India shares the ASEAN vision for the rule based societies and values of peace: PM
We are committed to work with ASEAN nations to enhance collaboration in the maritime domain: PM Modi

ମହାମହିମ ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗ

ମହାମାନ୍ୟ,

ମହାମହିମଗଣ,

ଆସିଆନ-ଭାରତ ସ୍ମାରକ ଶିଖର ବୈଠକକୁ ଆପଣମାନଙ୍କୁ ସ୍ୱାଗତ କରି ମୁଁ ଅତି ଆନନ୍ଦିତ ।

ଯଦିଓ ଆମେ ଆମ ଭାଗିଦାରୀର 25 ବର୍ଷ ପୂରଣ କରୁଛୁ, ତଥାପି ଆମ ସମ୍ପର୍କର ଯାତ୍ରା ହଜାର ହଜାର ବର୍ଷର ।

5 ବର୍ଷ ମଧ୍ୟରେ ଦ୍ୱିତୀୟ ଥର ଲାଗି ସମସ୍ତ ଆସିଆନ ନେତୃବୃନ୍ଦଙ୍କୁ ଆତିଥ୍ୟ ପ୍ରଦାନ କରିବା ଭାରତ ପାଇଁ ଗର୍ବର ବିଷୟ । ଆସନ୍ତାକାଲି ଆମର ସାଧାରଣତନ୍ତ୍ର ଦିବସ ସମାରୋହରେ ଆପଣମାନେ ଆମର ସମ୍ମାନନୀୟ ଅତିଥି ହେବେ । ଏପରି ଏକ ଖୁସିର ମୁହୂର୍ତ୍ତରେ ଆମର ଆସିଆନ ସହଭାଗୀ ରାଷ୍ଟ୍ରଗୁଡ଼ିକର ଭାଇ ଓ ଭଉଣୀମାନଙ୍କ ଉପସ୍ଥିତି ଅଭୂତପୂର୍ବ ।

ଆପଣମାନଙ୍କ ସମ୍ମିଳିତ ଉପସ୍ଥିତି ମୋର ପ୍ରିୟ 125 କୋଟି ଭାରତୀୟଙ୍କ ହୃଦୟକୁ ଛୁଇଁଛି ।

ଭାରତର ଏକ୍ଟ ଇଷ୍ଟ ନୀତିର କେନ୍ଦ୍ରସ୍ଥଳରେ ଆସିଆନକୁ ରଖିବା ସହିତ ଏହା ଆମ ରଣନୈତିକ ଭାଗିଦାରୀର ଗୁରୁତ୍ୱକୁ ପ୍ରତିଫଳନ କରୁଛି ।

ଆମର ସହଭାଗୀ ସାଂସ୍କୃତିକ ଏବଂ ସଭ୍ୟତାଗତ ସମ୍ପର୍କ ଆମ ବନ୍ଧୁତାକୁ ଅଧିକ ସୁଦୃଢ଼ କରିଛି । ପ୍ରାଚୀନ ଭାରତୀୟ ପୁରାଣ, ରାମାୟଣ ଆସିଆନ ଏବଂ ଭାରତୀୟ ଉପମହାଦ୍ୱୀପରେ ଏକ ସହଭାଗୀ ଐତିହ୍ୟ ରୂପେ ରହିଆସିଛି ।

ଏହି ମହାନ ପୌରାଣିକ ଗାଥା ଜରିଆରେ ଆମର ପାରସ୍ପରିକ ସାଂସ୍କୃତିକ ସମ୍ପଦକୁ ପ୍ରଦର୍ଶନ କରିବା ଲାଗି ଆମେ ଆସିଆନ ଦେଶର ଦଳଗୁଡ଼ିକୁ ନେଇ ଏକ ରାମାୟଣ ମହୋତ୍ସବ ଆୟୋଜନ କରିଛୁ ।

