Metro will further strengthen the connectivity in Ahmedabad and Surat - what are two major business centres of the country: PM Modi
Rapid expansion of metro network in India in recent years shows the gulf between the work done by our government and the previous ones: PM Modi
Before 2014, only 225 km of metro line were operational while over 450 km became operational in the last six years: PM Modi

ନମସ୍କାର

 ଗୁଜରାତର ରାଜ୍ୟପାଳ ଆଚାର୍ଯ୍ୟ ଶ୍ରୀ ଦେବବ୍ରତ ଜୀ କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋ ସହଯୋଗୀ ଅମିତ  ଶାହା ଜୀ, ହରଦୀପ ସିଂ ପୁରୀ ଜୀ, ଗୁଜରାତର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଜୀ, ଗୁଜରାତର ସରକାରର ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ । ଅହମ୍‌ଦାବାଦ ଏବଂ ସୁରତ୍‌ର ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ଉତ୍ତରାୟଣ ଆରମ୍ଭରୁ ଆଜି ମୁଁ ଅହମ୍ମଦାବାଦ ଏବଂ ସୁରତକୁ ଅତ୍ୟନ୍ତ ମୂଲ୍ୟବାନ ଉପହାର ଦେଇଛି । ଦେଶର ଦୁଇଟି ବ୍ୟବସାୟିକ କେନ୍ଦ୍ର ଅହମ୍ମଦାବାଦ ଏବଂ ସୁରତ୍‌ରେ ଯୋଗଯୋଗ କ୍ଷେତ୍ରକୁ ମେଟ୍ରୋ ସେବା ସୁଦୃଢ କରିପାରିବ । ଗତକାଲି କେଓଡିଆକୁ ସଂଯୋଗ କରୁଥିବା ନୂତନ ରେଳପଥ ଏବଂ ନୂଆ ଟ୍ରେନ ଚଳାଚଳର ଆରମ୍ଭ ହୋଇଛି । ଅହମ୍ମଦାବାଦରୁ ମଧ୍ୟ ଆଧୁନିକ ଜନଶତାବ୍ଦୀ ଏକ୍ସପ୍ରେସ ବର୍ତ୍ତମାନ କେଓଡିଆ ପର୍ଯ୍ୟନ୍ତ ଯିବ । ଏହିସବୁର ଶୁଭାରମ୍ଭ ପାଇଁ ମୁଁ ଗୁଜରାତର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ ଜଣାଉଛି ।

ଭାଇ ଓ ଉଉଣୀଗଣ,

ଆଜି 17ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଭିତ୍ତିଭୂମି କାର୍ଯ୍ୟ ଆରମ୍ଭ ହେଉଛି । ଏହି 17ହଜାର କୋଟି ଟଙ୍କା ଦେଖାଇଦେଉଛି ଯେ, କରୋନା ଭଳି ସମୟରେ ମଧ୍ୟ ନୂତନ ଭିତିଭୂମି ନିର୍ମାଣ ପାଇଁ ଦେଶର ଉଦ୍ୟମ କ୍ରମାଗତ ଭାବରେ ଆଗେଇ ଚାଲିଛି । ଗତ କିଛିଦିନ ମଧ୍ୟରେ ସମଗ୍ର ଦେଶରେ ହଜାର ହଜାର କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ଲୋକାର୍ପଣ ହୋଇଛି କିମ୍ବା ନୂଆ ପ୍ରକଳ୍ପର କାମ ଆରମ୍ଭ ହୋଇଛି ।

ବନ୍ଧୁଗଣ,

 ଅହମ୍ମଦାବାଦ ଏବଂ ସୁରତ ଦୁଇଟି ଯାକ ସହର ଭାରତର ଆତ୍ମନିର୍ଭରଶୀତଳତାକୁ ସୁଦୃଢ କରୁଥିବା ସହର । ଅହମ୍ମଦାବାଦର ମେଟ୍ରୋ କାମ  ଆରମ୍ଭ ହେବା ସମୟରେ ସେହି ମୁହୂର୍ତ୍ତଗୁଡିକ କେତେ ଯେ ଅଦ୍ଭୁତ ଥିଲା ତାହା ମୋର ମନେ ଅଛି । ଲୋକମାନେ ଛାତ ଉପରେ ଛିଡା ହୋଇଥିଲେ ଏବଂ ଦେଖୁଥିଲେ । ଲୋକମାନଙ୍କ ଚେହେରାରେ ଥିବା ଖୁସିକୁ ଦେଖିଥିବା ବ୍ୟକ୍ତି କେବେ ଭୁଲି ପାରିବ ନାହିଁ ।

ମୁଁ ଏହା ମଧ୍ୟ ଦେଖୁଛି ଯେ, ଅହମ୍ମଦାବାଦ ନିଜର ସ୍ୱପ୍ନ ଏବଂ ପରିଚୟ ନେଇ ନିଜକୁ ମେଟ୍ରୋ ସହ ଯୋଡିପାରିଛି । ବର୍ତ୍ତମାନ ଆଜିଠାରୁ ଅହମ୍ମଦାବାଦ ମେଟ୍ରୋର ଦ୍ୱିତୀୟ ସୋପାନ କାର୍ଯ୍ୟ ଆରମ୍ଭ ହେଉଛି । ଅହମ୍ମଦାବାଦ ମେଟ୍ରୋ ପ୍ରକଳ୍ପରେ ଏଣିକ ମୋଟେରା ଷ୍ଟାଡିୟମରୁ ମହାତ୍ମା ମନ୍ଦିର ପର୍ଯ୍ୟନ୍ତ ଏକ କରିଡର ପ୍ରସ୍ତୁତ ହେବ । ଦ୍ୱିତୀୟ କରିଡର ସହିତ ଜିଏନଏଲୟୁ ଏବଂ ଗିଫ୍ଟସିଟି ପରସ୍ପର ସହ ଯୋଡିହେବେ । ଏହାର ଲାଭ ସହରର ଲକ୍ଷ ଲକ୍ଷ ଲୋକ  ପାଇବେ ।

ବନ୍ଧୁଗଣ,

ଅହମ୍ମଦାବାଦ ପରେ ସୁରଟ୍ ଗୁଜରାତ ଦ୍ୱିତୀୟ ବଡ ସହର । ଏହା ମେଟ୍ରୋ ଭଳି ଆଧୁନିକ ପବ୍ଲିକ ପରିବହନ ବ୍ୟବସ୍ଥା ସହିତ ଯୋଡିହେବ । ସୁରତରେ  ମେଟ୍ରୋ ନେଟୱାର୍କ ସମଗ୍ର ସହରର ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ କେନ୍ଦ୍ରଗୁଡିକ ପରସ୍ପର ସହିତ  ସଂଯୁକ୍ତ କରିବ । ଗୋଟିଏ କରିଡର ସର୍ଥନାକୁ ଡ୍ରିମ ସିଟି ସହିତ ଏବଂ ଦ୍ୱିତୀୟ କରିଡର ଭେସନକୁ ସରୋଲୀ ଲାଇନ ସହିତ ଯୋଡିବ । ମେଟ୍ରୋର ଏହି ପ୍ରକଳ୍ପର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆସନ୍ତା ସମୟର ଆବଶ୍ୟକତାକୁ ଆକଳନ କରି ଏହି ନିର୍ମାଣ କାର୍ଯ୍ୟ କରାଯାଉଛି । ଏହା ଅର୍ଥ ହେଲା ଆଜି  ଯେଉଁ ନିବେଶ ହେଉଛି ଏଥିରୁ ଆସନ୍ତା ଅନେକ ବର୍ଷ ପର୍ଯ୍ୟନ୍ତ ସୁବିଧା ମିଳିପାରିବ ।

