#BHIMAadhaar will revolutionise Indian economy, says Prime Minister Modi
#BHIMAadhaar will boost digital payments in the country: PM Modi
DigiDhan movement is a ‘Safai Abhiyan’ aimed at sweeping out the menace of corruption: PM Modi
Dr. Ambedkar did not have even a trace of bitterness or revenge in him. He added that this was Babasaheb Ambedkar's speciality: PM

ଏହି ଦିକ୍ଷା ଭୂମି, ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ଏହି ଭୂମିକୁ ମୋର ପ୍ରଣାମ । କାଶୀ ହେଉଛି ପ୍ରାଚୀନ ଜ୍ଞାନ ନଗରୀ, ନାଗପୁର ହୋଇ ପାରିବ କି?

ଆଜି ଏକା ଥରେ ଏତେ ବଡ଼ ଲମ୍ବା ତାଲିକା ଅଛି ସମସ୍ତଙ୍କ ନାମ କହୁ ନାହିଁ । ବହୁତ ଲୋକ କହିଦେଲେ, ଆପଣଙ୍କର ମନେ ରହି ଯାଇଥିବ ।

ଏକା ଥରେ ଏତେଗୁଡିଏ ପ୍ରକଳ୍ପ ଆଜି ନାଗପୁର ମାଟିରୁ ଦେଶକୁ ସମର୍ପିତ ହେଉଛି । ଆଉ ଆଜି… ଆଜି 14 ଅପ୍ରେଲ ହେଉଛି ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀର ପ୍ରେରଣାଦାୟୀ ଅବସର । ଏହା ମୋର ସୌଭାଗ୍ୟ ଯେ ଆଜି ସକାଳେ ଦୀକ୍ଷାଭୂମିକୁ ଯାଇ ସେହି ପବିତ୍ର ଭୂମିକୁ ପ୍ରଣାମ କରିବାର ଅବସର ମିଳିଲା । ଏକ ନୂଆ ଉର୍ଜ୍ଜା, ନୂଆ ପ୍ରେରଣା ନେଇ ଆପଣଙ୍କ ପାଖକୁ ଆସିଛି ।

ଏହି ଦେଶର ଦଳିତ, ପୀଡିତ, ଶୋଷିତ, ବଞ୍ଚିତ, ଗାଁ, ଗରିବ, କୃଷକ ପ୍ରତ୍ୟେକଙ୍କ ଜୀବନରେ ସ୍ୱାଧୀନ ଭାରତରେ ତାଙ୍କ ସ୍ୱପ୍ନକୁ କ’ଣ ହେବ? ତାଙ୍କର ଆଶା, ଆକାଂକ୍ଷାଗୁଡିକର କ’ଣ ହେବ? କ’ଣ ସ୍ୱାଧୀନ ଭାରତରେ ଏହି ଲୋକଙ୍କୁ ମଧ୍ୟ କେହି ପଚାରିବେ ନା ନାହିଁ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଭୀମରାଓ ଆମ୍ବେଦକର ସମ୍ବିଧାନ ମାଧ୍ୟମରେ ଦେଶବାସୀଙ୍କୁ ଦେଇଥିଲେ, ଗ୍ୟାରେଂଟିର ସହିତ ଦେଇ ଦେଇଥିଲେ । ଆଉ ତାହାର ପରିଣାମ ହେଉଛି କି ସାମ୍ବିଧାନିକ ବ୍ୟବସ୍ଥା ଗୁଡିକ କାରଣରୁ ଆଜି ଦେଶର ପ୍ରତ୍ୟେକ ଉପଖଣ୍ଡର ବ୍ୟକ୍ତିଙ୍କୁ କିଛି କରିବା ପାଇଁ ସୁଲଭ ଅବସର ଅଛି ଆଉ ସେହି ଅବସର ତାର ସ୍ୱପ୍ନକୁ ସାକାର କରିବା ପାଇଁ ଉନ୍ମାଦନା ଏବଂ ଉତ୍ସାହ ସହିତ ମନ ପ୍ରାଣ ଦେଇ ଯୋଡିବା ପାଇଁ ପ୍ରେରିତ କରିଥାଏ ।

ବ୍ୟକ୍ତିଗତ ଭାବରେ ମୁଁ ଜୀବନରେ… ସବୁବେଳେ ଅନୁଭବ କରିଥାଏ କି ଅଭାବ ମଧ୍ୟରେ ମୁଁ ଜନ୍ମ ନେଇ ମଧ୍ୟ କୌଣସି ପ୍ରକାରର ପ୍ରଭାବରେ ପ୍ରଭାବିତ ନ ହୋଇ ଅଭାବ ଭିତରେ ରହି ମଧ୍ୟ ପ୍ରଭାବୀ ଢଙ୍ଗରେ ଜୀବନ ଯାତ୍ରାକୁ ସଫଳତା ପୂର୍ବକ ଆଗକୁ ବଢାଇ ନିଆଯାଇ ପାରିବ ଆଉ ଏହି ପ୍ରେରଣା ବାବା ଆମ୍ବେଦକରଙ୍କ ଠାରୁ ମିଳିଥାଏ । ଅଭାବ ପାଇଁ କାନ୍ଦିବା ନାହିଁ, କାନ୍ଦିବା, ଆଉ ପ୍ରଭାବରେ ବିଚଳିତ ହେବା ନାହିଁ, ଏହି ସନ୍ତୁଳିତ ଜୀବନ ଦଳି-ମକଚି ଯେ କୌଣସି ଲୋକଙ୍କ ପାଇଁ ଏକ ଶକ୍ତି ହୋଇ ଯାଇଥାଏ ଆଉ ସେହି ଶକ୍ତି ଦେବାର କାମ ବାବା ସାହେବ ଆମ୍ବେଦକର ନିଜ ଜୀବନରୁ ଦେଇଛନ୍ତି । କେବେ କେବେ ବ୍ୟକ୍ତି ଜୀବନରେ ଅବିରତ ଭାବେ ଯେବେ ତିକ୍ତ ଅନୁଭବ ନିତି ଦିନିଆ ଜୀବନର ଅଂଶ ହୋଇଯାଏ, ଅପମାନିତ ହେବାକୁ ପଡେ, ପ୍ରତାରିତ ହେବାକୁ ପଡେ, ତିରସ୍କୃତ ହେବାକୁ ପଡେ । ଯଦି ଲୋକର ମନ ଛୋଟ ହୋଇଥାଏ ତ ଏହି ଜିନିଷଗୁଡିକ ଘରେ, ମନ ମନ୍ଦିରରେ, ମନ ମସ୍ତିଷ୍କରେ କିଭଳି ଭାବେ ତିକ୍ତତା ରୂପରେ ଭରି ଯାଇଥାଏ । ଆଉ ସୁଯୋଗ ମିଳିଲା ତ କେବେ ଲାଗେ ଆରେ ଏହାକୁ ମୁଁ ଦେଖାଇ ଦେବି । ଏହା ମୋ ସହିତ ହୋଇଥିଲା, ପିଲା ଦିନେ ମୋ ସହିତ ହୋଇଥିଲା, ସ୍କୁଲ ଯାଇଥିଲି ତ ସେଠି ଏହା ହୋଇଥିଲା, ଚାକିରି କରିବାକୁ ଗଲି ତ ସେଠି ଏହା ହୋଇଥିଲା । କେତେ କ’ଣ କଥା ମନରେ ନ ଥିଲା, କିନ୍ତୁ ଇଏ ସେହି ଭୀମ ରାଓ ଆମ୍ବେଦକର ଥିଲେ, ଏତେ ସବୁ ଖରାପ କଥାର ସାମ୍ନା କରିବାକୁ ପଡିଲା । ଏତେ ପ୍ରତାଡନା ସହିବାକୁ ପଡିଲା, କିନ୍ତୁ ନିଜ ଜୀବନରେ ଯେବେ ସୁଯୋଗ ଆସିଲା ସାମନ୍ୟତମ ଭାବେ ଏହି ତିକ୍ତତାକୁ ବାହାରକୁ ଆସିବାକୁ ଦେଲେ ନାହିଁ । ପ୍ରତିଶୋଧର ଭାବ ତିଳେମାତ୍ର ନଥିଲା । ନା’ ସମ୍ବିଧାନରେ କେବେ ପ୍ରତିଫଳିତ ହେଲା, ନା’ କେବେ ତାଙ୍କ କଥାରେ ପ୍ରକଟିତ ହେଲା, ନା’ କେବେ ତାଙ୍କର ଅଧିକାର କ୍ଷେତ୍ରରେ ପରିଲକ୍ଷିତ ହେଲା । ବ୍ୟକ୍ତିର ମହନୀୟତା ଏଭଳି ସମୟରେ କସଟି ପଥରରେ ଘସି ହେବା ପରେ ହିଁ ଜଣା ପଡେ, କିପରି ମହାନତମ ବ୍ୟକ୍ତିତ୍ୱ ହୋଇଥିବେ । ଆମେ ଯେତେବେଳେ ଶିବ ଜୀଙ୍କ ମହାନତାର ଚର୍ଚ୍ଚା ଶୁଣିଥାଉ ତ କହିଥାଉ କି ବିଷ ପିଇ ଦେଇଥିଲେ । ବାବା ସାହେବ ଆମ୍ବେଦକର ଜୀବନରେ ପ୍ରତି ମୁହୂର୍ତ୍ତରେ ବିଷ ପିଇ ପିଇ ମଧ୍ୟ ଆମ ପାଇଁ ଅମୃତ ବର୍ଷା କରିଥିଲେ । ଆଉ ଏଥିପାଇଁ ସେହି ମହାପୁରୁଷଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଉ ତାହା ମଧ୍ୟ ଯେଉଁ ମାଟିରେ ତାଙ୍କର ନବଜନ୍ମ ହେଲା ସେହି ଦୀକ୍ଷାଭୂମିରେ ପ୍ରଣାମ କରି ଦେଶର ପାଦତଳେ ଏକ ନୂଆ ବ୍ୟବସ୍ଥା ଦେବା ପାଇଁ ଆଜି ଆମେ  ପ୍ରୟାସ କରୁଛୁ ।