ବୌଦ୍ଧ ଧର୍ମ ସମେତ ଅନ୍ୟ ବୃହତ ଧର୍ମ ମଧ୍ୟ ଆମକୁ ନିବିଡ଼ ଭାବେ ବାନ୍ଧି ରଖିଛି । ଦକ୍ଷିଣ ପୂର୍ବ ଏସିଆର ଅଧିକାଂଶ ଭାଗରେ ଇସଲାମର ପ୍ରଭାବ ସହ ଭାରତର ଶହ ଶହ ବର୍ଷ ପୁରୁଣା ସମ୍ପର୍କ ରହିଛି ।

ଆମ ସହଭାଗୀ ଐତିହ୍ୟକୁ ପାଳନ କରିବାକୁ ଯାଇ ଆମେ ମଧ୍ୟ ସ୍ମାରକୀ ଡାକ ଟିକଟର ଏକ ସେଟ ଜାରି କରିଛୁ ।

ମହାମାନ୍ୟମହାମହିମଗଣ,

ଏହି ସମ୍ମିଳନୀ ହେଉଛି, ଭାରତ ଏବଂ ଆସିଆନ ରାଷ୍ଟ୍ରରେ, ଦୀର୍ଘବର୍ଷ ଧରି ଚାଲିଆସିଥିବା ଆମ ସ୍ମାରକୀ କାର୍ଯ୍ୟକଳାପର ଅନ୍ତିମ ସୋପାନ । ବର୍ତ୍ତମାନ ସୁଦ୍ଧା ଆମର ଯାତ୍ରା ଏବଂ ଭବିଷ୍ୟତର ମାର୍ଗ ନିର୍ଦ୍ଧାରଣ ପାଇଁ ଏହା ଆମକୁ ସୁଯୋଗ ଦେଇଛି ।

ମୋ ଦୃଷ୍ଟିରେ, ଏହି ଲକ୍ଷ୍ୟ, ଆମ ଭିତରେ ମୁକ୍ତ ଏବଂ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା ମାଧ୍ୟମରେ ପୂରଣ ହୋଇପାରିବ ।

ମହାମାନ୍ୟମହାମହିମଗଣ,

1992 ପରଠାରୁ, ଆମର ଭାଗିଦାରୀ କ୍ଷେତ୍ରୀୟ ଆଲୋଚନାରୁ ଆରମ୍ଭ ହୋଇ ରଣନୈତିକ ଭାଗିଦାରୀରେ ପହଁଚିଛି । ଆଜି, ଆମ ପାଖରେ 30ଟି କ୍ଷେତ୍ରୀୟ ଆଲୋଚନା ଢାଞ୍ଚା (mechanism) ଏବଂ 7ଟି ମନ୍ତ୍ରୀସ୍ତରୀୟ ବାର୍ତ୍ତାଳାପ ରହିଛି, ଏଥିସହିତ ବାର୍ଷିକ ସମ୍ମିଳନୀ ବୈଠକ ମଧ୍ୟ ରହିଛି ।

5-ବର୍ଷୀୟା କାର୍ଯ୍ୟ ଯୋଜନା ମାଧ୍ୟମରେ ଆମେ ଶାନ୍ତି, ପ୍ରଗତି ଏବଂ ସହାଭାଗୀତାପୂର୍ଣ୍ଣ ସମୃଦ୍ଧି ପାଇଁ ଆସିଆନ-ଭାରତ ଭାଗିଦାରୀର ଲକ୍ଷ୍ୟ କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ହାସଲ କରିପାରିଛୁ ।

2016-2020 ମଧ୍ୟରେ ଆମ ତୃତୀୟ Action Plan ର କାର୍ଯ୍ୟାନ୍ୱୟନରେ ଅଗ୍ରଗତି ପ୍ରଶଂସନୀୟ ।

ଆସିଆନ-ଭାରତ ସହଯୋଗୀ ପାଣ୍ଠି, ଆସିଆନ-ଭାରତ ସବୁଜ ପାଣ୍ଠି ଏବଂ ଆସିଆନ-ଭାରତ ବିଜ୍ଞାନ ଏବଂ ପ୍ରଯୁକ୍ତି ପାଣ୍ଠି ଜରିଆରେ ଦକ୍ଷତାବିକାଶ ପ୍ରକଳ୍ପ ହାତକୁ ନିଆଯାଇଛି ।