ଭାଇ ଓ ଭଉଣୀମାନେ,

ପୂର୍ବ ସରକାରର କିଭଳି ଆଭିମୁଖ୍ୟ ଥିଲା ଏବଂ ଆମ ସରକାର କିଭଳି କାମ କରୁଛି ଏହାର ସର୍ବୋତ୍କୃଷ୍ଟ ଉଦାହରଣ ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି ଏହା ମେଟ୍ରୋ ନେଟ୍‌ୱାର୍କରୁ ବିସ୍ତୃତଭାବେ ଜଣାପଡୁଛି ।

2014ମସିହାର 10/12ବର୍ଷ ପୂର୍ବେ କେବଳ 250 କିଲୋମିଟର ମେଟ୍ରୋ ଲାଇନ କାର୍ଯ୍ୟକ୍ଷମ ହୋଇଥିଲା । ବର୍ତ୍ତମାନ ଗତ 6ବର୍ଷ ମଧ୍ୟରେ 425କିଲୋମିଟରରୁ ଉର୍ଦ୍ଧ୍ୱ ମେଟ୍ରୋ ନେଟୱାର୍କ ଚାଲୁ ହୋଇଛି । ବର୍ତ୍ତମାନ ଦେଶର 27ଟି ସହରରେ ଏକ ହଜାର କିଲୋମିଟରରୁ ଅଧିକ ମେଟ୍ରୋ ନେଟ୍‌ୱାର୍କର କାର୍ଯ୍ୟ ଚାଲୁଛି ।

 ବନ୍ଧୁଗଣ,

ଏଭଳି ଏକ ସମୟ ଥିଲା, ଯେତେବେଳେ ଆମ ଦେଶରେ ମେଟ୍ରୋ ରେଳପଥ ନିର୍ମାଣ ନେଇ ଆଧୁନିକ ଚିନ୍ତା ମଧ୍ୟ ନଥିଲା, ଦେଶର ମେଟ୍ରୋ ନୀତି ମଧ୍ୟ ନ ଥିଲା । ଏହାର ଫଳସ୍ୱରୂପ ଅଲଗା ଅଲଗା ସହରରେ ଅଲଗା ଅଲଗା ପ୍ରକାରର ମେଟ୍ରୋ, ଅଲଗା ଅଲଗା ବୈଷୟିକ ବ୍ୟବସ୍ଥା ସମ୍ବଳିତ  ମେଟ୍ରୋ ପ୍ରସ୍ତୁତ ହେବାରେ ଲାଗିଲା । ଦ୍ୱିତୀୟ ସମସ୍ୟାଟି ହେଲା, ସହରଗୁଡିକର ବାକି ପରିବହନ ବ୍ୟବସ୍ଥା ସହିତ ମେଟ୍ରୋର ତାଳମେଳ ରହୁ ନ ଥିଲା, ଆଜି ଆମେ ସହରଗୁଡିକର ପରିବହନ ବ୍ୟବସ୍ଥାକୁ ଏକ ସଘନ ପ୍ରଣାଳୀ ଭିତିରେ ବିକାଶ କରାଉଛୁ । ବସ୍‌, ରେଳ, ମେଟ୍ରୋ ସମସ୍ତେ ନିଜ ନିଜ ହିସାବରେ ଚାଲୁନାହାନ୍ତି ବରଂ ଏକ ସାମୂହିକ ପରିବହନ ବ୍ୟବସ୍ଥା ଭିତରେ କାମ କରୁଛନ୍ତି । ଗୋଟିଏ ଅନ୍ୟଟିର ପରିପୂରକ ହୋଇଛନ୍ତି । ମୁଁ ଏଠାରେ ଥିବା ସମୟରେ ଅହମ୍ମଦାବାଦ ମେଟ୍ରୋରେ ନ୍ୟାସନଲ କମନ ମୋବିଲିଟି କାର୍ଡ କାର୍ଯ୍ୟକାରୀ ହୋଇଥିଲା । ଭବିଷ୍ୟତରେ ଏହାକୁ ଅଧିକ ସଘନ ଏବଂ ଉପାଦେୟଯୁକ୍ତ କରାଯିବାକୁ  ପ୍ରସ୍ତାବ ଅଛି ।

ବନ୍ଧୁଗଣ,

ଆଜି ଆମର ସହରର କ’ଣ ଆବଶ୍ୟକତା ରହିଛି ଏବଂ ଆସନ୍ତା 19/20ବର୍ଷ ମଧ୍ୟରେ କ’ଣ ଆବଶ୍ୟକତା ପଡିବ ଏହି ଦୂରଦୃଷ୍ଟିକୁ ନେଇ ଆମେ କାମ ଆରମ୍ଭ କରିଛୁ । ବର୍ତ୍ତମାନ ସୁରତ ଏବଂ ଗାନ୍ଧୀନଗରକୁ ଉଦାହରଣ ଭାବରେ  ନିଆଯାଉ । ଦୁଇଦଶନ୍ଧି ପୂର୍ବେ ସୁରତକୁ ନେଇ ଚର୍ଚ୍ଚା ବିକାଶକୁ ନେଇ ହେଉ ନ ଥିଲା । ବରଂ ମହାମାରୀ  ପ୍ଲେଗକୁ ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ, ସୁରତବାସୀଙ୍କର ସମସ୍ତଙ୍କୁ ଆଲିଙ୍ଗନ କରିବାର ଗୁଣ ଥିବାରୁ ଏହା ପରିସ୍ଥିତିକୁ ବଦଳାଇବାରେ ସାହାଯ୍ୟ କରିଲା । ମୁଁ ପ୍ରତ୍ୟେକ ଉଦ୍ୟମରେ ଆଲିଙ୍ଗନ କରିବାର ସୁରତ ଉତ୍ସାହ ଉପରେ ଗୁରୁତ୍ୱ ଦେଇଥିଲି । ଆଜି ଜନସଂଖ୍ୟାକୁ ନେଇ ସୁରତ ଦେଶର ଅଷ୍ଟମ ବଡ ସହର ।  ପୁଣି ବିଶ୍ୱର ଦ୍ରୁତ ବିକଶିତ ଚତୁର୍ଥ ସହର ମଧ୍ୟ । ବିଶ୍ୱର 10ଖଣ୍ଡ ହୀରା ମଧ୍ୟରୁ 9ଖଣ୍ଡ ସୁରତ୍‌ରେ ପ୍ରସ୍ତୁତ ହୋଇଥାଏ । ଆଜି ଦେଶର ମୋଟ ମନୁଷ୍ୟକୃତ ବସ୍ତ୍ରର 40 ପ୍ରତିଶତ ଏବଂ ମୋଟ ମନୁଷ୍ୟକୃତ ତନ୍ତୁର 30 ପ୍ରତିଶତ ଉତ୍ପାଦନ ସୁରତରେ ହେଉଛି । ଆଜି ଦେଶରେ ଦ୍ୱିତୀୟ ସ୍ୱଚ୍ଛ ସହର ସୁରତ ।