ଆଜି ଅନେକ ଯୋଜନାର ପ୍ରାରମ୍ଭ ହେଉଛି, ନୂଆ ଭବନଗୁଡିକର ଆରମ୍ଭ ହେଉଛି । ପ୍ରାୟ ଦୁଇ ହଜାର ମେଗାୱାଟ ବିଜୁଳି ପ୍ରକଳ୍ପର ଲୋକାର୍ପଣ ହେଲା । ଉର୍ଜ୍ଜା ଜୀବନର ଅତୁଟ ଅଙ୍ଗ ପାଲଟି ଯାଇଛି । ବିକାଶର କୌଣସି ସ୍ୱପ୍ନ ଉର୍ଜ୍ଜାର ଅଭାବରୁ ସମ୍ଭବ ନୁହେଁ । ଆଉ ଏକବିଂଶ ଶତାବ୍ଦୀରେ ଉର୍ଜ୍ଜା ଗୋଟିଏ ପ୍ରକାରରେ  ପ୍ରତ୍ୟେକ ନାଗରିକଙ୍କର ଅଧିକାର ହୋଇ ଯାଇଛି । ଲିଖିତ ହେଉ ବା ନ ହେଉ,  ପାଲଟି ଯାଇଛି । ଦେଶକୁ ଏକବିଂଶ ଶତାବ୍ଦୀର ପ୍ରଗତିର ଶିଖରକୁ ନେଇ ଯିବାକୁ ହେବ ଯଦି ଭାରତକୁ ଆଧୁନିକ ଭାରତ ରୂପରେ ଦେଖିବାର ଅଛି, ତ ଉର୍ଜ୍ଜା ତାହାର ହେଉଛି ପ୍ରଥମ ଆବଶ୍ୟକତା । ଆଉ ଗୋଟିଏ ପଟେ ପର୍ଯ୍ୟାବରଣର ଚିନ୍ତା କାରଣରୁ ବିଶ୍ୱ ତାପଜ ଶକ୍ତିକୁ ଆହ୍ୱାନ ଦେଇଛି, ତ ଦ୍ୱିତୀୟ ପଟେ ବିକଶିତ ଦେଶ ପାଇଁ ତାହା ଏକ ସାହାରା ହୋଇଛି । ବିଶ୍ୱ ସ୍ତରରେ ଏତେ ବଡ଼ ବିବାଦ ମଝିରେ ଯେତେବେଳେ ରାସ୍ତା ବାହାରିଥାଏ ସେତେବେଳେ ଭାରତ ମଧ୍ୟ କଷ୍ଟ ଉଠାଇଛି କି ଆମେ ପୂରା ବିଶ୍ୱକୁ ପରିବାର ବୋଲି ଭାବୁଥିବା ଲୋକ ଅଟୁ, ପୂରା ବ୍ରହ୍ମାଣ୍ଡକୁ ନିଜର ଭାବୁଥିବା ଲୋକ ଲୋକ ଅଟୁ, ଆମ ଦ୍ୱାରା ଆମେ ଏକିତି କିଛି ହେବାକୁ ଦେବୁ ନାହିଁ, ଯାହା ଭବିଷ୍ୟତ ପିଢି ପାଇଁ କୌଣସି ସଙ୍କଟ ଉତ୍ପନ୍ନ କରୁ ଆଉ ଏଥିପାଇଁ ଭାରତ 175 ଗିଗାୱାଟ ଅଣପାରମ୍ପରିକ ଶକ୍ତିର ସ୍ୱପ୍ନ ଦେଖିଛି । ସୌର ଶକ୍ତି ହେଉ, ପବନ ଶକ୍ତି ହେଉ, ତାପଜ ପ୍ରକଳ୍ପ ହେଉ ଆଉ ଯେବେ ନୀତିନଜୀ ବଡ଼ ଗର୍ବର ସହିତ କହୁଥିଲେ କି ନାଗପୁରବାସୀଙ୍କର ଯେଉଁ ଅପରିଷ୍କାର ପାଣି ଅଛି, ତାହା ବିଜୁଳି ଉତ୍ପାଦନ କାମରେ ଆସି ପାରିବ, ପୁନଃ ପ୍ରକ୍ରିୟାକରଣ କରାଯାଇ ପାରିବ । ଏକ ପ୍ରକାରରେ ପରିବେଶ ଅନୁକୂଳ ଯେଉଁ ପଦକ୍ଷେପ ନିଆଯାଇଛି, ମୁଁ ଏଥିପାଇଁ ନାଗପୁରକୁ ଶୁଭେଚ୍ଛା ଜଣାଉଛି । ଆଉ ଦେଶର ଅନ୍ୟଭାଗରେ ମଧ୍ୟ ଶୂନ ବର୍ଜ୍ୟର ପରିକଳ୍ପନା ଧୀରେ ଧୀରେ ସୃଷ୍ଟି ହେଉଛି ।

ଆଜି ଏଠାରେ ଆବାସ ନିର୍ମାଣର ମଧ୍ୟ ଏକ ବଡ଼ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି, ତାହା ମଧ୍ୟ ଆରମ୍ଭ ହୋଇଛି । 2022 ସ୍ୱାଧୀନତାର 75 ବର୍ଷ ହୋଇଯିବ । କିଛି କ୍ଷଣ ପାଇଁ ଆମେ 75 ବର୍ଷ ପୂର୍ବର ଜୀବନ ଜୀଇଁବାକୁ ପ୍ରୟାସ କରି ଦେଖିବା । ଆମେ ଯଦି ସେହି କଳ୍ପନାରେ ପହଁଚିବା 1930, 40, 50ର ପୂର୍ବ ସମୟରେ ଯେତେବେଳେ ଦେଶର ଲୋକ ଜେଲ୍ ଯିବାପାଇଁ ଜୀବନକୁ ବାଜି ଲଗାଇ ଦେଉଥିଲେ । ହିନ୍ଦୁସ୍ଥାନର ତିରଙ୍ଗା ଉଡାଇବା ପାଇଁ ଫାସି ଖୁଂଟରେ ଝୁଲିବା ପାଇଁ ଚଢି ଯାଉଥିଲେ । ମାଆ ଭାରତୀକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବା ପାଇଁ ନିଜ ଯୌବନ ସମୟ ଜେଲରେ ବିତାଇ ଦେଉଥିଲେ । ମୃତ୍ୟୁକୁ ଆଲିଙ୍ଗନ କରୁଥିଲେ । ହସି-ହସି ଦେଶ ପାଇଁ ପ୍ରାଣ ଦେଲାବାଲାଙ୍କ ଧାଡି କେବେ ଶେଷ ହେଉ ନ ଥିଲା । ଏହି ଦେଶର ବୀରମାନେ ସେହି ଶକ୍ତି ଦେଖାଇ ଦେଇଥିଲେ କି ଫାସି ଦଉଡି ଅଭାବ ହେଉଥିଲା, କିନ୍ତୁ ଦେଶ ପାଇଁ ଆତ୍ମ ଉତ୍ସର୍ଗ କରିଲାବାଲାଙ୍କ ସଂଖ୍ୟା କେବେ କମ୍ ହେଉ ନ ଥିଲା । ଅଗଣିତ ବଳିଦାନର ପ୍ରମାଣ ଦେଇ ଆମ ଭାରତ ମା’ ସ୍ୱାଧୀନ ହେଲା । କିନ୍ତୁ ସ୍ୱାଧୀନତା ପାଇଁ ପାଗଳମାନେ ତ କିଛି ସ୍ୱପ୍ନ ଦେଖିଥିଲେ ଭାରତ କେମିତ ହେବ, ସେମାନେ ଏକ ଲକ୍ଷ୍ୟ ରଖିଥିଲେ । ସେମାନଙ୍କୁ ତ ସୌଭାଗ୍ୟ ମିଳିଲା ନାହିଁ ସ୍ୱାଧୀନ ହିନ୍ଦୁସ୍ଥାନରେ ନିଶ୍ୱାସ ନେବା ପାଇଁ । ଆମକୁ ସୌଭାଗ୍ୟ ମିଳିଲା ନାହିଁ ସେହି ସ୍ୱାଧୀନତା ଆନ୍ଦୋଳନରେ ନିଜ ଜୀବନକୁ ସମର୍ପଣ କରିବା ପାଇଁ, କିନ୍ତୁ ଆମକୁ ସୁଯୋଗ ମିଳିଛି, ଦେଶ ପାଇଁ ମରିବା ପାଇଁ ସୁଯୋଗ ମିଳିଲା ନାହିଁ, ଦେଶ ପାଇଁ ଜୀଇଁବାକୁ ସୁଯୋଗ ମିଳିଛି ।