ମହାମାନ୍ୟମହାମହିମଗଣ,

ମହାସାଗର ଏବଂ ସାଗର ପାଇଁ ନିୟମ ଆଧାରିତ ବ୍ୟବସ୍ଥା ଜରିଆରେ ଆସିଆନର ଶାନ୍ତି ଏବଂ ପ୍ରଗତି ପ୍ରତି ଭାରତର ସମର୍ଥନ ରହିଛି । ଅନ୍ତର୍ଜାତୀୟ ଆଇନ ପ୍ରତି ସମ୍ମାନ, ବିଶେଷ କରି ୟୁଏନସିଏଲଓଏସ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ।

ଆମର ସହଭାଗୀ ସାମୁଦ୍ରିକ କ୍ଷେତ୍ରରେ ବାସ୍ତବ ସହଯୋଗ ଏବଂ  ସହଭାଗୀତା ବୃଦ୍ଧି ଲାଗି ଆମେ ଆସିଆନ ସହ କାର୍ଯ୍ୟ କରିବା ଲାଗି ପ୍ରତିବଦ୍ଧ ।

ସାମୁଦ୍ରିକ କ୍ଷେତ୍ରରେ ଭାରତ-ଆସିଆନ ସହଯୋଗ ବିଷୟରେ ଆଲୋଚନା ଲାଗି ଆମେ ନିଭୃତ ଅଧିବେଶନ ବେଳେ ସୁଯୋଗ ପାଇଥିଲୁ । ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ବିକାଶ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ।

ବାସ୍ତବରେ, ଆମ ସ୍ମାରକୀ କାର୍ଯ୍ୟକଳାପ ଅବସରରେ ସାମୁଦ୍ରିକ କ୍ଷେତ୍ରରେ ସହଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଥିଲା । ଆସିଆନ ଭାରତ ସଂଯୋଗୀକରଣ ଶିଖର ସମ୍ମିଳନୀ ବିଷୟ ବସ୍ତୁରେ, ନୀଳ ଅର୍ଥବ୍ୟବସ୍ଥା  କର୍ମଶାଳାରେ ଏବଂ ନିୟମିତ ଆଲୋଚନା ଢାଞ୍ଚାରେ ଏହି ବିଷୟ ପ୍ରତି ଗୁରୁତ୍ୱ ଦିଆଯାଇଥିଲା ।

ମାନବୀୟ ଏବଂ ବିପର୍ଯ୍ୟୟ ସହାୟତା ପ୍ରୟାସ, ସୁରକ୍ଷା ସହଯୋଗ, ଏବଂ ଦିଗ ନିର୍ଣ୍ଣୟରେ ସ୍ୱାଧୀନତା ଆଦି ଆମ ସାମୁଦ୍ରିକ ସହଯୋଗର ମୁଖ୍ୟ ବିଷୟବସ୍ତୁ ।

ସଂଯୋଗୀକରଣ ଶିଖର ସମ୍ମିଳନୀ ମଧ୍ୟ ସେହି ସମ୍ପର୍କର ଏକ ପ୍ରତିଜ୍ଞାନ ଥିଲା ଯାହା ଭାରତ ଆସିଆନ ସହିତ ଭୂମି, ବାୟୁ, ସାମୁଦ୍ରିକ, ସାଂସ୍କୃତିକ, ସଭ୍ୟତା ଏବଂ ଲୋକମାନଙ୍କ ସହିତ ଲୋକମାନଙ୍କ ସମ୍ପର୍କ ମାଧ୍ୟମରେ ବାଣ୍ଟି ଆସିଛି, ଯାହାକି ଶହ ଶହ ବର୍ଷ ଧରି ଚାଲିଆସିଛି ।