ଭାଇ ଓ ଭଉଣୀମାନେ,

ଏହି ସବୁ କାର୍ଯ୍ୟ ଏକ ଉନ୍ନତ ଯୋଜନା ଏବଂ ସମ୍ପୂର୍ଣ୍ଣ ବିଚାର ଯୋଗୁଁ ସମ୍ଭବ ହୋଇପାରିଛି । ପୂର୍ବେ ସୁରତ୍‌ର ଜନସଂଖ୍ୟାର 20ପ୍ରତିଶତ ଝୁମ୍ପୁଡି ଘରେ ରହୁଥିଲେ । ବର୍ତ୍ତର୍ମାନ ଗରିବମାନଙ୍କୁ ପକ୍କା ଘର ମିଳିବା ପରେ ଝୁମ୍ପୁଡି ଘରେ ରହୁଥିବା ଲୋକଙ୍କ ସଂଖ୍ୟା ୬ପ୍ରତିଶତକୁ ହ୍ରାସ ପାଇଛି । ସହରକୁ ଭିଡରୁ ମୁକ୍ତ କରିବା ପାଇଁ ଉନ୍ନତ ମାନର ଟ୍ରାଫିକ ପରିଚାଳନା ବ୍ୟବସ୍ଥାରୁ ଆରମ୍ଭ କରି ଅନ୍ୟାନ୍ୟ ପଦକ୍ଷେପ ପର୍ଯ୍ୟନ୍ତ ନିଆଯାଇଛି । ଆଜି ସୁରତରେ ଶହେରୁ ଅଧିକ ପୋଲ ଅଛି । ଏଥିମଧ୍ୟରୁ 80ରୁ ଅଧିକ ପୋଲ ଗତ 20ବର୍ଷ ମଧ୍ୟରେ ନିର୍ମାଣ କରାଯାଇଛି । ଏଥିସହିତ 8ଟି ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି । ଏହିପରି ସୁରଜ ଟ୍ରିଟମେଣ୍ଟ ପ୍ଲା୍‌ଣ୍ଟ ଏବଂ ଏହାର କ୍ଷମତା ବୃଦ୍ଧି କରାଯାଇଛି । ଆଜି ସୁରତ୍‌ରେ ପ୍ରାୟ ଡଜନରୁ ଉର୍ଦ୍ଧ୍ୱ ସ୍ୱିରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଅଛି । ସ୍ୱିରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟରୁ ସୁରତ ଆଜି ପ୍ରାୟ 100କୋଟି ଟଙ୍କା ଆୟ କରିପାରୁଛି । ବିଗତ ଦିନ ମାନଙ୍କରେ ସୁରତରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ ଅତ୍ୟାଧୁନିକ ଚିକିତ୍ସାଳୟ ନିର୍ମାଣ କରାଯାଇଛି । ଏହି ସମସ୍ତ ଯୋଗୁଁ ସୁରତରେ ସାଧାରଣ ଜୀବନଯାପନ ଉନ୍ନତମାନର ହୋଇପାରିଛି । ଆଜି ଆମେ ଦେଖୁଛି ଯେ, ସୁରତ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଏକ ବଡ ଉଦାହରଣ । ଏଠାକୁ ପୂର୍ବାଞ୍ଚଳ, ଓଡିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଉତ୍ତରପୂର୍ବ ରାଜ୍ୟ ଆଦି ଦେଶର ପ୍ରତି କୋଣ ଅନୁକୋଣରୁ ଲୋକମାନେ ନିଜର ଭାଗ୍ୟକୁ ଉଜ୍ଜଳ କରିବା ପାଇଁ ଆସୁଥିବା ଦେଖାଯାଉଛି । ଆମର ଉଦ୍ୟମୀ ଲୋକମାନେ ଶିଷ୍ଟାଚାର ଏବଂ ସମର୍ପଣ ଭାବ ହେତୁ ସୁରଟ ଭୂଖଣ୍ଡରେ ଏକ କ୍ଷୁଦ୍ର ଭାରତ ସୃଷ୍ଟି କରିପାରିଛନ୍ତି । ଏହିସବୁ ବନ୍ଧୁମାନେ ମିଳିମିଶି ବିକାଶର ନୂଆ ପରିଭାଷା ଦେବା ପାଇଁ କାମ କରୁଛନ୍ତି ।

ସାଥୀଗଣ,

ସେହିପରି ଗାନ୍ଧୀନଗର,ଏହାର ପୂର୍ବ ପରିଚିତି କ’ଣ ଥିଲା?  ଏହି ସହର ସରକାରୀ ଚାକିରି କରୁଥିବା, ଚାକିରିରୁ ଅବସର ନେଇଥିବା ଲୋକମାନଙ୍କର ସାଧାସିଧା ଢିଲା ଜୀବନ ବିତାଉଥିବା ଲୋକମାନଙ୍କର ଏକ ଅଞ୍ଚଳ ହୋଇ ରହିଥିଲା । ବର୍ତ୍ତମାନ ଯେଉଁଠାକୁ ଗଲେ ମଧ୍ୟ ଗାନ୍ଧୀନଗରରେ ଆପଣଙ୍କୁ ଯୁବଗୋଷ୍ଠୀ ଦେଖିବାକୁ ମିଳିବେ । ନବଯୁବକ ଦେଖିବାକୁ ମିଳିବେ । ସ୍ୱପ୍ନର ଅସୀମ ଭଣ୍ଡାର ଦେଖିବାକୁ ମିଳିବ । ଆଜି ଗାନ୍ଧୀନଗରର ପରିଚୟ ହେଉଛି, ଆଇଆଇଟି ଗାନ୍ଧୀନଗର, ଗୁଜରାତ ନ୍ୟାସନାଲ ଲ’ ୟୁନିଭରସିଟି, ନ୍ୟାସନାଲ ଫରେନ୍‌ସିକ ସାଇନ୍ସ ୟୁନିଭରସିଟି, ପ୍ରତିରକ୍ଷା ଶକ୍ତି ୟୁନିଭରସିଟି, ଏନ.ଆଇ.ଏଫ.ଟି । ଆଜି ଗାନ୍ଧୀନଗରର ପରିଚୟ ହେଉଛି, ପଣ୍ଡିତ ଦୀନଦୟାଲ ପେଟ୍ରୋଲିୟମ ୟୁନିଭରସିଟି, ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ଟିଚର ଏଜୁକେସନ, ଧିରୁଭାଇ ଅମ୍ବାନୀ ୟୁନିଷ୍ଟିଚ୍ୟୁଟ ଅଫ ଇନ୍‌ଫରମେସନ ଆଣ୍ଡ କମୁନିକେସନ ଟେକ୍ନୋଲୋଜି, ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ ଡିଜାଇନ୍ ଇତ୍ୟାଦି । ମୁଁ ଏହାକୁ ଅଗଣିତ ବୋଲି କହିପାରିବି । ଏତେ କମ୍ ସମୟ ମଧ୍ୟରେ ଭାରତର ଭାଗ୍ୟ ଗଢିବା ଲୋକମାନଙ୍କୁ ଗଢିବା କାର୍ଯ୍ୟ ଗାନ୍ଧୀନଗର ମାଟି ଉପରେ ହେଉଛି । ଏହି ସଂସ୍ଥାନଗୁଡିକରୁ କେବଳ ଶିକ୍ଷା କ୍ଷେତ୍ରର ପରିବର୍ତ୍ତର୍ନ ଘଟିନାହିଁ ବରଂ ଏହି ସଂସ୍ଥାନଗୁଡିକ ସହିତ କମ୍ପାନୀମାନଙ୍କର କ୍ୟାମ୍ପସ ମଧ୍ୟ  ଆସିବା ଆରମ୍ଭ ହୋଇଛି । ଗାନ୍ଧୀନଗରରେ ଯୁବଗୋଷ୍ଠୀ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଛି । ଏଭଳି ଭାବରେ ଗାନ୍ଧୀନଗରରେ ମହାତ୍ମାମନ୍ଦିର ସମ୍ମିଳନୀ ପର୍ଯ୍ୟଟକଙ୍କୁ ମଧ୍ୟ ବୃଦ୍ଧି କରିଛି । ଆଜି ବିଭିନ୍ନ ବୃତ୍ତିରେ ନିଯୁକ୍ତ ବ୍ୟକ୍ତି, ଡିପ୍ଲୋମାଟ୍‌, ଚିନ୍ତାଶୀଳ ବ୍ୟକ୍ତି ଏବଂ ନେତାମାନେ ଏଠାକୁ ଆସୁଛନ୍ତି । ଏଠାରେ ସମ୍ମିଳନୀ ଆୟୋଜନ କରୁଛନ୍ତି । ଏହାଦ୍ୱାରା ଏହି ସହରରକୁ ଏକ ନୂତନ ପରିଚୟ ମିଳିଛି । ଏଥିସହ ଏକ ନୂଆ ଦିଗ ମଧ୍ୟ ମିଳିଛି । ଆଜି ଗାନ୍ଧୀନଗରର ଶିକ୍ଷାସଂସ୍ଥାନ, ଆଧୁନିକ ରେଳଷ୍ଟେସନ, ଗିଫ୍ଟସିଟି ଭଳି ଅନେକ ପ୍ରକଳ୍ପ, ଭିତ୍ତିଭୂମିର ଅନେକ ଆଧୁନିକ ପ୍ରକଳ୍ପ ଆଦି ଗାନ୍ଧୀନଗରକୁ ଜୀବନ୍ତ କରିଦେଇଛି । ଏହାକୁ ଏକ ପ୍ରକାରର ସ୍ୱପ୍ନିଳ ସହର ବନାଇ ଦେଇଛି ।

