ମହାମହିମ,
ସପ୍ତମ ଭାରତ-ଜର୍ମାନୀ ଆନ୍ତଃ-ସରକାରୀ ପରାମର୍ଶ ବୈଠକରେ ଆପଣଙ୍କୁ ଏବଂ ଆପଣଙ୍କ ପ୍ରତିନିଧି ଦଳକୁ ସ୍ୱାଗତ ।

 

ମହାମହିମ,

ଏହା ଆପଣଙ୍କର ତୃତୀୟ ଭାରତ ଗସ୍ତ । ସୌଭାଗ୍ୟବଶତଃ ଏହା ମୋର ତୃତୀୟ କାର୍ଯ୍ୟକାଳର ପ୍ରଥମ ଆଇଜିସି ବୈଠକ। ଏକ ପ୍ରକାରରେ ଏହା ଆମ ବନ୍ଧୁତାର ଏକ ଉତ୍ସବ ।

 

ମହାମହିମ,

୨୦୨୨ରେ ବର୍ଲିନରେ ଅନୁଷ୍ଠିତ ଶେଷ ଆନ୍ତଃ-ସରକାରୀ ପରାମର୍ଶ ସମୟରେ ଆମେ ଦ୍ୱିପାକ୍ଷିକ ସହଯୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲୁ ।

 

ଗତ ଦୁଇ ବର୍ଷ ମଧ୍ୟରେ ଆମର ରଣନୈତିକ ଭାଗିଦାରୀର ବିଭିନ୍ନ କ୍ଷେତ୍ରରେ ଉତ୍ସାହଜନକ ଅଗ୍ରଗତି ହୋଇଛି । ପ୍ରତିରକ୍ଷା, ବୈଷୟିକ ଜ୍ଞାନକୌଶଳ, ଶକ୍ତି ଏବଂ ସବୁଜ ଓ ନିରନ୍ତର ବିକାଶ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାରସ୍ପରିକ ବିଶ୍ୱାସର ପ୍ରତୀକ ପାଲଟିଛି ।



ମହାମହିମ,

ବିଶ୍ୱ ଏବେ ଉତ୍ତେଜନା, ସଂଘର୍ଷ ଓ ଅନିଶ୍ଚିତତାର ସମୟ ଦେଇ ଗତି କରୁଛି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାସନ ଏବଂ ନାଭିଗେସନ୍ ର ସ୍ୱାଧୀନତାକୁ ନେଇ ମଧ୍ୟ ଗମ୍ଭୀର ଉଦ୍ବେଗ ପ୍ରକାଶ ପାଇଛି। ଏଭଳି ସମୟରେ ଭାରତ ଓ ଜର୍ମାନୀ ମଧ୍ୟରେ ରଣନୈତିକ ଭାଗିଦାରୀ ଏକ ମଜଭୁତ ଆଙ୍କର ଭାବେ ଉଭା ହୋଇଛି।

 

ଏହା ଏକ କାରବାର ସମ୍ପର୍କ ନୁହେଁ; ଏହା ହେଉଛି ଦୁଇ ଦକ୍ଷ ଏବଂ ଶକ୍ତିଶାଳୀ ଗଣତନ୍ତ୍ର ମଧ୍ୟରେ ଏକ ପରିବର୍ତ୍ତନଶୀଳ ଭାଗିଦାରୀ - ଏକ ଭାଗିଦାରୀ ଯାହା ବିଶ୍ୱ ସମୁଦାୟ ଏବଂ ମାନବତା ପାଇଁ ଏକ ସ୍ଥିର, ସୁରକ୍ଷିତ ଏବଂ ସ୍ଥାୟୀ ଭବିଷ୍ୟତ ନିର୍ମାଣରେ ଯୋଗଦାନ କରୁଛି ।

 

ଏହି ପରିପ୍ରେକ୍ଷୀରେ ଗତ ସପ୍ତାହରେ ଆପଣ ଜାରି କରିଥିବା 'ଫୋକସ୍ ଅନ୍ ଇଣ୍ଡିଆ' ରଣନୀତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ।

ମହାମହିମ,

 

ମୁଁ ଖୁସି ଯେ ଆମେ ଆମର ଭାଗିଦାରୀକୁ ବିସ୍ତାର ଏବଂ ଉନ୍ନତ କରିବା ପାଇଁ ଅନେକ ନୂତନ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛୁ । ଆମେ ଏକ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟରୁ ଏକ ସମଗ୍ର ରାଷ୍ଟ୍ର ଆଭିମୁଖ୍ୟ ଆଡକୁ ଅଗ୍ରସର ହେଉଛୁ ।

 

ଉଭୟ ଦେଶର ଶିଳ୍ପ ଉଦ୍ଭାବକ ଏବଂ ଯୁବ ପ୍ରତିଭାଙ୍କୁ ସଂଯୋଗ କରୁଛନ୍ତି। ବୈଷୟିକ ଜ୍ଞାନକୌଶଳର ଗଣତାନ୍ତ୍ରିକୀକରଣ ହେଉଛି ଆମର ମିଳିତ ପ୍ରତିବଦ୍ଧତା । ଆଜି ଇନୋଭେସନ୍ ଏବଂ ଟେକ୍ନୋଲୋଜି ଉପରେ ରୋଡ୍ ମ୍ୟାପ୍ ପ୍ରକାଶ ପାଉଛି, ଯାହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସେମିକଣ୍ଡକ୍ଟରଏବଂ ସ୍ୱଚ୍ଛ ଶକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆମର ସହଯୋଗକୁ ଆହୁରି ସୁଦୃଢ଼ କରିବ ।