ମହାମାନ୍ୟମହାମହିମଗଣ,

ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି ଡିଜିଟାଲ ସଂଯୋଗର ନୂଆ ବନ୍ଧନ ଆମ ଭିତରେ ନିର୍ମାଣ କରିବ ।

ଏଥିରେ ଉପାନ୍ତ ଅଂଚଳକୁ ଡିଜିଟାଲ ସଂଯୋଗ ଲାଗି ଆଂଚଳିକ ଉଚ୍ଚକ୍ଷମତାସମ୍ପନ୍ନ ଫାଇବର ଅପ୍ଟିକ ନେଟୱାର୍କ ଏବଂ ଜାତୀୟ ଗ୍ରାମାଂଚଳ ବ୍ରଡବେଣ୍ଡ ନେଟୱାର୍କ ଭଳି ସହଯୋଗର ନୂତନ କ୍ଷେତ୍ର ଥାଇପାରେ ।

ଗ୍ରାମୀଣ ଯୋଗାଯୋଗ କ୍ଷେତ୍ରରେ ପାଇଲଟ ପ୍ରକଳ୍ପ ହାତକୁ ନେବା ଲାଗି ଭାରତ ପ୍ରସ୍ତାବ ଦେଇଛି । ଏହାଦ୍ୱାରା କାମ୍ବୋଡିଆ, ଲାଓ ଗଣତନ୍ତ୍ର, ମିଆଁମାର ଏବଂ ଭିଏତନାମରେ ଡିଜିଟାଲ ଗ୍ରାମ ସୃଷ୍ଟି ହୋଇପାରେ । ଏହି ପ୍ରକଳ୍ପ ସଫଳତା ହାସଲ କଲେ ଏହାକୁ ଅନ୍ୟ ଆସିଆନ ରାଷ୍ଟ୍ରରେ ଉପଯୋଗ କରାଯିବ ।

ଟେଲିକମ ଏବଂ ନେଟୱାର୍କିଂ ପ୍ରଯୁକ୍ତି କ୍ଷେତ୍ରରେ ନୀତି, ନିୟାମକ ଏବଂ ପ୍ରଯୁକ୍ତି ବିକାଶର ଶ୍ରେଷ୍ଠ ପ୍ରଚଳନ ଯୋଗାଇ ଦେବା ଲାଗି ଆମେ ଆସିଆନ ରାଷ୍ଟ୍ରଗୁଡ଼ିକର ସୂଚନା ଏବଂ ପ୍ରଯୁକ୍ତି ପେସାଦାରଙ୍କ ପାଇଁ ଏକ ତାଲିମ କାର୍ଯ୍ୟକ୍ରମ ଯୋଗାଇଦେଉଛୁ ।

ଆର୍ଥିକ ବ୍ୟାପାରରେ ଆମର ସହଯୋଗ ଏବଂ ବୁଝାମଣାକୁ ଆହୁରି ଗଭୀର କରିବା ଲାଗି ମୁଁ ଡିଜିଟାଲ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଏବଂ ନିବେଶ ପ୍ରୋତ୍ସାହନ ତଥା ଭିତ୍ତିଭୂମି କ୍ଷେତ୍ରରେ ଆଲୋଚନା ପାଇଁ ପ୍ରସ୍ତାବ ଦେଉଛି ।

ଆତଙ୍କବାଦକୁ ପାଣ୍ଠି ଯୋଗାଣ ବନ୍ଦ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ମଧ୍ୟ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ।

ମହାମାନ୍ୟମହାମହିମଗଣ,

ଆମର 70 ବିଲିୟନ ଡଲାର ବାଣିଜ୍ୟ 25 ବର୍ଷ ମଧ୍ୟରେ 25 ଗୁଣ ବୃଦ୍ଧି ପାଇଲାଣି । ଆସିଆନ ଏବଂ ଭାରତରୁ ନିବେଶ ବଢ଼ୁଛି ଏବଂ ଅଭିବୃଦ୍ଧି ହାସଲ କରୁଛି ।