ବନ୍ଧୁଗଣ,

ଗାନ୍ଧୀନଗର ଭଳି ଅହମ୍ମଦାବାଦରେ ମଧ୍ୟ ଏଭି ଅନେକ ପ୍ରକଳ୍ପ ରହିଛି । ଏସବୁ ଆଜି ସହରର ପରିଚୟ ହୋଇଯାଇଛି । ସାବରମତୀ ରିଭରଫ୍ରଣ୍ଟ ହେଉ, କାଙ୍କରିଆ ଲେକ ପ୍ରଣ୍ଟ ହେଉ, ୱାଟର ଏରୋଡ୍ରମ ହେଉ, ବୋଷ ର‌୍ୟାପିଡ୍ ଟ୍ରାନ୍‌ଜିଟ୍ ସିଷ୍ଟମ ହେଉ, ମୋଟେରାରେ ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମ ହେଉ,  ସରଫ୍ରେଜର ୬ଲେନ ଗାନ୍ଧୀନଗର ହାଇୱେ ହେଉ ଅନେକ ପ୍ରକଳ୍ପ ବିଗତ ବର୍ଷମାନଙ୍କରେ ନିର୍ମିତ ହୋଇଛି । ଗୋଟିଏ ପକ୍ଷରେ ଅହମ୍ମଦାବାଦର ପୌରାଣିକତାକୁ ଧରି ରଖବା ସହିତ ଆଧୁନିକତାର ଆବରଣ ପିନ୍ଧାଇ ଦିଆଯାଇଛି । ଅହମ୍ମଦାବାଦକୁ ଭାରତର ପ୍ରଥମ ବିଶ୍ୱ ଐତିହ୍ୟ ସହରଭାବରେ ଘୋଷଣା କରାଯାଇଥିଲା । ବର୍ତ୍ତମାନ ଅହମ୍ମଦାବାଦ ନିକଟରେ ଧୋଲେରାଠାରେ ନୂତନ ବିମାନ ବନ୍ଦର ମଧ୍ୟ ହେବାକୁ ଯାଉଛି । ଏହି ବିମାନ ବନ୍ଦରକୁ ଅହମ୍ମଦାବାଦ ସହିତ ସଂଯୋଗ କରିବାକୁ ଅହମ୍ମଦାବାଦ-ଧୋଲେରା ମନୋ ରେଲକୁ ମଧ୍ୟ ଏହି ନିକଟ ଅତୀତରେ ସ୍ୱୀକୃତି ଦିଆଯାଇଛି । ଏହିଭଳିଭାବରେ ଅହମ୍ମଦାବାଦ ଏବଂ ସୁରତକୁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସହିତ ସଂଯୋଗକାରୀ ବୁଲେଟ୍ ଟ୍ରେନ ଉପରେ ମଧ୍ୟ କାମ ଆଗେଇ ଚାଲିଛି ।

ବନ୍ଧୁଗଣ

               ଗୁଜରାତରେ ସହରଗୁଡିକର ବିକାଶ ସହିତ  ଗ୍ରାମାଞ୍ଚଳ ଗୁଡିକର ବିକାଶ ମଧ୍ୟ ଅଦ୍ଭୂତପୂର୍ବ ଭାବରେ ବିଗତ ବର୍ଷମାନଙ୍କରେ ହୋଇଛି । ବିଶେଷଭାବରେ ଗ୍ରାମାଞ୍ଚଳରେ ସଡକ, ନିର୍ମାଣ, ବିଜୁଳୀ ସଂଯୋଗ  ଦୁଇ ଦଶନ୍ଧି ମଧ୍ୟରେ ପାନୀୟ ଜଳଯୋଗାଣ ବ୍ୟବସ୍ଥାର ଉନ୍ନତି ଆସିଛି । ଏହିସବୁ ଗୁଜରାତ ବିକାଶ ଯାତ୍ରାର ବହୁ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ  । ଆଜି ଗୁଜରାତର ପ୍ରତ୍ୟେକ ଗାଁକୁ ସବୁଦିନିଆ ରାସ୍ତା ସଂଯୋଗ ହୋଇପାରିଛି । ଏପରିକି ଜନଜାତି ଅଧ୍ୟୂଷିତ ଅଞ୍ଚଳକୁ ମଧ୍ୟ ଉନ୍ନତ ସଡକ ଦ୍ୱାରା ସଂଯୋଗ କରାଯାଇପାରିଛି ।

 ବନ୍ଧୁଗଣ

ଆମମାନଙ୍କ ମଧ୍ୟରୁ ଅଧିକାଂଶ ଏହି ଦୃଶ୍ୟ ଦେଖିଥିବେ ଯେ, ଗୁଜୁରାତର ଗାଁଗୁଡିକୁ ଟ୍ରେନ ଏବଂ ଟ୍ୟାଙ୍କର ମାଧ୍ୟମରେ ପାଣି ପହଂଚାଇବାକୁ ପଡୁଥିଲା । ଆଜି ଗୁଜୁରାତ ପ୍ରତ୍ୟେକ ଗାଁକୁ ପାଣି ପହଞ୍ଚିପାରିଛି । କେବଳ ସେତିକି ନୁହେଁ ବର୍ତ୍ତମାନ ପ୍ରାୟ 80ପ୍ରତିଶତ ଘରକୁ ନଳ ମାଧ୍ୟମରେ ପିଇବା ପାଣି ପହଞ୍ଚିଯାଉଛି । ‘ଜଳଜୀବନ ମିଶନ’ ଅଧୀନରେ ରାଜ୍ୟରେ 10ଲକ୍ଷ ନୂଆ ଘରକୁ ପାଣି ସଂଯୋଗ ଦିଆଯାଇଛି । ଖୁବ୍ ଶୀଘ୍ର ଗୁଜୁରାତର ସମସ୍ତ ଗୃହକୁ ପାଣି ପହଞ୍ଚିବାକୁ ଯାଉଛି ।