କ’ଣ 2022 ଯେବେ ସ୍ୱାଧୀନତାର 75 ବର୍ଷ ହେବାକୁ ଯାଉଛି । ଆଜି ଆମେ 2017ରେ ଛିଡା ହୋଇଛେ । ପାଞ୍ଚ ବର୍ଷର ସମୟ ଆମ ପାଖରେ ଅଛି । ଶହେ ପଚିଶ କୋଟି ଦେଶବାସୀ ଯଦି ସଂକଳ୍ପ କରି ଯେଉଁ ମହାପୁରୁଷମାନେ ସ୍ୱାଧୀନତା ପାଇଁ ନିଜ ଜୀବନ ଦେଇଦେଲେ, ସେମାନଙ୍କ ସ୍ୱପ୍ନର ଭାରତ ନିର୍ମାଣ କରିବା ପାଇଁ ମୋ ତରଫରୁ ଏତିକି ଯୋଗଦାନ ହେବ । ମୁଁ ମଧ୍ୟ କିଛି କରି ଦେଖାଇବି, ଆଉ ସଂକଳ୍ପ କରି ରହିବି ଏବଂ ସଠିକ୍ ଦିଗରେ ମୁଁ କରି ରହିବି, ମୁଁ ମାନୁ ନାହିଁ କି 2022 ଆସୁ-ଆସୁ ଦେଶ ବିଶ୍ୱ ସାମ୍ନାରେ ଠିଆ ହେବାର ଶକ୍ତି ସହିତ ଠିଆ ହୋଇ ପାରିବ ନାହିଁ, ମୋର କୌଣସି ଆଶଙ୍କା ନାହିଁ । ଆଉ ସେଥିରେ ଆମର ଏକ ସ୍ୱପ୍ନ 2022 ଯେବେ ସ୍ୱାଧୀନତାର 75 ବର୍ଷ ହେବ ସେତେବେଳେ ମୋର ଦେଶର ଗରିବରୁ ଗରିବର ନିଜର ଘର ହେଉ । ଏହି ଦେଶରେ କୌଣସି ଗରିବ ଏମିତି ନ ରୁହନ୍ତୁ ଯାହାର ରହିବା ପାଇଁ ନିଜର ଘର ନ ଥିବ, ନିଜର ଛାତ ନ ଥିବ । ଆଉ ଘର ମଧ୍ୟ ଏମିତି ହେଉ, ଯେଉଁଥିରେ ବିଜୁଳି ଥିବ, ପାଣି ଥିବ, ଗ୍ୟାସ ଚୂଲା ଥିବ, ପାଖରେ ପିଲାଙ୍କ ପାଇଁ ସ୍କୁଲ ଥିବ, ବରିଷ୍ଠ ଲୋକଙ୍କ ପାଇଁ ପାଖରେ ଡାକ୍ତରଖାନା ଥିବ ଏମିତି ହିନ୍ଦୁସ୍ଥାନ କାହିଁକି ଦେଖି ପାରିବା ନାହିଁ । କ’ଣ ଶହେ ପଚିଶ କୋଟି ଦେଶବାସୀ ମିଳିମିଶି ଆମେ ଦେଶର ଗରିବର ଲୁହ ପୋଛି ପାରିବା ନାହିଁ? ଭୀମ ରାଓ ଆମ୍ବେଦକର ଜୀ ଯେଉଁ ସ୍ୱପ୍ନ ନେଇ ସମ୍ବିଧାନ ରଚନା କରିଥିଲେ, ସେହି ସମ୍ବିଧାନକୁ ଜୀବନ୍ତ କରି ଦେଖାଇବାର ଅବସର ଆସିଛି । ଆମେ 2022 ପାଇଁ ସଂକଳ୍ପ କରିବା, କଛି କରି ଦେଇଯିବାର ଲକ୍ଷ୍ୟ ରଖି ଚାଲିବା । ମୁଁ ମାନୁଛି କି ଏହି ସ୍ୱପ୍ନ ପୂରଣ ହେବ ।

ମୁଁ ମହାରାଷ୍ଟ୍ର ସରକାରଙ୍କୁ ଅଭିନନ୍ଦନ ଜଣାଉଛି କି ଭାରତ ସରକାରଙ୍କ ଯୋଜନା ସହିତ ମହାରାଷ୍ଟ୍ର ମଧ୍ୟ ପାଦରେ ପାଦ ମିଳାଇ ଆଗକୁ ବଢୁଛି । ଆଉ ବହୁତ ବଡ଼ ମାତ୍ରାରେ ଘର ତିଆରି କରିବା ଦିଗରେ କାମ ଚାଲୁଛି ଆଉ ସେଥିରୁ ଲୋକଙ୍କୁ ବହୁତ ରୋଜଗାର ମଧ୍ୟ  ମିଳିବାର ଅଛି । ଗରିବଙ୍କୁ ଘର ମିଳିବ, କିନ୍ତୁ ଘର ତିଆରି କରିଲାବାଲାଙ୍କୁ ରେଜଗାର ମିଳିବ । ସିମେଂଟ ତିଆରି କରିଲାବାଲାଙ୍କୁ କାମ ମିଳିବ, ଲୁହା ତିଆରି କରିଲାବାଲାଙ୍କୁ କାମ ମିଳିବ, ପ୍ରତ୍ୟେକ ବ୍ୟକ୍ତିଙ୍କୁ କାମ ମିଳିବ । ଏକ ପ୍ରକାରେ ରୋଜଗାର ସୃଷ୍ଟିର ବଡ଼ ସମ୍ଭାବନା ଅଛି । ଆଉ ହିନ୍ଦୁସ୍ଥାନର ପ୍ରତ୍ୟେକ କୋଣରେ ନିଜ ନିଜ ଶୈଳୀରେ ଘର ତିଆରି କରିବାର ବହୁତ ବଡ଼ ଅଭିଯାନ ଚାଲିଛି । ଆଜି ତାକୁ ମଧ୍ୟ ପ୍ରାରମ୍ଭ କରିବାର ମତେ ଅବସର ମିଳିଛି ।

ଏକ ବିଂଶ ଶତାବ୍ଦୀ ହେଉଛି ଜ୍ଞାନର ଶତାବ୍ଦୀ । ଆଉ ମାନବ ଇତିହାସ ଏହି କଥାର ସାକ୍ଷୀ ଯେ ଯେତେବେଳେ ମାନବଜାତି ଜ୍ଞାନ ଯୁଗରେ ରହିଛି, ସେତେବେଳେ ହିନ୍ଦୁସ୍ଥାନ ନେତୃତ୍ୱ ନେଇଛି । ଏକ ବିଂଶ ଶତାବ୍ଦୀ ହେଉଛି ଜ୍ଞାନର ଯୁଗ । ଭାରତକୁ ନେତୃତ୍ୱ ଦେବା ପାଇଁ ବହୁତ ବଡ଼ ଅବସର ଅଛି । ଆଜି ଏଠାରେ ଏକା ସାଙ୍ଗରେ ଆଇଆଇଆଇଟି, ଆଇଆଇଏମ୍, ଏଆଇଆଇଏମ୍ଏସ୍ (IIIT, IIM, AIIMS) ଗୋଟିଏରୁ ବଡ ଗୋଟିଏ ଆଉ ଏଠାରେ ନୂତନ ଭବନର ନିର୍ମାଣ ହେଲେ ଏହି ଅନୁଷ୍ଠାନ ଚାଲିବ । ମହାରାଷ୍ଟ୍ର ଏବଂ ଦେଶର ଯୁବକମାନଙ୍କୁ ନିଜର ଭାଗ୍ୟ ନିର୍ମାଣ କରିବା ପାଇଁ, ଆଧୁନିକ ଭାରତ ନିର୍ମାଣ କରିବା ପାଇଁ ନିଜର ଯୋଗ୍ୟତା ବଢାଇବା ପାଇଁ ଏହି ସଂସ୍ଥାନ ଦ୍ୱାରା ଅବସର ମିଳିବ । ମୋର ଯୁବ ପିଢିଙ୍କୁ ବହୁତ ବହୁତ ଶୁଭ କାମନା ଜଣାଉଛି । ଆଜି ଏଠାରେ ଯେବେ ମୁଁ ସେମାନଙ୍କୁ, ମୋ ଦେଶର ଯୁବ ପିଢିଙ୍କୁ ଏହା ଅର୍ପଣ କରୁଛି, ମୁଁ  ସେହି  ସମସ୍ତଙ୍କୁ ବହୁତ ବହୁତ ଶୁଭ କାମନା ଜଣାଉଛି ।