ଆମର ବାଣିଜ୍ୟିକ ସମ୍ପର୍କକୁ ବଢ଼ାଇବା ଏବଂ ଆମ ବ୍ୟବସାୟୀ ଗୋଷ୍ଠୀଙ୍କ ମଧ୍ୟରେ ଆଲୋଚନା ଅବସର ବଢ଼ାଇବା ଲାଗି ଆମେ କାର୍ଯ୍ୟ କରିବା ଜାରି ରଖିବୁ ।

ନିକଟରେ ଅନୁଷ୍ଠିତ କେତେକ କାର୍ଯ୍ୟକ୍ରମ ଯେପରିକି ବ୍ୟବସାୟ ଏବଂ ନିବେଶ ସମ୍ମିଳନୀ ଓ ପ୍ରଦର୍ଶନୀ, ଆସିଆନ ଭାରତ ବ୍ୟବସାୟିକ ପରିଷଦ ବୈଠକ, ବିଜନେସ ସମ୍ମିଳନୀ, ଷ୍ଟାର୍ଟଅପ ପର୍ବ ଏବଂ ହାକଥନ ଏବଂ ଆଇସିଟି ଏକ୍ସପୋ ଆଦିରୁ ଉତ୍ସାହଜନକ ଫଳାଫଳ ମିଳିଛି ।

ଆମେ ଆଶା କରୁ ଯେ ଆମର ପ୍ରକଳ୍ପ ବିକାଶ ପାଣ୍ଠି ଏବଂ ତ୍ୱରିତ ପ୍ରଭାବ ପ୍ରକଳ୍ପଗୁଡ଼ିକ ଆମ କମ୍ପାନୀଗୁଡ଼ିକୁ ଏକ ଆଂଚଳିକ ମୂଲ୍ୟ ଶୃଙ୍ଖଳାରେ ଏକତ୍ର କରିବ, ବିଶେଷ କରି ପୋଷାକ ଏବଂ ପରିଧାନ, ଫର୍ମାସ୍ୟୁଟିକାଲ୍ସ, କୃଷି ପ୍ରକ୍ରିୟାକରଣ ଏବଂ ଇଲେକଟ୍ରୋନିକ୍ସ କ୍ଷେତ୍ରରେ ।

ମହାମାନ୍ୟମହାମହିମଗଣ,

ଶତାଧିକ ବର୍ଷ ଧରି ଲୋକମାନଙ୍କ ସହ ଲୋକମାନଙ୍କ ସମ୍ପର୍କ ନିବିଡ଼ି ସମ୍ପର୍କର ଆଧାର ହୋଇଆସିଛି ।

ଦୂର ଦକ୍ଷିଣପୂର୍ବ ଏସିଆରେ ଭାରତୀୟ ବଂଶୋଦ୍ଭବମାନେ ବସତି ସ୍ଥାପନ କରିଛନ୍ତି । ସେମାନଙ୍କୁ ସ୍ଥାନୀୟ ଲୋକେ ସାଦରେ ଗ୍ରହଣ କରିସାରିଛନ୍ତି ।

ପୂର୍ବରୁ ଚଳିତ ମାସରେ, ଆସିଆନ-ଭାରତ ପ୍ରବାସୀ ଭାରତୀୟ ଦିବସ ସିଙ୍ଗାପୁରରେ ଆୟୋଜନ କରାଯାଇଥିଲା । ଆମ ଭିତରେ ନିବିଡ଼ ସମ୍ପର୍କ ପାଇଁ ସେମାନଙ୍କ ଯୋଗଦାନକୁ ସମ୍ମାନ ଜଣାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ।

ସେହି ସମୟରେ ନୂଆଦିଲ୍ଳୀରେ ଭାରତୀୟ ବଂଶୋଦ୍ଭବ ସଂସଦୀୟ ସଦସ୍ୟ ଏବଂ ମେୟରମାନଙ୍କ ଏକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏଥିରେ ଆସିଆନ ରାଷ୍ଟ୍ରଗୁଡ଼ିକର ବହୁସଂଖ୍ୟକ ପ୍ରତିନିଧି ଯୋଗ ଦେଇଥିଲେ ।