ବନ୍ଧୁଗଣ,

କେବଳ ପିଇବା ପାଣି ନୁହେଁ । ଜଳସେଚନ ପାଣି ମଧ୍ୟ ଆଜି ଗୁଜରାତର ଏଭଳି ସ୍ଥାନରେ ପାଣି ପହଂଚିପାରିଛ. ଯେଉଁଠାରେ କି ଦିନେ ଜଳସେଚନ କାର୍ଯ୍ୟ ଅସମ୍ଭବ ଥିଲା । ସ୍ୱପ୍ନରେ ମଧ୍ୟ କେହି ଏକଥା ଭାବି ପାରି ନ ଥିଲେ । ସର୍ଦ୍ଦାର ସରୋବର ଡ୍ୟାମ ହେଉ, ସୌଗୁନୀ ଯୋଜନା ହେଉ, ୱାଟରଗ୍ରୀଡ୍‌ସର ନେଟ୍‌ୱାର୍କ ହେଉ, ଗୁଜୁରାତର ମରୁଡି ଗ୍ରସ୍ତ ଅଞ୍ଚଳକୁ ସବୁଜ ଶସ୍ୟଭରା କରିବା ପାଇଁ ବ୍ୟାପକଭାବରେ ବହୁତ କାମ କରାଯାଇଛି । ମା’ ନର୍ମଦାର ଜଳ ବର୍ତ୍ତମାନ ଶହ ଶହ କିଲୋମିଟର ଦୂର କଚ୍ଛ୍ ପର୍ଯ୍ୟନ୍ତ ପହଂଚିପାରିଛି । ଅଣୁଜଳସେଚନ ପ୍ରକଳ୍ପ କ୍ଷେତ୍ରରେ ମଧ୍ୟ ଗୁଜୁରାତ ଦେଶର ଅଗ୍ରଣୀ ରାଜ୍ୟରେ ଅନ୍ତର୍ଭୁକ୍ତ ହୋଇପାରିଛି ।

 

 

ଭାଇ ଓ ଭଉଣୀମାନେ

ଏକଦା ଗୁଜୁରାତରେ ବିଜୁଳୀ ଶକ୍ତିର ଗୁରୁତର ସମସ୍ୟା ରହିଥିଲା । ଗ୍ରାମାଞ୍ଚଳରେ ଏହି ସଙ୍କଟ ଆହୁରି ଅଧିକ ଥିଲା । ଆଜି ଗୁଜରାତରେ ପର୍ଯ୍ୟାପ୍ତ ପରିମାଣରେ ବିଜୁଳୀ ଉତ୍ପାଦନ ହେଉଛି । ସୌରଶକ୍ତି ଉତ୍ପାଦନରେ ଦେଶର ଅଗ୍ରଣୀ ରାଜ୍ୟ ମଧ୍ୟ ହୋଇପାରିଛି । କିଛିଦିନ ପୂର୍ବେ କଛଠାରେ ବିଶ୍ୱର ସର୍ବବୃହତ୍ ରିନ୍ୟୁଏବୁଲ ଏନର୍ଜିର  ପ୍ଲାଣ୍ଟ ପ୍ରତିଷ୍ଠାକାମ ଆରମ୍ଭ ହୋଇଛି । ଏଥିରେ ସୌରଶକ୍ତି ପ୍ରକଳ୍ପ ଅଛି, ବାୟୁଶକ୍ତି ପ୍ରକଳ୍ପ ମଧ୍ୟ ରହିଛି । ସର୍ବୋଦୟ ଯୋଜନା ଅଧୀନରେ ଆଜି କୃଷକମାନଙ୍କ ପର୍ଯ୍ୟନ୍ତ ଜଳସେଚନ ପାଇଁ ଅଲଗା ବିଜୁଳୀ ସଂଯୋଗ କରାଯିବା କ୍ଷେତ୍ରରେ ଗୁଜରାତ ପ୍ରଥମ ରାଜ୍ୟ ହେବାକୁ ଯାଉଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁଜରାତ ଗାଁ ଗାଁରେ ସ୍ୱାସ୍ଥ୍ୟସେବାକୁ ନିରନ୍ତର ଭାବେ ସଶକ୍ତ କରାଯାଇଛି । ଗତ 6ବର୍ଷ ମଧ୍ୟରେ ଦେଶର ସ୍ୱାସ୍ଥ୍ୟସେବା ସମ୍ପର୍କୀତ ଯୋଜନା ଆରମ୍ଭ ହୋଇଛି । ଏହାର ଲାଭ ମଧ୍ୟ ଗୁଜରାତକୁ ବହୁ ପରିମାଣରେ ମିଳୁଛି । ଶସ୍ତା ଦରରେ ଔଷଧ ବିକ୍ରି କରୁଥିବା 525ରୁ ଅଧିକ ଜନୌଷଧି କେନ୍ଦ୍ର ଆଜି ଗୁଜରାତରେ ଖୋଲା ଯାଇଛି । ଏଥିମଧ୍ୟରୁ ପାଖାପାଖି 100କୋଟି ଟଙ୍କା ସଂଚୟ କରାଯାଇପାରୁଛି । ଏହି ସଂଚୟ ଗୁଜରାତର ସାଧାରଣ ପରିବାର ବିଶେଷକରି ମଧ୍ୟମବର୍ଗ, ନିମ୍ନବର୍ଗ ପରିବାର ଏହି ସୁବିଧା ପାଉଛନ୍ତି । ଏହିଭଳି  ଲୋକମାନଙ୍କ ଘରେ କାହାକୁ ରୋଗ ହେଲେ, ଏହି କାରଣରୁ 100କୋଟି ଟଙ୍କା ଏମାନଙ୍କ ପକେଟରୁ ବଞ୍ଚିଯାଉଛି । ଗ୍ରାମୀଣ ଗରିବ ଲୋକମାନଙ୍କୁ ଶସ୍ତାରେ ଘରଯୋଗାଇ ଦେବା ପାଇଁ ଗୁଜରାତ ତୀବ୍ରଗତିରେ ଆଗେଇ ଚାଲିଛି । ଗ୍ରାମୀଣ ଲୋକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୁଜରାତର ଗ୍ରାମାଞ୍ଚଳରେ ଅଢେଇ ଲକ୍ଷରୁ ଅଧିକ ଘର ନିର୍ମାଣ କରାଗଲାଣି । ସେହିପରି ସ୍ୱଚ୍ଛଭାରତ ମିଶନ ଅଧୀନରେ ଗୁଜରାତର ଗ୍ରାମାଞ୍ଚଳରେ 35ଲକ୍ଷରୁ ଅଧିକ ଶୌଳାଳୟ ନିର୍ମାଣ କରାଗଲାଣି । ଗୁଜରାତର ଗ୍ରାମାଞ୍ଚଳ ବିକାଶ ପାଇଁ କିଭଳି ଦ୍ରୁତଗତିରେ କାମ ହେଉଛି ଏହାର ଆଉ ଏକ ଉଦାହରଣ ହେଉଛି ଡିଜିଟାଲ ସେବା ସେତୁ । ଏହା ମାଧ୍ୟମରେ ରେସନକାର୍ଡ, ଜମିଜମା ସମ୍ପର୍କୀତ କାଗଜପତ୍ର, ପେନସନ୍ ଯୋଜନା, ବିଭିନ୍ନ ପ୍ରକାରର ପ୍ରମାଣପତ୍ର ଏହିଭଳି ଅନେକ ପ୍ରକାର ସେବା ଗ୍ରାମାଂଚଳର ଲୋକମାନଙ୍କ ନିକଟରେ ପହଞ୍ଚାଇ ଦିଆଯାଇପାରୁଛି । ଏହି ଡିଜିଟାଲସେବା ସେତୁକୁ ଗତବର୍ଷ ଅକ୍ଟୋବର ମାସରେ ଆରମ୍ଭ କରାଯାଇଥିଲା । ଅର୍ଥାତ୍ ଏହି ମାତ୍ର ଚାରି/ପାଞ୍ଚ ମାସ ପୂର୍ବେ ଏହା ଆରମ୍ଭ ହୋଇଛି ।