ଆଜି… ବିଗତ କିଛି ଦିନ ହେବ ଡିଜିଟାଲ ଇଣ୍ଡିଆ ଦିଗରେ ଆମେ କାମ କରୁଛୁ ଆଉ ବ୍ୟାପକ ଭାବେ କାମ କରୁଛୁ । ତାହାର ଏକ ଝଲକ ହେଉଛି – ଡିଜିଧନ, ଆଉ ମୋର ମତ ହେଉଛି ସେହି ଦିନ ଦୂର ହେବ ନାହିଁ । ଗରିବରୁ ଗରିବ ବ୍ୟକ୍ତି କହିବାରେ ଲାଗିବ ଡିଜି-ଧନ, ଡିଜି-ଧନ । ଏହି ଡିଜି-ଧନ, ନିଜି-ଧନ ଏହା ଗରିବର ସ୍ୱର ହେବାକୁ ଯାଉଛି । ମୁଁ ଦେଖିଛି ବଡ଼-ବଡ଼ ବିଦ୍ୱାନ ବିରୋଧ କରିବା ପାଇଁ ଏପରି ବିରୋଧ କରୁଥିଲେ କି ମୋଦୀ ଏବେ କହୁଛନ୍ତି କି ନଗଦ ବିହୀନ ସମାଜ, ଅମୁକ-ସମୁକ । ମୁଁ ଏପରି ଏହିପରି ଭାଷଣ ଶୁଣିଛି କି ଆପଣଙ୍କୁ ପୁଣି ମତେ ବ୍ୟଙ୍ଗ ବିଦ୍ରୁପ କରିବା ପାଇଁ କଛି କରିବାକୁ ପଡି ନ ଥିଲା । ତାଙ୍କୁ ମନେ ପକାଇ ଦେଉଥିଲି ତ ମୋତେ ବଡ଼… ମୁଁ ଆଶ୍ଚର୍ଯ୍ୟ ହେଉଥିଲି ଅର୍ଥାତ ବିଦ୍ୱାନ ଲୋକ କ’ଣ କହୁଛନ୍ତି ।

କମ୍ ନଗଦ ଆପଣ ଘରେ ମଧ୍ୟ ଦେଖିଥିବେ ଧନୀରୁ ଧନୀ ପରିବାର ହୋଇଥିବେ, ପୁଅ ହଷ୍ଟେଲରେ ରହୁଥିବ ତେବେ ମଧ୍ୟ ମାଆ-ବାପାଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥାଏ । ଏକା ଥରକେ ଅଧିକ ପଇସା ପଠାଅ ନାହିଁ, କାହିଁକି ନା ପୁଅର ଅଭ୍ୟାସ ବିଗିଡି ଯିବ । ଧନୀରୁ ଧନୀ ପରିବାର ମଧ୍ୟ, ଗରିବରୁ ଗରିବ ପରିବାର ମଧ୍ୟ ପୁଅ କହିବ ମାଆ ମତେ ଆଜି ପାଞ୍ଚ ଟଙ୍କା ଦିଅ, ତ ବାପା ବୁଝାଉଥିବେ ନାହିଁ-ନାହିଁ ପୁଅ ଏମିତି କର ଦୁଇ ଟଙ୍କା ନେଇ ଯାଅ । କମ୍ ନଗଦ ଜୀବନରେ ମଧ୍ୟ ମହତ୍ୱ ରଖିଥାଏ, ଏହା ଆମେ ପରିବାରରେ ଅନୁଭବ କରି ଆସିଛୁ । ଭଲରୁ ଭଲ ପରିବାରରେ ମଧ୍ୟ ବଣ୍ଡଲ୍, ବଣ୍ଡଲ୍ ନୋଟ ପୁଅମାନଙ୍କୁ ଦିଅନ୍ତି ନାହିଁ, କାରଣ ସେମାନଙ୍କୁ ଜଣା ଅଛି ଏହା ଦ୍ୱାରା କ’ଣ କ’ଣ ହୋଇଥାଏ । ଭଲ କମ୍ ହୋଇଥାଏ, ଖରାପ ଅଧିକ ହୋଇଥାଏ । ଯାହା ବ୍ୟକ୍ତିର ଜୀବନରେ ଥାଏ ତାହା ମଧ୍ୟ ସମାଜ ଜୀବନରେ ହୋଇଥାଏ, ତାହା ରାଷ୍ଟ୍ରର ଜୀବନରେ ହୋଇଥାଏ, ତାହା ମଧ୍ୟ ଅର୍ଥ ବ୍ୟବସ୍ଥାର ଜୀବନରେ ମଧ୍ୟ ହୋଇଥାଏ । ଏହି ସିଧା-ସିଧା ସରଳ କଥାକୁ ଆମେ ବୁଝି ବ୍ୟବହାରରେ ଆଣିବା ଦରକାର । କମ୍ ଧନ, କମ୍ ନଗଦ ଏଥିରେ କାରବାର ଚଲାଯାଇ ପାରିବ ଆଉ କେଉଁ ଏକ ସମୟ ଥିଲା ଯେବେ ସୁନାର, କାଠର ମୁଦ୍ରା ରହୁ ଥିଲା । ସୁନାର ଗିନି ହେଉଥିଲା, ବଦଳି-ବଦଳି କେବେ ଚମଡାର ମଧ୍ୟ ଆସିଲା, କାଗଜର ମଧ୍ୟ ଆସିଲା କେଜାଣି କେତେ ପରିବର୍ତ୍ତନ ଆସିଲା । ଆଉ ପ୍ରତ୍ୟେକ ଯୁଗରେ ପ୍ରତ୍ୟେକ ପରିବର୍ତ୍ତନକୁ ସ୍ୱୀକାର କରାଯାଇଛି । ହୋଇପାରେ କି ସେହି ସମୟର କିଛି ଲୋକ ରହି ଥିବେ, ଯିଏ କିଛି କହୁଥିବେ ବୋଧହୁଏ ସେହି ସମୟରେ ସମ୍ବାଦ ପତ୍ର ନ ଥିବ, ଏଥିପାଇଁ ଛପାଯାଇ ନ ଥିବ, କିନ୍ତୁ କିଛି କହୁଥିବେ ତ କହୁଥିବେ ସେହି ସମୟରେ ମଧ୍ୟ । ବିବାଦ ମଧ୍ୟ ରହିଥିବ, କିନ୍ତୁ ପରିବର୍ତ୍ତନ ମଧ୍ୟ ହୋଇଥିବ । ଆପଣଙ୍କ ପାଖରେ ବିକଳ୍ପ ବ୍ୟବସ୍ଥାମାନ ଉପଲବ୍ଧ, ସୁରକ୍ଷିତ ବ୍ୟବସ୍ଥାମାନ ଉପଲବ୍ଧ ହେଉଥିବ ଆଉ ସେଥି ମଧ୍ୟରୁ ଭୀମ୍ ଆପ୍ । ଆଉ ମୁଁ ଜାଣିଛି ଭାରତର ସମ୍ବିଧାନରେ ସାଧାରଣ ମଣିଷକୁ ଅଧିକାର ଦେବାର କାମ ଯେଉଁଭଳି ଭାବରେ ଭୀମରାଓ ଆମ୍ବେଦକର କରିଛନ୍ତି, ସେହି କୌଶଳରେ ଭୀମ୍ ଆପ୍ ଅର୍ଥ ବ୍ୟବସ୍ଥାକୁ ମହାରଥୀ ଭାବରେ କାମ କରି ପାରିବ । ଏହି ମୋ ଶବ୍ଦ ଲେଖିକରି ଦେଖନ୍ତୁ । କେହି ଅଟକାଇ ପାରିବେ ନାହିଁ, ଏହା ହୋଇ କରି ରହିବ ।