 

ଆମେ ବର୍ତ୍ତମାନ ଜର୍ମାନ ବ୍ୟବସାୟର ଏସିଆ-ପ୍ରଶାନ୍ତ ମହାସାଗରୀୟ ସମ୍ମିଳନୀରେ ଅଂଶଗ୍ରହଣ କରିଛୁ, ଏବଂ ଖୁବ୍ ଶୀଘ୍ର, ଆମେ ସିଇଓ ଫୋରମରେ ମଧ୍ୟ ଅଂଶଗ୍ରହଣ କରିବୁ । ଏହା ଆମ ସହଯୋଗକୁ ଆହୁରି ସୁଦୃଢ଼ କରିବ। ଆମର ଅର୍ଥନୀତିରେ ବିବିଧତା ଏବଂ ବିପଦମୁକ୍ତ କରିବା ପାଇଁ ଆମର ପ୍ରୟାସ ତ୍ୱରାନ୍ୱିତ ହେବ, ଯାହା ସୁରକ୍ଷିତ, ବିଶ୍ୱସନୀୟ ଏବଂ ଉପଯୁକ୍ତ ଯୋଗାଣ ମୂଲ୍ୟ ଶୃଙ୍ଖଳା ସୃଷ୍ଟି କରିବାରେ ସାହାଯ୍ୟ କରିବ ।

 

ଜଳବାୟୁ କାର୍ଯ୍ୟ ପ୍ରତି ଆମର ପ୍ରତିବଦ୍ଧତା ଅନୁଯାୟୀ, ଆମେ ଅକ୍ଷୟ ଶକ୍ତି କ୍ଷେତ୍ରରେ ବିଶ୍ୱସ୍ତରୀୟ ପୁଞ୍ଜିନିବେଶ ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରିଛୁ । ଆଜି ଗ୍ରୀନ୍ ହାଇଡ୍ରୋଜେନ୍ ରୋଡ୍ ମ୍ୟାପ୍ ମଧ୍ୟ ପ୍ରକାଶ ପାଇଛି।

 

ଆମେ ଆନନ୍ଦିତ ଯେ ଭାରତ ଏବଂ ଜର୍ମାନୀ ମଧ୍ୟରେ ଶିକ୍ଷା, ଦକ୍ଷତା ବିକାଶ ଏବଂ ଗତିଶୀଳତା ଅଗ୍ରଗତି କରୁଛି । ଜର୍ମାନୀ ଦ୍ୱାରା ପ୍ରକାଶିତ କୁଶଳୀ ଶ୍ରମ ଗତିଶୀଳତା ରଣନୀତିକୁ ଆମେ ସ୍ୱାଗତ କରୁଛୁ । ମୁଁ ବିଶ୍ୱାସ କରେ ଯେ ଆଜିର ବୈଠକ ଆମର ଭାଗିଦାରୀକୁ ନୂତନ ଶିଖରରେ ପହଞ୍ଚାଇବ।

 

ମୁଁ ଏବେ ଆପଣଙ୍କର ଚିନ୍ତାଧାରା ଶୁଣିବାକୁ ଚାହେଁ ।

 

ଏହାପରେ ମୋର ସହକର୍ମୀମାନେ ବିଭିନ୍ନ କ୍ଷେତ୍ରରେ ପାରସ୍ପରିକ ସହଯୋଗ କୁ ପ୍ରୋତ୍ସାହିତ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ଆମକୁ ଅବଗତ କରାଇବେ ।

 

ପୁଣି ଥରେ ଭାରତରେ ଆପଣଙ୍କୁ ଏବଂ ଆପଣଙ୍କ ପ୍ରତିନିଧି ଦଳକୁ ହାର୍ଦ୍ଦିକ ସ୍ୱାଗତ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Leads International Yoga Day Event In Kolkata, Says It Has Become 'World's Biggest Festival'

Media Coverage

PM Modi Leads International Yoga Day Event In Kolkata, Says It Has Become 'World's Biggest Festival'
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the transformative impact of Yoga
June 22, 2026

The Prime Minister, Shri Narendra Modi, said that the remarkable success of the International Day of Yoga is proof that Yoga is not only helping millions of people across the world achieve physical well-being, but is also inspiring them to lead positive lives with confidence.

The Prime Minister shared a Sanskrit Subhashitam-

“चित्तप्रशमनोपायो योग इत्यभिधीयते। प्राणस्पन्दनिरोधो वा द्वेधा योगस्य धारणा॥”

The Subhashitam conveys that yoga is the means of completely calming and quieting the mind. To attain this goal, two principal methods of yoga are prescribed: calming the mind and regulating the flow of the breath.

The Prime Minister wrote on X;

“अंतर्राष्ट्रीय योग दिवस की बड़ी सफलता इस बात का प्रमाण है कि योग न केवल दुनियाभर में करोड़ों लोगों को शारीरिक रूप से स्वस्थ बना रहा है, बल्कि उन्हें आत्मविश्वास के साथ सकारात्मक जीवन जीने के लिए प्रेरित भी कर रहा है।

चित्तप्रशमनोपायो योग इत्यभिधीयते। प्राणस्पन्दनिरोधो वा द्वेधा योगस्य धारणा॥”