ଆମ ଐତିହାସିକ ବନ୍ଧନକୁ ଆହୁରି ସୁଦୃଢ଼ କରିବା ଲାଗି ମୁଁ 2019 ବର୍ଷକୁ ଆସିଆନ-ଭାରତ ପର୍ଯ୍ୟଟନ ବର୍ଷ ଭାବେ ଘୋଷଣା କରିବା ଲାଗି ପ୍ରସ୍ତାବ ଦେଉଛି । ଆମ ପର୍ଯ୍ୟଟନକୁ ଆହୁରି ପ୍ରୋତ୍ସାହନ ଦେବା ଲାଗି ଆମେ ଏକ ଦୃଶ୍ୟମାନ ଓ ଅଦୃଶ୍ୟ ସାଂସ୍କୃତିକ ଐତିହ୍ୟ ସର୍କିଟ ପ୍ରତିଷ୍ଠା କରିପାରିବା ।

ବୌଦ୍ଧ ପର୍ଯ୍ୟଟନ ସର୍କିଟ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହୋଇପାରିବ ଯାହା ଆମ ଅଂଚଳରୁ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କ ଆଗମନକୁ ଆକୃଷ୍ଟ କରିପାରିବ ।

ମହାମାନ୍ୟମହାମହିମଗଣ,

ଆମ ସଭ୍ୟତାଗତ ସମ୍ପର୍କର ପ୍ରମାଣ ଦେଉଥିବା ଐତିହାସିକ କୀର୍ତ୍ତିରାଜିଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟରେ ଭାରତ ଅଂଶଗ୍ରହଣ କରିସାରିଛି ।

କାମ୍ବୋଡ଼ିଆ, ଲାଓ ଗଣତନ୍ତ୍ର ଏବଂ ଭିଏତନାମରେ ଥିବା ମନ୍ଦିରଗୁଡ଼ିକର ସଂରକ୍ଷଣରେ ନିଜ ଦାୟିତ୍ୱ ନିର୍ବାହ କରିବା ଭାରତ ପାଇଁ ଖୁସିର ବିଷୟ ।

ଆସିଆନ ଭାରତ ସଂଗ୍ରହାଳୟ ନେଟୱାର୍କର ଏକ ଭର୍ଚୁଆଲ ଜ୍ଞାନ ପୋର୍ଟାଲ ଏହି ସହଭାଗୀ ଐତିହ୍ୟର ପ୍ରସାର କରିପାରିବ ।

ଆମ ସ୍ମାରକୀ କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଆମ ଯୁବପିଢିର ଶକ୍ତି ଏବଂ ଆମ ଭବିଷ୍ୟତକୁ ପାଳନ କରୁଛି ।

ଏଥିପାଇଁ ଏକ ଯୁବ ସମ୍ମିଳନୀ, କଳାକାର ରେସିଡେନ୍ସି, ସଙ୍ଗୀତ ପର୍ବ, ଏବଂ ଆମ ଯୁବପିଢ଼ିଙ୍କ ମଧ୍ୟରେ ଡିଜିଟାଲ ବାଣିଜ୍ୟ ପାଇଁ ଏକ ଷ୍ଟାର୍ଟଅପ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି । 24 ଜାନୁଆରୀରେ ଯୁବ ପୁରସ୍କାର ପ୍ରଦାନ କରି ଆମେ ସେମାନଙ୍କ ଉତ୍ସାହ ବୃଦ୍ଧି କରିଛୁ ।