ଏକଥା ମଧ୍ୟ ମୋତେ କୁହାଯାଇଛି ଯେ, ଜଲ୍‌ଦି ଏହି ଡିଜିଟାଲ ସେତୁ 8ହଜାର ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପହଞ୍ଚିବାକୁ ଯାଉଛି । ଏହା ମାଧ୍ୟମରେ 50ରୁ ଅଧିକ ସରକାରୀ ସେବା ଗାଁର ଲୋକଙ୍କ ନିକଟରେ ସିଧା ପହଁଚିଯାଇପାରିବ । ମୁଁ ଏହି କାର୍ଯ୍ୟ ପାଇଁ ଗୁଜରାତ ସରକାରଙ୍କ ପୁରା ଟିମ୍‌କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।

ବନ୍ଧୁଗଣ,

ଆଜି ଭାରତ ଆତ୍ମବିଶ୍ୱାସର ସହିତ ସିଦ୍ଧାନ୍ତ ନେଉଛି । ଏହା ସହିତ ଦ୍ରୁତଗତିରେ ଏହାର ସଫଳତା ମଧ୍ୟ ମିଳୁଛି । ଆଜି ଭାରତ କେବଳ ବଡ ବଡ କାମ କରୁନାହିଁ, ଭାରତ ବହୁତ ଉନ୍ନତ କାମ ମଧ୍ୟ କରୁଛି । ଆଜି ଭାରତରେ ପୃଥିବୀର ସବୁଠାରୁ ବଡ ପ୍ରତିମୂର୍ତ୍ତି ରହିଛି । ଆଜି ବିଶ୍ୱର ସବୁଠାରୁ ବଡ କ୍ରୟ କ୍ଷମତା ଭିତରେ ଗୃହ ଯୋଜନା ଭାରତରେ ହିଁ ଚାଲୁଛି । ଆଜି ବିଶ୍ୱର ସବୁଠାରୁ ବଡ ସ୍ୱାସ୍ଥ୍ୟସେବା, ଆଶ୍ୱସନା କାର୍ଯ୍ୟକ୍ରମ ମଧ୍ୟ ଭାରତରେ ହିଁ ଚାଲୁଛି । ୬ଲକ୍ଷ ଗାଁ କୁ ଦ୍ରୁତଗତି ଇଂଟରନେଟ ସେବା ସହିତ ସଂଯୁକ୍ତ କରିବାର କାମ ଭାରତରେ ବର୍ତ୍ତମାନ ଚାଲିଛି । ଆହୁରି ମଧ୍ୟ ପହରିଦିନ କରୋନା ସଂକ୍ରମଣ ବିରୁଦ୍ଧରେ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ କାର୍ଯ୍ୟ ମଧ୍ୟ ଏହି ଭାରତରେ ଆରମ୍ଭ ହୋଇଛି।

            ଏଣେ ଗୁଜରାତରେ ଗତ ଦିନମାନଙ୍କରେ ଏଭଳି ଦୁଇଟି କାମ ପୂରା ହୋଇଛି ଯାହାକି ବିଶେଷଭାବରେ ଉଲ୍ଲେଖ କରିବା ମୁଁ ଚାହୁଁଛି। ବିଭିନ୍ନ ପ୍ରକଳ୍ପ କିଭଳି ଦ୍ରୁତଗତିର ସମାପ୍ତ ହେଉଛି ତାହାର ଏହା ଉଦାହରଣ । ଏହା ଲୋକମାନଙ୍କର ଜୀବନକୁ ବଦଳାଇ ଦେଉଛି । ପ୍ରଥମଟି ହେଉଛି ଘୋଘା ଏବଂ ହଜିରା ମଧ୍ୟରେ ରୋପେକ୍ସ ସେବା ଏବଂ ଦ୍ୱିତୀୟଟି ହେଉଛି ଗିର୍‌ନାର ରୋପୱେ ।

ବନ୍ଧୁଗଣ,

            ଗତବର୍ଷ ନଭେମ୍ବରରେ ଅର୍ଥାତ୍ 4ମାସ ପୂର୍ବେ ଘୋଘା ଆଉ ହଜିରା ମଧ୍ୟରେ ରୋପେକ୍ସ ସେବା ଆରମ୍ଭ ହୋଇଛି । ଏହା ଫଳରେ ସୌରାଷ୍ଟ୍ର ଏବଂ ଦକ୍ଷିଣ ଗୁଜରାତ ଏହି ଦୁଇ ଅଞ୍ଚଳ ଲୋକମାନଙ୍କର ଦୀର୍ଘବର୍ଷର ଅପେକ୍ଷାର ଅନ୍ତ ହୋଇଛି । ଏଥିସହିତ ଏହି ଅଞ୍ଚଳର ଲୋକମାନଙ୍କର ବହୁତ ଲାଭ ହେଉଛି ।  ଏହି ସେବାରେ ଘୋଘା-ହଜିରା ମଧ୍ୟରେ ସଡକର ଦୂରତା 375କିଲୋମିଟର ଥିବା ସ୍ଥଳେ ଏବେ ମନସୌର ରାସ୍ତାରେ ମାତ୍ର 90କିଲୋମିଟର ହୋଇଗଲା । ଅର୍ଥାତ୍ ଯେଉଁ ଦୂରତାକୁ ଅତିକ୍ରମ କରିବାକୁ 10ରୁ 12ଘଣ୍ଟା ଲାଗିଯାଉଥିଲା, ବର୍ତ୍ତମାନ ଏବେ 4/5ଘଣ୍ଟାରେ ପୂର୍ଣ୍ଣ ହୋଇଯାଉଛି । ଅର୍ଥାତ୍ ହଜାର ହଜାର ଲୋକଙ୍କର ଏହା ଦ୍ୱାରା ସମୟ ବଞ୍ଚୁଛି  । ପେଟ୍ରୋଲ ଓ ଡିଜେଲ ଉପରେ ହେଉଥିବା ଖର୍ଚ୍ଚ ମଧ୍ୟ ବଂଚୁଛି । ସଡକରେ ଯାତାୟାତ କରୁଥିବା ଗାଡିସଂଖ୍ୟା ମଧ୍ୟ କମ୍ ହୋଇଯିବାରୁ ପ୍ରଦୂଷଣ ମଧ୍ୟ କମ୍ ହେବାରେ ସାହାଯ୍ୟ ହେଉଛି । ମାତ୍ର ଦୁଇମାସ ମଧ୍ୟରେ ମୋତେ ଜଣାଇ ଦିଆଯାଇଛି ଯେ,  50ହଜାରରୁ ଅଧିକ ଲୋକ ଏହି ନୂଆ ସୁବିଧାର ଲାଭ ଉଠାଇଛନ୍ତି । 14ହଜାରରୁ ଅଧିକ ଗାଡି ରୋପେକ୍ସ ଫେରିରେ ନିଆଅଣା କରାଯାଇଛି । ସୁରତ ସହିତ ସୌରାଷ୍ଟ୍ରକୁ ମଧ୍ୟ ଏହି ନୂଆ ସଂଯୋଗରେ ପୂର୍ବରୁ ସଡକ ପଥରେ ଫଳ, ପନିପରିବା ଓ ଦୁଧ ଭଳି ପଦାର୍ଥର ପରିବହନ ହେଉଥିବାର ଏସବୁ ଖରାପ ହୋଇଯାଉଥିଲା । ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ପହଞ୍ଚୁ ପହଞ୍ଚୁ ଖରାପ ହୋଇଯାଉଥିଲା । ବର୍ତ୍ତମାନ ମନସର୍ ରାସ୍ତାରେ ପଶୁପାଳକ ମାନଙ୍କର ଏବଂ କୃଷକ ମାନଙ୍କର ଉତ୍ପାଦିତ ପ୍ରଦାର୍ଥ ଖୁବ୍ ତୀବ୍ର ଗତିରେ ବିଭିନ୍ନ ସହରମାନଙ୍କରେ ପହଞ୍ଚାଯାଇ ପାରୁଛି । ଏଣେ ସୁରତରେ ବ୍ୟବସାୟ କରୁଥିବା ଲୋକ ଏବଂ ଶ୍ରମିକ ଶ୍ରେଣୀର ଲୋକ ଏହି ରାସ୍ତାରେ ଯିବାଆସିବା କରିବା ଦ୍ୱାର ଏହି ଫେରି ସେବା ସେମାନଙ୍କ ପାଇଁ ବହୁତ୍ ସହଜ ହୋଇଯାଇଛି ।