ଆପଣ ଆଶ୍ଚର୍ଯ୍ୟ ହେବେ ହିନ୍ଦୁସ୍ଥାନ ଭଳି ଦେଶରେ ମୁଦ୍ରା ଛାପିବା, ଛାପି କରି ପହଁଚାଇବା, ସୁରକ୍ଷିତ ଭାବେ ପହଁଚାଇବା, କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ଯଦି ଏହି ବ୍ୟବସ୍ଥା ଗୁଡିକରୁ ପଇସା ବଂଚାଯାଏ, ତ କେତେ ଗରିବମାନଙ୍କର ଘର ତିଆରି ହୋଇଯିବ ବନ୍ଧୁଗଣ । କେତେ ବଡ଼ ଦେଶ ସେବା ହୋଇଯିବ । ଆଉ ଏହା ସବୁ ସମ୍ଭବ ହେବ ଏଥିପାଇଁ କରିବାକୁ ହେବ, ନ ହେବ ତ କରିବାର ନାହିଁ । ସେମାନେ ମଧ୍ୟ ଗୁଜରାଣ ମେଂଟାଉଥିଲେ, ପ୍ରଥମେ ଏହି ବ୍ୟବସ୍ଥା ଥିଲା, ଆବଶ୍ୟକ ଥିଲା, କରୁଥିଲେ । ଯଦି କମ୍ ନଗଦ ଦିଗରେ ଆମେ ସ୍ଥିର କରିବା ଆପଣ ଦେଖିବେ ପରିବର୍ତ୍ତନ ସମ୍ଭବ ହେବ । ମୁଁ ତ ଆଶ୍ଚର୍ଯ୍ୟ ହେଉଛି ଗୋଟିଏ-ଗୋଟିଏ ଏଟିଏମର ସୁରକ୍ଷା ପାଇଁ ପାଞ୍ଚ-ପାଞ୍ଚ ଜଣ ପୁଲିସବାଲା ଲାଗି ରହୁଛନ୍ତି । ଗୋଟିଏ ଲୋକକୁ ସୁରକ୍ଷା ଦେବା ପାଇଁ ପୁଲିସ ଦେବା ପାଇଁ ଅସୁବିଧା ହୋଇଥାଏ, ଏଟିଏମର ପାଇଁ ଠିଆ ହେବାକୁ ପଡି ଥାଏ । ଯଦି କମ୍ ନଗଦର କାରବାର ହୋଇଯିବ, ଆପଣଙ୍କ ମୋବାଇଲ ଫୋନ୍ ହିଁ  ଆପଣଙ୍କ ଏଟିଏମ୍ ହୋଇଯିବ । ଆଉ ସମୟ ଦୂର ନାହିଁ ଯେବେ ପରିସର ବିହୀନ ଏବଂ କାଗଜବିହୀନ ବ୍ୟାଙ୍କିଙ୍ଗ୍ ଜୀବନର ଅଂଶ ହେବାକୁ ଯାଉଛି । ଯେତେବେଳେ ପରିସର ବିହୀନ ଏବଂ କାଗଜ ବିହୀନ ବ୍ୟାଙ୍କିଙ୍ଗ ଜୀବନର ଅଂଶ ହେବାକୁ ଯାଉଛି ଏହାର ଅର୍ଥ ହେଉଛି କି ଆପଣଙ୍କ ମୋବାଇଲ ଫୋନ୍ ହିଁ କେବଳ ଆପଣଙ୍କ ପର୍ସ ନୁହେଁ, ଆପଣଙ୍କ ମୋବାଇଲ ଫୋନ୍ ଆପଣଙ୍କ ନିଜର ବ୍ୟାଙ୍କ ହୋଇଯିବ । ବୈଷୟିକଜ୍ଞାନର ବିପ୍ଳବ ଆର୍ଥିକ ଜୀବନର ଅଂଶ ହୋଇ ଯାଉଛି । ଆଉ ଏଥିପାଇଁ 25 ଡିସେମ୍ବରରେ ଯେବେ ଡିଜିଧନ ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଯେଉଁଦିନ ଶୁଭାରମ୍ଭ କରାଯାଇଥିଲା ଖ୍ରୀଷ୍ଟମାସର ଶୁଭାରମ୍ଭ ହୋଇଥିଲା । ଶୁଭ ଖ୍ରୀଷ୍ଟମାସ ସହିତ ଆରମ୍ଭ କରିଥିଲୁ । ଶହେ ଦିନ ପର୍ଯ୍ୟନ୍ତ ଶହେ ସହରରେ ଚାଲିଲା । ଆଉ ଆଜି ତାହାର ପୂର୍ଣ୍ଣାହୁତି ଗୋଟିଏ ପ୍ରକାରରେ ଏଠି 14 ଅପ୍ରେଲ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ, ଭୀମ୍ ଆପର ସିଧା ସମ୍ବନ୍ଧ ଆଉ ଅନ୍ୟ ପକ୍ଷରେ ଶୁଭ ଶୁକ୍ରବାରର ଦିନ । ଖ୍ରୀଷ୍ଟମାସ ବା ବଡ଼ଦିନରେ ଆରମ୍ଭ କରାଯାଇଥିଲା, ହସ ଖୁସିର ସହିତ ଆରମ୍ଭ କରିଥିଲୁ । ଯାତ୍ରା କରି କରି ଏ ପର୍ଯ୍ୟନ୍ତ ଚାଲିଲୁ ।

ଆଜି ସେତେବେଳେ ଲୋକଙ୍କୁ ଲାଗୁଥିଲା କି ଯାହା ପାଖରେ ମୋବାଇଲ ଫୋନ୍ ନାହିଁ, କ’ଣ କରିବ । ମୁଁ ସଂସଦରେ ବହୁତ ଭାଷଣ ପଢେ, ଭାଷଣ ସବୁ ବହୁତ ଆଗ୍ରହଜନକ । ଦେଶ ପାଖରେ ସ୍ମାର୍ଟ ଫୋନ ନାହିଁ, ଅମୁକ ନାହିଁ, ସମୁକ ନାହିଁ । ଆମେ ସେମାନଙ୍କୁ ବୁଝାଇଲୁ ଭାଇ 800-1000 ଟଙ୍କା ବାଲା ଫିଚର ଫୋନରେ ମଧ୍ୟ ଗାଡି ଚାଲିବ, କିନ୍ତୁ ଯାହାର ବୁଝିବାର ନାହିଁ ତାଙ୍କୁ କେମିତି ବୁଝାଇବା! କିନ୍ତୁ ଏବେ ତ ଆପଣଙ୍କୁ ମୋବାଇଲ ଫୋନ ଆବଶ୍ୟକତା ନାହିଁ, ଏବେ ଆପଣ ଏହା ପଚାରିବେ ନାହିଁ କି ଭାଇ କଣ କରିବେ । ଆପଣଙ୍କ ପାଖରେ ଆଙ୍ଗୁଠି ତଅଛି ନା । ଗୋଟିଏ ସମୟ ଥିଲା ଅପାଠୁଆ ହେବାର ଚିହ୍ନ ହୋଇଥିଲା । ଯୁଗ କେମିତି ବଦଳି ଯାଇଛି, ସେହି ଆଙ୍ଗୁଠି ଆପଣଙ୍କର ଶକ୍ତିର କେନ୍ଦ୍ର ବିନ୍ଦୁ ହୋଇ ଯାଉଛି । ଏଠାରେ ସମସ୍ତ ଯୁବକ ଦିନକୁ ଦୁଇ ଦୁଇ ଘଣ୍ଟା ଆଙ୍ଗୁଠି ସହିତ ଲାଗି ରହୁଥିବେ । ମୋବାଇଲ ଫୋନ୍ ନେଇ ବାର୍ତ୍ତା(ମେସେଜ୍) ଲେଖୁଥିବେ । ଟେକ୍ନୋଲଜି ଆଙ୍ଗୁଠିକୁ ଶକ୍ତିଶାଳୀ କରିଦେଇଛି । ଆଉ ଏଥିପାଇଁ ଭୀମ୍-ଆଧାର ଭାରତ ଗର୍ବ କରିପାରିବ । ଦୁନିଆର ଟେକ୍ନୋଲଜି ପାଇଁ ଅଗ୍ରଣୀ ଦେଶ ପାଖରେ ଏହି ବ୍ୟବସ୍ଥା ନାହିଁ, ଯାହା ହିନ୍ଦୁସ୍ଥାନ ପାଖରେ ଅଛି ।

ଏବେ ଯେଉଁ ଭୀମ୍ ଆପ ଉପରେ ବିବାଦ କରିବା ପରେ ଲୋକ ସ୍ୱୀକାର କରିଛନ୍ତି, ତ ସେମାନେ ଆଧାର ଉପରେ ବିବାଦ କରିବାରେ ଲାଗିଛନ୍ତି । ସେମାନେ ସେମାନଙ୍କର କାମ କରି ଚାଲିବେ । ଆପଣଙ୍କର ମୋବାଇଲ ଫୋନ୍ ଥାଉ ଅବା ନ ଥାଉ, ଆପଣଙ୍କ ପାଖରେ ଆଧାର ନମ୍ବର ଅଛି । ଆପଣ ନିଜେ କୌଣସି ଦୋକାନୀ ପାଖକୁ ଯାଇଛନ୍ତି ଆଉ ତା’ ପାଖରେ ଛୋଟିଆ ସାଧନ(ଉପକରଣ) ଥିବ । ବଡ଼ ପିଓଏସ୍ ମେସିନର ମଧ୍ୟ ଆବଶ୍ୟକ ପଡିବ ନାହିଁ, ଛୋଟିଆ ଟିଏ ଦୁଇ ଇଂଚରେ ଦୁଇ ଇଂଚର, ସେ ଆପଣଙ୍କର ଆଙ୍ଗୁଠିକୁ ସେଥିରେ ଲଗାଇଦେବ, ଆଉ ଯଦି ଆଗରୁ ଆପଣଙ୍କ ବ୍ୟାଙ୍କ ସହିତ ଆପଣଙ୍କର ଆଧାର ନମ୍ବର ଯୋଡି ହୋଇଥିବ । ଆପଣଙ୍କ ଦଶ ଟଙ୍କାର ମାଲ୍ ନେଇଛନ୍ତି, ଆପଣଙ୍କର ଦଶ ଟଙ୍କା ସ୍ୱୟଂଚାଳିତ ଭାବେ କଟି ଯିବ । ଗୋଟିଏ ଟଙ୍କା ମଧ୍ୟ ସାଙ୍ଗରେ ନେଇ ଯିବାର ଆବଶ୍ୟକତା ନାହିଁ । କେଉଁଠାରେ ଆପଣଙ୍କର କାରବାର ଅଟକିବ ନାହିଁ, କେତେ ଉତ୍ତମ ବ୍ୟବସ୍ଥା ଦିଗରେ ଆମେ ଯାଉଛୁ । ଆଉ ଏଥିପାଇଁ ଆଜି ଯେଉଁ ଭୀମ୍ ଆଧାର ଏମିତି ଏକ ସଂସ୍କରଣ… ଆଉ ଆପଣ ଦେଖିବେ ଆଜ୍ଞା ସେହି ଦିନ ଦୂର ହେବ ନାହିଁ  କି ଦୁନିଆର ବଡ଼ ବଡ଼ ବିଶ୍ୱବିଦ୍ୟାଳୟ ଏହି ଭୀମ୍-ଆଧାରକୁ ଅଧ୍ୟୟନ (Case Study) କରିବା ପାଇଁ ଭାରତ ଆସିବେ । ସମସ୍ତ ଯୁବକ ଅଧ୍ୟୟନ କରିବେ । ଦୁନିଆରେ କ’ଣ ଆର୍ଥିକ ପରିବର୍ତ୍ତନ ହୋଇପାରେ ତାହା ଏହି ଆଧାର ହେବାକୁ ଯାଉଛି । ଏହା ସନ୍ଦର୍ଭ ହେବାକୁ ଯାଉଛି ।