ଆମ ଅଂଚଳରେ ଯୁବକମାନଙ୍କୁ ଆହୁରି ସଶକ୍ତ କରିବା ଲାଗି, ମୁଁ ଏହି ଘୋଷଣା କରି ଆନନ୍ଦିତ ଯେ ଭାରତର ପ୍ରମୁଖ ଶିକ୍ଷାନୁଷ୍ଠାନ, ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ଟେକନୋଲଜିରେ ସମନ୍ୱିତ ପିଏଚଡି ପାଠ୍ୟକ୍ରମ ଲାଗି ଆସିଆନ ରାଷ୍ଟ୍ରଗୁଡ଼ିକର ଗବେଷକ ଏବଂ ଛାତ୍ରମାନଙ୍କୁ 1000 ଫେଲୋସିପ ଦିଆଯିବ ।

ଆସିଆନ ରାଜପଥ ପେସାଦାରମାନଙ୍କ ପାଇଁ ଇଣ୍ଡିଆନ ଏକାଡେମୀ ଅଫ ହାଇୱେ ଇଞ୍ଜିନିୟର୍ସ ଠାରେ ଏକ ଉତ୍ସର୍ଗିତ ତାଲିମ ପାଠ୍ୟକ୍ରମ ଯୋଗାଇ ଦେବା ଲାଗି ଆମେ ଚାହୁଁଛୁ ।

ବ୍ୟାପକ ଆନ୍ତଃବିଶ୍ୱବିଦ୍ୟାଳୟ ସମ୍ପର୍କକୁ ପ୍ରୋତ୍ସାହନ ଦେବା ଲାଗି ଏକ ବିଶ୍ୱବିଦ୍ୟାଳୟ ନେଟୱାର୍କ ପ୍ରତିଷ୍ଠା କରିବା ପାଇଁ ମୁଁ ପ୍ରସ୍ତାବ ଦେଉଛି ।

ମହାମାନ୍ୟମହାମହିମଗଣ

ଶେଷରେ, ଏହି ସ୍ମାରକୀ ସମ୍ମିଳନୀରେ ଭାଗ ନେବା ଲାଗି ମୋର ନିମନ୍ତ୍ରଣ ସ୍ୱୀକାର କରିଥିବାରୁ ମୋ ଲୋକମାନଙ୍କ ତରଫରୁ ମୁଁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି । 

ମୁଁ ବର୍ତ୍ତମାନ ଆସିଆନ 2018 ର ଅଧ୍ୟକ୍ଷ ଏବଂ ଏହି ପୂର୍ଣ୍ଣକାଳୀନ ଅଧିବେଶନର ସହ ଅଧ୍ୟକ୍ଷ ତଥା ସିଙ୍ଗାପୁର ପ୍ରଧାନମନ୍ତ୍ରୀ ମହାମହିମ ଲି ସିଏନ ଲୁଙ୍ଗଙ୍କୁ ଅନୁରୋଧ କରୁଛି ସେ ସିଙ୍ଗାପୁର ପକ୍ଷରୁ ତାଙ୍କର ଉଦଘାଟନୀ ଅଭିଭାଷଣ ରଖନ୍ତୁ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Qatar launches new UPI route to send money to India

Media Coverage

Qatar launches new UPI route to send money to India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the importance of self-respect, courage and steadfastness
August 18, 2026

The Prime Minister, Shri Narendra Modi has shared a Sanskrit Subhashitam highlighting the importance of living with self-respect, courage and dignity. He emphasised that true valour and strength lie in remaining steadfast in one’s principles and values, without compromising them under any circumstances.

The Prime Minister shared a Sanskrit Subhashitam-

“उद्यच्छेदेव न नमेदुद्यमो ह्येव पौरुषम्।
अप्यपर्वणि भज्येत न नमत्वेव कस्यचित्॥”

The Subhashitam conveys that a person should always live with self-respect, courage and dignity. True valor and strength lie in never compromising one's principles and values under any circumstances, but remaining steadfast in one's ideals with truth, patience and self-pride.

The Prime Minister wrote on X;

“उद्यच्छेदेव न नमेदुद्यमो ह्येव पौरुषम्।

अप्यपर्वणि भज्येत न नमत्वेव कस्यचित्॥”