ବନ୍ଧୁଗଣ

ଏହି ଫେରିସେବାର କିଛି ସପ୍ତାହ ପୂର୍ବରେ ଅର୍ଥାତ ଗତବର୍ଷ ଅକ୍ଟୋବର ମାସରେ ଗିରିନାର୍‌ରେ ରୋପୱେ ସେବା ଆରମ୍ଭ ହୋଇଥିଲା ।  ପୂର୍ବରୁ ଗିରିନାର୍ ପର୍ବତ ଦର୍ଶନ କରିବା ପାଇଁ ଯାତ୍ରୀମାନଙ୍କୁ ଯିବାକୁ ହେଲେ 9ହଜାର ପାହାଚ ଚଢି ଯିବାକୁ ପଡୁଥିଲା । ଏହା ଏକମାତ୍ର ରାସ୍ତା ଥିଲା । ବର୍ତ୍ତମାନ ରୋପୱେ ଦ୍ୱାରା ଶ୍ରଦ୍ଧାଳୁମାନଙ୍କୁ ଆଉ ଏକ ସୁବିଧା ଦିଆଯାଇଛି । ପ୍ରଥମେ ମନ୍ଦିର ପର୍ଯ୍ୟନ୍ତ ଯିବା ପାଇଁ 5/6ଘଣ୍ଟା ଲାଗିଯାଉଥିଲା । ବର୍ତ୍ତମାନ କିଛି ମିନିଟ୍ ମଧ୍ୟରେ ଏହି ଦୂରତା ଯାତ୍ରା କରାଯାଇପାରୁଛି । ମୋତେ ଜଣାଇ ଦିଆଯାଇଛି ଯେ, ମାତ୍ର ଅଢେଇମାସ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ 2ଲକ୍ଷ 13ହଜାରରୁ ଅଧିକ ଲୋକ ଏହାର ଲାଭ ଉଠାଇଛନ୍ତି । ଆପଣ କଳ୍ପନା କରିପାରୁଛନ୍ତି ? ମାତ୍ର ଅଢେଇ ମାସରେ ଦୁଇ ଲକ୍ଷରୁ ଅଧିକ ଲୋକ ? ଆପଣ ଏଥିରୁ ବୁଝି ପାରୁଥିବେ ଯେ, କେତେବଡ ସେବା କାମ ସମ୍ପୂର୍ଣ୍ଣ ହୋଇଛି ଏବଂ ମୋର ବିଶ୍ୱାସ ଯେ, ବିଶେଷକରି ବୟସ୍କ ମା’, ଭଉଣୀ, ପରିବାରର ବରିଷ୍ଠ ବ୍ୟକ୍ତି ଯେଉଁମାନେ କି ଏଭଳି କଷ୍ଟକର ଯାତ୍ରା କରୁଥିଲେ, ମୋ ଭଳି ଅନେକ ଲୋକଙ୍କୁ ସେମାନଙ୍କର ଆର୍ଶୀବାଦ ମିଳୁଛି । ଏହା ଆମକୁ ଅଧିକ କାମ କରିବାକୁ ଶକ୍ତି ଦେଉଛି ।

ଭାଇ ଓ ଭଉଣୀମାନେ,

ନୂଆ ଭାରତର ଲକ୍ଷ୍ୟକୁ ଲୋକମାନଙ୍କର ଆବଶ୍ୟକତାକୁ ବୁଝିବା, ଆକାଂକ୍ଷାକୁ ବୁଝିବା ଏବଂ ତୀବ୍ର ଗତିରେ କାମ କରି ଏହି ଲକ୍ଷ୍ୟକୁ ହାସଲ କରାଯାଇପାରିବ । ଏ ଦିଗରେ ଆଉ ଏକ ଉଦ୍ୟମ ହେଉଛି ଯେ, ଲୋକମାନେ ଏ ସମ୍ପର୍କରେ ଯେତିକି ଚର୍ଚ୍ଚା ହେବା କଥା ସେଥିକି ଚର୍ଚ୍ଚା କରନ୍ତି ନାହିଁ । ଏଭଳି ଉଦ୍ୟମ କେନ୍ଦ୍ରୀୟ ସ୍ତରରେ ପ୍ରଗତି ନାମରେ ତିଆରି କରାଯାଉଥିବା ବ୍ୟବସ୍ଥା ଯୋଗୁଁ ହୋଇଛି । ମୁଁ ଯେତେବେଳେ ଗୁଜରାତରେ ଥିଲି, ସେତେବେଳେ ସ୍ୱାଗତ କାର୍ଯ୍ୟକ୍ରମର ଖୁବ୍ ଆଲୋଚନା ହେଉଥିଲା । କିନ୍ତୁ ଦେଶ ଭିତରେ ଯେଉଁ ପ୍ରଗତି କାର୍ଯ୍ୟ ଚାଲୁଛି, ଦେଶର ଭିନ୍ନ ଭିନ୍ନ ଯୋଜନା ହେଉଛି, ତା’ର ଆଲୋଚନା ହେଉନାହିଁ । ଭିତ୍ତିଭୂମି ପ୍ରକଳ୍ପର ନିର୍ମାଣରେ ତୀବ୍ରତା ଆଣିବା କ୍ଷେତ୍ରରେ ଏହି ପ୍ରଗତି ପ୍ଲାଟଫର୍ମର ଭୂମିକା ରହିଛି । ଏଠାରେ ସରକାର ସହିତ ସମ୍ପୃକ୍ତ ଲୋକମାନେ ଜାଣିଛନ୍ତି ଯେ, ପ୍ରଗତିର ବୈଠକରେ ମୁଁ ନିଜେ ଘଣ୍ଟା ଘଣ୍ଟା ଧରି ବସି ରାଜ୍ୟର ଅଧିକାରୀମାନଙ୍କ ସହ ପ୍ରତ୍ୟେକଟି ପ୍ରକଳ୍ପର ଟିକିନିଖି ଆଲୋଚନା କରୁଛି । ଦେଶରେ ଚାଲୁଥିବା ପ୍ରକଳ୍ପଗୁଡିକ ଅଟକି ରହିଲେ ପ୍ରଗତି ବୈଠକରେ ମୁଁ ସେ ସମ୍ପର୍କୀତ ଅଧିକାରୀମାନଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କରୁଛି । ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଗତି ବୈଠକରେ 13ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ସମୀକ୍ଷା କରିସାରିଲିଣି । ଦେଶପାଇଁ ଜରୁରୀ କିନ୍ତୁ ବର୍ଷ ବର୍ଷ ଧରି ଅସମାପ୍ତ ରହିଥିବା ଅନେକ ପ୍ରକଳ୍ପର ସମୀକ୍ଷା କରି ଏହି ବୈଠକ ମାଧ୍ୟମରେ ସମାଧାନ କରାଯାଇଛି ।