ଆଉ ମୁଁ କାଲି ହିଁ ଆମ ରବି ଶଙ୍କର ଜୀଙ୍କୁ କହୁଥିଲି କି ଭାରତ ସରକାର ଏହାର ସ୍ଵତ୍ୱାଧିକାର କରିଛନ୍ତି ନା କରି ନାହାନ୍ତି, କାରଣ ଏହା ହେବାକୁ ଯାଉଛି, ଦୁନିଆ ଏହି ବିଷୟକୁ ନିଜ ବିଷୟ କରିବା ପାଇଁ… ମତେ ଏବେ ଆଫ୍ରିକୀୟ ଦେଶର ଯେତେ ପ୍ରମୁଖ ଲୋକ ଭେଟିଲେ, ସେମାନେ ମୋ ସହିତ ଏହା ନେଇ ଜିଜ୍ଞାସା ମଧ୍ୟ ଜାହିର କଲେ ଆଉ ଏହା  ମଧ୍ୟ ଚାହିଁଲେ କି ଆମ ଦେଶ ପାଇଁ ଆପଣ କରି ପାରିବେ କି? ଧୀରେ ଧୀରେ ଏହା ବୈଶ୍ୱିକ ବିସ୍ତାରର କାରଣ ମଧ୍ୟ ହୋଇପାରିବ ଆଉ ଭାରତ ଏକ ବହୁତ ବଡ଼ ଉତପ୍ରେରକ ଏଜେଣ୍ଟ ରୂପେ କାମ କରି ପାରିବ ।

 

ଏହି ଡିଜିଧନ ଯୋଜନା ଅଧିନରେ ହିନ୍ଦୁସ୍ଥାନର ଶହେ ଅଲଗା ଅଲଗା ସହରରେ କାର୍ଯକ୍ରମ କରାଗଲା । ଲକ୍ଷ ଲକ୍ଷ ଲୋକ ଆଗ୍ରହର ସହିତ ଭାଗ ନେଲେ । ଟେକ୍ନୋଲଜିକୁ ବୁଝିବା ପାଇଁ ପ୍ରୟାସ କଲେ । ଆଉ ବହୁତ ବଡ଼ ସଂଖ୍ୟାରେ  ଲୋକଙ୍କୁ ପୁରସ୍କାର ମିଳିଲା ଆଉ ଆଜି ଯେଉଁ ଲୋକଙ୍କୁ ପୁରସ୍କାର ମିଳିଲା ତା ମଧ୍ୟରୁ ଜଣେ ଲୋକ ଚେନ୍ନାଇର, ସେ ତ ଘୋଷଣା କରି ଦେଇଛନ୍ତି କି ମତେ ଯେଉଁ ପୁରସ୍କାର ମିଳିଛି, ତାହା ମୁଁ ଗଙ୍ଗା ସଫେଇ ପାଇଁ ସମର୍ପିତ କରି ଦେଉଛି । ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି । ଆଉ ଏମିତିରେ ମଧ୍ୟ ଏହି ଡିଜିଧନ ହେଉଛି ସଫେଇର ଅଭିଯାନ । ଭ୍ରଷ୍ଟାଚାର, କଳାଧନ, ବିରୁଦ୍ଧରେ ଲଢେଇ ପାଇଁ ଏକ ବହୁତ ବଡ଼ ମହତ୍ୱ ରଖିଛି ।

ଆଉ ମୁଁ ଦେଶବାସୀଙ୍କୁ କହିବାକୁ ଚାହୁଁଛି କି କମ୍ ନଗଦ ବିଚାର ପସନ୍ଦ ଆସୁ ଅବା ନ ଆସୁ, ନଗଦ ବିହୀନ ସମାଜର ସ୍ୱପ୍ନ ଆପଣମାନଙ୍କୁ ଭଲ ଲାଗୁ ଅବା ନ ଲାଗୁ, ନୋଟ୍ ବିନା ଜୀବନ କିପରି ବିତିବ ଆପଣଙ୍କ ମନରେ ପ୍ରଶ୍ନବାଚୀ ଚିହ୍ନ ସୃଷ୍ଟି କରୁ ଅବା ନ କରୁ, କିନ୍ତୁ ଏହି ଦେଶରେ କେହି ଏମିତି ଲୋକ ନ ଥିବେ, ଯାହାର ହୃଦୟ, ମସ୍ତିଷ୍କରେ ଭ୍ରଷ୍ଟାଚାର ପ୍ରତି କ୍ରୋଧ ନ ଥିବ । ଦେଉଥିବା ଲୋକ ମନରେ ରାଗ ହେଉଥିବ, ଆଉ ନେଉଥିବା ଲୋକ ମଧ୍ୟ ରାତିକୁ ଯାଇ ଚିନ୍ତା କରୁଥିବ କି ବନ୍ଧୁ ଏବେ ମୋଦୀ ଆସିଛି କେଉଁଠାରେ ଫସି ଯିବି ତ କ’ଣ ହେବ? ବହୁତ ଖରାପ ହୋଇଛି, କିନ୍ତୁ ଆଗକୁ ଖରାପରୁ ରକ୍ଷା ପାଇବା ପାଇଁ ଏକ ଉନ୍ନତ ସାଧନ ହେଉଛି । ଯେଉଁମାନେ ମଧ୍ୟ ଭୀମ୍-ଆଧାର ମାଧ୍ୟମରେ ମୋତେ ସାହାଯ୍ୟ କଲେ, ସେମାନେ ଏକ ପ୍ରକାରରେ ଭ୍ରଷ୍ଟାଚାର ଏବଂ କଳାଧନର ଲଢାଇ ଲଢିବାରେ ମୋ ପାଇଁ  ସିପାହୀ ହେବେ । ଏହା ମୋ ପାଇଁ ବହୁତ ବଡ଼ ଶକ୍ତି । ଆଉ ଏଥିପାଇଁ ମୁଁ ଏହି ନିମନ୍ତ୍ରଣ ଦେଉଛି ମୋ ଯୁବକମାନଙ୍କୁ! ଆଉ ଏଥିରେ ଦୁଇଟି ନୂଆ ଜିନିଷ ଏଥର ଯୋଡି ହୋଇଛି । ଆଉ ଯୋଜନା ତ ଅଛି ତାକୁ ଆମେ 14 ଅକ୍ଟୋବର ପର୍ଯ୍ୟନ୍ତ ଚଲାଇବୁ । ଆଜି ହେଉଛି 14 ଅପ୍ରେଲ । 14 ଅକ୍ଟୋବର ଏଇଥି ପାଇଁ 14 ଅକ୍ଟୋବରରେ ବାବାସାହେବ ଆମ୍ବେଦକର ଦୀକ୍ଷା ନେଇଥିଲେ । ବାବା ସାହେବ ଆମ୍ବେଦକରଙ୍କ ଦୀକ୍ଷାର ପବିତ୍ର ଅବସର ଥିଲା 14 ଅକ୍ଟୋବର । ଆଉ ଏଥିପାଇଁ ଆଜି 14 ଅପ୍ରେଲରୁ 14 ଅକ୍ଟୋବର ପର୍ଯ୍ୟନ୍ତ ଏକ ବିଶେଷ ଯୋଜନା ରହିଛି । ଆଜି ଦେଖିଥିବେ ଆପଣମାନେ ଭଲ ପରିବାର ଯୁବକ ମଧ୍ୟ ତା ମୁଣ୍ଡରେ ଅଛି ଛୁଟିରେ ମଧ୍ୟ କିଛି ନା କିଛି କାମ କରି ନିଜେ କିଛି ରୋଜଗାର କରିବ । ଧନୀ ପରିବାରର ପିଲା ମଧ୍ୟ ନିଜ ପରିଚୟ ଲୁଚାଇ ଏପରି ଯାଗାକୁ ଯାଉଛନ୍ତି ଆଉ ଏପରି କାମ କରୁଛନ୍ତି ନିଜକୁ ପ୍ରଶିକ୍ଷିତ କରିବାକୁ ଚାହୁଁଛନ୍ତି । ଯେଉଁ ପରିବେଶରେ ସେମାନେ ଜନ୍ମ ହୋଇଛନ୍ତି ସେଠାରେ ସେପରି ସୁଯୋଗ ସୃଷ୍ଟି ହୋଇ ନାହିଁ । ସେମାନେ ହୋଟେଲକୁ ଯାଉଛନ୍ତି, ବାସନ ସଫା କରୁଛନ୍ତି, ଚା’ ଦେବା ନେବା କରୁଛନ୍ତି ଏହି ପ୍ରକାରର କାମ କରୁଛନ୍ତି । ତେତେକ ପେଟ୍ରୋଲ ପମ୍ପରେ ଯାଇ କାମ କରୁଛନ୍ତି । ଗର୍ବର ସହିତ ବଂଚିବାକୁ ପ୍ରବଳ ଇଚ୍ଛା …. ଆଜି ନୂଆ ପିଢିର ମସ୍ତିଷ୍କରେ ଏହି ଜିନିଷ ଆସୁଛି ।

