୍ୱବିଦ୍ୟାଳୟରେ ସେହି ସ୍ୱପ୍ନକୁ ଦେଖୁଛି, ଯାହା ଭାରତର ସମଗ୍ର ରକ୍ଷା କ୍ଷେତ୍ରର ଚିତ୍ର ବଦଳାଇ ଦେବ । ରକ୍ଷାର ଚିନ୍ତାଧାରାକୁ ବଦଳାଇ ଦେବ ଏବଂ ରକ୍ଷା ଭିତରକୁ ଆସୁଥିବା ଆମର ଯୁବପିଢ଼ିଙ୍କ ପାଇଁ ନୂତନ ଚିନ୍ତାଧାରା ସୃଷ୍ଟି କରିବ ଏବଂ ଫଳାଫଳ ଆଣିବ । ଏହି ବିଶ୍ୱାସ ସହିତ ପ୍ରଥମ ପିଢ଼ିର ଅଧିକ ଦାୟିତ୍ୱ ରହିଛି । ପ୍ରଥମ କନକ୍ଲେଭରେ ଲୋକମାନଙ୍କର ଦାୟିତ୍ୱ ଅଧିକ ହୋଇଥାଏ ଏବଂ ସେଥିପାଇଁ ମୁଁ କହୁଛି ଯେ ଯେଉଁମାନେ ପ୍ରଥମ କନକ୍ଲେଭରେ ଏଠାରୁ ବିଦାୟ ନେଉଛନ୍ତି, ମୁଁ କହୁଛି ତୁମେ ଏଠାରେ ଯାହା ପାଇଛ, ତାହାକୁ ଜୀବନ ପାଇଁ ତୁମର ମନ୍ତ୍ର କରି, ତୁମେ ଦେଶରେ ରକ୍ଷା ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠାକୁ ଆଗକୁ ବଢ଼ାଇବ । ଏହି କ୍ଷେତ୍ରରେ ଆଗକୁ ଆସିବାକୁ ପ୍ରତିଭାବାନ ଯୁବକମାନଙ୍କୁ ଉତ୍ସାହିତ କର । ପୁଅ ଏବଂ ଝିଅମାନଙ୍କୁ ପ୍ରେରଣା ଦିଅ, ସେମାନେ ତୁମର ଜୀବନ ଦ୍ୱାରା ଅନୁପ୍ରାଣିତ ହେବେ । ଆପଣ ସମାଜ ଜୀବନରେ ବହୁତ ବଡ଼ ଭୂମିକା ଗ୍ରହଣ କରିପାରିବେ ।

ଯଦି ତୁମେ ସେହି କାମ କରିବ, ମୋର ବିଶ୍ୱାସ ଅଛି ଯେ ସ୍ୱାଧୀନତାର ଅମୃତ ମହୋତ୍ସବରେ ଏଭଳି ଯାତ୍ରା ଆରମ୍ଭ ହୋଇଛି, ଯେତେବେଳେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ, ସେତେବେଳେ ରକ୍ଷା କ୍ଷେତ୍ରର ପରିଚୟ ଅଲଗା ହେବ । ରକ୍ଷା କ୍ଷେତ୍ର ଥିବା ଲୋକମାନଙ୍କ ପ୍ରତି ଦୃଷ୍ଟିକୋଣ ବଦଳିଯିବ ଏବଂ ଦେଶର ସାଧାରଣ ନାଗରିକ, ସୀମାରେ ଥିବା ଜଗୁଆଳି ହୁଅନ୍ତୁ କିମ୍ବା ଆପଣଙ୍କ ଲୋକାଲ ରାସ୍ତାର ଜଗୁଆଳି ହୁଅନ୍ତୁ, ଗୋଟିଏ ଭାବନା ସହିତ ନଜର ରଖିବେ ଏବଂ ଉଭୟ ସମାଜ ଏବଂ ବ୍ୟବସ୍ଥା ମିଳିତ ଭାବରେ କାର୍ଯ୍ୟ କରିବେ । ଦେଶ ଯେତେବେଳେ ସ୍ୱାଧୀନତାର ୧ଠଠ ବର୍ଷ ପାଳନ କରିବ ସେତେବେଳେ ଆମେ ସେହି ଶକ୍ତିର ସହ ଛିଡ଼ା ହେବା । ଏହି ବିଶ୍ୱାସ ସହିତ ମୁଁ ସମସ୍ତ ଯୁବଗୋଷ୍ଠୀଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି । ସେମାନଙ୍କର ପରିବାର ସଦସ୍ୟଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit

Media Coverage

PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends birthday greetings to Vice President Thiru CP Radhakrishnan Ji
May 04, 2026

Prime Minister Shri Narendra Modi today extended warm birthday greetings to Vice President Thiru CP Radhakrishnan Ji.

The Prime Minister noted that the Vice President is making numerous efforts to strengthen the collective dream of building a Viksit Bharat. Shri Modi highlighted that his consistent efforts to enhance the productivity and effectiveness of Parliamentary proceedings reflect his deep commitment to democratic values.

The Prime Minister further stated that the Vice President's unwavering passion for all-round development, with a concern for the poor and marginalised, is equally inspiring. Emphasising that his public life continues to be guided by dedication, discipline, and a clear sense of purpose, Shri Modi prayed for his good health, happiness, and a long life in the service of the nation.

The Prime Minister posted on X:

"Warm birthday greetings to Vice President Thiru CP Radhakrishnan Ji. He is making numerous efforts to strengthen our collective dream of building a Viksit Bharat. His consistent efforts to enhance the productivity and effectiveness of our Parliamentary proceedings reflect his deep commitment to democratic values. Equally inspiring is his unwavering passion for all-round development, with a concern for the poor and marginalised. His public life continues to be guided by dedication, discipline and a clear sense of purpose. I pray for his good health, happiness and a long life in the service of the nation."