ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓମାନ ସୁଲତାନ ମହାମହିମ ହାଇଥାମ ବିନ ତାରିକଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।

ଉଭୟ ନେତା କୋଭିଡ-19 ଯୋଗୁଁ ଉତ୍ପନ୍ନ ସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ଥିତି ନେଇ ଆଲୋଚନା କରିଥିଲେ । ଏହି ଜଟିଳ ପରିସ୍ଥିତର ସମ୍ମୁଖୀନ ହେବା ପାଇଁ ଉଭୟ ନେତା ପାରସ୍ପରିକ ସହଯୋଗ ବଜାୟ ରଖିବାକୁ ସହମତି ପ୍ରକାଶ କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ ଓମାନରେ ଥିବା ଭାରତୀୟଙ୍କ ସମସ୍ୟା ପ୍ରତି ଦୃଷ୍ଟି ରଖିବା ପାଇଁ ଶ୍ରୀ ମୋଦୀ ସୁଲତାନଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ, ସୁଲତାନ ମଧ୍ୟ ଭାରତରେ ଥିବା ଓମାନ ନାଗରିକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନିକଟରେ ପରଲୋକ ଗମନ କରିଥିବା ଓମାନ ସୁଲତାନ କାବୁସଙ୍କ ବିୟୋଗରେ ସମବେଦନା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏକ ଉତ୍ତମ ପଡୋଶୀ ଭାବେ ଓମାନ ପ୍ରତି ନିଜର ସଦିଚ୍ଛା ବ୍ୟକ୍ତ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Manufacturing to hit 25% of GDP as India builds toward $25 trillion industrial vision: BCG report

Media Coverage

Manufacturing to hit 25% of GDP as India builds toward $25 trillion industrial vision: BCG report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 12, 2025
December 12, 2025

Citizens Celebrate Achievements Under PM Modi's Helm: From Manufacturing Might to Green Innovations – India's Unstoppable Surge