ପ୍ରଥମେ ଆମେ ଶୁଣିଥିଲୁ ବିଦେଶରେ ଯୁବକମାନେ ରାତିରେ ଯାଇ ଦୁଇ-ତିନି ଘଂଟା ଏମିତି ପରିଶ୍ରମ କାମ କରୁଥିଲେ ଟ୍ୟାକ୍ସି ଚଲାଉଥିଲେ, ଅମୁକ କରୁଥିଲେ, ସମୁକ କରୁଥିଲେ । କିଛି ରୋଜଗାର କରୁଥିଲେ ଆଉ ପୁଣି ପଢୁଥିଲେ । ଆଜି ହିନ୍ଦୁସ୍ତାନକୁ ଏହି ଜିନିଷ ଆସି ନାହିଁ, ଏମିତି ନୁହେଁ । ଆମର ଧ୍ୟାନ ନାହିଁ । ଏହି ଭୀମ୍-ଆଧାର ମାଧ୍ୟମରେ ଏହି ଛୁଟିରେ ମୁଁ ମୋର ଦେଶର ଯୁବକମାନଙ୍କୁ ନିମନ୍ତ୍ରିତ କରୁଛି । ଏଥିରେ ଏକ ଯୋଜନା ଅଛି ରେଫରାଲ୍ ଅର୍ଥାତ ପରାମର୍ଶ ଆପଣ କାହାକୁ ଭୀମ୍ ଆପ୍ ସମ୍ବନ୍ଧରେ ବୁଝାଇବେ । କୌଣସି ବ୍ୟବସାୟୀକୁ ବୁଝାଇବେ, କୌଣସି ନାଗରିକକୁ ବୁଝାଇବେ, ତା ମୋବାଇଲରେ ଭୀମ୍ ଆପ୍ ଡାଉନ୍ଲୋଡ୍ କରାଇବେ । ଆଉ ଆପଣଙ୍କ ପ୍ରେରଣାରେ ସେ ତିନୋଟି କାରବାର କରିବ, କେବେ ପଚାଶ ଟଙ୍କାର ଜିନିଷ କିଣିବ, କେବେ 30 ଟଙ୍କାର, କେବେ 100 ଟଙ୍କାର କିଣିବ । ଏହା ଯଦି ଆପଣଙ୍କ ଦ୍ୱାରା ହୋଇଥିବ ତ ଥରେ ନିଜ ଲୋକଙ୍କୁ ଏଥିରେ ଯୋଡିବେ ତ ସରକାରଙ୍କ ତରଫରୁ ଆପଣଙ୍କ ଖାତାରେ 10 ଟଙ୍କା ଜମା କରାଯିବ । ଯଦି ଦିନକୁ ଆପଣ 20ଜଣ ଲୋକଙ୍କୁ ମଧ୍ୟ ଏହା କରାଇଦେବେ, ତ ସଂଧ୍ୟାକୁ ଆପଣଙ୍କ ପକେଟକୁ 200 ଟଙ୍କା ଖାତାକୁ ଆସିଯିବ । ଯଦି ଛୁଟି ତିନି ମାସରେ ସ୍ଥିର କରିନେବେ କି 200 ଟଙ୍କା ରୋଜଗାର କରିବାର ଅଛି, କୁହନ୍ତୁ ମୋର ଯୁବସାଥୀମାନେ ଏହା କୌଣସି କଷ୍ଟକର କାମ କି ଆପଣମାନଙ୍କ ପାଇଁ? ଏମିତିରେ କିଛି ଦେବା-ନେବାର ନାହିଁ ତାଙ୍କୁ ଖାଲି ଶିଖାଇବାର ଅଛି, ବୁଝାଇବାର ଅଛି ଆଉ ଯେଉଁ ବ୍ୟାପାରୀ ନିଜ ଦୋକାନରେ ଭୀମ୍-ଆପ୍ ଲାଗୁ କରିବେ କାରବାର ସେଥିରୁ ଆରମ୍ଭ କରିବେ, ତ ତାଙ୍କୁ ତାଙ୍କର ଯେଉଁ ସର୍ବନିମ୍ନ ମାନ୍ୟତା ଅଛି ତାହାକୁ କରିବେ, ତ ତାଙ୍କୁ 25 ଟଙ୍କା ମିଳିବ । 25 ଟଙ୍କା ତାଙ୍କ ଖାତାରେ ଜମା ହୋଇଯିବ । ଅର୍ଥାତ ଯାହାକୁ ଆପଣ ବୁଝେଇବାର ଅଛି ତାକୁ ଆପଣ ବୁଝାଇ ପାରିବେ । କିନ୍ତୁ ମତେ ତ 10 ମିଳୁଛି, କିନ୍ତୁ ତତେ 25 ମିଳିବାକୁ ଯାଉଛି । ଆଉ ଏହି ଯୋଜନା 14 ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ବାବା ସାହେବ ଆମ୍ବେଦକରଙ୍କ ଦୀକ୍ଷା ପ୍ରାପ୍ତ କରିବା ଦିନ ପର୍ଯ୍ୟନ୍ତ । ଛଅ ମାସ ଆମ ପାଖରେ ଅଛି । ପ୍ରତ୍ୟେକ ଯୁବକ ଏହି ଅବକାଶରେ 10 ହଜାର, 15 ହଜାର ଟଙ୍କା ଆରାମ୍ରେ ରୋଜଗାର କରିପାରିବେ । ଆଉ ଆପଣ ମୋର ଭ୍ରଷ୍ଟାଚାର ବିରୁଦ୍ଧରେ ଲଢେଇ ଜିତିବା ପାଇଁ ମୋର ସବୁଠାରୁ ବଡ଼ ସାହାଯ୍ୟକାରୀ ହୋଇଯିବେ, ଏଥିପାଇଁ ମୁଁ ଆପଣମାନଙ୍କୁ ନିମନ୍ତ୍ରଣ ଦେଉଛି କି ଏହି ଯୋଜନାରେ ତାର ଶେଷରେ ଯାହା ଲେଖା ହୋଇଥିବ ତାହା ହିଁ ଶେଷରେ ବୁଝାଇବା ପାଇଁ ଟିକେ ଯୋଗ-ବିଯୋଗ କରି କହୁଛି । କିନ୍ତୁ ଯେବେ ଆପଣ ଲିଖିତ ଜିନିଷକୁ ପଢିବେ ତ ଭଲଭାବେ ଯୋଜନା ଆପଣଙ୍କୁ ବୁଝା ପଡିଯିବ । ଆଉ ମୁଁ ଚାହୁଁଛି, ମୁଁ ଦେଶର ଯୁବକମାନଙ୍କୁ କହୁଛି କି ଏବେ ପରୀକ୍ଷା ସରିଯାଇଛି, ମୋବାଇଲ ଫୋନ୍ ଉଠାନ୍ତୁ, ଏହି ବ୍ୟବସ୍ଥାକୁ ବୁଝନ୍ତୁ ଆଉ ଦିନକୁ 20 ଲୋକ, 25ଜଣ ଲୋକଙ୍କୁ, 30 ଲୋକ ଲାଗି ଯାଆନ୍ତୁ । ଆପଣ ସଂଧ୍ୟା କୁ 200-300 ଟଙ୍କା ରୋଜଗାର କରି ଘରକୁ ଚାଲିଯିବେ ଆଉ ଅବକାଶ ସାରା ଆପଣ ଆଗାମୀ ବର୍ଷର ପାଠ ପଢା ଖର୍ଚ୍ଚ ପକେଟ୍ ଖର୍ଚ୍ଚ ବାହାର କରିପାରିବେ । କେବେ ଗରିବ ମାଆ-ବାପାଙ୍କ ପାଖରୁ ଏକ ଟଙ୍କା ମାଗିବାର ଆବଶ୍ୟକତା ପଡିବ ନାହିଁ । ଏହା ହେଉଛି ବିପ୍ଳବ  ଆଣିବାର ଏକ ପ୍ରୟାସ ।