ବନ୍ଧୁଗଣ

ବର୍ଷ ବର୍ଷ ଧରି ଝୁଲି ରହିଥିବା ଯୋଜନାଗୁଡିକୁ ତ୍ୱରାନ୍ୱିତ କରିଲେ ସୁରତ୍ ଭଳି ଆମ ସହରଗୁଡିକ ପ୍ରଗତି ହାସଲ କରିପାରୁଛି । ଆମର ଉଦ୍ୟୋଗ କ୍ଷେତ୍ରକୁ ବିଶେଷକରି ଛୋଟ ଉଦ୍ୟୋଗ କ୍ଷେତ୍ରକୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରକୁ ଏକ ଆତ୍ମ ବିଶ୍ୱାସ ମିଳିଛି ଯେ ଏସବୁ ବିଶ୍ୱର ବଡ ବଡ ବଜାର ସହିତ ପ୍ରତିଦ୍ୱନ୍ଦି୍‌ତା କରିପାରୁଛନ୍ତି । ଏମାନଙ୍କ ନିକଟରେ ବଡ ବଡ ଦେଶ ଭଳି ଭିତ୍ତଭୂମି ମଧ୍ୟ ରହିଛି । ଆତ୍ମନିର୍ଭର ଭାରତ ଅଭିଯାନରେ ଏହିଭଳି ଛୋଟ ଉଦ୍ୟୋଗୁଡିକ ପାଇଁ ଆହୁରି ଅଧିକ ବଡ ବଡ ପଦକ୍ଷେପ ନିଆଯାଇଛି । ଛୋଟ ଉଦ୍ୟୋଗଗୁଡିକୁ ସଙ୍କଟରୁ ମୁକ୍ତ କରିବା ପାଇଁ ଗୋଟିଏ ପକ୍ଷରେ ହଜାର ହଜାର କୋଟି ଟଙ୍କାର ସହଜରେ ଋଣ ପାଇବା ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରକୁ ଅଧିକ ସୁଯୋଗ ଦେବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ପରିଭାଷାକୁ ନେଇ ପୁଞ୍ଜିନିବେଶର ପରିସୀମା କ୍ଷେତ୍ରରେ ସରକାର ସବୁଠୁ ବଡ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ସମ୍ପ୍ରସାରଣ କରିବା ପାଇଁ ଉଦ୍ୟୋଗୀମାନେ ପଛଘୁଞ୍ଚା ଦେଉଥିଲେ । କାରଣ ଏମାନଙ୍କୁ ମିଳିବାକୁ ଥିବା ଲାଭକୁ ସରକାରଙ୍କ ଦ୍ୱାରା ଖାଇଯିବାର ଭୟ ଥିଲା । ବର୍ତ୍ତମାନ ସରକାର ଏଭଳି ପ୍ରତିବନ୍ଧକଗୁଡିକୁ ଦୂର କରି ଏହି କ୍ଷେତ୍ର ପାଇଁ ନୂଆ ରାସ୍ତା ଖୋଲିଦେଇଛନ୍ତି । ଏଥିସହିତ ନୂଆ ପରିଭାଷାରେ ନିର୍ମାଣ କ୍ଷେତ୍ର ଏବଂ ସେବା ପ୍ରଦାନକାରୀ କ୍ଷେତ୍ରରେ ରହିଥିବା ଭେଦଭାବକୁ ସମାପ୍ତ କରିଦେଇଛନ୍ତି । ଏହା ଫଳରେ ସେବା କ୍ଷେତ୍ରରେ ମଧ୍ୟ ନୂତନ ସମ୍ଭାବନା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ସରକାରୀ କ୍ରୟ କ୍ଷେତ୍ରରେ ଭାରତର ଅଣୁ, କ୍ଷୁଦ୍ର ଓ ମଧ୍ୟମ କ୍ଷେତ୍ରକୁ ଅଧିକରୁ ଅଧିକ ଲାଭ ଏବଂ ସୁଯୋଗ ମିଳିବାର ବ୍ୟବସ୍ଥା କରାଯାଇଛି । ଛୋଟ ଉଦ୍ୟୋଗ  ପଲ୍ଲବୀତ କୁସୁମିତ ହେବା,  ବିକାଶ ଲାଭ କରିବା ଏହି କ୍ଷେତ୍ରଗୁଡିକରେ କାମ କରୁଥିବା ଶ୍ରମିକବନ୍ଧୁମାନେ ମଧ୍ୟ ଅଧିକ ସୁବିଧା ପାଇବା ସହିତ ଉନ୍ନତ ମାନର ଜୀବନଯାପନ କରିବା ଦିଗରେ ଆମେ ଉଦ୍ୟମ କରୁଛୁ ।

ବନ୍ଧୁଗଣ

ଏହିସବୁ ବିଶାଳ ଉଦ୍ୟମ ପଛରେ ଏକବିଂଶ ଶତାବ୍ଦୀର ଯୁବଗୋଷ୍ଠୀ ଏବଂ  ଭାରତର ଅଗଣିତ ଯୁବଗୋଷ୍ଠୀଙ୍କ ଆଶା ଆକାଂକ୍ଷା ରହିଛି । ଏହି ଆଶା ଆକାଂକ୍ଷା ପାରମ୍ପରିକ ସୁବିଧା ଏବଂ ସୁରକ୍ଷା ବିନା ପୂର୍ଣ୍ଣ ହେବା କଷ୍ଟକର । ମୋର ଦୃଢ ବିଶ୍ୱାସ ଅଛି ଯେ, ଏହି ଅସୁବିଧାଗୁଡିକୁ ଦୂର କରିବା ଆବଶ୍ୟକ । ସ୍ୱପ୍ନକୁ ଶକ୍ତି ଦେବା ଆବଶ୍ୟକ । ଏହି ସଂକଳ୍ପକୁ ପୂର୍ଣ୍ଣ କରିବା ହିଁ କରିବା । ମୋ ଆହୁରି ମଧ୍ୟ ବିଶ୍ୱାସ ଅଛି ଯେ, ଅହମ୍ମଦାବାଦ ଏବଂ ସୁରତର ମେଟ୍ରୋ ପ୍ରକଳ୍ପ ଏହି ସହରର ପ୍ରତ୍ୟେକ ବନ୍ଧୁମାନଙ୍କ ଆଶା ଆକାଂକ୍ଷା ପୂରଣ କରିବ ।

ଅନେକ ଅନେକ ଧନ୍ୟବାଦ ।               

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Exports may hit $1 Tn in FY27 on new trade deals, tariff cuts

Media Coverage

Exports may hit $1 Tn in FY27 on new trade deals, tariff cuts
NM on the go

Nm on the go

Always be the first to hear from the PM. Get the App Now!
...
Visit of the French President to India (February 17-19, 2026)
February 10, 2026

At the invitation of Prime Minister Shri Narendra Modi, the President of the French Republic, H.E. Emmanuel Macron, will pay an official visit to India on 17-19 February 2026.

During the visit, both leaders will hold discussions on strengthening bilateral cooperation across a wide spectrum of areas as enshrined in the Horizon 2047 Roadmap. In addition, the leaders will discuss regional and global issues of mutual interest, including cooperation in the Indo-Pacific. The two leaders will also be in Mumbai to jointly inaugurate the India-France Year of Innovation, which will be celebrated throughout 2026 in both countries. On 19 February, President Macron will participate in the AI Impact Summit in New Delhi.

This visit follows Prime Minister Modi’s visit to France in February 2025 and reflects the mutual trust and depth of the India–France Strategic Partnership, as well as the shared commitment of the two countries to deepen it further.