ରୁଷ ରାଷ୍ଟ୍ରପତି ମିଷ୍ଟର ଭ୍ଲାଦିମିର ପୁତିନଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।

ରୁଷରେ ପରମ୍ପରା ଅନୁଯାୟୀ ଖ୍ରୀଷ୍ଟମାସ ପର୍ବ ପାଳନ କରାଯିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ପୁତିନ ଏବଂ ବନ୍ଧୁ ଭାବାପନ୍ନ ରୁଷବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ରାଷ୍ଟ୍ରପତି ପୁତିନ ଏହି ଶୁଭେଚ୍ଛାକୁ ସାଦରେ ଗ୍ରହଣ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭାରତବାସୀଙ୍କ ସମୃଦ୍ଧି, ପ୍ରଗତି, ଶାନ୍ତି ଓ ସୁଖ କାମନା କରିଥିଲେ ।

ଦୁଇ ଦେଶ ମଧ୍ୟରେ ନିକଟ ଅତୀତ, ବିଶେଷକରି 2019ରେ ସ୍ଵତନ୍ତ୍ର ସହଯୋଗୀ ରଣନୈତିକ ଭାଗିଦାରୀରେ ହୋଇଥିବା ଗୁରୁତ୍ଵପୂର୍ଣ୍ଣ ଉପଲବ୍ଧିକୁ ନେଇ ଉଭୟ ନେତା ସନ୍ତୋଷ ପ୍ରକାଶ କରିଥିଲେ । 2020 ବର୍ଷରେ ଭାରତ-ରୁଷ ସଂପର୍କକୁ ସମସ୍ତ କ୍ଷେତ୍ରରେ ଆହୁରି ଅଧିକ ସୁଦୃଢ କରିବା ଲାଗି ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ସେମାନେ ସହମତ ହୋଇଥିଲେ ।

2020 ବର୍ଷ ରୁଷ ପାଇଁ ବିଶେଷ ଗୁରୁତ୍ଵବହନ କରୁଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏଥିସହିତ ଚଳିତ ବର୍ଷ ମେ’ ମାସରେ ମସ୍କୋଠାରେ ଆୟୋଜିତ ହେବାକୁଥିବା 75ତମ ଭିକ୍ଟରୀ ଡେ ସମାରୋହ ପାଇଁ ରାଷ୍ଟ୍ରପତି ପୁତିନଙ୍କ ନିମନ୍ତ୍ରଣ ଲାଗି କୃତଜ୍ଞତା ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ ଚଳିତ ବର୍ଷ ରୁଷରେ ସାଙ୍ଘାଇ ସହଯୋଗ ସଂଗଠନ ଓ ବ୍ରିକ୍ସ ରାଷ୍ଟ୍ର ବୈଠକରେ ଅଂଶଗ୍ରହଣ କରିବା ଲାଗି ଆଗ୍ରହ ସହ ଅପେକ୍ଷା କରି ରହିଛନ୍ତି । ଏଥିସହିତ ରାଷ୍ଟ୍ରପତି ପୁତିନଙ୍କୁ ଏକବିଂଶତମ ବାର୍ଷିକ ଦ୍ଵିପାକ୍ଷିକ ସମ୍ମିଳନୀ ପାଇଁ ଭାରତରେ ସ୍ଵାଗତ କରିବା ଲାଗି ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।

ଦୁଇ ନେତା କ୍ଷେତ୍ରୀୟ ଏବଂ ବୈଶ୍ଵିକ ପ୍ରସଙ୍ଗରେ ମତ ବିନିମୟ କରିଥିଲେ । ଏଥିସହିତ ବିଶ୍ଵ ଓ କ୍ଷେତ୍ରୀୟ ଶାନ୍ତି, ନିରପତ୍ତା ଓ ସ୍ଥିରତା ଲାଗି ଭାରତ ଓ ରୁଷର ଦୃଷ୍ଟିକୋଣରେ ଥିବା ସମାନତା ଉପରେ ଆଲୋକପାତ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Somnath Swabhiman Parv: “Feeling blessed to be in Somnath, a proud symbol of our civilisational courage,” says PM Modi

Media Coverage

Somnath Swabhiman Parv: “Feeling blessed to be in Somnath, a proud symbol of our civilisational courage,” says PM Modi
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 11, 2026
January 11, 2026

Dharma-Driven Development: Celebrating PM Modi's Legacy in Tradition and Transformation