ଆଜି ଏଠାରେ କମ୍ ନଗଦ କାରବାରର 75ଟି ସହରାଂଚଳ ଲୋକାର୍ପଣ ହେଲା । ଏହାର ଅର୍ଥ ଏହା ହେଉଛି ଯେଉଁଠାରେ ସହରାଂଚଳରେ ଲୋକମାନେ ରହୁଛନ୍ତି, ଅଲଗା ଅଲାଗା ସାର କମ୍ପାନୀର ଟାଉନସିପ ଅଛି, କେଉଁଠାରେ ରେଲବାଇ ବାଲାଙ୍କର ଟାଉନସିପ ଅଛି, କେଉଁଠାରେ ସୈନିକଙ୍କର ଟାଉନସିପ ଅଛି – ଏପରି 75 ଟି ସଂମ୍ପର୍ଣ୍ଣ ଭାବେ ନିଜକୁ ନିଜେ କମ୍ ନଗଦବାଲା କରିଛନ୍ତି । ଯେତେବେଳେ ମୁଁ ଏହାର ପ୍ରଥମ ସହରାଂଚଳର ପ୍ରେଜେଣ୍ଟେସନ ନେଉଥିଲି ତ ମୁଁ କହିଲି ପରିବାବାଲାର କ’ଣ ଆଗ୍ରହ ଅଛି, ସେ କାହିଁକି ଏହି କାରବାରରେ ଆସିଲା । ସେ ବଡ଼ ଆଗ୍ରହ ଜନକ ଉତ୍ତର ଦେଲା – ପରିବାବାଲା, ସେ କହିଲା ପ୍ରଥମେ ଏହି ଯେଉଁ ଟାଉନସିପରେ ବିକିବା ପାଇଁ ମୁଁ ଯେଉଁ ଫୁଟଫାଥ୍ରେ ବସିଛି, ପରିବା ବିକୁଛି, ତ ଯେଉଁ ମହିଳାମାନେ ପରିବା କିଣିବା ପାଇଁ ଆସନ୍ତି ଯଦି ବିଲ୍ ହୋଇଯାଏ 25 ଟଙ୍କା 80 ପଇସା ତ କହନ୍ତି 25 ଟଙ୍କା ନେଇ ନିଅ, କାମ ଚଳିଯିବ, ସେ 80 ପଇସା ଦିଅନ୍ତି ନାହିଁ । କେତେବଡ଼ ଗରିବ ପରିବାରର ମହିଳା ହୁଅନ୍ତୁ, ବଡ଼ରୁ ବଡ଼ ବାବୁଙ୍କର ସ୍ତ୍ରୀ ହୁଅନ୍ତୁ । ସେ 80 ପଇସା ଦିଅନ୍ତି ନାହିଁ । ନେଇ ନିଅ 25 ଟଙ୍କା, ଚାଲ ଠିକ୍ ଅଛି, ଖୁଚୁରା ଛାଡି ଦିଅ । କହିଲେ ଏହି କାରଣରୁ କ’ଣ ହେଲା ମତେ ପୁରା 25 ଟଙ୍କା 80 ପଇସା ମିଳୁଛି । ଆଉ କହିଲା ସଂଧ୍ୟାକୁ ମୋର ଯେଉଁ 15-20 ଟଙ୍କା ଅଲଗା ଆୟ ଏମିତିରେ ହୋଇଗଲା । ଏବେ ଦେଖନ୍ତୁ କେତେ ଲାଭ ଜଣେ ଗରିବ ଲୋକ ନିଜ ଠାରୁ ହିଁ ଖୋଜି ନେଲା । କିନ୍ତୁ ଏହି 75 ଟାଉନସିପ୍ରୁ ଗୋଟିଏ ଭଲ ଶୁଭାରମ୍ଭ ହେଲା । ଏହା ଆମମାନଙ୍କର ଚେଷ୍ଟା ହେବା ଦରକାର ଯେ ଆମେ କମ୍ ନଗଦ ଆଡକୁ ଦେଶକୁ ନେଇ ଯିବା, ଆମେ ଏଥିରେ ଯୋଗଦାନ ଦେବା ଆଉ ଏ ଯେଉଁ ବିପ୍ଳବ ହେଉଛି ତାହାର ଆମେ ନିଜେ ଜଣେ ସିପାହୀ ହେବା । ସେହି କଥାକୁ ଆମେ ଆଗକୁ ବଢାଇବା ।

ମୋର ବିଶ୍ୱାସ ଯେ ଆଜି ଯେଉଁ ଲୋକଙ୍କୁ ପୁରସ୍କାର ମିଳିଲା ଆଉ ଏତେ କାର୍ଯ୍ୟକାଳରେ ପାଖାପାଖି ଅଢେଇ ଶହ କୋଟି ଟଙ୍କାରୁ ଅଧିକ ପୁରସ୍କାର ମିଳିଛି । ଏହି ପୁରସ୍କାର ପାଇ ସନ୍ତୋଷ ହୁଅନ୍ତୁ ନାହିଁ । ହଜାର ହଜାର ସଂଖ୍ୟାରେ ନାଗରିକମାନଙ୍କୁ ପୁରସ୍କାର ମିଳିଛି ସେମାନେ ମଧ୍ୟ ଏହାର ଆମ୍ବାସଡର(ଦୂତ) ହୁଅନ୍ତୁ, ସେମାନେ ମଧ୍ୟ ଏହି କାମକୁ ଆଗକୁ ବଢାନ୍ତୁ । ଏହା ଦେଶରେ ପରିବର୍ତ୍ତନ ଆଣିବାରେ ନାଗରିକମାନଙ୍କର ସହଯୋଗରେ ହେଲାବାଲା ଏକ ବହୁତ ବଡ଼ ସଫଳ ଅଭିଯାନ ଅଟେ । ମୁଁ ରବିଶଙ୍କର ଜୀ ଆଉ ତାଙ୍କ ବିଭାଗର ପୁରା ଟିମ୍କୁ,  ନୀତି ଆୟୋଗକୁ ବଡ଼ ସାଧୁବାଦ ଦେଉଛି କି ସଂପୂର୍ଣ୍ଣ ପରୀକ୍ଷା କରାଯାଇଥିବା ଟେକ୍ନୋଲଜି ପାଇଁ ସେମାନେ ଭରସା ଯୋଗ୍ୟ ପ୍ରଚେଷ୍ଟା କଲେ । ଦୁନିଆରେ ଯେତେ ପ୍ରକାରର ଟେକ୍ନୋଲଜିର  ନବସୃଜନ ହୋଇଛି ଏହି ସମସ୍ତ ଜିନିଷର ଅଧ୍ୟୟନ କରିଛନ୍ତି ଆଉ ସେଥିରୁ ସର୍ବୋତ୍ତମ କ’ଣ ହୋଇପାରିବ । ଭାରତର ସାଧାରଣ ମଣିଷ ଗରିବରୁ ଗରିବ ବ୍ୟକ୍ତି ମଧ୍ୟ ଏହାକୁ ନିଜ କାରବାରରେ ଚଲାଇପାରିବେ । ଏତେ ବ୍ୟବହାର ଅନୁକୂଳ ବିଶ୍ୱସ୍ତ ଏହି ବ୍ୟବସ୍ଥା ବିକଶିତ ହୋଇଛି । ମୁଁ ପୁଣି ଥରେ ବିଭାଗର ସବୁ ସାଥୀମାନଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ମହାରାଷ୍ଟ୍ର ସରକାରଙ୍କୁ ଅଭିନନ୍ଦନ ଜଣାଉଛି ଯେ ଏହି କାର୍ଯ୍ୟକ୍ରମର ସଂରଚନା ପାଇଁ ନାଗପୁରକୁ ସେ ଜଜମାନ ଭାବେ ଉତ୍ତମ ସେବା କଲେ । ବହୁତ ବଡ଼ ମାତ୍ରାରେ ଆପଣମାନଙ୍କ ସହିତ ମତେ ମିଶିବାର ଅବସର ମିଳିଲା । ଆପଣଙ୍କୁ ବହୁତ-ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In Photos: PM Narendra Modi Prays At Kashi Vishwanath, Holds Trishul-Damru

Media Coverage

In Photos: PM Narendra Modi Prays At Kashi Vishwanath, Holds Trishul-Damru
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on Buddha Purnima
May 01, 2026
PM shares a Sanskrit Subhashitam highlighting the Eightfold Path

Prime Minister Shri Narendra Modi today extended his best wishes to all citizens on the auspicious occasion of Buddha Purnima. Highlighting a strong commitment towards realising the ideals of Lord Buddha, the Prime Minister hoped that his thoughts would deepen the spirit of joy and togetherness in society. He further urged everyone to reiterate the resolve to adopt the life values of Lord Buddha on this sacred occasion that inspires walking on the path of peace, compassion, and goodwill.

Sharing a Sanskrit Subhashitam, the Prime Minister noted that according to Gautama Buddha, when a person understands that there is no permanent self-existing entity either within or outside and follows the Eightfold Path, right view, right intention and right conduct, then they become free from suffering and attain supreme peace.

In a series of posts on X, the Prime Minister wrote:

"Best wishes on Buddha Purnima. Our commitment towards realising the ideals of Lord Buddha is very strong. May his thoughts deepen the spirit of joy and togetherness in our society."

"सभी देशवासियों को बुद्ध पूर्णिमा की असीम शुभकामनाएं। शांति, करुणा और सद्भावना के मार्ग पर चलने की प्रेरणा देने वाले इस पावन अवसर पर आइए, भगवान बुद्ध के जीवन मूल्यों को अपनाने का संकल्प दोहराएं।

नान्तर्बहिश्च लोकेषु त्वात्मानं दृष्टवान् क्वचित्।
आष्टाङ्गिकेन मार्गेण परमां शान्तिमाययौ॥"

According to Gautama Buddha, when a person understands that there is no permanent self-existing entity either within or outside and follows the Eightfold Path-right view, right intention and right conduct-then they become free from suffering and attain supreme peace.